Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ କେଶରୀ ଡକ୍ଚର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: କଟକରେ ଉତ୍କଳ କେଶରୀ ଡକ୍ଚର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନ, ମହାନଗର ନିଗମ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ମହତାବଙ୍କ ବହୁମୁଖୀ ପ୍ରତିଭାର ଆଲୋଚନା କରିଥିଲେ। ସେ କହିଥିଲେ, ଓଡିଶାର ବିକାଶ, ଅସ୍ମିତା ଓ ଓଡିଆ ଜାତିର ଟେକ ପାଇଁ ସେ ସାରା ଜୀବନ ଲଢେଇ ଜାରି ରଖିଥିଲେ।

ଓଡିଶାର ବିକାଶ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ। ସମାରୋହରେ କଟକ ମେୟର ସୁବାସ ସିଂ, ବିଧାୟକ ସୌଭିକ ବିଶ୍ବାଳ, ପ୍ରକାଶ ସେଠୀ, ସୋଫିଆ ଫିର୍ଦୋସ, ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଓ ନୟନ କିଶୋର ମହାନ୍ତି, କଟକ ଜିଲ୍ଲାପାଳ ଦତାତ୍ରେୟ ଭାଓ ସାହେବ ସିନ୍ଦେ, ସିଏମସି କମିଶନର ଅନାମ ଚନ୍ଦ୍ର ପାତ୍ର ପ୍ରମୁଖ ମହତାବଙ୍କ ସ୍ମୃତିଚାରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ସମ୍ମାନ ଜଣାଇ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ସ୍ୱତନ୍ତ୍ର ସ୍ମୃତିଚାରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ବର୍ଷ ବ୍ୟାପୀ ଚାଲିବାକୁ ଥିବା ଏହି ସ୍ମରଣୋତ୍ସବରେ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଲେଖକ, ରାଜନେତା, ଐତିହାସିକ, ସାମ୍ବାଦିକ ତଥା ଆଧୁନିକ ଓଡ଼ିଶାର ପ୍ରତିଷ୍ଠାତା ଭାବରେ ଡ. ହରେକୃଷ୍ଣ ମହତାବଙ୍କ ଉଲ୍ଲେଖନୀୟ ଅବଦାନକୁ ବିଭିନ୍ନ କାର୍ଯ୍ୟକ୍ରମ, ବକ୍ତୃତା, ପ୍ରଦର୍ଶନୀ, ଆଲୋଚନାଚକ୍ର ମାଧ୍ୟମରେ ପ୍ରଚାରପ୍ରସାର ଓ ପାଳନ କରାଯିବ।

କାର୍ଯ୍ୟକ୍ରମ ସ୍ଥଳରେ ଲଳିତ କଳା ଏକାଡେମୀ ପକ୍ଷରୁ ଡ. ମହତାବଙ୍କ ଜୀବନଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା। ଡକ୍ଟର ହରେକୃଷ୍ଣଙ୍କ ଜୀବନାଦର୍ଶ, ତାଙ୍କ ପ୍ରାରମ୍ଭିକ ଜୀବନ, ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଏବଂ ଓଡ଼ିଶା ପ୍ରତି ତାଙ୍କର ଅବଦାନ ଉପରେ ଓଡ଼ିଶାର ୧୫ରୁ ଅଧିକ କଳାକାରଙ୍କ ଦ୍ୱାରା ଏହି ପ୍ରଦର୍ଶନୀ ପ୍ରସ୍ତୁତ କରାଯାଇଥିଲା। ପ୍ରଦର୍ଶନୀ ଏବଂ ଚିତ୍ରକଳାର ନିଖୁଣ ଓ ଜୀବନ୍ତ ସ୍ୱରୂପ ଏବଂ ସୃଜନଶୀଳତାକୁ ମାନ୍ୟବର ରାଷ୍ଟ୍ରପତି ପ୍ରଶଂସା କରିଥିଲେ । କଳାକାରମାନେ ରାଷ୍ଟ୍ରପତିଙ୍କ ସହ କଥା ହେବା ଏବଂ ଫଟୋ ଉଠାଇବାର ସୁଯୋଗ ମଧ୍ୟ ପାଇଥିଲେ। ଏହାବ୍ୟତୀତ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୀବନ ଉପରେ ଆଲୋକପାତ କରୁଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହା ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଏବଂ ଚିରସ୍ଥାୟୀ ଆଦର୍ଶ ପ୍ରତି ଗଭୀର ଦୃଷ୍ଟିପାତ କରିଥିଲା।

ବିଭିନ୍ନ ସ୍ମାରକୀ ଉନ୍ମୋଚନ

ଏହି ଅବସରରେ ରାଷ୍ଟ୍ରପତି ଡକ୍ଟର ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ।

ଏହା ବ୍ୟତୀତ ନିମ୍ନ ପୁସ୍ତକଗୁଡ଼ିକ ଉନ୍ମୋଚନ କରାଯାଇଥିଲା:

୧- ହରେକୃଷ୍ଣ ମହତାବ: ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ତଥା ବୈଷ୍ଣବ ଚରଣ ସାମଲଙ୍କ ଦ୍ୱାରା ରଚିତ ଏକ କ୍ଷୁଦ୍ର ପୁସ୍ତିକା

୨- ଗାଁ ମଜଲିସ୍‌: ଡକ୍ଟର ମହତାବଙ୍କ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରବନ୍ଧଗୁଡ଼ିକର ତରୁଣ କୁମାର ସାହୁଙ୍କ ଦ୍ୱାରା ଇଂରାଜୀ ଅନୁବାଦ

୩- ଗାଁ ମଜଲିସ: ସୁଜାତା ସିବେନଙ୍କ ଦ୍ୱାରା ଏହି ସାହିତ୍ୟ କୃତିର ହିନ୍ଦୀ ଅନୁବାଦ

ସମ୍ମାନିତ ମନ୍ତ୍ରୀମାନେ ଏହି ପୁସ୍ତକଗୁଡ଼ିକର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।

ଭାରତର ସ୍ୱାଧୀନତା ଆନ୍ଦୋଳନରେ ଡକ୍ଟର ମହତାବଙ୍କ ଅବିସ୍ମରଣୀୟ ପ୍ରଭାବ ଏବଂ ସାହିତ୍ୟ ଓ ପ୍ରଶାସନ କ୍ଷେତ୍ରରେ ତାଙ୍କର ଚିରସ୍ଥାୟୀ ଅବଦାନ ଉପରେ ରାଷ୍ଟ୍ରପତି ଆଲୋକପାତ କରିଥିଲେ। ଓଡ଼ିଶାର ଏହି ମହାପୁରୁଷଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ତାଙ୍କର ଚିରସ୍ଥାୟୀ ଜୀବନ ପରମ୍ପରାକୁ ନେଇ ଏକ ବର୍ଷବ୍ୟାପୀ ଉତ୍ସବ ଆରମ୍ଭ କରିଥିବାରୁ ସେ ସଂସ୍କୃତି ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଡକ୍ଟର ହରେକୃଷ୍ଣ ମହତାବ ଜଣେ ଦୂରଦର୍ଶୀ ନେତା ଥିଲେ। ସେ ଜାଣିଥିଲେ ଯେ କେବଳ ଶାରୀରିକ ବିକାଶ ଯଥେଷ୍ଟ ନୁହେଁ ବରଂ ସାଂସ୍କୃତିକ ସଚେତନତା ମଧ୍ୟ ଆବଶ୍ୟକ। ଡକ୍ଟର ହରେକୃଷ୍ଣ ମହତାବ ଦେଶପ୍ରେମକୁ ଦେଶର ବିକାଶର ଆଧାର ବୋଲି ବିବେଚନା କରିଥିଲେ ବୋଲି ରାଷ୍ଟ୍ରପତି କହିଥିଲେ।

କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ତାଙ୍କ ଅଭିଭାଷଣରେ ଡ. ମହତାବଙ୍କ ଉଲ୍ଲେଖନୀୟ ଜୀବନସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଡକ୍ଟର ମହତାବ କେବଳ ସ୍ୱାଧୀନତା ପାଇଁ ନୁହେଁ ବରଂ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ନିଜକୁ କିପରି ଉତ୍ସର୍ଗ କରିଥିଲେ ସେ ବିଷୟରେ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅତିଥିମାନଙ୍କୁ ସମ୍ବୋଧିତ କରିବା ସହ ଡ. ହରେକୃଷ୍ଣ ମହତାବଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ରାଜ୍ୟର ୨୬ଟି ଗଡ଼ଜାତ ରାଜ୍ୟକୁ ମିଶ୍ରଣ କରିବାରେ ସର୍ଦ୍ଦାର ପଟେଲଙ୍କ ସହ ଡକ୍ଟର ମହତାବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଧୁନିକ ଓଡ଼ିଶାରେ ପ୍ରତିଫଳିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଡ. ମହତାବଙ୍କ ପ୍ରଭାବ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ତାଙ୍କ ଜୀବନ ପରମ୍ପରା ବଜାୟ ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ ଡକ୍ଟର ମହତାବଙ୍କ ୧୨୫ତମ ଜୟନ୍ତୀ ପାଇଁ ଗୋଟିଏ ବର୍ଷବ୍ୟାପୀ ଉତ୍ସବ ପାଳନ ଲାଗି ଘୋଷଣା କରିଥିଲେ, ଯେଉଁଥିରେ ବର୍ତ୍ତମାନର ପିଢ଼ିକୁ ପ୍ରେରଣା ଦେବା ପାଇଁ ଏକ ଆତ୍ମଜୀବନୀ ସାମିଲ ରହିଛି ।

ଶିକ୍ଷାମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶାକୁ ଏଭଳି ଭାବେ ସମ୍ମାନିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସେ ଆବ୍ରାହମ ଲିଙ୍କନଙ୍କ ଉକ୍ତିକୁ ଉଦ୍ଧୃତ କରି କହିଥିଲେ, ‘‘ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ମୃତ୍ୟୁ ପରେ ଆପଣଙ୍କ ନାମ ମନେ ରଖାଯାଉ, ତେବେ ହୁଏତ ଲେଖିବା ଯୋଗ୍ୟ କିଛି କାମ କର କିମ୍ବା ପଢ଼ିବା ଯୋଗ୍ୟ କିଛି ଲେଖି ଦିଅ।’’ ଇତିହାସ ଉପରେ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଥିବା ଡକ୍ଟର ମହତାବ ଉଭୟ କାର୍ଯ୍ୟ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ମନ୍ତ୍ରୀ ଗର୍ବର ସହ ଡ. ମହତାବଙ୍କୁ ଜଣେ ପ୍ରକୃତ ରାଜନେତା ଓ ଓଡ଼ିଶା ପାଇଁ ଗର୍ବର ଉତ୍ସ ଭାବେ ଘୋଷଣା କରିଥିଲେ।

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ପାଳନ ଦେଶର ପ୍ରଗତି ପାଇଁ ଉତ୍ସର୍ଗୀକୃତ ତାଙ୍କ ଅସାଧାରଣ ଜୀବନକୁ ସ୍ମରଣୀୟ କରିଥିଲା। ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଏବଂ ସ୍ମାରକୀ ଉନ୍ମୋଚନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଭାରତର ଅନ୍ୟତମ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଏବଂ ସାହିତ୍ୟିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା।

ହରେକୃଷ୍ଣ ମହତାବଙ୍କ ବିଷୟରେ:

‘‘ଉତ୍କଳ କେଶରୀ’’ ନାମରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ ଏବଂ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବରେ ପରିଚିତ ଥିଲେ । ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ମହାବିଦ୍ୟାଳୟରେ ପଢ଼ିବା ସମୟରୁ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ସେବେଠାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ଡକ୍ଟର ମହତାବ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଆଦିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ସକ୍ରିୟତା ପାଇଁ ସେ ଏକାଧିକ ବାର ଗିରଫ ହୋଇଥିଲେ ଏବଂ ଓଡ଼ିଶାକୁ ଭାରତ ସଂଘରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଡକ୍ଟର ହରେକୃଷ୍ଣ ମହତାବ ଗଡ଼ଜାତ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ସେ ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଆର୍ଥିକ ବିକାଶ ପାଇଁ ପ୍ରୟାସ କରିଥିଲେ। ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବ୍ୟାପକ ଭାବରେ ଲେଖିଥିଲେ। ନିଜର ଐତିହାସିକ ବିବରଣୀ ‘ଓଡ଼ିଶାର ଇତିହାସ’ ସମେତ ଅନ୍ୟାନ୍ୟ ସାହିତ୍ୟ କୃତି ସେ ପାଇଁ ପ୍ରଶଂସିତ ହୋଇଥିଲେ ଏବଂ ୧୯୮୩ ମସିହାରେ ‘ଗାଁ ମଜଲିସ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୬୨ରେ ନିର୍ଦ୍ୱନ୍ଦ୍ୱରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Categories
ଆଞ୍ଚଳିକ

ବାଣପୁର: କଳିଙ୍ଗ ବୈଶ୍ୟ ଯୁବକ ସେବାସଂଘ ର ପୁନଃ ଗଠନ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଡୋମଣୀଙ୍କ ମନ୍ଦିରରେ ବୈଶ୍ୟ ସମାଜର ଯୁବକ ସେବା ସଂଘର ପୁନଃ ଗଠନ ହୋଇଯାଇଛି। ବୈଶ୍ୟ ସମାଜର ଯୁବକମାନଙ୍କୁ ନେଇ ଉକ୍ତ ସଭା ଆରମ୍ଭ ହୋଇଥିଲା। ସଭାରେ ପୁରୀ ଅଞ୍ଚଳର ବୈଶ୍ୟ ସଂଘ ର ଉପ ସଭାପତି ଦିଲ୍ଲୀପ କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ସଭାକାଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ସଭାରେ ବାଣପୁରରେ ଥିବା ଚାରି ଗୋଟି ସଂଘର ସଭାପତି ଓ ସମ୍ପାଦକ ଏବଂ ବାଣପୁର ବୈଶ୍ୟ ସଂଘର ଚାରି ଜଣ ପରାମର୍ଶଦାତା ଉପସ୍ଥିତ ରହି ଯୁବକ ସଂଘର ପୁନଃ ଗଠନ ନିମନ୍ତେ ଆଲୋଚନା କରାଯାଇଥିଲା।

ଉକ୍ତ ଆଲୋଚନାରେ ସର୍ବସମ୍ମତି କ୍ରମେ ଯୁବକ ସଂଘର ସଭାପତି ଭାବେ ବିଷ୍ଣୁପ୍ରସାଦ ପାତ୍ର, ସମ୍ପାଦକ କିଷାନ କୁମାର ନାୟକ, କୋଷାଧ୍ୟକ୍ଷ ବିକାଶ କୁମାର ସୁବୁଦ୍ଧି ଏବଂ ପରିଚାଳନା ସଦସ୍ୟ ଭାବେ ସୁଧିର କୁମାର ପାତ୍ର, ରାମ ଚନ୍ଦ୍ର ସୁବୁଦ୍ଧି, ଅରୁଣ କୁମାର ପାତ୍ର, ରୀତିଶି କୁମାର ସୁବୁଦ୍ଧି, ସତୀଶ କୁମାର ପାତ୍ରଙ୍କୁ ଯୁବକମାନେ କରତାଳି ମାରି ସ୍ୱାଗତ ଜଣାଇଥିଲେ।

ପରିଶେଷରେ ଉତ୍ତରାୟିଣି ସଂଘର ସଭାପତି ଅଶୋକ ମାଲୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାଷା ଓ ସାହିତ୍ୟ ଶିକ୍ଷାରେ ଡିଜିଟାଲ ଏକ ଆକର୍ଷଣୀୟ ପଦ୍ଧତି

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ଇଂରାଜୀ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଆଜି ଆୟୋଜିତ ଜାତୀୟ ସମ୍ପାନରେ ଇଂରାଜୀ ଭାଷାର ବିଶିଷ୍ଟ ଭାଷା ବିଶାରଦମାନେ ଯୋଗ ଦେଇ ସାମ୍ପ୍ରତିକ ଡିଜିଟାଲ ଯୁଗରେ ଭାଷା ସାହିତ୍ୟର ନୂତନ ଧାରା ଓ ଶୈକ୍ଷିକ ପଦ୍ଧତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ଆଲୋଚନା ଚକ୍ରରେ ପଶ୍ଚିମବଙ୍ଗର ବିଶିଷ୍ଟ ଭାଷାବିତ ପ୍ରଫେସର ସୈରିନ୍ଧୀ ସେନ ମୁଖ୍ୟ ଅତିଥି, ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସହକାରୀ ଇଂରାଜୀ ପ୍ରଫେସର ରବୀନ୍ଦ୍ର କୁମାର ପ୍ରଧାନ, ମୁଖ୍ୟବକ୍ତା ଓ ଆନ୍ଧ୍ରପ୍ରଦେଶସ୍ଥିତ ଆଦିତ୍ୟ ଯାନ୍ତ୍ରିକ ଓ ବୈଷୟିକ ପ୍ରତିଷ୍ଠାନର ପ୍ରଫେସର ଏମ ପାପୀନାଇଡୁ, କେ ପ୍ରକାଶମ ଏବଂ ଭୁବନେଶ୍ୱରସ୍ଥିତ ଟ୍ରାଇଡେଣ୍ଟ ଏକାଡେମୀର ଡକ୍ଟର ନମିତା ମହାନ୍ତି, ବାଲୁଗାଁ କଲେଜର ଡକ୍ଟର କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ଭାଷା ସାହିତ୍ୟ ଶିକ୍ଷା ଡିଜିଟାଲ ମାଧ୍ୟମରେ କିପରି ଅଧିକ ଆକର୍ଷଣୀୟ, ସ୍ଥାୟୀ ଓ ଗ୍ରହଣଯୋଗ୍ୟ ହୋଇପାରୁଛି, ସେ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ।

ଏ ସମ୍ପର୍କରେ ହୋଇଥିବା ବିଭିନ୍ନ ଗବେଷଣାର ନିର୍ଯାସ ସମ୍ପର୍କରେ ବକ୍ତା ମାନେ କହିଲେ ଯେ ଇଂରାଜୀ ଭାଷାର ଦକ୍ଷତା ଓ କୌଶଳ ଗୁଡିକୁ ଆପଣାଇବାକୁ ହେଲେ ବିଭିନ୍ନ ଡିଜିଟାଲ ପଦ୍ଧତି ସବୁଠୁଁ ସହଜ ମାର୍ଗ। ସମ୍ପ୍ରତି ଛୋଟ ଛୋଟ ଶିଶୁମାନେ ଡିଜିଟାଲ ମାଧ୍ୟମରେ ଖୁଵ କମ ସମୟରେ ବିଭିନ୍ନ ଭାଷାର ଶ୍ରବଣ,କଥନ, ଲିଖନ ଓ ପଠନ ଦକ୍ଷତା ହାସଲ କରି ପିତାମାତାଙ୍କୁ ସହାୟତା ପ୍ରଦାନ କରିପାରୁଛନ୍ତି। ଯେ କୌଣସି ଅନ ଲାଇନ ଡିଗ୍ରୀ ହାସଲ କରିବାର ଏହା ଏକ ସହଜ ପଦ୍ଧତି। ଭାଷା ଦକ୍ଷତା ହାସଲ କରି ଅର୍ଥ ମଧ୍ୟ ରୋଜଗାର କରିପାରୁଛନ୍ତି।

ଏହି ଜାତୀୟ ଆଲୋଚନାଚକ୍ରର ଆବାହିକା ତଥା ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ କରିଥିବା ବେଳେ ଇଂରାଜୀ ବିଭାଗ ସେମିନାର ସଂଯୋଜକ ଅଧ୍ୟାପକ ପତିତପାବନ ପଣ୍ଡା ଥିମ ପେପର ଉପସ୍ଥାପନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ।

ଉକ୍ତ ଆଲୋଚନାଚକ୍ରରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ଭାଷାବିତ ଯୋଗଦେଇ ନିବନ୍ଧ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଅଧ୍ୟାପକ ହିମାଂଶୁ କୁମାର ଦାଶ, ସ୍ୱାତୀ ସ୍ଵାଗତିକା ସାହୁ, ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ଓ ବିଭାଗର ଛାତ୍ର ଛାତ୍ରୀ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଉଦ୍ଯାପନୀ ଉତ୍ସବ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ହେଉଥିବା ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୪ ଏକ ପ୍ରିତୀକର ଢଙ୍ଗରେ ସମାପ୍ତ ହୋଇଥିଲା ଏବଂ ଦ୍ୱିତୀୟ ଦିନରେ ଏକ ହଜାରରୁ ଅଧିକ କୃଷକ ଅଂଶଗ୍ରହଣ କରିଥିଲେ। ମତ୍ସ୍ୟ ଚାଷ ଏବଂ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ସଚେତନତା ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଦ୍ୟେଶ ଥିଲା। “ଗୋ ସମ୍ବର୍ଦ୍ଧନ” କାର୍ଯ୍ୟକ୍ରମ ସହିତ ଦିନଟି ଆରମ୍ଭ ହୋଇଥିଲା, ସମ୍ମାନନୀୟ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ କରକମଳରେ ଗୋ-ପୁଜନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

ପଶୁପାଳନ ଏବଂ ଏହାର ଉପଯୁକ୍ତ ପରିଚାଳନା ସମ୍ବନ୍ଧୀୟ ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଏହା ପରେ ଏକ କୃଷକ ଏବଂ ବୈଜ୍ଞାନିକ ବାର୍ତ୍ତାଳାପ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବିଶେଷଜ୍ଞ ଏବଂ କୃଷକମାନେ ନୂତନ ଜ୍ଞାନକୌଶଳ ଏବଂ ମତ୍ସ୍ୟ ଚାଷ ଏବଂ ପ୍ରାଣୀସମ୍ପଦ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ।

ଏହି ଉଦ୍ଯାପନୀ ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଯଥା ଜ଼ିଲ୍ଲା ପରିଷଦର ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଖୋର୍ଦ୍ଧା ପୌରପାଳିକାର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ପୂମୁଲ ର ସଭାପତି ଦିଲୀପ କୁମାର ଦାଶ, ଏଡିଏମ୍ ଖୋର୍ଦ୍ଧା ପ୍ରତାପ ଚନ୍ଦ୍ର ବେଉରା ଏବଂ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ ଦେଇଥିଲେ।

ଏହି ଅବସରରେ ଶ୍ରୀ ସାହୁ ଆଲୋକପାତ କରି କହିଥିଲେ ଯେ କିପରି ଭାବେ ପ୍ରଯୁକ୍ତିବିଦ୍ୟା ରାଜ୍ୟର ମତ୍ସ୍ୟଚାଷୀ ଏବଂ ପ୍ରାଣୀପାଳକଙ୍କର ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ମାଛ ଓ ଅଣ୍ଡା ପାଇଁ ପଡୋଶୀ ରାଜ୍ୟଗୁଡ଼ିକ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଛି। ସେ ଯୁବକମାନଙ୍କୁ ଚାକିରି ଉପରେ ନିର୍ଭର କରିବା ପରିବର୍ତ୍ତେ ଆଧୁନିକ କୃଷି ପଦ୍ଧତି ଗ୍ରହଣ କରି ଉଦ୍ଯ଼ୋଗୀ ହେବାକୁ ଉତ୍ସାହିତ କରିଥିଲେ। ଶ୍ରୀ ମହାରାଣା ଅଧିକରୁ ଅଧିକ ଲୋକଙ୍କୁ ଉପକୃତ କରିବା ପାଇଁ ପ୍ରାଣୀସମ୍ପଦ ବିକାଶ ଅଭିମୁଖୀ. ଯୋଜନା ଗୁଡିକର ଉପଯୁକ୍ତ କାର୍ଯ୍ୟକାରିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ନୂତନ ଜ୍ଞାନକୌଶଳ ଗ୍ରହଣ କରି କୃଷକମାନଙ୍କର ଆଯ଼ ବୃଦ୍ଧି କରିବାରେ ସଚେତନତା କାର୍ଯ୍ୟକ୍ରମର ପ୍ରଭାବକୁ ଶ୍ରୀମତୀ ଗୁମାନସିଂ ବେଶ ପ୍ରଶଂସା କରିଥିଲେ। ଏଡିଏମ୍ ଗୋପାଳନ ଓ ମତ୍ସ୍ୟ ପାଳନକୁ ପ୍ରାଧାନ୍ୟ ଦେଵା ପାଇଁ ଆହ୍ୱାନ ଦେଇଥିଲେ। ସରକାରଙ୍କ କାମଧେନୁ ଯୋଜନା ମାଧ୍ୟମରେ ଦୁଗ୍ଧ ବିପ୍ଳବ ଏକ ସବୁଜ ବିପ୍ଲବ ବୋଲି ପ୍ରଶଂସା କରିବା ସହ ଆହ୍ବାନ କରିଥିଲେ।

ମତ୍ସ୍ୟଚାଷ ଏବଂ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଇଁ ଚାରିଜଣ ପ୍ରଗତିଶୀଳ କୃଷକଙ୍କୁ ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଖୋର୍ଦ୍ଧା ଡାକ୍ତର ଦେବୀଦତ୍ତ ମାଝୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ମତ୍ସ୍ୟଚାଷ ଏବଂ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପ ପ୍ରବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ ପରିଶେଷରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ଅଧିକାରୀ, ଗଣମାଧ୍ୟମ ଏବଂ କୃଷକମାନଙ୍କୁ ମେଳାର ଏହି ସଫଳତାରେ ସେମାନଙ୍କର ଉଦ୍ୟମ ପାଇଁ କୃତଜ୍ଞତା ବ୍ୟକ୍ତ କରି କାର୍ଯ୍ୟକ୍ରମଟିକୁ ସମାପ୍ତ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

କିଛି ଘଣ୍ଟା ପରେ ଅଷ୍ଟ୍ରେଲିଆ ବିରୋଧରେ ହେବ ମହା ଲଢେଇ: ଜାଣନ୍ତୁ ଭାରତର ସମ୍ଭାବ୍ୟ ଖେଳାଳି ଏକାଦଶ

ନୂଆଦିଲ୍ଲୀ: ୨୦୨୪ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତାକାଲି ଠାରୁ ପର୍ଥରେ ଖେଳାଯିବ। ଏହି ମ୍ୟାଚ ସକାଳ ୭.୫୦ ମିନିଟରେ ଆରମ୍ଭ ହେବ। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ, ତେଣୁ ଏହା ଏକ ମଜାଦାର ବିଷୟ ହୋଇ ରହିଛି ଯେ, ପର୍ଥ ଟେଷ୍ଟରେ ଯଶସ୍ଵୀ ଜୟସ୍ଵାଲଙ୍କ ସହ କିଏ ବ୍ୟାଟିଂ ଆରମ୍ଭ କରିବେ? ପର୍ଥ ପିଚରେ ଦ୍ରୁତ ବାଉନ୍ସ ଏବଂ ଗତି ଦେଖିବାକୁ ମିଳେ, ତେଣୁ ବୋଲିଂ ମିଶ୍ରଣକୁ ମଧ୍ୟ ବୁଦ୍ଧିମାନ ଭାବରେ ପ୍ରସ୍ତୁତ କରିବାକୁ ପଡିବ। ଦୁଇ ସ୍ପିନ୍ ବୋଲରଙ୍କ ସହ ଦଳ ପଡିଆକୁ ଓହ୍ଳାଇବ ନା ଭାରତ ଚାରିଟି ଦ୍ରୁତ ବୋଲରଙ୍କ ବିକଳ୍ପ ବାଛିବ? ଏହିପରି ଅନେକ ପ୍ରଶ୍ନର ଉତ୍ତର ଆପଣ ଏଠାରେ ପାଇବେ। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି ଏକାଦଶ ସହିତ ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ପ୍ରବେଶ କରିପାରିବ?

କେ.ଏଲ୍ ରାହୁଲ ଏବଂ ଯଶସ୍ୱୀ ଜୟସ୍ଵାଲ ପ୍ରାରମ୍ଭିକ ଯୋଡ଼ି!

ରୋହିତ ଶର୍ମାଙ୍କ ସମ୍ବନ୍ଧୀୟ ଅଦ୍ୟତନ ହେଉଛି ସେ, ନଭେମ୍ବର ୨୪ ତାରିଖରେ ଅର୍ଥାତ୍ ରବିବାର ଦିନ ପର୍ଥରେ ଟିମ୍ ଇଣ୍ଡିଆରେ ଯୋଗଦେବେ। ଏଭଳି ପରିସ୍ଥିତିରେ କେ.ଏଲ୍ ରାହୁଲଙ୍କୁ ତାଙ୍କ ବଦଳି ରୂପେ ଦେଖାଯାଉଛି। ରାହୁଲ ମଧ୍ୟ ଓପନିଂ ପାଇଁ ସର୍ବୋତ୍ତମ ବିକଳ୍ପ କାରଣ ତାଙ୍କର ୭୫ ଇନିଂସରେ ଓପନିଂ କରିବାର ଅଭିଜ୍ଞତା ଅଛି। ଏପର୍ଯ୍ୟନ୍ତ ଭାରତ ପାଇଁ ଓପନିଂ କରି ସେ ୭୫ ଟି ଇନିଂସରେ ୭ ଟି ଶତକ ଏବଂ ୧୨ ଟି ଅର୍ଦ୍ଧଶତକ ସହ ୨୫୫୧ ରନ୍ କରିଛନ୍ତି। ଶୁଭମାନ ଗିଲଙ୍କ ବିଷୟରେ କହିବାକୁ ଗଲେ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲ ଖେଳିବାର ସୁଯୋଗ ପାଇପାରନ୍ତି। ସେ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରି ୬୫ ରନର ଇନିଂସ ଖେଳିଥିଲେ। ସବୁଥର ପରି ବିରାଟ କୋହଲି ଚତୁର୍ଥ ସ୍ଥାନର ଦାୟିତ୍ଵ ପରିଚାଳନା କରିବେ।

ଦୁଇ ୱିକେଟ୍ କିପରଙ୍କ ସହ ଟିମ୍ ଇଣ୍ଡିଆ ପ୍ରବେଶ କରିବ!:

ଶୁବମାନ ଗିଲଙ୍କ ଆଘାତ ହେତୁ ମଧ୍ୟମକ୍ରମର ବ୍ୟାଟିଂରେ ପରିବର୍ତ୍ତନ ମଧ୍ୟ ସମ୍ଭବ। ଯଦି ରୋହିତ ଶର୍ମା ଦଳରେ ଥାଆନ୍ତେ, ତେବେ କେ.ଏଲ୍ ରାହୁଲ ପାଞ୍ଚ କିମ୍ବା ଛଅ ନମ୍ବରରେ ବ୍ୟାଟିଂ କରୁଥିବା ଦେଖିଥାନ୍ତେ। କିନ୍ତୁ ବର୍ତ୍ତମାନ ରାହୁଲ ଓପନିଂ କରିବାର ସମ୍ଭାବନା ବହୁତ ଅଧିକ, ତେଣୁ ତାଙ୍କ ସ୍ଥାନରେ ଧ୍ରୁଭ ଜୁରେଲ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିପାରନ୍ତି। ପ୍ରକାଶ ଯେ, ତାଙ୍କ ବ୍ୟତୀତ, ଖେଳାଳି ଏକାଦଶରେ ଋଷଭ ପନ୍ତଙ୍କ ସ୍ଥାନ ମଧ୍ୟ ପ୍ରାୟ ନିଶ୍ଚିତ ହୋଇଛି।

ବୋଲିଂ ମିଶ୍ରଣ କ’ଣ ହେବ?:

ପିଚ୍ କ୍ୟୁରେଟର ଆଇଜାକ୍ ମ୍ୟାକଡୋନାଲ୍ଡ ସ୍ପଷ୍ଟ କରିଛନ୍ତି ଯେ, ପର୍ଥ ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ଉପଯୁକ୍ତ ହେବ। ଏଭଳି ପରିସ୍ଥିତିରେ ଉଭୟ ଦଳ ୪ ଟି ଦ୍ରୁତ ବୋଲର ଏବଂ ଗୋଟିଏ ସ୍ପିନରଙ୍କ ମିଶ୍ରଣ ସହିତ ପଡିଆକୁ ଓହ୍ଲାଇପାରନ୍ତି। ଜସପ୍ରୀତ ବୁମ୍ରା ଭାରତୀୟ ବୋଲିଂର ନେତୃତ୍ୱ ନେବେ, ପେସ୍ ଆକ୍ରମଣରେ ସେ ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ସହଯୋଗ କରିବେ। ନୀତୀଶ କୁମାର ରେଡ୍ଡୀ ଦଳର ଚତୁର୍ଥ ଦ୍ରୁତ ବୋଲିଂ ବିକଳ୍ପ ହୋଇପାରନ୍ତି। ଖେଳାଳି ଏକାଦଶରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକମାତ୍ର ସ୍ପିନର ହୋଇପାରନ୍ତି।

ପ୍ରଥମ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଖେଳାଳି ଏକାଦଶ: ଯଶସ୍ୱୀ ଜୟସ୍ଵାଲ, କେ.ଏଲ୍ ରାହୁଲ, ଦେବଦତ୍ତ ପାଡିକଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁଭ ଜୁରେଲ, ନୀତୀଶ ରେଡ୍ଡୀ, ରବିଚନ୍ଦ୍ରନ ଅଶ୍ୱିନ, ଜସପ୍ରୀତ ବୁମରା (ଅଧିନାୟକ) ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଜାରି କଲେ ଗିରଫ ପରୱାନା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ର ବିଚାରପତିମାନେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗେଲେଣ୍ଟଙ୍କ ସମେତ ହମାସ ସାମରିକ କମାଣ୍ଡୋଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏକ ପ୍ରି-ଟ୍ରାଏଲ୍ ଚାମ୍ବର କୋର୍ଟରେ ଇସ୍ରାଏଲ୍ ଚ୍ୟାଲେଞ୍ଜକୁ ଖାରଜ କରାଯାଇଛି ଏବଂ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ୟୋଆଭ୍ ଗେଲେଣ୍ଟଙ୍କ ପାଇଁ ୱାରେଣ୍ଟ ଜାରି କରାଯାଇଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି। ମହମ୍ମଦ ଜଇଫଙ୍କ ପାଇଁ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି, ଯଦିଓ ଜୁଲାଇରେ ଗାଜାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ତାଙ୍କୁ ହତ୍ୟା କରାଯାଇଥିବା ଇସ୍ରାଏଲ ସେନା କହିଛି। କିନ୍ତୁ ହମାସ୍ ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରିନାହିଁ।

ସୂଚନା ଅନୁଯାୟୀ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ସମୟରେ ଏହି ତିନି ଜଣ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୁଦ୍ଧରେ ହୋଇଥିବା ଅପରାଧ ପାଇଁ ଏହି ତିନି ଜଣ “ଅପରାଧିକ ଦାୟୀ” ବହନ କରନ୍ତି। ଉଭୟ ଇସ୍ରାଏଲ ଏବଂ ହମାସ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ପାକିସ୍ତାନର ଶିଆ ମୁସଲମାନମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ! ୪୪ ମୃତ, ୫୦ ରୁ ଅଧିକ ଆହତ

ନୂଆଦିଲ୍ଲୀ: ଆଜି ଖେବର ପୁଖ୍ତୁନଖୱାରେ ଏକ ଯାତ୍ରୀବାହୀ ଭ୍ୟାନ ଉପରେ ବନ୍ଧୁକ ଆକ୍ରମଣ ଯୋଗୁଁ ୯ ବର୍ଷର ବାଳିକା ଓ ଅନେକ ମହିଳାଙ୍କ ସମେତ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉତ୍ତର ପଶ୍ଚିମ ପାକିସ୍ତାନରେ ଶିଆ ମୁସଲମାନ ସାଧାରଣ ନାଗରିକଙ୍କୁ ନେଇ ଯାତ୍ରୀବାହୀ ଯାନ ଉପରେ ବନ୍ଧୁକଧାରୀମାନେ ଗୁଳି ଚଳାଇଥିଲେ। ନିକଟ ଅତୀତରେ ଏହି ଅଞ୍ଚଳରେ ହୋଇଥିବା ଘାତକ ଆକ୍ରମଣ ମଧ୍ୟରୁ ଏହା ଅନ୍ୟତମ।

ଗଣମାଧ୍ୟମ ଅନୁଯାୟୀ ଅହମ୍ମଦୀ ଶମା ଷ୍ଟେସନ୍ ହାଉସ୍ ଅଧିକାରୀ କାଲିମ ଶାହା କହିଛନ୍ତି ଯେ, ତିନିଜଣ ମହିଳାଙ୍କ ସମେତ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କ ବିବୃତ୍ତି ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହ ପାଳିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ‘ଉତ୍କଳ କେଶରୀ’ ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାର ଗର୍ବ ଗୌରବ। ସେ କେବଳ ସ୍ୱତନ୍ତ୍ରତା ସଂଗ୍ରାମୀ ନ ଥିଲେ ବରଂ ଜଣେ ମହାନ ସମାଜ ସୁଧାରକ, ପ୍ରଖ୍ୟାତ ରାଜନେତା, ବକ୍ତା, କବି, ଔପନ୍ୟାସିକ, ପ୍ରସିଦ୍ଧ ଇତିହାସକାର ଏବଂ ପତ୍ରକାର ମଧ୍ୟ ଥିଲେ। ସେ ହେଉଛନ୍ତି ଓଡ଼ିଆ ଅସ୍ମିତାର ଜୀବନ୍ତ ଷ୍ଟେଟ୍ସମ୍ୟାନ। ଓଡ଼ିଶାକୁ ନେଇ ତାଙ୍କ ଦ୍ୱାରା ଲିଖିତ ଇତିହାସ ଭବିଷ୍ୟତର ଆଇନା ଭାବେ କାମ କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁରୁବାର ନୂଆଦିଲ୍ଲୀରେ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହର ଉଦଘାଟନ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ସୁପୁତ୍ର ଉତ୍କଳ କେଶରୀ ଡ଼. ମହତାବ ଦେଶର ଅନନ୍ୟ ପ୍ରତିଭା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ କହିଥିଲେ ଯଦି ଆପଣ ଚାହୁଁଛନ୍ତି, ଆପଣଙ୍କ ମୃତ୍ୟୁ ପରେ ଆପଣଙ୍କ ନାମ ସ୍ମରଣ କରାଯାଉ ତେବେ ଲେଖିବା ଭଳି କିଛି କାମ କରନ୍ତୁ ନଚେତ୍ ପଢିବା ଭଳି କିଛି ଲେଖନ୍ତୁ (Either do something worth writing or Write something worth reading)। ମହତାବ ଏଭଳି କିଛି କାମ କରିଛନ୍ତି ଯାହାଙ୍କ ନାମରେ ଇତିହାସ ଲେଖାଯାଇଛି। ମହତାବ ଏପରି କିଛି ଲେଖିଛନ୍ତି, ଯାହା ଆମେ ଇତିହାସ ନାମରେ ଆମେ ପଢୁଛୁ, ଯେଉଁ ଇତିହାସ ଭବିଷ୍ୟତର ଆଇନା ଭାବେ କାମ କରୁଛି ବୋଲି ସେ କହିଛନ୍ତି।

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ୧୯୩୬ ମସିହା ଏପ୍ରିଲ ପହିଲାରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ମାନ୍ୟତା ପାଇଥିଲା। ସେହି ସମୟରୁ ରାଜ୍ୟରେ ଏକ ପ୍ରଶାସନିକ ସୁବ୍ୟବସ୍ଥା ଢାଞ୍ଚା ଗଠନ ହେଲା। ଏ ଦିଗରେ ଡଃ ମହତାବଙ୍କ ବଡ ଭୂମିକା ଥିଲା। ପରାଧୀନ ମାନସିକତା ଢାଞ୍ଚାରୁ ମୁକ୍ତି ପାଇବା ପାଇଁ ସେ ଐତିହାସିକ ଉଦ୍ୟମ କରିଥିଲେ। ଦେଶ ଯେତେବେଳେ ଇଂରାଜୀଙ୍କ ଗୁଲାମୀର ଶାସନରେ ଚାଲୁଥିଲା, ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ଡଃ ମହତାବ ସୁଖ, ସ୍ୱାଚ୍ଛନ୍ଦ୍ୟ ଓ ବୈଭବକୁ ତ୍ୟାଗ କରି ଦେଶ, ଜାତି, ଭାଷା, ସଂସ୍କୃତି ପାଇଁ  ଇଂରେଜ ଶାସନ ଏବଂ ପରାଧୀନତା ବିରୋଧରେ ନିଜର ସଂଘର୍ଷ ଜାରି ରଖିଥିଲେ। ଏଥିପାଇଁ ଆମେ ତାଙ୍କୁ ଶ୍ରଦ୍ଧାରେ ଉତ୍କଳ କେଶରୀ ବୋଲି ସମ୍ବୋଧନ କରୁଅଛେ।

ସମାଜ ଜୀବନରେ ମହତାବ ଅନ୍ତିମ ସମୟରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଯାଇ ଲୋକକଳାକୁ ଉଜାଗର କରିଥିଲେ। ଉଦ୍ଦେଶ୍ୟ ଥିଲା ରାଷ୍ଟ୍ରୀୟ ସଂହତି ,ରାଜ୍ୟରେ ଏକତା ଆଣିବା ଓ ନୂଆପିଢିକୁ ପ୍ରେରିତ କରିବା। ମହତାବ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ନୂଆପିଢିଙ୍କୁ ପ୍ରେରିତ କରୁଥିବା, ଯାହା ତାଙ୍କର ବିରଳ ବ୍ୟକ୍ତିତ୍ୱକୁ ଦର୍ଶାଉଛି। ସେ ମାଷ୍ଟର ଷ୍ଟେଟ୍ସମ୍ୟାନ ଭାବେ କାମ କରିଥିଲେ। ଓଡ଼ିଶା ଭିତରେ ମହତାବଙ୍କ ବ୍ୟକ୍ତିଗତ ଛାପ ଅଛି। ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ତାଙ୍କର ନିର୍ଣ୍ଣୟ କ୍ରମେ ମନ୍ଦିରମାଳିନୀ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହୋଇଥିଲା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ମହତାବ ଭାରତର ଛୋଟ ରାଜ୍ୟ ଓ ଗଡଜାତ ରାଜ୍ୟକୁ ଭାରତର ଅଖଣ୍ଡତା ସହ ଯୋଡିଥିଲେ। ଡଃ ମହତାବ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ହୀରାକୁଦ ଡ୍ୟାମର ନିର୍ମାଣ ହୋଇଥିଲା। ଏହି କାମରୁ ଅନୁମେୟ ଯେ ସେ ଥିଲେ ଜଣେ ଯୁଗଦ୍ରଷ୍ଟା, ଜଣେ ରାଷ୍ଟ୍ର ପୁରୁଷ। ତାଙ୍କର ସାମାଜିକ କାର୍ଯ୍ୟ, ସାହିତ୍ୟର ସୃଜନଶୀଳତା, ସାମ୍ବାଦିକତାର ସୁକ୍ଷ୍ମ ଦୂରଦୃଷ୍ଟି ଥିଲା ଅସାଧାରଣ। ମହତାବଙ୍କ ବିଚାରର ଅନୁଯାୟୀ ଭାବେ ମୁଁ ସୌଭାଗ୍ୟଶାଳୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଡଃ ମହତାବଙ୍କ ଦ୍ୱାରା ଲିଖିତ ‘ଗାଁ ମଜିଲିସ’ରେ ଦେଶ ସମାଜର ସ୍ଥିତି, ସୁଧାର, ସମାଜ ନିର୍ମାଣର ନିଚ୍ଛକ ଚିତ୍ର ଥିଲା। ମହତାବ ଜଣେ ବ୍ୟକ୍ତି ନ ଥିଲେ, ଥିଲେ ଜଣେ ଚରିତ୍ର, ବିଚାରଧାରା, ସଂସ୍କୃତି ଓ ଆଇଡିଆ। ତାଙ୍କ ଦ୍ୱାରା ଲିଖିତ ଗାଁ ମଜିଲିସ ପଢିବା ପାଇଁ ଓଡ଼ିଆ ନୂଆପିଢିକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଓଡ଼ିଶା ମାତ୍ର ୧୨ ବର୍ଷ ପରେ ୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ଡଃ ମହତାବଙ୍କ ବିଚାରରେ ଆଗକୁ ବଢିବା ପାଇଁ ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଡଃ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବର୍ଣ୍ଣାଢ୍ୟ ସମାରୋହର ଆୟୋଜନ କରି ଜାତୀୟ ସ୍ତରରେ ଓଡ଼ିଶାର ମର୍ଯ୍ୟାଦା ବଢାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଉଛି। ସେହିପରି ଓଡ଼ିଶାରେ ଶୀର୍ଷ କିମିଟି ଗଠନ କରି ଡ.ମହତାବଙ୍କ ସ୍ମରଣାର୍ଥେ ଏକବର୍ଷ ବ୍ୟାପୀ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଯୋଜନା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ଡଃ ମହତାବଙ୍କ ଉପରେ ଏକ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ ସହ ଓଡ଼ିଆରେ ମୋନୋଗ୍ରାଫ୍, ‘ଗାଁ ମଜଲିସ’ର ଇଂରାଜୀ ଓ ହିନ୍ଦୀ ଅନୁବାଦ ମଧ୍ୟ ଉନ୍ମୋଚନ କରାଯାଇଥିଲା। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ଶିଖାଓ୍ୱତ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ଲୋକସଭା ସଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଏହି ସାମରୋହରେ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଗୁୟାନାର ଅର୍ଡର୍ ଅଫ୍ ଏକ୍ସଲେନ୍ସରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁୟାନାର ରାଷ୍ଟ୍ରପତି ଷ୍ଟେଟ୍ ହାଉସ୍‌ରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ “ଦ ଅଡର୍ ଅଫ୍ ଏକ୍ସଲେନ୍ସ” ପ୍ରଦାନ କରିଛନ୍ତି। ଜଣେ ଦୂରଦର୍ଶୀ ରାଜନେତା ରୂପରେ ବିଶ୍ୱ ମଞ୍ଚରେ ବିକାଶଶୀଳ ରାଷ୍ଟ୍ରଙ୍କ ଦାବି ଉଠାଇବା, ବିଶ୍ୱ ସମୁଦାୟ ପାଇଁ ଅତୁଳନୀୟ ସେବା ତଥା ଭାରତ-ଗୁୟାନାର ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ତାଙ୍କର ପ୍ରତିବଦ୍ଧତା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ପୁରସ୍କାର ଗ୍ରହଣ କରିବାବେଳେ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଭାରତର ଲୋକମାନଙ୍କୁ ତଥା ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ଗଭୀର ଐତିହାସିକ ସମ୍ପର୍କକୁ ଉତ୍ସର୍ଗ କରିଥିଲେ। ସେ କହିଥିଲେ ଯେ ତାଙ୍କ ଗସ୍ତ ଭାରତ-ଗୁୟାନାର ବନ୍ଧୁତାକୁ ଗଭୀର କରିବା ଦିଗରେ ଭାରତର ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ।

ଗୁୟାନାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚତୁର୍ଥ ବିଦେଶୀ ନେତା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ

ନୂଆଦିଲ୍ଲୀ: ଡୋମିନିକାର ରାଷ୍ଟ୍ରପତି ସିଲ୍‌ଭେନି ବ୍ରୁଟୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୋଭିଡ ୧୯ ମହାମାରୀ ସମୟରେ ଡୋମିନିକାକୁ ସମର୍ଥନ କରିବା ଏବଂ ଭାରତ ଓ ଡୋମିନିକା ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ପ୍ରତିବଦ୍ଧତା ପାଇଁ ସର୍ବୋଚ୍ଚ ଜାତୀୟ ପୁରସ୍କାର – “ଡୋମିନିକା ଆୱାର୍ଡ ଅଫ୍ ଅନର୍‌” ପ୍ରଦାନ କରିଛନ୍ତି। ଏହି ଅବସରରେ ଡୋମିନିକାର ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍ ମଧ୍ୟ ଉପସ୍ଥିତ ଥିଲେ। ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲି, ବାରବାଡୋସ୍‌ର ପ୍ରଧାନମନ୍ତ୍ରୀ ମିଆ ଅମୋର ମୋଟଲି. ଗ୍ରେନେଡାର ପ୍ରଧାନମନ୍ତ୍ରୀ ଡିକ୍କନ ମିସେଲ୍‌, ସେଣ୍ଟ୍ ଲୁସିଆର ପ୍ରଧାନମନ୍ତ୍ରୀ ଫିଲିପ୍ ଜେ.ପିୟରେ ଏବଂ ଆଣ୍ଟିଗୁଆ ଓ ବାର୍‌ବୁଡାର ପ୍ରଧାନମନ୍ତ୍ରୀ ଗ୍ୟାସ୍‌ଟନ୍ ବ୍ରାଉନ ମଧ୍ୟ ଏହି ପୁରସ୍କାର ସମାରୋହରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଭାରତର ଲୋକଙ୍କୁ ଏବଂ ଭାରତ ଓ ଡୋମିନିକା ମଧ୍ୟରେ ଥିବା ଗଭୀର ଐତିହାସିକ ତଥା ସାଂସ୍କୃତିକ ସମ୍ପର୍କକୁ ଉତ୍ସର୍ଗ କରିଥିଲେ। ଆସନ୍ତା ବର୍ଷରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧ ଅଧିକ ସୁଦୃଢ଼ ଏବଂ ଗଭୀର ହେବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

ବୁଧବାର ଗୁୟାନାର ଜର୍ଜଟାଉନ୍‌ରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଦେଶର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ରୂପେ ଶପଥ ଗ୍ରହଣ କଲେ କେ. ସଞ୍ଜୟ ମୂର୍ତ୍ତି

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୦ଟା ସମୟରେ ରାଷ୍ଟ୍ରପତି ଭବନ ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ଏକ ସମାରୋହରେ କେ. ସଞ୍ଜୟ ମୂର୍ତ୍ତି ଦେଶର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ରୂପେ ଶପଥ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟରେ ପଦବୀର ଶପଥ ନେଇଥିଲେ ଏବଂ ସେଥିରେ ଦସ୍ତଖତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରାପଡ଼ା ଗସ୍ତ 

ଭୁବନେଶ୍ଵର: ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ ଭା.ପ୍ର.ସେ. କେନ୍ଦ୍ରାପଡ଼ା ଗ୍ରସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ୧୬ଟି ବିଭାଗର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି। ସ୍ଵାସ୍ଥ୍ୟ, ପଞ୍ଚାୟତରାଜ ଓ ପାନୀୟଜଳ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ମଙ୍ଗଳ ବିଭାଗ, ବେସାମରିକ ଯୋଗାଣ ବିଭାଗ, ସମବାୟ, ସାମାଜିକ ସୁରକ୍ଷା, ଶକ୍ତି, ଶିଳ୍ପ, ସାଧାରଣ ଅଭିଯୋଗ ଆଦି ୧୬ଗୋଟି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ପାୱାର ପଏଣ୍ଟ ମାଧ୍ୟମରେ ନିଜନିଜ ବିଭାଗର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ।

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଜାତୀୟ ଖାଦ୍ୟ ମିଶନ, ଅନ୍ତୋଦୟ ଗୃହ ଯୋଜନା ଓ ପରିମଳ ବ୍ୟବସ୍ଥା, ସ୍ଵଚ୍ଛ ଭାରତ ମିଶନ, ହର ଘର ଜଳ, ବସୁଧା, ଜଳ ଜୀବନ ମିଶନ, ସେତୁ ବନ୍ଧନ ଯୋଜନା, ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ପିଏମଶ୍ରୀ ଯୋଜନା, ନିପୂଣ ଓଡ଼ିଶା, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ, ମଧୁବାବୁ ପେନସନ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ତଥ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ PPT ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।

ସ୍ଵଚ୍ଛ ଭାରତ ମିଶନ ଅଧୀନରେ ବିଜ୍ଞାପିତ ପରିଷଦ ନିକଟରେ ଥିବା ଗ୍ରାମର ମହିଳା ଏସଏଚଜି ଗୋଷ୍ଠୀ ମହିଳାମାନଙ୍କୁ ଗୃହକୁ ଗୃହ ଯାଇ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ଦାୟିତ୍ଵ ଦିଆଯାଇଛି। ମେଗା ପାନୀୟ ଜଳ ପ୍ରୋଜେକ୍ଟ ମାଧ୍ୟମରେ ଜିଲ୍ଲାରେରେ ଥିବା ଜଳକ୍ଳିଷ୍ଟ ଗ୍ରାମଗୁଡିକୁ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ସେତୁ ବନ୍ଧନ ଯୋଜନା କାର୍ଯ୍ୟକାରୀ ସମୟରେ କଞ୍ଚାମାଲର ଅଭାବ, ବ୍ୟକ୍ତି ଗତ ଜମି, ଜୁଆରିଆ ଓ କୁମ୍ଭୀର ପ୍ରବଣ ନଦୀ ନାଳ ଏବଂ ମୃତ୍ତିକା ସମସ୍ୟା ଦେଖାଯାଉଛି ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର କାର୍ଯ୍ୟାବଳିକୁ ସମୀକ୍ଷା କରିବା ସହ ଯୋଜନାକୁ ସଫଳ ରୂପାୟନ ନିମନ୍ତେ ବାଧକ ସାଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।

ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା PPT ଗୁଡିକ ସମ୍ପର୍କରେ ସେ ମତ ପୋଷଣ କରିଥିଲେ ଯେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକୁ ସଫଳ ରୂପାୟନ ନିମନ୍ତେ ନିଆଯାଇଥିବା ପଦକ୍ଷପଗୁଡିକ ସନ୍ତୋଷଜନକ ଅଛି। ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଇଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ସହ ଏହାର ଉପକାରିତା ଲୋକାଭିମୁଖୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ଵାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରମୋଦ କୁମାର ପ୍ରହରାଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶନୀ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟା ସିନ୍ଧୁ ପରିଡା, ଡେପୁଟି କଲେକ୍ଟର, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧ୍ୟକ୍ଷଣ ଓ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବରଙ୍ଗପୁର ଜିଲ୍ଲାର ଶ୍ରେଷ୍ଠ ୧୦୦ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଓରିଏଣ୍ଟଏସନ ପ୍ରୋଗ୍ରାମ 

ଭୁବନେଶ୍ଵର: ଆଗକୁ ମାଟ୍ରିକ ବୋର୍ଡ ପରୀକ୍ଷା ଥିବା ବେଳେ ନବରଙ୍ଗପୁର ଜିଲ୍ଲାର ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସୁପର ୧୦୦ ନାମରେ ଏକ ଅଭିନଵ ପ୍ରୟାସ କରିଛି ଜିଲ୍ଲା ଶିକ୍ଷା ବିଭାଗ। ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ମାତ୍ର ୭ ଜଣ ଏ-୧ ଗ୍ରେଡ଼ ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏ-୧ ଗ୍ରେଡ଼ ପିଲାଙ୍କ ସଂଖ୍ୟାକୁ ବଢାଇବା ଲକ୍ଷ୍ୟରେ ଜିଲ୍ଲାର ଶ୍ରେଷ୍ଠ ୧୦୦ ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଓରିଏଣ୍ଟଏସନ ପ୍ରୋଗ୍ରାମ।

ଏହି କ୍ୟାମ୍ପ ପାଇଁ ଜିଲ୍ଲାର ସମସ୍ତ ୧୦ ଟି ବ୍ଳକ ଓ ଦୁଇଟି ପୌରପାଳିକାରର ବଛା ବଛା ୧୦୨ ଜଣ ବିଦ୍ୟାର୍ଥୀଙ୍କୁ ଚୟନ କରାଯାଇଛି। ୧୦୨ ଜଣ ମାଟ୍ରିକ ପରୀକ୍ଷାର୍ଥୀ ୩ ଦିନ ଧରି ଏହି ଶିବିରରେ ରହି ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବେ। ଜିଲ୍ଲାର ବିଭିନ୍ନ ବିଷୟ ଭିତ୍ତିକ ୪୬ ଜଣ ଏହି ଶିବିରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବେ।

ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ରୂପେ ପ୍ରଶ୍ନ ଉତ୍ତର ସେଟ ବା ଲକ୍ଷ୍ୟ ମଡ୍ୟୁଲ ପ୍ରସ୍ତୁତ କରାଯାଇଛି। ଜିଲ୍ଲପାଳ ଡ଼ା ଶୁଭଙ୍କର ମହାପାତ୍ର ଏହି କାର୍ଯ୍ୟକ୍ରମର ପରିକଳ୍ପନା କରିଥବା ବେଳେ ପ୍ରଥମ ଦିନରେ ନିଜେ ୨ ଘଣ୍ଟା କ୍ଲାସ ନେଇ ପିଲାଙ୍କୁ ପାଠ ପଢ଼ାଇଥିଲେ।

ସୁପର ୧୦୦ ର ପ୍ରଥମ ପର୍ଯ୍ୟାୟ କ୍ୟାମ୍ପରେ ବିଦ୍ୟାର୍ଥୀଙ୍କ ବୌଦ୍ଧିକ ବିକାଶ ସହ ମାନସିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସୂଚନା ଦେବା ସହ ଚଳିତ ମାଟ୍ରିକ ପରୀକ୍ଷା ରେ ଜିଲ୍ଲାରୁ ଅଧିକ ସଂଖ୍ୟାରେ ଛାତ୍ର ଛାତ୍ରୀ ଏ-୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଠିକ୍ ସମୟରେ ଧାନ ବିକି ନପାରିଲେ ୭ ଦିନ ସମୟ ଦିଆଯିବ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଏସଏସଏ ସମ୍ମିଳନୀ କକ୍ଷରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜ଼ିଲ୍ଲାର ସମସ୍ତ ଯୋଗାଣ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ। କେମିତି ଠିକ ଭାବେ ଧାନ କିଣା ହେବ, ଜଉଥିରେ କି ଚାଷୀଙ୍କ ସିଧାସଳଖ ୩୧୦୦ ଟଙ୍କା ପହଞ୍ଚିବ ସେନେଇ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରକ୍ରିୟାରେ ଦଲାଲଙ୍କ ପ୍ରାଦୁର୍ଭାବ ଯେପରି ରହିବ ନାହିଁ, କଟନୀ ଛଟନୀ ସହ କୌଣସି ମଧ୍ୟସ୍ଥି ଯେପରି ଏହାର ଲାଭ ଉଠାଇ ପାରିବେ ନାହିଁ, ମଣ୍ଡି ପ୍ରସ୍ତୁତ ରହିଛି କି ନାହିଁ ସେନେଇ ମନ୍ତ୍ରୀ ଅଧିକାରୀ ମାନଙ୍କୁ ସତର୍କ କରିଛନ୍ତି। ଟୋକନ ସମସ୍ୟା ରହିଛି, ଚାଷୀଙ୍କ ସହ ଏନେଇ ଆଲୋଚନା କରିଛି, ଭୁବନେଶ୍ୱର ଗଲେ ଅଧୁକାରୀଙ୍କ ସହ ବୈଠକ କରି ଏହାର ସମାଧାନ ବାଟ ବାହାର କରିବି। ଟୋକନ ବ୍ୟବସ୍ଥାକୁ ଜ଼ିଲ୍ଲା ସ୍ତରରେ ଦାୟିତ୍ୱ ଦିଆଯିବ। ଯେଉଁ ଚାଷୀମାନେ ଠିକ ସମୟରେ ଧାନ ବିକ୍ରି କରିନପାରିବେ ତାଙ୍କୁ ଜ଼ିଲ୍ଲାପାଳ ଜରିଆରେ ୭ ଦିନ ଅଧିକ ସମୟ ଦିଆଯିବ।

ଅନ୍ୟ ରାଜ୍ୟର ଧାନ କିପରି ନଆସିବ ସେଥିପାଇଁ ସିସିଟିଭି କ୍ୟାମେରା ସହ ପେଟ୍ରୋଲିଙ୍ଗ ଗାଡି ବୁଲିବ। ଆଉ ନୂଆ ମଣ୍ଡି ଖୋଲିବ ନାହିଁ,ଯେଉଁଠି ମଣ୍ଡି ନାହିଁ ସେଠାରେ ଅସ୍ଥାୟୀ ମଣ୍ଡି ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ଓ ଲୋକ ସମ୍ପର୍କ ବିଭାଗ (କେନ୍ଦ୍ରାଞ୍ଚଳ) ଉପନିର୍ଦ୍ଦେଶକଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତ

ଭୁବନେଶ୍ଵର: ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ, (କଟକ) ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ବୁଧବାର ଦିନ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ପରିଦର୍ଶନ ନିମନ୍ତେ ପହଞ୍ଚି ଥିଲେ। ଏହି ଅବସରରେ ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଏବଂ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ପୁଷ୍ପ ଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ।

କାର୍ଯ୍ୟାଳୟ ପରିଦର୍ଶନ ଅବସରରେ ସେ ବିଭିନ୍ନ ନଥିପତ୍ର, ଫାଇଲ ଓ ରେକର୍ଡସ ଇତ୍ୟାଦି ତନଖି କରିବା ସହ କାର୍ଯ୍ୟାଳୟ ଗୃହ ବୁଲି ଦେଖିଥିଲେ ଓ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ଭରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବଳିଆରସିଂହ କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏହାର ସମାଧାନ ଦିଗରେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ।

ତାଙ୍କର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ନିରୀକ୍ଷଣ ସମୟରେ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ପ୍ରଦୀପ କୁମାର ଦାଶ, କନିଷ୍ଠ ରାଜସ୍ଵ ସହାୟକ ଜୟଶ୍ରୀ ସାହୁ, ଶିକ୍ଷିତ ଚପରାଶି ତପନ କୁମାର ପରିଡା ଏବଂ ପିଅନ ରଞ୍ଜନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସେ ତାଙ୍କର ଗସ୍ତ ସାରି ଅପରାହ୍ନରେ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲାର ଏମ.ଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତ୍ରିରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀର ମୁତ୍ୟୁ ଘଟିଥିବା ବେଳେ ଜଣେ ଡିଭିଏଫ ଯବାନ ଆହତ ହୋଇଥିବା ଜଣାପଡିଛି। ଏଥିସହ ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି।

ଛତିଶଗଡରୁ କିଛି ମାଓବାଦୀ ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରିବାର ଆଶଙ୍କା ଥିବା ଖବର ପାଇ ଏସ.ଓ.ଜି ଓ ଡି.ଭି.ଏଫ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଜିଲ୍ଲାର ଜିନେଲଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ପଶୁଥିବା ବେଳେ ଜବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରେ ଗୁଳିଚାଳନା କରିଥିଲେ।

ଏହାପରେ ଯବାନମନେ ମଧ୍ୟ ଏହାର ପାଲଟା ଜବାବ ଦେଇ ଗୁଳି ଚାଳନା କରିଥିଲେ। ଏଥିରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଡି.ଭି. ଏଫ ଯବାନ ଆହତ ହୋଇଥିବା ଜଣାପଡିଛି। ପରେ ଆହତ ଯବାନଙ୍କୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।

ଆହତ ଯବାନଙ୍କ ନାମ ଡମୁରୁ ବଡ଼ନାୟକ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବର୍ତ୍ତମାନ ବିଏସଏଫ, ଏସ.ଓ.ଜି ଏବଂ ଡି.ଭି.ଏଫ ପକ୍ଷରୁ ସର୍ଚ୍ଚ ଅପରେସନ ସହ କୁମ୍ବିଂ ଅପରେସନ ଜାରି ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଂଘବଦ୍ଧ ଆକ୍ରମଣରେ ଯୁବକ ନିହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅର୍ନ୍ତଗତ ବନ୍ଧାଗୁଡା ଗ୍ରାମ ବିଦ୍ୟାଳୟ ନିକଟରେ ଏକ ବୋଲେରୋ ଗାଡ଼ିରେ କିଛି ଯୁବକ ଆସି ଅନନ୍ତ ପଟ୍ଟନାୟକ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ସୁଚନା ଅନୁଯାୟୀ ଅପରାଧ ଜଗତରେ ଚହଳ ସୃଷ୍ଟି କରିଥିବା ନିହତ ଯୁବକ ଅନନ୍ତ ଜଣେ ପୁରୁଣା ଅପରାଧୀ ଓ ତାଙ୍କ ନାମରେ ଆସ୍କା ଅଞ୍ଚଳର ୧୦ ଟି ଥାନାରେ ୨୫ ରୁ ଅଧିକ ମକଦ୍ଦମା ରହିଥିବା ଜଣାପଡିଛି। ସେ ଘରୁ ଅଲଗା ହୋଇ ରହୁଥିବା ତାଙ୍କ ପିତା ଠାରୁ ପ୍ରକାଶ।

ଗତକାଲି ରାତିରେ ଦୁଇ ବନ୍ଧୁଙ୍କ ସହ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଆକ୍ରମଣକାରୀ ଯୁବକମାନେ ପଛରୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଅନ୍ୟ ଦୁଇ ବନ୍ଧୁ ଘଟଣାସ୍ଥଳରୁ ଦୌଡ଼ି ପଳେଇ ନିକଟସ୍ଥ ଶେରଗଡ଼ ଥାନାରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିହତ ଯୁବକଙ୍କ ଶରୀରକୁ ଉଦ୍ଧାର କରି ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଡ଼ାକ୍ତର ଅନନ୍ତଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଅନନ୍ତଙ୍କ ବାପାଙ୍କୁ ଥାନାକୁ ଡକାଇ ଶବ ଚିହ୍ନଟ କରିଥିଲେ। ଆକ୍ରମଣକାରୀ ଯୁବକ ମାନେ କିଏ ଓ କାହିଁକି ଅନନ୍ତଙ୍କୁ ହତ୍ୟା କରିଛନ୍ତି। ଆଜି ସକାଳ ସୁଦ୍ଧା କୌଣସି ହତ୍ୟାକାରୀର ଖବର ମିଳିନାହିଁ। ଅନ୍ୟପକ୍ଷରେ ପୋଲିସ ଅନନ୍ତଙ୍କ ଦୁଇ ବନ୍ଧୁଙ୍କୁ ଥାନାରେ ରଖି ପଚରାଉଚରା କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର: ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ।

କଟକ ସାଂସଦ ତଥା ଡ. ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ ମଧ୍ୟ ଓଡ଼ିଶାର ଏହି ଗୌରବଙ୍କ ପ୍ରଭାବ ଓ ପରମ୍ପରାକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ଅନୁଷ୍ଠାନ ସାହିତ୍ୟ ଏକାଡେମୀ ଆସନ୍ତାକାଲିର କାର୍ଯ୍ୟକ୍ରମରେ ଉନ୍ମୋଚନ ପାଇଁ ଓଡ଼ିଆରେ ମୋନୋଗ୍ରାଫ୍, ଗାଁ ମଜଲିସର ଇଂରାଜୀ ଅନୁବାଦ ଏବଂ ଗାଁ ମଜଲିସର ହିନ୍ଦୀ ଅନୁବାଦ ପ୍ରସ୍ତୁତ କରିଛି।

ଏହାବ୍ୟତୀତ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ତାଙ୍କ ଜୀବନ ଓ ପରମ୍ପରା ଉପରେ ଏକ ପ୍ରଦର୍ଶନୀ ରଖାଯାଇଛି । ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ଅନୁଷ୍ଠାନ ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ଜାତୀୟ ଚିତ୍ରକଳା ଶିବିରରେ ଅଂଶଗ୍ରହଣ କରି ଗତ କିଛି ଦିନ ହେବ ଦିଲ୍ଲୀରେ ରହିଥିବା ଓଡ଼ିଆ କଳାକାରଙ୍କ କୃତିକୁ ମଧ୍ୟ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯିବ।

ଶ୍ରୀମତୀ ସୁସ୍ମିତା ଦାସ ଏକ ସଙ୍ଗୀତ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଇତିହାସ ଓ ସଂସ୍କୃତିପ୍ରତି ସମ୍ମାନ ଅର୍ପଣ କରିବେ।

“ଉତ୍କଳ କେଶରୀ” ନାମରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବରେ ପରିଚିତ ଥିଲେ। ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। କଲେଜ ଜୀବନରୁ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଇତ୍ୟାଦି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସ୍ଵାଧୀନତା ଆନ୍ଦୋଳନରେ ସକ୍ରିୟତା ପାଇଁ ସେ ଏକାଧିକ ଥର ଗିରଫ ହୋଇଥିଲେ ଏବଂ ଓଡ଼ିଶାକୁ ଭାରତରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଡକ୍ଟର ହରେକୃଷ୍ଣ ମହତାବ ଗଡ଼ଜାତ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତର ମୁଖ୍ୟମନ୍ତ୍ରୀ ଭାବରେ ସେ ଓଡ଼ିଶାର ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଆର୍ଥିକ ବିକାଶ ପାଇଁ ପରାମର୍ଶ ଦେଇଥିଲେ। ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବ୍ୟାପକ ଭାବରେ ଲେଖିଥିଲେ। ରାଜ୍ଯର ଐତିହାସିକ ବିବରଣୀ ‘ଓଡ଼ିଶାର ଇତିହାସ’ ସମେତ ତାଙ୍କର ଅନ୍ୟନ୍ୟ କୃତି ପାଇଁ ସେ ପ୍ରଶଂସିତ ହୋଇଥିଲେ ଏବଂ ୧୯୮୩ ମସିହାରେ ‘ଗାଁ ମଜଲିସ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୬୨ ରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଡକ୍ଟର ହରେକୃଷ୍ଣ ମହତାବ ତାଙ୍କ ଦୃଢ଼ ଇଚ୍ଛାଶକ୍ତି, ସଂକଳ୍ପ ଓ ପ୍ରଭାବ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି। ରାଜ୍ୟର ଅନ୍ୟତମ ଅଗ୍ରଣୀ ନେତା ଭାବରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ଏବଂ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ସିଡିଓ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ଆଜି ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ସ୍ଥିତ ଋଷିକୂଲ୍ୟାନଦୀ ନିକଟରେ ନିର୍ମାଣ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ ଏହାର ଅଗ୍ରଗତି ସମ୍ବନ୍ଧରେ ବିଭିନ୍ନ ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟ ଅନୁସାରେ ଶେଷ କରିବା ନିମନ୍ତେ ବିଭାଗର ଅଧିକାରୀଙ୍କୁ ସିଡିଓ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଜଳ ଓ ପରିମଳ ବିଭାଗ ର ନିର୍ବାହୀ ଯନ୍ତ୍ରୀ ବିକାଶ କୁମାର ପତି, ଏସଡ଼ିଓ ରିତେଶ କୁମାର, ଛତ୍ରପୁର ବ୍ଲକ ର ଭାରପ୍ରାପ୍ତ ବିଡ଼ିଓ ଜୟଶ୍ରୀ ନାୟକ, ବ୍ଲକ ନିର୍ବାହୀ ଯନ୍ତ୍ରୀ ଇଂ ଲଗ୍ନଜିତ ସାହୁ, ଜଳ ଓ ପରିମଳ ବିଭାଗ ର ଛତ୍ରପୁର ବ୍ଲକ କନିଷ୍ଟ ଯନ୍ତ୍ରୀ କମଳ ଲୋଚନ ନାୟକ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଛତ୍ରପୁର ବ୍ଲକର ୧୮ ତି ପଂଚାୟତ ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ବହୁ ପଂଚାୟତର ଜନସାଧାରଣ ଏହାର ସୁବିଧା ପାଇବେ। ଏହି ପ୍ରକଳ୍ପର ଏଷ୍ଟିମେଟ କଷ୍ଟ ୨୫୧କୋଟି ଟଙ୍କା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ପାଳନ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ

ନୂଆଦିଲ୍ଲୀ: ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ଉତ୍ସବ ସହକାରେ ପାଳନ କରିବା ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଗୃହ ଓ ସମବାୟ ବ୍ୟାପାର ମନ୍ତ୍ରୀ ଅମିତ୍ ଶାହ ଅଧ୍ୟକ୍ଷ ଭାବରେ ରହିଛନ୍ତି।

କମିଟିର ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ଭିତରେ ରହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳବାଇ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟର ଅଧ୍ୟକ୍ଷ ନୃପେନ୍ଦ୍ର  ମିଶ୍ର, ଗୃହ ସଚିବ ଗୋବିନ୍ଦ ମୋହନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଯାଜୁ, ସଂସ୍କୃତି ସଚିବ, ଅରୁନିଶ୍ ଚାୱଲା, ଏବଂ ପିଏମ୍‍ଓ ଆର୍ଥିକ ପରାମର୍ଶ ପରିଷଦ ସଦସ୍ୟ ସଞ୍ଜୀବ ସାନୟାଲ ପ୍ରମୁଖ ସାମିଲ ରହିଛନ୍ତି। ଏହାଙ୍କ ସହ ଏହି କମିଟିରେ ମଧ୍ୟ ପ୍ରସିଦ୍ଧ ସାହିତ୍ୟିକ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସଦସ୍ୟ ଭାବେ ରହିଛନ୍ତି।