ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଭାରତଠାରୁ ଅଧିକ ମାମଲା ଆମେରିକା, ବ୍ରାଜିଲ୍ ଓ ତର୍କୀରେ ଦେଖଯାଉଛି । ଦେଶରେ ଗତ 24 ଘଣ୍ଟାରେ 31 ହଜାର 521 ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 412ଜଣଙ୍କର ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା 97 ଲକ୍ଷ 67 ହଜାର 371ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ 41 ହଜାର 772ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ତିନିଲକ୍ଷ 72 ହଜାର ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ 92 ଲକ୍ଷ 53 ହଜାର ଲୋକେ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସୁଦ୍ଧା 15 କୋଟି 7 ଲକ୍ଷ କରୋନା ନମୁନା ପରୀକ୍ଷଣ ହୋଇଥିବାର ସୂଚନା ଦେଇଛି ଆଇସିଏମ୍ଆର୍ ।…
Author: Samikhsya Bureau
ନୂଆଦିଲ୍ଲୀ, ଡିସେମ୍ବର ୧୦, ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ସଂସଦ ମାର୍ଗରେ ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ନୂତନ ଅଟ୍ଟାଳିକା ଆତ୍ମନିର୍ଭର ଭାରତ’ ଦର୍ଶନର ଏକ ଗୁରୁତ୍ବପୂର୍ଣ ଅଂଶ ହେବ ଏବଂ ସ୍ଵାଧୀନତା ପରେ ପ୍ରଥମ ଥର ଲୋକଙ୍କ ପାଇଁ ସଂସଦ ଗଠନ କରିବା ଲାଗି ଏକ ସୁଯୋଗ ସୃଷ୍ଟି କରିବ। ଏହା ୨୦୨୨ ରେ ୭୫ ତମ ସ୍ଵାଧୀନତା ଦିବସ ଅବସରରେ ନୂତନ ଭାରତର ଆବଶ୍ୟକତା ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରିବ। ନୂତନ ସଂସଦ ଭବନ ଅତ୍ୟାଧୁନିକ ଓ ଶକ୍ତି ଦକ୍ଷ ହେବ ଏବଂ ବର୍ତ୍ତମାନର ସଂସଦ ନିକଟରେ ଏକ ତ୍ରିକୋଣୀୟ ଆକୃତିର କୋଠା ଭାବରେ ନିର୍ମାଣ କରାଯିବ। ଏହି ଅଟ୍ଟାଳିକାରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ରହିବ। ଲୋକସଭା ବର୍ତ୍ତମାନ ଆକାରର ତିନି ଗୁଣ ହେବ ଏବଂ ରାଜ୍ୟସଭା ମଧ୍ୟ ଯଥେଷ୍ଟ ବଡ଼ ହେବ । ଏହି ନୂତନ କୋଠାର ଭିତର…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ…
ମେଷ- ଧର୍ଯ୍ୟବାନ ହୁଅନ୍ତୁ, କାରଣ ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ। ଆପଣ କଳା କ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ ଏବଂ ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଆପଣ ମନୋରଞ୍ଜନ କ୍ଷେତ୍ରରେ ମଧ୍ୟ ଉପଭୋଗ କରିବେ। ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ପାଇବାର ସମ୍ଭାବନା ଅଛି। ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ମିଳିବ। ମଧ୍ୟଭାଗ ପରେ ଆପଣଙ୍କର କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ଆପଣଙ୍କ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ। ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ। ଅର୍ଥ ଏବଂ ଖ୍ୟାତି ହରାଇବେ, କିନ୍ତୁ ମଧ୍ୟଭାଗ ପରେ…
ମୁମ୍ବାଇ, ବ୍ୟାଙ୍କ ନେଣଦେଣ ଠିକ୍ ଭାବେ କରି ନ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଏକ ବ୍ୟାଙ୍କ ଲାଇସେନସକୁ ରଦ୍ଦ କରିଦେଇଛି। ଡିସେମ୍ବର ସାତ ତାରଖଠାରୁ ଏହି ବ୍ୟାଙ୍କ କୌଣସି କାରବାର କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି। ତୁରନ୍ତ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଆରବିଆଇ କହିଛି ଯେ, ସାଧାରଣତଃ ସମବାୟ ବ୍ୟାଙ୍କ ଗୁଡିକ ଯେତିକି ନିମ୍ନତମ ଜମା ରଖିବା କଥା ତାହା ଏହି ବ୍ୟାଙ୍କ କରି ନାହିଁ। ଏଥି ସହିତ ଆରବିଆଇ କହିଛି ଯେ ଏହି ବ୍ୟାଙ୍କ ସାଧାରଣରେ ଯେତିକି କାରବାର କରିବା କଥା ତାହା ମଧ୍ୟ କରିପାରୁ ନାହିଁ। ଏପରିକି ବ୍ୟାଙ୍କର ଆୟ ବୋଲି କିଛି ନାହିଁ। ଫଳରେ ବ୍ୟାଙ୍କି ରେଗୁଲେସନ ଆକ୍ଟ 1949ର ସେକ୍ସନ 22(3) (a), 22 (3) (b), 22(3)(c), 22(3) (d) ଏବଂ 22(3)(e) ଧାରା ଅନୁଯାଇ ଏହାକୁ ବନ୍ଦ କରାଯାଇଛି। ଏହି ବ୍ୟାଙ୍କଟି ହେଉଛି…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ କେତେଥର ବାୟୁସେନା ବିମାନରେ ଗସ୍ତ କରିଛନ୍ତି ସେ ସଂପର୍କରେ କୌଣସି ତଥ୍ୟ ଦେଇ ହେବ ନାହିଁ। କୋର୍ଟକୁ ଏପରି ରୋକଠୋକ ଭାବେ ଜଣାଇଛି ଭାରତୀୟ ବାୟୁସେନା। ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଗସ୍ତ ସଂପୂର୍ଣ୍ଣ ଭାବେ ଗୋପନୀୟ। ଏଥିସହିତ ସୁରକ୍ଷା ଦୃଷ୍ଟିରୁ ଏହା ବାହାରେ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ବାୟୁସେନା କହିଛି। ଦିଲ୍ଲୀ କୋର୍ଟରେ ସୂଚନା ଅଧିକାର ଆଇନି ବଳରେ ତଥ୍ୟ ଦିଆ ନ ଯିବାକୁ ନେଇ ଏକ ମାମଲା କରାଯାଇଥିଲା। ଏହି ମାମଲରେ କୋର୍ଟ ବାୟୁସେନାକୁ ତଥ୍ୟ ଦେବା ପାଇଁ କହିଥିଲେ। ହେଲେ ବାୟୁସେନା ତରଫରୁ ଏହାକୁ ଦିଆଯାଇପାରିବ ନାହିଁ ବୋଲି କହିଛି। ଏଥିସହିତ ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ କେଉଁ ଅଧିକାରୀମାନେ ଯାଆନ୍ତି ବୋଲି ପଚରାଯାଇଛି। ଏହା ମଧ୍ୟ ସୁରକ୍ଷା ଦୃଷ୍ଟିରୁ ବାହାରେ କହିବା ସମ୍ଭବ ନୁହେଁ ବୋଲି କୋର୍ଟକୁ ବାୟୁସେନା ଜଣାଇଛି।
କଟକ, ଅନୁଭବ ବର୍ଷା ଦମ୍ପତିଙ୍କ ବିବାଦ ଥମି ନଥିବା ବେଳେ ବର୍ତ୍ତମାନ ଆଉ ଏକ ବିବାଦ ସାମନାକୁ ଆସିଛି। ତାହା ହେଉଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ସେ ଅନୁଭବଙ୍କ ନାମରେ ନୁହେଁ। ବରଂ ଅନୁଭବଙ୍କ ନାମରେ ଥିବା ଫେସବୁକ ଫ୍ୟାନ କ୍ଲବ ବିରୋଧରେ ଏତଲା ଦେଇଛନ୍ତି। ବର୍ଷା ଏତଲାରେ ଦର୍ଶାଇଛନ୍ତି ଯେ, ସେ ଫେସବୁକ ଦେଖିଲା ବେଳେ ଅନୁଭବ ଫ୍ୟାନ କ୍ଲବ ନାମରେ ଏକ ପେଜ ରହିଛି। ସେଥିରେ ଅନୁଭବଙ୍କୁ ବହୁ ଲୋକ ପ୍ରଶଂସା କରି ଲେଖିଛନ୍ତି। ହେଲେ କେତେକ ମୋ ସଂପର୍କରେ ସମ୍ମାନ ହାନୀ ହେବା ପରି ଟିପ୍ପଣୀ ଦେଇଛନ୍ତି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବର୍ଷା ଏତଲାରେ ଉଲ୍ଲେଖ କରିଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ହୋଇଥିବା ହରିଜନ ଯୁବତୀ ପ୍ରମୋଦିନି ହତ୍ୟାକାଣ୍ଡ ଘଟଣାରେ ୨୧୦ ବିତିଗଲା ପରେ ଆଜି ପୋଲିସ୍ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଆଜି ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଏବଂ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ମେ ୧୦ ତାରିଖ ଦିନ ପ୍ରମୋଦିନି ନଦୀକୁ ଲୁଗା ସଫା କରିବାକୁ ଯାଇ ଆଉ ଫେରିନଥିଲେ। ଖୋଜାଖୋଜି କରିବା ପରେ ପ୍ରମୋଦିନିଙ୍କ କ୍ଷତବିକ୍ଷତ, ଅର୍ଦ୍ଧଉଲଗ୍ନ ଶବ ନଦୀ ପଠାରୁ ପାଇଥିଲେ। ତେଣୁ ପ୍ରମୋଦିନିକୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ପୀଡ଼ିତାର ମା’ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ପ୍ରଶାସନ ଠିକ୍ ରୂପେ ତଦନ୍ତ ନକରିବାର ପୀଡ଼ିତାର ମା’ ରମା ନାୟକ ବାରମ୍ବାର ଉପରିସ୍ଥ ଅଧିକାରଙ୍କୁ ନ୍ୟାୟ ପାଇଁ ଗୁହାରି କରିଥିଲ। ଶେଷରେ ଡ଼ିସେମ୍ବର ୨ ତାରିଖ ଦିନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସ୍ଥାୟୀ ନିଯୁକ୍ତି ଦାବିରେ ଏମ୍କେସିଜି ମେଡ଼ିକାଲ୍ ନିକଟରେ ଧାରଣା ଦେଇଥିବା ଷ୍ଟାଫନର୍ସଙ୍କ ଆନ୍ଦୋଳନକୁ ଜିଲ୍ଲା ବିଜେପି ସମର୍ଥନ ଜଣାଇ ସାମିଲ ହୋଇଛି। ସୂଚନାଯୋଗ୍ୟ ଏମ୍କେସିଜି କୋଭିଡ଼୍ ହସ୍ପିଟାଲ୍ରେ କାର୍ଯ୍ୟରତ ଥିବା ଷ୍ଟାଫନର୍ସମାନେ ଦୀର୍ଘ ୭ ମାସ ହେବ କରୋନା ଡ଼୍ୟୁଟି କରୁଛନ୍ତି। କିନ୍ତୁ ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା ନ କରି ନୂଆ ନିଯୁକ୍ତି ନେଇ ବିଜ୍ଞାପନ ବାହାର କରିଛନ୍ତି। ଫଳରେ ସେମାନେ ଦିନରାତି ପରିଶ୍ରମ କରି କୋଭିଡ଼୍ ଡ଼୍ୟୁଟି କରିଥିବାବେଳେ ପାଠ ପଢ଼ିବାକୁ ସମୟ ହିଁ ପାଇନାହାନ୍ତି। କିଛି ନର୍ସ ଭଲ ଚାକିରି ଛାଡ଼ି ଜନସାଧାରଣଙ୍କ ସେବା ପାଇଁ ଏଠାକୁ ଆସି ଦିନରାତି ପିପିଇ କିଟ୍ ପିନ୍ଧି କାର୍ଯ୍ୟ କରୁଥିଲେ। ଏପେଟ ଏମ୍କେସିଜିରେ ମଧ୍ୟ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିବାରୁ ସେମାନଙ୍କୁ ପ୍ରଥମେ ଚୟନ କରାଯିବା ପରେ ଅନ୍ୟମାନଙ୍କୁ କରାଯାଉ ବୋଲି ଦାବି କରିଛନ୍ତି। ଏହି ଆନ୍ଦୋଳନକୁ ଆଜି ବିଜେପିର କର୍ମକର୍ତ୍ତମାନେ ସମର୍ଥନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛିଦିନ ହେବ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡ଼ିଓ ଭାଇରାଲ ହୋଇଥିବାରୁ ଏହି ଘଟଣା ନେଇ ଗଂଜାମ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଏକ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ବାର୍ତ୍ତାଳପକୁ ଯେଉଁ ବ୍ୟକ୍ତିଙ୍କ ଫୋନ୍ରୁ ରେକଡ଼ିଂ ହୋଇ ଭାଇରାଲ୍ ହୋଇଛି ତା’ର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କିଛି ସାମାଜିକ କର୍ମୀ ଆଜି ଏସ୍ପିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ ପତ୍ରରେ ସିଧାସଳଖ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ ଦୋଷୀ ବୋଲି କହିବା ସହ ବ୍ଲକ୍ ଅଧ୍ୟକ୍ଷ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ହାସଲ କରିବା ତଥା ବାଚସ୍ପତିଙ୍କୁ ବଦନାମ କରିବା ପାଇଁ ଏହି ଚକ୍ରାନ୍ତ କରିଛନ୍ତି। ପ୍ରଥମେ ବ୍ଲକ୍ ଅଧ୍ୟକ୍ଷ ମେଳିକରି କୁକୁଡ଼ାଖଣ୍ଡି ତହସିଲ୍ଦାରଙ୍କୁ ବଦଳି ନକଲେ ସାମୁହିକ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ୍ ସଚେତନତା ସତ୍ତ୍ୱେ କିଛି ଲୋକ ଅବୁଝା ହିଁ ରହୁଛନ୍ତି। ଝିଅକୁ ୧୮ ବର୍ଷ ପୂର୍ବରୁ ବିବାହ କରିବା ଏକ ଦଣ୍ଡନୀୟ ଅପରାଧୀ ହେଲେ ମଧ୍ୟ ଆଜିକା କମ୍ପ୍ୟୁଟର ଯୁଗରେ ମଧ୍ୟ ଝିଅକୁ ବୋଝ ଭାବି ଜଲ୍ଦି ବାହାଘର କରିବା ଦେଖିବାକୁ ମିଳୁଛି। କୁକୁଡ଼ାଖଣ୍ଡି ବ୍ଲକ୍ର ଏଭଳି ତିନୋଟି ନାବାଳିକା ବିବାହକୁ ତହସିଲ୍ଦାର ଭଣ୍ଡୁର କରିବା ସହ ନାବାଳିକାକୁ ଉଦ୍ଧାର କରିଛନ୍ତି। ଆଜି ମଧ୍ୟ ଗୋଟିଏ ସ୍ଥାନରେ ନାବାଳିକା ବିବାହ ହେଉଥିବା ଖବର ପାଇ ତହସିଲ୍ଦାର ଡ. ଇପ୍ସିିତା ପ୍ରିୟଦର୍ଶିନୀ ମିଶ୍ର ଉଦ୍ଧାର କରିବାକୁ ଯାଇ ନାକେଦମ ହୋଇଥିବା ଦେଖିବାକୁ ମିଳିଥିଲା। ସପ୍ତାହ ମଧ୍ୟରେ ଏହି ବ୍ଲକ୍ରୁ ବିବାହ ବେଦୀରୁ ତିନିଜଣ ନାବାଳିକା ଉଦ୍ଧାର ହେଲେଣି। ଆଜି କୁକୁଡ଼ାଖଣ୍ଡି ବ୍ଳକ୍ ରତ୍ନପୁର ଗ୍ରାମର ଜଣେ ୧୫ ବର୍ଷୀୟ ନାବାଳିକାର ବାହାଘର ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ସହ ହିଂଜିଳିକାଟୁ ଥାନା ଅନ୍ତର୍ଗତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଜଣେ ଯୁବକ ବ୍ରହ୍ମପୁର ରେଳଷ୍ଟେସନ ମଧ୍ୟରେ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ମୃତ ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ଗାଙ୍ଗପୁର ଜୁରା ଗ୍ରାମର ଡ଼ମ୍ବୁରୁ ଭୀମ ସାହୁ (୩୬)। ଘଟଣାରୁ ପ୍ରକାଶ ଯେ ଡ଼ମ୍ବୁରୁ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଆନ୍ଧ୍ରପ୍ରଦେଶର ଏରଙ୍ଗଲ୍କୁ କାମ କରିବାକୁ ଯିବାକୁ କୋଣାର୍କ ଟ୍ରେନ ଧରିବାକୁ ଆସିଥିଲା। ଷ୍ଟେସନ ମଧ୍ୟରେ ଟ୍ରେନକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଟ୍ରେନ ପହଞ୍ଚିବା ପୂର୍ବରୁ ଟ୍ରେନ ଆଗକୁ ଡ଼େଇଁ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଛି। ରେଲୱେ ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଏକ ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ଦୁଃଖଦ ଘଟଣା କ୍ରମେ ଜଣେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ କେଉଁ କାରଣରୁ ଆତ୍ମହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି।
ଭୁବନେଶ୍ୱର: ଦିଲ୍ଲୀରେ କେନ୍ଦ୍ର ସରକାର ବିରୋଧରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଏପଟେ ରାଜ୍ୟ ସରାକର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ଆୟ ଦ୍ୱିଗୁଣିତ ପାଇଁ ଏମଏସପି ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି। ରାଜ୍ୟ ସରକାର ଏମଏସ ସ୍ୱାମୀ ନାଥନ କମିଟି ସୁପାରିଶ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରିବ। ଏନେଇ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଏହା ସହିତ ଉତ୍ପାଦନ ମୂଲ୍ୟ ତୁଳନାରେ ନ୍ୟୁନତମ ସମର୍ଥନ ମୂଲ୍ୟ ୫୦ ପ୍ରତିଶତ ଅଧିକ ହେବା ଦରକାର ବୋଲି କ୍ୟାବିନେଟରେ ନିର୍ଣ୍ଣୟ କରାଯାଇଛି। ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଫି ଷ୍ଟ୍ରକଚର କମିଟି ଅଧ୍ୟକ୍ଷ ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି। ଜଣେ ଅବସରପ୍ରାପ୍ତ ଜଜ୍ ବିପିୟୁଟି କୁଳପତିଙ୍କ ସ୍ଥାନରେ ଅଧ୍ୟକ୍ଷ ରହିବେ ବୋଲି ନିଷ୍ପତି ନିଆଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ଜଜ୍ ଅଧ୍ୟକ୍ଷ ହେବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି…
ଭୁବନେଶ୍ଵର: ଆଜି ରାଜ୍ୟରୁ ୪୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୫୩, ସୁନ୍ଦରଗଡରୁ ୪୩, ଖୋର୍ଦ୍ଧାରୁ ୩୩, ରାୟଗଡ଼ାରୁ ୩୩, ମୟୂରଭଞ୍ଜରୁ ୩୦, ଯାଜପୁରରୁ ୨୯, କେନ୍ଦୁଝରରୁ ୨୮, କଟକରୁ ୨୫, କେନ୍ଦ୍ରାପଡାରୁ ୧୯, ନୂଆପଡାରୁ ୧୯, ବାଲେଶ୍ବରରୁ ୧୮, ସମ୍ବଲପୁରରୁ ୧୬, ଜଗତସିଂହପୁରରୁ ୧୩, କଳାହାଣ୍ଡିରୁ ୧୩, ପୁରୀରୁ ୧୧, ବରଗଡରୁ ୭, ଗଞ୍ଜାମରୁ ୭, ବୌଦ୍ଧରୁ ୫, ଝାରସୁଗୁଡାରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୪, ଢେଙ୍କାନାଳରୁ ୪, କୋରାପୁଟରୁ ୪, ସୋନପୁରରୁ ୪, ଦେବଗଡରୁ ୩, କନ୍ଧମାଳରୁ ୨, ନବରଙ୍ଗପୁରରୁ ୨, ମାଲକାନଗିରିରୁ ୧ ଓ ଷ୍ଟେଟପୁଲରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୭ ହଜାର ୪୧୨ ଜଣ ସୁସ୍ଥ ହୋଇ…
ନୂଆଦିଲ୍ଲୀ : ନୂତନ କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଏବେ ତୀବ୍ରତର ହେବାରେ ଲାଗିଛି । କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ଚାଷୀ ସଙ୍ଗଠନ । ଆଗକୁ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ସୂଚନା ରହିଛି। ଡିସେମ୍ୱର 12 ତାରିଖ ଦିନ ଦିଲ୍ଲୀ ଜୟପୁର ରାସ୍ତାକୁ ବନ୍ଦ କରିବେ ବୋଲି ଦର୍ଶନ ପାଲ କହିଛନ୍ତି। 12 ତାରିଖରେ ସାରା ଦେଶରେ ଟୋଲ୍ ପ୍ଲାଜା ଅମାନ୍ୟ କରିବାକୁ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା 14 ତାରିଖରେ ସାରା ଦେଶରେ ଜିଲ୍ଲାର ମୁଖ୍ୟାଳୟରେ ଆନ୍ଦୋଳନ କରାଯିବ । ଅପରପକ୍ଷରେ କୃଷି ବିଲ୍ ଓ ଚାଷୀ ଆନ୍ଦୋଳନକୁ ନେଇ ଆଜି ମିଳିତ ବିରୋଧୀ ଦଳ ରାଷ୍ଟ୍ର୍ରପତିଙ୍କ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । କୃଷି ଆଇନ୍ ଚାଷୀ ବିରୋଧୀ ଏଣୁ ଏହାକୁ ରଦ୍ଦ କରିବା ଦରକାର ବୋଲି ରାହୁଲ୍ ଗାନ୍ଧି କହିଛନ୍ତି । ଆଜି ରାଇସିନା…
କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ୍) ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ଅପରାହ୍ନରେ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ‘ଫ୍ଲୁ କ୍ଲିନିକ୍’ରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଦ୍ଧଦେବଙ୍କ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, 2000 ମସିହାରୁ 2011 ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । 2018 ମସିହାରେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସିପିଏମର ପଲ୍ଟିବ୍ୟୁରୋ, କେନ୍ଦ୍ରୀୟ ସମିତିରୁ ଓହରିଯାଇଛନ୍ତି ।
ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା କ୍ଷେତ୍ରର ବିଭିନ୍ନ ରେଳ ସେକ୍ସନରେ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି। ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଅଧିକ କୁହୁଡି ସମୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଟ୍ରେନ ଚାଳକ ମାନଙ୍କୁ କୁହାଯାଇଛି। ଯେପରିକି ସେମାନେ ଅନୁଭବ କରିବେ ଯେ କୌଣସି ବିପଦ ନାହିଁ। ଏହା ବ୍ୟତୀତ ବହୁ ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦ ମାନଙ୍କ ଦ୍ୱାରା ରନିଙ୍ଗ ଷ୍ଟାଫ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଅଛି। ଘନ କୁହୁଡି ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ରଙ୍ଗ ପଟିକୁ ଓ.ଏଚ.ଇ ଖୁଣ୍ଟ ମାନଙ୍କରେ ଲେବଲ କ୍ରସିଂ ଏବଂ ବ୍ୟସ୍ତ ବହୁଳ ଯାତାୟାତ ଅଞ୍ଚଳରେ ଥିବା “ଟ୍ରେନ ଅଟକିବା ସଂକେତ” ପୂର୍ବରୁ ଲଗାଯାଇ ଟ୍ରେନ ଚାଳକ ମାନଙ୍କୁ ସଜାଗ କରାଯାଉଅଛି ଯେ , ଟ୍ରେନଟି ” ଅଟକିବା ସଂକେତ” ପାଖରେ ପହଞ୍ଚିବାକୁ…
ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନକୁ ନେଇ ପୁଣି ଥରେ ମୋଦି ସରକାରଙ୍କୁ ଘେରିଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଧିନ ଓୱେସୀ। ବିଜେପି ଦେଶରେ ଗଣତନ୍ତ୍ରକୁ ଅପଙ୍ଗ କରିଛି ବୋଲି ଓୱେସୀ କହିଛନ୍ତି । ସୋସିଆଲ ମିଡିଆରେ ଏକ ଟ୍ୱିଟ ଜରିଆରେ ଓୱେସୀ ବିଜେପିକୁ ଆକ୍ରମଣ କରିଛନ୍ତି । “ଅଳ୍ପ ପାଣି ନିଆଁ ଲିଭାଇବା ପାଇଁ ଯଥେଷ୍ଟ । ଗଣତନ୍ତ୍ରର ସାମାନ୍ୟ ଝଲକ ତାନାଶାହୀକୁ ହଟାଇବା ପାଇଁ ଜରୁରୀ । ବିଜେପି ସରକାର ପ୍ରତିଥର ଦେଶବାସୀଙ୍କୁ ଧୋକା ଦେଇଛି । ଗଣତନ୍ତ୍ର ନାମରେ ବିମୁଦ୍ରାକରଣ, କାଶ୍ମୀରରୁ ଧାରା 370 ଉଚ୍ଛେଦ ଏବଂ ନୂତନ କୃଷି ବିଲ ପାଶ କରିଛି ବିଜେପି । ବିଜେପିର ଏକଜିଦିଆ ପଣ କାରଣରୁ ଦେଶ ବିଭିନ୍ନ ସମୟରେ ସମସ୍ୟା ମଧ୍ୟ ଦେଇ ଗତି କରିଛି । ତେଣୁ ଦେଶରେ ଗଣତନ୍ତ୍ର ନୁହେଁ, ବିଜେପି ହିଁ ବାସ୍ତବ ସମସ୍ୟା” ବୋଲି ଟ୍ୱିଟ କରିଛନ୍ତି ଓୱେସୀ । ନିତି ଆୟୋଗର ସିଇଓ ଅମିତାଭ…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 23 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 23 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 8 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 15 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1336619772734177281?s=20 ସେହିପରି ଆଜି 30 ଜଣ ସୁସ୍ଥ ହୋଇଛନ୍ତି । ନୂତନ 23 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 31 ହଜାର 4ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 30 ହଜାର 434ଜଣ ସୁସ୍ଥ ହୋଇଥିବାବେଳେ 227ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 322ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି । ପିଏମ-ବାଣୀ ଯୋଜନା ଲାଗୁ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି । ମାଗଣା ୱାଇଫାଇ ବ୍ୟବସ୍ଥା ନେଇ ପିଏମ-ବାଣୀ ଯୋଜନା ଆରମ୍ଭ ହେବ । ପିଏମ-ବାଣୀ ଯୋଜନା ଅଧୀନରେ ଦେଶରେ 1 କୋଟି ଡାଟା ସେଣ୍ଟର ଖୋଲାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗାଁ ଗାଁରେ ୱାଇଫାଇ ସୁବିଧା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଲାକ୍ଷାଦ୍ୱୀପରେ ଯୋଗାଯୋଗ ବ୍ୟବସ୍ଥା ନେଇ ମଧ୍ୟ କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଲାକ୍ଷାଦ୍ୱୀପରେ ଅଣ୍ଡର ଗ୍ରାଉଣ୍ଡ କେବୁଲ ପାଇଁ 1077 କୋଟି ଟଙ୍କା ଖର୍ଚ୍ଚ ହେବ । ଅରୁଣାଚଳ ପ୍ରଦେଶରେ 4-ଜି ସୁବିଧା ଦେବାକୁ କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ: କରୋନାରେ ଚାକିରି ହରାଇଥିବା ଲୋକଙ୍କୁ ଚାକିରି ଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଯେଉଁ ସଂସ୍ଥା ନୂଆ ଚାକିରି ଦେବ, ସମ୍ପୃକ୍ତ କର୍ମଚାରୀଙ୍କ ପିଏଫ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଉଭୟ ଚାକିରିଆ ଓ ଚାକିରିଦାତାଙ୍କ ଭାଗ 12+12% ଫିଏଫ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯିବ। 1 ହଜାରରୁ ଅଧିକ ଷ୍ଟାଫ ଓ 15 ହଜାର କମ ଦରମା କର୍ମଚାରୀଙ୍କୁ ଏହି ସୁବିଧା ଦିଆଯିବ । 50ରୁ କମ ଥିବା ସଂସ୍ଥାର 2 ନବନିଯୁକ୍ତ କର୍ମଚାରୀଙ୍କୁ କେନ୍ଦ୍ର ସରକାର ପିଏଫ ଦେବେ । ସେହିପରି 50ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର 5 ନବନିଯୁକ୍ତଙ୍କୁ କେନ୍ଦ୍ର ସରକାର ପିଏଫ ଦେବେ । ଦୁଇ ବର୍ଷରେ ପିଏଫ କେନ୍ଦ୍ର ଭରିବାକୁ ଥିବାବେଳେ ଏ ବାବଦରେ ମୋଟ 22 ହଜାର 810 କୋଟି ଟଙ୍କା ଖର୍ଚ୍ଚ ହେବ ।

