ଅନନ୍ତନାଗର ଫାଲଗାମରେ ଏକ ଡଙ୍ଗାରେ ବିସ୍ଫୋରଣ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଫାଲଗାମର ଲିଡ୍ଡର ନଦୀରେ ରହିଥିବା ଏକ ଡଙ୍ଗାରେ ଏହି ଆକ୍ରମଣ ଘଟିଥିଲା। ମଙ୍ଗଳବାର ସନ୍ଧ୍ୟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ୧୮ ଦିନ ପୂର୍ବରୁ ଘଟିଥିବା ସମାନ ଶୈଳୀର ବିସ୍ଫୋରଣରେ ଜଣେ ସ୍ଥାନୀୟ ଗାଇଡ୍ଙ୍କର ପ୍ରାଣହାନି ଘଟିଥିଲା। ଉକ୍ତ ଗାଇଡଙ୍କ ସ୍ମୃତିରେ ଅନୁଷ୍ଠିତ ହେଉଥିବା ଡଙ୍ଗାଚାଳନା ପ୍ରତିଯୋଗିତାରେ ଏହି ବିସ୍ଫୋରଣ ଘଟିଥଲା। ଏହି ବିସ୍ଫୋରଣରେ ଜଣେ ପ୍ରତିଯୋଗୀ ଏବଂ ଜଣେ ପର୍ଯ୍ୟଟନ ବିଭାଗ କର୍ମଚାରୀ ନିହତ ହୋଇଥିଲେ। ପ୍ରତିଯୋଗୀ ଜଣକ ରେସାଇର ସଞ୍ଜନା ହୋଇଥିବା ବେଳେ ପର୍ଯ୍ୟଟନ ବିଭାଗ କର୍ମଚାରୀ ଜଣକ ଉଧମପୁରର ରିଙ୍କୁ ରାଜା ବୋଲି ଜଣାପଡିଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍।
Author: Samikhsya Bureau
କେଦାର ମିଶ୍ର ନନା ଅନର୍ଗଳ ସଂସ୍କୃତରେ ଟେଲିଭିଜନକୁ ସାକ୍ଷାତ୍କାର ଦେଲେ। ନନା ସଂସ୍କୃତରେ ଲୋକସଭା ସଦସ୍ୟ ଭାବରେ ଶପଥ ନେଲେ। ନନା ସଂସ୍କୃତରେ ଶପଥ ନେଲାବେଳେ ଲୋକସଭାରେ ସର୍ବାଧିକ ତାଳି ପଡିଲା। ନନା ଗାଁ କୁ ଆସି ଗାଡିଆରେ ଗାଧେଇଲେ। ନନା ଭଉଣୀ ରାନ୍ଧିଥିବା ଭାତ ଶାଗ ନ ଖାଇ ଓପାସରେ ଶୋଇ ପଡିଲେ। ନନାଙ୍କ ବିଷୟରେ କିଛି ସାମ୍ବାଦିକ ମିଥ୍ୟା ସମ୍ବାଦ ପରିବେଷଣ କରୁଛନ୍ତି। ନନାଙ୍କ ସଫଳତା ଦେଖି କିଛି ଲୋକ ସହି ପାରୁନାହାନ୍ତି। ନନାଙ୍କ ବିରୋଧରେ ତାଙ୍କ ଦଳର ଜଣେ ବଡ ନେତା ଷଡଯନ୍ତ୍ର କରୁଛନ୍ତି। ନନା ଆମର ନାଥୁରାମ ଗଡସେକୁ ଦେଶପ୍ରେମୀ ବୋଲି କହନ୍ତି ସିନା ବାସ୍ତବରେ ସେ ଗାନ୍ଧୀବାଦି!! ନନା…..ନନା…ନନା…… ସତେକି ଓଡିଶାର ସାମ୍ବାଦିକତା ଏବେ ନନା କୈନ୍ଦ୍ରିକ। ୟା ଆଗରୁ ପ୍ରତାପ ଷଡଙ୍ଗୀ ୧୦ ବର୍ଷ ବିଧାୟକ ଥିଲେ। ତାଙ୍କ ରାଜନୈତିକ ଜୀବନରେ ସେ ତିନୋଟି ନିର୍ବାଚନ ଜିତିଛନ୍ତି, ଦୁଇଟି ହାରିଛନ୍ତି। ହେଲେ ତାଙ୍କ…
ସମୀକ୍ଷା ବ୍ୟୁରୋ ବର୍ତ୍ତମାନ ନୂଆ ମନ୍ତ୍ରୀମାନେ ଆକ୍ସନ ମୁଡରେ ଥିବା ବେଳେ ଗୋଟିଏ ଗୋଟିଏ ସ୍ଥାନରେ ମନ୍ତ୍ରୀଙ୍କ ନିଷ୍ପତି ଫୁସ ହେଇଯାଉଛି। ପୂର୍ବରୁ ଏହିପରି ଘଟଣା ବହୁତ ଘଟିଯାଇଛି। ହେଲେ ଏବେ ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ମନ୍ତ୍ରୀଙ୍କ ଅବସ୍ଥା ମଧ୍ୟ ସେହିପରି ହେବାରେ ଆରମ୍ଭ ହେଲାଣି। ଆଜି ଗଣଶିକ୍ଷା ବିଭାଗର ଘଟିଯାଇଥିବା ସ୍କୁଲ ଛୁଟି ଘଟଣା ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସରକାର ଛୁଟି ବଢାଇବେ କି ନାହିଁ, ସେ ନେଇ ସକାଳେ ସାମ୍ବାଦିକମାନେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ପଚାରିଥିଲେ। ମନ୍ତ୍ରୀ ତାଙ୍କର ମନ୍ତ୍ରିଆ ଢଙ୍ଗରେ ରୋକଠୋକ ମନାକରିଦେଲେ ଆଉ ଛୁଟି ବଢିବ ନାହିଁ। 19 ତାରିଖରେ ସ୍କୁଲ ଖୋଲିବ ବୋଲି ପୂର୍ବରୁ ଯେଉଁ ଘୋଷଣା ହୋଇଥିଲା ତାହା ବଳବତ୍ତର ରହିଛି। ଅର୍ଥାତ 19 ତାରିଖରେ ସମସ୍ତ ସ୍କୁଲ ଖୋଲିବ। ହେଲେ ଆଶ୍ଚର୍ଯ୍ୟର କଥା ସଂଧ୍ୟାରେ ସଚିବ ପ୍ରଦୀପ୍ତ ମହାପାତ୍ର…
ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଖରା ଛୁଟି ବଢାଇଲେ ସରକାର। ଜୁନ୍ ୨୫ ଯାଏଁ ସ୍କୁଲ ଛୁଟି ବଢାଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର। ପଶ୍ଚିମ ଓଡ଼ିଶାରେ ଏବେବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏପ୍ରିଲ୍ ୧୮ରୁ ଗ୍ରୀଷ୍ମକାଳୀନ ଛୁଟି ଦିଆଯାଇଥିଲା। ଓଡ଼ିଶାକୁ ମୌସୁମୀ ଆସିବାକୁ ବିଳମ୍ବ ହେଉଥିବାବେଳେ ପ୍ରବଳ ଗରମ ଅନୁଭୂତ ହେଉଛି। ସେହିପରି ବାତ୍ୟା ଫନି ଜନିତ କ୍ଷତି ହୋଇଥିବା ବିଦ୍ୟାଳୟଗୁଡ଼ିକର ମରାମତି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। କେବଳ ସରକାରୀ ସ୍କୁଲ ନୁହେଁ ରାଜ୍ୟର ସମସ୍ତ ଘରୋଇ ସ୍କୁଲକୁ ମଧ୍ୟ ବନ୍ଦ ରଖିବା ପାଇଁ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସରକାରୀ ସ୍କୁଲଗୁଡିକ 18 ତାରିଖ ପର୍ଯ୍ୟନ୍ତ ଛୁଟି ରଖିବାକୁ କୁହାଯାଇଥିଲା। ଫଳରେ ଆସନ୍ତାକାଲି ଏହି ସ୍କୁଲଗୁଡିକ ଖୋଲିବାର ଥିଲା। ସେହିପରି ଆଜି ରାଜ୍ୟର ସମସ୍ତ ଘରୋଇ ସ୍କୁଲଗୁଡିକ ଗ୍ରୀଷ୍ମ ଛୁଟି ପରେ…
ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିବା ପରେ ଏବେ ଅଗ୍ନିକାଣ୍ଡ ଯାଞ୍ଚକୁ ବେଶ୍ ବ୍ୟାପକ କରାଯାଇଛି । ରାଜଧାନୀର ୧୫ଟି ବଡ଼ ଘରୋଇ ହସ୍ପିଟାଲ୍ରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ଅଧିକାଂଶ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ସୂଚନା ଦେଇଛି ଅଗ୍ନିଶମ ବିଭାଗ । କେତେକ କେତେକ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବାବେଳେ ବହୁ ସ୍ଥାନରେ ଆପତ୍କାଳୀନ ଯିବା ଆସିବା ରାସ୍ତା ବନ୍ଦ ରଖାଯାଇଛି ବୋଲି ଅଗ୍ନିଶମ ବିଭାଗ କହିଛି । ଯାଞ୍ଚ ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଜାଡ଼ିବାକୁ ହସ୍ପିଟାଲ ଗୁଡ଼ିକୁ ନୋଟିସ ଜାରି କରାଯାଇଛି । କିଛି ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ତାଲିମ ପ୍ରଦାନ କରାଯାଇଛି ।
ଅର୍ଥର ରିମେକ୍ରେ ନଜର ଆସିବେ ସ୍ବରା ଭାସ୍କରା । ୧୯୮୨ର ମହେଶ ଭଟ୍ଟଙ୍କ ଲୋକପ୍ରିୟ ସିନେମା ‘ଅର୍ଥ’ର ରିମେକ୍ ହେବାକୁ ରହିଛି । ସ୍ମିତା ପାଟିଲ୍ଙ୍କ ଭୂମିକାରେ ଜ୍ୟାକଲିନ୍ ଅବତୀର୍ଣ୍ଣ ହେବାକୁ ଥିବାବେଳେ ଶାବ୍ନାଙ୍କ ଚରିତ୍ରରେ ଅଭିନେତ୍ରୀ ସ୍ବରାଙ୍କୁ ଦେଖିବାକୁ ମିଳିବ । ମୂଳ ଫିଲ୍ମରେ ଶବାନା ଆଜମୀ, ସ୍ମିତା ପାଟିଲ, ରାଜ କିରଣ ଓ କୁଲଭୂଷଣ ଖରବନ୍ଦା ଅଭିନୟ କରିଥିଲେ। ତେବେ ଏହି ଫିଲ୍ମରେ ଅଭିନେତା କିଏ ହେବେ, ସେନେଇ କୌଣସି ସୂଚନା ମିଳିପାରିନାହିଁ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅଭିନେତ୍ରୀ ନିର୍ମାତା ରେବତୀ ।
ଉତ୍ତରପ୍ରଦେଶର ଯୋଗୀ ସରକାର ସଂସ୍କୃତ ଭାଷାକୁ ପ୍ରଚାର ପ୍ରସାର ପାଇଁ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନା ବିଭାଗ ଏବେ ସଂସ୍କୃତ ଭାଷାରେ ପ୍ରେସ୍ ବିଜ୍ଞପ୍ତି ଜାରି କରିବ ବୋଲି ସୂଚନା ମିଳିଛି । ସୂଚନା ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ ଭାଷା ସହିତ ଏବେ ସଂସ୍କୃତ ଭାଷାକୁ ମଧ୍ୟ ବ୍ୟବହାର କରାଯିବ । ଏଥିନେଇ ଲକ୍ଷ୍ନୌସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ସାହାଯ୍ୟ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନୀତି ଆୟୋଗ ସହ ହୋଇଥିବା ବୈଠକର ପ୍ରେସ ବିଜ୍ଞପ୍ତି ଏବେ ସଂସ୍କୃତ ଭାଷାରେ ଜାରି କରାଯାଇଛି । ଏହି ଅବସରରେ ଯୋଗୀଭାରତର ଡିଏନ୍ଏରେ ସଂସ୍କୃତ ରହିଛି ବୋଲି କହିଛନ୍ତି ।
ଅଯୋଧ୍ୟା ରାମଜନ୍ମଭୂମି ପରିସରରେ ୨୦୦୫ରେ ହୋଇଥିବା ଆତଙ୍କୀ ହମଲାର ମଙ୍ଗଳବାର ଶୁଣାଣି ହୋଇଛି। ୧୪ ବର୍ଷ ପରେ ଏହି ମାମଲାର ଶୁଣାଣି କରିଛନ୍ତି ପ୍ରୟାଗରାଜର ଏକ ବିଶେଷ ଅଦାଲତ। ନୈନୀ ସେଣ୍ଟ୍ରାଲ୍ ଜେଲ୍ରେ ହୋଇଥିବା ଏହି ବିଶେଷ ଅଦାଲତ ଅଭିଯୁକ୍ତ ଚାରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦେଇଥିବାବେଳେ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ଅଭିଯୁକ୍ତଙ୍କ ଉପରେ ଷଡଯନ୍ତ୍ର କରିବାର ଅଭିଯୋଗ ରହିଥିଲା। ବହୁ ସମୟ ଧରି ନୈନୀ ଜେଲ୍ରେ ଏହି ଅଭିଯୁକ୍ତମାନେ ବନ୍ଦୀ ରହିଥିଲେ। ଏହି ମାମଲାର ଶୁଣାଣି ସ୍ପେଶାଲ୍ ବିଚାରପତି ଜଜ୍ ଦିନେଶ୍ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡ ସହିତ ୪୦ ହଜାର ଟଙ୍କାର ଜୋରିମାନା ମଧ୍ୟ କରାଯାଇଛି। ଏହି ଅଭିଯୁକ୍ତମାନେ ହେଲେ ଡ. ଇରଫାନ୍, ମୋହମ୍ମଦ ସକିଲ୍, ମୋହମ୍ମଦ ନସୀମ୍, ଫାରୁଖ୍। ଏହି ମାମଲାରେ ପାଖାପାଖି ୬୩ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରାଯାଇଥିଲା। ଯେଉଁଥିରେ ୧୪ଜଣ ପୁଲିସ୍ କର୍ମଚାରୀ ରହିଥିଲେ। ୨୦୦୫ରେ ହୋଇଥିବା…
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକକୁ ପ୍ରତ୍ୟାଖାନ କରିଛନ୍ତି । ପଶ୍ଚିମବଙ୍ଗରେ ମମତା ସରକାର ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି ଦ୍ବିତୀୟବାର ସରକାର ଗଠନ କରିବା ପରେ ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ମମତା ମନା କରିଥିଲେ । ଏବେ ‘ଏକ ଦେଶ, ଏକ ନିର୍ବାଚନ’ ନେଇ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ କରିବାକୁ ମନା କରିଛନ୍ତି ମମତା । ଜୁନ୍ ୧୯ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସବୁ ବିପକ୍ଷ ତଥା ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି । ମମତା ବାନାର୍ଜୀ ଏହି ବୈଠକରେ ସାମିଲ୍ ନ ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ମମତା କହିଛନ୍ତି ଯେ, ସରକାର ଏହି ସଂକ୍ରାନ୍ତୀୟ ଏକ ଶ୍ବେତ ପତ୍ର ଆଣିବା ଜରୁରୀ ।…
ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ନେଇଛନ୍ତି ଦୃଢ଼ ପଦକ୍ଷେପ। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଭ୍ରଷ୍ଟାଚାର ଉପରେ ବେଶ୍ ଦୃଢ ହୋଇଥିବାର ଦେଖାଯାଇଛି । ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି ସରକାର । ମୁଖ୍ୟ ଆୟୁକ୍ତ, ଆୟୁକ୍ତ ଓ ଅତିରିକ୍ତ ଆୟୁକ୍ତ ସ୍ତରର ଅଧିକାରୀମାନେ ଏହି ଲିଷ୍ଟ୍ରେ ସାମିଲ୍ ଅଛନ୍ତି । ଏହି ସମସ୍ତଙ୍କ ବିରୋଧରେ ଭ୍ରଷ୍ଟାଚାର, ଲାଞ୍ଚ କାରବାରର ଅଭିଯୋଗ ରହିଛି । ୧୮ ଜୁନ୍ରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଏବଂ ସେବା ବିଭାଗର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରିନ୍ସିପାଲ୍ କମିଶନର ଡ. ଅନୁପ୍ ଶ୍ରୀବାସ୍ତବ, କମିଶନର ଅତୁଲ ଦୀକ୍ଷିତ୍, କମିଶନର ସଂସାର ଚନ୍ଦ୍ର, କମିଶନର ହର୍ଷା, କମିଶନର ବିନୟ ବ୍ରିଜ ସିଂହ, ଆଡିସନାଲ୍ କମିଶନର୍ ଅଶୋକ ମହିନ୍ଦା, ଆଡିସନାଲ୍ କମିଶନର୍ ବୀରେନ୍ଦ୍ର ଅଗ୍ରଓ୍ବାଲ, ଡେପୁଟି କମିଶନର୍ ଅମରେଶ୍ ଜୈନ୍,…
ଦୀର୍ଘ ସମୟ ଧରି ମୌନବ୍ରତ ଅବଲମ୍ବନ କରିଥିବା କଂଗ୍ରେସ ପରିଶେଷରେ ଲୋକସଭାରେ ନିଜ ନେତାକୁ ଚୟନ କରିଛି । ଦଳ ତରଫରୁ ପଶ୍ଚିମବଙ୍ଗର ସାଂସଦ ଅଧୀର ରଂଜନ ଚୌଧୁରୀକୁ ଦଳ ନେତା ଚୟନ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଏହି ପଦ ଗ୍ରହଣକୁ ପ୍ରତ୍ୟାଖାନ କରିବା ପରେ ଅଧୀରଙ୍କ ନାମକୁ ଚୟନ କରିଛି ଦଳ । ମଙ୍ଗଳବାର ଦିନ ଦୀର୍ଘ ରାଜନୈତିକ ଚର୍ଚ୍ଚା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ରାହୁଲ୍ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଉପସ୍ଥିତିରେ ଏହା ନିର୍ଣ୍ଣୟ କରାଯାଇଛି । ଚୌଧୁରୀଙ୍କକୁ ବିପକ୍ଷ ଦଳର ନେତା ଭାବେ ଚୟନ କରାଯାଇ ଏକ ପତ୍ର ପ୍ରେରଣ କରାଯାଇଛି । ଏହି ପତ୍ରରେ ସେ ସମସ୍ତ ମହତ୍ତ୍ବପୂର୍ଣ୍ଣ ଚୟନ ସମିତିରେ ପାର୍ଟିର ପ୍ରତିନିଧିତ୍ବ କରିବା ପାଇଁ ଉଲ୍ଲେଖ କରାଯାଇଛି । ଚୌଧୁରୀ ପଶ୍ଚିମବଙ୍ଗର ବରହମପୁରର ସାଂସଦ ରହିଛନ୍ତି । ସେହିପରି ରାଜ୍ୟସଭାରେ ବିରୋଧୀ ନେତା ଭାବେ…
ବିହାରରେ ଶିଶୁ ମୃତ୍ୟୁକୁ ନେଇ ସଙ୍ଗୀନ ଅବସ୍ଥା ରହିଥିବାବେଳେ ନେତାମାନଙ୍କର ବୟାନାବାଜି ଏହାକୁ ରାଜନୀତି ରଙ୍ଗ ଦେଉଛି । ୧୨୯ ପାଖାପାଖି ଶିଶୁ ମସ୍ତିଷ୍କ ଜ୍ବରରେ ମୃତ୍ୟୁବରଣ କରିଥିବାବେଳେ ୪୦୦ ପାଖାପାଖି ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ରହିଛନ୍ତି । ଏହି ରୋଗର ନିରାକରଣ କରିବାରେ ସରକାର ବିଫଳ ରହିଥିବାବେଳେ ନେତାମାନଙ୍କର ବୟାନବାଜି ବିବାଦ ସୃଷ୍ଟି କରୁଛି । ଭାରତୀୟ ଜନତା ପାର୍ଟିର ସାଂସଦ ଅଜୟ ନିଷାଦ ଏହି ରୋଗକୁ ନେଇ ଦାୟିତ୍ବହୀନ ବୟାନବାଜି କରିଛନ୍ତି । ଏହି ରୋଗ ପାଇଁ ୪ଜୀକୁ ସେ ଦାୟୀ କରିଛନ୍ତି । ତାଙ୍କ ମତରେ ଏହି ରୋଗ ପାଇଁ ଗାଁଓ୍ବ (ଗାଁ), ଗରମୀ(ଗରମ), ଗରୀବ୍ (ଗରିବ) ଓ ଗନ୍ଦଗୀ (ଅସନା)କୁ ଦାୟୀ କରିଛନ୍ତି । ବିଜେପି ସାଂସଦ କହିଛନ୍ତି ଯେ, ଏହି ରୋଗ ପଛୁଆ ଜାତି ତଥା ସମାଜର ଲୋକଙ୍କୁ ଏହି ବେମାରୀ ହେଉଛି । ସେମାନଙ୍କର ରହିବା ତଥା ଚଳିବା…
ମହାରାଷ୍ଟ୍ରର ଶିରିଡି ସାଇ ମନ୍ଦିର ଟ୍ରଷ୍ଟ ସବୁଠୁ ଧନୀ ଟ୍ରଷ୍ଟ ମଧ୍ୟରେ ଅନ୍ୟତମ । ଏହି ମନ୍ଦିରକୁ ମିଳୁଥିବା ଦାନ ପରିମାଣ ସବୁଠୁ ଅଧିକ । କଏନ୍କୁ ନେଇ ଚିନ୍ତାରେ ରହିଛି ଶିରିଡି ସାଇ ମନ୍ଦିର । ମନ୍ଦିର ଦାନ ପେଟିରୁ ପ୍ରତି ସପ୍ତାହରେ ୧୪ ଲକ୍ଷ ଟଙ୍କାର କଏନ୍ ମିଳୁଛି। ତେବେ ଏତେ ସଂଖ୍ୟକ କଏନ୍ ବଦଳାଇବା କାଠିକର ପାଠ ପ୍ରତି ସପ୍ତାହରେ ମନ୍ଦିରର ଦାନ ପେଟି ଦୁଇଥର ଖୋଲା ଯାଇଥାଏ। ଥରକେ ଏଥିରୁ ୨କୋଟିରୁ ଅଧିକ ଟଙ୍କା ମିଳିଥାଏ। ସେଥିମଧ୍ୟରେ ୭ ଲକ୍ଷ ଟଙ୍କା ପାଖାପାଖି କଏନ୍ ରହିଥାଏ। ଏହି କଏନ୍କୁ ବଦଳାଇବା ପାଇଁ ଏବେ ବ୍ୟାଙ୍କ ମନା କରୁଛନ୍ତି। କାରଣ ସେମାନଙ୍କ ପାଖରେ କଏନ୍ ରଖିବା ପାଇଁ ସ୍ଥାନର ଅଭାବ ଦେଖାଦେଇଛି। ଏହି ମନ୍ଦିରକୁ କେବଳ ଦେଶ ଭିତରର ଲୋକ ପୂଜା ପାଇଁ ଯାଇନଥାନ୍ତି । ବିଦେଶୀଙ୍କ ସମାଗମ ମଧ୍ୟ ଏଠାରେ ପ୍ରବଳ ଅନୁଭୂତ ହୁଏ ।…
ସମୀକ୍ଷା ବ୍ୟୁରୋ ଓଡିଶା ବ୍ୟତୀତ ଅନ୍ୟାନ୍ୟ ରାଜ୍ୟ ଗୁଡିକରେ ସମାଜର ଅବହେଳିତ ଶ୍ରେଣୀ ଯଥା- ଅସହାୟ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ରାଶି ବଢୁଥିବା ବେଳେ ଓଡିଶାରେ ଏହା ମାତ୍ର ୩୦୦ ଟଙ୍କାରେ ସୀମିତ ରହିଛି। ମାତ୍ର ୩୦୦ ଟଙ୍କାର ଭତ୍ତା ପାଇ ଜଣେ ବୁଢାଲୋକ ଜୀବନ ଧାରଣ କରିବ କେମିତି? ଏ ପ୍ରସଙ୍ଗରେ ଓଡିଶା ଓଡିଶା ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖାଯାଇଛି। ରାଜ୍ୟର ସାମାଜିକ ଅସହାୟ ବର୍ଗଙ୍କ ଲାଗି ରହିଥିବା ବିଭିନ୍ନ ଭତ୍ତା ଯୋଜନାରେ ଅର୍ଥରାଶି ବୃଦ୍ଧି କରିବା ଲାଗି ସଂଗଠନ ଦାବି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଅନେକ ଗୁଡିଏ ଗରିବ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଉଥିବା ବେଳେ ଏ ପ୍ରସଙ୍ଗରେ ଅଧିକ ଚିନ୍ତା କରିବା ନିହାତି ଜରୁରୀ। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର କହିବା ମୁତାବକ- ଗଲା ୨୦୦୮ ରୁ ୨୦୧୮ ମସିହା…
ପଶ୍ଚିମବଙ୍ଗରେ ଡାକ୍ତର ଆକ୍ରମଣକୁ ଦେଶ ସାରା ବିରୋଧ ପ୍ରଦର୍ଶନ ପୂର୍ବକ ଡାକ୍ତରମାନେ ଧର୍ମଘଟ କରିଥିଲେ। ଏହି ସମ୍ପର୍କିତ ଏକ ମାମଲା ସୁପ୍ରିମ୍କୋର୍ଟରେ ଦାଏର କରାଯାଇଥିଲା। ଆଜି ସୁପ୍ରିମ୍କୋର୍ଟ ଏହି ଯାଚିକାର ଶୁଣାଣୀ କରି ଏହି ସମ୍ପର୍କିତ ଆଗାମୀ ଶୁଣାଣୀ ଜୁଲାଇରେ ହେବ ବୋଲି ନିଷ୍ପତ୍ତି ଦେଇଛନ୍ତି। ଗତକାଲି ମମତା ସରକାର ଓ ଡାକ୍ତରଙ୍କ ବୈଠକ ସଫଳ ରହିଥିବାବେଳେ ଧାରଣାରୁ ଓହରିଛନ୍ତି ଡାକ୍ତର ସମୂହ। ସୁପ୍ରିମ୍କୋର୍ଟ ଡାକ୍ତରଙ୍କ ସୁରକ୍ଷା ଏକ ବଡ଼ ପ୍ରଶ୍ନ ବୋଲି କହିଛନ୍ତି। ଏହି ମାମଲାରେ ବିସ୍ତୃତ ଶୁଣାଣୀ କରି ଆଦେଶ ଜାରି କରିବା ପାଇଁ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ଦେବା ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି।
ମଙ୍ଗଳବାରଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଲାଗି ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମାପନ ହେବା ପରେ ମହାପ୍ରଭୁ ଅଣସରରେ ରହିଛନ୍ତି। ଶ୍ରୀଜୀଉ ମହାସ୍ନାନ ପରେ ଜ୍ବରରେ ପୀଡ଼ିତ ରହିବେ। ଏଥିପାଇଁ ଅଣସର ଘରେ ରହିବେ। ଏହି ସମୟରେ ତାଙ୍କୁ ଓଷୁଦ ଓ ଫୁଲ୍ଲରୀ ତେଲ ଲାଗି ହେବ। ଅଣସର ଘରେ ରହିବା ପରେ ଶ୍ରୀଗୁଣ୍ଡିଚା ଦିନ ଶ୍ରୀଜୀଉ ଅଣସର ଘରୁ ବାହାରି ରଥଯାତ୍ରା କରିବେ। ଶ୍ରୀଜୀଉଙ୍କ ଅଣସର ସମୟରେ ଶ୍ରୀଅଲରାନାଥଙ୍କ ଦର୍ଶନ କରାଯାଇଥାଏ। ମହାପ୍ରଭୁ ଅଣସର ଘରେ ରହିବା ପରେ ଏବେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଟିଦିଅଁ ପୂଜା ପାଇବେ।
ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ୧୨୯ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି। ଆଜି ମୁଖ୍ୟମନ୍ତ୍ରୀ ନିତୀଶ୍ କୁମାର୍ ମୁଜାଫର୍ପୁର ଗସ୍ତ କରିଛନ୍ତି। ତେବେ ତାଙ୍କ ଗସ୍ତକୁ ନେଇ ଶିଶୁଙ୍କ ସମ୍ପର୍କୀୟମାନେ ଆକ୍ରୋଶ ପ୍ରକଟ କରିବା ପୂର୍ବକ ତାଙ୍କୁ ବିରୋଧ କରିଛନ୍ତି। ଏହି ଶିଶୁ ମୃତ୍ୟୁକୁ ନେଇ ରାବ୍ରୀ ଦେବୀ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ପ୍ରତିବର୍ଷ ହଜାର ହଜାର ଶିଶୁ ମୃତ୍ୟୁବରଣ କରୁଥିବାବେଳେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଔଷଧ ଓ ଚିକିତ୍ସା ଅଭାବରୁ ଗରିବ ଶିଶୁ ମୃତ୍ୟୁମୁଖରେ ପଡୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ପିକ୍ନିକ୍ କରୁଛନ୍ତି, ସରକାରଙ୍କ ସମ୍ବେଦନା ନାହିଁ। ଶିଶୁ ମୃତ୍ୟୁକୁ ନେଇ ଏନଡିଏ୍କୁ କଟାକ୍ଷ କରି ଏହା ଏନ୍ଡିଏର ଦାୟିତ୍ବହୀନତା ବୋଲି କହିଛନ୍ତି ରାବ୍ରୀ ଦେବୀ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବେପୁରଆ ମନେଭାବ ଓ ଦାୟିତ୍ବହୀନତା ପାଇଁ ୧୦୦ରୁ ଅଧିକ ନିଷ୍ପାପ ଶିଶୁଙ୍କ ମସ୍ତିଷ୍କ ଜ୍ବର ବାହାନାରେ ହତ୍ୟା କରାଯାଉଛି।…
ଚୀନର ସିଚୁଆନ ପ୍ରାନ୍ତରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ଭୂମିକମ୍ପର ଦୁଇଟି ଶକ୍ତିଶାଳୀ ଝଟ୍କା ଲାଗିଛି। ଏହି ଦୁଇଟି ଝଟକାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୨୩ ଜଣ ଆହତ ହୋଇଥିବା ଖବର ମିଲିଛି। ଚୀନର ଭୂକମ୍ପ କେନ୍ଦ୍ର ସିଇଏନ୍ସି ଅନୁଯାୟୀ ଭୂମିକମ୍ପର ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୦ ରହିଥିଲେ। ସୂଚନା ଅନୁଯାୟୀ ସୋମବାର ରାତି ୧୦ଟା ୫୫ ମିନିଟରେ ଇବିନ ସହରରେ ଚାଙ୍ଗିଙ୍ଗ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ମଙ୍ଗଳବାର ସକାଳୁ ଦ୍ବିତୀୟଥର ପାଇଁ ୫.୩ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ସିଚୁଆନ୍ ପ୍ରାନ୍ତରେ ଦମକଳ ବିଭାଗ ତରଫରୁ ୬୩ଟି ଗାଡ଼ି ଓ ୩୦୨ଜଣ କର୍ମୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପୁଣି ଅଶାନ୍ତ ହୋଇଛି ସୀମା। ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କୀଙ୍କ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ମେଜର୍ଙ୍କ ସମେତ ଚାରିଜଣ ଯବାନ୍ ଶହୀଦ୍ ହୋଇଛନ୍ତି। ସୁରକ୍ଷାବଳଙ୍କ ଦ୍ବାରା ଆତଙ୍କୀ ସଂଗଠନ ଜୈଶ୍-ମହମ୍ମଦର କମାଣ୍ଡର ସଜ୍ଜାଦ୍ ଭଟ୍ଟଙ୍କ ସମେତ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଅନନ୍ତନାଗରେ ଆଜି ସକାଳୁ ମଧ୍ୟ ଗୁଳିବିନିମୟ ଜାରି ରହିଛି। ସେହିପରି ଜମ୍ମୁକାଶ୍ମୀରରେ ଫୁଲଓ୍ବାମାର ଈଦଗାହ ଅରିହଲ ଅଞ୍ଚଳରେ ଆତଙ୍କବାଦୀମାନେ ସେନାର ଗାଡି ଉପରେ ଆଇଡି ବ୍ଲାଷ୍ଟ କରିଛନ୍ତି। ଏହି ଆକ୍ରମଣରେ କେସ୍ପର ଗାଡି କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ଶହୀଦ୍ ଯବାନ୍ଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ୍ ରହିଛନ୍ତି। ଯବାନ୍ ଜଣକ କାମାକ୍ଷନଗରର ବଡଶୁଂଆଳ ଗ୍ରାମର ଅଜିତ୍ ସାହୁ। ସେ ୨୦୧୫ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ।
ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ୍ୟୁ ସଂଖ୍ୟା ୧୨୯ରେ ପହଞ୍ଚିଲାଣି। ଏହି ମାମଲାରେ ରାଷ୍ଟ୍ରୀୟ ମାନବାଧିକାରୀ ଆୟୋଗ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ବିହାର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମସ୍ତିଷ୍କ ଜ୍ବର ବ୍ୟାପୁଥିବାବେଳେ ରାଜ୍ୟରେ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ଆଜି ବିହାର ମୁଖ୍ୟମନ୍ତ୍ରୀ ନିତିଶୀ କୁମାର ମୁଜାଫରପୁର ଗସ୍ତ କରିଛନ୍ତି, ତାଙ୍କ ସହିତ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ କୁମାର। ବିହାରରେ ସ୍ଥିତି ଗମ୍ଭୀର ରୂପ ଧାରଣ କରିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେଉଛନ୍ତି। ସେହିପରି ବିହାରର ବିପକ୍ଷୀ ସରକାରଙ୍କୁ ଏହି ମାମଲାରେ କଡ଼ା ନିନ୍ଦା କରିବା ସହ ଆସନ୍ତା ୨୪ ତାରିଖରେ ବିହାର ବନ୍ଦ କରିବାକୁ ଧମକ ଦେଇଛନ୍ତି। ଶିଶୁ ମୃତ୍ୟୁ ତଥା ମସ୍ତିଷ୍କ ଜ୍ବର ନିଦାନ ସମ୍ପର୍କରେ ଚାରି ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦେବାକୁ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ୪୦୦ଜଣ…
ଓଡ଼ିଶାର ୩ଟି ରାଜ୍ୟସଭା ଆସନର ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନୋଟି ପଦ ପାଇଁ ପୃଥକ ପୃଥକଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ। ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ। ଜୁଲାଇ ୫ ତାରିଖରେ ଉପ ନିର୍ବାଚନ ହେବ। ନିର୍ବାଚନ କମିଶନ ୩ଟି ଆସନ ପାଇଁ ଏକକ ବାଲାଟ୍ ପେପରରେ ଭୋଟ୍ ପରିବର୍ତ୍ତେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ବାଲାଟ୍ ପେପରରେ ଭୋଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ତିନି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ଇସ୍ତଫା ଦେଇଛନ୍ତି। ଖାଲିପଡ଼ିଥିବା ଏହି ତିନି ସାଂସଦ ସ୍ଥାନରେ ଉପ ନିର୍ବାଚନ ହେବ।

