Author: Samikhsya Bureau

କେଦାର ମିଶ୍ର ଏ ରିପୋର୍ଟ ଲେଖିଲା ବେଳକୁ କୋଭିଡ ଇଣ୍ଡିଆ ର ରିପୋର୍ଟ କହୁଛି, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୧୬ରେ ପହଞ୍ଚିଛି। ମାତ୍ର ସପ୍ତାହେ ତଳେ ପାଞ୍ଚ ଶହ ଆକ୍ରାନ୍ତଙ୍କ କଥା ଆମେ କହୁଥିଲୁ। ସାତ ଦିନ ଭିତରେ ଏହା ଦୁଇ ହଜାର ଛୁଇଁବାକୁ ବସିଲାଣି।ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କରୋନାରେ ମୃତ୍ୟୁ ସଂଖ୍ୟା ୩୮ ବୋଲି କହୁଥିବା ବେଳେ କୋଭିଡ ଇଣ୍ଡିଆ ଏହା ୫୩ ବୋଲି କହିଛି। ଆଜି ତାମିଲନାଡୁରେ ସର୍ବାଧିକ ୧୧୦ ଜଣ ନୂଆ ଆକ୍ରାନ୍ତଙ୍କ ପରୀକ୍ଷା ପୋଜିଟିଭ ଆସିଛି। ଏହି ଭୂତାଣୁ ସଂକ୍ରମଣ ସାରା ପୃଥିବୀ ଲାଗି ଏକ ବଡ ବିପଦ ପାଲଟିଥିବା ବେଳେ ଆମ ଦେଶରେ ଏହାକୁ ନେଇ ଧାର୍ମିକ ଓ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବାର ଉଦ୍ୟମ ଆରମ୍ଭ ହୋଇଯାଇଛି। ନୂଆଦିଲ୍ଲୀର ଏକ ଧାର୍ମିକ ସମାବେଶରେ ଯୋଗ ଦେଇଥିବା ପାଖାପାଖି ୨୦୦୦ ଲୋକ ଏହି ସଂକ୍ରମଣର ଶିକାର ହୋଇଥାଇପାରନ୍ତି ବୋଲି କୁହାଯାଉଛି। ତେବେ…

Read More

ମୁମ୍ବାଇ : ଏସିଆର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧାରାବୀ ବସ୍ତି ଅଞ୍ଚଳରେ କରୋନା ପହଞ୍ଚିଛି । ଏହି ଅଞ୍ଚଳରେ ପ୍ରଥମ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ପ୍ରାୟ 15 ଲକ୍ଷ ଲୋକ ବାସ କରନ୍ତି । ଏଠାରେ ଉଭୟ ଧନୀ ଓ ଗରିବ ରହିଛନ୍ତି । ଏହି ବସ୍ତିରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ବୟସ 56 ବର୍ଷ । ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତି ଜଣକ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ମୃତ୍ୟୁ ହୋଇଛି । ଏହା ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବାରର 8ରୁ10 ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ସମ୍ପୃକ୍ତ ରୋଗୀ ଜଣକ ଯେଉଁଠି ରହୁଥିଲେ, ସେହି ଜାଗାକୁ ସିଲ୍‌ କରିଦିଆଯାଇଛି । ଧାରାବୀ ବସ୍ତି ପ୍ରାୟ 613 ହେକ୍ଟର କ୍ଷେତ୍ରରେ ଅବସ୍ଥିତ । ଏଠାରେ ଅଧିକାଂଶ ଦିନ ମଜୁରିଆ ତଥା ଛୋଟ ମୋଟ କାର୍ଯ୍ୟ କରି ପେଟ ପୋଷୁଥିବା ଲୋକେ…

Read More

ନୂଆଦିଲ୍ଲୀ : ଚାଇନାର ବୁହାନ ସହରରୁ ସାରା ଦେଶକୁ ବ୍ୟାପିଥିବା ଭୟଙ୍କର କରୋନା ଏବେ ଦେଶର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକୁ କବଳିତ କରି ରଖିଛି । ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଏଥିରୁ ନିସ୍ତାର ପାଇପାରିନାହିଁ। ଆମେରିକାରେ  ବିଗତ 24 ଘଣ୍ଟା ମଧ୍ୟରେ ଏକ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପାଞ୍ଚ ହଜାର ପାର କରିଛି । ଚୀନ୍‌ଠାରୁ ଆମେରିକାରେ ଅଧିକ ମୃତ୍ୟୁ ହୋଇଛି ।  କେବଳ ନ୍ୟୁୟର୍କରେ ଦୁଇହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି ।  ଆମେରିକାରେ ଛଅ ସପ୍ତାହର ଜଣେ ଶିଶୁର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଛି ।  ଆମେରିକାରେ ସର୍ବମୋଟ୍‌ 2,15,174 ଜଣ ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଇଟାଲୀରେ ଏକ ଲକ୍ଷରୁ ଅଧିକ ଉର୍ଦ୍ଧ୍ବ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ 13 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି ।…

Read More

ଭୁବନେଶ୍ବର, ଓଡିଶାରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ବିଳମ୍ବିତ ରାତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ରୋଗୀ ଜଣଙ୍କ ଘର ହେଉଛି ଭୁବନେଶ୍ବରର ସୂର୍ଯ୍ୟନଗର ଏବଂ ବୟସ 60 ବର୍ଷ। ସେ ବିଭିନ୍ନ ରୋଗରେ ପିଡିତ ହୋଇ ଭୁବନେଶ୍ବରର ଏମସରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଏମସ୍ ରୁ ତାଙ୍କର ପରୀକ୍ଷା ରିପୋର୍ଟ ଆସିବା ପରେ ପଜେଟିଭ ବୋଲି ଜଣାପଡିଛି। ଫଳରେ ଓଡିଶାରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା 5କୁ ବୃଦ୍ଧି ପାଇଛି। ତେବେ ଦ୍ବିତୀୟ କୋରନା ଆକ୍ରାନ୍ତ ଚିକିତ୍ସା ପରେ ବର୍ତ୍ତମାନ ତାଙ୍କର ନମୂନା ନେଗେଟିଭ ଆସିଛି। ଫଳରେ ତାଙ୍କୁ ଆଜି ହସପିଟାଲରୁ ଘରକୁ ପଠାଇ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ନଅ ଶହ ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ମାତ୍ର 5ଟି ନମୂନା ପଜେଟିଭ ବାହାରିଛି। ଗତକାଲି 6…

Read More

(ସମୀକ୍ଷା ବ୍ୟୁରୋ)  ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାରେ ରାଜ୍ୟର ପଞ୍ଚମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଭୁବନେଶ୍ବର ସୂର୍ୟ ନଗରର ବାସିନ୍ଦା ଷାଠିଏ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କର ବିବିଧ ଶାରୀରିକ ଅସୁସ୍ଥତା ରହିଥିଲା ବୋଲି ମଧ୍ୟ କୁହାଯାଇଛି। ଆଜି ସନ୍ଧ୍ୟାରେ ରାଜ୍ୟର ଦ୍ଵିତୀୟ କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ପ୍ରଥମ ଆକ୍ରାନ୍ତ ବ୍ୟକ୍ତି ପ୍ରାୟ ଭଲ ହୋଇ ଆସିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା। ସର୍ବମୋଟ 900 କରୋନା ପରୀକ୍ଷାରୁ ଏ ପର୍ଯନ୍ତ 5 ଟି ପୋଜିଟିଭ ବୋଲି ସୂଚନା ମିଳିଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ସାରା ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଥିବାବେଳେ ରାଜ୍ୟରେ ଏକ ଖୁସି ଖବର ଆସିଛି। ଓଡ଼ିଶାର ଦ୍ବିତୀୟ କରୋନା ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ଓଡିଶାର ଦ୍ୱିତୀୟ କରୋନା ପଜେଟିଭ୍ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ତାଙ୍କୁ ଡିସଚାର୍ଜ କରାଯାଇଛି। ମାର୍ଚ୍ଚ ୧୯ ତାରିଖରେ ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବ୍ୟକ୍ତି ଜଣଙ୍କ ବ୍ରିଟେନ୍‌ରୁ ଫେରିଥିଲେ। ତାଙ୍କର ଏମ୍ସରେ ଚିକିତ୍ସା କରାଯାଉଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଦ୍ବିତୀୟ ବ୍ୟକ୍ତି ଜଣକ ସୁସ୍ଥ ହୋଇଯିବା ପରେ ଏବେ ରାଜ୍ୟରେ ତିନି ଜଣ କରୋନା ପଜିଟିଭି ରହିଛନ୍ତି। ଗତକାଲି ଭଦ୍ରକରୁ ଜଣେ ୨୯ ବର୍ଷୀୟ ଯୁବକଙ୍କ ନିକଟରେ କରୋନା…

Read More

ନୂଆଦିଲ୍ଲୀ : ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍ ଲଗାଯାଇଥିବା ବେଳେ ସମସ୍ତେ ଘରେ ରହୁଛନ୍ତି । ଏହି ସମୟରେ ସମସ୍ତେ ଅଲଗା ଅଲଗା କାମରେ ନିଜକୁ ନିୟୋଜିତ କରୁଥିବା ବେଳେ ସେଫ୍ ପାଲଟିଛନ୍ତି ଭାରତୀୟ ଓପ୍‌ନର ମୟଙ୍କ ଅଗ୍ରୱାଲ । ୨୯ ବର୍ଷୀୟ ଭାରତୀୟ ଟେଷ୍ଟ ଓପ୍‌ନର ମୟଙ୍କ ଖାଇବା ବନାଉଥିବାର ଭିଡିଓ ବିସିସିଆଇ ଟ୍ୱିଟ୍ଟରରେ ସେୟାର କରିଛି । ଏହି ଭିଡିଓରେ ମୟଙ୍କ ବେଲ୍ ପେପର୍ସ ଓ କ୍ୱିନୋଆ ସହାୟତାରେ ବଟର୍ ଗାର୍ଲିକ୍ ମସ୍‌ରୁମ୍ ପ୍ରସ୍ତୁତ କରୁଛନ୍ତି । https://www.bcci.tv/videos/147190/meet-chef-mayank-agarwal-

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ପ୍ରତିଷେଧ ମୂଳକ ବ୍ୟବସ୍ଥା ସ୍ୱରୁପ ଏବଂ ଜଗତସିଂହପୁରକୁ ତାଲାବନ୍ଦ ଘୋଷଣା କରାଯାଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗର ଆଦେଶ ଅନୂଯାୟୀ କେତେକ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା -କ୍ଷୀର, ପନିପରିବା ଏବଂ ତେଜରାତି ସଉଦା ହୋମ୍ ଡେଲିଭରୀ କରିବା ନିମନ୍ତେ ପୌରପରିଷଦ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ସ୍ୱପ୍ନା ସ୍ୱୟଂସହାୟକ ଗୋଷ୍ଠୀ ଖେରସ, ପ୍ରଭାତୀ ସ୍ୱୟଂ ସହାୟକ ଗୋଷ୍ଠୀ ଖେରସ, ସାଇରାମ ସ୍ୱୟଂସହାୟକ ଗୋଷ୍ଠୀ ଖେରସ, ମଜହର ଅଲି ପାର୍ଟନର ଅରଚିଡ ରିଟେଲ (କେବଳ ତେଜରାଜି ସାମଗ୍ରୀ)ଘରେ ଘରେ ଯୋଗାଇଦେବା ପାଇଁ ଆବେଦନ କରିଥିଲେ।ଲୋକମାନଙ୍କର ଆବଶ୍ୟକ ମୁତାବକ ଦ୍ରବ୍ୟ ଯଥା ସମୟରେ ଉଚିତ୍ ମୁଲ୍ୟରେ ଯୋଗାଇଦେବେ। ଦ୍ରବ୍ୟର ପରିମାଣ ଏବଂ ମାନପ୍ରତି ଦୃଷ୍ଟି ଦେବେ। ଲୋକମାନଙ୍କ ପାଖରେ ପହଂଚାଇଥିବା ସାମଗ୍ରୀ ସେବା ବାବଦକୁ ଲୋକଙ୍କ ଠାରୁ ସର୍ବନିମ୍ନ ସେବାଶୁଳ୍କ ଆଣିପାରିବେ। ଏହି କାର୍ଯ୍ୟପାଇଁ ପୌରପରିଷଦ ସେମାନଙ୍କୁ…

Read More

ମୁମ୍ବାଇ : ତିନିମାସ ପର୍ଯ୍ୟନ୍ତ ଇଏମ୍‌ଆଇ ଆଦାୟ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଯେଉଁ ଗ୍ରାହକ ମାନେ ତିନି ମଙ୍କସର ରିହାତି ଚାହୁଁଥିବେ ସେମାନଙ୍କୁ ଏକ ଦର୍‌ଖାସ୍ତ ଦେବାକୁ ପଡିବ । ଏଥିପାଇଁ ଉଭୟ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ ପ୍ରକ୍ରିୟା ରଖାଯାଇଛି । ଅଫ୍‌ଲାଇନ୍‌ରେ ନିଜର ସ୍ଥାନୀୟ ବ୍ରାଞ୍ଚରେ କିମ୍ବା ଅନ୍‌ଲାଇନ୍‌ରେ ଏସ୍‌ବିଆଇର ପ୍ରଦତ୍ତ ମେଲ୍ ଆଇଡିରେ ଏହି ଦରଖାସ୍ତ ଦେବାକୁ ପଡିବ । ଏସ୍‌ବିଆଇ ପକ୍ଷରୁ ଟ୍ୱିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । ନାକ୍ : ନ୍ୟାସନାଲ ଅଟୋମେଟେଡ୍ କ୍ଲିଅରିଙ୍ଗ ହାଉସ୍ (ନାକ୍‌) ପକ୍ଷରୁ ଅନୁଚ୍ଛେଦ-୧ ଏବଂ ୨ର ଦୁଇଟି ଆବେଦନ ପତ୍ର ବ୍ୟାଙ୍କରେ ଦାଖଲ କରିବାକୁ ପଡିବ ଏବଂ ଲୋନ୍ ରାଶି ସ୍ୱୟଂକ୍ରିୟ ଭାବରେ ତିନି ମାସ ପରବର୍ତ୍ତୀ ତାରିଖକୁ ଘୁଞ୍ଚିଯିବ ।…

Read More

ବେଜିଂ : ଆସନ୍ତା ନଭେମ୍ବର ମାସରେ ଚୀନ୍‌ରେ ଆୟୋଜିତ ହେବାକୁ ଯାଉଛି ଏସିଆନ୍ ୟୁଥ୍ ଗେମ୍ସ । ଦକ୍ଷିଣ ଚୀନ୍‌ର ସାଣ୍ଟୋଉ ସହରରେ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ୨୦୨୧ର ନଭେମ୍ବର ୨୦ରୁ ୨୮ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଉହାନ୍‌ରେ କରୋନା ଭାଇରସ୍ ଆତଙ୍କ ପରେ ଚୀନ୍‌ରୁ ଟୁର୍ଣ୍ଣାମେଣ୍ଟ ପ୍ରତ୍ୟାହାର କରିବା ପାଇଁ ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ଅଲମ୍ପିକ୍ସ କମିଟି ଏସିଆ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଚୀନ୍‌ରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଚୀନ୍ ତୃତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି ।

Read More

ନୂଆଦିଲ୍ଲୀ : ଅର୍ଥନୈତକ ମାନ୍ଦାବସ୍ଥା କାରଣରୁ ସମସ୍ତ କ୍ଷେତ୍ର ଉପରେ ଏହାର ପ୍ରଭାବ ପଡିଛି । ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ଜିଏସ୍‌ଟି ଅର୍ଥରାଶିରୁ ସ୍ପଷ୍ଟ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ୯୭,୫୯୭ କୋଟି ଟଙ୍କାର ଅର୍ଥ ଆଦାୟ ହୋଇଛି । ୨୦୧୯ ଆର୍ଥିକ ବର୍ଷରେ ଏହି ସମୟରେ ୧ ଲକ୍ଷ ୬ ହଜାର ୫୭୭ କୋଟିର ଜିଏସ୍‌ଟି ଆଦାୟ କରାଯାଇଥିଲା । ଚଳିତ ବର୍ଷ ଆଦାୟ କରାଯାଇଥିବା ଅର୍ଥରାଶି ଗତବର୍ଷ ଅପେକ୍ଷା ପ୍ରାୟ ୮ ପ୍ରତିଶତ କମ୍ ରହିଛି । ଏହି ସମୟରେ ଆଇ ଜିଏସ୍‌ଟି ଅର୍ଥ ପରିମାଣ ୪୪,୫୦୮ କୋଟି ଟଙ୍କା ରହିଥିବା ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସମୟରେ ୪୦୦ ସ୍ୱୟଂ ସହାୟକ ଗୋଷ୍ଠୀ ମାସ୍କ ପ୍ରସ୍ତୁତିରେ ନିୟୋଜିତ ରହିଥିବା ବେଳେ ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଶୁଖିଲା ଖାଦ୍ୟ ସାମଗ୍ରୀ, ପନିପରିବା ଓ ଫଳ ବିକ୍ରୟ କରୁଛନ୍ତି। ସେହିପରି ରାଜ୍ୟର ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଯେଉଁଥିରେ ୧,୪୯,୦୬୫ଟି ଶଯ୍ୟା ରହିଛି। ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ : ୧. ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସ୍ୱପ୍ନକୁ ସାକାର କରିଥିବା ମହାପୁରୁଷ ଏବଂ ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିର ଗୌରବ ବୃଦ୍ଧି…

Read More

ଚଣ୍ଡୀଗଡ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଇଣ୍ଟରନେଟ୍‌ର ରୋଷର ଶିକାର ହୋଇଛନ୍ତି। କରୋନା ଆତଙ୍କ ସମୟରେ ସେ ପାକିସ୍ତାନୀ କ୍ରିକେଟର ଶାହିଦ୍ ଆଫ୍ରିଦିଙ୍କ ଫାଉଣ୍ଡେସନ୍‌ର ସହାୟତା ପାଇଁ ନିବେଦନ କରିବା କାରଣରୁ ଯୁବିଙ୍କୁ ଟ୍ରୋଲ୍‌ର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପରେ ଯୁବରାଜ ନିଜର ସଫେଇରେ କହିଛନ୍ତି, ପ୍ରଥମେ ମୁଁ ଜଣେ ଭାରତୀୟ ଏବଂ ଭାରତୀୟ ଭାବରେ ମାନବତ୍ୱର ରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ। ତେଣୁ ଏପରି ସଙ୍କଟ ସମୟରେ ପରସ୍ପରକୁ ସହାୟତା କରିବା ଆଦୌ ଭୁଲ ଜିନିଷ ନୁହେଁ ବୋଲି ଯୁବି ସ୍ପଷ୍ଟୀକରଣ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଯୁବରାଜ ଏବଂ ହରଭଜନ ଏକ ଭିଡିଓରେ ପାକିସ୍ତାନୀ କ୍ରିକେଟରଙ୍କ ଫାଉଣ୍ଡେସନ୍‌କୁ ସହାୟତା କରିବା ପାଇଁ ନିବେଦନ କରିଥିଲେ। ଏହାପରେ ଟ୍ୱିଟ୍ଟରରେ ଦୁଇଟି ଟ୍ରେଣ୍ଡ ସୃଷ୍ଟି ହୋଇଥିଲା। ସେମ୍ ଅନ୍ ୟୁଭି ଭଜ୍ଜି ଓ ଆଇ ସପୋର୍ଟ ୟୁଭି ପରି ଏହି ଟ୍ରେଣ୍ଡ ପ୍ରଥମ ୫ ଟ୍ରେଣ୍ଡ ମଧ୍ୟରେ ସ୍ଥାନ ପାଇଥିଲା।

Read More

ଦକ୍ଷିଣ ଆଫ୍ରିକା : ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଗୀତା ରାମଜୀଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି।  ସେ ଏକ ସପ୍ତାହ ପୂର୍ବରୁ ଲଣ୍ଡନରୁ ଫେରିଥିଲେ। କିନ୍ତୁ ତାଙ୍କଠାରେ କୋଭିଡ-19ର କୌଣସି ଲକ୍ଷଣ ଦେଖାଯାଇନଥିଲା। ଗୀତା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ ଯିଏ ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ଦକ୍ଷିଣ ଆଫ୍ରିକାରେ କରୋନା ଯୋଗୁଁ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1350ଜଣ ସଂକ୍ରମିତ ହୋଇଛନ୍ତି। 64 ବର୍ଷୀୟା ଗୀତା ରାମଜୀ କ୍ଲିନିକାଲ୍ ଟ୍ରାୟଲ୍ସ ୟୁନିଟର ପ୍ରଧାନ ଗବେଷକ ଏବଂ ଏଚଆଇଭି ପ୍ରିଭେନସନ୍ ରିସର୍ଚ୍ଚ ୟୁନିଟ୍ ଅଫ୍ ସାଉଥ ଆଫ୍ରିକାର ମେଡିକାଲ୍ ରିସର୍ଚ୍ଚ କାଉନସିଲ୍ ଅଫିସର ୟୁନିଟ୍ ଡାଇରେକ୍ଟର ଥିଲେ। 31 ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ : ଚଳିତ ବର୍ଷର ମାର୍ଚ୍ଚ ମାସରେ ମାରୁତି ସୁଜୁକି ପକ୍ଷରୁ ୮୩ ହଜାର ୟୁନିଟ୍ ଗାଡି ବିକ୍ରି କରାଯାଇଛି । ସମଗ୍ର ଦେଶରେ ଲକ୍‌ଡାଉନ୍ ଜାରି କରାଯାଇଥିବା ବେଳେ ଏହି ସଂଖ୍ୟାକୁ ସନ୍ତୋଷଜନକ ଭାବରେ ଅଭିହିତ କରାଯାଇଛି । ୨୦୧୯ର ମାର୍ଚ୍ଚ ମାସରେ କମ୍ପାନୀ ପକ୍ଷରୁ ୧ ଲକ୍ଷ ୫୮ ହଜାର ୭୬ଟି ଗାଡି ବିକ୍ରୟ କରାଯାଇଥିଲା । ତେବେ ଅଟୋ ମୋବାଇଲ୍ ଶିଳ୍ପରେ ମାନ୍ଦାବସ୍ଥା ଏବଂ କରୋନା ଭାଇରସ୍ ଆତଙ୍କ କାରଣରୁ ଲକ୍‌ଡାଉନ୍ ଜାରି କରାଯାଇଥିବା ବେଳେ ବିକ୍ରି ସଂଖ୍ୟା ସନ୍ତୋଷଜନକ ବୋଲି ମାରୁତି ସୁଜୁକି ପକ୍ଷରୁ ପ୍ରକାଶ କରାଯାଇଛି । ଏହି ୮୩,୭୯୨ ୟୁନିଟ୍ ମଧ୍ୟରୁ ୭୬୯୭୬ଟି  ଗାଡି ଘରୋଇ ବଜାରରେ ବିକ୍ରି କରାଯାଇଥିବା ବେଳେ ୪୭୧୨ଟି ୟୁନିଟ୍ ବିଦେଶକୁ ରପ୍ତାନୀ କରାଯାଇଛି । ସେହିପରି ୨୧୦୪ଟି ଗାଡି ଓଇଏମ୍ ସେଲ୍‌ରେ ବିକ୍ରି କରାଯାଇଛି ।

Read More

ନୂଆଦିଲ୍ଲୀ : ନୂଆଦିଲ୍ଲୀର ନିଜାମୁଦ୍ଦିନ ମକରଜରେ ଅନୁଷ୍ଠିତ ତବଲିଗି ଜମାତରେ ପ୍ରାୟ ୨ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ଏହା ଦ୍ୱାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ଏହି ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୨ ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ତାମିଲନାଡୁର ସର୍ବାଧିକ ୧୫୦୦ ଲୋକ ଯୋଗ ଦେଇଥିବା ବେଳେ ମେଘାଳୟରୁ ସର୍ବନିମ୍ନ ୭ ଜଣ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ସମୁଦାୟ ୨୩୬୧ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬୧୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଓଡିଶାରୁ ୧୫ ଜଣ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗ ଦେଇଥିବା ଜଣାପଡିଛି। କେଉଁ ରାଜ୍ୟରୁ କେତେ ଜଣ ଶ୍ରଦ୍ଧାଳୁ ଯୋଗଦେଇଥିଲେ- ୧-ତାମିଲନାଡୁ- ୧୫୦୦ ୨-ତେଲେଙ୍ଗାନା-୧୦୦୦ ୩-ଆନ୍ଧ୍ରପ୍ରଦେଶ- ୭୧୧ ୪-ଆସାମ-      ୪୫୬ ୫-କର୍ଣ୍ଣାଟକ-    ୩୪୨ ୬-କେରଳ –    ୩୦୦ ୭-ମହାରାଷ୍ଟ୍ର – ୧୫୭ ୮-ଉତ୍ତରପ୍ରଦେଶ-୧୫୭…

Read More

ବେଙ୍ଗାଲୁରୁ : ଭାରତରେ କରୋନା ଦିନକୁ ଦିନ ସଙ୍କଟମୟ ପରସ୍ଥିତି ଆଡକୁ ଗତି କରୁଥିବା ବେଳେ ବିଭିନ୍ନ ମହଲରୁ ସହାୟତାର ସୂଅ ଛୁଟିଛି । ଭାରତୀୟ ଶିଳ୍ପପତି ତଥା ସମାଜସେବୀ ଅଜିମ୍ ପ୍ରେମ୍‌ଜୀ ପିଏମ୍ କେୟାର ଫଣ୍ଡକୁ ୧୧୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୱିପ୍ରୋ ଲିମିଟେଡ୍‌, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ଏବଂ ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ୍ ପକ୍ଷରୁ ମିଳିତ ଭାବରେ ଏହି ଅର୍ଥ ପ୍ରଦାନ କରାଯାଇଛି । ୱିପ୍ରୋ ଲିମିଟେଡ୍ ପକ୍ଷରୁ ୧୦୦ କୋଟି, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ପକ୍ଷରୁ ୨୫ କୋଟି ଏବଂ ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ୍ ପକ୍ଷରୁ ୧୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Read More

ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ସେହିପରି ଭାରତରେ ବି ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ହଜାରରୁ ଉର୍ଦ୍ଧ୍ବ ହୋଇଥିବାବେଳେ 40ରୁ ଅଧିକଙ୍କର ମୃତ୍ୟୁ ହେଲାଣି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସମ୍ପର୍କରେ ଚର୍ଚ୍ଚା କରିବେ । ଗୁରୁବାର ଦିନ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରୋନା ସମ୍ପର୍କରେ ଆଲୋଚାନ କରିବେ ବୋଲି ସୂଚନା ରହିଛି । ପୂର୍ବରୁ ଥରେ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନାକୁ ନେଇ ଦେଶରେ ଉପୁଜିଥିବା ସ୍ଥିତିକୁ ନେଇ ଆଲୋଚନା କରିଥିଲେ ।  ସେହିପରି କରୋନା ମହାମାରୀକୁ ନେଇ ଦେଶବାସୀଙ୍କୁ ଦୁଇଥର ସମ୍ବୋଧିତ କରିସାରିଛନ୍ତି । ପ୍ରଥମ ଥର ସମ୍ବୋଧନ କରି ଜନତା କର୍ଫ୍ୟୁ ପାଳନ କରିଥିବାବେଳେ ଦ୍ବିତୀୟ ଥର ଦେଶବାସୀଙ୍କୁ ସମ୍ବୋଧନ…

Read More

ତେଲେଙ୍ଗାନା : କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଏବେ ହାହାକାର ମଚି ଯାଇଛି। ଭାରତରେ 40ରୁ ଉର୍ଦ୍ଧ୍ବ ଲୋକଙ୍କର  ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1600 ଟପିସାରିଛି । କରୋନା ସହ ଲଢେଇ କରିବା ପାଇଁ ଉଭୟ କେନ୍ଦ୍ରଓ ରାଜ୍ୟସରକାରମାନେ ବହୁ ଚେଷ୍ଟା କରୁଛନ୍ତି । ଏହି ମଧ୍ୟରେ କରୋନାକୁ ନେଇ ଗୁଜବ ପ୍ରଚାର ଅନ୍ୟ ଏକ ସମସ୍ୟା ଭାବରେ ଉଭା ହୋଇଛି । ଏହି ଗୁଜବ ଯୋଗୁଁ ଲୋକଙ୍କ ମଧ୍ୟରେ ଡର ବଢୁଛି ।  ତେବେ ଏହି ଗୁଜବକୁ ରୋକିବା ପାଇଁ ତେଲେଙ୍ଗାନା ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ତେଲେଙ୍ଗାନା ସରକାର ଏବେ କରୋନା ଭାଇରସ୍‌ ବିରୋଧରେ ଗୁଜବ ପ୍ରଚାରକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ। ଏନେଇ ସରକାର ଚେତାବନୀ ଦେଇ ଏପରି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ମହାମାରୀ ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଛି । ଏପରି…

Read More

ଭୁବନେଶ୍ବର, ଉତ୍କଳ ଦିବସ ତଥା ଲକଡାଉନ ସମୟରେ ଓମଫେଡ ତରଫରୁ ନିଆଯାଇଛି ଏକ ନୂଆ ପଦକ୍ଷେପ। ଏଣିକି ଆପଣ ଫୋନ କଲେ ଆପଣଙ୍କ ଘରେ ଆସି ପହଁଚିବ କ୍ଷୀର ଏବଂ ଦୁଗ୍ଧ ଜାତୀୟ ପଦାର୍ଥ। ଏହି ପଦକ୍ଷେପ ଗ୍ରହଣ କରିଛି ଓଡିଶାର ଲୋକପ୍ରିୟ କ୍ଷୀର ବ୍ରାଣ୍ଡ ଓମଫେଡ୍। ତେବେ ଏହା ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡିଶା ସମେତ କେତେକ ସହରରେ ଲାଗୁ କରାଯାଇଛି। ଏହି ହୋମ ଡେଲଭରି ଲାଗୁ କରାଯାଇଥିବା ସହରଗୁଡିକ ହେଲା ସମ୍ବଲପୁର, ବୁର୍ଲା, ଝାରସୁଗୁଡା, ହୀରାକୂଦ,ବରଗଡ,ସୋନପୁର,ଯାଜପୁର ଟାଉନ, ଯାଜପୁର ରୋଡ, ସାଳପପଡା, ଭବାନୀପାଟଣା, କଣ୍ଟାବାଞ୍ଜି, ବଲାଙ୍ଗିର ଏବଂ ରାୟଗଡା। ଏଥିପାଇଁ ଓମଫେଡ ତରଫରୁ ଜାରି କରାଯାଇଛି ଫୋନ ନମ୍ବର ଓ ହ୍ବାଟସପ ନମ୍ବର। ସେଗୁଡିକ ହେଲା- 1-9438767015 2-7008196560 3-9437510140 5-9348663116 ତେବେ ଏହି ଅର୍ଡର ଆପଣମାନେ ଦିନ 10ଟାରୁ ଅପରାହ୍ନ 5 ଭିତରେ ଏବଂ ଡେଲିଭରି ସମୟ ଦିନ 11ଟାରୁ ଅପରାହ୍ନ 5ଟା ରଖାଯାଇଛି। ତେବେ ଅତିକମରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଅଶୋକାଷ୍ଟମୀ। ଅଶୋକାଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଉତ୍ସବ ଧୁମଧାମରେ ପାଳିତ ହୁଏ । କିନ୍ତୁ ଚଳିତଥର କରୋନା କଟାକଣା ଯୋଗୁଁ ରୁକୁଣା ରଥ ଗଡିବ ନାହିଁ । ସାରା ଦେଶ ଓ ରାଜ୍ୟରେ କରୋନା ମୁକାବିଲା ଲାଗି ଲକ୍ ଡାଉନ ପାଳନ କରାଯାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗହଳିକୁ ଏଡାଇବା ପାଇଁ ଚଳିତ ବର୍ଷ ରୁକୁଣା ରଥଯାତ୍ରାକୁ ପ୍ରଶାସନ ପକ୍ଷରୁ ମନା କରାଯାଇଛି । କିନ୍ତୁ ପାରମ୍ପରିକ ରୀତିନୀତି ଅନୁସାରେ ରଥ ନିର୍ମାଣ ଶେଷ ହୋଇଥିଲା । ତେବେ ପ୍ରଶାସନର ଅନୁମତି ମିଳିନଥିବାରୁ ରଥଟଣା ଯିବ ନାହିଁ । ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ରୁକୁଣା ରଥ ଟଣାକୁ ଅନୁମିତ ଦେଇହେବ ନାହିଁ ବୋଲି ମନ୍ଦିର କାର୍ଯ୍ୟାଳୟକୁ ଚିଠି ଦେଇଥିଲେ । ସୂଚନାଥାଉ କି,  ରଥଯାତ୍ରାର ପୂର୍ବଦିନ ସନ୍ଧ୍ୟାଧୂପ ପରେ ମୁକ୍ତେଶ୍ୱର ମରିଚୀକୁଣ୍ଡରୁ ଜଳ ଅଣାଯାଇ ରଥ ପ୍ରତିଷ୍ଠା…

Read More