ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍କୁ ମିଳିଛି ବଡ଼ ସଫଳତା। ପୋଲିସ୍ ପଞ୍ଝାରେ ପଡ଼ିଛନ୍ତି ରାଜ୍ୟର ତଥା ଦକ୍ଷିଣ ଓଡ଼ିଶାର ଆଇପିଏଲ୍ ବେଟିଂର ମୁଖ୍ୟ କିଙ୍ଗପିନ୍ ଏବଂ ସହଯୋଗୀ। ଏନେଇ ବ୍ରହ୍ମପୁର ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ଦକ୍ଷିିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେ ଏହି ଗ୍ୟାଙ୍ଗର ସମସ୍ତ ଗତିବିଧି ଏବଂ କିଭଳି ବେଟିଂ ହେଉଥିଲା ସେ ନେଇ ସବିଶେଷ ତଥ୍ୟ ଦେଇଥିଲେ। ସୂଚନାଥାଉକି ଗତକିଛି ଦିନ ହେଲା ବ୍ରହ୍ମପୁର ସହ ଗଂଜାମ ଜିଲ୍ଲାରେ ଜୋର୍ଦାର ଆଇପିଏଲ୍ ବେଟିଂ ହେଉଥିବା ନେଇ ବ୍ରହ୍ମପୁର ପୋଲିସ୍ ସୂଚନା ପାଇବା ପରେ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ, ଗୋଷାଣିନୂଆଗାଁ ପୋଲିସ୍ ସୁମିତ କୁମାର ସୋରେନ୍ ଏବଂ ଟାଉନ୍ ଥାନାଧିକାରୀ ସୁରେଶ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ସ୍ପେସାଲ୍ ଟିମ୍ ଗଠିତ ହୋଇଥିଲା। ବୁଧବାର ସନ୍ଧ୍ୟାରେ…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଶ୍ୱ ପକ୍ଷାଘାତ ଦିବସ ଏବଂ ଅଟିଜିମ୍ ସଚେତନତା ମାସ ପରିପ୍ରେକ୍ଷୀରେ ବୈକୁଣ୍ଠନଗରରେ ଥିବା କ୍ୟୁରୀ ଫିଜିଓଥାରାପି ଏବଂ ପୁନର୍ବାସ କେନ୍ଦ୍ରରେ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଅକ୍ଟିଜିମ୍, ସେରିବ୍ରାଲ ପଲସି, ମାନସିକ ଅନଗ୍ରସର ଶିଶୁ, ମସ୍ତିଷ୍କ ପକ୍ଷାଘାତ ରୋଗୀ ଚିକିତ୍ସା ସେବା ପାଇଥିଲେ। ସେମାନଙ୍କୁ ପିଜିଓଥାରାପି ଏବଂ ଅକ୍ୟୁପ୍ରେସର ମାଧ୍ୟମରେ ପରାମର୍ଶ ଏବଂ ଚିକିତ୍ସା କରାଯାଇଥିଲା। ଫିଜିଓଥାରାଫିଷ୍ଟ ଡା. ସ୍ମୃତିରେଖା ମହାପାତ୍ର, ଶଶାଙ୍କ ଶେଖର ପରିଡ଼ା, ଅକ୍ରୁପ୍ରେସର ଥେରାପିଷ୍ଟ ବିଶେଷ ମହାନ୍ତି ଚିକିତ୍ସା କରିଥିବାବେଳେ ଶୁଭଙ୍କର ପ୍ରଧାନ ପରିଚାଳନା କରିଥିଲେ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲାରେ ନୂତନ ଭାବେ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ଯେକି ଉଚ୍ଚରକ୍ତଚାପ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ତେବେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ଏବଂ ପାଖ ରଙ୍ଗେଇଲୁଣ୍ଡା ବ୍ଲକ୍ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଯାହାକି ଏକ ଚିନ୍ତାଜନକ ବିଷୟ। କରୋନା ସଂକ୍ରମଣର ଯଦି ଦ୍ୱିତୀୟ ୱେଭ୍ ଆରମ୍ଭ ହୋଇଯିବ ତେବେ ଏହା ଅତି ଭୟଙ୍କର ହେବ। ବର୍ତ୍ତମାନ ବହୁ ବ୍ୟକ୍ତି ଆଉ ଆଗଭଳି କରୋନା ନିୟମକୁ ପାଳନ କରୁଥିବା ଦେଖାଯାଉନି। ବିଶେଷକରି ବ୍ରହ୍ମପୁର ମହାନଗର ନିଗମ ଏବଂ ଆଖପାଖ ସହରାଞ୍ଚଳରେ ଲୋକେ ବେଖାତିର ହୋଇଗଲେଣି। ଗତକାଲି ପରୀକ୍ଷା ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟି ୩୮୮୫ଟି ସ୍ୱାବ୍ ପରୀକ୍ଷା କରାଯାଇଛି। ୨୪ ସଂକ୍ରମିତ ମଧ୍ୟରେ ୨୨ ଜଣ ସ୍ଥାନୀୟ ଏବଂ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତ ମାସ ୨୧ ତାରିଖଠାରୁ ୬୧ତମ ପୋଲିସ୍ ଶହୀଦ୍ ଦିବସ ପାଳନ କରାଯାଇଥିବାବେଳେ ଆଜି ଏହା ଉଦ୍ଯାପିତ ହୋଇଛି। ଏହି ଅବସରରେ ଆଜି ଶହୀଦ୍ ପୋଲିସ୍ କର୍ମଚାରୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଏକ ବ୍ୟାଣ୍ଡ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏସ୍ପି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବ୍ୟାଣ୍ଡ ଶୋଭାଯାତ୍ରାରେ ଅତିରିକ୍ତ ଏସ୍ପି ପିକେ ମିଶ୍ର, ଟ୍ରାଫିକ୍ ଡ଼ିଏସ୍ପି ବିମଳକାନ୍ତ ନାୟକ ଏବଂ ଟ୍ରାଫିକ୍ ଥାନାଧିକାରୀ ସୁନିଲ୍ ବେହେରାଙ୍କ ସମେତ ରିଜର୍ଭ ପୋଲିସ୍ର ମୁଖ୍ୟ ଦିଲୀପ କୁମାର ବେହେରା, ପୋଲିସ୍ ସଂଘର ସଭାପତି କାଳିଚରଣ ଷଡ଼ଙ୍ଗୀ, ସଂପାଦକ ଶ୍ରୀନିବାସ ପାତ୍ର, ହାବିଲଦାର ମଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ପୋଲିସ୍ ଶହୀଦ୍ ସପ୍ତାହ ପାଳନର ଉଦ୍ଯାପନୀ ଉତ୍ସବ ଦଶହରା ପାଇଁ କିଛି ଦିନ ଘୁ୍ଞ୍ଚି ଏହାର ଉଦ୍ଯାପନୀ ଆଜି ଅନୁଷ୍ଠିତ ହୋଇଥିଲା। କରୋନା କାଳରେ ଶହୀଦ୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ୧୫ ବର୍ଷର ନାବାଳିକାକୁ ଜନୈକ ବ୍ୟକ୍ତି ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଥିବାବେଳେ ଆଜି ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନା ସହାୟତାରେ ନାବାଳିକାକୁ ଉଦ୍ଧାର କରିଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଧରାକୋଟ ମୁଣ୍ଡମରେଇ ଅଂଚଳର କୃଷ୍ଣ ପ୍ରଧାନ ନାମକ ଜଣେ ଯୁବକ ଜନୈକ ନାବଳିକାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ସହ ତାକୁ ଧରି ଫେରର୍ ହୋଇଯାଇଥିଲା। କିଛି ଦିନ ବାହାର ରାଜ୍ୟରେ ରଖିବା ପରେ ବର୍ତ୍ତମାନ ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏସ୍ ଗୋପାଳପୁରରେ ଏକ ଘରେ ରଖିଥିଲା। ସେଠାରେ ତାକୁ ପ୍ରତ୍ୟେକ ଦିନ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବାବେଳେ ଏହା ଅସହ୍ୟ ହେବାରୁ ନାବାଳିକାଟି ଆଜି ୧୦୯୮ ଚାଇଲ୍ଡ ଲାଇନ୍ ସହ ସଂପର୍କ କରିଥିଲେ। ଏନେଇ ଚାଇଲ୍ଡ ଲାଇନ୍ ସଂଯୋଜକ ସାଇ ପ୍ରସାଦ ସାମଲ, ସହଯୋଗୀ କୁମାର ପ୍ରିୟଙ୍କା…
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୮୦୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୪୮, ନୂଆପଡ଼ାରୁ ୧୦୦, ମୟୂରଭଞ୍ଜରୁ ୯୪, ଅନୁଗୁଳରୁ ୮୧, ସୁନ୍ଦରଗଡରୁ ୭୬, କେନ୍ଦୁଝରରୁ ୭୪, ବାଲେଶ୍ବରରୁ ୭୨, ପୁରୀରୁ ୬୯, ଯାଜପୁରରୁ ୬୬, ବରଗଡରୁ ୬୫, କେନ୍ଦ୍ରାପଡ଼ାରୁ ୬୨, ବଲାଙ୍ଗିରିରୁ ୬୧, ଭଦ୍ରକରୁ ୬୦, ଜଗତସିଂହପୁରରୁ ୬୦, ନବରଙ୍ଗପୁରରୁ ୫୩, କୋରାପୁଟରୁ ୪୪, କଳାହାଣ୍ଡିରୁ ୪୨, ଝାରସୁଗୁଡାରୁ ୪୦, ଢେଙ୍କାନାଳରୁ ୩୫, ମାଲକାନଗିରିରୁ ୩୫, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୨୯, କନ୍ଧମାଳରୁ ୨୯, ସୋନପୁରରୁ ୨୯, ନୟାଗଡରୁ ୨୭, ରାୟଗଡାରୁ ୧୨, ଦେବଗଡ଼ରୁ ୮, ଗଜପତିରୁ ୭, ବୌଦ୍ଧରୁ ୬ ଏବଂ ଷ୍ଟେଟ ପୁଲରୁ ୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୬୮ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି ୨୩୭ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୮୭ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୭୨ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୨୭ ହଜାର ୩୧୭ ଜଣ ସୁସ୍ଥ ହୋଇଥିବାବେଳେ ୧୬୪ ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି ୧ ହଜାର ୫୭୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ସଦରମହକୁମା ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଇଅଛି। ଚଳିତ ବର୍ଷ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ନିରାଡମ୍ବର ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ପାଳନ ହେବା ସହିତ “ମିତବ୍ୟୟୀ ହୋଇ ସଂଚୟ କୁରନ୍ତୁ, ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ” ଏକ ବାର୍ତା ସମ୍ପର୍କରେ ଜନସାଧାରଣମାନଙ୍କୁ ସଚେତନତା କରାଯାଇଥିଲା। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ମନରେ ମିତବ୍ୟୟିତା ପ୍ରତି ସଚେତନ ସୃଷ୍ଟି କରିବା ଓ ଆଗାମୀ ଭବିଷ୍ୟତ ପ୍ରତି ସଂଚୟ ମନବଳ ଜାଗ୍ରତ କରିବା। ପ୍ରଥମେ ସଂଚୟ କରିବା ଓ ପରେ ବ୍ୟୟ କରିବା। ଜଳ ବିନ୍ଦୁଟିଏ ପରି ଯଦି ସଂଚୟ କରିବା, ସାଗର ପରି ଧନ ପାଇପାରିବା। ଋଣ ଠାରୁ ଭଲ ସଂଚୟ ଅଭ୍ୟାସ, ସୁଧ ନିଏ ନାହିଁ ସୁଧ ଦେଇଥାଏ। ବିପଦରେ ବନ୍ଧୁ ହୋଇଥାଏ। ତେଣୁ ଅପବ୍ୟୟ ରୋକି…
କୋଲକାତା, ଭଗବାନଙ୍କ ସୃଷ୍ଟି ଅନେକ ଜିନିଷ ଅଛି ଯାହାକୁ ମଣିଷ ଖାଇଭା କିମ୍ବା ପିଇବା ନିହାତି ଆବଶ୍ୟକ। କାରଣ ଶରୀର ପାଇଁ ଯେଉଁ ଭିଟାମିନର ଆବଶ୍ୟକତା ଅଛି ତାହା ଏହିସବୁ ଜିନିଷରୁ ମିଳିଥାଏ। ତେବେ ଏମିତି କଥା ରହିଛି ଯାହା ଉଭୟ ଖାଦ୍ୟ ପଦାର୍ଥ ହୋଇଥିଲେ ମଧ୍ୟ ତାହାକୁ ଏକତ୍ର ଖାଇବା ପାଇଁ ଆୟୁର୍ବେଦ ଶାସ୍ତ୍ରରେ ମନା କରାଯାଇଛି। ଆଜି ଆସନ୍ତୁ ଜାଣନ୍ତୁ କ୍ଷୀର ସହିତ କଣ ଖାଇବା ଅନୁଚିତ। 1-କ୍ଷୀର ପିଇବା ପରେ ମାଂସ ଏବଂ ମାଛକୁ 2-3 ଘଣ୍ଟା ପରେ ଖାଇବା ଉଚିତ। କ୍ଷୀର ପିଇବା ସମୟରେ ଯଦି ଆପଣ ମାଛ, ଚିକେନ୍ କିମ୍ବା କୌଣସି ପ୍ରକାରର ମାଂସ ଖାଇଛନ୍ତି, ତେବେ ଆପଣ ପେଟ ଯନ୍ତ୍ରଣା ଭୋଗିବେ। ଏହା ଆପଣଙ୍କ ପେଟ ପାଇଁ ଏହା ସ୍ଲୋ ପଏଜନ ଭଳି କାମ କରେ। 2-କ୍ଷୀର ପିଇବାର 1-2 ଘଣ୍ଟା ପରେ ଆପଣ ମୂଳା ଖାଇବା ଉଚିତ୍ ନୁହେଁ | ଯଦି…
ଆନନ୍ଦପୁର : ଟ୍ରକ୍ ଧକ୍କାରେ ଅଜା-ନାତିଙ୍କ ମୃତ୍ୟୁ ହୋଇଛି । ରାମଚନ୍ଦ୍ରପୁର ଥାନା ଅଧିନ ଏନ୍ଏଚ୍ 20ର ବରପଦା ଓଭରବ୍ରିଜ୍ ନିକଟରେ ଅଜା-ନାତିଙ୍କ ଉପରେ ଏକ ପଡିଏସ୍ ଗହମ ବୋଝେଇ ଟ୍ରକ୍ ମାଡିଯିବାରୁ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ଯୁ ଘଟିଛି । ମୃତକ ଅଜା ସ୍ଥାନୀୟ ହରିପୁର ଗାଁର କିର୍ତନ ନାଥ ଓ ନାତି କେନ୍ଦୁଝରର କେଶବ ବୋଲି ସୂଚନା ରହିଛି । ଦୁହେଁ ବାଇକରେ ଫେରୁଥିବା ସମୟରେ ସାମ୍ନା ପଟୁ ଗହମ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡିଯାଇଥିଲା । ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ କରିଛି ।
ଶ୍ରୀନଗର: କାଶ୍ମୀରରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି କଠିନ ସମୟରେ ମୃତକଙ୍କ ପରିବାର ସହ ସେ ଛିଡ଼ା ହୋଇଥିବା ଟ୍ୱିଟ୍ କରି କହିଛନ୍ତିମୋଦି । ବିଜେପି କର୍ମୀଙ୍କ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି। ଆଜି ଶ୍ରୀନଗର, ଜମ୍ମୁ ସମେତ ଅନ୍ୟ ଅଞ୍ଚଳରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆତଙ୍କବାଦୀ ମାନେ କିଭଳି ଏହି ବର୍ବରକାଣ୍ଡ ଭିଆଇଲେ ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାସହ ଜମ୍ମୁକଶ୍ମୀର ପୋଲିସ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି। ଦକ୍ଷିଣ କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ଆତଙ୍କବାଦୀମାନେ ଗତକାଲି ରାତିରେ ତିନି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆତଙ୍କବାଦୀ ସଂଗଠନ ‘ରେଜିଷ୍ଟାନ୍ସ ଫ୍ରଣ୍ଟ‘ (ଆରଏଫ) ଏହି ଆକ୍ରମଣ ଘଟାଇଛି ବୋଲି ଜମ୍ମୁ କାଶ୍ମୀର ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ତିନି…
ଭୁବନେଶ୍ବର : ଓଡ଼ିଶାରେ କରୋନା ରି-ଇନ୍ଫେକ୍ସନ୍ ହେଉଛି। ଭୁବନେଶ୍ୱର ସ୍ଥିତ ଆଇଏଲ୍ଏସ୍ (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା। ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି। ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଛି । ଦୈନିକ 1500 ପାଖାପାଖି ରହୁଛି। ଭୁବନେଶ୍ୱରରେ 100 ପାଖାପାଖି ପହଂଚିଛି। ପୂଜାରେ ବଢିବ ବୋଲି ଆଶଙ୍କା କରାଯାଉଥିଲା,ଲୋକଙ୍କ ସହଯୋଗ ଯୋଗୁଁ ଏହା କମିଛି,ତାଳମୁହାଁ ହେବାର ସ୍ଥିତି ଦେଖାଯାଇଛି। ଓଡ଼ିଶାରେ ବି ଇନଫେକ୍ସନ ହେଉଛି। କିନ୍ତୁ ବହୁତ କମ। ଆଇଏଲଏସରେ ଟେଷ୍ଟ ହୋଇଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ 3-4 ଜଣଙ୍କର ରି ଇଂଫେକ୍ସନ ହୋଇଛି। ଏହା ବିଷୟରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଜେପିର ଦଳୀୟ କନ୍ଦଳକୁ ନେଇ ସବୁଠି ଚର୍ଚ୍ଚା। ଘରେ ନ ପଶୁଣୁ ଚାଳ ବାଜିଲାଣି ବୋଲି କୁହାଯାଉଛି। ସୂଚନାନୁଯାୟୀ ଗତକାଲି ସଂନ୍ଧ୍ୟା ପ୍ରାୟ ସାଢ଼େ ୭ଟା ୮ଟା ବେଳେ ତିର୍ତ୍ତୋଲ ଆନନ୍ଦମଣ୍ଡପ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ ୪ଜଣ ଯୁବକ ହଠାତ୍ ମଣ୍ଡପ ଭିତରେ ପଶି ଗାଳିଗୁଲଜ କରିବା ସହିତ ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ରଙ୍କ ରୁମ୍ କବାଟକୁ ଗୋଇଠା ମାରିଥିଲେ ପରେ ବୈଠକ ସ୍ଥଳକୁ ଯାଇ ଚେୟାର ଟେବୁଲ୍ ଭଙ୍ଗାରୁଜା କରିଥିବା କୁହାଯାଉଛି। ଏଥିସହିତ ଉକ୍ତ ମଣ୍ଡପର ମ୍ୟାନେଜରକୁ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାକୁ ନେଇ ଗତକାଲି ରାତିରେ ଆନନ୍ଦମଣ୍ଡପ ପକ୍ଷରୁ ମଣ୍ଡପର ମ୍ୟାନେଜର ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ୪ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଉକ୍ତ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନା…
ଭୁବନେଶ୍ବର : ଦୀପାବଳି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କେବେ ସ୍କୁଲ ଖୋଲିବ ସେନେଇ ନିର୍ଦ୍ଦିଷ୍ଟଭାବେ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ମନ୍ତ୍ରୀ । କେବେ ସ୍କୁଲ ଖୋଲିବ ସେନେଇ ବିଚାର ବିମର୍ଷ ଜାରି ରହିଛି । ତେବେ ଚଳିତମାସ କୋଭିଡ୍ ଗାଇଡଲାଇନ୍ ଆସିଲେ ଏନେଇ କିଛି ସ୍ପଷ୍ଟ ହେବ । ସ୍କୁଲ ଖୋଲିବା ନେଇ ସିଏମ୍ଓ ଠିକ୍ ସମୟରେ ସୂଚନା ଦେବେ ବୋଲି କହିଛନ୍ତି ମନ୍ତ୍ରୀ । ବିଭାଗ ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସ୍କୁଲ ଖୋଲିବା ନେଇ ଅଭିଭାବକ,…
ମୁମ୍ବାଇ: ଦେଶରେ ଦୈନିକ ପ୍ରାୟ 50 ହଜାର କରୋନା ମାମଲାସାମ୍ନାକୁ ଆସୁଛି । ସର୍ବାଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହେଉଛି । କରୋନାକୁ ଦୃଷ୍ଟିରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ଏଥିପାଇଁ କଡା ଜରିମାନା ମଧ୍ୟ ଆଦାୟ ହେଉଛି । ତେବେ ମୁମ୍ବାଇରେ ଏବେ ମାସ୍କ ନ ପିନ୍ଧିଲେ ରାସ୍ତା ସଫା କରିବାକୁ ବିଏମ୍ସି ନିର୍ଦ୍ଦେଶ ଦେଇଛି । ସାର୍ବଜନିକସ୍ଥାନରେ ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ ହେଉଛି । ଯେଉଁମାନେ ଜରିମାନା ଦେବାକୁ ଅସମର୍ଥ ହେବେ ସେମାନେ ଏକ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ସଫା କରିବେ ବୋଲି ବିଏମ୍ସି ନିର୍ଦ୍ଦେଶ ଦେଇଛି । ସେହିପରି ଯେଉଁମାନେ ଲୋକାଲ୍ ଟ୍ରେନ୍ରେ ବିନା ମାସ୍କରେ ଯାତ୍ରା କରୁଥିଲେ ସେମାନଙ୍କଠାରୁ ମଧ୍ୟ କଡା ଜରିମାନା ଆଦାୟ କରାଯାଉଛି । ଅନ୍ଧେରୀ ଇଷ୍ଟ୍, ବାର୍ସେବା ଆଦି ଅଞ୍ଚଳରେ ମାସ୍କ ନ ପିନ୍ଧି କିଛି ଲୋକେ ରାସ୍ତା ଓଳାଇଥିବାର…
ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ 3 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, ନୂଆପଡା, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1308କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ମୃତକ ରହିଥିବାବେଳେ ଭୁବନେଶ୍ବରର 40 ବର୍ଷୀୟା ମହିଳା ଓ 66 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଅନ୍ୟ ଜଣେ ଖୋର୍ଦ୍ଧାର 59 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ 54 ବର୍ଷୀୟା ମହିଳା ଓ 67 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳୁରୁ 55 ବର୍ଷୀୟ…
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୮୯୧ ଜଣ ଚିହ୍ନଟ ହୋଇଥିବାବେଳେ ୬୫୬ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ହଜାର ୬୪୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୨ ହଜାର ୦୩୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୨୪୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୯୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର ୫୪୭ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୯…
ଭୁବନେଶ୍ବର, ଉପନିର୍ବାଚନ ପାଇଁ ନବୀନ ତାଙ୍କର ପ୍ରଚାର ଶେଷ କରିଛନ୍ତି। ଦୁଇଟି ଉପନିର୍ବାଚନ ପାଇଁ ସେ ଦୁଇଥର ଭିଡିଓ କନଫ୍ରେସିଂ ମାଧ୍ୟମରେ ଭାଷଣ ଦେଇ ଭୋଟରଙ୍କୁ ଆକୃଷ୍ଠ କରିବାକୁ ଚେଷ୍ଠା କରିଛନ୍ତି। ତେବେ ତାହା ଲୋକଙ୍କୁ କେତେ ଆକୃଷ୍ଠ କରିଛି ତାହା ଭିନ୍ନ କଥା ହେଲେ ଏହି ଭାଷଣ ଥିଲା ଏକ ଭିନ୍ନ ପ୍ରକାରର। ମାତ୍ର ୫ରୁ ୮ ମିନିଟ ମଧ୍ୟରେ ହୁଏତ ଭାଷଣର ଅବଧି ହେବ, ହେଲେ ସେହି ସଂକ୍ଷିପ୍ତ ଭାଷଣରେ ବିଭିନ୍ନ ବର୍ଗର ଲୋକଙ୍କୁ କିପରି ବାନ୍ଧି ରଖିହେବ ସେ କଳା ଓ କୌଶଳ ଏହି ଭାଷଣରେ ଦେଖିବାକୁ ମିଳିଛି। ସାଧାରଣତଃ ନିର୍ବାଚନରେ ନେତାମାନେ ବଡବଡ କଥା କହିଥାନ୍ତି। ହେଲେ ନବୀନଙ୍କ ଏହି ସଂକ୍ଷିପ୍ତ ଭାଷଣରେ ସେପରି କିଛି ନ ଥିଲା। ଯାହା ଥିଲା ତାହା ବହୁ ଗୁରୁତ୍ବପୂର୍ଣ୍ଣ ଏବଂ ଲୋକଙ୍କୁ ଆକୃଷ୍ଠ କରିବାର କୌଶଳ। ଉଭୟ ତିର୍ତ୍ତୋଲ ଏବଂ ବାଲେଶ୍ବର ଭାଷଣ ଉପରେ ଯଦି ଆଲୋଚନା କରାଯାଏ…
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ଫତେଗଞ୍ଜ ଥାନା କ୍ଷେତ୍ରର ଜବରାପୁର ଗ୍ରାମରେ ଟଙ୍କା ଦେଣନେଣ ବିବାଦରେ ଜଣେ ପୁତୁରା ନିଜ କାକାକୁ ଜୀଅଁନ୍ତା ଜାଳି ଦେଇଛି । ମିଳିଥିବା ସୂଚନା ଅନୁସାରେ ଫତେଗଞ୍ଜ ଥାନା ଅଞ୍ଚଳର ଜବରାପୁର ଗ୍ରାମରେ ପଇସା ଦେଣନେଣକୁ ନେଇ ବିବାଦରେ ଜଣେ ପୁତୁରା ନିଜ ଦାଦାଙ୍କ ଉପରେ ପେଟ୍ରୋଲ୍ ଲଗାଇ ନିଆଁ ଲଗାଇ ଦେଇଛନ୍ତି । 55 ବର୍ଷୀୟ ଚାଚା ବିନ୍ଦୋ ପ୍ରସାଦଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୁତୁରା ରାମଭରୋସେଙ୍କଠୁ କାକା ବିନ୍ଦୋ କିଛି ଟଙ୍କା ଉଧାର ନେଇଥିଲେ । ଯାହାକୁ କାକା ଦେଇନଥିଲେ । ଏହି ପଇସାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ରାଗରେ ପୁତୁରା ନିଜ କାକାକୁ ଜୀଅନ୍ତାଁ ଜାଳି ଦେଇଛି । ଏହି ଘଟଣାରେ ଅଭିଯୁକ୍ତ ପୁତୁରାକୁ ପୋଲିସ୍ ଗିରଫ କରିଛି । (ଏଜେନ୍ସି)
ଭୁବନେଶ୍ବର : ମୌସୁମୀ ଫେରିଯିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଶୀତ ଗତ 4ରୁ 5 ଦିନ ହେବ ରାଜ୍ୟରେ ଟିକେ ଟିକେ ଶୀତ ଅନୁଭୂତ ହେଲାଣି । ରାଜ୍ୟର ବିଭିନ୍ନସ୍ଥାନରେ ଶୀତ ଅନୁଭୂତ ହେଉଥିବାବେଳେ ବହୁ ସ୍ଥାନରେ ତାପମାତ୍ରା କମିଛି । ରାଜ୍ୟରେ 4 ସହରର ତାପମାତ୍ରା 15 ଡିଗ୍ରୀ ତଳେ ରହିଛି । 12.8 ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ଚିହ୍ନଟ ହୋଇଛି। ଅନୁଗୁଳ 13.8 ଡିଗ୍ରୀ ରହିଥିବାବେଳେ ଫୁଲବାଣୀ ଓ ଦାରିଙ୍ଗିବାଡିରେ 14 ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା 19.8 ଡିଗ୍ରୀ ରହିଛି ।କଟକ ତାପମାତ୍ରା 20 ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେବ । ନଭେମ୍ବର ଦ୍ୱିତୀୟ ସପ୍ତାହରୁ ରାଜ୍ୟରେ ତାପମାତ୍ରା କମିବା ସହ ଶୀତର ପ୍ରକୋପ ବଢିବ ।

