ଆସିଲା ନିର୍ବାଚନର ଋତୁ, ଆରମ୍ଭ ହେଲା ମିଥ୍ୟା ର ବର୍ଷା ଧାରା

Published: Jan 13, 2019, 7:13 am IST

ପଞ୍ଚାନନ କାନୁନଗୋ

ପ୍ରତିବର୍ଷ ଋତୁ ପରେ ଋତୁ ଆସେ । ଜଳବାୟୁର ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ଏହି ଋତୁମାନଙ୍କ ପ୍ରଭାବରେ କେବଳ ମଣିଷ ନୁହଁନ୍ତି, ପଶୁପକ୍ଷୀ ଓ ବୃକ୍ଷରାଶି ପ୍ରଭାବିତ ହୋଇଥାନ୍ତି । ବର୍ଷ ଭିତରେ ଅନ୍ୟଏକ ଋତୁ ବେଳେବେଳେ ଆସିଥାଏ । ସେ ବିଧିପୂର୍ବକ ପାଞ୍ଚବର୍ଷରେ ଥରେ ଆସେ । ଦାନର ଓ ରିହାତିର ବନ୍ୟାଝରେ, ପୂର୍ଣ୍ଣ ଅସତ୍ୟର ପ୍ରଖର ବାତ୍ୟା ବହେ, ଜନଜୀବନ ଅସ୍ତବ୍ୟସ୍ତ ହୁଏ । ଅନେକ ଦିନ ଧରି ସୁଖିଲା ଭୁଇଁରେ ରଙ୍ଗବେରଙ୍ଗର ସ୍ୱପ୍ନ ଭରିଉଠେ । ଆକାଶରେ ଘୋଟି ଆସୁଥିବା ଭାଷମାନ ବାଦଲ ଦେଖି ପାଣି ମୁନ୍ଦେ ପାଇଁ ଚାହିଁ ବସିଥିବା •ଷୀଙ୍କ ପରି ସମସ୍ତେ ଖୁସିରେ ନାଚି ଉଠନ୍ତି । ତେବେ ବାଦଲ ହଟିଗଲେ ଯୋଉ କଥାକୁ ସେଇ କଥା । ବିଲ ଜମି ପଡ଼ିଆ ପଡ଼େ । ବନ୍ୟା ବାତ୍ୟା ବେଳର ସହାନୁଭୂତି ଟଙ୍କା, ଲୁଗା, କମ୍ବଳ ବଣ୍ଟନ, ରିଲିଫ୍ ଆଦିରେ ବଣ୍ଟାଯାଏ ଓ ନିର୍ବାଚନ ଋତୁ ସରିଲେ ଆଉ ଦେଖାଯାଏ ନାହିଁ ।

ପୁଣି ଋତୁ ଆସିଲେ ନୂଆ ନୂଆ ଦ୍ରବ୍ୟର ବଣ୍ଟନ ଆରମ୍ଭ ହୁଏ । ଏସବୁ ସାଧାରଣ ଜନତାଙ୍କ ଦେହସୁହା ହୋଇଗଲାଣି । ନିର୍ବାଚନୀ ଋତୁ ସମୟରେ ସବୁ ଦଳର ଆଚରଣ ଏକାପରି ମନେହୁଏ । ଏମାନଙ୍କ ମଧ୍ୟରୁ କିଏ କେତେ ମିଛ, ଠକ, ଗହ୍ମା ପୁନିଅର ବନ୍ଧୁ ସେ ସବୁ ଦେଖିବା ଦରକାର । ଏବେ ଗୋଟିଏ ସମ୍ବାଦ ସାମନାକୁ ଆସିଛି । ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ସିଂହ ମୋଦି ରାଜ୍ୟ ଗସ୍ତରେ ବାରମ୍ବାର ଆସି ନିର୍ବାଚନୀ ଋତୁ ଆସିବାର ସୂଚନା ଦେଇଗଲେ । ରାଜ୍ୟ ସରକାରଙ୍କୁ ଅତିମାତ୍ରାରେ ଅପଦସ୍ତ ନ କରି ବାଦୀପାଲାର ଗାୟକଙ୍କ ପରି ମଞ୍ଚରେ କେତେ ଗୋଟି ପ୍ରଶ୍ନ ଛାଡ଼ି ଦେଇଗଲେ ଓ ପରେପରେ ରାଜ୍ୟରେ ଦୀର୍ଘ ୧୯ବର୍ଷର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେଥିମଧ୍ୟରୁ କେବଳ ଜଳସେଚନକୁ ନେଇ ଗୋଟିଏ ଉତ୍ତର ରଖିଛନ୍ତି । କାରଣ ଅନ୍ୟ ପ୍ରଶ୍ନ ଅପେକ୍ଷା ଏହି ପ୍ରଶ୍ନଟି ବିଶାଳ ବର୍ଗ ଓ ଅଞ୍ଚଳକୁ ଛୁଇଁଲାଭଳି ସଂପ୍ରତି ମନେ ହେଉଛି । ସେ କଥାଟି ହେଉଛି ୨୦୧୪ ନିର୍ବାଚନବେଳେ ରାଜ୍ୟର କୃଷି ଜଳସେଚନ ବ୍ୟବସ୍ଥାକୁ ନେଇ ପ୍ରଶ୍ନଟିଏ ।

ବୋଧହୁଏ ମୋଦିଜୀ ସଚେତନ ଥିଲେ ଯେ ରାଜ୍ୟରେ ୨୦୦୦ରୁ ଶାସନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ୯ବର୍ଷ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ସହିତ ମିଶି ସରକାର ଗଠନ କରିଥିଲେ । ପ୍ରଥମ ପ୍ରତିଶ୍ରୁତି ୨୦୦୦ ନିର୍ବାଚନର ମିଳିତ ମନ୍ତ୍ରିମଣ୍ଡଳର ଥିଲା । ସେଥିରେ ପାଞ୍ଚବର୍ଷରେ ପୂର୍ବ ଜଳସେଚନ ସ୍ଥିତିରେ ୨୫% ବୃଦ୍ଧିପାଇଁ ପ୍ରତିଶ୍ରୁତି ଦେଇଥିଲେ । ତା ହେଲାନାହିଁ, ପରେ ପ୍ରତିଶ୍ରୁତି ବଦଳିଲା । ପ୍ରତି ବ୍ଲକ୍ରୁ ୩୫% ଜଳସେଚନ କରିବାର ପ୍ରତିଶ୍ରୁତି ଦିଆଗଲା । ଆଜିପର୍ଯ୍ୟନ୍ତ ୧୦୦ ରୁ ଉଦ୍ଧ୍ୱର୍ ବ୍ଲକକୁ ୩୫% ଜଳସେଚନ କେବଳ ଖରିଫରେ ନାହିଁ । ଅଧିକନ୍ତୁ ବଲାଙ୍ଗିର ଜିଲାରେ ୫% ଜଳସେଚନ ନାହିଁ । ସେ ସମୟରେ ସବୁ ବ୍ଲକ୍କୁ ୩୫% ଜଳସେଚନ କରାଇବାର ପ୍ରତିଶ୍ରୁତି ଭଙ୍ଗପାଇଁ ଉଭୟ ଦଳ ଦାୟୀ । ତାଙ୍କ ନିଜ ଦଳ ଅସୁବିଧାରେ ପଡ଼ିବାର ଆଶଙ୍କାରେ ସେ ୨୦୧୪ରେ ସରକାରୀ ବିଜୁ ଜନତା ଦଳ ଦେଇଥିବା ପ୍ରତିଶ୍ରୁତି ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଦେବାକଥା ଉଠାଇ ଏ ମଧ୍ୟରେ ମାତ୍ର ୨୨ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଯାଇଛି ବୋଲି କହି ଉତ୍ତର •ହିଁଲେ । ଶ୍ରୀ ନବୀନ ପଟ୍ଟନାୟକ ଏହାର ଉତ୍ତର ତତ୍କ୍ଷଣାତ୍ ରଖିଛନ୍ତି । ଯେଉଁଥିରେ ସେ ୭.୮ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିଛନ୍ତି ବୋଲି କହିଛନ୍ତି ଏବଂ ଏଥିରେ ରାଜ୍ୟ ସରକାର ୨୬,୮୮୯ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି । ଯେଉଁଥିରେ କେନ୍ଦ୍ରର ସହାୟତା ମାତ୍ର ୧୨୧୧କୋଟି ଟଙ୍କା ବୋଲି କହିଛନ୍ତି । ଏହା ହୁଏତ ସତ୍ୟ ହୋଇଥାଇପାରେ ।

ବର୍ଷଶେଷରେ ସି.ଏଜି. ରିପୋର୍ଟ ବା ରିଜର୍ଭବ୍ୟାଙ୍କର ବାର୍ଷିକ ତଥ୍ୟ ମିଳିଲେ ଏହାର ସତ୍ୟାସତ୍ୟ ପରଖା ଯାଇପାରିବ । ମାତ୍ର ଅନେକ ଅମୀମାସିତ ପ୍ରଶ୍ନ ସହିତ ଅବିଶ୍ୱାସ ଏହି ଉତ୍ତରକୁ ନେଇ ଉଠିଛି । ରାଜ୍ୟରେ ୮୩୩୫ ଗୋଟି ଚେକ୍ଡ୍ୟାମ୍ କରାଯାଇ ୯୧୭,୬୯୪ ହେକ୍ଟର ଜମିକୁ ଜଳ ସେଚନ କରାଯାଇଥିବା କଥାଟି, ଯୋରଦେଇ କୁହାଯାଇପାରେ ଯେ, ଏହା ଏକ ବଡ଼ ମିଥ୍ୟା । ସଂଖ୍ୟା ଦୃଷ୍ଟିରୁ ହୁଏତ ସତ୍ୟ ହୋଇପାରେ । ଆୟକର ଜଳସେଚନର ହିସାବ ସଂପୂର୍ଣ୍ଣ ଅସତ୍ୟ । ଚେକ୍ଡ୍ୟାମ୍ ହୋଇଥିବା ଅଞ୍ଚଳରେ •ଷୀମାନେ ଏଗୁଡ଼ିକୁ ଦେଖିଛନ୍ତି । ଧାରା ଶ୍ରାବଣରେ ବା ଭାଦ୍ରବ ମାସରେ ଏଥିରେ ପାଣି ରହେନାହିଁ । ଅନେକ ଅନୁସନ୍ଧାନମୂଳକ ତଥ୍ୟ ପୂର୍ବରୁ ଲେଖକ ନିଜେ ପ୍ରକାଶ କରିଛନ୍ତି । ଗୋଟିଏ ବିଜ୍ଞାପନ ଅଞ୍ଚଳରେ କେଉଁ ଚେକ୍ଡ୍ୟାମ୍ରେ କେତେ ଜଳସେଚନ କେଉଁ ଫସଲ ପାଇଁ ହେଉଛି ପ୍ରକାଶ କଲେ ଏହାର ବାସ୍ତବ ରୂପରେଖ ପ୍ରକାଶ କରାଯାଇ ପାରନ୍ତା ଓ କେତେ ସତ୍ୟ କେତେ ମିଥ୍ୟା ସ୍ପଷ୍ଟ ହୋଇ ପାରନ୍ତା । ବିଭ୍ରାନ୍ତି ଦୂର ହୁଅନ୍ତା । ସେହିପରି ୪୬ ଗୋଟି ମେଗା ଲିପ୍ଟ୍ ପଏଣ୍ଟରୁ ଗୋଟିଏ ବି ଏପର୍ଯ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ ।

ଅତଏବ ଏହାଦ୍ୱାରା କରାଯାଇଥିବା ଜଳସେଚନ ବ୍ୟବସ୍ଥା ୨,୬୭,୮୮୦ ହେକ୍ଟର କଥା ଆଦୌ ସତ୍ୟନୁହେଁ । ଅନେକ ଉଠା ଜଳସେଚନ ପଏଣ୍ଟକୁ ସର୍ବକାଳୀନ ବିଦ୍ୟୁତ ସଂଯୋଗ ହୋଇନାହିଁ । ଏହାଦ୍ୱାରା କରାଯାଇଥିବା ୧ଲକ୍ଷ ୩୦ ହଜାର ହେକ୍ଟର ଜମି କଥା ପ୍ରମାଣ ଖୋଜୁଛି ଓ ଅନେକ ପୂର୍ବ ଉଠା ଜଳସେଚନ ପଏଣ୍ଟ ଅକାମି ଥିବା ସରକାର ପ୍ରଦତ୍ତ ଉତ୍ତର ପ୍ରମାଣା ରଖିଛି । ରାଜ୍ୟ ସରକାରଙ୍କ ୱେବ୍ସାଇଟ୍ ପ୍ରଦତ୍ତ ଚିତ୍ର •ଷଜମିରେ ରୂପାନ୍ତରିତ ହୋଇଥିବା ଚିତ୍ରରେ ଆଦୌ ମେଳ ନାହିଁ । ମୋଦିଙ୍କ ଉକ୍ତି ଯେଉଁ ପରିମାଣରେ ରାଜନୈତିକ ଉଦ୍ଦେଶ୍ୟ ପ୍ର୍ରଣୋଦିତ ମିଥ୍ୟା, ମୁଖ୍ୟମନ୍ତ୍ରୀଙ୍କର ଉତ୍ତର ମଧ୍ୟ ସେହି ପରିମାଣରେ ପ୍ରତ୍ୟେକ୍ଷ ପ୍ରମାଣ ବିନା ସତ୍ୟ ବୋଲି କୁହାଯାଇ ପାରିବ ନାହିଁ । ନିର୍ବାଚନ ଋତୁରେ ସତ୍ୟହିଁ କେବଳ ଦାନ । ଯଥା କାଳିଆ ଯୋଜନାରେ ପ୍ରଥମ କିସ୍ତିରେ ଦିଆଯିବାକୁ ଥିବା ପରିବାର ପିଛା ୫ହଜାର ଟଙ୍କା ଦାନ ବା ସହାୟତା । ସ୍ୱୟଂ ସହାୟକ ଗୋଷ୍ଠି ପିଛା ୧୫ହଜାର ଟଙ୍କା ଅବା ସେହିପରି କିଛି ଦାନ ସତ୍ୟ । ଅନ୍ୟସବୁ କେବଳ ପ୍ରତିଶ୍ରୁତି । ଯାହାକୁ ପୂର୍ବ ପ୍ରତିଶ୍ରୁତି ଆଧାରରେ ବିଶ୍ୱାସ ବା ଅବିଶ୍ୱାସ କରାଯାଇପାରେ । ସେହିପରି କେନ୍ଦ୍ର ସରକାର ସମସ୍ତ କାର୍ଯ୍ୟକ୍ରମ ବିଜ୍ଞାପିତ ପ୍ରତିଶ୍ରୁତି ଗତ ୨୦୧୪ ନିର୍ବାଚନ ପୂର୍ବ ଓ ପରର ପ୍ରତିଶ୍ରୁତି ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ମନେ ପକେଇ ବିଶ୍ୱାସ କରାଯାଇ ପାରେ । ଭୋଟଦାତାମାନେ ଏ ଋତୁରେ ଯାହାକିଛି ବଣ୍ଟନ ବା ଦାନ କଥାକୁ ସତ୍ୟ ମଣନ୍ତି । ତାହାହିଁ ସତ୍ୟ । ପ୍ରତିଶ୍ରୁତି ଓ ଇସ୍ତାହାର କେବଳ •ତୁରୀ ଓ ପ୍ରବଞ୍ଚନାରେ ପରିପୂର୍ଣ୍ଣ ହୋଇଥାଏ ବୋଳି ସେମାନଙ୍କର ଧାରଣା । ଏ ସବୁ ରାଜନୈତିକ ଦଳର ନିର୍ବାଚନ ସମୟର କଥା । ଅନେକ ମିଥ୍ୟାର ପ୍ରତିଯୋଗୀତା । ବିଚରା ଭୋଟଦାତା ଏସବୁକୁ ପୂର୍ବ ପ୍ରତିଶ୍ରୁତି ଓ ସରକାର ଗଠନ ପରର ଅଂଗୀକାରବଦ୍ଧତାକୁ ତଉଲିବାବେଳେ ବିଜ୍ଞାପନର ମାୟାଜାଲରେ ଛନ୍ଦି ହୋଇ ଯାଇଥାଏ । ତଥାପି ଆସିଥିବା ସୁଯୋଗକୁ ହାତଛଡ଼ା ନକରି ମିଥ୍ୟା•ରୀମାନଙ୍କୁ ଜବାବ ଦେଲେ ହିଁ ଏପ୍ରକାର ପ୍ରଥାପରି ସାଧାରଣ ଜନତାଙ୍କୁ ରକ୍ଷା କରାଯାଇପାରିବ।

(ପଞ୍ଚାନନ କାନୁନଗୋ, ପୂର୍ବତନ ଅର୍ଥ ମନ୍ତ୍ରୀ ଓ ରାଜ୍ୟର ଜଣେ ଖ୍ୟାତନାମା ବୁଦ୍ଧିଜୀବୀ)

ଏମ୍.-୭୧, ମଧୁସୂଦନ ନଗର, ଭୁବନେଶ୍ୱର-୭୫୧୦୦୧
ମୋ. : ୯୪୩୮୩୬୦୮୪୯

Related posts