ଶ୍ରୀନଗର : ଦେଶରେ କରୋନା ଭାଇରସ୍ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଉପରକୁ ଆକ୍ରମଣ ମଧ୍ୟ ବଢିବାରେ ଲାଗିଛି । ଜମ୍ମୁ କାଶ୍ମୀରରେ ଏକ ସମାନ ଘଟଣା ସମ୍ମୁଖକୁ ଆସିଛି । ଜମ୍ମୁ କାଶ୍ମୀରର ବଡଗାମ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଏକ ଡାକ୍ତରୀ ଦଳକୁ ଅପହରଣ କରାଯାଇଛି । ଶେଖ୍ପୁରାର ଓ୍ବଥୁରା ଗ୍ରାମରେ ଏକ ପରିବାର ଦ୍ବାରା ସ୍ବାସ୍ଥ୍ୟ କର୍ମୀଙ୍କୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା । ସ୍ଥାନୀୟ ପୋଲିସ୍ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଡାକ୍ତରୀ ଦଳକୁ ଉଦ୍ଧାର କରାଯିବା ସହିତ ଅପହର୍ତ୍ତା ପରିବାରକୁ ଗିରଫ କରାଯାଇଛି । ପୋଲିସ୍ ଉପରକୁ ପଥର ମାଡ କରାଯିବା କାରଣରୁ 3 ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ୍ ପକ୍ଷରୁ ପରିବାର ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରେ ଶନିବାର ଦିନ ନୂତନ ଭାବରେ…
Author: Samikhsya Bureau
ନୂଆଦିଲ୍ଲୀ: ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଲାଗୁ କରାଯାଇଛି ଲକ୍ ଡାଉନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 24 ତାରିଖରେ 21 ଦିନ ପାଇଁ ଦେଶରେ ଲକ୍ ଡାଉନ୍ର ଘୋଷଣା କରିଥିଲେ। ଆଜି ଲକ୍ ଡାଉନ୍ର 19ତମ ଦିବସ। ଆସନ୍ତା ଏପ୍ରିଲ୍ 14 ତାରିଖରେ ଲକ୍ ଡାଉନ୍ ଶେଷ ହେବାକୁ ରହିଛି। କିନ୍ତୁ ଦେଶରେ କରୋନା ଅବସ୍ଥା ବେଶ୍ ସଙ୍ଗୀନ ରହିଥିବାରୁ ଅନେକ ରାଜ୍ୟ ଏହି ଲକ୍ ଡାଉନ୍ ଅବଧିରେ ବୃଦ୍ଧି କରାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏହି ବିଷୟକୁ ନେଇ ଚର୍ଚ୍ଚା ମଧ୍ୟ କରିଥିଲେ। ଏହି ବୈଠକରେ ପ୍ରାୟ ସମସ୍ତେ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ରଖିଥିଲେ। ତେବେ ବୈଠକ ପରେ ଏହି ବୈଠକ ଆଉ ଦୁଇ ସପ୍ତାହ ଘୁଞ୍ଚିବା ନେଇ ସୂଚନା ମିଳିଥିବାବେଳେ ଏନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ। ତେବେ ଲକ୍ ଡାଉନ୍କୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କେନ୍ଦ୍ରାପଡାରୁ ଦ୍ବିତୀୟ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ଗତକାଲି ମିଳିଥିବା 4 ନମୁନା ମଧ୍ୟରୁ ଜଣେ ମହିଳା କେନ୍ଦ୍ରାପଡାର ରହିଥିବା ନେଇ ଜଣାପଡିଛି। କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ରବିବାର ଏହି ସୂଚନା ଦେଇଛନ୍ତି। ରାଜନଗର ବ୍ଲକ୍ ଅନ୍ତର୍ଗତ ଏହି ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 54ରେ ପହଞ୍ଚିଛି। ଏହା ମଧ୍ୟରୁ 12 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଦେହାନ୍ତ ହୋଇଛି।
ମୁମ୍ବାଇ : ମୁମ୍ବାଇର ଧାରାବୀ ଅଞ୍ଚଳରେ କରୋନା ଜନିତ 15ଟି ନୂଆ ମାମଲା ସାମ୍ନାକୁ ଆସିଛି । ଧାରାବୀରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ଜନିତ 43ଟି ମାମଲା ସାମ୍ନାକୁ ଆସିଛି। ଏଥିରୁ 4 ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ସବୁଠୁ ଅଧିକ ଲୋକ ଏହି ଧାରାବୀ ବସ୍ତି ଅଞ୍ଚଳରେ ରହିଥା’ନ୍ତି । ଏସିଆର ସର୍ବବୃହତ ବସ୍ତି ଭାବେ ଧାରାବୀରେ ମୋଟ 15ଲକ୍ଷ ଲୋକ ଏଠାରେ ବାସ କରନ୍ତି । ସେହିପରି ଦେଶର ସର୍ବାଧିକ କରୋନା ସଂକ୍ରମିତ ଓ ମୃତ୍ୟୁ ମହାରାଷ୍ଟ୍ରରେ ହିଁ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା 127ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 1700 ଟପିସାରିଛି । ମୁମ୍ବାଇର ଏହି ଧାରାବୀ ଅଞ୍ଚଳରେ ଶନିବାର ଠାରୁ ସ୍କ୍ରିନିଂ ଆରମ୍ଭ କରାଯାଇଛି । ଏହି ଅଞ୍ଚଳରେ ବିଏମ୍ସି ଘର ଘର ବୁଲି ସ୍କ୍ରିନିଂ କରୁଛି । ସେହିପରି ଏହି ଅଞ୍ଚଳରେ ରହିଥିବା ଲୋକଙ୍କ ମଧ୍ୟରେ ଯଦି କେହି ଥଣ୍ଡା,…
କେଦାର ମିଶ୍ର ଏବେ ଟେଲିଭିଜନ ଖୋଲିଲେ କରୋନା ଖବର ଛଡା କିଛି ନାଇଁ। ଅବଶ୍ୟ ଆଜିର ତାରିଖରେ ଖବର ବା ଆଉ କାହିଁ! ସେଇ କରୋନା ଇ ଆମକୁ ମାରି ସାରିଛି। ତେଣୁ କରୋନା ବ୍ୟତୀତ ଅଲଗା ଖବର ନ ରହିବା ସ୍ଵାଭାବିକ। ହେଲେ ଏ ସମୟରେ ସବୁଠୁ ଭୟଙ୍କର ଦୃଶ୍ୟ ହେଉଛି, ଘରେ ବସିଥିବା ସେଲେବ୍ରିଟିଙ୍କୁ ନେଇ ଆମ ଗଣମାଧ୍ୟମ, ବିଶେଷ କରି ନ୍ୟୁଜ ଚାନେଲମାନଙ୍କର ବିଶେଷ ଆଗ୍ରହ। ଭିଡିଓ କନଫରେଂସିଙ୍ଗ ଜରିଆରେ କେଉଁ ଟିଭି/ସିନେମା ତାରକା ଘର ଓଳାଉଛନ୍ତି, କିଏ ଗୀତ ଗାଉଛନ୍ତି, କିଏ ରୋଷେଇ କରୁଛନ୍ତି, ବଗିଚା କାମ କରୁଛନ୍ତି, ମାସ୍କ ତିଆରି କରୁଛନ୍ତି, କିଏ ବା ନାଚୁଛନ୍ତି, ଏହାକୁ ଦେଖି ଦେଖି ଲାଗୁଛି, ସତେକି ସାଢେ ଚାରି କୋଟି ଓଡିଆଙ୍କର ଏମାନେ ବିଳାସୀ ପ୍ରତିନିଧି। ଏମାନେ ବଡ ଆନନ୍ଦରେ ନିଜ ଘରେ ଅଛନ୍ତି। ସୁରକ୍ଷିତ ଓ ସମ୍ପନ୍ନ ଅଛନ୍ତି। ହେଲେ ଏମାନେ ସବୁ କିଏ? ଏମାନଙ୍କ…
ଛତିଶଗଡ: ସାରା ବିଶ୍ବରେ କରୋନା ମହାମାରୀ ରୂପ ନେଇସାରିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା 17 ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଲକ୍ଷେ ଟପିସାରିଛି। ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 8 ହଜାର ଟପି ସାରିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଥିବାବେଳେ ଏହାକୁ ରୋକିବା ପାଇଁ 21 ଦିନିଆ ଲକ୍ ଡାଉନ୍ ଲାଗୁ କରାଯାଇଛି। କିନ୍ତୁ ଦେଶର ଅଧିକାଂଶ ସ୍ଥାନରେ ଏହି ନିୟମକୁ ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳୁଛି। ଏହାର ଏକ ପ୍ରମାଣ ଦେଖିବାକୁ ମିଳିଛି ଛତିଶଗଡଠାରେ। ଛତିଶଗଡର ଧମତରୀର କିଛି ଯୁବକମାନେ ଲକ୍ ଡାଉନ୍ ଲାଗୁ ହୋଇଥିବା ସତ୍ତ୍ବେ କ୍ରିକେଟ୍ ଖେଳୁଥିଲେ। ଏହି ଖେଳ ସମୟର ଜଣେ ଯୁବକଙ୍କର ମୃତ୍ୟୁହୋଇଯାଇଛି। ମିଳିଥିବା ସୂଚନା ଅନୁସାରରେ କ୍ରିକେଟ ଖେଳୁଥିବା ସମୟରେ ଏକ ବଲ୍କୁ କ୍ୟାଚ୍ ଧରିବାକୁ ଯାଇ ଦୁହିଁଙ୍କର ଧକ୍କା ହୋଇଥିଲା। ଏହି ଧକ୍କା ଫଳରେ ଜଣେ ଯୁବକ ଗୁରୁତର ହୋଇଯାଇଥିଲେ। ତାଙ୍କୁ ଗୁରୁତର…
ନୂଆଦିଲ୍ଲୀ : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 909ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏଥିରେ 34ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 8356ରେ ପହଞ୍ଚିଥିବାବେଳେ କରୋନା ଆକ୍ଟିଭ୍ଙ୍କ ସଂଖ୍ୟା 7,367 ରହିଛନ୍ତି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 273ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 716ଜଣ । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ କରାଯାଇଛି । ମହାରାଷ୍ଟ୍ରରେ ଚବିଶ ଘଣ୍ଟାରେ 187ଟି ନୂଆ ମାମଲା ଆସିଛି । ମହାରାଷ୍ଟ୍ରରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1700 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 127ରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ର ପଛକୁ ରହିଛି ଦିଲ୍ଲୀ । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 19ରେ ରହିଛି । ସେହିପରି ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଓ…
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ ପ୍ରଥମଥର ପାଇଁ ଦୁଇ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ ହୋଇଥିବା ଚାରି ପଜିଟିଭ୍ଙ୍କ ମଧ୍ୟରେ ସୁନ୍ଦରଗଡରୁ ଦୁଇଜଣ ରହିଛନ୍ତି । ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏନେଇ ସୂଚନା ଜାରି କରିଛି । ତେବେ ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କିଛି ସ୍ପଷ୍ଟ କରିନାହିଁ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଓଡ଼ିଶାରେ ମୋଟ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିଲା। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଛି। ଏବେ ସୁଦ୍ଧା ୧୨ ଜଣ ସୁସ୍ଥ ହୋଇ ସାରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇ ସାରିଛି। (ଏଜେନ୍ସି)
ନୂଆଦିଲ୍ଲୀ : ଚୀନ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବ ମହାମାରୀରେ ପରିଣତ ହୋଇଛି । ବିଶ୍ବର 210ଟି ଦେଶରେ ନିଜର କାୟା ବିସ୍ତାର କରିଛି କୋଭିଡ୍-19 । ସାରା ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲକ୍ଷେ 8 ହଜାର 770 ଛୁଇଁଛି। କରୋନା ଯୋଗୁଁ ସବୁଠୁ ବେଶି ପ୍ରଭାବିତ ହୋଇଛି ଆମେରିକା, ଇଟାଲୀ, ସ୍ପେନ୍ ଓ ଫ୍ରାନ୍ସ । କରେନା ଜନିତ ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଛି ଆମେରିକା । ଆମେରିକାରେ ମୃତ୍ୟୁସଂଖ୍ୟା 20 ହଜାର 577କୁ ବୃଦ୍ଧି ହୋଇଛି । ସେହିପରି ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 532,879ରେ ପହଞ୍ଚିଛି । ସ୍ପେନ୍ରେ ମୃତ୍ୟୁ ସଂଖ୍ୟା 16,606କୁ ବୃଦ୍ଧି ହୋଇଛି । ସେହିପରି ଇଟାଲୀରେ ମୃତ୍ୟୁ ସଂଖ୍ୟା 19,468ରେ ପହଞ୍ଚିଥିବାବେଳେ ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 13,832ରେ ପହଞ୍ଚିଛି । କେଉଁ ରାଷ୍ଟ୍ରରେ କିପରି ରହିଛି କରୋନା ସ୍ଥିତି :
ନ୍ୟୁୟର୍କ : ଆମେରିକାରେ ମହାମାରୀ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଛି ଆମେରିକା । ଆମେରିକାରେ ସର୍ବମୋଟ୍ ମୃତ୍ୟୁ ସଂଖ୍ୟା 20,577ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଛି । ଆମେରିକା ଏବେ କରୋନା କେନ୍ଦ୍ର ଭାବରେ ଉଭା ହୋଇଛି । କରୋନା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନ୍ୟୁୟର୍କ ସହର । କରୋନାରେ ପାକିସ୍ତାନଠାରୁ ନ୍ୟୁୟର୍କରେ ଅଧିକ ପାକିସ୍ତାନୀ ମୃତ୍ୟୁବରଣ କରିଛନ୍ତି ସୂଚନା ମିଳିଛି । ନ୍ୟୁୟର୍କରେ ପାକିସ୍ତାନୀଙ୍କ ମୃତ୍ୟୁ ସଂଖ୍ୟା 100ରୁ ଉର୍ଦ୍ଧ୍ବ ରହିଛି । ପାକିସ୍ତାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 78 ରହିଥିବାବେଳେ ନ୍ୟୁୟର୍କରେ ଏହା ଅଧିକ ରହିଛି । ଆମେରିକାରେ ଗୋଟିଏ ଦିନରେ 2000ରୁ ଉର୍ଦ୍ଧ୍ବ ମୃତ୍ୟୁ ହୋଇଛି । ସେହିପରି 40ଜଣ ଆମେରିକୀ ଭାରତୀୟଙ୍କ ମୃତ୍ୟୁହୋଇଛି ବୋଲି ସୂଚନା ମିଳିଛି ।
(ସମୀକ୍ଷା ବ୍ୟୁରୋ) ଗତ କିଛିଦିନ ହେଲା ଓଡିଶା ସରକାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କିମ୍ବା ସୂଚନା ଓ ଲୋକସମ୍ପର୍କ ବିଭାଗର ଟୁଇଟର ଜରିଆରେ ପ୍ରତିଦିନର କରୋନା ଆକ୍ରାନ୍ତଙ୍କ ବିବରଣୀ ଦେଉଛନ୍ତି। ରାଜ୍ୟର ତିନୋଟି ଯାକ ପରୀକ୍ଷା କେନ୍ଦ୍ରରେ ହୋଇଥିବା ନମୂନା ପରୀକ୍ଷା ର ଫଳାଫଳ ପ୍ରାୟ ମଧ୍ୟ ରାତ୍ରିରେ ଜଣା ପଡୁଛି। ତେବେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ବର୍ତ୍ତମାନ ୪୧ଜଣ ସକ୍ରିୟ ଆକ୍ରାନ୍ତ, ୧୨ ଜଣ ରୋଗମୁକ୍ତ ଓ ଜଣେ ମୃତ ବୋଲି ସୂଚନା ଦିଆ ଯାଇଛି। ସେ ଦୃଷ୍ଟିରୁ ଆଜି ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଜଣା ପଡୁଛି। ଇତି ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ତଥ୍ୟକୁ ସ୍ପଷ୍ଟ କରିଛନ୍ତି।
ରଞ୍ଜିତ ପଣ୍ଡା କୁଜଙ୍ଗ: ଏରସମା ବ୍ଳକ ଗଡ଼କୁଜଙ୍ଗ ପଂଚାୟତର ଯୁବସରପଂଚ ସମ୍ପଦ କୁମାର ବାରିକଙ୍କ କାର୍ଯ୍ୟକୁ ଏବେ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଇଛି। କୋଭିଡ଼-୧୯ ପରିଚାଳନା ନେଇ ପଂଚାୟତକୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଦାୟିତ୍ୱକୁ ନେଇ ସେ ବେଶ୍ ସଚେତନ ଅଛନ୍ତି ଏବଂ ନିଜର ଦାୟିତ୍ୱକୁ ସେ ବେଶ ନିଷ୍ଠାର ସହିତ ସମ୍ପନ୍ନ କରୁଥିବାର ଦେଖାଯାଇଛି। ସାମାଜିକ ଦୂରତ୍ୱ ବଜାର ରଖିବାନେଇ ନିଜେ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରିବା, ଲୋକମାନଙ୍କୁ ମାସ୍କ ବ୍ୟବହାର କରିବା, ଅସହାୟ ଏବଂ ଗରୀବ ଲୋକମାନଙ୍କୁ ସ୍ଥାନୀୟ ସ୍ୱପ୍ନା ମହାସଙ୍ଘ ଜରିଆରେ ପ୍ରଦାନ କରାଯାଉଥିବା ରନ୍ଧା ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣ ନିରୀକ୍ଷଣ କରିବା ଆଦି କାର୍ଯ୍ୟକୁଚ ସେ ବେଶ ଦକ୍ଷତାର ସହିତ ତୁଲାଇଛନ୍ତି। ସେହିପରିଭାବେ ସ୍ଥାନୀୟ ଦାୟିତ୍ୱପ୍ରାପ୍ତ ଡ଼ିଲର ମାନଙ୍କୁ ରାସନ ସମାଗ୍ରୀ ବଂଟନ, ପ୍ରତ୍ୱେକ ପରିବାରକୁ ଅର୍ଥ ବିତରଣ ଆଦି କାର୍ଯ୍ୟରେ ସେ ମଧ୍ୟ ନିଯୁକ୍ତ ନିଲରଙ୍କୁ ସହାୟତ ପ୍ରଦାନ କରୁଛନ୍ତି।…
ଭୁବନେଶ୍ବର: ୪୯ ତମ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ଉକ୍ତ ୩୫ ବର୍ଷୀୟ ମହିଳା ଜଣକ ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୩ ତାରିଖ ଯାଏଁ ନିଜ ଘର ମଧୁସୂଦନ ନଗରରେ ଥିଲେ। ଏପ୍ରିଲ ୪ ତାରିଖ ଦିନ ରେଡ କ୍ରସ ଭବନ ନିକଟକୁ ଆସିଥିଲେ। ଏପ୍ରିଲ ୬ ତାରିଖ ଦିନ ସେ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ। ୭ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ନିଜ ଘରେ ସଙ୍ଘରୋଧରେ ରହିଥିଲେ। ୧୦ ତାରିଖ ଦିନ ତାଙ୍କର ନମୁନା ପରୀକ୍ଷା ପରେ ସେ କରୋନା ପଜିଟିଭ ଥିଲେ ବୋଲି ଜଣାପଡିଥିଲା। ତାପରେ ତାଙ୍କୁ କିମ୍ସ କୋଭିଡ-୧୯ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଗଲା।
ଭୁବନେଶ୍ୱର: ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁଁ ସାଧାରଣ ଲୋକଙ୍କ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ଘରୁ କାମ କରିବାରେ ନିୟୋଜିତ ଅଛନ୍ତି। ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ୍ଲାଇନ୍ ବା ଭର୍ଚୁଆଲ୍ କ୍ଲାସ୍ ଆରମ୍ଭ ହୋଇଛି। ତେଣୁ ଏହି ସମୟରେ ଆବଶ୍ୟକ ହେଉଛି ଭରସାଯୋଗ୍ୟ ଇଣ୍ଟରନେଟ ସଂଯୋଗ ଏବଂ ସୁଲଭ ମୋବାଇଲ୍ ଓ ହାଇ ସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ଡାଟା। ସଙ୍କଟ ସମୟରେ ଲୋକଙ୍କୁ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ଡାଟା ଯୋଗାଇଦେବାକୁ ନିଜ ପ୍ରତିବଦ୍ଧତାକୁ ଦୋହରାଇ ଜିଓ ଫାଇବର୍ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରେ ଓଡିଶାର ବିଭିନ୍ନ ସହରର ପ୍ରମୁଖ ଅଞ୍ଚଳ ଗୁଡିକରେ ଜିଓ ଫାଇବର୍ ସେବା ସଂପ୍ରସାରଣ ସମେତ ଲକ୍ଡାଉନ୍ ଭଳି କଠିନ ସମୟରେ ମଧ୍ୟ ନୂଆ ସଂଯୋଗ ଇନ୍ଷ୍ଟାଲେସନ୍ ଓ ତତ୍କ୍ଷଣାତ୍ ବୈଷୟିକ ସେବା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଲୋକମାନଙ୍କ ସୁବିଧା ପାଇଁ ଜିଓ ଫାଇବର୍ ସେବା ଏବେ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର…
ମୁମ୍ବାଇ: ରାଜ୍ୟରେ କରୋନା ସଂକଟକୁ ଦେଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ରାଜ୍ୟରେ ଏପ୍ରିଲ୍ 30 ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ସୂଚନା ଦେଇଛନ୍ତି। ଉଦ୍ଧବ ଠାକ୍ରେ କହିଛନ୍ତି ଯେ, ରାଜ୍ୟରେ ଅତି କମ୍ରେ ଏପ୍ରିଲ୍ 30 ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ବସ୍ତୁ ଉପଲବ୍ଧ ହେବ ବୋଲି କହିଛନ୍ତି ଉଦ୍ଧବ ଠାକ୍ରେ। ରାଜ୍ୟରେ ଅବସ୍ଥା ବେଶ୍ ସଙ୍ଗୀନ ରହିଛି। ସେ ସମସ୍ତଙ୍କୁ ଘରେ ରହିବାକୁ ଅପିଲ୍ କରିଛନ୍ତି। ଦେଶର ସର୍ବାଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରେ ରହିଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 1800 ପାର୍ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 100 ପାର୍ କରିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଥିବା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ଲକ୍ ଡାଉନ୍ର ଅବଧି ବୃଦ୍ଧି ନେଇ ପ୍ରାୟ ସମେସ୍ତ ପ୍ରସ୍ତାବ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ସାରା ବିଶ୍ବକୁ କରୋନା ମହାମାରୀ କବଳିତ କରିଛି। ଭାରତରେ ମଧ୍ୟ ଏହାର ପ୍ରଭାବ କିଛି କମ୍ ନାହିଁ। ଭାରତରେ ଏହାର ଦ୍ରୁତ ପ୍ରସାର ଦେଖି ଭାରତ ସରକାର ଲକ୍ ଡାଉନ୍ର ଘୋଷଣା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତେ ଏହି ଲକ୍ ଡାଉନ୍କୁ ବେଶ୍ କଡାକଡି କାର୍ଯ୍ୟକାରୀ କରିଛନ୍ତି। ଏହି ଲକ୍ ଡାଉନ୍ ସମୟରେ ଯେପରି କେହି ଭୋକିଲା ନ ରୁହନ୍ତି ସେଥିପାଇଁ ରାଜ୍ୟ ସରକାର ବହୁପ୍ରକାରର ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ରାସନ କାର୍ଡଧାରୀମାନଙ୍କୁ ତିନିମାସର ଆଗୁଆ ରାସନ ସାମଗ୍ରୀ ସହିତ ଏକ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ବଣ୍ଟନ କରୁଛନ୍ତି। ଏହି କ୍ରମରେ ବାଣପୁର ବ୍ଳକରେ ଅଧିବାସୀମାନେ ମଧ୍ୟ ରାସନ କାର୍ଡଧାରୀ ଏହି ସାମଗ୍ରୀ ପାଉଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନେ କ’ଣ…
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଗତକାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି। ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତ ନମ୍ବର ୪୯ ଓ ୫୦ର ସୂଚନା ଜାରି କରାଯାଇଛି। ଉଭୟ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୪୯ନମ୍ବର ଆକ୍ରାନ୍ତ ମହିଳାଙ୍କ ବୟସ ୩୫ବର୍ଷ ଜଣାପଡିଥିବାବେଳେ ୫୦ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ୨୩ ବର୍ଷର ଯୁବକ। ଦୁହେଁ ମଧୁସୂଦନ ନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ଉଲ୍ଲେଖ ରହିଛି। ଗତକାଲି ଉଭୟ ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭି ମିଳିଥିଲା। ସୂଚନାଯୋଗ୍ୟ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ବାକି ୩୭ଜଣ ଚିକିତ୍ସା ହେଉଛନ୍ତି। ସେହିପରି ଏହି ୩୭ ଜଣଙ୍କ ମଧ୍ୟରୁ ୩୫ଜଣଙ୍କଠାରେ କରୋନା ପଜିଟିଭି ନାହିଁ ବୋଲି ଆଜି ସୂଚନା ଦେଇଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ୍।
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ ଜଳକ୍ଳିଷ୍ଟ ବିଶ୍ୱାଳୀ ପଂଚାୟତକୁ ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ଯୋଗାଣ କରାଯାଉଥିବା ପାନୀୟ ଜଳରେ ବିଷାକ୍ତ ପୋକ ରହୁଥିବାବେଳେ ଟାଙ୍କିକୁ ସଠିକ୍ ଭାବେ ପରିଚ୍ଛନ୍ନ କରାଯାଉନଥିବା ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଫଳରେ ଠିକାଦାର ଜରିଆରେ ଜଳ ଯୋଗାଣ କରୁଥିବା ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗ ଏହି କାର୍ଯ୍ୟର ତଦାରଖ ସଠିକ ଭାବେ କରୁନଥିବା ଅଭିଯୋଗ ହେଉଛି। ପ୍ରକାଶଯେ ବିଶ୍ୱାଳୀ ବ୍ଳକ ଏକ ଜଳକ୍ଳିଷ୍ଟ ପଂଚାୟତ ଭାବେ ବେଶ ଜଣାଶୁଣା। ଏଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିଛି। ଫଳରେ ପଂଚାୟତର ବିଶ୍ୱାଳୀ, କୋଲଡ଼ିଆ, ନରେନ୍ଦ୍ରପୁର, ପୀତାମ୍ବରପୁର, କାଠଗଡ଼ା ଆଜି ଗ୍ରାମକୁ କୁଜଙ୍ଗସ୍ଥିତ ଗ୍ରାମ୍ୟ ପାନୀୟ ଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ସେଠାରେ ଠିକାଦାର ନିଯୁକ୍ତି କରାଯାଇ ଜଳଯୋଗାଣ କରାଯାଉଛି। ତେବେ ଟ୍ରାକ୍ଟର ଯୋଗେ ପ୍ରଦାନ କରାଯାଉଥିବା…
ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ୍ ଆଜି ସୂଚନା ଦେଇଛନ୍ତି। ପୂର୍ବରୁ ଦୁଇଜଣ ଡିସ୍ଚାର୍ଜ ହୋଇଥିଲେ, ଏବେ ଆଉ ୧୦ ଡିସ୍ଚାର୍ଜ ହୋଇଛନ୍ତି। ବାକି ରହିଯାଇଥିବା ୩୭ଟି କେସ୍ରୁ ୩୫ରେ କୌଣସି ଲକ୍ଷଣ ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶିକା। କାଶ, ଥଣ୍ଡା, ଜ୍ବର, ଆଦି କୌଣସି ଲକ୍ଷଣ ୩୫ ଜଣଙ୍କଠାରେ ଆଉନନାହିଁ। ରାଜ୍ୟରେ ଚିହ୍ନଟ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ପ୍ରତିଶତ ଲକ୍ଷଣହୀନ ବୋଲି କହିଛନ୍ତି ନିର୍ଦ୍ଦେଶିକା। କିଛି ଲକ୍ଷଣ ନଥିଲେ ବି ପଜିଟିଭ୍ ମିଳିଥିବାରୁ ଆମେ ତାଙ୍କୁ ହସ୍ପିଟାଲ ଆଣିଥିଲୁ। ସେମାନେ ସମେସ୍ତ କିଛି ଦିନ ମଧ୍ୟରେ ଡିସ୍ଚାର୍ଜ ହେବା ଆଶା କରିଛନ୍ତି ନିର୍ଦ୍ଦେଶିକା। ତେବେ ବିନା ଲକ୍ଷଣରେ ମଧ୍ୟ କାହା ଦେହରେ କରୋନା ଥାଇପାରେ। ସେଥିପାଇଁ ବିଭିନ୍ନ ପଞ୍ଚାୟତରେ ଶିବିର କରାଯାଇ ନମୁନା ନିଆଯାଉଛି। ବ୍ୟାପକ ଭାବେ ନମୁନା ନିଆଯାଇ କରୋନା ଟେଷ୍ଟ କରାଯାଇଛି। ଏବେ ଦୈନିକ 3ରୁ 4ଶହ ଟେଷ୍ଟ କରାଯାଉଛି, 10…
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣକୁ ମୁକାବିଲା କରିବା ନିମନ୍ତେ ସରକାର ଯୋରଦାର ଉଦ୍ୟମ ଚଳାଇଛନ୍ତି।ଏଭଳି ପରିସ୍ଥିତିରେ ଏକାଧିକ ଲୋକ ଏକାଠି ହେବା ବିପଦ ସୃଷ୍ଟି କରିପାରେ। ଏପରିକି ଗତବର୍ଷ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା ବେଳେ ହୋଇଥିବା ଭିଡକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ବିଭିନ୍ନ ମନ୍ଦିର ଓ ଦେବାଦେବୀ ପୀଠ ମାନଙ୍କରେ ୧୪୪ ଧାରା ଜାରୀ କରିଛନ୍ତି। ଏହି ୧୪୪ ଧାରା ୧୨.୦୪. ୨୦୨୦ରିଖ ଠାରୁ ୧୪.୦୪.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସମସ୍ତ ସାମାଜିକ ପର୍ବପର୍ବାଣୀ ଓ କର୍ମକର୍ମାଣୀ ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ଏହି ଧାରା ମା’ଶାରଳାଙ୍କ ମନ୍ଦିର କନକପୁର ତିର୍ତ୍ତୋଲ, ମା’ଭଗବତୀ ମନ୍ଦିର ପରହାଟ, ବାଲିକୁଦା, ରାମଘାଟ ହନୁମାନ ମନ୍ଦିର, ନୁଆବଜାର ତାରିଣୀ ମନ୍ଦିର, ଷଣ୍ଢକୁଦ କାଳୀ ମନ୍ଦିର ପାରାଦ୍ବୀପ, ଗାରୋଇ…
ନୂଆଦିଲ୍ଲୀ : କରୋନା ଅପଡେଟ୍ ନେଇ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲଙ୍କ ସୂଚନା । ଗତକାଲି ଗୋଟିଏ ଦିନରେ କରୋନାରେ 40 ଜଣଙ୍କ ମୃତ୍ୟୁଘଟିଛି । ଏଯାବତ୍ ଦେଶରେ ମୋଟ 7447 କରୋନା ଆକ୍ରାନ୍ତ ଚିହ୍ନଟ । ଗତକାଲି ଗୋଟିଏ ଦିନରେ 1035 ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଗତକାଲିର 40 ମିଶାଇ ଏଯାବତ୍ ଦେଶରେ 239 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ । ସେହିପରି ଏଯାବତ୍ 642 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣ ବୋଲି ସୂଚନା ରହିଛି । ସେହିପରି ଦେଶବ୍ୟାପୀ ଲକ୍ ଡାଉନ୍ର ସୁଫଳ ମିଳିଛି ବୋଲି କହିଛନ୍ତି ଲବ୍ ଅଗ୍ରଓ୍ବାଲ । ଲକ୍ ଡାଉନ୍ କରିନଥିଲେ ଅବସ୍ଥା ଅସମ୍ଭାଳ ହୁଅନ୍ତାଣି ବୋଲି କହିଲେ ଲବ୍ । ପ୍ରଥମେ ଜନତା କର୍ଫ୍ୟୁ, ତା’ପରେ ଲକ୍ ଡାଉନ୍ ଘୋଷଣା ହୋଇଛି । ଲକ୍ ଡାଉନ୍ ଯୋଗୁଁ…