Categories
ଆଜିର ଖବର ରାଜ୍ୟ ଖବର

ଭାରତରେ ପହଞ୍ଚିଲା ସ୍ପୁଟନିକ-ଭି ଟୀକା: କରୋନା ଭୂତାଣୁ ଲଢେଇରେ ୯୧ ପ୍ରତିଶତରୁ ଅଧିକ ସଫଳ

ନୂଆଦିଲ୍ଲୀ: ଜରୁରୀକାଳିନ ବ୍ୟବହାର ପାଇଁ ଋଷ ଟୀକା ସ୍ପୁଟନିକ-ଭି ଭାରତରେ ପହଞ୍ଚିଛି। ଋଷରୁ ପ୍ରଥମ ବ୍ୟାଚ ଟୀକା ଆଜି ଭାରତରେ ପହଞ୍ଚିଛି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ବିମାନ ବନ୍ଦରରେ ଏହି ଟୀକା ପହଞ୍ଚିଛି। ହାଇଦ୍ରାବାଦ ବିମାନବନ୍ଦରରୁ ଦେଶର ବିଭିନ୍ନ ଅଞ୍ଚଳକୁ ଏହି ଟୀକା ପଠାଯିବ ବୋଲି ଜଣାପଡିଛି। ଫଳରେ ଭାରତକୁ ବଡ ଆଶ୍ଵସ୍ତି ମିଳିଛି। ଟୀକାର ଅଭାବ ଭିତରେ ଭାରତକୁ ଆଉ ଏକ ଟୀକା ମିଳିବା ଏକ ଭଲ ଖବର ବୋଲି କୁହାଯାଉଛି।

ତେବେ ବର୍ତ୍ତମାନ ଭାରତରେ ଏବେ ସ୍ଵଦେଶୀ ଟୀକା କୋଭାକ୍ସିନ ଏବଂ କୋଭିସିଲ୍ଡ ଚାଲିଥିବା ବେଳେ ତୃତୀୟ ଟୀକା ଭାବେ ସ୍ପୁଟନିକ-ଭିକୁ ଖୁବ ଶୀଘ୍ର ଟୀକାକରଣରେ ସାମିଲ କରାଯିବ ବୋଲି ଆଶା କରାଯାଉଛି। କରୋନା ଭୂତାଣୁ ଲଢେଇରେ ଏହି ଟୀକା ୯୧ ପ୍ରତିଶତରୁ ଅଧିକ ସଫଳ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା: ୧୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବର୍ଷା ସହ ବଜ୍ରପାତ ନେଇ ଅନୁମାନ କରାଯାଇଛି। ୧୬ ଟି ଜିଲ୍ଲାରେ ବର୍ଷା ଏବଂ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି। ବର୍ଷ ଏବଂ ବଜ୍ରପାତ ସହ ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ଅନୁମାନ କରାଯାଇଛି। ତେବେ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚତୁର୍ଥ ତ୍ରୟମାସ ନିଟ୍ ଲାଭ ଦୁଇ ଗୁଣାରୁ ଅଧିକ ବୃଦ୍ଧି ସହ ୧୪,୯୯୫ କୋଟି ଟଙ୍କା

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ (ମାର୍ଚ୍ଚ) ତ୍ରୟମାସରେ ନିଟ୍ ଲାଭ ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇ ୧୪,୯୯୫ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ପେଟ୍ରୋକେମିକାଲସ୍ ଓ ଉପଭୋକ୍ତା ବ୍ୟବସାୟରେ ହୋଇଥିବା ଉନ୍ନତି ଆଧାରରେ କଂପାନି ଏହି ବିଶେଷ ସଫଳତା ପାଇଛି। ଗତବର୍ଷ ଜାନୁଆରି-ମାର୍ଚ୍ଚ ତ୍ରୟମାସରେ କଂପାନିର ନିଟ୍ ଲାଭ ୬୩୪୮ କୋଟି ଟଙ୍କା ଥିଲା। ସେହିଭଳି ଏହି ତ୍ରୟମାସରେ କଂପାନିର ମୋଟ ଆୟ ୧,୭୨,୦୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ଏହି ଅବଧିରେ କମ୍ପାନୀର ଆୟ ୧,୫୧,୪୬୧ କୋଟି ଟଙ୍କା ରହିଥିଲା। କୋଭିଡ୍‌-୧୯ ମହାମାରୀ ସତ୍ୱେ ରିଲାଏନ୍ସ ଇଣ୍ଡ୍‌ଷ୍ଟ୍ରିଜ୍ ଲିମିଟେଡ୍ ବର୍ଷକ ମଧ୍ୟରେ ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ମୁକେଶ ଡି. ଅମ୍ବାନୀ ସୂଚନା ଦେଇଛନ୍ତି।

ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (୨୦୨୧ର ଜାନୁଆରି-ମାର୍ଚ୍ଚ) ରେ ଜିଓ ପ୍ଲାଟଫର୍ମସର୍ ନିଟ୍ ଲାଭ ପୂର୍ବବର୍ଷର ଏହି ତ୍ରୟମାସ ତୁଳନାରେ ୪୭.୫% ବୃଦ୍ଧି ପାଇ ୩୫୦୮ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ସମାନ ତ୍ରୟମାସ ତୁଳନାରେ କଂପାନିର ପରିଚାଳନାଗତ ରାଜସ୍ୱ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ପାଇ ୧୮,୨୭୮ କୋଟି ଟଙ୍କା ହୋଇଛି। କଂପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ମୋଟ ଗ୍ରାହକ ସଂଖ୍ୟା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୪୨.୬୨ କୋଟିରେ ପହଂଚିଛି। କୋଭିଡ୍ ମହାମାରୀର ଆହ୍ୱାନ ସତ୍ୱେ ଜିଓ ପ୍ଲାଟଫର୍ମସ୍‌ର ୨୦୨୦-୨୧ ଆର୍ଥିକ ବର୍ଷରେ ରାଜସ୍ୱ ୭୫,୫୦୩ କୋଟି ଟଙ୍କା ଓ ଇବିଆଇଟିଡିଏ ୩୨,୩୫୯ କୋଟି ଟଙ୍କା ହୋଇଛି। ଜିଓ ପ୍ଲାଟ୍‌ଫର୍ମସର ୨୦୨୦-୨୧ ଆର୍ଥିକ ବର୍ଷରେ ନିଟ୍ ଲାଭ ୧୨,୫୩୭ କୋଟି ଟଙ୍କା ରହିଛି।

ଏହି ଅବସରରେ ଶ୍ରୀଯୁକ୍ତ ମୁକେଶ ଡି ଅମ୍ବାନିଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଜିଓ ପାଖରେ ବ୍ୟାପକ ଯୋଗଯୋଗରେ ରହୁଥିବା ୪୨୬ ନିୟୁତ ଗ୍ରାହକ ସଂଖ୍ୟା ରହିଛି ଓ ଏହା କେବଳ ନିଜ ପାଖରେ ଥିବା ଗ୍ରାହକ ନୁହନ୍ତି ବରଂ ସାରା ଦେଶରେ ଥିବା ସମସ୍ତ ବ୍ୟକ୍ତିଘର ପରିବାର ଓ ସଂସ୍ଥାଗୁଡ଼ିକ ପାଇଁ ଡିଜିଟାଲ୍ ଅନୁଭୂତିରେ ଉନ୍ନତି ଆଣିବାକୁ ପ୍ରତିବଦ୍ଧ। ବିଗତ କିଛି ବର୍ଷ ଭିତରେ ଏହି ପଥ ସୃଷ୍ଟିକାରୀ ସହଯୋଗିତା ସହ ଜିଓ ଭାରତକୁ ଏକ ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ କରିବାକୁ ଉଦ୍ୟମ ଜାରି ରଖିଛି।’’

ଶ୍ରୀଯୁକ୍ତ ଅମ୍ବାନି କହିଛନ୍ତି ଯେ, “କୋଭିଡ୍ ଦେଶ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି ଓ ନିରବଚ୍ଛିନ୍ନ ଗ୍ରାହକ ସେବା ନିଶ୍ଚିତ କରିବା ଲାଗି ସବୁ ପ୍ରକାର ସମସ୍ୟାର ସମାଧାନ କରିବା ଲାଗି ଜିଓର ଟିମ୍ କ୍ଷେତ୍ର ସ୍ଥଳରେ ରହି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି।’’

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ମୃତ୍ୟୁବରଣ କଲେ ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଦିନ

ନୂଆଦିଲ୍ଲୀ: ଆରଜେଡ଼ିର ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଦିନ କରୋନାରେ ମୃତ୍ୟୁ ହୋଇଛି। ଶାହାବୁଦ୍ଦିନ ହତ୍ୟା ମମାଳାରେ ତିହାର ଜେଲରେ ଆଜୀବନ ସଜା କାଟୁଥିଲେ। ଗତ କିଛି ଦିନ ତଳେ ସେ କରୋନାରେ ସଂକ୍ରମଣ ହୋଇଥିଲେ। ଫଳରେ ତାଙ୍କୁ ଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗତ ରାତିରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୮ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଗତକାଲି ରାତିରେ ଏକ କୋଭିଡ଼ ହସ୍ପିଟାଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଗୁଜୁରାତ ଭରୁଚର ଏକ କୋଭିଡ଼ ହସ୍ପିଟାଲରେ ୫୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ। ରାତ୍ରି ପାଖାପାଖି ୧ ଟା ସମୟରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟିବାରୁ ୧୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଚାରି ମହଲା ବିଶିଷ୍ଟ ଏହି ହସ୍ପିଟାଲର ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ସକାଳ ୬ ଟା ୩୦ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଥିଲା। ତେବେ ସେ ପର୍ଯ୍ୟନ୍ତ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସଫଳ ହେଲା ତୃତୀୟ ପର୍ଯ୍ୟାୟ ଟୀକାକରଣର ଟ୍ରାଏଲ୍ ରନ୍: ପଞ୍ଜୀକରଣ କରିଥିବା ବ୍ୟକ୍ତି ୩ ରୁ ନେବେ ଟୀକା

ଭୁବନେଶ୍ଵର: ଭୁବନେଶ୍ଵରରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ଟୀକାକରଣର ଟ୍ରାଏଲ୍ ରନ୍ ସଫଳ ହୋଇଛି। ଆଜି ଆଇଆରସି ଭିଲେଜ ମେଡିକାଲରୁ ଟ୍ରାଏଲ୍ ରନ୍ ଆରମ୍ଭ ହୋଇଥିଲା। ଏହି ଟ୍ରାଏଲ୍ ରନ୍ ରେ ୫୦ ଜଣ ଟୀକା ନେଇଥିଲେ।

ତେବେ ମେ ୩ ତାରିଖରୁ ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ଆରମ୍ଭ ହେବ। ପଞ୍ଜୀକରଣ କରିଥିବା ବ୍ୟକ୍ତି ହିଁ କେବଳ ମେ’ ୩ ରୁ ଟୀକା ନେଇପାରିବେ। ଆଜି ଅପରାହ୍ନରୁ ସ୍ଲଟ ଅଫ ଆପଏଣ୍ଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟୀକାକରଣ କରାଯିବ। ଏକ ସାଙ୍ଗରେ ୪୫ ରୁ ଉର୍ଦ୍ଧ୍ଵ ଏବଂ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକା ଦିଆଯିବ। ସେଥିପାଇଁ ଉଭୟ ବର୍ଗ ପାଇଁ ମେଡିକାଲରେ ଅଲଗା ଅଲଗା ବ୍ୟବସ୍ଥା କରାଯିବ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କ୍ରାଇମବ୍ରାଞ୍ଚକୁ ବଡ ସଫଳତା: କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢି ଚାଲିଛି। ଆଜି ବ୍ରାଉନ ସୁଗାର ଡିଲରକୁ କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର ଟାସ୍କ ଫୋର୍ସ କବ୍ଜା କରିବାରେ ସକ୍ଷମ ହୋଇଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଦୁଇଜଣଙ୍କୁ ଗିରଫ କରିବା ସହ ୧ କୋଟି ୩୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବ କରିଛି। ଅଭିଯୁକ୍ତ ଦ୍ୱୟଙ୍କୁ ବାଲେଶ୍ଵରର ସହଦେବଖୁଣ୍ଟା ଅଞ୍ଚଳରୁ ଗିରଫ କରାଯାଇଥିବା ସୂଚନା ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ମଦ ବେପାରକୁ ବିରୋଧ କରିବାରୁ ୱାର୍ଡ ସଭ୍ୟାଙ୍କ ସ୍ୱାମୀଙ୍କୁ ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗାଁରେ ମଦ ବେପାରକୁ ବିରୋଧ କରିବା ମହଙ୍ଗା ପଡିଛି। ଏହି ଘଟଣାରେ ୱାର୍ଡ ସଭ୍ୟାଙ୍କ ସ୍ୱାମୀଙ୍କୁ ପେଟ୍ରୋଲ ପକାଇ ପୋଡି ମାରି ଦେବା ଉଦ୍ୟମ ହୋଇଛି। ଗୁରୁତର ଅବସ୍ଥାରେ  ୱାର୍ଡ ସଭ୍ୟାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଞ୍ଚାଯତ ପଥରବନ୍ଧ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁତର ବ୍ୟକ୍ତିଙ୍କ ନାମ ରମେଶ ଚନ୍ଦ୍ର ବେହେରା (୪୫)।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ରମେଶ ଓ ତାଙ୍କର ଜଣେ ବନ୍ଧୁ ପଥର ବନ୍ଧ ଗ୍ରାମରେ ଥିବା ଜଳ ଯୋଗାଣ କଣ୍ଟ୍ରୋଲ ରୁମ୍ ରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ କବାଟ ବାହାରୁ ପେଟ୍ରୋଲ ଢାଳି ମଦ ବେପାରୀ ସେମାନଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ରମେଶଙ୍କର ଗୋଡ ହାତ ପୋଡି ଯାଇଥିବା ବେଳେ ଟାଙ୍ଗୀ ପୋଲିସ୍ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ଆରମ୍ଭ କରିଦେଇଛି।

ଅଭିଯୁକ୍ତ ଜଣଙ୍କ ପଥର ବନ୍ଧ ଗ୍ରାମରେ ବୋଲି ଜଣା ପଡିଛି। ହେଲେ ଅଭିଯୁକ୍ତ ମଦ ବେପାରିଜଣଙ୍କ ଗାଁ ନିକଟରେ ଏକ ଦୋକାନ କରି ବେଆଇନ ମଦ ଗଂଜେଇ ବେପାର କରି ଆସୁଥିବା ବେଳେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଟାନ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍: ଜାଣନ୍ତୁ କେଉଁ ଅଞ୍ଚଳରେ କେତେ ସମୟ ଚାଲିବ ଦୋକାନ

ରମେଶ ମହାନ୍ତି
ଜଗତସିଂହପୁର: କୋଭିଡ୍-୧୯ ଦ୍ୱିତୀୟ ଲହରୀର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଅପରାହ୍ନରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବଜାର କମିଟି କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କୋଭିଡ୍ ୨ୟ ଲହରୀର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ କରିଥିବା ବ୍ୟକ୍ତି ମାନେ ଅଧିକ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବଜାର କମିଟି କର୍ମକର୍ତ୍ତାମାନେ ଦୋକାନୀ ମାନଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ବାରମ୍ବାର ବାର୍ତ୍ତା ମାଧ୍ୟମରେ ରାଜ୍ୟର ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ରାଜ୍ୟ ସରକାର ଜୀବନ ସହିତ ଜୀବିକାକୁ ଗୁରୁତ୍ବ ପ୍ରଦାନ କରିଛନ୍ତି।

ପ୍ରତ୍ୟେକ ଦୋକାନୀ ଓ ବ୍ୟବସାୟୀ ମାନେ ନିଜେ ମାସ୍କ ପରିଧାନ କରିବା ସହିତ ଗ୍ରାହକ ମାନେ ଯେପରି ମାସ୍କ୍ ପରିଧାନ ପୂର୍ବକ ସାମାଜିକ ଦୁରତା ବଜାୟ ରଖିବେ ସେଥିପ୍ରତି ସଚେତନ ରହିବେ। ଜିଲ୍ଲାର ବିଭିନ୍ନ ବଜାର କମିଟି କର୍ମକର୍ତ୍ତା ମାନଙ୍କ ପ୍ରସ୍ତାବ କ୍ରମେ ଆସନ୍ତା ସପ୍ତାହରୁ ଜିଲ୍ଲାର ପୌରାଞ୍ଚଳ ସହିତ ସମସ୍ତ ଗ୍ରାମାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ଲାଗୁ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

ଏତଦବ୍ୟତୀତ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ଗ୍ରାମାଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ଓ ପାରାଦ୍ବୀପ ପୌରାଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୪ଟା ଏବଂ ଜଗତସିଂହପୁର ପୌରାଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ମେ ମାସ ୧୫ତାରିଖ ପରେ ପୁନଶ୍ଚ ବୈଠକ ଡକାଯାଇ ଏହାର ସମୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। କୁଜଙ୍ଗ, ରାହାମା ଓ ତିର୍ତ୍ତୋଲ ବଜାରରେ ଅଧିକ ଗହଳି ପରିଲକ୍ଷିତ ହେଉଥିବାରୁ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଜଗତସିଂହପୁର ପୌରାଞ୍ଚଳ ଗ୍ରାମାଞ୍ଚଳ ଅପେକ୍ଷା ଅଧିକ ସଚେତନ ଥିବାରୁ କୋଭିଡ୍ ସଂକ୍ରମଣ ଅପେକ୍ଷାକୃତ କମ୍ ରହିଛି।

ଗ୍ରାମାଞ୍ଚଳରେ ଲୋକମାନେ କୋଭିଡ୍ ସଂକ୍ରମଣ ନ ଲୁଚାଇ ପରିକ୍ଷା କରିନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ କୋଭିଡ୍ ସଂକ୍ରମଣ ରୋକିବାରେ ଜିଲ୍ଲାବାସୀଙ୍କର ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ବ୍ୟବସାୟୀ ପ୍ରତିନିଧି ମାନଙ୍କୁ କୋଭିଡ୍ ମାର୍ଗଦର୍ଶିକା କଡାକଡି ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଜଗତସିଂହପୁର ସହର, ତିର୍ତ୍ତୋଲ, ରାହାମା ଓ କୁଜଙ୍ଗ ବଜାର କମିଟି ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। କୁଜଙ୍ଗ ହାଟ ଆସନ୍ତା ସପ୍ତାହ ଠାରୁ ଶନିବାର ପରିବର୍ତ୍ତେ ଶୁକ୍ରବାର ଅନୁଷ୍ଠିତ ହେବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୨ ହଜାର ୯୯୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୨ ହଜାର ୯୯୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୫୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯୧ ଲକ୍ଷ ୬୪ ହଜାର ୯୬୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୧ ହଜାର ୮୫୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୨ ଲକ୍ଷ ୧୧ ହଜାର ୮୫୩ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୧ କରୋନା ଆକ୍ରାନ୍ତ: ଭୁବନେଶ୍ବରରୁ ସର୍ବାଧିକ ୪ ଜଣ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି

ଭୁବନେଶ୍ବରରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ବେଳେ ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଏବଂ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଭୁବନେଶ୍ଵରରୁ ମୃତକ ୪ ଜଣଙ୍କ ମଧ୍ୟରୁ ଜଣେ ୭୯ ବର୍ଷୀୟ ପୁରୁଷ, ଜଣେ ୬୩ ବର୍ଷୀୟ ପୁରୁଷ, ଜଣେ ୫୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୩୨ ବର୍ଷୀୟ ଯୁବକ ଅଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ୨ ମୃତକକଙ୍କ ମଧ୍ୟରୁ ଜଣେ ଜଣେ ୬୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୨ ବର୍ଷିୟା ମହିଳା ଅଛନ୍ତି

ସେହିଭଳି ବୌଦ୍ଧରୁ ଜଣେ ୭୫ ବର୍ଷିୟା ମହିଳା, କୋରାପୁଟ ଜିଲ୍ଲାରୁ ଜଣେ ୬୦ ବର୍ଷିୟା ମହିଳା, କଳାହାଣ୍ଡି ଜିଲ୍ଲାରୁ ଜଣେ ୩୬ ବର୍ଷୀୟ ପୁରୁଷ, ପୁରୀରୁ ଜଣେ ୩୦ ବର୍ଷୀୟ ଯୁବକ ଏବଂ ରାୟଗଡା ଜିଲ୍ଲାରୁ ଜଣେ ୮୨ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮୫ ହଜାର ୪୧୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୭ ହଜାର ୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୫୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୦ ହଜାର ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୮୮୭ ଜଣ ଚିହ୍ନଟ ହୋଇଥିବା ବେଳେ ୪୫୨୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮୫ ହଜାର ୪୧୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୭ ହଜାର ୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୨୯ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୭୯୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୦୦ ଜଣ, ଅନୁଗୁଳ ଜିଲ୍ଲାରୁ ୩୯୨ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୨୪ ଜଣ, ବରଗଡ ଜିଲ୍ଲାରୁ ୫୧୧ ଜଣ, ଭଦ୍ରକ ଜିଲ୍ଲାରୁ ୨୦୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୬୦ ଜଣ, ବୌଦ୍ଧ ଜିଲ୍ଲାରୁ ୮୭ ଜଣ, କଟକ ଜିଲ୍ଲାରୁ ୮୨୮ ଜଣ, ଦେବଗଡ ଜିଲ୍ଲାରୁ ୧୦୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୨ ଜଣ, ଗଜପତି ଜିଲ୍ଲାରୁ ୧୫୬ ଜଣ, ଗଞ୍ଜାମ ଜିଲ୍ଲାରୁ ୨୩୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୪୧ ଜଣ, ଯାଜପୁର ଜିଲ୍ଲାରୁ ୩୩୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୪୪୨ ଜଣ, କଳାହାଣ୍ଡିରୁ ୩୭୬ ଜଣ, କନ୍ଧମାଳ ଜିଲ୍ଲାରୁ ୫୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୭୭ ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୬ ଜଣ, କୋରାପୁଟ ଜିଲ୍ଲାରୁ ୬୮ ଜଣ, ମାଲକାନାଗିରି ଜିଲ୍ଲାରୁ ୫୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୪୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୭୮ ଜଣ, ନୟାଗଡ ଜିଲ୍ଲାରୁ ୨୧୮ ଜଣ, ନୂଆପଡା ଜିଲ୍ଲାରୁ ୪୧୮ ଜଣ, ପୁରୀ ଜିଲ୍ଲାରୁ ୫୩୩ ଜଣ, ରାୟଗଡା ଜିଲ୍ଲାରୁ ୨୦୦ ଜଣ, ସମ୍ବଲପୁର ଜିଲ୍ଲାରୁ ୪୨୬ ଜଣ, ସୋନପୁର ଜିଲ୍ଲାରୁ ୧୩୦ ଜଣ ଏବଂ ଷ୍ଟେଟ ପୁଲରୁ ୩୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ ପାଇଁ ସେନାବାହିନୀକୁ ଜରୁରିକାଳୀନ ଆର୍ଥିକ କ୍ଷମତା ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩୦ ଏପ୍ରିଲ ୨୦୨୧ରେ ସ୍ବତନ୍ତ୍ର ବ୍ୟବସ୍ଥାର ଉପଯୋଗ କରି ସେନାବାହିନୀକୁ ଜରୁରିକାଳୀନ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଯାହାଫଳରେ ବର୍ତ୍ତମାନ ଦେଶରେ ଦେଖାଦେଇଥିବା କୋଭିଡ-୧୯ ମହାମାରୀ ମୁକାବିଲା ଲାଗି ସେନାବାହିନୀ ଅଧିକ ସଶକ୍ତ ହୋଇପାରିବ।

ଏହି କ୍ଷମତା ଫର୍ମେସନ କମାଣ୍ଡରମାନଙ୍କୁ ମହାମାରୀ ବିରୋଧରେ ଜାରି ରହିଥିବା ପ୍ରୟାସ ନିମନ୍ତେ ବିଭିନ୍ନ ସେବା ଓ କାର‌୍ୟ୍ୟ ବ୍ୟବସ୍ଥା ଅତିରିକ୍ତ କ୍ବାରେଣ୍ଟାଇନ ସୁବିଧା କିମ୍ବା ଡାକ୍ତରଖାନା ପ୍ରତିଷ୍ଠା ଓ ପରିଚାଳନା କରିବା, ଉପକରଣ,ସାମଗ୍ରୀ, ଷ୍ଟୋର କ୍ରୟ ଏବଂ ଉପକରଣ ମରାମତି କାର୍ଯ୍ୟ ସମ୍ବନ୍ଧୀୟ ଗତିବିଧିରେ ସହାୟକ ହେବ।

ଚିଫ ଅଫ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ଟୁ ଦ ଚେୟାରମ୍ୟାନ ଚିଫ୍ସ ଅଫ ଷ୍ଟାଫ କମିଟି (ସିଆଇଏସସି), ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ୍ସ ଓ ତିନୋଟି ସେନାବାହିନୀର ସମକକ୍ଷ ପଦବୀଧାରୀ ଆଦି ସେନାବାହିନୀର ଉପମୁଖ୍ୟମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଏହି କ୍ଷମତା ପ୍ରଦାନ କରାଯାଇଛି। ସେହିପରି କୋର କମାଣ୍ଡର,ଏରିଆ କମାଣ୍ଡରମାନଙ୍କୁ ପ୍ରତି ମାମଲାରେ ୫୦ ଲକ୍ଷ ଟଙ୍କା ଏବଂ ଡିଭିଜନ କମାଣ୍ଡର, ସବ ଏରିଆ କମାଣ୍ଡର ଏବଂ ସେମାନଙ୍କ ସମକକ୍ଷମାନଙ୍କୁ ପ୍ରତି ମାମଲାରେ ୨୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଅଧିକାର ପ୍ରଦାନ କରାଯାଇଛି।

ଏହି କ୍ଷମତା ପ୍ରାରମ୍ଭିକ ପର୍ଯ୍ୟାୟରେ ୧ ମଇ ଠାରୁ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ତିନି ମାସର ଅବଧି ନିମନ୍ତେ ପ୍ରଦାନ କରାଯାଇଛି। ବିଗତ ସପ୍ତାହରେ ସେନାବାହିନୀର ଚିକିତ୍ସା ଅଧିକାରୀମାନଙ୍କୁ ଦିଆଯାଇଥିବା ଦାୟିତ୍ବ ଅତିରିକ୍ତ ଏହି କ୍ଷମତା ପ୍ରଦାନ କରାଯାଇଛି।
ବିଗତ ବର୍ଷ କୋଭିଡ-୧୯ ମହାମାରୀ ଆସିବା ସମୟରେ ମଧ୍ୟ ସେନାବାହିନୀକୁ ଜରୁରିକାଳୀନ କ୍ଷମତା ପ୍ରଦାନ କରାଯାଇଥିଲା। ଏହା ସେନାବାହିନୀରକୁ ଦ୍ରୁତ ଓ ପ୍ରଭାବୀ ଢଙ୍ଗରେ ସ୍ଥିତିର ମୁକାବିଲା କରିବାରେ ସହାୟତା କରିଥିଲା।

Categories
ଆଜିର ଖବର ଧର୍ମ

ଆଜି ମେ 1 ତାରିଖ ଶନିବାରରେ ନଅ ଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

ମେଷ: – ଆଜି ମିଶ୍ରିତ ଦିନ ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ସମୁଦାୟ ଅଛି । ଏକ କଣ୍ଟିଜେନ୍ସି ଲାଭ ହୋଇପାରେ । ବରିଷ୍ଠମାନଙ୍କ ଆଶୀର୍ବାଦ କାର୍ଯ୍ୟରେ ସଫଳତା ଆଣିବ, କିନ୍ତୁ କିଛି ପରିସ୍ଥିତି ଏପରି ହୋଇପାରେ ଯାହା ଟେନସନକୁ ବଢାଇବ । ସାଙ୍ଗମାନଙ୍କ ସହିତ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଯୁକ୍ତିତର୍କ ଆପଣଙ୍କୁ ଅସୁବିଧାରେ ପକାଇପାରେ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କର । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ସଦସ୍ୟମାନେ ସହାୟତା ପାଇବେ । ଯାତ୍ରା ସ୍ଥଗିତ ରଖନ୍ତୁ ।

ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ କାର୍ଯ୍ୟ ସଫଳ ହେବ ଏବଂ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ଘର ଏବଂ ପିଲାମାନଙ୍କ ସମ୍ବନ୍ଧୀୟ ଏକ ଖୁସି ଖବର ମିଳିପାରିବ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ରହିବ । ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ କରାଯାଇପାରେ । ନୂତନ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ । ସମସ୍ୟାର ସମାଧାନ ପାଇଁ ଆପଣ କାହାର ପରାମର୍ଶ ନେଇପାରିବେ । ଏହାର କାର୍ଯ୍ୟକାରିତା ସହିତ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ପରିବାରରେ ମତଭେଦ ହେବାର ସମ୍ଭାବନା ରହିବ ।

ମିଥୁନ: – ଆଜି ଶୁଭ ଦିନ ହେବ । କଣ୍ଟିଜେଣ୍ଟ୍ ଲାଭର ଏକ ରାଶି ମିଳିବ । କାର୍ଯ୍ୟ ପରିସର ବିସ୍ତାର ହେବ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିପାରିବ । ଧାର୍ମିକ କାର୍ଯ୍ୟ ଏବଂ ସ୍ଥାନାନ୍ତରଣ ହୋଇପାରେ । ସୃଜନଶୀଳ କାର୍ଯ୍ୟର ଧାରା ବୃଦ୍ଧି ପାଇବ । ଏହି ସୁଯୋଗ ନିଅ ଏବଂ ଏକ ନୂତନ ଉପାୟରେ କାମ କରିବାର ସୁଯୋଗକୁ ଦୂରେଇବାକୁ ଦିଅ ନାହିଁ । ବୃଦ୍ଧମାନଙ୍କ ସହିତ ପରାମର୍ଶ କରିବା ଲାଭଦାୟକ ହେବ । ପରିବାରର ପରିବେଶ ଖୁସି ହେବ । ଖାଦ୍ୟ ଏବଂ ପାନୀୟର ଯତ୍ନ ନିଅ । ଏକ ଭ୍ରମଣରେ ଯାଇପାରିବେ ।

କର୍କଟ: – ଆଜି ଏକ ସାଧାରଣ ଦିନ ହେବ । କଠିନ ପରିଶ୍ରମ କାର୍ଯ୍ୟରେ ସଫଳତା ଆଣିବ । କାର୍ଯ୍ୟରେ ସଫଳତା ପାଇବା , ଆପଣଙ୍କୁ ଉତ୍ସାହିତ କରିବ । ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ଅର୍ଥନୈତିକ ସ୍ଥିତିକୁ ଦୁର୍ବଳ କରିପାରେ । ସାଙ୍ଗ ଏବଂ ପରିବାର ସହିତ ସ୍ଥାନାନ୍ତରଣ କିମ୍ବା ପର୍ଯ୍ୟଟନର ଏକ ଭ୍ରମଣ ରହିବ । ଘରୋଇ ଜୀବନରେ ଶାନ୍ତି ଏବଂ ସୁଖ ରହିବ । ଶାରୀରିକ ସୁସ୍ଥ୍ୟ ରହିବ । ପାୱାର ସହିତ ଜଡିତ ଲୋକଙ୍କ ସହିତ ଭଲ ସମ୍ପର୍କ ଗଠନ ହୋଇପାରେ ।

ସିଂହ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ଅଧିକ ଅର୍ଥନୈତିକ ସ୍ଥିତିକୁ ଦୁର୍ବଳ କରିପାରେ । ଛାତ୍ରମାନଙ୍କ ପାଇଁ ସମୟ ଭଲ ଅଟେ । ଆପଣ ଅଧ୍ୟୟନରେ ସଫଳତା ପାଇବେ । ଘରର ପରିବେଶରେ ଶାନ୍ତି ରହିବ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହୋଇପାରେ । ଭବିଷ୍ୟତ ପାଇଁ ଆପଣ ଯୋଜନା ପ୍ରସ୍ତୁତ କରିପାରିବେ, ଯାହା ଶୁଭ ହେବ । ପତି ବିବାଦ କରିପାରନ୍ତି। ଯାତ୍ରା ସ୍ଥଗିତ ରଖନ୍ତୁ ।

କନ୍ୟା: – ଆଜି ପ୍ରତିକୂଳ ଦିନ ହେବାର ସମ୍ଭାବନା ଅଛି । ବ୍ୟବସାୟ ମଧ୍ୟମ ହେବ । ଅବାଞ୍ଛିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ଅର୍ଥ ଏବଂ ପ୍ରତିଷ୍ଠା କ୍ଷତି ହୋଇପାରେ । ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ । ଛାତ୍ରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣଙ୍କ ମନରୁ ଅନାବଶ୍ୟକ ଭୟ ଦୂର କରନ୍ତୁ ଏବଂ କଠିନ ପରିଶ୍ରମ ସହିତ କାର୍ଯ୍ୟ ଜାରି ରଖନ୍ତୁ, ଆପଣ ମଧ୍ୟ ସଫଳତା ପାଇବେ ।

ତୂଳା : – ଆଜି ମିଶ୍ରିତ ଦିନ ହେବ । ତୁମର କଠିନ ପରିଶ୍ରମ ସହିତ ତୁମେ ସଫଳତା ପାଇବ। ଫଳସ୍ୱରୂପ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ମନ ଉତ୍ସାହିତ ରହିବ । ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିପାରିବ । ସ୍ୱଳ୍ପ ରହଣି ସଂଗଠିତ ହୋଇପାରେ । ରିଅଲ୍ ଇଷ୍ଟେଟ୍ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନ ନିଅ । ଆପଣ ପୁରୁଣା ସାଙ୍ଗମାନଙ୍କୁ ଭେଟିପାରିବେ, ଯାହା ଲାଭଦାୟକ ହେବ । ପରିବାରରେ ଏକ ଭଲ ବାତାବରଣ ରହିବ, କିନ୍ତୁ ସ୍ୱରକୁ ରୋକିବାକୁ ପଡ଼ିବ, ନଚେତ୍ ମତଭେଦ ହେବାର ସମ୍ଭାବନା ରହିବ ।

ବିଛା: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ ମଧ୍ୟମ ରହିବାର ସମ୍ଭାବନା ଅଛି, କିନ୍ତୁ ପରିଶ୍ରମ ସଫଳତାର କାରଣ ହେବ । ସରକାରୀ କାର୍ଯ୍ୟ ସଫଳ ହେବ । ଅଟକି ରହିଥିବା କାର୍ଯ୍ୟଗୁଡିକ ସମାପ୍ତ ହୋଇପାରିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ବିବାଦରେ ପଡ଼ିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟକଳାପରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବେ, ଯାହା ସମାଜରେ ସମ୍ମାନ ବୃଦ୍ଧି କରିବ ।

ଧନୁ: – ଆଜି ଶୁଭ ଦିନ ହେବ । ବ୍ୟବସାୟ ବିସ୍ତାର କରିବାକୁ ନୂତନ କାର୍ଯ୍ୟ ଆରମ୍ଭ କରିପାରିବ । ବ୍ୟବସାୟୀମାନେ ଚାକିରିରେ କଣ୍ଟିଜେଣ୍ଟ୍ ଲାଭର ଲାଭ ପାଇବେ । ତଥାପି, କାର୍ଯ୍ୟଭାର ବଢିବା ସହିତ ଅଧିକ ପରିଶ୍ରମ ମଧ୍ୟ ହେବ । ଟଙ୍କା କାରବାରରେ ସାବଧାନ ରୁହନ୍ତୁ । ପରିବାର ସହିତ ସମୟ ଅତିବାହିତ ହେବ । ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ । ପର୍ଯ୍ୟଟନର ଭ୍ରମଣ ମଧ୍ୟ ରହିବ ।

ମକର: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ କରିବ ଏବଂ ସେଠାରେ କଣ୍ଟିଜେଣ୍ଟ୍ ଲାଭର ଏକ ରାଶି ମିଳିବ । ବେକାରମାନେ ନୂତନ ନିଯୁକ୍ତି ସୁଯୋଗ ପାଇବେ । ପାରିବାରିକ ସମସ୍ୟାର ସମାଧାନ ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖୀ ହେବ । ଏହି କ୍ଷେତ୍ରରେ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ହେତୁ ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ ଏବଂ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ସମର୍ଥ ହେବ । ପୁରୁଣା ବନ୍ଧୁମାନେ ପୁନଃସମନ୍ୱୟ କରିପାରିବେ। ଯାତ୍ରାକୁ ଯିବାର ସମ୍ଭାବନା ରହିବ । ସ୍ୱାସ୍ଥ୍ୟ ଭଲ ହେବ ।

କୁମ୍ଭ: – ଆଜି ମିଶ୍ରିତ ଦିନ ହେବ । କାର୍ଯ୍ୟଭାରର ଅତ୍ୟଧିକ ହେତୁ, ଆପଣ ଆବଶ୍ୟକୀୟ କାର୍ଯ୍ୟ ପାଇଁ ସମୟ ଦେଇ ପାରିବେ ନାହିଁ, ତେଣୁ କ୍ରୋଧର ଅତ୍ୟଧିକ ହେବ । ଜୀବନରେ ନୂତନ ଚିନ୍ତାଧାରା ସହିତ ଆପଣ ପରିବର୍ତ୍ତନ ଅନୁଭବ କରିବେ । କୈଣସି ବିଷୟରେ ପରିବାର ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ । ନକାରାତ୍ମକ ଚିନ୍ତାଧାରାରୁ ଦୂରରେ ରୁହ ଏବଂ କର୍ତ୍ତୃପକ୍ଷଙ୍କ ସହ ବିତର୍କରୁ ଦୂରେଇ ରୁହ । ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇପାରନ୍ତି । ଆପଣ ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିବେ । ଭଲ ଆକାରରେ ରୁହ ।

ମୀନ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଉନ୍ନତିମୂଳକ କାର୍ଯ୍ୟ ହେବ । ଅଧିକ କାର୍ଯ୍ୟ ଭାର ଶାରୀରିକ ଅସୁସ୍ଥତା ଏବଂ ମାନସିକ ଚିନ୍ତାର କାରଣ ହେବ । ବାଣିଜ୍ୟିକ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ହେବ ଏବଂ ଆର୍ଥିକ ଲାଭ ହେବ । ପରିବାରର ପରିବେଶ ଭଲ ରହିବ । ତୁମର ସୃଜନଶୀଳତା ସହିତ ତୁମ ଘରକୁ କିପରି ସୁନ୍ଦର କରିବ । ଅର୍ଥନୈତିକ ଯୋଜନା ବିଷୟରେ ବିଚାର କରିବେ । ବକ୍ତବ୍ୟରେ ସଂଯମତା ରଖି ଆମେ ବିବାଦରୁ ଦୂରେଇ ରହିପାରିବା ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଶନିବାର ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପାଇବେ ସାହାସ

ଧନୁ: – ଆଜି ଶୁଭ ଦିନ ହେବ । ବ୍ୟବସାୟ ବିସ୍ତାର କରିବାକୁ ନୂତନ କାର୍ଯ୍ୟ ଆରମ୍ଭ କରିପାରିବ । ବ୍ୟବସାୟୀମାନେ ଚାକିରିରେ କଣ୍ଟିଜେଣ୍ଟ୍ ଲାଭର ଲାଭ ପାଇବେ । ତଥାପି, କାର୍ଯ୍ୟଭାର ବଢିବା ସହିତ ଅଧିକ ପରିଶ୍ରମ ମଧ୍ୟ ହେବ । ଟଙ୍କା କାରବାରରେ ସାବଧାନ ରୁହନ୍ତୁ । ପରିବାର ସହିତ ସମୟ ଅତିବାହିତ ହେବ ।

ମକର: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ କରିବ ଏବଂ ସେଠାରେ କଣ୍ଟିଜେଣ୍ଟ୍ ଲାଭର ଏକ ରାଶି ମିଳିବ । ବେକାରମାନେ ନୂତନ ନିଯୁକ୍ତି ସୁଯୋଗ ପାଇବେ । ପାରିବାରିକ ସମସ୍ୟାର ସମାଧାନ ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖୀ ହେବ । ଏହି କ୍ଷେତ୍ରରେ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ହେତୁ ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ ଏବଂ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ସମର୍ଥ ହେବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ଶନିବାକ ଦିନ ମାନସିକ ଅଶାନ୍ତି ଆସିବାର ସମ୍ଭାବନା

କୁମ୍ଭ: – ଆଜି ମିଶ୍ରିତ ଦିନ ହେବ । କାର୍ଯ୍ୟଭାରର ଅତ୍ୟଧିକ ହେତୁ, ଆପଣ ଆବଶ୍ୟକୀୟ କାର୍ଯ୍ୟ ପାଇଁ ସମୟ ଦେଇ ପାରିବେ ନାହିଁ, ତେଣୁ କ୍ରୋଧର ଅତ୍ୟଧିକ ହେବ । ଜୀବନରେ ନୂତନ ଚିନ୍ତାଧାରା ସହିତ ଆପଣ ପରିବର୍ତ୍ତନ ଅନୁଭବ କରିବେ । କୈଣସି ବିଷୟରେ ପରିବାର ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ ।

ମୀନ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଉନ୍ନତିମୂଳକ କାର୍ଯ୍ୟ ହେବ । ଅଧିକ କାର୍ଯ୍ୟ ଭାର ଶାରୀରିକ ଅସୁସ୍ଥତା ଏବଂ ମାନସିକ ଚିନ୍ତାର କାରଣ ହେବ । ବାଣିଜ୍ୟିକ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ହେବ ଏବଂ ଆର୍ଥିକ ଲାଭ ହେବ । ପରିବାରର ପରିବେଶ ଭଲ ରହିବ । ତୁମର ସୃଜନଶୀଳତା ସହିତ ତୁମ ଘରକୁ କିପରି ସୁନ୍ଦର କରିବ ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିଙ୍କର ଅଟକିଥିବା କାମ ଆରମ୍ଭ ହେବ

ତୂଳା : – ଆଜି ମିଶ୍ରିତ ଦିନ ହେବ । ତୁମର କଠିନ ପରିଶ୍ରମ ସହିତ ତୁମେ ସଫଳତା ପାଇବ। ଫଳସ୍ୱରୂପ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ମନ ଉତ୍ସାହିତ ରହିବ । ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିପାରିବ । ସ୍ୱଳ୍ପ ରହଣି ସଂଗଠିତ ହୋଇପାରେ । ରିଅଲ୍ ଇଷ୍ଟେଟ୍ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନ ନିଅ ।

ବିଛା: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ ମଧ୍ୟମ ରହିବାର ସମ୍ଭାବନା ଅଛି, କିନ୍ତୁ ପରିଶ୍ରମ ସଫଳତାର କାରଣ ହେବ । ସରକାରୀ କାର୍ଯ୍ୟ ସଫଳ ହେବ । ଅଟକି ରହିଥିବା କାର୍ଯ୍ୟଗୁଡିକ ସମାପ୍ତ ହୋଇପାରିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ବିବାଦରେ ପଡ଼ିପାରନ୍ତି ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏକ ଅପ୍ରତ୍ୟାଶିତ ସମସ୍ୟାର ସମ୍ମୁଖୀନ ହେବେ ଏହି ରାଶିର ବ୍ୟକ୍ତି

ସିଂହ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ଅଧିକ ଅର୍ଥନୈତିକ ସ୍ଥିତିକୁ ଦୁର୍ବଳ କରିପାରେ । ଛାତ୍ରମାନଙ୍କ ପାଇଁ ସମୟ ଭଲ ଅଟେ । ଆପଣ ଅଧ୍ୟୟନରେ ସଫଳତା ପାଇବେ । ଘରର ପରିବେଶରେ ଶାନ୍ତି ରହିବ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହୋଇପାରେ ।

କନ୍ୟା: – ଆଜି ପ୍ରତିକୂଳ ଦିନ ହେବାର ସମ୍ଭାବନା ଅଛି । ବ୍ୟବସାୟ ମଧ୍ୟମ ହେବ । ଅବାଞ୍ଛିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ଅର୍ଥ ଏବଂ ପ୍ରତିଷ୍ଠା କ୍ଷତି ହୋଇପାରେ । ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ । ଛାତ୍ରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଶନିବାରରେ କଠିନ ପରିଶ୍ରମ କରନ୍ତୁ,ମିଳିବ ସଫଳତା

ମିଥୁନ: – ଆଜି ଶୁଭ ଦିନ ହେବ । କଣ୍ଟିଜେଣ୍ଟ୍ ଲାଭର ଏକ ରାଶି ମିଳିବ । କାର୍ଯ୍ୟ ପରିସର ବିସ୍ତାର ହେବ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିପାରିବ । ଧାର୍ମିକ କାର୍ଯ୍ୟ ଏବଂ ସ୍ଥାନାନ୍ତରଣ ହୋଇପାରେ । ସୃଜନଶୀଳ କାର୍ଯ୍ୟର ଧାରା ବୃଦ୍ଧି ପାଇବ । ଏହି ସୁଯୋଗ ନିଅ ଏବଂ ଏକ ନୂତନ ଉପାୟରେ କାମ କରିବାର ସୁଯୋଗକୁ ଦୂରେଇବାକୁ ଦିଅ ନାହିଁ ।

କର୍କଟ: – ଆଜି ଏକ ସାଧାରଣ ଦିନ ହେବ । କଠିନ ପରିଶ୍ରମ କାର୍ଯ୍ୟରେ ସଫଳତା ଆଣିବ । କାର୍ଯ୍ୟରେ ସଫଳତା ପାଇବା , ଆପଣଙ୍କୁ ଉତ୍ସାହିତ କରିବ । ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ଅର୍ଥନୈତିକ ସ୍ଥିତିକୁ ଦୁର୍ବଳ କରିପାରେ । ସାଙ୍ଗ ଏବଂ ପରିବାର ସହିତ ସ୍ଥାନାନ୍ତରଣ କିମ୍ବା ପର୍ଯ୍ୟଟନର ଏକ ଭ୍ରମଣ ରହିବ । ଘରୋଇ ଜୀବନରେ ଶାନ୍ତି ଏବଂ ସୁଖ ରହିବ । ଶାରୀରିକ ସୁସ୍ଥ୍ୟ ରହିବ ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିଙ୍କର ବ୍ୟବସାୟିକ ଲାଭ ଯଥେଷ୍ଠ ହେବ

ମେଷ: – ଆଜି ମିଶ୍ରିତ ଦିନ ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ସମୁଦାୟ ଅଛି । ଏକ କଣ୍ଟିଜେନ୍ସି ଲାଭ ହୋଇପାରେ । ବରିଷ୍ଠମାନଙ୍କ ଆଶୀର୍ବାଦ କାର୍ଯ୍ୟରେ ସଫଳତା ଆଣିବ, କିନ୍ତୁ କିଛି ପରିସ୍ଥିତି ଏପରି ହୋଇପାରେ ଯାହା ଟେନସନକୁ ବଢାଇବ । ସାଙ୍ଗମାନଙ୍କ ସହିତ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ।

ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ କାର୍ଯ୍ୟ ସଫଳ ହେବ ଏବଂ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ଘର ଏବଂ ପିଲାମାନଙ୍କ ସମ୍ବନ୍ଧୀୟ ଏକ ଖୁସି ଖବର ମିଳିପାରିବ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ରହିବ । ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ କରାଯାଇପାରେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୧୮ ରୁ ୪୪ ବର୍ଷର ଲୋକଙ୍କ ପାଇଁ ପହଞ୍ଚିଲା କୋଭାକ୍ସିନ: ସୋମବାରଠୁ ଆରମ୍ଭ ହେବ ଟୀକାକରଣ

ଭୁବନେଶ୍ବର: ଓଡିଶା କିଣିଥିବା ୧.୫ ଲକ୍ଷ କୋଭାକ୍ସିନ ଟୀକା ଡ଼ୋଜ ଭୁବନେଶ୍ବର ପହଞ୍ଚିଛି। ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ କୋଭାକ୍ସିନ ଭୁବନେଶ୍ବରରେ ପହଞ୍ଚିଛି। ରାତି ୯ ଟାରେ ଏହି ଟୀକା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି।

ତେବେ କେବଳ ଭୁବନେଶ୍ବର ମହାନଗର ଅଞ୍ଚଳରେ ଏହି ଟୀକା ଦିଆଯିବ ବୋଲି ସୂଚନା ରହିଥିବା ବେଳେ ମେ’ ୧ ତାରିଖରୁ କିଛି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ଟୀକା ଦିଆଯିବ।