Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»କାଶ୍ମୀର, ଧାରା ୩୭୦, ଦେଶପ୍ରେମୀ ଉଦ୍ଦାମତା ଓ ଯେତେସବୁ ଅନାବନା ଭାବପ୍ରବଣତା- କିଛି ପ୍ରଶ୍ନ ଓ ଉତ୍ତର
ମତାମତ

କାଶ୍ମୀର, ଧାରା ୩୭୦, ଦେଶପ୍ରେମୀ ଉଦ୍ଦାମତା ଓ ଯେତେସବୁ ଅନାବନା ଭାବପ୍ରବଣତା- କିଛି ପ୍ରଶ୍ନ ଓ ଉତ୍ତର

August 6, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

୧. ଧାରା ୩୭୦ ହଟିଗଲେ କାଶ୍ମୀରରେ ଦେଶ ବିରୋଧୀ ଆତଙ୍କବାଦ କମି ଯିବ କି ?
ଉ: ନା । ଏହା ଲାଗି ରହିବ । ସେଇଥିପାଇଁ ତ ଆହୁରି ୩୫୦୦୦ ସୈନ୍ୟ ପଠା ଯାଇଛି ।

୨. କାଶ୍ମୀରର ରାଜନୈତିକ ନେତାଙ୍କୁ ପ୍ରଥମ ଥର ଗିରଫ ଓ ନଜରବନ୍ଦ ରଖା ଯାଇଛି କି ?
ଉ: ନା, ଆଗରୁ ଏପରି ଅନେକ ଥର ହୋଇଛି ।

୩. ଧାରା ୩୭୦ ହଟିଯିବା ପରେ କାଶ୍ମୀର ବାହାର ଲୋକ ସେଠାରେ ଜମି କିଣି ପାରିବ କି ?
ଉ: ହଁ । କିନ୍ତୁ ସେଥିପାଇଁ ଜଣେ କାଶ୍ମୀରୀ ଲୋକ ଜମି ବିକିବାକୁ ରାଜି ହେବା ଦରକାର । ସେ କଦାପି ରାଜି ହେବ ନାହିଁ । ଯଦି ସେ ରାଜି ହେଲା ତେବେ ସେଥିରେ କାହାର ଆପତ୍ତି କାହିଁକି ହେବ ?

୪. ଅମ୍ବାନୀ ଓ ଅଦାନୀ ସହଜରେ ସେଠାରେ ଜମି ପାଇଯିବେ କି ?
ଉ: ସେମାନେ ଏମିତି ବି ଅନ୍ୟ ରାଜ୍ୟଗୁଡିକରେ ଜମି ନେଉଛନ୍ତି । ତାଙ୍କୁ କିଏ ରୋକୁଛି ?

୫. ଏହା ଦ୍ବାରା ଭାରତ ସହିତ କାଶ୍ମୀରର ମିଶ୍ରଣ ପ୍ରକ୍ରିୟା ଚୁଡାନ୍ତ ହେଲା କି ?
ଉ: ଆମେ ଆଗରୁ ବି କହୁଥିଲୁ ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ଓ ଏବେ ବି କହିବୁ ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ । ଅନ୍ୟ ଦେଶଗୁଡିକ ଆଗରୁ ବି କହୁଥିଲେ ତାହା ଭାରତ ଅଧିକୄତ ଦେଶ ଓ ଏବେ ବି କହିବେ ତାହା ଭାରତ ଅଧିକୄତ ଦେଶ ।

୬. ଏପରି କରିବା ପାଇଁ ଅସାମ୍ବିଧାନିକ ଉପାୟ ଅବଲମ୍ଵନ କରାଯାଇଛି କି ?
ଉ: ନିଶ୍ଚିତ ଭାବେ । ମୂଳ ଚୁକ୍ତିନାମା ଅନୁଯାୟୀ ଏଥିପାଇଁ କାଶ୍ମୀରର ସାମ୍ବିଧାନିକ ସଭାରେ ପ୍ରସ୍ତାବ ଆଗତ ହେବାର ଥିଲା । ନହେଲେ ଅତି କମରେ କାଶ୍ମୀର ବିଧାନସଭାରେ ପ୍ରସ୍ତାବ ଆସିବାର ଥିଲା । ରାଜ୍ୟପାଳଙ୍କ ପ୍ରସ୍ତାବର କିଛି ମାନେ ନାହିଁ । ସେ କାଶ୍ମୀରର ନାଗରିକ ବି ନୁହନ୍ତି । ଏହି ପ୍ରକ୍ରିୟାକୁ କୋର୍ଟରେ ଚାଲେଞ୍ଜ ହେବ ଓ ଆଜି ପର୍ଯ୍ୟନ୍ତ କୋର୍ଟ ଏହି ମାମଲାରେ ଯାହା ମତ ରଖିଛି, ସେହି ଅନୁସାରେ ବାତିଲ ହୋଇଯିବା କଥା ।

୭. ଏହା ଦ୍ବାରା ଏକ ଦେଶ ଏକ ସମ୍ବିଧାନ ହେବ କି ?
ଉ: ମୋଟେ ନୁହେଁ । ଏବେ ବି ଅନେକ ରାଜ୍ୟକୁ ସମ୍ବିଧାନରେ ବିଶେଷ କ୍ଷମତା ଦିଆଯାଇଛି । ଜାମ୍ମୂ କାଶ୍ମୀରର ସ୍ବତନ୍ତ୍ର ପତାକା ହଟିଯିବ । ମାତ୍ର ଏହି ବିଜେପି ସରକାର ନାଗାଲାଣ୍ଡକୁ ସ୍ବତନ୍ତ୍ର ପତାକା ଦେଇ ସାରିଛି । ଆମେରିକା ଭଳି ଦେଶରେ ଥିବା ରାଜ୍ୟଗୁଡିକରେ ନିର୍ବାଚନ ପ୍ରକ୍ରିୟା ହିଁ ଭିନ୍ନ । ସେ ଦେଶରେ ଏକତା ଓ ଅଖଣ୍ଡତା କ୍ଷୁର୍ଣ ହେଉନି ।

୭. ବିଲ୍ ପାଇଁ ଯେତିକି ଆଲୋଚନା ହେବା କଥା ତାହା ହୋଇଛି କି ?
ଉ: ହୋଇ ନାହିଁ । ହୋଇଥିଲେ ବି ଫଳ ଅଲଗା ହୋଇ ନଥାନ୍ତା। କେବଳ ଏହି ବିଲ୍ ପାଇଁ ନୂହେଁ, ଆହୁରୀ ଅନେକ ସଂଖ୍ୟକ ବିଲ୍ ଏହିପରି ପାଶ୍ ହେଉଛି । ତେଣୁ ସମସ୍ୟାଟି କେବଳ କାଶ୍ମୀର ବିଷୟକ ନୂହେଁ ।

୮. ଅତୀତରେ କଂଗ୍ରେସ କରିଥିବା ଭୁଲର ଆଜି ସଂଶୋଧନ ହେଲା କି ନୂହେଁ ?
ଉ: ଧାରା ୩୭୦କୁ ଆଗରୁ କଂଗ୍ରେସ ସରକାର ଖୋଳ କରିସାରିଛି । କଂଗ୍ରେସ ଦ୍ବାରା ଶେଖ୍ ଅବଦୁଲ୍ଲାଙ୍କୁ ଗିରଫ କରି, ସେଠାରେ ବକ୍ସି ଗୁଲାମ ମହମ୍ମଦ ଓ ସୟଦ୍ ମୀର୍ କାଶିମ୍ ଭଳି ସଖି କଣ୍ଢେଇ ମୁଖ୍ୟମନ୍ତ୍ରୀ ଥିବା ବେଳେ ଆଦେଶ ଜାରି କରି ଧାରା ୩୭୦କୁ ଅନେକ ଦୁର୍ବଳ କରାଯାଇ ସାରିଛି । ୧୯୫୫ରୁ ୧୯୯୫ ମଧ୍ୟରେ ପ୍ରାୟ ୨୦୦ଟି ଏପରି ସାମ୍ବିଧାନିକ ଆଦେଶ ବଳରେ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ସ୍ବାୟତତା କାଢି ନିଆ ଯାଇଛି । ଆଜି କେବଳ ଯାହା କପଡାଟା ଗଲା ।

୯. ଏହା ଦ୍ବାରା କାଶ୍ମୀରର ବିଛିନ୍ନତାବାଦୀ ହିଁସା ବଢିବ କି ?
ଉ: ପୁରା ସମ୍ଭାବନା ଅଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ସେଠାରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଥିବା ଯୁବକଙ୍କ ସଂଖ୍ୟା ବଢିଛି । ସେହି ଯୁବକମାନଙ୍କୁ ମତେଇବା ପାଇଁ ଆତଙ୍କବାଦୀଙ୍କୁ ଆହୁରି ଗୋଟିଏ ଯୁକ୍ତି ମିଳିଗଲା । ଆଗରୁ ସୈନ୍ୟ ପଠାଇ ସେମାନଙ୍କୁ ଜବତ କରାଯାଉଥିଲା । ଏବେ ବି ସେଇଆ ହେବ । ଧାରା ୩୭୦ କାଶ୍ମୀରର ବସ୍ତୁସ୍ଥିତି ଉପରେ କୌଣସି ଉନ୍ନତି ଆଣିବ ନାହିଁ ।

୧୦. ଆନ୍ତର୍ଜାତିକ ପ୍ରତିକ୍ରିୟା ତୀବ୍ର ହେବନି କି ?
ଉ: ସମସ୍ତେ ହଲ୍ଲା କରିବେ। କାହା ପାଖରେ ଏତେ ସମୟ ନାହିଁ ଯେ କିଏ ଏ ପ୍ରସଙ୍ଗରେ ସକ୍ରୀୟ ଭାବେ ମୁଣ୍ଡ ପୁରେଇବ। ସମସ୍ତଙ୍କର ବଜାର ଦଖଲ ଚିନ୍ତା। ଭାରତୀୟ ବଜାର ସେମାନଙ୍କ ପାଇଁ ଆଉ ଅଧିକ ଖୋଲିଦେଲେ ସେମାନେ ଚୁପ୍ ରହିବ । ଶକ୍ତିଶାଳୀ ଦେଶମାନେ ନିୟମିତ ଭାବେ ଆନ୍ତର୍ଜାତିକ ଚୁକ୍ତି ଭଙ୍ଗ କରିଥାନ୍ତି । ସବୁ କିଛି ଭାରତର କୂଟନୈତିକ ଦକ୍ଷତା ଓ ବଜାର ଖୋଲିବା ଉପରେ ନିର୍ଭର କରେ ।

୧୧. ଏହା ଦ୍ବାରା କାଶ୍ମୀର ପଣ୍ଡିତଙ୍କ ପ୍ରତି ନ୍ୟାୟ ହେଲାନି କି ?
ଉ: କେବଳ ବିଜେପି ଓ ପାକିସ୍ଥାନ କାଶ୍ମୀରକୁ ହିନ୍ଦୁ-ମୁସଲମାନ ସମସ୍ୟା ରୁପେ ଦେଖିଥାନ୍ତି । ବାବରି ମସଜିଦ୍ ଧ୍ବଂସ ପାଇଲା ବେଳେ କାଶ୍ମୀରରେ ତାହାର କୌଣସି ପ୍ରଭାବ ପଡି ନଥିଲା । ଧାରା ୩୭୦ର କାଶ୍ମୀର ପଣ୍ଡିତଙ୍କ ସ୍ଥିତି ସହ କୌଣସି ସମ୍ପର୍କ ନାହିଁ ।

୧୨. ଦେଶପ୍ରେମର ବିଜୟ ହେଲାନାହିଁ କି ?
ସେମାନଙ୍କ ପାଖରେ ଶହ ଶହ ମେଗାମିଡିଆ ଅଛି । କାଲି ଅମିତ୍ ଶାହାର ଝାଡା କ୍ଲିଅର୍ ହେଲେ ସେମାନେ ଏହାକୁ ଦେଶପ୍ରେମର ଉଦାହରଣ ରୂପେ ପ୍ରଚାର କରିବେ । ବିଜେପି ସମର୍ଥକମାନଙ୍କ ମଧ୍ୟରୁ ଅନେକ ସନ୍ନି ଦେଓଲଙ୍କ ଗଦ୍ଦର ଛବିରେ ଅନୁପ୍ରାଣିତ ହୋଇ ଦେଶପ୍ରେମୀ ହୋଇଛନ୍ତି । ବର୍ତ୍ତମାନ ରସାତଳକୁ ଯାଇଥିବା ଅର୍ଥନୀତିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହି ଦେଶପ୍ରେମ କିଛି ଦିନ କାମରେ ଆସିବ । କିନ୍ତୁ, ବର୍ଷ ଶେଷରେ ଜିଡିପି ୬%ରୁ ବି କମ୍ ରହିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.