Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭିଡିଗୁଡ୍ ଇଂଟରନ୍ୟାସ୍‌ନାଲ୍ ସାଇନ୍‌ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ସୋଆ ପ୍ରଫେସର

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଇଞ୍ଜିନିୟରିଂ, ବିଜ୍ଞାନ ଓ ଔଷଧ କ୍ଷେତ୍ର ନିମନ୍ତେ ଭିଡିଗୁଡ୍ ଇଂଟରନ୍ୟାସ୍‌ନାଲ୍ ସାଇନ୍‌ଟିଷ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି।

ସବୁ କ୍ଷେତ୍ରରେ ଜୀବନକୁ ସରଳ କରିବା ନିମନ୍ତେ ନୂଆ ଗବେଷଣା ଦିଗରେ ଭିଡିଗୁଡ୍ କାର୍ଯ୍ୟ କରୁଛି। ଏହି ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ବୈଜ୍ଞାନିକ ଆୱାର୍ଡ ପ୍ରଫେସର ଶୁକ୍ଳାଙ୍କୁ ପ୍ରଦାନ କରାଯାଇଛି। ଉତ୍କୃଷ୍ଟ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବିରତ କାର୍ଯ୍ୟଧାରାର ଅବଦାନକୁ ନେଇ ପ୍ରଫେସର ଶୁକ୍ଳାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି।

ଗତବର୍ଷ ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ପ୍ରଫେସର ଶୁକ୍ଳାଙ୍କ ନାମ ସ୍ଥାନୀତ ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ଅବଦାନକୁ ନେଇ ନିକଟରେ ତାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି।

୧୯୭୧ ମସିହାରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉର୍‌କେଲା (ପୂର୍ବରୁ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ୍‌)ରୁ ବିଏସ୍‌ସି (ଇଞ୍ଜିନିୟରିଂ) ମେଟାଲର୍ଜି ଏବଂ ୧୯୭୩ ମସିହାରେ ଏମ୍‌ଟେକ୍ ମେଟାର୍ଲଜି ହାସଲ କରିଥିବା ପ୍ରଫେସର ଶୁକ୍ଳା ହାଇଡ୍ରୋମେଟାଲର୍ଜି, ବାୟୋହାଇଡ୍ରୋମେଟାଲର୍ଜି, ୱେଷ୍ଟ ମ୍ୟାନେଜମେଂଟ, ଏନ୍‌ଭାଇରନ୍‌ମେଂଟାଲ୍ ମାଇନିଂ
ମ୍ୟାନେଜମେଂଟ ଆଣ୍ଡ ରି-ସାଇକ୍ଲିଂ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି। ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନକୁ ନେଇ ସେ ଅନେକ ସମ୍ମାନ ଗ୍ରହଣ କରିଛନ୍ତି।

ପ୍ରଫେସର ଶୁକ୍ଳାଙ୍କର ୪୫ ବର୍ଷର ଗବେଷଣା ଅଭିଜ୍ଞତା ରହିଥିବା ବେଳେ ସେ ପୂର୍ବରୁ ଭୁବନେଶ୍ୱର ସ୍ଥିତ ସିଏସ୍‌ଆଇଆର୍- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜିର ବାୟୋ ରିସୋର୍ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି। ସେ ସିଏସ୍‌ଆଇଆର୍‌ର ଏମେରିଟସ ସାଇନ୍‌ଟିଷ୍ଟ ଏବଂ ନୂଆଦିଲ୍ଲୀ ସ୍ଥିତ ଏକାଡେମୀ ଅଫ୍‌ ସାଇନ୍‌ଟିଫିକ୍ ଆଣ୍ଡ ଇନୋଭେଟିଭ୍ ରିସର୍ଚ୍ଚ (ଏସିଏସ୍‌ଆଇଆର)ର ଏମେରିଟସ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବପ୍ରବର୍ତ୍ତନ ହିଁ ସଫଳ ଉଦ୍ୟୋଗୀ ହେବାର ମୂଳମନ୍ତ୍ର: ଡ. ମୋହିତ ଗମ୍ଭିର

ଭୁବନେଶ୍ୱର: ନବପ୍ରବର୍ତ୍ତନ, ଧୈର୍ଯ୍ୟ ଓ ସମୟୋପଯୋଗୀ ପଦକ୍ଷେପ ଦ୍ୱାରା ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ବୋଲି ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅନ୍ତର୍ଗତ ଇନୋଭେସନ୍ ସେଲ୍‌ର ନିର୍ଦ୍ଦେଶକ ଡ. ମୋହିତ ଗମ୍ଭିର କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ଏକ ଉଦ୍ୟୋଗୀ ପ୍ରଶିକ୍ଷଣ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼. ଗମ୍ଭୀର ଏହା କହିଛନ୍ତି।

ଏହି କର୍ମଶାଳାରେ ମୁଖ୍ୟବକ୍ତା ରୂପେ ଏଜି-ହବ୍‌, ହାଇଦ୍ରାବାଦର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟ ନଦୀମିନତି ଯୋଗ ଦେଇଥିଲେ। ଶ୍ରୀ ନଦୀମିନତି ତାଙ୍କର ବକ୍ତବ୍ୟରେ ଉଦ୍ୟମୀ, ଉଦ୍ୟମୀତା, ଉଦ୍ୟୋଗୀ ଓ ସଫଳ ଉଦ୍ୟୋଗର ସୋପାନ ଗୁଡ଼ିକ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ଅତୀତରେ ଅନେକ ସଫଳ ଉଦ୍ୟୋଗୀ ତିଆରି କରିଛି ଏବଂ ଭବିଷ୍ୟତରେ ଅନେକ ନିଯୁକ୍ତି ପ୍ରଦାନକାରୀ ସଫଳ ଉଦ୍ୟୋଗୀ ମାନଙ୍କୁ ମଧ୍ୟ ଗଢ଼ି ତୋଳିବ।

ବିଶ୍ୱବିଦ୍ୟାଳୟର ଉପ-କୁଳପତି ପ୍ରଫେସର ଡ. ପ୍ରଦୀପ୍ତ କୁମାର ନନ୍ଦ କର୍ମଶାଳାରେ ଯୋଗ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଡ. ନନ୍ଦ ୨୨,୦୦୦ ବର୍ଗଫୁଟ ବିଶିଷ୍ଟ ସୋଆ ଇନ୍‌କ୍ୟୁବେଟର ବିଷୟରେ ବର୍ଣ୍ଣନା କରିଥିଲେ। ସେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଏହି ଇନ୍‌କ୍ୟୁବେଟର ବ୍ୟବହାର କରିଥିବା ୧୬ ଜଣ ସଫଳ ଉଦ୍ୟୋଗୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ।

ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ବିଭାଗ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌)ର ଡିନ୍ ପ୍ରଫେସର ଡ. ବିଜୟ କୁମାର ସାହୁ ଏହି ଅବସରରେ ଯୋଗ ଦେଇ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଶେଷରେ ସୋଆର ଦକ୍ଷତା ବିକାଶ ଏବଂ ଉଦ୍ୟମୀତା ବିଭାଗର ଅଶୋକ କୁମାର ନାୟକ ସୋଆ ଇନ୍‌କ୍ୟୁବେଟରର ଭବିଷ୍ୟତ ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜଣାଇଥିଲେ ଏବଂ ସମସ୍ତଙ୍କୁ ଉଦ୍ୟମୀ ହେବାକୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସୋଆ ଇନୋଭେସନ୍ ସେଲ୍‌ର ସଚିବ ତଥା ମ୍ୟାନେଜର କର୍ପୋରେଟ ରିଲେସନ୍ ଅଭିଷେକ ପଟ୍ଟନାୟକ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ରାଜା ମହେନ୍ଦ୍ର ପ୍ରତାପ ସିଂ ରାଜ୍ୟ ବିଶ୍ବବିଦ୍ୟାଳୟର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏବି ବିଶ୍ବବିଦ୍ୟାଳୟ ଆଧୁନିକ ଶିକ୍ଷାର ଏକ ବଡ଼ କେନ୍ଦ୍ରରେ ପରିଣତ ହେବ ନାହିଁ ବରଂ ଏହା ପ୍ରତିରକ୍ଷା ସମ୍ବନ୍ଧୀୟ ଅଧ୍ୟୟନ, ପ୍ରତିରକ୍ଷା ଉତ୍ପାଦନ ପ୍ରଯୁକ୍ତିବିଦ୍ୟା ଏବଂ ମାନବ ବିକାଶ ପାଇଁ ମଧ୍ୟ ପରିଚିତ ହେବ।

ଭାରତର ସ୍ୱାଧୀନତା ସଂଗ୍ରାମରେ ରାଜ ମହେନ୍ଦ୍ର ପ୍ରତାପ ସିଂଙ୍କ ଅବଦାନକୁ ଆଜି ଅଭିନନ୍ଦନ ଜଣାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଉତ୍ସବରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ଆରମ୍ଭ ହେବ ନୂଆ ନ୍ୟୁଜ ଚ୍ୟାନେଲ ‘ସଂସଦ ଟିଭି’ , ବନ୍ଦ ହେବ ଲୋକସଭା ଏବଂ ରାଜ୍ୟସଭା ଟିଭି

ନୂଆଦିଲ୍ଲୀ:  ବୁଧବାର ଦିନ ଏକ ନୂଆ ନ୍ୟୁଜ ଚ୍ୟାନେଲ ‘ସଂସଦ ଟିଭି’ ର ଶୁଭାରମ୍ଭ ହେବ। ଏହାକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମିଳିତ ଭାବେ ଶୁଭାରମ୍ଭ କରିବେ। ସଂସଦର ମୁଖ୍ୟ କମିଟ ରୁମରେ ଆସନ୍ତାକାଲି ସଂଧ୍ୟା  6 ଟା ସମୟର ଏହାର ଶୁଭାରମ୍ଭ ହେବ।

ପୂର୍ବରୁ ଥିବା ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭିର ମିଶ୍ରଣରେ ଏହି ନୂଆ ଚ୍ୟାନେଲର ପରିକଳ୍ପନା କରାଯାଇଛି। ଗତ ଫେବୃଆରୀ 2021 ରେ ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭି ମିଶ୍ରଣ କରିବାର ନିଷ୍ପତ୍ତି ନିଆଯାଇଥିଲା ଏବଂ ମାର୍ଚ୍ଚ 2021 ରେ ସଂସଦ ଟିଭିର ସିଇଓ ନିଯୁକ୍ତ ହୋଇଥିଲେ। ସେ ହେଲେ ବରିଷ୍ଠ ଆଇଏଏସ ଅଫସିର ରବି କାପୁର।

ସଂସଦ ଟିଭି କାର୍ଯ୍ୟକ୍ରମ ମୁଖ୍ୟତ 4 ଟି ବର୍ଗରେ ରହିବ । ସେଗୁଡିକ ହେଲା ସଂସଦର କାର୍ଯ୍ୟକାରିତା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ, ଯୋଜନା ଏବଂ ନୀତି, ଭାରତର ଇତିହାସ ଏବଂ ସଂସ୍କୃତି ଏବଂ କରେଣ୍ଟ ଅଫାୟରସ। ଏଥିରେ ନିତି ଆୟୋଗର ସିଇଓ ରବିକାନ୍ତ, କଂଗ୍ରେସ ନେତା କରନ ସିଂ, ଅର୍ଥନୈତିଜ୍ଞ ବିବେକ ଦେବରାୟ ପ୍ରମୁଖ ସ୍ବତନ୍ତ୍ର କାର୍ଯ୍ୟକ୍ରମର ପରିଚାଳନା କରିବେ।

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ରାତିରେ ନିଦ ବାରମ୍ବାର ଭାଙ୍ଗିବା ଆପଣଙ୍କ ପାଇଁ ସାଂଘାତିକ ହୋଇପାରେ, ଏଥିରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଜୀବନଶୈଳୀ ବଦଳିବା ହେତୁ କାର୍ଯ୍ୟରତ ଲୋକମାନେ ପ୍ରାୟତଃ ରାତିରେ ଠିକ ଭାବେ ଶୋଇପାରନ୍ତି ନାହିଁ କିମ୍ବା ନିଦ ଆସେ ନାହିଁ। ଯଦି ଏହା ମଧ୍ୟ ଆପଣଙ୍କ ସହିତ ଘଟୁଛି, ତେବେ ଏହାକୁ ଅଣଦେଖା କରିବାରେ ଭୁଲ କରନ୍ତୁ ନାହିଁ। ଅନ୍ୟଥା ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ବିପଦଜ୍ଜନକ ପ୍ରମାଣିତ ହୋଇପାରେ। ଶୋଇବା ସମୟରେ ଆପଣ ହଠାତ୍ ଉଠି ପଡନ୍ତି କି? ଯଦି ଆପଣଙ୍କର ଉତ୍ତର ହଁ, ତେବେ ଏହା ଆପଣଙ୍କ ପାଇଁ ଚିନ୍ତାର ବିଷୟ। ଅନେକ କାର୍ଯ୍ୟରତ ଲୋକଙ୍କର ରାତିରେ ବାରମ୍ବାର ନିଦରୁ ଉଠିବାର ଅଭ୍ୟାସ ଅଛି, ବରଂ ରାତିରେ ଶୋଇବା ସମୟରେ ଅନାବଶ୍ୟକ ଭାବରେ ନିଦ ଭାଙ୍ଗି ଯାଇଥାଏ। ଏହାର କାରଣ କଟଷ୍ଟ୍ରୋଫାଇଜିଂ କିମ୍ବା ରାତିର ଭୟ ନାମକ ଏକ ରୋଗ ହୋଇପାରେ। ଏହି ରୋଗରେ, ରାତି ଅଧରେ ନିଦ ଭାଙ୍ଗିଯାଇଥାଏ ଏବଂ ବ୍ୟକ୍ତି ଚକିତ ହୋଇ ବସିଥାଏ। ଦୀର୍ଘ ସମୟ ଧରି ଏହିପରି ସମସ୍ୟା ରହିଲେ, ଏଭଳି ଲୋକ ଅନେକ ରୋଗର ଶିକାର ହୋଇପାରନ୍ତି। ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଉପାୟ କହିବୁ।

ନିଦ୍ରା ନଆସିବାର କାରଣ:

– ଶୋଇବା ପୂର୍ବରୁ କଫି କିମ୍ବା ଚା ପିଅନ୍ତୁ
– ଶୋଇବା ପୂର୍ବରୁ ଟିଭି ଦେଖିବା
– ଅତ୍ୟଧିକ ଚିନ୍ତା ଏବଂ ଉଦାସୀନତା
– ମଦ୍ୟପାନ-ସିଗାରେଟ୍ ନିଶା
– ପାରିବାରିକ ସମସ୍ୟା
– ଭାରି ବ୍ୟାୟାମ
– ଏକ ଅନୁକୂଳ ବାତାବରଣର ଅଭାବ

ଖରାପ ନିଦ ହେତୁ ଏହି ଖରାପ ପ୍ରଭାବ ପଡିପାରେ:

– ଏସିଡ୍ ରିଫ୍ଲେକ୍ସ
– କାର୍ଯ୍ୟ ଉପରେ ଧ୍ୟାନର ଅଭାବ
– ମେଦବହୁଳତା ଏବଂ ହୃଦରୋଗର ଆଶଙ୍କା ବୃଦ୍ଧି
– ଟାଇପ୍-୨ ଡାଇବେଟିସ୍ ହେବା
– ବିରକ୍ତ ଲାଗିବା

ଏହି ଛୋଟ ପଦକ୍ଷେପଗୁଡ଼ିକ ଆପଣଙ୍କୁ ସାହାଯ୍ୟ କରିବ:

ଗରମ ପାଣିରେ ସ୍ନାନ କରନ୍ତୁ- ଗରମ ପାଣିରେ ସ୍ନାନ କରି ଆପଣ ଅନେକ ଲାଭ ପାଇପାରିବେ। ଉଦାହରଣ ସ୍ୱରୂପ, ଗରମ ପାଣି ଆପଣଙ୍କ ମାଂସପେଶୀକୁ ଟେନସନରୁ ମୁକ୍ତି ଦେଇପାରେ। ଗରମ ପାଣିରେ ସ୍ନାନ କରିବା ଦ୍ୱାରା ମନୋବଳର ଉନ୍ନତି ପାଇଁ ବହୁତ ଲାଭଦାୟକ ହୋଇପାରେ।

ସୂର୍ଯ୍ୟକିରଣ ଗ୍ରହଣ କରିବାର ଲାଭ- ସକାଳେ କିଛି ସମୟ ଚାଲିବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଏହି କାରଣରୁ, ଆପଣଙ୍କ ଶରୀରରେ ହାଲୁକା ସୂର୍ଯ୍ୟ କିରଣ ମଧ୍ୟ ରହିବ, ଯାହା ଆପଣଙ୍କ ପାଇଁ ପ୍ରଭାବଶାଳୀ। ଏହା ସେରୋଟୋନିନ୍ ନାମକ ଏକ ହରମୋନ୍ ଉତ୍ପାଦନକୁ ବଢାଇଥାଏ। ଯାହା ଆମର ମନୋବଳ ଏବଂ ଶକ୍ତିରେ ଉନ୍ନତି କରିଥାଏ। ଏହା ସହିତ ରାତିରେ ଶୋଇବା ପୂର୍ବରୁ ଅନାବଶ୍ୟକ ଭାବରେ ନିଜକୁ ଫୋନ୍ କିମ୍ବା ଲାପଟପ୍ ରେ ବ୍ୟସ୍ତ ରଖନ୍ତୁ ନାହିଁ।

ଦିନରେ ଲମ୍ବା ନିଦରୁ ନିଜକୁ ଦୂରେଇ ରଖନ୍ତୁ- ଦିନରେ ଲମ୍ବା ସମୟ ଧରି ଶୋଇବା ଠାରୁ ଦୂରେଇ ରୁହନ୍ତୁ। ଏହା ରାତିରେ ଶୋଇବା ଗୁଣରେ ବାଧା ସୃଷ୍ଟି କରିପାରେ। ସାଧାରଣ ଅବସ୍ଥାରେ ଦିନରେ କମ ସମୟ ଆରମ ସମ୍ପୂର୍ଣ୍ଣ ରୂପେ ଭଲ କାମ କରିପାରିବ। କିନ୍ତୁ ଯଦି ଆପଣ ରାତିରେ ଶୋଇବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହାକୁ ଛାଡି ଦେବା ଭଲ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 17 ତାରିଖରେ ଆସୁଛି ଆଉ ଏକ ଲଘୁଚାପ, ପୁଣି ରାଜ୍ୟରେ ହେବ ଲଗାଣ ବର୍ଷା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ତିନିଦିନ ଧରି ଲଗାଣ ବର୍ଷା ଥମି ନ ଥିବା ବେଳେ ପୁଣି ଏକ ଲଘୁଚାପ ଆସିବ। ଏ ନେଇ ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଇଛି। ଏହି ଦିନ ଉତ୍ତର ବଙ୍ଗୋବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ଯାହା ଓଡିଶା ଏବଂ ପଶ୍ଚିମ ବଂଗ ଆଡକୁ ମୁହାଁଇବ ବୋଲି ଜଣାପଡିଛି।

ଏହାଦ୍ବାରା ମଧ୍ୟ ରାଜ୍ୟରେ କିଛିଦିନ ଧରି ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଓଡିଶା ସହିତ ପଶ୍ଚିମ ବଂଗରେ ମଧ୍ୟ ଏହାର ପ୍ରକୋପ ଦେଖାଦେବ। ତେବେ ଏହିର ଚିତ୍ର ଆସନ୍ତା କାଲି ସ୍ପଷ୍ଟ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିଟାନାଳି ଗ୍ରାମ ଜଙ୍ଗଲରୁ ନବ ଜନ୍ମିତ ହାତୀ ଛୁଆର ମୃତ ଦେହ ଉଦ୍ଧାର

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡ ଲୁହାପଙ୍କ ସେକ୍ସନ ଅଂଚଳରେ ଏକ ନବ ଜନ୍ମିତ ହାତୀ ଛୁଆର ମୃତ ଦେହକୁ ବନ ବିଭାଗ ଉଦ୍ଧାର କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଲୁହାପଙ୍କଲ ସେକ୍ସନ ଅନ୍ତର୍ଗତ ପିଟାନାଳି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ନବ ଜନ୍ମିତ ହାତୀ ଛୁଆ ମୃତ୍ୟୁ ବରଣ କରିଥିବା ବନବିଭାଗ ଖବର ପାଇଥିଲା। ମା ହାତୀ ସୋମବାର ବିଳମ୍ବିତ ରାତ୍ରିରେ ଛୁଆ ଜନ୍ମ ଦେଇଥିଲା। ଯାହା ଅନୁମାନ କରାଯାଉଛି ହାତୀମାନଙ୍କର ଦଳା ଚକଟାରେ ହାତୀ ଛୁଆଟିର ମୃତ୍ୟୁ ହୋଇଥାଇ ପାରେ ବୋଲି ବନ ବିଭାଗ ପ୍ରକାଶ କରିଛି। ମୃତ ହାତୀ ଛୁଆର ଶବକୁ ବ୍ୟବଚ୍ଛେଦ କରାଯାଇ ବନବିଭାଗ ପୋତି ଦେଇଥିବା ଜଣା ପଡିଛି।

ଦିନକୁ ଦିନ ରେଢାଖୋଲ ବନଖଣ୍ଡରେ ହାତୀ ଓ ହାତୀ ଛୁଆମାନଙ୍କର ମୃତ୍ୟୁ ଯୋଗୁଁ ହାତୀ ବଂଶ ଲୋପ ପାଇଯିବାର ଆଶଙ୍କା ରହିଛି। ବେଳେ ବେଳେ ବାଣୁଆମାନେ ମଧ୍ୟ ହାତୀମାନଙ୍କର ଦାନ୍ତ ସଂଗ୍ରହ ପାଇଁ ବନ୍ଧୁକ ସାହାଯ୍ୟରେ ମାରି ପକାଉଥିବା ଏକ ଚିନ୍ତାର କାରଣ ହୋଇଛି। ବନବିଭାଗ ଏ ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଲଗାଣ ବର୍ଷା : ଚାଷ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି। ବିଶେଷ ଭାବେ ଚାଷୀମାନଙ୍କର କ୍ଷତି ଅଧିକ ହୋଇଛି। ତେବେ ଏହି କ୍ଷତିର ପରିମାଣ କେତେ ସେ ନେଇ ରିପୋର୍ଟ ଦେବା ପାଇଁ କୃଷି ବିଭାଗକୁ କୁହାଯାଇଛି। ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ତଥା ଡିସି ପ୍ରଦୀପ ଜେନା। ସେ କହିଛନ୍ତି ଯେ ୨୮ଜିଲ୍ଲାପାଳଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଥିବା କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ଅଳ୍ପ କିଛି ଜାଗାରେ ଘର ଭାଙ୍ଗିବା ସହ ଆଜି ସୁଦ୍ଧା ୪ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି  ଲଗାଣ ବର୍ଷା ପାଇଁ ଜଳକା ନଦୀ ବିପଦ ସଂକେତ ଉପରେ ରହିଥିବା ବେଳେ ବୈତରଣୀକୁ ଆମେ ଆଲର୍ଟରେ ରଖିଛୁ ଏବଂ ବ୍ରାହ୍ମଣୀ ଉପରେ ବି ଆମେ ନଜର ରଖିଛୁ ବୋଲି ସେ କହିଛନ୍ତି । ଅନେକ ଅଞ୍ଚ‌ଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଜଳସ୍ଥଳ ବଢ଼ିନଥିଲେ ମଧ୍ୟ ଏବେ ଖାଲୁଆ ଅଞ୍ଚଳରେ ଥିବା ଘର ଗୁଡ଼ିକରେ ପାଣି ଜମି ରହିଛି।

ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ୧୦ଟି ଜିଲ୍ଲାରେ ୨୦୦ମିଲି ମିଟର ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱଭାବିକଠୁ ଅଧିକ ବର୍ଷା ହୋଇଛି । ସବୁଠୁ ଅଧିକ ଅସ୍ତରଙ୍ଗ, କାକଟପୁର, ବୀର ମହାରାଜପୁରରେ ୫୦୦ମିଲି ମିଟର ଉପରେ ବର୍ଷା ହୋଇଛି । ଏହା ସହ  ୬ଟି ବ୍ଲକରେ ୪୦୦ମିଲି ମିଟର ଉପରେ ବର୍ଷା ହେବା ସହ ୫୬ଟି ବ୍ଲକରେ ୨୦୦ରୁ ୩୦୦ମିଲି ମିଟର ବର୍ଷା ହୋଇଛି ।

ସେହିପରି ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା ଥିବାରୁ ହୀରାକୁଦରେ ଜଳସ୍ତର ବଢ଼ିପାରେ। ଏଭଳି ହେଲେ ହୀରାକୁଦର ୬ ରୁ ୭ଟି ଗେଟ ଖୋଲାଯିବ ବୋଲି ସେ କହିଛନ୍ତି। ଏସଆରସିଙ୍କ ଅନୁସାରେ ବର୍ତ୍ତମାନ କଟକ ମୁଣ୍ଡୁଳି ଦେଇ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ ପାଣି ପ୍ରବେଶ କରୁଛି। ଏହା ଦ୍ବାରା ବନ୍ୟା ସ୍ଥିତି ଉପଜିବ ନାହିଁ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ସିରିଜ ଦୁର୍ଘଟଣା: ଅଟୋ ଚାଳକଙ୍କ ସମେତ ତିନି ଗୁରତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଅଟୋ ଚାଳକଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ପାରିକଂସାରୀ ଗ୍ରାମରୁ କେବୁଲ କାମ ସାରି ଏକ ଅରଟେଲ କେବୁଲ ଅଟୋଟି ବାଲୁଗାଁ ଅଫିସ ଅଭିମୁଖେ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବ୍ରାହ୍ମଣକୋଷଡିହ ଛକ ନିକଟରେ ଅଟୋଟିକୁ ଏକ ଆଇଚର ଗାଡ଼ିଟି ପଛପଟୁ ଶକ୍ତ ଧକ୍କା ଦେବା ସହ ଅନ୍ୟ ଏକ ଆଇରନ ବୋଝେଇ ଟ୍ରକକୁ ମଧ୍ୟ ଧକ୍କା ଦେଇ ଫେରାର ହୋଇଯାଇଥିଲା। କିନ୍ତୁ ଆଇରନ ବୋଝେଇ ଟ୍ରକର କିଛି କ୍ଷତି ହୋଇନଥିବା ବେଳେ ଅଟୋଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ତେବେ ଅଟୋ ମଧ୍ୟରେ ଥିବା ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଅଟୋ ଚାଳକ ଜୟକୃଷ୍ଣ ରଣା (୬୦) ଙ୍କ ଡାହାଣ ପାଦଟି କଟିଯାଇଥିବାର ଖବର ମିଳିଛି। ଅଟୋ ଚାଳକଜଣଙ୍କ ବାଲୁଗାଁ ଗୁଣ୍ଡୁରିପୁରର ବୋଲି ଜଣାପଡିଛି।

ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଏସପିଓ ବିଜୟ କୁମାର ବଳିୟାରସିଂହ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲକୁ ପଠାଇଛନ୍ତି। ଏହାସହ ସ୍ଥାନୀୟ ପୋଲିସକୁ ମଧ୍ୟ ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସିସିଟିଭିରେ କଏଦ୍: ହୋଟେଲର ତୃତୀୟ ମହଲାରୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା

ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନର ମହାକାଳ ମନ୍ଦିର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହୋଟେଲର ତୃତୀୟ ମହଲାରୁ ଡେଇଁ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ରାତି ୧୧.୪୮ ମିନିଟରେ ଏହି ଘଟଣା ଘଟିଛି। ଝିଅଟି ପ୍ରେମିକ ସହିତ ହୋଟେଲରେ ରହୁଥିଲା ଏବଂ ସେପ୍ଟେମ୍ବର ୪ ତାରିଖରୁ ନିଖୋଜ ଥିଲା।

ପୋଲିସ ଖବର ମୁତାବାକ, ପ୍ରେମିକ ସହିତ ଝଗଡା ହେବା ପରେ ନାବାଳିକା ଜଣଙ୍କ ଏହି ପଦକ୍ଷେପ ନେଇଥିଲା। ଉଭୟ ବିବାହିତ ଦମ୍ପତି ଭାବରେ ହୋଟେଲରେ ରହୁଥିଲେ। ଏହା ବ୍ୟତୀତ ସେ ହୋଟେଲକୁ ନକଲି ପରିଚୟପତ୍ର ଦେଇଥିଲେ। ମହାକାଳ ପୋଲିସ ଷ୍ଟେସନ କହିଛି ଯେ, ଝିଅଟି ହୋଟେଲର ତୃତୀୟ ମହଲାରୁ ଡେଇଁପଡିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ହୋଟେଲ ମାଲିକ ଏବଂ ଦୁଇ ପୁଅଙ୍କୁ ଗିରଫ କରିଥିଲା। ନାବାଳିକା ଜୁଡୋ କରାଟେରେ ଅଂଶଗ୍ରହଣ କରୁଥିଲା ଏବଂ ଏକାଦଶ ଶ୍ରେଣୀର ଛାତ୍ରୀ ଥିଲା।

ପୋଲିସର ସୂଚନାନୁସାରେ, ଝିଅଟି ରହୁଥିବା ହୋଟେଲର ସେହି କୋଠରୀରେ ପ୍ରେମିକ ଏବଂ ଅନ୍ୟ ସାଙ୍ଗମାନଙ୍କ ମଧ୍ୟ ଉପସ୍ଥିତି ଥିବା ସୂଚନା ମିଳିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ନାବାଳିକାଙ୍କ ମୃତ୍ୟୁ ଘଟଣାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ପାଇଛି। ଯେଉଁଥିରେ ସେ ତଳେ ପଡ଼ିଥିବାର ଦେଖାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ ଜିଲ୍ଲାର ୫୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ରାଉରକେଲାସ୍ଥିତ ଆଇଜିଏଚ କନଫ୍ରେନସ ହଲରେ ଆୟୋଜିତ ଏକି କାର୍ଯ୍ୟକ୍ରମରେ ଏହି ଶୁଭାରମ୍ଭ କରାଯାଇଛି।

ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହିତ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡରେ ୫୮୦.୮୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ରାଉରକେଲା ବିଧାୟକ ସାରଦା ନାୟକ, ବିଧାୟକ ସୁବ୍ରତ ତରାଇ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡ ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡର ଶୁଭାରମ୍ଭ କରିଛନ୍ତି। ରାଉରକେଲାସ୍ଥିତ ଆଇଜିଏଚ ସୁପରସ୍ପେଶାଲିଟ ହସପିଟାଲ କନଫ୍ରେନସ ହଲରେ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ ସୁନ୍ଦରଗଡ ଜିଲ୍ଲାର ଭୂମିକା ରହିଛି। ଏହି ଜିଲ୍ଲାର ହକି ଖେଳ ଆଜି ସାରା ବିଶ୍ବରେ ବେଶ ପ୍ରସଂଶା ଆଣିଦେଇଛି। ଏହି ଜିଲ୍ଲା ଖଣିଖାଦନ ପାଇଁ ମଧ୍ୟ ବେଶ ପରିଚିତ। ଏହି ଜିଲ୍ଲା ବର୍ତ୍ତମାନ ଅଲମ୍ପିକ ପଦକ ଜିଲ୍ଲା ହୋଇପାରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାଲାକାନାଗିରି ପରେ ସୁନ୍ଦରଗଡ ଜିଲ୍ଲା ହେଉଛି ଦ୍ବିତୀୟ ଯିଏ କି ଏହା କାର୍ଡର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ଏହି କାର୍ଡ ମାଧ୍ୟମରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ସୁବିଧା ପାଇପାରିବେ ।

ଏହି କାର୍ଡ ମାଧ୍ୟମରେ ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି । ଏହି କାର୍ଡ ଥିଲେ ହସପିଟାଲରେ କୌଣସି କାଗଜପତ୍ର ଦେଖାଇବାର ଆବଶ୍ୟକତା ନାହିଁ।

ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ବିଧାୟକ ସାରାଦା ନାୟକ, ବିଧାୟକ ସୁବ୍ରତ ତରାଇ ଏହି ସମାରୋହରେ ଯୋଗଦେଇଥିଲେ। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ସଭାରେ ମନ୍ତ୍ରୀମାନେ କାର୍ଡ ବାଣ୍ଟିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ହଟହଟା ହେଲେ ଜଳସେଚନ ବିଭାଗର ଦୁଇ ଯନ୍ତ୍ରୀ, ଉଭୟଙ୍କୁ ତିନି ଘଣ୍ଟା କାଦୁଅରେ ଚଲାଇଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସମୟ ପୂର୍ବରୁ ରାସ୍ତା କାର୍ଯ୍ୟ ଶେଷ ହୋଇନଥିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇଛନ୍ତି। ଉତକ୍ଷିପ୍ତ ଗ୍ରାମବାସୀ ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ତିନି ଘଣ୍ଟା ଚଲାଇଥିବା ଜଣାପଡିଛି। ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୁ ଗ୍ରାମ ପଞ୍ଚାୟତ ମଲାଗୁଣି ନଦୀରେ ଲଗାଣ ବର୍ଷା ଯୋଗୁଁ ଫୁଲିଉଠିଛି। ଫଳରେ ଏହାର ପାଣି ଭଗବତୀପଡା ଗାଁ ରାସ୍ତାରେ ପ୍ରବାହିତ ହେଉଛି। ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ରାସ୍ତା ହେଉଛି ଏକମାତ୍ର ରାସ୍ତା, ଯେଉଁଥିରେ ହଜାର ହଜାର ଲୋକ ଯାତାୟାତ କରନ୍ତି।

ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ସେହି ରାସ୍ତା ଟିକୁ ସଂପୂର୍ଣ୍ଣ କଟାଯାଇଥିଲା। କିନ୍ତୁ ଏହାର ସ୍ଥାୟୀଭାବେ ମରାମତି ନକରାଯାଇ କେବଳ ମାଟି ପକାଇ ଛାଡି ଦିଆଯାଇଥିଲା। ଫଳରେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତାଟି କାଦୁଅ ଫିଟିଯାଇଥିଲା। ଲୋକଙ୍କୁ ଚାଲିକି ଯିବା ପାଇଁ ସଂମ୍ଭବ ହୋଇପାରୁନାହିଁ। ରାସ୍ତରେ ପାଣିକାଦୁଅ ପୂର୍ଣ୍ଣ ହୋଇରହିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ବିଭାଗୀୟ ଅଧିକାରୀ ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାମ ସଂପୂର୍ଣ୍ଣ ହୋଇପାରିନଥିଲା।

ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ପାଣି ରାସ୍ତା ଉପର ଦେଇ ଯାଉଥିବାରୁ ଆଜି ଜଳସେଚନ ବିଭାଗର ରାଜୁଆ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥିଲେ। ସେହି ସମୟରେ ଭଗବତୀପଡା ଗ୍ରାମବାସୀ ରାସ୍ତା କାମ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଯାହାଦ୍ୱାରା ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚଲାଇଥିଲେ।

ଏଭଳି ପରିସ୍ଥିତିରେ ଗ୍ରାମବାସୀ ହଇରାଣ ହେଉଥିବାରୁ ଶୀଘ୍ର ରାସ୍ତା କାମ ସଂପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଏହି ରାସ୍ତା ପାଇଁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ଆସିବେ ସାଉଦି ଆରବର ବୈଦେଶିକ ମନ୍ତ୍ରୀ!: ଆଫଗାନିସ୍ତାନ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନ ଅଲ ସାଉଦ ଏହି ସପ୍ତାହରେ ଭାରତ ଗସ୍ତ କରିପାରନ୍ତି। ବୈଦେଶିକ ମନ୍ତ୍ରୀ ଭାବରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ଆଫଗାନିସ୍ତାନ ଏବଂ ତାଲିବାନ ପ୍ରସଙ୍ଗରେ ଭାରତ ସହ ଆଲୋଚନା କରିପାରନ୍ତି। ତେବେ ସାଉଦି ଆରବ ଏପର୍ଯ୍ୟନ୍ତ ଆଫଗାନିସ୍ତାନ ପ୍ରସଙ୍ଗରେ ନୀରବ ରହିଛି। ତାଲିବାନ ସହ ସମ୍ପର୍କ ରଖିବାକୁ ସାଉଦି ଆରବ ତତ୍ପର ନାହିଁ।

ଅଗଷ୍ଟ ୩୦ ତାରିଖରେ ଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ଡା. ଅନୱାର ଗର୍ଗଶଙ୍କ ସହ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସାଉଦି ବୈଦେଶିକ ମନ୍ତ୍ରୀ ସେପ୍ଟେମ୍ବର ୧୯ ତାରିଖରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରିନ୍ସ ଫୈସଲ ବିନ୍ ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ପାରିବେ। ତା’ ପରଦିନ ଏସ ଜୟଶଙ୍କର ୟୁଏନଜିଏ ଏବଂ କ୍ୱାଡ ଶିଖର ସମ୍ମିଳନୀ ପାଇଁ ନ୍ୟୁୟର୍କ ଯିବେ।

ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଅଗଷ୍ଟ ୬ ତାରିଖରେ କାବୁଲ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ଆଇଏସ୍ଆଇଏଲ୍ ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରିବାରେ ତାଙ୍କର ଭୂମିକା ରହିଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ବିନ୍ ସଲମାନ ଦର୍ଶାଇବାକୁ ଚେଷ୍ଟା କରିଥିଲେ ଯେ ତାଲିବାନ ଆଫଗାନିସ୍ତାନର ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାରେ ଅସମର୍ଥ ଏବଂ ତାଲିବାନ ଅଧୀନରେ ଆଫଗାନିସ୍ତାନ ଆତଙ୍କବାଦ କେନ୍ଦ୍ର ହେବ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା: ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟର ଅନେକ ଜିଲ୍ଲାରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ରାଜ୍ୟରେ ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ଅନୁମାନ କରାଯାଉଛି। ଆସନ୍ତା ୪୮ ଘଣ୍ଟାରେ ଏହା ଛତିଶଗଡ, ମଧ୍ୟପ୍ରଦେଶ ମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆଗାମୀ ୬ ଘଣ୍ଟାରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ତେବେ ଏହାର ପ୍ରଭାବରେ ୧୪ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଯାଜପୁର, ଦେବଗଡ, ସମ୍ବଲପୁର, ନୂଆପଡା, ନବରଙ୍ଗପୁର, ବଲାଙ୍ଗୀରି ଏବଂ କେନ୍ଦୁଝର ଜିଲ୍ଲାଗୁଡିକୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। କିନ୍ତୁ ଆଜି ଅପରାହ୍ନ ସୁଦ୍ଧା ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗର ପରିବର୍ତ୍ତନ ଘଟିବା ସମ୍ଭାବନା ରହିଛି। ହେଲେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪ ଆକ୍ରାନ୍ତ: ମୋଟ ସଂଖ୍ୟା ୮ ହଜାର ୧୦୨ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୦୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସର୍ବାଧିକ ଭୁବନେଶ୍ଵରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକ ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୨୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨ ହଜାର ୮୧୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୨୯୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୦୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ୨୪ ଘଣ୍ଟାରେ ୨୫ ହଜାର ୪୦୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାର ୪୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୨ ଲକ୍ଷ ୮୪ ହଜାର ୫୭୯ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୩ ହଜାର ୨୧୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୪ ଲକ୍ଷ ୮୪ ହଜାର ୧୫୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୬୨ ହଜାର ୨୦୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ: ୬ ଟି ଘରେ କରୁଛି ରେଡ୍

ଭୁବନେଶ୍ବର: ଆଜି ଭିଜିଲାନ୍ସ ଜାଲରେ ଜଣେ ଅଙ୍ଗନବାଡି କର୍ମୀ ପଡିଛନ୍ତି। ଅଙ୍ଗନବାଡି କର୍ମୀଙ୍କ ୬ ଟି ଘରେ ଭିଜିଲାନ୍ସ ବିଭାଗ ଏକକାଳୀନ ରେଡ୍ କରିଛି। ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଅଙ୍ଗନବାଡି ଦିଦି କବିତା ମାଥନଙ୍କ ୬ ଟି ଘରକୁ ରେଡ୍ କରାଯାଉଛି। ଭୁବନେଶ୍ଵରର କୋରଡ଼କଣ୍ଟା ଅଙ୍ଗନବାଡି କେନ୍ଦ୍ରରେ କବିତା କାର୍ଯ୍ୟ କରନ୍ତି। ଏହି ସମୟରେ ଭୁବନେଶ୍ଵରର କେଶୁରା ଓ ଝାରପଡାରେ ଏକାଧିକ ବହୁତଳ କୋଠା ଠାବ କରାଯାଇଛି। ଏହାସହ ଅଙ୍ଗନବାଡି ଦିଦିଙ୍କ ପୈତୃକ ଘର ଓ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦାର ଶାଶୁ ଘରେ ମଧ୍ୟ ଭିଜିଲାନ୍ସ ରେଡ୍ କରୁଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୪୨୮ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୫୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୭୬ ଟି ଲୋକାଲ କେସ୍‌ ରହିଛ। ୪୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୫୫ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୨୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨ ହଜାର ୮୧୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୨୯୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୯୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୨ ଟି ଜିଲ୍ଲାରୁ ୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୭୯ ଜଣ, କଟକ ଜିଲ୍ଲାରୁ ୪୬, ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ଵର ଜିଲ୍ଲାରୁ ୧୮ ଜଣ, ବରଗଡ ଜିଲ୍ଲାରୁ ୩, ଭଦ୍ରକ ଜିଲ୍ଲାରୁ ୧୦ ଜଣ, ଦେବଗଡ ଜିଲ୍ଲାରୁ ୪, ଢେଙ୍କାନାଳ ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୪, ଜଗତସିଂହପୁର ଜିଲ୍ଲାରୁ ୨୦ ଜଣ, ଯାଜପୁର ଜିଲ୍ଲାରୁ ୨୧ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୬ ଜଣ, କେନ୍ଦୁଝର ଜିଲ୍ଲାରୁ ୧, ମାଲକାନଗିରି ଜିଲ୍ଲାରୁ ୧, ମୟୂରଭଞ୍ଜ ଜିଲ୍ଲାରୁ ୧୮ ଜଣ, ନୟାଗଡ ଜିଲ୍ଲାରୁ ୮ ଜଣ, ନୂଆପଡା ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୧୫ ଜଣ, ରାୟଗଡା ଜିଲ୍ଲାରୁ ୪, ସମ୍ବଲପୁର ଜିଲ୍ଲାରୁ ୯, ସୁନ୍ଦରଗଡ ଜିଲ୍ଲାରୁ ୬ ଏବଂ ଷ୍ଟେଟ ପୁଲରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାରାଦ୍ବୀପ ବନ୍ଦରରେ ଲାଗିଲା ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ, ଘଣ୍ଟାକୁ ୨୫ ଟି କଣ୍ଟେନରକୁ କରିବ ସ୍କାନ୍

ନୂଆଦିଲ୍ଲୀ: ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ (ଇଓଡିବି) ପଦକ୍ଷେପ ଅନୁଯାୟୀ, ୩୦ କୋଟି ଟଙ୍କା ବ୍ୟୟରେ ଗୋଟିଏ ଭ୍ରାମ୍ୟମାଣ ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ (ଏମ୍‍ଏକ୍ସସିଏସ୍‍) ସ୍ଥାପନ କରାଯାଇଛି ଯାହା ବ୍ୟକ୍ତିଙ୍କ ଦ୍ୱାରା ପରୀକ୍ଷଣ ହ୍ରାସ କରିବ ଏବଂ ବନ୍ଦରରେ କଣ୍ଟେନର ଗୁଡିକର ରହିବା ସମୟକୁ କମେଇବ ।

ବନ୍ଦରରେ ଏମ୍‍ଏକ୍ସସିଏସ୍‍ର ସଫଳ ପରୀକ୍ଷଣ ପରେ, ପରମାଣୁ ଶକ୍ତି ନିୟାମକ ବୋର୍ଡ (ଏଇଆରବି) ଏହାର ନିୟମିତ କାର‌୍ୟ୍ୟ ପାଇଁ ୨୭ ଅଗଷ୍ଟ ୨୦୨୧ ରେ ପାରାଦୀପ କଷ୍ଟମ୍ସକୁ ଲାଇସେନ୍ସ ପ୍ରଦାନ କରିଛି । ଏହି ସ୍କାନର୍ ଘଣ୍ଟା ପ୍ରତି ୨୫ ଟି କଣ୍ଟେନରକୁ ସ୍କାନ୍ କରିପାରିବ, ଉନ୍ନତ ସୁରକ୍ଷା ବ୍ୟବସ୍ଥା ଏବଂ ବିନା ବାଧା ସହିତ ସିଧାସଳଖ କଣ୍ଟେନରଗୁଡିକୁ ବାହାରକୁ ଆଣିବାରେ ସକ୍ଷମ କରିବ ।

ଏହା ମଧ୍ୟ ବନ୍ଦର ଆଖପାଖରେ ଥିବା ଶିଳ୍ପର ଦୀର୍ଘ ଦିନର ଆବଶ୍ୟକତାକୁ ପୂରଣ କରିବା ପାଇଁ ବନ୍ଦର ଜରିଆରେ କଣ୍ଟେନରରେ ଧାତବ ସ୍କ୍ରାପ୍ ସାମଗ୍ରୀର ପରିବହନକୁ ସହଜ କରିବ। ସ୍କାନରର କାର‌୍ୟ୍ୟ ପାରାଦୀପ ବନ୍ଦରରେ କଣ୍ଟେନର ପରିମାଣ ବୃଦ୍ଧି କରିବ ବୋଲି ଆଶା କରାଯାଉଛି କାରଣ ଭାରତ ସରକାରଙ୍କ ଇଜି ଅଫ୍‍ ଡୁଇଙ୍ଗ ବିଜନେସ୍‍ ଆଧାରରେ ଇକ୍ସଆଇଏମ୍‍ ବ୍ୟବସାୟରେ ସହାୟତା ପାଇଁ ଲଜିଷ୍ଟିକ୍ ମୂଲ୍ୟ ହ୍ରାସ କରିବାକୁ ପିପିଟି ନିରନ୍ତର ଉଦ୍ୟମ କରୁଛି ।

ଆରସିଏଲ୍‌, ଜେଡ୍‍ଆଇଏମ୍‍ଣ୍ଟ ଇଣ୍ଟରନ୍ୟାସନାଲ୍ ସିପିଂ ଲାଇନ୍ ଏବଂ ଶ୍ରେୟସ୍ ସିପିଂ ଲାଇନଗୁଡିକ ନିୟମିତ ଭାବରେ ବନ୍ଦରକୁ କହୁଥିବାବେଳେ ଅନ୍ୟ ପ୍ରମୁଖ ଲାଇନରଗୁଡିକୁ ବନ୍ଦର ଦ୍ୱାରା ପ୍ରଦାନ କରାଯାଇଥିବା ଉନ୍ନତ ସୁବିଧା ଏବଂ ଅଧିକ ରିହାତି ଉପରେ ବିଚାର କରିବେ ।

Categories
ଆଜିର ଖବର ଧର୍ମ

ରାଶିଫଳ: ସେପ୍ଟେମ୍ବର 14 ତାରିଖ ମଙ୍ଗଳବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ, ସାବଧାନ

ମେଷ : ଜୀବନସାଥୀ ସହିତ ଭଲ ସମୟ ଅତିବାହିତ ହେବ। ବ୍ୟବସାୟ ବୃଦ୍ଧି ପାଇବ। ଚାକିରିରେ ଶାନ୍ତି ରହିବ। ବିନିଯୋଗ ଲାଭଦାୟକ ହେବ। ବାକି କାମ ସରିଯିବ। ଘର ବାହାରେ ସୁଖ ଏବଂ ଶାନ୍ତି ରହିବ। ମନର ଅସ୍ଥିରତାକୁ ନିୟନ୍ତ୍ରଣ କରନ୍ତୁ । ଆଇନଗତ ପ୍ରତିବନ୍ଧକ ହଟାଇବା ପରେ ପରିସ୍ଥିତି ଅନୁକୂଳ ହେବ। ଶୀଘ୍ର ଟଙ୍କା ଖର୍ଚ୍ଚ ହୋଇପାରେ।

ବୃଷ : ଅଂଶୀଦାରମାନଙ୍କ ସହଯୋଗକୁ ଠିକ୍ ସମୟରେ ପାଇ ଖୁସି ହେବେ। ଚାକିରିରେ ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ। ବ୍ୟବସାୟ ଭଲ ହେବ। ଆୟ ବୃଦ୍ଧି ପାଇବ। ଆଘାତ ଏବଂ ରୋଗ ବାଧା ଦେଇପାରେ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ସ୍ଥିର ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଏକ ବଡ଼ ଲାଭ ଦେଇପାରେ। ପ୍ରତିଦ୍ୱନ୍ଦ୍ୱିତା ହେବ।

ମିଥୁନ : ସାଙ୍ଗମାନଙ୍କ ସହିତ ସମୟ ଭଲ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରନ୍ତୁ। ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ। ଚାକିରିରେ ସୁସଙ୍ଗତତା ରହିବ। ପାର୍ଟି ଏବଂ ପିକନିକ୍ ଯୋଜନା କରାଯିବ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଶତ୍ରୁମାନେ ସକ୍ରିୟ ରହିବେ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ।

କର୍କଟ : ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ତତ୍ପରତା ନାହିଁ । ଘର ବାହାରେ ଅଶାନ୍ତି ଦେଖାଯିବ। କାର୍ଯ୍ୟ ବାଧାପ୍ରାପ୍ତ ହେବ। ଚାକିରିରେ ଆୟ ଏବଂ କାର୍ଯ୍ୟଭାର ହ୍ରାସ ହେବ। ଅନାବଶ୍ୟକ ଲୋକମାନେ ଯୁକ୍ତି ଭିତରକୁ ଯାଇପାରନ୍ତି। ଦୁଃଖଦ ଖବର ପାଇ ନକାରାତ୍ମକତା ବୃଦ୍ଧି ପାଇବ। ବ୍ୟବସାୟରେ କୈଣସି ସନ୍ତୋଷ ରହିବ ନାହିଁ । ଅଂଶୀଦାରମାନଙ୍କ ସହିତ ପାର୍ଥକ୍ୟ ହୋଇପାରେ।

ସିଂହ : ଆପଣ ସାଙ୍ଗମାନଙ୍କ ସହିତ ସହଯୋଗ କରିବାକୁ ସମର୍ଥ ହେବେ। ଋଣରେ ହ୍ରାସ ଘଟିବ। ତୃପ୍ତି ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟ ସୁରୁଖୁରୁରେ ଚାଲିବ। ଆପଣ ଆପଣଙ୍କର ପ୍ରଭାବ ବୃଦ୍ଧି କରିପାରିବେ। ଚାକିରିରେ ସୁସଙ୍ଗତତା ରହିବ। ବିନିଯୋଗ ଭଲ ହେବ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟ କରନ୍ତୁ ନାହିଁ। ପ୍ରୟାସ ସଫଳ ହେବ । କୈଣସି ବଡ କାମର ସମସ୍ୟା ଦୂର ହେବ ।

କନ୍ୟା : ଘର ବାହାରେ ପରିସ୍ଥିତି ଅନୁକୂଳ ହେବ। ସେଠାରେ ଖୁସିର ପରିବେଶ ରହିବ। ଜିନିଷଗୁଡିକ ସହଜ ରଖନ୍ତୁ। ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସହକର୍ମୀମାନେ ଆପଣଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବେ। ବ୍ୟବସାୟରେ ତତ୍ପର ହୁଅନ୍ତୁ ନାହିଁ । ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ। ଲାଭ ସୁଯୋଗ ଆସିବ ।

ତୂଳା : ବ୍ୟବସାୟ ଯାତ୍ରା ସଫଳ ହେବ। ଅପ୍ରତ୍ୟାଶିତ ଲାଭର ସମ୍ଭାବନା ଅଛି । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ବ୍ୟବସାୟ ଭଲ ହେବ। ଚାକିରିରେ ଅଧିକାର ବୃଦ୍ଧି ପାଇପାରେ। ଜୁଆ ଖେଳ, ବେଟିଂ ଏବଂ ଲଟେରୀର ଜାଲରେ ପଡ଼ନ୍ତୁ ନାହିଁ। ବିନିଯୋଗ ଭଲ ହେବ। ପ୍ରଲୋଭିତ ହୁଅ ନାହିଁ। ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ।

ବିଛା: ଆୟରେ ନିଶ୍ଚିତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଯଦି କୌଣସି ବ୍ୟବସ୍ଥା ନାହିଁ, ତେବେ ଅସୁବିଧା ହେବ। ବ୍ୟବସାୟ ହ୍ରାସ ପାଇବ। ଚାକିରିରେ ବିବାଦ ହୋଇପାରେ। ଅଂଶୀଦାରମାନଙ୍କ ସହିତ ପାର୍ଥକ୍ୟ ହୋଇପାରେ। ତୁମେ କ୍ଳାନ୍ତ ଅନୁଭବ କରିବ । ଆଶା କରାଯାଉଥିବା କାର୍ଯ୍ୟରେ ବାଧା ଆସିବ। ଚିନ୍ତା ଏବଂ ଟେନସନ ହେବ।

ଧନୁ : ବ୍ୟବସାୟ ଯାତ୍ରା ଅନୁକୂଳ ହେବ। ସେଠାରେ ଟଙ୍କା ରହିବ। ରିସ୍କ ନେବାକୁ ସାହସ କର। ଅଜ୍ଞାତ ଭୟ ଏବଂ ଚିନ୍ତା ହେବ। ଯାତ୍ରା ସଫଳ ହେବ। ଆଖି ଯନ୍ତ୍ରଣା ହୋଇପାରେ। କାରବାରରେ ସାବଧାନ ରୁହନ୍ତୁ। ବିନା ପ୍ରଶ୍ନରେ କାହାକୁ ପରାମର୍ଶ ଦିଅନ୍ତୁ ନାହିଁ । ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ।

ମକର : ପ୍ରତିଷ୍ଠା ବୃଦ୍ଧି ପାଇବ। ସୁଖର ମାଧ୍ୟମ ସଂଗ୍ରହ ହେବ। ଚାକିରିରେ ପ୍ରାଧାନ୍ୟ ରହିବ। ଆୟର ଉତ୍ସ ବୃଦ୍ଧି ପାଇପାରେ। ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ ଭଲ ହେବ। ଘର ବାହାରେ ସହଯୋଗ ଏବଂ ସୁଖରେ ବୃଦ୍ଧି ଘଟିବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ସିଷ୍ଟମ୍ ଉନ୍ନତି କରିବ। ସାମାଜିକ କାର୍ଯ୍ୟ କରିବାକୁ ଇଚ୍ଛା ଜାଗ୍ରତ ହେବ ।

କୁମ୍ଭ : ଲାଭ ପାଇଁ ସୁଯୋଗ ଆସିବ। ସେଠାରେ ଖୁସିର ପରିବେଶ ରହିବ । ଆପଣ ଅଧସ୍ତନମାନଙ୍କ ସମର୍ଥନ ପାଇବେ। ଏକ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଥାଇପାରେ।ଅନ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ପୂଜାପାଠ ଏବଂ ସତସଙ୍ଗରେ ଆଗ୍ରହ ରହିବ। ସେଠାରେ ଶାନ୍ତି ହେବ। କୋର୍ଟ ଏବଂ କୋର୍ଟର କାର୍ଯ୍ୟ ଅନୁକୂଳ ହେବ।

ମୀନ : ବ୍ୟବସାୟ ଭଲ କରିବ। ବନ୍ଧୁ ଏବଂ ସମ୍ପର୍କୀୟମାନେ ସାହାଯ୍ୟ କରିବେ । ଆୟ ଜାରି ରହିବ। ରିସ୍କ ନିଅ ନାହିଁ। କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ। ପୁରୁଣା ରୋଗ ଅବରୋଧର କାରଣ ହେବ । ସ୍ୱାସ୍ଥ୍ୟ ଖର୍ଚ୍ଚ ହେବ। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ଅସାବଧାନ ହୁଅନ୍ତୁ ନାହିଁ । ଏକ ଛୋଟ ଭୁଲ ସମସ୍ୟାକୁ ବଢାଇପାରେ।