Categories
ଆଜିର ଖବର ଜାତୀୟ ଖବର

ନୁସରତ ଜହାଁଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ଦାବି କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଟିଏମସି ସାଂସଦ ନୁସରତ ଜହାଁଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ବନ୍ଦାୟୁରୁ ବିଜେପି ସାଂସଦ ସଙ୍ଘମିତ୍ରା ମୌର୍ଯ୍ୟ ଦାବି କରିଛନ୍ତି। ନୁସରତଙ୍କ ବିବାହ ମାମଲାକୁ ନେଇ ସେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସାଂସଦ ସଙ୍ଘମିତ୍ରା ଚିଠି ଲେଖି ନୁସରତଙ୍କ ଆଚରଣ ଅମର୍ଯ୍ୟଦା ବୋଲି କହିଛନ୍ତି।

ମୌର୍ଯ୍ୟ ଅଭିଯୋଗ କରିଛନ୍ତି ଯେ, ନିଜର ବିବାହ ଘଟଣାରେ ନୁସରତ ମତଦାତାଙ୍କୁ ଧୋକା ଦେଇଛନ୍ତି। ଏହାଦ୍ବାରା ସଂସଦର ଗରିମା ମଧ୍ୟ କ୍ଷୁର୍ଣ୍ଣ ହୋଇଛି। ସଂସଦର ଆଚରଣ କମିଟିକୁ ପଠାଇ ଏହି ମାମଲାରେ ତଦନ୍ତ କରାଯିବା ଉଚିତ ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ତୃଣମୂଳ ସାଂସଦଙ୍କ ଲୋକସଭା ପ୍ରୋଫାଇଲକୁ ମଧ୍ୟ ଏହି ଚିଠିରେ ସଙ୍ଘମିତ୍ରା ସଲଗ୍ନ କରିଛନ୍ତି, ଯେଉଁଥିରେ ନୁସରତ ଜହାଁ ତାଙ୍କ ସ୍ଵାମୀଙ୍କ ନାମ ନିଖିଲ ଜୈନ ବୋଲି ଉଲ୍ଲେଖ କରିଛନ୍ତି।

ଏହା ସହ ସେ ସଂସଦରେ ଶପଥ ପାଠ ସମୟରେ ନିଜର ସଂପୂର୍ଣ୍ଣ ନାମ ନୁସରତ ଜହାଁ ରୁହୀ ଜୈନ ପ୍ରକାଶ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସେମାନଙ୍କର ରିଷେପ୍ସନ ପାର୍ଟିକୁ ଯାଇଥିବା ଦେଖାଯାଇଥିଲା। ନୁସରତ ଜଣେ ଅଣ-ମୁସଲିମଙ୍କୁ ବିବାହ କରି ସିନ୍ଦୁର ଲଗାଇବାଥିବାରୁ ସେହି ସମୟରେ ମୁସଲମାନଙ୍କ ଏକ ବର୍ଗ ତାଙ୍କୁ ବିରୋଧ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ନୁସରତ ଜହାଁ ଏବଂ ନିଖିଲ ଜୈନଙ୍କ ସମ୍ପର୍କରେ ସବୁ କିଛି ସାମାନ୍ୟ ନଥିବା ଜଣାପଡିଛି। ନୁସରତ କହିଥିଲେ କି, ତୁର୍କୀ ବିବାହ ନିୟମ ଅନୁଯାୟୀ ବିଦେଶ ମାଟିରେ ବିବାହ ହୋଇଥିବାରୁ ଏହା ଅମାନ୍ୟ ଅଟେ। ଏହା ସହ ଭାରତରେ ଏହି ବିବାହର ପଞ୍ଜୀକରଣ ହୋଇନାହିଁ। ଆଇନ ଅନୁଯାୟୀ ଏହା ଏକ ବିବାହ ନୁହେଁ ବରଂ ଏହା ଏକ ଲିଭ ଇନ ରିଲେଶନଶିପ, ଯେଉଁଥିରେ ତଲାକ ଦେବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ନୁସରତ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ଟିକା ଦ୍ବାରା ଯୌନ କ୍ଷମତା ହ୍ରାସ ଖବରକୁ ନେଇ କଣ କହିଲେ କେନ୍ଦ୍ର ସରକାର ଜାଣନ୍ତୁ

ନୂଆଦିଲ୍ଲୀ, କୋଭିଡ ଟିକା ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ସୃଷ୍ଟି କରିଥାଏ। ଏଥିରେ ମଣିଷର ଯୌନ କ୍ଷମତା ହ୍ରାସ ପାଇଥାଏ । ଏ ନେଇ କେତେକ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏହା ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହା ଭିତ୍ତିହୀନ। ଏହାର କୌଣସି ବୈଜ୍ଞାନିକ କାରଣ ନାହିଁ । ମନ୍ତ୍ରଣାଳୟ କହିଛି ଯେ ଏହି ଟିକା ପ୍ରଥମେ ପଶୁମାନଙ୍କ ଉପରେ ପରୀକ୍ଷା କରାଯାଇଥିଲା। ଏହାର ଫଳାଫଳ ଭଲ ଦେଖାଇବା ପରେ ହିଁ ଏହା ମଣିଷଙ୍କୁ ଦିଆଯାଉଛି।

ମନ୍ତ୍ରଣାଳୟ କହିଛି ଯେ ଟୀକାକରଣର ନିରାପତ୍ତା ଏବଂ ଉପଯୋଗୀତା ପରୀକ୍ଷା କରିବା ପରେ ଏହା ସାର୍ବଜନୀନ କରାଯାଇଛି। ପୋଲିଓ ଏବଂ କେତେକ ରୋଗର ମୁକାବିଲା ପାଇଁ ଟୀକାକରଣ ଅଭିଯାନ ସମୟରେ ମଧ୍ୟ ଏପରି ଭୁଲ ତଥ୍ୟ ଏବଂ ଗୁଜବ ସୃଷ୍ଟି ହୋଇଥିଲା। ମନ୍ତ୍ରଣାଳୟ କହିଛି ଯେ କୋଭିଡ ଟିକା ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ସ୍ପଷ୍ଟ କରିଛନ୍ତି ଯେ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଏହି ଟିକା ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ୯୧ ଦିନ ପରେ ଦେଶରେ ଚିହ୍ନଟ ହେଲେ ସବୁଠୁ କମ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୬୪୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୧୬୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୯ ଲକ୍ଷ ୭୭ ହଜାର ୮୬୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୯ ହଜାର ୩୦୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୨୬ ହଜାର ୩୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୬୨ ହଜାର ୫୨୧ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୩୮ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୬୭୦ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୭୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୬ ଜଣ, ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜ, ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ଏବଂ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଜଗତସିଂହପୁର ଓ ଝାରସୁଗୁଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୪ ହଜାର ୮୦୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୪ ହଜାର ୯୬୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୭୦ କୁ ବୃଦ୍ଧି ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

ଗତ ବର୍ଷ ଭାରତରେ ୬୪ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ

ନୂଆଦିଲ୍ଲୀ, ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଗତ ବର୍ଷ ଭାରତରେ ୬୪ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ହୋଇଥିଲା। ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ ୪ ଲକ୍ଷ ୭୪ ହଜାର ୪୪ କୋଟି ଟଙ୍କା ହେବ। ଭାରତ ବିଶ୍ୱର ପଞ୍ଚମ ସର୍ବାଧିକ ବିଦେଶୀ ପ୍ରତ୍ୟକ୍ଷ ପୁଂଜି ବିନିଯୋଗକାରୀ ଦେଶ ହୋଇପାରିଛି।

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଏଫଡିଆଇ ୨୭% ବୃଦ୍ଧି ହୋଇ ଗତ ବର୍ଷ ୬୪ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ୨୦୧୯ ରେ ୫୧ ବିଲିୟନ ଡ଼ଲାର ରହିଥିଲା। ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଶିଳ୍ପରେ ଅଧିଗ୍ରହଣ ହେତୁ ଏହି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗରେ ରେକର୍ଡ ସୃଷ୍ଟି କରିଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର କୋଭିଡ ମହାମାରୀର ଦ୍ୱିତୀୟ ତରଙ୍ଗ ଦ୍ୱାରା ଦେଶର ସାମଗ୍ରିକ ଅର୍ଥନୈତିକ କାର‌୍ୟ୍ୟକଳାପ ପ୍ରଭାବିତ ହୋଇଥିଲା, କିନ୍ତୁ ଅର୍ଥନୀତିର ଦୃଢ ମୂଳଦୁଆ ସହିତ ମଧ୍ୟମ ଅବଧିରେ ଆର୍ଥିକ ଦୃଷ୍ଟିକୋଣ ଭଲ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨ ହଜାର ୯୫୭ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୯୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୬୯୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୫୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୪ ହଜାର ୮୦୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୪ ହଜାର ୯୬୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୩୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୯୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୦୮ ଜଣ, କଟକ ଜିଲ୍ଲାରୁ ୨୭୨ ଜଣ, ଅନୁଗୁଳ ଜିଲ୍ଲାରୁ ୧୧୦ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୪୭ ଜଣ, ବରଗଡ ଜିଲ୍ଲାରୁ ୪୧ ଜଣ, ଭଦ୍ରକ ଜିଲ୍ଲାରୁ ୧୯୨, ବଲାଙ୍ଗୀରି ଜିଲ୍ଲାରୁ ୩୭, ବୌଦ୍ଧ ଜିଲ୍ଲାରୁ ୪୭, ଦେବଗଡ ଜିଲ୍ଲାରୁ ୧୦, ଢେଙ୍କାନାଳ ଜିଲ୍ଲାରୁ ୪୨ ଜଣ, ଗଜପତି ଜିଲ୍ଲାରୁ ୨୪ ଜଣ, ଗଞ୍ଜାମ ଜିଲ୍ଲାରୁ ୧୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୩ ଜଣ, ଯାଜପୁର ଜିଲ୍ଲାରୁ ୨୬୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୩ ଜଣ, କଳାହାଣ୍ଡିରୁ ୩୮ ଜଣ, କନ୍ଧମାଳ ଜିଲ୍ଲାରୁ ୫୧ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୧୬ ଜଣ, କେନ୍ଦୁଝର ଜିଲ୍ଲାରୁ ୫୭ ଜଣ, କୋରାପୁଟ ଜିଲ୍ଲାରୁ ୬୦ ଜଣ, ମାଲକାନାଗିରି ଜିଲ୍ଲାରୁ ୫୬ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୩୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୫ ଜଣ, ନୟାଗଡ ଜିଲ୍ଲାରୁ ୧୧୨ ଜଣ, ନୂଆପଡା ଜିଲ୍ଲାରୁ ୧୦ ଜଣ, ପୁରୀ ଜିଲ୍ଲାରୁ ୨୧୯ ଜଣ, ରାୟଗଡା ଜିଲ୍ଲାରୁ ୬୩ ଜଣ, ସମ୍ବଲପୁର ଜିଲ୍ଲାରୁ ୨୮ ଜଣ, ସୋନପୁର ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୮ ଜଣ ଏବଂ ଷ୍ଟେଟ ପୁଲରୁ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ପରେ ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ଚେହେରା ; ୯ ମନ୍ତ୍ରୀ ରେଡ୍, ୮ ଜଣ ୟେଲୋ ଜୋନରେ

ଭୁବନେଶ୍ବର, ବର୍ତ୍ତମାନ କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ମଧ୍ୟ ଆରମ୍ଭ ହେଲାଣି ଆଲୋଚନା। ଗତ କିଛିଦିନ ଧରି ଏ ନେଇ ପାୱାର କରିଡରେ ଚାଲିଛି ଜୋରଦାର ଚର୍ଚ୍ଚା। ଆସନ୍ତା ବର୍ଷ ରାଜ୍ୟରେ ପୌର ତଥା ପଞ୍ଚାୟତ ନିର୍ବାଚନ ହେବ। ୨୦୨୪ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହା ହେବ ସେମିଫାଇନାଲ। ତେଣୁ ଯେମିତି ହେଲେ ବିଜେଡିର ଯେଉଁ ବଡ ଏବଂ ଦୃଢ ଗଡ ଅଛି ତାହାକୁ ସମ୍ଭାଳିବାକୁ ପଡିବ।

ସେଥିପାଇଁ ନବୀନ, ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ ବୋଲି ସଙ୍କେତ ମିଳିସାରିଲାଣି। ଏ ନେଇ ନବୀନ ନିବାସରେ ଗୁପ୍ତ ଆଲୋଚନା ମଧ୍ୟ ଆରମ୍ଭ ହେଲାଣି। ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ କେତେକ ମନ୍ତ୍ରୀଙ୍କ ଦକ୍ଷତା ନେଇ ପ୍ରଶ୍ନ ଉଠିଲାଣି। ସେମାନେ ବିଲକୁଲ ତାଙ୍କ ବିଭାଗ ଉପରେ ମୁଣ୍ଡ ଖେଲାଉ ନ ଥିବାର ନବୀନ ଜାଣି ସାରିଲେଣି।

ସେ ସବୁକୁ ବିଚାର କଲେ ବର୍ତ୍ତମାନ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ମନ୍ତ୍ରୀ ରେଡ ଜୋନରେ ଥିବାର ଜଣାପଡିଛି। ଏମାନେ ସଂପୂର୍ଣ୍ଣ ଭାବେ ମନ୍ତ୍ରୀ ମଣ୍ଡଳରୁ ବିଦା ହେବେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ସେହିପରି ୮ ଜଣ ମନ୍ତ୍ରୀ ୟେଲୋ ଜୋନରେ ଅଛନ୍ତି। ସେମାନଙ୍କ ବିଭାଗ ବଦଳିପାରେ କିମ୍ବା ବିଦା ହୋଇପାରନ୍ତି ବୋଲି ଜଣାପଡିଛି।

ତେବେ ପାୱାର କରିଡରେ ଯେଉଁ ଚର୍ଚ୍ଚା ଚାଲିଛି ସେହି ଅନୁସାରେ କେତେକ ଗୁରୁତ୍ବପୂର୍ଣ୍ଣ କଥା ପଦାକୁ ଆସିଛି। ସେଗୁଡିକ ହେଲା

୧- ଏଥର ନବୀନ ଉଭୟ ଯୁବ ଏବଂ ବରିଷ୍ଠ ବିଧାୟକଙ୍କୁ ଗୁରୁତ୍ବ ଦେବେ। ଅର୍ଥାତ ଏଥର ଯୁବବରିଷ୍ଠ ମନ୍ତ୍ରୀ ମଣ୍ଡଳ ଗଠନ ହେବ।

୨-ମହିଳାମାନଙ୍କୁ ଗୁରୁତ୍ବ ଦେଉଥିବା ନବୀନ ଏଥର ଆଉ ଦୁଇଜଣ ମହିଳାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବେ। ଜଣେ ମହିଳା ମନ୍ତ୍ରୀ ବିଦା ହେବାର ସମ୍ଭାବନା ରହିଛି।

୩-ପୁରୀ ଜିଲ୍ଲାରୁ ଆଉ ଜଣଙ୍କୁ ମନ୍ତ୍ରୀ କରିବାର ବିଚାର ଚାଲିଛି।

୪-ସୋନପୁର ଜିଲ୍ଲାରୁ ଦୁଇ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ରଖି ଜଣଙ୍କୁ ବିଦା କରି ଅନ୍ୟ ଏକ ଗୁରୁତ୍ବ ପୂର୍ଣ୍ଣ ଦାୟିତ୍ବ ଦେବାର ସମ୍ଭାବନା।

୫-ବାଚସ୍ପତି ଏବଂ ଉପବାଚସ୍ପତି ପଦରେ ହୋଇପାରେ ପରିବର୍ତ୍ତନ। ବାଚସ୍ପତି ସୂଯ୍ୟନାରାୟଣ ପାତ୍ରଙ୍କୁ ମିଳିପାରେ ମନ୍ତ୍ରୀ ପଦ।

୬-କେନ୍ଦ୍ରପଡାକୁ ପୁଣିଥରେ ମନ୍ତ୍ରୀପଡା କରାଯାଇପାରେ। ଏହି ଜିଲ୍ଲାରୁ ମନ୍ତ୍ରୀ ପାଇଁ ଉଭୟ ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଦେବଙ୍କ ନାମ ଚର୍ଚ୍ଚାରେ ରହିଛି।

ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟା କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ କରାଯିବ ବୋଲି ଜଣାପଡିଛି। ଯଦି କେନ୍ଦ୍ରରେ ଡେରି ହୁଏ ତେବେ ରଥଯାତ୍ରା ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ନବକଳେବର ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସହ ଆଲୋଚନା କଲେ ନିତି ଆୟୋଗ ଆଡ୍‌ଭାଇଜରୀ ଟିମ୍‌

ଭୁବନେଶ୍ୱର,  ସୋମବାର ଅପରାହ୍ନରେ କେନ୍ଦ୍ର ନିତି ଆୟୋଗର ଏକ ତିନି ଜଣିଆ ଟିମ୍‌ ଖାରବେଳ ଭବନଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍‌ ତ୍ରିପାଠୀଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଟିମ୍‌ରେ ନିତି ଆୟୋଗର ଏସ୍‌ଡିଜି ଓ ଗ୍ରାମୀଣ ବିକାଶର ପରାମର୍ଶଦାତ୍ରୀ ଶ୍ରୀମତୀ ସଂଯୁକ୍ତା ସମାଦାର, ଏସ୍‌ଡିଜି ଅଧିକାରୀ ଶ୍ରୀ ଆଲେନ୍‌ ଜନ୍‌ ଏବଂ ଏସ୍‌ଡିଜିର ବରିଷ୍ଠ ପରାମର୍ଶଦାତା ଶ୍ରୀ ସୁନ୍ଦର ମିଶ୍ର ଅଛନ୍ତି।

ପଶ୍ଚିମ ଓଡ଼ିଶାର ଗ୍ରାମୀଣ ବିକାଶ କ୍ଷେତ୍ରରେ କେତେକ ଅଭିନବ ପ୍ରକଳ୍ପ କାର୍ଯ୍ୟକାରୀ ଦିଗରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସମ୍ୟକ ଧାରଣା ଦେଇଥିଲେ । ଏଥି ସହିତ ନିତି ଆୟୋଗର କେତେକ ପୋଷଣୀୟ ଯୋଜନା ଉପରେ ବଶେଷ ଭାବେ ଆଲୋଚନା କରାଯାଇଥିଲା । ଏହି ଟିମ୍‌ ତାଙ୍କ ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: କଠିନ ପରିଶ୍ରମ କରି ହାଲିଆ ହେଲେ ମଧ୍ୟ ଏହି ତିନୋଟି ସ୍ଥାନରେ ଆପଣଙ୍କୁ ମିଳିବ ଶାନ୍ତି

ଭୁବନେଶ୍ବର, ସାଂସାରିକ ସମସ୍ୟାର ସମାଧାନ ପାଇଁ ପରିଶ୍ରମ କରୁଥିବା ଗୃହକର୍ତ୍ତାଙ୍କ ବିଶ୍ରାମ ସ୍ଥାନ ତିନୋଟି। ଏହି ତିନୋଟି ସ୍ଥାନରେ ସେ ଅପାର ଆନନ୍ଦ ହାସଲ କରିଥାଏ। ସେହି ତିନୋଟି ସ୍ଥାନ ହେଲା ପତ୍ନୀ, ସନ୍ତାନ ଏବଂ ସଂପର୍କୀୟଙ୍କ ସଂଗତି। ସେ ଯେତେ ପରିଶ୍ରମ କରିଥିଲେ ମଧ୍ୟ ଏହି ତିନୋଟି ସ୍ଥାନରେ ସେ ଆନନ୍ଦ ଅନୁଭବ କରେ। ସେଥିପାଇଁ କାମଦାମ ସାରି ସମସ୍ତେ ଘର ମୁହାଁ ଏଇଥି ପାଇଁ ହୋଇଥାନ୍ତି।

ସାଧାରଣତଃ ଯେଉଁମାନେ ବାହାରେ ଚାକିରୀ କରିଥାନ୍ତି, ସେମାନେ ଶନିବାର ଦିନ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଥାନ୍ତି। କାରଣ ହେଲା ଏହି ତିନୋଟି ସ୍ଥାନରେ ତାଙ୍କୁ ଶାନ୍ତି ମିଳିଥାଏ। ସବୁ ଦୁଃଖ ଏବି ସବୁ ମାନସିକ ଅଶାନ୍ତି ଏହି ତିନୋଟି ସ୍ଥାନରେ କୁଆଡେ ମିଳାଇ ଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ଡିଜେଲ ଦର କେତେ, ତାହା ଜାଣିଲେ ଆପଣଙ୍କର ମୁଣ୍ଡ ଖରାପ ହୋଇଯିବ

ଭୁବନେଶ୍ବର, ହୁହୁ ହୋଇ ବଢିବାରେ ଲାଗିଛି ତୈଳ୍ୟ ଦର। ଏହି କ୍ଷେତ୍ରରେ ଓଡିଶାରେ ମଧ୍ୟ ଅନୁରୂପ ଭାବେ ତେଲ ଦର ବଢିବାରେ ଲାଗିଛି। ଆପଣ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଓଡିଶାରେ ଡିଜେଲ ଦର ମଧ୍ୟ ଆକାଶ ଛୁଆଁ ହୋଇଯାଇଛି। ସୋମବାର ଦିନ କୋରାପୁଟରେ ଡିଜେଲ ଦର ୧୦୨ ଟଙ୍କା ୧୩ ପଇସା ରହିଛି।

ତା ପୂର୍ବ ଦିନ ଡିଜେଲ ଦର ୯୯ ଟଙ୍କା ୯୩ ପଇସା ରହିଥିବାବେଳେ ସୋମବାରରେ ଏକାଥରେ ୨ ଟଙ୍କା ୨୦ ପଇସା ବଢିଯାଇଛି। ପୂର୍ବରୁ କୋରାପୁଟରେ ଡିଜେଲ ଦର ସବୁବେଳେ ଶହେ ତଳକୁ ରହୁଥିଲା ହେଲେ ହଠାତ ଏତେ ପଇସା ବଢିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଓଡିଶାରେ ପେଟ୍ରୋଲ ପରି ଡିଜେଲ ମଧ୍ୟ ଶତକ ମାରିଛି।

ସେହିପରି ପେଟ୍ରୋଲ ଦର ମଧ୍ୟ ବୃଦ୍ଧି ପାଇଛି। ପୂର୍ବରୁ ପେଟ୍ରୋଲ ୧୦୨ ଟଙ୍କା ରହିଥିବା ବେଳେ ସୋମବାରରେ ୧୦୨ ଟଙ୍କା ୪୩ ପଇସାରେ ପହଞ୍ଚିଛି।

Categories
ଆଜିର ଖବର ଧର୍ମ

ଶ୍ରୀମନ୍ଦିରରେ ପାଳନ ହେଲା ରୁକ୍ମିଣୀ ହରଣ ସହ ବିବାହ ମହୋତ୍ସବ

ପୁରୀ, ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ସୋମବାର ଦିନ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ ବିବାହ ମହୋତ୍ସବ ଓ ଜଳକ୍ରୀଡ଼ା ନୀତି ପାଳିତ ହେଉଛି। ସକାଳ ଧୂପ ପରେ ଦକ୍ଷିଣ ଘରେ ଶ୍ରୀମଦନମୋହନ ବେଶ ହୋଇଥାନ୍ତି। ମହାଲକ୍ଷ୍ମୀ (ଶ୍ରୀଦେବୀ) ଆଜ୍ଞାମାଳ ପାଇ ଲକ୍ଷ୍ମୀ ମନ୍ଦିର ଜଗମୋହନ ଖଟକୁ ବିଜେ ହେବା ପରେ ବନକଲାଗି ଓ ଅଳଙ୍କାରଲାଗି ବେଶ ହୋଇଥାଏ। ଏହି ସମୟରେ ତାଳପତ୍ରର ଲକ୍ଷ୍ମୀଙ୍କ ମନୋଭାବକୁ ଲିଖନ କରି ଜୟବିଜୟ ଦ୍ୱାର ଠାରେ ବିଜେ ହୋଇଥିବା ଶ୍ରୀମଦନମୋହନଙ୍କ ନିକଟକୁ ବିପ୍ରଙ୍କ ହାତରେ ଚିଟାଉ ପ୍ରେରଣ କରନ୍ତି।

ରଥରେ ବିଜେ ଶ୍ରୀମଦନମୋହନ ବିମଳା ମନ୍ଦିର ନିକଟରେ ଅପେକ୍ଷା କରିଥାନ୍ତି। ମହାଲକ୍ଷ୍ମୀ ଗ୍ରାମଦେବୀ (ବିମଳା)ଙ୍କ ପୂଜା ସାରି ଫେରିବା ବାଟରେ ଶ୍ରୀମଦନମୋହନ ହରଣ କରିଥାନ୍ତି। ବାଟରେ ପଥ ଅବରୋଧ କରୁଥିବା ଶିଶୁପାଳକୁ ପରାସ୍ତ କରି ବନ୍ଦୀ କରିବା ପରେ ଜ୍ୟେଷ୍ଠ ଭ୍ରାତା ବଳରାମ ତାକୁ ବନ୍ଧନମୁକ୍ତ କରନ୍ତି। ଶ୍ରୀମଦନମୋହନଓ ମହାଲକ୍ଷ୍ମୀ ବିବାହ ମଣ୍ଡପ (ମାଜଣା ମଣ୍ଡପ) କୁ ବିଜେ କଲା ପରେ ସନ୍ଧ୍ୟାଧୂପ ପୂଜା ବସିବା ମାତ୍ରେ ହିଁ ସଂକଳ୍ପ ବାକ୍ୟ ପଠନ ପୂର୍ବକ ବିବାହ କାର୍ଯ୍ୟ ସମାପନ କରନ୍ତି।

Categories
ଆଜିର ଖବର

ବିସ୍ତୁତ ରାଶିଫଳ: ଜୁନ 22 ତାରିଖ ମଙ୍ଗଳବାରରେ ସାତୋଟି ରାଶିର ଲୋକେ ହେବ ଲକ୍ଷପତି

ମେଷ: ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ । ଭାଇମାନଙ୍କଠାରୁ ସମର୍ଥନ ପାଇବ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ । ଚାକିରିରେ ତୁମେ ପ୍ରଶଂସା ପାଇବ । ତତ୍ପରତା ନାହିଁ । ଆଦୌ ବିପଦ ଏବଂ ସୁରକ୍ଷା କାର୍ଯ୍ୟ ଗ୍ରହଣ କରନ୍ତୁ ନାହିଁ ।

ବୃଷ: –  ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବସଙ୍କ ସମର୍ଥିତ ହେବେ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ଖରାପ ଖବର ଗ୍ରହଣ କରାଯାଇପାରେ । କଠିନ ପରିଶ୍ରମ ଅଧିକ ହେବ । ଲାଭ ସୁଯୋଗକୁ ସ୍ଥଗିତ ରହିବ ।

ମିଥୁନ: –  ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ ।

କର୍କଟ :- ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ ଦେବ। ଘରେ ଶାନ୍ତି ଏବଂ ସୁଖ ରହିବ । ଉପକୃତ ହେବ ।

ସିଂହ: –  ଯୋଜନା ଫଳପ୍ରଦ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ। ଲାଭ ସୁଯୋଗ ଆସିବ । ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ । ସେୟାର ବଜାରରେ ଶୀଘ୍ର ଏଡ଼ାନ୍ତୁ । ବିବେକ ଅନୁଯାୟୀ ବ୍ୟବହାର କରନ୍ତୁ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ବରିଷ୍ଠ ବ୍ୟକ୍ତିମାନେ ମାର୍ଗଦର୍ଶନ ପାଇବେ।

କନ୍ୟା: ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ବିନିଯୋଗ ଶୁଭ ହେବ । ସେଠାରେ ଖୁସିର ପରିବେଶ ରହିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।

ତୂଳା: ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ମୂଲ୍ୟ ବୃଦ୍ଧି ହେବ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । ବ୍ୟବସାୟ ଲାଭଦାୟକ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ତତ୍ପରତା ନାହିଁ ।

ବିଛା: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ମିଳିବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ସମୟ ସୁସଙ୍ଗତତାର ସୁଯୋଗ ନିଅନ୍ତୁ। ପାରିବାରିକ ଚିନ୍ତା ହ୍ରାସ ପାଇବ ।

ଧନୁ: –    ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ । ପାରିବାରିକ ସହଯୋଗରେ ଖୁସି ହେବେ । ତତ୍ପରତା ନାହିଁ ।

ମକର : ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ। କାର୍ଯ୍ୟ ସନ୍ତୁଷ୍ଟ ହେବେ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଉପହାସରୁ ଦୂରେଇ ରୁହନ୍ତୁ ।

କୁମ୍ଭ: ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଲାଭବାନ ହେବ । ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ଆୟ ରହିବ । ଥକ୍କା ଏବଂ ଦୁର୍ବଳତା ହୋଇପାରେ । ଅଜ୍ଞାତ ଭୟ ରହିବ । ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ ।

ମୀନ:   କାର୍ଯ୍ୟରେ ମନ ରହିବ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛାଶକ୍ତି ବୃଦ୍ଧି ପାଇବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କୌଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ବକ୍ତବ୍ୟର ନିୟନ୍ତ୍ରଣ ନିଅନ୍ତୁ ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ କଠିନ ପରିଶ୍ରମ କଲେ ପାଇବେ ଫଳ

ବୃଷ: ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବସଙ୍କ ସମର୍ଥିତ ହେବେ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ଖରାପ ଖବର ଗ୍ରହଣ କରାଯାଇପାରେ ।

ସିଂହ: ଯୋଜନା ଫଳପ୍ରଦ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ। ଲାଭ ସୁଯୋଗ ଆସିବ । ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ । ସେୟାର ବଜାରରେ ଶୀଘ୍ର ଏଡ଼ାନ୍ତୁ । ବିବେକ ଅନୁଯାୟୀ ବ୍ୟବହାର କରନ୍ତୁ ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ପୁରା ଦିନଟି ରହିବ ଶୁଭମୟ

କନ୍ୟା: ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ ।

କର୍କଟ :- ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ମଙ୍ଗଳବାରରେ ସୃଜନଶୀଳ କାର୍ଯ୍ୟରେ ହେବେ ସଫଳ

ବିଛା: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ମିଳିବା ସହଜ ହେବ। ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ ।

ମେଷ: ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ । ଭାଇମାନଙ୍କଠାରୁ ସମର୍ଥନ ପାଇବ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ । ଚାକିରିରେ ତୁମେ ପ୍ରଶଂସା ପାଇବ ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତି ପାଇବେ ଭଲ ଖବର

ତୂଳା: ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ମୂଲ୍ୟ ବୃଦ୍ଧି ହେବ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ ।

ମିଥୁନ: –  ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ମଙ୍ଗଳବାରରେ ଯାନବାହନ ପ୍ରତି ସତର୍କ ରୁହନ୍ତୁ

ଧନୁ: ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ । ପାରିବାରିକ ସହଯୋଗରେ ଖୁସି ହେବେ । ତତ୍ପରତା ନାହିଁ ।

କୁମ୍ଭ: ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଲାଭବାନ ହେବ । ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ଆୟ ରହିବ ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଦୁର୍ବଳ ରହିବ

ମୀନ: କାର୍ଯ୍ୟରେ ମନ ରହିବ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛାଶକ୍ତି ବୃଦ୍ଧି ପାଇବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ ।

ମକର : ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ। କାର୍ଯ୍ୟ ସନ୍ତୁଷ୍ଟ ହେବେ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ ।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ସରକାର କହିଲେ ବର୍ତ୍ତମାନ ରାଜ୍ୟଗୁଡିକୁ ଦିଆଯାଇଛି ୨୯.୩୫ କୋଟି ଡୋଜରୁ ଅଧିକ ଟିକା

ନୂଆଦିଲ୍ଲୀ, ଦେଶବ୍ୟାପୀ ଟିକାକରଣ ଅଭିଯାନର ଏକ ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସହାୟତା ରୂପେ ମାଗଣାରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି । ଏଥିସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଯେପରି ସିଧାସଳଖ ଟିକା କ୍ରୟ କରିପାରିବେ ସେନେଇ ମଧ୍ୟ ଭାରତ ସରକାର ସୁବିଧା କରାଇଛନ୍ତି । ଟିକାକରଣ, ପରୀକ୍ଷଣ, ଚିହ୍ନଟ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ମହାମାରୀ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଂଶବିଶେଷ ।

କୋଭିଡ-୧୯ ଟିକାକରଣର ଉଦାର ଓ ତ୍ୱରିତ ପର‌୍ୟ୍ୟାୟ-୩ ମେ ୦୧, ୨୦୨୧ରୁ ଆରମ୍ଭ ହୋଇଛି ।

ଏହି ରଣନୀତି ଅନୁଯାୟୀ, ଭାରତ ସରକାର ପ୍ରତ୍ୟେକ ମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରି ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦% କ୍ରୟ କରିବେ । ଭାରତ ସରକାର ପୂର୍ବଭଳି ଏହି ଟିକାର ଡୋଜ ଗୁଡ଼ିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।

ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୨୯.୩୫ କୋଟି ଡୋଜରୁ ଅଧିକ (୨୯,୩୫,୦୪,୮୨୦) ଟିକା ଉପଲବ୍ଧ କରାଇଛନ୍ତି ।

ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୨୬,୩୬,୨୬,୮୮୪ ଡୋଜ ଟିକା (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।

ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନିକଟରେ ୨.୯୮ କୋଟି (୨,୯୮,୭୭,୯୩୬) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି ।

ଏହା ବ୍ୟତୀତ, ବର୍ତ୍ତମାନ ୨,୩୧୦ରୁ ଅଧିକ ଡୋଜ ଟିକା ପାଇପଲାଇନରେ ଅଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏହାକୁ ଗ୍ରହଣ କରିବେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପହରଣ ଘଟଣାରେ ଜଙ୍କିଆ ପୋଲିସର ଚଢାଉ: ଉଦ୍ଧାର ହେଲା ନାବାଳିକା, ଅଭିଯୁକ୍ତ ଥାନାରେ ଅଟକ

ଖୋର୍ଦ୍ଧା: ନାବାଳିକା ଅପହରଣ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି। ଏହାସହ ସମ୍ପୃକ୍ତ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ମଳିପଡା ଗ୍ରାମର ଜଣେ ୧୬ବର୍ଷିୟା ନାବାଳିକା ଏପ୍ରିଲ ୮ ତାରିଖରେ ନିଖୋଜ ହୋଇଥିଲେ। ଝିଅ ନିଖୋଜ ସଂପର୍କେ ମା ନିରୁପମା ବାରିକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା। ଏହି ଘଟଣାରେ ପୋଲିସ ୫୩/୨୧ରେ ଥାନାରେ ଏକ ମାମଲା ରୁଜୁ କରିଥିଲା। ଆଜି ଜଂକିଆ ଥାନା ପୋଲିସ ବାଙ୍କି ଥାନା ଭେଜିପୁଟ ଗାଁରେ ଚଢ଼ାଉ କରି ନାବାଳିକାକୁ ଉଦ୍ଧାର କରି ଅପହୃତକୁ ଧରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଖେଳୁଥିବା ବେଳେ କୂଅରେ ବୁଡି ୬ ବର୍ଷର ଶିଶୁ କନ୍ୟା ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୂଅରେ ବୁଡି ଜଣେ ୬ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡିର କାରଟିଆ ସାହିର ଶିଶୁ କନ୍ୟାଟି କୂଅରେ ବୁଡି ମୃତ୍ୟୁବରଣ କରିଛି। ମା’ ରୋଷେଇ କରୁଥିବା ବେଳେ ଶିଶୁ କନ୍ୟା ଜଣଙ୍କ ବାଡି ପଛପଟକୁ ଖେଳିବା ପାଇଁ ଚାଲିଯାଇଥିଲା। ସେଠାରେ ଖେଳୁଥିବା ସମୟରେ ନିକଟରେ ଥିବା କୂଅ ଭିତରକୁ ଝିଅଟି ଗଳି ପଡିଥିଲା।

ହେଲେ ଝିଅ ବର୍ଷାକୁ ପରିବାର ଲୋକ ନପାଇବାରୁ ବହୁତ ଖୋଜା ଖୋଜି କରିଥିଲେ। କିଛି ସମୟ ପରେ ବର୍ଷାକୁ କୂଅ ଭିତରେ ଭାସୁଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ। ଝିଅକୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ପରିବାରର ଏକ ମାତ୍ର ଝିଅକୁ ହରାଇ ବାପା ମା ଦୁଃଖରେ ଭାଙ୍ଗି ପଡିଛନ୍ତି।

ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କେସ ନମ୍ବର ୮/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।