Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନ ବିପଦରେ ଅଛି କି?: ଟିମ୍ ପକ୍ଷରୁ ମିଳିଲା ଏଭଳି ଉତ୍ତର

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଟିମ୍ ଇଣ୍ଡିଆର ସମସ୍ୟା ବବଢିବାରେ ଲାଗିଛି। ତେବେ ଏହି ଦୁଇ ଖେଳାଳିଙ୍କୁ ଦଳ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଆଶା ପ୍ରକଟ କରିଛନ୍ତି ଯେ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ଶୀଘ୍ର ଫର୍ମକୁ ଫେରିବେ।

ପୂଜାରା ଏବଂ ରାହାଣେଙ୍କୁ ରାହୁଲ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ରାହୁଲ ବିଶ୍ଵାସ କରନ୍ତି ଯେ, ଉଭୟ ବ୍ୟାଟ୍ସମ୍ୟାନ୍ ଉତ୍କୃଷ୍ଟ ଖେଳାଳି ଏବଂ ଯଥେଷ୍ଟ ଅଭିଜ୍ଞ, ସେମାନେ ରନ୍ ସ୍କୋର କରିବାକୁ କ’ଣ ଆବଶ୍ୟକ କରନ୍ତି ତାହା ସେମାନେ ଜାଣନ୍ତି। ଉଭୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ପୂଜାରା ଏବଂ ଟେଷ୍ଟ ଉପ-ଅଧିନାୟକ ରାହାଣେ କିଛି ସମୟ ପାଇଁ ଖରାପ ଫର୍ମରେ ଗତି କରୁଛନ୍ତି ଏବଂ ଚଳିତ ବର୍ଷ ୨୦ ପ୍ରତିଶତ ହାରରେ ରନ୍ କରିଛନ୍ତି।

ଇଂଲଣ୍ଡରେ ଏପର୍ଯ୍ୟନ୍ତ ପୂଜାରା ୩ ଟି ଇନିଂସରେ ଚାରି, ଅପରାଜିତ ୧୨ ରନ୍ ଏବଂ ୯ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିବାବେଳେ ରାହାଣେ ଦୁଇଟି ଇନିଂସରେ ପାଞ୍ଚ ଏବଂ ଗୋଟିଏ ରନ୍ ଯୋଗଦାନ କରିବାରେ ସକ୍ଷମ ହୋଇଛନ୍ତି। ରାହୁଲ କହିଛନ୍ତି, ପୂଜାରା ଏବଂ ଅଜିଙ୍କ୍ୟ ଭାରତ ପାଇଁ ଅନେକ ଥର ଭଲ କାମ କରିଛନ୍ତି ଯେତେବେଳେ ଆମେ ଅସୁବିଧାରେ ପଡ଼ିଥିଲୁ।

ରାହୁଲ ଆହୁରି କହିଛନ୍ତି ଯେ, ଆପଣଙ୍କୁ ମଧ୍ୟ ବୁଝିବାକୁ ପଡିବ ଯେ ସେମାନେ କଠିନ ପରିସ୍ଥିତିରେ ଖେଳୁଛନ୍ତି। ଇଂଲଣ୍ଡ ପିଚରେ ବ୍ୟାଟିଂ ସର୍ବଦା ଚ୍ୟାଲେଞ୍ଜ ଅଟେ।

ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କ ଦଳରେ ସ୍ଥାନ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚେତେଶ୍ୱର ପୂଜାରା ଗତ ତିନି ବର୍ଷ ଧରି ଟେଷ୍ଟ କ୍ରିକେଟରେ ଶତକ ହାସଲ କରିନାହାଁନ୍ତି। କେବଳ ଏତିକି ନୁହେଁ, ଗତ ୧୩ ଟି ଟେଷ୍ଟରେ ପୂଜାରାଙ୍କ ବ୍ୟାଟିଂ ହାରାହାରି ୨୫ ପାଖାପାଖି ରହିଛି। ରାହାଣେ ମଧ୍ୟ ମେଲବର୍ଣ୍ଣ ଟେଷ୍ଟରେ ଏକ ଶତକ ବ୍ୟତୀତ ଦୀର୍ଘ ସମୟ ଧରି କୌଣସି ବଡ଼ ଇନିଂସ ଖେଳିବାକୁ ସକ୍ଷମ ହୋଇନାହାଁନ୍ତି। ଏହି ସମୟରେ ରାହାଣେଙ୍କ ବ୍ୟାଟିଂ ହାରାହାରି ମଧ୍ୟ ୩୦ ରୁ କମ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ଧନ୍ଦାମୂଳକ ପରୀକ୍ଷା ଫଳ: ଏଭଳି ଯାଞ୍ଚ କରନ୍ତୁ ରେଜଲ୍ଟ

ଭୁବନେଶ୍ବର: ଆଜି ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। orissaresults.nic.in ଓ୍ବେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ୧ ଲକ୍ଷ ୮୯ ହଜାର ୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ରେଗୁଲାର ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ତେବେ କଳାରେ ୯୮.୫୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ରେଗୁଲାରରେ ୩୦ ହଜାର ୫୧୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ଜଣ ଏବଂ ୧୦ ହଜାର ୭୪ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ମାର୍କ ରଖିଛନ୍ତି। ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଫଳରେ ଅସନ୍ତୋଷ କିମ୍ବା କୌଣସି କାରଣରୁ ଫର୍ମ ପୂରଣ କରିନଥିଲେ, ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ।

କରୋନା  ଯୋଗୁଁ ଚଳିତବର୍ଷ ପରୀକ୍ଷା ବାତିଲ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଚଳିତବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା: ଅଗଷ୍ଟ ୧୪ରେ ପାଳନ ହେବ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’

ନୂଆଦିଲ୍ଲୀ: ଅଗଷ୍ଟ ୧୪ ତାରିଖକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ‘ବିଭଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରିବାକୁ ଘୋଷଣା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ବିଭାଜନର ଯନ୍ତ୍ରଣା କେବେବି ଭୁଲିପାରିବ ନାହିଁ। ଘୃଣା ଏବଂ ହିଂସା ହେତୁ ଲକ୍ଷ ଲକ୍ଷ ଆମ ଭଉଣୀ ଏବଂ ଭାଇଙ୍କୁ ବିସ୍ଥାପିତ ହେବାକୁ ପଡିଲା ଏବଂ ଏପରିକି ଜୀବନ ହରାଇବାକୁ ପଡିଥିଲା। ସେହି ଲୋକଙ୍କ ସଂଗ୍ରାମ ଏବଂ ବଳିଦାନକୁ ସ୍ମରଣ କରି ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି, “ବିଭାଜନ ବିଭୀଷିକା ସ୍ମୃତି ଦିବସର ଏହି ଦିନ କେବଳ ଭେଦଭାବ, ଶତ୍ରୁତା ଏବଂ ଦୁଷ୍କର୍ମର ବିଷକୁ ଦୂର କରିବା ପାଇଁ ପ୍ରେରଣା ଯୋଗାଇବ ନାହିଁ, ବରଂ ଏହା ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମାନବ ଭାବନାକୁ ମଧ୍ୟ ଦୃଢିଭୁତ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଳବାଇର ନୂଆ ଘୋଷଣା, ପୁରୀ ଏବଂ ରାଉରକେଲା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର, ରାଉରକେଲା ଏବଂ ପୁରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ପାଇଁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଉରକେଲା ଠାରୁ ଏହି ଟ୍ରେନ୍ ଅଗଷ୍ଟ ମାସ ୨୪ ତାରିଖ ଠାରୁ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ ଏବଂ ପୁରୀରୁ ଅଗଷ୍ଟ ମାସ ୨୫ ତାରିଖ ଠାରୁ ଛାଡି ରାଉରକେଲା ଅଭିମୁଖେ ଯାତ୍ରା ପ୍ରାରମ୍ଭ କରି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ ୮ଘ.୦୫ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହି ଟ୍ରେନ ଭୋର ୪ଘ.୩୫ମି.ରେ ଛାଡିବ।

ତାଳଚେର ଓ ସମ୍ବଲପୁର ରେଳ ସେକ୍ସନରେ ଦୋହରୀକରଣ କାର‌୍ୟ୍ୟ ସମ୍ପାଦନ ପାଇଁ ଏବଂ ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନ କୁ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରାଇବାପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଅଗଷ୍ଟ ମାସ ୧୩ ତାରିଖ ଠାରୁ ୨୩ ତାରିଖ ମଧ୍ୟରେ ରାଉରକେଲାରୁ ଛାଡି ସମ୍ବଲପୁର ଯାତ୍ରାକରିବାକୁ ଥିବାବେଳେ ଏହା ଅଗଷ୍ଟ ମାସ ୧୪ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ସମ୍ବଲପୁର ଠାରୁ ଛାଡି ରାଉରକେଲା ଯାତ୍ରା କରିବ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଏବଂ ରାଉରକେଲା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ରାଉରକେଲା ଏବଂ ପୁରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ପାଇଁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ରାଉରକେଲା ଠାରୁ ଏହି ଟ୍ରେନ୍ ଅଗଷ୍ଟ ମାସ ୨୪ ତାରିଖ ଠାରୁ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ ଏବଂ ପୁରୀରୁ ଅଗଷ୍ଟ ମାସ ୨୫ ତାରିଖ ଠାରୁ ଛାଡି ରାଉରକେଲା ଅଭିମୁଖେ ଯାତ୍ରା ପ୍ରାରମ୍ଭ କରି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ ୮ଘ.୦୫ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହି ଟ୍ରେନ ଭୋର ୪ଘ.୩୫ମି.ରେ ଛାଡିବ।

ତାଳଚେର ଓ ସମ୍ବଲପୁର ରେଳ ସେକ୍ସନରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ଏବଂ ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନକୁ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରାଇବାପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଅଗଷ୍ଟ ମାସ ୧୩ ତାରିଖ ଠାରୁ ୨୩ ତାରିଖ ମଧ୍ୟରେ ରାଉରକେଲାରୁ ଛାଡି ସମ୍ବଲପୁର ଯାତ୍ରାକରିବାକୁ ଥିବାବେଳେ ଏହା ଅଗଷ୍ଟ ମାସ ୧୪ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ସମ୍ବଲପୁର ଠାରୁ ଛାଡି ରାଉରକେଲା ଯାତ୍ରା କରିବ।

Categories
ଜାତୀୟ ଖବର ବିଶେଷ ଖବର

ଟିକାକରଣରେ ଲିଙ୍ଗଗତ ପ୍ରଭେଦକୁ ବନ୍ଦ ପାଇଁ ରାଜ୍ୟଗୁଡିକୁ ଚିଠି ଲେଖିଲେ ରାଷ୍ଟ୍ରୀୟ ମହିଳା ଆୟୋଗ

ନୂଆଦିଲ୍ଲୀ, ରାଷ୍ଟ୍ରୀୟ ମହିଳା ଆୟୋଗ ଏକ ଗଣମାଧ୍ୟମ ରିପୋର୍ଟ ଆଧାରରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ଏହି ରିପୋର୍ଟ ଅନୁଯାୟୀ ମହିଳାମାନଙ୍କ କ୍ଷେତ୍ରରେ କୋଭିଡ୍-୧୯ର ଟିକାକରଣ କମ୍ ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିରେ ଆୟୋଗ ଅନୁରୋଧ କରିଛନ୍ତି ଯେ ସେମାନେ ଏଭଳି ପଦକ୍ଷେପ ନିଅନ୍ତୁ ଯଦ୍ଦ୍ୱାରା ଏହି ଲିଙ୍ଗଗତ ପ୍ରଭେଦକୁ ସମାପ୍ତ କରାଯାଇପାରିବ ଏବଂ ମହିଳାମାନେ ମଧ୍ୟ ଟିକାକରଣ ଅଭିଯାନରେ ପଛରେ ରହିବେ ନାହିଁ ।

ଟିକାକରଣକୁ ନେଇ ଉଭୟ ଲିଙ୍ଗ ମଧ୍ୟରେ ଥିବା ପ୍ରଭେଦ ଆୟୋଗଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ଅଟେ ଏବଂ ଏଥିପାଇଁ ଅଧ୍ୟକ୍ଷ ସୁଶ୍ରୀ ରେଖା ଶର୍ମା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଟିକାକରଣ କେନ୍ଦ୍ରଗୁଡ଼ିକୁ ଆସୁଥିବା ମହିଳାଙ୍କ ଅନୁପାତ ବୃଦ୍ଧି କରିବା ସକାଶେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଏହି ପ୍ରଭେଦକୁ ଠିକ୍ କରାଯାଇପାରିବ ।

ପତ୍ରରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସାର୍ବଜନିନ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଯଦ୍ଦ୍ୱାରା ପ୍ରାଥମିକତା ଭିତ୍ତିରେ ଅଧିକରୁ ଅଧିକ ମହିଳାମାନଙ୍କ ଟିକାକରଣ କରାଯାଇପାରିବ । ପତ୍ରର ଏକ କିତା ନକଲ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନଙ୍କୁ ମଧ୍ୟ ପଠାଯାଇଛି । ଏହି ମିଡିଆ ରିପୋର୍ଟ ଏହି ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିଥିଲା ଯେ, ଟିକାକରଣରେ ବର୍ତ୍ତମାନ ଅପେକ୍ଷାକୃତ କମ୍ ବୟସ୍କା ମହିଳାମାନଙ୍କ ତୁଳନାରେ ବୟସ୍କା ମହିଳାମାନଙ୍କ କ୍ଷେତ୍ରରେ ଲିଙ୍ଗଗତ ପ୍ରଭେଦ ଅଧିକ ରହିଛି। ଏହା ହେଉଛି ସମାଜରେ ଲିଙ୍ଗଗତ ପକ୍ଷପାତିତାର ପ୍ରତିଫଳନ ଯଦ୍ୱାରା ମହିଳାମାନଙ୍କୁ ଅବହେଳା କରାଯାଉଛି। ଏହାର ଆଉ ଏକ କାରଣ ହେଉଛି ଯେ ଉଭୟ ଲିଙ୍ଗ ପାଇଁ ସମ୍ବଳ ଓ ପ୍ରଯୁକ୍ତିର ପହଞ୍ଚ ଅସମାନ।

ତାଙ୍କ ପତ୍ରରେ ରାଷ୍ଟ୍ରୀୟ ମହିଳା ଆୟୋଗ ଉଲ୍ଲେଖ କରିଛନ୍ତି ଯେ, ଅନେକ ପରିବାରରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି କମ୍ ଗୁରୁତ୍ୱ ଦିଆଯାଇଥାଏ । ଯଦି ସେ ଘରୁ ବାହାରେ କୌଣସି କାର‌୍ୟ୍ୟ କରୁନଥାନ୍ତି ତାହାହେଲେ ଟିକାକରଣରେ ତାଙ୍କୁ ଅତ୍ୟନ୍ତ ଅଳ୍ପ ଗୁରୁତ୍ୱ ଦିଆଯାଇଥାଏ । ଅବଶ୍ୟ ପ୍ରାଥମିକସ୍ତରରେ ପରିବାରର କୌଣସି ରୁଗ୍ଣ ସଦସ୍ୟଙ୍କ ଯତ୍ନ ନେବା ସମୟରେ ମହିଳାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଥାଏ ।

ରାଷ୍ଟ୍ରୀୟ ମହିଳା ଆୟୋଗ କହିଛନ୍ତି ଯେ, କେନ୍ଦ୍ର ସରକାର ଟିକାକରଣର କୁପ୍ରଭାବ ସମ୍ପର୍କରେ ମିଥ୍ୟା ସୂଚନା ଏବଂ ଅପପ୍ରଚାର ଦୂର କରିବା ସକାଶେ ନିୟମିତ ଅଭିଯାନ ଜାରି ରଖିଛନ୍ତି । ଏହା ସହିତ ଦେଶର ପ୍ରତ୍ୟେକ କୋଣ-ଅନୁକୋଣ ପର‌୍ୟ୍ୟନ୍ତ ପହଞ୍ଚିବା ପାଇଁ ସଘନ ଟିକାକରଣ ଅଭିଯାନ ମଧ୍ୟ ଚଳାଉଛନ୍ତି । ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ଏହିଭଳି ଅଭିଯାନ ଜାରି ରଖିବା ଉଚିତ୍ । ଯଦ୍ଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ ଯେ ଭାରତର ଦୂରବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମଧ୍ୟ ସଠିକ୍ ସୂଚନା ପହଞ୍ଚିପାରୁଛି।

ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ମହିଳମାନଙ୍କ ସ୍ୱାର୍ଥ ରକ୍ଷା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଷ୍ଟ୍ରୀୟ ମହିଳା ଆୟୋଗ ହେଉଛି ରାଷ୍ଟ୍ରୀୟ ସ୍ତରରେ ସର୍ବୋଚ୍ଚ ସଂଗଠନ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

“ଏକ୍ସିଲେନ୍ସ ଇନ ଏକାଡେମିକ ଲାଇବ୍ରେରି ଆୱାର୍ଡ-୨୦୨୧” ରେ ସମ୍ମାନିତ ହେଲେ ସୋଆ ମୁଖ୍ୟ ଲାଇବ୍ରେରିଆନ୍

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମୁଖ୍ୟ ଲାଇବ୍ରେରିଆନ ଡ. ଡ଼ି.ବି.ରମେଶ ନିଜ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ଓ ଦକ୍ଷତା ନିମନ୍ତେ “ଏକ୍ସିଲେନ୍ସ ଇନ ଏକାଡେମିକ ଲାଇବ୍ରେରି ଆୱାର୍ଡ-୨୦୨୧” ନିମନ୍ତେ ମନୋନୀତ ହୋଇଛନ୍ତି।

ଚଳିତ ବର୍ଷ ନିମ୍ବସ ଅନଲାଇନ ପ୍ରାଇଭେଟ ଲିମିଟେଡ ଏବଂ କେନ୍ଦ୍ର ସରକାରଙ୍କ ଲାଇବ୍ରେରି ସଂଘ ପକ୍ଷରୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନର ଆୟୋଜନ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ସଫଳତା, କାର୍ଯ୍ୟଦକ୍ଷତା ଓ ସମର୍ପଣ ଭାବ ନିମନ୍ତେ ଡ. ରମେଶଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିବା ନେଇ ତାଙ୍କୁ ପ୍ରଦାନ କରାଯାଇଥିବା ସନ୍ଦର୍ଭରେ ଦର୍ଶାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୩୮ ହଜାର ୬୬୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୬୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୧ ଲକ୍ଷ ୫୬ ହଜାର ୪୯୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୦ ହଜାର ୭୩୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୩ ଲକ୍ଷ ୩୮ ହଜାର ୮୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୮୭ ହଜାର ୬୭୩ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୬ ହଜାର ୮୨୩ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୮୨୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୯ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ ଲେଖାଏଁ, ନବରଙ୍ଗପୁର ଜିଲ୍ଲାରୁ ୪ ଜଣ, ଯାଜପୁର, ସମ୍ବଲପୁର, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ବରଗଡ, ବଲାଙ୍ଗୀରି, ଜଗତସିଂହପୁର, ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୩ ହଜାର ୫୦୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୫ ହଜାର ୯୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୬୩୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୮୨୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୧୩୨ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୧୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୫୭ ଜଣ ଚିହ୍ନଟ ହୋଇଥିବା ବେଳେ ୪୭୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୩ ହଜାର ୫୦୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୫ ହଜାର ୯୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୬୩୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୭୫୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୯ ଟି ଜିଲ୍ଲାରୁ ୧ ହଜାର ୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୧୦ ଜଣ, କଟକ ଜିଲ୍ଲାରୁ ୧୯୭ ଜଣ, ଅନୁଗୁଳ ଜିଲ୍ଲାରୁ ୨୫, ବାଲେଶ୍ଵର ଜିଲ୍ଲାରୁ ୭୦ ଜଣ, ବରଗଡ ଜିଲ୍ଲାରୁ ୧୦ ଜଣ, ଭଦ୍ରକ ଜିଲ୍ଲାରୁ ୧୪ ଜଣ, ବଲାଙ୍ଗୀର  ଜିଲ୍ଲାରୁ ୭ ଜଣ, ବୌଦ୍ଧ ଜିଲ୍ଲାରୁ ୪ ଜଣ, ଦେବଗଡ ଜିଲ୍ଲାରୁ ୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧ ଜଣ, ଗଜପତି ଜିଲ୍ଲାରୁ ୬ ଜଣ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୪୨ ଜଣ, ଯାଜପୁର ଜିଲ୍ଲାରୁ ୨୯ ଜଣ, ଝାରସୁଗୁଡା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, କନ୍ଧମାଳ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୭ ଜଣ, କେନ୍ଦୁଝର ଜିଲ୍ଲାରୁ ୧୫ ଜଣ, କୋରାପୁଟ ଜିଲ୍ଲାରୁ ୩ ଜଣ, ମାଲକାନଗିରି ଜିଲ୍ଲାରୁ ୧୦ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧, ନୟାଗଡ ଜିଲ୍ଲାରୁ ୩୧ ଜଣ, ପୁରୀ ଜିଲ୍ଲାରୁ ୨୨ ଜଣ, ରାୟଗଡା ଜିଲ୍ଲାରୁ ୭ ଜଣ, ସମ୍ବଲପୁର ଜିଲ୍ଲାରୁ ୧୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୩ ଜଣ ଏବଂ ଷ୍ଟେଟ ପୁଲରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କୋଟିଆ ଦଖଲ ପାଇଁ ଆନ୍ଧ୍ରର ଜୋରଦାର ଉଦ୍ୟମ, ଅଗଷ୍ଟ 15ରୁ ଓଡିଆ ନାମଫଳକ ହଟି ହେବ ତେଲୁଗୁ

କୋରାପୁଟ, ଆନ୍ଧ୍ର ସୀମାରେ ଥିବା ଓଡିଶାର କୋଟିଆ ଅଞ୍ଚଳକୁ ଦଖଲ କରିବା ପାଇଁ ଆନ୍ଧ୍ର ପ୍ରଦେଶ ସରକାର ଜୋରଦାର ଉଦ୍ୟମ ଜାରୀ ରଖିଛନ୍ତି। ଏ ନେଇ ସୁପ୍ରିମ କୋର୍ଟରେ ମାମଲା ଚାଲିଥିବା ବେଳେ ଆନ୍ଧ୍ର ତରଫରୁ କୋଟିଆ ଉପରେ ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ଯାହା ଓଡିଶାର ସ୍ବାଭିମାନ ଉପରେ ବଡ କୁଠାରଘାତ ହେବାରେ ଲାଗିଛି। ଆନ୍ଧ୍ରର ଏପରି ବାରମ୍ବାର ଉଦ୍ୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ବର୍ତ୍ତମାନ ସଦ୍ୟତମ ଖବର ଅନୁସାରେ ଆନ୍ଧ୍ର ସରକାର ଅଗଷ୍ଟ 15 ତାରିଖ 75ତମ ସ୍ବାଧୀନତା ଦିବସରେ ଏହି କୋଟିଆ ଅଞ୍ଚଳରେ ଏକ କାର୍ଯ୍ୟକ୍ରମ କରୁଛି। ଏଥିରେ କୋଟିଆ ଅଞ୍ଚଳରେ ଯେତେ ସବୁ ଓଡିଆ ନାମ ଫଳକ ତଥା ସାଇନବୋର୍ଡ ଅଛି ତାହାକୁ ହଟାଇ ଦିଆଯିବ। ତା ସ୍ଥାନରେ ତେଲୁଗୁ ନାମଫଳକ ଲଗାଯିବ ବୋଲି ନିଷ୍ପତି କରିଛି ଆନ୍ଧ୍ର। ପ୍ରାରମ୍ଭିକ ପର୍ଯ୍ୟାୟରେ 22 ଟି ଗ୍ରାମରେ ଏହି ପଦକ୍ଷେପ ଗ୍ରହଣ କରାଯିବ। ସେଥିପାଇଁ କେତେ ତେଲୁଗୁ ନାମଫଳକ ପ୍ରସ୍ତୁତ କରି ରଖାଯାଇଛି।

ସେହିପରି ଅଗଷ୍ଟ 16 ତାରିଖରେ ମଧ୍ୟ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାର ବିଭିନ୍ନ ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି। ସେହି ଅନୁସାରେ ନିକଟସ୍ଥ ସାଲୁର ବିଧାୟକ ଏହାର ଉଦଘାଟନ କରିବେ। ସେହି ସ୍ଥାନରେ ଜିଲ୍ଲାର ଉପଜିଲ୍ଲାପାଳ ତଥା ବିଭିନ୍ନ ସରକାରୀ ଅଧିକାରୀ ଉପସ୍ଥିତ ରହିବେ।

ଦୀର୍ଘ ବର୍ଷ ଧରି ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ କୋଟିଆକୁ ନେଇ ବିବାଦ ଲାଗିରହିଛି। ଫଳରେ ସେହି ଅଞ୍ଚଳରେ ବାସ କରୁଥିବା ପ୍ରାୟ ଆଠ ହଜାର ଲୋକ ଫସିଯାଇଛନ୍ତି। ଗତବର୍ଷ ମେ ଆଠ ତାରିଖରେ ଆନ୍ଧ୍ର ସରକାର ଏହି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଘୋଷଣା କରିଥିଲା। ତେବେ ବର୍ତ୍ତମାନ ଆନ୍ଧ୍ର ସରକାରଙ୍କର ଏପରି ନିଷ୍ପତି ଏହି ବିବାଦକୁ ପୁଣି ଥରେ ଭିନ୍ନ ମୋଡ ନେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ଧନ୍ଦାମୂଳକ ପରୀକ୍ଷା ଫଳ, ଜାଣନ୍ତୁ କେମିତି ଦେଖିବେ

ଭୁବନେଶ୍ବର: ଆଜି ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇବ। ଆସନ୍ତାକାଲି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। orissaresults.nic.in ଓ୍ବେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। କରୋନା  ଯୋଗୁଁ ଚଳିତବର୍ଷ ପରୀକ୍ଷା ବାତିଲ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଚଳିତବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ : ଅଗଷ୍ଟ 14 ତାରିଖ ଶନିବାରରେ ସାତୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

ମେଷ: –ଆଜି କେତେକ ସମସ୍ୟା ଆସିପାରେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । କଠିନ ପରିଶ୍ରମ କର। ଆୟ ସ୍ୱାଭାବିକ ହେବ । ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ପ୍ରେମ ଜୀବନରେ କିଛି ସମସ୍ୟା ହୋଇପାରେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ପ୍ରେମରେ ପରିପୂର୍ଣ୍ଣ ହେବ ।ଆପଣଙ୍କ ପ୍ରିୟ କିଛି ବିଷୟରେ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ଆପଣ ଅନ୍ୟ କୌଣସି ଚାକିରୀ ପାଇଁ ଆବେଦନ କରିବେ ।

ବୃଷ: –ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଆୟ ବୃଦ୍ଧି ପାଇବ । ଖର୍ଚ୍ଚ ହ୍ରାସ ପାଇବ । ଘର ଜୀବନ ସ୍ନେହପୂର୍ଣ୍ଣ ହେବ । ଭବିଷ୍ୟତ ବିଷୟରେ ତୁମେ ତୁମର ସାଥୀ ସହିତ ଏକ ବଡ ଯାତ୍ରା ଯୋଜନା କରିପାରିବ । ପ୍ରେମ ଜୀବନ ବିତାଉଥିବା ଲୋକମାନେ ଆଜି ମଧ୍ୟ ବହୁତ ଖୁସି ସମୟ ପାଇବେ । କାର୍ଯ୍ୟ ସହିତ କଠିନ ପରିଶ୍ରମ କରିବାକୁ ଧ୍ୟାନ ଦେବାକୁ ପଡିବ ।

ମିଥୁନ: –ହୃଦୟ ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଭେଟି ଖୁସି ହେବ କିମ୍ବା ସେମାନଙ୍କୁ ଫୋନରେ ଯୋଗାଯୋଗ କରାଯିବ । ଆପଣଙ୍କ ବ୍ୟବସାୟରେ ଲାଭ ହେବ । କାର୍ଯ୍ୟ ସହିତ ତୁମେ ଭଲ ଫଳାଫଳ ପାଇବ । ତୁମେ ଖୁସି ହେବ । ଘର ଜୀବନ ଖୁସି ହେବ । ପ୍ରେମ ଜୀବନ ବିତାଉଥିବା ଲୋକଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଅନ୍ୟମାନଙ୍କ ସ୍ୱାର୍ଥ ବିଷୟରେ ଚିନ୍ତା କରିପାରିବେ ।

କର୍କଟ: –ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ। ସେହିପରି ଭାଗ୍ୟ ମଧ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ ।  ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ। ତୁମେ ଚାକିରିରେ ଭଲ ଫଳାଫଳ ପାଇବ । ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ । କାର୍ଯ୍ୟ ସଂପର୍କରେ ପରିସ୍ଥିତି ସ୍ୱାଭାବିକ ହେବ ।

ସିଂହ : – ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ଜୀବନ ଖୁସି ହେବ । ଘରୋଇ ଜୀବନରେ ସୁଖ ମିଳିବ । ଜୀବନ ସାଥୀ ସହିତ ସମ୍ପର୍କ ଭଲ ହେବ । ଯେଉଁମାନେ କାହାକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ କମ୍ ସମସ୍ୟା ହେବ । ଅଧ୍ୟୟନରେ ଅସୁବିଧା ହେବ । ତୁମେ ତୁମର ପ୍ରତିପକ୍ଷଙ୍କ ଉପରେ ବିଜୟୀ ହେବ । ଆଜି ତୁମର ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା: – ଆଜି ଆପଣଙ୍କ ପାଇଁ ବହୁତ ପରିମାଣରେ ଅନୁକୂଳ ହେବ । ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଛାତ୍ରମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସୁଖରେ ପରିପୂର୍ଣ୍ଣ ହେବ । ରୋମାନ୍ସ ବୃଦ୍ଧି ପାଇବ, ପ୍ରେମ ଜୀବନ ବିତାଉଥିବା ଲୋକମାନେ ମଧ୍ୟ ଆଜି ଭଲ ଫଳାଫଳ ପାଇବେ । କାର୍ଯ୍ୟ ସହିତ କଠିନ ପରିଶ୍ରମ ପରେ ଭଲ ଫଳାଫଳ ହାସଲ ହେବ । ଘରୋଇ ଜୀବନ ପ୍ରତି ଧ୍ୟାନ ଦେବେ ଏବଂ କିଛି ବଡ ଖର୍ଚ୍ଚ ମଧ୍ୟ ହୋଇପାରେ ।

ତୂଳା: –ଖର୍ଚ୍ଚ ବୃଦ୍ଧି ପାଇବ । ଆୟ ସ୍ୱାଭାବିକ ହେବ । ଆର୍ଥିକ ବୋଝ  ବୃଦ୍ଧି ପାଇବ, ପରିବାର ସଦସ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ଘରୋଇ ଜୀବନରେ ସାବଧାନ ରୁହନ୍ତୁ । ଜୀବନ ସାଥୀ କ୍ରୋଧିତ ହୋଇପାରେ । ଯେଉଁମାନେ ଏକ ପ୍ରେମ ଜୀବନ ବିତାଉଛନ୍ତି, ସେମାନଙ୍କ ପ୍ରିୟଙ୍କ ସହ କଥା ହୋଇ ସାକ୍ଷାତ କରି ବହୁତ ଖୁସି ହେବେ । ପ୍ରେମ ଜୀବନ ଶକ୍ତିଶାଳୀ ହେବ ।

ବିଛା: – ମାନସିକ ଟେନସନ ରହିପାରେ, ଯାହାକୁ ଏଡ଼ାଇବା ପାଇଁ ଯାହା ଆପଣଙ୍କୁ ନିଜେ ଚେଷ୍ଟା କରିବାକୁ ପଡ଼ିବ । ଯାତ୍ରା କରିବା ପାଇଁ ଦିନଟି ଭଲ ନୁହେଁ । ଘରର ବରିଷ୍ଠମାନଙ୍କ ଆଶୀର୍ବାଦ ପାଇବେ। କାର୍ଯ୍ୟରେ ସଫଳତା ମିଳିବ । ଘରୋଇ ଜୀବନରେ ସମସ୍ୟା ହୋଇପାରେ । ଯେଉଁମାନେ ପ୍ରେମ ଜୀବନରେ ଅଛନ୍ତି ସେମାନଙ୍କ ପାଇଁ ଆଜି ଏକ ଭଲ ଦିନ ହେବ । ତୁମେ ତୁମର ପ୍ରିୟଙ୍କ ସହିତ ବହୁତ କଥାବାର୍ତ୍ତା କରିବ ଏବଂ ସେମାନଙ୍କ ସହିତ କିଛି କିଣାକିଣି କରିବ ।

ଧନୁ: –ଆଜି ଏହି ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ଦିନଟି ସୁବିଧାରେ ଅତିବାହିତ ହେବ ଏବଂ କେତେକ ଗୁପ୍ତ କାର୍ଯ୍ୟରେ ମଧ୍ୟ ଟଙ୍କା ଖର୍ଚ୍ଚ କରିବେ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ନିଶ୍ଚିତ ଭାବରେ ଚିନ୍ତିତ ହେବେ । ଆଜି ଘରୋଇ ଜୀବନ ପାଇଁ ଏକ ଭଲ ଦିନ ହେବ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି ସେମାନଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିବ।

ମକର: –ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ ଏବଂ ତୁମେ ଚାକିରିରେ ଭଲ ଫଳାଫଳ ପାଇବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ । ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ । ଭାଗ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କାର୍ଯ୍ୟ ସଂପର୍କରେ ପରିସ୍ଥିତି ସ୍ୱାଭାବିକ ହେବ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ ।

କୁମ୍ଭ: –ଯଦିଓ କିଛି ଚ୍ୟାଲେଞ୍ଜ ଆସିବ, ତେବେ ଆପଣ ଖୁସିରେ ସେମାନଙ୍କୁ ସାମ୍ନା କରିବେ। ପ୍ରେମ ଦୃଷ୍ଟିରୁ ଆଜି ଏକ ଭଲ ଦିନ ହେବ ଏବଂ ଆପଣଙ୍କ ପ୍ରିୟଙ୍କ ସହିତ ରୋମାନ୍ସ ପାଇଁ ସୁଯୋଗ ମିଳିବ। ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସ୍ୱାଭାବିକ ହେବ। ଆଜି ଆପଣ କାର୍ଯ୍ୟ ସଂପର୍କରେ କିଛି ସମସ୍ୟାର ସମ୍ମୁଖୀନ ହେବେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । ଆଜି ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ହେବେ କାରଣ ସ୍ୱାସ୍ଥ୍ୟ ଦୃଢ ହେବ ।

ମୀନ : –ମାନସିକ ସ୍ତରରେ ଆପଣ ଦୁର୍ବଳ ଅନୁଭବ କରିବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ବିଚଳିତ ହୋଇପାରେ । ଅସନ୍ତୁଳିତ ଖାଦ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତୁମର ଖାଦ୍ୟର ଯତ୍ନ ନିଅ । କାର୍ଯ୍ୟରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ । ଆୟ ବୃଦ୍ଧି ପାଇବ । ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ହେବ ଏବଂ ଜୀବନ ସାଥୀ ଆପଣଙ୍କ ଜୀବନରେ ଲାଭ ପାଇଁ ବାଟ ଖୋଲିବ । ତୁମର ସମ୍ପର୍କରେ ସୁଖ ରହିବ । ବାହାର ଲୋକଙ୍କଠାରୁ କିଛି ଲାଭ ହେବ ।

Categories
ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ଶନିବାର ଦିନ ଆୟରେ ହେବ ବୃଦ୍ଧି

ତୂଳା: ଖର୍ଚ୍ଚ ବୃଦ୍ଧି ପାଇବ । ଆୟ ସ୍ୱାଭାବିକ ହେବ । ଆର୍ଥିକ ବୋଝ  ବୃଦ୍ଧି ପାଇବ, ପରିବାର ସଦସ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ଘରୋଇ ଜୀବନରେ ସାବଧାନ ରୁହନ୍ତୁ । ଜୀବନ ସାଥୀ କ୍ରୋଧିତ ହୋଇପାରେ ।

ମୀନ : ମାନସିକ ସ୍ତରରେ ଆପଣ ଦୁର୍ବଳ ଅନୁଭବ କରିବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ବିଚଳିତ ହୋଇପାରେ । ଅସନ୍ତୁଳିତ ଖାଦ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତୁମର ଖାଦ୍ୟର ଯତ୍ନ ନିଅ । କାର୍ଯ୍ୟରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ । ଆୟ ବୃଦ୍ଧି ପାଇବ । ପ୍ରେମ

Categories
ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନେ କାର୍ଯ୍ୟରେ ଆସିବ ସମସ୍ୟା, ଜାଣନ୍ତୁ କଣ କହୁଛି ରାଶିଫଳ

ବିଛା: – ମାନସିକ ଟେନସନ ରହିପାରେ, ଯାହାକୁ ଏଡ଼ାଇବା ପାଇଁ ଯାହା ଆପଣଙ୍କୁ ନିଜେ ଚେଷ୍ଟା କରିବାକୁ ପଡ଼ିବ । ଯାତ୍ରା କରିବା ପାଇଁ ଦିନଟି ଭଲ ନୁହେଁ । ଘରର ବରିଷ୍ଠମାନଙ୍କ ଆଶୀର୍ବାଦ ପାଇବେ। କାର୍ଯ୍ୟରେ ସଫଳତା ମିଳିବ । ଘରୋଇ ଜୀବନରେ ସମସ୍ୟା ହୋଇପାରେ ।

କୁମ୍ଭ: ଯଦିଓ କିଛି ଚ୍ୟାଲେଞ୍ଜ ଆସିବ, ତେବେ ଆପଣ ଖୁସିରେ ସେମାନଙ୍କୁ ସାମ୍ନା କରିବେ। ପ୍ରେମ ଦୃଷ୍ଟିରୁ ଆଜି ଏକ ଭଲ ଦିନ ହେବ ଏବଂ ଆପଣଙ୍କ ପ୍ରିୟଙ୍କ ସହିତ ରୋମାନ୍ସ ପାଇଁ ସୁଯୋଗ ମିଳିବ। ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସ୍ୱାଭାବିକ ହେବ। ଆଜି ଆପଣ କାର୍ଯ୍ୟ ସଂପର୍କରେ କିଛି ସମସ୍ୟାର ସମ୍ମୁଖୀନ ହେବେ ।

Categories
ଧର୍ମ

ଏହି ରାଶିର ବ୍ୟକ୍ତିଗଣ ଶନିବାର ଦିନ ଏକ ଗୁପ୍ତ କାମରେ କରିବେ ଟଙ୍କା ଖର୍ଚ୍ଚ

ଧନୁ: ଆଜି ଏହି ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ଦିନଟି ସୁବିଧାରେ ଅତିବାହିତ ହେବ ଏବଂ କେତେକ ଗୁପ୍ତ କାର୍ଯ୍ୟରେ ମଧ୍ୟ ଟଙ୍କା ଖର୍ଚ୍ଚ କରିବେ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ନିଶ୍ଚିତ ଭାବରେ ଚିନ୍ତିତ ହେବେ ।

ମକର: ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ ଏବଂ ତୁମେ ଚାକିରିରେ ଭଲ ଫଳାଫଳ ପାଇବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ । ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତି ପ୍ରେମ ବ୍ୟାପାରରେ ହେବେ ସଫଳ, ଖୁସି ହେବେ

ସିଂହ : – ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ଜୀବନ ଖୁସି ହେବ । ଘରୋଇ ଜୀବନରେ ସୁଖ ମିଳିବ । ଜୀବନ ସାଥୀ ସହିତ ସମ୍ପର୍କ ଭଲ ହେବ ।

କନ୍ୟା: ଆଜି ଆପଣଙ୍କ ପାଇଁ ବହୁତ ପରିମାଣରେ ଅନୁକୂଳ ହେବ । ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଛାତ୍ରମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସୁଖରେ ପରିପୂର୍ଣ୍ଣ ହେବ । ରୋମାନ୍ସ ବୃଦ୍ଧି ପାଇବ, ପ୍ରେମ ଜୀବନ ବିତାଉଥିବା ଲୋକମାନେ ମଧ୍ୟ ଆଜି ଭଲ ଫଳାଫଳ ପାଇବେ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତି ଶନିବାର ଦିନ ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଭେଟିବେ, ଖୁସି ଲାଗିବ

ମିଥୁନ: ହୃଦୟ ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଭେଟି ଖୁସି ହେବ କିମ୍ବା ସେମାନଙ୍କୁ ଫୋନରେ ଯୋଗାଯୋଗ କରାଯିବ । ଆପଣଙ୍କ ବ୍ୟବସାୟରେ ଲାଭ ହେବ । କାର୍ଯ୍ୟ ସହିତ ତୁମେ ଭଲ ଫଳାଫଳ ପାଇବ । ତୁମେ ଖୁସି ହେବ । ଘର ଜୀବନ ଖୁସି ହେବ ।

କର୍କଟ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ। ସେହିପରି ଭାଗ୍ୟ ମଧ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ ।

Categories
ଆଜିର ଖବର ଧର୍ମ

ସାବଧାନ, ଶନିବାର ଦିନ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିପାରେ ସମସ୍ୟା

ମେଷ: ଆଜି କେତେକ ସମସ୍ୟା ଆସିପାରେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । କଠିନ ପରିଶ୍ରମ କର। ଆୟ ସ୍ୱାଭାବିକ ହେବ । ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ପ୍ରେମ ଜୀବନରେ କିଛି ସମସ୍ୟା ହୋଇପାରେ ।

ବୃଷ: ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଆୟ ବୃଦ୍ଧି ପାଇବ । ଖର୍ଚ୍ଚ ହ୍ରାସ ପାଇବ । ଘର ଜୀବନ ସ୍ନେହପୂର୍ଣ୍ଣ ହେବ । ଭବିଷ୍ୟତ ବିଷୟରେ ତୁମେ ତୁମର ସାଥୀ ସହିତ ଏକ ବଡ ଯାତ୍ରା ଯୋଜନା କରିପାରିବ ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଯୁବବ୍ୟାପାର, କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର

ଭୁବନେଶ୍ବର, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ତଥା କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ଅଗଷ୍ଟ ୧୩ ତାରିଖ ଦିନ ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ୱରୂପ ଆୟୋଜିତ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୨.୦ର ଦେଶବ୍ୟାପୀ ଆୟୋଜିତ କାଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଏବଂ ଯୁବ ବ୍ୟାପାର ବିଭାଗ ସଚିବ ଶ୍ରମତୀ ଉଷା ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

କେନ୍ଦ୍ର୍ର ମନ୍ତ୍ରୀ ଶ୍ରୀ ଠାକୁର ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ରାଷ୍ଟ୍ରୀୟ ଷ୍ଟାଡ଼ିୟମ୍ ଠାରେ ଫ୍ରିଡମ୍ ରନ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଷ୍ଟାଡ଼ିୟମରେ ଫ୍ରିଡ଼ମ୍ ରନ୍ରେ ଅଂଶଗ୍ରହଣ କରିଥିଲେ । ସେହିଭଳି ପୋର୍ଟ ବ୍ଲେୟାରର ସେଲୁଲାର ଜେଲ୍, ଲାହୋଲ ସ୍ପିତିର କାଜା ଚୌକ, ମୁମ୍ବାଇର ଗେଟ ୱେ ଅଫ୍ ଇଣ୍ଡିଆ ଏବଂ ପଞ୍ଜାବର ଅଟାରୀ ସୀମା ସହିତ ଦେଶର ଅନ୍ୟ ପ୍ରସିଦ୍ଧ ସ୍ଥଳଗୁଡ଼ିକ ସହିତ ଅନ୍ୟ ୭୫ଟି ସ୍ଥାନରେ ଏଭଳି କାଯ୍ୟକ୍ରମ ସମାନ୍ତରାଳ ଭାବେ ଆୟୋଜନ କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କେରଳ ସରକାରଙ୍କୁ ୨.୫ ଲକ୍ଷ କୋଭିଡ-୧୯ ଟିକା ଡୋଜ ପ୍ରଦାନ

ତିରୁଅନନ୍ତପୁରମ: କେରଳ ସରକାରଙ୍କ କୋଭିଡ୍ ଟିକାକରଣ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ରାଜ୍ୟ ପାଇଁ ୨.୫ ଲକ୍ଷ ମାଗଣା କୋଭିଡ-୧୯ ଟିକା ଡୋଜ ଯୋଗାଇ ଦିଆଯାଇଛି। ଏ ସମ୍ପର୍କିତ ପ୍ରତିବଦ୍ଧତା ପତ୍ର କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟି ବିଜୟନଙ୍କୁ ରିଲାଏନ୍ସର ଏକ ପ୍ରତିନିଧି ଦଳ ଆନୁଷ୍ଠାନିକ ଭାବରେ ପ୍ରଦାନ କରିଥିଲେ। ଏଥିପାଇଁ ନିଜ ଅନ୍ତରର କୃତଜ୍ଞତା ଜଣାଇ ଶ୍ରୀ ବିଜୟନ କହିଥିଲେ, ରିଲାଏନ୍ସ ଫାଉଣ୍ଡେସନର ଏଭଳି ସମର୍ଥନ ରାଜ୍ୟର ଟିକାକରଣ ଅଭିଯାନକୁ ନିଃସନ୍ଦେହରେ ସୁଦୃଢ କରିବ।

ଗୋଷ୍ଠୀ କଲ୍ୟାଣ ଦିଗରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପୁନଃ ମଜଭୁତ କରି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ଶ୍ରୀମତୀ ନିତା ଏମ୍ ଅମ୍ବାନି କହିଛନ୍ତି, “କୋଭିଡ-୧୯ ବିରୁଦ୍ଧରେ ଭାରତର ଲଢେଇର ପ୍ରତିଟି ପଦକ୍ଷେପରେ ଆମେ ରାଷ୍ଟ୍ର ସହିତ ଛିଡା ହୋଇଛୁ। ଭୂତାଣୁ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବାପାଇଁ ବ୍ୟାପକ ଟିକାକରଣ ଏକମାତ୍ର ସଫଳ ମାଧ୍ୟମ। ସମଗ୍ର ଦେଶରେ ମାଗଣା ଟିକାକରଣ ପାଇଁ ଆମେ ‘ମିଶନ ଭାକ୍‌ସିନ ସୁରକ୍ଷା’ ଆରମ୍ଭ କରିଥିଲୁ। ଏହି ୨.୫ ଲକ୍ଷ ମାଗଣା ଟିକା ଡୋଜ୍ ସହିତ ରିଲାଏନ୍ସ ଫାଉଣ୍ଡେସନ ଆବଶ୍ୟକତା ସମୟରେ କେରଳ ଜନସାଧାରଣଙ୍କୁ ପ୍ରତି ସମର୍ଥନକୁ ପୁନଃ ଦୃଢ଼ିଭୂତ କରୁଛି। ଆମେ ସମସ୍ତେ ମିଳିତ ଭାବରେ ଏହି ଆହ୍ୱାନମୂଳକ ପରିସ୍ଥିତିର ଊର୍ଦ୍ଧ୍ୱକୁ ଉଠିପାରିବା ଏବଂ ଏକ ମଜଭୁତ ରାଷ୍ଟ୍ର ଭାବରେ ପୁଣି ଛିଡାହେବା।”

ଟିକାଗୁଡିକ ଗୁରୁବାର ଦିନ କୋଚିଠାରେ ପହଂଚିିବା ପରେ ତାହାକୁ କେରଳ ମେଡିକାଲ ସର୍ଭିସେସ କର୍ପୋରେସନକୁ ହସ୍ତାନ୍ତର କରାଯାଇଛି। କେରଳ ସରକାରଙ୍କ ପକ୍ଷରୁ ଏର୍ଣ୍ଣାକୁଲମ ଜିଲାପାଳ ଜାଫର ମଲିକ ଟିକାଗୁଡିକ ଗ୍ରହଣ କରିଥିଲେ। କେରଳ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ଟିକାଗୁଡିକ ଆବଂଟନ କରାଯିବା ସହିତ ଲୋକଙ୍କୁ ଦିଆଯିବ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ୨୦୧୮ରେ କେରଳରେ ବନ୍ୟାବିପତି ଦେଖାଦେଇଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧ କୋଟି ଟଙ୍କା ପ୍ରଦାନ କରିବା ସହିତ ଆଲପୁଝାରେ ରିଲିଫ ଶିବିର ପରିଚାଳନା ଏବଂ ତାହାସହିତ ୫୦ କୋଟି ଟଙ୍କା ମୂଲ୍ୟର ପୋଷାକ, ଜୋତାଚପଲ, ଶୁଖିଲା ଗ୍ରୋସେରୀ ସାମଗ୍ରୀ ବଂଟନ ସହିତ ସ୍ୱାସ୍ଥ୍ୟସେବା ସହାୟତା ଯୋଗାଇ ଦେଇଥିଲା। ୨୦୧୯ରେ ରିଲାଏନ୍ସ କେରଳ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ରିଲିଫ ପାଣ୍ଠିକୁ ୫କୋଟି ଟଙ୍କା ଦାନ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଲୋକଙ୍କୁ ସେମାନଙ୍କ ଜୀବନ ପୁନଃ ଆଗେଇନେବା ଓ ଭିତିଭୂମି ପୁନଃବାହାଲ କରିବାକୁ ସହାୟତା ଯୋଗାଇ ଦେଇଥିଲା।

ଏହି ମହାମାରୀ ଆରମ୍ଭ ଦିନଠାରୁ କୋଭିଡ-୧୯ ବିରୁଦ୍ଧ ଲଢେଇରେ ରିଲାଏନ୍ସ ଫାଉଣ୍ଡେସନ ଶ୍ରୀମତୀ ନିତା ଅମ୍ବାନିଙ୍କ ନେତୃତ୍ୱରେ ରାଷ୍ଟ୍ରକୁ ସମର୍ଥନ କରିବା କ୍ଷେତ୍ରରେ ଅଗ୍ରଭାଗରେ ରହିଆସିଛି। ସମଗ୍ର ଦେଶରେ ନମୁନା ପରୀକ୍ଷଣ ଠାରୁ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ, ଡାକ୍ତରୀ ଅକ୍ସିଜେନ ଠାରୁ ମାଗଣା ଭୋଜନ ଏବଂ ମାସ୍କ ବଂଟନ ଠାରୁ ଆପଦଶଙ୍କୁଳ ଜନସାଧାରଣଙ୍କ ସୁବିଧା ପର୍ଯ୍ୟନ୍ତ ବିବିଧ ପଦକ୍ଷେପ ଗ୍ରହଣ କରିଛି। ସେଥିମଧ୍ୟରେ ଦୈନିକ ୧ ଲକ୍ଷ ରୋଗୀଙ୍କର ଆବଶ୍ୟକତା ପୂରଣ ପାଇଁ ମାଗଣାରେ ଡାକ୍ତରୀ ଅକ୍ସିଜେନ ଯୋଗାଣ, ସମଗ୍ର ଦେଶରେ ୨ହଜାରରୁ ଅଧିକ କୋଭିଡ ଚିକିତ୍ସା ଶଯ୍ୟା ସ୍ଥାପନ ଓ ଆନୁଷଙ୍ଗିକ ସୁବିଧା ସୁଯୋଗକୁ ସମର୍ଥନ, ମହାମାରୀ ଦ୍ୱାରା ପ୍ରଭାବିତ ଆପଦପୂର୍ଣ୍ଣ ଜନସମୁଦାୟଙ୍କୁ ୭.୫ କୋଟିରୁ ଅଧିକ ଭୋଜନ ଯୋଗାଣ, ନିରାପତା ପାଇଁ ୧ କୋଟିରୁ ଅଧିକ ମାସ୍କ ଏବଂ ସଚେନତା ବାର୍ତା ବଂଟନ ଆଦି ଅନ୍ତର୍ଭୁକ୍ତ।

ମିଶନ ଭାକ୍‌ସିନ ସୁରକ୍ଷାର ଅଂଶସ୍ୱରୂପ ରିଲାଏନ୍ସର କର୍ମଚାରୀ, ପରିବାର ସଦସ୍ୟ ଏବଂ ନିର୍ଭରଶୀଳ ବ୍ୟକ୍ତିଙ୍କୁ ୧୦ ଲକ୍ଷରୁ ଅଧିକ କୋଭିଡ-୧୯ ଟିକା ଦିଆଯାଇସାରିଛି। ଏହି ଅଭିଯାନକୁ କେରଳ ଏବଂ ସମଗ୍ର ଦେଶକୁ ସଂପ୍ରସାରଣ କରିବା, ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ରାଷ୍ଟ୍ର ସହିତ ଛିଡାହେବା ଏବଂ ଜରୁରୀ ସମୟରେ ଯଥାସମ୍ଭବ ସେବା କରିବା ଲକ୍ଷ୍ୟରେ ଜାରି ରଖିଥିବା ‘ୱି କେୟାର’ ପ୍ରତିବଦ୍ଧତାକୁ ଅଧିକ ମଜଭୁତ କରୁଛି।