Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୪ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୧୬ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୩୩ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଶାକାହାରୀ ଭୋଜନ ଓ ସବୁଜ ପରିବେଶ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ସେଣ୍ଟର ଫର୍ ଏନଭର୍ନମେଣ୍ଟାଲ ଷ୍ଟଡିଜ୍, ଭୁବନେଶ୍ୱର ପକ୍ଷରୁ ଟାଙ୍ଗୀ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସୁସ୍ଥ ଶାକାହାରୀ ଭୋଜନ ଓ ସବୁଜ ପରିବେଶ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳାରେ ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ‍ାରୀ ଡା ଜିତେନ୍ଦ୍ର କୁମାର ସାହୁ, ପରିବେଶ ବୈଜ୍ଞାନିକ ଡା ପ୍ରଦୀପ କୁମାର ନାୟକ, ପରିବେଶବିତ୍ ସନ୍ତୋଶ କର, ସାମ୍ବାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ପ୍ରଵକ୍ତା ସରୋଜ କୁମାର ପାଇକରାୟ, ଉପଦେଷ୍ଟା ପ୍ରଦୋସ କୁମାର ଦାସ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ।

ଦିନକୁ ଦିନ ପରିବେଶ ବିଗିଡି ଯାଉଥିବାରୁ ପରିବେଶକୁ ସୁସ୍ଥ ଓ ସ୍ବଚ୍ଛ ରଖିବା ନିହାତି ଜରୁରୀ ହୋଇ ପଡିଛି।  କେତେବେଳେ ଅଦିନିଆ ବର୍ଷା ତ କେତେବେଳେ ହିମସ୍ପଳନ ଘଟି ମନୁଷ୍ୟ ସମାଜର ବ୍ୟାପକ କ୍ଷୟକ୍ଷତି ଘଟୁଛି। ତେଣୁ ପରିବେଶକୁ ସୁସ୍ଥ ରଖିବାକୁ ହେଲେ ମନୁଷ୍ୟ ସମାଜକୁ ସୁସ୍ଥ ଆହାର ଭୋଜନ କରିବା ସହ ପରିବେଶକୁ ସବୁଜ ସୁନ୍ଦର ରଖିଵାକୁ ପଡିବ।

ତେଣୁ ଏସବୁ ଆବଶ୍ୟକତାକୁ ହ୍ରୁଦୟଙ୍ଗମ କରି କର୍ମଶାଳାରେ ପରିଵେଶକୁ ସୁରକ୍ଷା କରିଵା ପାଇଁ ଶପଥ ପାଠ କରାଯାଇଥିଲା। ଆଗାମୀ ଦିନରେ ସଂଘ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଘର ବହୁ ସାମ୍ବାଦିକ, ମଦର ଟେରେସା ସେଵା ସଂଘର କର୍ମକର୍ତ୍ତା, ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବି, ଆଇନଜିବୀ, ସମାଜ ସେଵୀ, ଵରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ। ଏଥିରେ ସାମ୍ଵାଦିକ କମଳ ଲୋଚନ ପାଇକରାୟ, ଶିକ୍ଷକ ବଳରାମ ବେହେରା, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏନ୍‌ଏବିଏଚ୍ ସ୍ୱୀକୃତି ଲାଭ କଲା ସମ୍ ଅଲ୍‌ଟିମେଟ୍ ମେଡିକେୟାର

ଭୁବନେଶ୍ୱର: ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ମାନ୍ୟତାର ପ୍ରତୀକ ନ୍ୟାସ୍‌ନାଲ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲ୍‌ଥ କେୟାର ପ୍ରୋଭାଇଡର୍ସ (ଏନଏବିଏଚ୍‌) ସାର୍ଟିଫିକେଟ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି ଦ ୱାନ୍ ଷ୍ଟପ୍‌, ନେକ୍ସ ଜେନେରେସନ୍ ମଲ୍ଟିସ୍ପେଶିଆଲ୍‌ଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍‌ଟିମେଟ୍ ମେଡିକେୟାର (ସମ୍ମମ୍‌)। ଏନ୍‌ଏବିଏଚ୍ ହେଉଛି କ୍ୱାଲିଟି କାଉନ୍‌ସିଲ୍ ଅଫ୍ ଇଣ୍ଡିଆର କ୍ଷମତାପ୍ରାପ୍ତ ବୋର୍ଡ ଯାହାକି ଭାରତର ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିଥାଏ।

ଏନ୍‌ଏବିଏଚ୍ ୫ମ ସଂସ୍କରଣରେ ସ୍ୱୀକୃତି ପାଇବା ନେଇ ସମ୍ମମ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍। ଏହାର ସଦ୍ୟତମ ସଂସ୍କରଣ ଗତ ଏପ୍ରିଲ୍ ୨୦୨୦ରେ ପ୍ରକାଶ ପାଇଥିଲା। ଏହାର ୫ମ ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହୋଇ ନଥିବା ଆହୁରି ସମୟ ଥିବା ବେଳେ ସଫଳତାର ସହ ସମ୍ମମ୍ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସ୍ୱୀକୃତି ହାସଲ କରିପାରିଛି ବୋଲି ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର ଡଃ ଶ୍ୱେତପଦ୍ମା ଦାଶ।

କ୍ୟୁସିଆଇ ଓ ଏନ୍‌ଏବିଏଚ୍ ହସ୍ପିଟାଲ୍ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଅନୁଷ୍ଠାନଗୁଡ଼ିକ ନିମନ୍ତେ ପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ମାପଦଣ୍ଡ ପ୍ରସ୍ତୁତ କରିଥିବା ବେଳେ ଏନ୍‌ଏବିଏଚ୍ ମାନ୍ୟତା ନିମନ୍ତେ ୬୫୦ରୁ ଅଧିକ ନିୟମାବଳୀ ନିର୍ଦ୍ଧାରଣ କରିଛନ୍ତି। କୋଭିଡ କଟକଣା ଏବଂ ଅନ୍ୟାନ୍ୟ ସୀମାବଦ୍ଧତା ମଧ୍ୟରେ ଏନ୍‌ଏବିଏଚ୍‌ର ଏହି ମାପଦଣ୍ଡକୁ ପୂରଣ କରିବା ସମ୍
ପାଇଁ ଏକ ବଡ ଆହ୍ୱାନ ଥିଲା।

ତେବେ ଖୁବ୍ କମ୍ ସମୟ ମଧ୍ୟରେ ଆମେ ଏହା କରି ଦେଖାଇପାରିଛୁ ବୋଲି ଡଃ ଦାଶ କହିଛନ୍ତି। ହସ୍ପିଟାଲ୍‌ର କନ୍‌ସଲ୍‌ଟାଂଟ, ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କର ଇଚ୍ଛାଶକ୍ତି ଓ ଦୃଢ଼ ମନୋଭାବ ତଥା ହସ୍ପିଟାଲ୍ ଆରମ୍ଭ ହେବା ଦିନଠାରୁ ଉନ୍ନତମାନର ବ୍ୟବସ୍ଥା ପ୍ରଦାନ ଏବଂ ନିୟମ ପାଳନ କରାଯାଉଥିବାରୁ ସୀମିତ ସମୟ ସୀମା ମଧ୍ୟରେ ଏହା ସମ୍ଭବ ହୋଇପାରିଲା।

ଏହି ସମ୍ମାନଜନକ ଏନ୍‌ଏବିଏଚ ସ୍ୱୀକୃତି ପ୍ରଦାନ ଦ୍ୱାରା ସମ୍ମମ୍ ଦେଶର ବହୁ ପ୍ରତିଷ୍ଠିତ ହସ୍ପିଟାଲ୍ ମଧ୍ୟରେ ନିଜକୁ ସାମିଲ କରିପାରିଛି। ଉତ୍ତମ ଓ ସୁରକ୍ଷିତ ରୋଗୀ ସେବା ଓ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଆମେ ବଦ୍ଧପରିକର ବୋଲି ଡଃ ଦାଶ କହିଛନ୍ତି। ଏହି ସାର୍ଟିଫିକେଟ୍ ଆମ ଯାତ୍ରାର ଏକ ମାଇଲ୍‌ଖୁଂଟ ଭାବେ ଉଭା ହୋଇଛି ଏବଂ ଆମ ରୋଗୀମାନଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଦିଗରେ ଆମେ ଯେ ଉପଯୁକ୍ତ କାର୍ଯ୍ୟ କରୁଛୁ ତାହା ପ୍ରମାଣିତ ହୋଇଛି।

ଲୋକମାନଙ୍କ ଦ୍ୱାରା ହିଁ ବ୍ରାଣ୍ଡ ପ୍ରସ୍ତୁତ ହୋଇଥାଏ ଏବଂ ଆମେ ସେହି ଲୋକମାନଙ୍କୁ ନେଇ ଗର୍ବିତ ଯେଉଁମାନଙ୍କ ଦ୍ୱାରା ସମ୍ ଗଢ଼ିଉଠିଛି ବୋଲି ସେ କହିଛନ୍ତି। ସମ୍ ଅଲ୍ଟିମେଟ ମେଡିକେୟାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଅନ୍ୟ ଏକ ଉଦ୍ୟମ। ଏହା ଉନ୍ନତମାନର ରୋଗୀସେବା ସହ କ୍ଲିନିକାଲ୍ ଶିକ୍ଷା ଦାନ ଓ ଗବେଷଣାର ସୁଯୋଗ ସୃଷ୍ଟି କରିପାରିଛି। ସୋଆ ଓଡ଼ିଶାର ଶ୍ରେଷ୍ଠ ଡିମ୍‌ଡ ଟୁ ବି ୟୁନିଭର୍ସିଟି ଭାବେ ମଧ୍ୟ ପରିଗଣିତ ଅଟେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ: ନେଇଥିଲେ ଚାଇନା ଟୀକା

ନୂଆଦିଲ୍ଲୀ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଇମ୍ରାନଙ୍କ ସ୍ଵତନ୍ତ୍ର ସହକାରୀ ( ସ୍ୱାସ୍ଥ୍ୟ ସେବା) ଫେଜଲ ସୁଲତାନ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଆଇସୋଲେସନରେ ଅଛନ୍ତି।

ହେଲେ ଇମ୍ରାନ ଖାନ ସିନୋଭାକ ଏବଂ ସିନୋଫାର୍ମ ନାମକ ଚାଇନିଜ କରୋନା ଟୀକା ନେଇଥିଲେ। କରୋନା ଟିକା ନେବା ପରେ ମଧ୍ୟ ଇମ୍ରାନ କରୋନାରେ ସଂକ୍ରମଣ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂକ୍ରମଣ ହେଲା ପରେ ତାଙ୍କର ସମସ୍ତ ଅଧିକାରୀ ଏବଂ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଯାଉଛି।

Categories
ଫଟୋ ଖବର

ଓଡିଶା ପୋଷ୍ଟ ତରଫରୁ ଆୟୋଜିତ ବିଜିନେସ ଆୱାର୍ଡ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡିଶା ପୋଷ୍ଟ ତରଫରୁ ଆୟୋଜିତ ବିଜିନେସ ଆୱାର୍ଡ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବିଧାନର ୮ମ ଅନୁଚ୍ଛେଦରେ ହୋ ଏବଂ ମୁଣ୍ଡାରୀ ଭାଷା ସାମିଲ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବ ବିଜେଡି

ଭୁବନେଶ୍ୱର,  ଆଦିବାସୀମାନଙ୍କ ଦ୍ୱାରା ବହୁଳ ବ୍ୟବହାର ହେଉଥିବା ଭାଷା ହୋ ଏବଂ ମୁଣ୍ଡାରୀକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି । ଏହି ଭାଷାଗୁଡିକୁ ସମ୍ବିଧାନରେ ସାମିଲ୍‌ର ବହୁଳ ଆବଶ୍ୟକତା ରହିଥିବା ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେଡି ବିଧାୟିକା ବାସନ୍ତୀ ହେମ୍ବ୍ରମ ଏବଂ ବିଜେଡିର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ।

ସାମ୍ବାଦିକ  ସମ୍ମିଳନୀରେ ବିଜେଡିର ଏହି ତିନି ନେତା ଦର୍ଶାଇଛନ୍ତି ଯେ ଗୋଟିଏ ଜାତିର ପରିଚୟ ପାଇଁ ଭାଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଓଡିଶା ଜନସଂଖ୍ୟାର ୨୨.୮୫ ପ୍ରତିଶତ ଅନୁସୂଚିତ ଜନଜାତି ହୋଇଥିବାବେଳେ ୧୩ ପ୍ରକାରର ବିଲୁପ୍ତପ୍ରାୟ ଜନଜାତିଙ୍କ ସହିତ ମୋଟ୍‍ ୬୨ ପ୍ରକାର ଜନଜାତି ଏଠାରେ ବସବାସ କରୁଛନ୍ତି । ହୋ ଏବଂ ମୁଣ୍ଡାରୀ ଭାଷାକୁ ସମ୍ବିଧାନରେ ସାମିଲ ପାଇଁ ଦୀର୍ଘଦିନରୁ ରାଜ୍ୟର ଆଦିବାସୀମାନେ ଦାବିକରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଦୁଇଟି ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ କହିଛନ୍ତି ।

ଓଡିଶା ଓ ଝାଡଖଣ୍ଡରେ ବସବାସ କରୁଥିବା ପ୍ରାୟ ୧୦ଲକ୍ଷ ବ୍ୟକ୍ତି ହୋ ଭାଷା ବ୍ୟବହାର କରନ୍ତି । ସମ୍ବିଧାନରେ ସାମିଲ ହୋଇଥିବା ସାନ୍ତାଳି ପରେ ହୋ ହେଉଛି ଓଡିଶାର ଆଦିବାସୀଙ୍କ ପ୍ରଚଳିତ ଦ୍ୱିତୀୟ ବୃହତ୍‍ ଭାଷା । ସେହିଭଳି ମୁଣ୍ଡା ଏବଂ ମୁଣ୍ଡାରୀ ଆଦିବାସୀ ସମ୍ପ୍ରଦାୟର ୬ଲକ୍ଷରୁ ଅଧିକ ଲୋକ ମୁଣ୍ଡାରୀ ଭାଷା ବ୍ୟବହାର କରନ୍ତି । ଓଡିଶାରେ ବ୍ୟବହୃତ କେତେକ ଆଦିବାସୀ ଭାଷା ରହିଛି ଯାହା ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ଯୋଗ୍ୟ । ତେଣୁ ଏହି ଦୁଇ ଭାଷା ହୋ ଏବଂ ମୁଣ୍ଡାରୀକୁ ସମ୍ବିଧାନରେ ସାମିଲ ପାଇଁ ବିଜେଡି ପକ୍ଷରୁ ଦୃଢ ଦାବି କରାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଇଂରେଜ ସମୟରୁ ଭାଷା ପାଇଁ ସଂଗ୍ରାମ ଜାରି ରହିଛି । ସାଢେ ୪ କୋଟିରୁ ୧ କୋଟି ମାତୃଭାଷାକୁ ଅଲଗା ଭାବେ ବ୍ୟବହାର କରନ୍ତି । ସେ କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ପରି ଭାଷା । ରାଜନୈତିକ ଦଳ ର୍ନିବାଚନ ଇସ୍ତାହାରରେ ଏହାକୁ ଉଲ୍ଲେଖ କରିଥିଲେ, ହେଲେ କଲେନି । ଏଥିପାଇଁ ଏକ ବିଶେଷଜ୍ଞ କମିଟି ହୋଇଥିଲା ଓ କମିଟି ତାହାର ରିପୋର୍ଟ ଦେଇଛି । ଆମେ ସବୁ ସାମ୍ବିଧାନିକ ପ୍ରକ୍ରିୟା ସାରିଛୁ । ଏ ସଂକ୍ରାନ୍ତରେ ଆମେ ରାଷ୍ଟ୍ରପତିଙ୍କୁ ଭେଟିବୁ । ତାଙ୍କର ଏହି କ୍ଷମତା ଅଛି ବୋଲି ସେ କହିଛନ୍ତି । ସେହିଭଳି ବିଧାୟିକା ଶ୍ରୀମତୀ ହେମ୍ବ୍ରମ କହିଛନ୍ତି ଯେ ଭାରତରେ ୩୦ ଲକ୍ଷ ଓ ଓଡ଼ିଶାରେ ୧୦ ଲକ୍ଷ ହୋ ଭାଷା ବ୍ୟବହାର କରନ୍ତି । ଏହାକୁ ମାନ୍ୟତା ନ ମିଳିଲେ, ଆଗାମୀ ଦିନରେ ଏହା ଲୋପ ପାଇଯିବ ।

ଶ୍ରୀମତୀ ମିଶ୍ର କହିଛନ୍ତି ଯେ କୋଶଳୀ ବହୁତ ମିଠା ଭାଷା । ୭୫ ଲକ୍ଷ ଲୋକ ଏହି ଭାଷା କହନ୍ତି । କୋଶଳୀରେ ରାମାୟଣ, ମହାଭାରତ ରଚନା କରାଯାଇଛି । ଏହି ଭାଷା ମନକୁ ପ୍ରଫୁଲିତ କରେ । ନୂଆଖାଇ ଭେଟଘାଟ ସାରା ଦେଶରେ ଆଦୃତ । ଲୋକ ଏହି ଭାଷାକୁ ଆଗେଇ ନେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ଏହାକୁ ଅଷ୍ଟମ ଅନୁଛେଦରେ ସାମିଲ କରନ୍ତୁ। ଆମ ପଶ୍ଚିମ ଓଡ଼ିଶାରୁ ଅନେକ ବିଜେପି ସାଂସଦ ଅଛନ୍ତି । ସେମାନେ ଏହି କଥା ସଂସଦରେ ଉଠେଇଲେ, ରାଜ୍ୟବାସୀ ଧନ୍ୟ ହେବେ ।

ପଶ୍ଚିମ ଓଡିଶାରେ ନିୟମିତ ଭାବେ ଏହି ଭାଷାରେ ପ୍ରବନ୍ଧ, କର୍ମଶାଳା, ଗୋଷ୍ଠିଗତ ଆଲୋଚନା ଏବଂ କବିତା ପାଠ ଆଦି ଆୟୋଜିତ ହେଉଛି । ପଶ୍ଚିମ ଓଡିଶାରେ ପ୍ରାଥମିକ ଶ୍ରେଣୀରେ କୋଶଳୀ ଭାଷାରେ ପଢାଇବା ଲାଗି ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି । ତେଣୁ ଯେଉଁଠାରେ ପିଲା ଓଡିଆ ଭାଷା ବୁଝିପାରୁ ନାହାନ୍ତି ସେଠାରେ ଏହା ଅଧାରୁ ପାଠ ଛାଡିବା ହ୍ରାସ କରିବ । ତେଣୁ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ନିମୟିତ ଭାବେ ଦାବି ହୋଇ ଆସୁଥିବା ବିଜେଡି ପକ୍ଷରୁ କୁହାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ବିଧାନସଭା ନିର୍ବାଚନ: ଆସାମ ଲୋକଙ୍କ ପାଇଁ ରାହୁଲ ଗାନ୍ଧୀ ଘୋଷଣା କଲେ ୫ ଟି ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଆସାମରେ ଦୁଇ ଦିନିଆ ପ୍ରଚାର ପାଇଁ ପହଞ୍ଚିଛନ୍ତି। ସେ ଜୋରହାଟ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରର ମୋଦୀ ସରକାରକୁ ସମାଲୋଚନା କରିଛନ୍ତି। ଏହାସହିତ ଆସାମ ଲୋକଙ୍କ ପାଇଁ କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି ଥିବା ୫ ଟି  କାମ ଘୋଷଣା କରିଛନ୍ତି।

ସେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, କଂଗ୍ରେସ ସରକାର ଆସିଲେ ଆସାମରେ ସିଏଏ ଲାଗୁ କରିବେ ନାହିଁ। ଦ୍ଵିତୀୟରେ ଚା’ ଶ୍ରମିକମାନଙ୍କ ପାଇଁ ୩୬୫ ଟଙ୍କା ମଜୁରୀ କରିବେ, ଯାହା ଏବେ ୧୬୫ ଟଙ୍କା ମିଳୁଛି। ତୃତୀୟରେ ପ୍ରତ୍ୟେକ ପରିବାରକୁ ୨ ଶହ ୟୁନିଟର ବିଦ୍ୟୁତ ମୁକ୍ତରେ ମିଳିବ। ଚତୁର୍ଥରେ ମହିଳାଙ୍କୁ ପ୍ରତ୍ୟେକ ମାସରେ ଦୁଇ ହଜାର ଟଙ୍କା ମିଳିବ। ଏବଂ ପଞ୍ଚମରେ ପାଞ୍ଚ ଲକ୍ଷ ଲୋକଙ୍କୁ କଂଗ୍ରେସ ରୋଜଗାର ଦେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ପଖାଳ ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ପୁରୀ: ଆଜି ପଖାଳ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ବାଲୁକା କଳା। ଏଥିରେ ସେ ବାଲୁକାରେ କଂସା ବେଲାରେ ପଖାଳ, ଶୁଖୁଆ ଭଜା, ବଡି, ବଡିଚୁରା ପ୍ରଭୃତି ଖାଦ୍ୟ ନିର୍ମାଣ କରିଛନ୍ତି। ସେହିପରି ଏକ ବଡ କଦଳୀ ପତ୍ରରେ ପଖାଳ ଦିବସ ଉପଲକ୍ଷେ ଶୁଭେଚ୍ଛା ବୋଲି ଉଲ୍ଲେଖ କରିଛନ୍ତି। ଓଡିଆ ଘରର ଚିତା ଉପରେ ଓଡିଆ ଖାଦ୍ୟକୁ ନେଇ ଏହି ବାଲୁକା କଳା ବେଶ ଆକର୍ଷଣୀୟ ଦେଖା ଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ମାହାଙ୍ଗା ହତ୍ୟାକାଣ୍ଡ ଘଟଣା: ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଜେପିର ଶୋଭାଯାତ୍ରା

ଭୁବନେଶ୍ବର: ମାହାଙ୍ଗା ବିଜେପି ନେତାଙ୍କ ହତ୍ୟାକାଣ୍ଡ ଘଟଣାରେ ଆଜି ରାଜଧାନୀରେ ରାଜ୍ୟ ବିଜେପି ପ୍ରତିବାଦ କରୁଛି। ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ବିଜେପି ଅଭିଯୋଗ କରିଛି। ଏହାସହ ମନ୍ତ୍ରୀଙ୍କ ଗିରଫ ଦାବିରେ ବିଧାନସଭା ଘେରାଉ କରିବା ପାଇଁ ବିଜେପି ଯୋଜନା କରୁଛି।

ସେଥିପାଇଁ ରାଜ୍ୟ କାର୍ଯ୍ଯାଳୟରୁ ବିଧାନସଭା ଅଭିମୁଖେ ବିଜେପି ପଦଯାତ୍ରା କରୁଛି। ତତସହିତ ଏହି ପ୍ରତିବାଦରେ ମାହାଙ୍ଗାରୁ ବାହାରିଥିବା ସଦଭାବନା ଶୋଭାଯାତ୍ରା ମଧ୍ୟ ସାମିଲ ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ବିଜେପିର ଶୋଭାଯାତ୍ରା ଆରମ୍ଭ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଖାଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା, ପୋଷ୍ଟ କଲେ ପଖାଳଖିଆ ଫଟୋ

ଭୁବନେଶ୍ବର, ଆଜି ହେଉଛି ପଖାଳ ଦିବସ। ଏହି ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେତିକି ନୁହେଁ ସେ ଟୁଇଟ କରି ଏକ ପୁରୁଣା ଫଟୋ ପକାଇଛନ୍ତି। ଯେଉଁଥିରେ ନବୀନଙ୍କ ସହିତ ଭାରତର ପ୍ରମୁଖ 4ଜଣ ନେତା ପଖାଳ ଖାଉଥିବାର ଦେଖାଯାଇଛି। ସେମାନେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବତ୍ତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜି, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା ଏବଂ ସୀତାରମ ୟୁଚୁରୀ।

କିଛି ବର୍ଷ ତଳେ ନବୀନ ନିବାସରେ ନବୀନ ପଟ୍ଟନାୟକ ଏହି ଅତିଥିମାନଙ୍କୁ ଖାଇବାକୁ ଡାକିଥିଲେ। ସେମାନଙ୍କୁ ଓଡିଆ ଘରର ବାଇଗଣ ପୋଡା ବଡଚୁରା ପରି ଖାଦ୍ୟ ଦିଆଯାଇଥିଲା। ସେହିପରି କଂସା ବେଲାରେ ସେମାନଙ୍କୁ ପଖାଳ ପରଷା ଯାଇଥିଲା। ଏଥିରେ ନବୀନ କହିଛନ୍ତି ଯେ, ମୋର ପଖାଳ ହେଉଛି ସବୁଠୁ ପ୍ରିୟ ଖାଦ୍ୟ। ଯେଉଁମାନେ ଅତିଥି ଆସନ୍ତି ସେମାନଙ୍କୁ ମଧ୍ୟ ପଖାଳ ପରିଷା ଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ହୋଲି ଏବଂ ଦୋଳ ମେଳଣ ପାଇଁ ରାଜଧାନୀ ଭୁବନେଶ୍ବରରେ ଲାଗିଲା କରୋନା କଟକଣା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମହାନଗର ଅଞ୍ଚଳରେ ହୋଲି ଏବଂ ଦୋଳ ମେଳଣ ପାଇଁ କରୋନା କଟକଣା ଲାଗିଛି। ସର୍ବସାଧାରଣ ସ୍ଥାନରେ ହୋଲି ପାଳନ କରିବା ପାଇଁ ନିଷେଦ୍ଧ କରାଯାଇଛି। ଗୋଟିଏ ସ୍ଥାନରେ ୬୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ। ୧୦ ଟି ଦୋଳ ବିମାନ ଏକତ୍ରିତ ହୋଇ ଆସିବାକୁ ବାରଣ କରାଯାଇଛି। ପ୍ରତ୍ୟେକ ଠାକୁରଙ୍କ ସାଥିରେ ୪/୫ ଜଣ ଆସିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ତେବେ ବର୍ତ୍ତମାନ ହୁବନେଶ୍ବରର କରୋନା ସ୍ଥିତି ଗମ୍ଭୀର ହୋଇନି, ନିୟନ୍ତ୍ରଣରେ ରହିଛି ବୋଲି କମିଶନର କହିଛନ୍ତି। କିନ୍ତୁ ଗାଇଡ଼ଲାଇନ ନମାନିଲେ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ସେ ଲୋକଙ୍କୁ ସତର୍କ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୨୦ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୧ ଜଣ ଚିହ୍ନଟ ହୋଇଥିବା ବେଳେ ୪୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୭୧୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୯୯୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୫୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୨ ଟି ଜିଲ୍ଲାରୁ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୨୬ ଜଣ, ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ଵର ଜିଲ୍ଲାରୁ ୪ ଜଣ, ବରଗଡ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୩ ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୧୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୂଆପଡା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୩ ଜଣ, ରାୟଗଡା ଜିଲ୍ଲାରୁ ୩ ଜଣ, ସମ୍ବଲପୁର ଜିଲ୍ଲାରୁ ୧୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୬ ଜଣ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଅନ୍ତିମ ଟି-୨୦: ଭାରତୀୟ ପ୍ଲେଇଂ ଏକାଦଶରେ ହୋଇପାରେ ଛୋଟଧରଣର ପରିବର୍ତ୍ତନ

ଅହମ୍ମଦାବାଦ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଟି-୨୦ର ଅନ୍ତିମ ମ୍ୟାଚ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚଟି ଫାଇନାଲ ଭଳି ଖେଳାଯିବ। ଯେଉଁ ଦଳ ଏହି ମ୍ୟାଚରେ ବିଜୟ ଲାଭ କରିବ, ସେହି ଦଳ ସିରିଜ କବ୍ଜା କରିବ। ବର୍ତ୍ତମାନ ଉଭୟ ଦଳ ୪ ଟି ମ୍ୟାଚରୁ ୨ ଟି ଲେଖାଏଁ ମ୍ୟାଚରେ ଜିତି ସିରିଜ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି। ଆଜିର ମ୍ୟାଚ ସନ୍ଧ୍ୟା ୭ ଟାରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬:୩୦ ରେ ଟସ୍ ପଡ଼ିବ।

ତେବେ ସିରିଜର ଏହି ଅନ୍ତିମ ମ୍ୟାଚରେ ଭାରତୀୟ ଦଳରେ ବଡ ଧରଣର ପରିବର୍ତ୍ତନ ହେବା ଦେଖା ଯାଉନାହିଁ। ଖରାପ ଫର୍ମରେ ଗତି କରୁଥିବା କେ ଏଲ ରାହୁଲଙ୍କୁ ବାହାର କରିବାକୁ ଅଧିନାୟକ ବିରାଟ କୋହଲୀ ବାଧ୍ୟ ହୋଇପାରନ୍ତି। ରାହୁଲ ଚାରୋଟି ମ୍ୟାଚରେ ମାତ୍ର ୧୪ ରନ ସଂଗ୍ରହ କରିପାରିଛନ୍ତି। ଯେଉଁଥିରେ ସେ ପ୍ରଥମ ତିନୋଟି ମ୍ୟାଚରେ କ୍ରମାଗତ ଶୂନ୍ୟରେ ଆଉଟ ହୋଇଥିଲେ। ଈଶାନ କିଶନ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ସଫଳତା ଯୋଗୁଁ ରାହୁଲଙ୍କ ସମସ୍ୟା ବଢିଯାଇଛି।

ପ୍ରଥମ ମ୍ୟାଚରେ ଇଶାନ ଅର୍ଦ୍ଧଶତକ ପାଳି ଖେଳିଥିଲେ। ହେଲେ ପରବର୍ତ୍ତୀ ମ୍ୟାଚରେ ସେ ମାତ୍ର ୪ ରନରେ ଆଉଟ ହୋଇଥିଲେ। କିନ୍ତୁ ଚତୁର୍ଥ ମ୍ୟାଚରେ ଈଶାନ ଆହତ ହେବା କାରଣରୁ ସୂର୍ଯ୍ୟ କୁମାରଙ୍କୁ ଦଳରେ ସାମିଲ କରାଯାଇଥିଲା। ସୂର୍ଯ୍ୟ କୁମାର ମଧ୍ୟ ନିଜର ପଦାର୍ପଣ ମ୍ୟାଚରେ ଧୂଆଁଧାରା ପାଳି ଖେଳି ୩୧ ବଲରେ ୫୭ ରନ ସଂଗ୍ରହ କରିଥିଲେ। ଯାହାଫଳରେ ସେମାନଙ୍କର ଅନ୍ତିମ ମ୍ୟାଚ ଖେଳିବା ସମ୍ଭାବନା ଦେଖାଯାଉଛି।

ରୋହିତ ଶର୍ମାଙ୍କ ସାଥିରେ ଈଶାନ କିଶନଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିପାରେ। ଏବଂ ତୃତୀୟ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ ପାଇଁ ଓହ୍ଲାଇ ପାରନ୍ତି। ତାପରେ ଅଧିନାୟକ ବିରାଟ, ପଞ୍ଚମ ସ୍ଥାନରେ ରିଷଭ ପନ୍ତ, ଷଷ୍ଠ ସ୍ଥାନରେ ଶ୍ରେୟସ ଆୟର ଏବଂ ସପ୍ତମ ସ୍ଥାନରେ ହାର୍ଦ୍ଧିକ ପାଣ୍ଡ୍ୟା ବ୍ୟାଟିଂ କରିପାରନ୍ତି।

ଏହା ସହିତ ଚାରି ଜଣ ବୋଲରଙ୍କ ମଧ୍ୟରୁ ସ୍ପିନର ରୂପେ ୱାଶିଂଟନ ସୁନ୍ଦର, ରାହୁଲ ଚହର ଖେଳିପାରନ୍ତି। ରାହୁଲ ଚହର ପୂର୍ବ ମ୍ୟାଚର ଭଲ ପ୍ରଦର୍ଶନ ପାଇଁ ପୁଣିଥରେ ପଞ୍ଚମ ମ୍ୟାଚରେ ସୁଯୋଗ ମିଳିପାରେ। ରାହୁଲ ଚହର ପୂର୍ବ ମ୍ୟାଚରେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ। ରାହୁଲଙ୍କ ଭଲ ପ୍ରଦର୍ଶନ ଲାଗି ୟୁଜବେନ୍ଦ୍ର ଚହଲଙ୍କୁ ବାହାରେ ବସିବାକୁ ପଡ଼ିପାରେ। ସେହିପରି ଦ୍ରୁତ ବୋଲର ଭାବେ ଭୁବନେଶ୍ଵର କୁମାର ଏବଂ ଶ୍ରାଦ୍ଧୁଳ ଠାକୁରଙ୍କୁ ପୁଣି ଥରେ ପ୍ଲେଇଂ ଏକାଦଶରେ ସାମିଲ କରାଯାଇପାରେ।

Categories
ଆଜିର ଖବର ଜାତୀୟ ଖବର

କିଏ ହେବେ ଉଚ୍ଚତମ ନ୍ୟାୟଳୟର ପରବର୍ତ୍ତୀ ମୁଖ୍ୟ ବିଚାରପତି?: ନ୍ୟାୟାଧୀଶ ବୋବଡେଙ୍କୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁସାରେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କୁ କେନ୍ଦ୍ର ସରକାର ଚିଠି ଲେଖି ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଛି।

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଉଚ୍ଚତମ ନ୍ୟାୟଳୟର ମୁଖ୍ୟ ବିଚାରପତି ଏସ ଏ ବୋବଡେଙ୍କୁ ଚିଠି ଲେଖି ତାଙ୍କ ପରେ କିଏ ୪୮ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବେ ବୋଲି ପଚାରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ନ୍ୟାୟାଧୀଶ ଏସ ଏ ବୋବଡେ ଆସନ୍ତା ଏପ୍ରିଲ ୨୩ ତାରିଖରେ ଅବସର ଗ୍ରହଣ କରୁଛନ୍ତି। ନ୍ୟାୟାଧୀଶ ଏନ ବି ରମନା ଉଚ୍ଚତମ ନ୍ୟାୟଳୟରେ ବରିଷ୍ଠ ବିଚାରପତି ଅଟନ୍ତି। ସେ ପରବର୍ତ୍ତୀ ମୁଖ୍ୟ ବିଚାରପତି ଧାଡ଼ିର ଆଗରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୪୦ ହଜାର ୯୫୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୦ ହଜାର ୯୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୮୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୫ ଲକ୍ଷ ୫୫ ହଜାର ୨୮୪ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୫୫୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୧ ଲକ୍ଷ ୭ ହଜାର ୩୩୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୮୮ ହଜାର ୩୯୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ବର, ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଆଜି ସଂଧ୍ୟା 6ଟାରେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟଶାସନ ସଚିବ. ପୋଲିସ ମହାନିର୍ଦ୍ଦେଶକ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭଭନ ଯାଇ ସେଠାରେ ରାତ୍ରୀଯାପନ କରିବେ।

ରବିବାର ସକାଳୁ ରାଷ୍ଟ୍ରପତି ସ୍ବତନ୍ତ୍ର ହେଲିକାପ୍ଟରରେ ଝାରସୁଗୁଡା ଯାଇ ରାଉରକେଲା ଯିବେ। ସେଠାରେ ଏନଆଇଟିର ସମାବର୍ତ୍ତି ଉତ୍ସବରେ ଯୋଗଦେବେ। ଅପରାହ୍ନରେ ରାଉରକେଲା ସୁପର ସ୍ପେସାଲିଟ ହସପିଟାଲର ଉଦଘାଟନ କରିବେ। ଏହାପରେ ସେ ରାଜଭବନ ଫେରିଆସିବେ।

ସୋମବାର ସକାଳୁ ରାଷ୍ଟ୍ରପତି ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବେ। ଏହାପରେ କୋଣାର୍କ ଆସି ସେଠାରେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନରେ କୋଣାର୍କ ମନ୍ଦିର ଦେଖିବେ। ସେଠାରୁ ଭୁବନେଶ୍ବର ବିମାନବନ୍ଦର ଆସି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦେଖି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଶତାଦ୍ଧୀ ଏକ୍ସପ୍ରେସ, ଗୋଟିଏ ବଗିରୁ ବାହାରିଲା ନିଆଁ

ନୂଆଦିଲ୍ଲୀ, ଆଜି ଭୋରରୁ ଦିଲ୍ଲୀ ଲକ୍ଷ୍ନୌ ଶତାଦ୍ଧୀ ଏକ୍ସପ୍ରେସର ଜେନେରେଟର ବଗିରେ ନିଆଁ ଲାଗିଯାଇଛି। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଆଜି ସକାଳ 6 ଟା 45 ରେ ଏହି ଟ୍ରେନରେ ନିଆଁ ବାହାରିଥିଲା। ତୁରନ୍ତ ଘଟଣା ସ୍ଥଳରେ ରେଳ ବିଭାଗ ତରଫରୁ ପଦକ୍ଷେପ ନେଇ ନିଆଁକୁ ଆୟତ କରାଯାଇଥିଲା। ପରେ ବଗିକୁ ଟ୍ରେନରୁ ଅଲଗା କରାଯାଇଥିଲା।

ଘଟଣାରୁ ଜଣାପଡିଛି ଯେ, ଶତାଦ୍ଧୀ ଏକ୍ସପ୍ରେସ ଗାଜିଆବାଦ ଷ୍ଟେସନରେ ଛିଡା ହୋଇଥିବା ବେଳେ ଏହି ନିଆଁ ପରିଲକ୍ଷିତ ହୋଇଥିଲା। ଫଳରେ ଯାତ୍ରୀମାନେ ଭୟଭିତ ହୋଇ ଟ୍ରେନରୁ ଓହ୍ଲାଇପଡିଥିଲେ। ନିଆଁକୁ ଆୟତ କରି ବଗିକୁ ଅଲଗା କରିବା ପରେ ଟ୍ରେନଟି ସକାଳ 8ଟା 20ରୁ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଗୃହ ଯୋଗାଣ କ୍ଷେତ୍ରରେ କେନ୍ଦ୍ର ବୈମାତୃକ ମନୋଭାବ ଦେଖାଉଛି ବୋଲି ଅଭିଯୋଗ କଲା ବିଜେଡି

ଭୁବନେଶ୍ୱର, ଓଡିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ)ରେ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସାମାଜିକ ଅର୍ଥନୈତିକ ଜାତି ଭିତ୍ତିକ ଗଣନା (ଏସ୍‍ଇସିସି) ତାଲିକାରୁ ପକ୍କାଘର ଦେଇଥାନ୍ତି । ବର୍ତ୍ତମାନ ଏହି ଏସ୍‍ଇସିସିରେ ଥିବା ପ୍ରତୀକ୍ଷା ତାଲିକା (ୱେଟିଙ୍ଗ ଲିଷ୍ଟ) ସମ୍ପୂର୍ଣ୍ଣ ହୋଇଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ଓଡିଶାକୁ ଦିଆଯାଇଥିବା ୬ଲକ୍ଷ ଘରର ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ବୋଲି ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଚାନ୍ଦବାଲି ବିଧାୟକ ତଥା ମୁଖପାତ୍ର ଓ ବିଜୁ ଯୁବ ଜନତାଦଳ ରାଜ୍ୟ ସଭାପତି ଡଃ.ବ୍ୟୋମକେଶ ରାୟ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।

ଉଭୟ ନେତା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଫନି ଦ୍ୱାରା ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ସେତେବେଳେ ଗୋଟିଏ ମାସ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ୱେବପୋର୍ଟାଲ ଖୋଲା ଥିଲା । ପାଖାପାଖି ୮ଲକ୍ଷ ଘରକୁ ଆବାସ ଯୁକ୍ତ ଯୋଜନାରେ ତାଲିକାଭୁକ୍ତ କରାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥାୟୀ ପ୍ରତୀକ୍ଷା ତାଲିକା ଅର୍ନ୍ତଭୁକ୍ତ କରାଯାଇ ନାହିଁ । ଫନି ହୋଇନଥିବା ରାଜ୍ୟର ଅନ୍ୟ ୧୬ଟି ଜିଲ୍ଲାରେ ପାଖାପାଖି ୬ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୁକ୍ତ ଯୋଜନାରେ ମଧ୍ୟ ସାମିଲ କରାଯାଇ ନାହିଁ । କିନ୍ତୁ ରାଜ୍ୟ ସରକାର ସେହି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ସହିତ ତାଲିକା ପ୍ରସ୍ତୁତ କରିଛନ୍ତି । ଏଭଳି ଭାବେ ମୋଟ୍‍ ୧୪ଲକ୍ଷ ଯୋଗ୍ୟ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ।

୨୦୧୯ ମାର୍ଚ୍ଚ ୧୭ ତାରିଖରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ ପାଇଁ ସମସ୍ତ ରାଜ୍ୟକୁ କହିଥିଲେ । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ନୂଆ ସ୍ଥାୟୀ ପ୍ରତୀକ୍ଷା ତାଲିକା ସଂଯୋଗ କରିବାପାଇଁ ଅନୁମତି ଦେଇ ନାହାନ୍ତି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିବା ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ ।

ବିଜେପି ଶାସିତ ରାଜ୍ୟ ଯଥା ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜୁରାଟ, ସିକିମ, ଲଦାଖ, ଦାଦ୍ରା ନଗର ହାବେଳି ଇତ୍ୟାଦି ଆବାସ ଯୁକ୍ତ ଯୋଜନାରେ ନୂତନ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ସାମିଲ କରିସାରିଥିବାବେଳେ ଓଡିଶାକୁ କିନ୍ତୁ ବାଦ୍‍ ଦିଆଯାଇଛି । ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ୨୦୧୬-୧୭ରେ ଓଡିଶା ସମଗ୍ର ଦେଶରେ ଦ୍ୱିତୀୟ ଏବଂ ୨୦୧୭-୧୮ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡିଶା ପ୍ରତି ଏଭଳି ବୈମାତୃକ ମନୋଭାବକୁ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରାଯାଇଛି ।

ଫନି ସମୟରେ କେନ୍ଦ୍ର ସରକାର ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ପକ୍କାଘର ଦେବାର ପ୍ରତିଶ୍ରୁତି ଦେଇଥିଲେ । ବିଭିନ୍ନ ସମୟରେ ଆଧାରକାର୍ଡ ଓ ଜବ୍‍ କାର୍ଡ ଭଳି ଆନୁଷଙ୍ଗିକ କାଗଜପତ୍ର ବାରମ୍ବାର ମଗାଯାଇଥିଲା । ଓଡିଶା ସରକାର ଏହାକୁ ଯୋଗାଇ ଦେବା ସତ୍ତ୍ୱେ କୌଣସି ଘର ମିଳିଲା ନାହିଁ । ଯେଉଁଥିରୁ କେନ୍ଦ୍ର ସରକାରଙ୍କର ଓଡିଶା ପ୍ରତି ଥିବା ବୈମାତୃକ ମନୋଭାବ ସ୍ପଷ୍ଟ ଭାବେ ବାରିହୋଇ ଯାଉଛି । ଲୋକେ ଜନପ୍ରତିନିଧିଙ୍କୁ ନିର୍ବାଚିତ କରନ୍ତି ତାଙ୍କ ଦାବିକୁ କେନ୍ଦ୍ର ସରକାରଙ୍କ ଆଗରେ ଉପସ୍ଥାପନା କରିବାପାଇଁ । ବିଡମ୍ବନା ହେଉଛି ବିଜେପି ସାଂସଦମାନେ ଓଡିଶା ଲୋକଙ୍କ ସ୍ୱାର୍ଥ ପାଇଁ ଲଢିବା ପରିବର୍ତ୍ତେ ଓଡିଶା ଲୋକଙ୍କୁ ତାଙ୍କ ହକ୍‌ରୁ ବଞ୍ଚାଇବାପାଇଁ ଅଣ୍ଟା ଭିଡିଛନ୍ତି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟରେ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଓଡିଶା କିଭଳି ପ୍ରଧାନମନ୍ତ୍ରୀ ଆବାସ କୋଟାରୁ ବଞ୍ଚିତ ହେବ ସେ ଦିଗରେ ତତ୍ପରତା ପ୍ରକାଶ କରୁଛନ୍ତି ।

କିଛିଦିନ ତଳେ ଦୁଇଜଣ ସାଂସଦଙ୍କ ଅଭିଯୋଗ କ୍ରମେ କେନ୍ଦ୍ରର ୭ଜଣିଆ ଟିମ୍‍ ଓଡିଶା ଆସିଥିଲେ । ୮୭୨ଟି ଘର ଉପରେ ଅଭିଯୋଗ ହୋଇଥିଲା । ସେଥିରୁ ମୋଟ୍‍ ୯୦ଜଣ ଘର ପାଇଛନ୍ତି । ଏହି ଅଳ୍ପ ସଂଖ୍ୟକ ଲୋକଙ୍କୁ ଆଳ କରି କେନ୍ଦ୍ର ସରକାର ସମଗ୍ର ରାଜ୍ୟବାସୀଙ୍କ ସ୍ୱାର୍ଥ ସହ ଖେଳୁଛନ୍ତି । ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଟିମ୍‍ ଦ୍ୱାରା ସନ୍ତୋଷଜନକ ରିପୋର୍ଟ କିମ୍ବା ଉତ୍ତର ହସ୍ତଗତ ହୋଇନାହିଁ । ତେଣୁ ଆମର ୧୪ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏ ବୈମାତୃକ ମନୋଭାବ କାହିଁକି ବୋଲି ଉଭୟ ଶ୍ରୀ ରାୟ ଓ ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି ।

୨୦୧୪-୧୫ ମସିହାରେ ଏନ୍‍ଡିଏ ସରକାର ଆସିବାପରେ ଇନ୍ଦିରା ଆବାସ ଯୋଜନା ଯାହାକି ୭୫:୨୫ ଅନୁଦାନ ହାରରେ ଓଡିଶାକୁ ମିଳୁଥିଲା । ତାକୁ ପରିବର୍ତ୍ତନ କରାଯାଇ ପିଏମ୍‍ଏୱାଇ (ଗ୍ରାମୀଣ) ଯୋଜନା ନାମରେ ୬୦:୪୦ ଅଂଶଧନରେ ଦିଆଗଲା । ଯାହାଦ୍ୱାରା ଓଡିଶା ଉପରେ ଅଧିକ ବୋଝ ଲଦି ଦିଆଗଲା । ଓଡିଶା ପିଏମ୍‍ଏୱାଇରେ ୪୦ ପ୍ରତିଶତ ଅର୍ଥ ଦେଇଛି ଏବଂ ତାହା ସହିତ ୪ମାସରେ ଘର କାମ ସାରୁଥିବା ହିତାଧିକାରୀଙ୍କୁ ୨୦ହଜାର ଏବଂ ୬ମାସରେ ଶେଷ କରୁଥିବା ହିତାଧିକାରୀଙ୍କୁ ୧୦ହଜାର ଟଙ୍କାର ପ୍ରୋତ୍ସାହନ ଯୋଗାଇ ଦେଉଛି ଏବଂ ଏଥିସହିତ ଓଡିଶା ସରକାର ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କ ଅର୍ଥ ବହନ କରୁଛନ୍ତି ।

ଯଦି ଏହାକୁ ଆକଳନ କରାଯାଏ ଏହା ପାଖପାଖି ୫୦:୫୦ ଅଂଶଧନ ଆକାରରେ ରାଜ୍ୟ ସରକାର ଖର୍ଚ୍ଚ ବହନ କରୁଛନ୍ତି । ତଥାପି ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଥିବା ଜାତୀୟ ଗ୍ରାମ୍ୟ ନିଶ୍ଚିତ ରୋଜଗାର ଯୋଜନାରେ ଘର ପିଛା ୧୭ହଜାରରୁ ୧୯ହଜାର ଟଙ୍କା ଦିଆଯାଏ । ୯୦ରୁ ୯୫ଦିନ ଦୈନିକ ପାରିଶ୍ରମିକ ହିସାବରେ ହିତାଧିକାରୀ ଏହା ପାଇଥାନ୍ତି। କିନ୍ତୁ କିଛି ବର୍ଷ ହେଲା ଏ ଟଙ୍କା କେନ୍ଦ୍ର ସରକାର ଦେଉନଥିବାରୁ ଅସନ୍ତୋଷ ବଢିବାରେ ଲାଗିଥିବା ଉଭୟ ନେତା ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଧର୍ମ ବ୍ୟବସାୟ ସ୍ବାସ୍ଥ୍ୟ

ଛୋଟିଆ ତୁଳସୀ ଗଛଟିଏ ଆପଣଙ୍କର ବିଶାଳକାୟ ଅଟ୍ଟାଳିକାକୁ କରିଦେବ ପରିବର୍ତ୍ତନ, କିପରି ?

କୋଲକାତା, ପ୍ରାୟତଃ ଅନେକଙ୍କ ଜୀବନରେ ଏହା ହିଁ ଘଟିଥାଏ। କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ଆସେ ନାହିଁ। ଯେଉଁ କାରଣରୁ ଜୀବନରେ ନିରାଶା ଭାବ ଆସେ। ଫଳରେ ଲୋକମାନେ ନିଜ ଭାଗ୍ୟକୁ ଦାୟୀ କରିବା ଆରମ୍ଭ କରନ୍ତି। କଠିନ ପରିଶ୍ରମ କରିବା ପରେ ସଫଳତା ନ ମିଳିଲେ ଭଗବାନଙ୍କୁ ଗାଳି କରିବା ଆରମ୍ଭ କରନ୍ତି। ଯଦି ଏହିପରି ଜୀବନରେ କିଛି ଭୁଲ ହୁଏ, ତେବେ ଏହା ବାସ୍ତୁର ଦୋଷବୋଲି କୁହା ଯାଇପାରେ।

ଅଜାଣତରେ ଲୋକମାନେ କିଛି ଭୁଲ କରନ୍ତି ଯାହା ଜୀବନକୁ ସିଧା ପ୍ରଭାବିତ କରିଥାଏ। ଶୁଭଫଳ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ। ଏହି କାରଣରୁ ଆମେ ସବୁବେଳେ ବାସ୍ତୁ ଶାସ୍ତ୍ର ସହିତ ଜଡିତ ଏହି ଜିନିଷଗୁଡ଼ିକୁ ପ୍ରତି ଧ୍ୟାନ ରଖିବା ଉଚିତ। ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ଉପଦେଶଗୁଡିକର ବେଶ୍ ଗୁରୁତ୍ୱ ରହିଛି।

ଘର ନିର୍ମାଣ କରିବା ସମୟରେ ବାସ୍ତୁ ଅନୁସାରେ କରିବା ଆବଶ୍ୟକ। ଯେତେବେଳେ ବାସ୍ତୁ ଶାସ୍ତ୍ର ବିଷୟରେ ଲୋକଙ୍କର କୈଣସି ଜ୍ଞାନ ନ ଥିଲା ସେତେବେଳେ ଭୁଲ ହୋଇଯାଉ ଥିଲା। ହେଲେ ବର୍ତ୍ତମାନ ସମସ୍ତେ ବାସ୍ତୁ ଅନୁଯାୟୀ ଘର ନିର୍ମାଣ କରିବାରେ ଲାଗିଛନ୍ତି। ଯଦି ବାସ୍ତୁ ଅନୁଯାୟୀ ଘର ନିର୍ମାଣ ହୋଇନାହିଁ, ତେବେ ଘରେ ବହୁ ଅଶାନ୍ତି ଆସିଥାଏ। ପରିବାର ସଦସ୍ୟଙ୍କ ଦେହ ବାରମ୍ବାର ଖରାପ ହୋଇଥାଏ।

ତେବେ ଏହାର ଏକ ଉପାଚାର ରହିଛି। ତାହା ହେଉଛି ଘରେ ଏକ ତୁଳସୀ ଗଛ ରଖନ୍ତୁ। ଏହା ସେହି ସ୍ଥାନର ବାସ୍ତୁ ତ୍ରୁଟିକୁ ସଂପର୍ଣ୍ଣ ଦୂର କରିଦେଇଥାଏ। ସେହି ତୁଳସୀ ଗଛରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୀପଟିଏ ଜାଳନ୍ତୁ। ଏହା ଦ୍ବାରା ଦେବୀ ଲକ୍ଷ୍ମୀ ପରିବାରକୁ ଆଶୀର୍ବାଦ କରିଥାନ୍ତି। ଘରେ କେବେବି ଟଙ୍କା ଏବଂ ଖାଦ୍ୟର ଅଭାବ ରହିବ ନାହିଁ ।

Categories
ଆଜିର ଖବର

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ବିପଦକୁ ମୁକାବିଲା କରିବା ପାଇଁ ଜଣେ କଣ କରିବା ଉଚିତ

ନୂଆଦିଲ୍ଲୀ, ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ।

କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି।

ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ ପତ୍ନୀଙ୍କୁ ମଧ୍ୟ ତ୍ୟାଗ କରିବାକୁ ପଛାଇବେ ନାହିଁ। ଯଦି କୌଣସି ରୋଜଗାର ପାଇଁ ଘରର ସଂପତି ଏବଂ ପତ୍ନୀଙ୍କଠାରୁ ଦୂରେଇ ରହିବାର ଆବଶ୍ୟକ ଥାଏ ତେବେ ତାହା କରିପାରନ୍ତି।

ଅନେକ ଧନ ଏବଂ ପତ୍ନୀ ମୋହରେ ପଡି କିଛି କରନ୍ତି ନାହିଁ। ହେଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ତୋଳି ପାରନ୍ତି ନାହିଁ। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଧନ ସଂଞ୍ଚୟ ମଧ୍ୟ ଏକ କାଠିକର ବ୍ୟାପାର। କାରଣ ଲକ୍ଷ୍ମୀ ଚଳଚଞ୍ଚଳା। ତାହା ଯେମିତି ଆସେ ସେମିତ ଚାଲିଯାଏ। ସେଥିପାଇଁ ବୁଦ୍ଧିମାନ ଲୋକ ଧନକୁ ଠିକ ଭାବେ ସଞ୍ଚୟ କରି ରଖି ପାରିଥାଏ। ହେଲେ ସମସ୍ତେ ତାହା କରିପାରନ୍ତି ନାହିଁ।

Categories
ଜାତୀୟ ଖବର ଧର୍ମ

ଆଜି ମାର୍ଚ୍ଚ 20 ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ। ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ ।

ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି ।  ଏକ ଦୀର୍ଘ ରୋଗରୁ ମୁକ୍ତି ପାଇବାର ସମ୍ଭାବନା ରହିଛି । ଗ୍ରୀଷ୍ମ ଋତୁରେ ଯଥାସମ୍ଭବ ତରଳ ପଦାର୍ଥ ଖାଆନ୍ତୁ । ଦିନସାରା ଧାଁ ଧପଡରେ ସମୟ ଯିବ ।

ମିଥୁନ: – ଆଜି ମିଶ୍ରିତ ଦିନ ହେବ । ଏକ ନିର୍ଦ୍ଧିଷ୍ଠ ପରିମାଣର ଅର୍ଥ ପ୍ରାପ୍ତ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ମଧ୍ୟ ହେବ । ସ୍ବାସ୍ଥ୍ୟ ଖରାପ ହେତୁ, ଆପଣ ଜରୁରୀ କାର୍ଯ୍ୟ କରିବାକୁ ସକ୍ଷମ ହେବେ ନାହିଁ । ତେଣୁ ଶରୀରକୁ ବିଶ୍ରାମ ଦିଅନ୍ତୁ। ଯାହାଫଳରେ ତୁମେ ସତେଜ ଅନୁଭବ କରିପାରିବ। ଆପଣ ଆପଣଙ୍କର ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ । ଜୀବନସାଥୀ ସହିତ ସମୟ ବିତାଇବେ ।

କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି । ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହୋଇପାରେ । ସମୟ ଅନୁସାରେ ଖାଦ୍ୟ ଗ୍ରହଣ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ, କିନ୍ତୁ ଆପଣ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କର କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଘର ସାଜସଜ୍ଜା ବହୁ ପରିମାଣରେ ଖର୍ଚ୍ଚ ହୋଇପାରେ । ଏକ ଭ୍ରମଣରେ ଯାଇପାରିବେ ।

ସିଂହ  – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ଲାଭ ହେବ । ସମାଜରେ ଖ୍ୟାତି ଏବଂ ସମ୍ମାନ ବୃଦ୍ଧି ପାଇବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ, କିନ୍ତୁ ଲୋକଙ୍କ ଆଚରଣ ଆପଣଙ୍କ ପାଇଁ ନିରାଶାଜନକ ହେବ । ଖାଦ୍ୟ ଏବଂ ପାନୀୟର ଯତ୍ନ ନେବାକୁ ପଡ଼ିବ, ନଚେତ୍ ହଜମ ପ୍ରକ୍ରିୟା ଖରାପ ହୋଇପାରେ, ଯେଉଁଥିପାଇଁ ଦିନସାରା ମନ ଖରାପ ରହିବ । ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଏକ ଚିନ୍ତାର ବିଷୟ ହୋଇ ରହିବ ।

କନ୍ୟା: – ଆଜି ଶୁଭ ଫଳପ୍ରଦ ଦିନ ହେବ । ଆପଣଙ୍କର ବୁଝାମଣା ଦ୍ବାରା ବ୍ୟବସାୟରେ ଭଲ ଲାଭ ଆଣିବ । ପରିବାର ଏବଂ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଯୋଜନା ଅନୁଯାୟୀ କାର୍ଯ୍ୟ କରିବା ସଫଳତା ଦେବ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ଏକ ଦୁର୍ଘଟଣା ମଧ୍ୟ ହୋଇପାରେ, ତେଣୁ ଯାନକୁ ଯତ୍ନର ସହିତ ଚଲାନ୍ତୁ । ଭ୍ରମଣରୁ ଦୂରେଇ ରୁହନ୍ତୁ । ପରିବାରରେ ଖୁସିର ପରିବେଶ ରହିବ ।

ତୂଳା: – ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟରେ ଆର୍ଥିକ ଲାଭ ହେବ ଏବଂ ସେଠାରେ ଅର୍ଥର ପରିମାଣ ମଧ୍ୟ ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ଚିନ୍ତା ମଧ୍ୟ ହେବ । ପରିବାରରେ ଖୁସିର ବାତାବରଣ ରହିବ । ସ୍ୱାସ୍ଥ୍ୟଗତ ଅଭିଯୋଗ ଥାଇପାରେ, ତେଣୁ ଡାକ୍ତରଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ବିବାଦ ଭିତରକୁ ଆସିପାରନ୍ତି । କୈଣସି ଧାର୍ମିକ ଯାତ୍ରାକୁ ଯାଇପାରନ୍ତି ।

ବିଛା: – ଆଜି ଏକ ସାଧାରଣ ଦିନ ହେବ। କ୍ୟାରିୟର ବିଷୟରେ ଚିନ୍ତିତ ହେବେ। କିନ୍ତୁ ପାରିବାରିକ ଦାୟିତ୍ବକୁ ଭଲ ଭାବରେ ପୂରଣ କରିବାକୁ ସମର୍ଥ ହେବେ । ମୁଣ୍ଡବିନ୍ଧା ସମସ୍ୟା ବିରକ୍ତିକର ହୋଇପାରେ । କୌଣସି କାରଣ ବିନା ମନ ଅସ୍ଥିର ରହିବ, ଯେଉଁ କାରଣରୁ, କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ । ଶାନ୍ତି ପାଇଁ ଯୋଗ ଏବଂ ଧ୍ୟାନ କରିବାକୁ ଚେଷ୍ଟା କରନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ କରିବା ଠାରୁ ଦୂରେଇ ରୁହନ୍ତୁ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ଯୋଗୁଁ ମନ ବିଚଳିତ ହେବ।

ଧନୁ : – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । କଣ୍ଟିଜେନ୍ସି ସୁବିଧା ମଧ୍ୟ ମିଳିବ, କିନ୍ତୁ ଅନାବଶ୍ୟକ ଏବଂ ଅପଚୟ ଖର୍ଚ୍ଚ ମଧ୍ୟ ଅଧିକ ହେବ, ଯାହା ପରିବାରରେ ଅସନ୍ତୋଷ ସୃଷ୍ଟି କରିପାରେ । କଥାବାର୍ତ୍ତାକୁ ନିୟନ୍ତ୍ରଣ କରିବାକୁ ପଡିବ । ହଠାତ୍ ଏକ ନିର୍ଦ୍ଦିଷ୍ଟ ବନ୍ଧୁଙ୍କ ଖରାପ ଖବର ଶୁଣି ମନ ଦୁଃଖଦାୟକ ହେବ । ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ । ଅତ୍ୟଧିକ ଭାରାକ୍ରାନ୍ତ ହେବା ଆପଣଙ୍କୁ ବ୍ୟସ୍ତ ରଖିବ ।

ମକର : – ଆଜି ଏକ ଭଲ ଦିନ ହେବ। ବ୍ୟବସାୟର ଦୃଢ ଆର୍ଥିକ ଲାଭ ଅଛି। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ ଏବଂ ସମାଜରେ ପ୍ରତିଷ୍ଠା ଏବଂ ପ୍ରଭାବ ବୃଦ୍ଧି ପାଇବ। ଆପଣ କର୍ମକ୍ଷେତ୍ରରେ ଏକ ନୂତନ ଯୋଜନା ଆରମ୍ଭ କରିପାରିବେ, ଯାହା ସମସ୍ତେ ଆଲୋଚନା କରିବେ । ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ ଏବଂ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଭ୍ରମଣରୁ ଦୂରେଇ ରୁହନ୍ତୁ ।

କୁମ୍ଭ: – ଆଜି ମିଶ୍ରିତ ଦିନ ହେବ। ଧନ ପାଇବା ସମ୍ଭାବନା ରହିବ, କିନ୍ତୁ ଆପଣ ଅନାବଶ୍ୟକ ଖର୍ଚ୍ଚ ବିଷୟରେ ଚିନ୍ତିତ ହେବେ । ଚାକିରିକୁ ପଦୋନ୍ନତି ମିଳିପାରେ । ସେଠାରେ ଅଧିକ କାର୍ଯ୍ୟ ଭାର ରହିବ । ସାଙ୍ଗ ଏବଂ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ପରିବାର ସହିତ ସମୟ ଭଲ ବ୍ୟବହାର ହେବ । ବିତର୍କ ଏବଂ ଝଗଡା ଯୋଗୁଁ ମାନସିକ ଦୁଃଖ ବୃଦ୍ଧି ପାଇବ। ପତି-ପତ୍ନୀ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟ ପାଇଁ ବିଶେଷ ଯତ୍ନ ନେବାକୁ ପଡିବ ।

ମୀନ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଭଲ ଲାଭ ହେବ । ପାରିବାରିକ ସୁଖ ଏବଂ ଧନ ବୃଦ୍ଧି ପାଇବ । ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ଚାକିରିରେ ପଦୋନ୍ନତି ହୋଇପାରେ । ଯେ କୌଣସି କ୍ରନିକ ରୋଗରୁ ମୁକ୍ତି ମିଳିପାରେ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଧାର୍ମିକ ଯାତ୍ରାକୁ ଯାଇପାରନ୍ତି । ସ୍ୱାସ୍ଥ୍ୟ ଭଲ ହେବ। ଖାଦ୍ୟର ଯତ୍ନ ନିଅନ୍ତୁ ଏବଂ କ୍ରୋଧରୁ ଦୂରେଇ ରୁହନ୍ତୁ ।