Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ପୋଲିସ ଜବତ କଲା ଗୋରୁ ବୋଝେଇ କଣ୍ଟେନର: ଉଦ୍ଧାର କଲା ୬୯ ଗାଈ, ଜଣେ ଗିରଫ

ସୀତାରମ ଅଗ୍ରୱାଲ

ଟାଙ୍ଗୀ: ବର୍ତ୍ତମାନ ବେଆଇନ ଗୋରୁ ଚାଲାଣକାରୀଙ୍କ ହବ ଖୋର୍ଦ୍ଧା ଜିଲ୍ଲା ପାଲଟିଥିବା ବେଳେ ଗୋମାଫିଆଙ୍କୁ ଧରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି। ଗତ ଏକ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ଦ୍ୱାରା ଶତାଧିକ ଗୋରୁ ଉଦ୍ଧାର ହୋଇଥିବାବେଳେ ଗତକାଲି ଏକାକୀ ଟାଙ୍ଗୀ ପୋଲିସ ପାଖାପାଖି ୬୯ ଗୋରୁଙ୍କୁ ଉଦ୍ଧାର କରିଛି। ଏବଂ ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।

ଟାଙ୍ଗୀ ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଏକ ବଡ଼ କଣ୍ଟେନରରେ ଏକାଧିକ ଗୋରୁଚାଲାଣ ହେଉଥିବାର ଖବର କୌଣସିସୂତ୍ରରୁ ଗତକାଲି ବାଲୁଗାଁ ଏସଡ଼ିପିଓ ପାଇଥିଲେ। ଏହି ପରିପ୍ରେକ୍ଷୀରେ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ, କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ପାଖାପାଖି ରାତି ୧୨ ଘଟିକାରେ ଉକ୍ତ ଟିମ ଓଡ଼ି-୦୨-କ୍ୟୁ-୭୫୮୬ ନମ୍ବର ବିଶିଷ୍ଟ ଏକ କଣ୍ଟେନରକୁ ଦୀକ୍ଷିତପଡ଼ା ଗ୍ରାମରୁ ଜବତ କରିଥିଲା। ଉକ୍ତ କଣ୍ଟେନରରୁ ୬୯ ଗୋରୁଙ୍କୁ ପୋଲିସ ଉଦ୍ଧାର କରିବା ସହ ଗାଡି ଚାଳକଙ୍କୁ ଗିରଫ କରିଛି। ୬୯ ଗୋରୁଙ୍କ ମଧ୍ୟରୁ ୧୬ ଟି ଗୋରୁ ମୃତ ହୋଇଥିବା ବେଳେ ଅବଶିଷ୍ଟ ଗୋରୁଙ୍କୁ କଟକ ଚୌଦ୍ଵାର ନନ୍ଦ ଗାଁ ଗୋଶାଳକୁ ପୋଲିସ ଜିମା ଦେଇଛି। ତେବେ ମୃତ ଗୋରୁଙ୍କ ପୋଲିସ ଅନ୍ତିମ ସଂସ୍କାର କରିଛି।

ଏସଂକ୍ରାନ୍ତରେ ଟାଙ୍ଗୀ ପୋଲିସ କେସ ନମ୍ବର ୧୯୪/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି ବୋଲି ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ଟାଙ୍ଗୀ ପୋଲିସ ଦ୍ୱାରା ଏତେ ପରିମାଣରେ ଗୋରୁ ଉଦ୍ଧାର ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ଘଟଣା।

ସୂଚନା ଥାଉକି ଟାଙ୍ଗୀ ଥାନାରେ ନୂତନ ଆଇଆଇସି ବିଜୟ କୁମାର ମଲ୍ଲିକ ଯୋଗଦେବା ପରଠାରୁ ଉକ୍ତ ଅଞ୍ଚଳରେ ଅପରାଧିକ ଗତିବିଧି ଉପରେ ଧୀରେ ଧୀରେ ଲଗାମ ଲାଗୁଥୁବାର ଦେଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟକୁ ନୂଆ ମଡେଲରେ ପରିଣତ ପାଇଁ କେଜ୍ରିୱାଲ ଦେଲେ ପ୍ରତିଶୃତି: ସମସ୍ତ ୧୮୨ ଟି ଆସନରେ ଲଢିବାକୁ କଲେ ଘୋଷଣା

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦ୍ମୀ ପାର୍ଟିକୁ ବିସ୍ତାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅହମ୍ମଦାବାଦ ଗସ୍ତ କରିଛନ୍ତି।  ଆଜି ଅରବିନ୍ଦ ଅହମଦାବାଦରେ ପାର୍ଟିର କାର୍ଯ୍ଯାଳୟର ଉଦଘାଟନ କରିଛନ୍ତି।

ଏହି ଅବସରରେ ଗୁଜୁରାଟକୁ ଏକ ନୂଆ ମଡେଲ ଦେବା ପାଇଁ ଅରବିନ୍ଦ ପ୍ରତିଶୃତି ଦେଇଛନ୍ତି। ସମସ୍ତ ୧୮୨ ଟି ବିଧାନସଭା ଆସନରେ ଲଢିବା ପାଇଁ ସେ ଘୋଷଣା କରିଛନ୍ତି। ଏହାପୂର୍ବରୁ ଗୁଜୁରାଟର କୋଣ ଅନୁକୋଣରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ରାଜ୍ୟ ସଂଯୋଜକ ଗୋପାଳ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୨୦୨୨ ମସିହାର ଶେଷ ଆଡକୁ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ। ୨୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ସେଠାରେ ଶାସନ କରିଆସୁଛି।

ଉକ୍ତ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସବୁବେଳେ ଦ୍ଵିପାକ୍ଷିକ ଟକ୍କର ହେଉଛି। ହେଲେ ବର୍ତ୍ତମାନ ଆପ ଦଳ ଗୁଜୁରାଟରେ ନିର୍ବାଚନ ଲଢେଇକୁ ଓହ୍ଲାଇବା ଏବଂ କ୍ଷମତାକୁ ଆସିବା ପାଇଁ ପରିଶ୍ରମ କରୁଛି। ଏହାପୂର୍ବରୁ ଫେବୃଆରୀ ମାସରେ ସୁରାଟରେ ଅରବିନ୍ଦ କେଜ୍ରିୱାଲ ରୋଡ ଶୋ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ଜମି କିଣିବାରେ ହୋଇଛି ବଡ ଭ୍ରଷ୍ଟାଚର: ଏଭଳି ଅଭିଯୋଗ ଆଣିଲେ ଆପ ଏବଂ ସମାଜବାଦୀ ପାର୍ଟିର ନେତା

ନୂଆଦିଲ୍ଲୀ: ରାମ ମନ୍ଦିର ପାଇଁ ଜମି କିଣିବାରେ ରାମ ଜନ୍ମଭୂମୀ ଟ୍ରଷ୍ଟ ଉପରେ ବଡ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବାକ, ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ କିଛି ସମୟ ପୂର୍ବରୁ ୨ କୋଟି ଟଙ୍କାରେ ବିକିଥିଲେ। କିନ୍ତୁ ସେହି ଜମିକୁ କିଛି ସମୟ ପରେ ୧୮.୫ କୋଟି ଟଙ୍କାରେ କିଣାଯାଇଥିଲା। ଆମ ଆଦ୍ମି ପାର୍ଟିର ସାଂସଦ ସଞ୍ଜୟ ସିଂହ ଏବଂ ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ପବନ ପାଣ୍ଡେ ରାମ ଜନ୍ମଭୂମୀ ଟ୍ରଷ୍ଟ ଉପରେ ଅଭିଯୋଗ ଆଣିଛନ୍ତି।

ତେବେ ଏହି ଅଭିଯୋଗ ପରେ ଚମ୍ପତ ରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ରାଜନୈତିକ ଭାବନାରେ ପ୍ରେରିତ ହୋଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ସେମାନେ ଏଭଳି ଅଭିଯୋଗ ଆଣିଛନ୍ତି। ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଏପର୍ଯ୍ୟନ୍ତ ଯେତେ ଜମି କିଣିଛି, ସେସବୁ ଜମି ଖୋଲା ବଜାର ଠାରୁ କମ ମୂଲ୍ୟରେ କିଣାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଋଣ ବୋଝ ବେଳେ ଅଧିକାରୀଙ୍କ ପାଇଁ କିଣାଗଲା ୩୨ ଟି ମହଙ୍ଗା କାର: ରାଜ୍ୟ ସରକାରଙ୍କୁ ଘେରିଲା ବିରୋଧୀ

ତେଲଙ୍ଗନା: ତେଲଙ୍ଗନା ସରକାର ପକ୍ଷରୁ କରୋନା ମହାମାରୀ ସମୟରେ ୩୨ ଜଣ ଅତିରିକ୍ତ ଡିଏମଙ୍କୁ ବୋନସ ହିସାବରେ ବ୍ୟବହାର ପାଇଁ ମହଙ୍ଗା କାର ଦିଆଯାଇଛି। ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ୩୨ ଟି କିଆ କାର କିଣିଛନ୍ତି। ପ୍ରତ୍ୟେକ କାରର ଅନୁମାନିକ ମୂଲ୍ୟ ୨୫ ରୁ ୩୦ ଲକ୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି।

କାର କିଣାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି। ଏହି ମହାମାରୀ ସମୟରେ ଯେତେବେଳେ ରାଜ୍ୟ ଉପରେ ୪୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି, ସେତେବେଳେ ଏହି ମହଙ୍ଗା କାର କିଣିବାର କଣ ଆବଶ୍ୟକ ଥିଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୦ ହଜାର ୪୨୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୭୦ ହଜାର ୪୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୯୨୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୪ ହଜାର ୩୦୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୧ ଲକ୍ଷ ୬୨ ହଜାର ୯୪୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯ ଲକ୍ଷ ୭୩ ହଜାର ୧୫୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୪ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୩୪୬ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୪୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର, ବରଗଡ, ପୁରୀ, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ନୟାଗଡ ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୂଡା, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୨୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୯୬ ହଜାର ୭୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୯ ହଜାର ୩୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୪୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୪ ହଜାର ୩୩୯ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୩୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୪୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୬୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୨୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୯୬ ହଜାର ୭୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୯ ହଜାର ୩୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୦୨ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୪ ହଜାର ୩୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୦୦ ଜଣ, କଟକ ଜିଲ୍ଲାରୁ ୪୮୦, ଅନୁଗୁଳ ଜିଲ୍ଲାରୁ ୨୨୬ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୯୬ ଜଣ, ବରଗଡ ଜିଲ୍ଲାରୁ ୬୮ ଜଣ, ଭଦ୍ରକ ଜିଲ୍ଲାରୁ ୨୦୯, ବଲାଙ୍ଗୀରି ଜିଲ୍ଲାରୁ ୫୩, ବୌଦ୍ଧ ଜିଲ୍ଲାରୁ ୫୪, ଦେବଗଡ ଜିଲ୍ଲାରୁ ୨୬, ଢେଙ୍କାନାଳ ଜିଲ୍ଲାରୁ ୧୪୪ଜଣ, ଗଜପତି ଜିଲ୍ଲାରୁ ୩୬ ଜଣ, ଗଞ୍ଜାମ ଜିଲ୍ଲାରୁ ୨୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୩ ଜଣ, ଯାଜପୁର ଜିଲ୍ଲାରୁ ୨୦୭ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୩ ଜଣ, କଳାହାଣ୍ଡିରୁ ୬୨ ଜଣ, କନ୍ଧମାଳ ଜିଲ୍ଲାରୁ ୬୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୮୧ ଜଣ, କେନ୍ଦୁଝର ଜିଲ୍ଲାରୁ ୯୨ ଜଣ, କୋରାପୁଟ ଜିଲ୍ଲାରୁ ୬୫ ଜଣ, ମାଲକାନାଗିରି ଜିଲ୍ଲାରୁ ୫୦ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୫୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୮ ଜଣ, ନୟାଗଡ ଜିଲ୍ଲାରୁ ୧୪୯ ଜଣ, ନୂଆପଡା ଜିଲ୍ଲାରୁ ୧୪ ଜଣ, ପୁରୀ ଜିଲ୍ଲାରୁ ୨୫୫ ଜଣ, ରାୟଗଡା ଜିଲ୍ଲାରୁ ୬୪ ଜଣ, ସମ୍ବଲପୁର ଜିଲ୍ଲାରୁ ୫୪ ଜଣ, ସୋନପୁର ଜିଲ୍ଲାରୁ ୮୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୭୮ ଜଣ ଏବଂ ଷ୍ଟେଟ ପୁଲରୁ ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିଦେଶରେ ଆରମ୍ଭ ହେଲା ସାତ ଦିନିଆ ଭାରତୀୟ ଆମ୍ବ ଉତ୍ସବ, ଖାଇବା ପାଇଁ ବିଦେଶୀଙ୍କ ଭିଡ

ନୂଆଦିଲ୍ଲୀ, ବିଦେଶରେ ଭାରତୀୟ ଆମ୍ବ ପ୍ରତି ରହିଛି ବେଶ୍ ଆଗ୍ରହ। ସେଥିପାଇଁ ପ୍ରତିବର୍ଷ ଏହି ସମୟରେ ବିଦେଶର ବିଭିନ୍ନ ସ୍ଥାନରେ ଆମ୍ବ ପ୍ରଦର୍ଶନୀ କରାଯାଇଥାଏ। ସେହିପରି ବହରିନରେ ଆଜିଠାରୁ ଆରମ୍ଭ ହୋଇଛି ଆମ୍ବ ଉତ୍ସବ।
ଏଥିରେ ଭାରତରୁ ଯାଇଥିବା ପ୍ରାୟ 87 ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀକୁ ଅଲଜଜିରା ବହରିନ ଏବଂ ଭାରତ ସରକାରଙ୍କ ଅପେଡା ଦ୍ବାରା ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀ ସାତ ଦିନ ଧରି ଚାଲିବ।
Categories
ବିଶେଷ ଖବର ରାଜ୍ୟ ଖବର

ବନସ୍ତେ ଡାକିଲା ଗଜ, ଆସିଲା ପହିଲି ରଜ, ଘରେ ରହି ହୁଅ ସଜବାଜ ଲୋ ବଉଳ, ଘରେ ହୁଅ ସଜବାଜ

ଭୁବନେଶ୍ବର, ଏ ବର୍ଷ ରଜ ମୁହଁ ଶୁଖେଇ ଦେଇଛି। କାରଣ ହେଉଛି କରୋନା ସଂକ୍ରାମଣ ଭୟରେ ସାରା ଓଡିଶା ଲକଡାଉନ। ଲକ ଡାଉନ ଖୋଲିବ 17 ତାରିଖରେ। ହେଲେ ରଜ ଆଜି ଆରମ୍ଭ ହୋଇ 16 ତାରିଖରେ ଶେଷ ହେଉଛି । ଫଳରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରଜ ସଜ ମଉଜ ସବୁ ଫିକା ପଡିଯାଇଛି।

ତେବେ ଲକ ଡାଉନ ମଧ୍ୟରେ ମଧ୍ୟ ଆପଣ ଏହି ଗଣପର୍ବକୁ ପାଳନ କରିପାରିବେ। କାରଣ ହେଲା ଏହି ପର୍ବର ଅନେକ ନିତି ରହଛି ଯାହା ଘରେ ରହି ପାଳନ କରି ହେବ। ମୁଖ୍ୟତଃ ରଜ ଖୋଲା ପଡିଆରେ, ଆମ୍ବ ତୋଟାରେ କିମ୍ବା ବଗିଚାରେ ପାଳନର ମଜା ନିଆରା। କିନ୍ତୁ ପ୍ରଥମେ ନିଜର ସ୍ବାସ୍ଥ୍ୟ କଥା ଦେଖିବା ଦରକାର। ପରେ ବିଭିନ୍ନ ଉତ୍ସବ ମହୋତ୍ସବ ପାଳନ କଥା ଚିନ୍ତା କରାଯିବ। ଆସନ୍ତୁ ଜାଣିବା ଏହି ଲକଡାଉନରେ କେମିତି ଘରେ ରହି ପାଳନ କରିବେ ରଜ।

ପୋଡପିଠା

ରଜର ସବୁଠାରୁ ସ୍ବାଦିଷ୍ଟ କଥାଟି ହେଲା ପୋଡପିଠା। ଓଡିଆ ଘରେ କେବଳ ରଜଦିନ ଏହି ପୋଡପିଠା ତିଆରି କରାଯାଏ। ବର୍ଷସାରା ଏହି ସ୍ବାଦିଷ୍ଠ ପିଠାର ମହକ ମିଳେ ନାହିଁ। ତେଣୁ ଲକଡାଉନରେ ମଧ୍ୟ ଆପଣ ଏହିପିଠା କରି ଏହାର ସ୍ବାଦ ନେଇପାରିବେ। ଲକଡାଉନ ହୋଇଥିଲେ ମଧ୍ୟ ସବୁସ୍ଥାନରେ ଦିନ 11 ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲା ରହୁଛି। ସେଥିପାଇଁ ଆପଣ ପୋଡପିଠା ପାଇଁ ଆବଶ୍ୟକ ଜିନିଷ କିଣି ରଖନ୍ତୁ। ରଜ ପୂର୍ବଦିନ ଏହା ପ୍ରସ୍ତୁତ କରନ୍ତୁଷ ରଜଦିନ ସକାଳୁସକାଳୁ ସ୍ନାନ ସାରି ଠାକୁରଙ୍କୁ ମୁଣ୍ଡାଇ ମାରି ପୋଡପିଠାର ମଜ୍ଜା ନିଅନ୍ତୁ।

ରଜପାନ

ରଜପାନ ହେଉଛି ରଜର ଏକ ଏକ ମଜାଦାର ଉପହାର। ଏହିଦିନ ଏହି ସ୍ବତନ୍ତ୍ର ପାନର ଚାହିଦା ରହିଥାଏ। ଏଥିପାଇଁ ପାନଦୋକାନୀମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଭଳିକି ଭଳି ସମଲା ପକାଇ ଏହି ପାନ ପ୍ରସ୍ତୁତ କରିଥାନ୍ତି। ହେଲେ ଏଥର ଲକଡାଉନ ଯୋଗୁଁ ପାନଦୋକାନ ବନ୍ଦ ରହିବ। ତେବେ ତା ପୂର୍ବରୁ ଆପଣ ପାନ ଓ ମସଲା ଆଣି ରଜର ଏହି ନିଆର ସ୍ବାଦକୁ ଅନୁଭବ କରିପାରିବେ।

ରଜଦୋଳି, ପୁଚିଖେଳ

ସାଧାରଣତଃ ଦୋଳି, ପୁଚିଖେଳ ରଜ ସମୟରେ ଏକ ବଡ ଖେଳ ଭାବେ ପରିଚିତ। ସେଥିପାଇଁ ଘରର ଝିଅମାନେ ଏହିଦିନ ବାହାରକୁ ଆସି ରଜ ଦୋଳି ଖେଳିଥାନ୍ତି। ହେଲେ ଲକଡାଉନ ଯୋଗୁଁ ବାହାରେ ରଜଦୋଳି ନ ଖେଳିଲେ ମଧ୍ୟ ଘରେ ଯଦି ସୁବିଧା ଅଛି ତେବେ ଏହା ଖେଳା ଯାଇପାରେ। ତେବେ ସାବଧାନ ଯଦି ସେପରି ସୁବିଧା ନାହିଁ ତେବେ ଏହି ଖେଳରୁ ଦୂରେଇ ଯାଇ ପୁଚି ଖେଳର ମଜା ନେଇ ହେବ। କାରଣ ପୁଚି ଖେଳ ହେଉଛି ଏହି ରଜର ଅନ୍ୟତମ ବିଶେଷତ୍ବ। ବିଶ୍ବାସ ରହିଛି ଝିଅମାନେ ଏହିଦିନ ପୁଛି ଖେଳିଲେ ସେମାନେ ଭବିଷ୍ୟତରେ ଗର୍ଭଧାରଣ ପାଇଁ କଷ୍ଟ ଅନୁଭବ କରିବେ ନାହିଁ। ପୁଚି ରଜର ଏକ ଉପାଦାନ ହୋଇଥିଲେ ମଧ୍ୟ ଏହା ଶାରୀରିକ ବ୍ୟାୟମ ବୋଲି କୁହାଯାଏ।

ସେହିପରି ରଜ ତିନିଦିନରେ ତାସ, ଲୁଡୁ, ପଶା ଖେଳ ମଧ୍ୟ ଅନ୍ୟତମ ଆକର୍ଷଣ। ତେବେ ଏହି ଖେଳ ସଂପୂର୍ଣ୍ଣ ଭାବେ ଘରୋଇ ଖେଳ ହୋଇଥିବାରୁ ଘରେ ପରିବାର ସହିତ ଖେଳିବାରେ କିଛି ଅସୁବିଧା ନାହିଁ।

Categories
ଆଜିର ଖବର

ଆପଣ ବାସସ୍ଥାନ କିଣୁଛନ୍ତି କି ? ତେବେ ଚାଣକ୍ୟ କହିଥିବା ଏହି ଚାରୋଟି କଥାକୁ ଦିଅନ୍ତୁ ଧ୍ୟାନ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି।

ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ ଅଛନ୍ତି ସେହି ସ୍ଥାନରୁ ମଧ୍ୟ ଦୂରରେ ରୁହନ୍ତୁ। କାରଣ ସେସବୁ ପରିବେଶରେ ଆପଣ କିମ୍ବା ଆପଣଙ୍କ ପିଲାମାନେ କେବେ ବି ଭଲ ଶିକ୍ଷା ହାସଲ କରିପାରିବେ ନାହିଁ। ବଂର କୁଶିକ୍ଷା ମିଳିବାର ସମ୍ଭାବନା ବେଶୀ ଥାଏ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହିତ ସଂପ୍ରସାରଣ, ଚର୍ଚ୍ଚାରେ ଓଡିଶାର 2AB

ନୂଆଦିଲ୍ଲୀ, ଖୁବ ଶିଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ସହିତ ସଂପ୍ରସାରଣ କରିବେ। ଆସନ୍ତା ବର୍ଷ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହି ଅଦଳବଦଳ ସହ ସଂପ୍ରସାରଣ ହେବ ବୋଲି ଜଣାପଡିଛି। ସେଥିପାଇଁ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂପ୍ରସାରଣରେ ଉତ୍ତର ପ୍ରଦେଶକୁ ବେଶୀ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି।

ତେବେ ଏହି ସଂପ୍ରସାରଣର ଆଶା ଓ ଆଶଙ୍କା ଭିତରେ ଓଡିଶାର ଭାଗ୍ୟ କଣ ହେବ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ନୂଆଦିଲ୍ଲୀର ରାଜନୈତିକ ହାୱା ଅନୁସାରେ ଓଡିଶାର ତିନିଜଣଙ୍କ ନାମ କୁଆଡେ କେନ୍ଦ୍ର ଦରବାରରେ ବେଶ୍ ଚର୍ଚ୍ଚା ଚାଲିଛି। ସେମାନେ ହେଲେ 2AB।  ଅପରାଜିତା ଷଡଙ୍ଗୀ, ଅଶ୍ବନୀ ବୈଷ୍ଣବ ଏବଂ ବୈଜୟନ୍ତ ପଣ୍ଡା।

ବୈଜୟନ୍ତ ପଣ୍ଡା ବର୍ତ୍ତମାନ କୌଣସି ଗୃହର ସଦସ୍ୟ ନାହାଁନ୍ତି। ହେଲେ ତାଙ୍କର ଆସାମ ସଫଳତା ଏହି ମନ୍ତ୍ରୀ ପଦ ଆଣିବ ବୋଲି ଚର୍ଚ୍ଚା ଚାଲିଛି। ତାଙ୍କୁ ଏବେ ମନ୍ତ୍ରୀ କରି, ପରେ କୌଣସି ରାଜ୍ୟରୁ ରାଜ୍ୟସଭା ସଦସ୍ୟ ଭାବେ ମନୋନିତ କରାଯିବ ବୋଲି ବିଚାର ଚାଲିଛି। ଆସାମ ନିର୍ବାଚନର ସଫଳତା ପରେ ବୈଜୟନ୍ତଙ୍କ କ୍ଷମତା ଦିଲ୍ଲୀ ଦରବାରରେ ବେଶ୍ ବୃଦ୍ଧି ପାଇଛି। ଏଥିସହିତ ଅନ୍ୟ ମନ୍ତ୍ରୀମାନଙ୍କ ସହିତ ବୈଜୟନ୍ତଙ୍କ ଘନିଷ୍ଠତା ମଧ୍ୟ ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିବ। ସେଥିପାଇଁ ତାଙ୍କ ନାମ ଦିଲ୍ଲୀ ଦରବାରରେ ବେଶ୍ ଆଲୋଚନା ଚାଲିଛି।

ସେହିପରି ଆଉ ଦୁଇ ସାଂସଦ ଅଶ୍ବନୀ ବୈଷ୍ଣବ ଏବଂ ଅପରାଜିତା ଷଡଙ୍ଗୀଙ୍କ ନାମ ମଧ୍ୟ ରହିଛି। ଯଦି ଓଡିଶା ସାଂସଦଙ୍କ ମଧ୍ୟରେ ଦିଲ୍ଲୀ ଦରବାରରେ କାହାର ସବୁଠୁ ବେଶୀ ଦବଦବା ଥାଏ ତେବେ ସେ ହେଉଛନ୍ତି ସାଂସଦ ଅଶ୍ବନୀ ବୈଷ୍ଣବ। ରାଜ୍ୟସଭା ସଦସ୍ୟ ଭାବେ ସେ ବିଜେପିର ପ୍ରାର୍ଥ ହୋଇ ବିଜେଡିର ସମର୍ଥନ ହାସଲ କରିଥିଲେ। ସେଥିପାଇଁ ଓଡିଶାର ଯଦି କାହାକୁ ନୂଆ ମନ୍ତ୍ରୀ କରାଯାଏ ତେବେ ସେ ଅଶ୍ବନୀ ବୈଷ୍ଣବ ହେବେ ବୋଲି ଆଶା କରାଯାଉଛି।

ସେହିପରି ଓଡିଶା ରାଜନୀତି ସମ୍ଭାଳିବା ପାଇଁ ଅପରାଜିତାଙ୍କୁ ମଧ୍ୟ ମନ୍ତ୍ରୀ କରାଯିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେଥିପାଇଁ ନୂଆଦିଲ୍ଲୀରେ ଥିବା ତାଙ୍କର ରାଜନୈତିକ ଗୁରୁମାନେ ଲବି କରୁଛନ୍ତି ବୋଲି ଜଣାପଡିଛି। ଅପରାଜିତ ସିଧା ଦିଲ୍ଲୀ ଲବିରେ ଓଡିଶା ରାଜନୀତିରେ ପ୍ରବେଶ କରିଛନ୍ତି। ଓଡିଶାରେ ସେ ଯାହା କରୁଛନ୍ତି ସେଥିରେ ଦିଲ୍ଲୀର ଗୋଟିଏ ଶକ୍ତି କେନ୍ଦ୍ରର ଆର୍ଶିବାଦ ରହିଛି।

ଫଳରେ ଏକଲା ଚଲୋ ନ୍ୟାୟରେ ଅପରାଜିତା ନିଜେ ସଂଗଠନ କରି ଲୋକପ୍ରିୟତା ବଢାଇବାରେ ଲାଗିଛନ୍ତି। ସେଥିପାଇଁ ଓଡିଶା ସଂଗଠନକୁ ମଜବୁତ କରିବା ପାଇଁ ଅପରାଜିତାଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି। ତେବେ କେନ୍ଦ୍ରମନ୍ତ୍ରୀ ଅଦଳବଦଳ ଭିତରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବଳି ପଡିଯାଇ ପାରନ୍ତି ବୋଲି ଦିଲ୍ଲୀରେ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 14 ତାରିଖ ସୋମବାର ଦିନ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ ।

ବୃଷ: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ ଦେବ। ଘରେ ଶାନ୍ତି ଏବଂ ସୁଖ ରହିବ । ଉପକୃତ ହେବ ।

ମିଥୁନ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ । ଭାଇମାନଙ୍କଠାରୁ ସମର୍ଥନ ପାଇବ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ । ଚାକିରିରେ ତୁମେ ପ୍ରଶଂସା ପାଇବ । ତତ୍ପରତା ନାହିଁ । ଆଦୌ ବିପଦ ଏବଂ ସୁରକ୍ଷା କାର୍ଯ୍ୟ ଗ୍ରହଣ କରନ୍ତୁ ନାହିଁ ।

କର୍କଟ :- ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବସଙ୍କ ସମର୍ଥିତ ହେବେ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ଖରାପ ଖବର ଗ୍ରହଣ କରାଯାଇପାରେ । କଠିନ ପରିଶ୍ରମ ଅଧିକ ହେବ । ଲାଭ ସୁଯୋଗକୁ ସ୍ଥଗିତ ରହିବ ।

ସିଂହ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ମୂଲ୍ୟ ବୃଦ୍ଧି ହେବ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । ବ୍ୟବସାୟ ଲାଭଦାୟକ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ତତ୍ପରତା ନାହିଁ ।

କନ୍ୟା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ମିଳିବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ସମୟ ସୁସଙ୍ଗତତାର ସୁଯୋଗ ନିଅନ୍ତୁ। ପାରିବାରିକ ଚିନ୍ତା ହ୍ରାସ ପାଇବ ।

ତୂଳା: – ଯୋଜନା ଫଳପ୍ରଦ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ । ସେୟାର ବଜାରରେ ଶୀଘ୍ର ଏଡ଼ାନ୍ତୁ । ବିବେକ ଅନୁଯାୟୀ ବ୍ୟବହାର କରନ୍ତୁ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ବରିଷ୍ଠ ବ୍ୟକ୍ତିମାନେ ମାର୍ଗଦର୍ଶନ ପାଇବେ ।

ବିଛା: – ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ବିନିଯୋଗ ଶୁଭ ହେବ । ସେଠାରେ ଖୁସିର ପରିବେଶ ରହିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।

ଧନୁ: – ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଲାଭବାନ ହେବ । ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ଆୟ ରହିବ । ଥକ୍କା ଏବଂ ଦୁର୍ବଳତା ହୋଇପାରେ । ଅଜ୍ଞାତ ଭୟ ରହିବ । ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ ।

ମକର : – କାର୍ଯ୍ୟରେ ମନ ରହିବ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛାଶକ୍ତି ବୃଦ୍ଧି ପାଇବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କୌଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ବକ୍ତବ୍ୟର ନିୟନ୍ତ୍ରଣ ନିଅନ୍ତୁ ।

କୁମ୍ଭ: – ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ । ପାରିବାରିକ ସହଯୋଗରେ ଖୁସି ହେବେ । ତତ୍ପରତା ନାହିଁ ।

ମୀନ: – ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ। କାର୍ଯ୍ୟ ସନ୍ତୁଷ୍ଟ ହେବେ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଉପହାସରୁ ଦୂରେଇ ରୁହନ୍ତୁ ।

Categories
ଆଜିର ଖବର ଧର୍ମ

ସୋମବାର ଦିନ ଏହି ଦୁଇରାଶି ବ୍ୟକ୍ତିଙ୍କ ବ୍ୟବସାୟରେ ଦେଖାଦେବ ପ୍ରବଳ ଲାଭ

ତୂଳା: – ଯୋଜନା ଫଳପ୍ରଦ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ ।

ମୀନ: – ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ। କାର୍ଯ୍ୟ ସନ୍ତୁଷ୍ଟ ହେବେ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ ।

Categories
ଆଜିର ଖବର ଧର୍ମ

ଦୟାକରି ଏହି ରାଶିର ବ୍ୟକ୍ତିମାନେ ସୋମବାର ଦିନ ଶତ୍ରୁମାନଙ୍କଠାରୁ ସତର୍କ ରୁହନ୍ତୁ

ମକର : – କାର୍ଯ୍ୟରେ ମନ ରହିବ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛାଶକ୍ତି ବୃଦ୍ଧି ପାଇବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ ।

କୁମ୍ଭ: – ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅ । ଅଧସ୍ତନମାନଙ୍କ ସହଯୋଗ ମିଳିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କ ସୋମବାରରେ ଲାଭର ଆସିବ ସୁଯୋଗ

ସିଂହ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ମୂଲ୍ୟ ବୃଦ୍ଧି ହେବ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ ।

କନ୍ୟା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ମିଳିବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ ।

Categories
ଆଜିର ଖବର ଧର୍ମ

ସୋମବାର ଦିନ ଏହି ରାଶିର ବ୍ୟକ୍ତିମାନେ ଟଙ୍କା ଅଭାବରୁ ନିରାଶ ହେବେ

ମିଥୁନ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ । ଭାଇମାନଙ୍କଠାରୁ ସମର୍ଥନ ପାଇବ ।

କର୍କଟ :- ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବସଙ୍କ ସମର୍ଥିତ ହେବେ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ ।

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିମାନେ ଯାନବାହନ ପ୍ରତି ରୁହନ୍ତୁ ସତର୍କ

ବିଛା: – ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ ।

ଧନୁ: – ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ ।

Categories
ଆଜିର ଖବର

ସୋମବାରରେ ଏହି ଦୁଇରାଶିର ବ୍ୟକ୍ତିଙ୍କର ବିନିଯୋଗ ଶୁଭଦାୟକ ହେବ

ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ ।

ବୃଷ: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ଖରିଫରେ ଚାଷୀଙ୍କୁ ନୂଆ କିସମ ଧାନ ବୁଣିବା ପାଇଁ ନିଆଯିବ ପଦକ୍ଷେପ, ହଟିବ ପୁରୁଣା

ଭୁବନେଶ୍ୱର, ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ଚାହିଦା ମୁତାବକ ଉନ୍ନତ ମାନର ବିହନ ସଠିକ ସମୟରେ ଓ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ୱାରା ବିହନ ଯୋଗାଣ ସଂପର୍କରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ ବିହନ ନିଗମ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଧାନ ବିହନ ଚାଷୀମାନଙ୍କ ନିକଟରେ ଯେପରି ନିରନ୍ତର ଯୋଗାଣ ହୋଇପାରିବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତିକୁଳ ପାଣିପାଗ ଯୋଗୁ ବିହନ ଯୋଗାଣରେ ଯେପରି ବାଧା ନ ଉପୁଜେ ସେଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ଆଗାମୀ ଏକ ମାସ ଖରିଫ ଚାଷ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ଚାଷୀମାନଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ବିହନ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଚାଷୀମାନେ ଯେପରି ଉନ୍ନତ ମାନର ବିହନ ନିର୍ଦ୍ଧାରିତ ମୂଲ୍ୟରେ ପାଇପାରିବେ ସେଥି ନିମନ୍ତେ କ୍ଷେତ୍ର ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବିହନ ଯୋଗାଣ ଦିଗରେ ଅସାଧୁ ବ୍ୟବସାୟୀଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ କହିଥିଲେ ।

ବିହନ ଯୋଗାଣ କ୍ଷେତ୍ରରେ କୌଣସି ଅଭିଯୋଗ ଆସିଲେ ତୁରନ୍ତ ତାହାର ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଚାଷୀମାନଙ୍କୁ ନୂତନ କିସମର ଧାନ ବିହନ ପ୍ରୟୋଗ ନିମନ୍ତେ ଉତ୍ସାହିତ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ ।

୧୦ ବର୍ଷରୁ ଅଧିକ ପୁରୁଣା ପୂଜା ଏବଂ ସ୍ୱର୍ଣ୍ଣ ପ୍ରଜାତିର ଧାନରେ ରୋଗପୋକ ଆକ୍ରମଣର ଅଧିକ ସମ୍ଭାବନା ଥିବାରୁ ଏହାର ବ୍ୟବହାରକୁ କମ୍‌ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଉନ୍ନତ ମାନର ଓ ଅଧିକ ଉତ୍ପାଦନକ୍ଷମ ନୂତନ କିସମର ବିହନ ବ୍ୟବହାର ନିମନ୍ତେ ଚାଷୀମାନଙ୍କୁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଚଳିତ ଖରିଫରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ବିହନ ଯୋଗାଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ଓ ଏ ଦିଗରେ ସମବାୟ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରଖାଯାଇଛି । ଏଥି ସହିତ ଚାଷୀମାନଙ୍କୁ ବାସନାଯୁକ୍ତ ଚାଉଳ ଉତ୍ପାଦନ ନିମନ୍ତେ ଧାନ ବିହନ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି ବୋଲି କହିଥିଲେ । ଚଳିତ ଖରିଫରେ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ୫ ଲକ୍ଷ କ୍ୱିଣ୍ଟାଲ ଧାନ ବିହନ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ କହିଥିଲେ ।

ବୈଠକରେ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୃଷି ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୨୨୦ ଲିଟର ଦେଶିମଦ ସହ ତିନି ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଶନିବାର ରାତି ତମାମ ବାଣପୁର ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ତିନି ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ସମୁଦାୟ ୨୨୦ ଲିଟର ଦେଶୀ ମଦ ପୋଲିସ ଜବତ କରିଛି। ତେବେ ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଗ୍ରାମର ହୋଇଥିବାବେଳେ ଅନ୍ୟ ଜଣକ ନାଚୁଣୀ ଫାଣ୍ଡି ଅଞ୍ଚଳର।

ଅଭିଯୁକ୍ତମାନେ ସଟ ଡ଼ାଉନରେ ଅବାଧ ଭାବେ ଚୋରା ଦେଶୀ ମଦ କାରବାରରେ ଲିପ୍ତ ଥିଲେ। ସେମାନଙ୍କ ବିରୋଧରେ ବାଣପୁର ପୋଲିସ କେସ ନମ୍ବର ୨୦୬, ୨୦୭ ଏବଂ ୨୦୮ ରେ ତିନି ଗୋଟି ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରିଥିବାର ବାଣପୁର ଥାନା ସବ ଇନ୍ସପେକ୍ଟର ରାଜକିଶୋର ବେହେରା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକା କରୋନା ଅପଡେଟ: ବଢୁଛି ଗ୍ରୀନ ଜୋନ, କମୁଛି ରେଡ ଜୋନ, ଆସନ୍ତାକାଲି ବାଲୁଗାଁରେ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨ ଜଣ, ଚିଲିକା ବ୍ଲକରେ ୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୪ ଜଣ, ଚିଲିକା ବ୍ଲକରୁ ୪ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୭୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୨ ଜଣ, ଚିଲିକା ବ୍ଲକରେ ୬୪ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି କେବଳ ବାଲୁଗାଁରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ୭୦,ନଈରୀ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ୮୦ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୬୦ ଜଣ ୪୫ବର୍ଷରୁ ଉର୍ଦ୍ଧ ନାଗରିକଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।