Author: Samikhsya Bureau

ବିହାର : କରୋନା ଭାଇରସ୍‌ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି । ଏହି ଲକ୍‌ ଡାଉନ୍‌ ଜନତାଙ୍କ ଜୀବନ ବଞ୍ଚାଇବାକୁ ଏହି ପଦକ୍ଷେପ ନିଆଯାଇଥିବାବେଳେ ଏଥିପାଇଁ ମଧ୍ୟ ଜୀବନ ଚାଲିଯାଉଛି । ଏହି ପରି ଏକ ହୃଦୟ ବିଦାରକ ଘଟଣା ବିହାର ଅଞ୍ଚଳରେ ଦେଖିବାକୁ ମିଳିଛି । ବିହାରର ଜହାନାବାଦଠାରେ କରୋନା ସଂକଟ ସମୟରେ ତିନି ବର୍ଷର ପୁଅ ପାଇଁ ଆମ୍ବୁଲାନ୍ସର ଅପେକ୍ଷା ଅପେକ୍ଷା କରି କରି ମା’ କୋଳରେ ଜୀବନ ହାରିଦେଲା ପୁଅଟି । ମିଳିଥିବା ସୂଚନା ଅନୁସାରେ ଏହି ପୁଅଟି କିଛି ଦିନ ହେବ ରୋଗରେ ପଡିଥିଲା । ପୁଅକୁ ନେଇ ମା’ଟି ବହୁ ଯାଗା ବୁଲି ବୁଲି ଜାହାନାବାଦ ସରକାରୀ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ଡାକ୍ତର ପୁଅକୁ ପରୀକ୍ଷା କରିଥିଲେ । ମାତ୍ର ଶିଶୁଟିର ଅବସ୍ଥା ବେଶ୍‌ ଗୁରୁତର ଥିବାରୁ ତାଙ୍କୁ ପାଟନା ରେଫର୍‌ କରିଦେଇଥିଲେ । କିନ୍ତୁ ପାଟନା ହସ୍ପିଟାଲ ନେବାକୁ…

Read More

ପଞ୍ଜାବ : ସାରା ଦେଶରେ କରୋନା କାୟା ମେଲିଯାଉଛି। ଭାରତରେ ମଧ୍ୟ କରୋନା ପ୍ରକୋପ ବ୍ୟାପକ ହେବାରେ ଲାଗିଛି । ପଞ୍ଜାବରେ କରୋନାକୁ ନେଇ ବହୁ ପଦକ୍ଷେପ ନିଆଯାଇଥିବାବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋହାଲିରେ ଜବାହରପୁରଠାରେ ସର୍ବାଧିକ ପଜିଟିଭି ଚିହ୍ନଟ କରାଯାଇଛି । କେବଳ ଜବାହରପୁରରେ କରୋନା ସଂକ୍ରମିତ 34ଟି ମାମଲା ସାମ୍ନାକୁ ଆସିଛି । ତେବେ ଜବାହରପୁରରେ ଏହା ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ଜବାହରପୁରରେ ଏହି ଗ୍ରାମଟି କରୋନା ଯୋଗୁ ସଂକ୍ରମିତ ହୋଇଛନ୍ତି । ମୋହାଲିରେ ଏଯାବତ 50 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ 34 ଜଣ ମୋହାଲିର ଜବାହରପୁର ଗାଁର। ଏହି ଗାଁରେ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ 5 ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ପଞ୍ଜାବ ସରକାର ମେ ୧ ଯାଏ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି।…

Read More

ବ୍ରିଟେନ୍‌ : କରୋନାରେ ଆକ୍ରାନ୍ତ ହୋଇ ବ୍ରିଟେନ୍‌ରେ ଦୁଇ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ । ଡାକ୍ତର ଜିତେନ୍ଦ୍ର ରାଠୋର ଏବଂ ଡାକ୍ତର ହମଜା ପଚିରିଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଉଭୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଥାଇ ସଂକ୍ରମିତ ହୋଇଥିଲେ । ଏହି ଡାକ୍ତରଙ୍କ ମୃତ୍ୟୁ ସହ ଆଉ ପାଞ୍ଚଜଣ ଡାକ୍ତର କରୋନାର ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଚିକିତ୍ସାଧୀନ ସମସ୍ତ ପାଞ୍ଚଜଣ ଡାକ୍ତର ଏବେ ଭେଣ୍ଟିଲେଟରରେ ରହିଥିବାର ସୂଚନା ରହିଛି । କରୋନା ଯୋଗୁଁ ବ୍ରିଟେନ୍‌ରେ 8,958ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 70 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ମଧ୍ୟ କାରୋନ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଆମେରିକାରେ ମଧ୍ୟ 11ଜଣ ଭାରତୀୟ ଏହି ମହାମାରୀ କରୋନା ଯୋଗୁଁ ପ୍ରାଣ ହରାଇସାରିଛନ୍ତି ।ସେହିପରି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେଓଡିଆ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାଧାରମଣ ଶର୍ମା ହୋଇଥିବା ବେଳେ…

Read More

ବ୍ରହ୍ମପୁର: ଖେଳକୁ ନେଇ ଜଣେ ନାବାଳକ ଆଉ ଜଣେ ନାବାଳକର ହତ୍ୟା କରିଛି। ବ୍ୟାଟ୍‌ରେ ପିଟି ଜଣେ ନାବାଳକୁ ଆଉ ଜଣେ ନାବାଳାକ ପିଟି ମାରିଦେଇଥିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। କ୍ରିକେଟ୍‌ ଖେଳିବା ବେଳେ ଦୁଇ ନାବାଳାକ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏପରି ଅଘଟଣ ଘଟିଥିବାର ସୂଚନା ମିଳିଛି। ହିଞ୍ଜିଳି ଥାନା ଖରିଡା ଗ୍ରାମରେ କ୍ରିକେଟ୍‌ ଖେଳ ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ବାଳକ ଜଣକ ହେଉଛନ୍ତି କେଶବ ସେଠୀଙ୍କର ୧୩ ବର୍ଷୀୟ ପୁତ୍ର। ଆକ୍ରମଣକାରୀ ନାବାଳକକୁ ଥାନାରେ ପୋଲିସ ଅଟକ ରଖିଛି।

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତ ପ୍ରଭାବିତ ହୋଇଛି। ଏଥିନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରି ଘଡିସନ୍ଧି ମୁହୁର୍ତ୍ତରେ ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢାଇଛନ୍ତି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତର ସମାଜସେବୀ ତଥା ମାନବାଧିକାର କର୍ମୀ ଅସିତ୍ ରଞ୍ଜନ ରାଉତରାୟ। ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିବା ସହ ମୁହଁରେ ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ ରକ୍ଷାକରିବା ଏବଂ ଲକ୍ ଡାଉନ୍ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଉଛନ୍ତି। ଏଥିସହିତ ତାଙ୍କ ନିଜସ୍ୱ ଉଦ୍ୟମରେ କିଛି ଅସହାୟ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବା ସହ ଗାଁ ପରିବେଶକୁ ସ୍ୱଚ୍ଛ କରିବା ପାଇଁ ଗାଁ ମାନଙ୍କରେ ବିଳଚିଂ ପକାଇଥିଲେ। ଏପରିକି ବାହାରୁ ଆସିଥିବା କିଛି ବ୍ୟକ୍ତିଙ୍କ ପାଇଁ…

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ କରୋନା ଜନିତ ଦେଶରେ ଜାରି ହୋଇଥିବା ଲକ୍‌ ଡାଉନ୍‌କୁ ନେଇ ଆଲୋଚନା କରାଯାଇଥିଲା ।  କରୋନା ସହ ମୁକାବିଲା କରିବା ପାଇଁ କେନ୍ଦ୍ରସରକାର ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଥିଲେ । ମାର୍ଚ୍ଚ 24 ତାରିଖରେ ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ଏହି ଲକ୍‌ ଡାଉନ୍‌ର ଶେଷ ଦିନ ଏପ୍ରିଲ୍‌ 14 ତାରିଖ ରହିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ସେହିପରି କରୋନା ସହ ଲଢିବା ପାଇଁ ମଧ୍ୟ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ ଜାରି ରହିଥିବା ଏପରି ସଂକଟ ସମୟରେ ଉଭୟ କେନ୍ଦ୍ର ଓ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମୁକାବିଲାକୁ ନେଇ ପୁରା ଭାରତବର୍ଷର ପ୍ରଶାସନ ଅତି ସମ୍ବେଦନଶୀଳ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ କେବଳ ଲୋକ ଦେଖାଣିଆ ସଚେତନ କରୁଥିବାବେଳେ ବାସ୍ତବିକ ସମସ୍ୟାକୁ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଏପରି ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବାଣପୁର ଏନ.ଏ.ସି ର ୯ ନମ୍ବର ୱାର୍ଡରେ। ଏହି ୱାର୍ଡରେ ବାଣପୁର ତଥା ଭାରତ ବର୍ଷ ଇତିହାସର ମୂକସାକ୍ଷୀ ଥିବା ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର ଅବସ୍ଥିତ। ଏହି ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣଶୈଳୀ ପୁରୀ ଶ୍ରୀଜଗନାଥ ମନ୍ଦିର ଓ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରର ଅବିକଳ ନକଲ। ହଜାର  ହଜାର  ବର୍ଷର ଐତିହ୍ୟ ସାଜିଥିବା ଏହି  ପୁରୁଣା ମନ୍ଦିର ବର୍ତ୍ତମାନ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଅଛି। କିନ୍ତୁ  ଭାରତୀୟ ସଂସ୍କୃତିର ଅନନ୍ୟ ଉଦାହରଣ ସାଜିଥିବା ଏହି ମନ୍ଦିରର ଚତୁଃପାର୍ଶ୍ୱ…

Read More

ନୂଆଦିଲ୍ଲୀ : ଲକ୍‌ ଡାଉନ୍‌ କଟକଣାରୁ ବାଦ୍‌ ପଡ଼ିଲେ ମତ୍ସ୍ୟ ଚାଷ ଓ ଚାଷୀ । ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ, ବଜାରରେ ବିକ୍ରି କରିପାରିବେ ବୋଲି ସୂଚନା ରହିଛି । ଚିଙ୍ଗୁଡି ଚାଷ, ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରି ପରିଚାଳନା କାମ ହୋଇପାରିବ ବୋଲି ସୂଚନା ଦିଆଯାଇଛି । ସେହିପରି ସମସ୍ତ ମତ୍ସ୍ୟଜାତୀୟ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନାହିଁ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‌ ଲାଇନ୍‌ ଅନୁସାରେ ଏବେ ମତ୍ସ୍ୟ ଚାଷକୁ ଲକ୍‌ ଡାଉନ୍‌ରୁ ବାଦ ଦିଆଯାଇଛି। ମତ୍ସ୍ୟ ଶିଳ୍ପ ସହ ସମ୍ପୃକ୍ତ କର୍ମଚାରୀଙ୍କ କାର୍ଯ୍ୟ ସ୍ବାଭାବିକ ରହିବ। ତେବେ ଏହି କାର୍ଯ୍ୟ ଚାଲିବାବେଳେ ସାମାଜିକ ଦୂରତ୍ବ ରକ୍ଷା କରିବା ଜରୁରୀ ବୋଲି ସୂଚନା ଦିଆଯାଇଛି ।(ଏଜେନ୍ସି)

Read More

ସୁରତ୍‌ :ଲକ୍‌ ଡାଉନ୍‌ ଯୋଗୁଁ ସୁରତ୍‌ରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ଭଙ୍ଗାରୁଜା କରିଥିବାର ସୂଚନା ମିଳିଛି । ଲକ୍‌ ଡାଉନ୍‌ ଯୋଗୁଁ ନିଜ ଭିଟାମାଟିକୁ ଫେରିବା ପାଇଁ ଅନୁମତି ନ ମିଳିବା ପରେ ସେଠାରେ ରହିଥିବା ପ୍ରବାସୀ ଶ୍ରମିକମାନେ ଭଙ୍ଗାରୁଜା କରିବା ସହିତ ଉଠା ଦୋକାନୀରେ ନିଆଁ ଲଗାଇଦେଇଥିଲେ । ଏହି ଘଟଣାରେ ପ୍ରାୟ 80ଜଣଙ୍କୁ ପୋଲିସ୍‌ ଅଟକ ରହିଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଗତକାଲି ଘଟିଛି । ଏହି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶାର ଶ୍ରମିକ ରହିଥିବାର ସୂଚନା ରହିଛି । ତାଲା ବନ୍ଦ ଯୋଗୁଁ ସୁରତରେ ବହୁ ପ୍ରବାସୀ ଶ୍ରମିକ ଫଶି ରହିଛନ୍ତି । ଏହି ଶ୍ରମିକମାନେ ଶୁକ୍ରବାର ରାତ୍ରିରେ ସହରର ଲକ୍ସାନା ଅଞ୍ଚଳରେ ଉଠା ଦୋକାନ  ଓ ଟାୟାର ଜାଳି ହଙ୍ଗାମା କରିଥିଲେ । ନିଜ ଘରକୁ ଯିବା ପାଇଁ ଦାବି କରି ଶହ ଶହ ପ୍ରବାସୀ ଶ୍ରମିକମାନେ ରାସ୍ତା ଉପରକୁ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ସରକାର ଏନେଇ ବେଶ୍‌ ଠୋସ୍‌ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକ ସଂଖ୍ୟକ କୋଭିଡ୍‌ ପରୀକ୍ଷା କରିବା ଉପରେ ସରକାର ଜୋର୍‌ ଦେଇଛନ୍ତି । ଏହି କ୍ରମରେ କୋଭିଡ୍‌ -19 ଟେଷ୍ଟ ପାଇଁ ସ୍କୁଲରେ ସ୍ବାବ ନମୁନା ସଂଗ୍ରହ କରାଯାଉଛି । ରାଜଧାନୀର ପାଞ୍ଚୋଟି ସ୍କୁଲରେ ହେଉଛି ସ୍ବାବ ନମୁନା ସଂଗ୍ରହ । ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ କରୁଛନ୍ତି ମେଡ଼ିକାଲ୍‌ ଟିମ୍‌ । ଆସନ୍ତା 17 ତାରିଖ ଯାଏଁ ମେଡ଼ିକାଲ ଟିମ୍‌ର ନମୁନା ସଂଗ୍ରହ ଓ ଟେଷ୍ଟ ଚାଲିବ । ସକାଳ 9ରୁ ମଧ୍ୟାହ୍ନ 12 ଓ ଅପରାହ୍ନ 3 ରୁ 5ଟା ଯାଏଁ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରାଯିବ। ଭୁବନେଶ୍ୱରରେ 4000 ଟେଷ୍ଟ୍ କିଟ୍ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଇଛି। ବିଶେଷ କରି ଯେଉଁମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ, ସେମାନଙ୍କର ସ୍ୱାବ ନମୁନା…

Read More

ହାଇଦ୍ରାବାଦ, କରୋନା ଭାଇରସ ପାଇଁ ବର୍ତ୍ତମାନ ସଚେତନତା ହେଉଛି ମୁଖ୍ୟ କଥା। ସେଥିପାଇଁ ଚାରିଆଡେ ସଚେତନତା ବାର୍ତ୍ତା ପହଁଚିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ହାଇଦ୍ରାବାଦ ପ୍ରଶାସନ କରୋନା ପ୍ରତିକୃତି ନିର୍ମାଣ କରି ରାସ୍ତା ଉପରେ ସ୍ଥାପନ କରିଛି। ଯାହାକୁ ଅମାନିଆ ଲୋକେ ଦେଖି ସଚେତନ ହେବେ ବୋଲି ପ୍ରଶାସନ ଆଶା ରଖିଛି।

Read More

ଆନନ୍ଦପୁର : ପାରିବାରିକ କଳହରୁ ଯୁବକଙ୍କୁ ନିର୍ମମ ହତ୍ୟା ହୋଇଥିବାର ସୂଚନା ମିଳିଛି । ଆନନ୍ଦପୁର ଥାନା ସିକାବୋଡା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ଯୁବକଙ୍କୁ କୁରାଢିରେ ହାଣି ହତ୍ୟାକରିଥିବାର ଅଭିଯୋଗ ହୋଇଛି । ଗୋଟିଏ ପରିବାରର 5 ସଦସ୍ୟଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁହୋଇଥିବାର ଜଣାପଡିଛି । ସଂଘବଦ୍ଧ ଭାବେ ପୁଅକୁ ହତ୍ୟା କରାଯାଇଥିବା  ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Read More

ନୂଆଦିଲ୍ଲୀ : ଚୀନ୍‌ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ବିଶ୍ବର 210ଟି ରାଷ୍ଟ୍ର ଏବେ କରୋନା କବଳରେ କବଳିତ। ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌କୁ କାର୍ଯ୍ୟକାରୀ କରାଯାଇଛି। ଆଜି 18 ଦିନ ହେବ ଦେଶ ଲକ୍‌ ଡାଉନ୍‌ରେ ରହିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଦେଶରେ ସର୍ବମୋଟ 7447 ଜଣ ସଂକ୍ରମିତ ହୋଇଥିବାବେଳେ 239ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 643ଜଣ। ଦେଶରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ମହାରାଷ୍ଟ୍ରରେ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା 1800 ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 110ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ 110 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 19, ମଧ୍ୟପ୍ରଦେଶରେ 33, ପଞ୍ଜାବରେ 11, ଦିଲ୍ଲୀରେ…

Read More

କେଦାର ମିଶ୍ର ସ୍ଵାଧୀନତା ପରେ ଭାରତରେ ସବୁଠୁ ଅଧିକ ଆଦର୍ଶ ପ୍ରତିଷ୍ଠା କରିଥିବା ରାଜ୍ୟ ଭାବରେ କେରଳର ଏକ ଭିନ୍ନ ମାନ୍ୟତା ରହି ଆସିଛି। ଭାରତର ପ୍ରଥମ ପୂର୍ଣ୍ଣ ସାକ୍ଷର ରାଜ୍ୟ ହେଉ ଅଥବା ମାନବ ବିକାଶ ହାରରେ ଅଗ୍ରଣୀ ଭୂମିକା ନେଇ କେରଳ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ତେବେ ୨୦୧୪ ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବା ପରେ, କେରଳ ମଡେଲ ତୁଳନାରେ ଗୁଜରାଟ ମଡେଲ କଥା ଅଧିକ ଚର୍ଚ୍ଚାରେ ଆସିଛି। କେରଳ ସବୁବେଳେ କମ୍ୟୁନିଷ୍ଟ ଓ କଂଗ୍ରେସ ସରକାର ଗଠନ ପାଇଁ ଭୋଟ ଦେଉଥିବାରୁ ବିଜେପି ସମର୍ଥକମାନେ କେରଳକୁ ଦେଖି ନାକ ଟେକିବା ଆରମ୍ଭ କରନ୍ତି। ତେବେ ମାନବୀୟ ସଙ୍କଟର ମୁକାବିଲା ହେଉ ବା ମାନବୀୟ ବିକାଶର ମାନଦଣ୍ଡ, ଏ ଦୁଇଟି କ୍ଷେତ୍ରରେ କେରଳ ନିଜର ପ୍ରତିଷ୍ଠା ସବୁବେଳେ ବଜାୟ ରଖି ଆସିଛି। ସାରା ଦେଶ ଆଜି ଯେତେବେଳେ କରୋନା ଭଳି ଏକ ସଂକ୍ରାମକ ମହାମାରୀର…

Read More

ନୂଆଦିଲ୍ଲୀ: ଆମେରିକାରେ କରୋନା ଭାଇରସ୍‌ ଅଣାୟତ୍ତ ହୋଇପଡିଛି ଆମେରିକାରେ ଦିନକରେ ଦୁଇ ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି। ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ 2108 ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ଦିନ ଦୁନିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକଲକ୍ଷ ପାର କରିସାରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 17 ଲକ୍ଷ ନିକଟରେ ପହଞ୍ଚିଛି। ଏହି ମହାମାରୀର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ। ଏହି ସହରରେ ପ୍ରାୟ 1 ଲକ୍ଷ 60 ହଜାରର ଲୋକେ ସଂକ୍ରମିତ ହୋଇଛନ୍ତି। ଏଠାରେ 5820 ଲୋକଙ୍କ କରୋନା ଜନିତ ମୃତ୍ୟୁ ହୋଇଛି। ସମଗ୍ର ଆମେରିକାରେ ଏହି ରୋଗରେ 5 ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଆମେରିକାରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 18,747ରେ ପହଞ୍ଚିଛି। ଇଟାଲୀରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ହୋଇଛି। ଏହି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18ହଜାରରୁ ଉର୍ଦ୍ଧ୍ବ ରହିଛି। ସେହିପରି…

Read More

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ମିଳିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଥିବା ବେଳେ ୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ ୩୭ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି। ଆଜି ମୋଟ ୨୯୮ଟି ନମୂନା ପରୀକ୍ଷା ହୋଇଥିଲା। ତହିଁରୁ ୨୯୬ ନେଗେଟିଭ ଥିବା ବେଳେ ୨ ଟି ପୋଜିଟିଭ ଚିହ୍ନିତ ହୋଇଛି। ଏ ଯାବତ ରାଜ୍ୟରେ ସର୍ବମୋଟ ୩୪୯୭ ନମୂନା ପରୀକ୍ଷା ହୋଇଛି। ତେବେ ଏହି ନୂଆ ଆକ୍ରାନ୍ତଙ୍କ ସଂପର୍କରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

Read More

(ସମୀକ୍ଷା ବ୍ୟୁରୋ) ମାତ୍ର ଶହେ ଦିନ ଭିତରେ କରୋନା ଭୂତାଣୁ ପୃଥିବୀର ଲକ୍ଷେ ଲୋକଙ୍କର ପ୍ରାଣ ନେଇଛି। ଗତ ଦୁଇ ସପ୍ତାହ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ରୁ ଅଧିକ ବଢିଥିବା ବେଳେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢି ଚାଲିଛି। ଚୀନରେ ଏହା ଆରମ୍ଭ ହୋଇଥିଲେ ମଧ୍ୟ ସେଠିକାର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଆଜିର ୟୁରୋପ ଏବଂ ଆମେରିକା ତୁଳନାରେ ଯଥେଷ୍ଟ କମ। ଆଜି ରାତି ୧୨ ତା ସୁଦ୍ଧା କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୬୫,୩୨ରେ ପହଞ୍ଚିଛି। ଏହି ଭୟଙ୍କର ଭୂତାଣୁର ଶିକାର ହୋଇ ପୃଥିବୀର ୧୦୧,୫୫୧ ବ୍ୟକ୍ତି ପ୍ରାଣ ହରାଇଲେଣି। ଏହା ସହିତ ୩୭୨,୨୫୩ ଏହି ଭୂତାଣୁ କବଳରୁ ମୁକ୍ତି ପାଇ ଆରୋଗ୍ୟ ଲାଭ କରିଛନ୍ତି। ସମ୍ପ୍ରତି ସର୍ବାଧିକ କରୋନା ଆକ୍ରାନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ରହିଛନ୍ତି। ଆଜି ସୁଦ୍ଧା ଆମେରିକାରେ ସର୍ବାଧିକ ୪୮୮,୯୮୦ ଆକ୍ରାନ୍ତ ରହିଥିବା ବେଳେ ୧୮୦୦୯ ବ୍ୟକ୍ତି ପ୍ରାଣ ହରାଇଛନ୍ତି।…

Read More

(ସମୀକ୍ଷା ବ୍ୟୁରୋ) ଆଜି ଦିନର ସବୁଠୁ ଭଲ ଖବର ହେଉଛି, ରାଜ୍ୟର ଆଉ ୧୦ ଜଣ କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେମାନଙ୍କ ରକ୍ତ ନମୂନା ପରୀକ୍ଷା ପରେ ସେମାନେ ସଂପୂର୍ଣ୍ଣ କରୋନା ମୁକ୍ତ ବୋଲି ଜଣା ପଡିଛି। ଭୁବନେଶ୍ବରର ୫ ଜଣ, ଭଦ୍ରଖର ୨ ଜଣ, ପୁରୀ, କଟକ ଓ ଯାଜପୁର ର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୂର୍ବରୁ ଭୁବନେଶ୍ବରର ଦୁଇ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି, ଜଣେ ମୃତ୍ୟୁବରଣ କରିଥିବା ବେଳେ ବାକି ୩୫ ଜଣଙ୍କର ଚିକିତ୍ସା ଚାଲିଛି। ଅଳ୍ପ ସମୟ ଭିତରେ ଏହି ଦୁଃସାଧ୍ୟ ଭୂତାଣୁକୁ ପରାସ୍ତ କରିଥିବା ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏଥି…

Read More

ଭୁବନେଶ୍ବର, ଭୁବନେଶ୍ବରରେ ଥିବା ପ୍ରମୁଖ କୋଭିଡ ପରୀକ୍ଷା କେନ୍ଦ୍ର ଆରଏମଆରସି ର କ୍ଷମତା ବୃଦ୍ଧି କରାଯାଇଛି। ସେଥିପାଇଁ ମୁମ୍ବାଇରୁ ଏକ ଅତ୍ୟାଧୁନିକ ପରୀକ୍ଷା ମେସିନ ସ୍ବତନ୍ତ୍ର ବିମାନରେ ଅଣାଯାଇ ସ୍ଥାପନ କରାଯାଇଛି। ଫଳରେ ଏଣିକି ଏହି କେନ୍ଦ୍ରରେ ଦୈନିକ ଏକ ହଜାର କୋଭିଡ19 ନମୂନା ପରୀକ୍ଷା କରାଯାଇ ପାରିବ। ପୂର୍ବରୁ ଏହି କେନ୍ଦ୍ରରେ ଦୈନିକ ମାତ୍ର 3 ଶହ ପରୀକ୍ଷା କରିବାର କ୍ଷମତା ଥିଲା। ହେଲେ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଏହି କ୍ଷମତା ବର୍ତ୍ତମାନ ବୃଦ୍ଧି କରାଯାଇ ପାରିଛି। ବର୍ତ୍ତମାନ ଲକଡାଉନ ସମୟରେ ବାହାର ରାଜ୍ୟରୁ ଏପରି ବଡ ମେସିନ ଆଣିବା ଏବଂ ତାହାକୁ ସ୍ଥାପନ କରିବା ଭାରି କଷ୍ଟ ଦାୟକ ଥିଲା। ବହୁ କଷ୍ଟରେ ଏହି ମେସିନ ବିମାନରେ ଆସିବା ପରେ ତାହା ସ୍ଥାପନ କରିବା ପାଇଁ ମଧ୍ୟ ସମସ୍ୟା ଦେଖା ଦେଇଥିଲା। କାରଣ ଏହି ମେସିନ ଯେଉଁ ସ୍ଥାନରେ ବସିବ ତାହା ସଂପୂର୍ଣ୍ଣ ଜୀବାଣୁ ନିରୋଧ ନିବୁଜ…

Read More

ରମେଶ ମହାନ୍ତି ଜଗତସିଂହପୁର: ବିଜୁ ଯାତ୍ରୀ ନିବାସ ପାରାଦ୍ବୀପ ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର (Dedicated Covid Health Centre)ପାଇଁ ତ୍ରୀପାକ୍ଷିକ ରାଜିନାମା ସ୍ୱାକ୍ଷର ହୋଇଛି। ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ରିଙ୍କେଶ ରାୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ବିଜୟ ପଣ୍ଡା ଏହି ତ୍ରୀପାକ୍ଷିକ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଏହି ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଖର୍ଚ୍ଚ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ବହନ କରିବ। ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ପୋର୍ଟ ସଚିବ ସରୋଜ କୁମାର ଦାସ, ମୁଖ୍ୟ ଚିକିତ୍ସା ଅଧିକାରୀ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ଡଃ ପ୍ରହଲ୍ଲାଦ ପଣ୍ଡା,ଏ.ଡି.ଏସ୍.ଓ ଡଃ ବସନ୍ତ ବାରିକ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଡାଃ ଶଶାଙ୍କ ଶେଖର ଲେଙ୍କା, ସ୍ମୃତି ରଞ୍ଜନ ମିଶ୍ର, ପାରାଦ୍ୱୀପ ବନ୍ଦର ଚିଫ୍ ମ୍ୟାନେଜର, କର୍ପୋରେଟ୍ ରିଲେସନ୍ ଆଣ୍ଡ କମ୍ୟୁନିକେସନ ରତିକାନ୍ତ…

Read More

କଳାହାଣ୍ଡି: ଗତକାଲି ମଧ୍ୟ ରାତ୍ରିରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କରାଯାଇଛି। ଆଜି ୪୫ ନମ୍ବର କରୋନା ଆକ୍ରାନ୍ତଙ୍କ ତଥା କଳାହାଣ୍ଡି ଗୋଲମୁଣ୍ଡାର ୨୦ ବର୍ଷୀୟ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ପ୍ରଦାନ କରାଯାଇଛି। ଆକ୍ରାନ୍ତ ଜଣକ ବେହେରାଗୁଡାରେ ମାର୍ଚ୍ଚ ୨୦ ଓ ୨୧ ତାରିଖରେ ସାଙ୍ଗଙ୍କ ସହ ମିଳାମିଶା କରିଛନ୍ତି ବୋଲି ସୂଚନା ମିଳିଛି। ସେହିପରି ମାର୍ଚ୍ଚ ୨୨ ରୁ ୨୪ ତାରିଖରେ ଘରେ ରହିଥିବା ନେଇ ତଥ୍ୟ ପ୍ରକାଶ କରିଛି। ମାର୍ଚ୍ଚ ୨୫ରେ ନିଜ ଗାଁରେ ତେଜରାତି ଦୋକାନକୁ ଯାଇଛନ୍ତି। ମାର୍ଚ୍ଚ ୨୬ରୁ ଏପ୍ରିଲ୍‌ ୩ ମଧ୍ୟରେ କୁଆଡେ ଯାଇ ନଥିବା ତଥ୍ୟରେ ଉଲ୍ଲେଖ ରହିଛି। ଏପ୍ରିଲ୍‌ ୪ ରେ ବାହାରିନ୍‌ ଫେରନ୍ତା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡିଛି। ଏପ୍ରିଲ୍‌ ୪ ତାରିଖରେ ଘରେ ରହିଥିବାବେଳେ ଏପ୍ରିଲ୍‌ ୫ ତାରିଖରେ ସେ ଇନଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଯାଇଥିଲେ। ଏପ୍ରିଲ୍‌ ୯ ତାରିଖରେ ତାଙ୍କ…

Read More