Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ: ଶେଷ ହେଲା ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସଂସଦୀୟ ଆସନ ପାଇଁ ମତଦାନ ହେବ। ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ। ଅନ୍ୟପଟେ ଭୋଟରଙ୍କ ଭାଗିଦାରୀ ବୃଦ୍ଧି କରିବାକୁ ତେଲଙ୍ଗାନାର ୧୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନ କେତେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସମୟ (ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ)କୁ ବଢ଼ାଯାଇଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗରମ ପାଗକୁ ନେଇ ବିଶେଷ ଚିନ୍ତା ନାହିଁ। ପାଣିପାଗ ପୂର୍ବାନୁମାନ ସୂଚାଉଛି ଯେ ନିର୍ବାଚନ ହେବାକୁ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ୱାଭାବିକରୁ କମ୍ ତାପମାତ୍ରା (±୨ ଡିଗ୍ରି) ଅନୁଭୂତ ହେବାର ସମ୍ଭାବନା ରହିଛି ଏବଂ ମତଦାନ ଦିନ ଏହି ସବୁ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ରହିବ ନାହିଁ। ତେବେ ଭୋଟରଙ୍କ ସୁବିଧା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପାଣି, ସାମିୟାନା ଓ ଫ୍ୟାନ୍ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି।

୨୦୨୪ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ସୁଦ୍ଧା ୨୮୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ୨୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ତଥ୍ୟ:

୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ୧୩ ମଇ ୨୦୨୪ରେ ୯୬ଟି ସଂସଦୀୟ କ୍ଷେତ୍ର (ସାଧାରଣ-୬୪; ଏସଟି- ୧୨; ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସସି-୨୦)ରେ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ (ନିର୍ବାଚନ ସମୟ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭିନ୍ନ ହୋଇପାରେ)।

୧୩ ମଇରେ ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ (ସାଧାରଣ -୧୩୯; ଏସଟି-୭; ଏସସି-୨୯) ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ।

ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ପାଇଁ ଗୋଟିଏ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ହେଉଛି ୧୮।

ମତଦାନ ଓ ସୁରକ୍ଷା ଅଧିକାରୀଙ୍କୁ ନେବା ପାଇଁ ୩ଟି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ୧୨୨ ଥର ବିମାନ ଉଡ଼ାଣ କରାଯାଇଛି (ଆନ୍ଧ୍ରପ୍ରଦେଶ-୨, ଝାଡ଼ଖଣ୍ଡ-୧୦୮; ଓଡ଼ିଶା-୧୨)।

୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ୧୭.୭ କୋଟିରୁ ଅଧିକ ମତଦାତାଙ୍କୁ ସ୍ୱାଗତ କରିବେ ୧୯ ଲକ୍ଷରୁ ଅଧିକ ମତଦାନ ଅଧିକାରୀ।

୮.୯୭ କୋଟି ପୁରୁଷ ଓ ୮.୭୩ କୋଟି ମହିଳା ଭୋଟରଙ୍କ ସମେତ ମୋଟ୍‌ ସମେତ ୧୭.୭୦ କୋଟିରୁ ଅଧିକ ଭୋଟର୍‌ ମତାଧିକାର ସାବ୍ୟସ୍ତ କରିବେ।

ଚତୁର୍ଥ ପର୍ଯ୍ୟାୟ ପାଇଁ ୮୫ ବର୍ଷରୁ ଅଧିକ ବୟସ୍କ ୧୨.୪୯ ଲକ୍ଷ ଏବଂ ୧୯.୯୯ ଲକ୍ଷ ଭିନ୍ନକ୍ଷମ ପଞ୍ଜୀକୃତ ଭୋଟର ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କ ଘରେ ବସି ଭୋଟ୍ ଦେବାର ବିକଳ୍ପ ପ୍ରଦାନ କରାଯାଇଛି। ବିକଳ୍ପ ହୋମ୍ ଭୋଟିଂ ସୁବିଧାକୁ ପୂର୍ବରୁ ବହୁତ ପ୍ରଶଂସା ଏବଂ ପ୍ରତିକ୍ରିୟା ମିଳୁଛି।

୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ୩୬୪ ଜଣ ପର୍ଯ୍ୟବେକ୍ଷକ (୧୨୬ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୭୦ ଜଣ ପୁଲିସ ପର୍ଯ୍ୟବେକ୍ଷକ, ୧୬୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ) ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି।

ଭୋଟରଙ୍କୁ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ସକ୍ରିୟ ଭାବେ ମୁକାବିଲା କରିବା ପାଇଁ ମୋଟ ୪୬୬୧ଟି ଫ୍ଲାଇଂ ସ୍କ୍ୱାଡ୍, ୪୪୩୮ଟି ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍, ୧୭୧୦ଟି ଭିଡିଓ ସର୍ଭିଲାନ୍ସ ଟିମ୍ ଓ ୯୩୪ଟି ଭିଡିଓ ଭ୍ୟୁଭିଙ୍ଗ୍ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି।

୧୦୧୬ଟି ଆନ୍ତଃରାଜ୍ୟ ଓ ୧୨୧ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ମାଗଣା ସାମଗ୍ରୀର ବେଆଇନ ପ୍ରବାହ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି।

ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ସାମିୟାନା, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି।

ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି। ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଏବଂ ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣ ଭାବରେ ମଧ୍ୟ କାର୍ଯ୍ୟ କରିବା ସହିତ ଭୋଟ୍ ଦେବାକୁ ମଧ୍ୟ ସୁବିଧାଜନକ କରିବ।

ଏହି ଲିଙ୍କ୍ ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ର ର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ https://electoralsearch.eci.gov.in/

ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ କାଗଜପତ୍ର ପ୍ରଦାନ କରିଛନ୍ତି। ଯଦି କୌଣସି ଭୋଟର ଭୋଟର ତାଲିକାରେ ପଞ୍ଜୀକୃତ ହୁଅନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ। ବିକଳ୍ପ ପରିଚୟ ଦସ୍ତାବିଜ ପାଇଁ ଇସିଆଇ ଆଦେଶର ଲିଙ୍କ୍ ହେଉଛି: https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FzBiU51zPFZI5qMtjV1qgjFsi8N4zYcCRaQ2199MM81QYarA39BJWGAJqpL2w0Jta9CSv%2B1yJkuMeCkTzY9fhBvw%3D%3D

ଲୋକସଭା ୨୦୧୯ ସାଧାରଣ ନିର୍ବାଚନରେ ଭୋଟର ମତଦାନ ର ତଥ୍ୟ ନିମ୍ନଲିଖିତ ଲିଙ୍କରେ ଉପଲବ୍ଧ ଅଛି : https://old.eci.gov.in/files/file/13579-13-pc-wise-voters-turn-out/

ତୃତୀୟ ପର୍ଯ୍ୟାୟ ଠାରୁ ଭୋଟର ଟର୍ନଆଉଟ୍ ଆପ୍ କୁ ଅପଡେଟ୍ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସାମଗ୍ରିକ ଆନୁମାନିକ ମତଦାନ ହାରକୁ ଲାଇଭ୍ ପ୍ରଦର୍ଶନ କରିବାର ଏକ ନୂତନ ବୈଶିଷ୍ଟ୍ୟ ରହିଛି। ସୂଚନାଯୋଗ୍ୟ, ମତଦାନ ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟାରେ ଥରେ ଭୋଟର୍ ଟର୍ନଆଉଟ୍ ଆପ୍ରେ ପର୍ଯ୍ୟାୟ/ରାଜ୍ୟ/ବିଧାନସଭା ନିର୍ବାଚନ ମଣ୍ଡଳୀ/ସଂସଦୀୟ ନିର୍ବାଚନ ମଣ୍ଡଳୀ ଭିତ୍ତିରେ ଆନୁମାନିକ ମତଦାନ ହାର ତଥ୍ୟ ଉପଲବ୍ଧ ହୋଇଥାଏ ଏବଂ ନିର୍ବାଚନ ଦଳ ପହଞ୍ଚିବା ପରେ ଏହାକୁ କ୍ରମାଗତ ଭାବେ ଅପଡେଟ୍ କରାଯାଏ।

Categories
ଆଞ୍ଚଳିକ

ଚ଼ିଲିକା ବିଜେପିର‌ ମିଶ୍ରଣ ପର୍ବ: ଯୋଗ ଦେଲେ ପୂର୍ବତନ ଅଧ୍ୟକ୍ଷା, ସରପଞ୍ଚ, ସମିତିସଭ୍ୟ

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ଝରଣା ରାଣୀ ବାରିକ, ବରିଷ୍ଠ ବିଜେଡ଼ି ସଂଗଠକ ପ୍ରଫୁଲ୍ଲ ବାରିକ, ଦାମିଆ ବରବରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଉପେନ୍ଦ୍ର ଜାନି, ଜରିପଡ଼ା ପଞ୍ଚାୟତ‌ର ପୂର୍ବତନ ସମିତିସଭ୍ୟ ବିଦ୍ୟା ବେହେରା, ଭେଟେଶ୍ବର ପଞ୍ଚାୟତର ବିଜେଡ଼ି କର୍ମକର୍ତ୍ତା ନରହରି ଜେନା, ତୁମ୍ବୁରାପୁଟ ପଞ୍ଚାୟତର ବିଜେଡ଼ି କର୍ମକର୍ତ୍ତା ଟୁକୁ ବେହେରା, ରବି ବେହେରା, ଦାମିଆ ବରବରା ପଞ୍ଚାୟତର ୱାର୍ଡ଼ ମେମ୍ବର ଦମୟନ୍ତୀ ଜାନି, ପୂର୍ବତନ ୱାର୍ଡ଼ ମେମ୍ବର ମୂରଲୀ ଜାନି, ଦାମିଆ ବରବରା ପଞ୍ଚାୟତର ସ୍ବାଧିନ ସରପଞ୍ଚ ପ୍ରାର୍ଥୀ ଉପେନ୍ଦ୍ର ଶବର ଏବଂ ଦାମିଆ ବରବରା, ଜରିପଡ଼ା ଓ‌ ସୋରଣ ପଞ୍ଚାୟତର ୧୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିର ନୀତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ‌ ହୋଇ‌ ଚ଼ିଲିକାର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ଚ଼ିଲିକା ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ୍ ହେଲେ।

ଦଳରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ଡ଼ାଃ ହରିଚ଼ନ୍ଦନ ଓ ଶ୍ରୀ ହରିଚ଼ନ୍ଦନ। ଏହି କାର୍ଯ୍ୟକର୍ତ୍ତା ମାନେ ଦଳରେ ସାମିଲ୍ ହେବା ଦ୍ବାରା ଦଳର ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ମତ ପ୍ରକାଶ କରିଥଲେ ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ।

ଏହି ମିଶ୍ରଣ ପର୍ବରେ ଚ଼ିଲିକା ବିଜେପି ପ୍ରଭାରୀ ବିକାଶ ପଟ୍ଟନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଭେଟେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିରଜାଈ ମଣ୍ଡଳ ଭାଜପା ସଭାପତି ଜିତେନ୍ଦ୍ର କୁମାର ଭୋଳ ଏବଂ ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଲକ୍ଷ୍ମୀଧର ବରାଳ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ମୋତେ ୨୦ ଦିନ ପରେ ଜେଲକୁ ଫେରିବାକୁ ପଡ଼ିବ ନାହିଁ: କାହିଁକି ଏମିତି କହିଲେ ଅରବିନ୍ଦ କେଜ୍ରିୱାଲ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ବାହାରିବା ପରେ ପ୍ରଚାରରେ ନିରନ୍ତର ବ୍ୟସ୍ତ ଅଛନ୍ତି। ଆଜି ନୂଆଦିଲ୍ଲୀରେ ତାଙ୍କର ରୋଡ୍ ସୋ’ର ଦ୍ୱିତୀୟ ଦିନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଲୋକଙ୍କୁ ଭୋଟ୍ ପାଇଁ ନିବେଦନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଯଦି ତାଙ୍କ ଦଳକୁ ଅଧିକ ଭୋଟ୍ ମିଳେ, ତେବେ ତାଙ୍କୁ ୨୦ ଦିନ ପରେ ଜେଲକୁ ଫେରିବାକୁ ପଡ଼ିବ ନାହିଁ।

ସିଏମ କେଜ୍ରିୱାଲ କହିଛନ୍ତି ଯେ, ମୁଁ ୨୦ ଦିନ ପାଇଁ ବାହାରକୁ ଆସିଛି। କିନ୍ତୁ ଆପଣମାନେ ଯଦି ଝାଡୁ ବଟନକୁ ଜୋରରେ ଦବାଇବେ, ତେବେ ମୋତେ ଜେଲକୁ ଫେରିବାକୁ ପଡ଼ିବ ନାହିଁ। ସେମାନେ ମୋତେ ଜେଲ ପଠାଇଲେ। କାରଣ ମୁଁ ଦିଲ୍ଲୀର ଲୋକଙ୍କ କଲ୍ୟାଣ ପାଇଁ କାମ କରିଥିଲି। ଜନସାଧାରଣଙ୍କ ସ୍ୱାର୍ଥରେ କରାଯାଉଥିବା କାର୍ଯ୍ୟକୁ ବିଜେପି ଲୋକମାନେ ଦେଖିପାରିଲେ ନାହିଁ ଏବଂ ସେମାନେ ମୋତେ ଜେଲକୁ ପଠାଇଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଣି ସମାନ ଆଇଡି ରୁ ଇମେଲ!: ଏଥର ଆଇଜିଆଇ ବିମାନବନ୍ଦରକୁ ଟାର୍ଗେଟ, ବୋମାରେ ଉଡାଇଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ବୋମା ଧମକ ବନ୍ଦ ହେବା ପରି ମନେ ହେଉନାହିଁ। କିଛି ଦିନ ପୂର୍ବରୁ ଦିଲ୍ଲୀର ଅନେକ ବଡ ବିଦ୍ୟାଳୟରେ ବୋମା ଧମକ ଇମେଲ ଗ୍ରହଣ କରାଯାଇଥିଲା। ଏଥି ସହିତ ଆଜି ଦିଲ୍ଲୀର ଦୁଇଟି ଡାକ୍ତରଖାନା ପରେ ବର୍ତ୍ତମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି) କୁ ବୋମା ଧମକ ମିଳିଛି।

ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ବିମାନବନ୍ଦରରେ ତଲାସୀ ନିଆଯାଉଛି। ଏହା ସହିତ ଦିଲ୍ଲୀର ଦୁଇଟି ଭିନ୍ନ ଡାକ୍ତରଖାନାକୁ ଧମକପୂର୍ଣ୍ଣ ଇମେଲ ପଠାଯାଇଛି ଯେଉଁଥିରେ ବୋମା ବିସ୍ଫୋରଣ ହେବାର ଧମକ ଦିଆଯାଇଥିଲା। ପ୍ରଥମଟି ହେଉଛି ବୁରିର ସରକାରୀ ହସ୍ପିଟାଲ ଏବଂ ଦ୍ୱିତୀୟଟି ହେଉଛି ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ହସ୍ପିଟାଲ।

ଡାକ୍ତରଖାନା ପରିଚାଳନା ପୋଲିସକୁ ଏ ବିଷୟରେ ଅବଗତ କରାଇବା ପରେ ବୋମା ସ୍କ୍ବାଡ ଏବଂ ଅଗ୍ନିଶମ ବାହିନୀ ସହିତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ପୋଲିସ କୌଣସି ସନ୍ଦେହଜନକ ସନ୍ଧାନ ପାଇନାହିଁ। ବିଶେଷ କଥା ହେଉଛି ବିମାନବନ୍ଦର ଏବଂ ଡାକ୍ତରଖାନାକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲଗୁଡିକ ସମାନ ମେଲ ID ରୁ ପଠାଯାଇଛି। ଏହି ମେଲଗୁଡିକ ଅପରାହ୍ନ ପ୍ରାୟ ୩ ଟାରେ ପଠାଯାଇଛି। ତେବେ ବିମାନବନ୍ଦର ଏବଂ ଡାକ୍ତରଖାନାରେ ପୋଲିସ କିଛି ସନ୍ଦେହଜନକ ସନ୍ଧାନ ପାଇ ନାହିଁ।

Categories
ଆଞ୍ଚଳିକ

ବାଣପୁର ବ୍ଲକ ବିଜେପିର ମହିଳା ସମାବେଶ, ଯୋଗ ଦେଲେ ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟିର ବାଣପୁର ବ୍ଲକ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା।ବିଶ୍ବ ମାତୃତ୍ଵ ଦିବସ ଅବସରରେ ସମସ୍ତ ମହିଳା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା। ଏହି ସମାବେଶରେ ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବିଧାନସଭା ଭାଜପା ପ୍ରଭାରୀ ବିକାଶ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ ଯୋଗଦେଇ ମୋଦୀ ଗ୍ୟାରେଣ୍ଟି ଓ ମୋଦି ସରକାରଙ୍କ ମହିଳାଙ୍କ ପାଇଁ ଥିବା ସମସ୍ତ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ।

ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ମହିଳା ମା’ ଭଉଣୀ‌ ମାନଙ୍କୁ ଶୁଭଦ୍ରା ଯୋଜନା ବିଷୟରେ ଆଲୋଚ଼ନା କରିବା ସହ ଓଡ଼ିଶାରେ ଡ଼ବଲ ଇଞ୍ଜିନର ସରକାର ହେବ‌‌ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥଲେ।

ଏହି ସମାବେଶରେ ମହିଳା ମାନେ ବିକଶିତ ଚ଼ିଲିକା ଓ ପୁରୀ ଗଠନ ନିମନ୍ତେ ଭାଜପା ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାଇବା‌ ସଂକଳ୍ପ ନେଇଥିଲେ। ଏହି ସମାବେଶରେ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ସରପଞ୍ଚ ସବିତା ଦାସ, ଭେଟେଶ୍ବର ପଞ୍ଚାୟତର ସରପଞ୍ଚ ସାବିତ୍ରୀ ଭୋଳ, ବାଣପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷା ସବିତା ସାହୁ, ଗମ୍ଭାରୀମୁଣ୍ଡା ପଞ୍ଚାୟତ‌ର ସମିତିସଭ୍ୟା ଅନିତା ପ୍ରଧାନ, ମହିଳା ନେତ୍ରୀ ସରୋଜିନୀ ପାଳ, ଦେଓଗାଁ ସରପଞ୍ଚ ଶ୍ରୀରେଣୁବାଳା ଛାଟୋଇ, ଆୟତପୁର ସରପଞ୍ଚ ନର୍ମଦା ପ୍ରଧାନ, ବିଷ୍ଣୁଡ଼ିହ ସରପଞ୍ଚ ପୁଷ୍ପିତା ପ୍ରଧାନ, ନାଚ଼ୁଣୀ ସରପଞ୍ଚ ସ୍ବପ୍ନାଞ୍ଜଳୀ ପଲାଇ, ବିରଜାଈ ମଣ୍ଡଳ ଭାଜପା ସଭାପତି ଜିତେନ୍ଦ୍ର କୁମାର ଭୋଳ, ନୀଳାଦ୍ରିପ୍ରସାଦ ପଞ୍ଚାୟତର ସରପଞ୍ଚ ଉମାକାନ୍ତ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସବିତା ସାମନ୍ତସିଂହାର, ବାଣପୁର ନଗର ମଣ୍ଡଳ ଭାଜପା ସଭାପତି ଭଗବାନ ପ୍ରଧାନ, ସିଦ୍ଧେଶ୍ୱରୀ‌ ମଣ୍ଡଳ ଭାଜପା ସଭାପତି ସୌମ୍ୟରଞ୍ଜନ ସାମନ୍ତରାୟ, ବରିଷ୍ଠ ବିଜେପି ନେତା ରମେଶ ଚ଼ନ୍ଦ୍ର ସାମନ୍ତସିଂହାର, କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ହରିଚ଼ନ୍ଦନ ଓ‌ ଜୟକୃଷ୍ଣ ପ୍ରତିହାରୀଙ୍କ ସମେତ ୫୦୦୦ ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ବଜ୍ରାଘାତରେ ଯୁବକଙ୍କ ପ୍ରାଣହାନୀ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବଜ୍ରାଘାତରେ ଜଣେ ଯୁବକ ପ୍ରାଣ ହରାଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ପ୍ରବଳ ବଜ୍ରପାତ ସହ ବର୍ଷା ହୋଇଥିବା ବେଳେ ବାଣପୁର ଏନଏସି ଦାଶରଥିପୁର ଗ୍ରାମ ହରିଜନ ସାହିର ସ୍ବର୍ଗତ ଗୋଲକ ନାୟକଙ୍କ ପୁତ୍ର ସାଗର ନାୟକ (୩୪)ଙ୍କ ଉପରେ ବଜ୍ରପାତ ହୋଇଥିଲା। ସେ ଘର ବାହାରେ ଶୋଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।

ତେବେ ପରିବାରବର୍ଗ ତାଙ୍କୁ ବାଣପୁର ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ ଘୋଷଣା କରିଥିଲେ। ଖବର ପାଇ ବାଣପୁର ପୋଲିସ କେସ ନମ୍ବର ୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୪ ରେ ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର: ଚଳିତ ଲୋକସଭା ନିର୍ବାଚନକୁ ଦ୍ରୁଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳଗୁଡିକ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ଓଡିଶାରେ ଉଭୟ ଲୋକସଭା ଆଉ ବିଧାନସଭା ନିର୍ବାଚନ ପାଇଁ ଦୁଇ ଜାତୀୟ ଦଳ ବିଜେପି ଆଉ କଂଗ୍ରେସ ପ୍ରଚାରକୁ ଓହ୍ଲାଇଥିବା ବେଳେ ଶାସକ ବିଜେଡ଼ି ଦଳ ମଧ୍ୟ ପୁଣିଥରେ ବାଜିମାତ କରିବା ପାଇଁ ଅଣ୍ଟା ଭିଡିଛି।

ତେବେ ବିଜେପି ଏଥର ସମସ୍ତ ଶକ୍ତି ଲଗାଇ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ଦାବି କରିଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବହୁ କେନ୍ଦ୍ରମନ୍ତ୍ରୀଗଣ ବାରମ୍ବାର ଓଡିଶା ଗସ୍ତ କରି ବିଜେପି ପାଇଁ ଭୋଟ ମାଗୁଛନ୍ତି।

ଏହିପ୍ରରିପ୍ରେକ୍ଷୀରେ ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା ୧୪ ତାରିଖ ଦିନ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଓଡ଼ିଶା ଆସୁଛନ୍ତି। ଶ୍ରୀ ଶର୍ମା ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସିଧା ଅପରାହ୍ଣ ୨ଟା ୩୦ରେ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ “ବିଶେଷ ସମ୍ପର୍କ ଅଭିଯାନ”ରେ ଯୋଗ ଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ପୁଣି ବୋମା ଧମକ: ଦୁଇଟି ହସ୍ପିଟାଲକୁ ଆସିଲା ଇମେଲ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ବୋମା ଧମକ ଦିଆଯାଇଛି। ଦିଲ୍ଲୀର ବୁରାଡି ସରକାରୀ ଡାକ୍ତରଖାନା ଏବଂ ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ବୋମା ବିପଦ ଥିବା ଏକ ଇମେଲ ମିଳିଛି। ଏହା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଭାରତରେ ମିଶାଇ ଦିଅ PoK!, ପାକିସ୍ତାନରେ ରାସ୍ତାକୁ ଓହ୍ଲାଇଲେ ଲୋକ, ଦେଲେ ଚେତାବନୀ

ନୂଆଦିଲ୍ଲୀ: ଶନିବାର ଦିନ ପାକିସ୍ତାନ ଅଧିକୃତ କାଶ୍ମୀରରେ ବିଦ୍ୟୁତ୍ ଓ ଅଟା ମୂଲ୍ୟ ବୃଦ୍ଧି ନେଇ ବିକ୍ଷୋଭ ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ପିଓକେରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ଏହି ହିଂସାତ୍ମକ ସଂଘର୍ଷରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିରେ କ୍ରୋଧିତ ପ୍ରଦର୍ଶନକାରୀ ଜଣେ ପୋଲିସ କର୍ମଚାରୀଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି।

ପାକିସ୍ତାନ ଅଧିକୃତ କାଶ୍ମୀରର ରାଜଧାନୀ ମୁଜାଫରବାଦରେ ଏହି ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ଗୁଳି ଛାଡିଥିଲା, ଏହା ପରେ ଲୋକଙ୍କ କ୍ରୋଧ ଆହୁରି ବଢିଯାଇଥିଲା ଏବଂ ଏହି ବିରୋଧ ଏକ ହିଂସାତ୍ମକ ରୂପ ନେଇଥିଲା।

ଧର୍ମଘଟ ଭୟ ହେତୁ ପାକିସ୍ତାନ ପ୍ରଶାସନିକ କାଶ୍ମୀର ସରକାର ସଂପୂର୍ଣ୍ଣ ପିଓକେ ରେ ଧାରା ୧୪୪ ଲାଗୁ କରିଥିଲେ। ଏହା ସହିତ ୧୦ ଏବଂ ୧୧ ମଇରେ ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଥିଲା।

ମୁଜାଫରବାଦ ଏବଂ ମିରପୁର ଡିଭିଜନର ବିଭିନ୍ନ ଅଞ୍ଚଳରେ ରାତିରେ ହୋଇଥିବା ଚଢାଉରେ ବହୁ ନେତା ଓ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା। ଏହା ପରେ ଶୁକ୍ରବାର ଦିନ ଧର୍ମଘଟ ଡକାଯାଇଥିଲା। ବର୍ତ୍ତମାନ ପୋଲିସ ଘଟଣାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି।

ପିଓକେ ରେ ବଡ ବିରୋଧ ପ୍ରଦର୍ଶନ କରାଯାଉଛି ଏବଂ ଏକ ସାମରିକ ଗୁପ୍ତଚର ଗାଡିକୁ ମଧ୍ୟ ନଷ୍ଟ କରିଦିଆଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କାରକୁ ଧକ୍କା ଦେଲା ଅନିୟନ୍ତ୍ରିତ ଡମ୍ପର: ଦୁର୍ଘଟଣାରେ ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ନର୍ମଦା ନଦୀରୁ ବେଆଇନ ବାଲି ଖନନ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଜୟପ୍ରକାଶ କିରାର ସଡକ ଦୁର୍ଘଟଣାରେ ସନ୍ଦେହଜନକ ଭାବେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ କାର ପଛରୁ ଏକ ଡମ୍ପର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

Categories
ଆଞ୍ଚଳିକ

ଚିଲିକା କୂଳରୁ ମୃତ ଡ଼ଲଫିନ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ଚିଲିକା କୂଳ ଗୋପବନ୍ଧୁ ନଗର ଠାରେ ଏକ ମୃତ ଡ଼ଲଫିନ ଉଦ୍ଧାର ହୋଇଛି।  ସୂଚନା ପାଇ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ମୃତ୍ ଡ଼ଲଫିନ ଜବତ କରିଛନ୍ତି। ଏହା ଇରାୱାଡି ପ୍ରଜାତିର ଡ଼ଲଫିନ ବୋଲି ଜଣାପଡିଛି।

ତେବେ ଡ଼ଲଫିନର ବୟସ ଆନୁମାନିକ ଦୁଇ ବର୍ଷ ଭିତରେ ହୋଇଥିବାବେଳେ ଏହାର ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଛି। ବର୍ତ୍ତମାନ ମୃତ ଡ଼ଲଫିନର ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଇନ୍ଦୋରରେ NOTA ପାଇଁ କଂଗ୍ରେସ କାହିଁକି ଭୋଟ୍ ମାଗୁଛି?: ବିଜେପି କହିଲା, ଏହାଗଣତନ୍ତ୍ର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଇନ୍ଦୋର ଲୋକସଭା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ଯୋଗ ଦେଇଛନ୍ତି। ଏହାପରେ କଂଗ୍ରେସ ବର୍ତ୍ତମାନ ଶାସକ ଦଳକୁ ଏକ ଶିକ୍ଷା ଦେବା ପାଇଁ ନୋଟା ଉପରେ ନିର୍ଭର କରୁଛି। ୩୫ ବର୍ଷ ଧରି (୧୯୮୯) ଭୋଟରଙ୍କ ଦୃଷ୍ଟିରୁ ମଧ୍ୟପ୍ରଦେଶର ବୃହତ୍ତମ ଇନ୍ଦୋର ଆସନ ଜିତିବାରେ କଂଗ୍ରେସ ସକ୍ଷମ ହୋଇ ନାହିଁ। ତେବେ ଏହା ପ୍ରଥମ ଥର ହେବ ଯେ, ଏଠାରେ କଂଗ୍ରେସ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇ ନାହିଁ। ସାଂସଦ ଶଙ୍କର ଲାଲୱାନୀଙ୍କୁ ବିଜେପି ପ୍ରାର୍ଥୀ କରିଛି। କଂଗ୍ରେସ ଅକ୍ଷୟ କାନ୍ତି ବମଙ୍କୁ ଏଠାରୁ ଟିକେଟ ଦେଇଥିଲା, କିନ୍ତୁ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ସେ ନିର୍ବାଚନରୁ ଓହରି ଯାଇଥିଲେ ଏବଂ ପରେ ଦଳ ଛାଡିଥିଲେ। ତା’ପରେ ସେ ବିଜେପିରେ ଯୋଗ ଦେଇଥିଲେ।

ସୋମବାର ଇନ୍ଦୋରରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ରାଜ୍ୟ କଂଗ୍ରେସ ମୁଖ୍ୟ ଜିତୁ ପଟୱାରୀ କହିଛନ୍ତି ଯେ, ଇନ୍ଦୋରରେ ଅନ୍ୟ କୌଣସି ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ ନାହିଁ ଏବଂ ବିଜେପିକୁ ଦଣ୍ଡ ଦେବା ପାଇଁ ନୋଟାରେ ଦେବାକୁ ଲୋକମାନଙ୍କୁ ଅନୁରୋଧ କରିଛି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ସଜନ ବର୍ମା ଟ୍ୱିଟରରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କହିଛନ୍ତି ଯେ, ମୁଁ ଇନ୍ଦୋରବାସୀଙ୍କୁ ନିବେଦନ କରୁଛି … ଆମର କଂଗ୍ରେସ ପ୍ରାର୍ଥୀଙ୍କୁ କିଛି ଲୋକ ଚୋରି କରିଛନ୍ତି ଏବଂ ଆପଣ ଭୋଟ୍ ଦେବାକୁ ବାଧ୍ୟ ହେଉଛନ୍ତି। ଯଦି ଆପଣ ସେମାନଙ୍କୁ ଏକ ଶିକ୍ଷା ଦେବାକୁ ଚାହୁଁଛନ୍ତି, ତେବେ NOTA ବଟନ୍ ଦବାନ୍ତୁ ଏବଂ ଗଣତନ୍ତ୍ରକୁ ବଞ୍ଚାନ୍ତୁ। ”

କଂଗ୍ରେସର ବରିଷ୍ଠ ନେତା ଶୋଭା ଓଝାଙ୍କ କହିଛନ୍ତି ଯେ, “ଗତ ପୌରପାଳିକା ଏବଂ ବିଧାନସଭା ନିର୍ବାଚନରେ ​​ଇନ୍ଦୋର ଭୋଟରମାନେ ବିଜେପିକୁ ଏକ ବୃହତ ବିଜୟ ପ୍ରଦାନ କରିଥିଲେ। ଏହା ସତ୍ତ୍ୱେ ବିଜେପି ପ୍ରଲୋଭନ ଦେଖାଇ ଗଣତନ୍ତ୍ରକୁ ହତ୍ୟା କରିଛି। NOTA ବିକଳ୍ପ ଚୟନ କରି ବିଜେପିକୁ ଜବାବ ଦିଅନ୍ତୁ।”

ତେବେ ରେକର୍ଡ ସଂଖ୍ୟକ ଭୋଟ୍ ପାଇବା ସମ୍ଭାବନାକୁ ନେଇ କଂଗ୍ରେସ ଅଭିଯାନକୁ ବିଜେପି ଏକ ନକାରାତ୍ମକ ରଣନୀତି ଏବଂ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛି। ଏହି ସପ୍ତାହ ପୂର୍ବରୁ ବିଜେପି କାଉନସିଲର ସାନ୍ଧ୍ୟା ଯାଦବ ‘ଲୋକତନ୍ତ୍ର ବଚାଓ ସମିତି’ ନାମକ ଏକ ସଂସ୍ଥା ଦ୍ୱାରା ଲାଗିଥିବା ଏକ ପୋଷ୍ଟରକୁ କାଢୁଥିବା କ୍ୟାମେରାରେ ଧରାପଡିଥିଲେ, ଯେଉଁଥିରେ ନୋଟାକୁ ଭୋଟ୍ ଦେବା ପାଇଁ କୁହାଯାଇଥିଲା। କଂଗ୍ରେସ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି। ସାନ୍ଧ୍ୟା ଯାଦବ ପିଟିଆଇକୁ କହିଛନ୍ତି ଯେ, ସେ ଏଭଳି ପୋଷ୍ଟର ହଟାଇବା ଜାରି ରଖିବେ ଏବଂ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଗଣତନ୍ତ୍ରର ସ୍ୱାର୍ଥରେ ନୁହେଁ। ମଧ୍ୟପ୍ରଦେଶ ବିଜେପି ମୁଖ୍ୟ ଭି.ଡି ଶର୍ମା ଏହା ମଧ୍ୟ କହିଛନ୍ତି ଯେ, ନୋଟା ବଟନକୁ ଦବେଇବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଗଣତନ୍ତ୍ରର ଅପରାଧ।

ପୂର୍ବତନ ଲୋକସଭା ବାଚସ୍ପତି ତଥା ଇନ୍ଦୋରର ଆଠଥର ସାଂସଦ ସୁମିତ୍ରା ମହାଜନ ଶେଷ ମୁହୂର୍ତ୍ତରେ କଂଗ୍ରେସ ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର କରିବା ଅନ୍ୟାୟ ବୋଲି କହିଛନ୍ତି କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କେବଳ ଭୋଟରଙ୍କ ଅଧିକାର ରହିଛି। ମହାଜନ କହିଛନ୍ତି ଯେ, “ଇନ୍ଦୋରରେ ମୁଖ୍ୟ ବିରୋଧୀ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି … ଏହା ହେବା ଉଚିତ ନୁହେଁ। ଏହାର କୌଣସି ଆବଶ୍ୟକତା ନଥିଲା, କାରଣ କାନ୍ଥରେ ଲେଖାଥିଲା ଯେ ବିଜେପିକୁ ଇନ୍ଦୋରରେ କୌଣସି ପ୍ରାର୍ଥୀ ହରାଇପାରିବେ ନାହିଁ। ସୁମିତ୍ରା ମହାଜନ କହିଛନ୍ତି ଯେ, ସହରର କିଛି ଲୋକ ତାଙ୍କୁ ପଚାରିଲେ ଯେ ସେମାନେ ନୋଟାକୁ ବାଛିବେ କାରଣ ବିଜେପି ଯାହା କରିଲା ତାହାକୁ ସେମାନେ ପସନ୍ଦ କରନ୍ତି ନାହିଁ। ତେଣୁ ମୁଁ ସେମାନଙ୍କୁ ବୁଝାଇଲି ଯେ, ବିଜେପିର ଏହା ସହିତ କିଛି ବି ସମ୍ବନ୍ଧ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦଳ ଏହାର ମୂଳ ଆଦର୍ଶରେ କାଏମ ରହିଛି ଏବଂ ଆମର ପ୍ରାର୍ଥୀ ଲାଲୱାନି ମଇଦାନରେ ଅଛନ୍ତି, ତେଣୁ ସେମାନେ ନୋଟା ପରିବର୍ତ୍ତେ ବିଜେପିକୁ ଭୋଟ୍ ଦେବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର

ସାମାନ୍ୟ କଥାକୁ ନେଇ ଝଗଡା: ବିଜେପି ନେତାଙ୍କ ଉପରକୁ ଗୁଳି ଚଳାଇଲେ ଅବସରପ୍ରାପ୍ତ ସୈନିକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବସ୍ତିରେ ବିଜେପି ନେତାଙ୍କୁ ଜଣେ ଅବସରପ୍ରାପ୍ତ ସୈନିକ ଗୁଳି କରିଛନ୍ତି। ସେଠାରେ ଉପସ୍ଥିତ ଲୋକମାନେ ଶୀଘ୍ର ଆହତ ନେତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। ଏବଂ ସେଠାରେ ଆହତ ନେତା ଚିକିତ୍ସିତ ହେଉଛନ୍ତି।

ବାସ୍ତବରେ, ଜଣେ ଅବସରପ୍ରାପ୍ତ ସେନା ସାମାନ୍ୟ ବିବାଦକୁ ନେଇ ରାଗରେ ବିଜେପି ନେତାଙ୍କୁ ଗୁଳି ଚଳାଇଥିଲେ। ଗୁଳି ଚଳାଇବା ପରେ ବିଜେପି ନେତା ତଳେ ପଡ଼ିଯାଇଥିଲେ, ଯେଉଁଥିରେ ସାଙ୍ଗମାନେ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ବସ୍ତି ପୋଲିସ ଥାନାକୁ ଜଣାଇଥିଲେ। ଅବସରପ୍ରାପ୍ତ ସୈନିକ ବର୍ତ୍ତମାନ ଏଫସିଆଇ ଗୋଡାଉନରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି ଏବଂ ସେ ଗୁଳି ଚଳାଇଥିବା ବିଜେପି ନେତାଙ୍କ ପିତାଙ୍କ ଜଣେ ଭଲ ବନ୍ଧୁ। ଉଭୟ ପକ୍ଷ ଏହି ପ୍ରସଙ୍ଗରେ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।

ସମଗ୍ର ବିଷୟ କ’ଣ?:

ନଗର ପୋଲିସ ଷ୍ଟେସନ ଅଞ୍ଚଳର ଲଖନହଟ ନିବାସୀ ବିଜୟ କୁମାର ଦୁବେ ପୁରୁଣା ବସ୍ତିରେ ଅବସ୍ଥିତ ଏଫସିଆଇ ଗୋଦାମରେ ରକ୍ଷୀ ଭାବରେ କାର୍ଯ୍ୟ କରନ୍ତି। ପରିବାର ସଦସ୍ୟଙ୍କ ଅନୁଯାୟୀ ଗତକାଲି ତାଙ୍କ ନାତିଙ୍କ ଜନ୍ମଦିନ ଥିଲା। ଘରେ ଲୋକମାନେ ନାତିଙ୍କ ଜନ୍ମଦିନ ପାଳନ କରୁଥିଲେ ଏବଂ ସେମାନେ ଅବସରପ୍ରାପ୍ତ ସୈନିକଙ୍କ ସହିତ ଗୋଦାମରେ ରହୁଥିଲେ। ପ୍ରକାଶ ଯେ ଉଭୟ ସାଙ୍ଗ ମଧ୍ୟ ମଦ୍ୟପାନ କରିଥିଲେ। ଏକ ବାଇକ୍ ଚଳାଉଥିବା ବିଜୟ ନିଶାସକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ, ଯାହାର ବାଇକ୍ ଏବଂ ମୋବାଇଲ୍ ଏଫ୍ସିଆଇ ଗେଟ୍ ଭିତରେ ରଖିଦିଆଯାଇଥିଲା ଏବଂ ବିଜୟଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ପରିସ୍ଥିତି ସ୍ୱାଭାବିକ ହେବା ପରେ ତାଙ୍କୁ ଘରକୁ ପଠାଯାଇଥିଲା।

ଏଠାରେ ବିଜେପି ନେତା ଅନୁରାଗ ଦ୍ୱିବେଦୀ ତାଙ୍କ ସାଙ୍ଗମାନଙ୍କ ସହ ତାଙ୍କ ପିତାଙ୍କ ବାଇକ ଏବଂ ମୋବାଇଲ ନେବା ପାଇଁ ଏଫସିଆଇ ଗୋଦାମରେ ପହଞ୍ଚିଥିଲେ, ଯାହା ପରେ ଘଟଣା ବିଗିଡିଯାଇଥିଲା, ଅନୁରାଗଙ୍କ ପିତାଙ୍କ ବନ୍ଧୁ କହିଥିଲେ ଯେ ସେ ବାଇକଟି ଆପଣଙ୍କୁ ଦେବେ ନାହିଁ ବରଂ କେବଳ ଆପଣଙ୍କ ପିତାଙ୍କୁ ଦେବେ , ଯାହା ପରେ ଅନୁରାଗ ଏବଂ ଅବସରପ୍ରାପ୍ତ ସୈନିକମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହେଲା। କଥା ଏତେ ଖରାପ ହେଲା ଯେ, ଅବସରପ୍ରାପ୍ତ ସୈନିକ ଅନୁରାଗଙ୍କୁ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଦ୍ଵାରା ଗୁଳି କରିଥିଲେ। ଅନୁରାଗଙ୍କ ବାହୁ ଏବଂ ପିଠିରେ ଗୁଳି ବାଜିଥିଲା।

Categories
ଆଜିର ଖବର ଜାତୀୟ ଖବର

ବିହାରରେ ମଲ୍ଲିକାର୍ଜୁନ ଖଡଗେଙ୍କ ଯାଞ୍ଚ ହେଲା ହେଲିକପ୍ଟର: କଂଗ୍ରେସ କଲା ପ୍ରଶ୍ନ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଲୋକସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ଅଧିକାରୀଙ୍କୁ କଂଗ୍ରେସ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ବିହାରର ସମସ୍ତିପୁରରେ ତାଙ୍କର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିବାବେଳେ ବିଜେପି ନେତୃତ୍ୱାଧୀନ ଏନଡିଏର ନେତାମାନଙ୍କୁ “ମୁକ୍ତ” ଯିବାକୁ ଅନୁମତି ଦିଆଯାଇଛି। ପ୍ରକାଶ ଯୋଗ୍ୟ ଯେ, ଶନିବାର ଦିନ ବିହାରର ସମସ୍ତିପୁର ଏବଂ ମୁଜାଫରପୁରରେ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚନୀନ ରାଲିକୁ ସମ୍ବୋଧିତ କରିଥିଲେ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର କେରଳରେ ଯାଞ୍ଚ କରାଯାଇଥିଲା ଏବଂ ବର୍ତ୍ତମାନ ଦଳର ସଭାପତି ଖଡଗେଙ୍କ ହେଲିକପ୍ଟର ବିହାରର ସମସ୍ତିପୁରରେ ଯାଞ୍ଚ କରାଯାଇଛି ବୋଲି ହ୍ଵାଟସ୍ ଆପ୍ ର ଏକ ଭିଡିଓ ବାର୍ତ୍ତାରେ କଂଗ୍ରେସ ନେତା ରାଜେଶ ରାଠୋର ଦାବି କରିଛନ୍ତି। ରାଜେଶ ରାଠୋର ହେଉଛନ୍ତି କଂଗ୍ରେସର ବିହାର ୟୁନିଟର ମୁଖ୍ୟ ମୁଖପାତ୍ର। ଏକ ଭିଡିଓ ସେୟାର କରି ସେ ଦାବି କରିଛନ୍ତି ଯେ, ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ନିଜେ ସମସ୍ତିପୁରରେ ଖଡଗେଙ୍କ ହେଲିକପ୍ଟର ଯାଞ୍ଚ ଉପରେ ନଜର ରଖିଛନ୍ତି।

ଏହାର ଚାରିପାଖରେ ଉପସ୍ଥିତ ଥିବା ପୋଲିସ ସମେତ ଅଧିକାରୀଙ୍କ ସହ ଏକ ହେଲିକପ୍ଟର ଦେଖାଯାଇଛି। କଂଗ୍ରେସ ମୁଖପାତ୍ର ରାଜେଶ ରାଠୋର ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, “ନିର୍ବାଚନ ଆୟୋଗ (ଇସି) ସ୍ପଷ୍ଟ କରିବା ଉଚିତ ଯେ କଂଗ୍ରେସ ନେତାଙ୍କ ହେଲିକପ୍ଟର ଯାଞ୍ଚ ନିୟମିତ ଅଟେ। ବରିଷ୍ଠ ଏନଡିଏ ନେତାଙ୍କ ଉପରେ ମଧ୍ୟ ସମାନ ଯାଞ୍ଚ କରାଯାଇଥିଲା କି?” ସେ କହିଛନ୍ତି ଯେ, “ନିର୍ବାଚନ କମିଶନ ଏଭଳି ସମସ୍ତ ରେକର୍ଡକୁ ସାର୍ବଜନୀନ କରିବା ଉଚିତ୍, ନଚେତ୍ ଏହା ବିଶ୍ୱାସ ହେବ ଯେ ଏହା କେବଳ ବିରୋଧୀ ନେତାଙ୍କୁ ଟାର୍ଗେଟ କରାଯାଉଛି। ଏବଂ ଏନଡିଏ ନେତାମାନଙ୍କୁ ମୁକ୍ତ ଭାବେ ଯିବାକୁ ଦିଆଯାଉଛି।”

କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇଥିବା ସମସ୍ତ ନେତାଙ୍କ ଭିଡିଓ ନିର୍ବାଚନ ଆୟୋଗ ବାହାର କରିବା ଉଚିତ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ ୨୦୨୪: ଅରେଞ୍ଜ ଓ ପର୍ପଲ କ୍ୟାପ ଦୌଡରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଜସପ୍ରିତ ବୁମ୍ରା ପୁଣି ପର୍ପଲ କ୍ୟାପ ଦୌଡରେ ଶୀର୍ଷରେ ରହିଛନ୍ତି। ବର୍ତ୍ତମାନ ଜସପ୍ରୀତ ବୁମରା ୧୩ ଟି ମ୍ୟାଚରେ ୨୦ ଟି ୱିକେଟ୍ ନେଇଛନ୍ତି। ତେବେ ଦ୍ୱିତୀୟ ସ୍ଥାନରେଥିବା ହର୍ଷଲ ପଟେଲଙ୍କ ମଧ୍ୟ ୨୦ ଟି ୱିକେଟ୍ ଅଛି, କିନ୍ତୁ ଭଲ ଆଭରେଜ ହେତୁ ଜସପ୍ରୀତ ବୁମ୍ରା ଶୀର୍ଷରେ ଅଛନ୍ତି। ଏଥି ସହିତ କୋଲକାତା ନାଇଟ୍ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ୧୨ ଟି ମ୍ୟାଚରେ ବରୁଣ ଚକ୍ରବର୍ତ୍ତୀ ୧୮ ଟି ୱିକେଟ୍ ନେଇଛନ୍ତି। ଚତୁର୍ଥ ସ୍ଥାନରେ ଥିବା ହର୍ଷିତ ରାଣା ୨୦.୭୫ ହାରରେ ୧୦ ଟି ମ୍ୟାଚରେ ୧୬ ଟି ୱିକେଟ୍ ନେଇଛନ୍ତି। ଏଥିସହ ପଞ୍ଚମ ସ୍ଥାନରେ ଥିବା ପଞ୍ଜାବ କିଙ୍ଗ୍ସର ଅର୍ଶଦୀପ ସିଂଙ୍କ ମଧ୍ୟ ୧୬ ଟି ୱିକେଟ୍ ରହିଛି।

ବିରାଟ କୋହଲିଙ୍କ ଦବଦବା ଜାରି:

ଏହିପରି ଭାବରେ, ଯଦି ଆମେ ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ଅରେଞ୍ଜ କ୍ୟାପ୍ ଦୌଡରେ ଅନ୍ତର୍ଭୁକ୍ତ ଶ୍ରେଷ୍ଠ-୫ ବୋଲରଙ୍କ ବିଷୟରେ ଆଲୋଚନା କରିବା, ତେବେ ହର୍ଷଲ ପଟେଲ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ଏବଂ ଅର୍ଶଦୀ ସିଂଙ୍କ ନାମ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଯଦି ଆମେ ଏହି ତାଲିକାରେ ଅବଶିଷ୍ଟ ବୋଲରଙ୍କ ବିଷୟରେ ଆଲୋଚନା କରିବା, ସେଠାରେ ସୁନୀଲ ନରେନ, ଟି ନାଟରାଜନ, ଆଣ୍ଡ୍ରେ ରସେଲ ଏବଂ ମୁକେଶ କୁମାର ଅଛନ୍ତି। ଏଥି ସହିତ ବିରାଟ କୋହଲି ଅରେଞ୍ଜ କ୍ୟାପ ଦୌଡରେ ଶୀର୍ଷରେ ରହିଛନ୍ତି। ବିରାଟ କୋହଲି ୭୦.୪୪ ହାରରେ ୧୨ ଟି ମ୍ୟାଚରେ ୬୩୪ ରନ୍ କରିଛନ୍ତି। ଏହା ପରେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ରୁତୁରାଜ ଗାଇକ୍ଵାଡ ୫୪.୧୦ ହାରରେ ୧୨ ଟି ମ୍ୟାଚରେ ୫୪୧ ରନ୍ ସଂଗ୍ରହ କରିଛନ୍ତି।

ଏହି ବ୍ୟାଟ୍ସମ୍ୟାନମାନେ ବହୁତ ଭଲ ଫର୍ମରେ ଅଛନ୍ତି …

ବିରାଟ କୋହଲି ଏବଂ ରୁତୁରାଜ ଗାଇକ୍ଵାଡଙ୍କ ପରେ ସନରାଇଜର୍ସ ହାଇଦ୍ରାବାଦର ଟ୍ରାଭିସ୍ ହେଡ୍ ତୃତୀୟ ସ୍ଥାନରେ ରହିଛନ୍ତି। ଟ୍ରାଭିସ୍ ହେଡ୍ ୫୩.୩୦ ହାରରେ ୧୧ ଟି ମ୍ୟାଚ୍ ରେ ୫୩୩ ରନ୍ ସଂଗ୍ରହ କରିଛନ୍ତି। ଚତୁର୍ଥ ସ୍ଥାନରେ ଥିବା ଗୁଜୁରାଟ ଟାଇଟାନ୍ସର ସାଇ ସୁଦର୍ଶନ ୪୭.୯୧ ହାରରେ ୧୨ ଟି ମ୍ୟାଚରେ ୫୨୭ ରନ୍ କରିଛନ୍ତି। ଏଥି ସହିତ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଅରେଞ୍ଜ କ୍ୟାପ୍ ଦୌଡରେ ପଞ୍ଚମ ସ୍ଥାନରେ ଅଛନ୍ତି। ସଞ୍ଜୁ ସାମସନ ୬୭.୨୯ ହାରରେ ୧୧ ଟି ମ୍ୟାଚରେ ୪୭୧ ରନ୍ ସଂଗ୍ରହ କରିଛନ୍ତି। ଷଷ୍ଠ ସ୍ଥାନରେ ଥିବା କୋଲକାତା ନାଇଟ୍ ରାଇଡର୍ସର ସୁନୀଲ ନରେନ ୩୮.୪୨ ହାରରେ ୧୨ ଟି ମ୍ୟାଚରେ ୪୬୧ ରନ୍ ସଂଗ୍ରହ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

PoK ରେ ଯୁଦ୍ଧ ଭଳି ପରିସ୍ଥିତି: ଅଟା ମୂଲ୍ୟ ବୃଦ୍ଧି ଯୋଗୁଁ ସୁରକ୍ଷା ବାହିନୀକୁ ଗୋଡ଼ାଇ ପିଟିଲେ କାଶ୍ମୀରବାସୀ

ନୂଆଦିଲ୍ଲୀ: କାଶ୍ମୀର ଦଖଲ କରିଥିବା ପାକିସ୍ତାନରେ ଯୁଦ୍ଧ ଭଳି ପରିସ୍ଥିତି। ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିବାର ଖବର ମଧ୍ୟ ରହିଛି। ଶୁକ୍ରବାର ଦିନ ପାକିସ୍ତାନର ଅତ୍ୟାଚାର ବିରୋଧରେ ବହୁ ସଂଖ୍ୟାରେ କାଶ୍ମୀରବାସୀ ରାସ୍ତାକୁ ଓହ୍ଲାଇଛନ୍ତି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ମୁଦ୍ରାସ୍ଫୀତି ବୃଦ୍ଧି, ଭାରି ଟିକସ ଏବଂ ବିଦ୍ୟୁତ ଅଭାବ ହେତୁ ଏହି ପ୍ରଦର୍ଶନ କରାଯାଉଛି। ଜନସାଧାରଣ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷରେ ଜଣେ ପୋଲିସ କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏଥିପାଇଁ ପିଓକେର ଲୋକମାନେ ୧୧ ମଇ ଶନିବାର ଦିନ ଏକ ବିଶାଳ ବିରୋଧର ଯୋଜନା କରିଥିଲେ, କିନ୍ତୁ ଗୋଟିଏ ଦିନ ପୂର୍ବରୁ ମୁଜାଫରବାଦରେ ଅତିରିକ୍ତ ପୋଲିସ ଫୋର୍ସ ଡକାଯାଇ ଲୋକଙ୍କୁ ଅଟକାଇବା ଆରମ୍ଭ କରିଥିଲେ, ଯାହା ପରେ ଲୋକଙ୍କ କ୍ରୋଧ ବଢିଯାଇଥିଲା। ଏତଦ୍ ବ୍ୟତୀତ, ଦାଦିଆଲ୍, ମିରପୁର ଏବଂ ସମାହନି, ରାୱାଲକୋଟ ସମେତ ପିଓକେ ର ଅନ୍ୟ ଅଞ୍ଚଳରୁ ସଂଘର୍ଷର ଖବର ଆସିଥି।

ଖବର ଅନୁଯାୟୀ, ପାକିସ୍ତାନୀ ସୈନ୍ୟବାହିନୀ ଶୁକ୍ରବାର ଦିନ ମିରପୁର ଜିଲ୍ଲାର ୭୦ ରୁ ଅଧିକ ଲୋକଙ୍କୁ ଗିରଫ କରିଛନ୍ତି। ଏହା ପରେ କ୍ରୋଧିତ ଜନତା ରାସ୍ତାକୁ ଓହ୍ଲାଇଛନ୍ତି। ଗିରଫଦାରୀକୁ ବିରୋଧ କରି ସାଧାରଣ ଜନତା ସୁରକ୍ଷା ବାହିନୀ ଉପରେ ପଥର ଫିଙ୍ଗିଛନ୍ତି ଏବଂ ଅନେକ ସ୍ଥାନରେ ସଂଘର୍ଷ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି।

ବାସ୍ତବରେ, ପାକିସ୍ତାନୀମାନେ ମୁଦ୍ରାସ୍ଫୀତି ସହିତ ସଂଘର୍ଷ କରୁଛନ୍ତି। ୩ ବିଲିୟନ ଡଲାରର ଋଣ ଅନୁମୋଦନ କରିବାବେଳେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କଡା ସର୍ତ୍ତ ରଖିଛି, ଯେଉଁ କାରଣରୁ ପରିସ୍ଥିତି ଆହୁରି ବିଗିଡି ଯାଇଛି। ବିଦ୍ୟୁତ୍ ହାର ବୃଦ୍ଧି ହେତୁ ସମସ୍ୟା ବଢିଚାଲିଛି ଏବଂ ପାକିସ୍ତାନର ଲୋକମାନେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏହି ରାଶିର ଲୋକମାନେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଲାଲ୍ ତିଲକ, ଜୀବନରେ ବଢିପାରେ ସଙ୍କଟ

ଜ୍ୟୋତିଷ ଶାସ୍ତ୍ର: ହିନ୍ଦୁ ଧର୍ମରେ ତିଲକକୁ କପାଳରେ ଲଗାଇବାର ଏକ ବିଶେଷ ଗୁରୁତ୍ୱ ରହିଛି। ହିନ୍ଦୁ ଧର୍ମ ବିଶ୍ୱାସ କରେ ଯେ କପାଳରେ ତିଲକ ଲଗାଇବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ମନରେ ସକାରାତ୍ମକତା ଆଣିଥାଏ ଏବଂ ରାଶିଫଳରେ ଉପସ୍ଥିତ ଭୟଙ୍କର ଗ୍ରହମାନଙ୍କୁ ଶାନ୍ତ କରିଥାଏ। ଲାଲ ତିଲକ ସାଧାରଣତଃ ଶୁଭ କିମ୍ବା ମାଙ୍ଗଳିକ ଉତ୍ସବରେ, ସ୍ୱତନ୍ତ୍ର ପର୍ବ କିମ୍ବା ଉତ୍ସବରେ ପ୍ରୟୋଗ କରାଯାଏ। ତିଲକ ପ୍ରୟୋଗ କଲେ ବ୍ୟକ୍ତିତ୍ୱରେ ସାତ୍ଵିକତା ପ୍ରତିଫଳିତ ହୁଏ, କିନ୍ତୁ ଏହି ରାଶିର ଲୋକମାନେ ଭୁଲରେ ମଧ୍ୟ ଲାଲ ରଙ୍ଗର ତିଲକ ପ୍ରୟୋଗ କରିବା ଉଚିତ ନୁହେଁ?

ଲାଲ୍ ତିଲାକ କାହିଁକି ପ୍ରୟୋଗ କରିବା ଉଚିତ୍ ନୁହେଁ?

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ସହିତ ରଙ୍ଗର ସମ୍ପର୍କ ବିଷୟରେ କୁହାଯାଇଛି। ଆମ ଜୀବନରେ ସୁଖ ଏବଂ ଦୁଃଖର ପ୍ରଭାବ ଗ୍ରହମାନଙ୍କର ରାଶିର ପରିବର୍ତ୍ତନ ଓ ଗତିବିଧି ଉପରେ ମଧ୍ୟ ନିର୍ଭର କରେ। ଏହା ସହିତ, ଗ୍ରହ ସହିତ ଜଡିତ ରଙ୍ଗ ମଧ୍ୟ ଜଣେ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଗ୍ରହ ସହିତ ଲାଲ ରଙ୍ଗ ଜଡିତ। ନାଲି ରଙ୍ଗ ସବୁଠାରୁ ଶକ୍ତିଶାଳୀ ରଙ୍ଗ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ ଏବଂ ଶକ୍ତି ଗ୍ରହ ଭାବରେ ବିବେଚନା କରାଯାଏ। ଏମାନଙ୍କୁ ନିଷ୍ଠୁର ଗ୍ରହ କୁହାଯାଏ। ମଙ୍ଗଳ ଗ୍ରହ ପରି ଲାଲ ରଙ୍ଗ ମଧ୍ୟ ଉତ୍ସାହ ଏବଂ କ୍ରୋଧକୁ ପ୍ରତିପାଦିତ କରେ।

କେଉଁମାନେ ଲାଲ୍ ତିଲକ ପ୍ରୟୋଗ କରିବା ଉଚିତ୍ ନୁହେଁ?:

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ମେଷ ଏବଂ କର୍କଟର ଶାସକ ଗ୍ରହ ଭାବରେ ବିବେଚନା କରାଯାଇଛି। ଗ୍ରହମାନଙ୍କର ମାଲିକାନା ରାଶି ଉପରେ ସର୍ବାଧିକ ପ୍ରଭାବ ପଡିଥାଏ। ମଙ୍ଗଳ ଗ୍ରହର ରଙ୍ଗ ଲାଲ, ସେମାନଙ୍କ ପାଇଁ ଲାଲ ରଙ୍ଗ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ଯଦି ମେଷ ଏବଂ କର୍କଟ ରାଶିରେ ମଙ୍ଗଳ ଗ୍ରହ ନିମ୍ନମାନର ସ୍ଥିତିରେ ଅଛନ୍ତି, ତେବେ ଏହି ଜାତକ ଗୁଡିକରେ ଉତ୍ତେଜନା ଏବଂ କ୍ରୋଧ ବୃଦ୍ଧି ପାଇଥାଏ। ଲାଲ୍ ରଙ୍ଗ ଏପରି ଲୋକଙ୍କ ପାଇଁ ଶୁଭ ନୁହେଁ। ଲାଲ୍ ରଙ୍ଗ ଏହି ଲୋକଙ୍କୁ ଅପ୍ରୀତିକର ଫଳାଫଳ ଦେଇଥାଏ। ସେଥିପାଇଁ ସେମାନେ ଲାଲ ରଙ୍ଗରୁ ଦୂରେଇ ରହିବା ଉଚିତ୍। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେଷ ଏବଂ କର୍କତର ଲୋକମାନେ ଏହି ପରିସ୍ଥିତିରେ ଲାଲ୍ ତିଳକ ପ୍ରୟୋଗ କରିବା ଉଚିତ୍ ନୁହେଁ।

ଶନି ଦେବ ଲାଲ ରଙ୍ଗରେ କ୍ରୋଧିତ ହୁଅନ୍ତି:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ଏବଂ ମଙ୍ଗଳଙ୍କର ଶତ୍ରୁତା ରହିଛି। ଶନି କଳା ରଙ୍ଗକୁ ପସନ୍ଦ କରୁଥିବାବେଳେ ଲାଲ ରଙ୍ଗକୁ ଘୃଣା କରନ୍ତି। ଏପରି ପରିସ୍ଥିତିରେ ଶନିଙ୍କ ରାଶି ମକର ରାଶି ଏବଂ କୁମ୍ଭ ରାଶି ପାଇଁ ଲାଲ ରଙ୍ଗ ଅଶୁଭ ବୋଲି ବିବେଚନା କରାଯାଏ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଜୀବନରେ ପ୍ରକୃତ ସଫଳତା କଣ ? ଏହାର କଣ ଶେଷ ଅଛି ?

ଜୀବନର ସଫଳତାର ରାସ୍ତା : ଯେବେ ମୁଁ ଜନ୍ମ ହେଲି ବାପା-ମା ଭାବିଲେ ଏଇଟା ତାଙ୍କର ସଫଳତା। ତାପରେ ଯେତେବେଳେ ଚାଲି ଶିଖିଲି ଆଉ କଥା କହି ପାରିଲି ସେତେବେଳେ ଲାଗିଲା ଏଇଟା ହିଁ ସଫଳତା। ତା ପରେ ସ୍କୁଲ ଗଲି ଆଉ ସେଠାରେ ଜାଣିଲି ଯେ କ୍ଲାସ ରେ ପ୍ରଥମ ହେବା ମାନେ ସବୁଠୁ ବେଶି ମାର୍କ ରଖିବା ମାନେ ହିଁ ସଫଳତା।

ତା ପରେ ବୁଝିଲି ଯେ ଅସଲ ସଫଳତା ତ ମାଧ୍ୟମିକ ରେ ଭଲ ନମ୍ବର ର ରଖିଲେ ମିଳେ।
ତା ପରେ ପୁଣି ଭୁଲ ଭାଙ୍ଗିଲା, ଜାଣିବାକୁ ପାଇଲି ଯେ ଉଚ୍ଚ ମାଧ୍ୟମିକ ରେ ଭଲ ରେଜଲ୍ଟ କୁ ସଫଳତା କୁହାଯାଏ।

ଏଇଠି ଶେଷ ନାହିଁ ଏହା ପରେ ବୁଝିଲି ଯେ ଭଲ ବିଷୟ ନେଇ ଭଲ କଲେଜରେ ଚାନ୍ସ ପାଇବା ହିଁ ସଫଳତା, କାହିଁକି ନା ସେଠି ପଢିଲେ ଭଲ ଚାକିରୀ ମିଳିବ। ତା ପରେ ପୁଣି ଜାଣିବାକୁ ପାଇଲି ଯେ କଲେଜ ଶେଷରେ ଭଲ ଚାକିରୀ ଆଉ ବହୁତ ଟଙ୍କା ରୋଜଗାରକୁ ସଫଳତା କୁହାଯାଏ।

ତା ପରେ ଜାଣିଲି ସେଇଟା ମଧ୍ୟ ସଫଳତା ନୁହେଁ, ନିଜ ଟଙ୍କା ରେ ଗୋଟେ ଭଲ ଫ୍ଲାଟ କିଣିବା ଟା ହିଁ ସଫଳତା। ପରେ ପୁଣି ଭୁଲ ଭାଙ୍ଗିଲା। ଜାଣିବାକୁ ପାଇଲି ଯେ ବାହା ହେଇ ଘର ସଂସାର କରିବା ଟା ହିଁ ସଫଳତା।

ବହୁତ ବର୍ଷ ବିତିଗଲା ,ବାହାଘର ପରେ ପିଲାପିଲି ହେଲେ, ପିଲା କୁ ଭଲ ଭାବରେ ଲାଳନ ପାଳନ କରିବା ଟା ହିଁ ସଫଳତା, ପୁଣି ପିଲା ବଡ଼ ହେଲେ ତାକୁ ପ୍ରତିଷ୍ଠିତ କରେଇବା ଟା ହିଁ ସଫଳତା ଆଉ ଝିଅ କୁ ଭଲ ଘର ଦେଖି ଆଉ ଭଲ ଚାକିରିଆ ବର ସହ ବାହା କରେଇ ଦେବା ଟା ହେଉଛି ସଫଳତା।

ଏହା ପରେ ଆସିଲା ମୋ ରିଟାୟାରମେଣ୍ଟ ଟାଇମ,ଜାଣିଲି ସାରା ଜୀବନ ଜମେଇଥିବା ଟଙ୍କା ର ଠିକ ବିନିଯୋଗ କରିବା ତା ହିଁ ସଫଳତା। ଏହା ପରେ ଯେତେବେଳେ ସମସ୍ତେ ମିଶି ମତେ ଚିତାରେ ଉଠାଇ ଦେଲେ,ମରିବାର କିଛି ସମୟ ଆଗରୁ ବୁଝି ପାରିଲି ଯେ ପୃଥିବୀ ରେ ସଫଳତା ବୋଲି କୌଣସି ସ୍ଥାୟୀ ଜିନିଷ ନାହିଁ। କେବଳ ଅନ୍ୟମାନଙ୍କ ଠାରୁ ଆଗେଇ ଯିବା ପାଇଁ ଗୋଟେ ପ୍ରତିଯୋଗତା, ଯାହା ମୂଳରେ ଅଛି ଆକାଶ ଛୁଇଁବାର ଆକାଂକ୍ଷା, ଯାହା କେବେ ପୂରଣ ହେବାର ନାହିଁ।

ଯେତେବେଳେ ବୁଝି ପାରିଲି, ଜୀବନ ର ପ୍ରତି ମୁହୂର୍ତ୍ତ ଆନନ୍ଦ ସହ ସୁସ୍ଥ ରହିବା,ଅନ୍ୟ ଦୁଃଖ ରେ ଦୁଃଖୀ ହେବା ଅନ୍ୟ ପାଇଁ ଖୁସି ହେବା ଟା ହିଁ ଅସଲ ସଫଳତା। କିନ୍ତୁ ଏଇଟା ବୁଝିବା ପାଇଁ ଅନେକ ଡେରି ହେଇଯାଇଥିଲା। ଜୀବନ କୁ ବୁଝନ୍ତୁ….ନିଜକୁ ଭଲ ପାଅନ୍ତୁ, ଅନ୍ୟକୁ ସମ୍ମାନ ଦିଅନ୍ତୁ,ଆଉ ସମସ୍ତଙ୍କୁ ଭଲ ପାଅନ୍ତୁ। ଏଇଟା ହିଁ ଅସଲି ସଫଳତା ବୋଲି ଜାଣିଲି। ହେଲେ ସେତେବେଳକୁ ଡେରି ହୋଇଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱକୁ ଆଗକୁ ନେଇପାରିବ କେବଳ ଭାରତୀୟ ନେତୃତ୍ୱ: ଜାପାନ କମ୍ପାନୀ ର ପ୍ରତିଷ୍ଠାତା ନାଓତାକା ନିଶିୟାମା

ନୂଆଦିଲ୍ଲୀ: ଜାପାନ କମ୍ପାନୀ ଟେକ୍ ଜାପାନର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ମାତ୍ର ଏକ ମାସ ପୂର୍ବରୁ ଭାରତ ଯାଇଥିଲେ। ଭାରତ ଆସିବାର ତାଙ୍କର ଉଦ୍ଦେଶ୍ୟ ଥିଲା ଦେଶର ସଂସ୍କୃତି ବୁଝିବା। କେବଳ ଗୋଟିଏ ମାସ ମଧ୍ୟରେ ସେ ଭାରତ ଉପରେ ବହୁତ ପ୍ରଭାବିତ ହୋଇଛନ୍ତି। ଦେଶର ସଂସ୍କୃତି, ମୂଲ୍ୟବୋଧ ଏବଂ ବିବିଧତାକୁ ପ୍ରଶଂସା କରି ସେ କହିଛନ୍ତି ଯେ, ବିଶ୍ୱ ଭାରତରୁ ଶିଖିବା ଉଚିତ୍। ଆହୁରି ମଧ୍ୟ, ଏହି ପରିବେଶରେ କେବଳ ଭାରତୀୟ ନେତୃତ୍ୱ ବିଶ୍ୱକୁ ଆଗକୁ ନେଇପାରିବ।

ଧର୍ମ, ଜାତି ଏବଂ ମୂଲ୍ୟ ନିର୍ବିଶେଷରେ ଭାରତ ଅଗ୍ରଗତି କରୁଛି:

ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନରେ ନାଓତାକା ନିଶିୟାମା ଲେଖିଛନ୍ତି ଯେ, ଦୁନିଆରେ ବହୁତ ଅଶାନ୍ତି ରହିଛି। ତେଣୁ ଭାରତର ନେତୃତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ବର୍ତ୍ତମାନ ଏକ ମାସ ପାଇଁ ଏଠାରେ ଅଛି। ଏହି ଦେଶର ବିବିଧତା ଏବଂ ମୂଲ୍ୟବୋଧ ମୋତେ ବହୁତ ପ୍ରଭାବିତ କରିଛି। ଅନେକ ଧର୍ମ, ଜାତି ଏବଂ ମୂଲ୍ୟବୋଧ ସତ୍ତ୍ୱେ ଭାରତ ଗୋଟିଏ ଦେଶ ଭାବରେ ଅଗ୍ରଗତି କରୁଛି। ଏହା ଯାଦୁଠାରୁ କମ୍ ନୁହେଁ। ଭାରତରେ ନିର୍ବାଚନ ଋତୁ ଚାଲିଛି। ନେତୃତ୍ୱ ବାଛିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ।

ସତ୍ୟ ନଡେଲା ଏବଂ ସୁନ୍ଦର ପିଚାଇଙ୍କୁ ଦେଲେ ଉଦାହରଣ:

ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା ଏବଂ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କ ଉଦାହରଣ ଦେଇ ସେ କହିଛନ୍ତି ଯେ, ଭାରତ ସର୍ବଦା ଏହାର ନେତୃତ୍ୱ ପ୍ରମାଣ କରିଆସୁଛି। ସତ୍ୟ ନଡେଲା ଏବଂ ସୁନ୍ଦର ପିଚାଇ ଭାରତରେ ଜନ୍ମଗ୍ରହଣ କରିଥିଲେ। ସେ ଏଠାରେ ଅଧ୍ୟୟନ କଲେ ଏବଂ ପରେ ଆମେରିକା ଯାଇ ନିଜକୁ ପ୍ରମାଣିତ କଲେ। ଭାରତରେ ଉଭୟ ପ୍ରତିଯୋଗିତା ଏବଂ ସହଯୋଗକୁ ପ୍ରୋତ୍ସାହିତ କରାଯାଉଥିବାରୁ ଏହା ଘଟିଛି। ଯେକକୌଣସି କମ୍ପାନୀ କିମ୍ବା ଅନୁଷ୍ଠାନର ଅଗ୍ରଗତି ପାଇଁ ଏହି ଦୁଇଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ।

ସୋସିଆଲ ମିଡିଆରେ ଆସୁଛି ମଜାଦାର ମନ୍ତବ୍ୟ:

ସୋସିଆଲ ମିଡିଆରୁ ଏହି ପୋଷ୍ଟରେ ଅନେକ ମନ୍ତବ୍ୟ ଆସିଛି। ତାଙ୍କର ବିଶ୍ଳେଷଣ ପାଇଁ ଲୋକମାନେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ଭାରତରେ ବହୁତ ବିବିଧତା ଅଛି। ଯଦି ଏହାକୁ ସଠିକ୍ ଭାବରେ ପ୍ରୋତ୍ସାହିତ କରାଯାଏ, ଏହା ବହୁତ ଆଗକୁ ଯାଇପାରେ। ଅନ୍ୟ ଜଣେ ତାଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ମୁଁ ଜାପାନରେ ଏକ ବର୍ଷ ରହିଆସିଛି। ଆପଣଙ୍କ ସଂସ୍କୃତିରୁ ଆମର ଅନେକ କିଛି ଶିଖିବାକୁ ମଧ୍ୟ ଅଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପାଞ୍ଚ ବର୍ଷ ସୁଯୋଗ ଦିଅନ୍ତୁ, ଓଡିଶାକୁ କରିବୁ ଏକ ନମ୍ବର: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଓଡ଼ିଶାର କନ୍ଧମାଳ ଠାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ବିଜେଡିକୁ କଡା ଟାର୍ଗେଟ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସିଏମ ନବୀନ ପଟ୍ଟନାୟକଙ୍କୁ ଓଡିଶାର ସମସ୍ତ ଜିଲ୍ଲାର ନାମ କହିବା ପାଇଁ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ମୁଁ ନବୀନ ବାବୁଙ୍କୁ ଚ୍ୟାଲେଞ୍ଜ କରୁଛି, କାରଣ ସେ ଏତେ ଦିନ ଧରି ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି। ନବୀନ ବାବୁ କାଗଜ ନ ଦେଖି ଓଡିଶାର ଜିଲ୍ଲା ତଥା ସେଗୁଡିକର ମୁଖ୍ୟାଳୟର ନାମ କୁହନ୍ତୁ। ଯଦି ଆପଣ କହିପାରିବେ ନାହିଁ, ତେବେ ସେ ଜନତାଙ୍କ ଯନ୍ତ୍ରଣା ଜାଣିବେ କେମିତି?

ପ୍ରଧାନମନ୍ତ୍ରୀ ଓଡିଶାର ଲୋକଙ୍କୁ ପାଞ୍ଚ ବର୍ଷ ମାଗିଛନ୍ତି:

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ମୋତେ ପାଞ୍ଚ ବର୍ଷ ପାଇଁ ସୁଯୋଗ ଦିଅନ୍ତୁ। ଯଦି ମୁଁ ସେହି ପାଞ୍ଚ ବର୍ଷ ମଧ୍ୟରେ ଓଡିଶାକୁ ନମ୍ବର ୧ କରିବାରେ ସକ୍ଷମ ହେବି ନାହିଁ, ତେବେ ଆପଣ ମୋତେ ପ୍ରଶ୍ନ କରିପାରିବେ। ପର୍ଯ୍ୟଟନ ଏଠାରେ ଏକ ବଡ଼ ସୁଯୋଗ ଅଛି କାରଣ ଆପଣଙ୍କ ରାଜ୍ୟ ସରକାର ଆପଣଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି, ଏହି ନିର୍ବାଚନ ଓଡ଼ିଶାର ବିକାଶ ଏବଂ ସମୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ମଇ ୧୨ ତାରିଖ ରବିବାରରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ ।

ତୁଳା: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ ଦେବ। ଘରେ ଶାନ୍ତି ଏବଂ ସୁଖ ରହିବ । ଉପକୃତ ହେବ ।

ମିଥୁନ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ । ଭାଇମାନଙ୍କଠାରୁ ସମର୍ଥନ ପାଇବ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ । ଚାକିରିରେ ତୁମେ ପ୍ରଶଂସା ପାଇବ । ତତ୍ପରତା ନାହିଁ । ଆଦୌ ବିପଦ ଏବଂ ସୁରକ୍ଷା କାର୍ଯ୍ୟ ଗ୍ରହଣ କରନ୍ତୁ ନାହିଁ ।

କର୍କଟ :- ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବସଙ୍କ ସମର୍ଥିତ ହେବେ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ଖରାପ ଖବର ଗ୍ରହଣ କରାଯାଇପାରେ । କଠିନ ପରିଶ୍ରମ ଅଧିକ ହେବ । ଲାଭ ସୁଯୋଗକୁ ସ୍ଥଗିତ ରହିବ ।

ସିଂହ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ମୂଲ୍ୟ ବୃଦ୍ଧି ହେବ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । ବ୍ୟବସାୟ ଲାଭଦାୟକ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ତତ୍ପରତା ନାହିଁ ।

କନ୍ୟା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ମିଳିବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ସମୟ ସୁସଙ୍ଗତତାର ସୁଯୋଗ ନିଅନ୍ତୁ। ପାରିବାରିକ ଚିନ୍ତା ହ୍ରାସ ପାଇବ ।

ତୂଳା: – ଯୋଜନା ଫଳପ୍ରଦ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ । ସେୟାର ବଜାରରେ ଶୀଘ୍ର ଏଡ଼ାନ୍ତୁ । ବିବେକ ଅନୁଯାୟୀ ବ୍ୟବହାର କରନ୍ତୁ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ବରିଷ୍ଠ ବ୍ୟକ୍ତିମାନେ ମାର୍ଗଦର୍ଶନ ପାଇବେ ।

ବିଛା: – ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ବିନିଯୋଗ ଶୁଭ ହେବ । ସେଠାରେ ଖୁସିର ପରିବେଶ ରହିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।

ଧନୁ: – ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଲାଭବାନ ହେବ । ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ଆୟ ରହିବ । ଥକ୍କା ଏବଂ ଦୁର୍ବଳତା ହୋଇପାରେ । ଅଜ୍ଞାତ ଭୟ ରହିବ । ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ ।

ମକର : – କାର୍ଯ୍ୟରେ ମନ ରହିବ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛାଶକ୍ତି ବୃଦ୍ଧି ପାଇବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କୌଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ବକ୍ତବ୍ୟର ନିୟନ୍ତ୍ରଣ ନିଅନ୍ତୁ ।

କୁମ୍ଭ: – ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ । ପାରିବାରିକ ସହଯୋଗରେ ଖୁସି ହେବେ । ତତ୍ପରତା ନାହିଁ ।

ମୀନ: – ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ। କାର୍ଯ୍ୟ ସନ୍ତୁଷ୍ଟ ହେବେ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଉପହାସରୁ ଦୂରେଇ ରୁହନ୍ତୁ ।