Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: ସୁନାମି ପ୍ରସ୍ତୁତି ନେଇ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଗଡହରିଶପୁର ନୋଳିଆସାହି ଗାଁକୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ। ଜିଲ୍ଲା ପ୍ରଶାସନ ତରଫରୁ ସୁନାମି ମୁକାବିଲା ନିମନ୍ତେ ଡିସେମ୍ବର ୧୪.୨୦୧୯ ମସିହାରେ କରାଯାଇଥିବା ପ୍ରସ୍ତୁତିକୁ ଆନ୍ତର୍ଜାତିୟ ସଦସ୍ୟମାନେ ଦେଖିବା ପରେ ଜଗତସିଂହପୁର ଜିଲ୍ଲା ଏହି ସମ୍ମାନର ଅଧିକାରୀ ହୋଇପାରିଛି। ଜଗତସିଂହପୁର ଜିଲ୍ଲାକୁ ମିଳିଥିବା ଏହି ଆନ୍ତର୍ଜାତିୟ ସମ୍ମାନ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଏନେଇ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମିଳିଥିବା ଏହି ଆନ୍ତର୍ଜାତିକ ସମ୍ମାନ ପାଇଁ ଏରସମା ବ୍ଲକର ଗଡହରିଶପୁର ନୋଳିଆସାହି ଗାଁର ସମସ୍ତ ଗ୍ରାମବାସୀ, ସରପଞ୍ଚ ଓ କମ୍ୟୁନିଟିକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଭେଚ୍ଛା ଜଣାଇବା ସହ ବାତ୍ୟା ମୁକାବିଲା ନିମନ୍ତେ ଆଗକୁ ଆହୁରି ଅଧିକ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ…

Read More

କୋଣାର୍କ : ଅଭିଯୁକ୍ତଙ୍କ ଧରିବାକୁ ଯାଇ ଗାଁରେ ପୁଲିସ ହଟହଟା ହୋଇଛନ୍ତି। ପୁରୀ ଜିଲ୍ଲା ଗୋପ ଥାନାରେ ଏଭଳି ଘଟଣା ଘଟିଛି ।  ଗୋପ ଆଇଆଇସିଙ୍କ ସମେତ 10 ପୁଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁଲୋକ। ଗୋପ ରେଢୁଆ ଗାଁକୁ ଯାଇଥିବାବେଳେ ପୋଲିସକୁ ଅଟକ ରଖିଲେ ଗାଁ ଲୋକେ। ନିମାପଡା ଏସଡ଼ିପିଓଙ୍କ ହସ୍ତକ୍ଷେପ ପରେ ଗାଁ ଲୋକଙ୍କ ଠାରୁ ପୋଲିସ ମୁକୁଲିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏକ ଚୋରୀ ଘଟଣାରେ  ତଦନ୍ତ କରିବାକୁ ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ଥାନାର ଦୁଇଜଣ ଏଏସଆଇ ଙ୍କ ସମେତ 10 ପୁଲିସ କର୍ମଚାରୀ ମହଲାପଡା ପଞ୍ଚାୟତର ରେଢୁଆ ଗ୍ରାମକୁ ଯାଇଥିଲେ। ମାତ୍ର ତାହା ଏକ ମିଥ୍ୟା ଅଭିଯୋଗ ହୋଇଥିବାବେଳେ ପୋଲିସ କଣ ପାଇଁ ଏତେ ରାତିରେ ଗାଁକୁ ଆସିଛି କହି ଉତ୍ତ୍ୟକ୍ତ ଲୋକେ  2ଟି ପୋଲିସ ଜିପକୁ ଅଟକ ରଖିଥିଲେ। ଗାଁର ମହିଳାଙ୍କ ସମତେ ଶତାଧିକ ଲୋକେ ପୋଲିସ ର ଦୁଇଟି…

Read More

ଯାଜପୁର : ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 3ଜଣ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବରରୁ ଏକ କାର ଯୋଗେ ଗୋଟିଏ ପରିବାର ସଦସ୍ୟମାନେ ପଶ୍ଚିମବଙ୍ଗର ମେଦିନାପୁରକୁ  ଯାଉଥିଲେ। ଏହି କାରଟି ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ  ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଇଥିଲା। ଏହାଫଳରେ ଘଟଣା ସ୍ଥଳରେ ହିଁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଟରେ ଆଉ ଜଣଙ୍କର ଜୀବନ ଯାଇଛି। ଏହି ଘଟଣାରେ ଜଣେ ମହିଳାଙ୍କ ସହ 2 ଗୁରୁତରଙ୍କୁ କଟକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।

Read More

ଭୁବନେଶ୍ବର,ଭାରତର ସିଏଜି ଭାବେ ଗିରିଶ ଚନ୍ଦ୍ର ମୂର୍ମୁ ନିଯୁକ୍ତି ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଛନ୍ତି। ଗତକାଲି ମୁର୍ମୁ ଭାରତ ସମୀକ୍ଷକ ଓ ମହାଲେଖ ପରୀକ୍ଷକ ବା Comptroller and Auditor General of India ଭାବେ ନିଯୁକ୍ତି ପାଇଛନ୍ତି। ମୟୁରଭଂଜ ଜିଲ୍ଲାରେ ଜନ୍ମିତ ମୁର୍ମୁ ନିକଟରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଥିଲେ। ଗୁରଜୁରାଟ କ୍ୟାଡର ଏହି ଆଇଏଏସ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶ୍ ବିଶ୍ବାସ ଯୋଗ୍ୟ। ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ସେଠାରେ ଉଚ୍ଚ ପଦବୀରେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି।

Read More

ନୂଆଦିଲ୍ଲୀ,ରସାୟନ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟୁ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଟ୍ରାଭାନକୋର ଲିମିଟେଡ (ଏଫଏସିଟି) ଚଳିତ ବର୍ଷ ମଧ୍ୟରେ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ରେକର୍ଡ ଭାଙ୍ଗିଛି। ଏଫଏସିଟିର ଏକ ବିବୃତ୍ତି ଅନୁଯାୟୀ, ଜୁଲାଇ ୨୦୨୦ ମଧ୍ୟରେ କମ୍ପାନୀ ସର୍ବାଧିକ (୨୪,୦୧୬ ମେଟ୍ରିକ ଟନ) ମାସିକ ‘ଆମୋନିୟମ ସଲଫେଟ’ ଉତ୍ପାଦନ କରିଛି, ଯାହା ଜାନୁୟାରୀ ୨୦୨୦ରେ କମ୍ପାନୀର ସର୍ବୋତ୍ତମ ଉତ୍ପାଦନ ୨୩,୮୧୧ ମେଟ୍ରିକ ଟନକୁ ଅତିକ୍ରମ କରିଛି। ମୁଖ୍ୟତଃ ଦକ୍ଷିଣ ଭାରତୀୟ ବଜାର ପାଇଁ ଏଫଏସିଟି ଦୁଇଟି ସାର ଉତ୍ପାଦ ଏନପି ୨୦:୨୦:୦:୧୩ (ଫ୍ୟାକ୍ଟାମଫୋସ) ଏବଂ ଆମୋନିୟମ ସଲଫେଟ ଉତ୍ପାଦନ କରୁଛି । କୋଭିଡ ସମୟରେ ନିରାପଦ କାର‌୍ୟ୍ୟ ପାଇଁ କମ୍ପାନୀ ଏହାର କାର‌୍ୟ୍ୟସୂଚୀ, କଞ୍ଚାମାଲ ଯୋଜନା, ଲଜିଷ୍ଟିକ୍ସ ଏବଂ ଉତ୍ପାଦ ପଠାଇବାରେ ଉପଯୁକ୍ତ ପନ୍ଥା ପ୍ରୟୋଗ କରି ଏହାର ସାର ଉତ୍ପାଦନକୁ ଅନୁକୂଳ ବାତାବରଣରେ ସମ୍ପାଦନ କରୁଛି ।

Read More

ନୂଆଦିଲ୍ଲୀ, ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ, ଡିଆରଡିଓ ଅଧୀନ ସ୍ୱୟଂଶାସିତ ସଂସ୍ଥା, ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି), ପୁନେ ପ୍ରଥମ ପୁରସ୍କାର ହାସଲ କରିଛି। ଏହାର ଲାଇଭ କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିଭାଗୀମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ଅଖିଳ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପରିଷଦ (ଏଆଇସିଟିଇ) ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରିଥିଲେ। ଏସଆଇଏଚ-୨୦୨୦ ପ୍ରତିଯୋଗିତା ଲଗାତାର ୩୬ ଘଣ୍ଟାର ଡିଜିଟାଲ ଉତ୍ପାଦ ନିର୍ମାଣ ଉପରେ ଆଧାରିତ ରାଷ୍ଟ୍ରୀୟ ସ୍ତରର ପ୍ରତିଯୋଗିତା ଥିଲା। ଅଗଷ୍ଟ ୧ ତାରିଖରୁ ୩ ଅଗଷ୍ଟ, ୨୦୨୦ ମଧ୍ୟରେ ଉତ୍ତର ପ୍ରଦେଶର ନୋଏଡା ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏନଆଇଇଟି)ରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଡା. ସୁନୀତା ଧବଲେଙ୍କ ମାର୍ଗଦର୍ଶନରେ ଡିଆଇଏଟିର ୬ ଜଣ ସଦସୀୟ ଛାତ୍ର ଦଳ ‘ଏଜ ଅଫ ଅଲ୍ଟ୍ରାନ’…

Read More

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ଆସିଥିବା ବିହାର ଏସପି ବିନୟ ତିୱାରୀ କ୍ଵାରେଣ୍ଟିନରୁ ମୁକ୍ତ ହୋଇଛନ୍ତି। କ୍ଵାରେଣ୍ଟିନ ରୁ ମୁକ୍ତ ହେବା ପରେ ପାଟନା ଅଭିମୁଖେ ବାହାରିବେ ପାଟନା ଏସପି। ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ମୁମ୍ବାଇ ଆସିଥିବାବେଳେ ତାଙ୍କୁ ଜବରଦସ୍ତି କ୍ଵାରେଣ୍ଟିନରେ ରଖାଯାଇଥିଲା। କ୍ଵାରେଣ୍ଟିନରୁ 5 ଦିନ ରହିବା ପରେ ବିହାର ଏସପି କ୍ଵାରେଣ୍ଟିନରୁ ବାହାରିଛନ୍ତି। ତେବେ ସେ ରିଟର୍ନ ଟିକେଟ ଦେଖେଇବା ପରେ ତାଙ୍କୁ ବିଏମସି କ୍ଵାରେଣ୍ଟିନରୁ ମୁକ୍ତ କରିଛି। ଅପର ପାଖରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏବେ ସିବିଆଇ ତଦନ୍ତ ଆରମ୍ବ କରିଛି। ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ଅଡ଼ୁଆ ବଢ଼ି ଚାଲିଛି। ଇଡ଼ିର ରିୟାଙ୍କୁ ସମନ ଜାରି କରିଛି। ଆଜି ରିୟା ମୁମ୍ବାଇରେ ଇଡି ସମ୍ମୁଖରେ ହାଜର ହେବେ। ବିହାର ପୁଲିସ୍‌ର ତଦନ୍ତ ଆଧାରରେ ରିୟା ଓ ତାଙ୍କର ସହଯୋଗୀଙ୍କୁ ଟଙ୍କା କାରବାର ଉପରେ ଇଡି ପଚରାଉଚରା କରିବ। ନିକଟରେ ସୁଶାନ୍ତଙ୍କ…

Read More

ନୂଆଦିଲ୍ଲୀ, ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି। ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ। ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି। ଅଗଷ୍ଟ ୭ରୁ ଆରମ୍ଭ ହୋଇ ଏହା ୩ ସପ୍ତାହ ଚାଲିବ ଏବଂ ଅଗଷ୍ଟ ୨୧ରେ ଉଦ୍‌ଯାପିତ ହେବ। ଏଥିରେ ଭାରତୀୟ ଇତିହାସରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବୀରତ୍ୱର କାହାଣୀ ପ୍ରଦର୍ଶିତ ହେବା ସହିତ ସମଗ୍ର ବିଶ୍ୱରେ ଥିବା ଭାରତୀୟଙ୍କ ମଧ୍ୟରେ ଏକ ଦେଶାତ୍ମବୋଧକ ଓ ଉତ୍ସବଜନିତ ଭାବନା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଦୈନିକ ଏଥିରେ ଅତି ଉଚ୍ଚମାନର ଦେଶାତ୍ମବୋଧ ଓ ସ୍ୱାଧୀନତା ଦିବସ ସଂକ୍ରାନ୍ତ ବାର୍ତ୍ତା ଥିବା ଚଳଚ୍ଚିତ୍ରମାନ ହିଁ ପ୍ରଦର୍ଶିତ ହେବ। ଏହାକୁ ବିନା ମୂଲ୍ୟରେ www.cinemasofindia.comଦେଖିହେବ। ହିନ୍ଦୀ, ମରାଠି, ତେଲୁଗୁ, ତାମିଲ, ବାଂଲା, ଗୁଜରାଟୀ, ମାଲାୟଲମ ସମେତ…

Read More

ନୂଆଦିଲ୍ଲୀ, ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଦାୟିତ୍ଵ ତୁଲାଉଥିବା ଓଡିଆ ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ କମ୍ପ୍ତ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ଦେଶର ମହା ଲେଖାକାର। ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମତି ପ୍ରଦାନ କରିଛନ୍ତି। ଫଳରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତରଫରୁ ବିଧବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ଓଡିଆ ଭାବରେ ସେ ଏହି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହେବେ। ସେ ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ଥିବା ମୁର୍ମୁ ବହୁ ଉଚ୍ଚ ପଦବୀରେ କାର୍ଯ୍ୟ କରିଛନ୍ତି।

Read More

ନୂଆଦିଲ୍ଲୀ, ଗତକାଲି ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଦାୟିତ୍ଵ ତୁଲାଉଥିବା ଓଡିଆ ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଥିଲେ।ଆଜି ତାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଥିବାର ଜଣାପଡିଛି। ଏଥିସହିତ ମନୋଜ ସିହ୍ନାଙ୍କୁ ପରବର୍ତ୍ତି ଉପରାଜ୍ୟପାଳ ଭାବେ ନିଯୁକ୍ତିକୁ ମଧ୍ୟ ରାଷ୍ଟ୍ରପତି ସ୍ବୀକୃତି ଦେଇଛନ୍ତି। ତେବେ ଗିରିଶ ମୁର୍ମୁ ଖୁବ୍ ଶିଘ୍ର ପରବର୍ତ୍ତୀ କମ୍ପ୍ତ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ଦେଶର ମହା ଲେଖାକାର ଦାୟିତ୍ଵ ଗ୍ରହଣ କରିବେ। ଫଳରେ ମୁର୍ମୁ ପ୍ରଥମ ଓଡିଆ ଭାବରେ ସେ ଏହି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହେବେ। ଗୁଜରାଟ କ୍ୟାଡରର ଆଇଏଏସ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତ୍ୟନ୍ତ ଘନିଷ୍ଠ।

Read More

ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୬,୧୨୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଭାରତର ସମୁଦାୟ କୋଭିଡ-୧୯ ରୋଗୀଙ୍କ ଆରୋଗ୍ୟ ସଂଖ୍ୟା ୧୩ ଲକ୍ଷ ୨୮ହଜାର ୩୩୬ ରେ ପହଞ୍ଚିଛି। ଏହିପରି ନିୟମିତ ସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୭,୩୨,୮୩୫ରେ ପହଞ୍ଚିଛି। ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ୬୭.୬୨% ରେ ପହଞ୍ଚିଛି। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫,୯୫,୫୦୧ ହୋଇଥିବା ବେଳେ ଏହା ମୋଟ ମାମଲାର ଶତକଡା ୩୦.୩୧ ଭାଗ । ସକ୍ରିୟ ରୋଗୀମାନେ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଜୁଲାଇ ୨୪, ୨୦୨୦ ବେଳକୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ରୋଗୀଙ୍କ ତୁଳନାରେ ୩୪.୧୭ ପ୍ରତିଶତ ଥିବା ବେଳେ ଆଜି ଏହା ୩୦.୩୧ ପ୍ରତିଶତକୁ ହ୍ରାସ ପାଇଛି। ସରକାରଙ୍କ ସମନ୍ଵିତ ଉଦ୍ୟମ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ କୋଭିଡ-୧୯ ପରିଚାଳନା କୌଶଳ…

Read More

ନୂଆଦିଲ୍ଲୀ, ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ଆସନ୍ତାକାଲି ଆନ୍ତର୍ଜାତିକ ପ୍ରମାଣପତ୍ର ଲାଭ କରିବେ। ଏହି ଦୁଇ ଗାଁ ହେଲା ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲାର ନୋଳିଆ ସାହି। ୟୁନେସ୍କୋ, ଭାରତ ମହାସାଗର ସୁନାମି ସତର୍କତା ପରିଚାଳନା କମିଟି ଏବଂ ଏନ୍‌ଡିଆରଏଫ୍‌, ଓସ୍‌ଡମା ଏବଂ ଭାରତୀୟ ଭୂବିଜ୍ଞାନ ବିଭାଗର ମିଳିତ ସୁପାରିସରେ ଏହି ପ୍ରମାଣପତ୍ର ସଂପୃକ୍ତ ଦୁଇ ଗାଁ ପାଇବେ। ଗୋଷ୍ଠୀ ସଚେତନତା କ୍ଷେତ୍ରରେ ଏହି ଦୁଇ ତଟବର୍ତ୍ତୀ ଗାଁର ଲୋକେ ସୁନାମି ସତର୍କତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି । ଓଡ଼ିଶା ସମେତ ଭାରତର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରେ ସୁନାମି ସତର୍କତା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ସେଥିରେ ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ ବା ଇନ୍‌କଏସ୍‌ର ନିର୍ଦ୍ଦେଶକ, ଭୂବିଜ୍ଞାନ ମନ୍ତ୍ରଣାଳୟ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଗତକାଲି ୨୦ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୪ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଏରସମା ବ୍ଲକରୁ ୪ଜଣ, ଜଗତସିଂହପୁର ବ୍ଲକରୁ ୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୩ଜଣ, ପାରାଦ୍ଵୀପରୁ ୨ଜଣ ଏବଂ ବିରିଡ଼ି ଓ ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏରସମା ବ୍ଲକରେ ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନରେ ଥିଲେ। ଏବଂ ସେମାନେ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଜଗତସିଂହପୁର ବ୍ଲକରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨ଜଣ ଭୂବନେଶ୍ବରର କଳିଙ୍ଗ ହସପିଟାଲ ଓ ଉତ୍କଳ ହସପିଟାଲରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଜଗତସିଂହପୁର ମ୍ୟୁନିସିପାଲିଟିରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହେବା ସହ ଜଣେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସମବାୟ ପାଇକରି ଭଣ୍ଡାର ସମ୍ପାଦକ ଶଙ୍କର ପ୍ରସାଦ ଦାସଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଥିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ପୂର୍ବତନ ସମ୍ପାଦକ ଦେବେନ୍ଦ୍ର ଦାସ କାର୍ଯ୍ୟରୁ ଅବସର ନେବାପରେ ବେଆଇନ ଭାବରେ ନିଜ ପୁଅ ଶଙ୍କର ପ୍ରସାଦ ଦାସଙ୍କୁ ଉକ୍ତ ସଂସ୍ଥାର ସମ୍ପାଦକ କାର୍ଯ୍ୟଭାର ପ୍ରଦାନ କରିଥିଲେ। ସମ୍ପାଦକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ବ୍ରହ୍ମପୁର ସମବାୟ ସମିତି ସମୂହ ଉପ-ନିବନ୍ଧକ ବିଶ୍ୱ ରଞ୍ଜନ ଦାସଙ୍କ ନିକଟରେ ଖବର ପହଞ୍ଚିବା ପରେ ଘଟଣାର ତଦନ୍ତ ଖୋଦ ଶ୍ରୀ ଦାସ କରିଥିଲେ ଏବଂ ଉପ-ନିବନ୍ଧକ ତଦନ୍ତ କରି ଜାଣିବାକୁ ପାଇଥିଲେ ନିଯୁକ୍ତିରେ ଅନିୟମିତତା ହୋଇଅଛି। କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ହାତବାରିସୀ କରି ପୂର୍ବତନ ସମ୍ପାଦକ ଜାଲିଆତି କରି ନିଜ ପୁଅକୁ ବେଆଇନ ଭାବରେ ଉକ୍ତ ସଂସ୍ଥାର ଦାୟିତ୍ୱ ଦେଇଥିବା ନେଇ ପ୍ରମାଣ ମିଳିବା ପରେ ସମ୍ପାଦକଙ୍କୁ ବହିଷ୍କାର କରିବା ପାଇଁ ଉପ-ନିବନ୍ଧକ…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ଅବାଧ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏହି କଟକଣା ଆସନ୍ତା ୧୫.୦୮.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ପ୍ରଶାସନର ଇ-ଅଭିଯୋଗ ପୋର୍ଟାଲ https://janasahajogajspur.org କିମ୍ବା ସୋସିଆଲ୍ ମିଡିଆ ନଚେତ୍ ହ୍ୱାଟସଆପ୍ ମାଧ୍ୟମରେ ଦାଖଲ କରିପାରିବେ। ଏତଦବ୍ୟତୀତ ଜନସାଧାରଣ ତଥା ଅଧିକାରୀ ଓ କର୍ମଚାରୀଙ୍କ ନିରାପଦ ଦୃଷ୍ଟିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରବେଶ ପଥ ନିକଟରେ ଥିବା ଅଭିଯୋଗ ବାକ୍ସରେ ପକାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Read More

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୧୫୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ କାରୋନାରୁ  ଆରୋଗ୍ଯ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୨୬୮୮୭ ହୋଇଥିବା ବେଳେ ୧୩,୫୪୯ ଆକ୍ରାନ୍ତଙ୍କର ଏବେ ଚିକିତ୍ସା ଚାଲିଛି। ଆଜି ଗଞ୍ଜାମରୁ ୨୯୦, ଖୁର୍ଦ୍ଧାରୁ ୧୯୭, ରାୟଗଡାରୁ ୧୨୧, ସୁନ୍ଦରଗଡରୁ ୭୬, ଯାଜପୁରରୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡରୁ ୩୫, କେନ୍ଦୁଝରରୁ ୩୩, ବାଲେଶ୍ବର ଓ କଳାହାଣ୍ଡିରୁ ୨୫, ମୟୂରଭଞ୍ଜରୁ ୨୪, ସମ୍ବଲପୁରରୁ ୨୩,ବଲାଙ୍ଗୀରରୁ ୨୨, ଭଦ୍ରଖରୁ ୧୫, କନ୍ଧମାଳରୁ ୧୪, ଜଗତସିଂପୁରରୁ ଓ କେନ୍ଦ୍ରାପଡାରୁ ୧୧, ମାଲକାନଗିରିରୁ ୧୦, ନୂଆପଡାରୁ ୮, ବରଗଡରୁ ୭, ଢେଙ୍କାନାଳରୁ ୬ ଓ ଅନୁଗୁଳ ତଥା ସୋନପୁରରୁ ୫, ଗଜପତି ଓ ଝାରସୁଗୁଡାରୁ ୪, ବୌଦ୍ଧ ରୁ ୨ ଓ ନବରଙ୍ଗପୁର ଜିଲାରୁ  ୧ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

Read More

ଫ୍ଲୋରିଡା : ଫ୍ଲୋରିଡାର ଜନୈକ ଯୁବକ ନକଲି ଚେକ୍ ଜରିଆରେ ଏକ କାର୍ କିଣି ଜେଲ୍ ଯାଇଛନ୍ତି । ଯୁବକ ଜଣକ ନିଜ ଘରେ ରଖିଥିବା କମ୍ପ୍ୟୁଟରରେ ଏକ ନକଲି ଚେକ୍ ପ୍ରସ୍ତୁତ କରିବା ସହିତ ଉକ୍ତ ଚେକ୍ ଜରିଆରେ ଏକ ପୋର୍ସେ କାର୍ କିଣିଥିଲେ । ଫ୍ଲୋରିଡାର 42 ବର୍ଷୀୟ ୱିଲିୟମ୍ କେଲି ନକଲି ଚେକ୍ ବ୍ୟବହାର କରିବା ସହିତ ପୋର୍ସେ 911 ଟର୍ବୋ କାର୍ଟି କିଣିଥିଲେ । ଡେଷ୍ଟିନରେ ଓକାଲୁସା କାଉଣ୍ଟିର ଏକ କାର୍ ସୋ ରୁମ୍ରୁ କେଲି କାର କିଣିବା ସହିତ 139, 203.05 ଡଲାରର ଚେକ୍ ପ୍ରଦାନ କରିଥିଲେ । ଜୁଲାଇ 27 ତାରିଖରେ କାର୍ଟି କିଣିବା ପରେ ଚେକ୍ଟି ବାଉନ୍ସ ହେବାରୁ କାର୍ଟି ଚୋରି ହୋଇଥିବା ନେଇ ସୋରୁମ୍ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ କେବଳ କାର୍ ଚଳାଇ ନଥିଲେ ବରଂ ଏହାର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର…

Read More

ସୀତରାମ ଅଗ୍ରଓ୍ବାଲ  ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  ସମଗ୍ର ଜିଲ୍ଲାରେ ଆଜି ୨୨0 ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।  ଯଦି ଏହିପରି ଆକ୍ରାନ୍ତ ବଢୁଥିବେ ତାହାଲେ ଅଳ୍ପ ଦିନ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ନମ୍ବର ହଟସ୍ପଷ୍ଟ ଜିଲ୍ଲା ଭାବେ ପରିଗଣିତ ହେବ । ଅନୁରୂପ ଭାବେ ଚିଲିକା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବାଣପୁର ରେ ଆଜି ସକାଳ ସୁଦ୍ଧା ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାସ୍ଥଳେ କେବଳ ବାଣପୁର ଏନ.ଏ.ସି ରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଗୋଟିଏ ଦିନର ସର୍ବକାଳୀନ ରେକର୍ଡ । ସମସ୍ତ ଆକ୍ରାନ୍ତ ଲୋକାଲ/ହୋମ କ୍ଵାରେନଟାଇନ କେସ ବୋଲି ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ସବୁ ବାଣପୁର ଏନ.ଏ.ସି ର ୪,୫,୭,୮,୯,୧0,୧୨,୧୩ ନମ୍ବର ୱାର୍ଡର ଥିବାର ସୂଚନା ମିଳିଛି।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବ୍ରହ୍ମପୁର ସମବାୟ ପାଇକରି ଭଣ୍ଡାର ସମ୍ପାଦକ ଶଙ୍କର ପ୍ରସାଦ ଦାସଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ପୂର୍ବତନ ସମ୍ପାଦକ ଦେବେନ୍ଦ୍ର ଦାସ କାର୍ଯ୍ୟରୁ ଅବସର ନେବାପରେ ବେଆଇନ ଭାବରେ ନିଜ ପୁଅ ଶଙ୍କର ପ୍ରସାଦ ଦାସଙ୍କୁ ଉକ୍ତ ସଂସ୍ଥାର ସମ୍ପାଦକ କାର୍ଯ୍ୟଭାର ପ୍ରଦାନ କରିଥିଲେ । ସମ୍ପାଦକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ବ୍ରହ୍ମପୁର ସମବାୟ ସମିତି ସମୂହ ଉପ-ନିବନ୍ଧକ ବିଶ୍ୱ ରଞ୍ଜନ ଦାସଙ୍କ ନିକଟରେ ଖବର ପହଞ୍ଚିବା ପରେ ଘଟଣାର ତଦନ୍ତ ଖୋଦ ଶ୍ରୀ ଦାସ କରିଥିଲେ ଏବଂ ଉପ-ନିବନ୍ଧକ ତଦନ୍ତ କରି ଜାଣିବାକୁ ପାଇଥିଲେ ନିଯୁକ୍ତିରେ ଅନିୟମିତତା ହୋଇଅଛି । କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ହାତବାରିସୀ କରି ପୂର୍ବତନ ସମ୍ପାଦକ ଜାଲିଆତି କରି ନିଜ ପୁଅକୁ ବେଆଇନ ଭାବରେ ଉକ୍ତ ସଂସ୍ଥାର ଦାୟିତ୍ୱ ଦେଇଥିବା ନେଇ ପ୍ରମାଣ ମିଳିବା ପରେ ସମ୍ପାଦକଙ୍କୁ…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଆଉ 118 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛି । ନୂତନ 118 ଆକ୍ରାନ୍ତଙ୍କ ମଧ୍ୟରେ 71 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ  47ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛନ୍ତି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 71 ଜଣଙ୍କ ମଧ୍ୟରୁ ସ୍ବାସ୍ଥ୍ୟ ବିଭାଗରୁ 10 ଜଣ ରହିଥିବାବେଳ ରିଜର୍ଭ ପୋଲିସ୍‌ କଲୋନୀ, କଳିଙ୍ଗ ଷ୍ଟାଡିୟମ୍‌ନିକଟରୁ 7 ଜଣ, ନୟାପଲ୍ଲୀ ନୂଆ ସାହିରୁ 6 ଜଣ,ସୂର୍ଯ୍ୟ ନରଗରରୁ 4 ଜଣ, ୟୁନିଟ୍‌ -1ରୁ 3ଜଣ, ଗଜପତି ନଗରରୁ 2 ଜଣ ରହିଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ପୋଲିସ୍‌ କର୍ମଚାରୀ ରହିଛନ୍ତି । ସେହିପରି ଲୋକାଲ୍‌ କଣ୍ଟାକ୍ଟ 47ଜଣଙ୍କ ମଧ୍ୟରୁ ନୟାପଲ୍ଲୀରୁ ଜଣେ,ବରଗଡ ବ୍ରିଟ୍‌ କଲୋନୀରୁ ଜଣେ, ଭୀମଟାଙ୍କିରୁ ଜଣେ, କଳିଙ୍ଗନଗରରୁ 2 ଜଣ, ଚାରିନମ୍ବର ମସ୍‌ଜିଦ୍‌ କଲୋନୀରୁ ଜଣେ, ପୁରୁଣା ଭୁବନେଶ୍ବରରୁ 2 ଜଣ, ଭିଏସ୍‌ଏସ ନରରୁ ଜଣେ,…

Read More

ପୁରୀ : ଏଣିକି ଜଗାର ଦର୍ଶନ ଅନ୍‌ଲାଇନ୍‌ରେ କରିପାରିବେ।  ପରିଚୟପତ୍ର ଓ ତଥ୍ୟ ଦେଇ ଜଣେ ଅନଲାଇନ୍‌ରେ ବୁକିଂ କରିପାରିବେ। କେଉଁଦିନ ଏବଂ କେଉଁ ସମୟରେ ଦର୍ଶନ ସୁବିଧା ମିଳିବ, ସେନେଇ ଜଣାଇ ଦିଆଯିବ। ଅନଲାଇନ୍‌ ଜରିଆରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବା ନେଇ ପ୍ରଶାସନ ବିଚାର ବିମର୍ଷ କରିଛି। ଏନେଇ ଜିଲ୍ଲାପାଳ ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଥମେ ପୁରୀବାସୀ ଏବଂ ପରେ ଅନ୍ୟମାନଙ୍କୁ ଦର୍ଶନ ସୁବିଧା ମିଳିବ  ବୋଲି ସୂଚନା ରହିଛି।

Read More