Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଜଟିଳ ଜୀବନ ରକ୍ଷାକାରି ପ୍ରକ୍ରିୟାରେ ସମ ଅଲଟିମେଟ ମେଡିକେଆର ହସ୍ପିଟାଲର ଡାକ୍ତର ସଫଳତାର ସହ ୪ ବର୍ଷ ଝିଅର ଶ୍ୱାସନଳୀ ରେ ଅଟକି ଥିବା ହୁଇସିଲ କାଢ଼ିବାରେ ସକ୍ଷମ ହୋଇପାରିଛନ୍ତି। ସୋନପୁର ଅଂଚଳର ମିନୁ ମିଶ୍ର ନାମକ ଶିଶୁ କନ୍ୟାଟି ହୁଇସିଲ ସହିତ ଖେଳୁଥିବା ବେଳେ ଭୁଲବଶତଃ ଏହାକୁ ଗିଳି ଦେଇଥିଲା। ଏହି ହୁଇସିଲଟି ଶିଶୁଟିର ଶ୍ୱାସନଳୀରେ ଅଟକି ଯିବା ଫଳରେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। ମାତ୍ର ହୁଇସିଲରେ ଥିବା ଛୋଟ କଣା ଦ୍ୱାରା ସେ ବହୁ କଷ୍ଟରେ ନିଶ୍ୱାସ ନେଇ ପାରୁଥିଲା। କିନ୍ତୁ ଯେଉଁ ସମୟରେ ସେ ନିଶ୍ୱାସ ନେଉଥିଲା ସେହି ସମୟରେ ତା ଶରୀରରୁ ହୁଇସିଲ ବାଜିବାର ଶବ୍ଦ ବାହାରୁଥିଲା। କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକ ଡାଉନରେ ଥିବା ବେଳେ ଶିଶୁଟିର ପରିବାର ଖୁବ କଷ୍ଟ ସ୍ବୀକାର କରି ଭୁବନେଶ୍ୱର ଆସି ସମ ଅଲଟିମେଟ ମେଡିକେଆରରେ ଶିଶୁକୁ…

Read More

ନୂଆଦିଲ୍ଳୀ ; କରୋନା ଦ୍ୱାରା ସମୁଦାୟ ଦେଶରେ ୨୧ ଦିନ ବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହା ଦ୍ୱାରା ଦେଶର ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା କରାଯାଇଛି । ଦେଶର ଅନ୍ୟୁନ ୨ କୋଟି ଶିଳ୍ପ ସଂସ୍ଥା ଏହା ଦ୍ୱାରା ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । ଲକ୍‌ଡାଉନ୍ ଯଦି ୨୧ ଦିନରୁ ଅଧିକ ଦିନ ଲାଗି ରୁହେ ତେବେ ଦେଶର ୧୯ ରୁ ୪୩ ପ୍ରତିଶତ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପ୍ରଭାବିତ ହେବ ଏବଂ ସମ୍ପୂର୍ଣ୍ଣ ବନ୍ଦ ହେବାର ସମ୍ଭାବନା ରହିଛି ବୋଲି ମତ ଦେଇଛନ୍ତି ଗେମ୍‌ସର ଅଧ୍ୟକ୍ଷ ରବି ଭେଙ୍କଟାସେନ୍ । ଇନ୍‌ଫୋସିସ୍ ଏବଂ ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ରହିଥିବା ରବି କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଗେମ୍‌ସ ପକ୍ଷରୁ ୧୦୦ ମିଲିୟନ୍ ଡଲାର ନିବେଶ କରାଯିବ ବୋଲି ସୂଚନା ଦେଇଛନ୍ତି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍‌। ଆଜି କେତେକ ଜିଲ୍ଲାର ଜିଲ୍ଲାପାଳମାନଙ୍କ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି ରାଜ୍ୟପାଳ। କୋରାପୁଟ, ଗଜପତି, ନୂଆପଡା, ନବରଙ୍ଗପୁର ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝିଛନ୍ତି ରାଜ୍ୟପାଳ। ଅତି ଗୁରୁତର ସହ ଘଟଣାକୁ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ। ଗତ 28 ତାରିଖରେ ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ କରୋନା ସମ୍ପର୍କରେ କଥା ହୋଇଥିଲେ ରାଜ୍ୟପାଳ।

Read More

ସମୀକ୍ଷା ବ୍ୟୁରୋ କଟକ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟ ସଚିବ, ଡିଏମ୍‌ଇଟି ଓ ଅନ୍ୟ ସରକାରୀଙ୍କ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚିକିତ୍ସା କରୁଥିବା ସରକାରୀ ଓ ଘରୋଇ ମେଡ଼ିକାଲ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଚିକିତ୍ସା ପାଇଁ ଯାଉଥିବା ବ୍ୟକ୍ତି ଯେପରି ସେବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ସେହିପରି ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ସାମଗ୍ରୀ ଦିଆଯାଇନଥିଲେ, ତାହା ତୁରନ୍ତ ଯୋଗାଇ ଦିଆଯିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ସେହିପରି କରୋନା ରୋଗୀ ଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।  ସର୍ବୋପରି ମହାମାରୀ କରୋନା ସହିତ ଦୃଢ ଭାବରେ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ୟେସ ବ୍ୟାଙ୍କରୁ ଫେରିଛି ଶ୍ରୀମନ୍ଦିରର ଦ୍ୱିତୀୟ ପର୍ଯ୍ୟାୟ ସ୍ଥାୟୀ ଜମା ଟଙ୍କା। ଦ୍ୱିତୀୟ ସ୍ଥାୟୀ ଜମା ବାବଦରେ 156କୋଟି ଟଙ୍କା ସୁଧମୁଳ ସହ ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଫେରିଛି ବୋଲି ଜଣାପଡିଛି।  ମ୍ୟାଚୁରିଟି ସରିବା ପରେ ଶ୍ରୀମନ୍ଦିର ଆକାଉଣ୍ଟକୁ ଫେରିଛି ଏହି ଟଙ୍କା। ପୁରୀ ଏସ୍‌ବିଆଇ ମୁଖ୍ୟ ଶାଖାରେ ଥିବା ଆକାଉଣ୍ଟକୁ ଏହି ଟଙ୍କା ଫେରିଛି। ପ୍ରଥମ ପର୍ଯ୍ୟାୟରେ  ଗତ 19 ତାରିଖରେ ପ୍ରଭୁ ଜଗନ୍ନାଥଙ୍କ 397 କୋଟି 23 ଲକ୍ଷ 27 ହଜାର ଟଙ୍କା ଇ-ଟ୍ରାନ୍ସଫର୍‌ ମାଧ୍ୟମରେ ଫେରିଥିଲା।

Read More

ନୂଆଦିଲ୍ଳୀ ; ବରିଷ୍ଠ ଐତିହାସିକ ରାମଚନ୍ଦ୍ର ଗୁହା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡର ସ୍ଥାପନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କେବଳ ଗୁହା ନୁହନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଏବଂ ଅର୍ଥନୀତିଜ୍ଞ ସଲ୍‌ମାନ ଅନୀସ୍ ମଧ୍ୟ ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି । ଦେଶରେ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ରହିଥିବା ବେଳେ ପିଏମ୍ କେୟାର ଫଣ୍ଡ ସ୍ଥାପନର ଆବଶ୍ୟକତା କଣ ରହିଛି ବୋଲି ଗୁହା ପ୍ରଶ୍ନ ଉଠାଇଛନ୍ତି । ଗୁହାଙ୍କ ସହିତ ସ୍ୱର ମିଳାଇ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ସମାନ ଟ୍ୱିଟ୍ କରିଥିଲେ । ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ପରି ଏକ ସ୍ୱଚ୍ଛ ସଙ୍ଗଠନ ରହିଥିବା ବେଳେ କଣ ପାଇଁ ଏ ସଙ୍ଗଠନର ଆବଶ୍ୟକତା ପଡିଲା ବୋଲି ଥରୁର ପ୍ରଶ୍ନ କରିଛନ୍ତି । ଅନ୍ୟତମ କଂଗ୍ରେସ ନେତା ତଥା ଅର୍ଥନୀତିଜ୍ଞ ସଲ୍‌ମାନ୍ ଅନୀସ୍ ସୁଜ୍ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ୧୯୪୮ରେ ତତ୍କାଳୀନ…

Read More

ପାକିସ୍ତାନ : ସାରା ବିଶ୍ବରେ ବେଶ ଭୟଙ୍କର ଭାବରେ ବ୍ୟାପୁଥିବା କରୋନା ଭାଇରସ୍‌ ପାକିସ୍ତାନରେ ବି ବେଶ୍‌ ଭୟଙ୍କର ଭାବରେ ବ୍ୟାପି ଚାଲିଛି । ଏହି ଭାଇରସ୍‌ ଯୋଗୁଁ ପାକିସ୍ତାନରେ 21 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ 12 ଘଣ୍ଟା ମଧ୍ୟରେ 54ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1664ରେ ପହଞ୍ଚିଛି । ଜାଣନ୍ତୁ କେଉଁଠାରେ କିପରି ରହିଛି ସ୍ଥିତି : ପଞ୍ଜାବ – 683, ସିନ୍ଧ – 508, ଖୈବର୍‌ ପଖ୍ତୁନଖାହ – 192, ବେଲୁଚିସ୍ତାନର -141, ଗିଲଗିଟ୍‌-ବାଲ୍ଟିସ୍ତାନ – 128, ଇସଲାମବାଦ-51, ପାକିସ୍ତାନ ଅଧିକୃତ କାଶ୍ମୀରେ 6ଟି ମାମଲା ସାମ୍ନାକୁ ଆସିଥିବାବେଳେ ଏଠାରେ 21 ଜଣଙ୍କର ମୃତ୍ୟୁ ହୋଇଛି । ଗତ 24 ଘଣ୍ଟାରେ ପାକିସ୍ତାନରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦେଶରେ ସର୍ବମୋଟ 28 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 11 ଜଣଙ୍କର ଅବସ୍ଥା ବେଶ୍‌ ସଂକଟାପନ୍ନ ରହିଛି ।…

Read More

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମରର ବନ୍ଦିପୋରାର ଦୁଇ ଘରୁ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଖବର ମିଳିଛି । ଏହି ଘରେ ରହିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିବାବେଳେ  ଏହି ମଉକାରେ ଚୋରମାନେ ଏହ ଘରୁ ସବୁ ଲୁଟିନେଇଛନ୍ତି । ଏହି ଦୁଇ ଘରର ଲୋକଙ୍କୁ ପ୍ରଶାସନ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ସ୍ଥାନାନ୍ତର କରିଥିଲେ । ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭି ଥିବାବେଳେ ଆଉ ଜଣେ କରୋନା ସନ୍ଦିଗ୍ଧ ଥିଲେ । ପୋଲିସ ସୂତ୍ରରୁ ଜଣାପଡିଛି ଏହି ଦୁଇ ଘରୁ ନଗଦ ତିନି ଲକ୍ଷ ଟଙ୍କା ସହିତ ଲକ୍ଷ ଲକ୍ଷଟଙ୍କାର ଜିନିଷର ଚୋରି ହୋଇଛି । ଚୋରମାନେ ଧରାପଡିନଥିବାବେଳେ ପୋଲିସ୍ ଚୋରଙ୍କୁ ଯଥାଶୀଘ୍ର ଧରିବ ବୋଲି କହିଛି । (ଏଜେନ୍ସି)

Read More

ଲକ୍ଷ୍ନୌ : ସାରା ଭାରତରେ କରୋନାକୁ ନେଇ ଏକ ପ୍ରକାର କୋକୁଆ ଭୟ ଲାଗିଥିବାବେଳେ ଭାରତରେ ଏକ କରୋନା ଗ୍ରାମ ରହିଛି । ତେବେ ଏହି ଗ୍ରାମ କରୋନା ସଂକ୍ରମିତ ନୁହେଁ, ବରଂ ଏହି ଗ୍ରାମର ନାମ କରୋନା । ଲକ୍ଷ୍ନୌଠାରୁ ପ୍ରାୟ 90 କିଲୋମିଟର ଦୂରରେ ଅବସ୍ଥିତ ଏହି କରୋନା ଗ୍ରାମଟି । କିନ୍ତୁ ଏହି ଛୋଟ ଗ୍ରାମଟି ଏବେ ବହୁ ସଂକଟରେ ଗତି କରୁଛି । କରୋନାକୁ ନେଇ ସମଗ୍ର ବିଶ୍ବରେ ଭୟାନକ ପରିବେଶ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହି ଗ୍ରାମଟି ଏବେ ସମସ୍ତଙ୍କ ପାଇଁ ମଜାକ୍‌ର ବିଷୟ ପାଲଟିଯାଇଛି । ଏହି ଗ୍ରାମର ଜଣେ ନିବାସୀଙ୍କ ମତରେ ଲୋକମାନେ ତାଙ୍କ ଗ୍ରାମକୁ ଯିବାକୁ ଭୟ କରୁଛନ୍ତି । କେହି କେହି ତାଙ୍କୁ ହସରେ ଉଡାଇ ମଧ୍ୟ ଦିଅନ୍ତି । କେହି କେହି ତାଙ୍କୁ ଫୋନ୍‌ କରି ପଚାରନ୍ତି ଯେ, ଆପଣମାନେ ଏ ପର୍ଯ୍ୟନ୍ତ କେମିତି ଜୀବିତ ରହିଛନ୍ତି…

Read More

ନ୍ୟୁୟର୍କ : ଗୋଟିଏ ଟାୱେଲର ମୂଲ୍ୟ କେତେ ଟଙ୍କା ହୋଇପାରେ । ଅତିବେଶୀରେ ୫ ଶହ ଟଙ୍କା ହୋଇପାରେ । ତେବେ ନ୍ୟୁୟର୍କରେ ଏକ ଟାୱେଲ୍ ୨୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ବାସ୍କେଟ୍‌ବଲ୍ ଷ୍ଟାର କୋବ୍ ବ୍ରାୟାଣ୍ଟଙ୍କ ଟାୱେଲ୍‌ଟି ୨୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ବ୍ରାୟାଣ୍ଟ ନିଜର ଅନ୍ତିମ ମ୍ୟାଚ୍‌ରେ ଏହି ଟାୱେଲ୍ ବ୍ୟବହାର କରିଥିଲେ । ଏପ୍ରିଲ୍ ୧୩, ୨୦୧୬ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବ୍ରାୟାଣ୍ଟ ୬୦ ପଏଣ୍ଟ ସ୍କୋର କରିଥିଲେ । ଡେଭିଡ୍ କୋହ୍‌ଲର୍ ଏହି ଟାୱେଲ୍‌ଟିକୁ କିଣିଥିଲେ ।

Read More

ଜମ୍ମୁ : ବିଶ୍ବ ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା କରିବା ନିମେନ୍ତ ଜମ୍ମୁକାଶ୍ମୀରର ରୌଜରୀ ଜିଲ୍ଲା ପ୍ରଶାସନ ପାଞ୍ଚଟି ଗ୍ରାମକୁ ରେଡ୍‌ ଜୋନ୍‌ ଘୋଷିତ କରାଯାଇଛି । ପ୍ରଶାସନ ଏହି ପାଞ୍ଚଟି ଗ୍ରାମରେ 43 ଜଣ କରୋନା ସନ୍ଦିଗ୍ଧଙ୍କୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଇବା ସହିତ ଏହି ଗ୍ରାମକୁ ସିଲ୍‌ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍‌ର ଯୋଗୁଁ କିଛି ଦିନ ପୂର୍ବେ ଜଣେ ଧର୍ମଗୁରୁଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ପରେ ରୌଜରୀ ଜିଲ୍ଲାର ମଞ୍ଜାକୋଟ୍‌ ଅଞ୍ଚଳରେ ଜଣେ ଡାକ୍ତର ଏହି ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ ତାଙ୍କ ନିକଟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା । ଏହି ଡାକ୍ତର ଜଣକ ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ କାଶ୍ମୀର ଯିବା ପୂର୍ବରୁ ସାମ୍ବାର ବଡୀ ବ୍ରାହ୍ମଣା ଅଞ୍ଚଳରେ ରହିଥିଲେ । ଏହି ସୂଚନା ମିଳିବା ପରେ ରୌଜରୀ ପ୍ରଶାସନ ଉକ୍ତ ଡାକ୍ତରଙ୍କ ସମେତ ନିକଟସ୍ଥ…

Read More

ରାଜସ୍ଥାନ: ବାୟୁସେନା ସହାୟତାରେ ଇରାନରୁ ଉଦ୍ଧାର ହୋଇଥିବା 1036 ଜଣ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ କରେନା ପଜିଟିଭି ରହିଥିବାର ସୂଚନା ମିଳିଛି।  ରାଜସ୍ଥାନର ଯୋଧପୁରର ରହିଥିବା ଏହି ପ୍ରବାସୀ ଭାରତୀୟ ନିବାସୀଙ୍କଠାରେ  କରୋନା ପଜିଟିଭ ଆସିଛି ବୋଲି ସୋମବାର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି। ଅତିରିକ୍ତ ମୁଖ୍ୟ ସଚିବ ରୋହିତ କୁମାର କହିଛନ୍ତି ସୋମବାର ଯୋଧପୁରର ଏସଏନ ମେଡିକାଲ କଲେଜରେ ଜଣଙ୍କୁ କରୋନା ପଜିଟିଭ ଥିବାର ଚିହ୍ନଟ କରାଯାଇଛି। ସେହିପରି ଗତ ସପ୍ତାହରେ ଇରାନରୁ ଉଦ୍ଧାର ହୋଇଥିବା 277 ଜଣଙ୍କ ମଧ୍ୟରୁ ଜଣେ ଏବଂ ସେ ଯୋଧପୁରର ଏମ ଡି ଏଚ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କର 72ବର୍ଷୀୟ ମାତାଙ୍କଠାରେ କରୋନା ଟେଷ୍ଟର ଫଳାଫଳ ନେଗେଟିଭ ଆସିଛି। ଇରାନ ରୁ ଉଦ୍ଧାର ହୋଇଥିବା ସମୁଦାୟ 1036 ଭାରତୀୟଙ୍କ ମଧ୍ୟରୁ 552 ଜଣଙ୍କୁ ଯୋଧପୁର ଏବଂ…

Read More

ମୁମ୍ବାଇ : କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଏହାର ସିଇଓ ଉଦୟ କୋଟାକ୍ ମିଳିତ ଭାବେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୦କୋଟି ଟଙ୍କା ପ୍ରଦାନ କରିଛନ୍ତି। ରବିବାର ଦିନ ବ୍ୟାଙ୍କ ପକ୍ଷରୁ ଏକ ଟୁଇଟ୍ କରି ଏହା ସ୍ପଷ୍ଟ କର ଯାଇଛି । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଉଦୟ କୋଟାକ୍ ବ୍ୟକ୍ତିଗତ ଭାବରେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପ୍ରତ୍ୟେକ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ୧୦ କୋଟି ତାଙ୍କ ପ୍ରଦାନ କରିଛି।

Read More

ଲକ୍‌ଡାଉନ୍‌ ଡାଏରୀ : ଦେଶରେ ଲକ୍‌ ଡାଉନ ଜାରି ହୋଇଥିବାବେଳେ ଲୋକଙ୍କୁ ଫିଟ୍‌ ଓ ସୁସ୍ଥ ରଖିବା ପାଇଁ ଫିଟିନେସ୍‌ ରୁଟିନ୍‌ ଓ ଯୋଗ ଭିଡିଓ ସେୟାର କଲେ ମୋଦି

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଧାନସଭାରେ ପାରିତ ହୋଇଛି ବ୍ୟୟମଞ୍ଜୁରୀ ବିଲ୍‌ । ସର୍ବସମ୍ମତିକ୍ରମେ ଏହି ବିଲ୍‌ଟି ପାରିତ ହୋଇଥିବାର ସୂଚନା ରହିଛି । ବିଜେଡିର ବରିଷ୍ଠ ବିଧାୟକ ଅମର ଶତପଥୀ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ପୂର୍ବ ଧାର୍ଯ୍ୟ ପରିମାଣର ବ୍ୟୟ ମଂଜୁରୀକୁ ଅନୁମତି ମିଳିଛି । ବିଲ୍‌ ପାସ୍‌ ପରେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବ୍ୟୟମଞ୍ଜୁରୀ  ବିଲ୍‌ ପାସ୍‌ ପାଇଁ ସ୍ବତନ୍ତ୍ର ଦିନିକିଆ ଅଧିବେଶନ ବସିଥିଲା । ରାଜ୍ୟର ତୃତୀୟ କରୋନା ପଜିଟିଭି ଜଣକ ବିଧାନସଭାର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭାର ଏହି ଅଧିବେଶନଟି ବିଧାନସଭା ଗୃହରେ ନ ହୋଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ଅଧିବେଶନ ବସିଥିଲା । (ଏଜେନ୍ସି)

Read More

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲା ପାଇଁ ସାରା ଦେଶରେ 21ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏବେ ଲୋକଙ୍କ ମନରେ ଏହି ଲକ୍‌ ଡାଉନ୍‌କୁ ଆହୁରି ବୃଦ୍ଧି କରାଯିବା ନେଇ ପ୍ରଶ୍ନ ଉଠିଛି। ତେବେ କ୍ୟାବିନେଟ୍‌ ସଚିବ ରାଜୀବ ଗାଓ୍ବା। ଏହି ଲକ୍‌ ଡାଉନକୁ ବୃଦ୍ଧି କରାଯିବା ନେଇ କିଛି ଯୋଜନା କରାଯାଇନାହିଁ ବୋଲି କହିଛନ୍ତି। ରାଜୀବ ଗାଓ୍ବା କହିଛନ୍ତି ଯେ, କେନ୍ଦ୍ର ସରକାରରେ ପାଖରେ ଏମିତି କୌଣସି ଯୋଜନା ନାହିଁ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ଏବେ ଲକ୍‌ ଡାଉନ୍‌ ବୃଦ୍ଧି କରାଯିବା ନେଇ ଆକଳନ କରାଯାଉଛି ବୋଲି ପ୍ରଶ୍ନ ଉଠିଥିଲା। ତେବେ ଏହାର ଉତ୍ତରରେ କେନ୍ଦ୍ର କ୍ୟାବିନେଟ୍‌ ସଚିବ କହିଛନ୍ତି ଯେ, ଦେଶରେ ଲକ୍‌ ଡାଉନ୍‌ ବର୍ଦ୍ଧିତ କରିବାକୁ ନେଇ କୌଣସି ପ୍ରସ୍ତାବ ଉପରେ ଆଲୋଚନା କରାଯାଇନାହିଁ। ଦେଶରେ କରୋନା ଭାଇରସ୍‌ ସହ ମୁକାବିଲା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜିଠୁ ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ବିନାକାରଣରେ ବାହାରେ ବୁଲିଲେ ରୁଜୁ ହେବ ମାମଲା । ସିଜ୍‌ ହେବ ଗାଡି । ଏହି ପରିପ୍ରେକ୍ଷୀରେ ପରିବା କିଣିବାକୁ ବାଇକ୍‌ ନେଇ ଯିବାକୁ ବାରଣ କଲା ପୋଲିସ୍‌ । ଚାଲିକି ଯାଇ ନିକଟସ୍ଥ ସ୍ଥାନରୁ ପରିବା କିଣିବାକୁ ପରାମର୍ଶ ଦିଆଯାଇଛି। ଦୂରକୁ ବାଇକ୍‌ ନେଇ ପରିବା କିଣିବା ପାଇଁ ଗଲେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୂଚନା ମିଳିଛି। ସେହିପରି ପାସ୍‌କୁ ନବୀକରଣ କରାନଯିବା ନେଇ ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି ।

Read More

ଉତ୍ତରପ୍ରଦେଶ : କରୋନା ଭାଇରସ୍‌ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ । ଏହାର ପ୍ରଭାବ ସବୁଠୁ ଅଧିକ ଶ୍ରମିକ ବା ଖଟିଖିଆ ଲୋକଙ୍କ ଉପରେ ପଡିଛି । ଏପରି ସଂକଟ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ଶ୍ରମିକା ବା ଖଟିଖିଆଙ୍କୁ 1-1 ହଜାର ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ପ୍ରଦେଶର 27.5 ଲକ୍ଷ ମନରେଗା ଶ୍ରମିକଙ୍କ ଆକାଉଣ୍ଟଙ୍କୁ 611 କୋଟି ଟଙ୍କା ପଠାଯାଇଛି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ମନରେଗା ଶ୍ରମିକଙ୍କ ପାରିଶ୍ରାମିକକୁ 182ରୁ 202ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ପରେ ଉତ୍ତରପ୍ରଦେଶ ସରକାର ଏହି ବର୍ଦ୍ଧିତ ପାରିଶ୍ରାମିକଙ୍କୁ ଶ୍ରମିକଙ୍କୁ ଦେଇଛନ୍ତି । ଏତଦ୍‌ବ୍ୟତୀତ ଯୋଗୀ ସରକାର 20 ଲକ୍ଷ ଦିନ ମଜୁରିଆଙ୍କୁ 1-1 ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ତୋଦୟ ଯୋଜନା, ମନରେଗା ଓ ଶ୍ରମ ବିଭାଗରେ ପଂଜୀକୃତ ପ୍ରାୟ ଏକ…

Read More

କୋଲକାତା : ପୁଣି ପଶ୍ଚିମବଙ୍ଗରୁ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍‌ ଯୋଗୁଁ ସୋମବାର ଦିନ ଜଣକର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍‌ ଦୁଇଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ 18ଜଣ ଲୋକେ ସଂକ୍ରମିତ ରହିଛନ୍ତି। ଦେଶରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 30କୁ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗରେ ଦେଖାଦେଇଥିବା 5ଟି ମାମଲାରେ ଜଣେ 11 ବର୍ଷ ପୁଅ, ଛଅ ବର୍ଷର ଶିଶୁ ଓ 9 ବର୍ଷର ଝିଅଟିଏ ମଧ୍ୟ ସାମିଲ୍‌ ରହିଛି । ସେହିପରି ରାଜ୍ୟରେ 45 ବର୍ଷୀୟା ଜଣେ ମହିଳାଙ୍କ ସମେତ 27 ବର୍ଷୀୟା ଯୁବତୀ ମଧ୍ୟ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ତେବେ ଏମାନେ ଦିଲ୍ଲୀଠାରେ ୟୁକେର ଫେରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସି ସଂକ୍ରମିତ ହୋଇଥିଲେ। ସେମାବାର ସକାଳ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1139 ରହିଥିବାବେଳେ କ୍ରମାଗତ ଭାବେର ଏହା ବୃଦ୍ଧି ପାଉଛି। ଆଜି ମଧ୍ୟପ୍ରଦେଶରୁ 8ଟି ନୂତନ…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଭାରତରେ ମଧ୍ୟ ବ୍ୟାପିବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ  ସଂଖ୍ୟା 1000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଛି । ଦେଶର 27ଟି ରାଜ୍ୟରେ ଏହି କରୋନା ବ୍ୟାପିସାରିଥିବାବେଳେ ସର୍ବାଧିକ ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛନ୍ତି । ଏହି ରୋଗରୁ 90 ଜଣ ସୁସ୍ଥ ହୋଇଥିବାବେଳେ ମହାରାଷ୍ଟ୍ରର ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଶହ ଟପି ସାରିଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ସାତ ଜଣ ମୃତ୍ୟୁବରଣ କରିଥିବାବେଳେ ଗୁଜୁରାଟରେ ପାଞ୍ଚ, କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ଦୁଇ ଦୁଇ ଜଣ, କେରଳ, ତେଲେଙ୍ଗାନା, ତାମିଲନାଡୁ, ଜମ୍ମୁ-କାଶ୍ମୀର, ପଞ୍ଜାବ, ପଶ୍ଚିମବଙ୍ଗ, ବିହାର ଓ ହିମାଚଳ ପ୍ରଦେଶରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ମହାରାଷ୍ଟ୍ରରେ 25 ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ କେରଳେ 16, ଉତ୍ତରପ୍ରଦେଶରେ 11, ହରିୟାଣାରେ 17, କର୍ଣ୍ଣାଟକରେ 5,…

Read More