Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡ ବିଧାନସଭାରେ ନମାଜ ପଢିବାକୁ ନେଇ ବିରୋଧ: ଜେଏମଏମ କର୍ମୀଙ୍କୁ ପିଟିଲେ ବିଜେପି କାର୍ଯ୍ୟକର୍ତ୍ତା

ରାଞ୍ଚି: ଝାଡଖଣ୍ଡ ବିଧାନସଭାରେ ନମାଜ ପାଇଁ ଏକ ପୃଥକ କୋଠରୀ ଆବଣ୍ଟନକୁ ଆଜି ଶତାଧିକ ବିଜେପି କର୍ମୀ ବିରୋଧ କରିଛନ୍ତି। ବିଜେପି କର୍ମୀମାନେ ବିଧାନସଭାକୁ ଘେରାଉ କରିବାକୁ ପ୍ରୟାସ କରୁଥିବା ବେଳେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ କର୍ମୀ ମଧ୍ୟ ସେଠାରେ ପହଞ୍ଚି ହେମନ୍ତ ସରକାରଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଏହା ସହ ସେ ବିଜେପି କର୍ମୀଙ୍କୁ କଳା ପତାକା ମଧ୍ୟ ଦେଖାଥିଲେ। ଏହି ସମୟରେ ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ପିଟିବା ଆରମ୍ଭ କରିଦେଇଥିଲେ।

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ ଗଣମାଧ୍ୟମକୁ କହିଛନ୍ତି ଯେ, ଧନବାଦରୁ ସେହି ଯୁବକଜଣଙ୍କ ଆସିଥିଲେ। ବେକାରୀ, ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗକୁ ଛାଡି ଅନାବଶ୍ୟକ ପ୍ରସଙ୍ଗକୁ ନେଇ ବିଜେପି କର୍ମୀମାନେ ଆନ୍ଦୋଳନ କରୁଥିଲେ। ଏହି ଆକ୍ରମଣ ସମ୍ପର୍କରେ ସେ ହେମନ୍ତ ସରକାରଙ୍କ ନିକଟରେ ଅଭିଯୋଗ କରିବେ। ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ଏଡିଏମ୍ ଦୀପକ କୁମାର ଦୁବେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯେଉଁମାନେ ଆଜି ଆଇନକୁ ନିଜ ହାତରେ ନେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହାର ଗୋଟିଏ ଦିନ ପୂର୍ବରୁ, ବୁଧବାର ଦିନ ମଧ୍ୟ ଏଠାରେ ବହୁତ ହଙ୍ଗାମା ହୋଇଥିଲା। ଝାଡଖଣ୍ଡ ବିଧାନସଭା ଭିତରେ ପ୍ରାର୍ଥନା କରିବା ପାଇଁ ଏକ ସ୍ୱତନ୍ତ୍ର କୋଠରୀ ଆବଣ୍ଟନ ପଦକ୍ଷେପକୁ ବିରୋଧ କରୁଥିବା ବିଜେପି କର୍ମୀମାନଙ୍କ ଉପରକୁ ପୋଲିସ ଲାଠି ଚାର୍ଜ କରିଥିଲା। ରାଜ୍ୟ ୟୁନିଟ୍ ମୁଖ୍ୟ ଦୀପକ ପ୍ରକାଶଙ୍କ ସମେତ ଅନେକ ବିଜେପି କର୍ମୀ ଆହତ ହୋଇଥିବା ଜଣାପଡିଛି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଚିଲିକାରେ ବଦଳିଲା ଟୀକାକରଣ ସୂଚୀ: ଆସନ୍ତାକାଲି ମିଳିବ ୧ ହଜାର ୫ ଶହ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି (ସେପ୍ଟେମ୍ବର ୧୦ ତାରିଖ) ରେ ୧ ହଜାର ୫ ଶହ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଅଛି। ଏ ନେଇ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- କୃତିବାସ ଭବନ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୩- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୪- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୫ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

ଅଫଲାଇନ ଟୀକାକରଣ:

୫ – ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୬- ବାଲିପଦର କମ୍ୟୁନିଟି ସେଣ୍ଟର (ୱାର୍ଡ -୬, ବାଣପୁର ଏନଏସି ) ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୭ – ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୫ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

୮- ଓଡଗାଁ ବିଦ୍ୟାଳୟ– ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୯- ଖଣତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ – ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୦- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ – ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୧. ମାଣିକପୁର ବାତ୍ୟା ଆଶ୍ରୟସ୍ଥଳୀ – ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୨. ନନ୍ଦପୁର(ମେଘାମ୍ବରି ମନ୍ଦିର ପାଖ) -ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୩. ଗାଲୁଆ ଗ୍ରାମ ପଞ୍ଚାୟତ( ଭୀମପୁର ଉ.ପ୍ରା ବିଦ୍ୟାଳୟ) – ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ ଆରମ୍ଭ ହେବ। କେବଳ ମାଣିକପୁର ଏବଂ ଗାଲୁଆ ଗ୍ରାମ ପଞ୍ଚାୟତରେ ଅପରାହ୍ନ ୧ ଟା ୩୦ ରୁ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ, ଅଫଲାଇନ)

୧- କେ.କେ ନୂଆଗାଁ କଲ୍ୟାଣ ମଣ୍ଡପ (ବାଲୁଗାଁ ଏନଏସି ):

– ୩୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୩୦ ଡୋଜ

୨- ଅଡ଼ିଟୋରିଅମ ହଲ (ବାଲୁଗାଁ ଏନଏସି ):

– ୩୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୩୦ ଡୋଜ

– ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

– ସେହିଭଳି ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଇଂଲଣ୍ଡ ବିରୋଧରେ ଅନ୍ତିମ ଟେଷ୍ଟ ପାଇଁ ଚେତେଶ୍ୱର ପୂଜାରା ଫିଟ୍, ରୋହିତ ଶର୍ମା ଖେଳିବାକୁ ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଆରାମ ମିଳିଛି। ଭାରତର ତାରକା ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ସମ୍ପୂର୍ଣ୍ଣ ଫିଟ୍ ଏବଂ ସେ ଶେଷ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ। ତେବେ ରୋହିତ ଶର୍ମାଙ୍କ ଖେଳିବାକୁ ନେଇ ଏକ ପ୍ରଶ୍ନ ଚିହ୍ନ ରହିଛି।

ଓଭାଲ ଟେଷ୍ଟ ସମୟରେ ଚେତେଶ୍ୱର ପୂଜାରା ଏବଂ ରୋହିତ ଶର୍ମା ଆହତ ହୋଇଥିଲେ। ମ୍ୟାଚର ତୃତୀୟ ଦିନରେ ରୋହିତ ଶର୍ମା ଏବଂ ଚେତେଶ୍ୱର ପୂଜାରା ଆହତ ହୋଇଥିଲେ। ରନ୍‌ ନେବାବେଳେ ଚେତେଶ୍ୱର ପୂଜାରାଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ରୋହିତ ଶର୍ମାଙ୍କ ପାଦ ବଲରେ ଆଘାତ ପାଇଥିଲା। ଏହି ଉଭୟ ଖେଳାଳି ପଡ଼ିଆକୁ ଆସି ନଥିଲେ।

ଦଳ ପରିଚାଳନା ଉଭୟ ଖେଳାଳିଙ୍କ ସ୍କାନ୍ ମଧ୍ୟ କରିସାରିଛି। ବର୍ତ୍ତମାନ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ ଚେତେଶ୍ୱର ପୂଜାରାଙ୍କୁ ଗତ ଟେଷ୍ଟରେ ଖେଳିବାକୁ ଫିଟ୍ ଘୋଷଣା କରାଯାଇଛି। ଯେହେତୁ ପୂଜାରା ତୃତୀୟ ଏବଂ ଚତୁର୍ଥ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି, ଏବେ ତାଙ୍କ ଫର୍ମ ବିଷୟରେ ଅଧିକ ପ୍ରଶ୍ନ ଉଠୁନାହିଁ।

ରୋହିତ ଶର୍ମାଙ୍କ ଆଘାତ ଉପରେ ଦଳ ପରିଚାଳନା ନଜର ରଖିଛି। ରୋହିତ ଶର୍ମାଙ୍କ ଆଘାତ ସମ୍ପର୍କରେ ଦଳ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ସିରିଜରେ ରୋହିତ ଶର୍ମା ଭାରତ ପାଇଁ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ଦଳ ପରିଚାଳନା ସର୍ବଦା ରୋହିତ ଶର୍ମା ପ୍ଲେଇଙ୍ଗ ଏକାଦଶର ଅଂଶ ହେବାକୁ ଦେଖିବାକୁ ଚାହାଁନ୍ତି।

ଯଦି ରୋହିତ ଶର୍ମା ଫିଟ୍ ନୁହଁନ୍ତି, ତେବେ ମୟଙ୍କ ଅଗ୍ରୱାଲ ଦଳକୁ ଫେରିପାରନ୍ତି। ମୟଙ୍କ ଅଗ୍ରୱାଲ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ କେ.ଏଲ୍ ରାହୁଲଙ୍କ ସହ ଖେଳିପାରନ୍ତି। ରୋହିତ ଶର୍ମା ଏବଂ ଚେତେଶ୍ୱର ପୂଜାରା ଖେଳୁଥିବା ବେଳେ ଅଜିଙ୍କ୍ୟ ରାହାଣେଙ୍କୁ ପଞ୍ଚମ ଟେଷ୍ଟରୁ ବାହାରକୁ ଯିବାକୁ ପଡିପାରେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସରେ 244ଟି କନେଷ୍ଟବଳ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ଆବେଦନ ଶେଷ ତାରିଖ ଅକ୍ଟୋବର 4 ତାରିଖ

କଟକ, ଓଡିଶା ପୋଲିସରେ 244ଟି କନେଷ୍ଟବଳ ନିଯୁକ୍ତି ପାଇଁ ଓଡିଶା ପୋଲିସ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ବିଜ୍ଞପ୍ତି ଅନୁସାରେ କେବଳ ଅନଲାଇନରେ ପ୍ରାର୍ଥୀପତ୍ର ଆବେଦନ କରିପାରିବେ। ଚଳିତ ମାସ 13 ତାରିଖରେ ଏହି ଆବେଦନ ପକ୍ରିୟା ଆରମ୍ଭ ହେବ। ଯାହା ଅକ୍ଟୋବର 4 ତାରିଖ ଆବେଦନର ଶେଷ ଦିନ ବୋଲି କୁହାଯାଇଛି।

ଏ ସଂପର୍କରେ ବିସ୍ତୁତ ବିବରଣୀ ପୋଲିସ ବିଭାଗର ୱେବ ସାଇଟରେ ଉପଲବ୍ଧ ଅଛି। ବିସ୍ତୁତ ଖବର ଜାଣିବା ପାଇଁ କ୍ଲିକ କରନ୍ତୁ ସମୀକ୍ଷା.ଭାରତ

ତେବେ ଏହି ପଦବୀ ପାଇଁ ପ୍ଲସ ଟୁ ବିଜ୍ଞାନ ସର୍ବନିମ୍ନ ଯୋଗ୍ୟତା ରଖାଯାଇଛି। ସେହିପରି ବୟସ ସୀମା 18 ରୁ 23 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଟୀକାକରଣ ଅପଡେଟ୍: ଆସନ୍ତାକାଲି ଚିଲିକାରେ ମାତ୍ର ୨୦୦ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନମଣ୍ଡଳି ଅନ୍ତର୍ଗତ ବାଲୁଗାଁ ଏନଏସି ଏବଂ ଚିଲିକା ବ୍ଲକରେ ଆସନ୍ତାକାଲି( ସେପ୍ଟେମ୍ବର ୧୦)ତାରିଖରେ ୨୦୦ ଜଣ ନାଗରିକଙ୍କୁ ଟୀକା ଦିଆଯିବ। ତେବେ ବାଣପୁରରେ ଟୀକାକରଣ ବନ୍ଦ ରହିବ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ର କେଉଁ କେନ୍ଦ୍ରରେ କେତେ ଡୋଜ ଟୀକା ଦିଆଯିବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ, ଅଫଲାଇନ)

୧- କେ.କେ ନୂଆଗାଁ କଲ୍ୟାଣ ମଣ୍ଡପ (ବାଲୁଗାଁ ଏନଏସି ):

– ୩୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୩୦ ଡୋଜ

୨- ଅଡ଼ିଟୋରିଅମ ହଲ (ବାଲୁଗାଁ ଏନଏସି ):

– ୩୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୩୦ ଡୋଜ

– ଚିଲିକାର ଏହି ଦୁଇଟି ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

– ସେହିଭଳି ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୮ ଆକ୍ରାନ୍ତ: ମୋଟ ସଂଖ୍ୟା ୮ ହଜାର ୭୮ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୭୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ, ଯାଜପୁର, ମୟୂରଭଞ୍ଜ, ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧4 ହଜାର ୩୩୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୯ ହଜାର ୧୬୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୮୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୭୦ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀରୁ ମିଳିଲା ନ୍ୟାସନାଲ କନଫରେନ୍ସ ନେତା ତ୍ରିଲୋଚନ ସିଂ ୱାଜିରଙ୍କ ମୃତଦେହ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ନ୍ୟାସନାଲ କନଫରେନ୍ସ ନେତା ତ୍ରିଲୋଚନ ସିଂ ୱାଜିରଙ୍କ ମୃତଦେହ ଦିଲ୍ଲୀରୁ ମିଳିଛି। ରାଜଧାନୀର ମୋତି ନଗର ଅଞ୍ଚଳର ବସଇ ଦାରୁପୁରର ଏକ ଫ୍ଲାଟରୁ ତ୍ରିଲୋଚନ ସିଂଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୬୭ ବର୍ଷର ତ୍ରିଲୋଚନ ସିଂ ମଧ୍ୟ ଜଣେ ଟ୍ରାନ୍ସପୋର୍ଟର ଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନାନୁସାରେ, ତ୍ରିଲୋଚନ ସିଂ ସେପ୍ଟେମ୍ବର ୧ ତାରିଖରେ ଜମ୍ମୁରୁ ଦିଲ୍ଲୀ ଆସିଥିଲେଥିଲେ। ସେପ୍ଟେମ୍ବର ୩ ତାରିଖରେ ତାଙ୍କୁ ଦିଲ୍ଲୀରୁ କାନାଡା ଯିବାକୁ ପଡିଲା, ସେବେଠାରୁ ସେ ନିଖୋଜ ଥିଲେ। ଯେଉଁ ଫ୍ଲାଟରେ ତାଙ୍କ ମୃତଦେହ ମିଳିଥିଲା ​​ତାହା ତାଙ୍କର କିଛି ପରିଚିତଙ୍କ କୁହାଯାଉଛି। ଗତ କିଛି ମାସ ଧରି ଦୁଇ ପୁଅଙ୍କ ସହ ତାଙ୍କର ବିବାଦ ଲାଗିଥିବା କୁହାଯାଉଛି। ତାଙ୍କୁ ଗୁଳିମାରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି, ଯଦିଓ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି।

ଆଜି ସକାଳେ ଦିଲ୍ଲୀର ବସଇ ଦାରାପୁର ଅଞ୍ଚଳରୁ ଉକ୍ତ ଫ୍ଲାଟ ଭିତରୁ ଦୁର୍ଗନ୍ଧ ବାହାରୁଥିବାର ପୋଲିସ ଖବର ପାଇଥିଲା। ଏହା ପରେ ସ୍ଥାନୀୟ ପୋଲିସର ଏକ ଟିମ୍ ଘରର ତୃତୀୟ ମହଲାରେ ପହଞ୍ଚିଥିଲେ। ଘର ଭିତରୁ ପ୍ରବଳ ଗନ୍ଧ ଆସୁଥିଲା। ଏହା ପରେ ଯେତେବେଳେ ପୋଲିସ ଟିମ୍ କବାଟ ଭାଙ୍ଗି ଭିତରକୁ ଗଲେ, ସେମାନେ ଏକ ମୃତ ଦେହକୁ ଏକ ସଢିବା ଅବସ୍ଥାରେ ପଡ଼ିଥିବାର ଦେଖିଲେ। ଶବ ପାଖରେ ଏକ ମୋବାଇଲ୍ ଫୋନ୍ ଥିଲା ଏବଂ ଯେତେବେଳେ ପୋଲିସ ସେହି ଫୋନକୁ ଯାଞ୍ଚ କଲା, ସେତେବେଳେ ଜଣାପଡ଼ିଲା ଯେ ମୋବାଇଲ୍ ଫୋନ୍ ନ୍ୟାସନାଲ କନଫରେନ୍ସର ଜମ୍ମୁ ନେତା ତ୍ରିଲୋଚନ ସିଂ ୱାଜିରଙ୍କର ଥିଲା।

ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସମଗ୍ର ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତ୍ରିଲୋଚନ ସିଂଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ମଧ୍ୟ ପୋଲିସ କହିନାହିଁ। ଘଟଣାସ୍ଥଳରୁ ମିଳିଥିବା ତ୍ରିଲୋଚନ ସିଂଙ୍କ ମୋବାଇଲ୍ ଫୋନ୍ ଅନୁସନ୍ଧାନ କରାଯାଉଛି। ତାଙ୍କ ଫୋନ୍ ଶେଷ ଥର କେବେ ବନ୍ଦ ହୋଇଥିଲା ଏବଂ ଏହା ପୂର୍ବରୁ ସେ କାହା ସହ କଥା ହୋଇଥିଲେ ତାହା ଜାଣିବା ପାଇଁ ଉଦ୍ୟମ ଚାଲିଛି। ତ୍ରିଲୋଚନ ସିଂ ବିମାନରେ ବସଇ ଦାରୁପୁର କେବେ ପହଞ୍ଚିଛନ୍ତି ଜାଣିବା ପାଇଁ ଦିଲ୍ଲୀ ପୋଲିସ ମଧ୍ୟ ଆଖପାଖର ସମସ୍ତ ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରୁଛି।

ଜାମ୍ମୁ କାଶ୍ମୀରର ପୂର୍ବତନମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଟି.ଏସ୍ ୱାଜିରଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି, ‘ପୂର୍ବତନ ବିଧାନ ପରିଷଦର ସଦସ୍ୟ ତଥା ମୋର ସହକର୍ମୀ ଟି.ଏସ୍ ୱାଜିରଙ୍କ ଦେହାନ୍ତ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ଦିନ ପୂର୍ବରୁ ଆମେ ଜମ୍ମୁରେ ଏକାଠି ବସିଥିଲୁ ଏବଂ ଜାଣି ନଥିଲି ଯେ ମୁଁ ତାଙ୍କୁ ଶେଷ ଥର ପାଇଁ ସାକ୍ଷାତ କରୁଛି। ତାଙ୍କର ଆତ୍ମାକୁ ​​ଶାନ୍ତି ମିଳୁ। ‘

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମାନସିକ ଚାପ ଯୋଗୁଁ ବିଷ ପିଇ ଆତ୍ମହତ୍ୟା କଲେ ଯୁବକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାନସିକ ଚାପ ଯୋଗୁଁ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଗତକାଲି କଣ୍ଟାବଣିଆ ଗ୍ରାମ ଗଗନ ସ୍ୱାଇଁଙ୍କ ପୁତ୍ର ତପନ ସ୍ୱାଇଁ (୩୦) ଙ୍କ କୌଣସି କାରଣ ବଶତଃ ନିଜ ପତ୍ନୀଙ୍କ ସହ ଝଗଡା ହୋଇଥିଲା। ଏହାପରେ ଗଗନ ଅପରାହ୍ନରୁ ଘର ଛାଡି କୁଆଡେ ଚାଲିଯାଇଥିଲେ। ତେବେ ସଂନ୍ଧ୍ୟାରେ ଗ୍ରାମର ଏକ ପୋଖରୀ ହୁଡ଼ାରେ ତପନ ବିଷ ପିଇ ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ।  ଖବର ପାଇ ପରିବାର ବର୍ଗ ସଙ୍ଗେସଙ୍ଗେ ତପନଙ୍କୁ ବାଣପୁର ମେଡିକାଲ ନେଲା ପରେ ମାତ୍ର ୧୫ ମିନିଟ ମଧ୍ୟରେ ତପନଙ୍କ ପ୍ରାଣବାୟୁ ଚାଲିଯାଇଥିଲା।

ମେଡିକାଲ ପକ୍ଷରୁ ପୋଲିସକୁ ସୂଚନା ଦିଆଯିବା ପରେ ବାଣପୁର ପୋଲିସ ଶବକୁ ଜବତ କରିବା ସହ କେସ ନଂ ୧୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। ବାଣପୁର ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ୨୪ ଘଣ୍ଟାରେ ୪୩ ହଜାର ୨୬୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୨୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୧ ଲକ୍ଷ ୩୯ ହଜାର ୯୮୧ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୧ ହଜାର ୭୪୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୪ ହଜାର ୬୧୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୪୧ ହଜାର ୭୪୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୭୭୧ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୭୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୪୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୨୩ ଟି ଲୋକାଲ କେସ୍‌ ରହିଛ। ୭୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୧୧୭ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧4 ହଜାର ୩୩୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୯ ହଜାର ୧୬୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୮୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୭୦ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୬ ଟି ଜିଲ୍ଲାରୁ ୭୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୨୭ ଜଣ, କଟକ ଜିଲ୍ଲାରୁ ୭୧, ଅନୁଗୁଳ ଜିଲ୍ଲାରୁ ୧୬, ବାଲେଶ୍ଵର ଜିଲ୍ଲାରୁ ୪୧ ଜଣ, ବରଗଡ ଜିଲ୍ଲାରୁ ୩, ଭଦ୍ରକ ଜିଲ୍ଲାରୁ ୧୫ ଜଣ, ବଲାଙ୍ଗୀରି ଜିଲ୍ଲରୁ ୨, ଦେବଗଡ ଜିଲ୍ଲାରୁ ୫, ଢେଙ୍କାନାଳ ଜିଲ୍ଲାରୁ ୧୨ ଜଣ, ଗଞ୍ଜାମ ଜିଲ୍ଲାରୁ ୪, ଜଗତସିଂହପୁର ଜିଲ୍ଲାରୁ ୨୬ ଜଣ, ଯାଜପୁର ଜିଲ୍ଲାରୁ ୩୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୯, କଳାହାଣ୍ଡି ଜିଲ୍ଲାରୁ ୧, କେନ୍ଦ୍ରାପଡା ଜିଲ୍ଲାରୁ ୧୪ ଜଣ, କେନ୍ଦୁଝର ଜିଲ୍ଲାରୁ ୫ ଜଣ, କୋରାପୁଟ ୧୧ ଜଣ, ମାଲକାନଗିରି ଜିଲ୍ଲାରୁ ୩, ମୟୂରଭଞ୍ଜ ଜିଲ୍ଲାରୁ ୧୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩, ନୟାଗଡ ଜିଲ୍ଲାରୁ ୧୧ ଜଣ, ନୂଆପଡା ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୨୧ ଜଣ, ରାୟଗଡା ଜିଲ୍ଲାରୁ ୧୧, ସମ୍ବଲପୁର ଜିଲ୍ଲାରୁ 17 ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୩ ଜଣ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ଭଗବାନ ବିଷ୍ଣୁଙ୍କୁ ଉପାସନା କଲେ ଗୁରୁ ଦୋଷରୁ ପାଇବେ ମୁକ୍ତି, ଏହି ଉପାୟଗୁଡିକ କରନ୍ତୁ ଅନୁସରଣ

ଗୁରୁ ଗ୍ରହଙ୍କୁ ବ୍ରହ୍ମସ୍ପତି ବା ଦେବ ଗ୍ରହ ମଧ୍ୟ କୁହାଯାଏ। ହିନ୍ଦୁ ଧର୍ମରେ ପ୍ରତ୍ୟେକ ଗ୍ରହର ନିଜସ୍ୱ ଗୁରୁତ୍ୱ ରହିଛି। ଯଦି କୌଣସି ଗ୍ରହ ରାଶିଫଳରେ ଖରାପ ପ୍ରଭାବ ପକାଉଛି, ଯାହା ଆମ ଜୀବନକୁ ପ୍ରଭାବିତ କରିଥାଏ। ସେହିଭଳି ବୃହସ୍ପତି ଗ୍ରହ ଭାଗ୍ୟ ଏବଂ ବିବାହିତ ଜୀବନର କାରଣ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ବୃହସ୍ପତି ଗ୍ରହ ଯଦି ଜଣେ ବ୍ୟକ୍ତିଙ୍କ ରାଶିଫଳରେ ଶକ୍ତିଶାଳୀ, ତେବେ ସେହି ବ୍ୟକ୍ତି ଜୀବନରେ ଅନେକ ସଫଳତା ପାଇଥାଏ। ସେ ବହୁତ ଅଗ୍ରଗତି କରନ୍ତି। ସେହି ବ୍ୟକ୍ତିଙ୍କର ବହୁତ ଜ୍ଞାନ ହାସଲ ହୋଇଥାଏ। ଏହା ସହିତ, ବ୍ୟକ୍ତିର ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ ହେବାକୁ ଲାଗେ। କିନ୍ତୁ ଅନ୍ୟ ପଟେ ଯଦି ବୃହସ୍ପତି ଗ୍ରହ ରାଶିଫଳରେ ଦୁର୍ବଳ, ତେବେ ସେହି ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ। କରାଯାଉଥିବା କାର୍ଯ୍ୟ ଖରାପ ହେବା ଆରମ୍ଭ କରେ, କୌଣସି କାର୍ଯ୍ୟରେ ସଫଳତା ମିଳେନାହିଁ ଏବଂ ଆର୍ଥିକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡେ।

ଧାର୍ମିକ ବିଶ୍ୱାସ ଅନୁଯାୟୀ ଯଦି ବୃହସ୍ପତି ଗ୍ରହ ରାଶିଫଳରେ ଦୁର୍ବଳ, ତେବେ ଭଗବାନ ବିଷ୍ଣୁଙ୍କୁ ଉପାସନା କରି କିମ୍ବା ତାଙ୍କୁ ପ୍ରସନ୍ନ କରି ଗୁରୁ ଗ୍ରହକୁ ମଜବୁତ କରାଯାଇପାରିବ ଏବଂ ରାଶି ଉପରେ ଗୁରୁଙ୍କ ପ୍ରଭାବ ହ୍ରାସ କିମ୍ବା ଦୂର ହୋଇପାରିବ।

ଗୁରୁବାର ଦିନ ଗୁରୁ ଦୋଷକୁ ହଟାଇବା ପାଇଁ ଭଗବାନ ବିଷ୍ଣୁଙ୍କୁ କିପରି ସନ୍ତୁଷ୍ଟ କରିବେ ଆସନ୍ତୁ ଜାଣିବା-

୧- ଗାଧୋଇବା ପରେ ‘ଓମ୍ ନମୋ ଭଗବତେ ବାସୁଦେବାୟ ‘ ମନ୍ତ୍ର ଜପ କରନ୍ତୁ। ଏହି ଦିନ କପାଳରେ କେଶରର ତିଲାକ ଲଗାନ୍ତୁ। ଏହା ପରେ, କଦଳୀ ଗଛରେ ପାଣି, ଦୀପ ଏବଂ ଧୂପ ଦେଇ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

୨- ଯଦି ଆପଣ କାହାକୁ ଗୁରୁ କରିନାହାଁନ୍ତି, ତେବେ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଗାୟତ୍ରୀ ମନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ଏହାକୁ ପ୍ରତିଦିନ ୧୦୮ ଥର ଜପ କଲେ କେବଳ ଗୁରୁ ନୁହଁନ୍ତି ସୂର୍ଯ୍ୟ ମଧ୍ୟ ଶକ୍ତିଶାଳୀ ହୁଅନ୍ତି। ଏହା ସହିତ ଜୀବନର ସମସ୍ତ ସମସ୍ୟା ସ୍ୱୟଂଚାଳିତ ଭାବରେ ଦୂର ହୋଇଯାଏ।

୩- ଗୁରୁବାର ଦିନ, ହଳଦିଆ ହକିକ୍ (ଏକ ପ୍ରକାର ଉପରତ୍ନ) ର ଏକ ପୁଷ୍ପମାଲ୍ୟ ଦେଇ ‘ଓମ୍ ହ୍ରୀମ୍ ହ୍ରୀମ୍ ଶ୍ରୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ବାସୁଦେବୟା ନାମ’ ମନ୍ତ୍ର ଜପ କରନ୍ତୁ। ଯଦି ସମ୍ଭବ, ଅନ୍ୟ ଦିନ ମଧ୍ୟ ଜପ କରନ୍ତୁ। ଏହା ଦ୍ଵାରା ଆପଣ ନିଶ୍ଚିତ ଭାବରେ ଭଗବାନ ଦେବଗୁରୁ ବୃହସ୍ପତିଙ୍କ ଆଶୀର୍ବାଦ ପାଇବେ।

୪- ଏକ ଅଭାବୀ ପିଲାଙ୍କୁ କୌଣସି ମନ୍ଦିରରେ ପୁସ୍ତକ ଦାନ କରନ୍ତୁ। ଏଥିସହିତ, କୌଣସି ଅଭାବୀ କିମ୍ବା ଗରିବ ଲୋକଙ୍କୁ ଚଣା ଡାଲି ଦାନ କରନ୍ତୁ। ଏହା କରିବା ଦ୍ୱାରା ରାଶିଫଳରେ ବୃହସ୍ପତିର ସ୍ଥିତି ଦୃଢ ହୁଅନ୍ତି।

୫- ଏହା ସହିତ, ବିଷ୍ଣୁ ସହସ୍ରନାମ ନିଶ୍ଚିତ ଭାବରେ ଜପ କରନ୍ତୁ। ଆପଣ ନିଶ୍ଚିତ ଭାବରେ ଏଥିରୁ ଫଳ ପାଇବେ।

Categories
ବିଶେଷ ଖବର ରାଜ୍ୟ ଖବର

ଘର କିଣାବିକା ପାଇଁ ଆସିଲା ନୂଆ ନିୟମ, ଭାରତୀୟ ଷ୍ଟାମ୍ପ ଆକ୍ଟ ସଂଶୋଧନ ବିଲ୍‌ ୨୦୨୧ ପାରିତ

ଭୁବନେଶ୍ୱର:  ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଭାରତୀୟ ଷ୍ଟାମ୍ପ ଆଇନ ୧୮୯୯ର ସଂଶୋଧନ ଆଜି ବିଧାନସଭାରେ ପାରିତ ହୋଇଛି । ଏହା ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ୍‌ ବୃଦ୍ଧିରେ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସୁଲଭ ଦରରେ ଘର ମିଳିପାରିବ । ଏହି ସଂଶୋଧିତ ବ୍ୟବସ୍ଥା ଅନୁସାରେ ସ୍ଥାବର ସଂପତ୍ତିର ବିକ୍ରି ଚୁକ୍ତିନାମା, ଡେଭଲପ୍‌ମେଣ୍ଟ ଚୁକ୍ତି, ନିର୍ମାଣ ଚୁକ୍ତି ଏବଂ ପାୱାର ଅଫ୍‌ ଆଟର୍ଣ୍ଣି ପ୍ରଦାନ ନିମନ୍ତେ ୨ ପ୍ରତିଶତ ଷ୍ଟାମ୍ପ ଆଦାୟ କରାଯିବ।

ଯେତେବେଳେ ନିର୍ଦ୍ଦିଷ୍ଟ ସଂପତ୍ତି ଉପରେ ଯଦି ଜଣେ ବ୍ୟକ୍ତି ଡେଭଲପ୍‌ମେଣ୍ଟ ଚୁକ୍ତି ଏବଂ ପାୱାର ଅଫ୍‌ ଆଟର୍ଣ୍ଣି ସଂପାଦନ କରନ୍ତି ଏବଂ  ଡେଭଲପମେଣ୍ଟ ଚୁକ୍ତି ନିମନ୍ତେ ୨ ପ୍ରତିଶତ ଷ୍ଟାମ୍ପଡ୍ୟୁୟଟି ନିଆଯାଇଥାଏ ତେବେ ପାୱାର ଅଫ୍‌ ଆଟର୍ଣ୍ଣି ଉପରେ କେବଳ ମାତ୍ର ଏକ ହଜାର ଟଙ୍କା ଆଦାୟ କରାଯିବ। ଏହା ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ୍‌ ପ୍ରକଳ୍ପ ବାବଦରେ ହେଉଥିବା ଖର୍ଚ୍ଚ କମି ଯାଇପାରିବ ଏବଂ ଇଚ୍ଛୁକ କ୍ରେତାମାନେ ସୁଲଭ ଦରରେ କିଣି ପାରିବେ ଏବଂ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇପାରିବ।

ସୁତରାଂ, ରାଜ୍ୟରେ ନିର୍ମାଣ ଶିଳ୍ପର ବିକାଶ, ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ ବିଭିନ୍ନ ଗୃହ କିମ୍ବା ଆପାର୍ଟମେଣ୍ଟଗୁଡ଼ିକର ବିକ୍ରିର ବୃଦ୍ଧି ଘଟିବା ସହିତ ଜିଏସ୍‌ଟି, ଷ୍ଟାମ୍ପଡୁ୍ୟଟି ଓ ରେଜିଷ୍ଟ୍ରେସନ୍‌ ଫି ପରି ପ୍ରତ୍ୟକ୍ଷ କରଗୁଡ଼ିକ ଆଦାୟ ଫଳରେ ଅଧିକ ରାଜସ୍ୱ ସଂଗ୍ରହ କରାଯାଇପାରିବ। ପରିବାର ମଧ୍ୟରେ ପିତା, ମାତା, ପତିପନ୍ତ୍ରୀ, ପୁତ୍ର, କନ୍ୟା, ଭାଇ ଓ ଭଉଣୀମାନଙ୍କୁ ସ୍ଥାବର ସଂପତ୍ତିର ବିକ୍ରୟ କିମ୍ବା ହସ୍ତାନ୍ତରଣ ପାଇଁ ପାୱାର ଅଫ୍‌ ଆଟର୍ଣ୍ଣି ପ୍ରଦାନ କଲାବେଳେ ମାତ୍ର ଏକ ହଜାର ଟଙ୍କା ଅସୁଲ କରାଯାଉଥିବାବେଳେ ଏବେ ବୋହୂ, ନାତି, ନାତୁଣି, ଜେଜେବାପା ଓ ଜେଜେମାଙ୍କୁ ମଧ୍ୟ ଏହି କାରବାର ପାଇଁ ପରିବାର ସଦସ୍ୟ ଭାବରେ ବିବେଚନା କରାଯିବ।

ପଂଜୀକୃତ ହୋଇଥିବା କାଗଜାତ୍‌ର ପ୍ରମାଣୀକୃତ ନକଲ ନିମନ୍ତେ ପୂର୍ବରୁ ୧୦ ଟଙ୍କା ଆଦାୟ ହେଉଥିବାବେଳେ ତାହାକୁ ବୃଦ୍ଧି କରାଯାଇ ୧୦୦ ଟଙ୍କା କରାଯାଇଛି । ବହୁ ପ୍ରତୀକ୍ଷିତ ଏହି ବିଧେୟକ ଆଜି ବିଧାନସଭାରେ ପାରିତ ହେବା ପରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ତଥା ରାଜସ୍ୱ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ।

ପ୍ରଚଳିତ ଭାରତୀୟ ଷ୍ଟାମ୍ପ ଆକଫ ଅନୁଯାୟୀ କୌଣସି ସ୍ଥାବର ସଂପତ୍ତିର ଦଖଲ ନେବା ପାଇଁ ଚୁକ୍ତିନାମା ସଂପାଦନ କରିବା, ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କୁ ଅଧିକାର ପ୍ରଦାନ କରିବାକୁ ପାୱାର ଅଫ୍‌ ଆଟର୍ଣ୍ଣି ଦେବା ଇତ୍ୟାଦି କାରବାର ନିମନ୍ତେ ରାଜ୍ୟରେ ସଂପତ୍ତିର ବଜାରଦରକୁ ଭିତ୍ତିକରି ୫ ପ୍ରତିଶତ ଷ୍ଟାମ୍ପ ଡୁ୍ୟଟି ଦେବାକୁ ହେଉଛି ।

ଅନୁରୂପ ଭାବରେ ରିୟଲ ଇଷ୍ଟେଟ୍‌ର ପ୍ରମୋଟର ବା ଡେଭଲପରମାନଙ୍କୁ ଦୁଇ ପ୍ରକାରର କାଗଜାତ ପ୍ରସ୍ତୁତ କରିବାକୁ ପଡ଼ୁଛି ।ଜମି ମାଲିକଙ୍କ ଜମି ଉପରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପରେ ଜନସାଧାରଣଙ୍କୁ ବିକ୍ରୟ ନିମନ୍ତେ ପ୍ରମୋଟର ବା ଡେଭଲପରଙ୍କୁ ସଂପୂର୍ଣ୍ଣ ଅଧିକାର ଦେଇ ଗୋଟିଏ ପାୱାର ଅଫ୍‌ ଆଟର୍ଣ୍ଣି ଏବଂ ମାଲିକାନା ଥିବା ଜମି ମାଲିକଙ୍କ ଜମିରେ ଆବାସ ବା ବ୍ୟବସାୟିକ ଗୃହ ନିର୍ମାଣ ତଥା ଜମିର ଆବଶ୍ୟକୀୟ ଉନ୍ନତି ପାଇଁ ଜମି ମାଲିକଙ୍କ ସହ ଗୋଟିଏ ଚୁକ୍ତିନାମା କରିବାକୁ ପଡ଼ୁଛି । ସେଲ୍‌ ଡିଡ୍‌ ସହ ସମତାଳରେ ଏଥିପାଇଁ ୫ ପ୍ରତିଶତ ଷ୍ଟାମ୍ପ ଡୁ୍ୟଟି ନିଆଯାଉଛି।

ଫଳରେ ଉନ୍ନତ ଜମି ଓ ଗୃହ ପାଇଁ ଜନସାଧାରଣଙ୍କ ଉପରେ ଏପରି ଷ୍ଟାମ୍ପଡୁ୍ୟଟି ଆର୍ଥିକ ବୋଝ ହେଉଛି । ବିକ୍ରୟ ଚୁକ୍ତିନାମା ଓ ପାୱାର ଅଫ୍‌ ଆଟର୍ଣ୍ଣି ସଂପାଦନ ନିମନ୍ତେ ପଡ଼ୁଥିବା ଷ୍ଟାମ୍ପଡୁ୍ୟଟି ଫଳରେ ରାଜ୍ୟରେ ସ୍ଥାବର ସଂପତ୍ତିର କାରବାର ବୃଦ୍ଧିରେ ପ୍ରତିକୂଳ ପ୍ରଭାବ ପଡ଼ୁଛି ।

ଉଚ୍ଚମୂଲ୍ୟର ଷ୍ଟାମ୍ପଡୁ୍ୟଟି ଯୋଗୁଁ ଅନେକ ସମୟରେ ଜନସାଧାରଣ ପଂଜୀକରଣକୁ ଆଡ଼େଇ ଯାଉଥିବାର ଲକ୍ଷ୍ୟ କରାଯାଉଛି । ଗତ ୭ ବର୍ଷ ମଧ୍ୟରେ ବିଭିନ୍ନ ସଂପତ୍ତି ଦଖଲ ଉପରେ ୦.୦୨% ବିକ୍ରି ଚୁକ୍ତିନାମା ଓ ୦.୧୪ ପ୍ରତିଶତ ପାୱାର ଅଫ୍‌ ଆଟର୍ଣ୍ଣି ପଂଜୀକୃତ ହୋଇଥିବାର ଲକ୍ଷ୍ୟ କରାଯାଇଛି । ବର୍ତ୍ତମାନ ନୂଆ ଆଇନ ଅନୁସାରେ ଏଥିରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଧର୍ମ

ରାଶିଫଳ: ସେପ୍ଟେମ୍ବର 9 ତାରିଖ ଗୁରୁବାରରେ ମା ଲକ୍ଷ୍ମୀ ଏହି ସାତୋଟି ରାଶିକୁ କରୁଛନ୍ତି ଆର୍ଶିବାଦ

ମେଷ: – ଆଜି କେତେକ ସମସ୍ୟା ଆସିପାରେ। ଭାଗ୍ୟ ଉପରେ ନିର୍ଭର କର ନାହିଁ। କଠିନ ପରିଶ୍ରମ କର। ଆୟ ସ୍ୱାଭାବିକ ହେବ। ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ। ସ୍ୱାସ୍ଥ୍ୟ ଭଲ ହେବ। ପ୍ରେମ ଜୀବନରେ କିଛି ସମସ୍ୟା ହୋଇପାରେ। ବିବାହିତ ଲୋକମାନଙ୍କର ଘରୋଇ ଜୀବନ ପ୍ରେମରେ ପରିପୂର୍ଣ୍ଣ ହେବ। ଆପଣଙ୍କ ପ୍ରିୟ କିଛି ବିଷୟରେ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି। ଆପଣ ଅନ୍ୟ କୌଣସି ଚାକିରୀ ପାଇଁ ଆବେଦନ କରିବେ।

ବୃଷ: – ଆପଣ ମାନସିକ ଚାପରୁ ମୁକ୍ତି ପାଇବେ। ଆୟ ବୃଦ୍ଧି ପାଇବ। ଖର୍ଚ୍ଚ ହ୍ରାସ ପାଇବ। ଘର ଜୀବନ ସ୍ନେହପୂର୍ଣ୍ଣ ହେବ। ଭବିଷ୍ୟତ ବିଷୟରେ ତୁମେ ତୁମର ସାଥୀ ସହିତ ଏକ ବଡ ଯାତ୍ରା ଯୋଜନା କରିପାରିବ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଆଜି ମଧ୍ୟ ବହୁତ ଖୁସି ସମୟ ପାଇବେ। କାର୍ଯ୍ୟ ସହିତ କଠିନ ପରିଶ୍ରମ କରିବାକୁ ଧ୍ୟାନ ଦେବାକୁ ପଡିବ।

ମିଥୁନ: – ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ। ସେହିପରି ଭାଗ୍ୟ ମଧ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ। ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ। ତୁମେ ଚାକିରିରେ ଭଲ ଫଳାଫଳ ପାଇବ। ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ। କାର୍ଯ୍ୟ ସଂପର୍କରେ ପରିସ୍ଥିତି ସ୍ୱାଭାବିକ ହେବ।

କର୍କଟ: – ହୃଦୟ ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଭେଟି ଖୁସି ହେବ କିମ୍ବା ସେମାନଙ୍କୁ ଫୋନରେ ଯୋଗାଯୋଗ କରାଯିବ। ଆପଣଙ୍କ ବ୍ୟବସାୟରେ ଲାଭ ହେବ। କାର୍ଯ୍ୟ ସହିତ ତୁମେ ଭଲ ଫଳାଫଳ ପାଇବ। ତୁମେ ଖୁସି ହେବ। ଘର ଜୀବନ ଖୁସି ହେବ। ପ୍ରେମ ଜୀବନ ବିତାଉଥିବା ଲୋକଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଆପଣ ଅନ୍ୟମାନଙ୍କ ସ୍ୱାର୍ଥ ବିଷୟରେ ଚିନ୍ତା କରିପାରିବେ।

ସିଂହ : – ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ ହେବ। ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ଜୀବନ ଖୁସି ହେବ। ଘରୋଇ ଜୀବନରେ ସୁଖ ମିଳିବ। ଜୀବନ ସାଥୀ ସହିତ ସମ୍ପର୍କ ଭଲ ହେବ। ଯେଉଁମାନେ କାହାକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ କମ୍ ସମସ୍ୟା ହେବ। ଅଧ୍ୟୟନରେ ଅସୁବିଧା ହେବ। ତୁମେ ତୁମର ପ୍ରତିପକ୍ଷଙ୍କ ଉପରେ ବିଜୟୀ ହେବ। ଆଜି ତୁମର ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା: –ଆଜି ଆପଣଙ୍କ ପାଇଁ ବହୁତ ପରିମାଣରେ ଅନୁକୂଳ ହେବ। ଆପଣ ମାନସିକ ଚାପରୁ ମୁକ୍ତି ପାଇବେ। ଛାତ୍ରମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବେ। ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସୁଖରେ ପରିପୂର୍ଣ୍ଣ ହେବ। ରୋମାନ୍ସ ବୃଦ୍ଧି ପାଇବ, ପ୍ରେମ ଜୀବନ ବିତାଉଥିବା ଲୋକମାନେ ମଧ୍ୟ ଆଜି ଭଲ ଫଳାଫଳ ପାଇବେ । କାର୍ଯ୍ୟ ସହିତ କଠିନ ପରିଶ୍ରମ ପରେ ଭଲ ଫଳାଫଳ ହାସଲ ହେବ। ଘରୋଇ ଜୀବନ ପ୍ରତି ଧ୍ୟାନ ଦେବେ ଏବଂ କିଛି ବଡ ଖର୍ଚ୍ଚ ମଧ୍ୟ ହୋଇପାରେ।

ତୂଳା: – ଖର୍ଚ୍ଚ ବୃଦ୍ଧି ପାଇବ। ଆୟ ସ୍ୱାଭାବିକ ହେବ। ଆର୍ଥିକ ବୋଝ  ବୃଦ୍ଧି ପାଇବ, ପରିବାର ସଦସ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ଘରୋଇ ଜୀବନରେ ସାବଧାନ ରୁହନ୍ତୁ। ଜୀବନ ସାଥୀ କ୍ରୋଧିତ ହୋଇପାରେ। ଯେଉଁମାନେ ଏକ ପ୍ରେମ ଜୀବନ ବିତାଉଛନ୍ତି, ସେମାନଙ୍କ ପ୍ରିୟଙ୍କ ସହ କଥା ହୋଇ ସାକ୍ଷାତ କରି ବହୁତ ଖୁସି ହେବେ। ପ୍ରେମ ଜୀବନ ଶକ୍ତିଶାଳୀ ହେବ।

ବିଛା: – ମାନସିକ ଟେନସନ ରହିପାରେ, ଯାହାକୁ ଏଡ଼ାଇବା ପାଇଁ ଯାହା ଆପଣଙ୍କୁ ନିଜେ ଚେଷ୍ଟା କରିବାକୁ ପଡ଼ିବ। ଯାତ୍ରା କରିବା ପାଇଁ ଦିନଟି ଭଲ ନୁହେଁ। ଘରର ବରିଷ୍ଠମାନଙ୍କ ଆଶୀର୍ବାଦ ପାଇବେ। କାର୍ଯ୍ୟରେ ସଫଳତା ମିଳିବ । ଘରୋଇ ଜୀବନରେ ସମସ୍ୟା ହୋଇପାରେ। ଯେଉଁମାନେ ପ୍ରେମ ଜୀବନରେ ଅଛନ୍ତି ସେମାନଙ୍କ ପାଇଁ ଆଜି ଏକ ଭଲ ଦିନ ହେବ। ତୁମେ ତୁମର ପ୍ରିୟଙ୍କ ସହିତ ବହୁତ କଥାବାର୍ତ୍ତା କରିବ ଏବଂ ସେମାନଙ୍କ ସହିତ କିଛି କିଣାକିଣି କରିବ।

ଧନୁ: – ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ ଏବଂ ତୁମେ ଚାକିରିରେ ଭଲ ଫଳାଫଳ ପାଇବ। ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ। ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ। ଭାଗ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କାର୍ଯ୍ୟ ସଂପର୍କରେ ପରିସ୍ଥିତି ସ୍ୱାଭାବିକ ହେବ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ।

ମକର: – ଆଜି ଏହି ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ। ଦିନଟି ସୁବିଧାରେ ଅତିବାହିତ ହେବ ଏବଂ କେତେକ ଗୁପ୍ତ କାର୍ଯ୍ୟରେ ମଧ୍ୟ ଟଙ୍କା ଖର୍ଚ୍ଚ କରିବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ନିଶ୍ଚିତ ଭାବରେ ଚିନ୍ତିତ ହେବେ। ଆଜି ଘରୋଇ ଜୀବନ ପାଇଁ ଏକ ଭଲ ଦିନ ହେବ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି ସେମାନଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିବ।

କୁମ୍ଭ: – ଯଦିଓ କିଛି ଚ୍ୟାଲେଞ୍ଜ ଆସିବ, ତେବେ ଆପଣ ଖୁସିରେ ସେମାନଙ୍କୁ ସାମ୍ନା କରିବେ। ପ୍ରେମ ଦୃଷ୍ଟିରୁ ଆଜି ଏକ ଭଲ ଦିନ ହେବ ଏବଂ ଆପଣଙ୍କ ପ୍ରିୟଙ୍କ ସହିତ ରୋମାନ୍ସ ପାଇଁ ସୁଯୋଗ ମିଳିବ। ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସ୍ୱାଭାବିକ ହେବ। ଆଜି ଆପଣ କାର୍ଯ୍ୟ ସଂପର୍କରେ କିଛି ସମସ୍ୟାର ସମ୍ମୁଖୀନ ହେବେ। ଭାଗ୍ୟ ଉପରେ ନିର୍ଭର କର ନାହିଁ । ଆଜି ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ହେବେ କାରଣ ସ୍ୱାସ୍ଥ୍ୟ ଦୃଢ ହେବ।

ମୀନ : – ମାନସିକ ସ୍ତରରେ ଆପଣ ଦୁର୍ବଳ ଅନୁଭବ କରିବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ବିଚଳିତ ହୋଇପାରେ। ଅସନ୍ତୁଳିତ ଖାଦ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ତୁମର ଖାଦ୍ୟର ଯତ୍ନ ନିଅ । କାର୍ଯ୍ୟରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ। ଆୟ ବୃଦ୍ଧି ପାଇବ। ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ହେବ ଏବଂ ଜୀବନ ସାଥୀ ଆପଣଙ୍କ ଜୀବନରେ ଲାଭ ପାଇଁ ବାଟ ଖୋଲିବ। ତୁମର ସମ୍ପର୍କରେ ସୁଖ ରହିବ। ବାହାର ଲୋକଙ୍କଠାରୁ କିଛି ଲାଭ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତୀୟ ବାୟୁସେନା ୫୬ଟି ପରିବହନ ବିମାନ କିଣିବ, କ୍ୟାବିନେଟ ଦେଲେ ମଂଜୁରୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୫୬ଟି ପରିବହନ ବିମାନ କିଣିବ। ଏନେଇ ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଅନୁମତି ଦେଇଛନ୍ତି। ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ (ସ୍ପେନ) ଓ ଟାଟା ପ୍ରକଳ୍ପର ୫୬ଟି C-295MW ପରିବହନ ବିମାନ କିଣିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛନ୍ତି। ଏହି ବିମାନ ଗୁଡ଼ିକ କିଣିବା ପାଇଁ ପ୍ରାୟ ୨୦ ହଜାରରୁ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ମୋଟ ୫୬ଟି ବିମାନରୁ ୧୬ଟି ଉଡ଼ାନ୍ତ ଅବସ୍ଥାରେ ସ୍ପେନ ସିଧାସଳଖ ଭାରତକୁ ଦେବ। ଚୁକ୍ତି ସ୍ୱାକ୍ଷର ହେବାର ୪୮ ମାସ ମଧ୍ୟରେ ଏଗୁଡ଼ିକର ଡେଲିଭରୀ ହେବ। ବାକି ୪୦ ବିମାନକୁ ଭାରତରେ ଟାଟା ପକ୍ଷରୁ ୧୦ ବର୍ଷ ମଧ୍ୟରେ ତିଆରି କରି ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯିବ। ପ୍ରଥମ ଥର ପାଇଁ ପ୍ରତିରକ୍ଷା ବିମାନ କୌଣସି ଭାରତୀୟ ଘରୋଇ କମ୍ପାନୀ ତିଆରି କରିବ।

୬୦ ବର୍ଷ ତଳେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ଅଭ୍ରୋ ବିମାନଗୁଡ଼ିକ ବଦଳରେ ଏଗୁଡ଼ିକୁ ବ୍ୟବହାର କରାଯିବ। ସେହିପରି ୫୬ଟି ବିମାନ ମଧ୍ୟରୁ ୪୦ଟି ଭାରତରେ ତିଆରି ହେବ। C-295MW ବିମାନରେ ୫ରୁ ୧୦ ଟନ୍ ଓଜନର ସାମଗ୍ରୀ ପରିବହନ କରାଯାଇ ପାରିବ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

କ୍ରୀଡ଼ାବିତ୍‌ଙ୍କ ସହ ଭାବବିନିମୟ କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍‌ରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଐତିହାସିକ କ୍ରୀଡ଼ା ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅବାଦନକୁ ସାରା ବିଶ୍ୱ ପ୍ରଶଂସା କରିଥିବାବେଳେ ଏଥିନେଇ ଏକ ସଂକଳ୍ପ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଏହି ସମୟ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ୬୮ତମ ରାଜ୍ୟ ସିିନିୟର ଆଥ୍‌ଲେଟିକ୍‌ ଚମ୍ପିଅନ୍‌ସିପ୍‌ । ଆଜି ଏହାର ଦ୍ୱିତୀୟ ଦିବସରେ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି କଳିଙ୍ଗ ଷ୍ଟାଡିୟମ୍‌ ଗସ୍ତରେ ଯାଇ କ୍ରୀଡ଼ାବିତ୍‌, କୋଚ୍‌ ଏବଂ ଅଫିସିଆଲମାନଙ୍କ ସହ ଆଲୋଚନା କରିଛନ୍ତି ।

ମନ୍ତ୍ରୀ ଶ୍ରୀ ବେହେରା ଆଜି ଏହି ପ୍ରତିଯୋଗିତାରେ ଯୋଗଦେବା ସହିତ ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ, କୋଚ୍‌ ଏବଂ ଅଫିସିଆଲ୍‌ମାନଙ୍କ ସହ ଆଲୋଚନା କରିଥିଲେ । ଏଠାକାର ପରିବେଶ, ଦିଆଯାଉଥିବା ସୁବିଧାସୁଯୋଗ ଏବଂ ରାଜ୍ୟ କ୍ରୀଡ଼ାକୁ ଅଧିକ ଆଗକୁ ନେବା ଲାଗି ଆଉ କି୩୯;ଣ ସବୁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ସେଥି ନେଇ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିଥିଲେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବଜାରରୁ ଘରକୁ ଫେରୁଥିବା ବେଳେ ମହିଳାଙ୍କ ଠାରୁ ସୁନା ଚେନ ଲୁଟି ନେଲେ ଦୁର୍ବୁର୍ତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମ ନିକଟରେ ଏକ ଲୁଟ ହୋଇଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବେରୁଆଁବାଡ଼ି ଗ୍ରାମର ପ୍ରସନ୍ନ ସ୍ୱାଇଁଙ୍କ ପତ୍ନୀ ପ୍ରଭାସିନୀ ସ୍ୱାଇଁ ଏକ ସ୍କୁଟି ଯୋଗେ ବାଣପୁରରୁ ନିଜ ଗ୍ରାମକୁ ଫେରୁଥିଲେ। ସେହି ସମୟରେ ସାଲୁଣି ଗ୍ରାମ ନିକଟରେ ବିପରୀତ ଦିଗରୁ ହଠାତ ତିନି ଜଣ ଦୁର୍ବୁତ୍ତ ଏକ ବାଇକ ଯୋଗେ ଆସି ପ୍ରଭାସିନୀଙ୍କୁ ଡରାଇ ଧମକାଇ ତାଙ୍କର ଏକ ସୁନା ଚେନ ଲୁଟିକରି ନେଇଯାଇଥିଲେ। ଏ ନେଇ ସନ୍ଧ୍ୟାରେ ପ୍ରଭାସିନୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ବାଣପୁର ପୋଲିସ ତନାଘନା ଆରମ୍ଭ କରିଦେଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଟି -୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଧୋନୀଙ୍କୁ ମିଳିଲା ବଡ ଦାୟିତ୍ଵ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ଖେଳାଯିବାକୁ ଥିବା ୨୦୨୧ ଟି -୨୦ ବିଶ୍ୱକପ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହା ବ୍ୟତୀତ ବିସିସିଆଇ ତିନି ଜଣ ଅତିରିକ୍ତ ଖେଳାଳିଙ୍କୁ ମଧ୍ୟ ଚୟନ କରିଛି। ଯେଉଁମାନେ ଟିମ୍ ଇଣ୍ଡିଆ ସହିତ ଯିବେ। ଏଥି ସହିତ ବିସିସିଆଇ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ବିଶ୍ୱକପ ପାଇଁ ଏକ ବଡ଼ ଦାୟିତ୍ଵ ଦେଇଛି।

ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ:

ଟି -୨୦ ବିଶ୍ୱକପରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଅକ୍ଟୋବର୨୪ ତାରିଖରେ ଖେଳାଯିବ। ଏହା ପରେ ଟିମ୍ ଇଣ୍ଡିଆ ଅକ୍ଟୋବର ୩୧ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ଏବଂ ନଭେମ୍ବର ୫ ତାରିଖରେ ସୁପର ୧୨ ରେ ଯୋଗ୍ୟତା ଦଳ (ବି -୧) ବିରୋଧରେ ଖେଳିବ।

ଟି -୨୦ ବିଶ୍ୱକପ ପାଇଁ ୧୫ ସଦସ୍ୟ ଭାରତୀୟ ଦଳ:

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (କିପର), ଇଶାନ କିଶନ (କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ , ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିରୋଧୀ ଦଳର କର୍ମୀଙ୍କୁ ଆକ୍ରମଣ ଏବଂ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବାହର ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବିନ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀରୁ ମୁଖ୍ୟମନ୍ତ୍ରୀ ବହିସ୍କୃତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା।

ଅନୁରୂପ ଭାବେ ଉକ୍ତ ଘଟଣାର ଭିଡ଼ିଓକୁ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ କଏଦ କରୁଥିବା ସମୟରେ ଚିଲିକା ବିଧାୟକ ଜନୈକ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ମୋବାଇଲଟିକୁ ଛଡାଇ ନେଇଯାଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ବାଲୁଗାଁ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଥିଲା। ବିଜେପି ନଗର ମଣ୍ଡଳ ସଭାପତିଙ୍କ ଅଭିଯୋଗ କ୍ରମେ ଚିଲିକା ବିଧାୟକଙ୍କ ବିରୋଧରେ ବାଲୁଗାଁ ଥାନାରେ ୧୫୬/୨୧ କେସ ନମ୍ବରରେ ଏକ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ ହୋଇଥିବାର ଖୋର୍ଦ୍ଧା ଜିଲ୍ଲା ଅତରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୭୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୦୫, କଟକରୁ ୫୦, ଯାଜପୁରରୁ ୩୬, ବାଲେଶ୍ଵରରୁ ୩୧, କେନ୍ଦ୍ରାପଡାରୁ ୨୮, ପୁରୀରୁ ୨୧, ମୟୂରଭଞ୍ଜରୁ ୨୦, ଅନୁଗୁଳରୁ ୧୭, ଢେଙ୍କାନାଳରୁ ୧୪, ସମ୍ବଲପୁରରୁ ୧୨, ଜଗତସିଂହପୁରରୁ ୧୧, କେନ୍ଦୁଝରରୁ ୧୧, ବୌଦ୍ଧରୁ ୧୦, ଦେବଗଡରୁ ୯, ରାୟଗଡାରୁ ୯, ସୁନ୍ଦରଗଡରୁ ୮, ଭଦ୍ରକରୁ ୭, ନୟାଗଡରୁ ୭, ଗଞ୍ଜାମରୁ ୬, କନ୍ଧମାଳରୁ ୫, ବରଗଡରୁ ୪, କୋରାପୁଟରୁ ୩, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୯ ହଜାର ୧୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୨୭୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୭୦ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି କର୍ମୀଙ୍କୁ ଆକ୍ରମଣ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: ଦଳରୁ ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି କର୍ମୀଙ୍କୁ ଆକ୍ରମଣ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦ୍ୱାରା ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ଖବର ପାଇ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀମାନେ ଏହାକୁ ବିରୋଧ କରିବା ସହ ଏନଏସି ଅଂଚଳର ବିଭିର୍ଣ୍ଣ ସମସ୍ୟାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିବାକୁ ଉଦ୍ୟତ ହେଉଥିବା ସମୟରେ ହଠାତ ଚିଲିକା ବିଧାୟକ ସେଠାରେ ପହଞ୍ଚିଥିଲେ।

ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ, ଶେଷରେ ଉଭୟ ଗୋଷ୍ଠୀ ମଧ୍ୟରେ ହତାହତି ହୋଇଥିଲା। ହେଲେ ବିଜେପି କର୍ମୀଙ୍କ ପକ୍ଷରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଗାଡ଼ିରୁ ଓଲ୍ଲାଇ ବିଜେପି କର୍ମୀମାନଙ୍କୁ ଅତର୍କିତ ଆକ୍ରମଣ କରିବା ସହ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିବାର ବିଜେପି ଅଭିଯୋଗ କରିଥିଲା।

ଅନୁରୂପ ଭାବେ ଉକ୍ତ ଘଟଣାର ଭିଡ଼ିଓକୁ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ କଏଦ କରୁଥିବା ସମୟରେ ଚିଲିକା ବିଧାୟକ ଜନୈକ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ମୋବାଇଲଟିକୁ ଛଡାଇ ନେଇଯାଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା।

ଉକ୍ତ ଘଟଣାକୁ ନେଇ ବିଜେପି ନଗର ମଣ୍ଡଳ ସଭାପତି ଏବଂ ସମ୍ପୃକ୍ତ ସାମ୍ବାଦିକଙ୍କ ତରଫରୁ ବାଲୁଗାଁ ଥାନାରେ ପୃଥକ ପୃଥକ ଭାବେ ଦୁଇ ଗୋଟି ଏତଲା ଦିଆଯାଇଛି। ତେବେ ବାଲୁଗାଁ ଥାନା ପରିସରରେ ଶହ ଶହ ବିଜେପି କର୍ମୀ ଏବଂ ସାମ୍ବାଦିକ ମାନେ ଜମା ହୋଇଥିବାର ଦେଖିବାକୁ ମିଳିଛି। ତତସହିତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିବା ସହ ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ବାଲୁଗାଁ ଥାନା ପରିସରରେ ଧାରଣାରେ ବସିଛନ୍ତି। ବିଧାନସଭାରେ ଏହି ଘଟଣା ଉଠାଇବୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସେହିପରି ଭାବେ ଉକ୍ତ ଦୁଇ ମାମଲା ପଞ୍ଜିକୃତ ନହେବା ଯାଏଁ ବିଜେପି କର୍ମୀମାନେ ବାଲୁଗାଁ ଥାନାରେ ବସିରହିବେ ବୋଲି ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅପରପକ୍ଷରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର ତୀବ୍ର ବିରୋଧ କରିବା ସହ ଅଭିଯୁକ୍ତଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖୋର୍ଦ୍ଧା ଏସପିଙ୍କ ନିକଟରେ ଦାବି କରିଥିବାର ସୂଚନା ଦେଇଛନ୍ତି।

ତେବେ ଏହି ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମରେ ବାଲୁଗାଁ ପୋଲିସ ଦୁଇଟି ମାମଲା ରୁଜ୍ଜୁ କରିଥିବା ସୂଚନା ମିଳିଛି।

ସେହିପରି ଭାବେ ଏ ନେଇ ଚିଲିକା ବିଧାୟକଙ୍କ ପ୍ରତିକ୍ରିୟା ନେବାରୁ ଉକ୍ତ ଅଭିଯୋଗ ଭିତ୍ତିହୀନ ବୋଲି ବିଧାୟକ କହିଛନ୍ତି। ବିଧାୟକ ପାଲଟା ଅଭିଯୋଗ କରିଛନ୍ତି ଯେ, ବିଜେପି କର୍ମୀମାନେ ଏନଏସି ପରିସରରେ ବିଶୃଙ୍ଖଳା ସୃଷ୍ଟିକରୁଥିବାରୁ ସେ ସେମାନଙ୍କୁ ବୁଝାସୁଝା କରୁଥିବାବେଳେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ସେହିପରି ଭାବେ ସାମ୍ବାଦିକଙ୍କ ମୋବାଇଲ ଛଡାଇବା କଥାକୁ ମଧ୍ୟ ବିଧାୟକ ଖଣ୍ଡନ କରିଛନ୍ତି। ସେ ଏ ବିଷୟରେ କିଛି ଜାଣିନଥିବାର ସୂଚନା ଦେଇଛନ୍ତି।

ବାଲୁଗାଁ ଥାନାରେ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣା ଉପରେ ଖୋଦ ଏସଡ଼ିପିଓ ମାନସ ରଞ୍ଜନ ବାରିକ ତୀକ୍ଷ୍ଣ ନଜର ରଖିବା ସହ ଥାନା ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କର କୋଭିଡ ଟୀକା ନେବା ସତ୍ତ୍ୱେ ସଂକ୍ରମଣ ହେଉଛି: ବିଶେଷଜ୍ଞ

ଭୁବନେଶ୍ୱର: କୋଭିଡ୍‌ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତିଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶିକାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି। ବିଶେଷ କରି ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଛି ସେମାନଙ୍କୁ ଏହି ସଂକ୍ରମଣ ହେଉଛି ବୋଲି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର କ୍ରିଟିକାଲ କେୟାର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ବାନାମ୍ବର ରାୟ କହିଛନ୍ତି।

ଏହିପରି ଟୀକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଭଲ ହେବା ନିମନ୍ତେ ଅଧିକ ସମୟ ଲାଗୁଛି ବୋଲି ପ୍ରଫେସର ରାୟ ବୁଧବାର ପ୍ରକାଶ କରିଛନ୍ତି। ଦୁଇଟି ଟୀକା ନେଇଥିବା ସତ୍ୱେ ଅନେକ ବ୍ୟକ୍ତି କୋଭିଡ୍ ସଂକ୍ରମିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ମଧ୍ୟ ହୋଇପଡ଼ୁଛନ୍ତି। ଭାଇରସ୍ ତା’ର ରୂପ ବଦଳାଉଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଥିବା ଲୋକ ଗୁରୁତର ହୋଇପଡ଼ୁଛନ୍ତି।

ଏହାକୁ ଡାକ୍ତରୀ ଭାଷାରେ ବ୍ରେକ୍ ଥ୍ରୁ ଇନ୍‌ଫେକ୍ସନ୍ କୁହାଯାଏ ଏବଂ ଏଭଳି ରୋଗୀ ପ୍ରାୟ ଏକ ରୁ ୫ ମାସ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥାନ୍ତି ଯାହାକୁ ଲଙ୍ଗ କୋଭିଡ୍ କୁହାଯାଏ।

ପ୍ରଫେସର ରାୟ କହିଥିଲେ ଯେ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଦେଢ଼ରୁ ଦୁଇ ପ୍ରତିଶତଙ୍କର ମୃତ୍ୟୁ ହେଉଛି। ସେହିପରି ୩ ପ୍ରତିଶତ ରୋଗୀ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ରହୁଛନ୍ତି। ୫ ପ୍ରତିଶତ ରୋଗୀ ଗୁରୁତର ଅସୁସ୍ଥ ହୋଇ ପଡ଼ୁଥିବା ବେଳେ ୧୨ ରୁ ୧୫ ପ୍ରତିଶତ ମଧ୍ୟମ ଧରଣର ଅସୁସ୍ଥତା ଅନୁଭବ କରୁଛନ୍ତି।

ତେବେ ୮୦ ରୁ ୮୨ ପ୍ରତିଶତ ରୋଗୀ ସାମାନ୍ୟ ଧରଣର ସଂକ୍ରମିତ ହେଉଥିବା ବେଳେ ଏମାନଙ୍କୁ ହସ୍ପିଟାଲ୍‌ରେ ଭର୍ତି ହେବାକୁ ପଡ଼ୁନାହିଁ। ନିକଟରେ ସମ୍ ଅଲ୍ଟିମେଟ ମେଡିକେୟାରରୁ ୨ ଜଣ ଗୁରୁତର କୋଭିଡ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏଡି ରୋଗୀଙ୍କର ଅସୁସ୍ଥତା, ଚିକିତ୍ସା ପଦ୍ଧତି ଏବଂ ସେମାନେ ସୁସ୍ଥ ହେବା ପଛରେ ମେଡିକାଲ୍ ଟିମ୍‌ର ଉଦ୍ୟମ ଓ ପରିଶ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅବଗତ କରାଇଛନ୍ତି ହସ୍ପିଟାଲ୍ କର୍ତୃପକ୍ଷ।

ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍‌ ବିଭାଗ ଅଧିନରେ ଏହି ଦୁଇ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ସେମାନଙ୍କୁ ସୁସ୍ଥ କରାଇବାରେ ସମ୍ପୂର୍ଣ୍ଣ ସହଯୋଗ ଓ ପ୍ରଚେଷ୍ଟା କରିଥିବା ହସ୍ପିଟାଲର ସମସ୍ତ ବିଭାଗ, ଡାକ୍ତରୀ ଟିମ୍‌, ନର୍ସିଂ, ନ୍ୟୁଟ୍ରିସନ୍‌, ଫିଜିଓଥେରାପି ବିଭାଗ ଓ ପାରାମେଡିକାଲ୍ ଷ୍ଟାଫ୍‌ଙ୍କର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି ସମ୍ମମ୍‌ର ଚିଫ୍ ଅଫ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ ଡଃ ବିରାଜ ମୋହନ ମିଶ୍ର।

୭୨ ବର୍ଷୀୟ ପୂର୍ବତନ ବ୍ୟୁରୋକ୍ରାଟ ଗୌତମବୁଦ୍ଧ ମୁଖାର୍ଜୀ କୋଭିଡ୍ ସଂକ୍ରମିତ ହେବା ପରେ ସମ୍ମମ୍‌ରେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କର ଅବସ୍ଥା ଗୁରୁତର ଥିଲା। ଦୀର୍ଘ ୧୬ ଦିନ ସେ ଆଇସିୟୁରେ ରହିଥିଲେ। ତାଙ୍କର ଅକ୍ସିଜେନ୍‌ର ସ୍ତର ମଧ୍ୟ ଖୁବ୍ କମ୍‌ ରହୁଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ସମସ୍ୟା ମଧ୍ୟ ରହିଥିଲା। ଦୀର୍ଘ ଦୁଇ ମାସ ଚିକିତ୍ସିତ ହେବା ପରେ ସେ ମଙ୍ଗଳବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ବୋଲି ଡା. ରାୟ ସୂଚନା ଦେଇଛନ୍ତି।

ତେବେ ଦ୍ୱିତୀୟ ସଂକ୍ରମିତ ଜଣକର ଚିକିତ୍ସା ଏକ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ଡା. ରାୟ କହିଛନ୍ତି। ମାତ୍ର ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ମହମ୍ମଦ ସଫାକ୍ ଅଲୀ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସମ୍ମମ୍‌ରେ ଭର୍ତି ହୋଇଥିଲେ। ତାଙ୍କର ଅବସ୍ଥା ଆଇସିୟୁରେ ଗୁରୁତର ହେବା ପରେ ଭେଂଟିଲେଟରରେ ରଖାଯିବା ସହ ଟ୍ରାକିଓଷ୍ଟୋମି ମଧ୍ୟ କରାଯାଇଥିଲା। ଫୁସ୍‌ଫୁସ୍‌ରେ ଅନେକ ଜଟିଳତା ଦେଖାଦେଇଥିଲା।

ଜୀବନ ଓ ମୃତ୍ୟୁର ଖଣ୍ଡାଧାର ମଧ୍ୟରେ ରହିଥିବା ଏହି ରୋଗୀଙ୍କ ଚିକିତ୍ସା କରିବା ବେଶ କଷ୍ଟସାଧ୍ୟ ଥିଲା। ଦେଢ଼ ବର୍ଷର କୋଭିଡ୍ ମହାମାରୀ ଚିକିତ୍ସା କରିବା ମଧ୍ୟରେ ଶ୍ରୀ ଅଲ୍ଲୀଙ୍କ ଚିକିତ୍ସା ସବୁଠୁ ଜଟିଳ ଥିଲା ଏବଂ ସମ୍ମମ୍ ଟିମ୍ ଖୁବ୍ ସଫଳତାର ସହ ତାଙ୍କର ଚିକିତ୍ସା କରିପାରିଛି ବୋଲି ଡା. ରାୟ କହିଛନ୍ତି।

ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡା. ରାୟଙ୍କ ସମେତ କାର୍ଡିଓଥୋରାସିକ୍ ସର୍ଜନ୍ ଡା. ବନବିହାରୀ ମିଶ୍ର, ଜେନେରାଲ୍ ସର୍ଜରୀ ବିଭାଗର କନ୍‌ସଲ୍‌ଟାଂଟ୍ ଡା. ସତ୍ୟଜିତ ରଥ, ସିନିୟର୍ କ୍ଲିନିକାଲ୍ ନ୍ୟୁଟ୍ରିସ୍‌ନିଷ୍ଟ ସୁଶ୍ରୀ ସଂଗୀତା ଜେନା, ଫିଜିଓଥେରାପି ବିଭାଗ ମୁଖ୍ୟ ଡା. ପି. ବାଲାକିଶୋର, ମାଇକ୍ରୋବାୟୋଲୋଜି ଟିମ୍ ଏବଂ କ୍ରିଟିକାଲ୍ କେୟାର ଟିମ୍‌ର ସମ୍ପୂର୍ଣ୍ଣ ସହଯୋଗ ଥିବା ବ୍ରିଗେଡିୟର ଡା. ମିଶ୍ର କହିଥିଲେ। ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ ଶ୍ରୀ ମୁଖାର୍ଜୀ ଏବଂ ଶ୍ରୀ ଅଲୀଙ୍କ ପରିବାର।

ସମ୍‌ ଅଲ୍ଟିମେଟ୍ ମେଡିକେୟାର ଟିମ୍ ଏବଂ ବିଶେଷ ଭାବେ ଡାକ୍ତର ରାୟଙ୍କ ଚିକିତ୍ସା ଓ ଉଦ୍ୟମ ଯୋଗୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସେମାନଙ୍କ ପରିବାର କୃତଜ୍ଞତା ଜ୍ଞାପନ କରିବା ସହ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।