Author: Samikhsya Bureau

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡର ପରୀ ହତ୍ୟା ମାମଲା ଦିନକୁଦିନ ନୂଆ ମୋଡ ନେବାରେ ଲାଗିଛି। ତେବେ ଆଜି ପରୀ ପରିବାରକୁ ସୁରକ୍ଷା ଦେବାକୁ ଏସ୍ପପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାରେ ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ସରକାରଙ୍କୁ କହିଛନ୍ତି । ଆସନ୍ତା 16ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ  । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ପ୍ରସଙ୍ଗରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ସିବିଆଇ ତଦନ୍ତ ଏବଂ ତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପରିଷଦ ପକ୍ଷରୁ ଦାବି କରିଥିଲା ।  ଆଜି ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ପରିବାରକୁ ସୁରକ୍ଷା ଦେବାକୁ ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା, ହାଜତ, ସିବିଆଇ, ଏନଆଇଏ, ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ଭଳି ତଦନ୍ତକାରୀ ସଂସ୍ଥା ଜେରା କରିବା ବେଳେ ନାଇଟ ଭିଜନଯୁକ୍ତ ସିସିଟିଭି କ୍ୟାମେରା, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ କରିବାକୁ ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଥାନାମାନଙ୍କରେ ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ ଲଗାଯିବାକୁ ସୁପି୍ରମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କୁ ଜେରା ପାଇଁ ବ୍ୟବହାର କରାଯାଉଥିବା କୋଠରୀ ଓ ହାଜତର ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ । କେବଳ ଏତିକି ନୁହେଁ ଲବି, ରିସେପସନ ଅଞ୍ଚଳ, ଇନ୍ସପେକ୍ଟର ଏସଆଇ କୋଠରୀ ଏବଂ ବାଥରୁମ ବାହାରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯିବା ଦରକାର । ଛଅ ମାସ ମଧ୍ୟରେ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ସହିତ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ସରକାରଙ୍କୁ କୁହାଯାଇଛି ।…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସମ୍ମୁଖରେ ଚିଲିକା ବ୍ଲକ ରଘୁନାଥପୁର ଗ୍ରାମର ଶତାଧିକ ଗ୍ରାମବାସୀ ମାନେ  ଧାରଣା ଦେବାସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଗତ ମାସ ୨୧ ତାରିଖରେ ସୀଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର  ଗ୍ରାମର ପିନୁ ପ୍ରଧାନ  ନାମକ ନାବାଳକଙ୍କ ରହସ୍ୟମୟ ମୃତ୍ୟୁର କାରଣ ଏଯାବତ ପୋଲିସ ସ୍ପଷ୍ଟୀକରଣ କରିପାରିନଥିବାରୁ ଉକ୍ତ ଧାରଣା ଗ୍ରାମବାସୀଙ୍କ ତରଫରୁ ଦିଆଯାଇଥିଲା। ଆଜି ସକାଳୁ ପାଖାପାଖି ଦୀର୍ଘ ଚାରି  ଘଣ୍ଟା ଧରି ଗ୍ରାମବାସୀମାନେ ବାଲୁଗାଁ ଥାନା ସମ୍ମୁଖରେ ଧାରଣାରେ ବସିବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପରବର୍ତ୍ତୀ ସମୟରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଆସନ୍ତା ଶନିବାର ସୁଦ୍ଧା ମୃତ ପିନୁଙ୍କ  ଶବ ବ୍ୟବଛେଦ ରିପୋର୍ଟ  ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେବାପରେ ଉତ୍ୟକ୍ତ ଗ୍ରାମବାସୀ…

Read More

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ଅକାଳି ଦଳର ନେତା ପ୍ରକାଶ ସିଂହ କଡାପଦକ୍ଷେପ ଗ୍ରହଣ କରିଛନ୍ତି ।ବରିଷ୍ଠ ଅକାଳୀ ନେତା ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ଫେରାଇ ଦେଇଥିବା ଜଣାଯାଇଛି । ଚାଷୀଙ୍କୁ ପ୍ରତାରଣା ଅଭିଯୋଗ କରି ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ଫେରାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତାରଣା ପ୍ରତିବାଦରେ ସେ ପୁରସ୍କାର ଫେରାଇ ଦେଇଥିବା ଜଣାଯାଇଛି । ପଞ୍ଜାବର 4ଥର ମୁଖ୍ୟମନ୍ତ୍ରୀଭାବେ କାମ କରିଥିବା ପ୍ରକାଶ ସିଂ ବାଦଲ ଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।ପୂର୍ବରୁ   କୃଷି ଆଇନ୍‌କୁ ନେଇ ଏନ୍‌ଡିଏରୁ ଅଲଗା ହୋଇଛି ଅକାଳି ଦଳ । ପ୍ରକାଶ ଯେ, କୃଷି ଆଇନ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଗୁରୁବାର 8ମ ଦିନ ପାଇଁ ଚାଷୀମାନେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଛନ୍ତି। ସରକାର ଏବଂ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଗତ ଥର ହୋଇଥିବା…

Read More

ଭୁବନେଶ୍ବର :  ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍‌ରେ ହିଁ ହେବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ । ତେବେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ବିଳମ୍ବରେ ହେବ ବୋଲି ମଧ୍ୟ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅଫଲାଇନ୍‌ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଛି। ସେହି ଆଧାରରେ ରାଜ୍ୟରେ ବି ଅଫଲାଇନ୍‌ରେ ପରୀକ୍ଷା ହେବ । ପରୀକ୍ଷା ନିହାତି ବିଳମ୍ବରେ ହେବ। ଆଉ ତା ପୂର୍ବରୁ ଶିକ୍ଷାଦାନ ଦିଆଯିବ ।ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସ୍କୁଲ୍ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ନିଷ୍ପତ୍ତି ଜଣାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Read More

ନୂଆଦିଲ୍ଳୀ : ଦେଶର ରାଜଧାନୀ ନୂଆଦିଲ୍ଲୀଠାରେ ନାବାଳକ ନିଜ ମା’କୁ ହତ୍ୟା କରିଛି । ମା’ ଛାଡପତ୍ର କାଗଜରେ ଦସ୍ତଖତ ନ କରିବାରୁ ରାଗରେ ନାବାଳକ ଜଣକ ଏପରି କାଣ୍ଡ ଘଟାଇଛି । ତେବେ ପୋଲିସ୍‌ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ନାବାଳକର ପିତା ଜଣକ ତାଙ୍କ ମା’ଙ୍କଠାରୁ ଛାଡପତ୍ର ଚାହୁଁଥିଲେ । କିନ୍ତୁ ତାଙ୍କ ମା’ ଏହା ଦେବାକୁ ମନା କରିଥିଲେ । ଏହାକୁନେଇ ନାବାଳକଙ୍କ ସାଙ୍ଗମାନେ ତାଙ୍କର ମଜାକ୍‌ କରୁଥିଲେ । ଏହି ମଜାକ୍‌ରେ ନାବାଳାକ ଜଣକ ବ୍ୟତିବ୍ୟସ୍ତ ହୋଇ ନିଜମା’କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ପୋଲିସ୍‌ ନାବାଳକକୁ ଗିରଫ କରି ଜୁଭେନାଇଲ୍‌ କୋର୍ଟରେ ହାଜ କରାଯାଇଛି । ଏଠାରେ ତାଙ୍କୁ ବାଳସୁଧାରଗୃହକୁ ପଠାଯିବ ।  ନାବାଳକ ଓ ତାଙ୍କ ପରିବାର ଦିଲ୍ଳୀରେ ରହୁଥିଲେ । ପ୍ରାୟ ସାଢ ତିନି ବର୍ଷ ହେବ ନାବାଳକ ମାତା ପିତା ଅଲଗା ଅଲଗା…

Read More

ନୂଆଦିଲ୍ଲୀ : ବାହୁବଲୀ ଷ୍ଟାର ପ୍ରଭାସ ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । କେଜିଏଫ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସହିତ  ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିବା ସହିତ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ।  ଫିଲ୍ମର ନାମ ସଲାର ରହିଛି । ଫିଲ୍ମଟି ସମ୍ପୂର୍ଣ୍ଣ ଭାବରେ ଆକ୍ସନ ଧମାକାରେ ଭର୍ତ୍ତି ହୋଇଥିବା ନେଇ ସମସ୍ତ ଫ୍ୟାନ ଅନୁମାନ ଲଗାଇଛନ୍ତି । https://twitter.com/hombalefilms/status/1334054529877254146?s=20 ଆସନ୍ତା ଜାନୁୟାରୀ 2021ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ସୋସିଆଲ ସାଇଟ୍‌ରେ ସେୟାର ହୋଇଥିବା ସଲାରର୍‌ ପୋଷ୍ଟରରେ ପ୍ରଭାସ ଏକ ବନ୍ଧୁକ ଧରି ବସିଥିବା ବେଳେ ସମ୍ପୂର୍ଣ୍ଣ ଇଣ୍ଟେନ୍ସ ଲୁକରେ ନଜର ଆସିଛନ୍ତି । ଏହା ସହିତ ଫିଲ୍ମଟିକୁ ଭାରତୀୟ ଫିଲ୍ମ ବୋଲି ଲେଖାଯାଇଛି । ତେବେ ଫିଲ୍ମଟି ହିନ୍ଦୀ ଏବଂ ତେଲୁଗୁ ବ୍ୟତୀତ ଅନ୍ୟ କେଉଁ କେଉଁ ଭାଷାରେ ଫିଲ୍ମଟି ରିଲିଜ ହେବ ତାହା ସ୍ପଷ୍ଟ…

Read More

ନୂଆଦିଲ୍ଲୀ : ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କର ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ  98 ବର୍ଷ ବୟସ ହୋଇଥିଲା । ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍‌ କିଛିଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି। 1923 ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିବା ଧରମପାଲ୍‌ଙ୍କୁ ଲୋକେ ‘ଦାଦାଜୀ’ ଓ ‘ମହାଶୟଜୀ’ ନାମରେ ମଧ୍ୟ ଜାଣନ୍ତି। ଦେଶ ବିଭାଜନ ପରେ ସେ ଦିଲ୍ଲୀର କରୋଲବାଗରେ ଆସି  ମସଲା ବ୍ୟବସାୟ ଚଳାଇଥିଲେ। ପରବର୍ତ୍ତୀ ସମୟରେ ଧରମପାଲ୍‌ ଭାରତର ଅନ୍ୟତମ ମସଲା ଉତ୍ପାଦନକାରୀ ଏମ୍‌ଡିଏଚ୍‌ର ନିର୍ମାଣ କରିଥିଲେ । ଘରେ ଘରେ ପରିଚିତ ପାଲଟିଥିବା ଏହି ମସଲା କମ୍ପାନିର ମାଲିକ ଧରମପାଲ ଗୁଲାଟି ତାଙ୍କର ସଫଳତା ପାଇଁ 2019 ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।

Read More

ବରଗଡ଼: ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କା ହେବା ଯୋଗୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତ ବରଗଡ଼ ଜିଲ୍ଲା କଟାପାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଏକ ଟ୍ରକ୍ ସହ ବରଯାତ୍ରୀ ଗାଡି ଧକ୍କା ହୋଇଥିବାର ସୂଚନା ରହିଛି । ଏମାନେ ସମସ୍ତେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଛତିଶଗଡ଼ ପୁସୋର ଥାନା ପୋଡ଼ାତରାଇ ଠାରେ ଏହି ଦୁର୍ଘଟଣା ଘଟିଛି।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ଯରେ  ଆଉ ପାଞ୍ଚଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୫୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଗଞ୍ଜାମରୁ ସର୍ବାଧିକ ତିନିଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଭୁବନେଶ୍ବର ଓ ନୟାଗଦ୍ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ୮୨ ବର୍ଷୀୟ ପୁରୁଷ, ୫୪ବର୍ଷୀୟ ପୁରୁଷ ଓ ୫୯ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି। ସେହିପରି ଭୁବନେଶ୍ବରରୁ ୫୭ ବର୍ଷୀୟ ପୁରୁଷ ଓ ନୟାଗଡରୁ ୫୨ ବର୍ଷୀୟ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୪୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୪୯ଜଣ ଚିହ୍ନଟ ହୋଇଥିବାବେଳେ ୧୮୫ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ହଜାର ୧୭କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୩ ହଜାର ୩୯୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର  ୮୧୫ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୫୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୪୩୪ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୫, ବାଲେଶ୍ଵରରୁ ୧୦, ବରଗଡରୁ…

Read More

ବ୍ୟାଙ୍କକ୍: ପଥର କେବେ ସୁନା ପାଲଟିବାର ଦେଖିଛନ୍ତି। ଏପରି ଏକ ଘଟଣା ଥାଇଲାଣ୍ଡରେ ଘଟିଛି। ଏଠାରେ ଜଣେ ମତ୍ସ୍ୟଜୀବୀ ପାଇଥିବା ପଥର ଖଣ୍ଡ ସୁନାରେ ପରିଣତ ହୋଇଛି। ତେବେ ଆସନ୍ତୁଜାଣିବା ପୂରା ଘଟଣାଟି କ’ଣ। ମାଛ ବିକ୍ରି କରି ଅନେକ ମତ୍ସ୍ୟଜୀବୀ କୋଟିପତି ହୋଇଥିବା କଥା ଆମେ ଜାଣିଛେ। ହେଲେ ମାଛର ବାନ୍ତି ବିକ୍ରି କରି ଜଣେ ମତ୍ସ୍ୟଜୀବୀ କୋଟିପତି ହୋଇପାରିଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ପୂରା ସତ। ଥାଇଲାଣ୍ଡର ଜଣେ ମତ୍ସ୍ୟଜୀବୀ ଏଭଳି ସୌଭାଗ୍ୟର ଅଧିକାରୀ ହୋଇଛନ୍ତି। ସେ ଯାହାକୁ ପଥର ଖଣ୍ଡ ବୋଲି ଭାବୁଥିଲେ ତାହା ତାଙ୍କ ପାଇଁ ସୁନା ପାଲଟି ଯାଇଛନ୍ତି। ଏହି ପଥର ଖଣ୍ଡଟି ହେଉଛି ବାସ୍ତବରେ ସାର୍କର ବାନ୍ତି। ଯାହାକୁ ସମୁଦ୍ରର ଗୁପ୍ତଧନ ବୋଲି କୁହାଯାଏ। ଏଥିରେ ଗନ୍ଧହୀନ ଆଲକହଲ ଥାଏ। ବିଶେଷକରି ଅତର ବାସ୍ନାକୁ ଦୀର୍ଘ ସମୟ ରଖିବା ପାଇଁ ଏହା ବ୍ୟବହୃତ ହୋଇଥାଏ। କେତେକଙ୍କ ମତରେ ସାର୍କର ଶରୀରରୁ ଏହି…

Read More

ନୂଆଦିଲ୍ଲୀ: ଦେଶରେ ଗତ ୨୪  ଘଣ୍ଟାରେ ୩୫ ହଜାର ୫୫୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୨୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୮ ହଜାର ୬୪୮ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ୪ ଲକ୍ଷ ୨୨ ହଜାର ୯୪୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୯ ଲକ୍ଷ ୭୩ ହଜାର ୩୭୩ ଜଣ। ବିଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୭୨୬ ଜଣ  ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ବର, ନିଭାର ପରେ ଏବେ ବଙ୍ଗୋପ ସାଗରର ପୁଣି ଏକ ବାତ୍ୟା ଆସୁଛି। ଏହା ଦକ୍ଷିଣପଶ୍ଚିମ ଅଞ୍ଚଳ‌ରେ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହି ବାତ୍ୟାର ନାମ ‘ବୁରେଭି’ ରଖାଯାଇଛି। ଏହା ଆଜି ରାତି ସୁଦ୍ଧା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେଥିପାଇଁ ତାମିଲନାଡ଼ୁ ଏବଂ କେରଳରେ ହାଇ ଆଲର୍ଟ ଜାରି କରାଯାଇଛି । କେରଳର ୪ ଟି ସହର ଥିରୁଅନନ୍ତପୁରମ୍‌, କୋଲ୍ଲାମ୍‌, ପଥନମଥିତ୍ତ ଏବଂ ଆଲାପ୍ପୁଝାରେ ଏହି ରେଡ୍‌ ଆଲର୍ଟ‌୍ ଜାରି କରାଯାଇଛି। ଏଥିସହିତ କେରଳ ସରକାର ବାୟୁସେନା ଏବଂ ନୌସେନା ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ୮ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ସାରିଛନ୍ତି। ‘ନିଭାର’ ଠାରୁ ‘ବୁରେଭି’ର ପ୍ରଭାବ ଅଧିକ ରହିବ ବୋଲି ଜଣାପଡିଛି। ଏହାର ପ୍ରଭାବରେ ଉତ୍ତର ତାମିଲନାଡ଼ୁ, ପୁଡ଼ୁଚେରୀ, ଏବଂ ଉତ୍ତର କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେବେ…

Read More

ଭୁବନେଶ୍ୱର, ସାଂସଦ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲା କୁମାର ୨ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି । ଆସନ୍ତା ୪ ତାରିଖ ଦିନ ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ଦିନ ୧୧ଟାରେ କଂଗ୍ରେସ ଭବନରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବେ ଏବଂ ସେହିଦିନ ଦିନ ୪ଘଟିକା ସମୟରେ କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୫ ତାରିଖ ଦିନ ନୟାଗଡ଼ ଗ୍ରସ୍ତ କରି ମୃତ ପରୀର ପରିବାରକୁ ଭେଟିବେ ଏବଂ ସେହିଦିନ ନୟାଗଡ଼ରୁ ଭୁବନେଶ୍ୱର ଫେରି ଦିବା ୩ ଘଟିକା ସମୟରେ କଂଗ୍ରେସର ଆଗାମୀ ରଣନୀତି ନେଇ କଂଗ୍ରେସ ଭବନ ରେ ଅନୁଷ୍ଠିତ ହେବାକୁ ଥିବା ପିସିସି ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ…

Read More

ଭୁବନେଶ୍ବର, ଆସନ୍ତା ବଜେଟ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ତେବେ ଏହାକୁ ନେଇ ଓଡିଶାର ରାଜନୀତି ପାଣିପାଗ ମଧ୍ୟ ବେଶ ଗରମ ହୋଇଯାଇଛି। ଏହି ଅଦଳବଦଳ ବେଳେ ଓଡିଶାରେ ଆଉ ଜଣେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ତେବେ ଓଡିଶାରୁ କିଏ ହେବେ ମନ୍ତ୍ରୀ ସେ ନେଇ ମଧ୍ୟ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ଏଥିରେ କେବଳ ଦୁଇ ଜଣଙ୍କ ନାମ ବର୍ତ୍ତମାନ ଦିଲ୍ଲୀ ଦରବାରରେ ବେଶ୍ ଆଲୋଚନା ଚାଲିଛି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦୁଇ ଜଣ ମନ୍ତ୍ରୀ ଅଛନ୍ତି। ସେମାନେ ହେଲେ କ୍ୟାବିନେଟରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଷଡଙ୍ଗୀ। ହେଲେ କେନ୍ଦ୍ର ନେତୃତ୍ବ ଅନୁଭବ କରିସାରିଲେଣି ଯେ, ଉଭୟଙ୍କ ନେତୃତ୍ବରେ ଓଡିଶାରେ ଫେଲ ମାରୁଛି। ବିଶେଷ କରି ବାଲେଶ୍ବର ଉପ ନିର୍ବାଚନରେ ହାରିବା କେନ୍ଦ୍ର ବିଜେପି ନେତୃତ୍ବଙ୍କୁ ବହୁ ବ୍ୟଥିତ କରିଦେଇଛି। କାରଣ…

Read More

ନୂଆଦିଲ୍ଲୀ, ଜୀବନର ପ୍ରତ୍ୟେକ ବ୍ୟକ୍ତିର ଏପରି ଏକ ପରିବର୍ତ୍ତନ ହେବା ଆବଶ୍ୟକ ଯେତେବେଳେ ତାଙ୍କୁ ତାଙ୍କ ଲକ୍ଷ୍ୟରେ ପହଞ୍ଚିବା ପାଇଁ କଷ୍ଟଦାୟକ ରାସ୍ତା ଦେଇ ଯିବାକୁ ପଡିବ। ଏପରି ପରିସ୍ଥିତିରେ, କିଛି ଲୋକ ଭୟଭୀତ ହୋଇ ଦୁଃଖରେ ଭାଙ୍ଗି ପଡନ୍ତି। କେହି କେହି ସାହସ ଧରି ସଫଳତାର ପାହାଚ ଚଢନ୍ତି। ସଫଳତା ମଧ୍ୟ ଏପରି ଲୋକଙ୍କୁ ବାଛିଥାଏ, ଯେଉଁମାନେ ଜୀବନରେ କ୍ଳାନ୍ତ ହୋଇ ପରାଜିତ ହୁଅନ୍ତି ନାହିଁ । ଯଦି ଆପଣ ମଧ୍ୟ ଜୀବନର ପ୍ରତ୍ୟେକ ଅସୁବିଧାକୁ ପରାସ୍ତ କରିବାକୁ ଚାହାଁନ୍ତି, ତେବେ ଏହି 7 ଟି ଟିପ୍ସ ଆପଣଙ୍କୁ ସାହାଯ୍ୟ କରିପାରିବ। 1-ଲୋକମାନେ ଆପଣ ବିଷୟରେ କ’ଣ ଭାବନ୍ତି ତାହା ଚିନ୍ତା କରିବା ଆପଣଙ୍କ କାମ ନୁହେଁ। ଯଦି ଆପଣ ଏହା ଭାବିବେ ତେବେ ନିଜ କାମ କରିବାରେ ଅସୁବିଧାର ସମ୍ମୁଖୀନ ହେବେ। 2-ଆପଣଙ୍କ ଜୀବନକୁ କେବେ ବି ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ । ସେମାନଙ୍କ ବିଷୟରେ…

Read More

ଭୁବନେଶ୍ୱର: ଦୁର୍ନୀତି ଓ ଅର୍ଥ ତୋଷରପାତ କରି ଭିଜିଲାନ୍ସରେ ଜାଲରେ ପଡି ବରିଷ୍ଠ ଆଇଏଫଏସ ଅଭୟକାନ୍ତ ପାଠକ ଜେଲ ଯାଇଛନ୍ତି। ସେପଟେ ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ନିଜ ସମର୍ଥନରେ ଲୋକଙ୍କୁ ଏକଜୁଟ କରି ନିରପେକ୍ଷ ତଦନ୍ତ ପାଇଁ ଦାବୀ କରିଛନ୍ତି। ତାଙ୍କ ସମର୍ଥକ ବ୍ରହ୍ମପୁର ଏସପିଙ୍କୁ ଏପରି ଦାବି ଜଣାଇବା ଓଡିଶା ରାଜନୀତିରେ କୌତୁହଳ ସୃଷ୍ଟି କରିଛି। ଆଗକୁ ଝିଅ ବାହାଘର ଥିଲା, ତା ଆଗରୁ ଭାବି ସମୁଦି ଓ ଜ୍ୱାଇଁ ଜେଲ ଗଲେ। ଅଚାନକ ଏଭଳି ଘଟଣାରେ ଉଭୟ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ରାଜ୍ୟ ସରକାରଙ୍କ ବିରୋଧରେ ବିଶୋଦ୍ଗାର କରୁଛନ୍ତି। ହେଲେ ଅଭୟକାନ୍ତ ଓ ଆକାଶ ଯେଉଁ କାରଣ ପାଇଁ ଜେଲ ଗଲେ, ତାହା ସମସ୍ତେ ଜାଣନ୍ତି। ଦୁର୍ନୀତି କଲେ ଦଣ୍ଡ ମିଳେ ବୋଲି ବୋଧେ ଭୁଲି ଯାଇଛନ୍ତି ଜନ ପ୍ରତିନିଧି ପ୍ରଦୀପ ପାଣିଗ୍ରାହୀ। ଖୋଦ ପ୍ରଦୀପ…

Read More

ମେଷ: ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ। ଚିନ୍ତାଧାରାରେ ଅତି ଶୀଘ୍ର ପରିବର୍ତ୍ତନ ଯୋଗୁଁ, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ସହଜ ହେବ ନାହିଁ। ଆଜି ଶ୍ରୀଗଣେଶ ଆପଣଙ୍କ ଉପରେ ଆର୍ଶିବାଦ ବର୍ଷା କରିଛନ୍ତି। ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ କାର୍ଯ୍ୟ କିମ୍ବା ଭ୍ରମଣ ହେବାର ଯୋଗ ରହିଛି। ଆଜି ଲେଖାଲେଖି କରିବାର ଶୁଭ ଦିନ ଅଟେ। କାରଣ ଆଜି ବୈଦ୍ଧିକ ଏବଂ ଯୁକ୍ତିଯୁକ୍ତ ଚିନ୍ତା ବିନିମୟ ହୋଇପାରେ। କୈଣସି ମହିଳାଙ୍କ ପାଇଁ ବିବାଦ ଭିତରକୁ ଯାଆନ୍ତୁ ନାହିଁ। ବୃଷ- ମନର ସ୍ଥିରତା ବଜାୟ ରଖିବାର ଆଜି ଆବଶ୍ୟକତା ରହିଛି। କାରଣ ଆପଣ ଆଜି ସୁଯୋଗ ହରାଇ ପାରନ୍ତି। ଯଦି ଆପଣଙ୍କର ଆପୋଷ ବୁଝାମଣା କରିବାର ପ୍ରବୃତ୍ତି ଅଛି, ତେବେ କାହା ସହିତ କୈଣସି ବିବାଦ ହେବ ନାହିଁ। ରହଣି ଆୟୋଜନ ସ୍ଥଗିତ ରଖିବ। ଲେଖକ, କଳାକାର ଏବଂ ପରାମର୍ଶଦାତାମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ। ଆଜି…

Read More

ଭୁବନେଶ୍ବର, ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ବାରକୁ ଯାଇ ସେଠାରୁ ମହାପଭୁଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ସେବାୟତମାନଙ୍କ ସହିତ ଆଲୋଚନା କରିଥିଲେ । ବର୍ତ୍ତମାନ ସରକାର ଅମଳରେ ବିନ୍ଦୁସାଗର ଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟ ହୋଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟ ଆଗକୁ ନେବା ପାଇଁ ସମସ୍ତଙ୍କର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ଦୁଇଦିନ ତଳେ ବଡ଼ବଜାର ଥାନା ପ୍ରହ୍ଲାଦ ନଗର ଅଂଚଳରୁ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୀପ ସାହୁ ଗଂଜେଇ ଚାଲାଣ ବେଳେ ଧରାପଡ଼ିଥିବାବେଳେ ଆଜି ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗଂଜେଇ ଚାଲାଣ ବେଳେ କାବୁ କରିଛି ବୈଦ୍ୟନାଥପୁର ପୋଲିସ୍। ଘଟଣାରୁ ପ୍ରକାଶ ଯେ ଆଜି ପ୍ରାତଃସକାଳେ ବୈଦ୍ୟନାଥପୁର ଥାନାରେ ଏସ୍‌ଆଇ ବିଭୂତି ଭୂଷଣ ସେଠୀ ଏବଂ ଏଏସ୍‌ଆଇ ଗୋପାଳ ରେଡ଼ୀ ଅନ୍ୟାନ୍ୟ ଷ୍ଟାଫ୍ ସହ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବାବେଳେ ସଂଦେହରେ ଖୋଡ଼ାସିଂ ଓଭରବ୍ରିଜ୍ ତଳେ ନମ୍ବର ବିହିନ ହିରୋହୋଣ୍ଡା ବାଇକ୍‌ରେ କିଛି ସାମଗ୍ରୀ ଧରି ଯାଉଥିବା ଜନୈକ ଯୁବକକୁ ଅଟକାଇଥିଲେ। ଦୁର୍ଦ୍ଦାନ୍ତ ଅପରାଧୀ ପୁରୁଣା ବ୍ରହ୍ମପୁର ଗଣେଶ ନଗରର ସାଗର ମୁଳି ଏକ ନମ୍ବର ବିହୀନ ଗାଡ଼ିରେ ଗଂଜେଇ ଚାଲାଣ କରୁଥିବା ବେଳେ ତା’ ନିକଟରୁ ଦୁଇଟି ବେଗ୍‌ରେ ଭର୍ତ୍ତି କରିଥିବା ୨୮ କେଜି ୪୫୦ ଗ୍ରାମ ଗଂଜେଇ ଜବତ କରିଥିଲେ। ସୂଚନାଯୋଗ୍ୟ ସାଗର ମୁଳି…

Read More