Mumbai: Actress Nushrat Bharucha during a programme, in Mumbai on Feb 27, 2020. (Photo: IANS)
Author: Samikhsya Bureau
ଭୁବନେଶ୍ବର, କେନ୍ଦ୍ର ସରକାର ଜିଏସଟିର ରାଜ୍ୟ ଭାଗ ଯାହା ତାହା ଠିକ ସମୟରେ ପ୍ରଦାନ କରାଯାଉ ନାହିଁ। ଫଳରେ ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଭୁବନେଶ୍ବରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ଏହିପରି ଦାବୀ କରିଛନ୍ତି 4 ରାଜ୍ୟର ପ୍ରତିନିଧି। ମୁଖ୍ୟତଃ ପଶ୍ଚିମ ବଂଗର ମୁଖ୍ୟମନ୍ତ୍ର ମମତା ବାନାର୍ଜି ଏ ନେଇ ବୈଠକରେ ଅଧ୍ୟକ୍ଷତା କରୁଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଥିଲେ। ରାଜ୍ୟରୁ ଜିଏସଟି ଆଦାୟ କରାଯାଇ କେନ୍ଦ୍ରକୁ ଯାଉଛି । ହେଲେ ପରବର୍ତ୍ତି ସମୟରେ ରାଜ୍ୟ ଭାଗ କେନ୍ଦ୍ର ତୁରନ୍ତ ପ୍ରଦାନ କରନ୍ତୁ ବୋଲି ଦାବୀ କରାଯାଇଥିଲା। ଏହାକୁ ଅନ୍ୟ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସମର୍ଥମ କରିଥିଲେ। ତେବେ କେନ୍ଦ୍ର ସରକାର ଏହି ରାଜ୍ୟ ଭାଗ କିଛି ପ୍ରଦାନ କରିଛନ୍ତି, ବଳକା ଟଙ୍କା ଖୁବ ଶିଘ୍ର ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଅନ୍ୟପକ୍ଷରେ ଗଙ୍ଗା ନଦୀ ବନ୍ୟାର ମୁକାବିଲା ଲାଗି ଜାତୀୟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଗୁଜରାଟ ଦଙ୍ଗାର ସୃଷ୍ଟିକାରୀ ଅମିତ ଶାହା ପରୋକ୍ଷ ଭାବରେ ଏଥିପାଇଁ ନିଶ୍ଚିତ ଭାବେ ଦାୟୀ ଅଟନ୍ତି । ଆଜି ଗୃହମନ୍ତ୍ରୀ ଭୁବନେଶ୍ୱର ଆସିଥିବାବେଳେ ତାଙ୍କୁ ବିରୋଧ କରାଯାଇଛି ବୋଲି କଂଗ୍ରେସ କହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସର ପୀତବାସ ପଣ୍ଡା, ସଂଗ୍ରାମ ମହାନ୍ତି, ଭାଗିରଥୀ ବେହେରା, ବୃନ୍ଦାବନ ଖଟେଇ, ପଦ୍ମଚରଣ ସାହୁ, ସୁବାସ ରଇତ, ସାଇ ପ୍ରସାଦ ପାତ୍ର, ପ୍ରମୋଦ ଜେନା, ଜି. ଏରେୟା, ଗଣପତି ବାରିକ, ପି. ରାଜା ରାଓ, ଭୈରବ ପାତ୍ର, ଉଦୀୟନାଥ ପାରିଗ୍ରାହୀ, ସିଦ୍ଧାନ୍ତ କୁମାର ସାହୁ, ବିଜୟରାଜ ପାଣିଗ୍ରାହୀ, ଜ୍ଞାନରଂଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର 8ଟି ଜିଲ୍ଲାରୁ ସମୁଦାୟ 976 ଜଣ ବରିଷ୍ଠ ନାଗରିକ ଆଜି ତୀର୍ଥ କରିବାକୁ ଏକ ସ୍ପେସାଲ୍ ଟ୍ରେନ ଯୋଗେ ଦକ୍ଷିଣ ଭାରତକୁ ଯାତ୍ରା କରିଛନ୍ତି । ବ୍ରହ୍ମପୁର ଷ୍ଟେସନର ପ୍ଲାଟଫର୍ମ ନଂ 4ରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ଗଂଜାମର ସର୍ବାଧିକ 489 ଜଣ, ଗଜପତିର 59 ଜଣ, କନ୍ଧମାଳ 53 ଜଣ, କୋରାପୁଟର 113 ଜଣ, ମାଲକାନାଗିରିର 52 ଜଣ, ନବରଙ୍ଗପୁରର 83 ଜଣ, ରାୟଗଡ଼ାର 97 ଜଣ ଏବଂ ବୌଦ୍ଧ ଜିଲ୍ଲାର 30 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ହୋଇଛନ୍ତି । ଗଂଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍ରୁ ସର୍ବାଧିକ ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି । ତୀର୍ଥଯାତ୍ରୀଙ୍କ ସହାୟତା ପାଇଁ 30 ଜଣ ଏସ୍କର୍ଟ ଅଫିସର ମଧ୍ୟ ଯାଇଛନ୍ତି । ଏହି ଯାତ୍ରା ରାମେଶ୍ୱରମ୍, ମୁଦୁରାଇ…
ରମେଶ ମହାନ୍ତି ଜଗତସିଂହପୁର: ସମୀକ୍ଷାର ମହା ପ୍ରଭାବ। ମଧ୍ୟାହ୍ନ ଭୋଜନ ଦୁର୍ନୀତି ନେଇ ଏକ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଫେବୃୟାରୀ ୨୭ ତାରିଖ ଶୁକ୍ରବାର ଦିନ ସମୀକ୍ଷାରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏରସମା ବ୍ଲକର୧୭ଟି କ୍ଲଷ୍ଟରରେ ୨୧୬ବିଦ୍ୟାଳୟରେ ୧୩ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଦୈନିକ ମୁଣ୍ଡପିଛା ଶହେରୁ ଦେଢଶହ ଗ୍ରାମ ଚାଉଳ ହିସାବରେ ୭୦ଦିନର ଘୋଟାଲାର ପରିମାଣ ଜଣାପଡେ। ଚଳିତ ଫେବୃୟାରୀ ମାସର ଗତ ସପ୍ତାହ ଠାରୁ ଏପର୍ଯ୍ୟନ୍ତ ଏରସମାର ଅନେକ ବିଦ୍ୟାଳୟରେ ଚୁଲି କିମ୍ବା ଗ୍ୟାସ ଜଳିନଥିବା ବେଳେ ସମସ୍ତ ବିଦ୍ୟାଳୟରେ ରୋଷେଇ ଚାଲିଥିବା ମୋବାଇଲ ମଧ୍ୟାହ୍ନ ଭୋଜନ ଆପରେ ଶତପ୍ରତିଶତ ରିପୋର୍ଟ ଯାଇଥିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ପକ୍ଷରେ ଏରସମା ବ୍ଲକର ବିଦ୍ୟାଳୟ ମାନଙ୍କରେ ୭୦ଦିନର ଚାଉଳ ନଦେଇ ବକେୟା ରଖିଥିବା ବିତରଣକାରୀ…
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ପୀଡିତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଶୁକ୍ରବାର ସନ୍ଧ୍ୟାରେ କେଜ୍ରିଓ୍ବାଲ ଏହି ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି । ହିଂସାକାଣ୍ଡରେ ଜଳାପୋଡା ହୋଇଥିବା ବେଳେ ଜଳିଯାଇଥିବା ଘର ଗୁଡିକ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଜଳି ଯାଇଥିବା ପ୍ରତି ଘର ପାଇଁ 25 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା 42 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 200 ଜଣ ଆହତ ହୋଇଛନ୍ତି । (ଏଜେନ୍ସି)
ମୁମ୍ବାଇର ଜୁହୁରେ ଏକ ଡ୍ୟାନ୍ସ କ୍ଲାସ୍ରେ ଅଭିନେତ୍ରୀ ସାନାୟା କପୁର
କନ୍ଦର୍ପ ବେହେରା ରେଢାଖୋଲ : ଶୁଣ୍ଢିମୁଣ୍ଡା କନ୍ୟାଶ୍ରମରେ ରକ୍ତହୀନତା ଘଟଣାରେ ଆଜି ଉପଜିଲ୍ଲାପାଳ ଓ ଡାକ୍ତରୀଦଳ କନ୍ୟାଶ୍ରମ ଭ୍ରମଣ କରିଛନ୍ତି । କିଛିଦିନ ତଳେ କନ୍ୟାଶ୍ରମର କିଛି ଛାତ୍ରୀ ରକ୍ତହୀନତାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ରିପୋର୍ଟ ପ୍ରକାଶିତ ହୋଇଥିଲା । ଛାତ୍ରୀମାନେ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଇ ଫେରିବା ପରେ ପୁଣି ଦଶଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଏକ ଡାକ୍ତରୀ ଟିମ୍ ଯାଇ ସ୍ବାସ୍ଥ୍ୟପରୀକ୍ଷା କରିଛନ୍ତି । ରେଢାଖୋଲ ଉପ ଜିଲ୍ଲାପାଳ ଡୋଳାମଣି ପଟେଲଙ୍କ ସହିତ ଏସ୍ଡିଏମ୍ଓ ବିପିନ୍ ବିହାରୀ ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯାଇ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ । ସରକାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କର ବିକାଶ ତଥା ଶିକ୍ଷା କ୍ଷେତ୍ରରେ କୋଟି କୋଟି ଟଙ୍କା କରୁଛନ୍ତି । ଏଥିପାଇଁ ଆଦିବାସୀ ଛାତ୍ରୀମାନେ…
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଭାରତର ଜିଡିପି ଅଭିବୃଦ୍ଧି ହାର ପ୍ରକାଶ ପାଇଛି । 2019ର ଅନ୍ତିମ ଚରଣରେ ଭାରତୀୟ ଅର୍ଥନୀତିରେ ସାମାନ୍ୟ ଅଭିବୃଦ୍ଧି ଦେଖିବାକୁ ମିଳିଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡିସେମ୍ବର କ୍ବାର୍ଟରରେ ଭାରତର ଘରୋଇ ଅଭିବୃଦ୍ଧି ହାର (ଜିଡିପି) 4.7 ରହିଛି । 2019ର ଦ୍ବିତୀୟ କ୍ବାର୍ଟରରେ ଅଭିବୃଦ୍ଧି ହାର 4.5 ରହିଥିବା ବେଳେ 0.2 ପ୍ରତିଶତର ଅଭିବୃଦ୍ଧି ସନ୍ତୋଷ ଜନକ ରହିଛି । ଅପରପକ୍ଷରେ ଏକବର୍ଷ ତଳେ ଏହି ଅଭିବୃଦ୍ଧି ହାର 5.6 ରହିଥିଲା । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ବରର ଜନତା ମଇଦାନରେ ଏକ ସିଏଏ ସମର୍ଥନ ସମାବେଶରେ ଯୋଗ ଦେଇଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଓଡିଶାକୁ ନିଜର ଦ୍ବିତୀୟ ଘର ଭାବରେ ଅଭିହିତ କରିଥିଲେ । 24 ତମ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗ ଦେବା ନେଇ ଅମିତ ଶାହା ଓଡିଶା ଆସିଥିବା ବେଳେ ଅପରାହ୍ନରେ ଜନତା ମଇଦାନରେ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହିତ ସିଏଏ ସମର୍ଥନ ସମାବେଶରେ ଯୋଗ ଦେଇଥିଲେ । ଓଡିଶାର ବରପୁତ୍ରଙ୍କୁ ସ୍ମରଣ କରି ଶାହା ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଓଡିଶା ମୋତେ ସର୍ବଦା ମୋର ଦ୍ବିତୀୟ ଘର ଭଳି ପ୍ରତୀୟମାନ ହୋଇଥାଏ ବୋଲି ଶାହା ପ୍ରକାଶ କରିଛନ୍ତି । ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ ଏବଂ 2024 ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରମକୁ ପାଣି ପାଇପ୍ କସଞ୍ଜୋଗ…
ମୁମ୍ବାଇ : ବଲିଉଡ୍ ଅଭିନେତା ଅଜୟ ଦେବଗନ ନିଜର ଅପ୍କମିଙ୍ଗ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । 2019ର ତାମିଲ ଫିଲ୍ମ କଇଥିର ହିନ୍ଦି ରିମେକ୍ରେ ଅଜୟ ନଜର ଆସିବାକୁ ଯାଉଛନ୍ତି । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ଅଜୟ ଏହି ଘୋଷଣା କରିଛନ୍ତି । 2019ର ଏହି ତାମିଲ ବ୍ଲକ୍ବଷ୍ଟରରେ କର୍ଥୀଙ୍କ ଭୂମିକାରେ ନଜର ଆସିବେ ଅଜୟ । ବର୍ତ୍ତମାନ ମୈଦାନର ସୁଟିଂ କରୁଥିବା ଅଜୟ ଏହା ପରେ ଭୁଜ୍ ଏବଂ ପରେ କଇଥି ରିମେକ୍ର ସୁଟିଂ ଆରମ୍ଭ କରିବେ । ଫିଲ୍ମର କାହାଣୀ ଜେଲ୍ ଫେରନ୍ତା ଜଣେ କଏଦୀ ଉପରେ ଆଧାରିତ । ଜେଲ୍ରୁ ଫେରିବା ପରେ ପ୍ରଥମ ଥର ପାଇଁ ନିଜ ଝିଅକୁ ଭେଟିବାକୁ ଯାଉଥିବା ବେଳେ ଡ୍ରଗ୍ ମାଫିଆ ଏବଂ ପୋଲିସ୍ର ଜାଲରେ ଫସିଯାଇଛନ୍ତି । ଏହି ଫିଲ୍ମଟି ଫେବୃୟାରୀ 12, 2021ରେ ରିଲିଜ୍ ହେବା ନେଇ ଅଜୟ ଘୋଷଣା କରିଛନ୍ତି । ଏହା…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗତକାଲି ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ ୨୩ କୋଟି ଟଙ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ରାଜ୍ୟର ଦଶଟି ମନ୍ଦିର, ୫ଟି ଗୀର୍ଜା, ୬ଟି ମସଜିଦ୍ ଓ ୨ଟି ଗୁରୁଦ୍ବାର ସାମିଲ୍ ରହିଛି। ପ୍ରତ୍ୟେକ ଧାର୍ମିକ ସ୍ଥଳକୁ ଏକ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ପରେ ବାଣପୁରରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଚଳିତ ନବୀନଙ୍କ ପଞ୍ଚମ ପାଳି ସରକାରରେ ରାଜ୍ୟ ସରକାର ମନ୍ଦିର ଓ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଗୁରୁତ୍ବ ଦେଉଥିବାବେଳେ ବାଣପୁରର ପ୍ରସିଦ୍ଧ ଭଗବତୀ ମନ୍ଦିର ବାଦ୍ ପଡିଛି। ନିକଟରେ ବାଣପୁରର ଭଗବତୀ ମନ୍ଦିରଠାରେ ବିଧାନସଭା ଏଥିକ୍ସ କମିଟିର ସଭ୍ୟ, ବିଧାୟକ ଓ ପ୍ରଶାସନିକ ଅଧିକାରୀ ଅଚାନକ ଗସ୍ତ କରିଥିଲେ। ଏହି ଗସ୍ତକୁ ନେଇ ଭଗବତୀ ମନ୍ଦିରର ଉନ୍ନତି ନିମନ୍ତେ କିଛି ଘୋଷଣା କରାଯିବା ନେଇ ଆକଳନ କରାଯାଇଥିଲା।…
ଅଙ୍କାରା : ତୁର୍କୀ ଉପରେ ସିରିଆ ପକ୍ଷରୁ ବିମାନ ଆକ୍ରମଣ କରାଯିବା କାରଣରୁ 33 ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି । ଯୁଦ୍ଧ ପ୍ରପୀଡିତ ତୁର୍କୀର ଇଡ୍ଲିବ୍ ସହର ଉପରେ ସିରିଆ ପକ୍ଷରୁ ବିମାନ ଆକ୍ରମଣ କରାଯିବା ପରେ ସୈନ୍ୟ ମାନେ ପ୍ରାଣ ହରାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଇଡଲିବ୍ ସହର ଉପରେ ବିମାନ ଆକ୍ରମଣ କରାଯାଇଥିବା ନେଇ ତୁର୍ମୀର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଆକ୍ରମଣ ପରେ ତୁର୍କୀର ରାଷ୍ଟ୍ରପତି ରେସେପ୍ ଟାୟିପ୍ ଏର୍ଡୋଗାନ୍ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଛନ୍ତି । ଏହି ଆଲୋଚନା ପରେ ତୁର୍କୀର ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକାର ଏବଂ ସେନାଧ୍ୟକ୍ଷ ସୀମା ପରିଦର୍ଶନ କରିଛନ୍ତି । ତୁର୍କୀ ଏହି ଆକ୍ରମଣର ଜବାବ ଦେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର :ପୂର୍ବାଞ୍ଚଳ ପରିଷଦ ବୈଠକ ଅବସରରେ ଲୋକସେବା ଭବନର ସମ୍ମିଳନୀ କେନ୍ଦ୍ରରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ତରଫରୁ ପ୍ରସ୍ତୁତ ହୋଇଥିଲା ଫୁଲ ରଙ୍ଗୋଲି। ଏହି ରଙ୍ଗୋଲିର ନିର୍ଦ୍ଦେଶନା ଓ ଡିଜାଇନ୍ ପ୍ରସ୍ତୁତ କରିଥିଲେ ଜନହବି ବେହେରା। ଏହି ଫୁଲ ରଙ୍ଗୋଲି ପ୍ରସ୍ତୁତିରେ ମାର୍ଗଦର୍ଶନ ଦେଇଥିଲେ ପ୍ରଖ୍ୟାତ ନୃତ୍ୟାଙ୍ଗନା ତଥା ଗୁରୁ ଅରୁଣା ମହାନ୍ତି। ସୌଜନ୍ୟ :କିଟ୍ରୁ ରିତିକା, ମଧୁ, ସସମିତା, ସୋନି ଏବଂ ସୁଶାନ୍ତ ବାବୁ ।
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣି ଏକ ନୂତନ ମୋଡ ଦେଖିବାକୁ ମିଳିଛି । ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପଓ୍ବନ୍ ଗୁପ୍ତା ପକ୍ଷରୁ ଶୁକ୍ରବାର କ୍ୟୁରେଟିଭ୍ ଯାଚିକା ଦାଖଲ କରାଯାଇଛି । ନିଜର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିବା ପାଇଁ ପଓ୍ବନ୍ ପକ୍ଷରୁ ଆବେଦନ କରାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ 3 ତାରିଖରେ ଫାଶୀ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ଆବେଦନ ପରେ ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିବା ନେଇ ଆଶଙ୍କା ପ୍ରକାଶ ପାଇଛି । (ଏଜେନ୍ସି)
ମୁମ୍ବାଇ : 5 ମିନିଟ୍ରେ 5 ଲକ୍ଷ କୋଟିର କ୍ଷତି ସହିଛନ୍ତି ନିବେଶକ । ସେୟାର ବଜାର ସକାଳ 9.15ରେ ଖୋଲିଥିବା ବେଳେ 5 ମିନିଟ୍ ମଧ୍ୟରେ ଉଭୟ ସେନସେକ୍ସ ଏବଂ ନିଫ୍ଟୀରେ 3 ପ୍ରତିଶତର ହ୍ରାସ ଘଟିଥିଲା । 5 ମିନିଟ୍ ମଧ୍ୟରେ ସେନ୍ସେକ୍ସରେ 1200 ପଏଣ୍ଟ ଏବଂ ନିଫ୍ଟୀ 343 ପଏଣ୍ଟ ତଳକୁ ଖସିଥିଲା । ବଜାରରେ ନିବେଶ କରୁଥିବା ନିବେଶକ ମାନେ ଏହା ଦ୍ବାରା 5 ଲକ୍ଷ କୋଟିର କ୍ଷତି ସହିଛନ୍ତି । ବିଗତ 5ଟି ଟ୍ରେଡିଂ ସେଶନରେ ନିବେଶକ ମାନେ 5 ଲକ୍ଷ କୋଟି ହରାଇଥିବା ବେଳେ ଶୁକ୍ରବାର ମାତ୍ର 5 ମିନିଟ୍ ମଧ୍ୟରେ ନିବେଶକ ମାନେ 5 ଲକ୍ଷ କୋଟି ହରାଇଛନ୍ତି । ଏହି ସମୟରେ ଟାଟା ଷ୍ଟିଲ୍ ସର୍ବାଧିକ କ୍ଷତି ସହିଛି । ଟାଟା ଷ୍ଟିଲର ଅଂଶଧନ ମୂଲ୍ୟରେ 8 ପ୍ରତିଶତ ହ୍ରାସ ପାଇଥିବା ବେଳେ ଟେକ୍ ମହିନ୍ଦ୍ରା ଅଂଶଧନ ମୂଲ୍ୟରେ 5…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ନବୀନ ନିବାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭବ୍ୟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶୀ ଓଡ଼ିଆ ଖାଦ୍ୟ ଖାଇ ଶାହା ବେଶ୍ ଖୁସ୍ ରହିଥିବାର ଜଣାଯାଇଛି। ଡାଲି, ଭଜା ତରକାରୀ ସହିତ ମିଠା ଖାଦ୍ୟରେ ଶାହାକୁ ଆପ୍ୟାୟିତ କରାଯାଇଛି। ସମ୍ପୂର୍ଣ୍ଣ ଓଡ଼ିଆ ଘରୋଇ ଶୈଳୀରେ ପ୍ରସ୍ତୁତ ଖାଦ୍ୟକୁ ଶାହା ବେଶ୍ ପସନ୍ଦ କରିଛନ୍ତି। ଉଭୟ ଆମିଷ ଓ ନିରାମିଶ ବ୍ୟଞ୍ଜନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଏହି ଖାଦ୍ୟରେ ରହିଥିଲା ସମ୍ପୂର୍ଣ୍ଣ ଓଡ଼ିଆ ଶୁଦ୍ଧ ଖାଦ୍ୟ । ମଧ୍ୟାହ୍ନ ଭୋଜନରେ ପରସା ଯାଇଥିବା ଖାଦ୍ୟ ମଧ୍ୟରେ ରହିଥିଲା- 1. ବାଇଗଣ ଭଜା 2. ଆଳୁ ମଟର ମସଲା (ଓଡ଼ିଆ ଶୈଳୀରେ ପ୍ରସ୍ତୁତ) 3. ଗୁଚ୍ଚି ପନୀର୍ 4. ଡାଲି 5. ଟମୋଟା ଚଟଣୀ 6. ପାମ୍ପଡ 7. ରୁଟି 8. ବୁନ୍ଦି ରାଇତା 9. ଭାତ ଓ…
କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟ୍କା ଲାଗିଛି । ପ୍ରଥମ ଟେଷ୍ଟରେ ଭାରତର ସଫଳ ବୋଲର ଇଶାନ୍ତ ଶର୍ମା ଆହତ ସମସ୍ୟା କାରଣରୁ ଦଳରୁ ବାଦ ପଡିଛନ୍ତି । ପ୍ରଥମ ଟେଷ୍ଟ ପୂର୍ବରୁ ଇଶାନ୍ତଙ୍କ ଗୋଇଠି ଆଘାତ ରହିଥିଲେ ମଧ୍ୟ ସେ ପ୍ରଥମ ମ୍ୟାଚ୍ରେ ଖେଳିଥିଲେ । ମ୍ୟାଚ୍ ପରେ ଇଶାନ୍ତଙ୍କ ଗୋଇଠିରେ ପୁନର୍ବାର ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଶନିବାର ଦିନ ମ୍ୟାଚ୍ ପୂର୍ବରୁ ଆଜି ଇଶାନ୍ତଙ୍କ ବାଦ ପଡିବା ନେଇ ଘୋଷଣା କରାଯାଇଛି । ଇଶାନ୍ତ ବାଦ ପଡିବା ପରେ ଉମେଶ ଯାଦବ ତାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି । ମାତ୍ର ଉମେଶଙ୍କ ବିଦେଶ ପ୍ରଦର୍ଶନକୁ ଦେଖିଲେ ନବ୍ଦୀପ ସାଇନିଙ୍କୁ ସୁଯୋଗ ମିଳିବାର ସମ୍ଭାବନାକୁ ଅସ୍ବୀକାର କରାଯାଇନପାରେ । (ଏଜେନ୍ସି)
ମୁମ୍ବାଇ : ଫିଲ୍ମ ‘ହିରୋପନ୍ଥୀ’ରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିବା ଟାଇଗର୍ ଶ୍ରଫ୍ ଏବେ ବଲିଉଡ୍ର ଜଣେ ଚର୍ଚ୍ଚିତ ତଥା ସଫଳ ନାୟକ । 2014ରେ ଆସିଥିବା ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ କୃତି ସାନୋନ୍ଙ୍କୁ ଦେଖିବାକୁ ମିଳିଥିଲା । ଏହି ସୁପରହିଟ୍ ଫିଲ୍ମରୁ ବଲିଉଡ୍ରେ ରାଜ୍ କରୁଥିବା ଟାଇଗର୍ଙ୍କ ଏହି ଫିଲ୍ମର ସ୍ବିକେଲ୍ ହେବା ନେଇ ଚର୍ଚ୍ଚା ଏବେ ଜୋର୍ ଧରିଛି । ଟାଇଗର୍ ଇନ୍ଷ୍ଟାଗ୍ରାମ୍ରେ ‘ହିରୋପନ୍ଥୀ 2’ର ପୋଷ୍ଟର ସେୟାର କରି ଏହା ସମ୍ପର୍କରେ ଜଣାଇଛନ୍ତି । ଆକ୍ସନ ଫିଲ୍ମ ‘ହିରୋପନ୍ଥୀ 2’ରେ ଟାଇଗର୍ ଶୁଟ୍ ବୁଟ୍ ପିନ୍ଧା ଜଣେ ମାଚୋ ମ୍ୟାନ୍ ଅବତାରରେ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟରରେ ଟାଇଗର୍ ଦୂରରୁ କଳା ସୁଟ୍ ପ୍ୟାଣ୍ଟରେ ବନ୍ଧୁକ ଧରିଥିବାବେଳେ ତାଙ୍କ ଚାରିପଟେ ବନ୍ଧୁକ ଗୁଡାଏ ରହିଛି । ଅହମ୍ମଦ ଖାନ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିକୁ ସାଜିଦ୍ ନଦିଆଦ୍ଓ୍ବାଲା ପ୍ରଯୋଜନା କରୁଛନ୍ତି । ଫିଲ୍ମଟି 2021…
ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ସରକାର ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେବା ପୂର୍ବକ ଶିକ୍ଷା ଓ ରୋଜଗାରରେ ମୁସଲମାନଙ୍କୁ ସଂରକ୍ଷଣ ଦେବାର ଅଧ୍ୟାଦେଶର ଘୋଷଣା କରିଛି। ଏହି ସଂରକ୍ଷଣ ନେଇ ନବାବ୍ ମଲ୍ଲିକ କହିଛନ୍ତି ଯେ, ଶିକ୍ଷଣ ସଂସ୍ଥାରେ ମୁସଲମାନଙ୍କୁ 5 ପ୍ରତିଶତ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ସରକାରୀ ସ୍କୁଲ, କଲେଜ ଆଦିରେ ଏହି ଆରକ୍ଷଣ ଦିଆଯିବା ନେଇ ହାଇକୋର୍ଟ ମାନ୍ୟତା ଦେଇଛନ୍ତି। ସେହିପରି ଚାକିରି ଓ ପ୍ରାଇଭେଟ୍ ସ୍କୁଲରେ ସଂରକ୍ଷଣ ନେଇ ସରକାର ବିଚାର କରୁଛନ୍ତି। ରାଜ୍ୟରେ କଂଗ୍ରେସ-ଏନ୍ସିପି ଓ ଶିବସେନା ମେଣ୍ଟର ସରକାର ଚାଲିଛି। ତେବେ ମୁସଲମାନଙ୍କ ସଂରକ୍ଷଣକୁ ନେଇ ବିଜେପି ବିରୋଧ କରିବ ବୋଲି ବିଜେପି ନେତା ଦେବେନ୍ଦ୍ର ଫଡ୍ନଭୀସ୍ କହିଛନ୍ତି। ଧର୍ମ ଆଧାରରେ କରାଯାଉଥିବା ଯେକୌଣସି ସଂରକ୍ଷଣର ବିରୋଧ କରିବେ ବୋଲି ବିଜେପି କହିଛି। (ଏଜେନ୍ସି)
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ୍କୁ ଦିଲ୍ଳୀ ହାଇକୋର୍ଟ ନୋଟିସ୍ ପଠାଇଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଦାଖଲ କରାଯାଇଥିବା ତିନିଟି ପିଟିସନ୍ ଉପରେ ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି ଡି ଏନ୍ ପଟେଲ୍ ଏବଂ ସି ହରିଶଙ୍କରଙ୍କ ଖଣ୍ଡପୀଠ ଏହି ନୋଟିସ୍ ଜାରି କରିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଅଜୟ ଗୌତମ , ସଞ୍ଜୀବ କୁମାର ଏବଂ ବିଜେପି ଲିଗାଲ୍ ସେଲ୍ ପକ୍ଷରୁ ଏହି 3 ଯାଚିକା ଦାଖଲ କରାଯାଇଥିଲା । ପ୍ରଥମ ଯାଚିକାରେ ଦିଲ୍ଳୀ ପୋଲିସ୍ର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ଉଠାଯାଇଥିଲା । ଆକ୍ରମଣ ପଛରେ ରହିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଯାଚିକାରେ ଉଲ୍ଲେଖ କରାଯାଇଛି । ଦ୍ବିତୀୟ ଯାଚିକାରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତଦନ୍ତ କରାଯାଉନଥିବା ନେଇ ଉଲ୍ଲେଖ କରାଯାଇଥିଲା । ସାମାଜିକ କର୍ମୀ ହର୍ଷ ମନ୍ଦାର, ଆରଜେ ସାୟେମା ଏବଂ ଅଭିନେତ୍ରୀ ସ୍ବରା…

