Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୩୫ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୧୭ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୧୧ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା।

ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୪ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ୨ ଜଣ ହିତାଧିକାରୀଙ୍କୁ ଯଥା କ୍ରମେ ୧୦ ହଜାର ଟଙ୍କା ଏବଂ ୮୦୦୦/-
ଟଙ୍କା ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ରେଡକ୍ରସ ପାଣ୍ଠିରୁ ଜଣେ ହିତାଧିକାରୀ ୧୦,୦୦୦/-ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।

ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିବାବେଳେ  ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଡି ଏଫ୍ ଓ ପି ପୁର୍ଣିମା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ)
ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନସେଠୀ, ସି ଡ଼ି ଏମ୍ଓ ଡଃ ରାଜଲକ୍ଷ୍ମୀ ପଟ୍ଟନାୟକ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ଖୋର୍ଦ୍ଧା ବିଡିଓ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଂଟିବାୟୋଟିକ୍‌କୁ ଅଧିକ ବିକଶିତ କରିବା ନିମନ୍ତେ ସମାଜର ସବୁବର୍ଗଙ୍କ ସହଯୋଗ ଆବଶ୍ୟକ: ବିଶେଷଜ୍ଞ

ଭୁବନେଶ୍ୱର: କୋଭିଡ ମହାମାରୀରେ ଭାରତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜୀବନର ରକ୍ଷାକାରୀ ସାଜିଥିଲା ଜୀବାଣୁକୁ ଅକାମୀ କରୁଥିବା ଆଂଟିବାୟୋଟିକ। ତେଣୁ ଏଭଳି ଆଂଟିବାୟୋଟିକ୍‌ଗୁଡ଼ିକୁ ଅଧିକ ମାତ୍ରାରେ ବିକଶିତ କରିବା ପାଇଁ ସମାଜର ସହଯୋଗର ଆବଶ୍ୟକତା ରହିଛି। ଏହା ଜାତୀୟ ସୁରକ୍ଷା ନିମନ୍ତେ ଆବଶ୍ୟକ ବୋଲି ଶିଳ୍ପ ଏବଂ ସାମୁଦ୍ରିକ ଜୈବପ୍ରଯୁକ୍ତିବିଦ୍ୟା ଉପରେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ବିଶେଷଜ୍ଞ ମତ ଦେଇଛନ୍ତି।

ନଭେମ୍ବର ୪ ଓ ୫ ଦୁଇ ଦିନ ଧରି ‘ରିସର୍ଚ୍ଚ ଆଣ୍ଡ ଇନୋଭେସନ୍‌ସ ଇନ୍ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ମେରାଇନ୍ ବାୟୋଟେକ୍ନୋଲେଜି: ଏ ସର୍କୁଲାର ଇକୋନୋମି’ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିବାବେଳେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚେନ୍ନାଇର ବି.ଏସ୍‌. ଅବ୍‌ଦୁର ରହେମାନ୍ କ୍ରେସେଂଟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲେଜି (ଡିମ୍‌ଡି ଟୁ ବି ୟୁନିଭର୍ସିଟି)ର ଉପକୁଳପତି ପ୍ରଫେସର ଏନ୍‌. ତାଜୁଦ୍ଦିନ କହିଥିଲେ ଯେ ବିଶ୍ୱରେ ବର୍ତମାନ ପରିବେଶର ପ୍ରଦୂଷଣ ଏବଂ ପୁଷ୍ଟିହୀନତା ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏଥି ନିମନ୍ତେ ଜୈବବିଜ୍ଞାନର ସହଯୋଗର ଅନେକ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କୃଷି କ୍ଷେତ୍ରକୁ ବିକଶିତ କରିବା ପାଇଁ ଜୈବବିଜ୍ଞାନ ହିଁ ଏକ ମାତ୍ର ଆଶାର ଆଲୋକ। କୃଷି ଏବଂ ଜୈବବିଜ୍ଞାନ ହାତ ମିଶାଇଲେ ହିଁ ବିଜ୍ଞାନ ବିକଶିତ ହେବ ବୋଲି ସେ କହିଛନ୍ତି। ଜୈବବିଜ୍ଞାନ ହିଁ ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳ ବୋଲି ସେ କହିଥିବା ବେଳେ ଭାରତରେ ବର୍ତମାନ ଜୈବବିଜ୍ଞାନ କ୍ଷେତ୍ରରେ ୬୦୦୦ଷ୍ଟାର୍ଟଅପ୍‌, ୭୬୦ଟି କମ୍ପାନୀ ଏବଂ ୮୦୦ଟି ଉତ୍ପାଦ ଉପଲବ୍ଧ ବୋଲି ସେ ସୂଚନା ଦେଇଥିଲେ।

ପ୍ରତ୍ୟେକ ପଦାର୍ଥର ପୁନଃବ୍ୟବହାର ଏବଂ ପୁନଃପରିଚାଳନା ହେଉଛି ଜୈବବିଜ୍ଞାନର ପ୍ରକୃତ ଉଦ୍ଦେଶ୍ୟ ବୋଲି ପ୍ରଫେସର ରାଉଳ କହିଛନ୍ତି।

ସୋଆ ପରିଚାଳିତ ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର) ଏହି କର୍ମଶାଳାର ଆୟୋଜନ କରିଥିବାବେଳେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନସ୍ଥ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଏହାର ପୃଷ୍ଠପୋଷକ ରହିଛି। ଏହା ବ୍ୟତୀତ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆରଡିସି) ଓ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ୨୦୨୫ ନଭେମ୍ବର ମାସରେ ସୋଆ ପକ୍ଷରୁ ଜୈବବିଜ୍ଞାନକୁ ନେଇ ଏକ ଆନ୍ତର୍ଜାତିକ କର୍ମଶାଳାର ଆୟୋଜନ କରାଯାଉଥିବା ବେଳେ ଏହା ପୂର୍ବରୁ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୯ଟି ଗବେଷଣା କେନ୍ଦ୍ର ରହିଥିବା ବେଳେ ସିଆଇବିଆର୍ ଏହାର ୧୮ତମ ଗବେଷଣା କେନ୍ଦ୍ର ବୋଲି ପ୍ରଫେସର ନନ୍ଦ କହି ଏହି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କହିଥିଲେ।

କାର୍ଯ୍ୟକ୍ରମରେ କୋଲକାତା ସ୍ଥିତ ୟୁଜିସି-ଡିଏଇ ସିଏସ୍‌ଆର୍‌ର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଅନିନ୍ଦିତା ଚକ୍ରବର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଯୁକ୍ତିବିଦ୍ୟା ବିନା ବିଜ୍ଞାନର ଅସ୍ତିତ୍ୱ ନାହିଁ ବୋଲି କହିବା ସହ ସୋଆର ଏହି ପଦକ୍ଷେପ ଖୁବ୍ ପ୍ରଶଂସନୀୟ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ସୋଆ ସିଆଇବିଆର୍‌ର ନିର୍ଦ୍ଦେଶକ ତଥା ଏହି ଜାତୀୟ ସମ୍ମିଳନୀର ଆବାହକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂପୃକ୍ତ କେନ୍ଦ୍ର ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱରେ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲଜି ଓ ମେରାଇନ୍ ବାୟୋଟେକ୍ନୋଲଜିର ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତନ ଭଳି ଜଟିଳ କ୍ଷେତ୍ରରେ ବିଶେଷ ଭୂମିକା ରହିଛି। ଏହି ବିଷୟ ବସ୍ତୁକୁ ନେଇ ହିଁ ସମ୍ମିଳନୀର ଆୟୋଜନ କରାଯାଇଥିବା ପ୍ରଫେସର ଥାଟ୍ଟୋଇ କହିଥିଲେ।

ସମ୍ମିଳନୀରେ ବିଶିଷ୍ଟ ଗବେଷକ, ଶିଳ୍ପ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକ ଯୋଗ ଦେଇଛନ୍ତି ।
୨୦୨୩ ମସିହାରେ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ସିଆଇବିଆର୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର, କୃଷି, ପରିବେଶ, ଫାର୍ମାସ୍ୟୁଟିକ୍ସ ଏବଂ ମେଡିକାଲ୍ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରିବା ବୋଲି ପ୍ରଫେସର ଥାଟ୍ଟୋଇ କହିଛନ୍ତି।

ବର୍ତ୍ତମାନ ବିଶ୍ୱରେ ପରିବେଶକୁ ନେଇ ଉଦ୍‌ବେଗ ସୃଷ୍ଟି ହେଉଥିବା ବେଳେ ହ୍ୱାଇଟ୍ ବାୟୋଟେକ୍ନୋଲୋଜି ଏବଂ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜିର ଅନେକ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଡକ୍ଟର ଶୀବାନି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅର୍ଗାନାଇଜିଂ ସେକ୍ରେଟାରୀ ଡକ୍ଟର ଅମ୍ରିତା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ସସ୍ମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଜୟ ଶାହାଙ୍କ ପରେ କିଏ ହେବେ ବିସିସିଆଇର ପରବର୍ତ୍ତୀ ସଚିବ?: ଆସିଲା ନୂଆ ନାମ

ନୂଆଦିଲ୍ଲୀ: ଜୟ ଶାହା ଆଇସିସିର ଚେୟାରମ୍ୟାନ୍ ହୋଇଛନ୍ତି ଏବଂ ସେ ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୧ ତାରିଖରୁ ଆରମ୍ଭ କରିବେ। ବର୍ତ୍ତମାନ ସୁଦ୍ଧା ଜୟ ଶାହା ବିସିସିଆଇର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଡିସେମ୍ବର ୧ ତାରିଖ ପରେ ଜୟ ଶାହାଙ୍କ ପଦ କିଏ ଗ୍ରହଣ କରିବେ? ଡିସେମ୍ବର ମାସ ପାଖେଇ ଆସୁଥିବାରୁ ଏହି ପ୍ରଶ୍ନ ଅଧିକ ବୃଦ୍ଧି ପାଇଛି। ଏହି ପ୍ରଶ୍ନକୁ ନେଇ ଆସିଥିବା ରିପୋର୍ଟରେ କୁହାଯାଇଛି ଯେ, ଜୟ ଶାହାଙ୍କ ପରେ କାହାକୁ ବିସିସିଆଇ ସଚିବ ଦାୟିତ୍ଵ ଦିଆଯିବ।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ସଭାପତି ରୋହନ ଜେଟଲୀଙ୍କୁ ଜୟ ଶାହାଙ୍କ ପରେ ବିସିସିଆଇର ସଚିବ କରାଯାଇପାରେ। ରୋହନ ଜେଟଲୀଙ୍କ ବ୍ୟତୀତ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ସଚିବ ଅନିଲ ପଟେଲଙ୍କ ନାମ ବିସିସିଆଇ ସଚିବ ହେବା ଦୌଡ଼ରେ ଅଛି। ତେବେ ଏହି ପଦ ପାଇଁ ରୋହନ ଜେଟଲୀ ଅଧିକ ପସନ୍ଦ ବୋଲି ବିବେଚନା କରାଯାଏ।

ସୂଚନାଯୋଗ୍ୟ ଯେ, ରୋହନ ଜେଟଲୀ ଦିବଙ୍ଗତ ରାଜନେତା ଅରୁଣ ଜେଟଲୀଙ୍କ ପୁଅ ଏବଂ ଆଜିକାଲି ସେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ମଧ୍ୟ ରୋହନ ଜେଟଲୀଙ୍କୁ ବିସିସିଆଇ ସଚିବ କରିବା ପାଇଁ ଖବର ସାମ୍ନାକୁ ଆସିଥିଲା, ଯାହାକୁ ସେ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଏହି ପ୍ରସଙ୍ଗରେ ସରକାରୀ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ପ୍ରକାଶ ଯେ, ଆଇସିସି ଅଧ୍ୟକ୍ଷ ନିର୍ବାଚନରେ ଜୟ ଶାହାଙ୍କୁ ବହୁତ ସମର୍ଥନ ମିଳିଥିଲା। ୧୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଜୟ ଶାହାଙ୍କ ପ୍ରାର୍ଥୀପତ୍ରକୁ ସମର୍ଥନ କରିଥିଲେ। ଜୟ ଶାହା ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଜର୍ଜ ବେଲିଙ୍କ ସ୍ଥାନ ନେବେ।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମାଞ୍ଚଳ ପରିବହନ ସେବା ଦେଖାଇଛି ଆର୍ଥିକ ବିକାଶର ପଥ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ପ୍ରଚଳନର ଏକ ବର୍ଷ ପୂର୍ତ୍ତି ହୋଇଯାଇଛି। ଏହି ବସ ସେବା ଦ୍ୱାରା ଗ୍ରାମାଞ୍ଚଳରେ ବେଶ ପ୍ରଭାବ ପକାଇଛି। ପ୍ରତିଦିନ ବସ ଯାତ୍ରା ପାଇଁ ଲୋକଙ୍କ ଅପେକ୍ଷା ରହୁଛି। ସୁଲଭ ମୂଲ୍ୟରେ ଯାତ୍ରା ମନରେ ଅଫୁରନ୍ତ ଆନନ୍ଦ ଦେଇପାରିଛି।

ନଭେମ୍ବର ୧ ରେ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ଯୋଜନାର ଶୁଭାରମ୍ଭ ହେବାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଜିପିଏସ୍ ବସ ଜିଲ୍ଲା ପରିଚାଳକ ସ୍ବଦେଶ କୁମାର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଜିପିଏସ୍ ସେବାର ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସ୍ଵଳ୍ପ ସଞ୍ଚୟ ସହ ନିର୍ଦ୍ଦେଶକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ ଓ ଓଏସଆରଟିସି ସହକାରୀ ପରିଚାଳକ ଶାଶ୍ୱତ ପ୍ରଧାନ ଅତିଥି ରୂପେ ଯୋଗଦେଇଥିଲେ।

ବର୍ତ୍ତମାନ ଜିପିଏସ୍ ର ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ୧୦ହଜାର ଏମିତିକି କେଉଁ କେଉଁ ଦିନ ୧୪ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରିଥିବା କୁହାଯାଇଛି। ଜିପିଏସ୍ ରେ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସୁଲଭ ଦରରେ ସବୁ ବର୍ଗର ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ବଡ ସୁଯୋଗ ଦେଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ଯାତ୍ରୀ ସଂଖ୍ୟା ବୃଦ୍ଧି କେମିତି ହେବ ସେଥିପ୍ରତି ସମସ୍ତେ ଗୁରୁରର ସହ ନିଜ ଦାୟିତ୍ୱ ସମ୍ପାଦନ କରିବା ଉଚିତ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରେଷ୍ଠ ବ୍ଲକ ସୁପରଭାଇଜର ଅରବିନ୍ଦ ସାହା, ଗିରିଧାରୀ ବାଗ ଓ ପାର୍ବନ ମଶ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଡ୍ରାଇଭର ଓ ଶ୍ରେଷ୍ଠ କଣ୍ଡକ୍ଟର ଭାବେ ସତ୍ୟବାନ ତାଣ୍ଡି ଓ ମଦନପୁର ରାମପୁର ବ୍ଲକର ମିଶନ ଶକ୍ତି କଣ୍ଡକ୍ଟର ସସ୍ମିତା ନାୟକ ଏବଂ ଶ୍ରେଷ୍ଠ ଏନଫୋର୍ସମେଣ୍ଟ ଷ୍ଟାଫ ରୂପେ ଶୁଭେନ୍ଦୁ ପୁରୋହିତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବରେ ସମସ୍ତ ୧୩ଟି ବ୍ଲକର ସୁପରଭାଇଜର, ଜ୍ୟୋତି ଶଙ୍କର ନାୟକ,  ଶିଶିର ବାଗ ଦୀପକ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସାର୍ଥକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଚାଇନା ମୋବାଇଲକୁ ପଛରେ ପକାଇ ଜିଓ ହେଲା ବିଶ୍ୱର ସର୍ବାଧିକ ଡାଟା ବ୍ୟବହାର ହେଉଥିବା ନେଟୱାର୍କ

ଭୁବନେଶ୍ୱର: ଡାଟା ଟ୍ରାଫିକ୍ ଦୃଷ୍ଟିରୁ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱାର୍କ ହୋଇ ରହିଛି। ଜାନୁୟାରୀରୁ ସେପ୍ଟେମ୍ବର ୨୦୨୪ ମଧ୍ୟରେ ପ୍ରଥମ ତିନୋଟି ତ୍ରୟମାସର ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଚୀନର କମ୍ପାନୀ ଚାଇନା ମୋବାଇଲ୍ ଠାରୁ କ୍ରମାଗତ ଭାବରେ ଆଗରେ ରହିଛି। ବିଶ୍ୱର ଦୂରସଂଚାର କ୍ଷେତ୍ରର ଅନୁଶୀଳନକାରୀ କମ୍ପାନୀ ଟେଫିସିଏଣ୍ଟ୍ ଅନୁଯାୟୀ ଜିଓ ଏବଂ ଚାଇନା ମୋବାଇଲ୍ ପରେ ଅନ୍ୟ ଏକ ଚୀନ କମ୍ପାନୀ ଚାଇନା ଟେଲିକମ୍ ଡାଟା ଟ୍ରାଫିକରେ ତୃତୀୟ ସ୍ଥାନରେ ଥିବାବେଳେ ଭାରତୀୟ କମ୍ପାନୀ ଏୟାରଟେଲ ଚତୁର୍ଥ ସ୍ଥାନରେ ରହିଛି। ଭୋଡା ଆଇଡିଆ ଷଷ୍ଠ ସ୍ଥାନ ହାସଲ କରିଛି।

ଟେଫିସିଏଣ୍ଟ ନିଜ ଟ୍ୱିଟରେ କହିଛନ୍ତି ଯେ ଚୀନ୍ କମ୍ପାନୀ ଚାଇନା ମୋବାଇଲ୍ ସମ୍ଭବତଃ ନିଜର ପ୍ରଭାବ ହରାଇଛି। ଚାଇନା ମୋବାଇଲରେ ବାର୍ଷିକ ଅଭିବୃଦ୍ଧି ମାତ୍ର ୨% ହୋଇଥିବାବେଳେ ଜିଓ ଏବଂ ଚାଇନା ଟେଲିକମରେ ପ୍ରାୟ ୨୪% ଏବଂ ଏୟାରଟେଲରେ ୨୩% ଅଭିବୃଦ୍ଧି ଘଟିଛି। ୫ଜି ନେଟୱାର୍କର ଦୃଢ ଉପସ୍ଥିତି ପାଇଁ ଭାରତୀୟ କମ୍ପାନୀଗୁଡିକର ଡାଟା ଟ୍ରାଫିକ୍ ବୃଦ୍ଧି ପାଇଥିବା ଟେଫିସିଏଣ୍ଟ୍ ଦର୍ଶାଇଛି । ଏଥିସହିତ, ୫ଜି ଚୀନ୍‌ର ଡାଟା ଟ୍ରାଫିକ ଉପରେ ଭାରତ ଭଳି ପ୍ରଭାବ ପକାଇ ପାରି ନାହିଁ।

୫ଜି ଏବଂ ଘରୋଇ ବ୍ରଡବ୍ୟାଣ୍ଡ ପାଇଁ ରହିଥିବା ପ୍ରବଳ ଚାହିଦା ଜିଓର ବିଶ୍ୱରେ ଡାଟା ଟ୍ରାଫିକ୍ ଦୃଷ୍ଟିରୁ ଏକ ନମ୍ବର ହେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗତ ତିନିବର୍ଷ ମଧ୍ୟରେ ଜିଓ ନେଟୱାର୍କରେ ଡାଟା ଟ୍ରାଫିକ୍ ପ୍ରାୟ ଦ୍ୱିଗୁଣିତ ହୋଇଛି। ଜିଓର ୫ଜି ନେଟୱାର୍କରେ ପ୍ରାୟ ୧୪ କୋଟି ୮୦ ଲକ୍ଷ ଗ୍ରାହକ ଯୋଡି ହୋଇଛନ୍ତି। ଜିଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଏହାର ମୋଟ ଡାଟା ଟ୍ରାଫିକ୍ ୪୫ ଏକ୍ସାବାଇଟ୍ ଅତିକ୍ରମ କରିଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଖାଇବା ତେଲରେ କୌଣସି ଅପମିଶ୍ରଣ ହୋଇଥିଲେ, ଶୁଦ୍ଧତା ଯାଞ୍ଚ ପାଇଁ ଏହି ଉପାୟ ବ୍ୟବହାର କରନ୍ତୁ

ନୂଆଦିଲ୍ଲୀ: ଖାଦ୍ୟ ପ୍ରସ୍ତୁତ ଉପାଦାନରେ ତେଲ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିଣିବା ସମୟରେ ପ୍ରତ୍ୟେକ ଗୃହିଣୀ କେବଳ ସର୍ବୋତ୍ତମ ସାମଗ୍ରୀ କିଣିବା ପାଇଁ ପସନ୍ଦ କରନ୍ତି, କିନ୍ତୁ ବଜାରରେ ବସିଥିବା କିଛି ଲୋକ ଅପମିଶ୍ରଣର ନୂଆ ଉପାୟ ଖୋଜନ୍ତି। ତେଲରେ କରାଯାଉଥିବା ଅପମିଶ୍ରଣ ମଧ୍ୟରୁ ଗୋଟିଏ ହେଉଛି ମେଟାନିଲ ହଳଦିଆ ରଙ୍ଗର ଅପମିଶ୍ରଣ। ଯାହାକୁ ବ୍ୟବହାର କରିବା ଦ୍ଵାରା ଶରୀର ପାଇଁ କ୍ଷତି ହୁଏ। ତେବେ ଖାଇବା ତେଲରେ ଅପମିଶ୍ରଣ ରହିଛି କି ନାହିଁ, ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ ନାହିଁ।

ତେଲରେ ଯେକୌଣସି ପ୍ରକାରର ରଙ୍ଗର ଅପମିଶ୍ରଣକୁ ଯାଞ୍ଚ କରାଯାଇପାରିବ। ଏହା ହେଉଛି ଏଭଳି ରଙ୍ଗ, ଯାହାକୁ ଖାଇବା ପାଇଁ ବ୍ୟବହାର ନିଷେଦ୍ଧ।

ଏହି ଉପାୟରେ ତେଲରେ ରଙ୍ଗ ଅପମିଶ୍ରଣକୁ ଯାଞ୍ଚ କରନ୍ତୁ-

ଏକ ଟେଷ୍ଟ୍ ଟ୍ୟୁବରେ ପାଞ୍ଚ ମିଲି ତେଲ ନିଅନ୍ତୁ। ଯଦି ଆପଣଙ୍କର ଟେଷ୍ଟ୍ ଟ୍ୟୁବ୍ ନାହିଁ, ତେବେ ଆପଣ ଗ୍ଲାସ୍ ର ଏକ ଛୋଟ ଢାଙ୍କୁଣୀ ଥିବା କାଚ ଶିଶୀ ନିଅନ୍ତୁ। ଏଥିରେ ପାଞ୍ଚ ମିଲିଲିଟର ହାଇଡ୍ରୋକ୍ଲୋରିକ୍ ​​ଏସିଡ୍ ମିଶାନ୍ତୁ। ଏହା ପରେ ଏହାକୁ ଭଲ ଭାବରେ ମିଶାନ୍ତୁ।

ବର୍ତ୍ତମାନ ଏହି ପାତ୍ରକୁ ପାଞ୍ଚ ମିନିଟ୍ ପାଇଁ ଛାଡିଦିଅନ୍ତୁ। ଯଦି ତେଲରେ କୌଣସି ପ୍ରକାରର ଅପମିଶ୍ରଣ ଅଛି, ତେବେ ଅଳ୍ପ ସମୟ ମଧ୍ୟରେ ଏସିଡ୍ ସ୍ତରରେ ରଙ୍ଗ ଜମା ହୋଇଯିବ। ଉପର ସ୍ତରରେ ରଙ୍ଗ ରହିବ। ଯଦି ତେଲ ଶୁଦ୍ଧ ଅଛି, ତେବେ କୌଣସି ରଙ୍ଗ ଜମା ହେବା ଦେଖାଯିବ ନାହିଁ।

ଅପମିଶ୍ରଣ ତେଲ ଖାଇବା ଦ୍ଵାରା ତୁରନ୍ତ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ, କିନ୍ତୁ ଦୀର୍ଘ ସମୟ ଧରି ଏହାର ବ୍ୟବହାର ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହା ମସ୍ତିଷ୍କର କାର୍ଯ୍ୟ ଶକ୍ତି ଉପରେ ଅଧିକ ପ୍ରଭାବ ପକାଇଥାଏ। ପରୀକ୍ଷା କରିବା ପରେ ହିଁ ଖାଇବା ତେଲ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ ହେବ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଦିନରେ କେବେ ହେଲେ ଏହି ଛଅଟି କାମ କରନ୍ତୁ ନାହିଁ, ଭୋଗି ପାରନ୍ତି ଘୋର ଅସୁବିଧା

ନୂଆଦିଲ୍ଲୀ: ଶାସ୍ତ୍ରରେ ଦୈନନ୍ଦିନ କାର୍ଯ୍ୟ ଧାରାର ପ୍ରଣାଳୀ କିପରି ରହିବ ତାହା ଉଲ୍ଲେଖ କରାଯାଇଛି। କେମିତି କିପରି ଦୈନ୍ୟନ୍ଦିନ କାମ କରିବେ ତାହା ମଧ୍ୟ ଲେଖାଯାଛି। ଦିନରେ ଏବଂ ରାତିରେ କେତେକ କାର୍ଯ୍ୟ କରିବା ଉଚିତ ଏବଂ ଅନୁଚିତ ତାହା ମଧ୍ୟ କୁହାଯାଇଛି। କାରଣ ଦିନରେ ସୂର୍ଯ୍ୟ ଦେବଙ୍କ ପ୍ରାଧାନ୍ୟ ରହୁଥିବା ବେଳେ ରାତିରେ ଚନ୍ଦ୍ର ଦେବଙ୍କ ଆଧିପତ୍ୟ ରହିଥାଏ। ସେଥିପାଇଁ ସୂର୍ଯ୍ୟ ଦୃଶ୍ୟମାନେ ବା ଥିବା ପର୍ଯ୍ୟନ୍ତ କେତେକ କାର୍ଯ୍ୟକୁ ବାରଣ କରାଯାଇଛି।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ଏହି କାମଗୁଡିକ କରନ୍ତୁ ନାହିଁ, ନଚେତ୍ ଆପଣଙ୍କ ଜୀବନରେ ସମସ୍ୟା ଅତ୍ୟଧିକ ହୋଇପାରେ।

୧- ଦିନରେ କଦାପି ଶୋଇବା ଉଚିତ୍ ନୁହେଁ।

୨- ଲୁଣକୁ ଭୂମିରେ ପଡ଼ିବାକୁ ଦିଅନ୍ତୁ ନାହିଁ।

୩- ତଳେ ତେଲ ଢାଳନ୍ତୁ ନାହିଁ।

୪- ଲଙ୍କା ମରିଚ ହାତକୁ ହାତ ଦିଅନ୍ତୁ ନାହିଁ।

୫- କ୍ଷୀର ଜାଳନ୍ତୁ ନାହିଁ।

୬- ସହବାସ କରନ୍ତୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ମୁଣ୍ଡ ବିନ୍ଧାକୁ ଅଣଦେଖା କରିବା ବଡ ଭୁଲ, ଏହା ମଧ୍ୟ ହୋଇପାରେ ବିଭିନ୍ନ ମାରାତ୍ମକ ରୋଗର ଲକ୍ଷଣ

ସ୍ୱାସ୍ଥ୍ୟ ଟିପ୍ସ: ମୁଣ୍ଡବିନ୍ଧାକୁ କେବେ ବି ଅଣଦେଖା କରିବା ଅନୁଚିତ। କାରାଣ ହୁଏତ ଏହା କିଛି ବଡ ରୋଗର କାରଣ ହୋଇପାରେ। ତେଣୁ ଏହି ରୋଗର ଲକ୍ଷଣ ଭଲ ଭାବରେ ଜାଣି ଚିକିତ୍ସା ହେବା ଉଚିତ। ଆଜି ଆମେ ଆପଣଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବୁ, ଯାହା ମୁଣ୍ଡବିନ୍ଧାର କାରଣ ହୋଇପାରେ।

ଷ୍ଟ୍ରୋକ: ହଠାତ୍ ମୁଣ୍ଡବିନ୍ଧା ଏବଂ ଯଦି ଶରୀରର ଗୋଟିଏ ଅଂଶ କାମ ବନ୍ଦ କରିଦିଏ, ତେବେ ଏହା ଷ୍ଟ୍ରୋକର ଲକ୍ଷଣ ହୋଇପାରେ।

ମସ୍ତିଷ୍କ ଟ୍ୟୁମର୍: ବିନା କାରଣରେ ମୁଣ୍ଡବିନ୍ଧା କ୍ରମାଗତ ଭାବରେ ଲାଗିରହିବା ଯଦି ସାଧାରଣ ଚିକିତ୍ସାରେ ଭଲ ନ ହୁଏ ତେବେ ଏହା ମସ୍ତିଷ୍କ ଟ୍ୟୁମରର ସଙ୍କେତ ହୋଇପାରେ।

ମସ୍ତିଷ୍କ ଆଘାତ: ଯଦି ଆପଣଙ୍କ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହୁଏ, ତେବେ ଏହା ମଧ୍ୟ ମସ୍ତିଷ୍କରେ କୈଣସି ପ୍ରକାରର ଆଘାତ ହେତୁ ହୋଇପାରେ।

ଚାପ: କ୍ରମାଗତ ଚାପ ଯୋଗୁଁ ଶରୀରର ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ଯାହା ମସ୍ତିଷ୍କକୁ ପ୍ରଭାବିତ କରେ ଏବଂ ପ୍ରବଳ ଯନ୍ତ୍ରଣା ଦେଇଥାଏ।

ରକ୍ତଚାପ: ଛାତି ଏବଂ ମୁଣ୍ଡବିନ୍ଧା ହେଉଛି ଉଚ୍ଚ ରକ୍ତଚାପ ସମସ୍ୟା। ଯଦି ତୁମକୁ ମଧ୍ୟ ହଠାତ୍ ମୁଣ୍ଡବିନ୍ଧା ହୁଏ, ତେବେ ରକ୍ତଚାପ ମାପି ନେବା ଉଚିତ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର ଡିଜିପି ରଶ୍ମୀ ଶୁକ୍ଲାଙ୍କ ହେଲା ବଦଳି, କଂଗ୍ରେସର ଅଭିଯୋଗ ପରେ ନିର୍ବାଚନ ଆୟୋଗଙ୍କ ପଦକ୍ଷେପ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ରାଜ୍ୟ ଡିଜିପି ରଶ୍ମୀ ଶୁକ୍ଲାଙ୍କୁ ସ୍ଥାନାନ୍ତର କରାଯାଇଛି। ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳର ଅଭିଯୋଗକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ ମହାରାଷ୍ଟ୍ର ଡିଜିପି ରଶ୍ମି ଶୁକ୍ଲାଙ୍କୁ ତୁରନ୍ତ କାର୍ଯ୍ୟକାରୀ କରି ସ୍ଥାନାନ୍ତରକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତାଙ୍କ ସ୍ଥାନରେ କ୍ୟାଡରର ପରବର୍ତ୍ତୀ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ମୁମ୍ବାଇ କମିଶନର ବିବେକ ଫାନ୍ସଲକରଙ୍କୁ ମହାରାଷ୍ଟ୍ର ଡିଜିପିଙ୍କ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଆଗାମୀ ଡିଜିପି ଚୟନ ପାଇଁ ମୁଖ୍ୟ ଶାସନ ସଚିବ ଲାଗି ପଡିଛନ୍ତି। ପ୍ରକୃତରେ, ମୁଖ୍ୟ ସଚିବଙ୍କୁ ମହାରାଷ୍ଟ୍ରର ଡିଜିପି ପଦରେ ନିଯୁକ୍ତି ପାଇଁ ନଭେମ୍ବର 5 ତାରିଖ 2024 (ଅପରାହ୍ନ 1.00) ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ତିନିଜଣ ଆଇପିଏସ୍ ଅଧିକାରୀଙ୍କ ଏକ ପ୍ୟାନେଲ୍ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡରେ ଭୀଷଣ ସଡ଼କ ଦୁର୍ଘଟଣା: ୨୫ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡର ଅଲମୋରା ଠାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ମାର୍ଚୁଲା ନିକଟରେ ଏକ ଯାତ୍ରୀବାହୀ ବସ୍ ଖାଇରେ ଖସିପଡିଛି। କୁହାଯାଉଛି ଯେ, ବସ୍ ଦୁର୍ଘଟଣାରେ ସମୁଦାୟ ୪୫ ଜଣ ଲୋକ ଯାତ୍ରା କରୁଥିଲେ, ଯେଉଁଥିରୁ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ୨୫ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ୨୦ ଜଣ ଚିକିତ୍ସିତ ହେଉଛନ୍ତି। ଉଦ୍ଧାରକାରୀ ଦଳ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ବିଜେପିକୁ ବଡ ଆଶ୍ଵସ୍ତି, ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ଏହି ବଡ ନେତା

ମୁମ୍ବାଇ: ବିଜେପି ବିଦ୍ରୋହୀ ଗୋପାଳ ଶେଟ୍ଟୀ ମହାରାଷ୍ଟ୍ରର ବୋରିଭଲୀ ବିଧାନସଭା ଆସନରୁ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ନେତା ବିନୋଦ ତାୱଡେଙ୍କ ସହ ଆଲୋଚନା ପରେ ଗୋପାଳ ଶେଟ୍ଟୀ ସ୍ଵାଧୀନ ପ୍ରାର୍ଥୀ ପ୍ରତ୍ୟାହାର ଘୋଷଣା କରି ଦଳକୁ ଏକ ବଡ଼ ଆଶ୍ଵସ୍ତି ଦେଇଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ।

ବିଜେପିର ପୂର୍ବତନ ସାଂସଦ ଶେଟ୍ଟୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ବିରୋଧ ଦଳ ଭିତରେ ଚାଲିଥିବା ଭୁଲ କାର୍ଯ୍ୟ ବିରୁଦ୍ଧରେ ଥିଲା। ନିକଟରେ ବୋରିଭଲୀରୁ ସଞ୍ଜୟ ଉପାଧ୍ୟାୟଙ୍କୁ ଟିକେଟ୍ ଦେବାକୁ ବିଜେପି ଘୋଷଣା କରିଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ଶ୍ରୀ ଶେଟ୍ଟି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବାକୁ ଘୋଷଣା କରିଥିଲେ।

ନାମାଙ୍କନପତ୍ର ଦାଖଲ କରିବା ପରେ ଶ୍ରୀ ଶେଟ୍ଟୀ କହିଥିଲେ ଯେ, “ମୁଁ ଏହି ନିଷ୍ପତ୍ତି ପାର୍ଟି ଟିକେଟ୍ ଇଚ୍ଛାରେ ନୁହେଁ ବରଂ କ୍ରମାଗତ ଭାବରେ ଅବହେଳା କରାଯାଉଥିବା ସ୍ଥାନୀୟ କର୍ମୀଙ୍କ ଚିନ୍ତାଧାରାକୁ ନେଇଛି। ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ଆମ ନିର୍ବାଚନମଣ୍ଡଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା।

ସେବେଠାରୁ ତାଙ୍କୁ ମନାଇବା ପାଇଁ ଉଦ୍ୟମ ତୀବ୍ର ହେଲା। ଶନିବାର ଦିନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗୋପାଳ ଶେଟ୍ଟୀଙ୍କୁ ଭେଟିଥିଲେ। ଏହା ପରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ କହିଛନ୍ତି ଯେ, ଗୋପାଳ ଶେଟ୍ଟୀ ଫଡନାଭିସଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେ କେବେବି ବିଜେପି ଛାଡିବେ ନାହିଁ ଏବଂ ଦଳର କିଛି କ୍ଷତି କରିବେ ନାହିଁ। ବିନୋଦ ତାୱଡେ ‘X’ ରେ ଶେଟ୍ଟୀ ଏବଂ ଫଡନାଭିସଙ୍କ ଚିତ୍ର ମଧ୍ୟ ସେୟାର କରିଥିଲେ।

ଗୋପାଳ ଶେଟ୍ଟୀ ଦୁଇଥର ସାଂସଦ ଓ ବିଧାୟକ ହୋଇଛନ୍ତି। ସେ ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ। ଏହାପୂର୍ବରୁ ସେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ। ଏହାପୂର୍ବରୁ ଶ୍ରୀ ଶେଟ୍ଟୀ ଜଣେ କାଉନସିଲର ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କାନାଡାର ମନ୍ଦିରରେ ହିନ୍ଦୁ ଭକ୍ତଙ୍କ ଉପରେ ଆକ୍ରମଣ ମାମଲା: ଅଖିଳ ଭାରତୀୟ ସନ୍ଥ ସମିତି କଲା ଏହି ଦାବି

ନୂଆଦିଲ୍ଲୀ: କାନାଡାରେ ରବିବାର ଦିନ ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିର ନିକଟରେ ଖାଲିସ୍ତାନୀ ଉଗ୍ରବାଦୀଙ୍କ ପ୍ରଦର୍ଶନ ଏକ ହିଂସାତ୍ମକ ରୂପ ନେଇଥିଲା, ଯେଉଁଥିରେ ମନ୍ଦିରର ଭକ୍ତଙ୍କ ଉପରେ ଆକ୍ରମଣ ହେବାର ଖବର ରହିଛି। ଏହି ଘଟଣାକୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମେତ ଅନେକ ନେତା ଦୃଢ ନିନ୍ଦା କରିଛନ୍ତି। ଟ୍ରୁଡୋ କହିଛନ୍ତି ଯେ, “ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଘଟିଥିବା ହିଂସା ଗ୍ରହଣୀୟ ନୁହେଁ। ପ୍ରତ୍ୟେକ କାନାଡିୟଙ୍କର ସେମାନଙ୍କର ସ୍ୱାଧୀନତାର ଅଧିକାର ଏବଂ ନିରାପତ୍ତା ଅଧିକାର ରହିଛି।”

ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମାଜର ସୁରକ୍ଷା ସୁନିଶ୍ଚିତ କରିଥିବା ପିଲ ପୋଲିସକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହି ଘଟଣାରେ କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ ଦୃଢ ବିରୋଧ ପ୍ରଦର୍ଶନ କରି ଏହାକୁ ଖାଲିସ୍ତାନୀ ଉଗ୍ରବାଦୀଙ୍କ ଦ୍ୱାରା “ଲକ୍ଷ୍ମଣ ରେଖା ଅତିକ୍ରମ କରିବା” ଭଳି କହିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, “ଆଜି କାନାଡାର ଖାଲିସ୍ତାନୀ ଉଗ୍ରବାଦୀମାନେ ଏକ ନାଲି ରେଖା ଅତିକ୍ରମ କରିଛନ୍ତି। ମନ୍ଦିର ଭିତରେ ହିନ୍ଦୁ-କାନାଡିୟ ଭକ୍ତଙ୍କ ଉପରେ ହୋଇଥିବା ଆକ୍ରମଣ ଖାଲିସ୍ତାନୀ ହିଂସାବାଦୀ ଉଗ୍ରବାଦକୁ ଦର୍ଶାଉଛି।”

ଟରୋଣ୍ଟୋ ସାଂସଦ କେଭିନ୍ ଭୁଆଙ୍ଗ ମଧ୍ୟ ଦୃଢ ବିରୋଧ ପ୍ରଦର୍ଶନ କରି କହିଛନ୍ତି ଯେ, କାନାଡା ବର୍ତ୍ତମାନ ଉଗ୍ରବାଦୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଛି।

ଆକ୍ରମଣ ବିରୋଧରେ ଉତ୍ତରପ୍ରଦେଶରେ ବିରୋଧ:

କାନାଡାର ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ପରେ ଅଖିଳ ଭାରତୀୟ ସନ୍ଥ ସମିତିର ଜାତୀୟ ସାଧାରଣ ସମ୍ପାଦକ ସ୍ଵାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀ କହିଛନ୍ତି ଯେ, ଏହା ଏକ ବିଶ୍ୱସ୍ତରୀୟ ଷଡଯନ୍ତ୍ରର ଏକ ଅଂଶ। ସେ କହିଛନ୍ତି ଯେ, ଏହା ଏକ କୁଖ୍ୟାତ ଆକ୍ରମଣ। ଏହା ହିନ୍ଦୁ ବିରୋଧୀ ବିଶ୍ୱସ୍ତରୀୟ ଷଡଯନ୍ତ୍ରର ଏକ ଅଂଶ। ଟ୍ରୁଡୋ ସରକାର ଏହି ଆକ୍ରମଣକୁ ଖାଲିସ୍ତାନୀଙ୍କ ଆକ୍ରମଣ ବୋଲି କହି ନିଜକୁ ରକ୍ଷା କରିପାରିବେ ନାହିଁ। ଯଦି ସାରା ବିଶ୍ୱରେ ଅହିଂସା ବାର୍ତ୍ତା ବିସ୍ତାର କରିଥିବା ଭାରତରେ ରହୁଥିବା ସନାତନ ଧର୍ମର ମନ୍ଦିର ଉପରେ ଆକ୍ରମଣ କରାଯାଏ, ତେବେ ସେଠାରେ ସରକାର ବିଫଳ ହୋଇଥିବା ବିବେଚନା କରାଯିବା ଉଚିତ। ଏହି ପ୍ରସଙ୍ଗରେ ଭାରତ ସରକାର ନିଜର ଆଭିମୁଖ୍ୟ ଉପସ୍ଥାପନ କରିବା ଉଚିତ୍।

ଏହି ଆକ୍ରମଣ ପରେ ହିନ୍ଦୁ କାନାଡିୟ ଫାଉଣ୍ଡେସନ ଏହି ଘଟଣାର ଏକ ଭିଡିଓ ସେୟାର କରି କହିଛି ଯେ, ଖାଲିସ୍ତାନୀ ଉଗ୍ରବାଦୀମାନେ ମନ୍ଦିରରେ ଶିଶୁ, ମହିଳା ଏବଂ ପୁରୁଷଙ୍କ ଉପରେ ଆକ୍ରମଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ: ଅସନ୍ତୋଷ ପ୍ରକାଶ କଲା ଭାରତ

ନୂଆଦିଲ୍ଲୀ: ଶିଖ ବିଚ୍ଛିନ୍ନତାବାଦୀମାନେ କାନାଡାର ବ୍ରମ୍ପଟନ୍‌ରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏହି ସମୟରେ ଖାଲିସ୍ତାନ ସମର୍ଥକମାନେ ମନ୍ଦିରରେ ପ୍ରବେଶ କରି ହିନ୍ଦୁମାନଙ୍କୁ ଠେଙ୍ଗାରେ ପିଟିଛନ୍ତି। ଏହି ପ୍ରସଙ୍ଗରେ ଏବେ ଭାରତରେ ଅସନ୍ତୋଷ ପ୍ରକାଶ ପାଇଛି। ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ, ଭାରତ ବିରୋଧୀ ଉପାଦାନଗୁଡିକ ଦ୍ୱାରା ହିଂସାତ୍ମକ କାର୍ଯ୍ୟକଳାପ ଟରୋଣ୍ଟୋ ନିକଟ ବ୍ରମ୍ପଟନ୍ ସ୍ଥିତ ହିନ୍ଦୁ ସଭା ମନ୍ଦିରରେ ଆୟୋଜିତ କନସୁଲାର କ୍ୟାମ୍ପ ବାହାରେ ଦେଖିବାକୁ ମିଳିଥିଲା।

ଭାରତ କଡା ଶବ୍ଦରେ କାନାଡାର ଜଷ୍ଟିସ୍ ଟ୍ରୁଡୋ ସରକାରଙ୍କୁ କହିଛି ଯେ, କାନାଡାରେ ପ୍ରଚଳିତ ସୁରକ୍ଷା ପରିସ୍ଥିତି ଯୋଗୁଁ ଏହା ପୂର୍ବରୁ କାନାଡା କର୍ତ୍ତୃପକ୍ଷଙ୍କୁ ଅଧିକ ମଜବୁତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। ଯାହା ନିୟମିତ ତଦାରଖ କରିବା ଉଚିତ।

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହିନ୍ଦୁ ସଭା ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ଟ୍ରୁଡୋ ଟ୍ୱିଟରରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ପ୍ରତ୍ୟେକ କାନାଡାବାସୀଙ୍କର ମୁକ୍ତ ଏବଂ ନିରାପଦରେ ବିଶ୍ୱାସ ଅଭ୍ୟାସ କରିବାର ଅଧିକାର ରହିଛି। ବ୍ରମ୍ପଟନ୍‌ରେ ଥିବା ମନ୍ଦିର ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଛନ୍ତି ଯେ, ବ୍ରମ୍ପଟନ୍‌ର ହିନ୍ଦୁ ସଭା ମନ୍ଦିରରେ ହିଂସା ଘଟଣା ଗ୍ରହଣୀୟ ନୁହେଁ।

ତାଙ୍କ ପୋଷ୍ଟରେ ସେ ହିନ୍ଦୁମାନଙ୍କୁ ସୁରକ୍ଷା ଦେଇଥିବା ଏବଂ ଘଟଣାର ତଦନ୍ତ ପାଇଁ ଶୀଘ୍ର ପ୍ରତିକ୍ରିୟା ଦେଇଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଟ୍ରୁଡୋ ସରକାରଙ୍କ ଗମ୍ଭୀରତାକୁ ଆକଳନ କରାଯାଇପାରିବ ଯେ ଏପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ।

ଶିଖ୍ ବିଚ୍ଛିନ୍ନତାବାଦୀମାନେ ବ୍ରମ୍ପଟନ୍ ମନ୍ଦିରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣର ଭିଡିଓରେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିପାରେ। ଖାଲିସ୍ତାନ ସମର୍ଥକମାନେ ମନ୍ଦିର ବାହାରେ ବିରୋଧ କରୁଥିଲେ, କିନ୍ତୁ ହଠାତ୍ ଏହି ଲୋକମାନେ ଆକ୍ରମଣ କରିଥିଲେ। ଖାଲିସ୍ତାନ ସମର୍ଥକମାନେ ମନ୍ଦିରରେ ପ୍ରବେଶ କରି ହିନ୍ଦୁମାନଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ମାମଲା ବଢିବା ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଲୋକଙ୍କୁ ଶାନ୍ତ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ଭାଷା ଗୌରବ ସପ୍ତାହ ଅବସରରେ ଆସାମର ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷା ଗୌରବ ସପ୍ତାହ ଅବସରରେ ଆସାମର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ #BhashaGauravSaptah ର ମହତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି। ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନିକଟରେ ଅହମୀୟାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନର ଉତ୍ସବ ମନାଇଛନ୍ତି, ଯାହାକି ଏହି କ୍ଷେତ୍ରରେ ସମୃଦ୍ଧ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ଏକ ମହତ୍ୱପୂର୍ଣ୍ଣ ମାନ୍ୟତା ପ୍ରଦାନ କରୁଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସାମର ସମୃଦ୍ଧ ଭାଷା ଐତିହ୍ୟର ସପ୍ତାହବ୍ୟାପୀ ଉତ୍ସବ ଭାଷା ଗୌରବ ସପ୍ତାହର ଆରମ୍ଭ ନେଇ କରିଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଆଜି ଏକ ପୋଷ୍ଟରେ ଟ୍ୱିଟ କରିଛନ୍ତି:

“#BhashaGauravSaptah ଏକ ଉଲ୍ଲେଖନୀୟ ପ୍ରୟାସ, ଯାହାକି ଅହମୀୟା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପରେ ଲୋକଙ୍କ ଉତ୍ସାହକୁ ଦର୍ଶାଉଛି। ମୋର ଶୁଭକାମନା। ସପ୍ତାହବ୍ୟାପୀ ଆୟୋଜନ କରାଯାଉଥିବା ଏହି ଉତ୍ସବ ଲୋକଙ୍କର ଅହମୀୟ ସଂସ୍କୃତି ସହ ସମ୍ପର୍କକୁ ଅଧିକ ମଜବୁତ୍ କରିବ। ଆସାମ ବାହାରେ ରହୁଥିବା ଅହମୀୟ ଲୋକମାନଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ମୁଁ ନିବେଦନ କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲିସ ମାଡ଼ରେ ଦିବ୍ୟାଙ୍ଗ ଗୁରୁତର: ବାଲୁଗାଁରୁ ଗୋପାଳପୁର ବେଳାଭୂମୀ ବୁଲିବାକୁ ଯାଇଥିଲେ ଯୁବକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ପ୍ରବେଶ ଦ୍ଵାରରେ ଗାଡ଼ି କାଗଜପତ୍ର ଓ ହେଲମେଟ ଯାଞ୍ଚ ଚାଲିଥିଲା। ସେତିକିବେଳେ ପୋଲିସକୁ ଡରି ଜଣେ ଯୁବକ ଗାଡ଼ି ବୁଲାଇ ଅନ୍ୟ ରାସ୍ତାରେ ଚାଲିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ କର୍ତ୍ତବ୍ୟରତ ସିପାହୀ ତାଙ୍କ ଉପରକୁ ଲାଠି ବାଡି ଫୋପାଡି ଦେଇଥିଲେ। ଯାହା ଫଳରେ ଦିବ୍ୟାଙ୍ଗ ଯୁବକଙ୍କ ମୁଣ୍ଡରେ ବାଜି ଯାଇଥିଲା ଓ ସେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ କଚାଡି ପଡ଼ିଯାଇଥିଲେ।

ପୋଲିସ ତତକ୍ଷଣାତ୍ ୧୦୮ ଆମ୍ବୁଲାନ୍ସ ଡ଼କାଇ ଚିକିତ୍ସା ନିମନ୍ତେ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦେଇଥିଲେ। ସୁଚନା ଅନୁଯାୟୀ ଗୁରୁତର ଯୁବକ ୱାଗେନ୍ ସିକିମ ରାଜ୍ୟର ମୁଳ ବାସିନ୍ଦା ଓ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏକ ଦୋକାନ କରିଛନ୍ତି। ପୁର୍ବରୁ କୌଣସି ଆଘାତ ପାଇ ତାଙ୍କର ବାମ ଗୋଡ କଟି ଯାଇଥିବାରୁ ସେ କୃତ୍ରିମ ଗୋଡ଼ ଲଗାଇଛନ୍ତି।

ଗତକାଲି ସନ୍ଧ୍ୟାରେ କିଛି ବନ୍ଧୁ ମାନଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଆସି ଏହି ଭଳି ଘଟଣାର ସମ୍ମୁଖିନ ହୋଇଥିବା ଜଣାପଡିଛି। ପୋଲିସ ମାଡରେ ଗୁରୁତର ୱାଗେନ୍ ଙ୍କ ଅବସ୍ଥା ଏହି ଭଳି ହୋଇଛି ବୋଲି ପରିବାର ଓ ଅଞ୍ଚଳର କିଛି ଲୋକ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଯକ୍ଷ୍ମା ରୋଗ ବିରୋଧରେ ଲଢ଼େଇରେ ଭାରତର ପ୍ରଗତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଯକ୍ଷ୍ମା ରୋଗର ଲୋପ ଦିଗରେ ଭାରତର ପ୍ରଚେଷ୍ଟାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯକ୍ଷ୍ମା ରୋଗ ହ୍ରାସ ଦିଗରେ ଭାରତର ଉପଲବ୍ôଧ ଉପରେ ଗୁରୁତ୍ୱ ଦେଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ୨୦୧୫ରୁ ୨୦୨୩ ମଧ୍ୟରେ ଯକ୍ଷ୍ମା ରୋଗକୁ ୧୭.୭% ପର୍ଯ୍ୟନ୍ତ ହ୍ରାସ କରିବା ଦିଗରେ ଭାରତର ଉଲ୍ଲେଖନୀୟ ପ୍ରଗତିକୁ ମାନ୍ୟତା ପ୍ରଦାନ ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କର ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପ୍ରଶଂସନୀୟ ପ୍ରଗତି! ଯକ୍ଷ୍ମା ରୋଗରେ ହ୍ରାସ ଭାରତର ସମର୍ପିତ ଏବଂ ଅଭିନବ ପ୍ରୟାସର ପରିଣତି। ସାମୂହିକ ଭାବନା ମାଧ୍ୟମରେ ଆମେ ଆମେ ଯକ୍ଷ୍ମା ମୁକ୍ତ ଭାରତ ଗଠନ ଦିଗରେ କାମ କରିଚାଲିଥିବା।”

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଫତିମା କିଏ?, ଯିଏ ବାବା ସିଦ୍ଦିକିଙ୍କ ପରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଦେଇଥିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଫତିମା ଖାନଙ୍କୁ ମହାରାଷ୍ଟ୍ର ଏଟିଏସ ଦ୍ୱାରା ଉଲାହସନଗରରୁ ଗିରଫ କରାଯାଇଛି। ପଚରାଉଚରା ବେଳେ ଏହା ଜଣାପଡିଛି ଯେ, ୨୪ ବର୍ଷିୟା ଫତିମା ଆଇଟି ରେ ବି.ଏସ୍.ସି କରିଛନ୍ତି ଏବଂ ତାଙ୍କର ମାନସିକ ଅବସ୍ଥା ଠିକ୍ ନାହିଁ। ଫତିମା ଗିରଫ ହେବା ପରେ ସୁରକ୍ଷା ଏଜେନ୍ସିମାନେ ଦୀର୍ଘ ନିଶ୍ୱାସ ତ୍ୟାଗ କରିଛନ୍ତି।

ରବିବାର ସକାଳେ ଖବର ଆସିଲା ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବାବା ସିଦ୍ଦିକିଙ୍କ ଭଳି ହତ୍ୟା ଧମକ ଦିଆଯାଉଛି। ଯେଉଁଥିରେ ଲେଖାଥିଲା ଯେ, ଯଦି ଯୋଗୀ ଆଦିତ୍ୟନାଥ ୧୦ ଦିନରେ ଇସ୍ତଫା ନ ଦିଅନ୍ତି, ତେବେ ଆମେ ତାଙ୍କୁ ବାବା ସିଦ୍ଦିକିଙ୍କ ପରି ହତ୍ୟା କରିବୁ।

ମହାରାଷ୍ଟ୍ର ପୋଲିସ ଏହି ବାର୍ତ୍ତା ପାଇଥିଲା। ଏହା ପରେ ଉତ୍ତରପ୍ରଦେଶ ପୋଲିସକୁ ତୁରନ୍ତ ସତର୍କ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏହି ଧମକ ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ପୋଲିସ ଏହି ଘଟଣାରେ ତତ୍ପରତା ପ୍ରକାଶ କରି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ମହାରାଷ୍ଟ୍ର ଏଟିଏସ୍, ଥାନେ ପୋଲିସ ଏବଂ ମୁମ୍ବାଇର ୱର୍ଲି ପୋଲିସ ତଦନ୍ତ ଆରମ୍ଭ କରିଛି।

ଏଟିଏସ୍ ନିଜେ ମହିଳାଙ୍କ ଠିକଣା ଖୋଜିଥିଲା। ପ୍ରକାଶ ଯେ, ମହିଳା ଜଣକ ଥାନାର ଉଲାହସନଗରରେ ରୁହନ୍ତି। ଯେତେବେଳେ ଏଟିଏସ୍ ସେଠାରେ ପହଞ୍ଚିଲା ସେତେବେଳେ ଦେଖାଗଲା ଯେ ସେ ମାନସିକ ସ୍ତରରେ ସ୍ଥିର ନୁହଁନ୍ତି। ନିୟମ ଅନୁଯାୟୀ ତାଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନକୁ ଅଣାଯାଇ ପଚରାଉଚରା କରାଯାଇଥିଲା ଏବଂ ପରେ ୱର୍ଲି ପୋଲିସକୁ ସୂଚନା ଦିଆଯାଇଥିଲା।

ୱର୍ଲି ପୋଲିସ ଫତିମାଙ୍କୁ ମୁମ୍ବାଇ ଆଣିଥିଲା ​​କାରଣ ତାଙ୍କ ମାନସିକ ସ୍ୱାସ୍ଥ୍ୟ ଭଲ ନ ଥିବାରୁ ତାଙ୍କୁ ଗିରଫ କରାଯାଇ ନାହିଁ। ତାଙ୍କୁ ମାନସିକ ସ୍ତରରେ ପରୀକ୍ଷା କରାଯିବ। ତାଙ୍କୁ ଧରିବା ପରେ ପୋଲିସ ନୋଟିସ ଦେଇଥିଲା।

ଫତିମାଙ୍କ ପିତା ଜଣେ ବ୍ୟବସାୟୀ। ପୋଲିସର କହିବାନୁସାରେ, ଫତିମା ଶିକ୍ଷିତ, କିନ୍ତୁ ମାନସିକ ସ୍ତରରେ ଭଲ ନୁହେଁ। କାହିଁକି ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ରାଜ୍ୟ ଖବର

ମହାତ୍ମା ବୁଦ୍ଧ କିଏ?, ବୁଦ୍ଧଙ୍କ ଶିକ୍ଷା ଏବଂ ବିବାହିତ ଜୀବନ ବିଷୟରେ ଜାଣନ୍ତୁ

ଭୁବନେଶ୍ଵର: କୁହାଯାଏ ଯେ ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ ୫୬୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଲୁମ୍ବିନୀରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ଏହି ସ୍ଥାନ ନେପାଳରେ ଅଛି। ମାତ୍ର ୨୯ ବର୍ଷ ବୟସରେ ବୁଦ୍ଧ ନିଜ ଘର ଛାଡି ଦିବ୍ୟ ଜ୍ଞାନ ଅନ୍ୱେଷଣରେ ବାହାରିଥିଲେ। ବୁଦ୍ଧ ସମଗ୍ର ବିଶ୍ୱରେ ଲୋକଙ୍କ ମଧ୍ୟରେ ଅହିଂସା, ଶାନ୍ତି, ପ୍ରେମ, ଶୁଭେଚ୍ଛା ଏବଂ ବଳିଦାନର ବାର୍ତ୍ତା ଦେଇ ସମାଜରେ ବ୍ୟାପିଥିବା ମନ୍ଦତାକୁ ହଟାଇବାକୁ ଚେଷ୍ଟା କରିଥିଲେ।

ମହାତ୍ମା ଗୌତମ ବୁଦ୍ଧ କିଏ?:

ମହାତ୍ମା ବୁଦ୍ଧ ରାଜା ଶୁଦ୍ଧଧନଙ୍କ ପୁତ୍ର ଥିଲେ, ଯିଏ ଶାକ୍ୟ ଗଣରାଜ୍ୟର ରାଜା ଥିଲେ। ବୁଦ୍ଧଙ୍କ ମାତାଙ୍କ ନାମ ମାୟାଦେବୀ ଥିଲା। ଜନ୍ମ ସମୟରେ ପିତାମାତା ବୁଦ୍ଧଙ୍କୁ ରାକୁମାର ସିଦ୍ଧାର୍ଥ ନାମରେ ନାମିତ କରିଥିଲେ। ବୁଦ୍ଧ ପିଲାଦିନରୁ ଶାନ୍ତ ଏବଂ ଗମ୍ଭୀର ପ୍ରକୃତିର ଥିଲେ। ସେ ଅଧିକାଂଶ ସମୟ ଏକାକୀ ବସି ବସି ଚିନ୍ତା କରୁଥିଲେ। ରାଜକୁମାର ହୋଇଥିଲେ ମଧ୍ୟ ସାଂସାରିକ ଭୋଗ ପ୍ରତି ତାଙ୍କର ଆଗ୍ରହ ନଥିଲା। ବୁଦ୍ଧ ବଢିବାକୁ ଲାଗିଲେ, ତାଙ୍କର ସାଂସାରିକ ଆଗ୍ରହ ମଧ୍ୟ ଶେଷ ହେବାକୁ ଲାଗିଲା।

ଗୌତମ ବୁଦ୍ଧଙ୍କ ଶିକ୍ଷା:

ଗୌତମ ବୁଦ୍ଧଙ୍କ ପ୍ରାରମ୍ଭିକ ଶିକ୍ଷା ନିଜେ ପ୍ରାସାଦରେ ହୋଇଥିଲା। କିନ୍ତୁ ଯେତେବେଳେ ସେ ଟିକିଏ ବଡ ହେଲେ ତାଙ୍କ ପିତା ତାଙ୍କୁ ଶିକ୍ଷା ପାଇଁ ଗୁରୁ ବିଶ୍ୱାମିତ୍ରଙ୍କ ନିକଟକୁ ପଠାଇଲେ। ବୁଦ୍ଧ ଗୁରୁ ବିଶ୍ୱାମିତ୍ରଙ୍କଠାରୁ ବେଦ ଏବଂ ଉପନିଷଦ ଶିଖିଲେ। ଧୀରେ ଧୀରେ ସେ ଜଣେ ଆଦର୍ଶ ଶିଷ୍ୟ ହେଲେ।

ଗୌତମ ବୁଦ୍ଧଙ୍କ ବିବାହ:

କିଛି ସମୟ ପରେ ବୁଦ୍ଧ କୋଲିୟ ରାଜବଂଶର ରାଜା ସୁପବୁଦ୍ଧଙ୍କ ଝିଅ ଯଶୋଧରାଙ୍କୁ ବିବାହ କରିଥିଲେ। ବୁଦ୍ଧ ଏବଂ ଯଶୋଧରାଙ୍କର ମଧ୍ୟ ଏକ ପୁତ୍ର ଥିଲେ, ଯାହାର ନାମ ରାହୁଲ ଥିଲା। କିନ୍ତୁ ବିବାହ ପରେ ମଧ୍ୟ ବୁଦ୍ଧଙ୍କ ବୈରାଗ୍ୟ ଭାବନା ବଢିବାକୁ ଲାଗିଲା ଏବଂ ସାଂସାରିକ ଭୋଗ ପ୍ରତି ତାଙ୍କର ଆଗ୍ରହ କମିଯାଉଥିଲା। ଏହିପରି, ଦିନେ ବୁଦ୍ଧ ନିଜ ପତ୍ନୀ ଏବଂ ପୁଅକୁ ଛାଡି ଚୁପଚାପ୍ ଜଙ୍ଗଲ ଆଡକୁ ଗଲେ।

ବୁଦ୍ଧ ତାଙ୍କ ଆତ୍ମା ​​ସହିତ ଯୋଡି ହେବାକୁ ଚାହୁଁଥିଲେ। ସେ ଦିବ୍ୟ ଜ୍ଞାନର ସନ୍ଧାନରେ ଥିଲେ। ସେଥିପାଇଁ ତାଙ୍କର ଘର, ପରିବାର, ସମ୍ପତ୍ତି କିମ୍ବା ଅନ୍ୟ କୌଣସି ସମ୍ପର୍କ ନଥିଲା। କାରଣ ସେ ଏହି ଜିନିଷଗୁଡ଼ିକରେ ଆଧ୍ୟାତ୍ମିକ ଆନନ୍ଦ ପାଉନଥିଲେ। ତାଙ୍କ ମନରେ ଚାଲିଥିବା ଅନେକ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବୁଦ୍ଧ ବୋଧି ଗଛ ତଳେ ବସି ତପସ୍ୟା କରିବା ଆରମ୍ଭ କଲେ ଏବଂ ୬ ବର୍ଷ ପରେ ସେ ସମ୍ପୂର୍ଣ୍ଣ ଏବଂ ଦିବ୍ୟ ଜ୍ଞାନ ହାସଲ କଲେ। ଏହିପରି ଭାବରେ ସେ ରାଜକୁମାର ସିଦ୍ଧାର୍ଥ ଗୌତମଠାରୁ ମହାତ୍ମା ଗୌତମ ବୁଦ୍ଧ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ନଭେମ୍ବର ୪ ତାରିଖ ସୋମବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ । ଖୁସି ହେବେ। ବିପଦ କରନ୍ତୁ ନାହିଁ । ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ । ବୃତ୍ତି ପକ୍ଷରୁ ଅନେକ ଲାଭ ଅଛି । ନୂତନ ଯୋଜନା ଆରମ୍ଭ ହେବ।

ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସୁଖର ପରିବେଶ ରହିବ। ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ।

ମିଥୁନ- ଶୋକ ଖବର ମିଳିପାରେ। କାର୍ଯ୍ୟରେ ମନ ଦେବେ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଅଧିକ ହେବ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ହେବ ନାହିଁ । ବ୍ୟବସାୟିକ ଚିନ୍ତା ହେବ। ପିଲାମାନଙ୍କର ଆଚରଣ ଅସୁବିଧା ସୃଷ୍ଟି କରିବ।

କର୍କଟ  ବୟସ୍କ ଲୋକମାନେ ସାହାଯ୍ୟ କରିବେ । ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ। ଆଜିର ଦିନଟି ଭଲ ରହିବ। ରୋଜଗାର ବୃଦ୍ଧି ପାଇବ । ସତର୍କତାର ସହିତ କାର୍ଯ୍ୟ କରନ୍ତୁ। ପିଲାମାନଙ୍କର ଆଚରଣ ସାମାଜିକ ସ୍ଥିତି ହରାଇପାରେ । ଆଜି ବ୍ୟବସାୟରେ ନୂତନ ଚୁକ୍ତି କରନ୍ତୁ ନାହିଁ । ଆର୍ଥିକ ଦୃଷ୍ଟିରୁ ଚାପଗ୍ରସ୍ତ ହେବ ।

ସିଂହ- ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ବୈଦ୍ଧିକ କାର୍ଯ୍ୟ ସଫଳ ହେବ । ଖୁସି ହେବେ। ରୋଜଗାର ଭଲ କରିବ। ରୋଜଗାରରେ ଅଭିବୃଦ୍ଧି ଏବଂ ଲାଭ ହେବାର ସମ୍ଭାବନା ଅଛି। ଆପଣ ଲାଭଜନକ ଖବର ପାଇବେ। ସାମାଜିକ ଏବଂ ରାଜ୍ୟ ଖ୍ୟାତି ବୃଦ୍ଧି ପାଇବ। ବ୍ୟବସାୟ ଭଲ କରିବ।

କନ୍ୟା- ସମ୍ପତ୍ତି କାରବାର ବଡ଼ ଲାଭ ଦେଇପାରେ। ପ୍ରଗତିର ରାସ୍ତା ପକ୍କା ହେବ। ସୁଖ ରହିବେ। ବ୍ୟବସାୟ ଅସୁବିଧାର ସମ୍ମୁଖୀନ ହୋଇପାରେ। କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ପଢିବାକୁ ଆଗ୍ରହ ବୃଦ୍ଧି ପାଇବ।

ତୂଳା- ଘର ବାହାରେ ସୁଖ ମିଳିବ। ବିବାହ ଶିଘ୍ର ହେବ। ବ୍ୟବସାୟ ଭଲ କରିବ । ଉପକୃତ ହେବେ । ବ୍ୟବସାୟ ଭଲ କରିବ। କାର୍ଯ୍ୟରେ ବିଳମ୍ବ ଚିନ୍ତା ସୃଷ୍ଟି କରିବ । ମାନସିକ ବିଭ୍ରାଟ ହେବ। ପାରିବାରିକ ଜୀବନ ସନ୍ତୋଷଜନକ ହେବ।

ବିଛା- ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ । ଶୀଘ୍ର କ୍ଷତି ଘଟାଇବ । ଅନ୍ୟମାନଙ୍କ ଉପରେ ବିଶ୍ୱାସ ଆଘାତ କରିବ । କାର୍ଯ୍ୟ ବାଧାପ୍ରାପ୍ତ ହେବ । ପତ୍ନୀଙ୍କଠାରୁ ନିଶ୍ଚିତତା ପାଇବେ। ଆପଣଙ୍କର ନିଜ ନିଷ୍ପତ୍ତି ଲାଭଦାୟକ ହେବ । ମାନସିକ ସନ୍ତୁଷ୍ଟି, ସୁଖ ରହିବ। ନୂତନ ଚିନ୍ତାଧାରା, ଯୋଜନା ଉପରେ ଆଲୋଚନା ହେବ। ଅନ୍ୟମାନଙ୍କୁ ନକଲ କରନ୍ତୁ ନାହିଁ।

ଧନୁ – ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ବଢିବ। ଯାତ୍ରା ଚିତ୍ତାକର୍ଷକ ହେବ । ବିନିଯୋଗ ଶୁଭ ହେବ । ବାହ୍ୟ ସାହାଯ୍ୟରେ କାର୍ଯ୍ୟ କରାଯିବ । ଭଗବାନଙ୍କ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କାର୍ଯ୍ୟର ସୁସଙ୍ଗତତା ରହିବ। ଆପଣ ବୃତ୍ତିଗତ ଉନ୍ନତିର ଲାଭ ପାଇବେ । ପାରସ୍ପରିକ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତୁ । ପୁଞ୍ଜି ସଂଗ୍ରହ ବିଷୟରେ ଆଲୋଚନା ହେବ ।

ମକର – ଅଟକି ରହିଥିବା ଟଙ୍କା ମିଳିପାରିବ। ବିନିଯୋଗ ଶୁଭ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ। ଖୁସି ହେବ। ନିଜର ପ୍ରୟାସ ସଫଳ ହେବ। ସମାଜ ସମ୍ମାନ ଦେବ। ଠିକ୍ ସମୟରେ କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ବଢିବ । ବ୍ୟବସାୟ ଲାଭଜନକ ହେବ, ନୂତନ ଯୋଜନା ପ୍ରସ୍ତୁତ ହେବ।

କୁମ୍ଭ- ନିଜ ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ସକ୍ରିୟ ହେବେ। ବ୍ୟବସାୟିକ କ୍ଷେତ୍ର ବିକାଶ ଏବଂ ବିସ୍ତାର ହେବ। ଉପହାର ମିଳିପାରେ। ପିଲାମାନଙ୍କର ଚିନ୍ତା ଦୂର ହେବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ। ଟେନସନ ରହିବେ। ଅନ୍ୟମାନଙ୍କ ଝଗଡାରେ ପଶନ୍ତୁ ନାହିଁ।

ମୀନ- ଅପ୍ରତ୍ୟାଶିତ ଲାଭ ହେବ। ଭ୍ରମଣ କରିବେ। ବାଣିଜ୍ୟିକ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଏକ ମନୋରମ ଯାତ୍ରାରେ ଯାଇପାରନ୍ତି। ପଢିବାକୁ ଆଗ୍ରହ ବୃଦ୍ଧି ପାଇବ । ଅନ୍ୟମାନଙ୍କ ସହିତ ଜଡିତ ହୁଅନ୍ତୁ ନାହିଁ । ଆର୍ଥିକ ଅବସ୍ଥା ଭଲ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବୟସ୍କ ଲୋକମାନେ ସାହାଯ୍ୟ କରିବେ ।

Categories
ଆଞ୍ଚଳିକ

ବାଣପୁର: ସାନହନ୍ତୁଆଡ଼ ଗ୍ରାମ ଗିରିଗୋବର୍ଦ୍ଧନ ପୂଜାରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସାନହନ୍ତୁଆଡ଼ ଗ୍ରାମରେ ବହୁ ଆଡମ୍ବର ସହକାରେ ଗିରିଗୋବର୍ଦ୍ଧନ ପୂଜା ରୀତିନିତି ଅନୁସାରେ ପାଳିତ ହୋଇଯାଇଛି। ବହୁ ପୁରାତନ କାଳରୁ ଉକ୍ତ ଗ୍ରାମରେ ପାଳିତ ହୋଇଆସୁଥିବା ଏହି ପୂଜାରେ ହଜାର ହଜାର ଭକ୍ତଙ୍କର ସୁଅ ଛୁଟିଥିଲା। ସାନହନ୍ତୁଆଡ଼ ଗ୍ରାମର ପ୍ରତି ଘରେ ଘରେ ପୂର୍ଣ୍ଣକୁମ୍ଭ ,ଦୀପ ପ୍ରଜ୍ଜ୍ବଳନ ଓ ଘର ସମ୍ମୁଖକୁ ମୁରୁଜ ଝୋଟି ଚିତା ଓ ଫୁଲରେ ସୁସଜ୍ଜିତ କରାଯାଇଥିଲା। ରବିବାର ଶେଷଦିନ ଅବସରରେ ପୂଜା ମହୋତ୍ସବରେ ବାଣପୁର ଅଞ୍ଚଳର ପେଣ୍ଡୁରା ପଲ୍ଲୀ, ଭଗବତୀପୁର ନୂଆଗାଁ, ଦେଓଗାଁ, କୋଳଥଡିହ , ମାଟିଆ ପୋଖରୀ ଓ ସାନ ହନ୍ତୁଆଡ଼ ଗ୍ରାମର ରେ ୭ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ସଂକୀର୍ତ୍ତନ ମଣ୍ଡଳି ହରି ନାମ ଶ୍ରୀ କୃଷ୍ଣ ଭଗବାନଙ୍କର ଭଜନ ଜଣାଣ ପରିବେଷଣ କରିଥିଲେ।

ଗ୍ରାମର ତିନି ଠାକୁର ଯଥାକ୍ରମେ ଶ୍ରୀ ରଘୁନାଥ ଦେବ, ଶ୍ରୀ କୁଞ୍ଜ ବିହାରୀ ଦେବ ଓ ଶ୍ରୀ ମଦନ ମୋହନ ଦେବଙ୍କ ବିମାନକୁ ଫୁଲରେ ସୁସଜ୍ଜିତ କରାଯାଇ ନଗର ପରିକ୍ରମା କରାଯାଇଥିଲା।ଏହି ସମୟରେ ଏକ ଆଧ୍ୟତ୍ମିକ ପରିବେଶ ଦେଖିବାକୁ ମିଳିଥିଲା।

ଏହି ଅବସରରେ ପାଖାପାଖି ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ସଂନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସାନହନ୍ତୁଆଡ଼ ଗ୍ରାମର ଦୁଇ ସଭାପତି ମୁକୁନ୍ଦ ପ୍ରସାଦ ମହାନ୍ତି, ସୁଧୀର କୁମାର ପ୍ରଧାନ, ସାରଥୀ ସାମନ୍ତରାୟ , ନିରଞ୍ଜନ ପ୍ରଧାନ ଗ୍ରାମର ସମସ୍ତ ଅଧିକାରୀ ଏବଂ କମିଟି ସଦସ୍ୟ ବୃନ୍ଦ, ଗ୍ରାମର ଉଦୟମାନ ଯୁବକ ସୁଜୁତ ଛାଟୋଇ, ଅମିତାଭ ପଟ୍ଟନାୟକ , ସୁରେନ୍ଦ୍ର ସାମନ୍ତରାୟ , ନିଲେଶ ବରାଳ, ଉତ୍ତମ ସୁନ୍ଦରା, ଶିବଶକ୍ତି ଶାସମଲ ପ୍ରମୁଖ ସମସ୍ତ କାର୍ଯ୍ୟ ସୁଚାରରୂପେ ତୁଲାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମନ୍ବିତ ଯୋଜନାରେ ଧଉଳି ସମେତ ସବୁ ଐତିହ୍ୟ ସ୍ଥଳର ବିକାଶ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ ସାଧାରଣ ପାହାଡ ନୁହେଁ, ଧଉଳି ପାହାଡ ଓଡିଶା ଇତିହାସର ଏକ ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି। କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ ଏହି ଧଉଳି। ଓଡିଆ ବୀର ସନ୍ତାନଙ୍କ ଲୁହ ଆଉ ରକ୍ତରେ ଏକାକାର ହୋଇଥିବା ତ୍ୟାଗର ତୀର୍ଥସ୍ଥଳୀ ଏହି ଧଉଳି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧଉଳି ଶାନ୍ତି ସ୍ତୁପର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ କହିଛନ୍ତି।

ଏହି ଅବସରରେ ଧଉଳି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖ୍ରୀଷ୍ଟପୂର୍ବ ୨୬୧ରେ ଲୋମହର୍ଷଣକାରୀ କଳିଙ୍ଗ ଯୁଦ୍ଧ ପରେ ଏହିଠାରୁ ଶାନ୍ତିକୁ ଜୀବନର ବ୍ରତ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ସମ୍ରାଟ ଅଶୋକ। ଆଜିକୁ ୫୨ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ଶାନ୍ତିର ସ୍ତୁପ। ସେବେଠାରୁ ଆଜି ପର୍ଯ୍ୟନ୍ତ ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସାଜିଛି ଏହି ଧଉଳି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ବୌଦ୍ଧ ଧର୍ମ ସମ୍ପର୍କରେ ଯେବେ ଆଲୋଚନା କରାଯାଏ ସେତେବେଳେ ଓଡିଶାର ନା ସବୁଠାରୁ ଆଗରେ ଆସିଥାଏ। ଓଡିଶାରେ ବୌଦ୍ଧ ଧର୍ମର ଯେତେ ପ୍ରଚାର ପ୍ରସାର ହୋଇଥିଲା ଏବଂ ଯେତେ ବୌଦ୍ଧ ବିହାର ଓଡିଶାରେ ଦେଖିବାକୁ ମିଳେ ତାହା ଭାରତବର୍ଷର ଅନ୍ୟ କୌଣସି ପ୍ରଦେଶରେ ଦେଖିବାକୁ ମିଳେ ନାହିଁ। ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀଠାରୁ ଓଡିଶାରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା। ଧଉଳି ପାଦ ଦେଶରେ ଦୟାନଦୀ କୂଳରେ ଭାରତ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ ଆସିଥିଲା। ମଗଧର ସମ୍ରାଟ ଅଶୋକଙ୍କୁ କଳିଙ୍ଗ ଯୁଦ୍ଧର ବିଭୀଷିକା ଧର୍ମାଶୋକରେ ପରିଣତ କରିଥିଲା। ସମ୍ରାଟ ଅଶୋକ ଦେଶ ବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ନିଜ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଙ୍ଘମିତ୍ରାଙ୍କୁ ସିଂହଳ ଦେଶକୁ ଏହି ଓଡିଶାରୁ ପଠାଇଥିବା ବିଶ୍ବାସ କରାଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅତୀତର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେତେବେଳେ ନୌବାଣିଜ୍ୟ ପରମ୍ପରାରେ ଓଡିଶା ସାଧବ ପୁଅ ମାନେ ସିଦ୍ଧହସ୍ତ ଥିଲେ। ବୋଇତରେ ସେମାନେ ସାତ ସମୁଦ୍ର ପାର ହୋଇ ବାଣିଜ୍ୟ କାରବାର କରିବାକୁ ଯାଉଥିଲେ। ଭାରତର ଅନ୍ୟ କୌଣସି ରାଜ୍ୟର ଲୋକମାନେ ସେତେବେଳେ ବୋଇତରେ ସମୁଦ୍ରଯାତ୍ରା ବିଷୟରେ ଜାଣି ନଥିଲେ। ତେଣୁ ବୌଦ୍ଧ ଧର୍ମର ପ୍ରଚାର ପାଇଁ ଯାଉଥିବା ବୌଦ୍ଧ ସନ୍ୟାସୀ ମାନେ ଓଡିଶାରୁ ବିଦେଶକୁ ଯାଉଥିଲେ। ସେଥିପାଇଁ ଓଡିଶାରେ ବୌଦ୍ଧ ଧର୍ମର ବହୁଳ ପ୍ରସାର ଘଟିଥିଲା। ଯାହାର ଐତିହାସିକ ମୁକସାକ୍ଷୀ ଭାବେ ରତ୍ନଗିରି, ଲଳିତଗିରି, ଉଦୟଗିରି ଓ ଖଣ୍ଡଗିରି ଆଦିରେ ବୌଦ୍ଧ ବିହାର, ଗୁମ୍ଫା ଓ ଭଗ୍ନାବଶେଷ ଆଜି ମଧ୍ୟ ଦେଖିବାକୁ ମିଳୁଛି।

ସେ ପୁଣି କହିଥିଲେ ଧଉଳି ଗିରିରେ ଆଜି ଯେଉଁ ଶାନ୍ତିସ୍ତୁପ ନିର୍ମାଣ କରାଯାଇଛି ତାହା ସାରା ପୃଥିବୀକୁ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଛି। ଲୋକମାନଙ୍କ ମଧ୍ୟରେ ଶାନ୍ତିର ବାର୍ତ୍ତା ପ୍ରସାର ପାଇଁ ସମ୍ରାଟ ଅଶୋକ ଏଠାରେ ଅନେକ ଗୁଡିଏ ସ୍ତୁପ ଏବଂ ଶିଳାସ୍ତମ୍ବ ନିର୍ମାଣ କରିଥିଲେ। ଆଜିର ଏହି ଆଧୁନିକ ଶାନ୍ତିସ୍ତୁପ ଜାପାନ ବୁଦ୍ଧ ସଂଘ ଏବଂ କଳିଙ୍ଗ ନିପନ ବୁଦ୍ଧ ସଂଘ ଦ୍ବାରା ୭୦ଦଶକରେ ନିର୍ମାଣ କରାଯାଇଥିଲା। ଦେଶ ବିଦେଶରୁ ଏଠାକୁ ଯେଉଁ ପର୍ଯ୍ୟଟକମାନେ ଆସନ୍ତି ସେମାନେ ନିଶ୍ଚୟ ଧଉଳିର ଏହି ଶାନ୍ତି ସ୍ତୁପରୁ ଅହିଂସା, ଶାନ୍ତି ଓ ଦିବ୍ୟତ୍ବର ଅନୁଭବ ନେଇ ଫେରନ୍ତି। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ପ୍ରସିଦ୍ଧି ଅର୍ଜନ କରିଛି। ଧଉଳି ସ୍ତୁପ ଏହି ଶାନ୍ତିପ୍ରିୟ ମନୋଭାବର ପ୍ରତୀକ। ଧଉଳି ହୁଏତ ବୌଦ୍ଧ ଧର୍ମର ଏକ କୀର୍ତ୍ତିରାଜି ହୋଇପାରେ କିନ୍ତୁ ଏହା ଓଡିଆ ଭାଷା, ସଂସ୍କୃତି ଓ ପରମ୍ପରା ସହିତ ଏପରି ଭାବେ ସମ୍ମିଳିତ ହୋଇଯାଇଛି ଯେ ରାଜ୍ୟବାସୀ ଏହାକୁ ନିଜ ସଂସ୍କୃତିର ଏକ ଅଙ୍ଗଭାବେ ମାନି ନେଇଛନ୍ତି। ଧଉଳି ଶାନ୍ତି ସ୍ତୁପର ଆହୁରି ବିକାଶ କରାଯିବ ଏବଂ ଆଖପାଖ ଅଞ୍ଚଳର ବ୍ୟାପକ ଉନ୍ନତିକରଣ କରାଯିବ। ଧଉଳି ସମେତ ଆମର ସବୁ ଐତିହ୍ୟ ସ୍ଥଳୀ ଗୁଡିକର ବିକାଶ ପାଇଁ ସମନ୍ବିତ ଯୋଜନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ସନାତନ ଧର୍ମ ଭଳି ବୌଦ୍ଧ ଧର୍ମର ଆଧାର ହେଉଛି ଅହିଂସା ପରୋମ ଧର୍ମ। ଯେତେବଡ ସମସ୍ୟା ଆସିଲେ ମଧ୍ୟ ତା’ର ସମାଧାନ ହିଂସା ନୁହେଁ ବରଂ ତାର ସମାଧାନ ଆପୋଷ କଥାବାର୍ତ୍ତା ମାଧ୍ୟମରେ ମଧ୍ୟ ହୋଇପାରିବ। ଏହାକୁ ଆଧାର କରି ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ୠଷିଆ-ୟୁକ୍ରେନ ତଥା ଇସ୍ରାଏଲ- ଆରବ ଯୁଦ୍ଧର ଶାନ୍ତି ପୂର୍ଣ୍ଣ ସମାଧାନ ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି। କଥାବାର୍ତ୍ତା ମାଧ୍ୟମରେ ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦର ମଧ୍ୟ ସମାଧାନ ହୋଇପାରିଛି। ଆଜି ମୋଦୀଜୀଙ୍କ ନେତୃତ୍ବରେ ଭାରତ ବିଶ୍ବ ବନ୍ଧୁଭାବେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ବିଶିଷ୍ଟ ବୌଦ୍ଧ ସନ୍ୟାସୀ ଶ୍ରୀ ଟି ଓକଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଧଉଳି ଶାନ୍ତି ସ୍ତୁପର ଏକ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ ଧଉଳି ଏକ ଐତିହ୍ୟ ସମ୍ପନ୍ନ ମାଟି। ଭଗବାନ ବୁଦ୍ଧଙ୍କ ବାଣୀକୁ ପ୍ରଚାର କରିବା ସହିତ ଓଡିଆ ଜାତିର ବୀରତ୍ବର ପ୍ରତୀକ ହେଉଛି ଏହି ଧଉଳି ମାଟି। ସମ୍ରାଟ ଅଶୋକଙ୍କ ଦ୍ବାରା ବୁଦ୍ଧଙ୍କର ଅହିଂସା ଓ ସତ୍ୟର ବାର୍ତ୍ତା ଏହି ଧଉଳି ମାଟିରୁ ପରିବ୍ୟାପ୍ତ ହୋଇଛି। ବୌଦ୍ଧଧର୍ମର ପ୍ରଚାର ପ୍ରସାରରେ ଓଡିଶାର ଯୋଗଦାନ ବିଷୟରେ ଇତିହାସରେ ଲିପିବଦ୍ଧ ହୋଇରହିଛି ବୋଲି ସେ କହିଥିଲେ।

ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂହ କହିଥିଲେ ଯେ କେବଳ ଓଡିଶାକୁ ନୁହେଁ ଭାରତବର୍ଷ ତଥା ସାରା ପୃଥିବୀକୁ ଶାନ୍ତିର ବାର୍ତ୍ତା ଦେଉଛି ଏହି ଧଉଳି। ଏ ମାଟି କେବଳ ଯୁଦ୍ଧ ଶିଖାଇ ନାହିଁ ଶାନ୍ତିର ବାର୍ତ୍ତା ମଧ୍ୟ ଦେଇଛି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ କଳିଙ୍ଗ ନିପନ ବୁଦ୍ଧ ସଂଘର କୋର୍ଡିନେଟର ଶ୍ରୀ ରବି ମହାରଣା ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଉପସଭାପତି ଶ୍ରୀ ହରି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।