Categories
ଆଜିର ଖବର ଧର୍ମ

ସାବଧାନ, ଶୁକ୍ରବାର ଦିନ ଏହି ରାଶିର ବ୍ୟକ୍ତିମାନେ କୌଣସି ବିବାଦ ଭିତରେ ପଶନ୍ତୁ ନାହିଁ

ସିଂହ- କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସାବଧାନରେ କରନ୍ତୁ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ। ସମୟ ଭଲ ଅଟେ । କଥାବାର୍ତ୍ତାରେ ନିୟନ୍ତ୍ରଣ ହେବା ଆବଶ୍ୟକ । ବ୍ୟବସାୟର ଲାଭ ବୃଦ୍ଧି ପାଇବ।

କନ୍ୟା- କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟରେ ଅଟକି ରହିଥିବା କାର୍ଯ୍ୟଗୁଡ଼ିକରେ ସୁସଙ୍ଗତତା ରହିବ । ଲାଭ ସୁଯୋଗ ଆସିବ । ଦାମ୍ପତ୍ୟ ଜୀବନରେ ସୁଖ ମିଳିବ । ଅଧସ୍ତନମାନଙ୍କ ସହଯୋଗ ଯୋଗାଇ ଦିଆଯିବ । କୌଣସି ପ୍ରକାର ବିବାଦ ଭିତରକୁ ଯାଆନ୍ତୁ ନାହିଁ ।

Categories
ଆଜିର ଖବର ଧର୍ମ

ଶୁକ୍ରବାର ଦିନ ଏହି ଦୁଇ ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ, ଅସୁସ୍ଥ ହେବାର ସମ୍ଭାବନା

ମିଥୁନ- ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ । ଆର୍ଥିକ ଅଭିବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ସୁଦୃଢ କରିବା ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ ହେବ । ତୁରନ୍ତ କୈଣସି ଲାଭ ହେବ ନାହିଁ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ । ରୋଗ କ୍ଷତି କରିପାରେ, ସାବଧାନ ରୁହନ୍ତୁ ।

କର୍କଟ-  ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ସୃଷ୍ଟି ହେବ । ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇବେ । କୋର୍ଟ କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ । ବଣିକ ଶ୍ରେଣୀ ଲାଭର ଅଭିବୃଦ୍ଧି ଉପଭୋଗ କରିପାରିବ । ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ ।

Categories
ଆଜିର ଖବର ଧର୍ମ

ଶୁକ୍ରବାର ଦିନ ଏହି ରାଶିର ବ୍ୟକ୍ତିଙ୍କର ହେବ ଆର୍ଥିକ ଅସୁବିଧା, ରୁହନ୍ତୁ ସାବଧାନ

ମେଷ- ଆଶା ଏବଂ ନିରାଶା ମଧ୍ୟରେ ସମୟ ଅତିବାହିତ ହେବ । ଆର୍ଥିକ ଅସୁବିଧା ହେବ । ଅଯଥା ଖର୍ଚ୍ଚ ହେବ ।  ଠିକ୍ ସମୟରେ କାମ ନ କରିବା କାରଣରୁ ଚାପ ପଡ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟରେ କଠିନ ଶବ୍ଦ ବ୍ୟବହାର କରନ୍ତୁ ନାହିଁ ।

ବୃଷ- ବକେୟା ପୁନରୁଦ୍ଧାର ଠିକ୍ ସମୟରେ ହେବ । ଚାକିରିରେ ଜଣେ ଉଚ୍ଚ ପଦାଧିକାରୀଙ୍କ ସହଯୋଗରେ ଆନନ୍ଦ ପାଇବେ । ବ୍ୟବସାୟ ଭ୍ରମଣ କଷ୍ଟଦାୟକ ହେବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଶୁଭ ହେବ । ଭାଇମାନଙ୍କ ସମର୍ଥନ ପାଇବେ । ଘର ବାହାରେ ସୁଖ ମିଳିବ । ଭାଗ୍ୟ ଅନୁକୂଳ ଅଟେ ।

Categories
ଫଟୋ ଖବର

ମହାଶିବରାତ୍ରୀରେ ପ୍ରଭୃ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ପୂର୍ବରୁ କରାଯାଉଛି ମନ୍ଦିର ପରିକ୍ରମା

ମହାଶିବରାତ୍ରୀରେ ପ୍ରଭୃ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ପୂର୍ବରୁ କରାଯାଉଛି ମନ୍ଦିର ପରିକ୍ରମା

Categories
ଫଟୋ ଖବର

ମହାଶିବରାତ୍ରୀ ଉପଲକ୍ଷେ ପ୍ରଭୃ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ମନ୍ଦିର ଶୀର୍ଷରେ ସ୍ଥାପନ କରାଯାଉଛି

ମହାଶିବରାତ୍ରୀ ଉପଲକ୍ଷେ ପ୍ରଭୃ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ମନ୍ଦିର ଶୀର୍ଷରେ ସ୍ଥାପନ କରାଯାଉଛି

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭକ୍ତିମେୟ ପରିବେଶ ମଧ୍ୟରେ ଲିଙ୍ଗରାଜଙ୍କ ପୀଠରେ ଉଠିଲା ମହାଦୀପ

ଭୁବନେଶ୍ବର: ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଛି। ପାରମ୍ପରିକ ବେଢା ପରିକ୍ରମା ପରେ ମହାଦୀପ ଉଠିଛି। ପୂର୍ବରୁ ରାତି ୧୦ ଟା ସମୟରେ ମହାଦୀପ ଉଠିବାର ସମୟ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ରାତି ୯:୩୦ ମିନିଟ ସମୟରେ ମହାଦୀପ ଉଠିଛି। ମହାଦୀପ ଉଠିଲା ବେଳେ ମନ୍ଦିର ପରିସରରେ ଭକ୍ତିମେୟ ପରିବେଶ ସୃଷ୍ଟି ହୋଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ଗଂଜାମ ଏସ୍‌ପିଙ୍କ ସମେତ ୪ ଅଫିସରଙ୍କୁ ସମ୍ବର୍ଦ୍ଧନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ଶ୍ରେଷ୍ଠ ପୋଲିସ୍ ଅଫିସର ଭାବେ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରାୟଙ୍କ ସମେତ ଅନ୍ୟ ୩ ଜଣ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ଗଂଜାମ ଜିଲ୍ଲା କୃମି କ୍ଷେତ୍ରୀୟ ସମାଜ ପକ୍ଷରୁ ସଦସ୍ୟମାନେ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରାୟଙ୍କ କାର୍ଯ୍ୟାଳୟରେ ପହଞ୍ଚି ପୁଷ୍ପଗୁଚ୍ଛ, ଉପଢ଼ୌକନ, ବସ୍ତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

ଏହାସହ ତିନିଜଣ ଏଏସ୍‌ପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ ଏବଂ ଅଶୋକ କୁମାର ମହାନ୍ତିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନ ପ୍ରଦାନ କରାଯାଇଛି।

ଏହି ଅବସରରେ କୃମି ସମାଜର ସଭାପତି ଇଂଜିନିୟର ଅଭିମନ୍ୟୁ ପ୍ରଧାନ ଓ ସମାଜସେବୀ ରାକେଶ ପ୍ରଧାନ ଉପସ୍ଥିତ ଥିଲେ। ସମସ୍ତଙ୍କୁ ମାନପତ୍ର ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଲଟିଲା ବୋଟ: ଅଳ୍ପକେ ବର୍ତ୍ତିଲେ ୯ ପର୍ଯ୍ୟଟକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋପାଳପୁର ସମୁଦ୍ର ବେଳାଭୂମି ନିକଟରେ ସମୁଦ୍ର ବୁଲିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିବା ଏକ ବେଲୁନ୍ ବୋଟଟି ଓଲଟି ପଡ଼ିଥିବାବେଳେ ସୌଭାଗ୍ୟବଶତଃ କୌଣସି କ୍ଷତି ଘଟିନାହିଁ।

ଘଟଣାରୁ ପ୍ରକାଶ ଯେ, ସବୁଦିନ ପରି ଏକ ୯ ଜଣିଆ ପର୍ଯଟକ ଦଳ ଯେଉଁଥିରେ କି କିଛି ବୃଦ୍ଧ, ଯୁବକ ଏବଂ ପରିବାର ସଦସ୍ୟମାନେ ସମୁଦ୍ର ମଧ୍ୟକୁ ବୁଲିବାକୁ ଏକ ବେଲୁନ୍ ବୋଟ ଭଡ଼ା କରି ଯାଇଥିଲେ। ସମୁଦ୍ର ମଧ୍ୟରୁ ଫେରିବା ବେଳେ ବେଳାଭୂମି ନିକଟରେ କିଛି ବ୍ୟକ୍ତି ବୋଟ ଉପରେ ଛିଡ଼ା ହୋଇହୋଇପଡ଼ିବା ଫଳରେ ବୋଟ୍‌ଟି ଓଲଟି ଯାଇଥିଲା। ଫଳରେ ବୋଟରେ ବସିଥିବା ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟକୁ ପଡ଼ିଯାଇଥିଲେ। ସଂଗେ ସଂଗେ ବେଳାଭୂମି ନିକଟରେ ଥିବା ଲାଇଫ୍‌ଗାର୍ଡ଼ ସଦସ୍ୟମାନେ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତଟ ନିକଟରେ ଏହି ଦୁର୍ଘଟଣାଟି ଘଟିଥିବାରୁ କାହାର କିଛି କ୍ଷତି ହୋଇନାହିଁ। ବୋଟର ସମସ୍ତ ଯାତ୍ରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି।

ତେବେ ଏହି ବୋଟ ପଲଟିବା ପରେ ବୋଟରେ ବୁଲିବା ପାଇଁ ଅନୁମତି ଆଣିଥିବା ସଂସ୍ଥାର ଲୋକେ କେଉଁଆଡ଼େ ଫେରାର୍ ହୋଇଯିବା ଶୁଣିବାକୁ ମିଳୁଛି। ଏନେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ପୋଲିସ୍ ଘଟଣାଟିର ଅନୁସନ୍ଧାନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୬ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ କଟକ ଜିଲ୍ଲାରୁ ୧୬, ସୁନ୍ଦରଗଡରୁ ୧୩, ସମ୍ବଲପୁରରୁ ୧୨, ଖୋର୍ଦ୍ଧାରୁ ୮, ମୟୂରଭଞ୍ଜରୁ ୬, ବାଲେଶ୍ବରରୁ ୫, ଝାରସୁଗୁଡ଼ାରୁ ୫, ନବରଙ୍ଗପୁରରୁ ୪, ପୁରୀରୁ ୪, ସୋନପୁରରୁ ୪, ବରଗଡରୁ ୩, ଅନୁଗୁଳରୁ ୨, ନୟାଗଡରୁ ୨ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୪୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୯୨ କୁ ବୃଦ୍ଧି ହୋଇଛି। ତେବେ ୬୧୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁରେ ଉଦଘାଟିତ ହେଲା ସ୍ଵର୍ଣ୍ଣ ହୋମିଓ ହଲ୍: ଏହି ରୋଗୀମାନଙ୍କୁ ମିଳିବ ମାଗଣାରେ ଚିକିତ୍ସା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ହୋମିଓ ପ୍ୟାଥିକ ଚିକିତ୍ସା ଲୋକଙ୍କ ମଧ୍ୟରେ ପୁଣିଥରେ ଅସ୍ଥାଭାଜନ ହେଉଛି। ବିଶେଷକରି ଗ୍ରାମାଞ୍ଚଳ ଲୋକଙ୍କ ଅପେକ୍ଷା ସହରାଞ୍ଚଳର ଲୋକେ ଏହି ଚିକିତ୍ସାକୁ ଏବେ ବେଶୀ ପ୍ରାଧାନ୍ୟ ଦେଉଛନ୍ତି। ଏହି ଚିକିତ୍ସା ମାଧ୍ୟମରେ ବହୁ ସାଂଘାତିକ ରୋଗ ମଧ୍ୟ ଦୂର ହେଉଥିବାର ଦେଖିବାକୁ ମିଳୁଛି। ତେଣୁ ଜନସାଧାରଣମାନେ ବର୍ତ୍ତମାନ ଏହି ଚିକିତ୍ସା ବ୍ୟବସ୍ଥା ଉପରେ ପୁଣିଥରେ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଗାନ୍ଧୀ ଛକ ନିକଟରେ ଏକ ହୋମିଓ କ୍ଲିନିକର ଶୁଭ ଉଦଘାଟନ ହୋଇଯାଇଛି। ଡାକ୍ତର ପ୍ରେମଲତା ଦେବୀ ତଥା ବାଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଏହି କ୍ଲିନିକକୁ ଉଦଘାଟନ କରିଛନ୍ତି। ଏହି କ୍ଲିନିକର ନାମ ସ୍ଵର୍ଣ୍ଣ ହୋମିଓ ହଲ୍ ରଖାଯାଇଥିବା ବେଳେ ଦୁଇଜଣ ପ୍ରତିଷ୍ଠିତ ଡାକ୍ତର ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଦେବେ।

ଉଲ୍ଲେଖ ଯୋଗ୍ୟ ଯେ, ପଦ୍ମାବତୀ ଶତୃଶଲ୍ୟ ଟ୍ରଷ୍ଟର ଆର୍ଥିକ ସହାୟତାରେ ଭିନ୍ନକ୍ଷମ ଏବଂ ୭୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ରୋଗୀମାନଙ୍କୁ ଏଠାରେ ନିଶୁଳ୍କ ଚିକିତ୍ସା ଉପଲବ୍ଧ କରାଯିବ। ଶ୍ରୀମତୀ ଶତୃଶଲ୍ୟ ହେଉଛନ୍ତି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ପତ୍ନୀ। ସେ ବାଣପୁର ବ୍ଲକ ଅନ୍ତର୍ଗତ ବେତୁଲି ଗ୍ରାମର ବାସିନ୍ଦା। କିନ୍ତୁ ସମ୍ବଲପୁରରେ ସ୍ଵାମୀ ବାଙ୍କନିଧି  ଶିକ୍ଷକତା କରୁଥିବାରୁ ସେମାନେ ବହୁ ବର୍ଷ ଧରି ସେଠାରେ ରହି ଆସୁଥିଲେ। ପଦ୍ମାବତୀ ଜଣେ ପରୋପକାରୀ, ଦୟାଳୁ ମହିଳା ଥିଲେ। ତାଙ୍କର ବିୟୋଗ ପରେ ‘ପଦ୍ମାବତୀ ଶତୃଶଲ୍ୟ ଟ୍ରଷ୍ଟ’ ନାମରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଏହି ଟ୍ରଷ୍ଟ ମାଧ୍ୟମରେ ବହୁ ଜନମଙ୍ଗଳକାରୀ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୪ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତଙ୍କ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୫୫ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରେମ ସମ୍ପର୍କରୁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ପଞ୍ଚାୟତ କିଆ ଗୋରଡ଼ା ଗ୍ରାମର ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣଙ୍କ ହେଲେ ଉକ୍ତ ଗ୍ରାମର ନମିତା ବେହେରା(୨୨)।

ମିଳିଥିବା ସୂଚନା ଅନୁଯାୟୀ, ନମିତା ଗତକାଲି (ବୁଧବାର) ମଧ୍ୟାହ୍ନ ସମୟରେ ବାଣପୁର ନିକଟସ୍ଥ ଏକଡାଳିଆ ଗ୍ରାମ ରାସ୍ତାରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ବେଳେ ରାସ୍ତାରେ ଯାଉଥିବା କିଛି ସହୃଦୟ ବ୍ୟକ୍ତି ନମିତାଙ୍କ ଆଶୁ ଚିକିତ୍ସା ନିମନ୍ତେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ନମିତାଙ୍କ ମୁହଁରୁ କିଛି ଫେଣ ବାହାରୁଥିଲା, ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅପରାହ୍ନ ୩:୩୦ ଟା ସମୟରେ ମୃତ୍ୟୁ ହୋଇଥିଲା।

ଡାକ୍ତର ବାଣପୁର ଥାନାରେ ଏ ନେଇ ସୂଚନା ଦେବାପରେ ପୋଲିସ ଆଜି ସକାଳେ ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି।

ତେବେ ନମିତାଙ୍କ ପରିବାରବର୍ଗ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ନାରଣଦେଇ ପୁର ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁଅ ବିନୋଦ ବେହେରାଙ୍କ ସହ ନମିତାଙ୍କ ପ୍ରେମ ସମ୍ପର୍କକୁ ନେଇ ମୃତ୍ୟୁ ହୋଇଛି। ତେବେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳିବା ସହ ଆମକୁ ଉପଯୁକ୍ତ ନ୍ୟାୟ ମିଳୁବୋଲି ନମିତାଙ୍କ ପରିବାର ଲୋକେ ବାଣପୁର ଆଇଆଇସିଙ୍କୁ ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଦିଦି ବନାମ ମୋଦୀ, ପଶ୍ଚିମବଙ୍ଗ ନିର୍ବାଚନରେ ଗଣତନ୍ତ୍ରର ଅଗ୍ନି ପରୀକ୍ଷା

କେଦାର ମିଶ୍ର

ଆଠଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରାୟ ଦୁଇ ମାସ ଧରି ଗୋଟେ ରାଜ୍ୟର ବିଧାନସଭା ନିର୍ବାଚନ ହେବା, ଗୋଟେ ବିରଳ ଘଟଣା। ଏହି ସମାନ ସମୟରେ ଆଉ ଚାରୋଟି ରାଜ୍ୟ ବିଧାନସଭା ଲାଗି ନିର୍ବାଚନ ହେବ। ତାମିଲନାଡୁ ଭଳି ବଡ ରାଜ୍ୟର ନିର୍ବାଚନ ପଶ୍ଚିମ ବଙ୍ଗ ସହିତ ହେବାକୁ ଯାଉଛି। ତାମିଲନାଡୁରେ ବିଧାନସଭା ଆସନ ସଂଖ୍ୟା ୨୩୪ ହୋଇଥିବା ବେଳେ ପଶ୍ଚିମ ବଙ୍ଗ ବିଧାନସଭାର ଆସନ ସଂଖ୍ୟା ୨୯୪।

ନିର୍ବାଚନ କମିଶନ ତାମିଲନାଡୁରେ ଏପ୍ରିଲ ୬ ତାରିଖ ଦିନ ଗୋଟିଏ ପର୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପଶ୍ଚିମ ବଙ୍ଗରେ ୨୭ ମାର୍ଚ୍ଚ ରୁ ୨୯ ଏପ୍ରିଲ ପର୍ୟନ୍ତ ୮ ଟି ପର୍ୟାୟରେ ନିର୍ବାଚନ ହେବ। ରାଜନୈତିକ ହିଂସା କାରଣରୁ ଏ ପ୍ରକାର ନିର୍ବାଚନ କରିବା ଜରୁରୀ ଥିଲା ବୋଲି ନିର୍ବାଚନ କମିଶନ କହିଛନ୍ତି। ତେବେ ପଶ୍ଚିମ ବଙ୍ଗ ନିର୍ବାଚନରେ କେବଳ ରାଜନୈତିକ ହିଂସା ହେଉଛି ନା ଏହା ଅନ୍ୟ ରାଜ୍ୟରେ ମଧ୍ୟ ଘଟୁଛି, ତାର କୌଣସି ଯଥାର୍ଥ ଉତ୍ତର କାହା ପାଖରେ ନାହିଁ।

ପଶ୍ଚିମ ବଙ୍ଗ ନିର୍ବାଚନ ସମ୍ପର୍କରେ ଦେଶର ପ୍ରାୟ ଗଣମାଧ୍ୟମ ସଂସ୍ଥାଙ୍କର ଆକଳନ ହେଉଛି, ରାଜ୍ୟରେ ପୁଣି ଥରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି। ଏପରିକି ବିଜେପି ସମର୍ଥିତ ଟେଲିଭିଜନ ସସ୍ଥା ଗୁଡିକ ମଧ୍ୟ ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି କହୁଛନ୍ତି। ଗତ ସପ୍ତାହରେ “ଟାଇମ୍ସ ନାଓ” ର ଜନମତ ସର୍ଭେ ଅନୁଯାୟୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପୁଣିଥରେ ସରକାର ଗଢିବ।

ତେବେ ୨୦୧୬ ତୁଳନାରେ ଭାରତୀୟ ଜନତା ପାର୍ଟି ସେଠାରେ ଆଶାତୀତ ସଫଳତା ପାଇବ ବୋଲି କୁହା ଯାଉଛି। ବିଜେପି ତରଫରୁ ପଶ୍ଚିମ ବଙ୍ଗରେ ଯେ କୌଣସି ଉପାୟରେ କ୍ଷମତା ଦଖଲ କରିବାର ଉଦ୍ୟମ ଚାଲିଛି। ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମ ବଙ୍ଗରେ ବିଜେପି ସରକାର ଗଠନ ଲାଗି ଗତ କିଛି ବର୍ଷ ଧରି ପ୍ରବଳ ପରିଶ୍ରମ କରୁଛନ୍ତି। ତେବେ ୨୦୧୬ ନିର୍ବାଚନରେ ବିଜେପିର ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଥିଲା। ୨୦୧୬ ରେ ବିଜେପିକୁ ମାତ୍ର ୫.୫୬% ଭୋଟ ଓ ୩ ଟି ଆସନ ମିଳିଥିଲା।

ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟର ଦ୍ଵିତୀୟ ସର୍ବାଧିକ ଭୋଟ ପାଇଥିବା ଦଳ ଭାବେ ଉଭା ହୋଇଥିଲା। ୨୦୧୬ ରୁ ୨୦୧୯, ଏହି ତିନି ବର୍ଷ ଭିତରେ ବିଜେପିର ଭୋଟ ହାର ୫.୫୬% ରୁ ୪୦.୬୪% କୁ ବୃଦ୍ଧି ପାଇଥିଲା। ଲୋକସଭାରେ ବିଜେପିକୁ ୧୮ ଆସନ ମିଳିବା ପରେ ପଶ୍ଚିମ ବଂଗର କ୍ଷମତା ଦଖଲ ସ୍ଵପ୍ନ ସତ ହେବାକୁ ଯାଉଛି ବୋଲି ଭାବିବା ବିଜେପି ପାଇଁ ସ୍ଵାଭାବିକ।

ଭୋଟ ଗଣିତକୁ ଦେଖିଲେ, ବିଜେପି ପଶ୍ଚିମ ବଙ୍ଗରେ ବେଶ ଭଲ ପ୍ରଦର୍ଶନ କରିଛି। ତେବେ ତୃଣମୂଳ କଂଗ୍ରେସ ଓ ମମତା ବାନାର୍ଜୀଙ୍କୁ ହରାଇବା ଲାଗି ଏହି ଗଣିତ ଯଥେଷ୍ଟ କି? ଲୋକସଭା ନିର୍ବାଚନରେ ତୃଣମୂଳକୁ ୪୩.୬୩% ଭୋଟ ଏବଂ ୨୨ ଟି ଲୋକସଭା ଆସନ ମିଳିଥିବା ବେଳେ ବିଜେପିକୁ ୪୦.୬୪%  ଭୋଟ ଓ ୧୮ ଟି ଲୋକସଭା ଆସନ ମିଳିଥିଲା।

୨୦୧୬ ବିଧାନସଭା ତୁଳନାରେ ଲୋକସଭା ନିର୍ବାଚନରେ ପ୍ରାୟ ୧% ଭୋଟ କମ ମିଳିଥିଲା। ଅର୍ଥାତ ତୃଣମୂଳ ନିଜ ଭୋଟ ବ୍ୟାଙ୍କକୁ ଅକ୍ଷୁଣ୍ଣ ରଖିବାରେ ୨୦୧୯ ରେ ମଧ୍ୟ ସଫଳ ହୋଇଥିଲା। ବିଜେପିକୁ ଯେଉଁ ୪୦% ଭୋଟ ଆସିଥିଲା, ତାହା ମୁଖ୍ୟତଃ କଂଗ୍ରେସ ଏବଂ ବାମପନ୍ଥୀ ଭୋଟ ଖାତାରୁ ହିଁ ବଦଳି ହୋଇଥିଲା। ୨୦୧୬ ବିଧାନସଭା ନିର୍ବାଚନରେ କଂଗ୍ରେସ-ବାମପନ୍ଥୀ ମେଣ୍ଟ ୩୬% ଭୋଟ ପାଇଥିଲେ, ଯାହାକି ଲୋକସଭା ନିର୍ବାଚନରେ ୧୨% କୁ ଖସି ଆସିଥିଲା।

ନିର୍ବାଚନୀ ଗଣିତରେ ଆଜି ମଧ୍ୟ ତୃଣମୂଳ ବିଜେପି ଠାରୁ ସୁବିଧାଜନକ ସ୍ଥିତି ରେ ରହିଛି। ବିଜେପି ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ଵ ଉପରେ ଭରା ଦେଇ ଚାଲିଛି। ବିଧାନସଭା ନିର୍ବାଚନରେ ବିଜେପି ପାଇଁ ରାଜ୍ୟର କୌଣସି ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀ ଚେହେରା ନାହାନ୍ତି।

ମମତା ବାନାର୍ଜୀଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବକୁ ସାମ୍ନା କଲା ଭଳି ରାଜ୍ୟ ବିଜେପି ନେତୃତ୍ଵ ନ ଥିବାରୁ ଦଳ ତରଫରୁ ସିନେ ତାରକା ମିଥୁନ ଚକ୍ରବର୍ତ୍ତୀ ଓ କ୍ରିକେଟ ତାରକା ସୌରଭ ଗାଙ୍ଗୁଲିଙ୍କୁ ଦଳକୁ ଆଣିବାର ଉଦ୍ୟମ ହୋଇଛି। ମିଥୁନଙ୍କୁ ବିଜେପିରେ ମିଶାଇବାକୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖିଆ ମୋହନ ଭାଗବତ ଖୋଦ ତାଙ୍କ ଘରକୁ ଯାଇଥିଲେ। ପୂର୍ବରୁ ସଂଘର ମୁଖିଆ ଏଇ ସ୍ତରକୁ ଆସି ଦଳ ପାଇଁ କାମ କରିଥିବାର ଉଦାହରଣ ନାହିଁ। ପଶ୍ଚିମ ବଙ୍ଗ ରେ କ୍ଷମତା ହାସଲ କରିବା ଲାଗି ସଂଘ ପରିବାର ଓ ବିଜେପିର ଲାଳସା ଏବେ ଅତ୍ୟନ୍ତ ତୀବ୍ର। ହେଲେ ମମତା ବାନାର୍ଜୀଙ୍କ ବ୍ୟକ୍ତିତ୍ବକୁ ମାତ ଦେବା ଭଳି ସ୍ଥିତି ଏ ଯାଏଁ ବିଜେପି ସୃଷ୍ଟି କରି ପାରିନାହିଁ।

ମମତାଙ୍କ ଲାଗି ପଶ୍ଚିମ ବଙ୍ଗ ରାଜନୀତିରେ ସବୁଠୁ ବଡ ସୁବିଧା ହେଉଛି, ସେଠିକାର ବିଶାଳକାୟ ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ। ୨୦୧୧ ଜଣ ଗଣନା ଅନୁଯାୟୀ ପଶ୍ଚିମ ବଙ୍ଗରେ ୨୭.୦୧ ମୁସଲମାନ ବାସିନ୍ଦା ରହିଥିବା ବେଳେ ପ୍ରାୟ ୧୦୨ଟି ଆସନରେ ସଂଖ୍ୟାଲଘୁ ଭୋଟରଙ୍କର ସ୍ଥିତି ଅଧିକ। ବିଜେପିର ସଂଖ୍ୟାଲଘୁ ନୀତି ବିରୋଧରେ ଏହି ସଂଖ୍ୟା ସବୁବେଳେ ଏକାଠି ହେବାକୁ ରାଜନୈତିକ କାରଣରୁ ବାଧ୍ୟ।

ଅନ୍ୟ ରାଜ୍ୟ ଭଳି ସଂଖ୍ୟାଲଘୁଙ୍କ ବିରୋଧରେ ଧ୍ରୁବିକରଣ ରାଜନୀତି ପଶ୍ଚିମବଙ୍ଗରେ କାମ ଦେଉନାହିଁ। ସମୟ କ୍ରମେ କଂଗ୍ରେସ ଓ ବାମ ମେଣ୍ଟ ପାଉଥିବା ସଂଖ୍ୟାଲଘୁ ଭୋଟ ଏବେ ତୃଣମୂଳ ସପକ୍ଷରେ କେନ୍ଦ୍ରୀଭୂତ ହେଉଛି। ବିଜେପି ସଂଖ୍ୟାଲଘୁ ଭୋଟକୁ ବିଭାଜିତ କରି ନିଜ ସପକ୍ଷରେ ସଂଖ୍ୟା ଗରିଷ୍ଠ ଧର୍ମର ଲୋକଙ୍କୁ ମେଣ୍ଟ କରାଇବାରେ ସଫଳ ହୋଇନାହିଁ ।

ନିର୍ବାଚନ ପ୍ରଚାର ବେଳକୁ ମମତା ବାନାର୍ଜୀଙ୍କ ଉପରେ ଶାରୀରିକ ଆକ୍ରମଣ ତାଙ୍କ ପ୍ରତି ଅନୁକମ୍ପାର ଏକ ହାୱା ତିଆରି କରୁଛି। ବର୍ତ୍ତମାନର ସ୍ଥିତିରେ ତୃଣମୂଳ ନିଜ ଦୁର୍ଗ ବଞ୍ଚାଇବାରେ ସଫଳ ହେବ ଭଳି ଦିଶୁଥିଲେ ମଧ୍ୟ ବିଜେପି ପଶ୍ଚିମ ବଙ୍ଗରେ ନିଜ ଶକ୍ତି ବଢାଇବ ନିଶ୍ଚୟ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୭ ଟି ଜିଲ୍ଲାକୁ ଘୂର୍ଣ୍ଣିଝଡ ଏବଂ ବଜ୍ରପାତ ସତର୍କ ସୂଚନା

ଭୁବନେଶ୍ବର: ଆଜି ରାଜ୍ୟରେ ୭ ଟି ଜିଲ୍ଲାକୁ ଘୂର୍ଣ୍ଣିଝଡ ଏବଂ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି। ଆସନ୍ତା ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଘୂର୍ଣ୍ଣିଝଡ ଓ ବଜ୍ରପାତର ସତର୍କ ସୂଚନା ମିଳିଛି। କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ପାଇଁ ସତର୍କ ସୂଚନା ମିଳିଛି। ଆଜି ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୬୩ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୨୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୩୨୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୦୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୧୪ ଟି ଜିଲ୍ଲାରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରୁ ୧୪ ଜଣ,  ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ଵର ଜିଲ୍ଲାରୁ ୭ ଜଣ, କଟକ ଜିଲ୍ଲାରୁ ୧୧ ଜଣ, ଦେବଗଡ ଜିଲ୍ଲାରୁ ୫ ଜଣ, ଗଞ୍ଜାମ ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୩ ଜଣ, ଝାରସୁଗୁଡା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ନୂଆପଡା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ବାମୀର ଅମାନୁଷିକ ଅତ୍ୟାଚାର: ଚୁଲି ଖେଂଚା ରଡ୍ ଦ୍ଵାରା ଗୁପ୍ତାଙ୍ଗକୁ ଆକ୍ରମଣ, ସ୍ତ୍ରୀ ମୁର୍ମୂଷ ଅବସ୍ଥାରେ ଉଦ୍ଧାର

ରମେଶ ମହାନ୍ତି
ଜଗତସିଂହପୁର: ଯୋଉ ସ୍ତ୍ରୀର ହାତଧରି ଦିନେ ବାହାହୋଇ ସାତ ଜନମ ପାଇଁ ନିଜର କରି ନେଇଥିଲା। ଆଜି ତା ପ୍ରତି ଛାତି ଥରେଇ ଦେଲା ଭଳି ଅମାନୁଷିକ ଅତ୍ୟାଚାର କରିଛି ନୃଶଂସ ସ୍ୱାମୀ। ଚୁଲି ମୁଣ୍ଡାରେ ରୋଷେଇ କରୁଥିବା ବେଳେ ଚୁଲି ଖେଂଚା ରଡ୍ କୁ ପରିସ୍ରା ଦ୍ୱାରରେ ପୁରେଇ ଦେଇଥିଲା ନିଶାସକ୍ତ ନୃଶଂସ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏରସମା ଥାନା ଅନ୍ତର୍ଗତ ଆମ୍ବିକି ପଞ୍ଚାୟତର କିଆଦା ଗ୍ରାମରେ।

ଅଭିଯୋଗ ଅନୁଯାୟୀ କିଆଦା ଗ୍ରାମ ଦଳିତ ସାହିର ଧୋବି ସାମଲଙ୍କର ଦୁଇ ପୁଅ ଓ ଦୁଇ ଝିଅ ମଧ୍ୟରୁ ଶ୍ରୀମତୀ ହେଉଛି ସାନଝିଅ। ଦିର୍ଘ ୨୫ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଧିନସ୍ଥ ଖୁରୁଷିଆ ପାଟଳିପଂକ ପଞ୍ଚାୟତ ସ୍ଥିତ କୋରଟପଙ୍ଗା ଗ୍ରାମର ଟୁକୁନା ଜେନା ସହିତ ଶ୍ରୀମତୀର ବିବାହ ହୋଇଥିଲା। ବିବାହ ପରେ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ରହୁଥିବା ସ୍ୱାମୀ ଶ୍ରୀମତୀକୁ ବାରମ୍ବାର ମାରଧର କରି ଶାରୀରିକ ନିର୍ଯାତନା ଦେଇ ଆସୁଥିଲା। ଏମିତିକି ସ୍ୱାମୀର ମାଡଗାଳି ସହି ନପାରି ଶ୍ରୀମତୀ ଅନେକ ଥର ବାପ ଘରକୁ ଚାଲି ଆସୁଥିଲା ବୋଲି ପଡିଶା ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।

ଶାଶୂଘରେ ଥିବାବେଳେ ଦିନେ ଶ୍ରୀମତୀ ଚୁଲି ମୁଣ୍ଡାରେ ରୋଷେଇ କରୁଥିବା ବେଳେ ନିଶାସକ୍ତ ସ୍ୱାମୀ ପାଖରେ ପହଞ୍ଚି ଗାଳିଗୁଲଜ କରିବା ସହିତ ଅତି ନୃଶଂସ ଭାବରେ ପାଖରେ ପଡିଥିବା ଚୁଲି ଖେଂଚା ରଡ୍ କୁ ପରିସ୍ରା ଦ୍ୱାରରେ ପୁରେଇ ଦେଇଥିଲା ବୋଲି କୋହଭରା ଧିର କଣ୍ଠରେ ଥରିଥରି ପ୍ରକାଶ କରିଛି ଶ୍ରୀମତୀ। ପରେ ରକ୍ତସ୍ରାବ ବନ୍ଦ ନହେବାରୁ ଶ୍ରୀମତୀକୁ ବାପଘରେ ଛାଡିଦେଇ ଖସି ପଳାଇ ଯାଇଥିଲା ନୃଶଂସ ସ୍ୱାମୀ। ବାପଘର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ମଧ୍ୟ ଲୋକଲଜ୍ୟା ଭୟରେ ଘଟଣା ସମ୍ପର୍କରେ ଶ୍ରୀମତୀ କିଛି କହିନଥିଲା।

ବାପଘରର ଚଳିବା ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ଥିଲା। ଏମିତିକି ପେଟପାଇଁ ଦିନକୁ ଦୁଇମୁଠା ଦାନା ଯୋଗାଡ କରିବା କଷ୍ଟକର ହୋଇପଡୁଥିବା ବେଳେ ଶ୍ରୀମତୀକୁ ଭଲ ଡାକ୍ତରଖାନାରେ ନେଇ ଚିକିତ୍ସା କରେଇବା ତାଙ୍କପାଇଁ ସମ୍ଭବପର ନଥିଲା। ଘଟଣାକୁ ଦିର୍ଘ ପାଞ୍ଚମାସ ବିତି ଯାଇଥିଲେ ମଧ୍ୟ ବ୍ଲିଡିଙ୍ଗ୍ ବନ୍ଦ ହେଉ ନଥିବାରୁ ଶ୍ରୀମତୀ ମରଣ ଯନ୍ତ୍ରଣାରେ ଛଟପଟ ହେଉଥିଲା।

ଖବରପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଆନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ଇଂ ଗଗନ ବିହାରୀ ପୃଷ୍ଟି, ରାଜ୍ୟ ସହସମ୍ପାଦକ ଅଶିତ୍ ରଞ୍ଜନ ରାଉତରାୟ, ସଦସ୍ୟ ଜନ୍ ରାଉତ ଓ ନିବାସ ଚନ୍ଦ୍ର ଫନ୍ଦକାର। ଏକ ଭଙ୍ଗା ଚାଳିଆ ସମ୍ମୁଖରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡି ରହିଥିବା ଶ୍ରୀମତୀର ଏପରି ଶୋଚନୀୟ ଅବସ୍ଥା ଦେଖି ମାନବାଧିକାର କର୍ମୀମାନେ ଚକିତ ହୋଇଯିବା ସହ ଯଥାଶୀଘ୍ର ଆମ୍ବୁଲାନ୍ସ ଡକାଇ ଏରସମା ପୋଲିସ୍ ଉପସ୍ଥିତିରେ ଶ୍ରୀମତୀକୁ ଚିକିତ୍ସା ନିମନ୍ତେ ଏରସମା ମେଡିକାଲକୁ ନିଆଯାଇଥିଲା।

ଅବସ୍ଥା ଶୋଚନୀୟ ଥିବାରୁ ଶ୍ରୀମତୀକୁ ଏରସମା ମେଡିକାଲରୁ ଜଗତସିଂହପୁର ମେଡିକାଲ ଓ ସେହିଦିନ ବିଳମ୍ବିତ ରାତ୍ରିରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ଶ୍ରୀମତୀ ଏବେ କଟକ ବଡ ମେଡିକାଲର କ୍ୟାନସର ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ଶ୍ରୀମତୀର ବାପଘର ପକ୍ଷରୁ ମାନବାଧିକାର କର୍ମୀଙ୍କ ସହଯୋଗରେ ଅମାନୁଷିକ ଭାବେ ଏଭଳି ନୃଶଂସ କାଣ୍ଡ ଘଟାଇଥିବା ସ୍ୱାମୀ ନାଁରେ ଏରସମା ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଶ୍ରୀମତୀକୁ ଏପରି ଅବସ୍ଥାରେ ଉଦ୍ଧାର କରି କଟକ କର୍କଟ ବିଭାଗରେ ଚିକିତ୍ସା ପର୍ଯ୍ୟନ୍ତ ସାଥିରେ ରହି ସହଯୋଗ କରିଥିବା ମାନବାଧିକାର କର୍ମୀଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଏହା ସହିତ ଆଇନ ଅନୁଯାୟୀ ସ୍ୱାମୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହେଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନେଭା ସେଲ ବାଚସ୍ପତିଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର, ଓଡ଼ିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ବିଧାନସଭାର ଚଳିତ ଷଷ୍ଠ ଅଦିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅର୍ଥମନ୍ତ୍ରୀଙ୍କ ବଡେଟ୍ ଭାଷଣ ମଧ୍ୟ ଇ-ମୋଡରେ କାର୍ଯ୍ୟକାରୀ ହୋଇଥିଲା।

ତେବେ ବିଧାନସଭାର ନିୟମିତ ପ୍ରଶ୍ନୋତ୍ତର କାର‌୍ୟ୍ୟକ୍ରମକୁ ମଧ୍ୟ ଇ-ମୋଡରେ କାର‌୍ୟ୍ୟକାରୀ କରିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି । ଏଥିପାଇଁ ଆଜି ନେଭା ସେଲକୁ ବାଚସ୍ପତି ଡ଼ଃ. ସୂର‌୍ୟ୍ୟ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି । ଏଥିରେ ୧୦ ଜଣ ବୈଷୟିକ ତାଲିମ ପ୍ରାପ୍ତ କର୍ମଚାରୀ ନିୟୋଜିତ ଅଛନ୍ତି ।

ସେମାନେ ଇ-ବିଧାନସଭା ଅନ୍ତର୍ଗତ ବିଭିନ୍ନ ଆପର ବିକାଶ କରିବେ ଏବଂ ଜନସାଧାରଣ ବିଧାନସଭାରେ ହେଉଥିବା ବିଭିନ୍ନ ଆଲୋଚନାର ବିବରଣୀ ପାଇପାରିବେ । ବାଚସ୍ପତି ଡ଼ଃ. ପାତ୍ର ଏହାଦ୍ୱାରା ବିଧାନସଭା ଜନସାଧାରଣ ମଧ୍ୟରେ ସମ୍ପର୍କର ସେତୁ ଯୋଡ଼ି ହୋଇପାରିବ ବୋଲି ଆଶା ପ୍ରକାଶ କରିବା ସହ ନିଷ୍ଠାପର ଭାବେ କାର‌୍ୟ୍ୟ କରିବାକୁ NIC ର କର୍ମକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥି ଶତପଥୀ NIC ର ପ୍ରାନ୍ତିୟ ମୁଖ୍ୟ ଏବଂ ବିଧାନସଭା କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟାପିକା କରୋନା ପଜିଟିଭ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ କରୋନା ରିପୋର୍ଟ ଆଜି ପଜିଟିଭ ଆସିଛି। କୌଣସି କାରଣରୁ ଗତ ୮ ତାରିଖରେ ସେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଛୁଟି ପାଇଁ ଆବେଦନ କରଥିଲେ।  ଏହାପରେ ଅସୁସ୍ଥତା ଅନୁଭବ କରିବାରୁ ସେ କଟକସ୍ଥିତ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ା ପ୍ରମୋଦ କୁମାର ପାଢ଼ୀ ଏନେଇ ସୂଚନା ଦେଇଛନ୍ତି ।

ତେବେ ଏହି ଖବର ପ୍ରଚାର ହେବା ମାତ୍ରେ ସାରା କଲେଜରେ ବର୍ତ୍ତମାନ ଭୟର ବାତାବରଣ ଖେଳିଯାଇଛି। କାରଣ ଜନୈକ ଅଧ୍ୟାପିକା ପ୍ରତିଦିନ ଅନର୍ସ କ୍ଲାସ କରିବା ସହ କଲେଜର ଅନ୍ୟ କର୍ମଚାରୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି। ତେବେ ପ୍ରାଥମିକ ପର୍ଯ୍ୟାୟରେ କଲେଜ କର୍ତ୍ତୃପକ୍ଷ ସମ୍ପୃକ୍ତ ଡିପାର୍ଟମେଣ୍ଟକୁ ସାନିଟାଇଜ କରାଇଛନ୍ତି। ଏ ନେଇ ଆମ ପ୍ରତିନିଧି କଲେଜ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏପର୍ଯ୍ୟନ୍ତ ଏ ବିଷୟ ନେଇ ଅବଗତ ନଥିବା ପ୍ରକାଶ କରିଛନ୍ତି।

ତେବେ ବର୍ତ୍ତମାନ ପରିସ୍ଥିତିରେ ତୁରନ୍ତ କଲେଜର ସମସ୍ତ କର୍ମଚାରୀ ଏବଂ ଜନୈକ ଡିପାର୍ଟମେଣ୍ଟର ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ସହ ସମ୍ପୂର୍ଣ୍ଣ କଲେଜକୁ ସାନିଟାଇଜେସନ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ଦାବି କରିଛନ୍ତି। ତତ ସହିତ କଲେଜରେ କୋଭିଡ ନିୟମକୁ କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବି ହୋଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ନବ ଦମ୍ପତି ସବ୍ୟର୍ଚ୍ଚିତା

ଭୁବନେଶ୍ବର, ଓଡିଆ ଚଳଚିତ୍ରର ଲୋକପ୍ରିୟ କଳାକାର ଦମ୍ପତି ସବ୍ୟର୍ଚ୍ଚିତା ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ସାକ୍ଷାତ କରିଛନ୍ତି। ଚଳିତ ମାସରେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ରାଜସ୍ଥାନର ଜୟପୁରରେ ବିବାହ କରିଥିଲେ। ସେଠାରୁ ଆସିବା ପରେ ନବଦମ୍ପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଇଥିଲା। ଏହାପରେ ଉଭୟ ସବ୍ୟର୍ଚ୍ଚିତା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ବୈବାହିକ ଜୀବନରେ ସଫଳ ହେବା ପାଇଁ ରାଜ୍ୟପାଳଙ୍କଠାରୁ ଆର୍ଶିବାଦ ଭିକ୍ଷା କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆସନ୍ତାକାଲିଠୁ ଟି-ଟ୍ୱେଣ୍ଟି ସିରିଜ: ଜାଣନ୍ତୁ କିଭଳି ରହିବ ଭାରତର ପ୍ଲେଇଙ୍ଗ୍ ଏକାଦଶ

ଅହମ୍ମଦାବାଦ: ଆସନ୍ତାକାଲିଠାରୁ  ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟିର ପ୍ରଥମ ମ୍ୟାଚ ଖେଳାଯିବ। ଟି-ଟ୍ୱେଣ୍ଟିର ସମସ୍ତ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଇଂଲଣ୍ଡ ଦଳ ଟି-ଟ୍ୱେଣ୍ଟି ଆଇସିସି ତାଲିକାରେ ଶ୍ରେଷ୍ଠରେ ରହିଛି। ସେଥିପାଇଁ ଇଂଲଣ୍ଡ ବିରୋଧରେ ଶ୍ରେଷ୍ଠ ଦଳକୁ ନେଇ ଭାରତ ପଡିଆକୁ ଓହ୍ଳାଇବ।

ଟି-ଟ୍ୱେଣ୍ଟି ବିଶ୍ଵକପକୁ ଧ୍ୟାନରେ ରଖି ଭାରତୀୟ ଦଳ ପାଇଁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଥମ ତିନୋଟି ମ୍ୟାଚ ପାଇଁ ମଜବୁତ ଟିମକୁ ନେଇ ଖେଳିବା ଲକ୍ଷ୍ୟରେ ରହିଛି ଭାରତ। ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିବା ରିଷଭ ପନ୍ତଙ୍କ ଟି-ଟ୍ୱେଣ୍ଟିରେ ଖେଳିବା ସମ୍ଭାବନା ଅଧିକ ରହିଛି। ପନ୍ତ ଖେଳିଲେ ଅଷ୍ଟ୍ରେଲିଆ ସିରିଜରେ ୱିକେଟ କିପିଂ କରୁଥିବା କେଏଲ ରାହୁଲଙ୍କୁ ବ୍ୟାଟ୍ସମ୍ୟାନ ରୂପେ ଖେଳା ଯାଇପାରେ।

ପ୍ରାରମ୍ଭିକ ଯୋଡି ଭାବେ ରୋହିତ ଶର୍ମାଙ୍କ ସହ ଶିଖର ଧବନ ଖେଳିପାରନ୍ତି। ତୃତୀୟ ନମ୍ବରରେ ଅଧିନାୟକ ବିରାଟ କୋହଲୀ, ଚତୁର୍ଥରେ କେଏଲ ରାହୁଲ, ପଞ୍ଚମରେ ରିଷଭ ପନ୍ତ, ଷଷ୍ଠ ଏବଂ ସପ୍ତମ ନମ୍ବର ପାଇଁ ଅଲରାଉଣ୍ଡରଙ୍କୁ ଟିମରେ ସାମିଲ କରାଯାଇପାରେ। ଷଷ୍ଠ ସ୍ଥାନରେ ହାର୍ଦିକ ପାଣ୍ଡ୍ୟା ଏବଂ ସପ୍ତମ ସ୍ଥାନରେ ୱାସିଙ୍ଗଟନ ସୁନ୍ଦରଙ୍କୁ ଜାଗା ମିଳିପାରେ।

ଏହାପରେ ବୋଲରଙ୍କ ନମ୍ବର ଆସିବ। ଅଭିଜ୍ଞ ଭୁବନେଶ୍ଵର କୁମାରଙ୍କୁ ଏକ ବର୍ଷ ପରେ ଦଳରେ ସାମିଲ ହେବେ। ଜସପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ବୋଲିଂ ଭାର ଭୁବନେଶ୍ବରଙ୍କ କାନ୍ଧ ଉପରେ ରହିବ। ଭୁବନେଶ୍ବରଙ୍କ ସାଥିରେ ଶାର୍ଦ୍ଦୁଳ  ଠାକୁର ଏବଂ ଦୀପକ ଚହର ବୋଲିଂ ବିଭାଗ ସମ୍ଭାଳି ପାରନ୍ତି। ସେହିପରି ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲ ଖେଳିପାରନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ଆଇପିଏସ୍ ପ୍ରାଚୀ ସିଂହଙ୍କ ଉପରେ ଆଣିଲେ ଏଭଳି ଅଭିଯୋଗ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିବାର କାରଣ ଏକ ଚିଠି ମାଧ୍ୟମରେ ଛାଡିଥିଲା। ତାଙ୍କୁ ମିଥ୍ୟା କେସରେ ଫସାଇ ଆଇପିଏସ ଅଧିକାରୀ  ଜେଲ ପଠାଇଥିବା ଏହି ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ। ସୁଇସାଇଡ ନୋଟ ମିଳିଲା ପରେ ମୃତକଙ୍କ ଦ୍ଵାରା ହୋଇଥିବା ଅଭିଯୋଗକୁ ପୋଲିସ କମିଶନର ନିରାଧାର ବୋଲି କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଜଣେ ଯୁବକ ପୋଲିସକୁ ଫୋନ କରି ହସନଗଞ୍ଜର ବିବେକାନନ୍ଦ ହସ୍ପିଟାଲ ରେଳବାଇ କ୍ରସିଂ ପାଖରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଯୁବକ ଜଣକ ସଚିବାଳୟରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ସେ ରବିଦାସ ମନ୍ଦିର ନିକଟରେ ରହୁଥିଲେ। ନର୍ଥ ଜୋନର ଆଇପିଏସ ପ୍ରାଚୀ ସିଂହ ତାଙ୍କୁ ମିଥ୍ୟା କେସରେ ଜେଲ ପଠାଇଥିବା ନେଇ ଆତ୍ମହତ୍ୟା ଚିଠିରେ ଲେଖିଥିଲେ।

ମୃତକ ବିଶାଳ ସୋନୀ ସୁଇସାଇଡ ନୋଟରେ ଲେଖିଥିଲେ ଯେ, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି। ଏଥିପାଇଁ ଆଇପିଏସ ପ୍ରାଚୀ ସିଂହ ଦାୟୀ ଅଟନ୍ତି। କାରଣ ସେ ମୋର କ୍ୟାରିଆର ଖରାପ କରିଦେଇଛନ୍ତି। ଯାହାଫଳରେ ମୁଁ ସମାଜ ଏବଂ ପରିବାର ଆଗରେ ମୁହଁ ଦେଖାଇ ପାରୁନି। ଏହାକୁ ମୁଁ ସହ୍ୟ କରିପାରୁ ନାହିଁ। ସେଥିପାଇଁ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି। ଯାହାଫଳରେ ଅନ୍ୟ ନିର୍ଦ୍ଦୋଷ ଲୋଗଙ୍କୁ ଜେଲ ପଠାଯାଇ ପାରିବ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଫେବୃୟାରୀ ୧୩ ତାରିଖରେ ଆଇପିଏସ ପ୍ରାଚୀ ସିଂହ ଇନ୍ଦିରା ନଗରରେ ଏକ ବିଉଟି ପାର୍ଲର ଏବଂ ସ୍ପା ସେନ୍ତରରେ ଚଢାଉ କରି ୫ ଜଣ ମହିଳାଙ୍କ ସମେତ ମୃତକ ବିଶାଳଙ୍କୁ ଗିରଫ ଗିରଫ କରିଥିଲା। ଜେଲରୁ ବାହାରିବା ପରେ ବିଶାଳ ମାନସିକ ଚାପରେ ରହୁଥିବାର ଦେଖିବାକୁ ମିଳିଥିଲା।