ରାମ ସେତୁକୁ ଐତିହାସିକ ସ୍ମାରକୀ ଘୋଷଣା ମାମଲା: ମାର୍ଚ୍ଚ ୯ ରେ ସୁବ୍ରମଣ୍ୟମ ସ୍ଵାମୀଙ୍କ ଆବେଦନ ଶୁଣିବେ ସୁପ୍ରିମକୋର୍ଟ

Published: Feb 23, 2022, 1:29 pm IST

ନୂଆଦିଲ୍ଲୀ: ରାମ ସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରିବା ସହ ଏହାର ସଂରକ୍ଷଣ କରିବାକୁ ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ସେ ଦାବି କରିଛନ୍ତି। ମାର୍ଚ୍ଚ ୯ ତାରିଖରେ ଏହି ମାମଲାର ଶୁଣାଣି କରିବାକୁ ପ୍ରଧାନ ବିଚାରପତି ନିଶ୍ଚିତ କରିଛନ୍ତି। ୟୁପିଏ ଶାସନ ସମୟରେ ସେତୁ ସମୁଦ୍ରମ୍ ପ୍ରକଳ୍ପ ଅଧୀନରେ ଜାହାଜ ପାଇଁ ରାସ୍ତା ରାମ କାମରେ ସେତୁକୁ ଭାଙ୍ଗିବାର ଥିଲା। ପରେ ଏହି କାର୍ଯ୍ୟ ବନ୍ଦ ହୋଇଗଲା। ରାମ ସେତୁକୁ ଜାତୀୟ ସ୍ମାରକୀ ଭାବରେ ଘୋଷଣା କରିବାକୁ ଚାହୁଁଥିବା ଏହି ଆବେଦନ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି।

ପ୍ରଧାନ ବିଚାରପତି ଏନ.ଭି ରାମନା, ଜଷ୍ଟିସ ଏ.ଏସ୍ ବୋପାନ୍ନା ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚକୁ ସ୍ଵାମୀ କହିଛନ୍ତି ଯେ, ଗତ କିଛି ମାସ ହେବ ଏହି ଆବେଦନ ଶୁଣାଣି ହୋଇନଥିଲା ଏବଂ ଏହାକୁ କାର୍ଯ୍ୟସୂଚୀ ତାଲିକାରୁ ହଟାଯାଇ ନାହିଁ। ମାର୍ଚ୍ଚ ୯ ତାରିଖରେ ଆମେ ଏହାର ଶୁଣାଣି କରିବୁ ବୋଲି ବେଞ୍ଚ କହିଛନ୍ତି।

ସ୍ଵାମୀ ଗତ ବର୍ଷ ମାର୍ଚ୍ଚ ୮ ତାରିଖରେ ଜରୁରୀ ଶୁଣାଣି ପାଇଁ ତାଙ୍କ ଆବେଦନ ଉପସ୍ଥାପନ କରିଥିଲେ। ଏହାପୂର୍ବରୁ ଜାନୁୟାରୀ ୨୩ ତାରିଖ ୨୦୨୦ ରେ ହାଇକୋର୍ଟ କହିଥିଲେ ଯେ, ତିନିମାସ ପରେ ସ୍ଵାମୀଙ୍କ ଆବେଦନ ଉପରେ ବିଚାର କରାଯିବ।

ରାମ ସେତୁ ଆଡମସ୍ ବ୍ରିଜ୍ ଭାବରେ ମଧ୍ୟ ଜଣାଶୁଣା। ଏହା ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ପମ୍ବନ୍ ଦ୍ୱୀପ ଏବଂ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳରେ ଥିବା ମାନ୍ନାର ଦ୍ୱୀପ ମଧ୍ୟରେ ଚୂନ ପଥରର ଏକ ଶୃଙ୍ଖଳା। ପମ୍ବନ୍ ଦ୍ୱୀପକୁ ରମେଶ୍ୱରମ୍ ଦ୍ୱୀପ ମଧ୍ୟ କୁହାଯାଏ।

Related posts