Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବଢିଲା ରାଜ୍ୟରେ ଲକଡାଉନ ଅବଧି: ସକାଳ ୭ ଟାରୁ ୧୧ ଟା ଯାଏଁ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଜୁନ୍ ୧ ତାରିଖ ଯାଏଁ ଲକଡାଉନକୁ ବୃଦ୍ଧି କରାଯାଇଛି। ଜୁନ୍ ୧ ତାରିଖ ସକାଳ ୫ ଟା ଯାଏଁ ରାଜ୍ୟରେ କଟକଣା ବଳବତ୍ତର ରହିବ। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟ ଅବଧିକୁ ହ୍ରାସ କରାଯାଇଛି।

ପୂର୍ବରୁ ସକାଳ ୬ ଟା ରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଥିବା ବେଳେ ବର୍ତ୍ତମାନ ଏହାର ଅବଧିକୁ ସକାଳ ୭ ଟାରୁ ୧୧ ଟା ଯାଏଁ ଅନୁମତି ରହିଛି। ଏହି ସମୟରେ ୫୦୦ ମିଟର ଭିତରେ ଚାଲିକି ଯାଇ ସାମଗ୍ରୀ କିଣିବାକୁ ଅନୁମତି ମିଳିଛି।

ପୂର୍ବଭଳି ପ୍ରତ୍ୟେକ ଶନିବାର ଏବଂ ରବିବାର ଦିନ ସଟଡାଉନ କଟକଣା ଜାରି ରହିବ। ବିବାହ ଉତ୍ସବରେ ମାତ୍ର ୨୫ ଜଣଙ୍କୁ ଅନୁମତି ରହିଛି। ବାହାଘର, ବ୍ରତ ଘର, ଶୁଦ୍ଧିକ୍ରିୟାରେ ଭୋଜି ଭାତ ପାଇଁ ଅନୁମତି ନାହିଁ। କେବଳ ପ୍ୟାକେଟ ଖାଦ୍ୟ ଅନୁମତି ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଦିନ ୧ ଟା ୪୫ ରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ଆଜି ଦିନ ୧ ଟା ୪୫ ମିନିଟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କରେ ମୁଖ୍ୟ ଶାସନ ସଚିବ କିଛି ବଡ ଘୋଷଣା କରିବା ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ କଟକଣା ଉପରେ କିଛି ବଡ ଘୋଷଣା କରିବା ସମ୍ଭାବନା ରହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହତ୍ୟାକାଣ୍ଡ ଘଟଣା: ରେସଲର ସୁଶୀଲ କୁମାରଙ୍କୁ ଧରିବା ପାଇଁ ପୋଲିସର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ହତ୍ୟାକାଣ୍ଡ ଘଟଣାରେ ଅଲମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାର ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଦିଲ୍ଲୀ ପୋଲିସର ଗିରଫ ଭୟରେ ସୁଶୀଲ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଛନ୍ତି। ଗତକାଲି ରୋହିଣୀ କୋର୍ଟରେ ସେ ଜାମିନ ପାଇଁ ଆବେଦନ କରିଛନ୍ତି। ସେପଟେ ସୁଶୀଲଙ୍କ ବିଷୟରେ ସୂଚନା ଦେବାପାଇଁ ପୋଲିସ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ମେ’ ୧୧ ତାରିଖରେ ଦିଲ୍ଲୀର ଛତ୍ରଶାଳ ଷ୍ଟାଡିୟମରେ ଝଗଡା ହୋଇ ଜଣେ କୁସ୍ତି ଖେଳାଳି ସାଗର ରାଣାଙ୍କ ମୃତ୍ୟୁ ହୋଇଥିଲା। ସାଗରଙ୍କ ଦୁଇ ଜଣ ବନ୍ଧୁଙ୍କ କହିବା ଅନୁଯାୟୀ, ସାଗରଙ୍କୁ କେତେଜଣ କୁସ୍ତି ଖେଳାଳି କଦର୍ଯ୍ୟ ଭାବେ ମାରିଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ନାମରେ ଅଭିଯୋଗ ଆସିଥିଲା। ଏହାପରେ ତାଙ୍କ ନାମରେ ଥାନାରେ ଏତଲା ହୋଇଥିଲା। ସେହିଦିନ ଠାରୁ ସୁଶିଲଙ୍କୁ ଗିରଫ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କେନ୍ଦୁପତ୍ର ତୋଳିବାକୁ ଯାଇ ମହିଳା ନିଖୋଜ: ଦୁଇ ଦିନ ପରେ ଜଙ୍ଗଲରୁ ଉଦ୍ଧାର କଲା ବନ ବିଭାଗ

କନ୍ଦର୍ପ ବେହେରା
ରେଢାଖୋଲ: ନିଜ ଝିଅ ଘରକୁ କେନ୍ଦୁପତ୍ର ତୋଳିବାକୁ ଯାଇ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଂଚଳର ଜନୈକା ମହିଳା ନିଖୋଜ ହେବାର ୨ ଦିନ ପରେ ହିତସରା ନିକଟସ୍ଥ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରିବାରେ ସଫଳ ହୋଇଛି ବନ ବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଜରିପାଳ ଗ୍ରାମର ଗୁରୁବାରୀ ନାମକ ଜନୈକା ହରିଜନ ମହିଳା ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କେଲୋବେନୀ ଗ୍ରାମ ନିଜ ଝିଅଘରକୁ ଆସି ଗତ ତା ୧୫ ତାରିଖରେ ଗ୍ରାମର କେତେଜଣ ମହିଳା ଓ ନିଜ ଝିଅ ସହ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ଗୁରୁବାରୀ ନାଏକ ର ଝିଅ ତାକୁ ସମୟ ବହୁତ ହେଇଯିବ ଖରା ହେଉଛି କହି ଘରକୁ ଯିବାକୁ କହିଥିଲେ। ଝିଅ କଥାରେ ସେ ଜଙ୍ଗଲରୁ ଏକୁଟିଆ ଫେରିଆସୁଥିଲା ହେଲେ ଜଙ୍ଗଲ ମଧ୍ୟରେ ବାଟ ନ ପାଇ ଗତ ତା ୧୫ ତାରିଖରୁ ୧୭ ତାରିଖ ସଂଧ୍ୟା ଯାଏଁ ନିଖୋଜ ହୋଇଯାଇଥିଲେ। ବନ ବିଭାଗ ତଥା ଗ୍ରାମବାସୀ ଅକ୍ଳାନ୍ତ ପରିଶ୍ରମ କରି ତାକୁ ଖୋଜି ଖୋଜି ପାଇ ନ ଥିଲେ।

ଗତକାଲି ସଂଧ୍ୟା ପ୍ରାୟ ୫ଘ. ୩୦ ମିନିଟ୍ ସମୟରେ ହିତସରା ନିକଟସ୍ଥ ଲାଣ୍ଡିମାଳ ଜଙ୍ଗଲରୁ ମହିଳା ଜଣଙ୍କୁ ବନବିଭାଗ ଉଦ୍ଧାର କରିଥିଲା। ସେ ୨ ଦିନ ହେଲା କିଛି ବି ଖାଇ ନ ଥିଲେ ବୋଲି ବନବିଭାଗ ଆଗରେ ମହିଳା ଜଣଙ୍କ ପ୍ରକାଶ କରିଥିଲା। ବାଟଗାଁ ଫରେଷ୍ଟର ଅନିଲ କିସାନ୍ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ଦେଇଥିଲେ। ରାତିରେ ସେ ଗଛ ମୂଳେ ଆଶ୍ରୟ ନେଉଥିବା ପ୍ରକାଶ କରିଥିଲା। ଭାଗ୍ୟକୁ ଘଂଚ ଜଙ୍ଗଲ ମଧ୍ୟରେ ମହିଳା ଜଣଙ୍କୁ କୈାଣସି ହିଂସ୍ରଜୀବ ଆକ୍ରମଣ କରି ନ ଥିଲା।

ମହିଳା ଜଣଙ୍କୁ ଅକ୍ଷତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିବାରୁ ପ୍ରଶଂସାର ପାତ୍ର । ହିତସରା ଅଂଚଳ ହାତୀମାନଙ୍କର ଚରା ଭୂଇଁ। ସେ ଯେଉଁ ଜଙ୍ଗରେ ୨ ରାତି ଅବସ୍ଥାନ କରିଥିଲେ ଭଗବାନ ତାଙ୍କୁ ସାହା ହୋଇଥିଲେ। ୨ ଦିନ କାଳ କିଛି ନ ଖାଇ ନ ପିଇ ସେ ଅତି ଦୁର୍ବଳ ହୋଇଯାଇଥିଲେ। ବନବିଭାଗ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣା ପଡିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୬୩ ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୩ ହଜାର ୫୩୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୩୨୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୫୨ ଲକ୍ଷ ୨୮ ହଜାର ୯୯୬ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୮ ହଜାର ୭୧୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୩ ଲକ୍ଷ ୫୩ ହଜାର ୭୬୫ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୨୨ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୩୫୭ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୫୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା, ବୌଦ୍ଧ, କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି, ରୟାଗଡା, କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀରି ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୨୬ ହଜାର ୩୫୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୪ ହଜାର ୫୩୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୫୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୦ ହଜାର ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୭୭୯ ଜଣ ଚିହ୍ନଟ ହୋଇଥିବା ବେଳେ ୪୫୪୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୨୬ ହଜାର ୩୫୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୪ ହଜାର ୫୩୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୩୫ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫୬୬ ଜଣ, ଅନୁଗୁଳ ଜିଲ୍ଲାରୁ ୪୭୧ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୬୯ ଜଣ, ବରଗଡ ଜିଲ୍ଲାରୁ ୩୨୦ ଜଣ, ଭଦ୍ରକ ଜିଲ୍ଲାରୁ ୩୫୦, ବଲାଙ୍ଗୀରି ଜିଲ୍ଲାରୁ ୨୯୧, ବୌଦ୍ଧ ଜିଲ୍ଲାରୁ ୨୫୦, କଟକ ଜିଲ୍ଲାରୁ ୭୩୧, ଦେବଗଡ ଜିଲ୍ଲାରୁ ୧୧୪, ଢେଙ୍କାନାଳ ଜିଲ୍ଲାରୁ ୭୭ ଜଣ, ଗଜପତି ଜିଲ୍ଲାରୁ ୫୬ ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୫୯ ଜଣ, ଯାଜପୁର ଜିଲ୍ଲାରୁ ୩୩୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୧୨ ଜଣ, କଳାହାଣ୍ଡିରୁ ୫୯୯ ଜଣ, କନ୍ଧମାଳ ଜିଲ୍ଲାରୁ ୫୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୬୨ ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୪ ଜଣ, କୋରାପୁଟ ଜିଲ୍ଲାରୁ ୩୩୮ ଜଣ, ମାଲକାନାଗିରି ଜିଲ୍ଲାରୁ ୭୭ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪୫୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୩୪ ଜଣ, ନୟାଗଡ ଜିଲ୍ଲାରୁ ୨୭୩ ଜଣ, ନୂଆପଡା ଜିଲ୍ଲାରୁ ୧୪୫ ଜଣ, ପୁରୀ ଜିଲ୍ଲାରୁ ୪୭୨ ଜଣ, ରାୟଗଡା ଜିଲ୍ଲାରୁ ୧୬୩ ଜଣ, ସମ୍ବଲପୁର ଜିଲ୍ଲାରୁ ୪୦୫ ଜଣ, ସୋନପୁର ଜିଲ୍ଲାରୁ ୭୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୧୯ ଜଣ ଏବଂ ଷ୍ଟେଟ ପୁଲରୁ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋରନାକୁ ମାତ ମାରିବା ପାଇଁ ବାହାରିଲା ଔଷଧ 2-DG, ଜାଣନ୍ତୁ ଏହି ଔଷଧ କଣ, କିପରି ଖାଇବେ

ନୂଆଦିଲ୍ଲୀ, 2-DG ହେଉଛି  DRDO ଦ୍ବାରା ପ୍ରସ୍ତୁତ ଏକ ଆଣ୍ଟି-କୋଭିଡ୍ ଔଷଧ ଯାହା କରୋନା ରୋଗୀଙ୍କ ପାଇଁ ଆଶାର କିରଣ ଭାବରେ ଉଭା ହୋଇଛି । DRDO ର ବୈଜ୍ଞାନିକ ଏବଂ କେନ୍ଦ୍ର ସରକାର କହିଛନ୍ତି ଯେ ଏହି ଔଷଧ ସାହାଯ୍ୟରେ ରୋଗୀଙ୍କ ସୁସ୍ଥ ହେବାର ହାର ତ୍ୱରାନ୍ୱିତ ହୋଇପାରୁଛି। ଏପରିକି ସେମାନଙ୍କର ଅମ୍ଳଜାନ ଆବଶ୍ୟକତା ମଧ୍ୟ ହ୍ରାସ ପାଉଛି। ଏହି ଔଷଧ INMAS ଏବଂ DRDO ଦ୍ବାରା ଡକ୍ଟର ରେଡ୍ଡୀ ଲାବୋରେଟୋରୀରେ ବିକଶିତ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଔଷଧର ପ୍ରଥମ ପ୍ୟାକେଟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏବଂ ଦିଲ୍ଲୀ ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ଉପସ୍ଥିତିରେ ଲୋକାର୍ପଣ କରିଛନ୍ତି। କ୍ଲିନିକାଲ୍ ପରୀକ୍ଷଣର ସଫଳତା ପରେ ଏହି 2-DG ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି ।

ଏହି ଔଷଧ ହେଉଛି ଗ୍ଲୁକଜ ପରି ଏକ ପାଉଡର। ଏହାକୁ ପାଣିରେ ଗୋଳି ପିଇବାକୁ ପଡିବ। ଏହି ଔଷଧ କରୋନା ଭୂତାଣୁ ସଂକ୍ରମିତ କୋଷକୁ ଯାଇ ସେମାନଙ୍କ ବଂଶ ବୃଦ୍ଧିକୁ ପ୍ରତିରୋଧ କରିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ଔଷଧ ଦ୍ବାରା ଚିକିତ୍ସିତ ହେଉଥିବା ରୋଗୀମାନେ ଖୁବ ଶୀଘ୍ର ସୁସ୍ଥ ହୋଇଛନ୍ତି। ତେବେ ଏହାକୁ କେବଳ ଡାକ୍ତରଙ୍କ ପରାମର୍ଶରେ ଖାଇବାକୁ ଦିଆଯିବ। ସର୍ବ ସାଧାରଣରେ ଏହା ବିକ୍ରି ହେବ ନାହିଁ ବୋଲି ଜଣାପଡିଛି।

DRDO ବୈଜ୍ଞାନିକ ସୁଧୀର ଚାନ୍ଦଙ୍କ ଅନୁଯାୟୀ ଏହି ଔଷଧ ସେବନ କଲେ କରୋନା ଭୂତାଣୁଙ୍କର ବୃଦ୍ଧି କମିଯାଏ। କ୍ଲିନିକାଲ୍ ପରୀକ୍ଷଣରେ ମଧ୍ୟ ଏହାର ଭଲ ଫଳ ମିଳିଛି । ରେଡ୍ଡି ଫାର୍ମାଚ୍ୟୁଟିକାଲର ମୁଖ୍ୟ ଜି ସତୀଶ ରେଡ୍ଡୀଙ୍କ ଅନୁଯାୟୀ ଏହି ଔଷଧକୁ ଦିନକୁ ଦୁଇଥର ଗ୍ରହଣ କରିବାକୁ ପଡିବ। ଏହାର ଡୋଜ ବ୍ୟକ୍ତିର ଓଜନ ଉପରେ ଆଧାରିତ ହେବ ଏବଂ ଏହାକୁ 5-7 ଦିନ ପାଇଁ ନେବାକୁ ପଡିବ ।

ଜି ସତୀଶ ରେଡ୍ଡୀ କହିଛନ୍ତି ଯେ ବର୍ତ୍ତମାନ ସପ୍ତାହରେ ଏହାର ଉତ୍ପାଦନ ପ୍ରାୟ 10,000 ହେବ। ବର୍ତ୍ତମାନ ଏହି ଔଷଧ AIIMS, AFMS ଏବଂ DRDO ଡାକ୍ତରଖାନାଗୁଡ଼ିକରେ ଦିଆଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ରାଜ୍ୟରେ ମଧ୍ୟ ବଣ୍ଟନ କରାଯିବ। ତେବେ ଏହାର ମୂଲ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ କୈଣସି ନିଷ୍ପତି ନିଆଯାଇ ନାହିଁ। ଏହି ଔଷଧର ଦର ଡକ୍ଟର ରେଡ୍ଡୀ ଲାବ ତରଫରୁ ନିଷ୍ପତି କରାଯିବ।

ସୂଚନା ଅନୁସାରେ ଏହି ଔଷଧ ଉତ୍ପାଦନ ପାଇଁ କଞ୍ଚାମାଲର କୌଣସି ଅସୁବିଧା ନାହିଁ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଏହାକୁ ଉତ୍ପାଦନ କରାଯିବ। ସେଥିପାଇଁ ଡକ୍ଟର ରେଡ୍ଡି ଲାବ ସମସ୍ତ ପ୍ରସ୍ତୁତି କରି ରଖିଛି। ମୁଖ୍ୟତଃ ଏହି ଔଷଧ ହୋମିଓପ୍ୟାଥୀର ଗ୍ଲୁକୋଜ ପରି ଦେଖିବାକୁ। କରୋନା ଭୂତାଣୁ ମଣିଷ ଶରୀରରୁ ଗ୍ଲୁକୋଜ ଖାଇ ବଂଶ ବୃଦ୍ଧି କରିଥାଏ। ଏହି ପାଉଡର ଗ୍ଲୁକୋଜ ପରି ଦେଖିବାକୁ ହୋଇଥିବାରୁ କରୋନା ଭାଇରସ ଏହାକୁ ଖାଇଦିଏ। ହେଲେ ଏହା ଗ୍ଲୁକୋଜ ନ ହୋଇ ଔଷଧ ହୋଇଥିବାରୁ ସେହି ଭୂତାଣୁକୁ ମାରି ଦେଇଥାଏ।

ବର୍ତ୍ତମାନ କରୋନା ପରିସ୍ଥିତିରେ ଏହି ଔଷଧ ରାମବାଣ ସଦୃଶ୍ୟ ହେବ ବୋଲି ଜଣାପଡିଛି। ପୃଥିବୀରେ ଏ ପର୍ଯ୍ୟନ୍ତ କରୋନା ଔଷଧ ବିକଶିତ ହୋଇ ନ ଥିବା ବେଳେ ଭାରତ ଏ କ୍ଷେତ୍ରରେ ପାଦେ ଆଗେଇଛି। ମୁଖ୍ୟତଃ ପର୍ଯ୍ୟାପ୍ତ ପରିମାଣର ଔଷଧ ଉତ୍ପାଦନ ହେବା ଏବଂ ରୋଗୀଙ୍କ ଦେହରେ ଭଲ କାମ କରୁଥିବାରୁ ଭାରତରେ କରୋନା ସଂକ୍ରାମଣକୁ ଖୁବ ଶିଘ୍ର ରୋକା ଯାଇପାରିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଧର୍ମ

ଆଜି ମେ 18 ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

ମେଷ-ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ, କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ। ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍। ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ।

ବୃଷ- କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଆପଣଙ୍କୁ ଗମ୍ଭୀର ହେବାକୁ ପଡିବ । ଆପଣଙ୍କ ପାଇଁ ଭଲ ଭବିଷ୍ୟତ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ସାଥୀଙ୍କ ସହିତ ମତଭେଦ ଦୂର କରିବାକୁ ଏକ ପ୍ରୟାସ ହୋଇପାରେ, ଆପଣ ଏଥିରେ ସଫଳତା ପାଇପାରନ୍ତି । ଜୀବନ ସାଥୀଙ୍କ ଆତ୍ମାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ପିଲାମାନଙ୍କ ସହିତ ଜଡିତ କିଛି ଭଲ ଖବର ପାଇପାରିବେ ।

ମିଥୁନ- ପରିବାର ସଦସ୍ୟ ସାହାଯ୍ୟ କରିବେ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ । ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ । ବସ୍ ସହିତ ଆପଣଙ୍କର ସମ୍ପର୍କ ବିଷୟରେ ଟିକିଏ ସଚେତନ ହେବା ଉଚିତ୍ । ଯେଉଁମାନେ ଆପଣଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ସେମାନେ ମଧ୍ୟ ଆପଣଙ୍କୁ ଟିକେ ହଇରାଣ କରିପାରନ୍ତି । କିଛି ସମୟ ପରେ ମନ କଥା କହିବାର ସୁଯୋଗ ପାଇବେ ।

କର୍କଟ- ଭାଗ୍ୟ ଆପଣଙ୍କ ସହିତ ହୋଇପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ଆପଣଙ୍କର ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନସ୍କାମନା ପୂରଣ ହେବ। ଆପଣଙ୍କର ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ପାଇଁ ସୁଯୋଗ ଦିଆଯାଉଛି।

ସିଂହ- ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍। ଆପଣ କଠିନ ପରିଶ୍ରମ ସହିତ ସଫଳତା ପାଇବେ। ଆପଣଙ୍କର ଇଚ୍ଛା ମଧ୍ୟ ପୂରଣ ହେବ। ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ କରାଯାଉଛି। କୈଣସି ପ୍ରକାରର ସୁଯୋଗକୁ ଛାଡନ୍ତୁ ନାହିଁ । କାମ ଆପଣଙ୍କର ହାତରେ ରହିବ । ସେଥିରେ ଆପଣ ଆବଶ୍ୟକ ସହାୟତା ପାଇବେ। ଲୋକମାନଙ୍କ ଦ୍ବାରା ଆପଣଙ୍କର କାର୍ଯ୍ୟ ସମ୍ପନ୍ନ କରିବାରେ ଆପଣ ବହୁ ପରିମାଣରେ ସଫଳ ହେବେ, ଏହା ଭଲରେ ଚାଲିବ ।

କନ୍ୟା- ଦୈନିକ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ। ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣଙ୍କର ଅସୁବିଧା ମଧ୍ୟ ବଢିପାରେ। କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ। ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ।

ତୂଳା- ପରିବାର ତରଫରୁ ସାହାଯ୍ୟ ମିଳି ପାରିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ, ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍। ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ।

ବିଛା- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ଥାଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ। ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି।

ଧନୁ-ବ୍ୟବସାୟରେ ବ୍ୟସ୍ତ ରହିବେ। ସମ୍ମାନ ସାମାଜିକ କ୍ଷେତ୍ରରେ ମିଳିପାରିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି କାମ ଅସମ୍ପୂର୍ଣ୍ଣ ଥିଲା, ତାହା ସମାପ୍ତ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି। ସମୟ ଭଲ ଅଟେ। ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ। ଆଗକୁ ବଢିବା ପାଇଁ ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ ।

ମକର- ଆଜି ରୋଗ ପାଇଁ ବିଶ୍ରାମ ନେଇପାରନ୍ତି। ଅନେକ ଦିନ ଧରି ବନ୍ଦ ହୋଇ ଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ । ପାରିବାରିକ ସମ୍ପର୍କ ଆନ୍ତରିକ ହେବ। ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ ।

କୁମ୍ଭ– ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜି ପାଇଁ ଦିନଟି ସ୍ୱାଭାବିକ। ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍।

ମୀନ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। କାମରୁ ପଛକୁ ଯାଆନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ଆପଣଙ୍କର ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହୋଇପାରନ୍ତି।

Categories
ଆଜିର ଖବର ଧର୍ମ

ଆଜି ଏହି ରାଶିର ବ୍ୟକ୍ତିମାନେ ମଙ୍ଗଳବାରରେ ଶାରୀରକ କଷ୍ଟ ଭୋଗିବାର ସମ୍ଭାବନା

କୁମ୍ଭ– ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ ।

ମୀନ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। କାମରୁ ପଛକୁ ଯାଆନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ଦିନ ତମାମ ବ୍ୟବସାୟରେ ରହିବେ ବ୍ୟସ୍ତ

ତୂଳା- ପରିବାର ତରଫରୁ ସାହାଯ୍ୟ ମିଳି ପାରିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ, ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍।

ଧନୁ-ବ୍ୟବସାୟରେ ବ୍ୟସ୍ତ ରହିବେ। ସମ୍ମାନ ସାମାଜିକ କ୍ଷେତ୍ରରେ ମିଳିପାରିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି କାମ ଅସମ୍ପୂର୍ଣ୍ଣ ଥିଲା, ତାହା ସମାପ୍ତ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ କଠିନ ପରିଶ୍ରମ କଲେ ପାଇବେ ସଫଳତା

କର୍କଟ- ଭାଗ୍ୟ ଆପଣଙ୍କ ସହିତ ହୋଇପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ଆପଣଙ୍କର ସାମ୍ପ୍ରତିକ ଚାକିରିରେ କାମ କରିବ।

ସିଂହ- ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍। ଆପଣ କଠିନ ପରିଶ୍ରମ ସହିତ ସଫଳତା ପାଇବେ। ଆପଣଙ୍କର ଇଚ୍ଛା ମଧ୍ୟ ପୂରଣ ହେବ। ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ କରାଯାଉଛି। କୈଣସି ପ୍ରକାରର ସୁଯୋଗକୁ ଛାଡନ୍ତୁ ନାହିଁ । କାମ ଆପଣଙ୍କର ହାତରେ ରହିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ମଙ୍ଗଳବାରରେ ପାରିବାରିକ ସୁଖ ମିଳିବ

ମେଷ-ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ, କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ।

ମିଥୁନ- ପରିବାର ସଦସ୍ୟ ସାହାଯ୍ୟ କରିବେ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ । ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ । ବସ୍ ସହିତ ଆପଣଙ୍କର ସମ୍ପର୍କ ବିଷୟରେ ଟିକିଏ ସଚେତନ ହେବା ଉଚିତ୍ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ମଙ୍ଗଳବାରରେ ଟଙ୍କା ମାମଲାରେ ଯତ୍ନବାନ ହୁଅନ୍ତୁ

ବିଛା- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ଥାଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ।

ବୃଷ- କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଆପଣଙ୍କୁ ଗମ୍ଭୀର ହେବାକୁ ପଡିବ । ଆପଣଙ୍କ ପାଇଁ ଭଲ ଭବିଷ୍ୟତ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ସାଥୀଙ୍କ ସହିତ ମତଭେଦ ଦୂର କରିବାକୁ ଏକ ପ୍ରୟାସ ହୋଇପାରେ, ଆପଣ ଏଥିରେ ସଫଳତା ପାଇପାରନ୍ତି ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ବନ୍ଦଥିବା ପୁରୁଣା କାମ ପୁଣି ଖୋଲିବ

ମକର- ଆଜି ରୋଗ ପାଇଁ ବିଶ୍ରାମ ନେଇପାରନ୍ତି। ଅନେକ ଦିନ ଧରି ବନ୍ଦ ହୋଇ ଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ । ପାରିବାରିକ ସମ୍ପର୍କ ଆନ୍ତରିକ ହେବ।

କନ୍ୟା- ଦୈନିକ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ। ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ କାହା ସହିତ ବିବାଦ ହେବାର ସମ୍ଭାବନା ଅଛି ।

Categories
ଫଟୋ ଖବର

ପୁରୀ ଗୋବର୍ଦ୍ଧନପୀଠର ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ସମାରୋହ ନିରାମ୍ବର ଭାବେ ପାଳିତ

ପୁରୀ ଗୋବର୍ଦ୍ଧନପୀଠର ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ସମାରୋହ ନିରାମ୍ବର ଭାବେ ହେଲା ପାଳିତ

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୈନିକ ଗୋମୁତ୍ର ପିଇଲେ, କରୋନାରେ ଆକ୍ରାନ୍ତ ହେବେ ନାହିଁ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର

ଭୋପାଳ: ଗୋମୁତ୍ର କରୋନା ସଂକ୍ରମଣରୁ ରକ୍ଷା କରିପାରିବ। କରୋନାରେ ସଂକ୍ରମିତ ଫୁସଫୁସକୁ ଗୋମୁତ୍ର ଚିକିତ୍ସା ଦ୍ଵାରା ସୁସ୍ଥ କରାଯାଇପାରିବ। ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏଭଳି ଏକ ମନ୍ତବ୍ୟ ରଖିଛନ୍ତି।

ପ୍ରଜ୍ଞା କହିଛନ୍ତି ଯେ, ସେ ଦୈନିକ ଗୋମୁତ୍ର ପିଉଛନ୍ତି। ଯାହାଫଳରେ ସେ କରୋନା ଭୂତାଣୁ ଠାରୁ ରକ୍ଷା ପାଇଛନ୍ତି। ସେଥିପାଇଁ ଦୈନିକ ଗୋମୁତ୍ର ପିଇବାକୁ ସେ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ତେବେ ପୂର୍ବରୁ ଗୋମୁତ୍ରକୁ ପିଇବା ଦ୍ଵାରା ଅନେକ ବଡ ବଡ ରୋଗ ଭଲ ହୋଇଥାଏ ବୋଲି ସେ ଦାବି କରିଛନ୍ତି। ଗୋମୁତ୍ର ଦ୍ଵାରା କ୍ୟାନ୍ସର ଭଳି ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ପ୍ରଜ୍ଞା କହିଛନ୍ତି। ସେ ଗୋମୁତ୍ର ପିଇ କ୍ୟାନ୍ସରକୁ ହରାଇଛନ୍ତି ବୋଲି ନିଜେ ଯୁକ୍ତି ବାଢିଛନ୍ତି। କିନ୍ତୁ ଗୋମୁତ୍ର ଦ୍ଵାରା କରୋନା ଆକ୍ରାନ୍ତ ସୁସ୍ଥ ହେବାକୁ ନେଇ ଏଯାଏଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ କୌଣସି ପ୍ରମାଣ ମିଳି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୮୬୪: ସୁସ୍ଥ ହେଲେ ୯୩୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୩୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୪୯୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୯୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୦ ହଜାର ୧୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୨୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୯୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ବିଶେଷ ଖବର

କୋଭିଡରେ ମୃତକଙ୍କ ବିଧବା ଓ ବାପା ମା’ଙ୍କୁ ହରାଇଥିବା ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ। ଆମ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶର ଅନ୍ୟ ଭାଗର ଘଟଣା ଉପରେ ଓଡ଼ିଶା ତୀକ୍ଷଣ ନଜର ରଖିବା ସହ ସେମାନଙ୍କ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି।

ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ଆଇସିୟୁ-ଏଚଡିୟୁ ଶଯ୍ୟାରେ ବୃଦ୍ଧି କରାଯାଇଛି। ପ୍ରତି ଜିଲ୍ଲାରେ ଅକ୍‌ସିଜେନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି। ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ତ୍ରୁଟିଶୂନ୍ୟ ଅକ୍‌ସିଜେନ ଯୋଗାଣ ପାଇଁ ଅଧିକ ଅକ୍‌ସିଜେନ ସିଲିଣ୍ଡର, ରିଫିଲିଂ ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି। ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍‌ସେଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍‌ସିଜେନ ସିଲିଣ୍ଡର ମଧ୍ୟ ଆମଦାନୀ କରାଯାଉଛି। ଜରୁରୀ ଔଷଧ ଓ ଅକ୍‌ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ଆମେ ସ୍ବତନ୍ତ୍ର ଦୃଷ୍ଟି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ୟ ରାଜ୍ୟ କୁ ଅକ୍ସିଜେନ ଯୋଗାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ
ନିଜ ରାଜ୍ୟର ଚାହିଦା ପୂରଣ ସହିତ ଆଜି ଓଡିଶା ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍‌ସିଜେନ ଯୋଗାଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି। ଏହା ଓଡିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା।

ରାଜ୍ୟରେ ଅକ୍‌ସେଜେନ ପରିଚାଳନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଏକ ଟାକ୍‌ସଫୋର୍ସ ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଏହି ଲଢେଇରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁ ଦାୟିତ୍ବ ଥିବାରୁ ଏ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି ଏବଂ ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକାଲ ଷ୍ଟାଫଙ୍କୁ ଇତି ମଧ୍ୟରେ ନିଯୁକ୍ତି ଦିଆଯାଇଛି। ଏହାସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାରେ ଲୋକଙ୍କୁ ମାଗଣା ପରୀକ୍ଷା ଓ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଆଉଛି। ଘରୋଇ ଡାକ୍ତରଖାନା ମାନଙ୍କୁ ସାଥିରେ ନେଇ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହାଦ୍ବାରା ରୋଗୀ ଶୀଘ୍ର ଚିକିତ୍ସା ସେବା ପାଉଛନ୍ତି ଓ ସାରା ଦେଶରେ ଓଡିଶାର ମୃତ୍ୟୁ ହାର ସେଥିପାଇଁ କମ୍‌ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଲୋକଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହୁଏତ ଆଗକୁ କୋଭିଡର ଅନେକ ଲହର ଆସିପାରେ। ତେଣୁ ଆମକୁ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ହେବ। କରୋନା ବିରୁଦ୍ଧରେ ସଫଳ ଲଢେଇ ପାଇଁ ଟିକାକରଣ ଆମର ମୁଖ୍ୟ ରଣକୌଶଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମର ଲୋକମାନେ ଯେପରି ଶୀଘ୍ର ଟିକା ପାଇପାରିବେ, ସେଥିପାଇଁ ଆମେ ବିଶ୍ବ ବଜାରରୁ ଟିକା କିଣିବା ପ୍ରକ୍ରିୟା ଆରମ୍ଭ କରିଛୁ। ଵୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ ଏବଂ କରୋନା ବିରୁଦ୍ଧରେ ଏହି ଲଢେଇରେ ଆମକୁ ମାର୍ଗ ଦେଖାଇବା ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

କୋଭିଡ ପରିଚାଳନାରେ ଗୋଷ୍ଠୀକୁ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆରମ୍ଭରୁ ହିଁ ଗ୍ରାମ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ଅଛନ୍ତି। ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଏନଏମ, ଆଶା, ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ କୋଭିଡ ପରିଚାଳନା କାମ ଜାରି ରହିଛି ବୋଲି ସେ କହିଥିଲେ।

ଆସନ୍ତା ମଇ ୨୪ ତାରିଖରୁ ୩ ମାସ ପାଇଁଁ ସାରା ରାଜ୍ୟରେ ଆଶା ଓ ଏଏନଏମ ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ। ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ପ୍ରତି ଗାରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇ ଥିଲେ୍

ସେହିପରି ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍‌ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନ କାର୍ଯ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଗାଁରେ ଟିଏମସି ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ। ଗତବର୍ଷ ତୁଳନାରେ ଏ ବର୍ଷ ଅନ୍ୟ ରାଜ୍ୟକୁ ଫେରୁଥିବା ଲୋକଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ସରକାର ଜୋନାଲ ଟିଏମସି ଆରମ୍ଭ କରି ସାରିଛନ୍ତି।

କୋଭିଡ ଯୋଗୁ ଅନେକ ପରିବାରର ଆତ୍ମୀୟସ୍ବଜନଙ୍କ ଅସମୟରେ ବିୟୋଗ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ଏହି ଦୁଃଖ ସମୟରେ ସରକାର ସେମାନଙ୍କ ସହିତ ରହିଛନ୍ତି ବୋଲି ସାହସ ଦେଇ ଥିଲେ।

କୋଭିଡ ମୃତକଙ୍କ ପରିବାରର ବିଧବା ଓ ବାପା ମା ଙ୍କୁ ହରାଇ ଥିବା ପିଲା ମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ବର୍ତ୍ତମାନ କୋଭିଡର ଦ୍ବିତୀୟ ଲହର ମଧ୍ୟରେ ଅଛୁ । ଆଗକୁ ଆମକୁ କେତେ ଲହର ଓ କେତେ ଭାରିଏଣ୍ଟର ମୁକାବିଲା କରିବାକୁ ହେବ, ତାହା କେହି ଜାଣିନାହିଁ।

ଦ୍ବିତୀୟ ଲହରର ପ୍ରଭାବ ହ୍ରାସ କରିବା ପାଇଁ ଆମେ ଲକ୍‌ଡାଉନ କରିଛୁ। କିନ୍ତୁ କେବଳ ଲକ୍‌ଡାଉନ ଏହାର ସମାଧାନ ନୁହେଁ। କାରଣ ଏହାଦ୍ବାରା ଅନେକ ଲୋକଙ୍କ ଜୀବିକା ଗଭୀର ଭାବରେ ପ୍ରଭାବିତ ହେଉଛି। ଏହା ଏକ ଲମ୍ବା ଲଢେଇ। ତେଣୁ ଲୋକଙ୍କୁ ସଚେତନତା ଜରିଆରେ ପ୍ରସ୍ତୁତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଅନାବଶ୍ୟକ ଭାବରେ ବାହାରେ ନ ବୁଲିବା ଏବଂ ଗହଳିକୁ ନ ଯିବା ଆଦି ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ।

ଭୂତାଣୁକୁ ରୋକିବାରେ ଏହା ଆମର ମୁଖ୍ୟ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ତେଣୁ ଏହି ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ଯ୍ୟ ବିଶେଷତଃ, ମିଶନ ଶକ୍ତି ଗ୍ରୃପ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଅତୀତରେ ଓଡିଶା ଅନେକ ଆହ୍ବାନକୁ ଦୃଢତାର ସହ ମୁକାବିଲା କରିଛି ଏବଂ ସମସ୍ତଙ୍କ ସହଯୋଗରେ କୋଭିଡ ଲଢେଇରେ ମଧ୍ୟ ଓଡିଶା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

ଯେହେତୁ ବିଧାୟକ ମାନେ ଅନେକ ଲୋକଙ୍କ ସହ ପ୍ରତିଦିନ ମିଶୁଛନ୍ତି, ତେଣୁ ନିଜର ଓ ନିଜ ପରିବାରର ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ।

” ପ୍ରତ୍ୟେକ ଜୀବନ ମୂଲ୍ୟବାନ”। ଏହି ନୀତିରେ ହିଁ ଆମେ କାମ କରିଚାଲିଛୁ ଏବଂ ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାର ତାଙ୍କର ସମସ୍ତ ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଏହି ଅବସରରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକ ମାନଙ୍କୁ କୋଭିଡ଼ ସକ୍ରମଣ ରୋକିବା ଦିଗରେ କାମ କରିବା ପାଇଁ ବିଧାୟକ ମାନଙ୍କୁ ଶପଥ ପାଠ କରାଇଥିଲେ।

ବୈଠକରେ ଵିଧାୟକ ମାନେ ସେମାନଙ୍କ ସୁଚିନ୍ତିତ ମତାମତ ଦେଇ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୮୨୧ ଆକ୍ରାନ୍ତ: ସୁନ୍ଦରଗଡରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୧୯୨୧, ଖୋର୍ଦ୍ଧାରୁ ୧୫୯୬, କଟକରୁ ୧୦୫୨, କଳାହାଣ୍ଡିରୁ ୫୭୫, ଅନୁଗୁଳରୁ ୫୬୨, ସମ୍ବଲପୁରରୁ ୫୩୩, ବରଗଡରୁ ୪୫୭, ଝାରସୁଗୁଡାରୁ ୪୪୨, ପୁରୀରୁ ୪୩୩, ବଲାଙ୍ଗୀରିରୁ ୩୧୮, ନବରଙ୍ଗପୁରରୁ ୩୧୬, କେନ୍ଦୁଝରରୁ ୩୧୫, ବୌଦ୍ଧରୁ ୨୭୮, ଯାଜପୁରରୁ ୨୩୭, ଗଞ୍ଜାମରୁ ୨୩୩, ନୂଆପଡାରୁ ୨୨୯, କେନ୍ଦ୍ରାପଡାରୁ ୨୦୩, ଦେବଗଡରୁ ୧୯୯, ମୟୂରଭଞ୍ଜରୁ ୧୭୯, ନୟାଗଡରୁ ୧୭୪, ଜଗତସିଂହପୁରରୁ ୧୪୨, ରାୟଗଡାରୁ ୧୩୭, ସୋନପୁରରୁ ୧୩୪, ଢେଙ୍କାନାଳରୁ ୧୨୯, ଗଜପତିରୁ ୧୨୦, କୋରାପୁଟରୁ ୧୨୦, କନ୍ଧମାଳରୁ ୮୫, ଭଦ୍ରକରୁ ୮୩, ମାଲକାନାଗିରିରୁ ୫୮ ଏବଂ ଷ୍ଟେଟ ପୁଲରୁ ୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫ ଲକ୍ଷ ୨୬ ହଜାର ୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୪ ହଜାର ୨୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୩୫ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ

ଆଇଆଇସି ସ୍ତରରେ ଅଦଳ ବଦଳ: ଖୋର୍ଦ୍ଧା ଟାଉନ୍ ଥାନାକୁ ଯିବେ ବାଣପୁର ଥାନା ଅଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅରାକ୍ଷୀ ଅଧିକ୍ଷକଙ୍କ ଅନୁମୋଦନ କ୍ରମେ ଜିଲ୍ଲାର ବହୁ ଥାନାର ଆଇଆଇସିମାନଙ୍କୁ ଅଦଳ ବଦଳ କରାଯିବା ସହ କେତେ ଗୋଟି ଥାନାରେ ନୂଆ ଆଇଆଇସି ନିଯୁକ୍ତି ଦିଆଯାଇଛି।

ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ସବୁଠାରୁ ବୃହତ ଏବଂ ବ୍ୟସ୍ତବହୁଳ ଥାନା ରୂପେ ପରିଗଣିତ ବାଣପୁର ଥାନାର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ବଦଳି ହୋଇଛି। ତାଙ୍କର ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ରୂପେ ବଦଳି ହୋଇଛି। ତାଙ୍କ ଜାଗାରେ ବାଣପୁର ଥାନା ଭାର ସମ୍ଭାଳିବେ ବେଗୁନିଆ ଥାନା ଆଇଆଇସି ରଶ୍ମିରଂଜନ ସାହୁ।

ତେବେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ହେଲା ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ନିଷ୍ଠାର ସହ ବାଣପୁର ଥାନାରେ ନିଜ କାର୍ଯ୍ୟନିର୍ବାହ କରିଥିବାବେଳେ ବାଣପୁରବାସିଙ୍କ ପ୍ରିୟଭାଜନ ମଧ୍ୟ ହୋଇପାରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାଣପୁର ଥାନାର ବହୁ ଜଟିଳ ମାମଲାଗୁଡିକର ସମାଧାନ କରିପାରିଛନ୍ତି ଶ୍ରୀ ପଟ୍ଟନାୟକ। ଜଣେ ଶାନ୍ତ, ମିଷ୍ଟଭାସି ଏବଂ ନିଆରା ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ଶ୍ରୀ ପଟ୍ଟନାୟକ। ପୂର୍ବରୁ ଏକାଧିକ ଆଇଆଇସି ବାଣପୁର ଥାନାକୁ ଆସିଥିବାବେଳେ ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟକାଳ ମଧ୍ୟରେ ପୋଲିସ ଏବଂ ଜନସାଧାରଣଙ୍କ ସମ୍ପର୍କ ବେଶ ନିବିଡ଼ ହୋଇପାରିଛି।

ଅନୁରୂପଭାବେ ନିକଟରେ ବାଣପୁର ଥାନାର ପୂର୍ବତନ ଏସଆଇ ବିଜୟ ମଲ୍ଲିକଙ୍କ ପଦୋନ୍ନତି ହୋଇଥିବାବେଳେ ସେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଆଇଆଇସି ରୂପେ ଦାୟିତ୍ୱ ନିର୍ବାହ କରିବେ।

ସୂଚନା ଥାଉକି ଟାଙ୍ଗୀ ଥାନା ଆଇଆଇସି ସରୋଜ ଉପାଧ୍ୟାୟଙ୍କ ଯାଜପୁର ଏସଡ଼ିପିଓ ଭାବେ ଦୀର୍ଘଦିନ ହେଲା ପଦୋନ୍ନତି ହୋଇସାରିଛି।