Author: Samikhsya Bureau

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ୫୦ ଦିନରୁ ଉର୍ଦ୍ଧ୍ଵ ଦିନ ଧରି କୃଷି ଆନ୍ଦୋଳନ ଜାରି ରହିଛି। ୪୦ ରୁ ଉର୍ଦ୍ଧ୍ଵ କୃଷକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି। ହେଲେ ଆନ୍ଦୋଳନରତ କୃଷି ସଂଗଠନ ମଧ୍ୟରେ ଠିକ ଚାଲିନଥିବା ନେଇ ପ୍ରଶ୍ନ ଉଠିଛି। ପ୍ରକାଶ ଥାଉ କି, ଏଭଳି ପ୍ରଶ୍ନ ସେତେବେଳେ ଉଠିଲା ଯେତେବେଳେ ଭାରତୀୟ କିଷାନ ୟୁନିୟନ ନେତା ଗୁରନାମ ସିଂହ ଚଢୁନୀଙ୍କୁ କୃଷି ସଙ୍ଗଠନରୁ ବାହାର କରି ଦିଆଗଲା। ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ କମିଟି ତିଆରି କରାଗଲା। କୃଷକ ନେତା ଶିବ କୁମାର କକ୍କାଙ୍କ କହିବା ଅନୁଯାୟୀ, ଗୁରନାମ ସିଂହ ବିରୋଧୀ ରାଜନୈତିକ ଦଳ ସାଥିରେ ମିଶୁଥିଲେ ଏବଂ ସେମାନକ ବୈଠକରେ ମଧ୍ୟ ସାମିଲ ହେଉଥିଲେ। ସେପଟେ ଗୁରନାମ ସିଂହ ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଶିବ କୁମାର ଜଣେ ଆରଏସଏସର ଏଜେଣ୍ଟ ଏବଂ ସେ ସେହି ସଂଗଠନ ପାଇଁ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଗଜପତି ଏବଂ ଖୋର୍ଦ୍ଧାରୁ ୨୩ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରିରୁ ୧୯, ଅନୁଗୁଳରୁ ୧୬, ଝାରସୁଗୁଡାରୁ ୧୬, ସମ୍ବଲପୁରରୁ ୧୬, ବରଗଡରୁ ୧୫, କେନ୍ଦୁଝରରୁ ୧୩, ମୟୂରଭଞ୍ଜରୁ ୧୨, ଯାଜପୁରରୁ ୧୦, କଟକରୁ ୯, ପୁରୀରୁ ୯, କଳାହାଣ୍ଡିରୁ ୮, ମାଲକାନାଗିରିରୁ ୮, ସୁନ୍ଦରଗଡରୁ ୮, କୋରାପୁଟରୁ ୬, ରାୟଗଡ଼ାରୁ ୬, ଦେବଗଡ଼ରୁ ୫, କେନ୍ଦ୍ରାପଡ଼ାରୁ ୫, ନୂଆପଡ଼ାରୁ ୪, ବୌଦ୍ଧରୁ ୩, ଢେଙ୍କାନାଳରୁ ୩, ସୋନପୁରରୁ ୩, ବାଲେଶ୍ବରରୁ ୨, ଭଦ୍ରକରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩…

Read More

ମୋହନା: ରାୟଗଡା ସୀମାନ୍ତରେ ଏକ ଟୁରିଷ୍ଟ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଭୁବନେଶ୍ୱରର ସୁନୀଲ ସାହୁ(୨୮)। ଏକ ଟୁରିଷ୍ଟ ଗାଡ଼ି ନଂ-(ଓଡ଼ି ୧୩ ଏମ ୦୦୨୫)ରେ ପ୍ରାୟ ୨୦ ଜଣ ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ କୋରାପୁଟ ବୁଲିବାକୁ ଯାଇଥିଲେ। ସୋମବାର ଭୋର ୬ଟା ସମୟରେ ଫେରିବା ବେଳେ କେନ୍ଦୁଗୁଡା ଘାଟି ଡୁମୂଳାପଦର ଛକ ବୁଲାଣି ନିକଟରେ ଘନ କୁହୁଡ଼ି ଯୋଗୁଁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକଲ ପଠାଯାଇଥିବା ଜଣାପଡିଛି। ଗୁରୁତର ମାନଙ୍କ ମୁଣ୍ଡ, ମୁହଁ, ଛାତିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟ ୧୦ ଜଣ ଆହତଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା…

Read More

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ବେଳେ ବନ ବିଭାଗ ଦ୍ୱାରା ଜବତ ହୋଇଛି। ଏହି ଚୋରାଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ କରାଯାଇ ଏଥିରୁ ଦେଢ କୁଇଣ୍ଟାଲ୍ ଓଜନର ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଜବତ କରାଯାଇଛି। ରକ୍ତଚନ୍ଦନ ଚୋରାଚାଲାଣକାରୀ ୨ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ପାଇଁ ଉଦ୍ୟମ ଚାଲିଛି ବୋଲି ଏକ ତଥ୍ୟ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଠାରେ ପହଞ୍ଚିଥିଲା। ଏଥି ଅନୁଯାୟୀ ଡିଏଫଓ ପାରଳା ବନ ଉପଖଣ୍ଡର ମହେନ୍ଦ୍ର ରେଞ୍ଜ ଅଧିକାରୀ କୋବୀନ ପରିଚ୍ଛା ଏବଂ ଦେବଗିରି ରେଞ୍ଜ ଅଧିକାରୀ ଅରୁଣ କୁମାର ବେହେରା ବନ କର୍ମଚାରୀଙ୍କ ସହ ସଜାଗ ରହି ପେଟ୍ରୋଲିଂ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ପେଟ୍ରୋଲିଂ ଚାଲିଥିବା ବେଳେ ରାତ୍ର ୭ ଘଣ୍ଟା…

Read More

ଭୁବନେଶ୍ୱର: ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଆଜି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି: ବିଶ୍ୱଜିତ ଷଡଙ୍ଗୀ, ମାନସ କୁମାର ଦତ, ନିଳାଦ୍ରି ପାତ୍ର, କମଳେଶ ସାହା, ପ୍ରଫୁଲ ସ୍ୱାଇଁ ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ: ଦୀପକ କୁମାର ଗୋଚ୍ଛାୟତ ଓ ଓମ୍ ପ୍ରକାଶ ମିଶ୍ର ରାଜ୍ୟ ସଂପାଦକ: ଶିବାନୀ ମାଝୀ, ସିଦ୍ଧାନ୍ତ ଗଙ୍ଗଦେବ, ପ୍ରିତେଶ ବହିଦାର, ରାଜଶ୍ରୀ ମହାନ୍ତି, ପ୍ରକାଶ ଦଳେଇ, ଅମୃତ ରଂଜନ ସ୍ୱାଇଁ, ଦିପଜ୍ୟୋତି ମୁଣ୍ଡ, ବିକ୍ରମ ବିଶ୍ୱାଳ ଯୁବମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ: ସନ୍ତୋଷ ମହାପାତ୍ର ରାଜ୍ୟ ସଂପାଦକ (କାର୍ଯ୍ୟାଳୟ): ମନୋଜ ପଶ୍ଚିମକବାଟ ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜକ: ଭକ୍ତବତ୍ସଳ ବସ୍ତିଆ, ସୂର୍ଯ୍ୟବଂଶୀ ସୂର୍ଯ୍ୟ ସ୍ଥିତପ୍ରଜ୍ଞ, ସୁଜିତ ସାହୁ, ସ୍ମୃତି ରଂଜନ ମିଶ୍ର, ସ୍ୱଦେଶ ସ୍ୱାଇଁ, ପ୍ରତୀକ୍ଷା ଆଚାର୍ଯ୍ୟ,…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡର କିସିଣ୍ଡା ଲଣ୍ଡାକୋଟ ଜଙ୍ଗଲରେ ଆଦିବାସୀ ମାନଙ୍କ ଅନୁପ୍ରବେଶ ଓ ଶହ ଶହ ଜଙ୍ଗଲ କାଟିବା ପ୍ରତିବାଦରେ ଆଜି କିସିଣ୍ଡାର ଆଂଚଳିକ ବନ ସୁରକ୍ଷା ସମିତି ତରଫରୁ ରେଢାଖୋଲ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ। ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ଏକ ରାଲିରେ ଯାଇ ପ୍ରଥମେ ବନଖଣ୍ଡଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରକାର ଅନୁପ୍ରବେଶ ରୋକିବା ପାଇଁ ବିଭିନ୍ନପ୍ରକାର ସ୍ଲୋଗାନ୍ ଦେଇଥିଲେ। ସେମାନଙ୍କର ଦାବୀକୁ ପାଳନ କରିବା ପାଇଁ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖତାକାରରେ ଜଣାଇ କମ୍ ଦିନ ମଧ୍ୟରେ ତାର ପ୍ରତିକାର ନେବା ପାଇଁ ପ୍ରତିଶୃତି ଦେଇଥିଲେ। ସଂରକ୍ଷଣ ଜଙ୍ଗଲରୁ ୨୧/୧/୨୦୨୧ ରୁ ବେଆଇନ୍ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ, ବନୀକରଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ କରାଯିବ, ବନ୍ୟ ଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା ୨ ମାସ ମଧ୍ୟରେ କରାଯିବ, ସଂରକ୍ଷଣ ଜଙ୍ଗଲରୁ ଅନୁପ୍ରବେଶ ରୋକିବା ପାଇଁ ଖଣା ୨ ମାସ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡ଼ା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର କୁମ୍ଭାରଗାଁ ପଞ୍ଚାୟତର ଉପନିର୍ବାଚନ ଲାଗି ବିଗୁଲ ବାଜିଛି। ସୋମବାର ଦିନ ନାମାଙ୍କନର ଶେଷ ଦିନ ଥିବା ବେଳେ ନାମାଙ୍କନ ଭରିଲେ ୩ ପ୍ରାର୍ଥୀ। ଆସନ୍ତା ଫେବୃୟାରୀ ୧୧ ରେ ଉକ୍ତ ପଞ୍ଚାୟତ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେଵ। ଏହି ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରିଣୀଙ୍କ ଗତ ୧୧ ସେପ୍ଟେମ୍ବର ୨୦୨୦ ରେ ଦେହାନ୍ତ ପରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ଓଡିଶା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୧୩, ୧୫ ଓ ୧୮ ତାରିଖ ଦିନ ନାମାଙ୍କନ ପାଇଁ ଧାର୍ଯ୍ୟ କରାଯାଇଥିଲା। ସୋମବାର ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ଦିନ ହୋଇଥିବା ବେଳେ ଶେଷ ଦିନରେ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବିଡ଼ିଓ ବେଦବର ପ୍ରଧାନ ସୂଚନା ଦେଇଛନ୍ତି। ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମାନେ ହେଲେ ସତୀଶ ରଂଜନ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ତରଫରୁ ସରକାର ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କିଣିଛନ୍ତି। କିନ୍ତୁ ସରକାରି ଘୋଷଣା ମୁତାବକ ଧାନ କିଣା ପରେ ସମ୍ପୃକ୍ତ ଚାଷୀଙ୍କର ଆଖି ଦ୍ୱାରା ଆଧାର ଭେରୀଫିକେସନ ପ୍ରକ୍ରିୟା ଦ୍ବାରା ଧାନ ବିକ୍ରିର ସଠିକ ମୂଲ୍ୟ ଚାଷୀର ପଞ୍ଜିକୃତ ବ୍ୟାଙ୍କକୁ ୨୪ ଘଣ୍ଟା ମଧ୍ୟରେ ଟଙ୍କା ଜମା ହେବା କଥା। କିନ୍ତୁ ବିଗତ ଡିସେମ୍ବର ମାସର ପ୍ରଥମ ଗୋଟିଏ ଦୁଇଟି ମଣ୍ଡି ଛାଡିଦେଲେ ଅଧୁନା ଜାନୁଆରୀ ମାସର ୧ ତାରିଖରୁ ଆଜି ଯାଏଁ ପ୍ରଶାସନ ଧାନ କିଣାରେ ବ୍ୟସ୍ତ ଥିବାବେଳେ ଚାଷୀମାନଙ୍କର ଖାତାକୁ ଟଙ୍କା ଆସୁନାହିଁ। ପରିସ୍ଥିତି ଏପରି ହୋଇଛି ଯେ, ଚାଷୀ ଶୋଷଣ ନୀତିରେ ଧାନ ମଣ୍ଡି ଚାଲୁଛି। ରାଜନେତା ମାନେ ଧାନ ମଣ୍ଡି ଉଦଘାଟନ କରି ବାହାବା ନେଉଥିବା ବେଳେ ଏଭଳି ପରିସ୍ଥିତିରେ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଧାନ ନେଉଥିବା ମିଲର ମାନଙ୍କର ପ୍ରଶାସନ ସହ…

Read More

କୋଲକାତା, ପଶ୍ଚିମବଙ୍ଗରେ ଟିଏମସି 200ରୁ ଅଧିକ ଆସନ ଜିତିବ। ଏପରି ଦ୍ରୁଢକ୍ତି ପ୍ରକାଶ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନନ୍ଦିଗ୍ରାମରେ ଆୟୋଜିତ ଏକ ସାଧାରଣ ସଭାରେ ଏପରି ଦାବି କରିଛନ୍ତି ମମତା। ଏହା ସହିତ ସେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ମିଥ୍ୟା ଖବର ପ୍ରସାରଣ କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ସାଧାରଣ ସଭାକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ଏକ ସର୍ଭେ ରିପୋର୍ଟ ଆଧାରରେ ସେ ଏହା କହୁଛନ୍ତି। ଏହି ସର୍ଭେରୁ ଜଣାପଡିଛି ଯେ ଟିଏମସି 200 ରୁ ଅଧିକ ସିଟ୍ ଜିତୁଥିବା ବେଳେ ବିଜେପି ମାତ୍ର 51 ଟି ସିଟ୍ ପାଇବ। ଏଥିସହିତ ମମତା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ବନ୍ଦିତା କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ବିଜେପିର ଆଇଟି ସେଲକୁ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରି ସେ କହିଛନ୍ତି ଯେ ଛଦ୍ମବେଶରେ ସେମାନେ ବିଭିନ୍ନ ନାଟକ ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ବଙ୍ଗଳାରେ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗ୍ରାମବାସୀ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଗ୍ରାମବାସୀଙ୍କ ଧନ ଜୀବନ ସୁରକ୍ଷା ଦାବିରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ସଡ଼କ ଅବରୋଧ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମୃତକ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ବର ଗ୍ରାମପଞ୍ଚାୟତ ଖଜୁରୀପଡା ଗ୍ରାମର ସାଇରନ ବିବି। ମହିଳା ଜଣଙ୍କ କୌଣସି କାର୍ଯ୍ୟରେ ଘର ବାହାରକୁ ଯାଇଥିବା ବେଳେ ଅନ୍ଧାର ରାତିରେ ହଠାତ ରାସ୍ତା ଉପରକୁ ଚାଲିଆସିଥିବା ହାତୀପଲ ତାଙ୍କୁ କଚାଡି ମାରିଦେଇଥିଲା। ମହିଳାଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଅଞ୍ଚଳରେ ୧୬ ଜଣିଆ ହାତୀ ପଲ ବହୁ ଦିନ ହେଲା ଉତ୍ପାତ କରି ଅଞ୍ଚଳବାସୀଙ୍କୁ ଅତିଷ୍ଠ କରି ସାରିଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର…

Read More

ଭୁବନେଶ୍ବର: ୧୯ ତାରିଖ ରାତିରୁ ୨୧ ତାରିଖ ସକାଳ ଯାଏଁ ୧୦ ଟି ଜିଲ୍ଲାରେ ଘନ କୁହୁଡି ସୃଷ୍ଟି ହେବ। ୧୦ ଟି ଜିଲ୍ଲାରେ ଆସନ୍ତାକାଲି ଠାରୁ ଘନ କୁହୁଡି ସୃଷ୍ଟି ହେବା ନେଇ ସତର୍କ ସୂଚନା ମିଳିଛି। ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୨୦ ତାରିଖ ରାତିରୁ ୨୧ ତାରିଖ ସକାଳ ୬ ଟା ଯାଏଁ ୬ ଟି ଜିଲ୍ଲାରେ ଘନ କୁହୁଡି ନେଇ ସତର୍କ ସୂଚନା ଦିଆଯାଇଛି। ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଏବଂ ବୌଦ୍ଧ  ଜିଲ୍ଲାରେ ଘନ କୁହିଡି ସୃଷ୍ଟି ହେବ। ଏନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ସମ୍ଭାବନା ଥିବାରୁ ଜିଲ୍ଲାପାଳ ମାନଙ୍କୁ ଏସଆରସି ଚିଠି କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଗୋପାଳପୁର ପଞ୍ଚାୟତ ପୁଣି ଚର୍ଚ୍ଚାର ପରିଧିକୁ ଆସିଛି। ଶାସକ ଦଳ ନେତାଙ୍କ କାରନାମା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଶାସକ ଦଳର ନେତା ବୋଲି କ’ଣ ଖୁଲମ ଖୁଲ୍ଲା ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇଦେବେ, ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ହେଉଛି ବାର୍ଥ ଡେ ପାର୍ଟି। ମହିଳା ସରପଞ୍ଚଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟକ୍ରମରେ ଦେଢଶୁରଙ୍କ ରାଜ୍ ଚାଲିଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ମହିଳା ସଶକ୍ତିକରଣ ଘୋଷଣା କେତେକ ସ୍ଥାନରେ ଉପହାସରେ ପରିଣତ ହୋଇଥିବା କୁହାଯାଉଛି। ଏମିତିକି କେତେକ ସ୍ଥାନରେ ନାମକୁ ମାତ୍ର ମହିଳାଙ୍କୁ ପଦ ପଦବୀରେ ରଖାଯାଇ ସ୍ୱାମୀ, ଦିଅର, ଦେଢସୁର ମାନେ କାର୍ଯ୍ୟ ସମ୍ଭାଳୁଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୦୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ବାଡ଼େମେର: ଦିନକୁ ଦିନ ରାଜସ୍ଥାନରେ ଦୁଷ୍କର୍ମ ଘଟଣା ବଢିବାରେ ଲାଗିଛି। ଆଜି ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନର ବାଡ଼େମେର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘଟଣାରୁ ପ୍ରକାଶ ଯେ, ବାଡ଼େମେର ଜିଲ୍ଲାର ଶିବ ଥାନା ଅଞ୍ଚଳରେ ଏକ ନାବାଳିକାର ମୃତ ଦେହକୁ ଉଦ୍ଧାର କରାଯାଇଛି। ଦୁଷ୍କର୍ମ ପରେ ଏହି ହତ୍ୟାକାଣ୍ଡ କରାଯାଇଛି ବୋଲି ଅଭିଯୋଗ କରାଯାଇଛି। ମୃତକ ନାବାଳିକାଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଜାରି ରହିଛି। ପୋଲିସ କହିବା ଅନୁସାରେ, ମୃତକ ନାବାଳିକାଙ୍କୁ ତଣ୍ଟି ଚିପି ମାରି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହେଲେ ଦୁଷ୍କର୍ମ ଉପରେ ଏଯାଏଁ କୌଣସି ପ୍ରମାଣ ମିଳିନାହିଁ। ଶବକୁ ବର୍ତ୍ତମାନ ବ୍ୟବଚ୍ଛେଦ ଲାଗି ପଠା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହାର କାରଣ ସ୍ପଷ୍ଟ ହୋଇପାରିବ।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରାୟ ପ୍ରତ୍ୟେକ ବ୍ଲକ୍‌ରେ ଜାଲି ଶ୍ରମିକ କାର୍ଡ଼ ପୈଠ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି। ମୁଖ୍ୟତଃ ସାମାନ୍ୟ ଶ୍ରମିକ ପରିଚୟ ପତ୍ରଟିଏ କରିବା ପାଇଁ ଶ୍ରମିକମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିବାବେଳେ ଏହା ପରିଚୟ ପତ୍ର କରିବା ପାଇଁ ମଧ୍ୟ କିଛି ଅସାଧୁ ଅଧିକାରୀମାନେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଦେଖାଦେଇଛି। ସୂଚନାଥାଉକି ତଳଦିନେ ଛତ୍ରପୁର ବ୍ଳକ୍‌, ଶେରଗଡ଼ ବ୍ଲକ୍ ଆଦି ଅଂଚଳରେ ଲୋକେ ପାଇଥିବା ଶ୍ରମିକ ପରିଚୟ ପତ୍ରକୁ ଜାଲି କରି ଟଙ୍କା ହଡ଼ପ କରାଯାଇଥିବାକୁ ନେଇ ଅଭିଯୋଗ ହୋଇଛି। କେବଳ ଏହି ଦୁଇ ବ୍ଳକ୍ ନୁହେଁ ଗଂଜାମ ଜିଲ୍ଲାର ବ୍ରହ୍ମପୁର ସଦରମହକୁମା ଏବଂ ଅନ୍ୟ ବ୍ଲକ୍‌ମାନଙ୍କରେ ମଧ୍ୟ ଏହିପରି ଜାଲିଜାତିର ଶିକାର ହୋଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଏଫେକ୍ସ ଓଡ଼ିଶା ନେଟ୍‌କେଫ୍ ସଂସ୍ଥାର କର୍ମଚାରୀର ପରିଚୟ…

Read More

ମୋହନା: ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନମିଳିବା କାରଣରୁ ବାଇକରେ ବୁହା ହେଲା ମୃତ ଦେହ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନାମାନ ପ୍ରଣୟନ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦାରେ ଯେପରି ଏକ ଅଭାବନୀୟ ଘଟଣା ଘଟିଛି ତାହା ସରକାରଙ୍କ ଯୋଜନ ସବୁ ଲୋକ ଦେଖାଣିଆଁ। ଗଜପତି ଜିଲ୍ଲାରେ ପହଞ୍ଚି ପାରୁନି ପ୍ରଶାସନର ଉଦାରତା। କିଛି ବର୍ଷ ପୂର୍ବରୁ କଳାହାଣ୍ଡିର ଦାନ ମାଝି ନିଜ ପତ୍ନୀଙ୍କ ମୃତ ଶରୀର ବୋହି ରାସ୍ତାରେ ଚାଲି ଚାଲି ଆସୁଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ତାହା ପୁଣି ଏବେ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ନୂଆଁଗଡ଼ ଗ୍ରାମର ବେବ୍ରତା ବୟସ (୬୫)…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟର କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ଦିବା ୧୦.୩୦ ମିନିଟ ସମୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ ଟିକାକରଣର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ର ଉଦଘାଟନ କରିଛନ୍ତି। ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଏହା ଅଧୀନରେ ଥିବା ହଳନ୍ଦା, ଗମ୍ଭାରୀମୁଣ୍ଡା, ସୁନାଖେଳା ଏବଂ ନୀଳାଦ୍ରିପ୍ରସାଦ ଆଦି ଚାରିଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ମଧ୍ୟ ଏକାକାଳୀନ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉକ୍ତ ଟିକା ପ୍ରଥମେ ଡ଼ାକ୍ତର, ନର୍ସ, ସଫେଇ କର୍ମଚାରୀ ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କୁ ଦିଆଯାଉଛି। ତେବେ ପ୍ରଥମ ପର୍ଯ୍ୟାୟରେ ବାଣପୁର ବ୍ଲକ ପାଇଁ ୫୫୦ ଟି କୋଭିଡ ଟୀକା ପହଞ୍ଚିଛି। ଆଜି ପ୍ରଥମ ଦିନରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶହରୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ହୁମ୍ମା-ଗଂଜାମ ବ୍ଳକ୍ ଅଂଚଳର ବିସ୍ତୀର୍ଣ୍ଣ ଲୁଣ ଜମି ପଡ଼ିଆରେ ପ୍ରତ୍ୟେକ ବର୍ଷ ଏକର ଏକର ଲୁଣ ଚାଷ କରାଯାଏ। କିନ୍ତୁ ଚଳିତ ଉତ୍ପାଦନ ଋତୁରେ ଏହା ଆରମ୍ଭ ହୋଇପାରିନାହିଁ। ସ୍ଥାନୀୟ ଜନପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନର ଏ ଦିଗରେ ଦୃଷ୍ଟି ନାହିଁ। ଲୁଣ ଉତ୍ପାଦନ ଜମି ଉପରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରାୟ ୫ହଜାର ପରିବାର ନିର୍ଭର କରୁଥିବାବେଳେ ବର୍ତ୍ତମାନ ଏମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଲବଣ ଚାଷ ବନ୍ଦ ଯୋଗୁଁ ପ୍ରତିଦିନ ଏହି ଅଂଚଳରୁ ଲୁଣଚାଷୀମାନେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। ଲୁଣଚାଷ ହୋଇନପାରିବାର କେତେକ ପ୍ରମୁଖ କାରଣ ମଧ୍ୟରେ କିଛି ବର୍ଷ ହେଲା ଲୁଣ ଜମି ଲିଜ୍‌ଧାରୀ ଓ ଶ୍ରମିକଙ୍କ ମଧ୍ୟରେ ପାରିଶ୍ରମିକକୁ ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରିନାହିଁ। ଲୁଣଜମିରେ କାମ କରୁଥିବା ଶ୍ରମିକଙ୍କୁ ଲିଜ୍‌ଧାରୀମାନେ ଠିକ୍ ଭାବେ ପାରିଶ୍ରମିକ ଦେଉନଥିବା…

Read More

ସୀତାରାମ ଅଗ୍ରୱାଲ  ବାଣପୁର: ଚଳିତ ବର୍ଷ ସେଣ୍ଟ ଜାଭିୟର ସ୍କୁଲ ପରିସରରେ ଦୁଇ ଦିବସୀୟ “ପ୍ରଥମ ବାଣପୁର ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ୨୦୨୧” ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରର ସେଣ୍ଟ ଜାଭିୟର ସ୍କୁଲ ଓ ସହାୟତା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗୀତା ସଫଳତାର ସହ  ଉଦଯାପିତ ହୋଇଯାଇଅଛି। ବାଣପୁର, ବାଲୁଗାଁ ଓ ନାଚୁଣି ଅଞ୍ଚଳର ବରିଷ୍ଠ ବର୍ଗର ୧୬ଟି ଓ କନିଷ୍ଠ ବର୍ଗର ୮ ଟି ଏହିପରି ୨୪ଟି ଟିମ୍ କୁ ନେଇ ଅତି ଶୃଙ୍ଖଳିତ ଭାବେ ଉକ୍ତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଫାଇନାଲରେ ବିଜେତା ଟିମ୍ କୁ ୩୦୦୦ଟଙ୍କାର ଅର୍ଥରାଶି ପ୍ରଦାନ ସହ ଉପବିଜେତା ଟିମ୍ କୁ ୨୦୦୦ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ବିଜେତା ଭାବେ ସନ୍ତ ବସନ୍ତ ମହାନ୍ତି, ଶୈଳେଶ ମିଶ୍ର, ଶେକ ରିଜୱାନ ଓ ଜାହିରଖାନ ହୋଇଥିବା ବେଳେ ଉପବିଜେତା ଭାବେ ଅଭିଷେକ ହୋତା, ବିଶ୍ୱଜିତ ଶତପଥି, ସମୀର ଖାନ ଓ ସୋହେଲ…

Read More

ବ୍ରିସବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ଵିତୀୟ ପାଳିରେ ୨୯୪ରେ ସମସ୍ତ ୱିକେଟ ହରାଇଛି। ହେଲେ ଜିତିବାକୁ ହେଲେ ଭାରତୀୟ ଦଳକୁ ୩୨୮ ରନ ସଂଗ୍ରହ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ମାର୍କସ ହାରିସ ୩୮ ରନ କରିଥିବା ବେଳେ ଡେଭିଡ ୱାର୍ନର ୪୮ ରନ, ମାର୍ନସ ଲାବୁସେନ ୨୫ ରନ, ଷ୍ଟିଭେନ୍‌ ଷ୍ମିଥ୍‌ ୫୫ ରନ୍‌, କାମ୍‌ରନ ଗ୍ରୀନ୍‌ ୩୫, ଟିମ ପେନ୍ ୨୭, ମିଚେଲ ଷ୍ଟାର୍କ ୧, ନାଥାନ ଲାୟନ ୧୩ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୨୮ ରନ୍ କରି ଅପରାଜିତ ରହିଥିଲେ। ଫଳରେ ଦଳ ୨୯୪ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହାସହ ଭାରତଠୁ ୩୨୭ ରନରେ ଆଗୁଆ ରହିଛି। ଅର୍ଥାତ ଭାରତକୁ ଜିତିବା ପାଇଁ ହେଲେ ୩୨୮ ରନ୍ ଆବଶ୍ୟକ। ଭାରତ ପକ୍ଷରୁ ବୋଲର ମହମ୍ମଦ ସିରାଜ ୫ଟି ଓ ଶର୍ଦ୍ଦୁଳ ଠାକୁର ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ…

Read More