Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଉତ୍କଳ ବିଶ୍ବବିଦ୍ୟାଳୟରୁ ଶକ୍ତିକାନ୍ତ ଦାସ,ଗିରିଶ ମୂର୍ମୁଙ୍କ ସହ 5 ଜଣଙ୍କୁ ମିଳିବ ଡକ୍ଟରେଟ ଉପାଧୀ

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଓଡିଶାର 5 ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ ଜନକ ଡକ୍ଟରେଟ ଉପାଧୀ। ସେମାନେ ହେଲେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ ଗିରିଶ ଚନ୍ଦ୍ର ମୁର୍ମୁ, ହାଇକୋର୍ଟ ବିଚାରପତି ସଂଜୁ ପଣ୍ଡା, ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଏବଂ  ଓଡିଶା ଆଦର୍ଶ ବିଦ୍ୟାଳୟର ସଂଗଠନର ଉପଦେଷ୍ଠା ବିଜୟ ସାହୁ।

ଆସନ୍ତା ଏପ୍ରିଲ ତିନି ତାରିଖରେ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଯୋଗଦେବେ। ଏଥିରେ 40 ଜଣଙ୍କୁ ପିଏଚଡି ଏବଂ 90 ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ ବିଭିନ୍ନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଭତ୍ତା ଓ ଆବାସ ବଣ୍ଟନ କଲେ ବିଧାୟକ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଉପସ୍ଥିତିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ କରକମଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଯଥା ୬୦ ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ ଚାଟ୍ରା ଠାରୁ କାଳିଆବରା କଂକ୍ରିଟ ରାସ୍ତା ଏବଂ ୨୦ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ କଲେଜ ଛକ ଠାରୁ ମାର୍କଣ୍ଡେଶ୍ୱର ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ଏହି ଅବସରରେ ଜଗତସିଂହପୁର ପୌରପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଏବଂ ମୁଖ୍ୟ ବକ୍ତାଭାବେ ଜିଲ୍ଲାପାଳ ଯୋଗଦେଇ ୨୮ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୮ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ଏକ ମିନି ସେସପୋଲର ଲୋକାର୍ପଣ କରିଛନ୍ତି।

ଏଥିସହିତ ଜଗତସିଂହପୁର ପୌରାଞ୍ଚଳରେ ଜନସାଧାରଣଙ୍କ ହିତ ନିମନ୍ତେ ଏକ ଆଦର୍ଶ ପାର୍କ, ଆଦର୍ଶ ଶବଦାହ ଗୃହ ଏବଂ ଆଦର୍ଶ ପୋଖରୀ କରାଯିବ ବୋଲି ଜିଲ୍ଲାପାଳ ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ। ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଟୀକା ନେବେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି: ଏପ୍ରିଲ ୧ ରୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ବର: ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି କରୋନା ଟୀକା ନେବେ। ସେଥିପାଇଁ ନିଜ ନାମକୁ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ। ଆସନ୍ତା ୧ ତାରିଖ ଠାରୁ ଟୀକା ନେବା ପାଇଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ପଞ୍ଜୀକରଣ କରିପାରିବେ। ଜାନୁୟାରୀ ୧ ତାରିଖ ୧୯୭୭ ପୂର୍ବରୁ ଜନ୍ମ ହୋଇଥିବା ବ୍ୟକ୍ତି ପଞ୍ଜୀକରଣ କରିବା ପାଇଁ ସୂଚନା ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ୧ ରେ ଉତ୍କଳ ଦିବସ: କଟକଣା ଭିତରେ ପାଳନ ଲାଗି ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ଦୁଇ ଦିନରେ ୪୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଧାର୍ମିକ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସରକାର କଟକଣା ଲଗାଇଥିବା ବେଳେ ଏପ୍ରିଲ୧ ତାରିଖରେ ଉତ୍କଳ ଦିବସ ପାଇଁ କଟକଣା ଲାଗିଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି।

୧- ଉତ୍କଳ ଦିବସ ପାଇଁ ଜନସମାବେଶ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି।

୨- ଉତ୍କଳ ଦିବସ ଉପଲକ୍ଷେ ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି। କୋଭିଡ଼ ନିୟମ ଅନୁଯାୟୀ ସାମାଜିକ ଦୁରତ୍ଵ, ମାସ୍କ ପରିଧାନ, ସାନିଟାଇଜର ବ୍ୟବାହାର କରିବା ନିତ୍ୟାନ୍ତ ଜରୁରୀ। ଏହାସହିତ ଅନ୍ୟ କୌଣସି କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗିଛି।

୩- ଉତ୍କଳ ଦିବସ ପାଳନ ଲାଗି ଯଦି କୌଣସି ସଂଗଠନ କିମ୍ବା ଘରୋଇ ସଂସ୍ଥା ଇଚ୍ଛା ପ୍ରକାଶ କରନ୍ତି, ତେବେ ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ ଏବଂ କମିଶନରଙ୍କ ଠାରୁ ଅନୁମତି ଆଣିବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ସଂକ୍ରମଣକୁ ରୋକିବା ପାଇଁ ଧାର୍ମିକ କାର୍ଯ୍ୟକ୍ରମ ଉପରେ ଲାଗିଲା କଟକଣା

ଭୁବନେଶ୍ବର: କରୋନା ସଂକ୍ରମଣର ଦ୍ଵିତୀୟ ଲହରକୁ ଦେଖି ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି। ଦଣ୍ଡ ଯାତ୍ରା, ଝାମୁ ଯାତ୍ରା, ପଣା ସଂକ୍ରାନ୍ତି,ରାମ ନବମୀ, ଗୁଡ ଫ୍ରାଇଡେ, ଇଷ୍ଟର ଭଳି ଧାର୍ମିକ କାର୍ଯ୍ୟକ୍ରମରେ କଟକଣା ଲାଗିଛି। ସ୍ଵତନ୍ତ୍ର ରିଲିଫ କମିଶନର ଏହି ସବୁ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛନ୍ତି।

୧- ସର୍ବସାଧାରଣ ସ୍ଥାନରେ ଏସବୁ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକରେ ଜନଗହଳି କରିବାକୁ ବାରଣ କରାଯାଇଛି।

୨- କୋଭିଡ ନିୟମକୁ ପାଳନ କରି ଧାର୍ମିକ ସ୍ଥାନ ଯଥା ମନ୍ଦିର, ଚର୍ଚ୍ଚରେ ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ନୀତି ପାଳନ କରାଯାଇପାରିବ।

୩- ସ୍ଥାନୀୟ ଅଞ୍ଚଳରେ ପର୍ବ ପର୍ବାଣୀ ପାଇଁ ସ୍ଥିତିକୁ ଦେଖି ଜିଲ୍ଲାପାଳ ଏବଂ କମିଶନର କଟକଣା ଲଗାଇପାରିବେ।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ଆଜି ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୪୦୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୯୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୪୦୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୩ ଟି ଜିଲ୍ଲାରୁ ୨୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୩୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୨ଜଣ, କଟକ ଜିଲ୍ଲାରୁ ୨୯ ଜଣ, ବରଗଡ ଜିଲ୍ଲାରୁ ୨୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୫ ଜଣ, ଅନୁଗୁଳ ଜିଲ୍ଲାରୁ ୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୩ ଜଣ, ଭଦ୍ରକ ଜିଲ୍ଲାରୁ ୮ ଜଣ, ଦେବଗଡ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ, ନୟାଗଡ ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୬ ଜଣ, ରାୟଗଡା ଜିଲ୍ଲାରୁ ୨ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧ ଜଣ ଏବଂ ଷ୍ଟେଟ ପୁଲରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭାରତ ବନ୍ଦ ସମୟରେ ଦିଲ୍ଲୀରେ ପରିବା ଏବଂ ଦୁଗ୍ଧ ପହଞ୍ଚିବ ନାହିଁ: କୃଷକ ସଂଗଠନ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଆଜି ଭାରତ ବନ୍ଦ ଡାକରା ଦେଇଛି। ଦିଲ୍ଲୀର ସୀମାରେ ଲଗାତର ୪ ମାସ ହେଲା ଚାଷୀ ଆନ୍ଦୋଳନ କରିଆସୁଛନ୍ତି। ଆଜିର ଭାରତ ବନ୍ଦ ଡାକରାରେ ରେଳ ଯାତ୍ରା ପ୍ରଭାବିତ ହୋଇଛି। କିଛି ଅଞ୍ଚଳରେ ସଡକ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏହି ବନ୍ଦ ଡକରାରେ ସଂଯୁକ୍ତ କୃଷକ ସଂଗଠନର ନେତା ଦର୍ଶନ ପାଲ ଏକ ଭିଡ଼ିଓ ଜାରି କରି କହିଥିଲେ କି, ଆନ୍ଦୋଳନରତ ଚାଷୀ ଦିଲ୍ଲୀକୁ ପରିବା ଏବଂ ଦୁଗ୍ଧ ପଠାଇବା ବନ୍ଦ କରିଦେବେ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି କୃଷକମାନଙ୍କ ଦ୍ଵାରା ଏହି ବନ୍ଦ ଡାକରା ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରି ରହିବ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

ରମେଶ ମହାନ୍ତି
ଜଗତସିଂହପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଏକ ସମ୍ମିଳନୀ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ଉଦଘାଟନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟା ପଣ୍ଡା ସ୍ୱାଗତ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ସ୍ତରରେ ସବୁଠାରୁ ଉତ୍ତମ କାର୍ଯ୍ୟ କରିଥିବା ୩ଜଣ ଆଶା କର୍ମୀଙ୍କୁ ୧ମ, ୨ୟ ଓ ୩ୟ ହାସଲ କରିଥିବାରୁ ୧୨ହଜାର ଟଙ୍କା, ୧୦ହଜାର ଟଙ୍କା ଏବଂ ୮ହଜାର ଟଙ୍କା ଇ-ଟ୍ରାନ୍ସଫର୍ କରାଯାଇଥିଲା।

ସେହିପରି ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ ତରଫରୁ ପ୍ରତ୍ୟେକ ବ୍ଲକରୁ ଗୋଟିଏ ଗାଁକୁ ସୁସ୍ଥ ଗାଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଇ-ଟ୍ରାନ୍ସଫର୍ କରାଯାଇଥିଲା। ସହରାଞ୍ଚଳ ସ୍ୱାସ୍ଥ୍ୟସେବା ଅନ୍ତର୍ଗତ ୬ଟି ମହିଳା ଆରୋଗ୍ୟ ସମିତିକୁ ମାନପତ୍ର ସହ ୩ହଜାର ଟଙ୍କା ଇ-ଟ୍ରାନ୍ସଫର୍ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଡଃ ପ୍ରମୋଦ କୁମାର ବାରିକ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ନୋଡାଲ ଅଫିସର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସିନିୟର କନସଲଟାଣ୍ଟ ଆଶା ଓ ଗାଁ କଲ୍ୟାଣ ସମିତି ସୁଶାନ୍ତ କୁମାର ନାୟକ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଉପ-ପରିଚାଳକ ସୁକାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ ଶତୃଘ୍ନ ଦାଶ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭି.ବି.ଡି), ଡି.ପି.ଏମ୍ ଚକ୍ରଧର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅର୍ବାନ ହେଲଥ୍ ଆସିଷ୍ଟାଣ୍ଟ ମ୍ୟାନେଜର ମମତା ଦାଶ, ଗାଁ କଲ୍ୟାଣ ସମିତି ଆସିଷ୍ଟାଣ୍ଟ ମ୍ୟାନେଜର ସୁଜାତା ପ୍ରିୟମ୍ବଦା ଦାଶ, ସ୍ବସ୍ତି ମହାନ୍ତି, ଅଶିତ କୁମାର ଦାଶ, ଜ୍ୟୋସ୍ନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରରୁ ମେଡିକାଲ ଅଫିସର ,ବି.ପି.ଏମ୍ ,ଏ.ଡି.ପି.ଏଚ୍.ଇଓ ସଚଳା ମହାନ୍ତି, ଆଶାକର୍ମି, ଗାଁ କଲ୍ୟାଣ ସମିତିର ସଭ୍ୟସଭ୍ୟା, ସରପଞ୍ଚ ଏବଂ ମହିଳା ଆରୋଗ୍ୟ ସମିତି ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ।ଆଶା ଆସିଷ୍ଟାଣ୍ଟ ମ୍ୟାନେଜର ଅମିତା ପଣ୍ଡା କାର୍ଯ୍ୟକ୍ରମରେ ସହାୟତା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବନ୍ଧୁକ ଲଗାଇ ମହିଳାଙ୍କୁ ହତ୍ୟା ଧମକ: ବନ୍ଧୁକ ସହ ଜଣେ ଅଭିଯୁକ୍ତ ଗିରଫ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତର କାଠିଆପଡା ଗ୍ରାମର ଏକ ପରିବାରରେ ଦିର୍ଘଦିନରୁ ଲାଗିରହିଥିବା ଜମିବାଡ଼ି କଳିରୁ ଏଭଳି ଭୟାନକ ଘଟଣା ଘଟିଥିବା ଜଣାପଡିଛି।

ସୂଚନାନୁଯାୟୀ ସ୍ଵାମି ନାରାୟଣ ମହାପାତ୍ର ଘରେ ନ ଥିବା ସମୟରେ ସ୍ତ୍ରୀ ସସ୍ମିତା ମହାପାତ୍ରଙ୍କ ପାଟିରେ ବନ୍ଧୁକ ପୁରାଇ ମାରିଦେବାକୁ ଉଦ୍ୟମ କରାଯିବା ସହିତ ସଂପୃକ୍ତ ଯୁବକ ବିଭିନ୍ନ ସମୟରେ ଗ୍ରାମରେ ଆତଙ୍କରାଜ କରି ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହେଉଛି। ଏନେଇ ସସ୍ମିତା ମହାପାତ୍ରଙ୍କ ଶାଶୁ ରୁକ୍ମିଣୀ ମହାପାତ୍ର ଘଟଣା ସମ୍ପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଆଧାରରୁ ଜାଣିବାକୁ ମିଳିଛି ସସ୍ମିତାଙ୍କ ବଡ ଜା ସୁମିତ୍ରା ମହାପାତ୍ର ଗୁଣ୍ଡା ପଠାଇ ଏ ସବୁ କାଣ୍ଡ ଭିଆଇଥିଲେ। ଘଟଣା ଘଟାଇବା ପରେ ଅଭିଯୁକ୍ତ ଢିଅସାହି ବଜାରକୁ ଯାଇ ଦାଦାବଟି ଆଦାୟ କରୁଥିବା ବେଳେ ଜଗତସିଂହପୁର ଥାନାର ପୋଲିସ୍ ଏସ୍.ଆଇ ବିଶ୍ଵଜିତ ଗଡ଼ନାଏକ ସିବିଲ ଡ୍ରେସ୍ ରେ ନିଜ ଜୀବନ କୁ ବାଜିଲଗାଇ ଅଭିଯୁକ୍ତଙ୍କ ସହିତ ଧସ୍ତାଧସ୍ତି ହୋଇ ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଥିବା ବେଳେ ଏପର୍ଯ୍ୟନ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ୍ ହୋଇ ନଥିବା ଜଣାପଡିଛି। ଏମିତିକି ଅପରପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଛି।

ଅନ୍ୟପକ୍ଷରେ ଯେଉଁ ପୋଲିସ୍ ଅଫିସର୍ ଏଭଳି ଅଭିଯୁକ୍ତଙ୍କୁ ଧରିବା ପାଇଁ ଦିନରେ ନିଜ ଜିବନକୁ ବାଜି ଲଗାଉଛି ରାତିରେ ସେହି ପୋଲିସ୍ ଅଫିସର୍ ୫୦ହଜାର ଲାଞ୍ଚ ନେଉଥିବା ବେଳେ ଆରେଷ୍ଟ ହେବା ଭଳି ଘଟଣା ସାଧାରଣରେ ଲୋକଙ୍କୁ ଚକିତ କରିଛି। ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୫୯ ହଜାର ୧୧୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୯ ହଜାର ୧୧୮ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୫୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୮ ଲକ୍ଷ ୪୬ ହଜାର ୬୫୨ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୪୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୬୪ ହଜାର ୬୩୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୨୧ ହଜାର ୬୬ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଧର୍ମ ସ୍ବାସ୍ଥ୍ୟ

ତମ୍ବା ପାତ୍ରରେ ପାଣି ରଖି ପିଇଲେ କଣ ହୁଏ ଜାଣନ୍ତୁ ଏହି ଚାରୋଟି କଥା

କୋଲକାତା, ତମ୍ବା ପାତ୍ରରେ ରଖାଯାଇଥିବା ଜଳ ଆମ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ପ୍ରଚୁର ଜଳ ପିଇବା ଦ୍ୱାରା ଆମ ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଯାହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରେ। ତେବେ ସାଧାରଣ ଗ୍ଲାସ ଅପେକ୍ଷା ତମ୍ବା ପାତ୍ରର ପାଣି ସ୍ବାସ୍ଥ୍ୟ ପାଇଁ ବେଶ ଉପକାର କରିଥାଏ।

ତେବେ ଏହା ପ୍ରାଚୀନ ଯୁଗରୁ ପ୍ରମାଣିତ ହୋଇ ଆସିଛି ଯେ, ତମ୍ବା ପାତ୍ରରେ କିଛି ସମୟ ପାଣି ରଖି ପିଇଲେ ତାହା ଶରୀର ପାଇଁ ଅନେକ ଉପକାର ଦେଇଥାଏ। ଯଦି ରାତିରେ ତମ୍ବାପାତ୍ରରେ ପାଣି ରଖି ସକାଳୁ ପିଇଲେ ତାହା ଆହୁରି ଅଧିକ କାମ ଦିଏ। ତେବେ ଜାଣନ୍ତୁ ତମ୍ବାପାତ୍ରରେ ଥିବା ପାଣି ପିଇଲେ ଶରୀର ପ୍ରତି କିପରି ଉପକାରୀ ହୋଇଥାଏ।

1-ବେଳେବେଳେ କିଛି ଭୁଲ ଖାଇବା କାରଣରୁ ଆମର ହଜମ ପ୍ରକ୍ରିୟା ଅତ୍ୟନ୍ତ ଖରାପ ହୋଇପଡେ। ଏ ସବୁର ନିରାକରଣ ପାଇଁ ଏକ ତମ୍ବା ପାତ୍ରରେ ରଖାଯାଇଥିବା ପାନୀୟ ଜଳ ନିୟମିତ ପାନ କଲେ ଏହା ପେଟକୁ ସଫା ରଖେ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣେ।

2- ଯଦି ଆପଣ ଓଜନ ବୃଦ୍ଧି ଯୋଗୁଁ ଅସୁବିଧାରେ ପଡୁଛନ୍ତି, ତେବେ ଏକ ତମ୍ବା ପାତ୍ରରେ ରଖାଯାଇଥିବା ଜଳ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ।ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଜମା ହୋଇଥିବା ଅତ୍ୟଧିକ ଚର୍ବି କମିଯାଏ।

3-ଯଦି ଆପଣଙ୍କର ପେଟରେ ଅଲସର୍ ସମସ୍ୟା ଅଛି, ତେବେ ରାତିରେ ଏକ ତମ୍ବା ପାତ୍ରରେପାଣି ରଖି ସକାଳୁ ନିୟମିତ ପାନ କରନ୍ତୁ। ଏହା ଅଲସର ରୋଗକୁ ଶୀଘ୍ର ଭଲ କରିଥାଏ।

4-ଯଦି ପାଣିପାଗ ପରିବର୍ତ୍ତନ ହେତୁ ଥଣ୍ଡା ହୁଏ, କିମ୍ବା ଆପଣ କୈଣସି ପ୍ରକାର ସଂକ୍ରମଣରେ ଅସୁବିଧାରେ ପଡ଼ନ୍ତି, ତେବେ ନିୟମିତ ଭାବରେ ଏକ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ ।

Categories
ଆଜିର ଖବର ଧର୍ମ

ସାଧାରଣ ପାଣି ପାତ୍ର ମଧ୍ୟ ଆପଣଙ୍କର ଘରର ଭାଗ୍ୟକୁ ବଦଳାଇ ଦେବ, କିପରି ପଢନ୍ତୁ

ନୂଆଦିଲ୍ଲୀ, ଆମ ଜୀବନରେ ଜଳର ବହୁତ ଗୁରୁତ୍ୱ ରହିଛି। ଭାରତରେ ଜଳ ଉପାସନା ଏକ ବିଶେଷ ସ୍ଥାନ ରହିଛି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ କିମ୍ବା ଶିବଲିଙ୍ଗରେ ଜଳ ପ୍ରଦାନ କରନ୍ତୁ କିମ୍ବା ଅନ୍ୟ କୌଣସି ଧାର୍ମିକ ରୀତିନୀତିରେ ଜଳର ଆବଶ୍ୟକତା ରହିଛି। ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ଘରର ଦ୍ୱାର ନିକଟରେ ପାଣି ରହିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।

ଉତ୍ତର ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ଥିବା ଦ୍ୱାରଗୁଡ଼ିକ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ କରେ । ଜଳ ପାତ୍ରକୁ କେବଳ କବାଟ ପାଖରେ ରଖିବା ଉଚିତ୍, ଏହାକୁ ଡାହାଣ ପାଖରେ ରଖନ୍ତୁ ନାହିଁ । ଯଦି ଆପଣ ତାହା କରନ୍ତି, ଫଳାଫଳ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ହେବ। ବିସ୍ତୁତ ଭାବେ କହିବାକୁ ଗଲେ ଯେତେବେଳେ ଆପଣ ଘରେ ଠିଆ ହୋଇ ବାହାରକୁ ଚାହିଁବେ, ତେବେ ପାଣି ପାତ୍ରଟି ଆପଣଙ୍କ ବାମ ପାର୍ଶ୍ୱରେ ରହିବା ଉଚିତ।

ଏହିପରି ବ୍ୟବସ୍ଥାରେ ଏକ ଛୋଟ ମାଛ ଘର ବା ଆକ୍ବାରମ କିମ୍ବା ପାଣିରେ ଅବସ୍ଥିତ ଡଲଫିନ୍ ମାଛର ଚିତ୍ର ମଧ୍ୟ ରଖାଯାଇପାରିବ | ଅବଶ୍ୟ, ଫେଙ୍ଗ୍ ଶୁଇରେ ଛୋଟ ଆକ୍ୱାରିୟମ୍ ପସନ୍ଦ କରାଯାଏ କାରଣ ଏହା ଅତ୍ୟନ୍ତ ଶୁଭ ଏବଂ ମନୋରମ ଫଳାଫଳ ବୋଲି ବିବେଚନା କରାଯାଏ।

Categories
ଆଜିର ଖବର ଧର୍ମ

ପୃଥିବୀରେ ବାସ କରୁଥିଲେ ମଧ୍ୟ ମିଳିବ ସ୍ବର୍ଗର ଆନନ୍ଦ, କଣ କହୁଛନ୍ତି ଚାଣକ୍ୟ ଜାଣନ୍ତୁ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସ୍ବର୍ଗ ସୁଖ ଲାଭ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ପୃଥିବୀରେ ବାସ କରୁଥିବା ଲୋକେ ସ୍ବର୍ଗ ସୁଖ ମଧ୍ୟ ପାଇଥାନ୍ତି। ତେବେ ସମସ୍ତେ ନୁହଁନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଭାଗ୍ୟଶାଳୀ ଗୋଷ୍ଠୀରେ ଆସୁଛନ୍ତି।

ଚାଣକ୍ୟ ନୀତିରେ ରହିଛି ଯେ ଯାହାଙ୍କ ସନ୍ତାନର ପିତୃଭକ୍ତି ରହିଛି, ଯାହାର ଦାମ୍ପତ୍ୟ ଜୀବନ ମଧୁର ଅଛି, ଯିଏ ନିଜ ଧନସଂପତ୍ତିରେ ସନ୍ତୁଷ୍ଠ ଅଛି ସେ ସ୍ବର୍ଗ ସୁଖ ଲାଭ କରିପାରିବ। ଅର୍ଥାତ ଆପଣଙ୍କର ପିଲାମାନେ ଯଦି ଦୁଷ୍ଟ ନ ହୋଇ ପିତୃଭକ୍ତ ହେବେ ତେବେ ଆପଣଙ୍କର କୌଣସି ଚିନ୍ତା ରହିବ ନାହିଁ। ସେହିପରି ଆପଣଙ୍କ ଧର୍ମପତ୍ନୀଙ୍କ ସହିତ ଯଦି ଭଲ ସଂପର୍କ ଅଛି ତେବେ ସୁଖରେ ରହିବେ। କାରଣ ପତିପତ୍ନୀ ମଧ୍ୟରେ ଯଦି ଅପଡ ହେଲା ତେବେ ସେହି ଘରେ ସବୁବେଳେ କଳିଝଗଡା ଲାଗି ରହିବ।

ସେହିପରି ସଂପତ୍ତି ପ୍ରତି ଯଦି ଲୋଭ ରହିଲା ତେବେ ଆପଣଙ୍କର ସୁଖ ଚାଲିଗଲା ବୋଲି ଭାବି ନିଅନ୍ତୁ। କାରଣ ସଂପତ୍ତି ଲୋଭ ହିଁ ଦୁଃଖର ଅନ୍ୟତମ କାରଣ। ସେଥିପାଇଁ ଭଗବାନ ଯେତିକି ସଂପତ୍ତି ଦେଇଛନ୍ତି ବା ଦେଉଛନ୍ତି ତାହାକୁ ନେଇ ସନ୍ତୁଷ୍ଠ ରୁହନ୍ତୁ। ଅସତ୍ ଉପାୟରେ ସଂପତ୍ତି ଅର୍ଜନ କଲେ ପରିମାଣ ବଢିପାରେ ହେଲେ ସୁଖ ରହିବ ନାହିଁ।

Categories
ଆଜିର ଖବର

ଆଜି ମାର୍ଚ୍ଚ 26 ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଖୁସି ହେବେ

ମେଷ- ଆପଣ ଆଜି କିଛି ନୂଆ କରିବାକୁ ଚିନ୍ତା କରିପାରିବେ । ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ, ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ । ଏକ ବଡ ଖର୍ଚ୍ଚ ହେବ । ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ। ଯଦି ଆମେ ଟଙ୍କା ସମ୍ବନ୍ଧୀୟ ବିଷୟଗୁଡିକ ଯତ୍ନର ସହ ମୁକାବିଲା କରିବା ଭଲ ହେବ।

ବୃଷ- ନିୟମିତ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ। ମନ ଅଶାନ୍ତ ହେବ। ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ। ଆପଣ ଉତ୍ସାହଜନକ ସୂଚନା ପାଇବେ। ନୂତନ ସମ୍ପର୍କ ଗଠନ ହେବ। ସଂକ୍ଷିପ୍ତ ଯାତ୍ରା ହୋଇପାରେ। ଠିକ୍ ସମୟରେ କାମ କରି ଖୁସି ହେବେ। ଅନାବଶ୍ୟକ ଧର୍ଯ୍ୟବାନ ହୁଅନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ । କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ଦୟାକରି ବାର୍ତ୍ତାଳାପକୁ ନିୟନ୍ତ୍ରଣ କରନ୍ତୁ।

କର୍କଟ- ଯଦିଓ ସବୁକିଛି ଠିକ ଅଛି, ଯଦି ଆପଣ ବାର୍ତ୍ତାଳାପକୁ ନିୟନ୍ତ୍ରଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। କରାଯାଇଥିବା ପ୍ରୟାସ ଅର୍ଥପୂର୍ଣ୍ଣ ହେବ। ଭାଗୀଦାରି ମଧ୍ୟ ସେଠାରେ ରହିବେ। କଠିନ ପରିଶ୍ରମ କରିବେ ହେଲେ ଲାଭ କମ୍ ହେବ। ବାଣିଜ୍ୟ କାରବାର କାର୍ଯ୍ୟରେ ସାବଧାନ ରୁହନ୍ତୁ । ବୃଥା ବିବାଦ ହୋଇପାରେ। ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇପାରେ। କିଛି ଦୁଃଖଦ ଖବର ପାଇବାର ସମ୍ଭାବନା ଅଛି।

ମିଥୁନ- ଆଜି ଆପଣ କିଛି ନୂଆ କରିବାକୁ ଚିନ୍ତା କରିବେ। ବ୍ୟବସାୟ ଦୃଷ୍ଟିକୋଣରୁ ଆଜି ଏକ ଭଲ ଦିନ ହେବାର ସମ୍ଭାବନା ଅଛି। ବୁଡିଯାଇଥିବା ଟଙ୍କା ମିଳିପାରିବ। ଚେଷ୍ଟା କରନ୍ତୁ । ବ୍ୟବସାୟରେ ଅଗ୍ରଗତି ହେବ। ନୂତନ ଡିଲ୍ ହେବ। ପରିବାର ସହିତ ଭଲ ସମୟ ଅତିବାହିତ ହେବାର ସମ୍ଭାବନା ଅଛି। ବିବାଦ କରନ୍ତୁ ନାହିଁ।

ସିଂହ- ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟକ୍ତିଗତ ସମ୍ପର୍କ ଗଭୀର ହେବ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । କାରବାରରେ ସତର୍କତା ବ୍ୟବହାର କରନ୍ତୁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ । ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ।

କନ୍ୟା- ବହୁ ପ୍ରତୀକ୍ଷିତ କାର୍ଯ୍ୟର ସମାପ୍ତି ଆତ୍ମ ସମ୍ମାନ ବୃଦ୍ଧି କରିବ। ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇପାରେ । ଯେକୈଣସି ବଡ ଡିଲ୍ ଏକ ବଡ ଲାଭ ଦେଇପାରେ। ପ୍ରଗତିର ରାସ୍ତା ପକ୍କା ହେବ। ସୃଜନଶୀଳ ପ୍ରୟାସ ବୃଦ୍ଧି ପାଇବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟକ୍ତିଗତ ସମ୍ପର୍କ ଗଭୀର ହେବ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ।

ତୂଳା- ବ୍ୟବସାୟ ଯୋଜନା ସଫଳ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ସଂକ୍ଷିପ୍ତ ଯାତ୍ରା ହୋଇପାରେ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ପୁରୁଣା ବନ୍ଧୁଙ୍କୁ ଭେଟିବାକୁ ମନ ଅସ୍ଥିର ରହିବ । ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ।

ବିଛା- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ପୂର୍ବରୁ କରାଯାଇଥିବା କଠିନ ପରିଶ୍ରମ ଫଳ ଦେବ। ଟଙ୍କା ଖର୍ଚ୍ଚ ହେବ। ମନ ଅସନ୍ତୁଷ୍ଟ ରହିବ ତଥାପି ଏହା ବ୍ୟସ୍ତ ରହିବ। ପ୍ରାର୍ଥନା କରିବାକୁ ମନ ଦିଅନ୍ତୁ। ସନ୍ତାନର ଦାୟିତ୍ବ ପୂରଣ ହେବ। ବ୍ୟବସାୟ ବୃଦ୍ଧି ପାଇବ। ବ୍ୟକ୍ତିଗତ ସମ୍ପର୍କ ନିକଟତର ହେବ।

ଧନୁ- ଆପଣ ଆଜି ଖୁସି ହେବେ ଏବଂ ଆପଣ ନିଜ ପରିବାର ସହିତ ଭଲ ସମୟ ପାଇପାରିବେ। ସାଙ୍ଗମାନଙ୍କ ସହିତ ବହୁତ ଭଲ ବାର୍ତ୍ତାଳାପ ହେବ ଏବଂ ସେମାନେ ମଧ୍ୟ ସହଯୋଗ କରିବେ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି। ଭଲ ସୂଚନା ମଧ୍ୟ ମିଳିପାରିବ, ଏହି ସୂଚନାକୁ ପରିବାର ଲୋକ ଦେଇପାରିବ।

ମକର- ଆପଣଙ୍କର ବ୍ୟକ୍ତିଗତ ସମ୍ପର୍କ ଆଜି ମଧୁର ହେବ। ପାଲିଙ୍କ ଦାୟିତ୍ବ ପୂରଣ ହେବ। ସମ୍ପର୍କ ତୀବ୍ର ହେବ । ପାରିବାରିକ ପ୍ରତିଷ୍ଠା ବୃଦ୍ଧି ପାଇବ, କିନ୍ତୁ ଏପରି କିଛି ହୋଇପାରେ ଯାହା ଆପଣଙ୍କ ସ୍ୱାର୍ଥରେ ନାହିଁ । ସଜାଗ ରୁହନ୍ତୁ। କର୍ମକ୍ଷେତ୍ରରେ ଉନ୍ନତି ହେବ। ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ। ବ୍ୟବସାୟ ପ୍ରତିଷ୍ଠା ବୃଦ୍ଧି ପାଇବ । ଲାଭ ବୃଦ୍ଧି ପାଇବ ।

କୁମ୍ଭ- ବ୍ୟବସାୟିକ ଯୋଜନା ସଫଳ ହେବ। ପ୍ରେମ ସଂପର୍କରେ ସୁଖର ପରିବେଶ ରହିବ । ନୂତନ ବନ୍ଧୁ ସୃଷ୍ଟି ହେବ । ଅର୍ଥନୈତିକ ଦିଗ ଦୃଢ ହେବ। ମନ ପୂଜାରେ ନିୟୋଜିତ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ଶାସନ କ୍ଷମତା ସହିତ ସହଯୋଗ କରିବ । ଋଣ ଫେରସ୍ତ ହେବ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ।

ମୀନ- ସମ୍ପର୍କ ନିକଟତର ହେବ। ଆଘାତ ଏବଂ ଦୁର୍ଘଟଣା ଶାରୀରିକ ଏବଂ ମାନସିକ ଦୁଃଖର କାରଣ ହୋଇପାରେ। ଶଶୁର ଘରର ସହଯୋଗ ମିଳିବ । କରାଯାଇଥିବା ପ୍ରୟାସ ଅର୍ଥପୂର୍ଣ୍ଣ ହେବ। ବିରୋଧୀମାନେ ସକ୍ରିୟ ରହିବେ। ସମ୍ପର୍କୀୟ କାରଣରୁ ଚାପ ମିଳିପାରେ। ବକ୍ତବ୍ୟରେ ନିୟନ୍ତ୍ରଣ ରଖନ୍ତୁ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ।

Categories
ଆଜିର ଖବର ଧର୍ମ

ଆର୍ଥିକ ପ୍ରସଂଗରେ ଏହି ଦୁଇ ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

ମେଷ- ଆପଣ ଆଜି କିଛି ନୂଆ କରିବାକୁ ଚିନ୍ତା କରିପାରିବେ । ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ, ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ ।

କୁମ୍ଭ- ବ୍ୟବସାୟିକ ଯୋଜନା ସଫଳ ହେବ। ପ୍ରେମ ସଂପର୍କରେ ସୁଖର ପରିବେଶ ରହିବ । ନୂତନ ବନ୍ଧୁ ସୃଷ୍ଟି ହେବ । ଅର୍ଥନୈତିକ ଦିଗ ଦୃଢ ହେବ। ମନ ପୂଜାରେ ନିୟୋଜିତ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ।

Categories
ଆଜିର ଖବର ଧର୍ମ

ଶୁକ୍ରବାର ଦିନ ଏହି ଦୁଇଟି ରାଶିର ଭାଗ୍ୟ ହେବ ଚକାଚକ୍, ବିଶ୍ବାସ କରିପାରିବେ ନାହିଁ

ମିଥୁନ- ଆଜି ଆପଣ କିଛି ନୂଆ କରିବାକୁ ଚିନ୍ତା କରିବେ। ବ୍ୟବସାୟ ଦୃଷ୍ଟିକୋଣରୁ ଆଜି ଏକ ଭଲ ଦିନ ହେବାର ସମ୍ଭାବନା ଅଛି। ବୁଡିଯାଇଥିବା ଟଙ୍କା ମିଳିପାରିବ। ଚେଷ୍ଟା କରନ୍ତୁ । ବ୍ୟବସାୟରେ ଅଗ୍ରଗତି ହେବ। ନୂତନ ଡିଲ୍ ହେବ।

ଧନୁ- ଆପଣ ଆଜି ଖୁସି ହେବେ ଏବଂ ଆପଣ ନିଜ ପରିବାର ସହିତ ଭଲ ସମୟ ପାଇପାରିବେ। ସାଙ୍ଗମାନଙ୍କ ସହିତ ବହୁତ ଭଲ ବାର୍ତ୍ତାଳାପ ହେବ ଏବଂ ସେମାନେ ମଧ୍ୟ ସହଯୋଗ କରିବେ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି।

Categories
ଆଜିର ଖବର ଧର୍ମ

ଆପଣଙ୍କର ଏକ ବଡ ଡିଲ ଶୁକ୍ରବାର ଦିନ ଏହି ରାଶିକୁ ଦେଇପାରେ ବଡ ଲାଭ

କନ୍ୟା- ବହୁ ପ୍ରତୀକ୍ଷିତ କାର୍ଯ୍ୟର ସମାପ୍ତି ଆତ୍ମ ସମ୍ମାନ ବୃଦ୍ଧି କରିବ। ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇପାରେ । ଯେକୈଣସି ବଡ ଡିଲ୍ ଏକ ବଡ ଲାଭ ଦେଇପାରେ। ପ୍ରଗତିର ରାସ୍ତା ପକ୍କା ହେବ। ସୃଜନଶୀଳ ପ୍ରୟାସ ବୃଦ୍ଧି ପାଇବ ।

ମକର- ଆପଣଙ୍କର ବ୍ୟକ୍ତିଗତ ସମ୍ପର୍କ ଆଜି ମଧୁର ହେବ। ପାଲିଙ୍କ ଦାୟିତ୍ବ ପୂରଣ ହେବ। ସମ୍ପର୍କ ତୀବ୍ର ହେବ । ପାରିବାରିକ ପ୍ରତିଷ୍ଠା ବୃଦ୍ଧି ପାଇବ, କିନ୍ତୁ ଏପରି କିଛି ହୋଇପାରେ ଯାହା ଆପଣଙ୍କ ସ୍ୱାର୍ଥରେ ନାହିଁ । ସଜାଗ ରୁହନ୍ତୁ। କର୍ମକ୍ଷେତ୍ରରେ ଉନ୍ନତି ହେବ।

Categories
ଆଜିର ଖବର ଧର୍ମ

ଶୁକ୍ରବାର ଦିନ ଏହି ରାଶିର ବ୍ୟକ୍ତିମାନେ ପାଇପାରନ୍ତି ଆଘାତ, ରୁହନ୍ତୁ ସାବଧାନ

ମୀନ- ସମ୍ପର୍କ ନିକଟତର ହେବ। ଆଘାତ ଏବଂ ଦୁର୍ଘଟଣା ଶାରୀରିକ ଏବଂ ମାନସିକ ଦୁଃଖର କାରଣ ହୋଇପାରେ। ଶଶୁର ଘରର ସହଯୋଗ ମିଳିବ । କରାଯାଇଥିବା ପ୍ରୟାସ ଅର୍ଥପୂର୍ଣ୍ଣ ହେବ। ବିରୋଧୀମାନେ ସକ୍ରିୟ ରହିବେ।

ସିଂହ- ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟକ୍ତିଗତ ସମ୍ପର୍କ ଗଭୀର ହେବ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । କାରବାରରେ ସତର୍କତା ବ୍ୟବହାର କରନ୍ତୁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ବ୍ୟବସାୟ ଭଲ କରିବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଶୁକ୍ରବାର ଦିନ ସ୍ବାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ

ତୂଳା- ବ୍ୟବସାୟ ଯୋଜନା ସଫଳ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ସଂକ୍ଷିପ୍ତ ଯାତ୍ରା ହୋଇପାରେ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ ।

ବୃଷ- ନିୟମିତ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ। ମନ ଅଶାନ୍ତ ହେବ। ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ। ଆପଣ ଉତ୍ସାହଜନକ ସୂଚନା ପାଇବେ। ନୂତନ ସମ୍ପର୍କ ଗଠନ ହେବ। ସଂକ୍ଷିପ୍ତ ଯାତ୍ରା ହୋଇପାରେ। ଠିକ୍ ସମୟରେ କାମ କରି ଖୁସି ହେବେ।

Categories
ଆଜିର ଖବର ଧର୍ମ

ଶୁକ୍ରବାର ଦିନ ଏହି ଦୁଇଟି ରାଶିର ଭାଗ୍ୟରେ କଣ ରହିଛି ଜାଣିଲେ ଖୁସି ହେବେ

କର୍କଟ- ଯଦିଓ ସବୁକିଛି ଠିକ ଅଛି, ଯଦି ଆପଣ ବାର୍ତ୍ତାଳାପକୁ ନିୟନ୍ତ୍ରଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। କରାଯାଇଥିବା ପ୍ରୟାସ ଅର୍ଥପୂର୍ଣ୍ଣ ହେବ। ଭାଗୀଦାରି ମଧ୍ୟ ସେଠାରେ ରହିବେ।

ବିଛା- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ପୂର୍ବରୁ କରାଯାଇଥିବା କଠିନ ପରିଶ୍ରମ ଫଳ ଦେବ। ଟଙ୍କା ଖର୍ଚ୍ଚ ହେବ। ମନ ଅସନ୍ତୁଷ୍ଟ ରହିବ ତଥାପି ଏହା ବ୍ୟସ୍ତ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ: ଆଶ୍ରିତ ପଟ୍ଟନାୟକ ହେଲେ ବିଜେପିର ବିଧାୟକ ପ୍ରାର୍ଥୀ

ଭୁବନେଶ୍ଵର: ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ମନୋନୀତ କରାଯାଇଛି। ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ବିରୋଧରେ ବିଜେପି ପକ୍ଷରୁ ନିର୍ବାଚନ ଲଢିଥିଲେ।

ତେବେ ବିଜେପି ପ୍ରଥମ ଦଳ ଭାବେ ପିପିଲି ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହେଲେ ବିଜେଡ଼ି ଏବଂ କଂଗ୍ରେସ ପକ୍ଷରୁ ଏଯାଏଁ ପ୍ରାର୍ଥୀ ଚୟନ ହୋଇନାହିଁ। ବିଜେଡ଼ି ତରଫରୁ ମହାରଥୀ ପରିବାରରୁ ପ୍ରାର୍ଥୀ ହେବେ ନା ଅନ୍ୟ କାହାକୁ ଟିକେଟ ମିଳିବ। ତାହା ଏବେ ଦେଖିବା ବାକି ରହିଲା।