Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

କଲମ୍ବୋ ଅନ୍ତିମ ଟି-୨୦: ଭାରତୀୟ କ୍ରିକେଟ ଦଳ ପାଇଁ କର ବା ମର ପରିସ୍ଥିତି

ନୂଆଦିଲ୍ଲୀ: ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟ ପରେ ଆଜି ଟିମ୍ ଇଣ୍ଡିଆ ପାଇଁ ସିରିଜର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଶ୍ରୀଲଙ୍କା ବିରୋଧରେ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୧-୧ ରେ ବରାବର ଅଛି ଏବଂ ଏହାର ନିର୍ଣ୍ଣାୟକ ମ୍ୟାଚ୍ ଆଜି ଖେଳାଯିବ।

ଗତକାଲି ଖେଳାଯାଇଥିବା ଦ୍ୱିତୀୟ ଟି -୨୦ ମ୍ୟାଚ୍‌ରେ ରୋମାଞ୍ଚକର ୪ ୱିକେଟ୍ ରେ ଶ୍ରୀଲଙ୍କା ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ କରୋନା ପଜିଟିଭ ଏବଂ କ୍ୱାରାଣ୍ଟିନ ପ୍ରୋଟୋକଲ ଯୋଗୁଁ ଭାରତର ୯ ଖେଳାଳି ଚୟନ ପାଇଁ ଉପଲବ୍ଧ ନଥିଲେ। ଏଭଳି ପରିସ୍ଥିତିରେ ଭାରତ ଦ୍ରୁତ ବୋଲର ନବଦୀପ ସାଇନିଙ୍କ ସମେତ ୬ ଟି ବିଶେଷଜ୍ଞ ବୋଲରଙ୍କୁ ଖେଳାଇଥିଲା।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତ ଏକ କଷ୍ଟଦାୟକ ପିଚରେ ଶ୍ରୀଲଙ୍କା ସ୍ପିନରଙ୍କୁ ସାମ୍ନା କରି ମାତ୍ର ୧୩୨ ରନ ସ୍କୋର କରିପାରିଥିଲା। ଏହାର ଜବାବରେ ମ୍ୟାଚରେ ଦୁଇଟି ବଲ ବାକି ରହି ଶ୍ରୀଲଙ୍କା ଲକ୍ଷ୍ୟ ହାସଲ କରିଥିଲା। ​​ଯାହା ଶେଷ ଓଭର ପର୍ଯ୍ୟନ୍ତ ରୋମାଞ୍ଚକର ଥିଲା। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍‌ରେ ଜିତିବା ପାଇଁ ଉଭୟ ଦଳ ନିଜ ନିଜର ଶତ ପ୍ରତିଶତ ପ୍ରୟାସ ଜାରି ରଖିବେ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି -୨୦ ମ୍ୟାଚ୍ ଆଜି (ଗୁରୁବାର) ରାତି ୮ ଟାରେ ହେବାକୁ ଥିବା ବେଳେ ସନ୍ଧ୍ୟା ୭:୩୦ ରେ ଟସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ଟି -୨୦ ମ୍ୟାଚ୍ ସୋନି ସ୍ପୋର୍ଟସ ନେଟୱାର୍କର ଚ୍ୟାନେଲରେ ସିଧା ଦେଖାଯାଇପାରିବ।

ଜିଓ ଟିଭିର ଆପରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି -୨୦ ମ୍ୟାଚ୍ ଲାଇଭ୍ ଦେଖିପାରିବେ। ଏହା ବ୍ୟତୀତ ସୋନିଲିଭ୍ ୱେବସାଇଟରେ ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଉପଭୋଗ କରାଯାଇପାରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୩୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୩୯  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୪୦, କଟକରୁ ୨୨୫, ଭଦ୍ରକରୁ ୧୭୧, ଯାଜପୁରରୁ ୧୨୯, କେନ୍ଦ୍ରାପଡାରୁ ୧୧୦, ପୁରୀରୁ ୧୦୦, ଜଗତସିଂହପୁରରୁ ୯୦, ମୟୂରଭଞ୍ଜରୁ ୮୯, ବାଲେଶ୍ବରରୁ ୮୨, ନୟାଗଡରୁ ୭୧, ଅନୁଗୁଳରୁ ୬୫, ଢେଙ୍କାନାଳରୁ ୫୭, ମାଲକାନଗିରିରୁ ୨୭, କେନ୍ଦୁଝରରୁ ୨୨, ସମ୍ବଲପୁରରୁ ୨୦, ରାୟଗଡାରୁ ୧୯, ସୁନ୍ଦରଗଡରୁ ୧୫, ବୌଦ୍ଧରୁ ୧୦, କଳାହାଣ୍ଡିରୁ ୯, ବରଗଡରୁ ୮, ବଲାଙ୍ଗୀରିରୁ ୮, କୋରାପୁଟରୁ ୮, ସୋନପୁରରୁ ୮, ଗଜପତିରୁ ୭, ଦେବଗଡରୁ ୬, ଗଞ୍ଜାମରୁ ୪, ନବରଙ୍ଗପୁରରୁ ୪, ନୂଆପଡାରୁ ୨ ଏବଂ ଷ୍ଟେଟ ପୁଲରୁ ୧୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୫୩ ହଜାର ୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୪ ହଜାର ୧୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୫୧ ହଜାର ୪୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୨୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୭୩୮ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବରଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ଥାନା ଗଦାଧରପୁରର ଖଳବଳା ନାଳ ପାଖ ଏକ ବରଗଛରେ ଜନୈକ ଯୁବକର ମୃତଦେହ ଝୁଲୁଥିବାର ପୋଲିସ୍ ସୂତ୍ରରୁ ଜଣା ପଡିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ପଂଚାୟତର ଗଦାଧରପୁର ଗ୍ରାମର କାଳିଚରଣ ପଣ୍ଡା (୨୭) ଦୁଇ ଦିନ ହେଲା ନିଖୋଜ ଥିଲେ। ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରି ମଧ୍ୟ ପାଇ ନ ଥିଲେ। ଆଜି ଅପରାହ୍ନ ୧.୩୦ ମି.ରେ ଗଦାଧରପୁର ନିକଟସ୍ଥ ଖଳବଳା ନାଳ ପାଖରେ ଥିବା ଏକ ବରଗଛରେ କାଳିଚରଣ ପଣ୍ଡା ଙ୍କର ମୃତଦେହ ଝୁଲୁଥିବାର ଲୋକମାନେ ଦେଖିଥିଲେ। ସଙ୍ଗେ ସଙ୍ଗେ ନାକଟିଦେଉଳ ଥାନାକୁ ଫୋନ୍ କରି ଜଣାଇଥିଲେ।

ଘଟଣା ସ୍ଥଳକୁ ପୋଲିସ୍ ପହଂଚି ଅନୁସନ୍ଧାନ କରୁଥିବା ବେଳେ ସମ୍ବଲପୁରରୁ ସାଇନ୍ଟିଫିକ୍ ଟିମ୍ ଆସିଲା ପରେ ଶବକୁ ଜବତ କରାଯିବ ବୋଲି ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏହା ଆତ୍ମ ହତ୍ୟା ନା ହତ୍ୟା ଜଣା ପଡି ନ ଥିବା ବେଳେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ମୃତ ବ୍ୟକ୍ତିର ଶବକୁ ଦେଖିଲେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ଅନୁମାନ କରାଯାଇଛି। ପୋଲିସ୍ ଘଟଣା ସ୍ଥଳରେ ପହଂଚି ଛାନ୍‌ଭିନ୍ ଚଲାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ (ଅପରାହ୍ନ୫ଟା) ସମ୍ବଲପୁରରୁ ସାଇନ୍‌ଟିଫିକ୍ ଟିମ୍ ପହଂଚି ନ ଥିବା ଜଣା ପଡିଛି।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକାରେ ୧ ହଜାର ୩୦ ଜଣ ନାଗରିକ ନେବେ ଟୀକା: ଜାଣନ୍ତୁ କେଉଁଠି ମିଳିବ କେତେ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧ ହଜାର ୩୦ ଜଣ ନାଗରିକଙ୍କୁ ଉଭୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ସବୁ ବର୍ଗର ନାଗରିକ (ଉଭୟ ଡୋଜ)
୧- ସହିଦ କୃତ୍ତିବାସ ଭବନ, ପଲଟନ ପଡିଆ- ୪୩୦ ଡୋଜ ରୁ ପ୍ରଥମ ଡୋଜ ୩୫୦, ଦ୍ଵିତୀୟ ଡୋଜ ୫୦ ଏବଂ ଗର୍ଭବତୀ ମହିଳା ୩୦

୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜରୁ ପ୍ରଥମ ଡୋଜ ୭୦, ଦ୍ଵିତୀୟ ଡୋଜ ୨୦ ଏବଂ ଗର୍ଭବତୀ ମହିଳା ୧୦

୩- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜରୁ ପ୍ରଥମ ଡୋଜ ୭୦, ଦ୍ଵିତୀୟ ଡୋଜ ୨୦ ଏବଂ ଗର୍ଭବତୀ ମହିଳା ୧୦

୪- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜରୁ ପ୍ରଥମ ଡୋଜ ୭୦, ଦ୍ଵିତୀୟ ଡୋଜ ୨୦ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୫- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜରୁ ପ୍ରଥମ ଡୋଜ ୭୦ ଏବଂ ଗର୍ଭବତୀ ମହିଳା ପାଇଁ ୩୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ)

୧- ରାମପୁର ପ୍ରାଥମିକ ବିଦ୍ୟାଳୟ(ବାଲୁଗାଁ ଏନଏସି )- ୧୦୦ ଡୋଜ

– କୁମାଣ୍ଡଳ ୟୁଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କୁମାଣ୍ଡଳ ଗ୍ରା.ପ )- ୫୦ ଡୋଜ

୩- ନିମିକ୍ଷେତା ପ୍ରାଥମିକ ବିଦ୍ୟାଳୟ (ନିମିକ୍ଷେତା ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠୁ ଅଫଲାଇନ୍ ମାଟ୍ରିକ ପରୀକ୍ଷା: ୬ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟରେ ଅଫଲାଇନ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। କରୋନା ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ। ସେଥିପାଇଁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କଲା ବେଳେ ଛାତ୍ରଛାତ୍ରୀମାନଙ୍କୁ ଥର୍ମାଲ ସ୍କାନିଂ କରାଯିବ।

ମୋଟ ୬ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ମୋଟ ୨୭୮ ଟି କେନ୍ଦ୍ରରେ ପରୀକ୍ଷା ହେବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କେବଳ ବ୍ଲକ୍‌ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରମୁଖ ବିଦ୍ୟାଳୟଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି। ସବୁ କେନ୍ଦ୍ରରେ ପରୀକ୍ଷା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି।

ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ। ଦିନ ୧୦ଟାରୁ ୧୨ ତା ଯାଏଁ ପରୀକ୍ଷା  ସମୟ ନିର୍ଦ୍ଧାରଣ ହୋଇଛି। ଏଥିପାଇଁ ସକାଳ ୯ଟା ପରଠାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ପରୀକ୍ଷାରେ କୋଭିଡ-୧୯ର ସମସ୍ତ ଗାଇଡଲାଇନ ପାଳନ କରିବାକୁ ବୋର୍ଡ ତଥା ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏଥିପାଇଁ ୪୮ ଘଣ୍ଟା ପୂର୍ବରୁ ପରୀକ୍ଷାରେ ନିୟୋଜିତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କୋଭିଡ ଟେଷ୍ଟ କରିଛନ୍ତି। ଆସନ୍ତା ୨୨ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି। ଏନେଇ ବୋର୍ଡ ସଭାପତି ରମାସିସ ହାଜାରା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ୍ ସ୍ତରରେ ହେଲା ଛୋଟ ଅଦଳବଦଳ: ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କୁ ମିଳିଲା କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗ

ଭୁବନେଶ୍ବର: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଆଇଏଏସ୍ ବିଶାଲ ଦେବଙ୍କୁ ଅର୍ଥ ସଚିବ ନିଯୁକ୍ତି ଦିଆଯାଇଥିବା ବେଳେ ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି।

ଡି.କେ ସିଂହଙ୍କୁ ଇସ୍ପାତ ଏବଂ ଖଣିଜ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଏବଂ ଆର ଭିନେଲ୍‌କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗର ଅତିରିକ୍ତ ଦାୟିତ୍ୱ ଭାବେ ନିଯୁକ୍ତି ମିଳିଛି।

ତେବେ ବର୍ତ୍ତମାନ ବିଶାଲ ଦେବ ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ଅଶୋକ ମିନା ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ଡି.କେ ସିଂହ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଥିବା ବେଳେ ସୁରେନ୍ଦ୍ର କୁମାର ଇସ୍ପାତ ଏବଂ ଖଣିଜ ସମ୍ପଦ ବିଭାଗର ପ୍ରମୁଖ ସଚିବ ଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଆର ଭିନେଲ୍‌କ୍ରିଷ୍ଣା ଦାୟିତ୍ଵ ତୁଲାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସଂସଦର ମୌସୁମୀ ଅଧିବେଶନ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ବାଚସ୍ପତି ଦେଲେ ଚେତାବନୀ

ନୂଆଦିଲ୍ଲୀ: ପେଗାସସ୍ ପ୍ରସଙ୍ଗ ଏବଂ କୃଷି ଆଇନ ପ୍ରସଙ୍ଗରେ ଉତ୍ତେଜନା କାରଣରୁ ସଂସଦର ମୌସୁମୀ ଅଧିବେଶନରେ ଗତିରୋଧ ଜାରି ରହିଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ରଖାଯାଉଛି। ସଂସଦ ଅଧିବେଶନ ଆରମ୍ଭ ହେବାର ସାତ ଦିନରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ବିରୋଧୀ ସାଂସଦଙ୍କ ଉତ୍ତେଜନା ଓ ବିରୋଧ ଯୋଗୁଁ ଅଧିକାଂଶ ସମୟ କାର୍ଯ୍ୟବାହୀ ବନ୍ଦ ରହୁଛି। ଆଜି ମଧ୍ୟ ଏହି ଉତ୍ତେଜନା କାରଣରୁ ଲୋକସଭାର ପ୍ରକ୍ରିୟା ରାତି ୧୧:୩୦ ପର୍ଯ୍ୟନ୍ତ ଏବଂ ରାଜ୍ୟସଭାକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବୁଧବାର ମଧ୍ୟ ବିରୋଧୀଙ୍କ ଉତ୍ତେଜନା କାରଣରୁ ଲୋକସଭାକୁ ମୁଲତବୀ ରଖିବାକୁ ପଡ଼ିଥିଲା। ଲୋକସଭାର ପ୍ରକ୍ରିୟା ଚାଲିଥିବା ବେଳେ ବିରୋଧୀ ଲୋକସଭାରେ ବାଚସ୍ପତିଙ୍କ ଚେୟାର ଉପକୁ କାଗଜ ଖଣ୍ଡ ଫିଙ୍ଗିଥିଲେ।

ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହରେ ଏକ କଡା ବାର୍ତ୍ତା ଦେଇଛନ୍ତି। ହଙ୍ଗାମା ସୃଷ୍ଟି କରିଥିବା ସାଂସଦମାନଙ୍କୁ ଚେତାବନୀ ଦେଇ ସେ କହିଛନ୍ତି ଯେ, ଆମକୁ ଗୃହର ସମ୍ମାନ ବଜାୟ ରଖିବାକୁ ହେବ। ସଦସ୍ୟମାନେ ସେମାନଙ୍କର ଆଚରଣ ଏବଂ ଉଚ୍ଚାରଣରେ ସୀମା ମନେ ରଖିବା ଉଚିତ୍। ଯଦି ସୁସ୍ଥ ପରମ୍ପରାକୁ କେହି ଭାଙ୍ଗିବାକୁ ଚେଷ୍ଟା କରିବ, ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ଲୋକସଭା ବାଚସ୍ପତି ପଚାରିଛନ୍ତି, ଗତକାଲିର ଘଟଣା କଣ ଉଚିତ ଥିଲା? ସାମୂହିକ ଭାବରେ ନିର୍ଣ୍ଣୟ ନେବା ଆବଶ୍ୟକ, ଯାହାଫଳରେ ଗଣତନ୍ତ୍ର ମଜଭୁତ ରହିବ। କାରଣ ଆପଣ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରତିନିଧିତ୍ୱ କରନ୍ତି।

ଯେତେବେଳେ ରାଜ୍ୟସଭାର ପ୍ରକ୍ରିୟା ସକାଳ ୧୧ ଟାରୁ ଆରମ୍ଭ ହୋଇଥିଲା, ସେତେବେଳେ ଚେୟାରମ୍ୟାନ୍ ଭେଙ୍କୟା ନାଇଡୁ ସଦସ୍ୟମାନଙ୍କୁ କହିଥିଲେ ଯେ ଦୟାକରି ଗୃହକୁ ବ୍ୟାଘାତ କରନ୍ତୁ ନାହିଁ। ଅଧ୍ୟକ୍ଷ ଟେବୁଲ ଉପରେ ଆବଶ୍ୟକୀୟ ଦଲିଲ ରଖିଥିଲେ। ଏହା ପରେ ସେ କହିଛନ୍ତି ଯେ ସେ ତୃଣମୂଳ କଂଗ୍ରେସର ସୁଖେନ୍ଦୁ ଶେଖର ରୟ, କଂଗ୍ରେସର ରିପୁନ ବୋରା, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ ଏବଂ ବିଶ୍ୱମ୍ଭର ପ୍ରସାଦ ନିଶାଦ, ରାଷ୍ଟ୍ରୀୟ ଜନତା ଦଳର ମନୋଜ କୁମାର ଝା, ବାମପନ୍ଥୀ ଇଲାମାରମ କରିମ ଏବଂ ବିନୟ ବିଶ୍ଵମଙ୍କ ପକ୍ଷରୁ ୨୬୭ ନିୟମ ଅନୁଯାୟୀ ବିଜ୍ଞପ୍ତି ମିଳିଛି। ବାଚସ୍ପତି କହିଛନ୍ତି ଯେ ସେ ଏହି ବିଜ୍ଞପ୍ତିଗୁଡିକୁ ଦେଖିଛନ୍ତି ଏବଂ ଏହା ଗ୍ରହଣୀୟ ନୁହେଁ। ଏହା ପରେ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ସେମାନଙ୍କୁ ନିଜ ନିଜ ଆସନକୁ ଜେବା ପାଇଁ ବାଚସ୍ପତି ନିବେଦନ କରିଥିଲେ। ଏହି ସମୟରେ ବିରୋଧୀ ସାଂସଦଙ୍କ ହୋ-ହଲ୍ଲା ଜାରି ରହିଥିଲା ​​ଏବଂ ପରେ ଗୃହକୁ ଦିନ ୧୨ ଟା ପର୍ଯ୍ୟନ୍ତ ମୁଲତବୀ କରିବାକୁ ପଡିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ସାର କାରବାର ଅଭିଯୋଗ: ଦୁଇଟି ଗୋଦାମକୁ ସିଲ୍ କଲା ବାଣପୁର କୃଷି ବିଭାଗ

ସୀତାରାମ ଅଗ୍ରୱାଲ

ବାଣପୁର: ବିନା ଲାଇସେନ୍ସରେ ସାର ବିକିବା ଏବଂ ସାରର କଳାବଜାରୀ କରିବା ଅଭିଯୋଗରେ ଦୁଇ ଗୋଟି ସାର ଗୋଦାମକୁ ବାଣପୁର କୃଷି ବିଭାଗ ସିଲ୍ କରିଛି। ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭାଟପଡା ଛକରେ ଦୁଇ ଗୋଟି ସାର ଗୋଦାମ ବେଆଇନ ଭାବେ ସାରର କଳାବଜାରୀ କରିବା ସହ ବିନା ଲାଇସେନ୍ସରେ ବେପାର ଚଳାଉଥିବାର ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବ୍ଲକ କୃଷି ଅଧିକାରୀ ଅଜୟ କର ଏନେଇ ତତ୍ପରତା ଦେଖାଇଥିଲେ।

ଗତକାଲି ସଂଧ୍ୟାରେ ବାଣପୁର ତହସିଲଦାର ପ୍ରମୋଦ କୁମାର ପାଢ଼ୀଙ୍କ ଉପସ୍ଥିତିରେ କୃଷି ଅଧିକାରୀ ଶ୍ରୀ କର ଏବଂ ସହକାରୀ କୃଷି ଅଧିକାରୀ ମୋନାଲିସା ମିଶ୍ର ଉକ୍ତ ଦୁଇ ସାର ଗୋଦାମ ଉପରେ ଚଢ଼ାଉ କରିବା ସହ ସମ୍ପୃକ୍ତ ଗୋଦାମ ଦ୍ଵୟକୁ ଜଉ ମୁଦା ସିଲ୍ କରିଥିଲେ।

ତେବେ ଆଗକୁ ବାଣପୁର ପୋଲିସର ସହଯୋଗରେ ଉକ୍ତ ଦୁଇ ଗୋଦାମ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ କୃଷି ଅଧିକାରି ଅଜୟ କର ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ଅଲିମ୍ପିକ୍ସ: ସପ୍ତମ ଦିନରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନ। ଆଜି ଭାରତ ପାଇଁ ଏକ ଭଲ ଦିନ ରହିଛି। ଭାରତୀୟ ଖେଳାଳି ଆଜି ତୀରନ୍ଦାଜ, ହକି, ବ୍ୟାଡମିଣ୍ଟନ ଏବଂ ବକ୍ସିଂରେ ବିଜୟ ଲାଭ କରିଛନ୍ତି। ପୁରୁଷ ତୀରନ୍ଦାଜରେ ଅତନୁ ଦାସ ଅନ୍ତିମ ୮ ସ୍ଥାନରେ ପହଞ୍ଚିଥିବା ବେଳେ ସଟଲର ପିଭି ସିନ୍ଧୁ ଡେନମାର୍କର ମିଆ ବ୍ଲିଚଫେଲ୍ଡଙ୍କୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏଥି ସହିତ ବକ୍ସର ସତୀଶ କୁମାର ୯୧ କିଲୋଗ୍ରାମ ବର୍ଗର ଅନ୍ତିମ-୮ ରେ ପହଞ୍ଚିଛନ୍ତି। ସେହିପରି ପୁରୁଷ ହକି ଦଳ ଭଲ ପ୍ରଦର୍ଶନ ଜାରି ରଖିଛି। ଭାରତୀୟ ପୁରୁଷ ହକି ଦଳ ରିଓ ଅଲିମ୍ପିକ୍ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ୩-୧ ରେ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୪୩ ହଜାର ୫୦୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୫୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୫ ଲକ୍ଷ ୩୪ ହଜାର ୭୨୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୨ ହଜାର ୬୬୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୭ ଲକ୍ଷ ୧ ହଜାର ୬୧୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୩ ହଜାର ୮୪୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୫ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୫ ହଜାର ୭୬୮ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୭୬୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬ ଜଣ, ଝାରସୁଗୁଡା, ସମ୍ବଲପୁର ଜିଲ୍ଲାରୁ ୫ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗୀରି, କଟକ, ଗଞ୍ଜାମ, ଯାଜପୁର, ପୁରୀ  ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ବାଲେଶ୍ଵର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୪ ହଜାର ୧୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୫୧ ହଜାର ୪୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୨୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୭୩୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୬୧୫ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୬୭୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୪ ହଜାର ୧୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୫୧ ହଜାର ୪୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୨୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୭୦୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୪୨ ଜଣ, କଟକ ଜିଲ୍ଲାରୁ ୨୨୯ ଜଣ, ଅନୁଗୁଳ ଜିଲ୍ଲାରୁ ୭୨ ଜଣ, ବାଲେଶ୍ଵର ଜିଲ୍ଲାରୁ ୯୮ ଜଣ, ବରଗଡ ଜିଲ୍ଲାରୁ ୫ ଜଣ, ଭଦ୍ରକ ଜିଲ୍ଲାରୁ ୬୦ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୭ ଜଣ, ବୌଦ୍ଧ ଜିଲ୍ଲାରୁ ୧୧ ଜଣ, ଦେବଗଡ ଜିଲ୍ଲାରୁ ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୦ ଜଣ, ଗଞ୍ଜାମ ଜିଲ୍ଲାରୁ ୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୬ ଜଣ, ଯାଜପୁର ଜିଲ୍ଲାରୁ ୭୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୦ ଜଣ, କଳାହାଣ୍ଡି ଜିଲ୍ଲାରୁ ୨ ଜଣ, କନ୍ଧମାଳ ଜିଲ୍ଲାରୁ ୧୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪୦ ଜଣ, କେନ୍ଦୁଝର ଜିଲ୍ଲାରୁ ୧୫ ଜଣ, କୋରାପୁଟ ଜିଲ୍ଲାରୁ ୪ ଜଣ, ମାଲକାନାଗିରି ଜିଲ୍ଲାରୁ ୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨ ଜଣ, ନୟାଗଡ ଜିଲ୍ଲାରୁ ୪୨ ଜଣ, ନୂଆପଡା ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୧୨୩ ଜଣ, ରାୟଗଡା ଜିଲ୍ଲାରୁ ୯ ଜଣ, ସମ୍ବଲପୁର ଜିଲ୍ଲାରୁ ୧୬ ଜଣ, ସୋନପୁର ଜିଲ୍ଲାରୁ ୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୦ ଜଣ ଏବଂ ଷ୍ଟେଟ ପୁଲରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜୀବନ ଶୈଳୀ ଧର୍ମ ବିଶେଷ ଖବର ସଂସ୍କୃତି

ଚାଣକ୍ୟ ନୀତି: ବିପଦ ସମୟରେ ନିଜକୁ ରକ୍ଷା କରିବା ପାଇଁ କଣ କରିବା ଉଚିତ

ନୂଆଦିଲ୍ଲୀ: ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ।

କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ ପତ୍ନୀଙ୍କୁ ମଧ୍ୟ ତ୍ୟାଗ କରିବାକୁ ପଛାଇବେ ନାହିଁ। ଯଦି କୌଣସି ରୋଜଗାର ପାଇଁ ଘରର ସଂପତି ଏବଂ ପତ୍ନୀଙ୍କଠାରୁ ଦୂରେଇ ରହିବାର ଆବଶ୍ୟକ ଥାଏ ତେବେ ତାହା କରିପାରନ୍ତି।

ଅନେକ ଧନ ଏବଂ ପତ୍ନୀ ମୋହରେ ପଡି କିଛି କରନ୍ତି ନାହିଁ। ହେଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ତୋଳି ପାରନ୍ତି ନାହିଁ। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଧନ ସଂଞ୍ଚୟ ମଧ୍ୟ ଏକ କାଠିକର ବ୍ୟାପାର। କାରଣ ଲକ୍ଷ୍ମୀ ଚଳଚଞ୍ଚଳା। ତାହା ଯେମିତି ଆସେ ସେମିତ ଚାଲିଯାଏ। ସେଥିପାଇଁ ବୁଦ୍ଧିମାନ ଲୋକ ଧନକୁ ଠିକ ଭାବେ ସଞ୍ଚୟ କରି ରଖି ପାରିଥାଏ। ହେଲେ ସମସ୍ତେ ତାହା କରିପାରନ୍ତି ନାହିଁ।

Categories
ଜୀବନ ଶୈଳୀ ବିଶେଷ ଖବର ସଂସ୍କୃତି ସ୍ବାସ୍ଥ୍ୟ

ଶୋଇବା ସମୟରେ ଭୁଲରେ ବି ମୁଣ୍ଡ ଉପରେ ରଖନ୍ତୁ ନାହିଁ ଏହି ୯ ଟି ଜିନିଷ, ନଚେତ୍ ଜୀବନରେ ପଡିବ ଅନେକ ଖରାପ ପ୍ରଭାବ

ଭୁବନେଶ୍ବର: ଜଣେ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁ ଶାସ୍ତ୍ରର ମହତ୍ତ୍ଵ ରହିଛି। ଜଣେ ବ୍ୟକ୍ତିର ଜୀବନକୁ ବାସ୍ତୁ ଅନେକ ଉପାୟରେ ପ୍ରଭାବିତ କରିପାରେ। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରର ଦିଗଠାରୁ ଆରମ୍ଭ କରି ସେହି ସ୍ଥାନରେ ରଖାଯାଉଥିବା ସମସ୍ତ ଜିନିଷର କିଛି ନା କିଛି ଅର୍ଥ ରହିଛି। ଏପରି ପରିସ୍ଥିତିରେ, ଶୋଇବା ସମୟରେ ମୁଣ୍ଡ ଉପରେ ରଖାଯାଇଥିବା କିଛି ଜିନିଷ ମଧ୍ୟ ବାସ୍ତୁ ଦୋଷ ସୃଷ୍ଟି କରିପାରେ। ଏହି ଜିନିଷଗୁଡ଼ିକୁ ମୁଣ୍ଡ ପାଖରେ ରଖିବା ଜୀବନରେ ନକାରାତ୍ମକତା ଏବଂ ଅଶୁଭ ସୃଷ୍ଟି କରେ।

ତେବେ ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ କ’ଣ ଯାହା ଶୋଇବା ସମୟରେ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ:

୧- ପୁସ୍ତକ:

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଖବରକାଗଜ, ପୁସ୍ତକ, ପତ୍ରିକା ପରି ଜିନିଷକୁ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା, ବ୍ୟକ୍ତିଙ୍କ ଜୀବନରେ ନକାରାତ୍ମକତା ପ୍ରଭାବ ପଡେ ଏବଂ ଜୀବନରେ ଦୁଃଚିନ୍ତା ବଢିଥାଏ।

୨- ଦର୍ପଣ:

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଦର୍ପଣକୁ ମୁଣ୍ଡ କିମ୍ବା ଶଯ୍ୟା ସମ୍ମୁଖରେ ରଖିବା ଉଚିତ୍ ନୁହେଁ। ଏହା ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି କରିପାରେ।

୩- ହେମଦସ୍ତା:

ଶୋଇବା ସମୟରେ ହେମଦସ୍ତାକୁ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ। ଏହା ଦ୍ଵାରା ଦୁଃଚିନ୍ତା ସୃଷ୍ଟି କରେ। ଏହା ବ୍ୟତୀତ ଜୀବନରେ ସୁଖ ଏବଂ ଶାନ୍ତିର ଅଭାବ ଦେଖାଯାଏ।

୪- ତେଲ:

କେବେ ବି ତେଲ ବୋତଲ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ। ଏହା ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିପାରେ।

୫- ଜୋତା ଏବଂ ଚପଲ:

ପ୍ରାୟତଃ ଲୋକମାନେ ଶୋଇବା ପୂର୍ବରୁ ନିଜ ଶଯ୍ୟା ନିକଟରେ ଜୋତା ଏବଂ ଚପଲ ରଖି ଶୋଇଥା’ନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଜୋତା ଏବଂ ଚପଲକୁ କେବେ ବିଛଣା କିମ୍ବା ଆପଣଙ୍କ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ। ଏହା ଜୀବନରେ ନକାରାତ୍ମକ ଶକ୍ତି ଆଣିଥାଏ।

୬- ପର୍ସ:

ବାସ୍ତୁ ଅନୁଯାୟୀ ପର୍ସ କିମ୍ବା ୱାଲେଟ୍ ଆପଣଙ୍କ ମୁଣ୍ଡ ଉପରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଆପଣଙ୍କୁ ଜୀବନରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ।

୭- ବୈଦ୍ୟୁତିକ ଉପକରଣ:

ମୋବାଇଲ୍, ଘଣ୍ଟା, ଫୋନ୍, ଲାପଟପ୍ ଭଳି ଇଲେକ୍ଟ୍ରୋନିକ୍ ଜିନିଷ ରଖିବା ଜୀବନରେ ନକାରାତ୍ମକତା ଆଣିଥାଏ। ଏହି ଜିନିଷଗୁଡ଼ିକୁ ମୁଣ୍ଡ ପାଖରେ ରଖିବା, ସେଥିରୁ ବାହାରୁଥିବା କିରଣ ଜଣେ ବ୍ୟକ୍ତିଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ କରିପାରେ।

୮- ଦଉଡି:

ଦଉଡି ଜୀବନରେ ଅନେକ କାର୍ଯ୍ୟରେ ବ୍ୟବହାର କରାଯାଇପାରେ। କିନ୍ତୁ ଏହାକୁ ମୁଣ୍ଡ ପାଖରେ ରଖିବା ଦ୍ୱାରା ଜୀବନରେ ନକାରାତ୍ମକ ଶକ୍ତି ଆଣିଥାଏ। ଏହା କାମ କରିବାରେ ସମସ୍ୟା ସୃଷ୍ଟି କରିପାରେ।

୯- ପାଣି ବୋତଲ:

କିଛି ଲୋକ ଶୋଇବା ସମୟରେ ପାଣି ବୋତଲ କିମ୍ବା ପାଣିରେ ପରିପୂର୍ଣ୍ଣ ପାତ୍ର ରଖି ଶୋଇଥା’ନ୍ତି। ପାଣିରେ ପରିପୂର୍ଣ୍ଣ ଏକ ପାତ୍ରକୁ କେବେବି ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ। ଏହା ଚନ୍ଦ୍ରକୁ ପ୍ରଭାବିତ କରିଥାଏ ଏବଂ ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ ହୋଇପାରେ।

Categories
ଜୀବନ ଶୈଳୀ ଧର୍ମ ବିଶେଷ ଖବର

ଘରେ ଲଗାନ୍ତୁ ଏହିସବୁ ଗଛ, ସର୍ବଦା ରହିବ ମାତା ଲକ୍ଷ୍ମୀଙ୍କ କୃପା

ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍‌ ଗାର୍ଡେନ୍‌ କରୁଛୁ। ବାଲ୍‌କୋନୀ ହେଉ ଅଥବା ଟେରେସ୍‌ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ।

ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର  ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ।

ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ କରିଥା’ନ୍ତି। ସେହିପରି ତୁଳସୀର ଉପକାରୀ ଗୁଣ ଅନନ୍ୟ। ତୁଳସୀ ଗଛ ଘରେ ଲଗାଇବା ଦ୍ବାରା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ସେହିପରି ରବିବାର ଦିନ ତୁଳସୀ ପତ୍ର ତୋଳନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

ସେହିପରି ମନି ପ୍ଲାଣ୍ଟ ମଧ୍ୟ ଅତ୍ୟନ୍ତ ଶୁଭ। ଏହି ଗଛ ଲଗାଇବା ଦ୍ବାରା ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ହଦଳୀ ଗଛ ମଧ୍ୟ ବେଶ୍‌ ଶୁଭଦାୟକ।

ଯଦି ଆପଣ କିଚେନ୍‌ ଗାର୍ଡେନ୍‌ କରିବାକୁ ଚାହୁଁଛନ୍ତି ତେବେ ଆପଣ ଧନିଆ, ପାଳଙ୍ଗ ପରି ଗଛଗୁଡିକୁ ଲଗାନ୍ତୁ। ଏହା ରୋଷେଇରେ ସାହାଯ୍ୟ କରିବା ସହିତ ଏହି ଗଛଗୁଡିକ ବାସ୍ତୁ ଦୃଷ୍ଟିରୁ ବହୁତ ଶୁଭ ହୋଇଥାଏ।

ତେବେ ଘରେ କୌଣସି ପ୍ରକାରର କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ। ସେହିପରି ଯେଉଁ ଗଛର ଛାଲକୁ କାଟିଲେ ଧଳା ଧଳା ପଦାର୍ଥ ବାହାରିଥାଏ, ସେପରି ଗଛ ଲଗାନ୍ତୁ ନାହିଁ। ଏପରି ଗଛ ଲଗାଇଲେ ଘରେ ନକାରାତ୍ମକ ଶକ୍ତିସୃଷ୍ଟି ହୋଇଥାଏ।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ଆଜି ଜୁଲାଇ ୨୯ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ।

ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ। ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି।

ମିଥୁନ ରାଶିଫଳ- ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ। ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ। ସ୍ୱାସ୍ଥ୍ୟ ଭଲ ହେବ। ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ। ଚାକିରିରେ ଲୋକଙ୍କୁ ଉପକୃତ କରିବେ। ଆପଣଙ୍କଠାରୁ ସହକର୍ମୀମାନେ ଲାଭବାନ ହେବେ। ମହିଳା ସାଙ୍ଗମାନଙ୍କ ସହିତ ସାକ୍ଷାତ କରି ମନ ଖୁସି ହେବ। ଶତ୍ରୁମାନେ ଜିତିବେ।

କର୍କଟ ରାଶିଫଳ- ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ। ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ। ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ। ଯାନ ଆନନ୍ଦ ପାଇବେ। ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ। ଆଜି ପ୍ରଣୟଙ୍କ ପାଇଁ ଏକ ଭଲ ଦିନ। ମିଠା ଖାଦ୍ୟ ମିଳିପାରିବ। ସ୍ୱାସ୍ଥ୍ୟ ଭଲ ହେବ, ଆପଣ ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବେ। ଆପଣ ସର୍ବୋତ୍ତମ ବିବାହିତ ସୁଖ ପାଇବ। ଗଣେଶଙ୍କ କୃପା ଦିନସାରା ଆପଣଙ୍କ ଉପରେ ରହିବ।

ତୂଳା ରାଶିଫଳ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ। ଶକ୍ତିର ଅଭାବ ରହିବ। ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ। ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ। ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ। ମହିଳା ଏବଂ ଜଳରୁ କ୍ଷତି ହେବାର ଭୟ ରହିବ। ଲୋକଙ୍କୁ ଅପମାନ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ। ଟଙ୍କା ଅଯୋଗ୍ୟ ହେବ।

କନ୍ୟା ରାଶିଫଳ- ଆଜି ଏକ ଖୁସିର ଦିନ ହେବ। ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ। ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ। ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ। ଛାତ୍ରମାନେ ଅଭ୍ୟାସ କରିବା ପାଇଁ ଏହା ଏକ ଭଲ ସମୟ। ସାଙ୍ଗମାନଙ୍କ ସହିତ ମିଳନ ହେବ, ମହିଳା ବନ୍ଧୁମାନେ ଉପକୃତ ହେବେ। ଆଜି ଆପଣ ଦାନ କାର୍ଯ୍ୟ କରିପାରିବେ। 

ବିଛା ରାଶିଫଳ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ। ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ। ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ। ଶାରୀରିକ ସମସ୍ୟା ମନରେ ଚିନ୍ତା ଆଣିବ। ଏକ ନକାରାତ୍ମକ ମାନସିକତା ରଖନ୍ତୁ ନାହିଁ। ଅନୈତିକ ପ୍ରବୃତ୍ତିଠାରୁ ଦୂରରେ ରୁହନ୍ତୁ। ଛାତ୍ରମାନଙ୍କ ଶିକ୍ଷଣରେ ବାଧା ଉପୁଜିବ।

ସିଂହ ରାଶିଫଳ- ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ। ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ। ଧନ ଲାଭର ସମ୍ଭାବନା। ବିଦେଶରୁ ଭଲ ଖବର ଆସିବ। ବ୍ୟବହାରିକ ପ୍ରସଙ୍ଗ ହେତୁ ଯାତ୍ରା କରିପାରିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ। ପୁଞ୍ଜି ନିବେଶକାରୀଙ୍କ ପାଇଁ ଏହା ଏକ ଭଲ ଦିନ।

ଧନୁ ରାଶିଫଳ- ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ। ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ। ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ। ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପାର୍ଥକ୍ୟ ହୋଇପାରେ। ଆଜି ଆପଣ କଠିନ ପରିଶ୍ରମ କରିବା ପରେ ହିଁ ସଫଳତା ପାଇବେ। ଆପଣ ମାନସିକ ବିଭ୍ରାଟ ଅନୁଭବ କରିବେ। ଦୁର୍ଘଟଣା ପାଇଁ ସାବଧାନ ରୁହନ୍ତୁ।

ମକର ରାଶିଫଳ- ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଆର୍ଥିକ ଲାଭ ହାସଲ ହେବ। ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ଆପଣ ବିବାହିତ ଜୀବନର ସୁଖ ଏବଂ ଆନନ୍ଦ ପାଇବେ। ଆଜି ଆପଣଙ୍କର ଆଚରଣ ସ୍ୱାଭାବିକ ହେବ। କୈତୁହଳପୂର୍ଣ୍ଣ ଖାଦ୍ୟ ମିଳିପାରିବ। ସାମାଜିକ କ୍ଷେତ୍ରରେ ଖ୍ୟାତି ବୃଦ୍ଧି ପାଇବ।

କୁମ୍ଭ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ। ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ହେବ। ସରକାରଙ୍କ ଦ୍ୱାରା ଲାଭ ହେବ। ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ।

ମୀନ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ। ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି। ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ। ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ। ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାହ ସମୟ ଉପସ୍ଥିତ ହେବ। ଆପଣ ବୁଲିବାକୁ ଯୋଜନା କରିପାରିବେ।

Categories
ଆଜିର ଖବର ସ୍ବାସ୍ଥ୍ୟ

ବାଣପୁର ଟୀକାକେନ୍ଦ୍ରରେ ଅନିୟମିତତା ଅଭିଯୋଗ: ରାତି ୨ ରୁ ଆସି ଶୃଙ୍ଖଳରେ ଛିଡା ହେଉଥିବା ମହିଳାଙ୍କୁ ମିଳୁନି ଟୀକା

ସୀତାରାମ ଅଗ୍ରୱାଲ

ବାଣପୁର: କରୋନାକୁ ହରାଇବାକୁ ହେଲେ ଟୀକାକାରଣ ଅପରିହାର୍ଯ୍ୟ। ରାଜ୍ୟ ସରକାର ଉକ୍ତ ସ୍ଲୋଗାନ ଦେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରୁ ଚିଲିକା ଆସିଲାବେଳକୁ କିନ୍ତୁ ଉକ୍ତ ସ୍ଲୋଗାନଟି ଦିଗହରା ହେଇଯାଉଛି। ଉକ୍ତ ନିର୍ବାଚନମଣ୍ଡଳୀରେ ଦୁଇ ଗୋଟି ବ୍ଲକ ଏବଂ ଦୁଇ ଗୋଟି ଏନଏସି ଅଛି। ଯାହାର ସମୁଦାୟ ଜନସଂଖ୍ୟା ପାଖାପାଖି ତିନି ଲକ୍ଷରୁ ଉର୍ଦ୍ଧ୍ଵ ହେବ।  ତେବେ ଜନସଂଖ୍ୟା ପରିମାଣରେ ଜିଲ୍ଲାରୁ ଆସୁଥିବା ଟୀକା ଖୁବ ନଗଣ୍ୟ। ସମ୍ମାନର ସହ ଟୀକା ନେବା ଜନସାଧାରଣଙ୍କ ମୌଳିକ ଅଧିକାର। ଏଥିରୁ ସେମାନଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ।

କିନ୍ତୁ ଚିଲିକା ନିର୍ବାଚନମଣ୍ଡଳୀରେ ପ୍ରତିଦିନ ଟୀକା କେନ୍ଦ୍ର ଗୁଡିକରେ ଅଭାବନୀୟ ଦୃଶ୍ୟ ନଜରକୁ ଆସୁଛି। ସରକାର ଯୁବ ବର୍ଗ ଯଥା ୧୮-୪୪ ବର୍ଷ ବର୍ଗ ନାଗରିକଙ୍କୁ ଟୀକାକରଣ ପାଇଁ ଯଥାସମ୍ଭବ ଅଭିନବ ଉପାୟ ଗୁଡ଼ିକ ଅବଲମ୍ବନ କରିଥିବା ବେଳେ ଯଥା ଅନଲାଇନ ସ୍ଲଟ ବୁକିଂ, ଟୀକା ଅନ ହୁଇଲ ଆଦି ସୁବିଧା କରିଥିବା ବେଳେ ଚିଲିକା ନିର୍ବାଚନମଣ୍ଡଳୀର ଯୁବ ପିଢ଼ିମାନେ ରାତି ଦୁଇରୁ ବିଭିନ୍ନ ଟୀକା କେନ୍ଦ୍ର ସମ୍ମୁଖରେ ଭିଡ଼ ଲଗାଉଥିବା ଦେଖାଯାଉଛି। ଏଠି ନା ଅଛି ଅନଲାଇନ ସ୍ଲଟ ବୁକିଂ ନା ଅଛି ଟୀକା ଅନ ହୁଇଲ। ପ୍ରବଳ ଠେଲା ପେଲାରେ ନାଗରିକ ମାନେ ମଶା ବାଡେଇ ଟୀକାକେନ୍ଦ୍ର ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଛିଡା ହେଲା ଭଳି ଦୃଶ୍ୟ ମନକୁ ଆନ୍ଦୋଳିତ କରୁଛି।

ଏପରିକି ଶହ ଶହ ମହିଳା ତଥା ଛାତ୍ରୀମାନେ ବି ଏଥିରୁ ବାଦ ପଡ଼ିନାହାନ୍ତି। ଆଜି ବାଣପୁର ପଲଟନ ପଡ଼ିଆ ସ୍ଥିତ କୃତିବାସ ଭବନ ଟୀକା କେନ୍ଦ୍ରରେ ଏହିପରି ଅଭାବନୀୟ ଘଟଣା ଘଟିଯାଇଛି। ଟୀକା କେନ୍ଦ୍ରରେ ଅନିୟମିତତାକୁ ନେଇ ପଲଟନ ପଡ଼ିଆ ମୁଖ୍ୟ ରାସ୍ତାକୁ କିଛି ସମୟ ଧରି ଅବରୋଧ କରିଥିଲେ ଶତାଧିକ ମହିଳା ମାନେ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ରାତି ଦୁଇରୁ ଧାଡିରେ ଛିଡାହେବା ସତ୍ତ୍ୱେ ସେମାନଙ୍କୁ ଟୀକା ନ ଦିଆଯାଇ ସେମାନଙ୍କ ପଛରୁ ଆସିଥିବା ବ୍ୟକ୍ତିମାନେ ଟୀକା ନେବା ପାଇଁ ଟୋକନ ପାଉଛନ୍ତି। ବହୁ ଦୂର ଦୁରାନ୍ତରରୁ ଖର୍ଚ୍ଚାନ୍ତ ହୋଇ ପ୍ରତିଦିନ ଟୀକା କେନ୍ଦ୍ରକୁ ଆସି ଘଣ୍ଟା ଘଣ୍ଟା ଛିଡ଼ାହୋଇ ଟୀକା ନ ନେଇ ଘରକୁ ଫେରିବା ବହୁତ କଷ୍ଟଦାୟକ ବୋଲି ମହିଳା ମାନେ କୋହ ଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ବୟାନ ଦେଇଥିଲେ। ତେବେ ବାଣପୁର ପୋଲିସର ହସ୍ତକ୍ଷେପ କ୍ରମେ ମହିଳା ମାନେ ଧାରଣାରୁ ଓହରିଥିଲେ।

ସ୍ଥାନୀୟ ପ୍ରଶାସନ କିଛି ଦିନ ତଳେ ପଞ୍ଚାୟତ ୱାରୀ ଟୀକାଦାନକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନାମାନ କରିଥିଲେ ସୁଦ୍ଧା ତାହା ଧୂଆଁବାଣ ସାବ୍ୟସ୍ତ ହୋଇଛି। ଏପର୍ଯ୍ୟନ୍ତ ବାଣପୁର ସହର ଅବା ଗ୍ରାମାଞ୍ଚଳରେ ନା ଅନଲାଇନ ଟୀକା ବୁକିଂ ବ୍ୟବସ୍ଥା ପ୍ରଣୟନ କରାଯାଇଛି ନା ପଞ୍ଚାୟତ ୱାରୀ ଟୀକା ଆରମ୍ଭ ହୋଇଛି। ସ୍ଥାନୀୟ ପ୍ରଶାସନର ଉଦାସୀନତା ହେତୁ ଚିଲିକାକୁ ଅଧିକ ପରିମାଣରେ ଟୀକା ଆସିପାରୁନାହିଁ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।

ସେହିପରି ଭାବେ ଆଜି ବାଲୁଗାଁ ଏନଏସି ସ୍ଥିତ ରାମପୁର ପ୍ରାଥମିକ ବିଦ୍ୟାଳୟ ଟୀକା କେନ୍ଦ୍ରରେ ମଧ୍ୟ ଏହିପରି ଉତ୍ତେଜନା ପ୍ରକାଶ ପାଇଛି। ଗୋଟାଏ ପଟେ ଚିଲିକା ଖୋର୍ଦ୍ଧା-ଗଞ୍ଜାମ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାବେଳେ ଏଠାରୁ ପ୍ରତିଦିନ ଶହ ଶହ ଲୋକ ଗଞ୍ଜାମ ଜିଲ୍ଲାକୁ ଯାଇ ଟୀକା ନେଉଥିବା ଦେଖାଯାଉଛି। ଅପରପକ୍ଷରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିଜ ଜିଲ୍ଲା ବାସୀଙ୍କୁ ଉଚିତ ପରିମାଣରେ ଟୀକା ଯୋଗାଇପାରୁନାହିଁ କି ସଠିକ ଭାବେ ଲୋକଙ୍କୁ ଟୀକା ଦେବାର ବ୍ୟବସ୍ଥା କରିପାରୁନାହିଁ। ଯଥାଶୀଘ୍ର ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଦିଗରେ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୬୯୯ ଆକ୍ରାନ୍ତ: କଟକରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୬୯୯  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ କଟକରୁ ୨୩୪, ଖୋର୍ଦ୍ଧାରୁ ୨୧୨, ଅନୁଗୁଳରୁ ୧୫୭, ବାଲେଶ୍ବରରୁ ୧୫୦, ଯାଜପୁରରୁ ୧୧୩, ପୁରୀରୁ ୧୦୨, ଜଗତସିଂହପୁରରୁ ୧୦୦, ମୟୂରଭଞ୍ଜରୁ ୮୪, ଭଦ୍ରକରୁ ୭୪, କେନ୍ଦ୍ରାପଡାରୁ ୭୨, ନୟାଗଡରୁ ୫୯, ଢେଙ୍କାନାଳରୁ ୫୨, କେନ୍ଦୁଝରରୁ ୩୮, ସମ୍ବଲପୁରରୁ ୨୯, ରାୟଗଡାରୁ ୨୪, ସୁନ୍ଦରଗଡରୁ ୨୨, ମାଲକାନଗିରିରୁ ୧୯, ନବରଙ୍ଗପୁରରୁ ୧୬, କୋରାପୁଟରୁ ୧୫, ବରଗଡରୁ ୧୩, ଗଞ୍ଜାମରୁ ୧୨, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୦, ଗଜପତିରୁ ୮, ସୋନପୁରରୁ ୮, ବୌଦ୍ଧରୁ ୬, ଦେବଗଡରୁ ୬, ବଲାଙ୍ଗୀରିରୁ ୫, ନୂଆପଦରୁ ୩, ଝାରସୁଗୁଡାରୁ ୧ ଏବଂ ଷ୍ଟେଟ ପୁଲରୁ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୫୧ ହଜାର ୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୨ ହଜାର ୫୧୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୯ ହଜାର ୩୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୭୧୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୭୦୩ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକ୍ଷାଧୀକ ଟଙ୍କାର କଳା ମୁଗୁନି ପଥର ଚୋରା ଚାଲାଣ ବେଳେ ଚଢାଉ: ୭ ଟି ହାଇୱା ଗାଡିକୁ ଜବତ କଲେ ଟାଙ୍ଗୀ ତହସିଲଦାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ବୃଷବନ୍ଧ ପାହାଡରେ ମାଫିଆମାନେ ବେଆଇନ ପଥର କାରବାର ଜାରି ରଖିଛନ୍ତି। ସରକାରୀ ଆଇନ୍ କାନୁନକୁ ବେଖାତିର କରି ସେମାନେ ନିଜ ନିଜର ବେଆଇନ ପଥର କାରାବରରେ ଲାଗିପଡିଛନ୍ତି। ବେଆଇନ ଭାବେ ବ୍ଲାଷ୍ଟି କରି କଳା ମୁଗୁନି ପଥରକୁ ମାଫିଆମାନେ ଚଢା ଦରରେ ଚୋରା ଚାଲାଣ କରୁଛନ୍ତି। ଯେଉଁଥିରେ ମଫିଆମାନେ ଲକ୍ଷ ଲକ୍ଷ ଟଙ୍କା କମାଇଚାଲିଛନ୍ତି। ଯାହାଫଳରେ ସରକାରୀ ରାଜସ୍ୱ ହାନି ହେଉଛି।

ତେବେ ଆଜି ବୃଷବନ୍ଧ ପାହାଡର ୩ ନଂ ଖଣିରେ ବେଆଇନ କାରବାର ଚାଲିଥିବା ନେଇ ଟାଙ୍ଗୀ ତହସିଲ ପ୍ରଶାସନ ଖବର ପାଇଥିଲା। ଏହାପରେ ଟାଙ୍ଗୀ ପୋଲିସ୍ ସହାୟତାରେ ଟାଙ୍ଗୀ ତହସିଲ ପ୍ରଶାସନ ଉକ୍ତ ଖଣିରେ ଚଢାଉ କରିଥିଲା। ଚଢାଉ ସମୟରେ ଚୋରା ଚାଲାଣ ହେବାକୁ ଥିବା କଳା ମୁଗୁନି ପଥର ବୋଝେଇ ୭ ଟି ହାଇୱା ଗାଡିକୁ ପ୍ରଶାସନ ଜଵତ କରିଛି। ଗୋଟିଏ ଗୋଟିଏ କଳା ମୁଗୁନି ପଥର ବୋଝେଇ ଗାଡିର ମୂଲ୍ୟ ଲକ୍ଷାଧୀକ ଟଙ୍କା ବୋଲି ଜଣା ପଡିଛି। ଉକ୍ତ ଚଢାଉରେ ଟାଙ୍ଗୀ ତହସିଲ ଦାର ସ୍ମୁତି ରଂଜନ ଶତପଥୀ, ଅତିରିକ୍ତ ତହସିଲ ଦାର ଶରତ ଦେହୁରୀ ଓ ସ୍ଥାନୀୟ ପୋଲିସ୍ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୮୨: ସୁସ୍ଥ ହେଲେ ୧୭୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ହଜାର ୭୬୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୫ ହଜାର ୮୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୬୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୮୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଘୋଷଣା କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୩୧ ତାରିଖ ସନ୍ଧ୍ୟାରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛି। ଯୁକ୍ତ ୨ ର ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ଆସନ୍ତା ୩୧ ତାରିଖରେ ପ୍ରକାଶ ପାଇବ।

କିନ୍ତୁ ବର୍ତ୍ତମାନ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ କେବେ ପ୍ରକାଶ ପାଇଁ ତାହା ଘୋଷଣା ହୋଇନାହିଁ। ଏହାର ପରୀକ୍ଷା ଫଳ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।