Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 10 ତାରିଖ ଗୁରୁବାର ସୂର୍ଯ୍ୟ ପରାଗ ଯୋଗୁଁ ଆଠଟି ରାଶି ହେବ ପ୍ରଭାବିତ

ମେଷ:- ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ନୂତନ ପୋଷାକ ଗ୍ରହଣ କରାଯିବ। କିଛି ବଡ କାମ କରି ଖୁସି ହେବ। ବିନିଯୋଗ ଲାଭଦାୟକ ହେବ। ପଦୋନ୍ନତି ପାଇଁ ପ୍ରୟାସ ସଫଳ ହେବ। ବିବାଦରୁ ଦୂରେଇ ରୁହନ୍ତୁ। ଏକ ଜରୁରୀ ଜିନିଷ ହଜି ଯାଇପାରେ।

ବୃଷ :- ଖର୍ଚ୍ଚ ବୃଦ୍ଧି ହେତୁ ଟେନସନ ହେବ। କୈଣସି ବ୍ୟକ୍ତିର ଉତ୍ତେଜନାରେ ଶିକାର ହୁଅନ୍ତୁ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ। ପାରିବାରିକ ଚିନ୍ତା ରହିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ବ୍ୟବସାୟ ଭଲ ହେବ। ଆୟ ହେବ। ନିଜ ବିବେକ ବ୍ୟବହାର କରନ୍ତୁ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆପଣ ଆପଣଙ୍କର ସାଙ୍ଗମାନଙ୍କ ସମର୍ଥନ ପାଇବେ।

ମିଥୁନ :- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ଏକ ଦୀର୍ଘ ଯାତ୍ରାର ସମ୍ବାବନା ରହିଛି। ସେଥିରେ ଉପକୃତ ହେବେ। ନୂତନ ଚୁକ୍ତିନାମା ହୋଇପାରେ । ରୋଜଗାର ବୃଦ୍ଧି ପାଇବ। ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ସୁଖ ମିଳିବ। ଚାକିରିରେ ଆପଣ ଏକ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆର୍ଶିବାଦ ପାଇବ। ପ୍ରଶଂସା ପାଇବେ। ଘର ବାହାରେ ପଚରାଉଚରା କରାଯିବ। ପ୍ରଲୋଭିତ ହୁଅନ୍ତୁ ନାହିଁ।

କର୍କଟ :- ଅର୍ଥନୈତିକ ପ୍ରଗତି ପାଇଁ ପ୍ରୟାସ ସଫଳ ହେବ। ଆପଣ କିଛି ଭଲ କାମ କରିପାରିବେ। ବ୍ୟବସାୟ ଅନୁକୂଳ ଲାଭ ଦେବ। କାର୍ଯ୍ୟ ସମାପ୍ତ ହେବ। ସୁଖ ମିଳିବ। ପ୍ରତିଷ୍ଠା ବୃଦ୍ଧି ପାଇବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଭଲ ଅବସ୍ଥାରେ ରହିବେ। ରିସ୍କ ନିଅନ୍ତୁ ନାହିଁ। ଭାଇମାନଙ୍କ ସମର୍ଥନ ପାଇବେ। ଆୟ ବୃଦ୍ଧି ପାଇବ।

ତୂଳା :- ତୀର୍ଥଯାତ୍ରା ହୋଇପାରେ। ଆପଣ ସତସଙ୍ଗର ଲାଭ ପାଇବେ। ମନ୍ତ୍ରୀଙ୍କ ସହାୟତାରେ କାର୍ଯ୍ୟ ସମ୍ପୂର୍ଣ୍ଣ ଏବଂ ଲାଭଦାୟକ ହେବ। ବ୍ୟବସାୟ ଅନୁକୂଳ ହେବ। ସେୟାର ବଜାରରେ ରିସ୍କ ନିଅନ୍ତୁ ନାହିଁ । ଚାକିରିରେ ଶାନ୍ତି ରହିବ। ଘର ବାହାରେ ସୁଖ ମିଳିବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ସାବଧାନ ରୁହନ୍ତୁ।

କନ୍ୟା :- ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାର ହେତୁ କ୍ଷତି ହେବାର ସମ୍ଭାବନା ଅଛି, ସାବଧାନ ରୁହନ୍ତୁ। ଅନ୍ୟମାନଙ୍କ ଝଗଡା ରେ ହସ୍ତକ୍ଷେପ କରନ୍ତୁ ନାହିଁ । ଆବଶ୍ୟକ ଜିନିଷ ଠିକ୍ ସମୟରେ ନ ପାଇବାରୁ ଦୁଃଖ ହେବ। ଅଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ବ୍ୟବସାୟ ଭଲ ହେବ। ଆଦୈ  ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟ କରନ୍ତୁ ନାହିଁ।

ତୂଳା :- ଶତ୍ରୁମାନେ ପରାସ୍ତ ହେବେ। ରାଜନୈତିକ ସମର୍ଥନ ପାଇବେ। ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ। ବ୍ୟବସାୟ ଲାଭଦାୟକ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । କିଛି ବଡ କାମ କରିବାକୁ ଯୋଜନା ହୋଇପାରେ। ସଫଳତା ମିଳିବ। ସୁଖର ମାଧ୍ୟମ ଉପରେ ଖର୍ଚ୍ଚ ହେବ। ପ୍ରଲୋଭିତ ହୁଅନ୍ତୁ ନାହିଁ।

ବିଛା :- ବଡ ସମ୍ପତ୍ତି କାରବାର ବଡ ଲାଭ ଦେଇପାରେ। ସମ୍ପତ୍ତି କାରବାରଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ପ୍ରମାଣିତ କରିପାରେ। ପଦୋନ୍ନତି ପାଇଁ ପ୍ରୟାସ ସଫଳ ହେବ। ରୋଜଗାରରେ ବୃଦ୍ଧି ହେବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଆୟ ବୃଦ୍ଧି ପାଇବ। ବ୍ୟସ୍ତ ରହିବେ। ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିପାରିବେ।

ଧନୁ :-  ପରିଶ୍ରମର ଫଳ ପୂରଣ ହେବ ନାହିଁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବୌଦ୍ଧିକ କାର୍ଯ୍ୟ ସଫଳ ହେବ। ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇପାରିବେ। ଯାତ୍ରା ଉପଭୋଗ୍ୟ ହେବ। ଏକ ପାରିବାରିକ କାର୍ଯ୍ୟ ହୋଇପାରେ। ଚାକିରିରେ ଅଧିକାର ବୃଦ୍ଧି ପାଇପାରେ। ପ୍ରଗତିର ରାସ୍ତା ଖୋଲାଯିବ।

ମକର :- କାରବାରରେ ସାବଧାନ ରୁହନ୍ତୁ। କୈଣସି ଅପରିଚିତ ବ୍ୟକ୍ତିଙ୍କ ଉପରେ ଅନ୍ଧବିଶ୍ୱାସ ରଖନ୍ତୁ ନାହିଁ। ସମବେଦନା ବାର୍ତ୍ତା ମିଳିପାରିବ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । କାହା ଦ୍ୱାରା ପ୍ରଲୋଭିତ ହୁଅନ୍ତୁ ନାହିଁ । ଦିନତମାମ ବ୍ୟସ୍ତ ରହିବେ। ଥକ୍କା ଏବଂ ଦୁର୍ବଳତା ଦେଖାଯିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ଆୟରେ ନିଶ୍ଚିତତା ରହିବ। ବ୍ୟବସାୟ ଭଲ ହେବ।

କୁମ୍ଭ :- କଠିନ ପରିଶ୍ରମ ସଫଳ ହେବ। ଖରାପ ଘଟଣା ଘଟିପାରେ। ସଫଳତା ସହିତ ସୁଖ ମିଳିବ। ଆୟ ବୃଦ୍ଧି ପାଇବ। ଆପଣ ସାମାଜିକ କାର୍ଯ୍ୟ କରିବାକୁ ସୁଯୋଗ ପାଇବେ। ଘର ବାହାରେ ପଚରାଉଚରା କରାଯିବ। ରିସ୍କ ନେବାକୁ ସାହସ କରନ୍ତୁ ନାହିଁ।ସହଭାଗୀମାନଙ୍କର ସମର୍ଥନ ପାଇବେ। ସମୟର ଅନୁକୂଳତାର ସୁଯୋଗ ନିଅନ୍ତୁ। ଆଜି ପାଖରେ ଟଙ୍କା ରହିବ।

ମୀନ :- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବ। ନୂତନ ବନ୍ଧୁ ସୃଷ୍ଟି ହେବ। ଆଜି ଭଲ ଖବର ପାଇବେ। ସୁଖ ମିଳିବ। କାର୍ଯ୍ୟଗୁଡ଼ିକ ଗତିଶିଳ ହେବ।  ବିବେକ ବ୍ୟବହାର କରନ୍ତୁ। ଲାଭ ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସାହାଯ୍ୟରେ ଯେ କୈଣସି ପ୍ରମୁଖ ସମସ୍ୟାର ସମାଧାନ ହେବ। ବ୍ୟବସାୟ ଭଲ ହେବ। ଘର ବାହାରେ ସୁଖ ଏବଂ ଶାନ୍ତି ରହିବ।

Categories
ଆଜିର ଖବର ଧର୍ମ

ସାବଧାନ ଏହି ରାଶିର ବ୍ୟକ୍ତିମାନେ ଗୁରୁବାର ଦିନ ବିବାଦରୁ ଦୂରେଇ ରୁହନ୍ତୁ

ବୃଷ :- ଖର୍ଚ୍ଚ ବୃଦ୍ଧି ହେତୁ ଟେନସନ ହେବ। କୈଣସି ବ୍ୟକ୍ତିର ଉତ୍ତେଜନାରେ ଶିକାର ହୁଅନ୍ତୁ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ। ପାରିବାରିକ ଚିନ୍ତା ରହିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ବ୍ୟବସାୟ ଭଲ ହେବ। ଆୟ ହେବ।

ମିଥୁନ :- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ଏକ ଦୀର୍ଘ ଯାତ୍ରାର ସମ୍ବାବନା ରହିଛି। ସେଥିରେ ଉପକୃତ ହେବେ। ନୂତନ ଚୁକ୍ତିନାମା ହୋଇପାରେ । ରୋଜଗାର ବୃଦ୍ଧି ପାଇବ। ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ସୁଖ ମିଳିବ। ଚାକିରିରେ ଆପଣ ଏକ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆର୍ଶିବାଦ ପାଇବ। ପ୍ରଶଂସା ପାଇବେ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଖରାପ ହୋଇପାରେ, ରୁହନ୍ତୁ ସତର୍କ

କନ୍ୟା :- ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାର ହେତୁ କ୍ଷତି ହେବାର ସମ୍ଭାବନା ଅଛି, ସାବଧାନ ରୁହନ୍ତୁ। ଅନ୍ୟମାନଙ୍କ ଝଗଡା ରେ ହସ୍ତକ୍ଷେପ କରନ୍ତୁ ନାହିଁ । ଆବଶ୍ୟକ ଜିନିଷ ଠିକ୍ ସମୟରେ ନ ପାଇବାରୁ ଦୁଃଖ ହେବ। ଅଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ।

ଧନୁ :-  ପରିଶ୍ରମର ଫଳ ପୂରଣ ହେବ ନାହିଁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବୌଦ୍ଧିକ କାର୍ଯ୍ୟ ସଫଳ ହେବ। ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇପାରିବେ। ଯାତ୍ରା ଉପଭୋଗ୍ୟ ହେବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଗୁରୁବାର ଦିନ ସଂପତିକୁ ନେଇ କରିବେ ବଡ କାରବାର

ତୂଳା :- ଶତ୍ରୁମାନେ ପରାସ୍ତ ହେବେ। ରାଜନୈତିକ ସମର୍ଥନ ପାଇବେ। ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ। ବ୍ୟବସାୟ ଲାଭଦାୟକ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । କିଛି ବଡ କାମ କରିବାକୁ ଯୋଜନା ହୋଇପାରେ।

ବିଛା :- ବଡ ସମ୍ପତ୍ତି କାରବାର ବଡ ଲାଭ ଦେଇପାରେ। ସମ୍ପତ୍ତି କାରବାରଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ପ୍ରମାଣିତ କରିପାରେ। ପଦୋନ୍ନତି ପାଇଁ ପ୍ରୟାସ ସଫଳ ହେବ। ରୋଜଗାରରେ ବୃଦ୍ଧି ହେବାର ସମ୍ଭାବନା ଅଛି।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଗୁରୁବାର ଦିନ କଠିନ ପରିଶ୍ରମରେ ପାଇବେ ସଫଳତା

କୁମ୍ଭ :- କଠିନ ପରିଶ୍ରମ ସଫଳ ହେବ। ଖରାପ ଘଟଣା ଘଟିପାରେ। ସଫଳତା ସହିତ ସୁଖ ମିଳିବ। ଆୟ ବୃଦ୍ଧି ପାଇବ। ଆପଣ ସାମାଜିକ କାର୍ଯ୍ୟ କରିବାକୁ ସୁଯୋଗ ପାଇବେ। ଘର ବାହାରେ ପଚରାଉଚରା କରାଯିବ। ରିସ୍କ ନେବାକୁ ସାହସ କରନ୍ତୁ ନାହିଁ।ସହଭାଗୀମାନଙ୍କର ସମର୍ଥନ ପାଇବେ।

ମୀନ :- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବ। ନୂତନ ବନ୍ଧୁ ସୃଷ୍ଟି ହେବ। ଆଜି ଭଲ ଖବର ପାଇବେ। ସୁଖ ମିଳିବ। କାର୍ଯ୍ୟଗୁଡ଼ିକ ଗତିଶିଳ ହେବ।  ବିବେକ ବ୍ୟବହାର କରନ୍ତୁ। ଲାଭ ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସାହାଯ୍ୟରେ ଯେ କୈଣସି ପ୍ରମୁଖ ସମସ୍ୟାର ସମାଧାନ ହେବ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ସେୟାର ବଜାର ବିନିଯୋଗରୁ ଦୂରେଇ ରୁହନ୍ତୁ

କର୍କଟ :- ଅର୍ଥନୈତିକ ପ୍ରଗତି ପାଇଁ ପ୍ରୟାସ ସଫଳ ହେବ। ଆପଣ କିଛି ଭଲ କାମ କରିପାରିବେ। ବ୍ୟବସାୟ ଅନୁକୂଳ ଲାଭ ଦେବ। କାର୍ଯ୍ୟ ସମାପ୍ତ ହେବ। ସୁଖ ମିଳିବ। ପ୍ରତିଷ୍ଠା ବୃଦ୍ଧି ପାଇବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ।

ତୂଳା :- ତୀର୍ଥଯାତ୍ରା ହୋଇପାରେ। ଆପଣ ସତସଙ୍ଗର ଲାଭ ପାଇବେ। ମନ୍ତ୍ରୀଙ୍କ ସହାୟତାରେ କାର୍ଯ୍ୟ ସମ୍ପୂର୍ଣ୍ଣ ଏବଂ ଲାଭଦାୟକ ହେବ। ବ୍ୟବସାୟ ଅନୁକୂଳ ହେବ। ସେୟାର ବଜାରରେ ରିସ୍କ ନିଅନ୍ତୁ ନାହିଁ ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ କାରବାରରେ ରୁହନ୍ତୁ ସାବଧାନ

ମେଷ:- ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ନୂତନ ପୋଷାକ ଗ୍ରହଣ କରାଯିବ। କିଛି ବଡ କାମ କରି ଖୁସି ହେବ। ବିନିଯୋଗ ଲାଭଦାୟକ ହେବ।

ମକର :- କାରବାରରେ ସାବଧାନ ରୁହନ୍ତୁ। କୈଣସି ଅପରିଚିତ ବ୍ୟକ୍ତିଙ୍କ ଉପରେ ଅନ୍ଧବିଶ୍ୱାସ ରଖନ୍ତୁ ନାହିଁ। ସମବେଦନା ବାର୍ତ୍ତା ମିଳିପାରିବ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । କାହା ଦ୍ୱାରା ପ୍ରଲୋଭିତ ହୁଅନ୍ତୁ ନାହିଁ । ଦିନତମାମ ବ୍ୟସ୍ତ ରହିବେ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଏଥର ସାବିତ୍ରୀ ବ୍ରତରେ ପଡୁଛି ବିରଳ ଚର୍ତ୍ତୁଃଗ୍ରହ ଯୋଗ, ଜାଣନ୍ତୁ ଏହି ଓଷା ପାଳନର ଭଲ ସମୟ

ଭୁବନେଶ୍ବର, ସାବିତ୍ରୀ ବ୍ରତ ହେଉଛି ଏପରି ଏକ ପୂଜା ଯାହା ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ପବିତ୍ର ସଂପର୍କର ବାର୍ତ୍ତା ପ୍ରଦାନ କରିଥାଏ । ଏହି ବ୍ରତରୁ ସ୍ପଷ୍ଟ ଯେ ଜଣେ ନାରୀର ଏତେ ଶକ୍ତି ଅଛି ଯେ ସେ ଯମରାଜଙ୍କ ଠାରୁ ମଧ୍ୟ ସ୍ୱାମୀଙ୍କ ଜୀବନ ଫେରାଇ ଆଣି ପାରିବେ । ଏଥି ସହିତ ଶାଶୁ ଏବଂ ପତ୍ନୀଙ୍କ ଧର୍ମର ସେବା ମଧ୍ୟ ଏହି ପର୍ବରୁ ଶିକ୍ଷା ମିଳିଥାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ ଭାଗ୍ୟଶାଳୀ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ, ​​ସ୍ୱାସ୍ଥ୍ୟ ଏବଂ ପ୍ରଗତି ଏବଂ ସନ୍ତାନ ପ୍ରାପ୍ତି ପାଇଁ ଉପବାସ ପାଳନ କରନ୍ତି।

ଚଳିତ ବର୍ଷ ବିଶେଷ କଥା ହେଉଛି ସାବିତ୍ରୀ ବ୍ରତ ଦିନ ଦୁଇଟି ରାଶିରେ ଚର୍ତ୍ତୁଃଗ୍ରହ ଯୋଗ ରହିଛି। ଏହି ଦିନ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଏବଂ ରାହୁ ତୁଳା ରାଶିରେ ବସିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ଶୁଭ୍ର ଏବଂ ସୁଖ ଦାମ୍ପତ୍ୟ ଜୀବନର କାରଣ ବୋଲି ବିବେଚନା କରାଯାଏ। ସେହିପରି ଏହି ଦିନ, ବୃଷ ରାଶିରେ ଚର୍ତ୍ତୁଃଗ୍ରହ ଯୋଗ ମଧ୍ୟ ଗଠନ ହେଉଛି। ଯାହା ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ସାଧାରଣତଃ ଚାରୋଟି ଗ୍ରହ ଗୋଟିଏ ରାଶିରେ ରହିଲେ ଚର୍ତ୍ତୁଃଗ୍ରହ ଯୋଗ ସୃଷ୍ଟି ହୋଇଥାଏ । ବିଶ୍ୱାସ କରାଯାଏ ଯେ ଏହି ଯୋଗ ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଜୁନ୍ 10 ତାରିଖ ଗୁରୁବାର ଦିନ ରୋହିଣୀ ନକ୍ଷତ୍ର ଏବଂ ଧୃତି ଯୋଗରେ ଏହି ପର୍ବ ପଡୁଛି, ଯାହା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସର୍ବୋତ୍ତମ ଯୋଗ ଅଟେ। ଜ୍ୟେଷ୍ଠ ଅମାବାସ୍ୟା ତିଥି ଜୁନ୍ 09 ତାରିଖ ବୁଧବାର ଦିନ ମଧ୍ୟାହ୍ନ 01. 59 ରୁ ଆରମ୍ଭ ହେଉଛି, ଯାହା ଜୁନ୍ 10 ତାରିଖ ଅପରାହ୍ନ 04. 22 ପର୍ଯ୍ୟନ୍ତ ରହୁଛି।

Categories
ବିଶେଷ ଖବର ରାଜ୍ୟ ଖବର

ରଜରେ କଣ ପାଇଁ ସମସ୍ତେ ପାନ ଖାଇଥାନ୍ତି, ଜାଣନ୍ତୁ ଏହା ପଛର ରହସ୍ୟ

ଭୁବନେଶ୍ବର, ରଜ ହେଉଛି ଓଡିଶାର ଏକ ଗଣପର୍ବ। ଏହି ପର୍ବ ସମୟରେ ଗାଁଗଣ୍ଡା ଉଛୁଳି ପଡେ। ବିଶେଷ କରି ଝିଅମାନଙ୍କର ଏହି ପର୍ବ ବେଶ ଆନନ୍ଦ ଦାୟକ। ତେବେ ଏହି ରଜରେ ଏକ ବହୁଳ ବ୍ୟବହାର ଜିନିଷ ହେଉଛି ପାନ। ସାଧାରଣତଃ ଅନେକ ଲୋକ ପାନ ଦୈନିକ ବ୍ୟବହାର କରିଥାନ୍ତି। ହେଲେ ରଜରେ ପ୍ରାୟ ସମସ୍ତେ ପାନ ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷ କରି ଝିଅମାନେ ରଜ ତିନିଦିନ ପାନଖାଇ ପାଟି ଲାଲ କରି ଗାଁ ଦାଣ୍ଡରେ ବୁଲିଥାନ୍ତି।

ପାନ ଓଡିଆ ସଂସ୍କୃତିରେ କାହିଁ କେଉଁ କାଳରୁ ରହିଆସିଛି। ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଇଷ୍ଟ ଦେବାତା ଜଗନ୍ନାଥ ପ୍ରତିଦିନ ଭୋଜନ ପରେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିଥାଏ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରି ବନ୍ଦୁତ୍ବ ସଂପର୍କକୁ ସୁଦୃଢ କରିଥାନ୍ତି।

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ହେଉଛି ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ ବା କ୍ୟାଲସିଅମ ଏବଂ ଖଇର ଦାନ୍ତକୁ ମଜଭୁତ କରିଥାଏ । ରଜ ପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ। ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧନିଆ,  ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ ।

ଏହାକୁ ବିଭିନ୍ନ ଢଙ୍ଗରେ ମଧ୍ୟ ଭଙ୍ଗା ଯାଇଥାଏ। ସେଥିମଧ୍ୟରେ ରହିଛି ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ । ଏପରିକି ପାନ ଦୋକାନୀମାନେ ରଜ ସମୟରେ ପାନ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥାନ୍ତି। ରଜ ଏକ ସଂପର୍କର ବାନ୍ଧିବାର ପର୍ବ ହୋଇଥିବାରୁ ପାନ ତାହାର ମାଧ୍ୟମ ହୋଇଆସିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ବାପା ଘରେ ବିଷ ପିଇ ଆତ୍ମହତ୍ୟା କଲେ ବିବାହିତା ମହିଳା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମର ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥବାର ଅଭିଯୋଗ ହୋଇଛି।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିଲିକା ବ୍ଲକ ନିମିଖେତା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମର ମାଟିଆ ପଲେଇଙ୍କ ଧର୍ମପତ୍ନୀ ଅଟନ୍ତି ସଜି ପଲେଇ(୫୮)। ସଜି ତାଙ୍କ ବାପଘର ତୋଟାପଡ଼ା ଗ୍ରାମକୁ ଯାଇଥିବାବେଳେ ଆଜି ରାତି ୮ ଘଟିକା ସମୟରେ କୌଣସି କାରଣରୁ ନିଜ ବାପଘରେ ବିଷପିଇ ଦେଇଥିଲେ। ସଙ୍ଗେ ସଙ୍ଗେ ବାପ ଘର ଲୋକମାନେ ସଜିଙ୍କୁ ବାଲୁଗାଁ ମେଡିକାଲ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତରଙ୍କ ସୂଚନା ପାଇ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ତଦନ୍ତ ଜାରିରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାବିତ୍ରୀ ପୂର୍ବରୁ ଚାନ୍ଦପୁରରେ ଅଘଟଣ: ଥାନା ଭିତରେ ପଶି ସାବିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ସତ୍ୟବାନ

ନୟାଗଡ଼/ଚାନ୍ଦପୁର: ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା ଥିବାବେଳେ ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାବିତ୍ରୀଙ୍କୁ ସତ୍ୟବାନ ମରଣାନ୍ତକ ଆକ୍ରମଣ କରି ଜେଲ ଯାଇଛନ୍ତି। ଟାଙ୍ଗୀ ମଙ୍ଗଳାଯୋଡ଼ି ଅଞ୍ଚଳର ସୁଶାନ୍ତ ମହାରଣା ତାଙ୍କ ପତ୍ନୀ କୁନି ମହାରଣାଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଛନ୍ତି।

ସୂଚନା ମୁତାବକ ସୁଶାନ୍ତ ଏକ ଠିକା ଡ୍ରାଇଭର ଭାବେ ଚିଲିକା ଅଞ୍ଚଳରେ କାର୍ଯ୍ୟ କରନ୍ତି। ସେ ଚାନ୍ଦପୁର ଅଞ୍ଚଳର କୁନି ମହାରଣାଙ୍କୁ ବିବାହ କରିଛନ୍ତି। ତେବେ ଆଜି ଅପରାହ୍ନରେ ସୁଶାନ୍ତ ମଦ ପିଇ ଏକ ସ୍କୃଡ୍ରାଇଭର ଧରି ତାଙ୍କ ପତ୍ନୀ କୁନିଙ୍କୁ ଜୀବନରୁ ମାରିବା ପାଇଁ ଗୋଡ଼ାଇଥିଲେ। କୁନି ଜୀବନ ବିକଳରେ ଧାଇଁ ଧାଇଁ ଚାନ୍ଦପୁର ଥାନା ଭିତରେ ପଶିଯାଇଥିଲେ। କିନ୍ତୁ ଏତିକିରେ ସୁଶାନ୍ତଙ୍କ ମନ ଶାନ୍ତି ହୋଇନଥିଲା। ସେ ଥାନା ଭିତରକୁ ପଶି ମଧ୍ୟ କୁନିଙ୍କୁ ସ୍କୃଡ୍ରାଇଭର ଦ୍ୱାରା ଆକ୍ରମଣ କରିବାକୁ ପଛାଇନଥିଲେ।

ତେବେ ଚାନ୍ଦପୁର ପୋଲିସ କର୍ମଚାରୀମାନେ କୁନିଙ୍କୁ ରକ୍ଷା କରିବାରୁ ସୁଶାନ୍ତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରି କ୍ଷତବିକ୍ଷତ କରିପକାଇଥଲେ। ଏହାଜାଣି ସଙ୍ଗେସଙ୍ଗେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସ ଏବଂ ଅନ୍ୟ କର୍ମଚାରୀ ବହୁତ ବଳ ଖଟାଇ ପରିଶେଷରେ ସୁଶାନ୍ତଙ୍କୁ କାବୁ କରଥିଲେ। ତେବେ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ସୁଶାନ୍ତଙ୍କ ବିରୋଧରେ ଚାନ୍ଦପୁର ପୋଲିସ କେସ ନମ୍ବର ୮୧/୨୧ ରେ ଏକାଧିକ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁକରି ଆଜି ତାଙ୍କୁ କୋର୍ଟଚାଲାଣ କରିଛି।

ସୁଶାନ୍ତଙ୍କ ବିରୋଧରେ ପୂର୍ବରୁ ଟାଙ୍ଗୀ ଥାନାରେ ଏକ ଅପରାଧିକ ମାମଲା ଥିବା ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

୨୯.୪୧ କୋଟି ଟଙ୍କାର ବିଭିନ୍ନ ସ୍ବାସ୍ଥ୍ୟ ପ୍ରକଳ୍ପ ସହ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ ଆରଟିପିସିଆର ଟେଷ୍ଟ ଲାବୋରେଟୋରୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନାର ଦ୍ବିତୀୟ ଲହରୀରେ ମେଡିକାଲ ଅକ୍‌ସିଜେନର ଆବଶ୍ୟକତା ବହୁତ ବଢିଯାଇଥିଲା। ଏହି ସମୟରେ ଓଡିଶାରେ ଅକ୍‌ସିଜେନ ଯୋଗାଣ ନେଇ କୌଣସି ସମସ୍ୟା ହୋଇନାହିଁ। ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡିଶା ୧୭ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି। ଓଡିଶା ପାଇଁ ଏହା ନିଶ୍ଚିତ ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅକ୍‌ସିଜେନର ଉତ୍ପାଦନ ଠାରୁ ଆରମ୍ଭ କରି ରୋଗୀକୁ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଜଟିଳ ପ୍ରକ୍ରିୟା। ଏଥିରେ ବହୁତ ଯନ୍ତ୍ରପାତି, ଯାନବାହାନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ। ଓଡିଶାକୁ ଆମେ ଦେଶର ବିଭିନ୍ନ ସ୍ଥାନରୁ ଏପରିକି ଚୀନ୍‌ରୁ ମଧ୍ୟ ଅକ୍‌ସିଜେନ ସିଲିଣ୍ଡର ଆଣି ଆମର ବ୍ୟବସ୍ଥାକୁ ସୁଦୃଢ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କରୋନା ଭୂତାଣୁ ସଂକ୍ରମଣର ଅନିଶ୍ଚିତ ଗତି ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଠାରୁ ହିଁ ଆମକୁ ପ୍ରସ୍ତୁତ ରହିବାକୁ ହେବ। ଏଥିପାଇଁ ଆମର ସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କାମ କରାଯାଉଛି। ଆଜିର ନୂଆ ବ୍ୟବସ୍ଥା ଗୁଡିକ ଲୋକଙ୍କୁ ଖୁବଶୀଘ୍ର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଏହିସବୁ ଭିତ୍ତିଭୂମି ପାଇଁ କର୍ପୋରେଟ କ୍ଷେତ୍ରର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ରାଜ୍ୟର ସମସ୍ତ ପ୍ରମୁଖ ହସ୍‌ପିଟାଲରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ପରିଶେଷରେ ରଜ ଓ ସାବିତ୍ରୀ ପରି ଉତ୍ସବ ସମୟରେ ଜନସାଧାରଣ ସତର୍କ ରହି, ସମସ୍ତ କୋଭିଡ ନିୟମ ପାଳନ କରି ପର୍ବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡାରୁ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ କହିଲେ ଯେ ଓଡିଶା ବର୍ତ୍ତମାନ ଅକ୍ସିଜେନ କ୍ଷେତ୍ରରେ ସାରା ଦେଶ ପାଇଁ ଓଡିଶା ଏକ ନୂଆ ଆଶା ହୋଇପାରିଛି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବର ପରାକାଷ୍ଠାକୁ ପ୍ରଶଂସା କରିଥିଲେ। ଆଜିର ଭିତ୍ତିଭୂମି ବ୍ୟବସ୍ଥା ଦ୍ବାରା ଓଡିଶା ତୃତୀୟ ଲହରୀର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ବଲାଙ୍ଗୀରରୁ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଭୁବନେଶ୍ବରରୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରିବା ସହିତ ଏହାଦ୍ବାରା ଆଗାମୀ ଦିନରେ ଓଡିଶା କୋଭିଡ ସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର ସଫଳ ମୁକାବିଲା କରିପାରିବ ବୋଲି ଆଶାପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଉପମୁଖ୍ୟ ସଚେତକ, ନବରଙ୍ଗପୁର ସାଂସଦ, ବାଲେଶ୍ବର ବିଧାୟକ, କୋରାପୁଟ ବିଧାୟକ, ବଲାଙ୍ଗୀର ବିଧାୟକ, କଟକ-ଚୌଦ୍ବାର ବିଧାୟକ, ନବରଙ୍ଗପୁର ବିଧାୟକ ଆଦି ଯୋଗ ଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସ୍ବାଗତ ଭାଷଣ ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାମାତ୍ର କହିଥିଲେ ଯେ ବର୍ତ୍ତମାନ ନବରଙ୍ଗପୁରକୁ ମିଶାଇ ରାଜ୍ୟର ୧୭ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲାବୋରେଟୋରୀ କରାଯାଇଛି। ରାଜ୍ୟର ସବୁ ଜିଲ୍ଲାରେ ଏହି ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

ଓଡିଶା ମେଡିକାଲ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖଣିରେ ବେଆଇନ ବ୍ଲାଷ୍ଟିଂକୁ ନେଇ ଟାଙ୍ଗୀରେ ବିରୋଧ: ଗ୍ରାମବାସୀ କଲେ ରାସ୍ତା ଅବରୋଧ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖଣିରେ ବେଆଇନ ବ୍ଲାଷ୍ଟିଂକୁ ନେଇ ଗ୍ରାମଵାସୀମାନଙ୍କ ଦ୍ଵାରା ବିରୋଧ କରାଯାଇଛି। ଟାଙ୍ଗୀ ଥାନା ବ୍ରୁଷବନ୍ଧ ପାହାଡରେ ବ୍ଲାଷ୍ଟି ଯୋଗୁଁ ଧନ ଜୀବନ କ୍ଷୟକ୍ଷତି ହେଉଥିବା ନେଇ ଗ୍ରାମଵାସୀ ଅଭିଯୋଗ କରି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ଟାଙ୍ଗୀ ତହସିଲଦାର ଶରତ କୁମାର ଦେହୁରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଆଡିଆ ପଡା ମୌଜାରେ ରହିଛି ବ୍ରୁଷବନ୍ଧ ପାହାଡ। ଏହି ପାହାଡରୁ କଳା ମୁଗୁନି ପଥର ଉତ୍ତୋଳନ କରିବା ପାଇଁ ପ୍ରଶାସନ ଲିଜ୍ ଅନୁମତି ଦେଇଛି। ମାତ୍ର ଲିଜ୍ ଧାରୀ ଲାଭ ଆଶାରେ ସମସ୍ତ ନୀତି ନିୟମକୁ ବେଖାତିର କରି ବ୍ଳାଷ୍ଟିଂ କରିବା ଯୋଗୁଁ ଖଣିରୁ ପଥର ପଡି ଗ୍ରାମବାସୀ ମାନଙ୍କ ଘର ଦ୍ୱାର ବିଲ ଵାଡି ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଏହା ସହ ଗାଇ ଗୋରୁ ମାନେ ଅକାଳରେ ମୃତ୍ୟୁବରଣ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ସ୍ଥାନୀୟ ଲୋକେ ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ୍ୟ କୌଣସି ସୁଫଳ ନ ମିଳିବାରୁ ସ୍ଥାନୀୟ ଲୋକେ ଆଡିଆ ପଡା ଗ୍ରାମ୍ୟ ରାସ୍ତାକୁ ଅବରୋଧ କରିଥିଲେ।

ଖଵର ପାଇ ବାଲୁଗା୍ଁ  ଏସଡିପିଓ ମାନସ ରଂଜନ ବାରିକ ଓ ଟାଙ୍ଗୀ ତହସିଲଦାର ଶରତ କୁମାର ଦେହୁରୀ ଘଟଣା ସ୍ଥଳରେ ପହଂଚି ଲୋକ ମାନଙ୍କ  ଅଭିଯୋଗ ଶୁଣିବାପରେ ଘଟଣାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ହଟିଥିଲା। ଏହା ସହ  ଏସଡିପିଓ  ଓ ତହସିଲଦାର ଆଡିଆ ପଡା ଗ୍ରାମବାସୀଙ୍କ ଘର ଘର ବୁଲି କ୍ଷୟକ୍ଷତି ଅନୁଧ୍ୟ୍ୟାନ କରିଛନ୍ତି। ଏନେଇ ଆବଶ୍ୟକୀୟ ପଦକ୍ଷେପ ନେଵେ ବୋଲି ତହସିଲଦାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮ ହଜାର ୩୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୯୮୧, କଟକରୁ ୮୯୦, ପୁରୀରୁ ୪୬୭, ସୁନ୍ଦରଗଡରୁ ୪୬୨, ଅନୁଗୁଳରୁ ୪୨୩, ବରଗଡରୁ ୩୭୨, ଯାଜପୁରରୁ ୩୫୪, ଜଗତସିଂହପୁରରୁ ୩୩୨, ମୟୂରଭଞ୍ଜରୁ ୩୧୨, ବାଲେଶ୍ବରରୁ ୩୦୧, ରାୟଗଡାରୁ ୨୬୫, ବୌଦ୍ଧରୁ ୨୫୯, ନୟାଗଡରୁ ୨୫୫, ନବରଙ୍ଗପୁରରୁ ୨୪୯, କେନ୍ଦ୍ରାପଡାରୁ ୨୦୯, କେନ୍ଦୁଝରରୁ ୨୦୮, କୋରାପୁଟରୁ ୧୯୩, ସମ୍ବଲପୁରରୁ ୧୯୦, କଳାହାଣ୍ଡିରୁ ୧୮୧, ଗଞ୍ଜାମରୁ ୧୪୩, ଭଦ୍ରକରୁ ୧୩୯, ସୋନପୁରରୁ ୧୨୦, ମାଲକାନାଗିରିରୁ ୮୫, ଝାରସୁଗୁଡାରୁ ୭୭, ଗଜପତିରୁ ୭୧, କନ୍ଧମାଳରୁ ୭୧, ବଲାଙ୍ଗୀରିରୁ ୭୦, ଢେଙ୍କାନାଳାରୁ ୭୦, ନୂଆପଡାରୁ ୨୮ ଏବଂ ଷ୍ଟେଟ ପୁଲରୁ ୧୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୬୪ ହଜାର ୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୧ ହଜାର ୧୨୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୩ ହଜାର ୨୮୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୨୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୫୪୭: ସୁସ୍ଥ ହେଲେ ୧୧୩୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୧୧୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୧୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୫ ହଜାର ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୬୨୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୬୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କ୍ୟୁଏସ୍ ୱାଲ୍‌ର୍ଡ ୟୁନିଭରସିଟି ର‌୍ୟାଙ୍କିଂରେ ସ୍ଥାନ ପାଇଲା ଶିକ୍ଷା ଓ ଅନୁସନ୍ଧାନ

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ୱାଲର୍ଡ ୟୁନିଭରସିଟି ର‌୍ୟାଙ୍କିଂସ୍ ୨୦୨୨ ସଂସ୍କରଣରେ ଓଡ଼ିଶାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସ୍ଥାନ ପାଇବାର ସଫଳତା ଅର୍ଜନ କରିଛି। ମଙ୍ଗଳବାର ପ୍ରକାଶିତ ଏହି ର‌୍ୟାଙ୍କିଂସ୍‌ରେ ସ୍ଥାନ ପାଇଥିବା ଭାରତର ୩୫ଟି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଓଡ଼ିଶାରୁ ସୋଆ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି, ଭୁବନେଶ୍ୱର ରହିଛନ୍ତି।

ଓଡ଼ିଶାରୁ ଏହି ସମ୍ମାନଜନକ ର‌୍ୟାଙ୍କିଂ ଅର୍ଜନ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ୯ ଟି ଆଇଆଇଟି, ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ରହିଥିବା ବେଳେ ଏହାର ୮୦୧-୧୦୦୦ ବ୍ରାକେଟ୍‌ ମଧ୍ୟରେ ସୋଆ ସ୍ଥାନ ପାଇଛି।

ସେହିପରି ସୋଆ ସମେତ ଭାରତର ୩ଟି ଡିମ୍‌ଡ୍ ଟୁ ବି ୟୁନିଭରସିଟି ଏହି ର‌୍ୟାଙ୍କିଂରେ ସ୍ଥାନ ପାଇଛନ୍ତି। ସାରା ବିଶ୍ୱର ୯୩ଟି ଦେଶର ଅସଂଖ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିର ସଫଳତାକୁ ବିଶ୍ଲେଷଣ କରାଯାଇଥିବା ବେଳେ ୧୩୦୦ଟି ଶିକ୍ଷାନୁଷ୍ଠାନକୁ ସେମାନଙ୍କର ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଫାକଲଟିମାନଙ୍କ ସନ୍ଦର୍ଭ, ଫାକଲଟି ଛାତ୍ର ଅନୁପାତ, ଆନ୍ତର୍ଜାତୀକ ଫାକଲଟି ଓ ଆନ୍ତର୍ଜାତୀକ ଛାତ୍ରଛାତ୍ରୀ ଭଳି ବିଭିନ୍ନ ମାପଦଣ୍ଡକୁ ନେଇ ଏହି ର‌୍ୟାଙ୍କିଂ ପ୍ରସ୍ତୁତ କରାଯାଇଛି।

ଏହି ସଫଳତାରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଖୁସି ପ୍ରକଟ କରି ଏଥିନିମନ୍ତେ ବିଶ୍ୱବିଦ୍ୟାଳୟର ସଭାପତିଙ୍କ ପ୍ରେରଣା, ବିଭିନ୍ନ ଶିକ୍ଷାନୁଷ୍ଠାନର ଡିନ୍‌, ଫ୍ୟାକଲଟି ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପରିଶ୍ରମ ଓ ଆନ୍ତରିକ ପ୍ରଚେଷ୍ଟା ଅନୁଷ୍ଠାନକୁ ଏହି ସଫଳତା ଆଣି ଦେଇଛି ବୋଲି କହିଛନ୍ତି। ଏହି ର‌୍ୟାଙ୍କିଂ ବିଶ୍ୱବିଦ୍ୟାଳୟକୁ ଅଧିକ ଆଗକୁ ଯିବାକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ମହାମାରୀ ସତ୍ତ୍ୱେ ଫ୍ୟାକଲଟିମାନଙ୍କର ଶିକ୍ଷାଦାନ ଓ ହସପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦ୍ୱାରା କୋଭିଡ ସଂକ୍ରମିତ ହଜାର ହଜାର ଲୋକଙ୍କର ଉତ୍ସର୍ଗୀକୃତ ସେବାକୁ ପ୍ରଫେସର ମହାପାତ୍ର ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ

ଭୁବନେଶ୍ବର, ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଯେଉଁ ନୂଆ ବିଭାଗ ମିଳିଲା ତାହା ହେଲା..

1- ଦୀପ୍ତେଶ ପଟ୍ଟନାୟକ- ଆଇଜି ଜେଲ ବିଭାଗ

2-ନରସିଂହ ଭୋଳ- ଆଇଜି କେନ୍ଦ୍ରାଞ୍ଚଳ, କଟକ

3- ଏଚ କେ ଲାଲ- ଆଇଜି ପୂର୍ବାଞ୍ଚଳ ରେଞ୍ଜ, ବାଲେଶ୍ବର

4-ଦୀପକ କୁମାର- ଡିଆଇଜି, ଉତ୍ତରାଞ୍ଚଳ, ସମ୍ବଲପୁର

5- ରାଜକିଶୋର ପାଇକରାୟ- ଏସପି ଦେବଗଡ

6- ଡି ପି ତ୍ରିପାଠୀ- ଏସ ଆର ପି, କଟକ

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଠାରୁ ୧୪ ତାରିଖ ଯାଏଁ ଓଡିଶାରେ ହେବ ପ୍ରବଳ ବର୍ଷା!: ଉପୁଜିପାରେ ବନ୍ୟା ପରିସ୍ଥିତି

ଭୁବନେଶ୍ବର: ଆସନ୍ତାକାଲି ଠାରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ପ୍ରବଳ ବର୍ଷା ଯୋଗୁଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିବ ବୋଲି ଏସଆରସି ସତର୍କ କରାଇଛନ୍ତି। ଏହାସହ କିଛି ଜାଗାରେ ଭୁସ୍ଖଳନ ହେବାରେ ସମ୍ଭାବନା ରହିଛି। ସେଭଳି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଛି। ବନ୍ୟା ଓ ଭୁସ୍ଖଳନରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି। ବନ୍ୟା କଥା ବୁଝୁଥିବା ସବୁ ଅଫିସ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କରିବାକୁ ନିର୍ଦ୍ଦେଶ ହୋଇଛି।

ବିପଦଜ୍ଜନକ ଅବସ୍ଥାରେ ଥିବା ନଦୀବନ୍ଧ ଉପରେ ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଏସଆରସି କହିଛନ୍ତି। ଅଗ୍ନିଶମ ବାହିନୀକୁ ଡଙ୍ଗା ଏବଂ ଯନ୍ତ୍ରାଂଶ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଧର୍ମ ବ୍ୟବସାୟ ରାଜ୍ୟ ଖବର

ସାବିତ୍ରୀଙ୍କୁ ସନ୍ତୁଷ୍ଠ କରିବା ପାଇଁ କରୋନା ନିୟମ ଭାଙ୍ଗିଲେ ସତ୍ୟବାନମାନେ

ଭୁବନେଶ୍ବର, ଆାସନ୍ତାକାଲି ଗୁରୁବାରରେ ସାବିତ୍ରୀ ବ୍ରତ। ପ୍ରତିଟି ସଧବାମାନେ ଏହି ସାବିତ୍ର ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ପାଇଁ ଆବଶ୍ୟକ ପଡିଥାଏ ବିଭିନ୍ନ ପ୍ରକାରର ଫଳମୂଳ। ହେଲେ ଲକଡାଉନ ଯୋଗୁଁ ଓଡିଶାରେ ମାତ୍ର ଦିନ 11ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିଛି।

ସେଥିପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବେଶ ଭିଡ ପରିଲକ୍ଷିତ ହୋଇଛି। ସାବିତ୍ରୀମାନେ ଅସନ୍ତୁଷ୍ଠ ନ ହେବା ପାଇଁ ସତ୍ୟବାନମାନେ କରୋନା ନିୟମ ଭାଙ୍ଗି ବିଭିନ୍ନ ପୂଜା ସାମଗ୍ରୀ କିଣୁଥିବାର ପରିଲକ୍ଷିତ ହୋଇଛି। ଭିଡ ଏପରି ହୋଇଛି ଯେ ସେଠାରେ ଶାରୀରିକ ଦୂରତା, ସାଇନିଟାଇଜେନ ଏବଂ ମାସ୍କ ପିନ୍ଧା ନିୟମ କୁଆଡେ ଉଡିଯାଇଛି। କେତେକ ସ୍ଥାନରେ ପୋଲିସ ଚଢାଉ କରି ଜବତ କରିବା ପାଇଁ ଚେଷ୍ଠା କରିଥିବାର ଦେଖାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚାଷୀଙ୍କ ପାଇଁ ଖୁସି ଖବର: ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆଜି କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଖୁସି ଖବର ଦେଇଛି। କେନ୍ଦ୍ର କ୍ୟାବିନେଟରେ ଆଜି ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି। ଧାନ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାକୁ କେନ୍ଦ୍ର ସରକାର ବୃଦ୍ଧି କରିଛି। ଏହା ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ଥିଲା।

ଏହାସହ ରାଶି, ହରଡ, ବିରି, ବାଜରାର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛି। ରାଶିର କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୫୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବିରି ଓ ହରଡ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ: କମୁଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା, ଆସନ୍ତାକାଲି ବାଲୁଗାଁରେ ହେବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଲଗାତାର ଭାବେ ନିମ୍ନଗାମୀ ହେଉଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମାତ୍ର ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨ ଜଣ, ଚିଲିକା ବ୍ଲକରେ ଜଣେ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୪୯ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୩୬ ଜଣ, ଚିଲିକା ବ୍ଲକରୁ ୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୮୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୫ ଜଣ, ଚିଲିକା ବ୍ଲକରେ ୫୭ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ କେବଳ ବାଲୁଗାଁରେ ଟୀକାକରଣ ଚାଲୁ ରହିବ। ବାଲୁଗାଁ ଉଚ୍ଚ ବିଦ୍ୟାଳୟ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ ଗୋଟି ଲେଖାଏଁ ୨୦୦ ଟି ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।