Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ଶନିବାର ଦିନ ଆରମ୍ଭରୁ ହୋଇପାରେ ଅସୁବିଧା

ବିଛା : – ଆଜି ଆପଣ ଆପଣଙ୍କର ଚିନ୍ତାରୁ ବହୁତ ଆରାମ ପାଇବେ । ଆଜି ବହୁତ ଭାବପ୍ରବଣ ଏବଂ ସମ୍ବେଦନଶୀଳ ହେବ, ଯେଉଁଥିପାଇଁ ତୁମର କଳ୍ପନା ଏବଂ ସୃଜନଶୀଳତା ଉତ୍ପନ୍ନ ହେବ । ଆପଣ ଆଜି ସାହିତ୍ୟ ଲେଖା ଏବଂ କଳା କ୍ଷେତ୍ରରେ ସହଯୋଗ କରିବାକୁ ସମର୍ଥ ହେବେ ।

ଧନୁ : – ଆଜି ପ୍ରାରମ୍ଭରେ ଅସୁବିଧା ହୋଇପାରେ, ଆପଣଙ୍କର ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତ ହେବ ଏବଂ ଯାହା ବହୁତ ଖୁସି କରିବ । ଆର୍ଥିକ ଯୋଜନା ହେତୁ, ଆପଣଙ୍କର ଅନେକ ଅସୁବିଧା କମିବା ଆରମ୍ଭ କରିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଶନିବାର ଦିନ ମାନସିକତା ସତେଜ ଅନୁଭବ କରିବେ

ସିଂହ : – କାର୍ଯ୍ୟରେ ସଫଳତା ପାଇବା ପାଇଁ ଆଜି ସର୍ବୋତ୍ତମ ଦିନ। ଆପଣ କରିଥିବା କାର୍ଯ୍ୟ ଦ୍ୱାରା ଆପଣ ଖ୍ୟାତି ପାଇବେ । ପରିବାରରେ ଏକ ଆନ୍ତରିକ ପରିବେଶ ରହିବ। ଶରୀର ଏବଂ ମନ ସହିତ ତୁମେ ସତେଜତା ଏବଂ ଆନନ୍ଦ ଅନୁଭବ କରିବ ।

କନ୍ୟା:- ଆଜି ଆପଣଙ୍କର କଳ୍ପନା ଶକ୍ତି ପୁରା ଭଲ ରହିବ । ସାହିତ୍ୟ ସୃଷ୍ଟି ପାଇଁ ଆଜି ଏକ ଭଲ ଦିନ। ଛାତ୍ରମାନେ ଶିକ୍ଷଣରେ ଭଲ ପ୍ରଦର୍ଶନ କରିବାକୁ ସମର୍ଥ ହେବେ । ଭାବପ୍ରବଣତା ଏବଂ ଯୌନତା ଆପଣଙ୍କ ପ୍ରକୃତିରେ ଅଧିକ ରହିବ ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନେ କୌଣସି ନୂଆ କାର୍ଯ୍ୟ ଆରମ୍ଭ ନ କରିବା ଭଲ ହେବ

ବୃଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅନେକ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ, ଯେଉଁଥିପାଇଁ ଉତ୍ସାହର ଅଭାବ ରହିବ। ଏହାର ପ୍ରଭାବ ବାଣିଜ୍ୟିକ କ୍ଷେତ୍ରରେ ଦେଖାଯିବ ଏବଂ ଏହା ସମସ୍ୟା ସୃଷ୍ଟି କରିପାରେ।

ମିଥୁନ: – ଆଜି ଆପଣଙ୍କୁ କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରତିକ୍ରିୟାଶୀଳ ହେବାକୁ ପରାମର୍ଶ ଦିଆଯାଇଛି । କଫ ଏବଂ ପେଟ ସମ୍ବନ୍ଧୀୟ ରୋଗ ଆପଣଙ୍କୁ କଷ୍ଟ ଦେଇପାରେ। ସମ୍ଭବ ହେଲେ ଅସ୍ତ୍ରୋପଚାର ପରି ବଡ଼ ମାମଲା ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଣିକି ରାତି ଆଠଟାରେ ବନ୍ଦ ହେବ ଟ୍ରେନ ସଂରକ୍ଷଣ ଟିକେଟ କାଉଣ୍ଟର

ଭୁବନେଶ୍ବର, କୋଭିଡ଼୧୯ ସଙ୍କଟ ସମୟରେ ପ୍ରତିଷେଧକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲକଡାଉନ୍ ସମୟ ବଳବତ୍ତର ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରଖିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି।

ଏ ନେଇ ପୂର୍ବତଟ ରେଳପଥ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଯାଇଛି। ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ତିବ୍ର ଗତିରେ ସଂକ୍ରମଣ ହେଉଥିବାରେ ରେଳବାଇ ଏହି ନିଷ୍ପତି ନେଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କରୋନା ପାଇଁ ଜୁନ 1 ତାରିଖରୁ ବାତିଲ ହେବ ଏକାଥରେ 23 ଟି ଟ୍ରେନ, ଜାଣନ୍ତୁ କେଉଁଗୁଡିକ

ଭୁବନେଶ୍ବର, କୋଭିଡ଼୧୯ ସକରାତ୍ମକ ମାମଲାଗୁଡ଼ିକର ବୃଦ୍ଧି ଓ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଖରାପ ପୃଷ୍ଠପୋଷକତା ପାଇଁ ଉଭୟ ଦିଗରୁ 10 ଜୁନ୍, 2021 ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଜୁନ ପହିଲା ଠାରୁ ୧୦ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ

01. 08456/08455 ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ସ୍ପେଶାଲ୍ବିଶେଷ ଟ୍ରେନ

02. 08412/08411 ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

03. 08438/08437 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

04. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

05. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

06. 08493/08494 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ

ଜୁନ ପହିଲା ଠାରୁ ୧୧ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ

● 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ରୁ 1 ରୁ 10 ଜୁନ୍ ଏବଂ ରାୟପୁରରୁ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ ।

● 08445/08446 ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ ଜଗଦଲପୁରରୁ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ ।

● 08515/08516 ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ ।

● 08561/08562 ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ରୁ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ କାଚେଗୁଡା ଠାରୁ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ ।

● 02882/02881 ଭୁବନେଶ୍ୱର-ପୁଣେ-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ଜୁନ ପହିଲା ଓ ୮ ତାରିଖ ଦିନ ଏବଂ ପୁଣେରୁ 3 ଏବଂ 10 ଜୁନ୍, 2021 ତାରିଖ ଦିନ ।

● 02882/02881 ପୁରୀ-ଏଲଟିଟି-ପୁରୀ ବିଶେଷ ଟ୍ରେନ ଜୁନ ପହିଲା ଓ ୮ ତାରିଖ ଦିନ ପୁରୀରୁ ଏବଂ 3 ଏବଂ 10 ଜୁନ୍, 2021 ରେ ଏଲଟିଟି ରୁ ବାତିଲ ରହିବ ।

● 02880/02879 ଭୁବନେଶ୍ୱର-ଏଲଟିଟି- ଭୁବନେଶ୍ୱର ସ୍ପେଶାଲ୍ 31 ମଇ ଏବଂ 3, 7, 10 ଜୁନ୍ ଦିନ ଭୁବନେଶ୍ୱର ଠାରୁ ଏବଂ 2, 5, 9 ଏବଂ 12 ଜୁନ୍, ୨୦୧୧ ତାରିଖ ଦିନ ଏଲଟିଟି ଠାରୁ ବାତିଲ ରହିବ।

● 07488/07487 ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରୁ ଏବଂ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ କଡପା ଠାରୁ ବାତିଲ ରହିବ।

● 02831/02832 ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ସ୍ପେଶାଲ୍ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ ରୁ ଏବଂ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ ଲିଙ୍ଗମପଲ୍ଲୀ ଠାରୁ ବାତିଲ ରହିବ।

ଜୁନ୍ 5 ଏବଂ 6 ତାରିଖ (ଶନିବାର ଏବଂ ରବିବାର) ବାତିଲ୍ ହେଉଥିବା ବିଶେଷ ଟ୍ରେନ

A. 08428/08427 ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ

B. 08432/08431 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

C. 08433/08434 ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ବିଶେଷ ଟ୍ରେନ

D. 02892/02891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ

E. 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ

ଆଂଶିକ ବାତିଲ୍ ହେଉଥିବା ଟ୍ରେନ

01. 08428/08427 ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ 1 ରୁ 4 ଜୁନ ଏବଂ 7 ରୁ 10 ଜୁନ୍, 2021 ମଧ୍ୟରେ ପୁରୀ ଏବଂ ତାଳଚେର ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ।

02 . 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ 1 ରୁ 4 ଜୁନ ଏବଂ 7 ରୁ 10 ଜୁନ୍, 2021 ମଧ୍ୟରେ ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ ଓ ଟିଟିଲାଗଡ଼ ଓ ରାୟଗଡା ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

03 . 02097/02098 ଭୁବନେଶ୍ୱର-ଜୁନାଗଡ଼ ରୋଡ଼-ଭୁବନେଶ୍ୱର ବିଶେଷ ଟ୍ରେନ ଜୁନ ପହିଲା ଠାରୁ ୧୦ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ଏବଂ ଜୁନ ୨ ରୁ ୧୧ ତାରିଖ ମଧ୍ୟରେ ଜୁନାଗଡ଼ ରୋଡ଼ ଠାରୁ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଓ ରାୟଗଡା ମଧ୍ୟରେ ଚଳାଚଳ କରିବ ଏବଂ ରାୟଗଡା ଠାରୁ ଜୁନାଗଡ଼ ରୋଡ଼ ମଧ୍ୟରେ ବାତିଲ ରହିବ।

ରାଜଧାନୀ ବିଶେଷ ଟ୍ରେନ ସପ୍ତାହରେ ଦୁଇଦିନ ଚଳାଚଳ କରିବ

02823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ବିଶେଷ ଏକ୍ସପ୍ରେସ ଭାୟା ଟାଟା ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରୁ ପ୍ରତି ମଙ୍ଗଳବାର ଦିନ ଛାଡିବ ଏବଂ ଅନ୍ୟ ଦିନ ମାନଙ୍କରେ ବାତିଲ ରହିବ। 02824 ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଏକ୍ସପ୍ରେସ ଭାୟା ଟାଟା ନୂଆ ଦିଲ୍ଲୀ ଠାରୁ ପ୍ରତି ବୁଧବାର ଦିନ ଛାଡିବ ଏବଂ ଅବଶିଷ୍ଟ ଦିନଗୁଡିକ 10 ଜୁନ୍, 2021 ପର୍ଯ୍ୟନ୍ତ ବାତିଲ୍ ରହିବ।

02825/02826 ଭୁବନେଶ୍ୱରରୁ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଏକ୍ସପ୍ରେସ ଭାୟା ଆଦ୍ରI ରବିବାର ଦିନ ଭୁବନେଶ୍ୱର ରୁ ଏବଂ ସୋମବାର ଦିନ ନୂଆଦିଲ୍ଲୀରୁ ଚଳାଚଳ କରିବ | ଏହି ଟ୍ରେନ୍ 2 ଏବଂ 9 ଜୁନ୍ ଭୁବନେଶ୍ୱରରୁ ଏବଂ 4 ଏବଂ 11 ଜୁନ୍, 2021 ରେ ନୂଆଦିଲ୍ଲୀରୁ ବାତିଲ ହୋଇ ରହିବ।

02855/02856 ଭୁବନେଶ୍ୱରରୁ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଏକ୍ସପ୍ରେସ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା 5 ଜୁନ୍, 2021 ରେ ଭୁବନେଶ୍ୱରରୁ ଏବଂ 6 ଜୁନ୍, 2021 ରେ ନୂଆଦିଲ୍ଲୀରୁ ବାତିଲ ରହିବ।

 

Categories
ଆଜିର ଖବର ରାଜ୍ୟ ଖବର

ଜୀ ଓଡିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁଙ୍କର ପରଲୋକ

ଭୁବନେଶ୍ବର, ଅନୁଗୁଳ ଜିଲ୍ଲାର ଜୀ ଓଡିଶା ନ୍ୟୁଜ ଚ୍ୟାନେଲର ପ୍ରତିନିଧୀ ତଥା ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କୁ ପରଲୋକ ଘଟିଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ରହି ଅନୁଗୁଳରେ ଚିକିତ୍ସା ହେଉଥିଲେ। ହେଲେ ଗତକାଲି ତାଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ତାଙ୍କର ଅବସ୍ଥା ସାଂଘାତିକ ହୋଇପଡିଥିଲା। ଫଳରେ ଆଜି ସକାଳେ ସେ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 29 ବର୍ଷ ବୟସ ହୋଇଥିଲା।

ରଘୁନାଥ ଅନୁଗୁଳ ଜିଲ୍ଲା ସାମ୍ବାଦିକ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କର ଉଚ୍ଚ କୋଟିର ଉପସ୍ଥାପନା ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲା। ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ସାମ୍ବାଦିକଙ୍କ ତରଫରୁ ଶୋକ ପ୍ରକାଶ କରାଯାଇଛି। ଏଥିସହିତ ଜିଲ୍ଲା ବିଜେପି ତରଫରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 11 ହଜାର 954 ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ 11 ହଜାର 954 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ 1338, ସୁନ୍ଦରଗଡରୁ 994, କଟକରୁ 831, ଅନୁଗୁଳରୁ 797, ଯାଜପୁରରୁ 756, ସମ୍ବଲପୁରରୁ 702, ମୟୂରଭଞ୍ଜରୁ 545, ପୁରୀରୁ 424, ଭଦ୍ରକରୁ 420, ନୟାଗଡରୁ 419, ନବରଙ୍ଗପୁରରୁ 410, ବାଲେଶ୍ବରରୁ 408, ଜଗତସିଂହପୁରରୁ 330, ରାୟଗଡାରୁ ୨୨୭, କଳାହାଣ୍ଡିରୁ 296, ବଲାଙ୍ଗୀରିରୁ 294, ଝାରସୁଗୁଡାରୁ 292, କୋରାପୁଟରୁ 258, ବରଗଡ 307, କେନ୍ଦୁଝରରୁ 244, ସୋନପୁରରୁ 220, ଗଞ୍ଜାମରୁ 218, କେନ୍ଦ୍ରାପଡାରୁ 193, ଢେଙ୍କାନାଳରୁ 175, ନୂଆପଡାରୁ 123, ବୌଦ୍ଧରୁ 113,  ଦେବଗଡରୁ 104, କନ୍ଧମାଳରୁ 101, ମାଲକାନଗିରିରୁ 84, ଗଜପତିରୁ 64 ଏବଂ ଷ୍ଟେଟ ପୁଲରୁ 242 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ 6 ଲକ୍ଷ 47 ହଜାର 133 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 39 ହଜାର 955 କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 90 ହଜାର 118 ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା 2651 କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜୁନ 1 ତାରିଖରୁ ଖୋଲିବ ସମସ୍ତ ବିଶ୍ବବିଦ୍ୟାଳୟ, ଡିଗ୍ରୀ କଲେଜ; ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତି

ଭୁବନେଶ୍ବର, ଜୁନ 1 ତାରିଖରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଖୋଲିବ। ଏ ନେଇ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ବିଜ୍ଞପ୍ତି ଜାରୀ କରିଛି। ପୂର୍ବରୁ କରୋନା ଯୋଗୁଁ ରାଜ୍ୟର ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟ ବନ୍ଦ ରହିଥିଲା। ଏହାପରେ ଗ୍ରୀଷ୍ମ ଛୁଟି ପାଇଁ କଲେଜ ମେ 30 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏହାପରେ କଲେଜ ଖୋଲିବାକୁ ବିଭାଗ ନିଷ୍ପତି କରିଛି। ତେବେ କଲେଜ କର୍ତ୍ତୁପକ୍ଷ କୋଭିଡ19 ନିୟମ ଅନୁସାରେ କାର୍ଯ୍ୟ କରିବେ ବୋଲି ଏହି ବିଜ୍ଞପ୍ତିରେ କଡା ନିର୍ଦ୍ଦେଶ ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଓ ପକ୍ଷରୁ ୨୪ ଘଣ୍ଟା ଭିତରେ ଓଡ଼ିଶାର ସମସ୍ତ ବାତ୍ୟା ପ୍ରଭାବିତ ଜିଲ୍ଲାରେ ଟେଲିକମ୍ ନେଟ୍‌ୱର୍କର ପୁନରୁଦ୍ଧାର

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ବାତ୍ୟା ୟାସ୍ ଦ୍ୱାରା ପ୍ରଭାବିତ ଓଡ଼ିଶାର ସମସ୍ତ ଜିଲ୍ଲାର ମୋବାଇଲ୍ ନେଟ୍‌ୱର୍କକୁ ସଫଳତାର ସହ ପୁନରୁଦ୍ଧାର କରାଯାଇଛି । ବାତ୍ୟା ଆଗମନର ପୂର୍ବରୁ ଜିଓ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବାତ୍ୟା ସମୟରେ କିମ୍ବା ପରେ ଜିଓ ନେଟ୍‌ୱର୍କରେ ସର୍ବନିମ୍ନ ପ୍ରଭାବ ଦେଖାଦେଇଛି ।

ଓଡିଶାବାସୀଙ୍କ ସର୍ବାଧିକ ପସନ୍ଦର ସେବା ପ୍ରଦାନକାରୀ ଭାବେ ଗ୍ରହକଙ୍କ ଭରସାକୁ ଅତୁଟ ରଖି ଜିଓ ପକ୍ଷରୁ ବାତ୍ୟା ପାଇଁ ସ୍ୱତନ୍ତ୍ର ୱାର-ରୁମ୍ ସ୍ଥାପନ କରାଯିବା ସହିତ ସଂପୃକ୍ତ ଜିଲ୍ଲାଗୁଡିକରେ ଆବଶ୍ୟକ ଉପକରଣ, ସ୍ପେୟାର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସହିତ ମୂତୟନ କରାଯାଇଥିବା ତ୍ୱରିତ କାର‌୍ୟ୍ୟାନ୍ୱୟନ ଟିମ୍‌ର ଅଭିଜ୍ଞ ବୈଷୟିକ ମାନବସମ୍ବଳ ଯୁଦ୍ଧକାଳୀନ ଭିତିରେ କାର‌୍ୟ୍ୟ କରି ୨୪ ଘଂଟା ଭିତରେ ସମସ୍ତ ପ୍ରଭାବିତ ନେଟ୍‌ୱର୍କ ସାଇଟ୍‌ର ପୁନରୁଦ୍ଧାରକୁ ନିଶ୍ଚିତ କରିଛନ୍ତି । ଫଳରେ ଲୋକମାନଙ୍କ ସମେତ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପାଇଁ ନିରନ୍ତର ଭାବରେ ଯୋଗଯୋଗରେ ରହିପାରିବା ସହିତ ଏବଂ ଉଦ୍ଧାର ଓ ରିଲିଫ୍ ଅଭିଯାନକୁ ତ୍ୱରାନ୍ୱିତ କରାଇବାରେ ଏହା ସହାୟକ ହୋଇଥିଲା ।

ଜିଓ ଟିମ୍ ତରଫରୁ ବ୍ୟାପକ ନିରୀକ୍ଷଣ ଓ କ୍ଷେତ୍ର ସ୍ଥଳରେ ପ୍ରାକ୍ ପ୍ରସ୍ତୁତି ଯୋଗୁଁ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଜିଓଫାଇବର୍ ନେଟ୍‌ୱର୍କ ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ଏହା ଦ୍ୱାରା ବାତ୍ୟା ସମୟରେ ଓ ପରବର୍ତୀ କାଳରେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମସ୍ତ ଗ୍ରାହକମାନଙ୍କ ତଥା ସଂପ୍ରତି ମହାମାରୀ ଯୋଗୁଁ ୱାର୍କ ଫ୍ରମ୍ ହୋମ୍ ଢାଂଚାରେ କାର‌୍ୟ୍ୟ କରୁଥିବା ବ୍ୟକ୍ତି ଓ ପେସାଦାରମାନଙ୍କ ପାଇଁ ନିରବଚ୍ଛିନ୍ନ ଜିଓଫାଇବର୍ ସେବା ନିଶ୍ଚିତ ହୋଇପାରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଫାଉଣ୍ଡେସନ ତରଫରୁ ତଳୁଆ ଅଂଚଳରେ ବାସ କରୁଥିବା ଲୋକମାନଙ୍କୁ ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଂଚଳରୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିବା ନେଇ ସହାୟତା ପ୍ରଦାନ କରାଯିବା ସହିତ ଭଦ୍ରକ, ବାଲେଶ୍ୱର ଓ ଅନ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର୍ରରେ ମାସ୍କ ବଂଟନ କରାଯାଇଥିଲା ।

ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଜିଲ୍ଲାର ହଜାର ହଜାର ଚାଷୀ, ମତ୍ସ୍ୟଜୀବୀ ଓ ଜମିରେ ମତ୍ସ୍ୟଚାଷ କରୁଥିବା ଚାଷୀଙ୍କ ପାଇଁ ଅନେକ ବିବିଧ-ସ୍ଥାନ ଭିତିକ ଅଡିଓ କନଫରେନ୍ସ ଆୟୋଜନ କରାଯାଇଥିଲା ଯେଉଁଥିରେ ଠିଆ ହୋଇଥିବା ଫସଲ ଲାଗି ବିପର‌୍ୟ୍ୟୟ ପୂର୍ବ ଓ ପରବର୍ତୀ ପରିଚାଳନା, ସାମୁଦ୍ରକୁ ମାଛ ମାରି ଯାଉଥିବା ମତ୍ସ୍ୟଜୀବୀ ଓ ଜଳାଶୟରେ ମତ୍ସ୍ୟଚାଷ କରୁଥିବା ମତ୍ସ୍ୟଜୀବୀଙ୍କ ପାଇଁ ସୁରକ୍ଷା ପଦକ୍ଷେପ ଭଳି ବିଷୟବସ୍ତୁ ସାମିଲ ଥିଲା ।

ସମୁଦ୍ର ମଧ୍ୟକୁ ପ୍ରବେଶ ନକରିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଇବା ଏବଂ ଫସଲକୁ ଅମଳ କରିବା ଏବଂ ଅମଳ ଫସଲ ତଥା ପଶୁସମ୍ପଦକୁ ସୁରକ୍ଷିତ ରଖିବା ଲାଗି ଚାଷୀମାନଙ୍କୁ ସତର୍କ କରାଇବା ଲାଗି ରିଲାଏନ୍ସ ଫାଉଣ୍ଡେସନ ତରଫରୁ ମାର୍ଗଦର୍ଶିକା ବାର୍ତ୍ତା ପ୍ରସାର କରାଯାଇଥିଲା ।

ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ବିପର‌୍ୟ୍ୟୟ ପରିଚାଳନା ନେଇ ପ୍ରଶିକ୍ଷଣ ହାସଲ କରିଥିବା ଯୁବ ସ୍ୱେଚ୍ଛାସେବୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ କରି ମାସ୍କ ବଂଟନ କରିବା ସହିତ ବାତ୍ୟା ଆଶ୍ରୟ ସ୍ଥଳରେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତ୍ୱ ପାଳନ କରିବା ଲାଗି ମୋଟରସାଇକଲରେ ସଚେତନତା ଅଭିଯାନ ଆୟୋଜନ କରିଥିଲେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ଥାନା ମହିଳା ଏସଆଇଙ୍କ ସାହାସିକତା: ଆକ୍ରମଣ ସତ୍ତ୍ୱେ ଗୋରୁ ବୋଝେଇ ଗାଡ଼ିକୁ କଲେ କାବୁ

ନୟାଗଡ଼/ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନାର ମହିଳା ଏସଆଇ ଅଞ୍ଜଳି ସା ଙ୍କ ସାହାସିକତାର ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି। ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଏକ ଗୋରୁ ବୋଝେଇ ଗାଡ଼ି ଜବତ କରିବା ସହ ଚାରି ଗୋଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି ଉକ୍ତ ମହିଳା ପୋଲିସ ଅଧିକାରୀ।

ସୂଚନା ମୁତାବକ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ ଏବଂ ତାଙ୍କ ଭାଇ ଧୀରେନ୍ଦ୍ର ସାହୁ ଗତକଲୀ ରାତିରେ ଏକ ବୋଲେରୋ ପିକ ଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥୁବାର ସୂଚନା ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ଦେଇଥିଲେ।

ସୂଚନା ପାଇବା ମାତ୍ରେ ଆଇଆଇସି ଙ୍କ ନିର୍ଦେଶକ୍ରମେ ଏସ ଆଇ ଅଞ୍ଜଳି ସା ଙ୍କ ନେତୃତ୍ୱରେ ଏଏସଆଇ ରମେଶ କୁମାର ବେହେରା ଏବଂ କନଷ୍ଟେବଳ ସରୋଜ ଛୁଆଳସିଂହ କୁ ନେଇ ଏକ ଟିମ ଗଠନ ହୋଇଥିଲା। ତେବେ ଚାନ୍ଦପୁର ମସାଣି ସାହିଠାରୁ ପୋଲିସ ଉକ୍ତ ଗାଡ଼ିକୁ ପିଛା କରିବା ଆରମ୍ଭ କରିଥିଲା। ପିଛା କରିବା ସମୟରେ ଗୋରୁ ମାଫିଆମାନେ ପୋଲିସ ଗାଡ଼ି ଉପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ମଧ୍ୟ କରିଥିଲେ। ତଥାପି ଏଥିରେ ଭୟଭୀତ ନହୋଇ ମହିଳା ଏସ ଆଇ ସେମାନଙ୍କ ପିଛା କରି ଖୋର୍ଦ୍ଧା ଯାଏଁ ପହଞ୍ଚିଥିଲେ।

ପରିଶେଷରେ ନିରୁପାୟ ହୋଇ ପୋଲିସ ଭୟରେ ଗୋରୁ ମାଫିଆମାନେ ଜଙ୍ଗଲ ମଧ୍ୟକୁ ଡେଇଁ ଫେରାର ହୋଇଯାଇଥିବା ବେଳେ ଗୋରୁ ବୋଝେଇ ଗାଡ଼ି ସେଠାରେ ଛାଡି ପଳାଇଥିଲେ। ପୋଲିସ ଗାଡ଼ିରୁ ୪ ଗୋଟି ଜୀବନ୍ତ ଗୋରୁ ଉଦ୍ଧାର କରିବା ସହ ବୋଲେରୋକୁ ଜବତ କରିଛି। ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ ୭୬/୨୧ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଜାରି ରଖିଛି।

ତେବେ ଆଇଆଇସି ଙ୍କ କହିବା ମୁତାବକ ଜବତ ବୋଲେରୋଟି ଦୀର୍ଘଦିନ ହେଲା ଟାଙ୍ଗୀ, ରଣପୁର ଏବଂ ଚାନ୍ଦପୁର ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ କରିବା ସହ ଆତଙ୍କ ମଚାଇଥିଲା ଏବଂ ଉକ୍ତ ବୋଲେରୋଟି ଏକ ଚୋରା ଗାଡ଼ି ଯାହା ଓଡଗାଁ ଅଞ୍ଚଳରୁ କିଛିଦିନ ତଳେ ଚୋରି ହୋଇଥିଲା। ସେହିପରି ଭାବେ ଫେରାର ହୋଇଯାଇଥିବା ଅଭିଯୁକ୍ତମାନେ ଚି଼ହ୍ନଟ ହୋଇଗଲେଣି ଏବଂ ଖୁବଶୀଘ୍ର ଧରାପଡ଼ିବେ ବୋଲି ସୂଚନା ଦେଇଛନ୍ତି ଆଇଆଇସି। ତେବେ ମହିଳା ଅଧିକାରୀଙ୍କ ଏପରି ସାହାସିକତା ପାଇଁ ଖୋଦ ଆଇଆଇସି ଏବଂ ଜନସାଧାରଣମାନେ ଅଞ୍ଜଳି ସା ଙ୍କୁ ପ୍ରଶଂସା କରିଛନ୍ତି।

ଅନୁରୂପ ଭାବେ ଲକଡ଼ାଉନ ନିୟମକୁ ବେଖାତିର କରି ଚାନ୍ଦପୁର ଅଞ୍ଚଳରେ ଏକ ଘରୋଇ କୋଚିଙ୍ଗ ସେଣ୍ଟର ଚାଲୁରହିଥିବା ବେଳେ ଚାନ୍ଦପୁର ଆଇଆଇସି ଆଜି ଉକ୍ତ କୋଚିଙ୍ଗ ସେଣ୍ଟରରେ ଚଢ଼ାଉ କରି ଦୁଇ ଜଣ ଅଧ୍ୟାପକଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ସେହିପରି ଭାବେ ଚାନ୍ଦପୁର ଅଞ୍ଚଳର ଏକ ବିଦେଶୀ ମଦ ଦୋକାନଠାରୁ ୫ ହଜାର ଜରିମାନା ଆଦାୟ କରିଛି ପୋଲିସ। ଆଜି ସଂଧ୍ୟା ସୁଧା କୋଭିଡ଼ ନିୟମ ଉଲଂଘନ ବାବଦକୁ ସମୁଦାୟ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରୁ ଆଜି ୧୮୩ କରୋନା ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୩୩୦

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ହୁ ହୁ ହୋଇ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଦିନ ହେଲା କମିବାରେ ଲାଗିଛି। ଗତକାଲି ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାରୁ ୧୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୨୮ଜଣ, ତିର୍ତ୍ତୋଲ ବ୍ଲକରୁ ୨୪ଜଣ, ଏରସମା ବ୍ଲକରୁ ୨୩ଜଣ, ବାଲିକୁଦା ଓ ବିରିଡ଼ି ବ୍ଲକରୁ ୧୮ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ନାଉଗାଁ ବ୍ଲକରୁ ୧୭ଜଣ, ରଘୁନାଥପୁର ବ୍ଲକରୁ ୯ଜଣ, ପାରାଦ୍ଵୀପରୁ ୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୬୪୬୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬୩ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମୋଟ୍ ୪୨ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୩୩୦ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୨୫୮ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଞ୍ଚଳିକ

ଆଜିର ଚିଲିକା କରୋନା ଅପଡେଟ: ସଂକ୍ରମଣ ସାମାନ୍ୟ, ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୫ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୪୯ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୭ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୦ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୪୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୦ ଜଣ, ଚିଲିକା ବ୍ଲକରେ ୧୧୪ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୫୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ସପ୍ତାହନ୍ତ ସଟଡ଼ାଉନ ଲାଗି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ଏବଂ କୋଭିଡ ଟେଷ୍ଟିଙ୍ଗ ପ୍ରକ୍ରିୟା ବନ୍ଦ ରହିବ ବୋଲି ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏଣିକି 990 ଟଙ୍କାରେ 2DG ଔଷଧ କିଣି ଖାଇଲେ ଭଲ ହେବ କରୋନା ରୋଗ

ନୂଆଦିଲ୍ଲୀ, ଶେଷରେ ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ଔଷଧ ପ୍ୟାକେଟର ମୂଲ୍ୟ ରହିଛି 990 ଟଙ୍କା। ସାମରିକ ଗବେଷଣା କେନ୍ଦ୍ର ଏବଂ ଡକ୍ଟର ରେଡ୍ଡୀ ଲ୍ୟାବର ମିଳିତ ସହଯୋଗରେ ଏହି ଔଷଧ ବାହାର କରାଯାଇଛି।

ଏହି ଭିନ୍ନ ପ୍ରସାରର ଔଷଧ ପାଉଡର ଆକାରରେ ବଜାରରେ ଉପଲବ୍ଧ ହେବ। ରୋଗୀ ଏହି ପାଉଡରକୁ ପାଣିରେ ଗୋଳି ସପ୍ତାହ ପର୍ଯ୍ୟନ୍ତ ଦିନକୁ ଥରେ ସେବନ କରିବେ। ଏହାଦ୍ବାରା କରୋନା ଭଲ ହୋଇଯିବ ବୋଲି ଡିଆରଡିଓ ତରଫରୁ ପରୀକ୍ଷା କରାଯାଇଛି।

ଏହି ଔଷଧ 2DG କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଦନ ମିଳିତ ଭାବେ ଲୋକାର୍ପଣ କରିଥିଲେ। ଏହାକୁ ପ୍ରଥମେ ଡିଫେନସ ହସପିଟାଲରେ ପ୍ରୟୋଗ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ପରେ ପରେ ସମସ୍ତ ୫ଟି ଜିଲ୍ଲାର ରାସ୍ତା ମରାମତି କାର୍ଯ୍ୟ ସଂପୂର୍ଣ୍ଣ କଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର, ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସହ ବାତ୍ୟା ‘ୟାସ୍‌’ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତାଘାଟର ମରାମତି ସଂପୂର୍ଣ୍ଣ ହୋଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ‘ୟାସ୍‌’ରେ ସର୍ବାଧିକ ପ୍ରଭାବିତ ବାଲେଶ୍ୱର ଜିଲ୍ଲାରେ ବିଭାଗ ଅଧୀନରେ ଥିବା ମୋଟ ୭୦ଟି ରାସ୍ତା ମଧ୍ୟରୁ ୫୩ଟି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା, ଯାହାକୁ କି ତ୍ୱରିତ ପଦକ୍ଷେପ ନିଆଯାଇ ୨୪ ଘଣ୍ଟା ମଧ୍ୟରେ ସମସ୍ତ ରାସ୍ତାକୁ ଗାଡ଼ି ଚଳାଚଳ ଉପଯୋଗୀ କରାଯାଇଥିଲା ।

ସେହିପରି ଭଦ୍ରକ ଜିଲ୍ଲାର ମୋଟ ୮୦ଟି ରାସ୍ତା ମଧ୍ୟରୁ ୩୬ଟି, କେନ୍ଦ୍ରାପଡ଼ା ଜିଲ୍ଲାର ୯୮ଟି ରାସ୍ତା ମଧ୍ୟରୁ ୪୯ଟି, ଜଗତସିଂହପୁର ଜିଲ୍ଲାର ମୋଟ ୪୫ଟି ରାସ୍ତା ମଧ୍ୟରୁ ୨୫ଟି ଏବଂ ମୟୂରଭଞ୍ଜ ଜିଲ୍ଲାର ମୋଟ ୩୪ଟି ରାସ୍ତାରୁ ୩୦ଟି ରାସ୍ତା ବାତ୍ୟା ‘ୟାସ୍‌’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଅନେକ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ିବା ସହ ରାସ୍ତା ଅବରୋଧ ହେବା ସହ କିଛି ସ୍ଥାନରେ ରାସ୍ତା କଟି ଯୋଗାଯୋଗ ବ୍ୟାହତ ହୋଇଥିଲା।

ବିଭାଗ ପକ୍ଷରୁ ଏହିସବୁ ରାସ୍ତା ପାଇଁ ମୋଟ ୧୯୨ଟି ତ୍ୱରିତ ପ୍ରତିକ୍ରିୟା ଦଳ ଜରିଆରେ ଜେସିବି, ଇଲେକ୍‌ଟି୍ରକ୍‌ କଟର ଆଦି ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ବାଧାପ୍ରାପ୍ତ ହୋଇଥିବା ସମସ୍ତ ରାସ୍ତାକୁ ସଫା ଓ ମରାମତି କରାଯାଇ ଯୋଗାଯୋଗକୁ ସ୍ୱାଭାବିକ କରାଯାଇ ପାରିଛି । ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ରାସ୍ତା ସଫା ହେବା ଫଳରେ ଗମନାଗମନରେ ସୁବିଧା ହେବା ସହ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ଯଥେଷ୍ଟ ସହଜ ହୋଇପାରିଛି । ସର୍ବୋଚ୍ଚ ଯନ୍ତ୍ରୀ ଏବଂ ମୁଖ୍ୟଯନ୍ତ୍ରୀଙ୍କୁ ମିଶାଇ ୫ ଜଣ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସଂପନ୍ନ ହୋଇଥିଲା ।

Categories
ଜାତୀୟ ଖବର ବିଶେଷ ଖବର

ପଶ୍ଚିମବଂଗରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକର ଶେଷକୁ ଦିଦି ଆସିଲେ କାଗଜ ଦେଇ ପଳାଇଲେ

ନୂଆଦିଲ୍ଲୀ, ନିର୍ବାଚନ ସରିଯାଇଥିଲେ ମଧ୍ୟ ପଶ୍ଚିମବଂଗ ରାଜନୀତି ଏ ପର୍ଯ୍ୟନ୍ତ ସରଗରମ ହୋଇ ରହିଛି। ସେଥିରୁ ବାତ୍ୟା ମଧ୍ୟ ବାଦ ପଡିନାହିଁ। ଉଭୟ ବିଜେପି ଏବଂ ଟିଏମସି ଛକାପଞ୍ଚାରେ ଚାଲିଛନ୍ତି। ଆଜି ଏହିପରି ଏକ ପରିସ୍ଥିତି ପଶ୍ଚିମ ବଂଗରେ ଦେଖିବାକୁ ମିଲିଥିଲା।

ବାତ୍ୟା ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ପରେ ପଶ୍ଚିମବଂଗ ଯାଇଥିଲେ। ସେଠାରେ ମଧ୍ୟ ଓଡିଶା ପରି ଏକ ସମୀକ୍ଷା ବୈଠକ କରିବାକୁ  ନିଷ୍ପତି ହୋଇଥିଲା। ସେଥିପାଇଁ ରାଜ୍ୟର ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ହେଲେ ସେହି ବୈଠକକୁ ବିରୋଧୀ ଦଳ ନେତା ତଥା ମମତାଙ୍କୁ ହରାଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ଡକାଯାଇଥିଲା।

ଶୁଭେନ୍ଦୁ ଅଧିକାରୀ ଏହି ବୈଠକରେ କୈଣସି ଆବଶ୍ୟକତା ନ ଥିବା ବେଳେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ଯୋଗ ଦେବା ପାଇଁ ଡାକିଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରା ଖପ୍ପା। ଶୁଭେନ୍ଦୁ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ସେ ଯିବେ ନାହିଁ ବୋଲି ମମତା ଘୋଷଣା କଲେ।

ହେଲେ ଏହାକୁ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ପ୍ରଧାନମନ୍ତ୍ରୀ ପଶ୍ଚିମବଂଗରେ ପହଁଚି ସମୀକ୍ଷା ବୈଠକ କଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ ଏବଂ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଯୋଗ ଦେଲେ। ହେଲେ ମମତା ଆସିଲେ ନାହିଁ କି କୌଣସି ଅଧିକାରୀ ମଧ୍ୟ ଆସିଲେ ନାହିଁ।

ପ୍ରାୟ 30 ମିନଟ ପରେ ମମତା ଖଣ୍ଡେ କାଗଜ ନେଇ ବୈଠକକୁ ପ୍ରବେଶ କରିଥିଲେ। ଅଳ୍ପ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ କାଗଜ ଖଣ୍ଡିକ ବଢାଇ ଦେଇ ସମସ୍ତେ ବସିଥିବା ବେଳେ ବୈଠକରୁ ଚାଲିଯାଇଥିଲେ। ତାଙ୍କର ଅନ୍ୟ ବୈଠକ ଅଛି କହି ସେ ଚାଲିଯାଇଥିଲେ।

ନିର୍ବାଚନ ସରିଯାଇଥିଲେ ମଧ୍ୟ ଉଭୟ ଦଳ ମଧ୍ୟରେ ଛକାପଞ୍ଚା ଲାଗି ରହିଛି। ଓଡିଶାରେ ସମୀକ୍ଷା ବୈଠକ ବେଳେ କୌଣସି ବିଧାୟକ ବା ବିରୋଧୀଦଳର ନେତା ବା ସଦସ୍ୟଙ୍କୁ ଡକାଯାଇ ନ ଥିଲା। ହେଲେ ପଶ୍ଚିମବଂଗରେ ମମତାଙ୍କୁ ଅପମାନିତ କରିବା ପାଇଁ ଜାଣିଶୁଣି ଶୁଭେନ୍ଦୁଙ୍କୁ ବୈଠକରେ ଯୋଗଦେବା ପାଇଁ କୁହାଯାଇଥିଲା। ଯାହାକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଛି।

( ଫଟୋରେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ରାଜ୍ୟପାଳ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ କେହି ନାହାଁନ୍ତି।)

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ଯୁଦ୍ଧରେ ହାରିଯାଇଥିବା ସାମ୍ବାଦିକଙ୍କୁ ରାଜ୍ୟ ସରକାରଙ୍କ ଅନୁକମ୍ପା ସହ ସହାୟତା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ, ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ ଯାଜପୁର ଜିଲ୍ଲା ‘ମନ୍ଥନ’ ସମ୍ବାଦପତ୍ରର ପ୍ରତିନିଧି ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା, କେନ୍ଦୁଝର ଜିଲ୍ଲାରେ ‘ଓଡ଼ିଶା ଭାସ୍କର’ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଧୀରେନ୍ଦ୍ର ରାଉତଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଓ ବାଲେଶ୍ୱର ଜିଲ୍ଲାର ‘ଇ.ପି.ଏ. ୱିକ୍‌ଲି’ର ପ୍ରତିନିଧି ସ୍ୱର୍ଗତ ସୋଲୋମାନ୍‌ ସାହୁଙ୍କ ପରିବାରକୁ ମଧ୍ୟ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

ପୂର୍ବରୁ ମଧ୍ୟ ରାଜ୍ୟ ସରକାର କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୬ ଜଣ ସାମ୍ବାଦିକ କୋଭିଡ୍‌ ଯୋଦ୍ଧାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ଅନୁକମ୍ପା ରାଶି ପ୍ରାପ୍ତ ଦିବଙ୍ଗତ ସାମ୍ବାଦିକମାନେ ହେଉଛନ୍ତି ‘ଇ-ନିୁ୍ୟଜ୍‌’ର ଗଜପତି ପ୍ରତିନିଧି କେ. ସି. ରନିମ୍‌, ‘ସମାଜ’ର ଗଞ୍ଜାମ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ, ‘ପ୍ରମେୟ’ର ଖୋର୍ଦ୍ଧା ପ୍ରତିନିଧି ତାରିଣୀ ଚରଣ ପାଢ଼ୀ, ‘ନୁ୍ୟଜ୍‌-୧୮’ର ଭୁବନେଶ୍ୱର ପ୍ରତିନିଧି ପ୍ରବୀର କୁମାର ପ୍ରଧାନ, ‘ମନ୍ଥନ’ର ଖୋର୍ଦ୍ଧା ପ୍ରତିନିଧି ପ୍ରତାପ କୁମାର ଦାସ ଏବଂ ‘ହିନ୍ଦୁସ୍ତାନ ସମାଚାର’ର ଗଜପତି ପ୍ରତିନିଧି ନବୀନ ନନ୍ଦ ଗନ୍ତାୟତ ।

ଭୁବନେଶ୍ୱରଠାରେ ‘ନିତିଦିନ’ ସମ୍ବାଦପତ୍ରର ପ୍ରତିନିଧି ସ୍ୱର୍ଗତ ରାଧାନାଥ ମହାପାତ୍ର ଓ ‘ପ୍ରତିଦିନ’ ଖବରକାଗଜର ପ୍ରତିନିଧି ସ୍ୱର୍ଗତ ପ୍ରଭାତ କୁମାର ଦାସଙ୍କୁ ମଧ୍ୟ ମୃତୁ୍ୟ ପରେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି ।
ଏହାବାଦ ଭୁବନେଶ୍ୱରଠାରେ ମୁକ୍ତବୃତ୍ତ ସାମ୍ବାଦିକ ଭାବେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନ୍‌ଗୋଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଓ ଝାରସୁଗୁଡ଼ା ଜିଲ୍ଲାର ସମାଜ ପ୍ରତିନିଧି ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ପନିୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାର ବିଭିନ୍ନ ସମୟରେ କର୍ମଜୀବୀ ସାମ୍ବାଦିକଙ୍କ କେତେକ ଜଟିଳ ବ୍ୟାଧିର ଚିକିତ୍ସା ତଥା ଅକାଳ ମୃତୁ୍ୟ ପାଇଁ ଆର୍ଥିକ ସହାୟତା ଓ ଅନୁକମ୍ପା ରାଶି ପ୍ରଦାନ କରିଆସୁଛନ୍ତି। ସାଧାରଣ କାରଣରୁ ମୃତୁ୍ୟ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଥିବାବେଳେ କରୋନାରେ ମୃତୁ୍ୟ ପାଇଁ କୋଭିଡ୍‌ ଯୋଦ୍ଧା ଭାବେ ସେମାନଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏତଦ୍‌ଭିନ୍ନ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ଅନ୍ତର୍ଗତ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ଏଯାବତ୍‌ ରାଜ୍ୟର ୬୯୪୪ ଜଣ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ପ୍ରଦାନ କରାଯାଉଛି । ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଉଛି ।
ସଂପ୍ରତି କୋଭିଡ୍‌ ଦ୍ୱିତୀୟ ଲହରରେ ଜିଲ୍ଲାସ୍ତରରେ ବହୁ କର୍ମଜୀବୀ ସାମ୍ବାଦିକ କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରିବା ବିଷୟ ସରକାରଙ୍କ ଦୃଷ୍ଟିକୁ ଆସିଛି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଯୋଗ୍ୟ ସାମ୍ବାଦିକମାନଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ ସୁପାରିଶ ସହ ତୁରନ୍ତ ପ୍ରେରଣ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାର ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତିନୋଟି ରାଜ୍ୟ ପାଇଁ ହଜାରେ କୋଟିର ସହାୟତା ଘୋଷଣା କଲେ ମୋଦି, ଓଡିଶାକୁ ପାଞ୍ଚଶହ କୋଟି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାତ୍ୟା ସମୀକ୍ଷା କରି ଯିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି। ତିନୋଟି ରାଜ୍ୟ ଓଡିଶା, ପଶ୍ଚିମବଂଗ ଏବଂ ଝାଡଖଣ୍ଡ ପାଇଁ 1000 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ଏକାକୀ ଓଡିଶା ପାଇଁ 500 କୋଟି ରହିଛି। ସେହିପରି ଉଭୟ ପଶ୍ଚିମବଂଗ ଏବଂ ଝାଡଖଣ୍ଡ ପାଇଁ ରହିଛି 500 କୋଟି।

ଏହି ଟଙ୍କା ତୁରନ୍ତ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବାତ୍ୟାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ 2 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି। ସେହିପରି ଆହତ ବ୍ୟକ୍ତିଙ୍କୁ 50 ହଜାର ଟଙ୍କା ପ୍ରଦାନ ପାଇଁ ନିଷ୍ପତି ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସି ଭୁବନେଶ୍ବରର ବିମାନ ବନ୍ଦରରେ ବାତ୍ୟା ୟଶ କ୍ଷୟକ୍ଷତି ଉପରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନ୍ତ୍ରୀ  ପ୍ରତାପ ଷଡଙ୍ଗୀ ଉପସ୍ଥିତ ଥିଲେ।

ଏଥିସହିତ ମୁଖ୍ୟଶାସନ ସଚିବ, ପୋଲିସ ଡିଜି ଏବଂ ଏସଆରସିଙ୍କ ସହିତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ସ୍ବାଗତ କରିଥିଲେ। ଏହାପରେ ସମୀକ୍ଷା ବୈଠକ ବିମାନ ବନ୍ଦର ଭିତରେ କରାଯାଇଥିଲା।

ଏହି ବୈଠକ ପରେ ମୋଦି ଆକାଶ ମାର୍ଗରୁ ବାତ୍ୟା ପରିସ୍ଥିତି ଦେଖି ପଶ୍ଚିମବଂଗ ଯାଇଥିଲେ। ସେଠାରେ ଆକାଶମାର୍ଗରୁ ସ୍ଥିତି ଦେଖିବା ସହ ସମୀକ୍ଷା ବୈଠକ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିବା ପରେ ଏହି ସହାୟତା ରାଶି ଘୋଷଣା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ମାନବିକତା ଦେଖାଇଲେ ଟାଙ୍ଗୀ ଆଇଆଇସି ଓ ଡାକ୍ତର: ମୃତ ଆକ୍ରାନ୍ତଙ୍କ କଲେ ଅନ୍ତିମ ସଂସ୍କାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କରୋନା କାଳରେ ଲୋକଙ୍କ ମାନବିକତା ହଜିଯାଉଥିବାର ଅନେକ ନଜିର ରହିଛି। ନିଜ ସମ୍ପର୍କୀୟ ମଧ୍ୟ ମୃତକଙ୍କ ଶବକୁ ସ୍ପର୍ଶ କରିବାକୁ କୁଣ୍ଠିତ ହେଉଛନ୍ତି। ହେଲେ ଏପରି ପରିସ୍ଥିତିରେ ଥାନା ଅଧୀକାରୀ, ଅତିରିକ୍ତ ତହସିଲଦାର ଓ ଡାକ୍ତର ମଣିଷ ପଣିଆ ଦେଖାଇଛନ୍ତି। ମୃତ କୋଭିଡ୍ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଏହିପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି।

ପ୍ରକାଶ ଥାଉ କି, ଟାଙ୍ଗୀ ଅନ୍ତର୍ଗତ ସାନ ରାଉତ ପଡା ଗ୍ରାମର ହବିବ୍ ଖାଁ (୩୯) ନାମକ ଜଣେ ଯୁବକ କୋରୋନା ରେ ଆକ୍ରାନ୍ତ ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେ ମେଡିକାଲରେ ପ୍ରାଣ ହରାଇଥିଲେ। ଏହାପରେ ମୃତକଙ୍କ ଶବକୁ ସ୍ଥାନୀୟ ପ୍ରଶାସନ ଗ୍ରାମକୁ ଆଣିଥିଲା। ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ମଶାନରେ ଶବ ଶତ୍କାର ବ୍ୟବସ୍ଥା କରାଯାଇଥିଲା।

ଲୋକେ ଭୟରେ କୋରୋନା ଆକ୍ରାନ୍ତଙ୍କ ଶବକୁ ଛୁଉଁନଥିବା ବେଳେ ଲୋକଙ୍କ ମନରୁ ଭୟକୁ ଦୂରେଇବା ପାଇଁ ଗତ କାଲି ରାତିରେ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଜିତେନ୍ଦ୍ର କୁମାର ସାହୁ ଏବଂ ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ ଦେହୁରୀ କୋଭିଡ୍ କଟକଣା ମଧ୍ୟ୍ୟରେ ପିପିଇ କିଟ୍ ପିନ୍ଧି ହବିବ୍ ଖାଁଙ୍କ ଅନ୍ତିମ ସଂସ୍କାର କରିଥିଲେ।

ଅତିରିକ୍ତ ତହସିଲଦାର, ଡାକ୍ତର ଓ ପୋଲିସ ବାବୁଙ୍କ ଏଭଳି କାର୍ଯ୍ୟକୁ ଦେଖି ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆଶ୍ଚର୍ଯ୍ୟ, ଭୂପୃଷ୍ଟରେ ଦେଖିବାକୁ ମିଳିଲା ପ୍ରାୟ 1 ଲକ୍ଷ ବର୍ଗ ମିଟରର ଏକ ବୃହତକାର ଗୋଲାକାର ରେଖା

ନୂଆଦିଲ୍ଲୀ, ଭୂପୃଷ୍ଟରେ କେତେବେଳେ କେତେ ପ୍ରକାରର ବିଚିତ୍ର ଦେଖିବାକୁ ମିଳେ ତାହା କହି ହେବ ନାହିଁ। ସେହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ହେଉଛି ଭୂପୃଷ୍ଟରେ ପ୍ରାୟ ଏକ ଲକ୍ଷ ବର୍ଗ ମିଟର ଓସାରର ଗୋଲାକାର ରେଖା। ଏହି ରେଖାକୁ ପ୍ରଥମେ ଫରାସୀର ବୈଜ୍ଞାନିକ ବାପୁପୁଅ ଆବିଷ୍କାର କରିଛନ୍ତି। ଗୁଗୁଲି ମ୍ୟାପକୁ ଅନୁଧ୍ୟାନ କରି ସେମାନେ ଏହି ବୃହତ ଗୋଲାକାର ରେଖାକୁ ବାହାର କରିଛନ୍ତି।

ସେମାନଙ୍କ କହିବା ଅନୁସାରେ ଭାରତର ରାଜସ୍ଥାନ ରାଜ୍ୟରେ ଥିବା ବୋହା ଗ୍ରାମ ନିକଟସ୍ଥ ସ୍ଥଳଭାଗରେ ଏହି ରେଖା ଚିହ୍ନ ଦେଖାଦେଇଛି। ଏହି ରେଖାର ଗୋଟିଏ ଗୋଟିଏ ସ୍ଥାନରେ ପ୍ରାୟ 650 ଫୁଟ ଓସାରର ହୋଇଛି। ଏହା ଏତେ ବିରାଟକାୟ ହୋଇଛି ଯେ ତାହା ସାଧାରଣ କ୍ୟାମେରାରେ ଫଟୋ ଉତ୍ତୋଳନ କରିବା ଅସମ୍ଭବ।

ତେବେ ଏହା ପ୍ରାକୃତିକ ଭାବେ ତିଆରି ହୋଇଛି ବୋଲି ସେମାନେ ଦାବୀ କରିଛନ୍ତି। କାରଣ ଗୁଗୁଲ ମ୍ୟାପରୁ ଏହି ବାପପୁଅ ରାଜସ୍ଥାନର 8 ଟି ସ୍ଥାନ ଚିହ୍ନଟ କରିଥିଲେ। ତେବେ ପରବର୍ତ୍ତି ସମୟରେ ସେମାନେ ଜାଣିବାକୁ ପାଇଲେ ଯେ ସେଥିରୁ 7ଟି ସ୍ଥାନ ଗଛ ଲଗାଇବା ପାଇଁ ଏପରି ଚିହ୍ନିତ କରାଯାଇଥିଲା।

ହେଲେ ବୋହା ଗ୍ରାମରେ ଥିବା ଏହି ଗୋଲାକାର ରେଖା ସେଗୁଡିକ ମଧ୍ୟରୁ ଅଲଗା। ଏହା ଏକ ପ୍ରାକୃତିକ ଭାବେ ନିର୍ମିତ ଏବଂ ପ୍ରାୟ 150 ବର୍ଷର ପୁରୁଣା ବୋଲି ଦାବୀ କରାଯାଇଛି। ତେବେ ସେମାନଙ୍କର କହିବା କଥା ଯେ, ଏପରି ରେଖା ପେରୁ ଅଞ୍ଚଳରେ ଦେଖାଯାଇଥାଏ। ହେଲେ ରାଜସ୍ଥାନରେ ଦେଖାଦେବା ନିଶ୍ଚିତ ଆଶ୍ଚର୍ଯ୍ୟ ଘଟଣା।

Categories
ଆଞ୍ଚଳିକ

ବାଣପୁରରେ ଗଡିଲା ରାଜସ୍ଵ ରଥ: ହିତାଧିକାରୀଙ୍କୁ ବଣ୍ଟାଗଲା ଜମି ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ଜିଲା ବାଣପୁର ତହସିଲ ପକ୍ଷରୁ ଆଜି ରାଜସ୍ବ ରଥ ଗଡ଼ିଛି। ତହସିଲଦାର ମନ୍ମଥ ବେହେରାଙ୍କ ତତ୍ତ୍ୱାବଧାନରେ ବାଣପୁର ଏନଏସିରୁ ଏହାର ଶୁଭାରମ୍ଭ ହୋଇଛି। ଆଜି ସମୁଦାୟ ୨୦ ଟି ପଟ୍ଟା ହିତାଧିକାରୀଙ୍କୁ ବଣ୍ଟନ ସରିଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା।

ଏଥିରେ ଅନ୍ୟତମ ଅଧିକାରୀ ଭାବେ ଅତରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ ଏବଂ ତହସିଲ କର୍ମଚାରୀ ସୋମନାଥ ବେହେରା, ସିଧସ୍ତି ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ଶାସମଲ ଓ ବୀରେନ୍ଦ୍ର ପଣ୍ଡା ଆଦି ଘରକୁ ଘର ଯାଇ ହିତାଧିକାରୀଙ୍କୁ ଜମି, ଘର ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର ପ୍ରଦାନ କରୁଥିବାର ଦେଖାଯାଇଛି।

ତେବେ ତହସିଲର ଏପରି ପଦକ୍ଷେପ ଦ୍ୱାରା ହିତାଧିକାରୀ ମାନେ ବେଶ ଖୁସି ହେବା ସହ ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ସହାୟତା ନେଇ କରିପାରନ୍ତି ଘୋଷଣା

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂଧ୍ୟାରେ ଓଡିଶା ପାଇଁ ସହାୟତା ରାଶି ଘୋଷଣା କରିପାରନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ ପରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ରାଜ୍ୟର ସମସ୍ତ ଦାବୀ ଶୁଣିଛନ୍ତି। ତେବେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ରାଶି ସହାୟତା ଦାବୀ କରାଯାଇ ନାହିଁ।

ତେବେ ରାଜ୍ୟ ସରକାର ବାତ୍ୟା ମୁୁକାବିଲା ପାଇଁ ଯେଉଁ ସ୍ଥାୟୀ ସମାଧାନ ଦାବୀ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ଗୁରୁତର ସହ ଗ୍ରହଣ କରିଛନ୍ତି। ସେ ଏହାପରେ ପଶ୍ଚିମବଂଗ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ। ଦୁଇ ରାଜ୍ୟର ସମୀକ୍ଷା ସରିବା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ କିଛି ଘୋଷଣା କରିପାରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।