Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଟିଂ ରାକେଟ୍ ର ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ: ୫୦ ଲକ୍ଷ ଜବତ, ୭ ଗିରଫ

ଭୁବନେଶ୍ବର: ଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଛି। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ବେଟିଂ ରାକେଟ ସକ୍ରିୟ ରହୁଥିବା ବେଳେ ଚଳିତ ଆଇପିଏଲରେ ମଧ୍ୟ ଏହା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ଵରରେ ଏକ ବଡ ଧରଣର ବେଟିଂ ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ।

ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଓୟୋ ରୁମରେ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ବେଟିଂ ଚାଲିଥିବା ପୋଲିସ ଦେଖିବାକୁ ପାଇଥିଲା। ତେବେ ଏନେଇ ୭ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହ  ଗୋଟିଏ କାରକୁ ମଧ୍ୟ ପୋଲିସ ଜବତ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ଆସିଲେ ମେ’ ୧ ପରେ ଆରମ୍ଭ ହେବ ଟୀକାକରଣ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ଵର: ମେ’ ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛି। ରାଜ୍ୟକୁ ଟୀକା ଆସିଲେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଆଜି ରାଜ୍ୟକୁ ଆଉ ୯୦ ହଜାର କୋଭିସିଲ୍ଡ  ଟୀକା ଡୋଜ ଆସୁଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୫୭ ଲକ୍ଷ ୪ ହଜାର ୯୧୬ ଜଣଙ୍କୁ ଟୀକା ଦିଆଯାଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

Categories
ଆଜିର ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୦ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୦୧୭ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୧୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ପୁରୀ ଏବଂ ରାୟଗଡା ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ପୁରୀ ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଜଣେ ୮୦ ବର୍ଷୀୟ ବୟସ୍କ ପୁରୁଷ, ଜଣେ ୫୫ ବର୍ଷିୟା ମହିଳା ଏବଂ ଆଉ ଜଣେ ୫୫ ବର୍ଷୀୟ ପୁରୁଷ ଅଛନ୍ତି। ସେହିଭଳି ରାୟଗଡା ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଜଣେ ୫୫ ବର୍ଷୀୟ ପୁରୁଷ, ଜଣେ ୪୭ ବର୍ଷୀୟ ପୁରୁଷ ଏବଂ ଜଣେ ୫୭ ବର୍ଷୀୟ ପୁରୁଷଙ୍କ ଏହି ରୋଗରେ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାର ଜଣେ ୪୨ ବର୍ଷୀୟ ପୁରୁଷ, ଗଞ୍ଜାମ ଜିଲ୍ଲାର ଜଣେ ୬୬ ବର୍ଷୀୟ, ଖୋର୍ଦ୍ଧା ଜିଲ୍ଲାର ଜଣେ ୩୫ ବର୍ଷୀୟ ପୁରୁଷ ଏବଂ ସୁନ୍ଦରଗଡ ଜିଲ୍ଲାର ଜଣେ ୬୭ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭୧ ହଜାର ୨୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୫ ହଜାର ୨୪୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୧୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନା ରୋଗୀଙ୍କ ଘରେ ରାସନ ପହଂଚାଉଛନ୍ତି ସମାଜସେବୀ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସଂପ୍ରତି କରୋନାର ଭୟାଭୟତା ସମଗ୍ର କଳାହାଣ୍ଡି ଜିଲ୍ଲାକୁ କବଳିତ କରିବାରେ ଲାଗିଛି। ସେଥିରୁ ଗୋଲାମୁଣ୍ଡା ବ୍ଲକ ବାଦ ପଡିନାହିଁ। ସାଂପ୍ରତିକ ସ୍ଥିତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଗୋଲାମୁଣ୍ଡା ବ୍ଲକରେ ବଢିବାରେ ଲାଗିଛି। ସଂକ୍ରମିତଙ୍କ ମଧ୍ୟରୁ ଅନେକେ ହୋମ ଆଇସୋଲେସନରେ ରହୁଥିବା ବେଳେ ସେମାନଙ୍କ ଦୈନନ୍ଦିନ ଖାଇବା ସାମଗ୍ରୀ ମିଳିବାରେ ଅସୁବିଧା ହେଉଛି। ଏହି ଅସମୟରେ ଲୋକଙ୍କ ଦେବଦୂତ ସାଜିଛନ୍ତି ସମାଜସେବୀ ଇଂ. ଦୀନେଶ କୁମାର ରାଉତ।

ବୃନ୍ଦାବାହାଲ ବାସିନ୍ଦା ଦୀନେଶ ରାଉତ ସମାଜ ସେବା କରିବାରେ ସର୍ବଦା ତତ୍ପର ଥିବା ବେଳେ ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକର ସମିତି ସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସର୍ବଦା ଲୋକଙ୍କ ସେବା କରିବାରେ ତତ୍ପର ଥିବା ଏହି ଯୁବ ସମାଜସେବୀ ଇଂ.ଦୀନେଶ ରାଉତ ଗୋଲାମୁଣ୍ଡା ବ୍ଲକର ଅଧିକାଂଶ ଗ୍ରାମରେ ଥିବା କରୋନା ସଂକ୍ରମିତ ପରିବାରକୁ ଆବଶ୍ୟକୀୟ ମେଡିସିନ, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ନିଜ ଖର୍ଚ୍ଚରୁ ଯୋଗାଉଥିବା ଜଣାପଡିଛି। ଇଂ. ଦୀନେଶ ରାଉତଙ୍କ ଏଭଳି ନିସ୍ୱାର୍ଥପର ସେବା ମନୋବୃତି ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ସଂଘର ବଡ ନିଷ୍ପତ୍ତି: ଏଣିକି ଦିନ ୨ ଟାରୁ ସକାଳ ୫ ଟା ଯାଏଁ ଦୋକାନ ରହିବ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ସଂଘର ବଡ ନିଷ୍ପତ୍ତି। ଗଞ୍ଜାମ ଜିଲ୍ଲାର ସବୁ ସହରାଞ୍ଚଳରେ ଦିନ ୨ ଟାରୁ ସକାଳ ୫ ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଆଜିଠୁ ୧୦ ଦିନ ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ଘୋଷଣା କରିଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଗଞ୍ଜାମ ଜିଲ୍ଲାରେ ପୁଣିଥରେ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାରୁ ଜୀବିକା ଠାରୁ ଜୀବନକୁ ଏହି ସଂଘ ଅଧିକ ଗୁରୁତ୍ଵ ଦେଇଛି। ବ୍ୟବସାୟିକ ସଂଘର ଏଭଳି ପଦକ୍ଷେପକୁ ଗଞ୍ଜାମ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି। ତେବେ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୨ ହଜାର ୯୦୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୨ ହଜାର ୯୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୮୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭୯ ଲକ୍ଷ ୮୮ ହଜାର ୬୩୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧ ହଜାର ୧୬୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୫୬ ହଜାର ୨୦୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୯ ଲକ୍ଷ ୭୨ ହଜାର ୧୦୬ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା: ଜାଣନ୍ତୁ କୋୱିନ୍ ପୋର୍ଟାଲରେ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ବର: ମେ’ ୧ ତାରିଖରୁ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛି। ସେଥିପାଇଁ ଅଜିଠୁ କୋୱିନ୍ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ପଞ୍ଜୀକରଣ ବିନା କୌଣସି ବ୍ୟକ୍ତିଙ୍କୁ ଟୀକା ଦିଆଯିବ ନାହିଁ।

ତେବେ ଟୀକା ନେବାକୁ ହେଲେ କେମିତି କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ? ଜାଣନ୍ତୁ…

୧- cowin.gov.in ୱେବସାଇଟକୁ ଯାଇ ରେଜିଷ୍ଟର ବଟନ ଉପରେ ପ୍ରଥମେ କ୍ଲିକ କରିବେ

୨- ତାପରେ ଆପଣଙ୍କୁ ମୋବାଇଲ ନମ୍ବର ଦେବାକୁ ପଡିବ

୩- ଆପଣ ଦେଇଥିବା ନମ୍ବରକୁ ଗୋଟିଏ ଓଟିପି ଆସିବ ଏବଂ ପୋର୍ଟାଲରେ ଓଟିପି ଲେଖି ଭେରୀଫାଏ ବଟନକୁ କ୍ଲିକ କରିବେ

୪- ତାପରେ ଆପଣଙ୍କୁ ଏକ ଟୀକା ପଞ୍ଜୀକରଣ ଫର୍ମ ଆସିବ

୫- ଫର୍ମରେ ଦିଆଯାଇଥିବା ସମସ୍ତ ବିବରଣୀକୁ ପୂରଣ କରିବେ ଏବଂ ଫଟୋ ପରିଚୟ ପତ୍ର ଦେବେ

୬- ରୋଗରେ ଆକ୍ରାନ୍ତ ଥିଲେ ସେଥିରେ ଦର୍ଶାଇବାକୁ ପଡିବ

୭- ତଳେ ଥିବା ରେଜିଷ୍ଟର ବଟନକୁ କ୍ଲିକ କରି ନିଜର ନାମକୁ ପଞ୍ଜୀକରଣ କରିବେ

୮- ଏହାପରେ ଇଚ୍ଛାଅନୁଯାୟୀ ଟୀକା ନେବାର ତାରିଖ ଏବଂ ସ୍ଥାନକୁ ବାଛି ଲେଖିବେ

୯- ସେଥିରେ ଘରର ଅନ୍ୟ ସଦସ୍ୟଙ୍କ ନାମ ସାମିଲ କରିବାକୁ ଆବଶ୍ୟକ ଥିଲେ “ଆଡ ମୋର” ବଟନରେ କ୍ଲିକ କରି ପଞ୍ଜୀକରଣ କରନ୍ତୁ।

ଉଲ୍ଲେଖ ଯୋଗ୍ୟ ଯେ, ଅପରାହ୍ନ ୪ ଟା ପରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ରହିଛି। ତେବେ କୋୱିନ୍ ପୋର୍ଟାଲ ବ୍ୟତୀତ ଆରୋଗ୍ୟ ସେତୁ ଏବଂ ଉମଙ୍ଗ ଆପ୍ ରେ ମଧ୍ୟ ପଞ୍ଜୀକରଣ କରିବାର ବ୍ୟବସ୍ଥା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ଭୂମିକମ୍ପର ବଡ ଝଟକା: ରିକ୍ଟର ସେଲରେ ୬.୪ ତୀବ୍ରତା ଅନୁଭୂତ

ନୂଆଦିଲ୍ଲୀ: ଆସାମର କେତୋଟି ଅଞ୍ଚଳରେ ଭୂମିକମ୍ପର ବଡ ଝଟକା ଦେଖିବାକୁ ମିଳିଛି। ସକାଳ ପାଖାପାଖି ୮ ଟା ସମୟରେ ଏହି ଝଟକା ଅନୁଭୂତ ହୋଇଥିଲା। ସେହି ସମୟରେ ଲୋକେ ଭୟଭୀତ ହୋଇ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ପଳାଇଯାଇଥିଲେ। ରିକ୍ଟର ସେଲରେ ୬.୪ ତୀବ୍ରତାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତୀୟ ସମୟାନୁସାର ସକାଳ ୭.୧୫ ମିନିଟରେ ସତହଠାରୁ ୧୭ କିଲୋମିଟର ଗଭୀରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନ ଜୀବନ କ୍ଷୟକ୍ଷତି ହେବାର ସୂଚନା ହସ୍ତଗତ ହୋଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୮ ହଜାର ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୭୮୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୦୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭୧ ହଜାର ୨୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୫ ହଜାର ୨୪୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୦୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୯୩୩ ଜଣ, କଟକ ଜିଲ୍ଲାରୁ ୪୯୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୪୩୩ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୮୮ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩୫୮ ଜଣ, ଅନୁଗୁଳ ଜିଲ୍ଲାରୁ ୩୪୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୦୨ ଜଣ, ବରଗଡ ଜିଲ୍ଲାରୁ ୨୫୭ ଜଣ, ଭଦ୍ରକ ଜିଲ୍ଲାରୁ ୬୭ ଜଣ, ବୌଦ୍ଧ ଜିଲ୍ଲାରୁ ୮୩ ଜଣ, ଦେବଗଡ ଜିଲ୍ଲାରୁ ୬୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୧ ଜଣ, ଗଜପତି ଜିଲ୍ଲାରୁ ୯୬ ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୯ ଜଣ, ଯାଜପୁର ଜିଲ୍ଲାରୁ ୨୭୦ ଜଣ, କଳାହାଣ୍ଡିରୁ ୧୨୬ ଜଣ, କନ୍ଧମାଳ ଜିଲ୍ଲାରୁ ୫୩ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪୯ ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୫ ଜଣ, କୋରାପୁଟ ଜିଲ୍ଲାରୁ ୬୯ ଜଣ, ମାଲକାନାଗିରି ଜିଲ୍ଲାରୁ ୨୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୮୯ ଜଣ, ନୟାଗଡ ଜିଲ୍ଲାରୁ ୧୨୨ ଜଣ, ନୂଆପଡା ଜିଲ୍ଲାରୁ ୨୩୩ ଜଣ, ପୁରୀ ଜିଲ୍ଲାରୁ ୨୫୯ ଜଣ, ରାୟଗଡା ଜିଲ୍ଲାରୁ ୭୫ ଜଣ, ସମ୍ବଲପୁର ଜିଲ୍ଲାରୁ ୩୦୭ ଜଣ, ସୋନପୁର ଜିଲ୍ଲାରୁ ୬୭ ଜଣ ଏବଂ ଷ୍ଟେଟ ପୁଲରୁ ୩୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର

ଚାଣକ୍ୟ ନୀତି: ସାବଧାନ, ଏହି ଲୋକଙ୍କୁ ସାହାର୍ଯ୍ୟ କଲେ ଆପଣଙ୍କର ହେବ ସର୍ବନାଶ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଯାହା ବର୍ଣ୍ଣନା କରିଛନ୍ତି ତାହା ସାଧାରଣ ଲୋକଙ୍କ ପାଇଁ ବେଶ ଉପାଦେୟ ହୋଇପାରିଛି। ଦୈନ୍ୟନ୍ଦିନ ଜୀବନରେ ଚାଣକ୍ୟଙ୍କ ନୀତି ବେଶ କାର୍ଯ୍ୟକାରୀ ହୋଇପାରୁଛି। ସେଥିପାଇଁ ପ୍ରାଚୀନ କାଳରୁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିବାଣୀ ଆଦୃତ ହୋଇପାରିଛି।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି ଯେ, ଜୀବନରେ ସମସ୍ତଙ୍କୁ ସାହାର୍ଯ୍ୟ କରିବା ଉଚିତ। ହେଲେ ଏପରି ଲୋକ ଅଛନ୍ତି ଯେଉଁମାନଙ୍କୁ ସାହାର୍ଯ୍ୟ କରିବାକୁ ବାରଣ କରାଯାଇଛି। ସେମାନେ ହେଲେ ନୀତିହୀନା, ଚରିତ୍ରହୀନା, ଦୁଷ୍ଟ ବା ଖଳ ପ୍ରକୃତିର ଲୋକ। କାରଣ ସେମାନଙ୍କୁ ସାହାର୍ଯ୍ୟ କଲେ ସେମାନେ ଆପଣଙ୍କୁ ହିଁ ଅସୁବିଧାରେ ପକାନ୍ତି। ସେମାନଙ୍କ ଦ୍ବାରା ଆପଣଙ୍କର ସମ୍ମାନ ହାନୀ ମଧ୍ୟ ହୋଇଥାଏ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ମନୋରଂଜନ ସିନେମା

ଓଡିଆ ଚଳଚିତ୍ର ସୀତା ବିବାହକୁ ଆଜି ପୁରିଲା 85 ବର୍ଷ, ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଜାଣଛନ୍ତି ?

ଦିଲ୍ଲୀପ ହାଲି

ପ୍ରଥମ ଓଡିଆ ଚଳଚିତ୍ର ସୀତା ବିବାହ ୧୯୩୬ ମସିହା ଆଜିର ଦିନରେ ପୁରୀର ଳକ୍ଷ୍ମୀ ଟକିଜଠାରେ ମୁକ୍ତିଲାଭ କରିଥିଲା। 12 ରିଲ ବିଶିଷ୍ଠ ଏହି ସୀତା ବିବାହରେ ମୋଟ ୨୯ ହଜାର ୭୮୧ ଟଙ୍କା ଦଶଅଣା ଖର୍ଚ୍ଚ ହୋଇଥିଲା । ରାମ ଭୂମିକାରେ ଅଭିନୟ ପାଇଁ ମାଖନଲାଲ ବାନାର୍ଜୀ ୧୨୦ ଟଙ୍କା, ସୀତା ଭୂମିକାରେ ଅଭିନୟ ପାଇଁ ପ୍ରଭାବତୀ ଦେବୀ ୧୫୦ ଟଙ୍କା ନେଇଥିଲେ ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ ପାଇଁ ଅଦ୍ୱୈତ ମହାନ୍ତି ୩୫ ଟଙ୍କା , କେବଳ ଯିବା ଆସିବା ଖର୍ଚ୍ଚ ବାବଦରେ ପାରିଶ୍ରମିକ ନେଇଥିଲେ।

ବେଙ୍ଗଲ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେଟ ପକ୍ଷରୁ କଲିକତା ଲାଲ ବଜାର ପୋଲିସ କମିଶନର ଏହାକୁ ସେନ୍‌ସର ସାର୍ଟିଫିକେଟ ପ୍ରଦାନ କରିଥିଲେ । ସେତେବେଳେ ଗୋଟିଏ ଶୋ ସମୟସୀମା ଥିଲା ୩ ଘଣ୍ଟା । ତେଣୁ ‘ସୀତା ବିବାହ’ ପ୍ରଦର୍ଶନ ସହ ଘଣ୍ଟାଏ ଲମ୍ବା ବଙ୍ଗଳା ସାମାଜିକ ଚିତ୍ର ‘ମଣିକାଞ୍ଚନ’ ମଧ୍ୟ ଦର୍ଶକମାନଙ୍କୁ ଦେଖାଯାଉଥିଲା । କଲିକତାରେ କାଳୀ ଫିଲ୍ମସ ପକ୍ଷରୁ ନୂଆ ପ୍ରିଣ୍ଟ୍ ‘ସୀତା ବିବାହ’ର ଭ୍ରାମ୍ୟମାଣ ସିନେମା ପ୍ରଦର୍ଶନ ସରିଲା ପରେ ଟେଣ୍ଟ ମଧ୍ୟରେ ପ୍ରିଣ୍ଟ୍‌ଟି ଥିଲା । ଆକସ୍ମିକ ଅଗ୍ନିକାଣ୍ଡ ଯୋଗ ତାହା ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଗଲା ।

ସର୍ବ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର କୌଣସି ସନ୍ତକ ଏବେ ସୁରକ୍ଷିତ ନାହିଁ, କାହାନ୍ତି ବି ଅଭିନୟ କରିଥିବା କଳାକାର, କିନ୍ତୁ ଏ ସ୍ମୃତି ଭୁଲିବାର ନୁହେଁ । କାରଣ ଏହି ସିନେମା ହିଁ ଏକ ଆଞ୍ଚଳିକ ସିନେମା ଦୁନିଆର ମାର୍ଗଦର୍ଶକ ଥିଲା ।

ଅଗ୍ରଣୀ ସିନେ ସଂଗଠକ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନକୁ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ନାତି ଶ୍ରୀଯୁକ୍ତ ବଟରାଜ ଦେବ ଗୋସ୍ୱାମୀ ‘ସୀତା ବିବାହ’ର ସମ୍ପୂର୍ଣ୍ଣ ଚିତ୍ରନାଟ୍ୟ ଓ ଗୀତକୁ ସଂରକ୍ଷିତ ରଖିବା ପାଇଁ ଚୁକ୍ତି କରିଥିଲେ । ଗତବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିତ୍ରନାଟ୍ୟ ପୁସ୍ତକକୁ ଆନୁଷ୍ଠାନିକ ଭାବରେ ୨୦୧୭, ଏପ୍ରିଲ ୨୮ ତାରିଖରେ ଉଦ୍‌ଘାଟନ କରିଥିଲେ ।

ସମ୍ପାଦକ, ଓଡ଼ିଶା ସିନେକ୍ରିଟିକ ଆସୋସିଏସନ
ବଡ଼ଗଡ଼, ଭୁବନେଶ୍ୱର
ମୋ : ୯୮୬୧୦୦୯୨୫୨

Categories
ଧର୍ମ ବିଶେଷ ଖବର

ଆଜି ଏପ୍ରିଲ 28 ତାରିଖ ବୁଧବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ଖୁସି ହେବେ

ମେଷ ରାଶି-  ଆପଣ ଆଜି ଘରୋଇ ଜୀବନରେ ସୁଖ ଅନୁଭବ କରିବେ। ପରିବାର ଏବଂ ନିକଟସ୍ଥ ପ୍ରିୟଜନମାନେ ଏକ ଖୁସି ପରିବେଶରେ ଭୋଜନ ଉପଭୋଗ କରିବେ। ବିଦେଶରେ ଅବସ୍ଥିତ ସମ୍ପର୍କୀୟଙ୍କ ଖବରରେ ଆପଣଙ୍କ ହୃଦୟ ଆନନ୍ଦିତ ହେବ। ଆଜି ମା ଲକ୍ଷ୍ମୀଙ୍କ ହଠାତ୍ ଅନୁଗ୍ରହ ଆପଣଙ୍କ ଉପରେ ପଡିପାରେ।

ବୃଷ ରାଶି -ଆଜି ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆପଣଙ୍କୁ ଏକ ନିଆରା ଅନୁଭବ ମିଳିବ। ତୁମର କୌଣସି ଗୁପ୍ତ ଏବଂ ରହସ୍ୟମୟ ସଂପର୍କିତ ଜିନିଷଗୁଡ଼ିକର ବିଶେଷ ଆକର୍ଷଣ ରହିବ। ଆଜି ମଧ୍ୟ ଆଧ୍ୟାତ୍ମିକ ସଫଳତା ପାଇବାର ସମ୍ଭାବନା ଅଛି। ବକ୍ତବ୍ୟ ଏବଂ ଘୃଣା ଭାବନା ଉପରେ ସଂଯମତା ରଖନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ସମ୍ଭବ ହେଲେ ସ୍ଥଗିତ ରଖନ୍ତୁ।

ମିଥୁନ ରାଶି- ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ। ଶାରୀରିକ ସ୍ତରରେ ପେଟ ଯନ୍ତ୍ରଣା ହେବ ଏବଂ ମାନସିକ ଚିନ୍ତା, ଭାବପ୍ରବଣ ରହିବେ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ। ଯେ କୌଣସି ବିତର୍କରୁ ଦୂରେଇ ରୁହନ୍ତୁ। ସ୍ଥାନାନ୍ତରଣ ଏବଂ ନୂତନ କାର୍ଯ୍ୟ ଆରମ୍ଭରୁ ଦୂରେଇ ରୁହନ୍ତୁ |

କର୍କଟ ରାଶି- ଆଜି ଆପଣଙ୍କ ପାଇଁ ଶୁଭ ଫଳ ଅଟେ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ। ଆପଣଙ୍କ କୌଣସି ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ। ଆଜି ଆପଣ ଖ୍ୟାତି ଓ ଖ୍ୟାତି ହିଁ ପାଇବ | ଆର୍ଥିକ ସୁବିଧା ମଧ୍ୟ ଉପଲବ୍ଧ ହେବ। ଖର୍ଚ୍ଚର ପରିମାଣ ବଢିପାରେ, କିନ୍ତୁ ଖର୍ଚ୍ଚ ବ୍ୟର୍ଥ ହେବ ନାହିଁ । ଉତ୍ତମ ଶାରୀରିକ ସ୍ୱାସ୍ଥ୍ୟ ମିଳିବ। କ୍ରୋଧର ପରିମାଣ ବୃଦ୍ଧି ପାଇବ। କିନ୍ତୁ ଆଜି ଦିନକ ପାଇଁ କଥା ଉପରେ ସଂଯମ ରଖନ୍ତୁ।

ସିଂହ ରାଶି- ଯେ କୌଣସି କାର୍ଯ୍ୟରେ ଆଜି ଆପଣ ବହୁ ଚିନ୍ତା କରି ଆଗକୁ ବଢନ୍ତୁ। ଭାଇଭଉଣୀମାନଙ୍କ ମଧ୍ୟରେ ଏକ ପ୍ରେମ ସମ୍ପର୍କ ବଜାୟ ରଖିବେ। ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ସାକ୍ଷାତ କରିବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତାର ସମ୍ଭାବନା ଅଛି। ଅର୍ଥନୈତିକ ଲାଭର ସମ୍ଭାବନା ମଧ୍ୟ ଅଧିକ। ଆପଣ ସମାଜରେ ସମ୍ମାନ ପାଇବେ।

କନ୍ୟା ରାଶି- ଆଜି ଆପଣ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ତରରେ ବିବ୍ରତ ରହିବେ। ଘରେ ସମ୍ପର୍କୀୟଙ୍କ ସହ ଭୁଲ ବୁଝାମଣା ମନକୁ ହତାଶ କରିପାରେ। ମା ସହିତ ବିଭେଦ ହେବ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ରହିବ। ସରକାରୀ ଏବଂ ସମ୍ପତ୍ତି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଲେଖା ସଂଶୋଧନ କିମ୍ବା ଷ୍ଟାମ୍ପ୍ କରିବାକୁ ଧ୍ୟାନ ଦିଅନ୍ତୁ।

ତୁଳା ରାଶି- ଆଜି ଆପଣଙ୍କର ଦିନଟି ଶୁଭ ଅଟେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ବନ୍ଧୁମାନଙ୍କଠାରୁ ଉପହାର ଗ୍ରହଣ କରିପାରନ୍ତି। ଭଲ ଖବର ଆସିବ ଏବଂ ଉପଭୋଗ୍ୟ ରହିବା ସମ୍ଭବ ହେବ।

ବିଛା ରାଶି- ଆଜି ଆପଣଙ୍କର ମନୋବଳ ଦୁର୍ବଳ ହେବ। ତେଣୁ କୈଣସି ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ। ଆଜି ନୂତନ କାର୍ଯ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ | ପରିବାର ସଦସ୍ୟଙ୍କ ସହିତ କୈଣସି ବିତର୍କ ହେବା ଉଚିତ୍ ନୁହେଁ, ତେଣୁ ନିଜ ଜିଭରେ ସଂଯମତା ରଖନ୍ତୁ। ଜିଦଖୋରତାକୁ ସମନ୍ୱୟ ମନୋଭାବ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ଧନୁ ରାଶି- ଆପଣ ଆଜିର ଦିନଟି ଆପଣଙ୍କ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ବିତାଇବ। ଆଜି ସାମାଜିକ କ୍ଷେତ୍ର, ବ୍ୟବସାୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ ହେବ। ଜୀବନ ସାଥୀ ଖୋଜୁଥିବା ଲୋକମାନେ ସହଜରେ ସଫଳ ହେବେ। ଆଜି ଭ୍ରମଣ ଯୋଗ ରହିଛି। ଘରେ ଏକ ଶୁଭ ସୂଚନାର ସମ୍ଭାବନା ରହିଛି।

ମକର ରାଶି– ଆଜିର ଦିନଟି ଆପଣଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପାରେ। ପରିବାର ସଦସ୍ୟଙ୍କ ସହ ବିତର୍କ ହୋଇପାରେ। ଦୁଃଖ ମଧ୍ୟ ଦେଇପାରେ। ନିଜର କଥାବାର୍ତ୍ତା ଉପରେ ସଂଯମତା ରଖିବାକୁ ପଡିବ। ମନକୁ ନିୟନ୍ତ୍ରଣ କରିବାକୁ ପଡିବ। ଶାରୀରିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆଜି ଆପଣଙ୍କର କୈଣସି ରାସ୍ତାର ଟଙ୍କା ଖର୍ଚ୍ଚ ହେବ।

କୁମ୍ଭ ରାଶି- ଆଜି ମନର ଅସୁସ୍ଥତା ହେତୁ ଆପଣ ଚିନ୍ତିତ ହେବେ। ଶରୀରରେ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ। ଉଚ୍ଚ ପଦାଧିକାରୀମାନଙ୍କ ସହିତ ଯତ୍ନର ସହିତ କାର୍ଯ୍ୟ କରନ୍ତୁ। ଆପଣ ପିଲାମାନଙ୍କ ବିଷୟରେ ଚିନ୍ତିତ ହେବେ। ଆଜି କୈଣସି ନିଷ୍ପତ୍ତି ନେବା ଅନୁଚିତ। ବ୍ୟବସାୟ ବାଣିଜ୍ୟରେ ବାଧା ସୃଷ୍ଟି ହୋଇପାରେ। ନକାରାତ୍ମକ କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତୁ ନାହିଁ।

ମୀନ ରାଶି- ଆଜି ଆପଣଙ୍କର ଶୁଭ ଫଳପ୍ରଦ ଦିନ। ଆଜି ପ୍ରତ୍ୟେକ କାର୍ଯ୍ୟ ସହଜରେ ସଫଳ ହେବ। ଫଳସ୍ୱରୂପ, ଆପଣ ମାନସିକ ସ୍ତରରେ ଆନନ୍ଦିତ ହେବେ। ଚାକିରିରେ ଉଚ୍ଚ ପଦାଧିକାରୀଙ୍କ ଖୁସି ହେତୁ ପଦୋନ୍ନତି ମିଲିପାରେ। ଆପଣଙ୍କର ପୂର୍ବପୁରୁଷଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ସହିତ ଅଛି। ଆପଣ ଘରୋଇ ଜୀବନରେ ଆନନ୍ଦ ପାଇବେ।

Categories
ଆଜିର ଖବର ଧର୍ମ

ବୁଧବାର ଦିନ ତମାମ ଏହି ରାଶିର ବ୍ୟକ୍ତିମାନଙ୍କର ମାନସିକ ଅସୁସ୍ଥତା ରହିବ

କୁମ୍ଭ ରାଶି- ଆଜି ମନର ଅସୁସ୍ଥତା ହେତୁ ଆପଣ ଚିନ୍ତିତ ହେବେ। ଶରୀରରେ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ। ଉଚ୍ଚ ପଦାଧିକାରୀମାନଙ୍କ ସହିତ ଯତ୍ନର ସହିତ କାର୍ଯ୍ୟ କରନ୍ତୁ। ଆପଣ ପିଲାମାନଙ୍କ ବିଷୟରେ ଚିନ୍ତିତ ହେବେ। ଆଜି କୈଣସି ନିଷ୍ପତ୍ତି ନେବା ଅନୁଚିତ।

ମୀନ ରାଶି- ଗଣେଷଙ୍କ ଆର୍ଶିବାଦରୁ ଆଜି ଆପଣଙ୍କର ଶୁଭ ଫଳପ୍ରଦ ଦିନ। ଆଜି ପ୍ରତ୍ୟେକ କାର୍ଯ୍ୟ ସହଜରେ ସଫଳ ହେବ। ଫଳସ୍ୱରୂପ, ଆପଣ ମାନସିକ ସ୍ତରରେ ଆନନ୍ଦିତ ହେବେ। ଚାକିରିରେ ଉଚ୍ଚ ପଦାଧିକାରୀଙ୍କ ଖୁସି ହେତୁ ପଦୋନ୍ନତି ମିଲିପାରେ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ରଖନ୍ତୁ ସଂଯମତା

ତୁଳା ରାଶି- ପ୍ରଭୃ ଗଣେଷଙ୍କ ପାଇଁ ଆଜି ଆପଣଙ୍କର ଦିନଟି ଶୁଭ ଅଟେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ।

ମକର ରାଶି– ଆଜିର ଦିନଟି ଆପଣଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପାରେ। ପରିବାର ସଦସ୍ୟଙ୍କ ସହ ବିତର୍କ ହୋଇପାରେ। ଦୁଃଖ ମଧ୍ୟ ଦେଇପାରେ। ନିଜର କଥାବାର୍ତ୍ତା ଉପରେ ସଂଯମତା ରଖିବାକୁ ପଡିବ। ମନକୁ ନିୟନ୍ତ୍ରଣ କରିବାକୁ ପଡିବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ଦୀର୍ଘଦିନର ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ

ବୃଷ ରାଶି -ଆଜି ଗଣେଷଙ୍କ ଆର୍ଶିବାଦ ଯୋଗୁଁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆପଣଙ୍କୁ ଏକ ନିଆରା ଅନୁଭବ ମିଳିବ। ତୁମର କୌଣସି ଗୁପ୍ତ ଏବଂ ରହସ୍ୟମୟ ସଂପର୍କିତ ଜିନିଷଗୁଡ଼ିକର ବିଶେଷ ଆକର୍ଷଣ ରହିବ। ଆଜି ମଧ୍ୟ ଆଧ୍ୟାତ୍ମିକ ସଫଳତା ପାଇବାର ସମ୍ଭାବନା ଅଛି।

କର୍କଟ ରାଶି- ଆଜି ଆପଣଙ୍କ ପାଇଁ ଶୁଭ ଫଳ ଅଟେ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ। ଆପଣଙ୍କ କୌଣସି ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ। ଆଜି ଆପଣ ଖ୍ୟାତି ଓ ଖ୍ୟାତି ହିଁ ପାଇବ | ଆର୍ଥିକ ସୁବିଧା ମଧ୍ୟ ଉପଲବ୍ଧ ହେବ। ଖର୍ଚ୍ଚର ପରିମାଣ ବଢିପାରେ, କିନ୍ତୁ ଖର୍ଚ୍ଚ ବ୍ୟର୍ଥ ହେବ ନାହିଁ ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ରହିବ

ମିଥୁନ ରାଶି- ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ। ଶାରୀରିକ ସ୍ତରରେ ପେଟ ଯନ୍ତ୍ରଣା ହେବ ଏବଂ ମାନସିକ ଚିନ୍ତା, ଭାବପ୍ରବଣ ରହିବେ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ। ଯେ କୌଣସି ବିତର୍କରୁ ଦୂରେଇ ରୁହନ୍ତୁ।

ମେଷ ରାଶି-  ଆପଣ ଆଜି ଘରୋଇ ଜୀବନରେ ସୁଖ ଅନୁଭବ କରିବେ। ପରିବାର ଏବଂ ନିକଟସ୍ଥ ପ୍ରିୟଜନମାନେ ଏକ ଖୁସି ପରିବେଶରେ ଭୋଜନ ଉପଭୋଗ କରିବେ। ବିଦେଶରେ ଅବସ୍ଥିତ ସମ୍ପର୍କୀୟଙ୍କ ଖବରରେ ଆପଣଙ୍କ ହୃଦୟ ଆନନ୍ଦିତ ହେବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ବହୁ ଚିନ୍ତା କରି ଆଗକୁ ବଢନ୍ତୁ, ବ୍ୟସ୍ତ ହୁଅନ୍ତୁ ନାହିଁ

ବିଛା ରାଶି- ଆଜି ଆପଣଙ୍କର ମନୋବଳ ଦୁର୍ବଳ ହେବ। ତେଣୁ କୈଣସି ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ। ଆଜି ନୂତନ କାର୍ଯ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ | ପରିବାର ସଦସ୍ୟଙ୍କ ସହିତ କୈଣସି ବିତର୍କ ହେବା ଉଚିତ୍ ନୁହେଁ।

ସିଂହ ରାଶି- ଯେ କୌଣସି କାର୍ଯ୍ୟରେ ଆଜି ଆପଣ ବହୁ ଚିନ୍ତା କରି ଆଗକୁ ବଢନ୍ତୁ। ଭାଇଭଉଣୀମାନଙ୍କ ମଧ୍ୟରେ ଏକ ପ୍ରେମ ସମ୍ପର୍କ ବଜାୟ ରଖିବେ। ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ସାକ୍ଷାତ କରିବେ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ

ଧନୁ ରାଶି- ଆପଣ ଆଜିର ଦିନଟି ଆପଣଙ୍କ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ବିତାଇବ। ଆଜି ସାମାଜିକ କ୍ଷେତ୍ର, ବ୍ୟବସାୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ ହେବ।

କନ୍ୟା ରାଶି- ଆଜି ଆପଣ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ତରରେ ବିବ୍ରତ ରହିବେ। ଘରେ ସମ୍ପର୍କୀୟଙ୍କ ସହ ଭୁଲ ବୁଝାମଣା ମନକୁ ହତାଶ କରିପାରେ। ମା ସହିତ ବିଭେଦ ହେବ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ରହିବ।

Categories
ଜାତୀୟ ଖବର ବିଶେଷ ଖବର

ସ୍ବାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ଉନ୍ନତିକରଣ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ସଂକ୍ରାନ୍ତ ସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଅକ୍ସିଜେନ, ଔଷଧ, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉପଲବ୍ଧତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ସୂଚନା ଦିଆଯାଇଥିଲା।

ଅକ୍ସିଜେନ ଯୋଗାଣ ବୃଦ୍ଧି ଦିଗରେ କାର‌୍ୟ୍ୟ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ଅକ୍ସିଜେନ ଉପଲବ୍ଧତା ଓ ଯୋଗାଣ ନିମନ୍ତେ କରାଯାଉଥିବା ପ୍ରୟାସ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଦେଶରେ ତରଳ ମେଡ଼ିକାଲ ଅକ୍ସିଜେନ (ଏଲଏମଓ) ଉତ୍ପାଦନ ଅଗଷ୍ଟ ୨୦୨୦ରେ ଦୈନିକ ୫୭୦୦ ମେଟ୍ରିକ ଟନ୍ ଥିବା ବେଳେ ୨୫ ଏପ୍ରିଲ ୨୦୨୧ ସୁଦ୍ଧା ଏହା ୮୯୨୨ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୧ ଶେଷ ସୁଦ୍ଧା ଦେଶରେ ଦୈନିକ ଘରୋଇ ଅକ୍ସିଜେନ ଉତ୍ପାଦନ ୯୨୫୦ ମେଟ୍ରିକ ଟନକୁ ଟପିଯିବ ବୋଲି ଆଶା କରାଯାଉଛି।

ଯଥାଶୀଘ୍ର ସମ୍ଭବ ପିଏସଏ ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକୁ କାର‌୍ୟ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ରଖି କାର‌୍ୟ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟଗୁଡ଼ିକୁ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ମଧ୍ୟ ଉତ୍ସାହିତ କରାଯାଉଥିବା ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଅକ୍ସିଜେନ ଏକ୍ସପ୍ରେସ ରେଳ ସେବା ସହିତ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ଜରିଆରେ ଭାରତୀୟ ବାୟୁସେନା ପକ୍ଷରୁ ଅଣାଯାଉଥିବା ଅକ୍ସିଜେନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା।

ସାଧାରଣ ଶଯ୍ୟା ଓ ଆଇସିୟୁ ଶଯ୍ୟା ସଂଖ୍ୟା ବଢ଼ାଇବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଚିକିତ୍ସା ଭିତ୍ତିଭୂମି ଓ କୋଭିଡ ପରିଚାଳନା ଉପରେ କାର‌୍ୟ୍ୟ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି କରାଯାଉଥିବା ପ୍ରୟାସ ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ସଠିକ ଭାବେ କୋଭିଡ ପରିଚାଳନା ଆବଶ୍ୟକତାକୁ କାର‌୍ୟ୍ୟକାରୀ କରିବା ସଂକ୍ରାନ୍ତରେ ଥିବା ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଓ ରଣନୀତି ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ।

କୋଭିଡ ସଂକ୍ରାନ୍ତ ବ୍ୟବହାର ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତାରେ ସୁଧାର ଆଣିବା ଦିଗରେ କରାଯାଉଥିବା ଉଦ୍ୟମ ସମ୍ପର୍କରେ ଯୋଗାଯୋଗ ଉପରେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ଏହି ବୈଠକରେ କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ, ଫାର୍ମାସ୍ୟୁଟିକାଲ୍ସ ବିଭାଗ ସଚିବ, ନୀତି ଆୟୋଗ ସଦସ୍ୟ, ଆଇସିଏମଆର ଡିଜି, ବାୟୋଟେକ୍ନୋଲୋଜି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରୀୟ ସମ୍ମାନ ସହିତ ମନୋଜ ଦାସଙ୍କ ଶେଷକୃତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର, ଯଶସ୍ବୀ ସାରସ୍ବତ ସାଧକ, ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହେଇ ରହିଥିବ ଵୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ବିୟୋଗରେ ଉତ୍କଳ ଜନନୀ ତାର ଅନ୍ୟତମ ସୂଯୋଗ୍ୟ ସନ୍ତାନ କୁ ହରାଇଲା ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି। ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତ ମନୋଜ ଦାସ ଙ୍କ ଶେଷକୃତ୍ୟ କରିବା ପାଇଁ ଓଡ଼ିଶା ସରକାରଙ୍କ ପଷରୁ ପଣ୍ଡିଚେରୀ ସରକାରଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପଷରୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସ୍ବର୍ଗତ ଦାସଙ୍କ ଶେଷ କୃତ୍ୟରେ ଯୋଗ ଦେବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା ମୁକାବିଲା ସମୀକ୍ଷା କରି ପ୍ରଶାସନକୁ ଚେତାଇ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ଗୋଟିଏ ଗୋଟିଏ ଜୀବନ ରକ୍ଷା ପାଇଁ ଆମେ ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର କୋଭିଡ ପରିସ୍ଥିତି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୁଦ୍ଧରେ ଲଢେଇ ଏକ ଲମ୍ବା ଲଢେଇ। ତେଣୁ ଏ ଲଢେଇ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଦାୟିତ୍ବର ସହ କାମ କରିବାକୁ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ICU ଓ ଗୋଟିଏ ବେଡ୍‌ ଉପରୁ ଚାପ କମିଥାଏ । ଯାହାଦ୍ବାରା ଜୀବନ ମରଣ ପରିସ୍ଥିତିର ଯନ୍ତ୍ରଣାକୁ ଦୂରେଇ ହୋଇଥାଏ । ରାଜ୍ୟ ସରକାର କୋଭିଡ ରୋଗୀ ମାନଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ ଦିନରାତି ଏକ କରି ସେବା ଜାରି ରଖିଛନ୍ତି । ଏଥିପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଯେପରି ଚାପ କମ୍‌ ରହିବ, ସେଥିପାଇଁ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ କାମ କରିବାକୁ ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶ ବର୍ତ୍ତମାନ ଏକ ଗୁରୁତର ସଂକଟ ମଧ୍ୟ ଦେଇ ଗତି କରୁଛି । ବଡ ବଡ ସହର ଓ ମେଟ୍ରୋ ମାନଙ୍କରେ ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଚାପଗ୍ରସ୍ତ । ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସଂକ୍ରମଣ ସଂଖ୍ୟା ବୃଦ୍ଧି ସତ୍ତ୍ବେ ଆମେ ନିରନ୍ତର ଭାବେ ସେବା କରିଚାଲିଛୁ । କିନ୍ତୁ କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଆମ ପାଇଁ ଉଦ୍‌ବେଗ ସୃଷ୍ଟି କରିଛି। ଭାଇରସ୍‌ର double ଓ triple mutant ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏହି ଦ୍ବିତୀୟ ଲହରରେ ଆମର ଯୁବଗୋଷ୍ଠୀ ବିଶେଷ ଭାବରେ ସଂକ୍ରମିତ ହେଉଛନ୍ତି । କେତେକ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ଜଟିଳତା ଦେଖା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ ଆମେ ଯେଉଁ ନୀତି ଅବଲମ୍ବନ କରିଆସିଛେ, ସେହିପରି କୋଭିଡର ମୁକାବିଲାରେ ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ଆମ ପ୍ରସ୍ତୁତ ରହିବା ଦରକାର । ଏହି ପରିପ୍ରେକ୍ଷୀରେ ତୃଣମୂଳ ସ୍ତରରେ ପରିସ୍ଥିତିର ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ପର୍ଯ୍ୟବେକ୍ଷକ ମାନେ ଏଥିପ୍ରତି ଯତ୍ନବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏସବୁ ବିଷୟ ନିୟମିତ ସମୀକ୍ଷା କରି ପରବର୍ତ୍ତୀ ବୈଠକରେ ତାଙ୍କୁ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବଙ୍କୁ ପରାମର୍ଶ ଦେଇଥିଲେ।

କୋଭିଡ ନିୟନ୍ତ୍ରଣରେ ବିଭିନ୍ନ ଜିଲ୍ଲାର ବଣିକ ସଂଗଠନ ମାନେ ଯେପରି ସ୍ବେଚ୍ଛାକୃତ ଭାବରେ ଆଗେଇ ଆସି ବ୍ୟବସାୟ ସମୟକୁ ସୀମିତ କରିଛନ୍ତି ଏବଂ କେତେକ ସ୍ଥାନରେ ସ୍ବେଚ୍ଛାକୃତ ଭାବରେ ଦୋକାନ ବନ୍ଦ କରିଛନ୍ତି, ତାହା ସ୍ବାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ଆମର କୋଭିଡ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ପାଇଁ ସମସ୍ତ ଆବାସିକ ସଂଘ, ବଣିକ ସଂଘ ଏବଂ ଅନ୍ୟାନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ମାନଙ୍କ ସହିତ ସହଭାଗିତା ଭିତ୍ତିରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡ ରୋଗର ଚିକିତ୍ସାରେ ଅକ୍‌ସିଜେନର ଗୁରୁତ୍ବ ସବୁଠାରୁ ଅଧିକ । ତେଣୁ ଅକ୍‌ସିଜେନ ଯୋଗାଣ ଯେପରି ସୁବ୍ୟବସ୍ଥିତ ଭାବରେ ଜାରି ରହିବ, ତାହାର ତଦାରଖ କରିବା ସହିତ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣର ଅକ୍‌ସିଜେନ ଯେପରି ରୋଗୀ ପାଖରେ ପହଞ୍ଚି ପାରିବ, ସେଥିପ୍ରତି ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଜରୁରୀ ଔଷଧ ମହଜୁଦ ରଖିବା ଏବଂ ତାହାର ଯୋଗାଣ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡର ଏହି ଦ୍ବିତୀୟ ଲହର ଆମକୁ ସୂଚାଇ ଦେଇଛି ଯେ ଏ ସଂକଟ ଦୀର୍ଘ ଦିନର ଏବଂ ଏଥିପାଇଁ ଆମକୁ ସବୁବେଳେ ପ୍ରସ୍ତୁତ ରହିବାକୁ ହେବ । ଏଣୁ ଯଦି ଆମେ କୋଭିଡ ନିୟମାବଳୀକୁ ଠିକ୍‌ ଭାବରେ ପାଳନ କରିବା, ତେବେ କୋଭିଡର ପରାଜୟ ସୁନିଶ୍ଚିତ । ଏ ବିପତ୍ତି ସମୟରେ ନିଷ୍ଠାର ସହ ସେବା ଯୋଗାଉ ଥିବା ଆମର frontline covid warrior ମାନଙ୍କର ଯତ୍ନ ନିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।

ସବୁବେଳେ ଠିକ୍‌ ଭାବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ଧୋଇବା ଆଦି କୋଭିଡ ନିୟମାବଳୀର ସଠିକ୍‌ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ରୋଗୀର ଜୀବନ ରକ୍ଷା ପାଇଁ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ କଠିନ ପରିଶ୍ରମ କରୁଛନ୍ତି। ତେଣୁ ଆମେ ପ୍ରତ୍ୟେକ ଯଦି ଦାୟିଦ୍ବବାନ ହେବା, ତେବେ କୋଭିଡ ଯୁଦ୍ଧରେ ଆମେ ନିଶ୍ଚିତ ବିଜୟୀ ହେବା ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। କୋଭିଡ କେୟାର ସେଣ୍ଟର ଗୁଡିକୁ କ୍ରିୟାଶୀଳ କରାଯିବା ସହିତ ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି । ମେଡିକାଲ କଲେଜ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ନୂଆ ବେସରକାରୀ ହସ୍‌ପିଟାଲ ଗୁଡିକୁ କୋଭିଡ ହସ୍‌ପିଟାଲରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି।

୩୦ ପ୍ରତିଶତ ଶଯ୍ୟାରେ ଅକ୍‌ସିଜେନ ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ପଡୋଶୀ ରାଜ୍ୟ ଗୁଡିକରେ ଅଧିକ କୋଭିଡ ସଂଖ୍ୟା ଥିବାରୁ ସେ ସବୁ ରାଜ୍ୟରୁ ଲୋକଙ୍କ ଚଳାଚଳ ଉପରେ ତୀକ୍ଷଣ ନଜର ରଖାଯାଇଛି। ଖୁବଶୀଘ୍ର ଶଯ୍ୟା ଉପଲବ୍ଧତାକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ Online Real-time Bed Management System କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କୋଭିଡ ପରିସ୍ଥିତି ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ୫୦,୯୫୮ active case ରହିଛି ଏବଂ ୭ଟି ଜିଲ୍ଲାରେ ୬୦ ପ୍ରତିଶତ active case ରହିଛି । ସେ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୩୧,୪୭୧ଟି ବେଡ୍‌ ରହିଛି ଏବଂ ICU bed ବ୍ୟତୀତ ୧୭,୪୯୫ଟି ବେଡ୍‌ରେ ଅକ୍‌ସିଜେନର ବ୍ୟବସ୍ଥା କରାଯାଇଛି।

ଉଭୟ ସରକାରୀ ଓ ବେସରକରୀ କୋଭିଡ ହସ୍‌ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ ସଂଖ୍ୟକ ଶଯ୍ୟାରେ ଅକ୍‌ସିଜନ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ରାଜ୍ୟରେ ବର୍ତ୍ତମାନ ଦୈନିକ ୪୨.୧୦ ମେଟ୍ରିକ ଟନ୍‌ ଅକ୍‌ସିଜେନ ବ୍ୟବହାର କରାଯାଉଛି ବୋଲି ସୂଚନା ଦେବା ସହିତ Remdesivir ଓ Favipiravir ଆଦି ସମସ୍ତ ଜରୁରୀ ଔଷଧ ଯଥେଷ୍ଟ ଭାବରେ ଉପଲବ୍‌ଧ ରହିଛି ବୋଲି ସେ କହିଥିଲେ ।

ପୋଲିସ ମହାନିର୍ଦ୍ଦେଶକ ଅଭୟ କୋଭିଡ ନିୟମାବଳୀର ଅନୁପାଳନ ଦିଗରେ ପୋଲିସର ପଦକ୍ଷେପ ସଂପର୍କରେ ସୂଚନା ଦେବା ସହିତ କହିଥିଲେ ଯେ ଆଜି ସୁଦ୍ଧା ୮ଟି ରାଜ୍ୟକୁ ୯୦ଟି ଟ୍ୟାଙ୍କର ଜରିଆରେ ୧୬୭୫.୮୧ ଟନ୍‌ ଅକ୍‌ସିଜେନ ପଠାଯାଇଛି । ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଅଗ୍ନି ନିୟନ୍ତ୍ରଣ ସଂପର୍କରେ ନିଆଯାଉଥିବା ପଦକ୍ଷେପ ଉପରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ ।

ବୈଠକରେ ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ମାନେ ଜିଲ୍ଲାର କୋଭିଡ ପରିସ୍ଥିତି ଓ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ । ବୈଠକରେ ଉନ୍ନୟନ କମିଶନର ଶ୍ରୀ ପି.କେ ଜେନା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଶ୍ରୀ ଡି.କେ. ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।