Categories
ଆଜିର ଖବର ରାଜ୍ୟ ଖବର

ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନୟାଗଡ ଗସ୍ତ: ଚାନ୍ଦପୁରର ନୂତନ ଥାନା କୋଠା କଲେ ଉଦଘାଟନ

ନୟାଗଡ/ଚାନ୍ଦପୁର: ଆଜି ପୋଲିସ ମହାନିର୍ଦ୍ଦେଶକ ଅଭୟ ନୟାଗଡ ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ନୟାଗଡ ଜିଲ୍ଲା ଚାନ୍ଦପୁରରେ ନୂତନ ଥାନା କୋଠା ଡିଜିପି ଅଭୟ ଉଦଘାଟନ କରଛନ୍ତି। ଏହି ନୂତନ ଥାନାରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ଏଭଳି ଥାନା ପ୍ରସ୍ତୁତ କରିଥିବାରୁ ରାଜ୍ୟ ସରକାରଙ୍କୁ ଡିଜିପି ସାଧୁବାଦ ଜଣାଇଛନ୍ତି।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ପୋଲିସ୍ ଆଇଜି ନରସିଂହ ଭୋଳ, ପୁରୀ ସାଂସଦ ପିନାକୀ ମିଶ୍ର, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଏସ୍ ପି ସିଦ୍ଧାର୍ଥ କଟାରିଆ, ଏସଡିପିଓ ଏସ୍ ଟପୋ, ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଚାନ୍ଦପୁରରେ ନୂତନ ଥାନା କୋଠା ପ୍ରସ୍ତୁତ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ପୁରୀ ସାଂସଦ ପିନାକୀ ମିଶ୍ର ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନୀତୀଶ କୁମାରଙ୍କ ‘ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’ ହେବାର ପ୍ରଶ୍ନରେ ଜେଡ଼ିୟୁ ନେତା କେସି ତ୍ୟାଗୀ ରଖିଲେ ଏଭଳି ପ୍ରତିକ୍ରିୟା

ପାଟନା: ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ବିଷୟରେ ଜେଡିୟୁର ମୁଖ୍ୟ ସାଧାରଣ ସମ୍ପାଦକ କେସି ତ୍ୟାଗୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ୨୦୨୪ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଅଟନ୍ତି ଏବଂ ରହିବେ। ସେ ଏହା ମଧ୍ୟ କହିଛନ୍ତି ଯେ, ନୀତୀଶ କୁମାରଙ୍କ ପ୍ରଧାନମନ୍ତ୍ରୀ ହେବାର କ୍ଷମତା ଅଛି କିନ୍ତୁ ସେ ପ୍ରାର୍ଥୀ ନୁହଁନ୍ତି। ସେ କହିଛନ୍ତି ଯେ, ଆମ ଦଳ ଏନଡିଏ ସହିତ ଅଛି, ଯାହାର ନେତା ନରେନ୍ଦ୍ର ମୋଦୀ।

ଜେଡିୟୁ ଜାତୀୟ ସଭାପତି ଲଲନ ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେବା ପାଇଁ ଆମର ନେତା ନୀତୀଶ କୁମାରଙ୍କ ପାଖେ ସମସ୍ତ ଗୁଣ ଅଛି। କିନ୍ତୁ ପ୍ରଧାନମନ୍ତ୍ରୀ ହେବାର ଗୁଣ ଏବଂ ଦାବି ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି।

ସେ କହିଛନ୍ତି ଯେ ଆମେ ଏକ ଛୋଟ ଦଳ, ଆମେ ଏହାକୁ କିପରି ଦାବି କରିବୁ? ତେଣୁ ଯେଉଁମାନେ ଏପରି ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି, ସେମାନଙ୍କ ପାଇଁ ଏହା ସ୍ପଷ୍ଟ ହେବା ଉଚିତ ଯେ, ପ୍ରଧାନମନ୍ତ୍ରୀ ହେବା ପାଇଁ ଆମ ନେତାଙ୍କର ସମସ୍ତ ଗୁଣ ଅଛି। ଲଲନ ସିଂ କହିଛନ୍ତି ଯେ, ଅନେକ ନେତା ଆମ ନେତାଙ୍କ ଚେହେରା ପସନ୍ଦ କରନ୍ତି ନାହିଁ।

ପ୍ରଧାନମନ୍ତ୍ରୀ ବୋଲି କୁହାଯାଉଥିବା ନୀତୀଶ କୁମାର ନିଜେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଯେତେବେଳେ ତାଙ୍କୁ ପ୍ରଶ୍ନ ପଚରାଗଲା, ସେତେବେଳେ ତାଙ୍କର ଏପରି ଇଚ୍ଛା ନାହିଁ ବୋଲି କହିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଜେଡ଼ିୟୁ ନେତାଙ୍କ ପକ୍ଷରୁ ଲଗାତର ବୟାନ ଦିଆଯାଉଛି ଯେ, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଯୋଗ୍ୟ ଅଟନ୍ତି। ଏହି ବିବୃତ୍ତି ଯୋଗୁଁ ବିହାରରେ ଏନଡିଏରେ ମତଭେଦ ଦେଖାଦେଇଛି। ବିଜେପି ନେତାମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହୁଏତ ପ୍ରଧାନମନ୍ତ୍ରୀ ହୋଇପାରନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା କରୁଥିବା ଲୋକଙ୍କୁ ଅପେକ୍ଷା କରିବାକୁ ପଡିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତା ୧ ରୁ ବିଧାନସଭା ମୌସୁମୀ ଅଧିବେଶନ: ୪୯୩ ଜଣଙ୍କ ମଧ୍ୟରୁ ୨ ଜଣ ପଜେଟିଭ ଚିହ୍ନଟ

ଭୁବନେଶ୍ବର: ଆସନ୍ତା ମାସ ୧ ତାରିଖରୁ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ସେଥିପାଇଁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କୁ କରୋନା ପରୀକ୍ଷା କରିବା ବାଧ୍ୟତାମୂଳକ ହୋଇଛି। ରିପୋର୍ଟ ନେଗେଟିଭ ଆସିଲେ ଅଧିବେଶନରେ ଭାଗ ନେବା ପାଇଁ ସୁଯୋଗ ମିଳିବ। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ୪୯୩ ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ୨ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏଥର ମୌସୁମୀ ଅଧିବେଶନ ଦୈନିକ ୫ ଘଣ୍ଟା ଚାଲିବ। ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଚାଲିବ। ପ୍ରଥମ ପର୍ଯ୍ୟାୟ ସକାଳ ସାଢେ ୧୦ ଟାରୁ ସାଢେ ୧ ଟା ଏବଂ ଦ୍ଵିତୀୟ ପର୍ଯ୍ୟାୟ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ। ଶନିବାର ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲିବ। ଏହି ସମୟରେ ଷ୍ଟାର ପ୍ରଶ୍ନ ଏବଂ ମୁଲତବୀ ଆଲୋଚନା ହେବ। ବିଜେପି  ୪ଟି ଏବଂ କଂଗ୍ରେସ ୨ ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ।  ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ସେ ଭିଡିଓ କଂଫରେନ୍ସରେ ଯୋଗ ଦେଇପାରିବେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଉଦ୍ଧବ ସରକାରଙ୍କୁ ଆନ୍ନା ହଜାରେଙ୍କ ପ୍ରଶ୍ନ: ଯଦି ମଦ ଦୋକାନ ଖୋଲା ଯାଇପାରୁଛି, ତେବେ ମନ୍ଦିର କାହିଁକି ନୁହେଁ?

ପୁଣେ: ରାଜ୍ୟରେ ମନ୍ଦିର ଖୋଲିବା ପାଇଁ ମହାରାଷ୍ଟ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଯଦି ମନ୍ଦିର ଉପରେ ପ୍ରତିବନ୍ଧକ ହଟାଇବାକୁ ଆନ୍ଦୋଳନ ହୁଏ, ତେବେ ସେ ଏହାକୁ ସମର୍ଥନ କରିବେ। ମନ୍ଦିର ଖୋଲିବାକୁ ଠାକରେ ସରକାରଙ୍କ ବାରଣକୁ ନେଇ ହଜାରେ ପ୍ରଶ୍ନ କରିଛନ୍ତି ଏବଂ ଏଥିପାଇଁ ସେ ମଦ ଦୋକାନ ବାହାରେ ଥିବା “ଲମ୍ବା ଧାଡି” କୁ ସୂଚାଇ ସରକାରଙ୍କ ଉପରେ ମଧ୍ୟ କଟାକ୍ଷ କରିଛନ୍ତି।

ଅହମ୍ମଦନଗର ଜିଲ୍ଲାର ରାଲେଗଣ ସିଦ୍ଧ ଗ୍ରାମରେ ହଜାରେ କହିଛନ୍ତି ଯେ, ମନ୍ଦିର ଖୋଲିବାକୁ ଦାବି କରୁଥିବା କିଛି ଲୋକଙ୍କର ଏକ ପ୍ରତିନିଧୀ ଦଳ ତାଙ୍କୁ ଶନିବାର ଦିନ ଭେଟିଛନ୍ତି। ସେ କହିଛନ୍ତି, “ରାଜ୍ୟ ସରକାର କାହିଁକି ମନ୍ଦିର ଖୋଲୁନାହାଁନ୍ତି? ଲୋକଙ୍କ ପାଇଁ ମନ୍ଦିର ଖୋଲିବାରେ ରାଜ୍ୟ ସରକାର କେଉଁ ବିପଦ ଦେଖୁଛନ୍ତି? ଯଦି କୋଭିଡ ଏହାର କାରଣ, ତେବେ ମଦ ଦୋକାନ ବାହାରେ କାହିଁକି ବଡ଼ ଧାଡି ଲାଗିଛି?”

କରୋନାଭାଇରସ୍ ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଅନେକ ଅଞ୍ଚଳ ଖୋଲିଛନ୍ତି ଏବଂ ସମ୍ପୂର୍ଣ୍ଣ ଟୀକାକରଣ ଲୋକଙ୍କୁ ମୁମ୍ବାଇର ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ତଥାପି, କରୋନାଭାଇରସ୍ ବ୍ୟାପିବା ଭୟରେ ରାଜ୍ୟ ସରକାର ଧାର୍ମିକ ସ୍ଥାନ ଖୋଲିବାକୁ ଦୂରେଇ ଯାଉଛନ୍ତି, ବିଶେଷ କରି ମହାମାରୀର ତୃତୀୟ ତରଙ୍ଗ ଆଶା କରାଯାଉଛି। ସୂଚନାଯୋଗ୍ୟ, ଲୋକମାନଙ୍କ ପାଇଁ ମନ୍ଦିର ଖୋଲିବାକୁ ବିଜେପି ଦାବି କରିଛି।

Categories
ଆଜିର ଖବର ଜାତୀୟ ଖବର

ଗୋଟିଏ ଦିନ ପାଇଁ ପୁଣି ଥରେ ଭାରତ ବନ୍ଦ ଡାକରା ଦେଲେ ମିଳିତ ଚାଷୀ ସଂଗଠନ

ନୂଆଦିଲ୍ଲୀ, ପୁଣିଥରେ ଭାରତ ବନ୍ଦ କରିବା ପାଇଁ ଆହ୍ବାନ ଦେଇଛନ୍ତି ମିଳିତ ଚାଷୀ ସଂଗଠନ। ନୂଆଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଦଶ ମାସ ପୁରଣ ହେବା ସହ ଚାଷୀଙ୍କ ଉପରେ ଲାଠିମାଡ ପ୍ରତିବାଦରେ ଏହି ବନ୍ଦ କରାଯିବ। ଆସନ୍ତା ସେପ୍ଟେମ୍ବର 25 ତାରିଖରେ ଏହି ବନ୍ଦ କରାଯିବ ବୋଲି ମିଳିତ ସଂଗଠନ ତରଫରୁ କୁହାଯାଇଛି।

ଚାଷୀ ଆଇନି ପ୍ରତ୍ୟାହାର ଦାବୀରେ ଦିଲ୍ଲୀ ସୀମାରେ ଦୀର୍ଘ ଦଶମାସ ଧରି ଚାଷୀ ସଂଗଠନ ଏହି ଧାରଣ ଚାଲିଆସିଛି। ଏ ନେଇ ଚାଷୀ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ତାହା ସଫଳ ହେଉ ନାହିଁ। ଫଳରେ ପୁଣିଥରେ ଭାରତ ବନ୍ଦ କରିବା ପାଇଁ ସଂଗଠନ ନିଷ୍ପତି କରିଛି।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଧନ ଆସିବା ପରେ ଏହି କାମ କେବେ କରିବା ଉଚିତ ନୁହେଁ, କ୍ରୋଧିତ ହୁଅନ୍ତି ମାତା ଲକ୍ଷ୍ମୀ

ଚାଣକ୍ୟ ନୀତି: ଧନ ଅର୍ଜନ କରିବା କିମ୍ବା ହାସଲ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ଯେତିକି କଷ୍ଟସାଧ୍ୟ ନୁହେଁ, ସଞ୍ଚୟ କରିବା ତାହାଠାରୁ ଅଧିକ କଷ୍ଟସାଧ୍ୟ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଧନଦାତ୍ରୀ ଦେବୀ ମାତା ଲକ୍ଷ୍ମୀଙ୍କ ପ୍ରକୃତିକୁ ଅତି ଚତୁର ବୋଲି ବର୍ଣ୍ଣନା କରିଛନ୍ତି। ପଣ୍ଡିତମାନେ ଏହା ମଧ୍ୟ ବିଶ୍ଵାସ କରନ୍ତି ଯେ, ଯେଉଁ ଗତିରେ ଟଙ୍କା ଆସେ, ସମାନ ଗତିରେ ମଧ୍ୟ ଧନ ଚାଲିଯାଏ। ତେଣୁ ଅର୍ଥ ପ୍ରସଙ୍ଗରେ ଏହି ଜିନିଷଗୁଡ଼ିକୁ ସର୍ବଦା ଧ୍ୟାନରେ ରଖିବା ଉଚିତ୍।

୧- ଟଙ୍କା ସଞ୍ଚୟ କରନ୍ତୁ- ଜ୍ଞାନୀ ଲୋକେ କହିଛନ୍ତି ଯେ, ଅନାବଶ୍ୟକ ଜିନିଷରେ ଟଙ୍କା ଖର୍ଚ୍ଚ କରାଯିବା ଉଚିତ୍ ନୁହେଁ। ଯେଉଁ ବ୍ୟକ୍ତି ଏହି ଜିନିଷକୁ କାର୍ଯ୍ୟକାରୀ କରୁନାହାଁନ୍ତି, ତାଙ୍କୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ। ଟଙ୍କା ବ୍ୟବହାର କରିବା ସମୟରେ ବୁଦ୍ଧିର ଉପଯୁକ୍ତ ବ୍ୟବହାର କରାଯିବା ଉଚିତ୍। ଭୌତିକ ଜୀବନରେ ଅର୍ଥ ହେଉଛି ମୁଖ୍ୟ ମାଧ୍ୟମ ବୋଲି ବିବେଚନା କରାଯାଏ। ତେଣୁ ଅର୍ଥର ଉପଯୋଗିତା ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

୨- ଭୁଲ ବନ୍ଧୁତାଠାରୁ ଦୂରରେ ରୁହନ୍ତୁ- ଯେତେବେଳେ ଟଙ୍କା ଆସେ, ଜଣେ ଭୁଲ ବନ୍ଧୁକୁ ଏଡ଼ାଇବାକୁ ଚେଷ୍ଟା କରିବା ଉଚିତ୍। ଜୀବନରେ ଦ୍ରୁତ ପରିବର୍ତ୍ତନ ଆସେ ଯେତେବେଳେ ଟଙ୍କା ଆସେ, ଏହି ସମୟ ମଧ୍ୟରେ ଭୁଲ ବନ୍ଧୁର ପ୍ରବେଶ କରିବାର ସମ୍ଭାବନା ଏବଂ ଭୁଲ ଅଭ୍ୟାସ ମଧ୍ୟ ଅଧିକ ବଢିଥାଏ। ଯେତେବେଳେ ଭୁଲ ସାଙ୍ଗ କିମ୍ବା ଭୁଲ ଅଭ୍ୟାସ ପ୍ରବେଶ କରେ ସେତେବେଳେ ଟଙ୍କା ନଷ୍ଟ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ। ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଏପରି ସ୍ଥାନ ତ୍ୟାଗ କରନ୍ତି।

୩- ଅହଂକାରଠାରୁ ଦୂରରେ ରୁହନ୍ତୁ- ଜ୍ଞାନୀ ଲୋକେ କୁହନ୍ତି ଯେ, ଯେତେବେଳେ ଟଙ୍କା ଆସେ, କିଛି ବିମୁଦ୍ରାକରଣ ମଧ୍ୟ ସେମାନଙ୍କ ସହିତ ଆସେ, ତେଣୁ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟଙ୍କା ଆସିବା ପରେ ଅହଂକାରକୁ ଏଡ଼ାଇବା ଉଚିତ୍। ଯେତେବେଳେ ଟଙ୍କା ଆସେ, ଅହଂକାର ଆସିବା ଆରମ୍ଭ କରେ। ଏଗୁଡ଼ିକ ବିପଦ ସଙ୍କେତ ଅଟେ। ଗୀତାରେ ଭଗବାନ କୃଷ୍ଣ ଅହଂକାର ନଷ୍ଟ କରିବାର ବର୍ଣ୍ଣନା କରିଛନ୍ତି। ତେଣୁ, ଏଥିରୁ ଦୂରରେ ରହିବା ଉଚିତ୍। ଏପରିକି ମାତା ଲକ୍ଷ୍ମୀ ଅହଂକାରୀ ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ସରିଲା ଅଗଷ୍ଟ ଗାଇଡ ଲାଇନ, ସେପ୍ଟେମ୍ବରର ପାର୍ବଣ ଋତୁରେ ରାଜ୍ୟ ସରକାର କି ପଦକ୍ଷେପ ନେବେ ?

ଭୁବନେଶ୍ବର, ଅଗଷ୍ଟ 31 ତାରିଖରେ ଶେଷ ହେଉଛି ରାଜ୍ୟ ସରକାର ଜାରୀ କରିଥିବା କରୋନା ଗାଇଡ ଲାଇନ। ଏହାପରେ ସେପ୍ଟେମ୍ବର ମାସର ନୂଆ ଗାଇଡ ଲାଇନ ଆସିବ। ଏହି ଗାଇଡ ଲାଇନରେ କଣ ରହିବ, କଣ ନାହିଁ, ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। କାରଣ ହେଲା ସେପ୍ଟେମ୍ବର ମାସରୁ ଆରମ୍ଭ ହେଉଛି ପାର୍ବଣ ଋତୁ। ଗଣେଷ ପୂଜା, ବିଶ୍ବକର୍ମା ପୂଜା ସହିତ ନୂଆଖାଇ ପର୍ବ ରହିଛି। ସେଥିପାଇଁ ଏହି କଟକଣା କଣ ହେବ କିପରି ପରିଚାଳନା କରାଯିବ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଚଳିତ ଅଗଷ୍ଟ କଟକଣାରେ ରାଜ୍ୟ ସରକାର ଅନେକ କିଛି ଛାଡ କରିଛନ୍ତି। ରାତ୍ରୀ ଆଠଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି। ହେଲେ କଟକ, ଭୁବନେଶ୍ବର, ପୁରୀରେ ବର୍ତ୍ତମାନ ସୁଦ୍ଧା ସପ୍ତାହନ୍ତ କର୍ଫୁ ଜାରୀ ରହିଛି। ଫଳରେ ସପ୍ତାହର ଶେଷ ଦିନରେ  ଅଧିକା କିଛି ରୋଜଗାର କରିବାକୁ ଆଶା ରଖିଥିବା ବ୍ୟବସାୟୀମାନେ ହତାଶ ହୋଇଛନ୍ତି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ କଟକଣା କରାଯାଇଥିବାରୁ ଘରୋଇ ସଂସ୍ଥାଗୁଡିକ କୌଣସି କାର୍ଯ୍ୟକ୍ରମ କରୁ ନାହାଁନ୍ତି। ଏହାଦ୍ବାରା କଳାକାରମାନେ ମଧ୍ୟ ହତାଶ ହୋଇ ଘରେ ବସି ରହିଛନ୍ତି।

ତେବେ ରାଜ୍ୟ ସରକାରଙ୍କୁ ଯେଉଁ ଚିନ୍ତା ବଢାଇଛି ତାହା ହେଲା ରାଜନୈତିକ ସଭା ଓ ଶୋଭାଯାତ୍ରା। ଗୋଟିଏ ପଟେ ସରକାର ବାହାଘର ପ୍ରଭୃତି ଘରୋଇ ଉତ୍ସବ ଏବଂ ଭୋଜିଭାତକୁ କଟକଣା କରିଥିବା ବେଳେ ରାଜନୈତିକ ରାଲିକୁ ନିୟନ୍ତ୍ରଣ କରିପାରୁ ନାହାଁନ୍ତି। ନିକଟରେ ସବୁ ଦଳର ନେତାମାନେ ଯେପରି ଶୋଭାଯାତ୍ରା ତଥା ସଭା କରି ଲୋକଙ୍କୁ ଏକାଠି କରୁଛନ୍ତି ତାହା ମୁଣ୍ଡବଥାର କାରଣ ପାଲଟିଛି। ଯଦି ସରକାର ତାହାକୁ ନିୟନ୍ତ୍ରଣ ନ କରିପାରୁଛନ୍ତି ତେବେ ବିବାହ ଏବଂ ଜନ୍ମ ଉତ୍ସବ ପରି ଘରୋଇ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ପ୍ରଦାନ କରାଯାଉ ବୋଲି ଦାବୀ ହେଉଛି।

ବର୍ତ୍ତମାନ କରୋନା ସ୍ଥିତି ଅନୁଧ୍ୟାନ କଲେ ଜଣାପଡୁଛି ଯେ, ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଠ ହ୍ରାସ ପାଇଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ନାହିଁ। ଯଦି ସରକାର ସବୁ କିଛି ଖୋଲମଖୁଲା କରିଦେବେ ତେବେ ଏହା ପୁଣି ବିଗାଡି ଦେବାର ସମ୍ଭାବନା ରହିଛି। କେରଳରେ ଯେପରି ଓନାମ ପର୍ବ ପାଇଁ ସେଠାରେ ସ୍ଥିତି ବିଗିଡି ଗଲା, ଓଡିଶାରେ ମଧ୍ୟ ସେପରି ସ୍ଥିତି ନ ହେବ ତାହା କହି ହେବ ନାହିଁ। ସେପ୍ଟେମ୍ବରରେ ପଡୁଥିବା ଗଣେଷ ପୂଜା, ନୂଆଖାଇ ଏବଂ ବିଶ୍ବକର୍ମା ପୂଜା ରାଜ୍ୟରେ ବେଶ୍ ଧୂମାଧାମରେ ପାଳନ ହୁଏ। ତେଣୁ ଏପରି ପରିସ୍ଥିତିରେ ଖୋଲା ଛାଡି ଦିଆଯିବ ନା କଟକଣାକୁ ଆଉ ମାସେ ବୃଦ୍ଧି କରାଯିବ ସେ ନେଇ ଚାଲିଛି ଆଲୋଚନା।

ଅନ୍ୟପଟେ କେନ୍ଦ୍ର ସରକାର ଜାରୀ କରିଥିବା କଟକଣାକୁ ପୁଣି ଥରେ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କ ସୁବିଧା ଅନୁସାରେ କଟକଣା ଜାରୀ କରିବେ ବୋଲି ପୂର୍ବପରି କେନ୍ଦ୍ର ତରଫରୁ କୁହାଯାଇଛି। ସେହି ଅନୁସାରେ ରାଜ୍ୟ ସରକାର ପୁଣି ଥରେ ଏହି କଟକଣାକୁ ମାସେ ବୃଦ୍ଧି କରିବେ ବୋଲି ଜଣାପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

୧୧ ବର୍ଷ ବୟସରେ ଦୁର୍ଘଟଣାର ଶିକାର ହୋଇଥିଲେ ଅବନୀ: ପାରାଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ଆଣିଲେ ପ୍ରଥମ ସ୍ଵର୍ଣ୍ଣ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଭାରତର ପାରା ସୁଟର ଅବନୀ ଲେଖରା ଇତିହାସ ସୃଷ୍ଟି କରିଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ ଇଭେଣ୍ଟରେ ଅବନୀ ଏକ ନୂତନ ପାରାଲିମ୍ପିକ୍ ରେକର୍ଡ ସ୍ଥାପନ କରିଛନ୍ତି। ଅବନୀ ମୋଟ ସ୍କୋର ୨୪୯.୬ କରିଥିଲେ ଯାହା ପାରାଲିମ୍ପିକ୍ ଗେମ୍ସ ପାଇଁ ଏକ ନୂଆ ରେକର୍ଡ। ଏହି ଇଭେଣ୍ଟରେ ଚାଇନାର ସି ୱାଙ୍ଗ (୨୪୮.୯ ପଏଣ୍ଟ) ରୌପ୍ୟ ପଦକ ଜିତିଥିବାବେଳେ ୟୁକ୍ରେନର ଇରିନା ସ୍କେଟନିକ (୨୨୭.୫ ପଏଣ୍ଟ) ବ୍ରୋଞ୍ଜ ପଦକ ଜିତିଛନ୍ତି। ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ, ଯାହା ପୂର୍ବରୁ ଗତକାଲି ଭାରତୀୟ ଖେଳାଳି ଦୁଇଟି ରୌପ୍ୟ ପଦକ ଜିତିଥିଲେ।

ଅବନୀ ରାଜସ୍ଥାନର ଜୟପୁରରୁ ଆସିଛନ୍ତି। ସେ ମାତ୍ର ୧୧ ବର୍ଷ ବୟସରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ମେରୁଦଣ୍ଡରେ ଆଘାତ ହେତୁ ଅବନୀ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ। ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ ଇଭେଣ୍ଟରେ ଅବନୀ ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନରେ ରହିଛନ୍ତି।

ଅବନୀ ଏହି ଇଭେଣ୍ଟର ଯୋଗ୍ୟତା ରାଉଣ୍ଡରେ ସପ୍ତମ ସ୍ଥାନ ହାସଲ କରିଥିଲେ। ସେ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ନିଶାଦ କୁମାର ହାଇ ଜମ୍ପରେ ରୌପ୍ୟ ପଦକ ଏବଂ ଟେବୁଲ ଟେନିସରେ ଭବୀନା ପଟେଲ ଜିତିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅଘଟଣ: କୂଅରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୂଅରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଟାଙ୍ଗୀ ଥାନା ନିମୁନା ଗ୍ରାମର ରାଜକିଶୋର ନାୟକଙ୍କ ପୁତ୍ର ଅଶୋକ ନାୟକ (୩୨)ଙ୍କୁ ଆଜି ସକାଳ ୭ ଘଟିକା ସମୟରେ ବଉଳାବନ୍ଧ ଗ୍ରାମର ଏକ କୂଅରେ ବୁଡି ପଡିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏ ନେଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ବାହିନୀ କୂଅରୁ ଅଶୋକଙ୍କ ମୃତ ଦେହକୁ ଉଦ୍ଧାର କରି ନାଚୁଣୀ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସଦଳବଳେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏହି ଘଟଣାରେ ଆଜି ବାଣପୁର ଥାନାରେ ୟୁଡି କେସ ନମ୍ବର ୧୦/୨୧ ରେ ଏକ ଅପମୃତ୍ୟୁ ମାମାଲା ରୁଜୁ କରାଯାଇଛି। ତେବେ ମୃତ ବ୍ୟକ୍ତିଙ୍କ ଡ଼ାଏଟମ ଟେଷ୍ଟ ହେବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨ ହଜାର ୯୦୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୯୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୭ ଲକ୍ଷ ୩୭ ହଜାର ୯୩୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୮ ହଜାର ୨୧୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୯ ଲକ୍ଷ ୨୩ ହଜାର ୪୦୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୭୬ ହଜାର ୩୨୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୭ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୭ ହଜାର ୯୦୧ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୯୦୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ଜଗତସିଂହପୁର ଜିଲ୍ଲାରୁ ୯ ଜଣ ଲେଖାଏଁ, ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ  ଘଟିଛି। ସେହିଭଳି ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, କଳାହାଣ୍ଡି ଏବଂ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭ ହଜାର ୧୧୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୧ ହଜାର ୬୩୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୫୨୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୯୦୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୬୦୯ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୫ ଟି ଲୋକାଲ କେସ୍‌ ରହିଛ। ୬୦୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ ୦ ରୁ ୧୮ ବର୍ଷ ବର୍ଗର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭ ହଜାର ୧୧୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୧ ହଜାର ୬୩୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୫୨୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୯୦୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୬ ଟି ଜିଲ୍ଲାରୁ ୬୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୦୯ ଜଣ, କଟକ ଜିଲ୍ଲାରୁ ୭୧, ଅନୁଗୁଳ ଜିଲ୍ଲାରୁ ୧୮, ବାଲେଶ୍ଵର ଜିଲ୍ଲାରୁ ୨୧ ଜଣ, ବରଗଡ ଜିଲ୍ଲାରୁ ୪, ଭଦ୍ରକ ଜିଲ୍ଲାରୁ ୯ ଜଣ, ବୌଦ୍ଧ ଜିଲ୍ଲାରୁ ୯, ଦେବଗଡ ଜିଲ୍ଲାରୁ ୧୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୩ ଜଣ, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୦ ଜଣ, ଯାଜପୁର ଜିଲ୍ଲାରୁ ୩୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୩, କନ୍ଧମାଳ ଜିଲ୍ଲାରୁ ୫, କେନ୍ଦ୍ରାପଡା ଜିଲ୍ଲାରୁ ୧୯ ଜଣ, କେନ୍ଦୁଝର ଜିଲ୍ଲାରୁ ୫ ଜଣ, କୋରାପୁଟ ଜିଲ୍ଲାରୁ ୩, ମାଲକାନଗିରି ଜିଲ୍ଲାରୁ ୧, ମୟୂରଭଞ୍ଜ ଜିଲ୍ଲାରୁ ୨୬ ଜଣ, ନୟାଗଡ ଜିଲ୍ଲାରୁ ୧୧ ଜଣ, ପୁରୀ ଜିଲ୍ଲାରୁ ୨୦ ଜଣ, ରାୟଗଡା ଜିଲ୍ଲାରୁ ୫, ସୋନପୁର ଜିଲ୍ଲାରୁ ୨, ସମ୍ବଲପୁର ଜିଲ୍ଲାରୁ ୧୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮ ଜଣ ଏବଂ ଷ୍ଟେଟ ପୁଲରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଧର୍ମ ବିଶେଷ ଖବର

ଆଜି ପବିତ୍ର ଜନ୍ମାଷ୍ଠମୀ, ଜାଣନ୍ତୁ ଆଜକୁ କେତେବର୍ଷ ତଳେ ଶ୍ରୀକୃଷ୍ଣଙ୍କର ହୋଇଥିଲା ଧରା ଅବତରଣ

ଭୁବନେଶ୍ବର, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁ ଧର୍ମର ଏହା ହେଉଛି ଏକ ବଡ ପର୍ବ। ଏହି ଦିନ ପ୍ରାୟତଃ ସମସ୍ତେ ଉପବାସ ଗ୍ରହଣ କରିଥାନ୍ତି। ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦିନ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଠମୀ ପର୍ବ ଦିନ ସ୍ବତନ୍ତ୍ର ନୀତି କରାଯାଇଥାଏ।

ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ, ଦ୍ବାପର ଯୁଗ ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି। ବର୍ତ୍ତମାନ କଳିଯୁଗ ଯୁଗାଦ୍ଦ ୫୧୧୩ ଚାଲିଛି । ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ। ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହେଇଥିଲା ।

ଅବତାର ଅର୍ଥ ଅବତୀର୍ଣ୍ଣ ହେବା, ଭକ୍ତମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ । ବ୍ରହ୍ମା, ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ ।

ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ । ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ।ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜ୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ ।

ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନାକରିଦେଇଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ମନେଇବାରେ ସକ୍ଷମ ହେଇଥିଲେ।କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ । ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ ।

ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି,ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି । ଏହା ଭାଗବତ ଗୀତା ନାମରେ ବିଶ୍ୱ ବିଖ୍ୟାତ । ଭଗବତ ଗୀତା ବିଶ୍ବ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି । ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ବୋଲି ବିଶ୍ବାସ ରହିଛି।

Categories
ଆଜିର ଖବର ଧର୍ମ

ପବିତ୍ର ଜନ୍ମାଷ୍ଟମୀରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ 30 ତାରିଖର ରାଶିଫଳ

ମେଷ : ଜନ୍ମାଷ୍ଟମୀ ଦିନ ଲାଭଦାୟକ ହେବ। ଆଜି ବ୍ୟବସାୟ ଅନୁକୂଳ ଲାଭ ଦେବ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ। ଚାକିରିରେ କାମକୁ ପ୍ରଶଂସା କରାଯିବ। ଆଜିର ଦିନଟି ଭଲ ଆକାରରେ କଟିବ। କାରବାରକୁ ଶୀଘ୍ର କର ନାହିଁ। ବୁଦ୍ଧିମାନ ଭାବରେ ଆପଣଙ୍କର ବିନିଯୋଗ ପ୍ରବେଶ କରନ୍ତୁ। ଉପକୃତ ହେବ। ଭାଗ୍ୟ ଅନୁକୂଳ ହେବ। ଲାଭ ସୁଯୋଗ ଆସିବ। ପ୍ରଲୋଭିତ ହୁଅ ନାହିଁ। ଆପଣ କୋର୍ଟର କାର୍ଯ୍ୟରୁ ମୁକ୍ତି ପାଇପାରିବେ।

ବୃଷ : ସ୍ଥାୟୀ ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ହୋଇପାରେ। ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ଅଛି। ଜନମାଷ୍ଟମୀ ଦିନ ବହୁତ ଲାଭ ଆଣିପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ପ୍ରଗତିର ରାସ୍ତା ଖୋଲିଯିବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ। କ୍ଷତି କରିବାକୁ ଚେଷ୍ଟା କରିବେ। ସୁଖ ମିଳିବ।

ମିଥୁନ : ଛାତ୍ର ଶ୍ରେଣୀ ସଫଳତା ହାସଲ କରିବ। ପାର୍ଟୀ ଏବଂ ପିକନିକ୍ ଉପଭୋଗ କରାଯିବ। ଆପଣ ଚାକିରିରେ କିଛି ନୂତନ କାର୍ଯ୍ୟ କରିବାକୁ ସମର୍ଥ ହେବେ। ସୁସ୍ୱାଦୁ ଖାଦ୍ୟ ଉପଭୋଗ କରାଯାଇପାରେ। ବିନିଯୋଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ। ବ୍ୟବସାୟ ଭଲ ହେବ। ସହଭାଗୀମାନେ ସମର୍ଥନ ପାଇବେ। ଦୁଷ୍ଟ ଲୋକମାନେ କ୍ଷତି କରିବାକୁ ଚେଷ୍ଟା କରିବେ। ସୁଖ ମିଳିବ।

କର୍କଟ : କିଛି ବଡ ଅସୁବିଧା ଆସିପାରେ। ଅଧିକ ତ୍ୱରାନ୍ୱିତ ହେବ। ଦୁଃଖଦ ଖବର ଗ୍ରହଣ କରାଯାଇପାରେ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଆଶା କରାଯାଉଥିବା କାର୍ଯ୍ୟ ବିଳମ୍ବ ହେବ। ଆୟ ହେବ। ବ୍ୟବସାୟ ଭଲ ହେବ। ଚାକିରିରେ କାର୍ଯ୍ୟଭାର ରହିବ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଅନାବଶ୍ୟକ ନକାରାତ୍ମକତା ଦେଖାଯିବ। ଅଳସୁଆମି ରହିବ।

ସିଂହ : ଜନ୍ମାଷ୍ଟମୀରେ, ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବାର ସୁଯୋଗ ମିଳିବ, ଯେ କୌଣସି ବ୍ୟକ୍ତିଙ୍କ ସହ ସହଯୋଗ କରିବାକୁ ସମର୍ଥ ହେବେ। ତୁମେ ସମ୍ମାନ ପାଇବ। କିଛି ମହତ୍ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବୟସ୍କମାନଙ୍କ ମାର୍ଗଦର୍ଶନ ଲାଭ ବୃଦ୍ଧି କରିବ। ବ୍ୟବସାୟ ବୃଦ୍ଧି ପାଇବ। ଚାକିରିରେ ତୁମେ ଏକ ଉଚ୍ଚ କର୍ତ୍ତୃପକ୍ଷଙ୍କ ସୁଖ ପାଇବ। ବିନିଯୋଗ ଅନୁକୂଳ ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଘର ବାହାରେ ସୁଖ ଏବଂ ଶାନ୍ତି ରହିବ।

କନ୍ୟା : ଉତ୍ସାହଜନକ ସୂଚନା ଗ୍ରହଣ କରାଯିବ। ତୁମେ ଭୁଲିଯାଇଥିବା ସାଙ୍ଗମାନଙ୍କୁ ଭେଟିବ। ସେଠାରେ ଖର୍ଚ୍ଚ ହେବ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ। ଆତ୍ମ ସମ୍ମାନ ରହିବ। କିଛି ବଡ କାମ ଏବଂ ବାହାରକୁ ଯିବାକୁ ଇଚ୍ଛା ହେବ। ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ। ଶତ୍ରୁମାନେ ସକ୍ରିୟ ରହିବେ। ଧନ ପ୍ରାପ୍ତ ହେବ।

ତୂଳା : ଉପହାର ଗ୍ରହଣ କରାଯାଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। କିଛି ବଡ ଘଟଣା ହୋଇପାରେ। ଆପଣ ଜଣେ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ। ବ୍ୟବସାୟ ଅନୁକୂଳ ଲାଭ ଦେବ। ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡ ଇତ୍ୟାଦିରେ ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ।

ବିଛା : ଖର୍ଚ୍ଚ ବୃଦ୍ଧି ପାଇବ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ। ଦୁଷ୍ଟମାନଙ୍କଠାରୁ ସତର୍କତା ଆବଶ୍ୟକ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।  କୌଣସି ନିଷ୍ପତ୍ତି ନେବାରେ ବିବେକ ବ୍ୟବହାର କରନ୍ତୁ। ଜୀବନ ପରିବାର ସହିତ ଖୁସିରେ ବିତାଇବ। ମୂଲ୍ୟବାନ ସାମଗ୍ରୀ ତୁମ ସହିତ ରଖ। ବ୍ୟବସାୟ ଭଲ ହେବ।

ଧନୁ : ଅଟକି ରହିଥିବା ଟଙ୍କା ପାଇବାର ସମ୍ଭାବନା ଅଛି। ବ୍ୟବସାୟ ଯାତ୍ରା ସଫଳ ହେବ। ରାଜନୈତିକ ସମର୍ଥନ ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ସହକର୍ମୀମାନେ ଆପଣଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବେ। ଟଙ୍କା ପାଇବା ସହଜ ହେବ। ସେଠାରେ ଭୟ ଏବଂ ସନ୍ଦେହ ରହିବ। ପରିବାର ସହାୟତା ଉପଲବ୍ଧ ହେବ। ସୁଖ ରହିବ। ଅଳସୁଆ ହୁଅ ନାହିଁ

ମକର : ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ଅଛି, ଚେଷ୍ଟା ଜାରି ରଖନ୍ତୁ। ଅର୍ଥନୈତିକ ପ୍ରଗତି ପାଇଁ ଏକ ନୂତନ ନୀତି ପ୍ରସ୍ତୁତ କରାଯିବ। ସିଷ୍ଟମ୍ ଉନ୍ନତି କରିବ। ଆୟ ବୃଦ୍ଧି ପାଇବ। ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିପାରିବେ। ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟ ଏବଂ ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ ଭଲ ହେବ। ତତ୍ପରତା ନାହିଁ ।

କୁମ୍ଭ : ଜନମାଷ୍ଟମୀରେ ଏକ ବିଶେଷ ପୂଜା ଦିବସ ହେବ। ଚାକିରିରେ କାମ କରିବାକୁ ଭଲ ପାଆନ୍ତି। ଆପଣ ଜଣେ ସାଧୁଙ୍କ ସେବା କରିବାର ସୁଯୋଗ ପାଇବେ। ବ୍ୟବସାୟ ଯାତ୍ରା ସଫଳ ହେବ। ବ୍ୟବସାୟ ଲାଭଦାୟକ ହେବ। ଅଂଶୀଦାରମାନଙ୍କ ସହଯୋଗ ହେବ। ବିନିଯୋଗ ଲାଭଦାୟକ ହେବ। ଘର ବାହାରେ ସୁଖ ମିଳିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।

ମୀନ : ବ୍ୟବସାୟ ଲାଭଦାୟକ ହେବ। ଅଳସୁଆତା ଜିତିବ। ଆଘାତ ଏବଂ ଦୁର୍ଘଟଣା କ୍ଷତି ହୋଇପାରେ। ଦ୍ୱନ୍ଦ୍ୱ ଥାଇପାରେ। ଜଣେ ବ୍ୟକ୍ତିର ଆଚରଣ ମନକୁ ଆଘାତ ଦେଇପାରେ। ତତ୍ପରତା ନାହିଁ। ବିବାଦ ଉପୁଜିବାକୁ ଦିଅନ୍ତୁ ନାହିଁ। କୌଣସି ଅଜ୍ଞାତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ ରଖନ୍ତୁ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଜ୍ଞାନଦେଵ ବେଉରା ହେଲେ ରାଜ୍ୟ କଂଗ୍ରେସ ଓବିସି ସେଲର ଅଧ୍ୟକ୍ଷ

ଭୁବନେଶ୍ୱର,  ବରିଷ୍ଠ ନେତା ତଥା ରାଜ୍ୟ କଂଗ୍ରେସ ମୁଖପାତ୍ର ଜ୍ଞାନଦେଵ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗର ଅଧକ୍ଷ ଭାବେ ନିଯୁକ୍ତ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଦିଆଯାଇଥିବା ସୁପାରିଶକୁ ଗ୍ରହଣ କରି ଆଜି ଶ୍ରୀ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗର ଅଧକ୍ଷ ଭାବେ ଭାବେ ନିଯୁକ୍ତି କରାଯାଇଛି। ଏ ନେଇ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀ ଭେନୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ବେଉରା ବର୍ତ୍ତମାନ ପିସିସି ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି।

Categories
ଆଞ୍ଚଳିକ

ପୁରୀ ସାଂସଦ ପିନାକୀ ମିଶ୍ରଙ୍କର ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ, ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବାଣପୁର, ପୁରୀ ସାଂସଦ ପିନାକୀ ମିଶ୍ର ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସେ ନିର୍ବାଚିତ ହୋଇ ସାରିବା ପରେ ଏହା ଥିଲା ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ତାଙ୍କୁ ବାଣପୁର ବିଷରପଟଣା ଛକ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ  ବିଜେଡି କର୍ମିମାନେ ଏକ ବିଶାଳ ରାଲି କରି ନେଇଥିଲେ। ତାଙ୍କ ସହିତ ଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ।

ସାଂସଦ ପିନାକୀ ମିଶ୍ର ବାଣପୁର ରେ ନୂତନ ତହସିଲ ଗୃହ ନିର୍ମାଣ ଏବଂ ବାଲୁଗାଁରେ ନୂତନ ଡାକ ବଙ୍ଗଳା ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହିତ ବାଣପୁର ସହିଦ କୃତିବାସ ଭାବନ ଠାରେ ବିଜୁ ଜନତା ଦଳ ର କର୍ମୀ ସମିଳନୀରେ ମଧ୍ୟ ଯୋଗଦେଇଥିଲେ। ଏହି ସଭାରେ ବାଲୁଗାଁ ଏନଏସି ବିଜେଡି ସଭାପତି ଜୟନ୍ତ ଭାଇ, କାର୍ଯ୍ୟକାରୀ ସଭାପତି କୃଷ୍ଣ ବେହେରା, ମୁଖପାତ୍ର ମନୁ ସ୍ୱାଇଁ, ଏମପି ପ୍ରତିନିଧି ପ୍ରକାଶ ପ୍ରଧାନ, ଚିଲିକା ବ୍ଲକ ବିଜେଡି ସଭାପତି ଉତ୍ପଳ ପାଇକରାୟ ଆଦି ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଛୋଟ ସହରରେ ଷ୍ଟାର୍ଟଅପ୍ ପ୍ରତି ଆଗ୍ରହ ସୃଷ୍ଟି ଏକ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ, ମନ କି ବାତ୍ ରେ ମୋଦୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୁବକମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି ଏବଂ ଆଜିର ଯୁବକମାନେ ପୁରୁଣା ପଦ୍ଧତିକୁ ଛାଡି କିଛି ନୂଆ କରିବାକୁ ଚାହୁଁଛନ୍ତି। ସେମାନେ ପ୍ରସ୍ତୁତ ପଥରେ ଚାଲିବାକୁ ଚାହାଁନ୍ତି ନାହିଁ, କିନ୍ତୁ ସେମାନେ ନିଜେ ନୂତନ ରାସ୍ତା ତିଆରି କରିବାକୁ ଚାହାଁନ୍ତି। ଏହି ପରିପ୍ରେକ୍ଷୀରେ ମୋଦୀ ବିଶ୍ୱବିଦ୍ୟାଳୟ ତଥା ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କଲେଜ ଛାତ୍ର ଏବଂ ଯୁବକମାନଙ୍କ ଉଦାହରଣ ଦେଇଛନ୍ତି। ଯେଉଁମାନେ ଉପଗ୍ରହ ବିକଶିତ କରିଛନ୍ତି।

ଅଲ ଇଣ୍ଡିଆ ରେଡିଓରେ ଥିବା ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଆଗାମୀ ଦିନରେ ଭାରତୀୟ ଯୁବକମାନଙ୍କ ଦ୍ୱାରା ବହୁ ସଂଖ୍ୟକ ଉପଗ୍ରହ ବିକଶିତ ହେବ। ସେ କହିଛନ୍ତି ଯେ ଆଜି ଯୁବକମାନେ ପାରିବାରିକ ପରମ୍ପରାକୁ ଭାଙ୍ଗି ଷ୍ଟାର୍ଟ ଅପ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ସେମାନେ ରିସ୍କ ନେବାକୁ ପ୍ରସ୍ତୁତ ଅଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଛୋଟ ସହରରେ ମଧ୍ୟ ଷ୍ଟାର୍ଟ ଅପ୍ ସଂସ୍କୃତି ବିସ୍ତାର କରୁଛି, ଯାହା ଏକ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ଅଟେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଛନ୍ତି ଯେ ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସ ମାଧ୍ୟମରେ ଦେଶରେ କ୍ରୀଡ଼ାରେ ହାସଲ କରିଥିବା ସଫଳତା ଆମକୁ ଆଗକୁ ବଢାଇବାକୁ ସାହାଯ୍ୟ କରିବ। କ୍ରୀଡ଼ା ସଂସ୍କୃତିର ପ୍ରଚାର ପାଇଁ ଯଥାସମ୍ଭବ ଉଦ୍ୟମ କରିବାର ଆବଶ୍ୟକତା ରହିଛି। ପ୍ରତିଯୋଗିତା ମାଧ୍ୟମରେ କ୍ରୀଡ଼ା ବିକାଶ ହୋଇଥିବାରୁ ଗ୍ରାମ ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯିବା ଉଚିତ ବୋଲି ମୋଦୀ କହିଛନ୍ତି।

ସେ କହିଛନ୍ତି ଯେ ଏଥର ଅଲିମ୍ପିକ୍ସ ଲୋକଙ୍କ ମାନସିକତା ଉପରେ ଗଭୀର ପ୍ରଭାବ ପକାଇଛି ଏବଂ କ୍ରୀଡା ଜଗତରେ ଭାରତର ସଫଳତା ବିଶ୍ବ ତୁଳନାରେ କମ୍ ହୋଇପାରେ କିନ୍ତୁ ଭାରତୀୟଙ୍କ ବିଶ୍ୱାସକୁ ଦୃଢ କରିବାରେ ଯଥେଷ୍ଟ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୁବକମାନେ କେବଳ କ୍ରୀଡା ଦେଖନ୍ତି ନାହିଁ, ବରଂ ସେମାନେ କ୍ରୀଡ଼ାରେ ଯୋଗଦେବାର ସମ୍ଭାବନାକୁ ମଧ୍ୟ ଦେଖୁଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରତ୍ୟେକ ପରିବାର କ୍ରୀଡା ବିଷୟରେ ଆଲୋଚନା ଆରମ୍ଭ କରିଛନ୍ତି।

ଏହି ଗତି ବଜାୟ ରଖିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମ ଏବଂ ସହରରେ ଖେଳ ପଡିଆରେ କ୍ରୀଡା କାର୍ଯ୍ୟକଳାପ ଜାରି ରହିବା ଉଚିତ୍। ସେ କହିଛନ୍ତି ଯେ କେବଳ ସମସ୍ତଙ୍କ ସାମୂହିକ ଉଦ୍ୟମ ଦ୍ୱାରା ଭାରତ କ୍ରୀଡା ଜଗତରେ ନୂତନ ଉଚ୍ଚତାରେ ପହଞ୍ଚିବ।

ଆଜି ହକିର ଜନକ ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରି ମୋଦୀ କହିଛନ୍ତି ଯେ, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରଦର୍ଶନ ତାଙ୍କ ଆତ୍ମା ​​ଯେଉଁଠାରେ ବି ଥାଉ ନା କାହିଁକି, ହକି ଯୋଗୁଁ ସେ ବହୁତ ଖୁସି ହେବେ।  ଦଶନ୍ଧି ପରେ ଭାରତର ଯୁବକମାନେ ପୁଣିଥରେ ଭାରତୀୟ ହକିକୁ ଜୀବନ ଦେଇ ପାରିଛନ୍ତି।

ଗତକାଲି ଜନ୍ମାଷ୍ଟମୀ ପାଳନ କରାଯାଉଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିକଟରେ ଏକ ଅନୁଭୂତି ବାଣ୍ଟିଥିଲେ ଯେ ତାଙ୍କ ବାସଭବନ ବାହାରେ କେହି ତାଙ୍କ ପାଇଁ ଏକ କଳା ପୁସ୍ତକ ଛାଡିଛନ୍ତି। ଏଥିରେ ଭଗବାନ କୃଷ୍ଣଙ୍କର ଅନେକ ରୂପ ଏବଂ ଅନେକ ମହାନ ଚିତ୍ର ଥିଲା। ମୋଦୀ ଯଦୁରାନି ଦାସୀଙ୍କୁ ଭେଟିଥିଲେ, ଯିଏ ଏହି ପୁସ୍ତକକୁ ତାଙ୍କ ବାସଭବନ ବାହାରେ ଛାଡିଥିଲେ। ଆମେରିକାରେ ଜନ୍ମଗ୍ରହଣ କରି ଯଦୁରାନି ଦାସୀ ISKCON ର ଭକ୍ତ ଅଟନ୍ତି ଏବଂ ଭକ୍ତି କଳାରେ ପାରଙ୍ଗମ। ତାଙ୍କ ସହିତ ହୋଇଥିବା ବାର୍ତ୍ତାଳପକୁ ମୋଦୀ ମଧ୍ୟ ଉଲ୍ଲେଖ କରିଛନ୍ତି।

ସଂସ୍କୃତ ବିଷୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ଐତିହ୍ୟକୁ ଭବିଷ୍ୟତ ପିଢୀଙ୍କ ପାଇଁ ସଂରକ୍ଷଣ କରିବା ଆମର ସାମୂହିକ କର୍ତ୍ତବ୍ୟ। ମୋଦୀ ଏକ ଅଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ କିଛି ରେଡିଓ ଜକି ସଂସ୍କୃତରେ କଥାବାର୍ତ୍ତା କରୁଛନ୍ତି। ଏହି ଜକିମାନେ କମ୍ୟୁନିଟି ରେଡିଓ ଇନିସିଏଟିଭ୍ ରେଡିଓ ଏକତା 90 FM ଚଳାନ୍ତି ଏବଂ ଶ୍ରୋତାମାନଙ୍କୁ ସଂସ୍କୃତରେ କଥା ହୁଅନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂସ୍କୃତ ଭାଷା ଏହାର ଚିନ୍ତାଧାରା ଏବଂ ସାହିତ୍ୟିକ ଶିକ୍ଷା ମାଧ୍ୟମରେ ଜ୍ଞାନର ପୋଷଣ କରିଥାଏ ଏବଂ ଜାତୀୟ ଏକୀକରଣକୁ ଦୃଢ କରିଥାଏ। ମୋଦୀ କହିଛନ୍ତି ଯେ ସେ ବିଦେଶରେ ସଂସ୍କୃତ ଶିକ୍ଷା କରୁଥିବା ଅନେକ ଲୋକଙ୍କ ବିଷୟରେ ଜାଣିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭଗବାନ ବିଶ୍ୱକର୍ମାଙ୍କ ଉପାସନା କେବଳ ଆନୁଷ୍ଠାନିକତା ସହିତ ସମ୍ପନ୍ନ ହେବ ନାହିଁ, ଲୋକଙ୍କୁ ସେମାନଙ୍କ ପ୍ରତିଭାକୁ ସମ୍ମାନ କରିବାକୁ ପଡିବ ଏବଂ ଦକ୍ଷ ହେବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ମୋଦୀ କହିଛନ୍ତି ଯେ ଆଜି ଦୁନିଆରେ କୁଶଳୀ ଲୋକଙ୍କ ପାଇଁ ସୁଯୋଗର ଅଭାବ ନାହିଁ।

କୋଭିଡ -19 ପରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଔଷଧ ତଥା କଠୋରତାର ମନ୍ତ୍ର ମନେ ପକାଇ ସେମାନଙ୍କୁ ଟୀକାକରଣ ଏବଂ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ 62 କୋଟିରୁ ଅଧିକ ଟିକା ଦିଆଯାଇଛି, ତଥାପି ଲୋକମାନେ ସତର୍କ ରହିବା ଆବଶ୍ୟକ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ପାରାଲିମ୍ପିକ୍ସରେ ନିଶାଦ କୁମାର ଜିତିଲେ ରୌପ୍ୟ ପଦକ: ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ: ଟୋକିଓରେ ଖେଳାଯାଉଥିବା ପାରାଲିମ୍ପିକ୍ ଗେମ୍ସରେ ଭାରତର ନିଶାଦ କୁମାର ଇତିହାସ ସୃଷ୍ଟି କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ନିଶାଦ କୁମାର ଦେଶକୁ ଆଉ ଏକ ପଦକ ଦେଇଛନ୍ତି। ସେ ହାଇ ଜମ୍ପରେ ରୌପ୍ୟ ପଦକ ଜିତିଥିଲେ। ପ୍ରତିଭାରେ ସମୃଦ୍ଧ ନିଶାଦ କୁମାର ଚମତ୍କାର ପ୍ରଦର୍ଶନ କରି ଶ୍ରେଷ୍ଠ ୩ ରେ ପହଞ୍ଚିଥିଲେ। ସେ ଆମେରିକାର ୨ ଆଥଲେଟଙ୍କ ସହ ପ୍ରତିଯୋଗୀତା କରିଥିଲେ।

ଟୋକିଓ ପାରାଲିମ୍ପିକ୍ସର ପୁରୁଷ ହାଇ ଜମ୍ପ ଟି-୪୬ ଇଭେଣ୍ଟରେ ନିଶାଦ କୁମାର ରବିବାର ଏକ ଏସୀୟ ରେକର୍ଡ ସହ ରୌପ୍ୟ ପଦକ ଜିତିଛନ୍ତି। କୁମାର ୨.୦୬ ମିଟର ଡେଇଁ ଏକ ଏସୀୟ ରେକର୍ଡ ସ୍ଥାପନ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆମେରିକାର ଡଲାସ୍ ୱାଇଜ୍ ମଧ୍ୟ ରୌପ୍ୟ ପଦକ ପାଇଥିଲେ କାରଣ ସେ ଏବଂ କୁମାର ସମାନ ୨.୦୬ ମିଟର ଡେଇଁଥିଲେ।

ଅନ୍ୟ ଜଣେ ଆମେରିକୀୟ ରୋଡେରିକ୍ ଟାଉନ୍ସେଣ୍ଡ ୨.୧୫ ମିଟର ବିଶ୍ୱ ରେକର୍ଡ ଜମ୍ପ ସହିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ଏହା ହେଉଛି ଭାରତର ଦ୍ୱିତୀୟ ପଦକ। ଏହାପୂର୍ବରୁ ଭାବନା ପଟେଲ ରବିବାର ଦିନ ମହିଳା ସିଙ୍ଗଲ୍ସ ଟେବୁଲ ଟେନିସ ଶ୍ରେଣୀ ୪ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ।

ଟୋକିଓରେ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିଶାଦ କୁମାର ଜଣେ ଅସାଧାରଣ ଆଥଲେଟ୍, ମୁଁ ଏଥିରେ ବହୁତ ଖୁସି।

ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ନିଶାଦ କୁମାର ହିମାଚଳ ପ୍ରଦେଶର ଉନାରୁ ଆସିଛନ୍ତି। ପାରାଲିମ୍ପିକ୍ ଗେମ୍ସ ଆରମ୍ଭ ପୂର୍ବରୁ ସେ ବାଙ୍ଗାଲୋରର ଏକ କୋଚିଂ କ୍ୟାମ୍ପରେ ମାସ ମାସ ଧରି କଠିନ ପରିଶ୍ରମ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ତାଙ୍କ ଗାଁରେ ତାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରାଯାଉଥିଲା। ଏହି ପଦକ ସହିତ ଗାଁରେ ଖୁସିର ଲହରୀ ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୩୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୭୭, କଟକରୁ ୫୯, ଯାଜପୁରରୁ ୪୬, ମୟୂରଭଞ୍ଜରୁ ୩୩, ଜଗତସିଂହପୁରରୁ ୨୮,  ପୁରୀରୁ ୨୮, ସମ୍ବଲପୁରରୁ ୧୯, ବାଲେଶ୍ବରରୁ ୧୮, ଅନୁଗୁଳରୁ ୧୬, କେନ୍ଦ୍ରାପଡାରୁ ୧୬, ନୟାଗଡରୁ ୧୬, ସୁନ୍ଦରଗଡରୁ ୧୩, ଦେବଗଡରୁ ୧୨, କେନ୍ଦୁଝରରୁ ୧୨, ଭଦ୍ରକରୁ ୧୧, ଢେଙ୍କାନାଳରୁ ୧୦, କଳାହାଣ୍ଡିରୁ ୬, ବଲାଙ୍ଗୀରିରୁ ୫, ଗଜପତିରୁ ୪, ଗଞ୍ଜାମରୁ ୩, ଝାରସୁଗୁଡାରୁ ୩, କୋରାପୁଟରୁ ୩, ମାଲକାନଗିରିରୁ ୩, ରାୟଗଡାରୁ ୩, କନ୍ଧମାଳରୁ ୨, ବରଗଡରୁ ୧, ନୂଆପଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୧ ହଜାର ୬୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬ ହଜାର ୫୦୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୯୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୮୩୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅଜିତ ପାୱାରଙ୍କ ବିଜେପିର ‘ଜନ ଆଶିର୍ବାଦ୍ ଯାତ୍ରା’ କୁ ଟାର୍ଗେଟ: ମହାରାଷ୍ଟ୍ରରେ କରୋନା ବୃଦ୍ଧି ହେଲେ କିଏ ରହିବ ଦାୟୀ?

ମୁମ୍ବାଇ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିଜେପିର ‘ଜନ ଆଶିର୍ବାଦ୍ ଯାତ୍ରା’କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏହି ସମାବେଶ ଯୋଗୁଁ କରୋନା ମାମଲା ବୃଦ୍ଧି ପାଏ, ତେବେ ଏଥିପାଇଁ କିଏ ଦାୟୀ ରହିବ?

ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ଯେ, ଗୋଟିଏ ପଟେ କେନ୍ଦ୍ର ସରକାର ଆମକୁ ଉପଯୁକ୍ତ ପଦକ୍ଷେପ ନେବାକୁ କହୁଛନ୍ତି। ଅନ୍ୟପକ୍ଷରେ ସେମାନଙ୍କର ଚାରିଜଣ ନୂତନ ମନ୍ତ୍ରୀ (ମହାରାଷ୍ଟ୍ର) ରାଲି/ଯାତ୍ରା ବାହାର କରିବାକୁ କହୁଛନ୍ତି। ଏହି ସମାବେଶରେ ଏତେ ମାତ୍ରାରେ ଲୋକ ଏକାଠି ହେବା କରୋନା ସଂକ୍ରମଣର ବିସ୍ତାର ଉପରେ ପ୍ରଭାବ ପକାଇବ।

ସୂଚନାଯୋଗ୍ୟ ଯେ ଅଜିତ ପାୱାରଙ୍କ ପୂର୍ବରୁ ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ବିଜେପି ଜନ ଆଶିର୍ବାଦ୍ ଯାତ୍ରା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଥିଲେ ଯେ, ବିଜେପି ‘ଜନ ଆଶିର୍ବାଦ୍ ଯାତ୍ରା’ ତୃତୀୟ ତରଙ୍ଗକୁ ନିମନ୍ତ୍ରଣ କରିବା। ଜାଣିଶୁଣି ବିଜେପି ଏହା କରୁଛି ବୋଲି ଶ୍ରୀ ରାଉତ କହିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଚତୁର୍ଥ ଟେଷ୍ଟ ଜିତିବାକୁ ହେଲେ ଭାରତୀୟ ଦଳରେ ଏଭଳି ପରିବର୍ତ୍ତନ ଆବଶ୍ୟକ: ଜାଣନ୍ତୁ କେଉଁ ଖେଳାଳି ସାମିଲ ହେବା ଉଚିତ୍

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅତ୍ୟନ୍ତ ରୋମାଞ୍ଚକର ମୋଡ଼ ନେଇଛି। ସିରିଜର ପ୍ରଥମ ଟେଷ୍ଟ ଡ୍ର ହେବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ ଜିତିଥିଲା, କିନ୍ତୁ ଇଂଲଣ୍ଡ ତୃତୀୟ ଟେଷ୍ଟ ଜିତି ସିରିଜକୁ ୧-୧ରେ ବରାବର କରିଥିଲା। ବର୍ତ୍ତମାନ ଯେଉଁ ଦଳ ଚତୁର୍ଥ ଟେଷ୍ଟରେ ଜିତିବ, ସେହି ଦଳ ସିରିଜ୍ ହରାଇବା ଭୟରୁ ମୁକ୍ତ ହେବ।

ତୃତୀୟ ଟେଷ୍ଟରେ ଭାରତ ସାଧାରଣ ପ୍ରଦର୍ଶନ କରିଥିଲା। ଲର୍ଡସରେ ଜିତିଥିବା ଟିମ୍ ଇଣ୍ଡିଆ ଲିଡ୍ସରେ ପ୍ରଥମ ଇନିଂସରେ ମାତ୍ର ୭୮ ରନ୍ ସଂଗ୍ରହ କରିଥିଲା। ଏଥି ସହିତ ଚତୁର୍ଥ ଦିନରେ ମଧ୍ୟ ଭାରତ ୬୩ ରନ୍ ପାଇଁ ଆଠଟି ୱିକେଟ୍ ହରାଇଥିଲା। ଏହି କାରଣରୁ ଭାରତକୁ ଏକ ଇନିଂସ ଏବଂ ୭୬ରନ ବ୍ଯବଧାନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ଭାରତର ଏହି ପରାଜୟ ପରେ ସମସ୍ତେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ଆଣିବାକୁ ଦାବି କରୁଛନ୍ତି। ତେବେ ଯଦି ଚତୁର୍ଥ ଟେଷ୍ଟରେ ଅଧିନାୟକ କୋହଲିଙ୍କୁ ଏକ ବିଜୟ ପଞ୍ଜିକରଣ କରିବାକୁ ପଡିବ, ତା’ହେଲେ ତାଙ୍କୁ ଅନେକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ, କାରଣ ବର୍ତ୍ତମାନର ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା।

କ୍ୟାପଟେନ କୋହଲିଙ୍କୁ ତିନୋଟି ପରିବର୍ତ୍ତନ କରିବାକୁ ପଡିବ:

୧- ଯଦି ଅଧିନାୟକ ବିରାଟ କୋହଲି ଚତୁର୍ଥ ଟେଷ୍ଟରେ ଏକ ବିଜୟ ପଞ୍ଜିକରଣ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଖେଳୁଥିବା ଏକାଦଶରେ ତିନୋଟି ପରିବର୍ତ୍ତନ କରିବାକୁ ପଡିବ। ଇଂଲଣ୍ଡର ଅବସ୍ଥାକୁ ଦୃଷ୍ଟିରେ ରଖି ଇଶାନ୍ତ ଶର୍ମାଙ୍କୁ ଦଳ ଛାଡିବାକୁ ପଡ଼ିବ। ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ଏକ ସୁଯୋଗ ଦିଆଯାଇପାରେ। କାରଣ ଶାର୍ଦ୍ଦୁଲ ଏୟାରରେ ଏକ ପ୍ରାକୃତିକ ସ୍ୱିଙ୍ଗ୍ ପାଆନ୍ତି। ଏହା ବ୍ୟତୀତ ସେ ବ୍ୟାଟିଂ କରି ଦଳ ପାଇଁ ମଧ୍ୟ ଅବଦାନ ରଖିପାରିବେ।

୨- ଏହା ବ୍ୟତୀତ ଦଳକୁ ଷ୍ଟାର୍ ଅଫ୍ ସ୍ପିନର ଆର ଅଶ୍ୱିନ୍ ମଧ୍ୟ ଆବଶ୍ୟକ କରନ୍ତି। ଦ୍ରୁତ ବୋଲରଙ୍କ ଅନୁଗ୍ରହରେ ପିଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଅଶ୍ୱିନ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହା ସତ୍ତ୍ୱେ ତାଙ୍କୁ ପ୍ରଥମ ତିନୋଟି ଟେଷ୍ଟରେ ଦଳରେ ସ୍ଥାନ ଦିଆଯାଇନଥିଲା। ଅଧିନାୟକ ଏବଂ ଦଳ ପରିଚାଳନାର ଏହି ନିଷ୍ପତ୍ତି ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଓଭାଲରେ ଥିବା ପିଚ୍ ବହୁତ ଶୁଖିଲା ରହିବ। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ସେଠାରେ ଅଶ୍ୱିନଙ୍କୁ ଆବଶ୍ୟକ କରିବ।

୩- ଏହା ସହିତ ଅଧିନାୟକ କୋହଲିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିସିସିଆଇ ଅନୁରୋଧ କରି ଶ୍ରୀଲଙ୍କାରୁ ଇଂଲଣ୍ଡକୁ ସୂର୍ଯ୍ୟକୁମାର ଯାଦବଙ୍କୁ କୋହଲି ଡାକିଛନ୍ତି। ଯେଉଁ ଫର୍ମରେ ସୂର୍ଯ୍ୟକୁମାର ଅଛନ୍ତି, ତାହା ବିଚାରକୁ ନେଇ ତାଙ୍କୁ ଚତୁର୍ଥ ଟେଷ୍ଟରେ ଦଳରେ ଅନ୍ତର୍ଭୁକ୍ତ ନକରିବା ଭୁଲ ନିଷ୍ପତ୍ତି ହେବ। ତଥାପି, ଯଦି ସୂର୍ଯ୍ୟକୁମାର ଦଳରେ ପ୍ରବେଶ କରନ୍ତି, ତେବେ ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ ଜଣଙ୍କୁ ଦଳରୁ ବାଦ ପଡିବାକୁ ହେବ। କାରଣ ତୃତୀୟ ଟେଷ୍ଟରେ ହାରିବା ପରେ ଅଧିନାୟକ କୋହଲି ସ୍ପଷ୍ଟ କରିଛନ୍ତି ଯେ, ସେ ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଖେଳିବା ସପକ୍ଷରେ ନାହାଁନ୍ତି। ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ୨୦ ଟି ୱିକେଟ୍ ନେବା।

ଏଭଳି ପରିସ୍ଥିତିରେ ସୁର୍ଯ୍ୟକୁମାରଙ୍କୁ ରାହାଣେଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ। ଏହା ବ୍ୟତୀତ ଋଷଭ ପନ୍ତଙ୍କୁ ବିଶ୍ରାମ ଦେଇ କେ.ଏଲ୍ ରାହୁଲଙ୍କ ଦ୍ଵାରା ୱିକେଟ୍ କିପିଂ କରାଯାଇପାରିବ ଏବଂ ପନ୍ତଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ଦଳରେ ସାମିଲ କରାଯାଇପାରିବ।