Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଅଧିକ ଶୋଇଥା’ନ୍ତି ଏହି ଦେଶର ଲୋକ, ଜାଣନ୍ତୁ ବିଶ୍ଵରେ ଭାରତର ସ୍ଥାନ

ଜୀବନଶୈଳୀ: ବିଶ୍ୱାସ କରାଯାଏ ଯେ, ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଶୋଇବା ଏକ ଭଲ ସାଥୀ। ଯଦି ଆପଣ ଏକ ସନ୍ତୁଳିତ ଖାଦ୍ୟ ସହିତ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁଛନ୍ତି, ଆପଣଙ୍କଠାରୁ ଅଧା ରୋଗ ଦୂରେଇ ଯିବ, କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଯୁଗରେ ଲୋକମାନେ ଶୋଇବାକୁ କମ୍ ଗୁରୁତ୍ୱ ଦିଅନ୍ତି। ଏହି ସମୟ ମଧ୍ୟରେ, ଲୋକମାନେ ସୋସିଆଲ ମିଡିଆ ଏବଂ ମୋବାଇଲରେ ସମୟ ବିତାଇବାକୁ ପସନ୍ଦ କରନ୍ତି, କିନ୍ତୁ ଆପଣ ଜାଣନ୍ତି କେଉଁ ଦେଶର ଲୋକମାନେ ଅଧିକ ଶୋଇଥାନ୍ତି? ଏଥି ସହିତ, ଏହି ତାଲିକାରେ ଭାରତ କେଉଁଠାରେ ଛିଡା ହୋଇଛି?

ଅଧିକ ଶୋଉଥିବା ଲୋକଙ୍କ ମଧ୍ୟରେ ନେଦରଲ୍ୟାଣ୍ଡ ଶୀର୍ଷରେ….

ସର୍ବେକ୍ଷଣ ଅନୁଯାୟୀ, ଅଧିକ ଶୋଇଥିବା ଲୋକଙ୍କ ମଧ୍ୟରେ ନେଦରଲ୍ୟାଣ୍ଡ ଶୀର୍ଷରେ ରହିଛି। ନେଦରଲ୍ୟାଣ୍ଡର ଲୋକମାନେ ହାରାହାରି ୮.୧ ଘଣ୍ଟା ଶୋଇଥାନ୍ତି। ଏହା ପରେ ଫିନଲ୍ୟାଣ୍ଡ ଦୁନିଆର ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ ଲୋକମାନେ ପ୍ରତିଦିନ ୮ ଘଣ୍ଟା ଶୋଇଥା’ନ୍ତି। ନେଦରଲ୍ୟାଣ୍ଡ ଏବଂ ଫିନଲ୍ୟାଣ୍ଡ ପରେ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମିଳିତ ଭାବେ ତୃତୀୟ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସର ଲୋକମାନେ ପ୍ରତିଦିନ ୭.୯ ଘଣ୍ଟା ଶୋଇଥାନ୍ତି।

ଏହା ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଏବଂ ବ୍ରିଟେନ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ ଏବଂ ବ୍ରିଟେନର ଲୋକମାନେ ହାରାହାରି ୭.୭ ଘଣ୍ଟା ଶୋଇଥାନ୍ତି। ଏହାପରେ କାନାଡା ଏବଂ ଡେନମାର୍କ ପଞ୍ଚମ ସ୍ଥାନରେ ଅଛନ୍ତି। ଏହି ଦୁଇ ଦେଶର ଲୋକମାନେ ହାରାହାରି ୭.୭ ଘଣ୍ଟା ଶୋଇଥାନ୍ତି। ଏଥି ସହିତ ଆମେରିକା ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ଯୁକ୍ତରାଷ୍ଟ୍ରର ଲୋକମାନେ ପ୍ରତିଦିନ ହାରାହାରି ୭.୬ ଘଣ୍ଟା ଶୋଇଥା’ନ୍ତି।

ସପ୍ତମ ସ୍ଥାନରେ ଇଟାଲୀ ଏବଂ ବେଲଜିୟମ:

ସପ୍ତମ ସ୍ଥାନରେ ଇଟାଲୀ ଏବଂ ବେଲଜିୟମ ଅଛନ୍ତି। ଇଟାଲୀ ଏବଂ ବେଲଜିୟମର ଲୋକମାନେ ପ୍ରତିଦିନ ହାରାହାରି ୭.୫ ଘଣ୍ଟା ଶୋଇଥାନ୍ତି। ସେହିଭଳି ସ୍ପେନ୍, ଜାପାନ ଏବଂ ଦକ୍ଷିଣ କୋରିଆର ଲୋକମାନେ ପ୍ରତିଦିନ ୭.୪ ଘଣ୍ଟା ଶୋଇଥାନ୍ତି। ବ୍ରାଜିଲୀୟମାନେ ପ୍ରତିଦିନ ହାରାହାରି ୭.୩ ଘଣ୍ଟା ଶୋଇଥା’ନ୍ତି। ଏହା ପରେ ମେକ୍ସିକୋ ଏହି ତାଲିକାରେ ୧୦ ନମ୍ବରରେ ଅଛି। ମେକ୍ସିକୀୟମାନେ ପ୍ରତିଦିନ ହାରାହାରି ୭.୩ ଘଣ୍ଟା ଶୋଇଥା’ନ୍ତି।

ଏହି ପ୍ରସଙ୍ଗରେ ଭାରତ କେଉଁଠାରେ ଅଛି?:

ଏଥି ସହିତ ପର୍ଯ୍ୟାପ୍ତ ନିଦ ପାଇବାରେ ଭାରତ ଏବଂ ଚୀନ୍ ମିଳିତ ଭାବେ ବିଶ୍ୱରେ ଏକାଦଶ ସ୍ଥାନରେ ରହିଛନ୍ତି। ଭାରତ ଏବଂ ଚାଇନାର ଲୋକମାନେ ପ୍ରତିଦିନ ହାରାହାରି ୭.୧ ଘଣ୍ଟା ଶୋଇଥାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ସରଗିଫୁଲ ଶିଶୁ ଉତ୍ସବ ଓ ବିଜ୍ଞାନ ମେଳା ୨୦୨୪ ପାଳିତ 

ଭୁବନେଶ୍ଵର: ନୂଆପଡା ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସାଂସ୍କୃତିକ ରଙ୍ଗମଞ୍ଚରେ ଜିଲ୍ଲା ସ୍ତରୀୟ ସରଗିଫୁଲ ଶିଶୁ ଉତ୍ସବ ଓ ବିଜ୍ଞାନମେଳା ୨୦୨୪ ଉଦଯାପିତ ହୋଇଯାଇଛି। ଉତ୍ସବରେ ପାଞ୍ଚ ଗୋଟି ବ୍ଲକ ଅଞ୍ଚଳରୁ ହଜାର ହଜାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ପ୍ରତିଭାକୁ ପ୍ରଦର୍ଶନ କରିଛନ୍ତି ଏଲୋକେଶନ, ଡ୍ରଇଂ, କ୍ରିଏଟିଭ ରାଇଟିଂ, ରଚନା, ବକୃତା, ସଙ୍ଗୀତ, ନୃତ୍ୟ, ଅଭିନୟ ଆଦି ବିଭିନ୍ନ ଇଭେଣ୍ଟରେ ଛାତ୍ରଛାତ୍ରୀ ଭାଗନେଇ ନିଜଠାରେ ଲୁଚି ରହିଥିବା ଲୁକାୟିତ ପ୍ରତିଭାକୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସା ସାଉଁଟିଛନ୍ତି।

ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯିଗୀତାକୁ ଅଂଶ ଗ୍ରହଣ ନୂଆପଡାର ପ୍ରତିନିଧିତ୍ଵ କରିବେ। ଉତ୍ସବ ରେ ଜିଲ୍ଲାପାଳ ମଧୁସୂଦନ ଦାସ। ସେହିଭଳି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଛାତ୍ରଛାତ୍ରୀ ଙ୍କ ନୃତ୍ୟ ଗୀତ କୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ରୂପେ ବାସୁଦେବ ସୁନାନୀ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ଶିକ୍ଷା ନିରୀକ୍ଷକ କଳାହାଣ୍ଡି ଉଦୟ ସିଂ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପର୍ଥରେ କେ.ଏଲ୍ ରାହୁଲଙ୍କ କୀର୍ତ୍ତିମାନ, ନିଜ ନାମରେ କଲେ ଏହି ସ୍ଵତନ୍ତ୍ର ରେକର୍ଡ

ନୂଆଦିଲ୍ଲୀ: ପର୍ଥ ଟେଷ୍ଟରେ କେ.ଏଲ୍ ରାହୁଲ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ସେ ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ପର୍ଥରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ରାହୁଲ ୨୬ ରନ୍ ସଂଗ୍ରହ କରି ଆଉଟ୍ ହୋଇଛନ୍ତି। କିନ୍ତୁ ଏହା ପୂର୍ବରୁ ଏକ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି।

ରାହୁଲ ତାଙ୍କ ଟେଷ୍ଟ କ୍ୟାରିୟରରେ ୩ ହଜାର ରନ୍ ପୂରଣ କରିଛନ୍ତି। ଭାରତ ପାଇଁ ଏହା କରିବାରେ ସେ ୨୬ ତମ ଖେଳାଳି। ଏପର୍ଯ୍ୟନ୍ତ ୨୬ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ୩୦୦୦ କିମ୍ବା ଅଧିକ ଟେଷ୍ଟ ରନ୍ ସ୍କୋର କରିଛନ୍ତି। କେଏଲ ଏପର୍ଯ୍ୟନ୍ତ ଭାରତ ପାଇଁ ୯୨ ଇନିଂସରେ ୩୦୦୭ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୮ ଶତକ ଏବଂ ୧୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ରାହୁଲଙ୍କ ସର୍ବୋତ୍ତମ ଟେଷ୍ଟ ସ୍କୋର ହେଉଛି ୧୯୯ ରନ୍। ରାହୁଲ ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇଦେଇଛନ୍ତି।

ଟେଷ୍ଟରେ ସର୍ବାଧିକ ରନ୍ ସ୍କୋର କରିବାରେ ବର୍ତ୍ତମାନର ଭାରତୀୟ ଖେଳାଳି ତାଲିକାରେ କୋହଲି ଶୀର୍ଷରେ ଅଛନ୍ତି। ସେ ୨୦୨ ଇନିଂସରେ ୯୦୪୫ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ୨୯ ଶତକ ସ୍କୋର କରିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯାଉଛି। ଏଥିରେ ଭାରତ ବହୁତ ଖରାପ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବ ମତ୍ସ୍ୟ ଦିବସ-୨୦୨୪ ପାଳନ ଅବସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ଵର: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ “ବିଶ୍ଵ ମତ୍ସ୍ୟ ଦିବସ-୨୦୨୪” ପାଳନ ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମତ୍ସ୍ୟ ଅଧିକାରୀଣୀ ଶ୍ରୀମତୀ ଲିସା ବେହେରା ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଜଳ ସମ୍ପଦର ସୁରକ୍ଷା, ମତ୍ସ୍ୟ ଚାଷୀଙ୍କ ଆୟବୃଦ୍ଧି ଏବଂ ମତ୍ସ୍ୟ ଉତ୍ପାଦନ ସମ୍ପର୍କରେ ଉପସ୍ଥିତ ଚାଷୀ ଓ ଅନ୍ୟ ସଂପୃକ୍ତ ଅନୁଷ୍ଠାନ ମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାରେ ଛୋଟବଡ ଜଳାଶୟ ଥିବା ଯୋଗୁଁ ମାଛଚାଷ କରିବା ପାଇଁ ବହୁ ଉପଯୋଗୀ ରହିଛି। ମାଛ ଏକ ଅର୍ଥକାରୀ ତଥା ଲାଭଜନକ ଚାଷ ହୋଇଥିବା ଯୋଗୁଁ ସରକାର ଏଦିଗରେ ବିଭିନ୍ନ ସୁବିଧା ଓ ସହାୟତା ଦେଇ ଆସୁଛନ୍ତି। ଏଥିପାଇଁ ଗଜପତି ଜିଲ୍ଲାର ମାଛଚାଷୀ ମାନେ ଅଧିକରୁ ଅଧିକ ମାଛ ଚାଷ କରିବା ପାଇଁ ଆଗେଇ ଆସିବାକୁ ଆହ୍ବାନ କରିଥିଲେ। ନିଜେ ମାଛଚାଷ କରିବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ଆଦର୍ଶ ହୋଇ ମାଛ ଚାଷର ଅଭିବୃଦ୍ଧି ଦିଗରେ ବିଶେଷ ସହାୟକ ହେବାକୁ ପ୍ରୋତ୍ସାହିତ କରିଥିଲେ। ମାଛ ଚାଷୀ ସେମାନଙ୍କ ଚାଷ ସମ୍ପର୍କିତ ସମସ୍ୟା ଜାଣିବା ପାଇଁ ହେଲ୍ପ ନମ୍ବର ୧୫୫୧ କୁ ଯୋଗାଯୋଗ କରି ଆବଶ୍ୟକ ଏବଂ ଅଧିକ ତଥ୍ୟ ଜାଣିବା ସହାୟତା ନେଇପାରିବେ।

ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କଲେ ଚାଷୀ ଅଧିକ ଲାଭବାନ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡ଼ାଃ ତୁଷାର ରଞ୍ଜନ ସାହୁ-ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି, ରାମ ପ୍ରାସାଦ ପାତ୍ର-ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସୁରେଶ କୁମାର ପଟ୍ଟନାୟକ -ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଜଳ ବିଭାଜିକା, ସୁଶାନ୍ତ ରଞ୍ଜନ ଦାସ ଉପ ନିର୍ଦ୍ଦେଶକ- ଜିଲ୍ଲା ଉଦ୍ୟାନ ବିଭାଗ, ମହେଶ୍ବର ମଣ୍ଡଳ-ଲିଡ ବ୍ୟାଙ୍କ ପରିଚାଳକ ଗଜପତି ଓ ଏସୋସିଏଟ ପ୍ରଫେସର ତଥା ଡିନ ଡ଼ଃ ସମ୍ବିତ ସ୍ୱାଇଁ-ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି ଅବସରରେ ଜିଲ୍ଲାର ତିନି ଜଣ ସଫଳ ମାଛ ଚାଷୀ ଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପୁରସ୍କାର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ପତି , ସହକାରୀ ମତ୍ସ୍ୟ ଅଧିକାରୀ ରାୟଗଡ଼ ବୈଠକ ପରିଚାଳନା କରିଥିବା ବେଳେ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆମେରିକାର ଅଭିଯୋଗ ପରେ ଆଡାନି ଗ୍ରୁପ୍ ସହିତ ଡିଲ୍ ବାତିଲ କଲା କେନିଆ

ନୂଆଦିଲ୍ଲୀ: ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିଶନ ଅଦାନୀଙ୍କୁ ଲାଞ୍ଚ ପ୍ରଦାନ କରିଥିବା ଅଭିଯୋଗ କରିଛନ୍ତି, ଏହି ଖବର ଦ୍ୱିତୀୟ ଦିନ ପାଇଁ ସମ୍ବାଦରେ ଅଛି। ବର୍ତ୍ତମାନ ଅଦାନୀ ଗ୍ରୁପ୍ ପାଇଁ ଆଉ ଏକ ଖବର ଆସିଛି, ଯାହା ଗ୍ରୁପ୍ ପାଇଁ ଖରାପ ଖବର ଅଟେ। କେନିଆ ସରକାର ଅଦାନୀ ଗ୍ରୁପ୍ ସହିତ ଦେଶର ମୁଖ୍ୟ ବିମାନ ବନ୍ଦରର ଚୁକ୍ତି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ୭୩୬ ନିୟୁତ ଡଲାର ମୂଲ୍ୟର ଏକ ପ୍ରସ୍ତାବିତ ଚୁକ୍ତି ମଧ୍ୟ ବାତିଲ କରାଯାଇଛି।

କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଆଜି କହିଛନ୍ତି ଯେ, ଆଦାନୀ ଗ୍ରୁପକୁ ଦେଶର ମୁଖ୍ୟ ବିମାନବନ୍ଦରର ନିୟନ୍ତ୍ରଣ ଦିଆଯାଉଥିବା କ୍ରୟ ପ୍ରକ୍ରିୟା ବାତିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାରେ କମ୍ପାନୀର ପ୍ରତିଷ୍ଠାତା ଗୌତମ ଅଦାନୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଯୋଗୁଁ ଏହା କରାଯାଇଛି। ଏହା ବ୍ୟତୀତ ୱିଲିୟମ୍ ରୁଟୋ ଆହୁରି ମଧ୍ୟ କହିଛନ୍ତି ଯେ, ଅଦାନୀ ଗ୍ରୁପ୍ ସହିତ ଆଉ ଏକ ଚୁକ୍ତି ବାତିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅଧୀନରେ ୭୩୬ ମିଲିୟନ ଡ଼ଲାର ମୂଲ୍ୟର ୩୦ ବର୍ଷର ସରକାରୀ-ବେସରକାରୀ ଭାଗିଦାରୀ ଚୁକ୍ତି ବାତିଲ କରାଯାଉଛି ଯାହା ଗତ ମାସରେ ଅଦାନୀ ଗ୍ରୁପର ଏକ ୟୁନିଟ୍ ସହିତ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ଅଦାନୀ ଗ୍ରୁପ୍ କମ୍ପାନୀ କେନିଆରେ ବିଦ୍ୟୁତ୍ ଟ୍ରାନ୍ସମିସନ ଲାଇନ ନିର୍ମାଣ କାର୍ଯ୍ୟ କରିବାକୁ ଥିଲା।

ୱିଲିୟମ୍ ରୁଟୋ କହିଛନ୍ତି ଯେ, “ପରିବହନ ମନ୍ତ୍ରଣାଳୟ ଓ ଶକ୍ତି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହିତ ଆଦାନୀ ଗ୍ରୁପ୍ ର କ୍ରୟ ପ୍ରକ୍ରିୟାକୁ ତୁରନ୍ତ ପ୍ରଭାବ ସହିତ ବନ୍ଦ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ସହଯୋଗୀ ଦେଶ ତଥା ଅନୁସନ୍ଧାନକାରୀ ସଂସ୍ଥା ତରଫରୁ ସୂଚନା ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ, ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଗୌତମ ଅଦାନୀ ଏବଂ ଅନ୍ୟ ୭ ଜଣ ଅଭିଯୁକ୍ତ ଭାରତର ସରକାରୀ କର୍ମଚାରୀଙ୍କୁ ୨୬୫ ମିଲିୟନ ଡଲାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଏଥି ସହିତ ଅଦାନୀ ଗ୍ରୁପ୍ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଏବଂ ଏହା ସମସ୍ତ ଆଇନଗତ ସମ୍ବଳ ବ୍ୟବହାର କରିବ ବୋଲି କହିଛି।

ଦେଶରେ ଅଦାନୀ ଗ୍ରୁପ୍ ଏବଂ ଏହାର ମାଲିକ ଗୌତମ ଅଦାନୀଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା। ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ପୂର୍ବତନ ସଭାପତି ତଥା ସଂସଦରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୌତମ ଅଦାନୀ ଏବଂ ଶାସକ ବିଜେପିକୁ କଡ଼ା ଟାର୍ଗେଟ କରିଛନ୍ତି। ଦୁର୍ନୀତି ଅଭିଯୋଗ ଉପରେ ଦେଶରେ କଡା ବିବୃତ୍ତି ଏବଂ ସାମ୍ବାଦିକ ସମ୍ମିଳନୀ ହୋଇଥିଲା ଏବଂ ଏହି ପ୍ରସଙ୍ଗଟି ଏକ ବଡ ପ୍ରସଙ୍ଗ ହୋଇ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୂଲ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷ ରୁ ସାଂସ୍କୃତିକ ବିଭାଗ ଉତ୍କଳ କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ ଯଥା କୋମନା, ସିନାପାଲି, ବୋଡେ଼ନ, ସିନାପାଲି, ନୂଆପଡା ସମେତ ଖରିଆର ବ୍ଲକ ରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପରିବେଶ, ପର୍ଯ୍ୟାବରଣ ଏବଂ କୃଷି ପ୍ରଣାଳୀ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ଖଡ଼ିଆଳ ବ୍ଲକର ବିଭିନ୍ନ ସ୍କୁଲରେ ମୋଟ ୯୯୦ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଥିଲେ।

ଖଡ଼ିଆଳ ବ୍ଲକ ଦାୟିତ୍ୱରେ ଥିବା ଗୌରାଙ୍ଗ ସାହୁ ଓ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ନୂଆପଡା ଜିଲ୍ଲା ଅଧ୍ୟକ୍ଷ ବିଭୂତି ଭୂଷଣ ବିଶିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହଯୋଗୀ ଶିକ୍ଷକଙ୍କ ସହଯୋଗରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଚିତ୍ରାଙ୍କନ ପ୍ରତିଯୋଗିତାରେ ହର୍ମିତ କୌର, ବିଘ୍ନରାଜ ମହାଉତି, ରୀନା ମେହେର, ଜଗନ୍ନାଥ ମେହେର, ଯଶୋବନ୍ତ ପଣ୍ଡା ଓ ପପୁ ଶତନାମୀ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ସହାୟକ ଉପକରଣ ବଣ୍ଟନ

ଭୁବନେଶ୍ବର: ସ୍ୱତନ୍ତ୍ର ସହାୟକ ଉପକରଣ ଆବଶ୍ୟକ ଥିବା ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ସମଗ୍ର ଶିକ୍ଷା ଗଞ୍ଜାମ ତରଫରୁ ସହାୟକ ଉପକରଣ ବଂଟନ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୮ ତାରିଖରେ ବ୍ରହ୍ମପୁର ସ୍ଥିତ କ୍ୱିନ୍ ମିସନ୍ ହାଇସ୍କୁଲ, ୧୯ ତାରିଖରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଭଞ୍ଜନଗର, ୨୦ ତାରିଖରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବୃନ୍ଦାବନ ବିଦ୍ୟାପ୍ଥଙ୍ଖ ଓ ୨୧ ତାରିଖ ଅର୍ଥାତ୍ ଆଜି ଛତ୍ରପୁର ସ୍ଥିତ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୋଟ ୧୮୫ ଜଣ ମସ୍ତିଷ୍କ ପକ୍ଷାଘାତ ଓ ଚଳନ ବାଧିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ କାଲିପର୍ ଯୋତା ଓ ୫୩୦ ଜଣ ଶବଚ୍ଚ ବାଧିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କଅଧୀନ କୃତ୍ରିମ ଅଙ୍ଗ ପ୍ରସ୍ତୁତକାରୀ ସଂସ୍ଥା ଭୁବନେଶ୍ୱର ଅଡିଓ ଲୋଜିଷ୍ଟ ଡା.ଦୀପକ କୁମାର ଜେନା ଓ କୃତ୍ରିମ ଅଙ୍ଗ ପ୍ରସ୍ତୁତକାରୀ ବିଶେଷଜ୍ଞ ରାଜେଶ କୁମାର ନନ୍ଦ ଓ ତାଙ୍କର ସହଯୋଗୀ ଉପସ୍ଥିତ ରହି ଉପକରଣ ପ୍ରସ୍ତୁତିରେ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷାଧୀଶ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅମିତା ପଟ୍ଟନାୟକ ଶୁଭ ଉଦ୍‌ଘାଟନ କରିଥିବା ବେଳେ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁଙ୍କ ସହିତ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ, ଅଶ୍ୱିନୀ କୁମାର ପାଇକରାୟ, ପ୍ରଣବ କୁମାର ଶତପଥୀ, ବିଜୟ କୁମାର ବେହେରା, ଅଜୟ କୁମାର ସାହୁ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିବା ବେଳେ କୁକୁଡାଖଣ୍ଡି ବ୍ଲକର ସମ୍ବଳ ଶିକ୍ଷକ ଏମ୍‌.ଡମ୍ବୁରୁ ଦୋରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲିଯାତ୍ରା ମହୋତ୍ସବ ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ବାଚସ୍ପତି

ଭୁବନେଶ୍ଵର: ଗୋବରୀନଦୀ ପଠାରେ ସାତଦିନ ବ୍ୟାପୀ ଚାଲିଥିବା ଐତିହାସିକ ବାଲିଯାତ୍ରା ମହୋତ୍ସବ କାର୍ଯ୍ୟକ୍ରମ ଗୁରୁବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ବାଚସ୍ପତି ସୁରମା ପାଢୀ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମକୁ ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହକାଳପଡା ବିଧାୟକ ଡଃ.ଦୁର୍ଗାପ୍ରସାନ୍ନ ନାୟକ ସମ୍ମାନିତ ଅତିଥି,ଦିବ୍ୟ ଜୀବନ ସଂଘ କେନ୍ଦ୍ରାପଡାର ସଭାପତି ମା ଦିବ୍ୟସ୍ୱରୁପାନନ୍ଦ ସରସ୍ୱତୀ,ଆଇନଜିବୀ ପ୍ରଦୀପ ଦାସ,ସଂଜୟ ଜେନା ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ। କେନ୍ଦ୍ରାପଡା ଜିଲ୍ଲାରେ ବାଲିଯାତ୍ରାର ପରମ୍ପରା ଅନ୍ୟ ସହର ଭଳି ପ୍ରାଚୀନ।

ଅତୀତରେ ଏଠାରେ ଉତ୍ପାଦିତ ସାମଗ୍ରୀକୁ ନେଇ ସାଧବ ପୁଅ ମାନେ ବିଦେଶକୁ ବେପାର ବଣିଜ କରିବାକୁ ଯିବାର ପରମ୍ପରା ରହିଥିଲା। ଏବେ ସେ ବେଳ ନଥିଲେ ମଧ୍ୟ ସେହି ଐତିହାସିକ ବାଲିଯାତ୍ରା ଆୟୋଜନ କରାଯାଇ ସେବେଳର ସ୍ମୃତିକୁ ଉଦଜୀବିତ କରିବାର ସାଂସ୍କୃତିକ ପ୍ରୟାସ ଜାରୀ ରହିଛି। ତୁଳଶୀକ୍ଷେତ୍ର କେନ୍ଦ୍ରାପଡା ମାଟିର ପରମ୍ପରା,ଐତିହ ବେଶ ସମୃଦ୍ଧ। ଏହି ମାଟିରେ ବାଲିଯାତ୍ରା ମାଧ୍ୟମରେ ଲୋକସଂସ୍କୃତିକୁ ଅଗ୍ରାଧିକାର ପ୍ରଦାନ କରାଯିବାର ପ୍ରୟାସ ନିଶ୍ଚିତ ଭାବେ ସମାଜ ପାଇଁ ମଂଗଳକର ବୋଲି ବାଚସ୍ପତି ସୁରମା ପାଢୀ ମତ ପ୍ରକାଶ କରିଥିଲେ।

କେନ୍ଦ୍ରାପଡା ଗୋବରୀନଦୀ ପଠାକୁ ସହର ସହ ଯୋଡିବା ପାଇଁ ଯେଉଁ ପୋଲନିର୍ମାଣର ପ୍ରସ୍ତାବ ଆସିଛି ତାହାକୁ କିପରି ଏକବର୍ଷ ମଧ୍ୟରେ ଶେଷ କରାଯିବ ସେ ନେଇ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ ବୋଲି ବାଚସ୍ପତି ସୁରମା ପାଢୀ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ମହାକାଳପଡା ବିଧାୟକ ଗୋବରୀନଦୀର ଉନତିକରଣ,ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପାଖରେ ଯାହା ପ୍ରସ୍ତାବ ଆସିବ ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତପ୍ରକାଶ କରିଥିଲେ। କେନ୍ଦ୍ରାପଡା ଜିଲ୍ଲା ପାଇଁ ମୋହନମାଝୀ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ଆବଶ୍ୟକ ପଡିଲେ ଜିଲ୍ଲାର ବିଭିନ୍ନ ସମସ୍ୟାର ନିରାକରଣ ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ପ୍ରୟାସ ହେବ ବୋଲି ମହାକାଳପଡା ବିଧାୟକ ପ୍ରକାଶ କରିଥିଲେ। ବାଲିଯାତ୍ରା ପଡିଆରେ ଦୋକାନ ବଜାର,ମୀନାବଜାର ଦେଖିବା ପାଇଁ ଅନ୍ତିମ ଦିବସରେ ପ୍ରବଳ ଭିଡ ହୋଇଥିଲା।

ଉଦଯାପନୀ ସଭାରେ ବାଚସ୍ପତି ସୁରମାପାଢୀ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର,କପ ପ୍ରଦାନ କରି ପୁରସ୍କୃତ କରିଥିଲେ। ମହୋତ୍ସଭର ପୁସ୍ତକକୁ ଲୋକାର୍ପଣ କରିଥିଲେ।

ଏହି ଅବସରରେ ବାଚସ୍ପତିଙ୍କୁ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ଫଟୋଚିତ୍ର ପ୍ରଦାନ କରାଯାଇଥିଲା। ଶେଷରେ ରଂଗାରଂଗ ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କେନ୍ଦ୍ରାପଡା ଜିଲ୍ଲାର ଐିତିହ ବାର୍ତାବହନ କରୁଥିବା ବାଳିଯାତ୍ରା ପଡିଆକୁ ସେତୁ ନିର୍ମାଣ ପାଇଁ ଅଚଁଳବାସୀଙ୍କ ଦାବୀକୁ ପୁରଣ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ତଥା ପୁଣ୍ୟତୋୟା ଗୋବରୀନଦୀର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ନିଜର ପ୍ରତିକ୍ରିୟା ରଖିଥିଲେ। ଆସନ୍ତା ଶୀତକାଳୀନ ଅଧିବେଶନ ସଂପର୍କରେ ମଧ୍ୟ ବାଚସ୍ପତି ଏହି ଅବସରରେ ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୋ ମିତ୍ରଙ୍କ ଭଳି ସ୍ଥାୟୀ ନିଯୁକ୍ତି ପ୍ରସଙ୍ଗରେ ମନ୍ତ୍ରୀ ଓ ବିଧାୟକଙ୍କ ନିକଟରେ ଫେରାଦ୍ 

ଭୁବନେଶ୍ଵର: ବହୁ ବର୍ଷ ଧରି କାର୍ଯ୍ୟରତ କୃତ୍ତିମ ପ୍ରଜନନକାରୀମାନଙ୍କୁ ଗୋମିତ୍ର ଭଳି ସ୍ଥାୟୀ ନିଯୁକ୍ତି ନିମନ୍ତେ ଅଲ୍ ଓଡିଶା ଏଆଇ ୱାର୍କର ଆସୋସିଏସନ୍ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଦାବି ହୋଇଛି। ଆସୋସିଏସନ୍ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ନିରଞ୍ଜନ ପ୍ରଧାନ ଓ ସଦସ୍ୟ ଗଗନ କୁମାର ବେହେରାଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ସାକ୍ଷତ କରି ସେମାନଙ୍କ ଦାବି ସଂପର୍କରେ ଆଲୋଚନା କରିଛନ୍ତି। ସେମାନେ କହିବାନୁସାରେ, ଦୀର୍ଘ ୧୪ ବର୍ଷ ଧରି ପଶୁ ସମ୍ପଦ ବିଭାଗ ସହିତ ସଂପୃକ୍ତ ରହି ଗୋ ସମ୍ପଦ ବୃଦ୍ଧି ତଥା ଗୋପାଳଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ କୃତୀମ ପ୍ରଜନନକାରୀ ହିସାବରେ ବିନା ଦରମାରେ କାର୍ଯ୍ୟ କରି ଆସୁଛୁ।

ଏହାସହିତ ସରକାର ବିଭିନ୍ନ ଯୋଜନା ତଥା ଘାସଚାଷ, କୁକୁଡା ପାଳନ, ଛେଳି ପାଳନ, ଘୁଷୁରି ପାଳନ ଏବଂ ଗାଇ ମଇଁଷି ପାଳନ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ମଧ୍ୟ ଅହୋରହ ଚେଷ୍ଟା କରି ଆସିଛୁ। ଏଣୁ ଏସବୁ କାର୍ଯ୍ୟକ୍ରମକୁ ଧ୍ୟାନ ରଖି ଗୋ ମିତ୍ରଙ୍କ ଭଳି ଆମ୍ଭମାନଙ୍କୁ ସରକାରୀ କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ନିବେଦନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ଫଳାଫଳ ପୂର୍ବରୁ ଆଜି ବିଜେପିର ବଡ ବୈଠକ, ଜାଣନ୍ତୁ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି ଏବଂ ଏହାର ଫଳାଫଳ ନଭେମ୍ବର ୨୩ ତାରିଖରେ ଆସିବାକୁ ଯାଉଛି। ଏହାପୂର୍ବରୁ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ର ଏକ ବଡ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ମଧ୍ୟାହ୍ନ ୧୨ ଟାରୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେପି ସଂଗଠନର ନିର୍ବାଚନ ସମ୍ପର୍କରେ ଏହି ବୈଠକ ଅନୁଷ୍ଠିତ ହେବ।

ଏହି ବୈଠକକୁ ବିଜେପି ସଭାପତି ଜେପି ନଡ୍ଡା ଅଧ୍ୟକ୍ଷତା କରିବେ ଯେଉଁଥିରେ ବିଜେପି ରାଜ୍ୟ ସଭାପତି, ସଂଗଠନ ମନ୍ତ୍ରୀ, ରାଜ୍ୟ ସଂଗଠନର ନିର୍ବାଚନ ପ୍ରଭାରୀ, କେନ୍ଦ୍ରୀୟ ନିର୍ବାଚନ ପ୍ରଭାରୀ ଅନ୍ୟ ନେତାମାନେ ଉପସ୍ଥିତ ରହିବେ। ନଭେମ୍ବର ୩୦ ତାରିଖ ପୂର୍ବରୁ ବିଜେପି ସଭାପତି ମଣ୍ଡଳ ସ୍ତରୀୟ ନିର୍ବାଚନ ବିଷୟରେ ଆଲୋଚନା କରିବେ ଏବଂ ସଂଗଠନର ନିର୍ବାଚନର ଅଗ୍ରଗତି ଅଧିକାରୀଙ୍କ ସହ ଆଲୋଚନା କରିବେ। ସୂଚନା ଅନୁଯାୟୀ ବିଜେପି ରାଜ୍ୟ ସ୍ତରୀୟ ସଂଗଠନ ନିର୍ବାଚନକୁ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଚାହୁଁଛି, ଯାହା ଦ୍ଵାରା ଜାନୁଆରୀରେ ବିଜେପି ସଭାପତି ନିର୍ବାଚନ ହୋଇପାରିବ।

ସାଂଗଠନିକ ନିର୍ବାଚନରେ ​​ବିଜେପି ଦ୍ରୁତ ଗତିରେ ବଢୁଛି:

ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନରେ ​​ବିଜେପି ଦ୍ରୁତ ଗତିରେ ଆଗକୁ ବଢୁଛି। ଏହି ମାସ ଶେଷ ସୁଦ୍ଧା ରାଜ୍ୟମାନଙ୍କୁ ବୁଥ, ଜିଲ୍ଲା ଏବଂ ବିଭାଗୀୟ ସଭାପତି ନିର୍ବାଚନ ସମାପ୍ତ କରିବାକୁ ପଡିବ। ଏହା ପରେ ଡିସେମ୍ବର ୧୫ ତାରିଖ ସୁଦ୍ଧା ଅଧା ରାଜ୍ୟରେ ନୂତନ ସଭାପତି ନିର୍ବାଚିତ ହେବେ, ଯାହା ପରେ ଜାତୀୟ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇପାରେ।

ଖୁବ ଶୀଘ୍ର ବିଜେପି ନୂତନ ସଭାପତି ପାଇବ:

ଯଦିଓ ସକ୍ରିୟ ସଦସ୍ୟଙ୍କୁ ପଞ୍ଜୀକରଣ କରିବା ପାଇଁ ଅନେକ ରାଜ୍ୟରେ ସଦସ୍ୟତା ଅଭିଯାନ ଚାଲିଛି, ଖୁବ୍ ଶୀଘ୍ର ବ୍ଲକ, ବୁଥ୍ ଏବଂ ଜିଲ୍ଲା ସଭାପତିଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୩୦ ତାରିଖ ସୁଦ୍ଧା ଏହି ଅଧାରୁ ଅଧିକ ରାଜ୍ୟରେ ଏହି ପ୍ରକ୍ରିୟା ସମାପ୍ତ ହେବା ଉଚିତ, ଯାହା ଦ୍ଵାରା ଡିସେମ୍ବର ୧୫ ତାରିଖ ସୁଦ୍ଧା ଏହି ରାଜ୍ୟଗୁଡିକରେ ସଭାପତି ନିର୍ବାଚନ ସମାପ୍ତ ହେବା ପରେ ରାଷ୍ଟ୍ରୀୟ ସଭାପତିଙ୍କ ନିର୍ବାଚନ ଆରମ୍ଭ ହୋଇପାରିବ। ନିୟମ ଅନୁଯାୟୀ, ଅଧାରୁ ଅଧିକ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ମାତ୍ରେ ଅଧ୍ୟକ୍ଷ ନିର୍ବାଚିତ ହୋଇପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଚାଇନାକୁ ବଡ଼ ଝଟକା ଦେଲେ ଇଟାଲୀର ପ୍ରଧାନମନ୍ତ୍ରୀ!: ଭାରତ ପାଇଁ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ସୋମବାର ଦିନ ବ୍ରାଜିଲରେ ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ବୈଠକରେ 2025-29 ବର୍ଷ ପାଇଁ ଭାରତ ଏବଂ ଇଟାଲୀ ମଧ୍ୟରେ କାର୍ଯ୍ୟ ଯୋଜନା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏହି ସମୟରେ, ଜର୍ଜିଆ ମେଲୋନି ଭାରତ ସହ ସମ୍ପର୍କ ସମ୍ପର୍କରେ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍ କରିଛନ୍ତି ଏବଂ ଲେଖିଛନ୍ତି ଯେ, ଆମେ ବିଭିନ୍ନ କ୍ଷେତ୍ରରେ ଏକାଠି କାମ କରିବାକୁ ପ୍ରସ୍ତୁତ। 2025 ରୁ 2029 ପର୍ଯ୍ୟନ୍ତ ଆମେ ମିଳିତ ରଣନୀତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛୁ।

ମେଲୋନି X ରେ ଲେଖିଛନ୍ତି ଯେ, ଭାରତ ସହ ତାଙ୍କର ବନ୍ଧୁତା କ୍ରମାଗତ ଭାବେ ବଢୁଛି ଏବଂ ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଭଲ ପାଆନ୍ତି। ଆସନ୍ତା ବର୍ଷରେ ଭାରତ ଏବଂ ଇଟାଲୀ ମଧ୍ୟରେ ଭାଗିଦାରୀ ପାଇଁ ସେ ଆଶା ପ୍ରକଟ କରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଆମେ ବିଭିନ୍ନ କ୍ଷେତ୍ରରେ ଏକାଠି କାମ କରିବାକୁ ପ୍ରସ୍ତୁତ। ଆମେ ମଧ୍ୟ 2025 ରୁ 2029 ପାଇଁ ମିଳିତ ରଣନୀତିକ କାର୍ଯ୍ୟ ଯୋଜନା ଘୋଷଣା କରିଛୁ।

ଭାରତ-ଇଟାଲୀ କାର୍ଯ୍ୟ ଯୋଜନା 2025-29 ର ଘୋଷଣା:

ପ୍ରକାଶ ଯେ, ଏହି ଭାରତ-ଇଟାଲୀ କାର୍ଯ୍ୟ ଯୋଜନାରେ ଅର୍ଥନୈତିକ ସହଯୋଗ, ବିନିଯୋଗ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ମହାକାଶ ଯୋଜନା, ପ୍ରତିରକ୍ଷା, ସୁରକ୍ଷା, ମାଇଗ୍ରେସନ କନେକ୍ଟିଭିଟି ଏବଂ ଗତିଶୀଳତା ଅନ୍ତର୍ଭୁକ୍ତ। ଏହି ନୂତନ କାରବାର ଦିଗରେ ଏକତ୍ର କାର୍ଯ୍ୟ କରିବାକୁ ଇଟାଲୀ ଏବଂ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପରି ମନେହୁଏ। ମେଲୋନି ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ମୁଁ ବହୁତ ଖୁସି। ଜି -20 ଶିଖର ସମ୍ମିଳନୀ ଅବସରରେ ମଧ୍ୟ ଏହି ସଂଳାପ ହେଉଛି ଏକ ମୂଲ୍ୟବାନ ସୁଯୋଗ ଯେଉଁଥିରେ ଆମେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ନୂତନ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଭଳି ପ୍ରମୁଖ କ୍ଷେତ୍ରରେ 2025-29 ପାଇଁ ମିଳିତ ରଣନୀତିକ କାର୍ଯ୍ୟ ଯୋଜନା ଘୋଷଣା କରିପାରିବା, ସ୍ୱଚ୍ଛ ଶକ୍ତି, ସ୍ଥାନ, ପ୍ରତିରକ୍ଷା ଏବଂ ସଂଯୋଗ ଭାରତ ଇଟାଲୀକୁ ରଣନୀତିକ ଭାଗିଦାରୀକୁ ଆଗକୁ ବଢାଇବାକୁ ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରିବାକୁ ଅନୁମତି ଦେଇଛି।

ଭାରତ-ଇଟାଲୀ ସମ୍ପର୍କ ମଜବୁତ ହେଉଛି:

ମେଲୋନି କହିଛନ୍ତି ଯେ, ଉଭୟ ଦେଶର ଅର୍ଥନୀତି ଏବଂ ନାଗରିକଙ୍କ ସୁବିଧା ତଥା ଗଣତନ୍ତ୍ରର ସହଭାଗୀ ମୂଲ୍ୟବୋଧ, ଆଇନର ନିୟମ ଏବଂ ନିରନ୍ତର ବିକାଶ ପାଇଁ ଆମର ଦ୍ୱିପାକ୍ଷିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମର ଇଚ୍ଛା ପ୍ରକାଶ କରୁଛୁ। ଜର୍ଜିଆ ମେଲୋନିଙ୍କ ଏହି ଟୁଇଟ୍ ଗତ ଦୁଇ ବର୍ଷ ମଧ୍ୟରେ ଇଟାଲୀ ଏବଂ ଭାରତ ମଧ୍ୟରେ ବାଣିଜ୍ୟ କେତେ ନିକଟତର ହୋଇଛି ତାହା ଦର୍ଶାଏ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଭୀର ଏବଂ ଶକ୍ତିଶାଳୀ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍ଏଫ୍ଆଇରେ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋର ଚତୁର୍ଥ ସଂସ୍କରଣ ଉଦଘାଟିତ

ନୂଆଦିଲ୍ଲୀ: ୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ରେ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ (ସିଏମ୍ଓଟି)ର ଚତୁର୍ଥ ସଂସ୍କରଣ ଉଦଘାଟିତ ହୋଇଛି, ଯାହା ପରବର୍ତ୍ତୀ ପିଢ଼ିର ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରୋତ୍ସାହନ ଦେବା ଏବଂ ସଶକ୍ତୀକରଣ କରିବା ଦିଗରେ ଭାରତର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ  ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ସିଏମଓଟି କାର୍ଯ୍ୟକ୍ରମ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ଉଦୀୟମାନ ପ୍ରତିଭାଙ୍କ ପାଇଁ ଦେଶର ଅନ୍ୟତମ ଅଗ୍ରଣୀ ମଞ୍ଚ ଭାବେ ଦ୍ରୁତ ଗତିରେ ସ୍ୱୀକୃତି ଲାଭ କରୁଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ତାଙ୍କ ଉଦଘାଟନୀ ଭାଷଣରେ ଚଳିତ ବର୍ଷ ସିଏମଓଟିର ବ୍ୟାପକ ପରିସର ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ୧୩ଟି ଚଳଚ୍ଚିତ୍ର ନିର୍ମାଣ ଶିଳ୍ପମଧ୍ୟରୁ ୧୦୦ ଜଣ ଦକ୍ଷ ଯୁବ ପ୍ରତିଭାଙ୍କୁ ଚୟନ କରାଯାଇଥିଲା। ଏହା ଗତ ବର୍ଷର ୧୦ଟି ବିଭାଗର ୭୫ ଜଣ ଯୁବ ପ୍ରତିଭାଙ୍କ ଠାରୁ ଅଧିକ। ଚଳିତ ବର୍ଷ ସିଏମଓଟି ଯୁବ ନିର୍ମାତାମାନଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ଏହା ଫିଲ୍ମ ବଜାର ଦିଗରେ ଏକ ପଦକ୍ଷେପ, ଯାହା କି ବିଶ୍ୱସ୍ତରୀୟ ସହଯୋଗ ଏବଂ ଅଭିବୃଦ୍ଧି ପାଇଁ ନୂଆ ଦ୍ୱାର ଖୋଲିବ।

୨୦୨୫ ଫେବୃଆରୀରେ ହେବାକୁ ଥିବା ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ (ୱେଭ୍ସ) ବିଷୟରେ ମଧ୍ୟ ସେ କହିଥିଲେ , ଯାହା ବିଶ୍ୱ ଗଣମାଧ୍ୟମ କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ‘‘ମୁଁ ଆପଣଙ୍କୁ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ୍ – ସିଜିନ୍ ୧ (ସିଆଇସି)ରେ ନିୟୋଜିତ ହେବାକୁ ଉତ୍ସାହିତ କରୁଛି, ଯାହା ଅଧିକ ଅନ୍ତର୍ଜାତୀୟ ପ୍ରଦର୍ଶନ ପାଇଁ ଏକ ସୁଯୋଗ ମଞ୍ଚ ଭାବେ କାମ କରିବ’’, ସେ କହିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ନୀରଜା ଶେଖର ସିଏମଓଟିର କ୍ରମାଗତ ଅଭିବୃଦ୍ଧି ପାଇଁ ଗର୍ବ ପ୍ରକାଶ କରିଛନ୍ତି। ‘‘ଗତ ୪ ବର୍ଷ ମଧ୍ୟରେ ସିଏମଓଟି ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏକ ଆକାଂକ୍ଷୀ ମଞ୍ଚ ପରିଣତ ହୋଇଛି। ଚଳିତ ବର୍ଷ ଆମେ ୧୩ଟି ଭିନ୍ନ ଭିନ୍ନ ଶିଳ୍ପକୁ ପ୍ରୋତ୍ସାହିତ କରି ଗର୍ବ ଅନୁଭବ କରୁଛୁ, ଯାହା ଏହି କାର୍ଯ୍ୟକ୍ରମର ସମ୍ପ୍ରସାରଣ ଏବଂ ସୃଜନଶୀଳ କ୍ୟାରିୟର ପାଇଁ ଭାରତର ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ଉତ୍ସାହକୁ ପ୍ରତିଫଳିତ କରୁଛି,” ସେ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସୃଜନଶୀଳ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାରେ ଏହି ପଦକ୍ଷେପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଜୋର ଦେଇ କହିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅପୂର୍ବ ଚନ୍ଦ୍ରା ସିଏମଓଟିର ମୁଖ୍ୟ ବୈଶିଷ୍ଟ୍ୟ ୪୮ ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ ଆହ୍ୱାନର ମହତ୍ତ୍ୱ ବିଷୟରେ କହିଥିଲେ। ଏହି ଚ୍ୟାଲେଞ୍ଜ କେବଳ ଆପଣଙ୍କର ସୃଜନଶୀଳତା ନୁହେଁ ବରଂ ଏକ ଗୋଷ୍ଠୀ ଭାବରେ ଏକାଠି କାମ କରିବାର ଦକ୍ଷତାକୁ ମଧ୍ୟ ପରୀକ୍ଷା କରେ। ଏହି ଉଦ୍ୟୋଗରେ ସଫଳତାର ଚାବିକାଠି କେବଳ ପ୍ରତିଭା ନୁହେଁ, ବରଂ ଆପଣଙ୍କ ଚିନ୍ତାଧାରାର ବିପଣନ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏସଆରଏଫଟିଆଇ ଏବଂ ଏଫଟିଆଇଆଇ ପରି ଅନୁଷ୍ଠାନ ଗୁଡିକର ବର୍ଦ୍ଧିତ ସ୍ୱୀକୃତି, ଯାହା ଭାରତର ସୃଜନଶୀଳ ପ୍ରତିଭା ଭଣ୍ଡାରକୁ ଆକାର ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଟେ।

ନେଟଫ୍ଲିକ୍ସର ପବ୍ଲିକ ପଲିସିର ନିର୍ଦ୍ଦେଶିକା ମହିମା କୌଲ ସିଏମଓଟିକୁ ନେଟଫ୍ଲିକ୍ସର ସମର୍ଥନ ବ୍ୟକ୍ତ କରି କହିଛନ୍ତି ଯେ ଉଦୀୟମାନ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନେଟଫ୍ଲିକ୍ସର ନିଜସ୍ୱ ପ୍ରତିବଦ୍ଧତା ଏବଂ ଏହି ପଦକ୍ଷେପ ମଧ୍ୟରେ ସମନ୍ୱୟ ରହିଛି। ଭଏସ୍ ବକ୍ସ କାର୍ଯ୍ୟକ୍ରମ ଅଧୀନରେ ସମଗ୍ର ଭାରତରେ ଭଏସ୍ ଓଭର କଳାକାରମାନଙ୍କୁ ପ୍ରଶିକ୍ଷଣ ଦେବାରେ ସିଏମଓଟି ସହିତ ସହଯୋଗ କରି ଆମେ ଗର୍ବ ଅନୁଭବ କରୁଛୁ। ଆମର ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୫୦% ରୁ ଅଧିକ ହେଉଛନ୍ତି ମହିଳା, ଯାହା ବିବିଧ ସ୍ୱରକୁ ସଶକ୍ତ କରିବାର ଆମର ଲକ୍ଷ୍ୟକୁ ପ୍ରତିଫଳିତ କରେ। ଏହାବ୍ୟତୀତ ସିଏମଓଟିର ଶ୍ରେଷ୍ଠ କଳାକାରମାନେ ନେଟଫ୍ଲିକ୍ସର ସ୍ୱତନ୍ତ୍ର ପ୍ରୋଜେକ୍ଟ ଆଜାଦି କି ଅମୃତ କାହାନୀ୍ୟାଁରେ ଯୋଗଦାନ କରିବେ, ଯେଉଁଠାରେ ସେମାନେ ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ କାହାଣୀ ବର୍ଣ୍ଣନା କରିବେ ବୋଲି ମହିମା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)ର ଅଧ୍ୟକ୍ଷ ତଥା ଜଣାଶୁଣା ଗୀତିକାର ପ୍ରସୂନ ଯୋଶୀ ଗଭୀର ଉଦବୋଧନ ଦେଇ ସମଗ୍ର ଭାରତରେ ସୃଜନଶୀଳ ପ୍ରତିଭାକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ବିଷୟରେ କହିଥିଲେ। ଆମ ଦେଶରେ କାହାଣୀ ଓ ପ୍ରତିଭାର ଅଭାବ ନାହିଁ, କିନ୍ତୁ ଆମକୁ ସୃଜନଶୀଳ ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ଏହି ସ୍ୱରଗୁଡ଼ିକ ପାଇଁ ଏକ ମଂଚ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଯଦି ଆମେ କାହାଣୀକୁ କେବଳ ବଡ଼ ସହରରେ ସୀମିତ ରଖିବୁ, ତେବେ ଆମ ଦେଶରେ ଯେଉଁ ଅବିଶ୍ୱସନୀୟ ବିବିଧତା ରହିଛି ତାହାକୁ ଆମେ ଭୁଲି ଯାଉଛୁ । ସିଏମଓଟି ଭାରତର କୋଣ ଅନୁକୋଣରୁ ପ୍ରସ୍ତୁତକାରୀମାନଙ୍କୁ ଏକ ମଞ୍ଚ ଦେଇ ଏହି ବ୍ୟବଧାନକୁ ପୂରଣ କରିବାରେ ସାହାଯ୍ୟ କରେ ବୋଲି ଯୋଶୀ କହିଛନ୍ତି।

ସର୍ଟସ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ତଥା ସିଇଓ କାର୍ଟର ପିଲଚର୍ ଭାରତୀୟ ସିନେମାର ଆଶାଜନକ ଭବିଷ୍ୟତ ଉପରେ ଗୁରୁତ୍ୱାରୋପ କରିଥିଲେ। ହଜାର ହଜାର ଆବେଦନକାରୀଙ୍କ ମଧ୍ୟରୁ ସିଏମଓଟି ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି ଏବଂ ଆଗାମୀ ୪୮ ଘଣ୍ଟା ସେମାନଙ୍କୁ ସହଯୋଗ କରିବା, ଉଦ୍ଭାବନ କରିବା ଏବଂ ଅବିଶ୍ୱସନୀୟ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରେରଣା ଦେବ। ଏହା ଭାରତର ଯୁବଗୋଷ୍ଠୀଙ୍କ ସୃଜନଶୀଳ ସାମର୍ଥ୍ୟର ପ୍ରମାଣ ବୋଲି ପିଲଚର କହିଛନ୍ତି ଏବଂ ଏହି ରୋମାଞ୍ଚକର ଚ୍ୟାଲେଞ୍ଜ ଆରମ୍ଭ କରିବାକୁ ପାଞ୍ଚଟି ଦଳ ପ୍ରସ୍ତୁତ ଅଛନ୍ତି ବୋଲି ଘୋଷଣା କରିଛନ୍ତି।

ଗତ ସଂସ୍କରଣର ସଫଳତାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ବର୍ଷର ୫ ଜଣ ସିଏମ୍ଓଟି ଚାମ୍ପିୟନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପୂର୍ବତନ ପ୍ରତିଯୋଗୀମାନେ ୪୮ ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ ଚ୍ୟାଲେଞ୍ଜରେ ଅଂଶଗ୍ରହଣକାରୀଙ୍କ ବର୍ତ୍ତମାନର ବ୍ୟାଚ୍କୁ ପରାମର୍ଶ ଦେବେ ଏବଂ ନୂତନ ପିଢ଼ିର ନିର୍ମାତାମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ସେମାନଙ୍କର ମୂଲ୍ୟବାନ ଜ୍ଞାନ ଏବଂ ଅଭିଜ୍ଞତା ବାଣ୍ଟିବେ।

କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁ​‌ମୋରୋ (ସିଏମ୍ଓଟି) ବିଷୟରେ :

କ୍ରିଏଟିଭ୍ ମାଇଣ୍ଡସ ଅଫ୍ ଟୁମୋରୋ (ସିଏମଓଟି) ପଦକ୍ଷେପ ହେଉଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ଯ୍ୟକ୍ରମ, ଯାହା ଭାରତର ସବୁଠାରୁ ପ୍ରତିଭାଶାଳୀ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କୁ ଚିହ୍ନଟ କରିବା, ପରିପୁଷ୍ଟ କରିବା ଏବଂ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହାର ପ୍ରତିଷ୍ଠା ପରଠାରୁ, ସିଏମଓଟି ଭାରତୀୟ ଚଳଚ୍ଚିତ୍ର ଏବଂ ଗଣମାଧ୍ୟମ ଶିଳ୍ପରେ ଆଶାୟୀ ନିର୍ମାତାମାନଙ୍କ ପାଇଁ ସର୍ବବୃହତ ସମ୍ପୂର୍ଣ୍ଣ ସମର୍ଥିତ ମଂଚ ଭାବରେ ଉଭା ହୋଇଛି, ସହଯୋଗ, ଦକ୍ଷତା ନିର୍ମାଣ ଏବଂ ପରାମର୍ଶକୁ ପ୍ରୋତ୍ସାହିତ କରୁଛି । ସିଏମଓଟିର ୨୦୨୪ ସଂସ୍କରଣ ନଭେମ୍ବର ୨୦ ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ରେ ଅନୁଷ୍ଠିତ ହେଉଛି।

ନେଟଫ୍ଲିକ୍ସ ଏବଂ ପର୍ଲ ଏକାଡେମୀ ଭଳି ପ୍ରସିଦ୍ଧ ଶିଳ୍ପ ସଂସ୍ଥାର ସମର୍ଥନରେ ସିଏମଓଟି ଏକ ଭବିଷ୍ୟତ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ ଭାରତୀୟ ସିନେମା ବିଶ୍ୱ ସ୍ତରରେ ଆଗକୁ ବଢିପାରିବ।

Categories
ଆଜିର ଖବର ରାଜ୍ୟ ଖବର

ବହୁ ପ୍ରତିକ୍ଷିତ ତେଲେନ୍ ନାଳା ପୋଲ ଲୋକାର୍ପଣ କଲେ ପଞ୍ଚାୟତି ରାଜ ମନ୍ତ୍ରୀ

ଭୁବନେଶ୍ଵର: ବହୁ ପ୍ରତିକ୍ଷିତ ତେଲେନ ନାଲା ପୋଲ ଲୋକାର୍ପିତ ହୋଇଛି। ଗୁରୁବାର ଅପରାହ୍ନ ରେ ଅନୁଷ୍ଠିତ ଲୋକାର୍ପଣ ସମାରୋହରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲ ଟିକୁ ଲୋକାର୍ପଣ କରିଥିଲେ।

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ୯ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟରେ ୧୫୨.୧୬ମିଟର ଲମ୍ବ ଓ ୬ଟି ସ୍ପାନ ବିଶିଷ୍ଟ ଏହି ପୋଲ ନିର୍ମାଣ ହେବା ପରେ ଆଇତା ପାଲି ଓ କାଙ୍କମାଲ ଯୋଡ଼ି ହୋଇ ଯାଇଛି ଯା’ ଫଳରେ ଆଖ ପାଖ ଅଞ୍ଚଳର ୧୩ ହଜାର ରୁ ଉର୍ଦ୍ଧ୍ବ ଲୋକେ ଉପକୃତ ହୋଇ ପାରିବେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ନଭେମ୍ବର ୨୨ ତାରିଖ ଶୁକ୍ରବାରରେ ଏହି ରାଶିର ବ୍ୟକ୍ତିମାନେ ପାଇବେ ଭଲ ଖବର

ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ କିଛି ନୂତନ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ କିଛି ପରିମାଣରେ ପ୍ରଭାବିତ କରିପାରେ । ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି ହୋଇପାରେ ଯାହା ଆପଣଙ୍କୁ ଚାପରେ ରଖିପାରେ । ଅବିବାହିତ ଯୁବକଙ୍କ ଜୀବନରେ ପ୍ରେମ ପ୍ରବେଶ କରିପାରେ । ଆଜି ଆପଣ ପିଲାମାନଙ୍କ ପ୍ରସଙ୍ଗରେ କିଛି ଭଲ ଖବର ପାଇପାରିବେ ।

ବୃଷ: – ଆଜି ଆପଣ ଯୁକ୍ତିଯୁକ୍ତ ଏବଂ ଜିଦଖୋର ହୋଇପାରନ୍ତି । ଆପଣ କଠିନ ପରିସ୍ଥିତିରେ ନିଜକୁ ପାଇପାରିବେ । ଯଥା ସମ୍ଭବ ଯୁକ୍ତିଠାରୁ ଦୂରରେ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହିତ ତୀର୍ଥଯାତ୍ରା କରିପାରିବେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ । ଅର୍ଥନୈତିକ ଦୃଷ୍ଟିରୁ, ଦିନଟି ସାହାଯ୍ୟକାରୀ ନୁହେଁ, ତେଣୁ କୌଣସି ପ୍ରକାର ବିନିଯୋଗରୁ ଦୂରରେ ରୁହନ୍ତୁ । ବ୍ୟବସାୟ ସମ୍ବନ୍ଧରେ ଭ୍ରମଣ ହୋଇପାରେ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ସାମଗ୍ରୀର ଅଜବ ମିଶ୍ରଣରୁ ଦୂରରେ ରୁହନ୍ତୁ ।

ମିଥୁନ: – ବ୍ୟବସାୟରେ ନୂତନ ଧାରା ଏବଂ ଉପାୟ ପାଇବେ, ଯାହା ନଗଦ ବୃଦ୍ଧି କରିବାରେ ସାହାର୍ଯ୍ୟ କରିବ । ଆଜି ଆର୍ଥିକ ସ୍ଥିତି ବହୁତ ଶକ୍ତିଶାଳୀ ହେବ ଏବଂ ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ସକରାତ୍ମକ ଫଳାଫଳ ପାଇବ । ଆପଣଙ୍କ ସଞ୍ଚୟ ଆପଣଙ୍କ ପରିବାର ପାଇଁ ଲାଭଦାୟକ ପ୍ରମାଣିତ ହେବ । ଆଜି ଆପଣ ପରିବାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଆପଣଙ୍କର ଭ୍ରମଣ ଯୋଜନା ହେତୁ, ଆପଣ ନିଜ ଜୀବନସାଥୀଙ୍କ ପ୍ରତି ଧ୍ୟାନ ଦେବାକୁ ସମର୍ଥ ହେବେ ନାହିଁ, ଯେଉଁ କାରଣରୁ ଆପଣଙ୍କ ସମ୍ପର୍କରେ ଟିକେ ଟେନସନ ହୋଇପାରେ । ଆପଣଙ୍କ ପିଲାମାନେ ଜୀବନରେ ସଫଳତା ହାସଲରେ ଆପଣ ଖୁସି ହେବେ ।

କର୍କଟ: – ବ୍ୟବସାୟ ପ୍ରସଙ୍ଗରେ, ଆଜି ଏକ ନୂତନ ଉଦ୍ୟୋଗରୁ ଆରମ୍ଭ ହୋଇପାରେ କିମ୍ବା ଆପଣ ଏକ ନୂତନ ଚୁକ୍ତି ଚୂଡାନ୍ତ କରିପାରିବେ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ବହୁତ ଭଲ ହେବ । ଲାଭଦାୟକ ପ୍ରମାଣିତ ହେବ । ବୃତ୍ତିଗତ ଏବଂ ସାମାଜିକ ସର୍କଲରେ ସମ୍ମାନ ପାଇବା ପାଇଁ ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ । ପାରିବାରିକ ଜୀବନ ଆରାମଦାୟକ ଏବଂ ଶାନ୍ତିପୂର୍ଣ୍ଣ ହେବ । ଆପଣଙ୍କର ନୂତନ ଅଧିଗ୍ରହଣ ହୋଇପାରେ, ଯାହା ଆପଣଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ । ଆପଣ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କର କିଛି ମୁଖ୍ୟ ଚିନ୍ତା ଥାଇପାରେ ।

ସିଂହ: – ଆପଣଙ୍କ ବୁଦ୍ଧି ହେତୁ ସବୁକିଛି ଭଲ କରିବ । ଏକ ପ୍ରଭାବଶାଳୀ ସ୍ୱର ପାଇ ଆପଣ ଲୋକମାନଙ୍କୁ ଆପଣଙ୍କ କଥା ଶୁଣିବାକୁ ପାଇପାରିବେ । ଏହି କାରଣଗୁଡିକ ହେତୁ, ବ୍ୟବସାୟରେ ଭଲ କରିବ ଏବଂ ପ୍ରଚୁର ଲାଭ ପାଇବାକୁ ସକ୍ଷମ ହେବେ । ଭ୍ରମଣ ମଧ୍ୟ ଲାଭଦାୟକ ହେବ । ଯଦି ପିଲାମାନଙ୍କର ଶିକ୍ଷା ପାଇବା ପାଇଁ କୌଣସି ପ୍ରୟାସ କରୁଛନ୍ତି, ତେବେ ତୁମର କଠିନ ପରିଶ୍ରମ ପୁରସ୍କୃତ ହେବାକୁ ଯାଉଛି । ଆଜି ଏକ ତୁ-ତୁ, ମେ ମେ ପତି-ପତ୍ନୀ କିମ୍ବା ପରିବାର ସଦସ୍ୟଙ୍କ ସହିତ ରହିପାରିବ । ସ୍ୱାସ୍ଥ୍ୟ ଭଲ ହେବ ।

କନ୍ୟା : – ଆଜି ଆପଣଙ୍କ ମଧ୍ୟରୁ କେତେକ ଆପଣଙ୍କ ଦକ୍ଷତା ଅନୁଯାୟୀ ପୁରସ୍କାର କିମ୍ବା ପଦୋନ୍ନତି ପାଇପାରିବେ । ବିବାହ କିମ୍ବା ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ମଧ୍ୟ ଅଛି । ଯଦି ଆପଣ ବିଦେଶ ଭ୍ରମଣ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଶୀଘ୍ର ଏହି ଦିଗରେ ପଦକ୍ଷେପ ନିଅନ୍ତୁ । ବ୍ୟବସାୟ ପ୍ରସଙ୍ଗରେ ଆପଣଙ୍କର ଅନେକ ନୂତନ ସୁଯୋଗ ଥାଇପାରେ । ଆପଣଙ୍କର ଲକ୍ଷ୍ୟ  ଆଖିରୁ ଅଦୃଶ୍ୟ ହେବାକୁ ଦିଅନ୍ତୁ ନାହିଁ । ସଂପର୍କରେ ନକାରାତ୍ମକ ପରିସ୍ଥିତିକୁ ଏଡ଼ାନ୍ତୁ । ନିଜ ରହସ୍ୟ ନିଜ ପାଖରେ ରଖନ୍ତୁ । ପତି-ପତ୍ନୀଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ । ଆହୁରି ମଧ୍ୟ, ପାରିବାରିକ ସମ୍ପର୍କ ଖରାପ ହେବା ଆପଣଙ୍କ ଚିନ୍ତା ବଢାଇପାରେ ।

ତୂଳା: – ଆପଣଙ୍କର ନାମ ଏବଂ ଖ୍ୟାତି ବୃଦ୍ଧି ପାଇବ ଏବଂ ଆପଣ ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ପ୍ରଚୁର ଲାଭ ପାଇପାରିବେ । ଆଜି ଆପଣମାନଙ୍କ ମଧ୍ୟରୁ କେତେକ ପଦୋନ୍ନତି ପାଇପାରିବେ । ଆତ୍ମବିଶ୍ୱାସ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ସାମାଜିକ ସର୍କଲରେ ଆପଣଙ୍କର ଲୋକପ୍ରିୟତା ସର୍ବଦା ଉଚ୍ଚରେ ପହଞ୍ଚିପାରେ । ଆପଣଙ୍କର କିଛି ମହଙ୍ଗା ଅଧିଗ୍ରହଣ ଥାଇପାରେ, ଯାହା ଆପଣଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ଏବଂ ଆପଣଙ୍କ ଭାବମୂର୍ତ୍ତିକୁ ଉନ୍ନତ କରିବ । ପାରିବାରିକ ଜୀବନ ସମାନ ରହିବ । ସ୍ନାୟୁ ସମ୍ବନ୍ଧୀୟ କିଛି ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ ।

ବିଛା : – ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଟିକେ ମଧ୍ୟମତା ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଛି । କିଛି ବ୍ୟକ୍ତି ଏକ ନୂତନ ଯାନ କ୍ରୟ କରିପାରନ୍ତି । ଆଜି ଆପଣଙ୍କ ପରିବାର ସହିତ ଅଧିକ ସମୟ ବିତାଇବା ଆପଣଙ୍କ ପାଇଁ ଶୁଭ ହେବ । ଏହା ପାରସ୍ପରିକ ପାର୍ଥକ୍ୟକୁ ଶେଷ କରିପାରେ । ଆଜି ଆପଣଙ୍କ ମଧ୍ୟରୁ କେତେକଙ୍କୁ ବ୍ୟବସାୟ ପ୍ରସଙ୍ଗରେ ଏକ ଦ୍ୱତ ଭୂମିକା ଗ୍ରହଣ କରିବାକୁ ପଡିପାରେ । କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସଂଯୋଗ ହୋଇପାରିବ, ଯାହା ଭବିଷ୍ୟତରେ ବହୁତ ଶୁଭ ଫଳାଫଳ ଦେଇପାରେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ବାମ ଆଖି ବିଷୟରେ ଅତିରିକ୍ତ ସତର୍କ ରୁହନ୍ତୁ ।

ଧନୁ : – କର୍ମକ୍ଷେତ୍ରରେ ସକରାତ୍ମକ ଏବଂ ସହାୟକ ବିକାଶ ହେବ । ଆପଣ ଏହାର ଲାଭକୁ ଅପେକ୍ଷା କରିଛନ୍ତି । ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହୋଇପାରିବ । ଯଦି ଆପଣ ବିଦେଶ ଯିବାକୁ ଇଚ୍ଛୁକ, ତେବେ ଆପଣ ଆପଣଙ୍କର ଉଦ୍ୟମକୁ ବୃଦ୍ଧି କରିବେ । ପରୀକ୍ଷାର ଫଳାଫଳ ଆପଣଙ୍କ ସପକ୍ଷରେ ରହିବ । ପାରିବାରିକ ସମ୍ପର୍କ ଉପଭୋଗ୍ୟ ହେବ ଏବଂ ପରିବାରର କାହା ପାଇଁ ପଦୋନ୍ନତି କିମ୍ବା ଉନ୍ନତିର ଲକ୍ଷଣ ଅଛି । ତୀର୍ଥଯାତ୍ରା କରିବା ଆପଣଙ୍କୁ ମାନସିକ ଶାନ୍ତି ଦେବ । ପିଲାମାନେ ଆପଣଙ୍କ ପାଇଁ ଗର୍ବିତ ହେବେ ।

ମକର : – ଆର୍ଥିକ ଦୃଷ୍ଟିରୁ ଆଜି ଭଲ ଲାଭ ସମ୍ଭବ । ଏହି ପର୍ଯ୍ୟାୟରେ ଆପଣ ଅନେକ କାର୍ଯ୍ୟକଳାପରେ ଜଡିତ ହେବେ । ମାର୍କେଟିଂ, ମିଡିଆ ଇତ୍ୟାଦି ସହିତ ଜଡିତ ଲୋକଙ୍କୁ ଭ୍ରମଣ କରିବାକୁ ପଡିପାରେ । ଆପଣ ନୂତନ ଯୋଗାଯୋଗରୁ ମଧ୍ୟ ଉପକୃତ ହେବେ ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ବ୍ୟବସାୟିକ ବ୍ୟକ୍ତିମାନେ ସେମାନଙ୍କ ପ୍ରତିଦ୍ୱନ୍ଦୀଙ୍କୁ ବହୁ ପଛରେ ଛାଡିଦେବେ । ଜମି, ଯାନ ଇତ୍ୟାଦି ବିକ୍ରୟ ଏବଂ କ୍ରୟ ପାଇଁ ଏହା ଏକ ସକରାତ୍ମକ ପର୍ଯ୍ୟାୟ । ଆପଣ ଏକ ସୁଖୀ ଦାମ୍ପତ୍ୟ ଜୀବନକୁ ଉପଭୋଗ କରିବେ, କିନ୍ତୁ ଆପଣଙ୍କର କିଛି ଘନିଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ ।

କୁମ୍ଭ: – ଆପଣ ବ୍ୟବସାୟ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିବେ ଏବଂ ଏକ ଉଚ୍ଚ ସାମାଜିକ ସ୍ଥିତି ହାସଲ କରିବେ । ଆପଣ ଏକ ନୂତନ ଉଦ୍ୟମ ଆରମ୍ଭ କରିପାରିବେ ଏବଂ ଏକ ବଡ ଡିଲ୍ ଚୂଡାନ୍ତ କରିପାରିବେ । ଆପଣ ସମସ୍ତ ପ୍ରତିପକ୍ଷ ଉପରେ ଜିତିବେ । ଆପଣଙ୍କର ନାମ ଏବଂ ଖ୍ୟାତି ବ୍ୟାପକ ହେବ । ତୁମର ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଏବଂ ଖୁସିରେ ରହିବ । ଆପଣଙ୍କର ନୂତନ ଅଧିଗ୍ରହଣ ଥାଇପାରେ, ଯାହା ଆପଣଙ୍କ ଜୀବନକୁ ଅଧିକ ଆରାମଦାୟକ ଏବଂ ସନ୍ତୋଷଜନକ କରିବ । ପରିବାରରେ କିଛି ଶୁଭ ଉତ୍ସବ ସମ୍ଭବ।

ମୀନ: – ସଚ୍ଚୋଟ ଭାବରେ ଆଜି ଆପଣଙ୍କୁ ଲାଭ ଦାୟକ ଫଳ ଦେବ । ବ୍ୟକ୍ତିଗତ ଜୀବନ ଆପଣଙ୍କ ବ୍ୟବସାୟିକ ସ୍ୱାର୍ଥରେ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ । ନୂତନ ବ୍ୟବସାୟ ସୁଯୋଗ ବିନା ବିପଦରେ ରହିବ ନାହିଁ । ଏହା ମଧ୍ୟ କିଛି ଆଇନଗତ କାର୍ଯ୍ୟ ସହିତ ଜଡିତ ହୋଇପାରେ । ପାରିବାରିକ ସମ୍ପର୍କ ଆପଣଙ୍କୁ ଅନ୍ତର୍ନିହିତ ଶକ୍ତି ଦେବ। ଆଜି, ପ୍ରେମ ଆପଣଙ୍କ ମଧ୍ୟରୁ କେତେକଙ୍କ ଜୀବନରେ ଆସିପାରେ । ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଭଲ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ କେଶରୀ ଡକ୍ଚର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: କଟକରେ ଉତ୍କଳ କେଶରୀ ଡକ୍ଚର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନ, ମହାନଗର ନିଗମ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ମହତାବଙ୍କ ବହୁମୁଖୀ ପ୍ରତିଭାର ଆଲୋଚନା କରିଥିଲେ। ସେ କହିଥିଲେ, ଓଡିଶାର ବିକାଶ, ଅସ୍ମିତା ଓ ଓଡିଆ ଜାତିର ଟେକ ପାଇଁ ସେ ସାରା ଜୀବନ ଲଢେଇ ଜାରି ରଖିଥିଲେ।

ଓଡିଶାର ବିକାଶ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ। ସମାରୋହରେ କଟକ ମେୟର ସୁବାସ ସିଂ, ବିଧାୟକ ସୌଭିକ ବିଶ୍ବାଳ, ପ୍ରକାଶ ସେଠୀ, ସୋଫିଆ ଫିର୍ଦୋସ, ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଓ ନୟନ କିଶୋର ମହାନ୍ତି, କଟକ ଜିଲ୍ଲାପାଳ ଦତାତ୍ରେୟ ଭାଓ ସାହେବ ସିନ୍ଦେ, ସିଏମସି କମିଶନର ଅନାମ ଚନ୍ଦ୍ର ପାତ୍ର ପ୍ରମୁଖ ମହତାବଙ୍କ ସ୍ମୃତିଚାରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ସମ୍ମାନ ଜଣାଇ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ସ୍ୱତନ୍ତ୍ର ସ୍ମୃତିଚାରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ବର୍ଷ ବ୍ୟାପୀ ଚାଲିବାକୁ ଥିବା ଏହି ସ୍ମରଣୋତ୍ସବରେ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଲେଖକ, ରାଜନେତା, ଐତିହାସିକ, ସାମ୍ବାଦିକ ତଥା ଆଧୁନିକ ଓଡ଼ିଶାର ପ୍ରତିଷ୍ଠାତା ଭାବରେ ଡ. ହରେକୃଷ୍ଣ ମହତାବଙ୍କ ଉଲ୍ଲେଖନୀୟ ଅବଦାନକୁ ବିଭିନ୍ନ କାର୍ଯ୍ୟକ୍ରମ, ବକ୍ତୃତା, ପ୍ରଦର୍ଶନୀ, ଆଲୋଚନାଚକ୍ର ମାଧ୍ୟମରେ ପ୍ରଚାରପ୍ରସାର ଓ ପାଳନ କରାଯିବ।

କାର୍ଯ୍ୟକ୍ରମ ସ୍ଥଳରେ ଲଳିତ କଳା ଏକାଡେମୀ ପକ୍ଷରୁ ଡ. ମହତାବଙ୍କ ଜୀବନଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା। ଡକ୍ଟର ହରେକୃଷ୍ଣଙ୍କ ଜୀବନାଦର୍ଶ, ତାଙ୍କ ପ୍ରାରମ୍ଭିକ ଜୀବନ, ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଏବଂ ଓଡ଼ିଶା ପ୍ରତି ତାଙ୍କର ଅବଦାନ ଉପରେ ଓଡ଼ିଶାର ୧୫ରୁ ଅଧିକ କଳାକାରଙ୍କ ଦ୍ୱାରା ଏହି ପ୍ରଦର୍ଶନୀ ପ୍ରସ୍ତୁତ କରାଯାଇଥିଲା। ପ୍ରଦର୍ଶନୀ ଏବଂ ଚିତ୍ରକଳାର ନିଖୁଣ ଓ ଜୀବନ୍ତ ସ୍ୱରୂପ ଏବଂ ସୃଜନଶୀଳତାକୁ ମାନ୍ୟବର ରାଷ୍ଟ୍ରପତି ପ୍ରଶଂସା କରିଥିଲେ । କଳାକାରମାନେ ରାଷ୍ଟ୍ରପତିଙ୍କ ସହ କଥା ହେବା ଏବଂ ଫଟୋ ଉଠାଇବାର ସୁଯୋଗ ମଧ୍ୟ ପାଇଥିଲେ। ଏହାବ୍ୟତୀତ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୀବନ ଉପରେ ଆଲୋକପାତ କରୁଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହା ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଏବଂ ଚିରସ୍ଥାୟୀ ଆଦର୍ଶ ପ୍ରତି ଗଭୀର ଦୃଷ୍ଟିପାତ କରିଥିଲା।

ବିଭିନ୍ନ ସ୍ମାରକୀ ଉନ୍ମୋଚନ

ଏହି ଅବସରରେ ରାଷ୍ଟ୍ରପତି ଡକ୍ଟର ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ।

ଏହା ବ୍ୟତୀତ ନିମ୍ନ ପୁସ୍ତକଗୁଡ଼ିକ ଉନ୍ମୋଚନ କରାଯାଇଥିଲା:

୧- ହରେକୃଷ୍ଣ ମହତାବ: ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ତଥା ବୈଷ୍ଣବ ଚରଣ ସାମଲଙ୍କ ଦ୍ୱାରା ରଚିତ ଏକ କ୍ଷୁଦ୍ର ପୁସ୍ତିକା

୨- ଗାଁ ମଜଲିସ୍‌: ଡକ୍ଟର ମହତାବଙ୍କ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରବନ୍ଧଗୁଡ଼ିକର ତରୁଣ କୁମାର ସାହୁଙ୍କ ଦ୍ୱାରା ଇଂରାଜୀ ଅନୁବାଦ

୩- ଗାଁ ମଜଲିସ: ସୁଜାତା ସିବେନଙ୍କ ଦ୍ୱାରା ଏହି ସାହିତ୍ୟ କୃତିର ହିନ୍ଦୀ ଅନୁବାଦ

ସମ୍ମାନିତ ମନ୍ତ୍ରୀମାନେ ଏହି ପୁସ୍ତକଗୁଡ଼ିକର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।

ଭାରତର ସ୍ୱାଧୀନତା ଆନ୍ଦୋଳନରେ ଡକ୍ଟର ମହତାବଙ୍କ ଅବିସ୍ମରଣୀୟ ପ୍ରଭାବ ଏବଂ ସାହିତ୍ୟ ଓ ପ୍ରଶାସନ କ୍ଷେତ୍ରରେ ତାଙ୍କର ଚିରସ୍ଥାୟୀ ଅବଦାନ ଉପରେ ରାଷ୍ଟ୍ରପତି ଆଲୋକପାତ କରିଥିଲେ। ଓଡ଼ିଶାର ଏହି ମହାପୁରୁଷଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ତାଙ୍କର ଚିରସ୍ଥାୟୀ ଜୀବନ ପରମ୍ପରାକୁ ନେଇ ଏକ ବର୍ଷବ୍ୟାପୀ ଉତ୍ସବ ଆରମ୍ଭ କରିଥିବାରୁ ସେ ସଂସ୍କୃତି ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଡକ୍ଟର ହରେକୃଷ୍ଣ ମହତାବ ଜଣେ ଦୂରଦର୍ଶୀ ନେତା ଥିଲେ। ସେ ଜାଣିଥିଲେ ଯେ କେବଳ ଶାରୀରିକ ବିକାଶ ଯଥେଷ୍ଟ ନୁହେଁ ବରଂ ସାଂସ୍କୃତିକ ସଚେତନତା ମଧ୍ୟ ଆବଶ୍ୟକ। ଡକ୍ଟର ହରେକୃଷ୍ଣ ମହତାବ ଦେଶପ୍ରେମକୁ ଦେଶର ବିକାଶର ଆଧାର ବୋଲି ବିବେଚନା କରିଥିଲେ ବୋଲି ରାଷ୍ଟ୍ରପତି କହିଥିଲେ।

କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ତାଙ୍କ ଅଭିଭାଷଣରେ ଡ. ମହତାବଙ୍କ ଉଲ୍ଲେଖନୀୟ ଜୀବନସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଡକ୍ଟର ମହତାବ କେବଳ ସ୍ୱାଧୀନତା ପାଇଁ ନୁହେଁ ବରଂ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ନିଜକୁ କିପରି ଉତ୍ସର୍ଗ କରିଥିଲେ ସେ ବିଷୟରେ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅତିଥିମାନଙ୍କୁ ସମ୍ବୋଧିତ କରିବା ସହ ଡ. ହରେକୃଷ୍ଣ ମହତାବଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ରାଜ୍ୟର ୨୬ଟି ଗଡ଼ଜାତ ରାଜ୍ୟକୁ ମିଶ୍ରଣ କରିବାରେ ସର୍ଦ୍ଦାର ପଟେଲଙ୍କ ସହ ଡକ୍ଟର ମହତାବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଧୁନିକ ଓଡ଼ିଶାରେ ପ୍ରତିଫଳିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଡ. ମହତାବଙ୍କ ପ୍ରଭାବ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ତାଙ୍କ ଜୀବନ ପରମ୍ପରା ବଜାୟ ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ ଡକ୍ଟର ମହତାବଙ୍କ ୧୨୫ତମ ଜୟନ୍ତୀ ପାଇଁ ଗୋଟିଏ ବର୍ଷବ୍ୟାପୀ ଉତ୍ସବ ପାଳନ ଲାଗି ଘୋଷଣା କରିଥିଲେ, ଯେଉଁଥିରେ ବର୍ତ୍ତମାନର ପିଢ଼ିକୁ ପ୍ରେରଣା ଦେବା ପାଇଁ ଏକ ଆତ୍ମଜୀବନୀ ସାମିଲ ରହିଛି ।

ଶିକ୍ଷାମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶାକୁ ଏଭଳି ଭାବେ ସମ୍ମାନିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସେ ଆବ୍ରାହମ ଲିଙ୍କନଙ୍କ ଉକ୍ତିକୁ ଉଦ୍ଧୃତ କରି କହିଥିଲେ, ‘‘ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ମୃତ୍ୟୁ ପରେ ଆପଣଙ୍କ ନାମ ମନେ ରଖାଯାଉ, ତେବେ ହୁଏତ ଲେଖିବା ଯୋଗ୍ୟ କିଛି କାମ କର କିମ୍ବା ପଢ଼ିବା ଯୋଗ୍ୟ କିଛି ଲେଖି ଦିଅ।’’ ଇତିହାସ ଉପରେ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଥିବା ଡକ୍ଟର ମହତାବ ଉଭୟ କାର୍ଯ୍ୟ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ମନ୍ତ୍ରୀ ଗର୍ବର ସହ ଡ. ମହତାବଙ୍କୁ ଜଣେ ପ୍ରକୃତ ରାଜନେତା ଓ ଓଡ଼ିଶା ପାଇଁ ଗର୍ବର ଉତ୍ସ ଭାବେ ଘୋଷଣା କରିଥିଲେ।

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ପାଳନ ଦେଶର ପ୍ରଗତି ପାଇଁ ଉତ୍ସର୍ଗୀକୃତ ତାଙ୍କ ଅସାଧାରଣ ଜୀବନକୁ ସ୍ମରଣୀୟ କରିଥିଲା। ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଏବଂ ସ୍ମାରକୀ ଉନ୍ମୋଚନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଭାରତର ଅନ୍ୟତମ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଏବଂ ସାହିତ୍ୟିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା।

ହରେକୃଷ୍ଣ ମହତାବଙ୍କ ବିଷୟରେ:

‘‘ଉତ୍କଳ କେଶରୀ’’ ନାମରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ ଏବଂ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବରେ ପରିଚିତ ଥିଲେ । ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ମହାବିଦ୍ୟାଳୟରେ ପଢ଼ିବା ସମୟରୁ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ସେବେଠାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ଡକ୍ଟର ମହତାବ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଆଦିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ସକ୍ରିୟତା ପାଇଁ ସେ ଏକାଧିକ ବାର ଗିରଫ ହୋଇଥିଲେ ଏବଂ ଓଡ଼ିଶାକୁ ଭାରତ ସଂଘରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଡକ୍ଟର ହରେକୃଷ୍ଣ ମହତାବ ଗଡ଼ଜାତ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ସେ ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଆର୍ଥିକ ବିକାଶ ପାଇଁ ପ୍ରୟାସ କରିଥିଲେ। ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବ୍ୟାପକ ଭାବରେ ଲେଖିଥିଲେ। ନିଜର ଐତିହାସିକ ବିବରଣୀ ‘ଓଡ଼ିଶାର ଇତିହାସ’ ସମେତ ଅନ୍ୟାନ୍ୟ ସାହିତ୍ୟ କୃତି ସେ ପାଇଁ ପ୍ରଶଂସିତ ହୋଇଥିଲେ ଏବଂ ୧୯୮୩ ମସିହାରେ ‘ଗାଁ ମଜଲିସ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୬୨ରେ ନିର୍ଦ୍ୱନ୍ଦ୍ୱରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Categories
ଆଞ୍ଚଳିକ

ବାଣପୁର: କଳିଙ୍ଗ ବୈଶ୍ୟ ଯୁବକ ସେବାସଂଘ ର ପୁନଃ ଗଠନ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଡୋମଣୀଙ୍କ ମନ୍ଦିରରେ ବୈଶ୍ୟ ସମାଜର ଯୁବକ ସେବା ସଂଘର ପୁନଃ ଗଠନ ହୋଇଯାଇଛି। ବୈଶ୍ୟ ସମାଜର ଯୁବକମାନଙ୍କୁ ନେଇ ଉକ୍ତ ସଭା ଆରମ୍ଭ ହୋଇଥିଲା। ସଭାରେ ପୁରୀ ଅଞ୍ଚଳର ବୈଶ୍ୟ ସଂଘ ର ଉପ ସଭାପତି ଦିଲ୍ଲୀପ କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ସଭାକାଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ସଭାରେ ବାଣପୁରରେ ଥିବା ଚାରି ଗୋଟି ସଂଘର ସଭାପତି ଓ ସମ୍ପାଦକ ଏବଂ ବାଣପୁର ବୈଶ୍ୟ ସଂଘର ଚାରି ଜଣ ପରାମର୍ଶଦାତା ଉପସ୍ଥିତ ରହି ଯୁବକ ସଂଘର ପୁନଃ ଗଠନ ନିମନ୍ତେ ଆଲୋଚନା କରାଯାଇଥିଲା।

ଉକ୍ତ ଆଲୋଚନାରେ ସର୍ବସମ୍ମତି କ୍ରମେ ଯୁବକ ସଂଘର ସଭାପତି ଭାବେ ବିଷ୍ଣୁପ୍ରସାଦ ପାତ୍ର, ସମ୍ପାଦକ କିଷାନ କୁମାର ନାୟକ, କୋଷାଧ୍ୟକ୍ଷ ବିକାଶ କୁମାର ସୁବୁଦ୍ଧି ଏବଂ ପରିଚାଳନା ସଦସ୍ୟ ଭାବେ ସୁଧିର କୁମାର ପାତ୍ର, ରାମ ଚନ୍ଦ୍ର ସୁବୁଦ୍ଧି, ଅରୁଣ କୁମାର ପାତ୍ର, ରୀତିଶି କୁମାର ସୁବୁଦ୍ଧି, ସତୀଶ କୁମାର ପାତ୍ରଙ୍କୁ ଯୁବକମାନେ କରତାଳି ମାରି ସ୍ୱାଗତ ଜଣାଇଥିଲେ।

ପରିଶେଷରେ ଉତ୍ତରାୟିଣି ସଂଘର ସଭାପତି ଅଶୋକ ମାଲୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାଷା ଓ ସାହିତ୍ୟ ଶିକ୍ଷାରେ ଡିଜିଟାଲ ଏକ ଆକର୍ଷଣୀୟ ପଦ୍ଧତି

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ଇଂରାଜୀ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଆଜି ଆୟୋଜିତ ଜାତୀୟ ସମ୍ପାନରେ ଇଂରାଜୀ ଭାଷାର ବିଶିଷ୍ଟ ଭାଷା ବିଶାରଦମାନେ ଯୋଗ ଦେଇ ସାମ୍ପ୍ରତିକ ଡିଜିଟାଲ ଯୁଗରେ ଭାଷା ସାହିତ୍ୟର ନୂତନ ଧାରା ଓ ଶୈକ୍ଷିକ ପଦ୍ଧତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ଆଲୋଚନା ଚକ୍ରରେ ପଶ୍ଚିମବଙ୍ଗର ବିଶିଷ୍ଟ ଭାଷାବିତ ପ୍ରଫେସର ସୈରିନ୍ଧୀ ସେନ ମୁଖ୍ୟ ଅତିଥି, ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସହକାରୀ ଇଂରାଜୀ ପ୍ରଫେସର ରବୀନ୍ଦ୍ର କୁମାର ପ୍ରଧାନ, ମୁଖ୍ୟବକ୍ତା ଓ ଆନ୍ଧ୍ରପ୍ରଦେଶସ୍ଥିତ ଆଦିତ୍ୟ ଯାନ୍ତ୍ରିକ ଓ ବୈଷୟିକ ପ୍ରତିଷ୍ଠାନର ପ୍ରଫେସର ଏମ ପାପୀନାଇଡୁ, କେ ପ୍ରକାଶମ ଏବଂ ଭୁବନେଶ୍ୱରସ୍ଥିତ ଟ୍ରାଇଡେଣ୍ଟ ଏକାଡେମୀର ଡକ୍ଟର ନମିତା ମହାନ୍ତି, ବାଲୁଗାଁ କଲେଜର ଡକ୍ଟର କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ଭାଷା ସାହିତ୍ୟ ଶିକ୍ଷା ଡିଜିଟାଲ ମାଧ୍ୟମରେ କିପରି ଅଧିକ ଆକର୍ଷଣୀୟ, ସ୍ଥାୟୀ ଓ ଗ୍ରହଣଯୋଗ୍ୟ ହୋଇପାରୁଛି, ସେ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ।

ଏ ସମ୍ପର୍କରେ ହୋଇଥିବା ବିଭିନ୍ନ ଗବେଷଣାର ନିର୍ଯାସ ସମ୍ପର୍କରେ ବକ୍ତା ମାନେ କହିଲେ ଯେ ଇଂରାଜୀ ଭାଷାର ଦକ୍ଷତା ଓ କୌଶଳ ଗୁଡିକୁ ଆପଣାଇବାକୁ ହେଲେ ବିଭିନ୍ନ ଡିଜିଟାଲ ପଦ୍ଧତି ସବୁଠୁଁ ସହଜ ମାର୍ଗ। ସମ୍ପ୍ରତି ଛୋଟ ଛୋଟ ଶିଶୁମାନେ ଡିଜିଟାଲ ମାଧ୍ୟମରେ ଖୁଵ କମ ସମୟରେ ବିଭିନ୍ନ ଭାଷାର ଶ୍ରବଣ,କଥନ, ଲିଖନ ଓ ପଠନ ଦକ୍ଷତା ହାସଲ କରି ପିତାମାତାଙ୍କୁ ସହାୟତା ପ୍ରଦାନ କରିପାରୁଛନ୍ତି। ଯେ କୌଣସି ଅନ ଲାଇନ ଡିଗ୍ରୀ ହାସଲ କରିବାର ଏହା ଏକ ସହଜ ପଦ୍ଧତି। ଭାଷା ଦକ୍ଷତା ହାସଲ କରି ଅର୍ଥ ମଧ୍ୟ ରୋଜଗାର କରିପାରୁଛନ୍ତି।

ଏହି ଜାତୀୟ ଆଲୋଚନାଚକ୍ରର ଆବାହିକା ତଥା ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ କରିଥିବା ବେଳେ ଇଂରାଜୀ ବିଭାଗ ସେମିନାର ସଂଯୋଜକ ଅଧ୍ୟାପକ ପତିତପାବନ ପଣ୍ଡା ଥିମ ପେପର ଉପସ୍ଥାପନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ।

ଉକ୍ତ ଆଲୋଚନାଚକ୍ରରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ଭାଷାବିତ ଯୋଗଦେଇ ନିବନ୍ଧ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଅଧ୍ୟାପକ ହିମାଂଶୁ କୁମାର ଦାଶ, ସ୍ୱାତୀ ସ୍ଵାଗତିକା ସାହୁ, ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ଓ ବିଭାଗର ଛାତ୍ର ଛାତ୍ରୀ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଉଦ୍ଯାପନୀ ଉତ୍ସବ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ହେଉଥିବା ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୪ ଏକ ପ୍ରିତୀକର ଢଙ୍ଗରେ ସମାପ୍ତ ହୋଇଥିଲା ଏବଂ ଦ୍ୱିତୀୟ ଦିନରେ ଏକ ହଜାରରୁ ଅଧିକ କୃଷକ ଅଂଶଗ୍ରହଣ କରିଥିଲେ। ମତ୍ସ୍ୟ ଚାଷ ଏବଂ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ସଚେତନତା ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଦ୍ୟେଶ ଥିଲା। “ଗୋ ସମ୍ବର୍ଦ୍ଧନ” କାର୍ଯ୍ୟକ୍ରମ ସହିତ ଦିନଟି ଆରମ୍ଭ ହୋଇଥିଲା, ସମ୍ମାନନୀୟ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ କରକମଳରେ ଗୋ-ପୁଜନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

ପଶୁପାଳନ ଏବଂ ଏହାର ଉପଯୁକ୍ତ ପରିଚାଳନା ସମ୍ବନ୍ଧୀୟ ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଏହା ପରେ ଏକ କୃଷକ ଏବଂ ବୈଜ୍ଞାନିକ ବାର୍ତ୍ତାଳାପ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବିଶେଷଜ୍ଞ ଏବଂ କୃଷକମାନେ ନୂତନ ଜ୍ଞାନକୌଶଳ ଏବଂ ମତ୍ସ୍ୟ ଚାଷ ଏବଂ ପ୍ରାଣୀସମ୍ପଦ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ।

ଏହି ଉଦ୍ଯାପନୀ ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଯଥା ଜ଼ିଲ୍ଲା ପରିଷଦର ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଖୋର୍ଦ୍ଧା ପୌରପାଳିକାର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ପୂମୁଲ ର ସଭାପତି ଦିଲୀପ କୁମାର ଦାଶ, ଏଡିଏମ୍ ଖୋର୍ଦ୍ଧା ପ୍ରତାପ ଚନ୍ଦ୍ର ବେଉରା ଏବଂ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ ଦେଇଥିଲେ।

ଏହି ଅବସରରେ ଶ୍ରୀ ସାହୁ ଆଲୋକପାତ କରି କହିଥିଲେ ଯେ କିପରି ଭାବେ ପ୍ରଯୁକ୍ତିବିଦ୍ୟା ରାଜ୍ୟର ମତ୍ସ୍ୟଚାଷୀ ଏବଂ ପ୍ରାଣୀପାଳକଙ୍କର ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ମାଛ ଓ ଅଣ୍ଡା ପାଇଁ ପଡୋଶୀ ରାଜ୍ୟଗୁଡ଼ିକ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଛି। ସେ ଯୁବକମାନଙ୍କୁ ଚାକିରି ଉପରେ ନିର୍ଭର କରିବା ପରିବର୍ତ୍ତେ ଆଧୁନିକ କୃଷି ପଦ୍ଧତି ଗ୍ରହଣ କରି ଉଦ୍ଯ଼ୋଗୀ ହେବାକୁ ଉତ୍ସାହିତ କରିଥିଲେ। ଶ୍ରୀ ମହାରାଣା ଅଧିକରୁ ଅଧିକ ଲୋକଙ୍କୁ ଉପକୃତ କରିବା ପାଇଁ ପ୍ରାଣୀସମ୍ପଦ ବିକାଶ ଅଭିମୁଖୀ. ଯୋଜନା ଗୁଡିକର ଉପଯୁକ୍ତ କାର୍ଯ୍ୟକାରିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ନୂତନ ଜ୍ଞାନକୌଶଳ ଗ୍ରହଣ କରି କୃଷକମାନଙ୍କର ଆଯ଼ ବୃଦ୍ଧି କରିବାରେ ସଚେତନତା କାର୍ଯ୍ୟକ୍ରମର ପ୍ରଭାବକୁ ଶ୍ରୀମତୀ ଗୁମାନସିଂ ବେଶ ପ୍ରଶଂସା କରିଥିଲେ। ଏଡିଏମ୍ ଗୋପାଳନ ଓ ମତ୍ସ୍ୟ ପାଳନକୁ ପ୍ରାଧାନ୍ୟ ଦେଵା ପାଇଁ ଆହ୍ୱାନ ଦେଇଥିଲେ। ସରକାରଙ୍କ କାମଧେନୁ ଯୋଜନା ମାଧ୍ୟମରେ ଦୁଗ୍ଧ ବିପ୍ଳବ ଏକ ସବୁଜ ବିପ୍ଲବ ବୋଲି ପ୍ରଶଂସା କରିବା ସହ ଆହ୍ବାନ କରିଥିଲେ।

ମତ୍ସ୍ୟଚାଷ ଏବଂ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଇଁ ଚାରିଜଣ ପ୍ରଗତିଶୀଳ କୃଷକଙ୍କୁ ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଖୋର୍ଦ୍ଧା ଡାକ୍ତର ଦେବୀଦତ୍ତ ମାଝୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ମତ୍ସ୍ୟଚାଷ ଏବଂ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପ ପ୍ରବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ ପରିଶେଷରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ଅଧିକାରୀ, ଗଣମାଧ୍ୟମ ଏବଂ କୃଷକମାନଙ୍କୁ ମେଳାର ଏହି ସଫଳତାରେ ସେମାନଙ୍କର ଉଦ୍ୟମ ପାଇଁ କୃତଜ୍ଞତା ବ୍ୟକ୍ତ କରି କାର୍ଯ୍ୟକ୍ରମଟିକୁ ସମାପ୍ତ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

କିଛି ଘଣ୍ଟା ପରେ ଅଷ୍ଟ୍ରେଲିଆ ବିରୋଧରେ ହେବ ମହା ଲଢେଇ: ଜାଣନ୍ତୁ ଭାରତର ସମ୍ଭାବ୍ୟ ଖେଳାଳି ଏକାଦଶ

ନୂଆଦିଲ୍ଲୀ: ୨୦୨୪ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତାକାଲି ଠାରୁ ପର୍ଥରେ ଖେଳାଯିବ। ଏହି ମ୍ୟାଚ ସକାଳ ୭.୫୦ ମିନିଟରେ ଆରମ୍ଭ ହେବ। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ, ତେଣୁ ଏହା ଏକ ମଜାଦାର ବିଷୟ ହୋଇ ରହିଛି ଯେ, ପର୍ଥ ଟେଷ୍ଟରେ ଯଶସ୍ଵୀ ଜୟସ୍ଵାଲଙ୍କ ସହ କିଏ ବ୍ୟାଟିଂ ଆରମ୍ଭ କରିବେ? ପର୍ଥ ପିଚରେ ଦ୍ରୁତ ବାଉନ୍ସ ଏବଂ ଗତି ଦେଖିବାକୁ ମିଳେ, ତେଣୁ ବୋଲିଂ ମିଶ୍ରଣକୁ ମଧ୍ୟ ବୁଦ୍ଧିମାନ ଭାବରେ ପ୍ରସ୍ତୁତ କରିବାକୁ ପଡିବ। ଦୁଇ ସ୍ପିନ୍ ବୋଲରଙ୍କ ସହ ଦଳ ପଡିଆକୁ ଓହ୍ଳାଇବ ନା ଭାରତ ଚାରିଟି ଦ୍ରୁତ ବୋଲରଙ୍କ ବିକଳ୍ପ ବାଛିବ? ଏହିପରି ଅନେକ ପ୍ରଶ୍ନର ଉତ୍ତର ଆପଣ ଏଠାରେ ପାଇବେ। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି ଏକାଦଶ ସହିତ ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ପ୍ରବେଶ କରିପାରିବ?

କେ.ଏଲ୍ ରାହୁଲ ଏବଂ ଯଶସ୍ୱୀ ଜୟସ୍ଵାଲ ପ୍ରାରମ୍ଭିକ ଯୋଡ଼ି!

ରୋହିତ ଶର୍ମାଙ୍କ ସମ୍ବନ୍ଧୀୟ ଅଦ୍ୟତନ ହେଉଛି ସେ, ନଭେମ୍ବର ୨୪ ତାରିଖରେ ଅର୍ଥାତ୍ ରବିବାର ଦିନ ପର୍ଥରେ ଟିମ୍ ଇଣ୍ଡିଆରେ ଯୋଗଦେବେ। ଏଭଳି ପରିସ୍ଥିତିରେ କେ.ଏଲ୍ ରାହୁଲଙ୍କୁ ତାଙ୍କ ବଦଳି ରୂପେ ଦେଖାଯାଉଛି। ରାହୁଲ ମଧ୍ୟ ଓପନିଂ ପାଇଁ ସର୍ବୋତ୍ତମ ବିକଳ୍ପ କାରଣ ତାଙ୍କର ୭୫ ଇନିଂସରେ ଓପନିଂ କରିବାର ଅଭିଜ୍ଞତା ଅଛି। ଏପର୍ଯ୍ୟନ୍ତ ଭାରତ ପାଇଁ ଓପନିଂ କରି ସେ ୭୫ ଟି ଇନିଂସରେ ୭ ଟି ଶତକ ଏବଂ ୧୨ ଟି ଅର୍ଦ୍ଧଶତକ ସହ ୨୫୫୧ ରନ୍ କରିଛନ୍ତି। ଶୁଭମାନ ଗିଲଙ୍କ ବିଷୟରେ କହିବାକୁ ଗଲେ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲ ଖେଳିବାର ସୁଯୋଗ ପାଇପାରନ୍ତି। ସେ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରି ୬୫ ରନର ଇନିଂସ ଖେଳିଥିଲେ। ସବୁଥର ପରି ବିରାଟ କୋହଲି ଚତୁର୍ଥ ସ୍ଥାନର ଦାୟିତ୍ଵ ପରିଚାଳନା କରିବେ।

ଦୁଇ ୱିକେଟ୍ କିପରଙ୍କ ସହ ଟିମ୍ ଇଣ୍ଡିଆ ପ୍ରବେଶ କରିବ!:

ଶୁବମାନ ଗିଲଙ୍କ ଆଘାତ ହେତୁ ମଧ୍ୟମକ୍ରମର ବ୍ୟାଟିଂରେ ପରିବର୍ତ୍ତନ ମଧ୍ୟ ସମ୍ଭବ। ଯଦି ରୋହିତ ଶର୍ମା ଦଳରେ ଥାଆନ୍ତେ, ତେବେ କେ.ଏଲ୍ ରାହୁଲ ପାଞ୍ଚ କିମ୍ବା ଛଅ ନମ୍ବରରେ ବ୍ୟାଟିଂ କରୁଥିବା ଦେଖିଥାନ୍ତେ। କିନ୍ତୁ ବର୍ତ୍ତମାନ ରାହୁଲ ଓପନିଂ କରିବାର ସମ୍ଭାବନା ବହୁତ ଅଧିକ, ତେଣୁ ତାଙ୍କ ସ୍ଥାନରେ ଧ୍ରୁଭ ଜୁରେଲ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିପାରନ୍ତି। ପ୍ରକାଶ ଯେ, ତାଙ୍କ ବ୍ୟତୀତ, ଖେଳାଳି ଏକାଦଶରେ ଋଷଭ ପନ୍ତଙ୍କ ସ୍ଥାନ ମଧ୍ୟ ପ୍ରାୟ ନିଶ୍ଚିତ ହୋଇଛି।

ବୋଲିଂ ମିଶ୍ରଣ କ’ଣ ହେବ?:

ପିଚ୍ କ୍ୟୁରେଟର ଆଇଜାକ୍ ମ୍ୟାକଡୋନାଲ୍ଡ ସ୍ପଷ୍ଟ କରିଛନ୍ତି ଯେ, ପର୍ଥ ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ଉପଯୁକ୍ତ ହେବ। ଏଭଳି ପରିସ୍ଥିତିରେ ଉଭୟ ଦଳ ୪ ଟି ଦ୍ରୁତ ବୋଲର ଏବଂ ଗୋଟିଏ ସ୍ପିନରଙ୍କ ମିଶ୍ରଣ ସହିତ ପଡିଆକୁ ଓହ୍ଲାଇପାରନ୍ତି। ଜସପ୍ରୀତ ବୁମ୍ରା ଭାରତୀୟ ବୋଲିଂର ନେତୃତ୍ୱ ନେବେ, ପେସ୍ ଆକ୍ରମଣରେ ସେ ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ସହଯୋଗ କରିବେ। ନୀତୀଶ କୁମାର ରେଡ୍ଡୀ ଦଳର ଚତୁର୍ଥ ଦ୍ରୁତ ବୋଲିଂ ବିକଳ୍ପ ହୋଇପାରନ୍ତି। ଖେଳାଳି ଏକାଦଶରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକମାତ୍ର ସ୍ପିନର ହୋଇପାରନ୍ତି।

ପ୍ରଥମ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଖେଳାଳି ଏକାଦଶ: ଯଶସ୍ୱୀ ଜୟସ୍ଵାଲ, କେ.ଏଲ୍ ରାହୁଲ, ଦେବଦତ୍ତ ପାଡିକଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁଭ ଜୁରେଲ, ନୀତୀଶ ରେଡ୍ଡୀ, ରବିଚନ୍ଦ୍ରନ ଅଶ୍ୱିନ, ଜସପ୍ରୀତ ବୁମରା (ଅଧିନାୟକ) ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଜାରି କଲେ ଗିରଫ ପରୱାନା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ର ବିଚାରପତିମାନେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗେଲେଣ୍ଟଙ୍କ ସମେତ ହମାସ ସାମରିକ କମାଣ୍ଡୋଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏକ ପ୍ରି-ଟ୍ରାଏଲ୍ ଚାମ୍ବର କୋର୍ଟରେ ଇସ୍ରାଏଲ୍ ଚ୍ୟାଲେଞ୍ଜକୁ ଖାରଜ କରାଯାଇଛି ଏବଂ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ୟୋଆଭ୍ ଗେଲେଣ୍ଟଙ୍କ ପାଇଁ ୱାରେଣ୍ଟ ଜାରି କରାଯାଇଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି। ମହମ୍ମଦ ଜଇଫଙ୍କ ପାଇଁ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି, ଯଦିଓ ଜୁଲାଇରେ ଗାଜାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ତାଙ୍କୁ ହତ୍ୟା କରାଯାଇଥିବା ଇସ୍ରାଏଲ ସେନା କହିଛି। କିନ୍ତୁ ହମାସ୍ ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରିନାହିଁ।

ସୂଚନା ଅନୁଯାୟୀ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ସମୟରେ ଏହି ତିନି ଜଣ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୁଦ୍ଧରେ ହୋଇଥିବା ଅପରାଧ ପାଇଁ ଏହି ତିନି ଜଣ “ଅପରାଧିକ ଦାୟୀ” ବହନ କରନ୍ତି। ଉଭୟ ଇସ୍ରାଏଲ ଏବଂ ହମାସ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।