Categories
ଆଜିର ଖବର ଜାତୀୟ ଖବର

ପ୍ରତାପ ଷଡଙ୍ଗୀ, ଡ ହର୍ଷବର୍ଦ୍ଧନ ସମେତ 11 ଜଣଙ୍କୁ ମନ୍ତ୍ରୀ ମଣ୍ଡଳରୁ ଦିଆଗଲା ଛୁଟି

ନୂଆଦିଲ୍ଲୀ, ମନ୍ତ୍ରୀ ମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ ପୂର୍ବରୁ କେତେକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ 11 ଜଣ ମନ୍ତ୍ର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ ହର୍ଷବର୍ଦ୍ଧନ, ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ସନ୍ତୋଷ ଗଙ୍ଗୱାର, ଦେବଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ।, ପ୍ରତାପ ଷଡଙ୍ଗୀ, ବାବୁଲ ସୁପ୍ରିୟୋ ଇସ୍ତଫା ଦେଇସାରିଥିବା ଜଣାପଡିଛି। ସେହିପରି କିରଣ ରିଜୁଜି, ସଂଜୟ ଧାତ୍ରେ, ରାଓ ସାହେବ ପାଟିଲ, ରତନଲାଲ କାଟରିୟା ମଧ୍ୟ ଇସ୍ତଫା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଅବ୍ କି ବାର ଓବିସି ସରକାର : ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଓବିସି ଜାତିର 27 ଜଣ ମନ୍ତ୍ରୀ ହେବେ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଯେଉଁ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିବାକୁ ଯାଉଛନ୍ତି ତାହାର ଏକ ସାମ୍ଭବ୍ୟ ରୂପରେଖ ପ୍ରକାଶ ପାଇଛି। ଜଣାପଡିଛି ଯେ, ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ 47 ଜଣ ଶପଥ ଗ୍ରହଣ କରିବେ। ତେବେ ଏହି 47 ଜଣଙ୍କ ମଧ୍ୟରୁ 27 ଜଣ ଓବିସି ଜାତିର ବୋଲି ଜଣାପଡିଛି। ଏମାନେ 15ଟି ରାଜ୍ୟର 19ଟି ଜାତିର ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରୁ 5 ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିପାରେ।

ସେହିପରି ରିପୋର୍ଟ ଅନୁସାରେ ନୂଆମନ୍ତ୍ରୀ ମଣ୍ଡଳରେ 12 ଜଣ ଅନୁସୂଚିତ ଜାତିର ଏବଂ 8 ଜଣ ଆଦିବାସୀ ଜାତିର ବୋଲି ଜଣାପଡିଛି। ଏଥିସହିତ ନୂଆ ମନ୍ତ୍ରୀ ମଣ୍ଡଳରେ ଜଣେ ମୁସଲମାନ, ଜଣେ ଶିଖ, ଜଣେ ଖ୍ରୀଷ୍ଟିଆନ ଏବଂ ଦୁଇ ଜଣ ବୈଦ୍ଧ ନେତା ସାମିଲ ହେବେ ବୋଲି ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରୁଥିବା କେତେକ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି। ମୁଖ୍ୟତଃ ଯେଉଁମାନେ ସେମାନଙ୍କ ବିଭାଗରେ ଦକ୍ଷତା ପ୍ରତିପାଦନ କରିପାରି ନାହାଁନ୍ତି ସେମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରାଯିବ। ସେହି ଅନୁସାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୁଆଡେ ଇସ୍ତଫା ଦେଇଛନ୍ତି ବୋଲି ଜଣାପଡିଛି। ଏହି ଖବର ନୂଆ ଦିଲ୍ଲୀ ଅପେକ୍ଷା ବାଲେଶ୍ବର ଜିଲ୍ଲାରେ ବେଶ୍ ସରଗରମ ଆଲୋଚନା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର

ସ୍ବାସ୍ଥ୍ୟ ମନ୍ତ୍ରୀ ଡ ହର୍ଷ ବର୍ଦ୍ଧନ ଦେଲେ ଇସ୍ତଫା, ମନ୍ତ୍ରୀ ମଣ୍ଡଳରୁ ହେବେ ବିଦା

ନୂଆଦିଲ୍ଲୀ, ସ୍ବାସ୍ଥ୍ୟ ପିରବାର କଲ୍ୟାଣ ଏବଂ ବିଜ୍ଞାନ ଓ କାରୀଗର ବିଭାଗର ମନ୍ତ୍ରୀ ଡ ହର୍ଷବର୍ଦ୍ଧନ ତାଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ମନ୍ତ୍ରୀ ମଣ୍ଡଳରେ ରହିବେ ନା ବିଦା ହେବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ତେବେ ବିଶେଷ ସୁତ୍ର ଅନୁସାରେ ଦିଲ୍ଲୀରୁ ମୀନାକ୍ଷି ଲେଖିଙ୍କୁ ବର୍ତ୍ତମାନ ମନ୍ତ୍ର ମଣ୍ଡଳରେ ସାମିଲ କରାଯିବ। ସେହି ଆଧାରରେ ଡ. ହର୍ଷବର୍ଦ୍ଧନଙ୍କୁ ଛୁଟି କାଯାଇଛି ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଅପରାହ୍ନରେ 46 ଜଣ ମନ୍ତ୍ରୀ ନେବେ ଶପଥ, ତାଲିକା ହେଲା ପ୍ରସ୍ତୁତ

ନୂଆଦିଲ୍ଲୀ, ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ତଥା ଅଦଳବଦଳ କରୁଛନ୍ତି। ଏହି ମନ୍ତ୍ରୀମଣ୍ଡଳର ରୂପରେଖ କିପରି ହେବ ସେ ନେଇ ଚାଲିଛି କଳ୍ପନା ଜଳ୍ପନା।

ତେବେ ବିଶେଷ ସୁତ୍ରର ଖବର ଅନୁସାରେ ଆଜି 46 ଜଣ ମନ୍ତ୍ରୀ ଶପଥ ନେବେ। ଏଥିରେ ନୂଆ ଓ ପୁରୁଣା ରହିଛନ୍ତି। ଯେଉଁମାନେ ବର୍ତ୍ତମାନ ମନ୍ତ୍ରୀ ଅଛନ୍ତି ସେମାନେ କ୍ୟାବିନେଟ ପାହ୍ୟାକୁ ପଦନ୍ନୋତି ପାଇବେ। ସେଥିପାଇଁ ସେମାନଙ୍କୁ ଶପଥ ନେବାକୁ ପଡିବ। ତେବେ ଏହି 46 ଜଣଙ୍କ ମଧ୍ୟରେ କେତେଜଣ ନୂଆ କେତେଜଣ ପୁରୁଣା ତାହା ଜଣାପଡି ନାହିଁ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ପାଞ୍ଚ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ଦିଆଗଲା ନିର୍ଦ୍ଦେଶ

ନୂଆଦିଲ୍ଲୀ, ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଅଦଳବଦଳ ପକ୍ରିୟା ଆରମ୍ଭ ହୋଇଯାଇଛି। ଯେଉଁମାନେ ନୂଆକରି ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ସେମାନେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକଜୁଟ ହେବାରେ ଲାଗିଛନ୍ତି।

ତେବେ ଯେଉଁମାନେ ଏହି ମନ୍ତ୍ରୀ ମଣ୍ଡଳରୁ ହଟାଯିବ, ସେମାନଙ୍କୁ ବର୍ତ୍ତମାନ ଇସ୍ତଫା ଦେବା ପାଇଁ କୁହାଯାଇଛି ବୋଲି ଜଣାପଡିଛି। ସେମାନେ ହେଲେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ସନ୍ତୋଷ ଗଙ୍ଗୱାର, ଦେବଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ। ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇସାରିଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ: ମୋଦିଙ୍କ ବାସ ଭବନରେ ପହଞ୍ଚିଲେ ଓଡିଶାର ଏହି ସାଂସଦ

ନୂଆଦିଲ୍ଲୀ, ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ତଥା ଅଦଳବଦଳ କରିବେ। ସେ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ତାଲିକ ମଧ୍ୟ ପ୍ରସ୍ତୁତି ସରିଛି। ଯେଉଁମାନେ ଏହି ମନ୍ତ୍ରୀ ତାଲିକାରେ ଅଛନ୍ତି ସେମାନଙ୍କୁ ଗତକାଲିଠାରୁ ଦିଲ୍ଲୀ ଡକାଯାଇଥିଲା। ରାତାରାତି ଏମାନେ ଦିଲ୍ଲୀରେ ପହଁଛନ୍ତି।

ଆଜି ସକାଳୁ ଏହି ନେତାମାନେ ପ୍ରଧାନମନ୍ତ୍ରୀଙ୍କ ବାସ ଭବନକୁ ଡକାଯାଇଛି। ପ୍ରାରମ୍ଭିକ ଭାବେ ସେମାନଙ୍କୁ ଅବଗତ କରାଯିବ। ଏହି ନେତାମାନଙ୍କ ମଧ୍ୟରେ ଓଡିଶାର ସାଂସଦ ଅଶ୍ବନୀ ବୈଷ୍ଣବ ଅଛନ୍ତି ବୋଲି ଜଣାପଡିଛି। ଫଳରେ ସେ ଏଥର ମନ୍ତ୍ରୀ ହେବାର ନିଶ୍ଚିତ ବୋଲି ସ୍ପଷ୍ଟ ହୋଇଛି।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ବ୍ୟକ୍ତିତ୍ୱ ମନୋରଂଜନ

ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ, ସିନେମା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ, ପ୍ରଖ୍ୟାତ ହିନ୍ଦୀ ସିନେମା ଅଭିନେତା ଦିଲୀପ କୁମାରଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଛି। ସେ 98 ବର୍ଷ ବୟସରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲୀପ କୁମାରଙ୍କ ପରିବାର ବନ୍ଧୁ ଫୈଜଲ ଫାରୁକି ଆଜି ଅଭିନେତାଙ୍କ ମୃତ୍ୟୁ ବିଷୟରେ ଟ୍ୱିଟରରେ ସୂଚନା ଦେଇଛନ୍ତି। ଦିଲୀପ କୁମାରଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

ବଲିଉଡରେ ‘ଟ୍ରାଜେଡି କିଙ୍ଗ’ ଭାବେ ଜଣାଶୁଣା ଦିଲୀପ କୁମାର ଶେଷରେ ବିଶ୍ୱକୁ ବିଦାୟ ଦେଇଛନ୍ତି। ହିନ୍ଦୀ ସିନେମାକୁ ‘ମୁଗଲ୍ ଇ ଆଜମ୍’, ‘ମଧୁମତି’, ‘ଦେବଦାସ’ ଏବଂ ‘ଗଙ୍ଗା ଜାମୁନା’ ଭଳି ଚଳଚ୍ଚିତ୍ରର ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରଦାନ କରିଥିବା ଏହି ଅଭିନେତା ପ୍ରାୟ 60 ବର୍ଷ ଧରି ବଡ ପରଦାରେ ଶାସନ କରିଥିଲେ।

ଦିଲ୍ଲୀପ କୁମାରଙ୍କ ଅଭିନିତ ଦେବଦାସ ସେତେବେଳେ ବେଶ ଚହଳ ପକାଇଥିଲା। ଦେବଦାସ ନାମରେ କେତେକ ଚଳଚିତ୍ର ହୋଇଥିଲେ ମଧ୍ୟ ଦିଲ୍ଲୀପଙ୍କ ଅଭିନିତ ଦେବଦାସକୁ ଆଜି ପର୍ଯ୍ୟନ୍ତ ଦର୍ଶକେ ମନେ ରଖିଛନ୍ତି। ଆକ୍ସନ ଡ୍ରାମା ଫିଲ୍ମ କ୍ରାନ୍ତିରେ ଦିଲ୍ଲୀପ କପୁରଙ୍କ ଅଭିନୟ ମଧ୍ୟ ବେଶ ଉଚ୍ଚ କୋଟିର ଥିଲା। ଏହି ଚଳଚିତ୍ରରେ ଋଷି କପୁର, ଶତ୍ରୁଘ୍ନ ସିହ୍ନା ଓ ହେମା ମାଳିନୀ ମୁଖ୍ୟ ଭୂମିକାରେ ବି ଥିଲେ । ଦିଲ୍ଲୀପ କୁମାରଙ୍କ ଅଭିନୀୟ କ୍ରାନ୍ତି ବକ୍ସ ଅଫିସ ହିଟ୍ ସାବ୍ୟସ୍ତ ହୋଇଥିଲା ।

ଦିଲ୍ଲୀପ କୁମାରଙ୍କ ଶ୍ରେଷ୍ଠ ଅଭିନୟ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ଚଳଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରେ ସମ୍ମାନିତ କରାଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି କହିଛନ୍ତି ଯେ, ସେ ଜଣେ ଅସାଧାରଣ ପ୍ରତିଭା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ, ଯେଉଁଥିପାଇଁ ସେ ସବୁ ପିଢିର ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ତାଙ୍କର ପରଲୋକ ଆମ ସାଂସ୍କୃତିକ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି।

ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତୀୟ ସିନେମା ପାଇଁ ଦିଲୀପ କୁମାର ଯାହା କରିଛନ୍ତି ତାହା ଆଗାମୀ ପିଢି ଦ୍ୱାରା ସ୍ମରଣୀୟ ହୋଇ ରହିବ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଛନ୍ତି ଯେ ‘ତାଙ୍କ ଅଭିନୟର ଶୈଳୀ ଅନେକ ପିଢି ପିଢି ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରେମୀଙ୍କ ଉପରେ ରହିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀପ କୁମାର ଅଭିନୟ ଜଗତର ଜେଣ କିମ୍ବଦନ୍ତୀ ପୁରୁଷ। ଦେଶର ସିନେମା ପ୍ରେମୀ ଜଣେ ଭଲ କଳାକାରଙ୍କୁ ସବୁଦିନ ପାଇଁ ହରାଇଲେ ବୋଲି ନବୀନ କହିଛନ୍ତି। ଏହା ବ୍ୟତୀତ ଦିଲ୍ଲୀପ କୁମାରଙ୍କ ମୃତ୍ୟୁକୁ ନେଇ ବଲିଉଡର ଅନେକ ସେଲିବ୍ରିଟି ସମବେଦନା ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଆ ସାଂସଦଙ୍କୁ ଆସିଲା ଫୋନ, ରାତାରାତି ଦିଲ୍ଲୀରେ ହେଲେ ହାଜର, ମନ୍ତ୍ରୀ ହେବା ନେଇ ଚର୍ଚ୍ଚା

ଭୁବନେଶ୍ବର, ଆଜି ସଂଧ୍ୟାରେ ମୋଦି ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହେବ। ସେଥିପାଇଁ  ଯେଉଁମାନେ ନୂଆରେ ସାମିଲ ହେବେ ସେମାନଙ୍କୁ ଦିଲ୍ଲୀ ଡକାଯାଇଛି। ଗତକାଲି ବହୁ ନେଇ ଦିଲ୍ଲୀରେ ହାଜର ହୋଇଛନ୍ତି। ସେହିପରି ସ୍ଥିତିରେ ଓଡିଶାରେ ଚର୍ଚ୍ଚାରେ ନ ଥିବା ଜଣେ ସାଂସଦଙ୍କୁ ଦିଲ୍ଲୀ ଡକରା ହୋଇଛି। ଗତକାଲି ସେ ଭୁବନେଶ୍ବରରେ ଥିଲେ। ଫୋନ କଲ ପାଇବା ପରେ ରାତାରାତି ଯାଇ ଦିଲ୍ଲୀରେ ହାଜର ହୋଇଛନ୍ତି।

ତେବେ ସେ ହେଉଛନ୍ତି ମୟୁରଭଂଜ ସାଂସଦ ବିଶେଶ୍ବର ଟୁଡୁ। ତାଙ୍କର ନିକଟତମ ମହଲର ସୂଚନା ଅନୁସାରେ ଗତକାଲି ସାଂସଦଙ୍କ ପାଖକୁ ଦିଲ୍ଲୀ ବିଜେପି ଅଫିସରୁ ଫୋନ ଆସିଥିଲା। ସେଥିରେ କେବଳ କୁହାଗଲା ଯେ ତୁରନ୍ତ ରାତି ଭିତରେ ଦିଲ୍ଲୀରେ ଉପସ୍ଥିତ ହୁଅ। ଏହାପରେ ସାସଂଦ ବ୍ୟସ୍ତ ବିବ୍ରତ ହୋଇ ବିମାନରେ ରାତାରାତି ଦିଲ୍ଲୀ ଉଡିଗଲେ। ହେଲେ ତାଙ୍କୁ ମନ୍ତ୍ରୀ ହେବା ପାଇଁ ଡକାଯାଇଛି କି ନାହିଁ ସେ ବିଷୟରେ କେହି କହିଲେ ନାହିଁ।

ମୟୁରଭଂଜ ସାଂସଦ ବିଶେଶ୍ବର ଟୁଡୁ ହେଉଛନ୍ତି ଜଣେ ଆଦିବାସୀ ନେତା। ନିକଟରେ ମୟୁରଭଂଜର ନେତ୍ରୀ ଦ୍ରୋପଦୀ ମୁର୍ମୁ ରାଜ୍ୟପାଳ ପଦବୀରୁ ଅବସର ନେଉଛନ୍ତି। ତେଣୁ ଓଡିଶାର ସେହି ପଦମର୍ଯ୍ୟଦାକୁ ରକ୍ଷା କରିବା ପାଇଁ ତାଙ୍କୁ ହୁଏତ ମନ୍ତ୍ରୀ କରାଯାଇପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ଏଥିସହିତ ବିଶେଶ୍ବର ଟୁଡୁ ହେଉଛନ୍ତି ଆରଏସଆସର ଜଣେ ପ୍ରଚଣ୍ଡ ସମର୍ଥକ। ସେ ଏହି ସଂସ୍ଥାର ଜାତୀୟ ସ୍ତରର ଜଣେ ଟାଣୁଆ ନେତା। ସେ ବର୍ତ୍ତମାନ ଆରଏସଏସର ଜାତୀୟ ସ୍ତରରେ ଏକ ପଦପଦବୀରେ ମଧ୍ୟ ରହିଛନ୍ତି। ସେ ସେତେବେଳେ ଏହି ଆରଏସଏସ ସହଯୋଗରେ ଟିକେଟ ମଧ୍ୟ ହାସଲ କରିଥିଲେ।

ବର୍ତ୍ତମାନ ନୂଆ ଖବର ଅନୁସାରେ ସେ ସେହି ଆରଏସଏସ ଲବିରେ ମନ୍ତ୍ରୀ ପଦ ହାସଲ କରିବାକୁ ଯାଉଛନ୍ତି ବୋଲି ଜଣାପଡିଛି। ତେବେ ପୂର୍ବରୁ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ସେଥିରେ ଟୁଡୁଙ୍କ ନାମ ବିଲକୁଲ ନଥିଲା।

 

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୪୩ ହଜାର ୭୩୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୭୩୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୬ ଲକ୍ଷ ୬୩ ହଜାର ୬୬୫ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪ ହଜାର ୨୧୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୭ ଲକ୍ଷ ୯୯ ହଜାର ୫୩୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫୯ ହଜାର ୨୨୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀ: ୮୩ ବର୍ଷୀୟ ବୃଦ୍ଧଙ୍କୁ ଅକ୍ଷତ ଅବସ୍ଥାରେ କୂପରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କୁ ଅକ୍ଷତ ଏବଂ ଜୀବନ୍ତ ଅବସ୍ଥାରେ ଗଭୀର କୂପରୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛି ଅଗ୍ନିଶମ ବିଭାଗ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଘଟିଯାଇଛି।

ସୂଚନା ମୁତାବକ, ଆଜି ସକାଳେ ନାଚୁଣୀ ବଜାରର ଶତ୍ରୁଘ୍ନ ସୁବୁଦ୍ଧିଙ୍କ ଘର ପଛପଟେ ଥିବା ୩୨ ଫୁଟ ଗଭୀର ବିଶିଷ୍ଟ କୂପ ଭିତରକୁ ସୁଦେଇ ମହାପାତ୍ର (୮୩) ନାମକ ଜଣେ ବୃଦ୍ଧ ଅସାବଧାନତାବଶତଃ ଗଳି ପଡ଼ିଥିଲେ। ଏହା ଦେଖି ଶତ୍ରୁଘ୍ନଙ୍କ ପରିବାର ଲୋକେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀକୁ ତୁରନ୍ତ ଫୋନ କରିଥିଲେ। ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ଏବଂ ଟିମ ପହଞ୍ଚିଥିଲେ।

ପରବର୍ତ୍ତୀ ସମୟରେ ଦଉଡି ଏବଂ ରୋପଲ୍ୟାଡ଼ର ସାହାଯ୍ୟରେ ବହୁ ଯତ୍ନର ସହ ବୃଦ୍ଧଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିପାରିଥିଲା। ତେବେ ୮୩ ବର୍ଷୀୟ ବୃଦ୍ଧ ଜଣକ ଅକ୍ଷତ ଏବଂ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ଅଞ୍ଚଳବାସୀ ମାନେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫୯ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୩୫୭ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୩୫୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଢେଙ୍କାନାଳ, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡ  ଜିଲ୍ଲାରୁ ୪ ଜଣ ଲେଖାଏଁ, କଳାହାଣ୍ଡି, କେନ୍ଦ୍ରାପଡା, ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କଟକ, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ଜଗତସିଂହପୁର, କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୭ ହଜାର ୩୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୮ ହଜାର ୧୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୩୫୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨ ହଜାର ୬୦୨ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୪୯୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୦୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୭ ହଜାର ୩୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୮ ହଜାର ୧୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୫୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୬୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୨୯ ଜଣ, କଟକ ଜିଲ୍ଲାରୁ ୩୯୭ ଜଣ,  ଅନୁଗୁଳ ଜିଲ୍ଲାରୁ ୯୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୬୪ ଜଣ, ବରଗଡ ଜିଲ୍ଲାରୁ ୧୩ ଜଣ, ଭଦ୍ରକ ଜିଲ୍ଲାରୁ ୯୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୫ ଜଣ, ବୌଦ୍ଧ ଜିଲ୍ଲାରୁ ୨୧, ଦେବଗଡ ଜିଲ୍ଲାରୁ ୫, ଢେଙ୍କାନାଳ ଜିଲ୍ଲାରୁ ୯୩ ଜଣ, ଗଜପତି ଜିଲ୍ଲାରୁ ୯ ଜଣ, ଗଞ୍ଜାମ ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୧ ଜଣ, ଯାଜପୁର ଜିଲ୍ଲାରୁ ୧୮୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୨୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୯ ଜଣ, କନ୍ଧମାଳ ଜିଲ୍ଲାରୁ ୨୦ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫୯ ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ ଜଣ, କୋରାପୁଟ ଜିଲ୍ଲାରୁ ୩୨ ଜଣ, ମାଲକାନାଗିରି ଜିଲ୍ଲାରୁ ୩୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୪୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮ ଜଣ, ନୟାଗଡ ଜିଲ୍ଲାରୁ ୬୨ ଜଣ, ନୂଆପଡା ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୧୭୪ ଜଣ, ରାୟଗଡା ଜିଲ୍ଲାରୁ ୩୩ ଜଣ, ସମ୍ବଲପୁର ଜିଲ୍ଲାରୁ ୨୫ ଜଣ, ସୋନପୁର ଜିଲ୍ଲାରୁ ୧୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୪ ଜଣ ଏବଂ ଷ୍ଟେଟ ପୁଲରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର

ବିସ୍ତୁତ ରାଶିଫଳ: ଜୁଲାଇ 7 ତାରିଖ ବୁଧବାରରେ ଏହି ସାତୋଟି ରାଶିର ଲୋକେ ହୁଅନ୍ତୁ ସାବଧାନ

ମେଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ । କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ । ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ।

ବୃଷ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ ।

ମିଥୁନ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। 

କର୍କଟ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। 

ସିଂହ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ।  

କନ୍ୟା- ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ । ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ ।   

ତୂଳା- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ। ଆପଣଙ୍କ ଜୀବନ ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍ ।   

ବିଛା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ। ବସ୍ ସହିତ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ ।

ଧନୁ- ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । 

ମକର- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ। 

କୁମ୍ଭ- କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ ।

ମୀନ – ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହେବେ ।

Categories
RathJatra ଧର୍ମ ବିଶେଷ ଖବର

ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ବିଭିନ୍ନ ପୁରାଣରେ କଣ ବର୍ଣ୍ଣନା କରାଯାଇଛି ଜାଣିଛନ୍ତି କି ?

ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା ଏବଂ ଶାରଦା ପୁରାଣ ପରି ଅସଂଖ ପୁରାଣ ପୋଥୀରେ ଏହାର ବର୍ଣ୍ଣନା ରହିଛି।

ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି ଯେ, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି, ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ।

ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଅଛି। ଏଥିରେ ଏହି ରଥଯାତ୍ରାକୁ ‘ନବଦିନାତ୍ମିକା ଯାତ୍ରା’ କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ର। ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ ବୋଲି ବର୍ଣ୍ଣନା କରାଯାଇଛି।

ସେହିପରି ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ୱାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ ।

ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ । ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀଦ୍ୱାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ । ସେ ସମୟରେ ରଥଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ ।

ନୀଳାଦ୍ରୀ ମହୋଦୟ ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

କଟକ ଚାନ୍ଦି ତାରକସି କାମକୁ ଭୌଗୋଳିକ ସୂଚକାଙ୍କ ସ୍ବୀକୃତି ପାଇଁ ଆବେଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ହସ୍ତଶିଳ୍ପ କଳାର ଭୌଗୋଳିକ ସୂଚକାଙ୍କ(ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌) ପଂଜୀକରଣ ନିମନ୍ତେ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ଓଡ଼ିଶାର ୩ଟି ଶିଳ୍ପକଳା ଯଥା କୋଣାର୍କ ପଥର ଖୋଦେଇ, ପିପିଲି ଚାନ୍ଦୁଆ ଏବଂ ଓଡ଼ିଶା ପଟ୍ଟଚିତ୍ରିର ଭୌଗୋଳିକ ସୂଚକାଙ୍କ ସଂପନ୍ନ ହୋଇସାରିଛି ।

ବର୍ତ୍ତମାନ ବିଭାଗ ତରଫରୁ କଟକ ଚାନ୍ଦି ତାରକସି କଳାର ଭୌଗୋଳିକ ସୂଚକାଙ୍କ ପଂଜୀକରଣ ନିମନ୍ତେ ଉତ୍କଳିକା ମାଧ୍ୟମରେ ଆବଶ୍ୟକ ନଥି ସହ ଭୌଗୋଳିକ ସୁଚକାଙ୍କ
ପଂଜୀକରଣ କାର୍ଯ୍ୟାଳୟ, ଚେନ୍ନାଇରେ ବିଧିବଦ୍ଧ ଦରଖାସ୍ତ ୨୦୨୧ ଜୁଲାଇ ୫ ତାରିଖରେ ଦାଖଲ କରାଯାଇଛି । ଓଡ଼ିଶାର ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ ଏହା ଏକ ଖୁସି ଖବର ।

ଏହି ପ୍ରକ୍ରିୟାରେ ରାଜ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ପ୍ରସିଦ୍ଧି ଆଣିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି
ଭୌଗୋଳିକ ସୂଚକାଙ୍କ ପ୍ରାପ୍ତି ନିମନ୍ତେ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି ବୋଲି ନିର୍ଦ୍ଦେଶକ ସନାତନ ନାୟକ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତୈଳ ଦର ବୃଦ୍ଧି ପ୍ରତିବାଦରେ ଥାଳି ଘଣ୍ଟ ବାଡେଇ କଂଗ୍ରେସ କରିବ ପ୍ରତିବାଦ

ଭୁବନେଶ୍ବର, ତୈଳ ଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଉଭୟ ସରକାରଙ୍କ କୃଷକ ମାରଣ ନୀତି କୁ ବିରୋଧ କରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ଦାଶ ଓ ପ୍ରଦେଶ ଛାତ୍ର କଂଗ୍ରେସର ମିଳିତ ସହଯୋଗରେ କଂଗ୍ରେସ ନେତୃବୃନ୍ଦ ଆସନ୍ତାକାଲି ୭ ତାରିଖ ସକାଳ ୧୦ ଘଣ୍ଟା ୩୦ ମିନିଟ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ଥାଳି ଓ ଘଣ୍ଟ ବାଡେଇ ପ୍ରତିବାଦ କରିବେ।

Categories
PIB_NEWS ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

ଆନ୍ତର୍ଜାତିକ ଫିଲ୍ମ ନିର୍ମାତାମାନଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କାର୍ଯ୍ୟାଳୟ, ପ୍ରଦାନ କରାଯିବ ସମସ୍ତ ମଂଜୁରୀ

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଆଜି ୭୪ତମ କାନସ୍‍ ଚଳଚ୍ଚିତ୍ର ମହୋତ୍ସବରେ “ଭାରତ ପାଭିଲିଅନ”କୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। ଏହି ଅବସରରେ ନିଜର ବକ୍ତବ୍ୟରେ ଜାଭଡ଼େକର ଆଶା ପୋଷଣ କରିଛନ୍ତି ଯେ ବିଶ୍ୱ ଖୁବ୍‍ ଶୀଘ୍ର କରୋନା ମହାମାରୀମୁକ୍ତ ହେବ ଏବଂ ଲୋକମାନେ ପୁଣି ଥରେ ଥିଏଟର୍ସକୁ ଚଳଚ୍ଚିତ୍ର ଦେଖିବା ଲାଗି ଫେରିପାରିବେ ।

୭୪ତମ କାନସ୍‍ ଚଳଚ୍ଚିତ୍ର ମହୋତ୍ସବ ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଫିକି ପକ୍ଷରୁ ମିଳିତ ଭାବେ ଆୟୋଜିତ ଭର୍ଚୁଆଲ୍‍ “ଭାରତ ପାଭିଲିଅନ”କୁ ଉଦ୍ଘାଟନ କରି ଜାଭଡ଼େକର କହିଲେ ଯେ ଲଗାତାର ଭାବେ ଦ୍ୱିତୀୟ ବର୍ଷ ପାଇଁ ଏହି ପାଭିଲିଅନ ଭର୍ଚୁଆଲ୍‍ ମୋଡ଼ରେ ଆୟୋଜନ କରାଯାଉଛି ସତ କିନ୍ତ ଏଥିରେ ବାସ୍ତବ ବ୍ୟବସାୟ ସଂପାଦନ କରାଯାଉଛି । ଏଥିରେ ସୃଜନଶୀଳତା, ପ୍ରଜ୍ଞା ଓ ପ୍ରଯୁକ୍ତି ସାମିଲ ରହିଛି ଏବଂ ଭାରତ ଏସବୁ ଦେବାରେ ସଦାବେଳେ ଶ୍ରେଷ୍ଠ । “ତେଣୁ ଭର୍ଚୁଆଲ୍‍ ପାଭିଲିଅନ୍‍ ସିନେମା ଦୁନିଆର ହସ୍ତୀମାନଙ୍କ ସକାଶେ ଏହା କେବଳ ମିଳନ ସ୍ଥଳ ନୁହେଁ ଆଲୋଚନାର ଫୋରମ୍‍ ହୋଇପାରିବ” ବୋଲି ସେ କହିଥିଲେ ।

ମନ୍ତ୍ରୀ ଜାଭଡ଼େକର କହିଲେ ଯେ ଏବେ ଭାରତରେ ଅନେକ ଆନ୍ତର୍ଜାତିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି ଏବଂ ସେଥିପାଇଁ ୫୦୦ରୁ ଉର୍ଦ୍ଧ୍ୱ ସାଇଟ୍‍ ଉପଲବ୍ଧ ରହିଛି । ଅଧିକରୁ ଅଧିକ ଆନ୍ତର୍ଜାତିକ ଚଳଚ୍ଚିତ୍ରକୁ ଭାରତକୁ ଆକୃଷ୍ଟ କରିବା ସକାଶେ ଭାରତ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । “ଆମେ ଭାରତରେ ଏବେ ସେଥିପାଇଁ ଗୋଟିଏ ଫାସିଲିଟେସନ୍‍ କାର୍ଯ୍ୟାଳୟ ଖୋଲିଛୁ ଯାହା ମାଧ୍ୟମରେ ମାତ୍ର ଥରକରେ ସକଳ ପ୍ରକାର ଅନୁମତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ”ବୋଲି ସେ କହିଛନ୍ତି ।

ଜାଭଡ଼େକର ସୂଚାଇଥିଲେ ଯେ ଅନେକ ଗୁଡ଼ିଏ ହଲିଉଡ଼ ଚଳଚ୍ଚିତ୍ର ସେମାନଙ୍କର ଆନିମେସନ୍‍ ଏବେ ଭାରତରେ ହିଁ କରାଉଛନ୍ତି ଏବଂ ବିଶ୍ୱ ଚଳଚ୍ଚିତ୍ର ଜଗତକୁ ଭାରତର ଅବଦାନ ବୃଦ୍ଧି ପାଇବାରେ ଲାଗିଛି । “କାନସ୍‍ ଚଳଚ୍ଚିତ୍ର ମହୋତ୍ସବ ସୃଜନଶୀଳତା ଓ ପ୍ରଜ୍ଞାର ଏକ ଉତ୍ସବସ୍ଥଳୀ ଯେଉଁଠାରେ ଏକାଦିକ୍ରମେ ଏହାର ବ୍ୟବସାୟ ମଧ୍ୟ ହୋଇଥାଏ । ଏହା ବିଶ୍ୱର ବଡ଼ ବଡ଼ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଚଳଚ୍ଚିତ୍ର ନିର୍ମାଣର ନୂଆ ନୂଆ ସୁଯୋଗ ପ୍ରଦାନ କରିଥାଏ । କରୋନା ମହାମାରୀ ପରେ ଚଳଚ୍ଚିତ୍ର ବ୍ୟବସାୟ ପ୍ରଚୁର ଆର୍ଥିକ ଉପାର୍ଜନ କରିବ ଏବଂ ଏବେ ଓଟିଟି ପ୍ଲାଟଫର୍ମ ନିମନ୍ତେ ଚଳଚ୍ଚିତ୍ରମାନ ମଧ୍ୟ ନିର୍ମାଣ କରାଯାଉଛି” ବୋଲି ସେ ସୂଚାଇଥିଲେ ।

ଫ୍ରାନ୍ସରେ ତଥା ମୋନାକୋ ପ୍ରିନ୍ସପାଲିଟିରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଜାବେଦ୍‍ ଅସ୍ରଫ୍‍ ଏହି ଅବସରରେ ସୂଚନା ଦେଇ କହିଲେ ଯେ କାନସ୍‍ ଚଳଚ୍ଚିତ୍ର ମହୋତ୍ସବ ଭାରତୀୟ ସିନେମା ବିଶ୍ୱ ଦରବାରରେ ପହଞ୍ôଚବାର ଏକ ବୃହତ୍‍ ଗବାକ୍ଷ ଭାବେ କାର୍ଯ୍ୟ କରୁଛି । କୋଭିଡ଼ ମହାମାରୀ ଯୋଗୁ ଏହି ମହୋତ୍ସବରେ ଏବେ ବ୍ୟାଘାତ ସୃଷ୍ଟି ହୋଇଥିଲେ ସୁଦ୍ଧା ଖୁବ୍‍ ଶୀଘ୍ର ବିଶ୍ୱ ଚଳଚ୍ଚିତ୍ର ସମୁଦାୟ ପୁଣି ପରସ୍ପର ସହ ଯୋଡି ହୋଇପାରିବେ । ଭାରତ ଏବେ ବିଶ୍ୱ ସିନେମା ସୁଟିଂର ଏକ ପେଣ୍ଠସ୍ଥଳରେ ପରିଣତ ହେଉଛି ଏବଂ ଓଟିଟି ଡ଼ିଜିଟାଲ ପ୍ଲାଟଫର୍ମ ସ୍ଥାନୀୟ ସିନେବା ଶିଳ୍ପ ଉପରେ ପ୍ରଭାବ ପକାଇଛି । ଭାରତୀୟ ସିନେମା ଆମର ବିବିଧତା, ଐତିହ୍ୟ ଓ ମୁକ୍ତ ସମାଜକୁ ପ୍ରତିଫଳିତ କରେ ଏବଂ ସିନେମା ଆମକୁ ଯେତିକି ମାତ୍ରାରେ ପରସ୍ପର ସହିତ ଯୋଡ଼େ ତାହା ଅନ୍ୟ କେହି କରନ୍ତିନାହିଁ ।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର ଜେଇଇ ମେନ ପରୀକ୍ଷା, କେନ୍ଦ୍ର ସରକାର କଲେ ଘୋଷଣା

ନୂଆଦିଲ୍ଲୀ, ଶେଷରେ ଜେଇଇ ମେନ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। କେନ୍ଦ୍ର ସରକାର ଶିକ୍ଷା ବିଭାଗର ଘୋଷଣା ଅନୁସାରେ ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର JEE ମେନ୍ ପରୀକ୍ଷା। ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର ପରୀକ୍ଷା ହେବ ।

ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ମଧ୍ୟରେ ସେସନ-୪ ପାଇଁ ପରୀକ୍ଷା ହେବ। କରୋନା ପାଇଁ ସହର ଓ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ ବୋଲି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା। ଯୁଗ୍ମ ପ୍ରବେଶିକା, ଜେଇଇ (ମେନ୍) କୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଏହି ପରୀକ୍ଷା ଗତ ଏପ୍ରିଲ ୨୭, ୨୮ ଏବଂ ୩୦ ତାରିଖରେ ହେବାର ଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟ ସରକାର ୧.୪୬ ଲକ୍ଷ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଦେଲେ ମଂଜୁରୀ, ୨୭ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ଆଜି ପାଞ୍ଚଟି ପ୍ରମୁଖ ପ୍ରକଳ୍ପର ସଂପ୍ରସାରଣକୁ ମଂଜୁରୀ ପ୍ରଦାନ କରିଛନ୍ତି। ଏହି ସବୁ ଶିଳ୍ପରେ ୧,୪୬,୧୭୨ କୋଟି ଟଙ୍କା ପୁଂଜି ବିନିଯୋଗ ହେବ। ଏହି ପାଞ୍ଚଟି ପ୍ରକଳ୍ପ ୨୬,୯୫୯ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପଗୁଡିକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ଓଡିଶାର ଇସ୍ପାତ ସ୍ୱପ୍ନକୁ ସାକାର କରିବା ପାଇଁ ଏହି ସମସ୍ତ ପ୍ରକଳ୍ପର ଏକ ବଡ଼ ଧରଣର ଅଗ୍ରଗତି ଆବଶ୍ୟକତା ରହିଛି।

ଏହି ସମସ୍ତ ପାଞ୍ଚଟି ପ୍ରକଳ୍ପ ୨୮ ମିଲିୟନ୍ ଟନ୍ ଅତିରିକ୍ତ ଇସ୍ପାତ ଉତ୍ପାଦନ କ୍ଷମତା ସୃଷ୍ଟି କରିବ। ଏହା ରାଜ୍ୟର ଇସ୍ପାତ ଉତ୍ପାଦନ କ୍ଷମତାକୁ ପ୍ରାୟ ଦୁଇଗୁଣ କରିବ ଯାହା ୫୮ ନିୟୁତ ଟନ୍ ଅଟେ, ଯାହା ବର୍ତ୍ତମାନ ବାର୍ଷିକ ୩୦ ନିୟୁତ ଟନ୍ ଅଟେ। ଏହା ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ବର୍ତ୍ତମାନ ରାଜ୍ୟରେ ୩୦ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ରହିଛି, ଯାହା ୨୦୦୦ ମସିହାର ମାତ୍ର ୨ ମିଲିୟନ ଟନ୍ ଅଧିକ ଅଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କୋଭିଡ ମହାମାରୀ ସତ୍ବେ ୨୦୨୦-୨୧ ମସିହାରେ ରାଜ୍ୟ ₹ ୨.୯୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାରେ ସକ୍ଷମ ହୋଇଛି। ଆଜିର ଅତିରିକ୍ତ ପୁଞ୍ଜି ବିନିଯୋଗ ସହିତ ଗତ ବର୍ଷ ଠାରୁ ମୋଟ ବିନିଯୋଗ ₹ ୪.୪୩ ଲକ୍ଷ କୋଟି ହେବ।

ଯେଉଁ ପାଞ୍ଚୋଟି ପ୍ରକଳ୍ପ ଅନୁମୋଦନ ଲାଭ କରିଛି ସେଗୁଡିକ ହେଲା

୧-ଭୂଷଣ ପାୱାର ଏବଂ ଷ୍ଟିଲ ଲିମିଟେଡର ଇଣ୍ଟିଗ୍ରେଟେଡ୍ ଇସ୍ପାତ କାରଖାନାର ସମ୍ପ୍ରସାରଣ ବାର୍ଷିକ ୫ ନିୟୁତ ଟନ୍ ରୁ ୧୫ ମିଲିୟନ୍ ଟନ୍ ପର‌୍ୟ୍ୟନ୍ତ ସମ୍ବଲପୁରର ରେଙ୍ଗାଲିରେ ପ୍ରତିଷ୍ଠା ହେବାକୁ ଥିବା ୫୫,୦୦୦ କୋଟି ବିନିଯୋଗ ହେବ। ଏଥିରେ ୧୦,୦୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

୨-ଟାଟା ଷ୍ଟିଲ୍ ଲିମିଟେଡର ଅଶୋଧିତ ଇସ୍ପାତ ଉତ୍ପାଦନର ବାର୍ଷିକ ୩ ନିୟୁତ ଟନ୍ ରୁ ୮ ନିୟୁତ ଟନକୁ ସଂପ୍ରସାରିତ ହେବ।  ଯାଜପୁର କଳିଙ୍ଗ ନଗରର ଥିବା ଏହି ପ୍ରକଳ୍ପ ସଂପ୍ରସାରଣରେ ୪୭,୫୯୯ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୪,୬୨୫ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

୩-ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ବାର୍ଷିକ ୬ ନିୟୁତ ଟନ୍ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ କାରଖାନାର ପ୍ରସ୍ତାବିତ କ୍ଷମତା ଠାରୁ ବାର୍ଷିକ ୧୮.୬ ନିୟୁତ ଟନ୍ ରୁ ୨୫.୨ ମିଲିୟନ୍ ଟନ୍ ପର‌୍ୟ୍ୟନ୍ତ ବୃଦ୍ଧି ହେବ। ଯାହା ଅନୁଗୁଳରେ ଥିବା ଏହି ସଂପ୍ରସାରଣରେ ୨୪,୬୫୨ କୋଟି ବିନିଯୋଗ ହେବ। ୧୦୦୦ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବିନିଯୋଗ JSPL ର ମୋଟ ବିନିଯୋଗ ୧,୦୦,୬୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଫଳରେ ଏହା ବିଶ୍ବର ସର୍ବ ବୃହତ ଏକକ ଇସ୍ପାତ କାରଖାନାରେ ପରିଣତ ହୋଇଛି।

୪- କେଉଁଝରରେ ଥିବା ରୁଙ୍ଗଟା ମାଇନ୍ସ ଲିମିଟେଡର ଇଣ୍ଟିଗ୍ରେଟେଡ୍ ଇସ୍ପାତ କାରଖାନାର ବାର୍ଷିକ ୦.୫୩ ନିୟୁତ ଟନ୍ ରୁ ୩ ମିଲିୟନ୍ ଟନ୍ କ୍ଷମତା ବୃଦ୍ଧି କରିବ। ଏହି ସଂପ୍ରସାରଣରେ ୭୯୨୦ କୋଟି ଟଙ୍କା ବିନିଯୋଗ କରିବ। ଏଥିରେ ୫୧୩୪ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

୫- ଛେଙ୍କାନାଳରେ ଥିଲା ରୁଙ୍ଗଟା ମାଇନ୍ସ ଲିମିଟେଡର ଇଣ୍ଟିଗ୍ରେଟେଡ୍ ଇସ୍ପାତ କାରଖାନାର ପ୍ରସ୍ତାବିତ କ୍ଷମତା  ବାର୍ଷିକ ୨.୮୫ ନିୟୁତ ଟନ୍ ରୁ ୭.୫୫ ମିଲିୟନ୍ ଟନ୍ ପର‌୍ୟ୍ୟନ୍ତ ବୃଦ୍ଧି କରିବ। ଏଥିରେ କଂପାନୀ ୧୧,୦୦୧ କୋଟି ବିନିଯୋଗରେ କରିବ। ଏଥିରେ ୬,୨୦୦ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ବୈଠକରେ ଅର୍ଥମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆରଡି, ଶ୍ରମ ଓ ଇଏସଆଇ ମନ୍ତ୍ରୀ ସୁଶାନ୍ତ ସିଂ, ଶିଳ୍ପ ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ। ମୁଖ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରକଲ୍ପ ସଂପର୍କରେ ଅବଗତ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର,  ଆଜି ସ୍ଥାନୀୟ ଲୋକସେବା ଭବନରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ତୁଶାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫-‘ଟି’ ଉପକ୍ରମ ଅନୁସାରେ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଏଥିରେ ସାଇବର ସିକୁ୍ୟରିଟି, ଭାରତ ନେଟ୍‌, ମୋ ସରକାର ଯୋଗାଯୋଗ ସେଣ୍ଟର, ମୋ ସେବା କେନ୍ଦ୍ର, ଓଡ଼ିଶା-ୱାନ୍‌ ପୋର୍ଟାଲ୍‌ର କାର୍ଯ୍ୟଧାରା ଉପରେ ବରିଷ୍ଠ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ବର୍ତ୍ତମାନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟେଟ୍‌ ଡ୍ୟାସ୍‌ବୋର୍ଡ ଜରିଆରେ ଜନସାଧାରଣ କୋଭିଡ୍‌ ସଂପର୍କିତ ସୂଚନା ସହିତ ଟେଷ୍ଟିଂ ରିପୋର୍ଟ ଏବଂ ଅକ୍ସିଜେନ ଯୋଗାଣ ସଂପର୍କରେ ସୂଚନା ପାଇପାରୁଛନ୍ତି । ଏଥି ସହିତ ମୋ ସରକାର ଆନାଲିଟିକ୍‌ ଡ୍ୟାସ୍‌ବୋର୍ଡ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସ୍ମାର୍ଟ କ୍ଲାସ୍‌ରୁମ୍‌, ଉଚ୍ଚଶିକ୍ଷା ବିଭାଗର ଅନ୍‌ଲାଇନ୍‌ ଆଡ୍‌ମିଶନ୍‌ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକୁ ଅତି ସୁଚାରୁ ରୂପେ ସଂପାସନ କରି ଲୋକଙ୍କ ଆଶାବିଶ୍ୱାସ ଜିତିପାରିଥିବାରୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲେ ।

ଏହି ବୈଠକରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଓକାକ୍‌ର ସିଇଓ ମନୋଜ କୁମାର ପଟ୍ଟନାୟକ ଏବଂ ଓକାକ୍‌ର ଜେନେରାଲ୍‌ ମ୍ୟାନେଜର ମଧୁମତା ରଥ ପ୍ରମୁଖ ଉପସ୍ଥିତ ଥିଲେ।