Author: Samikhsya Bureau

କୁଆଲାଲାମ୍ପୁର : ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଫେବୃୟାରୀ 24 ତାରିଖ ସୋମବାର ଦିନ ମାଲେସିଆ ପ୍ରଧାନମନ୍ତ୍ରୀ ରାଜାଙ୍କୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଦେଶରେ ରାଜନୈତିକ ଅସ୍ଥିରତା କାରଣରୁ ମହାଥିର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ନିର୍ବାଚନକୁ ଦୁଇ ବର୍ଷ ପୂରିବା ପୂର୍ବରୁ ମହାଥିରଙ୍କ ସହଯୋଗୀ ମାନେ ବିରୋଧୀ ଦଳଙ୍କ ସହିତ ହାତ ମିଳାଇଥିଲେ । ମହାଥୀରଙ୍କ ଦଳର କିଛି କ୍ୟାବିନେଟ ସଦସ୍ୟ ଅନଓ୍ବର ଇବ୍ରାହିମ୍‌ଙ୍କ ସହିତ ହାତ ମିଳାଇଥିବା ବେଳେ ମହାଥିରଙ୍କ ଅନୁଗାମୀ ମାନେ ତାଙ୍କ ସହିତ ଦଳ ପରିତ୍ୟାଗ କରିଛନ୍ତି । ମହାଥିରଙ୍କ ସହିତ 11 ଜଣ କ୍ୟାବିନେଟ ମନ୍ତ୍ରୀ ଦଳ ଛାଡିଛନ୍ତି ।

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ ହୋଇଛନ୍ତି ରାମବୀର ସିଂ ବିଧୂରୀ । ସୋମବାର ବିଧୂରୀଙ୍କୁ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ କରାଯାଇଛି । ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ଏକ ବୈଠକ କରାଯାଇ ସୋମବାର ଦିନ ସର୍ବସମ୍ମତି କ୍ରମେ ବିଧୂରୀଙ୍କୁ ବିରେଧୀ ଦଳର ନେତା ଭାବେ ଚୟନ କରାଯାଇଛି । ବଦରପୁରରୁ ବିଜେପିର ବିଧାୟକ ରହିଥିବା ବିଧୂରୀଙ୍କୁ ସୋମବାର ସକାଳ 10ଟା ସମୟରେ ନିର୍ବାଚିତ କରାଯାଇଛି । ବିଜେପିରେ ଯୋଗ ଦେବା ପୂର୍ବରୁ ଏବିଭିପିର ସଦସ୍ୟ ରହିଥିବା ବିଧୂରୀ 2015 ଦିଲ୍ଲୀ ନିର୍ବାଚନରେ ପରାଜିତ ହୋଇଥିଲେ । 2012ରେ ବିଜେପିରେ ଯୋଗ ଦେଇଥିବା ଗୁଜ୍ଜର ସମ୍ପ୍ରଦାୟର ନେତା ବିଧୂରୀ 2013ରେ ପ୍ରଥମ ଥର ବିଧାନସଭାରେ ପ୍ରବେଶ କରିଥିଲେ । (ଏଜେନ୍ସି)

Read More

ଅହମ୍ମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତରେ ପହଞ୍ଚିଲେ। ଗୁଜୁରାଟର ଅହମଦାବାଦ ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ପରିବାର। ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ଓ୍ବାନ୍‌’ରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି। ଟ୍ରମ୍ପ୍‌ଙ୍କ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତ ରହିଛି ଅହମ୍ମଦାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍‌ଙ୍କ ସ୍ବାଗତ ପାଇଁ ଅହମଦାବାଦଠାରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବେ ମୋଦି। ଏୟାରପୋର୍ଟରୁ ମୋଟରା ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଦୁଇ ନେତା 22 କିମି ରୋଡ୍‌ ଶୋ’ କରିବେ। ଏହି ଅବସରରେ ସାବରମତୀ ଆଶ୍ରମରେ କିଛି ସମୟ ରହିବେ ଦୁଇ ନେତା। ଏଠାରେ ରାଷ୍ଟ୍ରପିତା ମହତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌।

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: ଏରସମାବ୍ଳକ ଅନ୍ତର୍ଗତ ତ୍ରିଲୋଚନପୁର-ଢିଙ୍କିଆ କଂକ୍ରିଟ ରୋଡ଼ର ଶିଳାନ୍ୟାସ ଉତ୍ସବ ଗତକାଲି ତ୍ରିଲୋଚନପୁରଠାରେ ଅନୁଷ୍ଠିତ ହୋଇ ଯାଇଛି। ଢିଙ୍କିଆ ପଂଚାୟତର ସରପଂଚ କିଶୋର କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ରାସ୍ତାର ଶିଳାନ୍ୟାସ କରିଥିଲେ। ଅନ୍ୟତମ ଅତିଥିଭାବେ ଜଗତସିଂହପୁର ସାଂସଦ ଡ଼ାକ୍ତର ରାଜଶ୍ରୀ ମଲ୍ଲିକ ଯୋଗଦେଇ ରାସ୍ତା ଶିଳାନ୍ୟାସ ଉତ୍ସବରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମନ୍ତ୍ରୀ ଏବଂ ସାଂସଦ ସେମାନଙ୍କ ବକ୍ତବ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏବେ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ତ୍ୱରାନ୍ୱିତ ହେଉଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ରାଜ୍ୟ ସମ୍ପାଦକ ଶାରଦା ଜେନା, ବ୍ଳକ ସଭାପତି ପୀତବାଶ ଗୋଛାୟତ, ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ, ମନ୍ତ୍ରୀଙ୍କ ଜିଲ୍ଲା ପ୍ରତିନିଧି ଅକ୍ଷୟ କୁମାର ସ୍ୱାଇଁ, ଯୁବସମାଜସେବୀ ଡ଼କ୍ଟର ତାମିଲ ପ୍ରଧାନ, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣବ ସ୍ୱାଇଁ, ପୂର୍ବତନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁଇଦିନ ଧରି ଖଲିକୋଟ କଲେଜ ଖେଳପଡ଼ିଆରେ ଚାଲିଥିବା ଓଡ଼ିଶା ସାଂସ୍କୃତିକ ମହୋତ୍ସବ-୨୦୨୦ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ରୂପେ ଗୃହ, ଶକ୍ତି, ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ବ୍ରହ୍ମପୁର ଆକାଶବାଣୀର ହୃଷିକେଶ ପାଣିଗ୍ରାହୀ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା, ଡା. ସାଗର ରଂଜନ ତ୍ରିପାଠୀ ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସିପନ୍ ଘଡ଼େଇ ଓ ସାଥୀଙ୍କ ଶିଙ୍ଗି ବାଦ୍ୟ ପରିବେଷଣ, ପ୍ରତିମା ନାୟକ ନୃତ୍ୟ ଦଳ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବଷଣ କରାଯାଇଥିଲା । ରେଡ଼ିଓ ଷ୍ଟେସନ…

Read More

ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ଦୁଇଦିବସୀୟ ଭାରତ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭାରତରେ ପହଞ୍ଚିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ଏକ ହିନ୍ଦୀ ଟୁଇଟ୍‌କୁ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆମେରିକା ରାଷ୍ଟ୍ରପତି ଆଜି ନିଜ ପୂରା ପରିବାର ସହିତ ଭାରତ ଗସ୍ତ କରୁଥିବାବେଳେ ଭାରତରେ ପହଞ୍ଚିବା ପୂର୍ବରୁ ହିନ୍ଦୀରେ ଏକ ଟୁଇଟ୍‌ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି ଯେ, ଆମେ ଭାରତ ଆସିବା ପାଇଁ ତତ୍ପର ରହିଛୁ । ରାସ୍ତାରେ ଅଛୁ । କିଛି ଘଣ୍ଟା ମଧ୍ୟରେ ଆମ ସମସ୍ତଙ୍କର ସାକ୍ଷାତ ହେବ ।’ ଆଜି ସକାଳ 11.40 ମିନିଟ୍‌ରେ ଆମେରିକା ରାଷ୍ଟ୍ରପତି ତାଙ୍କ ପତ୍ନୀ ମେଲାନିଆ ଓ ପରିବାର ସହିତ ଗୁଜୁରାଟର ଅହମଦାବାଦରେ ପହଞ୍ଚିବେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିମାନ ବନ୍ଦରେ ସ୍ବାଗତ ଜଣାଇବେ।…

Read More

ଗୋରଖପୁର : ଜଣେ 16 ବର୍ଷୀୟ ଯୁବତୀଙ୍କୁ ନବଜାତ ଶିଶୁ ହତ୍ୟା ମାମଲାରେ ଗିରଫ କରାଯାଇଛି। ଅଭିଯୋଗ ଅନୁସାରେ ଯୁବତୀ ଜଣକ ନିଜ ନବଜାତ ସନ୍ତାନକୁ ହତ୍ୟା କରିଥିବାର ଅଭିଯୋଗ ରହିଛି । ଯୁବତୀଙ୍କ ମା’ଙ୍କୁ ମଧ୍ୟ ଏହି ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି । ପୋଲିସ୍‌ କହିବାନୁସାରେ ଦୁଷ୍କର୍ମ ହେତୁ ନବଜାତର ଜନ୍ମ ହୋଇଥିବାରୁ ଯୁବତୀ ଓ ତାଙ୍କ ମା’ ନବଜାତର ହତ୍ୟା କରିଥିବାର ସ୍ବୀକାର କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଜାନୁଆରୀ 31 ତାରିଖରେ ପୋଲିସ୍‌ ଏକ ନବଜାତ ଶିଶୁର ଶବ ମିଳିଥିଲା। ଏହା ପରେ ଯାଞ୍ଚ କରାଯାଇଥିଲା। ପ୍ରମାଣ ଓ ସାକ୍ଷ୍ୟ ଅନୁସାରେ ପୋଲିସ୍‌ ସମ୍ପୃକ୍ତ ଯୁବତୀ ଓ ତାଙ୍କ ମା’ଙ୍କୁ ଗିରଫ କରିଛନ୍ତି। ଯୁବତୀ ଜଣଙ୍କୁ ଜୁଭେନାଇଲ୍‌ ହୋମ୍‌କୁ ପଠାଯାଇଥିବାବେଳେ ତାଙ୍କ ମା’ଙ୍କୁ ଜିଲ୍ଲା କାରାଗାରକୁ ପଠାଯାଇଛି । ପୋଲିସ୍‌ ଏବେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା 30 ବର୍ଷୀୟ ବ୍ୟକ୍ତିଙ୍କୁ ଖୋଜୁଛି। ଅଭିଯୋଗ…

Read More

ରାୟବରେଲୀ : ଉତ୍ତରପ୍ରଦେଶର ରାୟବରେଲୀ ଜିଲ୍ଲାର ମୁଖ୍ୟ ବିକାଶ ଅଧିକାରୀ ଏକ ଆଦେଶ ଜାରି କରିଛନ୍ତି। ଫାଇଲ୍‌ର ପୃଷ୍ଠା ଓଲଟାଇବା ପାଇଁ ଛେପର ବ୍ୟବହାର ନ କରିବାକୁ ଆଦେଶ ଜାରି କରାଯାଇଛି। ବିକାଶ ଅଧିକାରୀ ଏହି ସମ୍ବନ୍ଧରେ ଏହି ଆଦେଶ ଜାରି କହିଛନ୍ତି ଯେ, ଏପରି କରିବା ଦ୍ବାରା ବେମାରୀ ହେବାର ସମ୍ଭାବନା ବେଶ୍‌ ବଢିଯାଇଥାଏ । ଏହି ଅଭ୍ୟାସରୁ ଦୂରେଇ ରହିଲେ ସଂକ୍ରମିତ ବେମାରୀରେ ପଡିବା ନେଇ ବିପଦ କମ୍‌ ରହିବ। ରାୟବରେଲି ଜିଲ୍ଲା ବିକାଶ ଅଧିକାରୀ କହିଛନ୍ତି ଯେ, ଅଧିକାଂଶ ସମୟରେ ଅଧିକାରୀ ଓ କର୍ମଚାରୀ ଫାଇଲ୍‌ର ପୃଷ୍ଠାଗୁଡ଼ିକୁ ଓଲଟାଇବା ପାଇଁ ଛେପ ବ୍ୟବହାର କରୁଛନ୍ତି। ଏହା ଦ୍ବାରା ସଂକ୍ରମଣ ରୋଗ ବ୍ୟାପିବାର ଆଶଙ୍କା ବେଶି ରହୁଛି । ବିକାଶ ଅଧିକାରୀଙ୍କ ଆଦେଶ ମୁତାବକ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ (ବିକାଶ)/ ଖଣ୍ଡ ବିକାଶ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସଂକ୍ରମଣ ରୋଗରୁ ବର୍ତ୍ତିବା ପାଇଁ ଫାଇଲ୍‌ର ପୃଷ୍ଠା…

Read More

ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ସ୍ତ୍ରୀ ମେଲାନିଆଙ୍କ ସହିତ ଦୁଇ ଦିବସୀୟ ଭାରତ ଯାତ୍ରା ପାଇଁ ବାହାରି ପଡିଲେଣି । ରାଷ୍ଟ୍ରପତି ଟ୍ରମ୍ପ୍‌ ଗୁଜୁରାଟର ଅହମଦାବାଦ୍‌ରେ ସିଧାସଳଖ ପହଞ୍ଚିବେ।  ଆଜି ଦିନ 11ଟା 40ରେ ଅହମଦାବାଦରେ ପହଞ୍ଚିବେ ରାଷ୍ଟ୍ରପତି ଟ୍ରମ୍ପ୍‌ । ଏହି ଅବସରରେ ତାଙ୍କ ଖାଇବା ପିଇବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ୍‌ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମ ମଧ୍ୟ ଯିବେ। ଏହି ଗସ୍ତ କାଳରେ ଆଶ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭୋଜନ ଗ୍ରହଣ କରିବେ। ଆମେରିକା ରାଷ୍ଟ୍ରପତିଙ୍କ ଭୋଜନ ପ୍ରସ୍ତୁତିର ଦାୟିତ୍ବ ଗ୍ରହଣ କରିଛନ୍ତି ସୈଫ୍‌ ସୁରେଶ୍‌ ଖନ୍ନା। ସୁରେଶ ଖନ୍ନା ଫର୍ଚ୍ୟୁନ୍‌ ଲେଣ୍ଡ୍‌ମାର୍କ ହୋଟେଲ୍‌ ସୈଫ୍‌ ଅଟନ୍ତି । ସୁରେଶ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ତାଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ୍‌ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବିଶେଷ ଭୋଜନ ପ୍ରସ୍ତୁତି କରୁଛନ୍ତି। ତେବେ ଟ୍ରମ୍ପ୍‌ଙ୍କ ସ୍ବାଗତ…

Read More

ସମୀକ୍ଷା ବ୍ୟୁରୋ ଢେଙ୍କାନାଳ : ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇଯାଇଛି । ଆଜି ତୃତୀୟ ଭାଷା ପରୀକ୍ଷା ଥିବାବେଳେ ବୋର୍ଡ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  କପି ରୋକିବାକୁ ଜାରି ହୋଇଛି 144 ଧାରା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ 144 ଧାରା ଜାରି ହୋଇଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଜଣାପଡ଼ିବା ପରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ସୂଚନାଯୋଗ୍ୟ, ଶନିବାର ଇଂରାଜୀ ପରୀକ୍ଷା ବେଳେ ଅଭିଭାବକମାନେ ଖୁଲମଖୁଲା ସ୍କୁଲ କାନ୍ଥ ଡେଇଁ ପରୀକ୍ଷାର୍ଥୀଙ୍କୁ କପି ଦେଇଥିଲେ। କେବଳ କଙ୍କଡ଼ାହାଡ଼ ନୁହେଁ ଜିଲ୍ଲାର ୮୩ଟି ପରୀକ୍ଷା ସେଣ୍ଟରରେ କଡାକଡ଼ି ଭାବେ ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ କଟକ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ କଟକ ଡିସିପି ଓ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ।

Read More

କେଦାର ମିଶ୍ର ଗଣତନ୍ତ୍ରରେ ଗୋଟେ ଗୋଟେ ଫଟୋଗ୍ରାଫ ଇତିହାସ ପାଲଟିଯାଏ। ସେମିତି ଗୋଟେ ଫଟୋଗ୍ରାଫ ଆମେ ୟା ଭିତରେ ଦେଖିଛୁ। ଗତ ୨୨ ଫେବୃଆରୀରେ ସୁପ୍ରିମକୋର୍ଟର ମହାମାନ୍ୟ ବିଚାରପତିମାନଙ୍କ ସହିତ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କର ଏକ ଫଟୋଗ୍ରାଫ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର କରି ଅନୌପଚାରିକ ଭାବରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାପତିମାନେ ଓ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଛିଡା ହୋଇଛନ୍ତି। ଦେଶର ସର୍ବୋଚ୍ଚ ଅଦାଲତର ମାନ୍ୟବର ବିଚାରପତିମାନେ ଏମିତି ଏକ ଫଟୋ ଉଠାଇବା ଏକ ସୌଜନ୍ୟମୂଳକ ଘଟନା ବୋଲି କେହି କେହି କହିପାରନ୍ତି। ହେଲେ ଅଦାଲତ ପାଇଁ ସରକାର ହେଉଛନ୍ତି ସବୁଠୁ ବଡ ମୁଦାଲା। ସରକାରଙ୍କ ବିରୋଧରେ ସବୁବେଳେ ବିଚାରପତିମାନଙ୍କୁ ଶୁଣିବାକୁ ପଡେ ଓ ଆବଶ୍ୟକସ୍ଥଳେ ସରକାରଙ୍କୁ ଦଣ୍ଡିତ କରିବାର ଅଧିକାର ମଧ୍ୟ ଅଦାଲତଙ୍କର ରହିଛି। ସେହି ପୃଷ୍ଠଭୂମିରେ ସରକାରର ମୁଖିଆଙ୍କ ସହିତ ବିଚାରପତିମାନଙ୍କର ଏ ରକମ ଭାବପ୍ରୀତି ସାଧାରଣ ଜନତା ମନରେ ସନ୍ଦେହ ଜାଗ୍ରତ କରିବ ନାହିଁ…

Read More

ନୂଆଦିଲ୍ଲୀ, ବହୁ ପ୍ରତିକ୍ଷିତ ଭାରତ ଦର୍ଶନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ତାଙ୍କ ପରିବାର ରବିରାର ସକାଳେ ଆମେରିକା ଛାଡିଛନ୍ତି। ଆମେରିକ ସମୟ ଅନୁସାରେ ଟ୍ରମ୍ପ ସକାଳ 10ଟାରେ ଏବଂ ଭାରତୀୟ ସମୟ ଅନୁସାରେ ରାତ୍ରୀ 8ଟା 30 ମିନିଟରେ ଆମେରିକା ଛାଡିଛନ୍ତି। ଟ୍ରମ୍ପ ଏୟାରଫୋର୍ସ ୱାନ ଏୟାର ବେସରୁ ବୋର୍ଡିଂ କରିଛନ୍ତି। ଏହାପରେ ସେ ସେଠାରୁ ସିଧା ଜର୍ମାନୀ ଏୟାର ବେସକୁ ଆସିବେ। ସେଠାରେ ସେ ପ୍ରାୟ 90 ମିନିଟ ରହଣି ପରେ ସିଧା ଅହମଦାବାଦ ଆସିବେ। ସେ ଅହମଦାବାଦରେ ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ 12 ଟା 30 ମିନିଟରେ ପହଁଚିବାର କାର୍ଯ୍ୟକ୍ରମ ରହିଛି। ଡୋନାଲଡ ଟ୍ରମ୍ପଙ୍କ ସହିତ ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ମିଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଏବଂ ଜ୍ବାଇଁ ଜାରିଦ୍ କୁଶାନଭ ମଧ୍ୟ ଆସୁଛନ୍ତି। ଜାରିଦ ବର୍ତ୍ତମାନ ଟ୍ରମ୍ପ ସରକାରରେ ରାଷ୍ଟ୍ରପତିଙ୍କ ବରିଷ୍ଠ ଉପଦେଷ୍ଠା ଭାବେ କାର୍ଯ୍ୟ…

Read More

ଲକ୍ଷ୍ନୌ : ଆଲିଗଡରେ ସିଏଏ ବିରୋଧୀ ହିଂସାକାଣ୍ଡ କାରଣରୁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ପୋଲିସ୍‌ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ରବିବାର ସନ୍ଧ୍ୟାରେ ବିକ୍ଷୋଭକାରୀଙ୍କ ପକ୍ଷରୁ ପଥର ଫିଙ୍ଗାଯିବା କାରଣରୁ ପୋଲିସ୍‌ ପକ୍ଷରୁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲା । ଏହି ଘଟଣା ପରେ ହିଂସାକାଣ୍ଡ ବ୍ୟାପିବା ଆଶଙ୍କା କରି ଆଲିଗଡର ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଚନ୍ଦ୍ରଭୂଷଣ ସିଂ ନିର୍ଦ୍ଦେଶ ଦେଇଥିଲେ । ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ସେବା ବନ୍ଦ ରଖାଯିବ । (ଏଜେନ୍ସି)

Read More

ମୁମ୍ବାଇ : ଭାରତୀୟ ପେସର ଇଶାନ୍ତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆ ସ୍ପିଡଷ୍ଟର ଜାସନ୍‌ ଗିଲେସ୍ପୀ । ଅଧିକ ଶିଖିବାର ଇଚ୍ଛା ଏହି ଭାରତୀୟ ପେସରଙ୍କ ଭଲ ପ୍ରଦର୍ଶନର କାରଣକ ବୋଲି ଗିଲେସ୍ପୀ ପ୍ରକାଶ କରିଛନ୍ତି । ଇଶାନ୍ତ ଆହତ ସମସ୍ୟା ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସରେ 5 ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜଣେ ଦ୍ରୁତ ବୋଲରଙ୍କୁ ଭଲ ପ୍ରଦର୍ଶନ କରିବାର ଦେଖିଲେ ସର୍ବଦା ଖୁସି ଲାଗିଥାଏ । ଇଶାନ୍ତଙ୍କ ପ୍ରଦର୍ଶନକୁ ନେଇ ଗିଲେସ୍ପୀ ସନ୍ତୋଷ ପ୍ରକାଶ କରିବା ସହିତ ବିସିସିଆଇକୁ ଧନ୍ୟବାଦ ଜ୍ଞାପନ କରିଥିଲେ । (ଏଜେନ୍ସି)

Read More

କୃଷ୍ଣଚନ୍ଦ୍ର ସୁଆଁସିଆ ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ବାଦିଆମ୍ବଗାଁରେ ମା ରାଉତରାୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । 11 ଦିନ ବ୍ୟାପୀ ଏହି ଟୁର୍ଣ୍ଣାମେଣ୍ଟରେ ପାଓ୍ବାର ଇଲେଭେନ୍‌ ଦଳ ଚାମ୍ପିୟନ୍‌ ହୋଇଛି । 16ଟି ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ । ଫାଇନାଲ୍‌ ମ୍ୟାଚ୍‌ଟି ବୁଡୁଡାପୋଲିର ପାଓ୍ବାର ଇଲେଭେନ୍‌ ଏବଂ ରେଗିଡିର ମା କାଳୀ ଫିଫ୍‌ଟୀଟୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଓ୍ବାର ଇଲେଭେନ୍‌ ପ୍ରଥମେ ବ୍ୟାଟିଂ କରି 14.5 ଓଭରରେ 93 ରନ୍‌ କରି ସମସ୍ତ ଓ୍ବିକେଟ୍‌ ହରାଇଥିଲା । ଜବାବରେ ମା କାଳୀ ଫିଫ୍‌ଟୀଟୁ 11.5 ଓଭରରେ 73 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା । ପରାଜିତ ଦଳ ପକ୍ଷରୁ ସାଗର 35 ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଦଳ ପରାଜୟ ବରଣ କରିଥିଲା । ପାଓ୍ବାର ଇଲେଭେନ୍‌ର ସୁନୀଲ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

Read More

ସାଲେମ୍‌ : ନିଶା ସେବନ ପାଇଁ 4 ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି ଜଣେ ଛାତ୍ର । ଡ୍ରଗ୍ସ ସେବନ ପାଇଁ ଜଣେ ସିକ୍ୟୁରିଟି ଗାର୍ଡ ଏବଂ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ଏହି 20 ବର୍ଷୀୟ ଯୁବକ । ଡିସେମ୍ବରରେ ପ୍ରଥମ ହତ୍ୟା ହୋଇଥିବା ବେଳେ ଫେବୃୟାରୀ ପ୍ରଥମ ସପ୍ତାହରେ ଅନ୍ୟ ତିନି ହତ୍ୟା ହୋଇଥିଲା । ପଇସା ନଥିବାରୁ ଗଞ୍ଜେଇ ଟାଣିବା ପାଇଁ ଏହି 20 ବର୍ଷୀୟ ଯୁବକ ପ୍ରଥମେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରିଥିଲା । ପରେ ଫେବୃୟାରୀ ମାସର ପ୍ରଥମ ସପ୍ତାହରେ ଅନ୍ୟ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା । ଗଞ୍ଜେଇ ଟାଣିବା ପାଇଁ ପଇସା ନଥିବାରୁ ଏହି 4 ଜଣଙ୍କୁ ହତ୍ୟା କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତର ନାମ ଏମ୍‌ ଅନ୍ଦିସାମି ଦଶମରେ ନିଜ ସ୍କୁଲର ଟପ୍ପର ରହିଥିଲେ । ମାତ୍ର…

Read More

ପାଣାଜୀ : ରବିବାର ଏକ ମିଗ୍‌ 29କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଆରେ ରବିବାର ସକାଳୁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ପାଇଲଟ୍‌ ଜଣକ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲେଇଯାଇଥିବା ବେଳେ ଭାରତୀୟ ନୌସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଢେଇ ସହିତ ପିଟିହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଗୋଆ ବିଧାନସଭାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୋଆ ବିମାନବନ୍ଦରରେ ଅବତରଣ କରୁଥିବା 10ଟି ବିମାନ ମଧ୍ୟରୁ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥାଏ ।

Read More

କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲରେ ଜମିବାଡି ବିବାଦକୁ କେନ୍ଦ୍ରକରି କକା ଓ ପୁତୁରାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି 3 ଜଣ ଆହତ ହୋଇଛନ୍ତି । ଜମିବାଡି ବିବାଦକୁ ନେଇ ରେଢାଖୋଲ ଥାନା ପୋଡାବଲଣ୍ଡା ଗ୍ରାମରେ ରବିବାର ସକାଳ 9ଟା ସମୟରେ ଏହି ଘଟଣା ଘଟିଛି । ଉଲ୍ଳେଖଯୋଗ୍ୟ ଯେ, ପୋଡାବଲଣ୍ଡା ଗ୍ରାମର ମୁରଲୀ ବେହେରା (48) ଏବଂ ତାଙ୍କ ପୁଅ ହରେଶ ବେହେରା (18) ନିଜ ଘର ବାହାରେ ସିମେଣ୍ଟ କାନ୍ଥ ଦେବା ପାଇଁ ଡିହ ଖୋଳୁଥିବା ସମୟରେ ପଡୋଶୀ ବିକାଶ ଚନ୍ଦ୍ର ବେହେରାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ପରସ୍ପର ଉପରକୁ ଆକ୍ରମଣ କରିଥିଲେ । ଉଭୟ ପକ୍ଷ ପରସ୍ପରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଆହତ ମୁରଲୀ ବେହେରାଙ୍କୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବିକାଶ ବେହେରାଙ୍କୁ ବୁର୍ଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଆକ୍ରମଣ ଘଟଣାକୁ…

Read More