ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ। ଗୁରୁବାର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ସ୍ବାସ୍ଥ୍ୟ ବିଭାଗର ଟ୍ବିଟ୍ଟର ହ୍ୟାଣ୍ଡେଲ୍ରେ ଗୁରୁବାର ଦିନ ଏହି ସୂଚନା ମିଳିଛି। ଆକ୍ରାନ୍ତ ଜଣକ ଭୁବନେଶ୍ବରର ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆକ୍ରାନ୍ତ ଜଣକ ବିଦେଶ ଫେରନ୍ତା କି ଅନ୍ୟ ରାଜ୍ୟରୁ ଆସିଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ। ଉଲ୍ଲେଖ୍ୟଯୋଗ୍ୟ ଯେ, ଗୁରୁବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୪ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି।
Author: Samikhsya Bureau
ଅମ୍ରିତ୍ସର : କରୋନା ପ୍ରଭାବରେ ସମଗ୍ର ଦେଶ ଲକ୍ଡାଉନ୍ରେ ରହିଥିବା ବେଳେ ଦିନ ମଜୁରିଆଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ପଞ୍ଜାବ ସରକାର । ସମଗ୍ର ଦେଶ ଲକ୍ଡାଉନ୍ରେ ରହିଥିବା ବେଳେ ଦିନ ମଜୁରିଆଙ୍କ 10 ଲକ୍ଷ ରାସନ୍ ପ୍ୟାକେଟ୍ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ୟାକେଟ୍ରେ 10 କିଗ୍ରା ଅଟା, 2 କିଗ୍ରା ଶସ୍ୟ ଏବଂ 2 କିଗ୍ରା ଚିନି ରହିବ । ଏହି ପ୍ୟାକେଟ୍ ଗୁଡିକୁ ବିଭିନ୍ନ ବସ୍ତିରେ ରହୁଥିବା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ମଧ୍ୟରେ ବଣ୍ଟାଯିବ । ପଞ୍ଜାବ ପୋଲିସ୍ ପକ୍ଷରୁ ଦ୍ବାର ଦ୍ବାର ବୁଲି ଏହି ପ୍ୟାକେଟ୍ ବିତରଣ କରାଯିବ । (ଏଜେନ୍ସି)
ଭୁବନେଶ୍ୱର : ଓଡ଼ିଶାରେ ସ୍ଥାପନ ହେବ ଭାରତର ସବୁଠୁ ବଡ଼ କରୋନା ହସ୍ପିଟାଲ୍। ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗୁରୁବାର ରାଜ୍ୟ ସରକାର ଏହି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ରେ ସାମିଲ ହୋଇଛି ସମ ହସ୍ପିଟାଲ। କୋଭିଡ -୧୯ କରୋନା ଭୁତାଣୁ ସଂକ୍ରମଣ କ୍ଷେତ୍ରରେ ଏହି ପଦକ୍ଷେପ ନିଆ ଯାଇଥିବା ବେଳେ ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ୍-୧୯ କରୋନା ହସ୍ପିଟାଲ୍ ପାଇଁ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେ ଓ ସମ ହସ୍ପିଟାଲ୍ ସହ ଆବଶ୍ୟକ ଚୁକ୍ତି ସ୍ଵାକ୍ଷର କରିଛନ୍ତି ରାଜ୍ୟ ସରକାର। ଆସନ୍ତା 15 ଦିନ ମଧ୍ୟରେ ଏହି ସ୍ୱତନ୍ତ୍ର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସୋଆ ପକ୍ଷରୁ ସୂଚନା ଦିଆଯାଇଛି। ସମ ହସ୍ପିଟାଲ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ କରିବା ସହ, ରୋଗୀସେବା , ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ,…
ନୂଆଦିଲ୍ଲୀ : ନିଜ ନିଜ ରାଜ୍ୟର ଦାୟିତ୍ବ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜର ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହିତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଭାବରେ ବିଭିନ୍ନ ନେତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ନେତାମାନେ ନିଜ ରାଜ୍ୟର କରୋନା ସମ୍ପର୍କିତ ଅପଡେଟ୍ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ସ୍ଥାନୀୟ ପ୍ରଶାସନ ସହିତ ନିୟମିତ ସମ୍ପର୍କ ରଖିବା ସହିତ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ । ମୁଖ୍ତାର ଆବ୍ବାସ ନକ୍ଭୀଙ୍କୁ ଝାରଖଣ୍ଡର ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ପ୍ରକାଶ ଜାଭଡେକର ଏବଂ ନୀତିନ୍ ଗଡକରୀଙ୍କୁ ମହାରାଷ୍ଟ୍ରର ଦାୟିତ୍ବ ପ୍ରଦାନ କରାଯାଇଛି । ରାଜନାଥ ସିଂ, ମହେନ୍ଦ୍ର ନାଥ ପାଣ୍ଡେ, ସଞ୍ଜୀବ ବଲ୍ୟାନ ଏବଂ କ୍ରିଷ୍ଣପାଲ ଗୁର୍ଜରଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ବ ପ୍ରଦାନ କରାଯାଇଛି । ରବିଶଙ୍କର ପ୍ରସାଦଙ୍କୁ ବିହାରର ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ରାମ ବିଳାଶ ପାଶ୍ବାନ ଏବଂ…
ସାଉଥ୍ ଡାକୋଟା : ଆମମେରିକୀୟ ଜେଲ୍ରୁ ଚମ୍ପଟ ମାରିଛନ୍ତି 9 ମହିଳା କଏଦୀ । କରୋନା ଆତଙ୍କ ଦିନକୁ ଦିନ ବଢି ଚାଲିଥିବା ବେଳେ ଭୟରେ ଏହି 9ମହିଳା କଏଦୀ ଜେଲ୍ରୁ ଚମ୍ପଟ ମାରିଛନ୍ତି । ସାଉଥ୍ ଡାକୋଟାର ଏହି ଜେଲ୍ରୁ 9 ଜଣ ଅନ୍ତେବାସୀ ଚମ୍ପଟ ମାରିଛନ୍ତି । ଜେଲ୍ର ଜଣେ କଏଦୀ କରୋନା ଆକ୍ରାନ୍ତ ଥିବା ଜଣା ପଡିବ ପରେ ଭୟରେ ଏହି କଏଦୀ ମାନେ ଚମ୍ପଟ ମାରିଥିବା ଜଣାପଡିଛି । ସୋମବାର ଏହି କଏଦୀ ମାନେ ଚମ୍ପଟ ମାରିଥିବା ବେଳେ ବୁଧବାର ପୋଲିସ୍ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । (ଏଜେନ୍ସି)
ଚେନ୍ନାଇ : ଦେଶରେ କରୋନା ଭାଇରସ୍ ଆତଙ୍କର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଛି । ଏହି ସମୟରେ ସାଧାରଣ ଲୋକଙ୍କ ଆୟର କୌଣସି ପନ୍ଥା ନଥିବା ବେଳେ ଇଏମ୍ଆଇ ଏବଂ ଅନ୍ୟାନ୍ୟ ଋଣ ଭରିବାକୁ ପଡିବ । ତେଣୁ ଏହି ଜରୁରୀ କାଳୀନ ସମୟରେ ସମୟରେ କୌଣସି ଋଣ ଅର୍ଥ, ସୁଧ ଏବଂ ଇଏମ୍ଆଇ ଆଦାୟ ଉପରେ କଟକଣା ଜାରି କରିଛନ୍ତି ତାମିଲନାଡୁ ସରକାର । ଏହି ସମୟରେ ଋଣ ରାଶି ଆଦାୟ କରାଗଲେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହା ସହିତ ରାଜ୍ୟରେ ସମସ୍ତ ଜରୁରୀ କାଳୀନ ସେବାକୁ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସି)
ପ୍ୟାରିସ୍: ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ସ୍ଥଗିତ ରହିବା ପରେ ବାସହୀନଙ୍କ ପାଇଁ ଏହା ବାସସ୍ଥଳୀରେ ପରିଣତ ହୋଇଛି । ଫ୍ରେଞ୍ଚ ରିଭିଏରାରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରହିବା ପରେ ଆୟୋଜକ ମାନେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲିଛନ୍ତି । ପ୍ରତ୍ୟେକ ରାତ୍ରିରେ 50 ରୁ 70 ଜଣ ଲୋକଙ୍କୁ ଆଶ୍ରୟ ପ୍ରଦାନ କରାଯାଉଛି ବୋଲି କାନ୍ସ ଟାଉନ୍ ହଲ୍ର ମୁଖ୍ୟ ଡୋମିନିକ୍ ଅଡେ ଲାସେଟ୍ ପ୍ରକାଶ କରିଛନ୍ତି । ଆଠ ଦିନ ପୂର୍ବରୁ ଫ୍ରାନ୍ସର ଜନସାଧାରଣଙ୍କୁ ଘରେ ବନ୍ଦ ରହିବା ପାଇଁ ନିବେଦନ କରିଥିଲେ । ତେବେ ଫ୍ରାନ୍ସରେ ପ୍ରାୟ 12 ହଜାର ବାସଗୃହ ନଥିବା ଲୋକ ରହିଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ ସ୍କୁଲ୍ ଖୋଲାରଖିବା ପାଇଁ ମାକ୍ରନ୍ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କାନ୍ସ ଆୟୋଜକଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଅବସରରେ 1000 ଶଯ୍ୟାବିଶିଷ୍ଟ ଦୁଇଟି ସ୍ବତନ୍ତ୍ର କୋଭିଡ୍ 19 ହସ୍ପତଟାଲ ପ୍ରତିଷ୍ଠା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପଡୋଶୀ ରାଜ୍ୟ ମାନଙ୍କରେ ଅଟକି ରହିଥିବା ଓଡିଶା ବାସୀଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅନ୍ୟ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ : 1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍-୧୯ ରୋଗୀମାନଙ୍କ ଚିକିତ୍ସା ସକାଶେ ଅତ୍ୟାଧୁନିକ ସୁବିଧା ଥିବା ୧୦୦୦ ଶଯ୍ୟାବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଆଜି ଲୋକସେବା ଭବନରେ ରାଜ୍ୟ…
ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : କରୋନାକୁ ପ୍ରତିହତ କରିବାପାଇଁ ଲକଡାଉନ୍ ଜାରି କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ଅବମାନନା କରାଯାଉଛି। ଏହି ସମୟରେ ବାଇକ୍ରେ ଚକ୍କର କାଟୁଥିବା ବ୍ୟକ୍ତିଙ୍କ ବାଇକ୍ ସହ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଦୂରତା ରକ୍ଷା କରିବାରେ ମୋଟର ସାଇକେଲ ବ୍ୟାଘାତ ସୃଷ୍ଟି କରୁଥିବାରୁ ଏହାର ଚଳାଚଳକୁ ଶତପ୍ରତିଶତ ନିଷେଧ କରାଯାଇଛି। ଅଧିକ ମାତ୍ରାରେ ରୋଡ୍ ବ୍ୟାରିକେଡିଂ କରାଯିବ। ବିଡିଓ, ତହସିଲଦାର ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ସମ୍ପୂର୍ଣ୍ଣ ବ୍ଲକ୍ ଅଞ୍ଚଳକୁ ଆବଣ୍ଟିତ କରି ତଦାରଖ କରିବେ। ଜିଲ୍ଲାରେ ବାହାର ରାଜ୍ୟରୁ ଆସିଥିବା ୧୫ ହଜାର ୩୭୭ ଜଣ ଏବଂ ବିଦେଶରୁ ଆସିଥିବା ୩୭୨ ଜଣଙ୍କର ପ୍ରତ୍ୟହ ସ୍ବାସ୍ଥ୍ୟାବସ୍ଥା ତଦାରଖ କରାଯିବ। ଟାଟା ସହିତ ବୁଝାମଣା ପୂର୍ବକ ଶୀତଳାପଲ୍ଲି ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲକୁ କରୋନା ଆଇସୋଲେଟେଡ୍ ଡାକ୍ତରଖାନା ରୂପେ…
ରମେଶ ମହାନ୍ତି ଜଗତସିଂହପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍ ଘୋଷଣା ହୋଇଥିବାରୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଆଗାମୀ ୪ ମାସର ଏପ୍ରିଲ,ମେ,ଜୁନ୍ ଓ ଜୁଲାଇ ମାସ ପାଇଁ ଅଗ୍ରୀମ ଭତ୍ତା ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପେକ୍ଷୀରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବି.ଡି.ଓ ଏବଂ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ସମସ୍ତ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରି ବଣ୍ଟନ କରିବାକୁ ନିର୍ଦ୍ଦଶ ଦେଇଛନ୍ତି। ଜିଲ୍ଲାରେ ମାର୍ଚ୍ଚ ୨୬ ତାରିଖ ଠାରୁ ଏହି ବଣ୍ଟନ ପ୍ରକ୍ରିୟା ଚାଲିବ। ଏଥିପାଇଁ ବି.ଡି.ଓ ମାନେ ଗାଁର ଆକ୍ସନପ୍ଲାନ୍ ପ୍ରସ୍ତୁତ କରି ପଂଚାୟତକୁ ଅବଗତ କରାଇବେ। ଏହି ଭତ୍ତା ବଣ୍ଟନ ପ୍ରକ୍ରିୟାରେ ବ୍ଲକ୍ ଅଧିକାରୀ, ପଂଚାୟତ ନିର୍ବାହୀ ଅଧିକାରୀ, ଜି.ଆର.ଏସ୍, ପଂଚାୟତ ପିଅନ, ୨ଜଣ ଅଙ୍ଗନବାଡି କର୍ମୀ ଏବଂ ଜଣେ ପୋଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅଙ୍ଗନବାଡୀ କର୍ମୀ ହିତାଧିକାରୀଙ୍କ…
ବ୍ରହ୍ମପୁର, ସାରା ଓଡିଶାକୁ ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଅନେକ ଲୋକ ଏହି ନିୟମକୁ ଭାଙ୍ଗି ରାସ୍ତା ଉପରକୁ ଆସୁଛନ୍ତି। ଏପରିକି ପୋଲିସ ତରଫରୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ କେତେକ ଲୋକ ମାନିବାକୁ ନାରାଜ। ଏହି ଘଟଣା ବର୍ତ୍ତମାନ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ଲୋକେ ଜାଣନ୍ତି ନାହିଁ ଯେ, ଏହା ନା ପୋଲିସର ନା ସରକାରଙ୍କ ହିତ ପାଇଁ। ଏପରି କଟକଣା କେବଳ ଲୋକମାନଙ୍କ ହିତ ପାଇଁ ଉଦ୍ଦିଷ୍ଠ। ବାରମ୍ବାର ଲୋକଙ୍କୁ ତାଗିଦ କରିବା ସତ୍ବେ ଅନେକ ରାସ୍ତା ଉପରକୁ ଆସିବା ପରେ ପୋଲିସ ବ୍ୟତିବ୍ୟସ୍ତ ହୋଇପଡିଛି। ଫଳରେ କଟକଣା ନୁହେଁ ଶେଷରେ ହାତ ଯୋଡି ଲୋକଙ୍କୁ ଅନୁରୋଧ କରୁଛି ପୋଲିସ। ଏହିପରି ଘଟଣା ଗଂଜାମ ଜିଲ୍ଲାର ଛତ୍ରପୁର ପୋଲିସ ଅଞ୍ଚଳରେ ଦେଖିବାକୁ ମିଳିଛି। ଜଣେ ପୋଲିସ ଅଧିକାରୀ ଲକଡାଉନ ଭଙ୍ଗକାରଙ୍କୁ ହାତ ଯୋଡି ଆକୁଳ ନିବେଦନ କରୁଥିବାର ପରିଲକ୍ଷିତ ହୋଇଛି। ସେହି ଅଞ୍ଚଳରେ ପୋଲିସ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକ୍ ଡାଉନ୍ର ଦ୍ବିତୀୟ ଦିନରେ ବାଣପୁର-ବାଲୁଗାଁରେ ଆଜି ଯାଞ୍ଚକୁ ଆହୁରି କଡାକଡି କରାଯାଇଛି। ଏସ୍ଡିପିଓ ସୁରେଶ କୁମାର ଦାସଙ୍କ ନେତୃତ୍ବରେ ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମାହାଲିକ ଓ ତାଙ୍କ ଟିମ୍ ବାଲୁଗାଁ ଅଞ୍ଚଳରେ ଲକ୍ ଡାଉନ୍କୁ ଆହୁରି କଡାକଡି କରିଛନ୍ତି। ରାଜ୍ୟରେ ଲାଗୁ ହୋଇଥିବା ଲକ୍ ଡାଉନ୍ ସମୟରେ ଜନସାଧାରଣଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାଲୁଗାଁଠାରେ ସକାଳ ୬.୩୦ଟାରୁ ୯.୩୦ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଫଳ, ପନିପରିବା ଓ ଗ୍ରୋସରୀ ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଲକ୍ ଡାଉନ୍ ନିୟମକୁ ସ୍ଥାନୀୟବାସୀ ଅଣଦେଖା କରୁଥିବାର ନଜର ଆସିଥିବାବେଳେ ଆଜି ଏସ୍ଡିପିଓ ବେଶ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଲୁଗାଁଠାରେ ୧ପ୍ଲାଟୁନ୍ ପୋଲିସ୍ ଫୋର୍ସ ଉପସ୍ଥିତ ରହି ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ପାଟ୍ରୋଲିଂ କରୁଛନ୍ତି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନର ଲକ୍ ଡାଉନ୍…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଲକ୍ଡାଉନ୍ ଯୋଗୁଁ ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଛନ୍ତି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ କାରଣ ନେଇ ଫସିଥିବା ଓଡ଼ିଶା ଲୋକଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ସେମାନଙ୍କର ରହିବା, ଖାଇବା ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି। ସେଥିପାଇଁ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି କହିଛନ୍ତି ନବୀନ। ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଥିବା ଲୋକଙ୍କୁ ସହାୟତା କରାଯାଉଛି। ସେମାନଙ୍କ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ବହନ କରୁଛି। ସେହିପରି କେହି ଯଦି ଓଡ଼ିଶାରେ ଫଶି ରହିଛନ୍ତି, କେହି ଶୁଣୁନାହାନ୍ତି, ତେବେ ସିଧାସଳଖ ତାଙ୍କୁ ଜଣାଇବାକୁ ନବୀନ କହିଛନ୍ତି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଦେଶରେ ଏନେଇ ଲକ୍ ଡାଉନ୍ ଘୋଷଣା କରାଯାଇଛି। କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ବେଶ୍ ସତର୍କ ରହିଛନ୍ତି । ଆଜି କରୋନା ମୁକାବିଲା ନେଇ ଦୁଇଟି ଘରୋଇ ହସ୍ପିଟାଲ୍ ସହ ରାଜିନାମା ସ୍ବାକ୍ଷର କରାଯାଇଛି। କରୋନା ମୁକାବିଲା 1000 ଶଯ୍ୟା ହସ୍ପିଟାଲ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏନେଇ 2ଟି ଘରୋଇ ହସ୍ପିଟାଲ୍ ସହ ବୁଝାମଣା କରାଯାଇଛି। ସେହି ଦୁଇଟି ହସ୍ପିଟାଲ୍ ହେଉଛି ରାଜ୍ୟର ଦୁଇ ବଡ ମେଡ଼ିକାଲ୍ କିମ୍ସ ଓ ସମ୍। କିମ୍ସରେ 450 ଓ ସମ୍ରେ 500 ଶଯ୍ୟା ହସ୍ପିଟାଲ୍ ନେଇ ଚୁକ୍ତି କରାଯାଇଛି। ସମ୍ରେ 500 ଶଯ୍ୟା ଓ 20 ଆଇସିୟୁ ବ୍ୟବସ୍ଥା ନେଇ ଚୁକ୍ତି କରାଯାଇଛି। ଉଭୟ ହସ୍ପିଟାଲ୍ କାର୍ଯ୍ୟକ୍ଷମ ପାଇଁ ଓଏମ୍ସି ଓ ଏମ୍ସିଏଲ୍ ପାଣ୍ଠି ଯୋଗାଇବେ। ଉଭୟ ହସ୍ପିଟାଲ୍ 15 ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ରହିଛି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦେଶର ଶ୍ରେଷ୍ଠ ଦଶଟି ଘରୋଇ ବିଶ୍ବବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ବବିଦ୍ୟାଳୟ। ନିକଟରେ ପ୍ରକାଶିତ କ୍ୟାରିଅର 360 ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗ 2020 ରେ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନ ଅଧିକାର କରିଛି ସୋଆ। ଓଡ଼ିଶାର ଏକମାତ୍ର ଘରୋଇ ବିଶ୍ବବିଦ୍ୟାଳୟ ଭାବେ ସୋଆ ଏଥିରେ ସ୍ଥାନିତ ହୋଇଛି । ନାକ୍ ଦ୍ବାରା ସ୍ବୀକୃତିପ୍ରାପ୍ତ ସୋଆ 2019 ମସିହାରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ -2019ରେ 24ତମ ସ୍ଥାନ ପାଇଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ପାଇଁ ରାଜ୍ୟ ସରକାରଙ୍କ ତରଫରୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଆଜିଠାରୁ ଏହି କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକାରୀ କରାଯାଉଛି । ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଆଇପିଏସ୍ ଅମିତାଭ ଠାକୁର ଏହାର ପରିଚାଳନା ଦାୟିତ୍ୱରେ ରହିବେ । ଲୋକସେବା ଭବନରେ ଆୟୋଜିତ ବୈଠକରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଗୃହ ବିଭାଗ ପକ୍ଷରୁ 0674 – 2392115 ଏବଂ 9438915986 ଦୁଇଟି ଫୋନ୍ ନମ୍ବର ଜାରି କରାଯାଇଛି । ମହାମାରୀ କରୋନାର ପ୍ରକୋପ ରୋକିବା ପାଇଁ ଲକ୍ ଡାଉନ୍ର ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଉପୁଜିଥିବା ସମସ୍ୟ ସମ୍ପର୍କରେ ଲୋକ ଏହି କଣ୍ଟ୍ରୋଲ ରୁମ୍କୁ ଫୋନ କରି ଜଣାଇପାରିବେ । ଲକ୍ ଡାଉନ୍ ଓ ବାହାରେ ଥିବା ଓଡ଼ିଆଙ୍କ କଥା ବୁଝିବ କଣ୍ଟ୍ରୋଲ୍ ରୁମ୍ । ସେହିପରି…
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଆଗାମୀ ଏପ୍ରିଲ, ମେ ଏବଂ ଜୁନ୍ ମାସ ନିମନ୍ତେ ଚାଉଳ ଓ ଗହମ ଯୋଗାଇ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ଜାତୀୟ ଖାଦ୍ୟସୁରକ୍ଷା, ରାଜ୍ୟ ଖାଦ୍ୟସୁରକ୍ଷା, ଅନ୍ତୋର୍ଦୟ ଓ ଅନ୍ନପୂର୍ଣା ହିତାଧିକାରୀଙ୍କୁ ଚାଉଳ, ଗହମ ସେମାନଙ୍କ ଘରେ ପହଂଚାଇବା ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମସ୍ତ ବି.ଡି.ଓ ଏବଂ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଚାଉଳ ଓ ଗହମ ବଣ୍ଟନ ସମୟରେ ଯେପରି ସାମାଜିକ ଦୂରତା ବଜାୟ ରହେ ସେଥିପ୍ରତି ଦୃଷ୍ଟିଦେବାକୁ ପରାମର୍ଶ ଦିଆଯାଇଛି। ସେମାନେ କ୍ଷେତ୍ରୀୟ କର୍ମଚାରୀଙ୍କ ଦ୍ୱାରା ଚାଉଳ, ଗହମ ଉଠାଣ ଓ ବଣ୍ଟନ ପ୍ରକ୍ରିଆକୁ ତ୍ୱରାନ୍ୱିତ କରିବା ସହିତ ସମସ୍ତ ରିଟେଲର୍ ତୁରନ୍ତ ହିତାଧିକାରୀଙ୍କୁ ବଣ୍ଟନ ଆରମ୍ଭ କରିବେ, ଗୋଟିଏ ଗ୍ରାମ କିମ୍ବା ୱାର୍ଡରେ ବଣ୍ଟନ ସମୟରେ…
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର 21 ଦିନର ତାଲା ବନ୍ଦ ଘୋଷଣା କରିଛନ୍ତି। କିନ୍ତୁ ଦେଶରେ କରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କର୍ଣ୍ଣାଟକରୁ ପୁଣି ଆଉ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 680ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ଏବେ 16ରେ ପହଞ୍ଚିଲାଣି। ଆଜି ଜମ୍ମୁକାଶ୍ମୀରରୁ କରୋନା ଯୋଗୁଁ ପ୍ରଥମ ମୃତ୍ୟୁର ଖବର ଆସିଥିବାବେଳେ ଏବେ କର୍ଣ୍ଣାଟକରୁ ଆଉ ଜଣକର ମୃତ୍ୟୁ ହୋଇଛି । ପୂର୍ବରୁ କର୍ଣ୍ଣାଟକରେ ଜଣକର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା। (ଏଜେନ୍ସି)
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର 21 ଦିନ ପାଇଁ ଲକ୍ ଡାଉନ୍ର ଘୋଷଣା କରିଛନ୍ତି। ଏହି ଲକ୍ ଡାଉନ ବିଶେ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ଗରିବ, ଖଟିଖିଆ । ତେବେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏକ ଲକ୍ଷ 70 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଲକ୍ ଡାଉନ୍ ସମୟରେ ବିଶେଷ ଭାବରେ ପ୍ରଭାବିତ ହେଉଥିବା ଗରିବ, ଶ୍ରମିକ, ଦିନ ମଜୁରିଆଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଏହି ରାଶି ସିଧାସଳଖ ଭାବେ ପ୍ରଭାବିତଙ୍କ ଖାତାକୁ ଦିଆଯିବ। ସେହିପରି ସ୍ବାସ୍ଥ୍ୟକର୍ମୀ, ଆଶା କର୍ମୀଙ୍କ ପାଇଁ 50 ଲକ୍ଷଟଙ୍କାର ସ୍ବାସ୍ଥ୍ୟ ବୀମାର ମଧ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଡାକ୍ତର, ନର୍ସଙ୍କଠାରୁ ଆଶାକର୍ମୀ ପର୍ଯ୍ୟନ୍ତ ସମେସ୍ତ ଲାଭବାନ ହୋଇପାରିବେ । ସେହିପରି 80 କୋଟି ଲୋକଙ୍କ…
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ 36ରେ ପହଞ୍ଚିଛି। ଏବେ ମହୋଲ୍ଲା କ୍ଲିନିକ୍ ଓ ଚାରି ଅନ୍ୟ ଲୋକଙ୍କଠାରେ କରୋନା ପଜିଟିଭି ମିଳିଛି। ଏହି ସମସ୍ତ ସାଉଦୀ ଆରବରୁ ଆସିଥିବା ଜଣେ କରୋନା ପଜିଟିଭିଙ୍କ ସମ୍ପର୍କରେ ଆସିଥିଲେ। ଡା୍କ୍ତର ଓ ସ୍ତ୍ରୀ ଓ ଝିଅ ମଧ୍ୟ କରୋନା ସଂକ୍ରମଣ ହୋଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଲୋକେ ବାହାରକୁ ନ ବାହାରିବା ପାଇଁ କର୍ଫ୍ୟୁ ମଧ୍ୟ ଲଗାଯାଇଛି। ଏହି ଆଇନକୁ ବେଶ୍ କଡାକଡି ଭାବେ ପାଳନ କରାଯାଉଛି। ଆଜି ଦିଲ୍ଲୀର ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ସମେତ ସମସ୍ତ ବଡ଼ ବଡ଼ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ସ୍ବାସ୍ଥ୍ୟକର୍ମୀମାନଙ୍କର ମଧ୍ୟ ଯାଞ୍ଚ କରାଯିବା ନେଇ ପ୍ରସ୍ତାବ ରଖାଯାଇଛି। ଯେଉଁମାନେ କରୋନା ସଂକ୍ରମିତଙ୍କ ଦେଖାରେଖା ବା ଚିକିତ୍ସା କରୁଛନ୍ତି ସେହି ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା…
ହୁଓ୍ବଇ : ଦୁନିଆର ପ୍ରାୟ ଅର୍ଦ୍ଧେକ ଦେଶ ଏବେ ଲକ୍ ଡାଉନ୍ ଅବସ୍ଥାରେ। ବଜାର ବନ୍ଦ, ସରକାରୀ ଅଫିସ୍ରେ ତାଲା, ଯାତାୟତରେ ପ୍ରତିବନ୍ଧକ। ସବୁଠି ତାଲା ବନ୍ଦ। ଲୋକେ ଏବେ ଗୃହ ବନ୍ଦୀ। ଚୀନ୍ର ବୁହାନ ସହରରୁ ସାରା ଦୁନିଆକୁ ବ୍ୟାପିଥିବା ଏହି କରୋନା ଭାଇରସ ପାଇଁ ଏବେ ସମସ୍ତ ରାଷ୍ଟ୍ର ଏବେ ଲକ୍ ଡାଉନ୍କୁ ଆପଣେଇଛନ୍ତି। କିନ୍ତୁ ଏବେ ଚୀନ୍ରେ ଜୀବନ ସ୍ବାଭାବିକ ଅବସ୍ଥାକୁ ଫେରୁଛି। ହୁଓ୍ବଇ ପ୍ରାନ୍ତରେ ଲୋକମାନେ ବାହାରକୁ ବାହାରୁଛନ୍ତି। ଚୀନ୍ରେ ଏବେ ଲୋକମାନେ କାମ କରିବାକୁ ଯାଉଛନ୍ତି। ପ୍ରାୟ ଦୁଇ ମାସ ପରେ ଲୋକେ ଘରୁ ପଦାକୁ ବାହାରିଛନ୍ତି। ବଜାର, ମଲ୍, ହସ୍ପିଟାଲ୍ ଆଦି ଜାଗାକୁ ଯାଉଛନ୍ତି। ହଓ୍ବାଇରେ ଯାତାୟତରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି। ଏଠାରେ ଟ୍ରେନ୍ ଓ ବସ୍ ସେବା ଆରମ୍ଭ ହୋଇଛି। ଅଫିସ୍, କାରଖାନା ଆଦି ଖୋଲିଲାଣି। ମାସ୍କ, ଜିପର୍ ବ୍ୟାଗ୍ ଆଦି କରୋନା ସହ ଲଢେଇ କରିବା ପାଇଁ ଜିନିଷ…

