Author: Samikhsya Bureau

ନୂଆଦିଲ୍ଲୀ : ଶ୍ୱାସକ୍ରିୟା ଜନିତ ଅସୁବିଧାର ସମ୍ମୁଖୀନ ହେବା ପରେ ଶନିବାର ରାତି ଲୀଲାବତୀ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ସଂଜୟ ଦତ୍ତ ।  61 ବର୍ଷୀୟ  ସଂଜୟ ଦତ୍ତ କୋଭିଡ-19 ଟେଷ୍ଟ ନେଗେଟିଭ୍‌ ଆସିଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ସଞ୍ଜୁବାବା ନିଜ ଫ୍ୟାନ୍ସମାନଙ୍କୁ ଆଶ୍ବସ୍ତିକର ବାର୍ତ୍ତା ଦେଇଛନ୍ତି । ସଂଜୟ ଦତ୍ତ ଟୁଇଟର ଏବଂ ଇନଷ୍ଟ୍ରାଗ୍ରାମରେ ଲେଖିଛନ୍ତି, ସମସ୍ତଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ, ମୁଁ ଠିକ ଅଛି । ଲୀଲାବତୀ ହସ୍‌ପିଟାଲରେ ଡାକ୍ତର, ନର୍ସ ଏବଂ କର୍ମଚାରୀ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏଠାରୁ ସଂପୂର୍ଣ୍ଣ ଠିକ ହୋଇ ଦିନେ ଦୁଇ ଦିନ ମଧ୍ୟରେ ଘରକୁ ଯିବ । ଆପଣମାନଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆପଣ ମଧ୍ୟ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ସଞ୍ଜୁ ବାବା । ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌ – ଚାପ୍ଟର 2’ରେ ଅଧୀରା ଭୂମିକାରେ ନଜର ଆସୁଛନ୍ତି ସଞ୍ଜୟ…

Read More

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ସ୍ଥିତ ଏକ ହୋଟେଲ୍‌ ନିଆଁ ଲାଗିଛି । ଏହି ହୋଟେଲ୍‌କୁ କୋଭିଡ୍‌ କେୟାର ସେଣ୍ଟର ରୂପେ ପରିବର୍ତ୍ତନ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ 7ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ଏହି ଅଗ୍ନିକାଣ୍ଡରୁ 30 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ହୋଟେଲ୍‌ରେ 40 ଜଣ ଲୋକେ ରହିଥିବାର ସୂଚନା ରହିଛି । ଏଥିରେ 30 ଜଣ କରୋନା ଆକ୍ରାନ୍ତ ଥିବାବେଳେ ଆଉ 10 ଜଣ ହସ୍ପିଟାଲର ଷ୍ଟାଫ୍‌ ରହିଥିଲେ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୂରା ବିଲିଡିଂକୁ ଖାଲି କରିବା ସହିତ ଆକ୍ରାନ୍ତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ସକାଳ 5ଟା ସମୟରେ ହୋଇଥିବାର ସୂଚନା ରହିଛି । ପ୍ରାରମ୍ଭିକ ଯାଞ୍ଚରୁ ଏହା ଶର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ରହିଥିବାବେଳେ ଏହାର ଉଚ୍ଚସ୍ତରୀୟ…

Read More

ସମ୍ବଲପୁର, ଗତକାଲି ରାତିରୁ ହୀରାକୂଦ ଜଳ ଭଣ୍ଡାରର ୮ଟି ଗେଟ୍ ଖୋଲାଯାଇଛି। କାରଣ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୮.୫୦ ଘନଫୁଟ ରହିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ହୀରାକୂଦ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୫ ହଜାର ଘନଫୁଟ ଜଳ ପ୍ରବେଶ କରୁଛି। ସେହି ପରିମାଣରେ ଜଳ ମଧ୍ୟ ନିସ୍କାସିତ ହେଉଛି। ଯଦି ବର୍ଷାର ପରିମାଣ ବଢେ ତେବେ ଆହୁରି ଗେଟ ଖୋଲିବାକୁ ପଡିବ ବୋଲି ଜଣାପଡିଛି। ଗତକାଲି ହୀରାକୂଦର ଉପର ମୁଣ୍ଡରେ ୩.୪୬ ମିଲିମିଟର ଏବଂ ତଳ ମୁଣ୍ଡରେ ୫.୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Read More

ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣ ବଳୟ ସୃଷ୍ଟି ହୋଇଛି, ଯାହା ଫଳେରେ ଆଜିଠାରୁ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ଏହି ବର୍ଷାର ପ୍ରକୋପ ବଢିପାରେ ବୋଲି ପୂର୍ବାନୁମାନ କରାଯାଇଛି। କାରଣ ପଶ୍ଚିମ କେନ୍ଦୀୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣି ପ୍ରଦାନ କରାଯାଇଛି। ଏଥିସହିତ ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Read More

ଚେନ୍ନାଇ, ଦୀର୍ଘ ଦିନ ଧରି ଧର୍ମ ଅନୁଷ୍ଠାନ ବନ୍ଦ ରହିବା ପରେ ଏବେ ତାମିଲନାଡୁ ସରକାର ନୂଆ ଘୋଷଣା କରିଛନ୍ତି। ତାହା ହେଲା ଆସନ୍ତା 10 ତାରିଖରୁ ରାଜ୍ୟରେ ଥିବା ଛୋଟ ଛୋଟ ଧର୍ମ ଅନୁଷ୍ଠାନ ପୂଜା ପାଇଁ ଖୋଲାଯିବ।ଏହା କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପିଲାନିସ୍ବାମୀ। ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁ ଧର୍ମ ଅନୁଷ୍ଠାନର ବାର୍ଷକ ଆୟ 10 ହଜାରରୁ କମ ହୋଇଥିବ ସେହି ଅନୁଷ୍ଠାନ ଖୋଲାଯିବ। କୋଭିଡ19 ସଂକ୍ରାମଣ ଭୟରେ ସବୁ ରାଜ୍ୟ ସରକାରଙ୍କ ପରି ତାମିଲନାଡୁ ସରକାର ମଧ୍ୟ ସବୁ ଧର୍ମାନୁଷ୍ଠାନ ବନ୍ଦ କରିଥିଲେ। ତେବେ ଏତେଦିନ ଧରି ପୂଜାପାଠ ବନ୍ଦ ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ଅସନ୍ତୋଷ ସୃଷ୍ଟି ହେଲା। ତାହାକୁ ନଜରରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ବଡ ମନ୍ଦିର ଖୋଲାଗଲେ ସେଠାରେ ଭିଡ ହେବାର ସମ୍ଭାବନା ଥିବାରୁ ସରକାର ପ୍ରଥମେ ଏହି ଛୋଟଛୋଟ ଧର୍ମ ଅନୁଷ୍ଠାନ ଖୋଲିବା ପାଇଁ…

Read More

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୫୪୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ କାରୋନାରୁ  ଆରୋଗ୍ଯ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଆଜି  ୩୦,୨୪୧ରେ ପହଞ୍ଚିଛି।   ଆଜି ଗଞ୍ଜାମରୁ ସର୍ବାଧିକ ୫୬୦ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି।  ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ  ଖୁର୍ଦ୍ଧାରୁ ୨୦୩, ରାୟଗଡାରୁ ୩୬, ସୁନ୍ଦରଗଡରୁ ୫୯, ଯାଜପୁରରୁ ୩୪, କୋରାପୁଟରୁ ୧୪୩, ନୟାଗଡରୁ ୬୨ କଟକରୁ ୩୭, ପୁରୀରୁ ୩୨, କେନ୍ଦୁଝରରୁ ୧୭, ବାଲେଶ୍ବରରୁ ୩୩, କଳାହାଣ୍ଡିରୁ ୩୬, ମୟୂରଭଞ୍ଜରୁ ୧୨, ସମ୍ବଲପୁରରୁ ୩୧,ବଲାଙ୍ଗୀରରୁ ୧୬, ଭଦ୍ରଖରୁ ୮, କନ୍ଧମାଳରୁ ୪୧, ଜଗତସିଂପୁରରୁ ୮, କେନ୍ଦ୍ରାପଡାରୁ ୨୧, ମାଲକାନଗିରିରୁ ୨୪, ନୂଆପଡାରୁ ୬, ବରଗଡରୁ ୧୬, ଢେଙ୍କାନାଳରୁ ୧୩, ଅନୁଗୁଳ ୬, ସୋନପୁରରୁ ୮, ଗଜପତିରୁ ୭୫, ଝାରସୁଗୁଡାରୁ ୩,   ନବରଙ୍ଗପୁର ଜିଲାରୁ ୪ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ଜିଲ୍ଲାରେ ଆଜି ୨୭୪ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏପରିକି ଗତକାଲି ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାକୁ ଟପିଯାଇଥିଲା।  ଅନୁରୂପ ଭାବେ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଣାୟତ୍ତ ଅବସ୍ଥାରେ। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ କୁ ପ୍ରତିହିତ କରିବାପାଇଁ ଗତକାଲି ବାଣପୁର ବି.ଡ଼ି.ଓ ଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପତ୍ର ସଂଖ୍ୟା ୨୭୬ ରେ ଏକ ଚିଠି ଜିଲ୍ଲାପାଳ ଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ସାତ ଦିନ ପାଇଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ପାଇଁ ଅନୁମତି ମଗାଯାଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ବାଣପୁର ବ୍ଲକ ଏବଂ ବାଣପୁର…

Read More

ବ୍ରହ୍ମପୁର, ଗାଁରେ ଭୋଜି କଲେ କେହି ଜାଣିପାରିବେ ନାହିଁ। ଏହା ଭାବି ତିନି ଦିନ ତଳେ ସମସ୍ତେ ଯୋଜନା କଲେ ଶନିବାର ଦିନ ଭୋଜି କରିବେ। ସେହି ଅନୁସାରେ ସବୁ ଯୋଗାଡ ହେଲା, ପରିବାପତ୍ର ମଧ୍ୟ କିଣାହେଲା। ଆଜି ସକାଳୁ ସକାଳୁ ଚୁଲି ଲାଗି ରନ୍ଧାରନ୍ଧି ମଧ୍ୟ ଆରମ୍ଭ ହେଲା। ରନ୍ଧା ଶେଷ ହେବାକୁ ଅଳ୍ପ କିଛି ସମୟ ବାକିଥିବା ବେଳେ ସମସ୍ତଙ୍କୁ ଡକାଗଲା ଖାଇବା ପାଇଁ। ହେଲେ ସବୁ କିଛି ଓଲଟପାଲଟ ହୋଇଗଲା। ଠିକ୍ ଖାଇବା ପୂର୍ବରୁ ପୋଲିସ ଆସି ସବୁ ଖାଦ୍ୟ ଜବତ କରି ଦେଲେ। ଏହିପରି ଏକ ଅପ୍ରୀତିକର ଘଟଣା ଭଂଜନଗର ଧରାକୋଟ ନିକଟସ୍ଥ ଓଳମ୍ବା ଗ୍ରାମରେ ଘଟିଛି। ଗ୍ରାମବାସୀମାନେ ଭାବିଥିଲେ ଯେ, ଗାଁ ଭିତରକୁ ପୋଲିସ ଆସିବ ନାହିଁ। ଚୁପଚାପ ଭୋଜି କରି ଖାଇ ଦେବେ। କରୋନା କଟକଣାରେ ଭୋଜିଭାତ କରିବା, ଏକାଠି ଖାଇବା ପ୍ରଭୃତି ବାରଣ କରାଯାଇଛି। ସେସବୁ ନିୟମ ସଂପର୍କରେ ଗ୍ରାମବାସୀମାନେ ମଧ୍ୟ…

Read More

ୱାଶିଂଟନ୍ :  ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ବିବାଦୀୟ ବୟାନ ଦେଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ଟାର୍ଗେଟ୍ କରିଛନ୍ତି । ବିଡେନ୍ କ୍ଷମତାକୁ ଆସିଲେ ଆମେରିକାରେ ଚୀନର ପ୍ରଭୁତ୍ୱ ବଢିବ ବୋଲି ଟ୍ରମ୍ପ ମତ ଦେଇଛନ୍ତି । ବିଡେନ୍‌ଙ୍କୁ ରାଷ୍ଟ୍ରପତି ଭାବରେ ଦେଖିବା ପାଇଁ ଚୀନ୍‌ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଛି ବୋଲି କହିଛନ୍ତି ଟ୍ରମ୍ପ୍‌ । ଆମେରିକୀୟ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି । କେବଳ ଚୀନ୍ ନୁହେଁ ଇରାନ୍ ମଧ୍ୟ ବିଡେନଙ୍କୁ ରାଷ୍ଟ୍ରପତି ଭାବରେ ଦେଖିବାକୁ ଚାହୁଁଛି ବୋଲି କହିଛନ୍ତି ଟ୍ରମ୍ପ୍‌ । ବିଡେନ୍ ନିର୍ବାଚିତ ହେଲେ ଇରାନ୍ ସହିତ ଏକାଧିକ ଡିଲ୍ ସ୍ୱାକ୍ଷର କରି ପାରନ୍ତି । ତେବେ ଇରାନ୍ ଅପେକ୍ଷା ଚୀନ୍ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବଡ ବିପଦ ବୋଲି ଟ୍ରମ୍ପ କହିଛନ୍ତି । ସୂଚନାଯୋଗ୍ୟ,…

Read More

କଟକ : ଆଜି କଟକରୁ 76 କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୋଟ୍‌ ପଜିଟିଭ୍‌ଙ୍କ ମଧ୍ୟରୁ 60 ଜଣ କ୍ବାରେଣ୍ଟାଇନ୍‌ ଓ 16 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି । ସେହିପରି କ୍ବାରେଣ୍ଟାଇନ୍‌ରୁ 60ରୁ  କଣ୍ଟେନମେଣ୍ଟ ଜୋନ୍ରୁ 46 ଜଣ ରହିଥିବାବେଳେ 07 ଜଣ ସରକାରୀ କ୍ବାରେଣ୍ଟାଇନ୍‌ରୁ ଆଉ 07 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ  ରହିଛି ବୋଲି ସିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଆଜି ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ 46 ଜଣହିଥିବାବେଳେ ଏଥିରେ 16 ଜଣ ପୁରୁଷ ରହିଛନ୍ତି ଓ 30 ଜଣ ମହିଳା ରହିଛନ୍ତି ।  ସେହିପରି ସରକାରୀ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 7ଜଣଙ୍କ ମଧ୍ୟରେ ତିନିଜଣ ପୁରୁଷ କୋଭିଡ୍‌ ଯୋଦ୍ଧା ରହିଥିବାବେଳେ ଆଉ 4ଜଣ  ମହିଳା କୋଭିଡ୍‌ଯୋଦ୍ଧା ରହିଛନ୍ତି । ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 7 ଜଣଙ୍କ ମଧ୍ୟରେ ମଙ୍ଗଳାବାଗରୁ 52 ବର୍ଷୀୟ ମହିଳା ଚିହ୍ନଟ ହୋଇଥିବାବେଳେ ଚୌଧୁରୀ ବଜାରରୁ ଜଣେ 49…

Read More

ମୁମ୍ବାଇ :  କରୋନାରୁ ସୁସ୍ଥ ହେଲେ ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ  କରୋନାରେ ଆକ୍ରାନ୍ତ ଥିବା ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି । ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଷେକଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଶନିବାର ଏ ନେଇ ଟ୍ୱିଟ୍ କରି ଅଭିଷେକ ସୂଚନ ଦେଇଛନ୍ତି । ଆରୋଗ୍ୟ ଲାଭ କରିବା ପରେ ଅଭିଷେକ ନିଜ ଫ୍ୟାନ୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ, ବିଗ୍‌ ବି ଅମିତାଭ ବଚ୍ଚନ, ଐଶ୍ବର୍ଯ୍ୟା ରାୟ, ବେବି ଆରାଧ୍ୟା କରୋନାରେ ସଂକ୍ରମିତ ହୋଇଥିଲେ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନିକଟରେ ଅଭିଷେକଙ୍କ ଅଭିନୀତ ୱେବ୍ ସିରିଜ୍ ବ୍ରିଦ୍ : ଇନଟୁ ଦ ସ୍ୟାଡୋଜ୍ ରିଲିଜ୍ ହୋଇଥିଲା । ସିରିଜରେ ଅଭିଷେକଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥିଲା ।

Read More

ଆଜି ରାଜଧାନୀ ଭୁବନେଶ୍ବରରୁ 190ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି କ୍ବାରେଣ୍ଟାଇନ୍‌ରୁ 138ଜଣ ଚିହ୍ନଟ ହୋଇଥିବାବେଳେ 52 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍‌ସି ସୂଚନା ଦେଇଛି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 138ଜଣଙ୍କ ମଧ୍ୟରୁ କପିଳେଶ୍ବରରୁ 21 ଜଣ, ବମିଖାଲ ଗାୟତ୍ରୀ ଏନ୍‌କ୍ଲେଭ୍‌ରୁ 6 ଜଣ, ବରମୁଣ୍ଡା ବେହେରା ସାହିରୁ 7ଜଣ ରହିଛନ୍ତି। ସେହିପରି ସମାନ୍ତରାପୁରରୁ 3 ଜଣ, ୟୁନିଟ୍‌-1 ରୁ5 ଜଣ, ସହିଦ ନଗରରୁ 4ଜଣ, ୟୁନିଟ୍‌ 3ରୁ ଚାରି ଜଣ, ନୟାପଲ୍ଲୀରୁ ଚାରିଜଣ, ଲକ୍ଷ୍ମୀସାଗରରୁ ଚାରିଜଣ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା 52 ଜଣ ଲୋକାଲ୍‌ କେସ୍‌ ମଧ୍ୟରୁ ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ 3 ଜଣ ଥିବାବେଳେ କଟକ ରୋଡ୍‌ ଷ୍ଟେସନ ସ୍କୋୟାର୍‌ଣୁ 3 ଜଣ ରହିଛନ୍ତି । ସେହିପରି କପିଳେଶ୍ବରରୁ 3 ଜଣ ରହିଛନ୍ତି । ସେହିପରି ସୁନ୍ଦରପଦାରୁ ଜଣେ, ବରମୁଣ୍ଡାରୁ 3 ଜଣ, ୟୁନିଟ୍‌-9 ରୁ…

Read More

ନୂଆଦିଲ୍ଲୀ, ଆଜି ହରିୟାନାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାରଙ୍କୁ ଭେଟିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାପା ଓ ଭଉଣୀ। ଫରିଦାବାଦରେ ଉଭୟ ମନୋହରଙ୍କୁ ସାକ୍ଷାତ କରି ସହଯୋଗ କରିବାକୁ କାମନା କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମନୋହର ସବୁ ପ୍ରକାରର ସାହାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ବର୍ତ୍ତମାନ ଘଟଣାଟି ସିବିଆଇ ତଦନ୍ତ କରୁଥିବାରୁ ଧର୍ଯ୍ୟ ଧରିବା ପାଇଁ ମନୋହର ସେମାନଙ୍କୁ ଜଣାଇଥିଲେ। ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତଙ୍କୁ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଇଡିରେ ହାଜର ହୋଇ ତାଙ୍କର ପକ୍ଷ ରଥିଛନ୍ତି। ଏହାପରେ ସିବିଆଇ ମଧ୍ୟ ତାଙ୍କୁ ଖୁବ ଶିଘ୍ର ଜେରା କରିବ ବୋଲି ଜଣାପଡିଛି। ଏହି ମାମଲାରେ ମହାରାଷ୍ଟ୍ର ପୋଲିସ କୌଣସି ସହଯୋଗ ଦେଇ ଆସୁ ନାହିଁ ବୋଲି ବିହାର ଅଭିଯୋଗ କରିଆସୁଥିଲା। ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବା ପରେ ତଦନ୍ତ ଆରମ୍ଭ ହୋଇଛି।

Read More

ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ସଦର ମହକୁମାକୁ ରେଳପଥ ସଂଯୋଗ କରାଯିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜଗତସିଂହପୁର ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଜରିଆରେ ଆଜି ପ୍ରଦାନ କରାଯାଇଛି। କଟକ -ପାରାଦ୍ବୀପ ରେଳପଥର ଛପଡା ଷ୍ଟେସନରୁ ଜଗତସିଂହପୁର ସର୍କିଟ ହାଉସ୍,କାଳିଆବରା,ଆଳିପିଙ୍ଗଳ, ସିଠାଳୋ ଦେଇ ବାରଙ୍ଗ ଅସ୍ତରଙ୍ଗ ରେଳପଥର ନିଆଳି ରୋଡ୍ ଷ୍ଟେସନ(ବାହାରଣା)କୁ ଏହି ରେଳପଥ ସଂଯୋଗ କରାଯିବା ନିମନ୍ତେ ଦାବୀ ହୋଇଛି। ଏନେଇ ପୂର୍ବରୁ ୧୧.୦୪.୨୦୧୮ ରିଖରେ ଜିଲ୍ଲାପାଳ ଜଗତସିଂହପୁରଙ୍କ ଜରିଆରେ ୧୭.୦୪.୨୦୧୮ ରିଖରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ, ୨୬.୦୪.୨୦୧୮ରିଖରେ ମୁଖ୍ୟ ଶାସନ ସଚିବ ଓଡିଶାଙ୍କ ଜରିଆରେ କରାଯାଇଥିବା ଗଣ ନିବେଦନ ଏବଂ ୧୬.୦୫.୨୦୧୮ରିଖରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଦାବୀପତ୍ର,୨୩.୦୭.୨୦୧୮ରିଖରେ ରାଜ୍ୟପାଳ ଓଡିଶାଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଦାବୀପତ୍ର,୧୨.୧୦.୨୦୧୮ ରିଖରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ ଓ ୧୮.୦୧.୨୦୨୦ ରିଖରେ ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଗଣ ନିବେଦନ କରାଯାଇଥିଲା। ଏହି ଅବସରରେ ଅଭିଯାନର କର୍ମକର୍ତ୍ତା…

Read More

ବରଗଡ, ବିଜେପି ସାଂସଦ ସୁରେଶ ପୂଜାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସେ ତାଙ୍କର ସ୍ବାବ ପରୀକ୍ଷା ପାଇଁ ଦେଇଥିଲେ। ତାଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସମସ୍ତେ ପରୀକ୍ଷା କରୁଥିବାରୁ ସେ ମଧ୍ୟ କରିଥିଲେ। ଆଜି ରିପୋର୍ଟ ଆସିବା ପରେ ସେ କରୋନା ପଜେଟିଭ ଅଛନ୍ତି ବୋଲି ଜିଲ୍ଲାପାଳ ଫୋନ କରି ଜଣାଇଲେ। ଏପରି ପରିସ୍ଥିତିରେ ସେ ହୋମ ଆଇସୋଲେସନରେ ରହିବା ପାଇଁ ଜିଲ୍ଲା ପ୍ରଶାସନ ଉପଦେଶ ଦେଇଛନ୍ତି। ସେହି ଅନୁସାରେ ସେ ଆଜିଠାରୁ ହୋମ୍ ଆଇସୋଲେସନରେ ରହିବା ଆରମ୍ଭ କରିଛନ୍ତି।

Read More

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଆନ୍ଧିୟାରୀ ଗ୍ରାମରେ ଜଣେ ପିତା ନିଜ ତିନି ଝିଅଙ୍କ ସହିତ କୁଅଁକୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି । ତେବେ ସ୍ବାମୀ-ସ୍ତ୍ରୀଙ୍କ ବିବାଦ କାରଣରୁ ସ୍ବାମୀ ଜଣକ ଏପରି କଠୋର ନିଷ୍ପତ୍ତି ନେଇଥିବାର ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଚାରିଜଣଙ୍କ ଶବକୁ କୂଅରୁ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁସାରେ ଆନ୍ଧିୟାରୀ ଗ୍ରାମରେ ରହୁଥିବା ରାଜେଶ ରଜକ ଗ୍ରାମରେ ଶ୍ରମିକ ଭାବେ କାମ କରୁଥିଲା । ରାଜେଶରେ ଘରେ ତାଙ୍କ ସ୍ତ୍ରୀ ସମେତ ତିନି ଝିଅ ଓ ଛୋଟ ପୁଅ ରହୁଥିଲେ । ଶୁକ୍ରବାର ଦିନ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ତେବେ ଘର ନିକଟରେ ରହୁଥିବା ରାଜେଶ ପିତାଙ୍କ ଦୁଇଜଣଙ୍କୁ ମଧ୍ୟରେ ଦୋଇଥିବା ବିବାଦକୁ ଶାନ୍ତ କରାଇଥିଲେ । ଏହା ପରେ ରାଜେଶଙ୍କ ସ୍ତ୍ରୀ ସୁମନ ନିଜର ତିନି ବର୍ଷର ପୁଅକୁ ନେଇ…

Read More

ସୁରତ : ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ବନ୍ଧୁତ୍ୱ ପରେ ପ୍ରେମ ସମ୍ପର୍କ । ପରେ ବିହାର ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । ଏପରି ଏକ ଘଟଣା ସୁରତ ଜିଲ୍ଲାର ଭୈରଭ ଗ୍ରାମରେ ଘଟିଥିବାର ସୂଚନା ରହିଛି । ଏହି ଗ୍ରାମର ଜଣେ ଯୁବତୀଙ୍କର ଇନ୍‌ଷ୍ଟାଗ୍ରାମରେ ପାଖ ଅଞ୍ଚଳର ଜଣେ ଇକ୍ରାମ୍‌ ଫାନ୍ସି ନାମକ ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ପରେ ଏହା ପ୍ରେମର ରୂପ ନେଇଥିଲା। ଏପରିକି ଦୁହେଁ ନିର୍ବନ୍ଧ ମଧ୍ୟ କରିଥିଲେ ।  ପରିବାରର ସମ୍ମତି କ୍ରମେ ଯୁବତୀ ଜଣକ ଯୁବକଙ୍କ ସହ ମିଳାମିଶା କରୁଥିଲେ । ଏପରିକି ବହୁବାର ଯୁବକ ଜଣକ ଯୁବତୀଙ୍କୁ ନିୟମିତ ଭାବରେ ହୋଟେଲ୍‌ ନେଇଥା’ନ୍ତି। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବେଶ୍‌ ନିକଟତର ଥିବାବେଳେ ଯୁବତୀ ଜଣକ ଯୁବକଙ୍କୁ ବିବାହ କରିବା ପାଇଁ କହୁଥିଲେ…

Read More

ଅଡଭା, ଗତ କିଛି ମାସ ଧରି ଗଜପତି ଜିଲ୍ଲାରେ ଗଂଜେଇ ଧରପଗଡ ଜୋରଦାର ଚାଲିଛି। ପ୍ରତି ସପ୍ତାହରେ ଜିଲ୍ଲାର କୈଣସି ନା କୈଣସି ଥାନା ଚୋରା ଗଂଜେଇ ଜବତ କରିବାରେ ଲାଗିଛନ୍ତି। ସେହିପରି ଆଜି ଅଡଭା ଥାନା ପୋଲିସ ବିପୁଳ ପରିମାଣର ଗଂଜେଇ ଜବତ କରିଛି। ରାୟଗଡାରୁ ଏକ ଟାଟା ଏସି ଗାଡିର ଗଂଜେଇ ବସ୍ତା ବୋଝେଇ ହୋଇ ଆସୁଥିବା ବେଳେ ପୋଲିସ ତାହାକୁ ଜବତ କରିଛି। ଏଥିରେ ପ୍ରା ଏକ କ୍ବାଣ୍ଟାଲ 15 କେଜି ଗଂଜେଇ ଥିଲା। ଏହି ଗାଡିଟି ଝାଡଖଣ୍ଡ ଯାଇଥିବା ବେଳେ ଧରାପଡିଛି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି।

Read More

ବାଲିପଡ଼ା: ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳା ମାନେ ପ୍ରସବ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୌଣସି ସରକାରୀ ଡାକ୍ତରଖାନାକୁ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା କିମ୍ବା ପ୍ରସବ ପାଇଁ ଗଲେ ପ୍ରଥମେ ନମୁନା ପରୀକ୍ଷା କରିବା ପାଇଁ ଧାଡିରେ ଜଗିବାକୁ ପଡୁଚି ଯାହାକି ଅତି ଚିନ୍ତା ଜନକ ବିଷୟ । କରୋନା ମହାମାରୀ ଭଳି ଭୟାନକ ପରିସ୍ଥିତିରେ ଏମିତି ଏକ ଉଦାହରଣ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକରେ ସାମ୍ନାକୁ ଆସିଚି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଚି। ଯେଉଁଥି ପାଇଁ କୁକୁଡାଖଣ୍ଡି ବ୍ଲକରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ସମସ୍ତ ଗର୍ଭବତୀ ମହିଳା ମାନଙ୍କ ନମୁନା ପରୀକ୍ଷା ଆରମ୍ଭ କରିଚି ପ୍ରଶାସନ ।  ଲାଞ୍ଜିଆ ପଞ୍ଚାୟତର ପଦରବାଲି ଗ୍ରାମର ଜଣେ ଗର୍ଭବତୀ ମହିଳା ସଙ୍ଗିତା ମହାନ୍ତି କୌଣସି କାରଣ ବଶତଃ ସାମାନ୍ୟ ଲକ୍ଷଣ ଦେଖାଦେବାରୁ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ପ୍ରଶାସନର ସହଯୋଗରେ ମହିଳା ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା…

Read More

ନୂଆଦିଲ୍ଲୀ :  ଲକ୍‌ଡାଉନ୍‌ ସମୟରେ ଚୋରି, ରାହାଜାନି ପରି ଘଟଣାଗୁଡିକ ବଢିବାରେ ଲାଗିଛି । ତେବେ ଦିଲ୍ଲୀ ପୋଲିସ୍‌ ଏହି ଦିଗରେ ସଫଳତା ପାଇଛି। ଦୁଇ ଲୁଟେରା ସମେତ କୋଟିଏର ଉର୍ଦ୍ଧ୍ବ ଅଳଙ୍କାର ଜବତ କରିଛି ଦିଲ୍ଲୀ ପୋଲିସ୍‌ ।ଠକ ଠକ ଗ୍ୟାଙ୍ଗ ନାମରେ ପରିଚିତ ଏହି ଗ୍ୟାଙ୍ଗକୁ ପୋଲିସ୍ ଶୁକ୍ରବାର ଗିରଫ କରିବା ସହିତ ଲୁଟେରାଙ୍କୁ ଗିରଫ କରାଯାଇଛି । ପୋଲିସ୍‌ ଗିରଫ କରିଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ଇନ୍ଦରପୁରୀର ସନ୍ଦୀପ ଏବଂ ମଦନଗିରିର ସନ୍ତୋଷ । ଏକ ସିସିଟିଭି ଫୁଟେଜ୍ ଆଧାରରେ ଉଭୟଙ୍କୁ ଗିରଫ କରିବାରେ ପୋଲିସ୍‌ ସମର୍ଥ ହୋଇଛି । ଦିଲ୍ଲୀ ଡିସିପି ଅତୁଲ କୁମାର ଠାକୁରଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍  ଚଢାଉ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ସନ୍ଦୀପ ପୂର୍ବରୁ 70 ଲକ୍ଷ ଟଙ୍କା ଚୋରି ଅଭିଯୋଗରେ ପୋଲିସ୍ ଦ୍ୱାରା ଗିରଫ ହୋଇଥିଲା । ଉଭୟ ଲୁଟେରାଙ୍କ ନିକଟରୁ…

Read More

କୋଝିକୋଡ : କୋଝିକୋଡରେ ଗତକାଲି ଘଟିଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି । ଦୁଇ ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 127 ଜଣ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାର ମୃ୍ତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେରଳର ମନ୍ତ୍ରୀ କେଟି ଜଲିଲ୍‌ ସୂଚନା ଦେଇଛନ୍ତି । ଏବେ ସମସ୍ତ ମୃତକଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ଏବେ ସମସ୍ତ ଉଦ୍ଧାର କାରୀଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ଏହି ଦୁର୍ଘଟଣାରୁ 170 ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ବିମାନରେ ମୋଟ୍‌ 190 ଜଣ ରହିଥିଲେ । ମୋଟ୍‌ 190 ଜଣଙ୍କ ମଧ୍ୟରୁ 174 ଜଣ ବୟସ୍କ ଯାତ୍ରୀ ଥିବାବେଳେ 10 ଜଣ ଶିଶୁ ରହିଥିଲେ, 04 ଜଣ କ୍ରୁ…

Read More