Categories
ବିଶେଷ ଖବର ରାଜ୍ୟ ଖବର

ବିଜେପି ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ସଂଗଠନ ନିଷ୍ପତି କମ ସରକାରଙ୍କ ବିରୋଧରେ ଗର୍ଜନ ଅଧିକ

ଭୁବନେଶ୍ବର, ଶେଷ ହୋଇଛି  ବିଜେପି ରାଜ୍ୟ କାର୍ଯ୍ୟକାରୀଣି ବୈଠକ। ସାଧାରଣତଃ ଏପରି ବୈଠକରେ ସଂଗଠନ କାମ ବିଷୟରେ ବିଶେଷ ଭାବେ ଆଲୋଚନା କରାଯାଇଥାଏ। ହେଲେ ବିଜେପି ତରଫରୁ ଜାରୀ ପ୍ରେସ ବିଜ୍ଞପ୍ତିରେ ସଂଗଠନ ସୁଦୃଢ ପାଇଁ କଣ ନିଷ୍ପତି ହେଲା ସେ ସବୁ କିଛି ନାହିଁ। ରହିଛି କେବଳ ରାଜ୍ୟ ସରକାର କେଉଁ କେଉଁ କ୍ଷେତ୍ରରେ ବିଫଳ ହେଲେ। ତିନି ପୃଷ୍ଠା କେବଳ ରାଜ୍ୟ ସରକାରଙ୍କୁ ଗାଳି କରି କରି ଶେଷ ହୋଇଛି।

ସାଂଗଠାନିକ ନିଷ୍ପତି ମଧ୍ୟରେ ରହିଛି କେବଳ ରାଜ୍ୟ ସରକାରଙ୍କ ବିଫଳତାକୁ ଘରେଘରେ ପହଁଚାଇବା ପାଇଁ ବିଜେପି କାର୍ଯ୍ୟ କରିବ। ଆସନ୍ତା ତିନିମାସ ମଧ୍ୟରେ ରାଜ୍ୟରେ ଦଳକୁ ଆହୁରି ମଜବୁତ କରିବା ପାଇଁ ଚେଷ୍ଠା କରିବ ବୋଲି ନିଷ୍ପତି ହୋଇଛି। ରାଜ୍ୟ ସରକାର କୋଭିଡ ମୁକାବିଲା, ମଣ୍ଡି ସମସ୍ୟା, ଚାଷୀମାରଣ ନିତି, ମନେରଗା ଦୁର୍ନିତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଭୃତି ବିଫଳତାକୁ ଲୋକଙ୍କ ନିକଟକୁ ନେବାକୁ ବିଜେପି କାର୍ଯ୍ୟ କରିବ।

ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବିଫଳତା ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସଫଳତାର ବାର୍ତ୍ତା ପହାଁଚାଇବା ପାଇଁ ମଧ୍ୟ ଦଳ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ଓଡିଶାକୁ ଯେପରି ସହଯୋଗର ହାତ ବଢାଇଛନ୍ତି ତାହାର ଦଳ ପ୍ରଚାର ପ୍ରସାର କରିବ। ତୃଣମୂଳ ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନା କିପରି ହାତାଧିକାରୀ ହାସଲ କରିବେ ସେ ନେଇ କାର୍ଯ୍ୟ କରିବ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳକୁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ପାଇଁ ଦଳର ପ୍ରମୁଖ ନେତାମାନେ ଉପଦେଶ ଦେଇଥିଲେ। ଓଡିଶାର ପରିବର୍ତ୍ତନ ପାଇଁ କର୍ମିମାନେ ଗୁଣ୍ଡୁଚି ମୂଷା ହେବାର ଆବଶ୍ୟକତା ରହିଛି ବୋଲି ନେତାମାନେ କହିଥିଲେ। ମୁଖ୍ୟତଃ କର୍ମିମାନଙ୍କୁ ସାମାଜିକ ଗଣମାଧ୍ୟମରେ ଯୋଡି ସେମାନଙ୍କର ସମସ୍ୟା ଉପରେ ଅବଗତ ହେବାକୁ କହିଥିଲେ।

ଭର୍ଚୁୟାଲ ମାଧ୍ୟମରେ ହୋଇଥିବା ଏହି ବୈଠକକୁ ରାଜ୍ୟ ସଭାପତି ସମୀର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମର ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ବିଜେପି ସାଂସଦଗଣ ମଧ୍ୟ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ରାଜଧାନୀ ଏକ୍ସପ୍ରେସକୁ ନେଇ ରେଳ ବିଭାଗ କଲା ନୂଆ ଘୋଷଣା

ଭୁବନେଶ୍ବର, ଜୁଲାଇ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ବତନ୍ତ୍ର ଟ୍ରେନ ୧୪ ଜୁଲାଇ, ୨୦୨୧ ପର‌୍ୟ୍ୟନ୍ତ ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି। କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଅଛି।

୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ସୋମବାର ଏବଂ ଶୁକ୍ରବାର ଦିନ ମାନଙ୍କରେ ବାତିଲ ରହିବ।

୦୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ନୂଆଦିଲ୍ଲୀରୁ ପ୍ରତି  ବୁଧବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ମଙ୍ଗଳବାର ଏବଂ ଶନିବାର ଦିନ ମାନଙ୍କରେ ବାତିଲ ରହିବ।

୦୨୮୨୫/୦୨୮୨୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଆଦ୍ରଓ ଭୁବନେଶ୍ୱରରୁ ରବିବାର ଏବଂ ବୁଧବାର ଦିନ ଏବଂ ନୂଆଦିଲ୍ଲୀରୁ ସୋମବାର ଏବଂ ଶୁକ୍ରବାର ଦିନ ଚଳାଚଳ କରିବ।

୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ଭୁବନେଶ୍ୱରରୁ ୩ ଓ ୧୦ ଜୁଲାଇ (ଶନିବାର) ଏବଂ ନୂଆଦିଲ୍ଲୀରୁ  ୪ ଓ ୧୧ ଜୁଲାଇ, ୨୦୨୧ ତାରିଖ (ରବିବାର) ଦିନ ବାତିଲ ରହିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିବାଦ ପରେ ଭାରତର ଭୁଲ ମାନଚିତ୍ରକୁ ହଟାଇଲା ଟ୍ବିଟର: ବଡ କାର୍ଯ୍ୟାନୁଷ୍ଠାନ ପାଇଁ ହେଉଥିଲା ଦାବି

ନୂଆଦିଲ୍ଲୀ: ଭାରତ ମାନଚିତ୍ରରୁ ଜମ୍ମୁକାଶ୍ମୀର ଏବଂ ଲଦାଖକୁ ଟ୍ବିଟର ନିଜର ୱେବସାଇଟରେ ଅଲଗା କରିବା ପରେ ପୁଣିଥରେ ବିବାଦ ଆରମ୍ଭ ହୋଇଯାଇଛି। ଭାରତର ମାନଚିତ୍ରକୁ ବିବାଦୀୟ ଭାବେ ଦର୍ଶାଇଥିବାରୁ ଟ୍ବିଟର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଭାରତ ମାନଚିତ୍ରରେ ଲଦାଖ ଏବଂ ଜାମ୍ମୁକାଶ୍ମୀରକୁ ବାହାର କରି ଅଲଗା ଦେଶ ଭାବେ ଟ୍ବିଟର ଦର୍ଶାଇଥିଲା।

ଏହି ମାନଚିତ୍ର ଟ୍ବିଟରର ‘ଟୁଇପ ଲାଇଫ’ ସେକସନ ଅନ୍ତର୍ଗତ ସାମ୍ନାକୁ ଆସିଥିଲା। ଟ୍ବିଟର ଏଭଳି ଭୁଲ ମାନଚିତ୍ର ପୋଷ୍ଟ କରିଥିବାରୁ ୟୁଜରଙ୍କ ମଧ୍ୟରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ସରକାରର କାର୍ଯ୍ୟାନୁଷ୍ଠାନ ଭୟରେ ଟ୍ବିଟର ଏହି ଭୁଲ ମାନଚିତ୍ରକୁ ନିଜ ୱେବସାଇଟରୁ ହଟାଇଦେଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗାନ୍ଧୀମଣିଷ ଦୋଳଗୋବିନ୍ଦଙ୍କ ୯୬ତମ ଜୟନ୍ତୀରେ ବୁଦ୍ଧମନ୍ଦିରରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୬ତମ ଜୟନ୍ତୀ ଉତ୍ସବ କୋଭିଡ଼ ନିୟମକୁ ପାଳନ କରି ସଂକ୍ଷିପ୍ତ ଭାବେ ତାଙ୍କ ପ୍ରତିଷ୍ଠିତ ମହାତ୍ମାଗାନ୍ଧୀ ଐତିହ୍ୟ ସ୍ମାରକୀ ନ୍ୟାସ ପକ୍ଷରୁ ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଆଜି ପୂର୍ବାହ୍ନରେ ବୁଦ୍ଧମନ୍ଦିର ଠାରେ ପାଳିତ ହୋଇଯାଇଛି।

ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଦୋଳଗୋବିନ୍ଦ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଭଲ ମଣିଷମାନଙ୍କୁ ୨୦୨୦ ପୂର୍ବରୁ ପରମାତ୍ମା ନିଜ ପାଖକୁ ଡ଼ାକି ନେଇଛନ୍ତି। ବୁଦ୍ଧମନ୍ଦିରର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଓ ପ୍ରଫେସର ବୁଦ୍ଧଦେବ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସାଢେ ୩ବର୍ଷ ଜେଲ୍ ଭିତରେ ସେ ଯେଉଁ ଶିକ୍ଷା ଗ୍ରହଣ କରିଥିଲେ, ଭାରତ ସ୍ୱାଧୀନତା ହେବା ପରେ ସେ ସେହି ଜ୍ଞାନକୁ ସମାଜିକ ଜୀବନରେ ପ୍ରୟୋଗ କରି ସଫଳ ହୋଇଥିଲେ।

ଯୁବ ସମାଜସେବୀ ସର୍ବେଶ୍ୱର ସାମଲ, ଅରବିନ୍ଦ ବିଶୋଇ ଓ ଦେବରାଜ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇ, ସମାଜରୁ କୁସଂସ୍କାର ବିଲୋପ ପାଇଁ ତାଙ୍କର କାର୍ଯ୍ୟ ବର୍ତ୍ତମାନ ଯୁବକମାନଙ୍କ ପାଇଁ ଉଦାହରଣ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହତ୍ମା ଗାନ୍ଧୀ ସ୍ମାରକୀ ଟ୍ରଷ୍ଟର ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ ସ୍ୱାଗତ ଭାଷଣ ଓ ପ୍ରଜ୍ଞାରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଯୋଗଗୁରୁ ପୃଥୀରାଜ ପ୍ରଧାନ ଓ ବିଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ।

ଏହି ଉପଲକ୍ଷେ ସ୍ୱାମୀ ବ୍ରହ୍ମାନନ୍ଦ ଭବନରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ଏକ ଶାନ୍ତିଯଜ୍ଞ ଅନୁଷ୍ଠିତ ହୋଇଥିଲା। ସଞ୍ଜୟ ପ୍ରଧାନ ଜଜମାନ ଆସନ ଗ୍ରହଣ କରିଥିଲେ। ଶ୍ରୀମଦ୍ ବାବା ବଳିଆଙ୍କ ଶିଶୁ ଅନନ୍ତ ଆଶ୍ରମ, ଅରିଲୋ, ସୁଖଧାମ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ କମଳାକାନ୍ତ ପରିଡ଼ା, ମୁକେଶ ପ୍ରଧାନ, ପ୍ରତ୍ୟୁଷ ପ୍ରିୟଦର୍ଶନ, ରୀତେଶ ପ୍ରଧାନ, ସମ୍ବିତ ସାମଲ, ସ୍ଥିତପ୍ରଜ୍ଞା ପ୍ରଧାନ ଓ ସାଇମା ବିଶୋଇ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୮୧: ସୁସ୍ଥ ହେଲେ ୩୭୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୧୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ହଜାର ୪୬୬ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୭ ହଜାର ୬୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୩୧୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୪୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଚଳିତ ବର୍ଷ ଭାରତରେ ହେବନି ଟି-୨୦ ବିଶ୍ଵକପ: ୟୁଏଇକୁ ସ୍ଥାନାନ୍ତରଣ ପାଇଁ ବିସିସିଆଇର ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଚଳିତ ବର୍ଷର ଟି-୨୦ ବିଶ୍ଵ କପ ମ୍ୟାଚଗୁଡିକୁ ବାତିଲ କରାଯାଇଛି। କୋଭିଡ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ ଆୟୋଜନ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି। ଖୁବ ଶୀଘ୍ର ବିସିସିଆଇର ନିଷ୍ପତ୍ତି ବିଷୟରେ ଆଇସିସିକୁ ଜଣାଇଦିଆଯିବ ବୋଲି ସମ୍ପାଦକ ଜୟ ଶାହ କହିଛନ୍ତି। ହେଲେ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟର ଖେଳ ସୂଚୀ ଉପରେ ନିଷ୍ପତ୍ତି ହୋଇନାହିଁ।

ତେବେ ଆଇପିଏଲ-୧୪ ସଂସ୍କରଣ ସେପ୍ଟେମ୍ବର ୧୯ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଏହାର ଦୁଇ ଦିନ ପରେ ଅର୍ଥାତ ଅକ୍ଟୋବର ୧୭ ତାରିଖ ଠାରୁ ଟି-୨୦ ବିଶ୍ଵକପ ମ୍ୟାଚ ଆରମ୍ଭ ହେବ ବୋଲି କୁହାଯାଉଛି। କିନ୍ତୁ ଏହାର ଅନ୍ତିମ ନିଷ୍ପତ୍ତି ଆଇସିସି ନେବ।

ରିପୋର୍ଟ ମୁତାବକ, ୟୁଏଇର ଆବୁଧାବୀ, ଶାରଜାହ ଏବଂ ଦୁବାଇରେ ଟି-୨୦ ବିଶ୍ଵକପ ମ୍ୟାଚ ଆୟୋଜନ କରାଯିବ। ସେପଟେ ରାଉଣ୍ଡ-୧ ର ମ୍ୟାଚଗୁଡିକ ଓମାନରେ ଖେଳାଯିବ। ଗତବର୍ଷ ଆଇସିସି ଟି-୨୦ ବିଶ୍ଵକପ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ହେବାର ଥିଲା। ହେଲେ କରୋନା ଯୋଗୁଁ ୨୦୨୦ ମସିହାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଭାରତରେ ୨୦୨୧ ମସିହାରେ ଏହି ଟୁର୍ଣ୍ଣାମେଣ୍ଟ ଏବଂ ଆଗାମୀ ସଂସ୍କରଣ ୨୦୨୨ ମସିହାରେ ଅଷ୍ଟ୍ରେଲିଆରେ ଆୟୋଜନ କରାଯିବ ବୋଲି ଆଇସିସି ନିଷ୍ପତ୍ତି ନେଇଥିଲା।

ତେବେ ଏହି ଟୁର୍ଣ୍ଣାମେଣ୍ଟର ସୁପର-୧୨ରେ ମୋଟ ୩୦ ଟି ମ୍ୟାଚ ଖେଳାଯିବ। ଯାହା ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହେବ ବୋଲି କୁହାଯାଉଛି। ୧୨ ଟି ଟିମକୁ ଦୁଇଟି ଗୃପରେ ଭାଗ କରାଯିବ। ଏଥିରୁ ଶ୍ରେଷ୍ଠ ୪ଟି ଟିମ ସେମିଫାଇନାଲକୁ ଉନ୍ନୀତ ହେବେ। ଏବଂ ଅନ୍ତିମ ଶ୍ରେଷ୍ଠ ଦୁଇଟି ଟିମ ଫାଇନାଲରେ ମୁହାଁମୁହିଁ ହେବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୩୮୫ ଆକ୍ରାନ୍ତ: କଟକରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୩୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ କଟକରୁ ୪୦୮, ଯାଜପୁରରୁ ୩୦୬, ଖୋର୍ଦ୍ଧାରୁ ୪୦୨, ପୁରୀରୁ ୨୩୪, ମୟୂରଭଞ୍ଜରୁ ୨୨୮, ବାଲେଶ୍ବରରୁ ୨୧୯, ଅନୁଗୁଳରୁ ୧୪୭, ଭଦ୍ରକରୁ ୧୪୧, ନୟାଗଡରୁ ୧୨୮, ଜଗତସିଂହପୁରରୁ ୧୨୫, କେନ୍ଦ୍ରାପଡାରୁ ୧୧୮, କୋରାପୁଟରୁ ୧୦୯, ମାଲକାନାଗିରିରୁ ୭୩, ସୁନ୍ଦରଗଡରୁ ୭୨, ରାୟଗଡାରୁ ୪୮, ବରଗଡରୁ ୪୭, ନବରଙ୍ଗପୁରରୁ ୪୭, କନ୍ଧମାଳରୁ ୪୩, ବଲାଙ୍ଗୀରିରୁ ୩୭, ଢେଙ୍କାନାଳରୁ ୩୫, କଳାହାଣ୍ଡିରୁ ୩୫, ସୋନପୁରରୁ ୩୨, ବୌଦ୍ଧରୁ ୩୧, କେନ୍ଦୁଝରରୁ ୩୦, ସମ୍ବଲପୁରରୁ ୨୯, ଝାରସୁଗୁଡାରୁ ୧୯, ନୂଆପଡାରୁ ୧୮, ଗଞ୍ଜାମରୁ ୧୭, ଗଜପତିରୁ ୧୪, ଦେବଗଡରୁ ୧୧ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୭୦ ହଜାର ୭୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୯ ହଜାର ୧୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୨୯ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ଢାଞ୍ଚାରେ ସୁଧାର ଆଣିବାକୁ ୨୩ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରିବ କେନ୍ଦ୍ର: ଶିଶୁଙ୍କ ଚିକିତ୍ସା ଉପରେ ଦିଆଯିବ ଗୁରୁତ୍ଵ

ନୂଆଦିଲ୍ଲୀ: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ଆଣିବା ପାଇଁ ୨୩ ହଜାର ୨୨୦ କୋଟି ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏଥିରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ଵ ଦିଆଯିବ। ଏହି ଯୋଜନାରେ ଜିଲ୍ଲା ଏବଂ ଉପଜିଲ୍ଲାଗୁଡିକରେ ଆଇସିୟୁ, ଅକ୍ସିଜେନ ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯିବ।

ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ କହିଛନ୍ତି ଯେ, ସରକାରୀ ସ୍ୱାସ୍ଥ୍ୟ ସେବାର ଢାଞ୍ଚାରେ ସୁଧାର କରିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। କରୋନାର ତୃତୀୟ ଲହରୀରେ ଶିଶୁମାନେ ଅଧିକ ସଂକ୍ରମଣ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ତେଣୁ ଆବଶ୍ୟକତାକୁ ଦେଖି ଜରୁରୀକାଳିନ ପ୍ରସ୍ତୁତି ଜରିଆରେ ଶିଶୁ ଏବଂ ମହାମାରୀ ସମ୍ପର୍କିତ ସମସ୍ୟା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି। ଜିଲ୍ଲା ଏବଂ ଉପଜିଲ୍ଲାସ୍ତର ଲାଗି ଆଇସିୟୁ ଶଜ୍ଜ୍ୟା, ଅକ୍ସିଜେନ ଯୋଗାଣ ଉପରେ ସୁନିଶ୍ଚିତ କରାଯିବ। ଏଥିରେ ବହୁ ସଂଖ୍ୟାରେ ମେଡ଼ିକାଲ ଛାତ୍ରଛାତ୍ରୀ, ନର୍ସ, ଆମ୍ବୁଲାନ୍ସ, ମେଡ଼ିକାଲ ଅକ୍ସିଜେନ, ଚିକିତ୍ସା ଉପକରଣର ଉପଲବ୍ଧ କରିବା ଉପରେ ଗୁରୁତ୍ଵ ଦିଆଯିବ। ଏହା ସହ ଟେଲି ଯୋଗାଯୋଗ ଏବଂ ଆମ୍ବୁଲାନ୍ସ ସେବାର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ।

ସେହିଭଳି କରୋନାରେ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡିକ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ‘ଲୋନ ଗ୍ୟାରେଣ୍ଟି ଯୋଜନା’ ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନାରେ କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ୫୦ ହଜାର କୋଟି ଟଙ୍କା ଦିଆଯିବ। ବାକି ୬୦ ହଜାର କୋଟି ଟଙ୍କା ଅନ୍ଯାନ୍ଯ ବ୍ୟବସ୍ଥାରେ ଖର୍ଚ୍ଚ କରାଯିବ। ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ରଖାଯାଇଥିବା ବେଳେ। ଏହାର ସର୍ବାଧିକ ସୁଧ ଦର ୭.୯୫ ପ୍ରତିଶତ ରହିବ ଏବଂ ଅନ୍ୟ କ୍ଷେତ୍ର ପାଇଁ ସୁଧ ଦର ୮.୨୫ ପ୍ରତିଶତ ରହିବ। ପରିସ୍ଥିତିକୁ ଦେଖି ଏହାର ପରିବର୍ତ୍ତନ କରାଯିବ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ଧିମା ହେବ ଟୀକାକରଣ: ମାତ୍ର ଗୋଟିଏ କେନ୍ଦ୍ରରେ ମିଳିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ଟୀକାର ଅଭାବ ଦେଖାଯାଇଥିବାରୁ ଆସନ୍ତାକାଲି ଚିଲିକା ନିର୍ବାଚନ ମଣ୍ଡଳୀରେ କେବଳ ଚିଲିକା ବ୍ଲକରେ ୧୬୦ ଲୋକଙ୍କ ପାଇଁ ଟୀକାର ବ୍ୟବସ୍ଥା ହୋଇଛି। କିନ୍ତୁ ବାଣପୁରରେ ଟୀକାକରଣ ବନ୍ଦ ରହିବ।

ଚିଲିକା- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବ୍ରାହ୍ମଣକୁଶଡିହ ବାତ୍ୟା ଆଶ୍ରୟସ୍ଥଳୀ, ଆଙ୍କୁଲା- ୧୬୦ ଡୋଜ

୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ ସମୟ– ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ସମୟ- ଅପରାହ୍ନ ୩ ରୁ ସନ୍ଧ୍ୟା ୬ ଘଟିକା

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେଉଛି କୋଭିସିଲ୍ଡ ଟୀକା 

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ସବୁଠାରୁ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସେବା ଓ ସୁବିଧାକୁ ଦୃଷ୍ଟିରେ ରଖି କୋଭିସିଲ୍ଡ ଟୀକା ପ୍ରଦାନ କରାଯାଉଛି। ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟୀକାକୁ ଜନସାଧାରଣ କୋ-ୱିନ ଆପର ପଞ୍ଜୀକରଣ କରି ପାରିବେ କିମ୍ବା ସିଧାସଳଖ ଆସି ସମ୍ ହସ୍ପିଟାଲରେ ନେଇ
ପାରିବେ।

ସମ୍ ହସ୍ପିଟାଲରେ ଗତ ଜୁନ୍ ୧୭ ତାରିଖରୁ ଏହି କୋଭିସିଲ୍ଡ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସରକାରଙ୍କର ପକ୍ଷରୁ ଘରୋଇ ହସ୍ପିଟାଲରେ ଟୀକାକରଣ ନିମନ୍ତେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଏହି ଟୀକାକରଣ କରାଯାଉଛି ବୋଲି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି।

ପ୍ରତ୍ୟେକ ଡୋଜର ମୂଲ୍ୟ ୭୮୦ ଟଙ୍କା ଧାର୍ଯ୍ୟ କରାଯାଇଛି ଯାହାକି ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ମୂଲ୍ୟ ଅଟେ। ଏହି ନିର୍ଦ୍ଧାରିତ ମୂଲ୍ୟରୁ କୌଣସି ଅଧିକ ଟଙ୍କା ନିଆଯାଉନାହିଁ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।

ଟୀକାକରଣ ନେଇ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ଯେଉଁ କେତୋଟି କେନ୍ଦ୍ରରେ କୋଭାକ୍ସିନ ଟୀକା ଟ୍ରାଏଲ୍ କରାଯାଇଥିଲା ସେଥିମଧ୍ୟରୁ ଅନ୍ୟତମ ଥିଲା ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ।

ସେହିପରି ଜାନୁୟାରୀ ୧୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶବ୍ୟାପି ଟୀକାକରଣର ଶୁଭାରମ୍ଭ ହୋଇଥିବାବେଳେ ସମ୍ ହସ୍ପିଟାଲରେ ମଧ୍ୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜାନୁୟାରୀରୁ ମେ ମାସ ମଧ୍ୟରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋଭାକ୍ସିନ ଟୀକା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲର ଟୀକାକରଣର
ନୋଡାଲ ଅଫିସର ତଥା କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡ. ଲିପିଲେଖା ପଟ୍ଟନାୟକ।

କୋଭିଡ ମହାମାରୀକୁ ପ୍ରତିହିତ କରିବା ପାଇଁ ଟୀକାକରଣ ହିଁ ଏକମାତ୍ର ଅସ୍ତ୍ର। ତେଣୁ ସମସ୍ତ ଜନସାଧାରଣ ଟୀକା ଗ୍ରହଣ କରିବା ଉଚିତ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି। ସମ୍ ହସ୍ପିଟାଲରେ ଟୀକାକରଣ ପ୍ରକ୍ରିୟାରେ ପ୍ରଫେସର ପଟ୍ଟନାୟକ, କମ୍ୟୁନିଟି ମେଡିସିନର ଆସିଷ୍ଟାଂଟ ପ୍ରଫେସର ଡ. ସୁଧାଂଶୁ ଶେଖର ଲେଙ୍କା ଏବଂ ଶିଶୁରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡ. ବ୍ରଜକିଶୋର ବେହେରା ସାମିଲ୍‌ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭିସୁଟ୍ କୁଳପତି ଭାବେ ନିଯୁକ୍ତି ପାଇଲେ ପ୍ରଫେସର ବଂଶୀଧର ମାଝୀ

ଭୁବନେଶ୍ବର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀ ନିଯୁକ୍ତି ପାଇଛନ୍ତି। ନୂତନ କୁଳପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି। ୩ ବର୍ଷ ପାଇଁ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ କାଞ୍ଚିପୁରମ ଆଇଆଇଆଇଟିଡିଏମର ନିର୍ଦ୍ଦେଶକ ଭାବେ ପ୍ରଫେସର ମାଝୀ କାର୍ଯ୍ୟ ତୁଲାଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ଵର: ଡା. ଏପିଏଜେ ଅବଦୁଲ କଲାମ ଦ୍ଵୀପରୁ ଅଗ୍ନି ୱାନ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ଵର: ଆଜି ସକାଳ ୧୦ ଟା ୫୫ ମିନିଟରେ ବାଲେଶ୍ଵର ଚାନ୍ଦିପୁରର ଡା. ଏପିଏଜେ ଅବଦୁଲ କଲାମ ଦ୍ଵୀପରୁ ଅଗ୍ନି ୱାନ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଯାଇଛି। ଏଥିରେ ପ୍ରାୟ ୧ ହଜାରରୁ ୨ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଥିବା ବେଳେ ଏହା ଏକ ହଜାର କେଜି ପର୍ଯ୍ୟନ୍ତ ଆଣିବକ ଅସ୍ତ୍ର ପରିବହନ କରିପାରିବ। ତେବେ ଏହାକୁ ଅଗ୍ନି ସିରିଜର ଅତ୍ୟାଧୁନିକ ଆଣବିକ କ୍ଷମତା ସମ୍ପନ୍ନ ବାଲିଷ୍ଟିକ ମିସାଇଲ ବୋଲି କୁହାଯାଉଛି। ଅଗ୍ନି-୩ ଓ ଅଗ୍ନି-୪କୁ ବିକଶିତ କରାଯାଇ ଅଗ୍ନି ପ୍ରାଇମ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଅଗ୍ନି ୧ର ନୂଆ ସଂସ୍କରଣ ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମଙ୍ଗଳବାର ପରଠୁ ସରିଯିବ ଟୀକା: ତୁରନ୍ତ ୬ ଲକ୍ଷ ଡୋଜ ଲାଗି କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ପୁଣିଥରେ ଟୀକା ପାଇଁ କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଚିଠି ଲେଖିଛନ୍ତି। ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ହେଲେ ଅଧିକ ଟୀକା ଆବଶ୍ୟକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଗତ ୨୧ ଜୁନ୍‌ରୁ ରାଜ୍ୟରେ ହାରାହାରି ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦିଆହେଉଛି। ଏପର୍ଯ୍ୟନ୍ତ ୩ ଲକ୍ଷ ୩୮ ହଜାର ଡୋଜ୍ କୋଭିସିଲିଡ୍ ମହଜୁଦ ରହିଥିବା ବେଳେ ଏହା ଦୁଇ ଦିନରେ ସରିଯିବ।

ଆସନ୍ତା ମଙ୍ଗଳବାର ପରଠୁ ରାଜ୍ୟରେ କୋଭିସିଲ୍ଡ ଟିକାର ଅଭାବ ରହିବ। ଫଳରେ ଟିକାକରଣ ବାଧାପ୍ରାପ୍ତ ହେବ। ତେଣୁ ତୁରନ୍ତ ୬ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ଘୋଷଣା: ଖୋଲିବ ଆଉ ୧୦ ନର୍ସିଙ୍ଗ୍ କଲେଜ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି। ରାଜ୍ୟରେ ଆଉ ୧୦ ଟି ନର୍ସିଙ୍ଗ୍ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ୧୦ ଜିଲ୍ଲାରେ ୬୦ ଟି ସିଟ ବିଶିଷ୍ଟ ୧୦ ଟି ନର୍ସିଙ୍ଗ୍ କଲେଜ ଖୋଲିବ।

ଅନୁଗୁଳ, ବାଲେଶ୍ଵର, ବଲାଙ୍ଗୀରି, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ନୂଆ ନର୍ସିଙ୍ଗ କଲେଜ ଖୋଲିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ନାମ ଲେଖାରେ କୌଣସି ଅସୁବିଧା ହେବନି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଯୁକ୍ତ ୨ ନାମ ଲେଖାରେ କୌଣସି ଅସୁବିଧା ହେବ ନାହିଁ। ଭଲ କଲେଜରେ ପଢିବା ସବୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ଥାଏ। ସେଥିପାଇଁ କଲେଜରେ ନାମଲେଖାରେ ଅସୁବିଧା ହୋଇପାରେ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା କରୁଛନ୍ତି। ତେଣୁ ଆବଶ୍ୟକ ପଡିଲେ କଲେଜରେ ସିଟ ସଂଖ୍ୟା ପଢାଯିବ। କଲେଜ ଆଧାରରେ ସିଟ ସଂଖ୍ୟାରେ ବୃଦ୍ଧି କରାଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ତେବେ ଯୁକ୍ତ ୨ ପରୀକ୍ଷା ଫଳ ନେଇ ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ୨ ଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୩ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୯୨୯ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୨୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ନୟାଗଡ, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ନୟାଗଡ ଜିଲ୍ଲାରୁ ୪ ଜଣ, ଭଦ୍ରକ, କଟକ, ଗଞ୍ଜାମ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୭ ହଜାର ୪୦୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୨ ହଜାର ୪୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୨୯ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୪୬ ହଜାର ୧୪୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬ ହଜାର ୧୪୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୭୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨ ଲକ୍ଷ ୭୯ ହଜାର ୩୩୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୬ ହଜାର ୭୩୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୩ ଲକ୍ଷ ୯ ହଜାର ୬୦୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୭୨ ହଜାର ୯୯୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୩୧୯ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୮୯୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୨୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୭ ହଜାର ୪୦୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୨ ହଜାର ୪୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୮୬ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୫୬୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୪୦ ଜଣ, ଅନୁଗୁଳ ଜିଲ୍ଲାରୁ ୧୧୬ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୯୭ ଜଣ, ବରଗଡ ଜିଲ୍ଲାରୁ ୪୭ ଜଣ, ଭଦ୍ରକ ଜିଲ୍ଲାରୁ ୧୬୩, ବଲାଙ୍ଗୀରି ଜିଲ୍ଲାରୁ ୧୦, ବୌଦ୍ଧ ଜିଲ୍ଲାରୁ ୧୬, ଦେବଗଡ ଜିଲ୍ଲାରୁ ୪, ଢେଙ୍କାନାଳ ଜିଲ୍ଲାରୁ ୬୯ ଜଣ, ଗଜପତି ଜିଲ୍ଲାରୁ ୧୨ ଜଣ, ଗଞ୍ଜାମ ଜିଲ୍ଲାରୁ ୧୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩୦ ଜଣ, ଯାଜପୁର ଜିଲ୍ଲାରୁ ୧୯୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୧ ଜଣ, କନ୍ଧମାଳ ଜିଲ୍ଲାରୁ ୨୩ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୩୪ ଜଣ, କେନ୍ଦୁଝର ଜିଲ୍ଲାରୁ ୬୫ ଜଣ, କୋରାପୁଟ ଜିଲ୍ଲାରୁ ୫୯ ଜଣ, ମାଲକାନାଗିରି ଜିଲ୍ଲାରୁ ୭୧ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୯୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୯ ଜଣ, ନୟାଗଡ ଜିଲ୍ଲାରୁ ୧୧୧ ଜଣ, ନୂଆପଡା ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ୧୭୫ ଜଣ, ରାୟଗଡା ଜିଲ୍ଲାରୁ ୪୩ ଜଣ, ସମ୍ବଲପୁର ଜିଲ୍ଲାରୁ ୨୯ ଜଣ, ସୋନପୁର ଜିଲ୍ଲାରୁ ୧୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୬ ଜଣ ଏବଂ ଷ୍ଟେଟ ପୁଲରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ଅନୁଷ୍ଠିତ ହେବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ, କଣ ରହିବ ମୁଖ୍ୟ ପ୍ରସଂଗ

ଭୁବନେଶ୍ୱର, ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଯୋଗ ଦେବେ। ଏଥିସହିତ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମର ମଧ୍ୟ ଉପସ୍ଥିତ ରହିବେ।

ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଯୋଗ ଦେବେ। କରୋନା ସଂକ୍ରମଣ ଏବଂ ଏହା ଜନିତ କଟକଣା କାରଣରୁ ଏହି ବୈଠକ ଭିଡିଓ କନଫରେନ୍ସ ଜରିଆରେ ଅନଷ୍ଠିତ ହେବ । ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ରହି ଭିଡିଓ କନଫରେନ୍ସ ଜରିଆରେ ଯୋଡି ହେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୁଚନା ଦେଇ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ରବିବାର ସଂଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଛି । ବିଶେଷ ଭାବେ ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ଉତ୍କଟ ଆଇନଶୃଙ୍ଖଳା ପରିସ୍ଥିତି, ଧାନମଣ୍ଡି ଓ କୃଷକ ସମସ୍ୟା, ମହିଳା ଏବଂ ଶିଶୁ ନିର୍ଯ୍ୟାତନା ବୃଦ୍ଧି ପାଇବା, ଡିଏମଏଫ ଓ କାମ୍ପା ଫଣ୍ଡ ଦୁର୍ନୀତି, ମହାମାରୀ କୋଭିଡ କୁପରିଚାଳନା ଓ ଦୁର୍ନୀତି, ବାଲି ଦୁର୍ନୀତି, ସୀମା ବିବାଦ, ତୃଟିପୂର୍ଣ୍ଣ ଶିକ୍ଷା ନୀତି, ପାନୀୟ ଜଳ ସମସ୍ୟା, ଗୋସୁରକ୍ଷା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଆଜିର ଏହି ପଦାଧିକାରୀ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଆଗାମୀ ପଂଚାୟତ ଓ ପୈାର ନିର୍ବାଚନ ପରିପ୍ରେକ୍ଷୀରେ ଆଜିର ପଦାଧିକାରୀ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ବୋଲି ହରିଚନ୍ଦନ କହିଛନ୍ତି । କୋଭିଡ୍ ମହାମାରୀ ସମୟରେ ମୋଦି ସରକାରଙ୍କ ବଳିଷ୍ଠ ନେତୃତ୍ୱ ଓ ପଦକ୍ଷେପ କାରଣରୁ ଭାରତବର୍ଷ ସମଗ୍ର ବିଶ୍ୱରେ ପ୍ରଶଂସାର ଅଧିକାରୀ ହୋଇଛି । କୋଭିଡ୍ ମହାମାରୀ ସମୟରେ ମୋଦି ସରକାରଙ୍କ ଗରୀବକଲ୍ୟାଣ ଯୋଜନା କାରଣରୁ କୋଟି କୋଟି ଦେଶବାସୀ ଉପକୃତ ହୋଇଛନ୍ତି ।

କୋଭିଡ୍ ଟୀକାକରଣରେ ଭାରତବର୍ଷ ଆଜି ବିଶ୍ୱର ନେତୃତ୍ୱ ନେବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଗର୍ବର ବିଷୟ ଏବଂ ଏହାର ମୁଖ୍ୟ ଶ୍ରେୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୈାଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶା ପାଇଁ ମୋଦିଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ଆଜିକାର ବୈଠକରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଆସନ୍ତା କାଲିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ଟୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ହରିଚନ୍ଦନ କହିଛନ୍ତି ।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଦାଧିକାରୀ ବୈଠକରେ ଯୋଗ ଦେଇ ଉପସ୍ଥିତ ସମସ୍ତ ପଦାଧିକାରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ମତାମତ ପ୍ରଦାନ କରିଥିଲେ । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି,ପୁରନ୍ଦେଶ୍ୱରୀ, ସହପ୍ରଭାରୀ ଶ୍ରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇଥିଲେ ।

ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବରିଷ୍ଠ ନେତା କେ.ଭି.ସିଂହଦେଓ, ମନମୋହନ ସାମଲ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ଅନ୍ୟ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀ, ସମସ୍ତ ମୋର୍ଚ୍ଚା ସଭାପତିମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇଥିଲେ ।

Categories
ଆଜିର ଖବର ଧର୍ମ

ପତିପତ୍ନୀମାନେ ଏହି କଥାକୁ ନିହାତି ଧ୍ୟାନ ଦିଅନ୍ତୁ, ନଚେତ ଦାମ୍ପତ୍ୟ ଜୀବନରେ ଆସିପାରେ ଝଡ

ଭୁବନେଶ୍ବର, ଦାମ୍ପତ୍ୟ ଜୀବନକୁ ସଫଳ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ କିଛି କଥା ଉଲ୍ଲେଖ କରିଛନ୍ତି। ଏହି ଜିନିଷଗୁଡିକ ଅନୁସରଣ କଲେ ବିବାହିତ ଜୀବନ ସୁଖରେ ପରିପୂର୍ଣ୍ଣ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ମଧ୍ୟ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜୀବନକୁ ସଫଳ କରିପାରିବ। ଦାମ୍ପତ୍ୟ ଜୀବନକୁ ସୁଖୀ କରିବା ପାଇଁ କିଛି ଜିନିଷର ଯତ୍ନ ନେବା ଉଚିତ୍।

ଆସନ୍ତୁ ଜାଣିବା ବିବାହିତ ଜୀବନ ବିଷୟରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଚିନ୍ତାଧାରା …

ଏକତ୍ର ସମସ୍ୟାର ସମାଧାନ କରନ୍ତୁ

• ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ସ୍ୱାମୀ-ସ୍ତ୍ରୀ ଏକତ୍ର ସମସ୍ୟାର ସମାଧାନ କରିବା ଉଚିତ୍। ଜୀବନରେ ସମସ୍ୟାର ସମ୍ମୁଖୀନ ହେବା ସାଧାରଣ କଥା । ଯଦି ସ୍ୱାମୀ-ସ୍ତ୍ରୀ ଏକତ୍ର ସମସ୍ୟାର ବିଚାର କରନ୍ତି, ତେବେ ଶୀଘ୍ର ସେହି ସମସ୍ୟାର ସମାଧାନ ମିଳିବ।

ସଂପର୍କରେ ପ୍ରେମ ଜରୁରୀ

• ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାକୁ ପ୍ରେମ ରହିବା ଅତ୍ୟନ୍ତ ଜରୁରୀ ଅଟେ। ଯେଉଁ ସମ୍ପର୍କରେ ପ୍ରେମ ନାହିଁ, ଏହା ଶୀଘ୍ର ଭାଙ୍ଗିଯାଏ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କରେ କଦାପି ପ୍ରେମର ଅଭାବ ରହିବା ଉଚିତ୍ ନୁହେଁ।
ପରସ୍ପର ପ୍ରତି ସମର୍ପିତ ହୁଅ।

ସଂପର୍କରେ ହୁଅନ୍ତୁ ଉତ୍ସର୍ଗୀକୃତ

• ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ସ୍ୱାମୀ-ସ୍ତ୍ରୀ ସର୍ବଦା ପରସ୍ପର ପ୍ରତି ଉତ୍ସର୍ଗୀକୃତ ହେବା ଉଚିତ୍। ଯଦି ସ୍ୱାମୀ-ସ୍ତ୍ରୀ ସର୍ବଦା ପରସ୍ପର ପ୍ରତି ଉତ୍ସର୍ଗୀକୃତ ହୁଅନ୍ତି ତେବେ ସମ୍ପର୍କରେ କୌଣସି ଅସୁବିଧା ହେବ ନାହିଁ ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 28 ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ହେବେ ମାଲେମାଲ୍

ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭ ଦାୟକ ହେବ। ପ୍ରଗତିର ରାସ୍ତା ଖୋଲାଯିବ। ଏକତ୍ର ଖାଇବା ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଭଲ ହେବ। ରୋଜଗାର ବୃଦ୍ଧି ପାଇବ। ଲାଭ ସୁଯୋଗ ଆସିବ। ଘର ବାହାରେ ସୁଖ ମିଳିବ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କିଛି ବଡ କାମରେ ହାତ ରଖିବାକୁ ସକ୍ଷମ ହେବେ।

ବୃଷ: – ସରକାରୀ ସହାୟତାରେ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟ ଅନୁକୂଳ ଲାଭ ଦେବ। ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ। ଜରୁରୀ ଜିନିଷକୁ ଠିକ୍ ସମୟରେ ନ ପାଇବାରୁ ଦୁଃଖ ହେବ। ବିନିଯୋଗ ଭଲ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ। ସମୟ ଅନୁକୂଳ ହେବ। ଅଳସୁଆତା ଜିତିବ। ଘରେ ସୁଖ ଏବଂ ଶାନ୍ତି ରହିବ। ଉପକୃତ ହେବେ।

ମିଥୁନ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ। ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ। ବ୍ୟବସାୟ ଲାଭଦାୟକ ହେବ। ଭାଇମାନଙ୍କ ସହଯୋଗ ହେବ। ଅସଙ୍ଗତି କ୍ଷତି ଘଟାଇବ। ଚାକିରିରେ ତୁମେ ପ୍ରଶଂସା ପାଇବ। ତତ୍ପରତା ନାହିଁ। ଆଦୈ ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟ କରନ୍ତୁ ନାହିଁ ।

କର୍କଟ: – ଠିକ୍ ସମୟରେ ବାହାରୁ ଟଙ୍କା ନ ପାଇ ନିରାଶ ହେବେ। ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଚାକିରିରେ ଥିବା ଅଧିକାରୀମାନେ ଅଧିକ ଆଶା କରିବେ। ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ ନାହିଁ । ଥକ୍କା ଲାଗିବ। ବ୍ୟବସାୟରୁ ଅନୁକୂଳ ଲାଭ ହେବ। ଖରାପ ଖବର ଗ୍ରହଣ କରାଯାଇପାରେ। କଠିନ ପରିଶ୍ରମ ଅଧିକ ହେବ। ଲାଭ ସୁଯୋଗ ହାତଛଡା ହେବ।

ସିଂହ – ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ସାକ୍ଷାତ କରିବା ଆନନ୍ଦଦାୟକ ହେବ । ଭଲ ଖବର ପାଇବେ। ମୂଲ୍ୟ ବୃଦ୍ଧି ହେବ। ଆପଣ ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରିବେ। ଦୀର୍ଘ ଦୂରତା ଯାତ୍ରା କରିବାକୁ ଇଚ୍ଛା କରିବେ। ବ୍ୟବସାୟରୁ ଅନୁକୂଳ ଲାଭ ହେବ । ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ତତ୍ପରତା ନାହିଁ ।

କନ୍ୟା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ପାଇବା ସହଜ ହେବ। ଲାଭ ସୁଯୋଗ ଆସିବ। ଚାକିରିରେ ଠିକ୍ ସମୟରେ ସମସ୍ତ କାର୍ଯ୍ୟ କରିବା ଦ୍ୱାରା ପ୍ରଶଂସା ମିଳିବ । ସମୟର ଅନୁକୂଳତାର ସୁଯୋଗ ନିଅ। ପାରିବାରିକ ଚିନ୍ତା ହ୍ରାସ ପାଇବ।

ତୂଳା: – ଯୋଜନା ଫଳପ୍ରଦ ହେବ। ପଦ୍ଧତି ଉନ୍ନତି ହେବ। ସଫଳତା ସହିତ ସୁଖ ମିଳିବ । କଠିନ ପରିଶ୍ରମ ସଫଳ ହେବ। ଲାଭ ସୁଯୋଗ ଆସିବ। ତୁମେ ସମ୍ମାନ ପାଇବ। ବ୍ୟବସାୟ ଅନୁକୂଳ ଲାଭ ଦେବ। ସେୟାର ବଜାରରେ ନିବେଶରୁ ଦୂରେଇ ରୁହନ୍ତୁ। ବିବେକ ବ୍ୟବହାର କରନ୍ତୁ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ବରିଷ୍ଠମାନଙ୍କଠାରୁ ମାର୍ଗଦର୍ଶନ ହେବ।

ବିଛା: – ଆଧ୍ୟାତ୍ମିକତା ଦିଗ ପ୍ରତି ଆଗ୍ରହ ରହିବ। ଆପଣ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସେଠାରେ ଶାନ୍ତି ଏବଂ ସୁଖ ରହିବ। ବ୍ୟବସାୟ ସୁରୁଖୁରୁରେ ଚାଲିବ। ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ। ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ବିନିଯୋଗ ଭଲ ହେବ। ସେଠାରେ ଖୁସିର ପରିବେଶ ରହିବ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ପ୍ରଲୋଭିତ ହୁଅ ନାହିଁ।

ଧନୁ: – ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସାବଧାନ ରୁହନ୍ତୁ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। କୌଣସି ବ୍ୟକ୍ତିର ଉତ୍ତେଜନାରେ ଶିକାର ହୁଅନ୍ତୁ ନାହିଁ । ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ । ଆୟ ଜାରି ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ଅଜ୍ଞାତର ଭୟ ରହିବ। ଦୁର୍ଘଟଣାର ସମ୍ଭାବନା ରହିବ।

ମକର : – ଆପଣ କାମ କରିବା ଭଳି ଅନୁଭବ କରିବେ ନାହିଁ । ବ୍ୟବସାୟ ଲାଭଦାୟକ ହେବ। ଆୟରେ ନିଶ୍ଚିତତା ରହିବ। ପରିବାରରେ ସୁଖ ଏବଂ ଶାନ୍ତି ରହିବ। ଇଚ୍ଛାକୁ ମଜବୁତ କରନ୍ତୁ । ଅପଚୟ ଖର୍ଚ୍ଚ ହେବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ ।

କୁମ୍ଭ: – ଆପଣ ବୁଡ଼ିଯାଇଥିବା ଅର୍ଥ ପାଇପାରିବେ। ଭ୍ରମଣ ସୁଖଦ ହେବ। ନୂତନ କାର୍ଯ୍ୟଗୁଡ଼ିକ ଆସିବ। ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ। ସମୟର ଅନୁକୂଳତାର ସୁଯୋଗ ନିଅ। ଆପଣ ଅଧସ୍ତନମାନଙ୍କ ସହଯୋଗ ପାଇବେ। ଲାଭ ସୁଯୋଗ ଆସିବ। ଅଜ୍ଞାତର ଭୟ ରହିବ। ପାରିବାରିକ ସହଯୋଗରେ ସୁଖ ମିଳିବ। ତତ୍ପରତା ନାହିଁ ।

ମୀନ : – ନୂତନ ପୋଷାକ ଏବଂ ଅଳଙ୍କାର ପାଇଁ ଖର୍ଚ୍ଚ ହେବ। ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ। ଭ୍ରମଣ ଅନୁକୂଳ ଲାଭ ଦେବ। ନୂତନ ଚାକିରି ମିଳିପାରିବ । କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ। ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ। ଶୀଘ୍ର କୈଣସି ନିଷ୍ପତ୍ତି ନିଅ ନାହିଁ । ବିଳମ୍ବରୁ ଦୂରେଇ ରୁହନ୍ତୁ ।