Categories
ଆଜିର ଖବର ଧର୍ମ

ସାବଧାନ, ଏହି ରାଶିର ବ୍ୟକ୍ତିମାନେ ସୋମବାରରେ ହୋଇପାରନ୍ତି କ୍ଷତିଗସ୍ତ

ବିଛା- ଆଘାତ ଏବଂ ଦୁର୍ଘଟଣା କ୍ଷତି ହୋଇପାରେ, ଯନ୍ତ୍ରଣା ଦେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ବିବାଦକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ, ଦୁଃଖ ଆସିପାରେ। ଅଂଶୀଦାରମାନଙ୍କ ସହିତ ମତ ପାର୍ଥକ୍ୟ ହୋଇପାରେ।

କୁମ୍ଭ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ।

Categories
ଆଜିର ଖବର ଧର୍ମ

ସୋମବାର ଦିନ ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟ ପାଇଁ କରିବେ ଏକ ବଡ ଡିଲ

ବୃଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ।

ସିଂହ- ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ଆଶା। ଅଂଶୀଦାରମାନଙ୍କ ସହଯୋଗ ମିଳିବ। ବ୍ୟବସାୟ ପାଇଁ ଏକ ବଡ ଡିଲ୍ କରିପାରିବେ। ପ୍ରଗତିର ରାସ୍ତା ପକ୍କା ହେବ। ରୋଜଗାର ବୃଦ୍ଧି ପାଇବ। ବାଣିଜ୍ୟ-ବ୍ୟବସାୟରେ ଅନୁକୂଳ ଆଗ୍ରହ ରହିବ।

Categories
ଧର୍ମ ବିଶେଷ ଖବର

ଆଜି ମାର୍ଚ୍ଚ 22 ତାରିଖ ସୋମବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

ମେଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ।

ବୃଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ ।

ମିଥୁନ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା ଚିତ୍ତାକର୍ଷକ ହେବ। ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି। ରୋଜଗାର ବୃଦ୍ଧି ପାଇବ। ଚାକିରିର ପଦୋନ୍ନତି ସମ୍ଭବ। ଟଙ୍କା ପାଇବା ସହଜ ହେବ। ଉତ୍ସାହର ସହିତ କାମ କରିବାକୁ ସମର୍ଥ ହେବେ। ଭଲ ଖବର ଗ୍ରହଣ କରାଯିବ।

କର୍କଟ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଅଧସ୍ତନମାନଙ୍କ ସହାୟତା ପାଇବେ। ଟଙ୍କା ପାଇବା ସହଜ ହେବ। ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥ ହେବେ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ବ୍ୟସ୍ତ ରହିବେ। ଜୀବନ ଖୁସି ହେବ।

ସିଂହ- ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ଆଶା। ଅଂଶୀଦାରମାନଙ୍କ ସହଯୋଗ ମିଳିବ। ବ୍ୟବସାୟ ପାଇଁ ଏକ ବଡ ଡିଲ୍ କରିପାରିବେ। ପ୍ରଗତିର ରାସ୍ତା ପକ୍କା ହେବ। ରୋଜଗାର ବୃଦ୍ଧି ପାଇବ। ବାଣିଜ୍ୟ-ବ୍ୟବସାୟରେ ଅନୁକୂଳ ଆଗ୍ରହ ରହିବ। ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କ ସହିତ ଆସିବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ତତ୍ପରତା ହୁଅନ୍ତୁ ନାହିଁ ।

କନ୍ୟା- ଅତିଥିମାନେ ଆଜି ଘରେ ପହଞ୍ଚିବେ। ଆପଣ ଉତ୍ସାହଜନକ ସୂଚନା ପାଇବେ। ଆତ୍ମ ସମ୍ମାନ ରହିବ । ରିସ୍କ ନେବାକୁ ସାହସ କରିବେ। ଅନାବଶ୍ୟକ ଖର୍ଚ୍ଚ ହେବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ରହିବ। ନୂତନ ବନ୍ଧୁ ସୃଷ୍ଟି ହେବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ବିପଦ ଆସିପାରେ।

ତୂଳା- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ପାର୍ଟି ଏବଂ ପିକନିକ୍ ଆୟୋଜନ କରାଯାଇ ପାରିବ। ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ଜୀବନ ଖୁସି ହେବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ବକ୍ତବ୍ୟରେ ନିୟନ୍ତ୍ରଣ ଆବଶ୍ୟକ। ମନଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ। ଚାକିରିରେ କୈଣସି ନୂତନ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଲଜ୍ଜିତ ହୁଅନ୍ତୁ ନାହିଁ। ଶତ୍ରୁମାନେ ପରାସ୍ତ ହେବେ।

ବିଛା- ଆଘାତ ଏବଂ ଦୁର୍ଘଟଣା କ୍ଷତି ହୋଇପାରେ, ଯନ୍ତ୍ରଣା ଦେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ବିବାଦକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ, ଦୁଃଖ ଆସିପାରେ। ଅଂଶୀଦାରମାନଙ୍କ ସହିତ ମତ ପାର୍ଥକ୍ୟ ହୋଇପାରେ। ଶାରୀରିକ ଆରାମ ମିଳିବ। ଆୟରେ ନିଶ୍ଚିତତା ରହିବ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ ।

ଧନୁ- ଲାଭ ସୁଯୋଗ ଆସିବ। ଅଫିସରେ ଚାକିରିର ସୁଖ ଦେଖାଇବ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଇତ୍ୟାଦି ଅନୁକୂଳ ଲାଭ ଦେବ । ପରିବାରର ସହାୟତା ପାଇବାରେ ସୁଖ, ଉତ୍ସାହ ଏବଂ ସନ୍ତୁଷ୍ଟତା ରହିବ। ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଦୁର୍ବଳ ରହିପାରେ। ଆଇନଗତ ପ୍ରତିବନ୍ଧକ ହଟାଯିବ।

ମକର- ଖରାପ ଖବର ଗ୍ରହଣ କରାଯାଇପାରେ। ଉତ୍ସାହର ଅଭାବ ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ଦୈଡ଼ ଅଧିକ ହେବ। ଘର-ପାରିବାରିକ ଚିନ୍ତାଧାରା ରହିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଆପଣଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆୟରେ ନିଶ୍ଚିତତା ରହିବ।

କୁମ୍ଭ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ। ପୁଂଜି ବିନିଯୋଗ ଶୁଭ ହେବ। ଆପଣଙ୍କର ନିଜସ୍ବ ବୁଦ୍ଧି ବ୍ୟବହାର କରନ୍ତୁ। ଚାକିରୀର କ୍ଷେତ୍ରରେ ପ୍ରଭାବ ବୃଦ୍ଧି ଘଟିବ।

ମୀନ- ବାଣିଜ୍ୟର ଲାଭ ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଉତ୍ସାହ ବୃଦ୍ଧି ପାଇବ। ଆୟର ନୂତନ ମାଧ୍ୟମ ମିଳିବ। ରୋଜଗାର ସହଜ ହେବ। ଘର ବାହାରେ ସୁଖ ମିଳିବ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ରାଷ୍ଟ୍ରପତିଙ୍କ ପୁରୀ କୋଣାର୍କ ଗସ୍ତ, ବାଲୁକା କଳାରେ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଭ୍ରମଣରେ ଯିବେ। ସେ ସକାଳରୁ ରାଜଭବନରୁ ବାହାରି ସ୍ବତନ୍ତ୍ର ହେଲିକାପ୍ଟରରେ ପୁରୀରେ ଓହ୍ଲାଇବେ। ସେଠାରେ ସେ ଶ୍ରୀମନ୍ଦିର ଯାଇ ସେଠାରେ ଜଗନ୍ନାଥ ଦର୍ଶନ କରିବେ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଠାରୁ ରାଷ୍ଟ୍ରପତି କୋଣାର୍କ ଫେରିବେ। ସେଠାରେ ମଧ୍ୟାହ୍ନ ଭୋଜନ କରି କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ଏହାପରେ ଅପରାହ୍ନରେ ସେ ସିଧା ଭୁବନେଶ୍ବର ବିମାନ ବନ୍ଦରରୁ ନୂଆଦିଲ୍ଲୀ ଫେରିଯିବେ।

ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜଗନ୍ନାଥ ଧାମ ଗସ୍ତ ପୂର୍ବରୁ ପୁରୀ ବେଳାଭୂମିରେ ତାଙ୍କର ବାଲୁକା କଳା କରାଯାଇ ସ୍ବାଗତ କରାଯାଇଛି। ଏହି ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଭାରତର ପ୍ରଥମ ମହିଳା ସବିତା କୋବିନ୍ଦଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି।

Categories
ଫଟୋ ଖବର

ରାଉରକେଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟିତ ହେଲା ରାଉରକେଲା ଇସ୍ପାତ କାରଖାନାର ଅତ୍ୟାଧୁନିକ ହସ୍‌ପିଟାଲ

ରାଉରକେଲା, ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଂଚାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି । ରାଉରକେଲା ଇସ୍ପାତ କାରଖାନାରେ ଆଜି ଏକ ଅତ୍ୟାଧୁନିକ ହସ୍‌ପିଟାଲର ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି ।

ଏହି ଅଂଚଳ ଆଜି ପର୍ଯ୍ୟନ୍ତ ଏକ ଅତ୍ୟାଧୁନିକ ହସ୍‌ପିଟାଲ ସୁବିଧାରୁ ବଂଚିତ ଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି । ୬ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ପାତ ଜେନେରାଲ ହସ୍‌ପିଟାଲକୁ ଏକ ସୁପର ସ୍ପେସିଆଲିଟି ହସ୍‌ପିଟାଲ ରୂପରେ ବିକଶିତ କରିବା ନିମନ୍ତେ ଆଧାର ଶିଳା ରଖିଥିଲେ ଏବଂ ଆଜି ଏହା ସ୍ଥାନୀୟ ଲୋକଙ୍କ ସେବା ନିମନ୍ତେ ପ୍ରସ୍ତୁତ ହୋଇଯାଇଛି । ଏହି ହସ୍‌ପିଟାଲ କେବଳ ଓଡିଶା ନୁହେଁ, ବରଂ ପଡୋଶୀ ଝାଡଖଣ୍ଡ ଓ ଛତିଶଗଡର ଲୋକମାନଙ୍କ ଅତ୍ୟାଧୁନିକ ଚିକିତ୍ସା ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟସେବା ସମୁଦାୟର ନିସ୍ୱାର୍ଥପର ସେବା ଏବଂ ମାନବତା ପ୍ରତି କର୍ତବ୍ୟନିଷ୍ଠା ନିମନ୍ତେ ରାଷ୍ଟ୍ର ସେମାନଙ୍କ ନିକଟରେ ଚିରଋଣୀ ରହିବ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ବୈଜ୍ଞାନିକମାନଙ୍କୁ ସେମାନଙ୍କର ଅକ୍ଳାନ୍ତ ଉଦ୍ୟମ ନିମନ୍ତେ ମଧ୍ୟ ପ୍ରଶଂସା କରିଛନ୍ତି । ସେମାନଙ୍କର ଏହି ନିରନ୍ତର ପ୍ରୟାସ ଯୋଗୁଁ ହିଁ ଭାରତରେ ଇତିହାସର ସର୍ବବୃହତ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇପାରିଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ଟିକା ନିର୍ମାଣ କ୍ଷେତ୍ରରେ ଭାରତ ଯେ କେବଳ ଆତ୍ମନିର୍ଭର ହୋଇନାହିଁ ବରଂ ଆମେ ଅନ୍ୟାନ୍ୟ ଦେଶକୁ ମାଗଣାରେ କିମ୍ବା ଅତି କମ୍ ମୂଲ୍ୟରେ ମଧ୍ୟ ପ୍ରତିଷେଧକ ପ୍ରଦାନ କରୁଛୁ ।

ରାଷ୍ଟ୍ରପତି କହିଛନ୍ତି, କୋଭିଡ-୧୯ ମହାମାରୀ ଆମକୁ ଅନେକ ମହତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଏକ ରାଷ୍ଟ୍ର ଭାବରେ ଆମକୁ ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ଜାରି ରଖିବା ସହିତ ଏହାକୁ ସମସ୍ତଙ୍କ ପାଇଁ ସମାନ ଭାବରେ ଉପଲବ୍ଧ କରାଇବାକୁ ପଡିବ । ନିକଟ ଅତୀତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ବିପୁଳ ପୁଞ୍ଜିନିବେଶ କରିଛୁ ଏବଂ ଏହା ପଛରେ ଆମର ଯେଉଁ ଲକ୍ଷ୍ୟ ରହିଛି ତାହା ହେଉଛି ଦୁର୍ଗମ ଅଂଚଳ ତଥା ସ୍ୱାସ୍ଥ୍ୟସେବାରୁ ବଂଚିତ ଲୋକମାନଙ୍କ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସମ୍ପ୍ରସାରଣ ।

ଜନସାଧାରଣଙ୍କ ପାଇଁ ମାଧ୍ୟମିକ ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉପଲବ୍ଧତାରେ ଉନ୍ନତି ମଧ୍ୟ ସମାନୁଭାବରେ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏହିସବୁ ବିଷୟଗୁଡିକ ପ୍ରତି ଦୃଷ୍ଟି ଦିଆଯାଇ ଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ରାଷ୍ଟ୍ରପତି କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଫଟା ଜିନ୍ସ ପରେ ଆଉ ଏକ ବୟାନକୁ ନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କିଛି ଦିନ ତଳେ ଫଟା ଜିନ୍ସ ଉପରେ ବୟାନ ରଖି ସମଗ୍ର ଦେଶରେ ସମାଲୋଚନାର ଶିକାର ହୋଇଥିଲେ। ହେଲେ ପୁଣି ଥରେ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି। ଆଜି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଆମେରିକା ଆମ ଉପରେ ୨୦୦ ବର୍ଷ ଶାସନ କରିଥିବା କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ରାୱତ ଭାରତରେ କରୋନା ସ୍ଥିତିକୁ ନେଇ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରୁଥିଲେ। ଏହି ଅବସରରେ ଭାରତ କରୋନା ଲଢାଇରେ ଅନ୍ୟ ଦେଶ ଅପେକ୍ଷା ଆଗରେ ରହିଛି ବୋଲି ରାୱତ କହିଥିଲେ। ଏହା ସହିତ ଆମେରିକା ଯିଏ କି ଆମକୁ ୨୦୦ ବର୍ଷ ଶାସନ କରିଥିଲା। ସେହି ଦେଶ ଏବେ କରୋନା ପାଇଁ ସଂଘର୍ଷ କରୁଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଥିଲେ ଯେ, କରୋନା ମହାମାରୀରୁ ପ୍ରଧାନମନ୍ତ୍ରୀ ଆମକୁ ବଞ୍ଚାଇବାର କାମ କରିଛନ୍ତି। ପୂର୍ବରୁ ତୀରଥ ସିଂହ ରାୱତ କିଛି ଦିନ ତଳେ ଫଟା ଜିନ୍ସକୁ ନେଇ ବିବାଦ ଘେରକୁ ଆସିଥିଲେ। ଏହି ବୟାନକୁ ନେଇ ସେ କ୍ଷମା ମାଗିଥିଲେ।

ମାର୍ଚ୍ଚ ୧୯ ତାରିଖରେ ତୀରଥ ସିଂହ କହିଥିଲେ ଯେ, ଜିନ୍ସ ପିନ୍ଧିବାରେ ମୋର କୌଣସି ଅଭିଯୋଗ ନାହିଁ। ମୁଁ ନିଜେ ମଧ୍ୟ ଜିନ୍ସ ପିନ୍ଧୁଥିଲି। ଏକ ଭଲ ସଂସ୍କାର ପରିପ୍ରେକ୍ଷୀରେ ଫଟା ଜିନ୍ସ ପିନ୍ଧିବା ଉପରେ ମତ ରଖିଥିଲେ। ଯଦି କାହାକୁ ଫଟା ଜିନ୍ସ ପିନ୍ଧିବାରେ ଇଚ୍ଛା ଅଛି, ସେଥିପାଇଁ ମୋର କୌଣସି ଅଭିଯୋଗ ନାହିଁ। ଏହି ବୟାନ ପରେ କାହାକୁ ଆଘାତ ଲାଗିଥାଏ, ତେବେ ତାଙ୍କୁ ମୁଁ କ୍ଷମା ମାଗୁଛି। ଏହା ସହିତ ସେ କହିଥିଲେ ଯେ, ଯଦି ଆମ ପିଲାଙ୍କୁ ଉଚିତ ସଂସ୍କାର ଏବଂ ଅନୁଶାସନ ଦେବା, ତେବେ ସେମାନେ ଭବିଷ୍ୟତରେ କେବେ କୌଣସି କାର୍ଯ୍ୟରେ ଅସଫଳ ହେବେନି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ପାଇଁ ସଂକଳ୍ପ ପତ୍ର ଜାରି କଲା ବିଜେପି: ପ୍ରତ୍ୟେକ ବର୍ଷ କୃଷକଙ୍କୁ ମିଳିବ ୧୦ ହଜାର ଟଙ୍କା

କଲିକତା: ପଶ୍ଚିମବଙ୍ଗ ପାଇଁ ଆଜି ଭାରତୀୟ ଜନତା ପାର୍ଟି ନିଜର ସଂକଳ୍ପ ପତ୍ର ଜାରି କରିଛି। ସଂକଳ୍ପ ପତ୍ର ଜାରି କରିବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୁନାର ବଙ୍ଗଳା ଗଢିବା ଲକ୍ଷ୍ୟ ବୋଲି କହିଛନ୍ତି।

ଜାଣନ୍ତୁ ବିଜେପିର ସଙ୍କଳ୍ପ ପତ୍ର ବିଷୟରେ:

୧- ମହିଳାଙ୍କ ପାଇଁ ସରକାରୀ ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ ରଖାଯିବ।

୨- ରାଜ୍ୟବାସୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଇପାରିବେ। ମମତା ବାନାର୍ଜୀ ସମୟରେ ବକେୟା ୩ ବର୍ଷର ୭୫ ଲକ୍ଷ କୃଷକଙ୍କୁ ୧୮ ହଜାର ଟଙ୍କା ସିଧା ଆକାଉଣ୍ଟରେ ଜମା ହେବ। ପ୍ରତ୍ୟେକ ବର୍ଷ କୃଷକଙ୍କ ପାଇଁ ୧୦ ହଜାର ଟଙ୍କା। ଯେଉଁଥିରେ କେନ୍ଦ୍ର ସରକାରର ୬ ହଜାର ସହିତ ରାଜ୍ୟ ସରକାର ପକ୍ଷରୁ ୪ ହଜାର ପ୍ରତ୍ୟେକ ବର୍ଷ ସିଧା କୃଷକଙ୍କ ଆକାଉଣ୍ଟରେ ଜମା ହେବ। ମତ୍ସ୍ୟ ପାଳକଙ୍କୁ ପ୍ରତ୍ୟେକ ବର୍ଷ ୬ ହଜାର ଟଙ୍କା ମିଳିବ।

୩- ମୁଖ୍ୟମନ୍ତ୍ରୀ ଶରଣାର୍ଥୀ ଯୋଜନାରେ ପ୍ରତ୍ୟେକ ଶରଣାର୍ଥୀଙ୍କୁ ପାଞ୍ଚ ବର୍ଷ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ମିଳିବ।

୪- ପ୍ରଥମ କ୍ୟାବିନେଟ ବୈଠକରେ ଆୟୁଷ୍ମାନ ଯୋଜନା ଲାଗୁ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମିଳିବ।

୫- ରାଜ୍ୟରେ ନୂଆ ତିନୋଟି ଏମ୍ସ ସ୍ଥାପନା ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୧୦, କଟକରୁ ୭, ଖୋର୍ଦ୍ଧାରୁ ୭, ମୟୂରଭଞ୍ଜରୁ ୭, ଅନୁଗୁଳରୁ ୫, ବରଗଡରୁ ୪, ଯାଜପୁରରୁ ୪, ଗଞ୍ଜାମରୁ ୩, ନୟାଗଡରୁ ୨, ସମ୍ବଲପୁରରୁ ୨, ବାଲେଶ୍ବରରୁ ୧, ଝାରସୁଗୁଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୮୧୭ କୁ ବୃଦ୍ଧି ହୋଇଛି। ତେବେ ୭୨୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସ୍ ଧୁଆଁଳ ଛକ ନିକଟରେ ସଡ଼କ ଦୁର୍ଘଟଣା: ଘଟଣାସ୍ଥଳରେ ଯୁବକ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଧୁଆଁଳ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ୨୬ ବର୍ଷୀୟ ଯୁବକଙ୍କ ପ୍ରାଣହାନୀ ଘଟିଛି।

ସୂଚନା ମୁତାବକ ଚିଲିକା ବ୍ଲକ ସୋରଣ ଗ୍ରାମର ସାଗର ସାହୁ ଆଜି ଅପରାହ୍ନରେ ବାଣପୁରରୁ ଏକ କାର୍ଯ୍ୟ ସାରି ବନ୍ଧୁଙ୍କ ସହ ଏକ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ତେବେ ପାଖାପାଖି ୫ ଘଟିକା ସମୟରେ ଧୂଆଁଳ ଛକ ନିକଟରେ ଏକ ଅଜଣା ସ୍କୋର୍ପିଓ ଗାଡି ସାଗରଙ୍କ ବାଇକର ପଛପଟୁ ଧକ୍କା ଦେଇଥିଲା। ଯଦ୍ୱାରା ସାଗର ବାଇକରୁ ଛିଟିକି ରୋଡ଼ରେ ପଡ଼ିଥିଲେ ଏବଂ ଏକ ସିମେଣ୍ଟ ଖୁଣ୍ଟିରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।

ଅନୁରୂପ ଭାବେ ବାଇକ ପଛରେ ବସିଥିବା ତାଙ୍କ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଜରିଆରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ଖବର ପାଇ ବାଲୁଗାଁ ପୋଲିସ ଦୁର୍ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଜୋଶ୍ ବଟଲରଙ୍କ ସହ ବିବାଦ ଘଟଣା: ନିଲମ୍ବିତ ହୋଇପାରନ୍ତି ବିରାଟ କୋହଲୀ

ନୂଆଦିଲ୍ଲୀ: ଅନ୍ତିମ ଟି-୨୦ରେ ଇଂଲଣ୍ଡର ଜୋଶ୍ ବଟଲର ଆଉଟ ହେବା ପରେ ଭାରତୀୟ ଅଧିନାୟକ ଆକ୍ରମଣାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯେଉଁଥିରେ ଗଣମାଧ୍ୟମ ଏବଂ ଖେଳାପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାଫଳରେ ଏହି ଖବର ମ୍ୟାଚ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ପହଞ୍ଚିସାରିଛି। ସେଥିପାଇଁ ବିରାଟଙ୍କ ଉପରେ ପ୍ରତିବନ୍ଧକ ଲାଗିପରେ। କିନ୍ତୁ ଏହି ପ୍ରତିବନ୍ଧକ କେଉଁ ପ୍ରକାର ହେବ, ତାହା ଦେଖିବା ବାକି ରହିଛି।

ଉଲ୍ଲେଖ ଯୋଗ୍ୟ ଯେ, ଅନ୍ତିମ ମ୍ୟାଚରେ ଇଂଲଣ୍ଡର ପ୍ରାରମ୍ଭିକ ପାଳି ଖରାପ ଥିଲା। ଜେସନ ରୟ କୌଣସି ରନ କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ। ହେଲେ ଏହାପରେ ଯଶ ବଟଲର ଏବଂ ଡ଼େବିଡ଼ ମଲାନ ଧୂଆଁଧାର ବ୍ୟାଟିଂ କରି ୧୩୦ ରନର ପାର୍ଟନରଶିପ କରିଥିଲେ। ବଟଲର ୫୨ ରନ କରିଥିବା ବେଳେ ଭୁବନେଶ୍ଵର କୁମାରଙ୍କ ଶିକାର ହୋଇଥିଲେ।

ତେବେ ବଟଲର ଆଉଟ ହେବା ପରେ ଭାରତୀୟ ଅଧିନାୟକଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ କ୍ୟାମେରାରେ ଦେଖିବାକୁ ମିଳିଥିଲା। ଯାହାଦ୍ବାରା ବଟଲର ପ୍ୟାବିଲିଅନକୁ ଯିବା ସମୟରେ କ୍ରୋଦ୍ଧାନ୍ଵିତ ହୋଇ ବାରମ୍ବାର ପଛକୁ ଦେଖୁଥିବାର ଦେଖିବାକୁ ମିଳିଥିଲା। ହେଲେ ସେମାନଙ୍କ ମଧ୍ୟରେ କେଉଁପ୍ରକାରର ବାର୍ତ୍ତାଳାପ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ। ଏହାପରେ ବିରାଟ, ଅମ୍ପାୟାର ଏବଂ ଇଂଲଣ୍ଡର ବୈରଷ୍ଟୋଙ୍କ ମଧ୍ୟରେ ଲାମ୍ବା ସମୟ ଧରି ଆଲୋଚନା ହୋଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଇଂଲଣ୍ଡ ଦଳ: ବାଦ୍ ପଡ଼ିଲେ ଏହି ବଡ ଖେଳାଳି

ନୂଆଦିଲ୍ଲୀ: ଟେଷ୍ଟ ସିରିଜ ଏବଂ ଟି-୨୦ ସିରିଜ ପରେ ଆସନ୍ତା ୨୩ ତାରିଖ ଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଏଥିପାଇଁ ଇଂଲଣ୍ଡ ଦଳ ଖେଳାଳିଙ୍କ ନାମ ଘୋଷଣା କରିଛି। ଟି-୨୦ ସିରିଜର ସଫଳ ଦ୍ରୁତ‌ ବୋଲର ଜୋଫ୍ରା ଆର୍ଚର ଏବଂ କ୍ରିସ୍‌ ଜୋର୍ଡାନ ଟିମରୁ ବାଦ ପଡ଼ିଛନ୍ତି। ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ୍‌ଙ୍କୁ ଦଳରେ ସ୍ଥାନ ମିଳିନଥିବା ବେଳେ ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ପ୍ରଥମ ଥର ଦଳରେ ସୁଯୋଗ ମିଳିଛି।

ଘୋଷିତ ଇଂଲଣ୍ଡ ଦଳ:

ଇଅନ ମୋର୍ଗନ (ଅଧିନାୟକ), ମୋଇନ ଅଲି, ଜନି ବୈରଷ୍ଟୋ, ସାମ ବିଲ୍ଲିଂସ, ଯଶ ବଟଲର, ସାମ କୁରାନ, ଟମ କୁରାନ, ଲିୟାମ ଲିଭିଙ୍ଗଷ୍ଟୋନ, ମାଟ୍ ପାର୍କିନସନ,  ଆଦିଲ ରଶିଦ, ଜେସନ ରୟ, ବେନ ଷ୍ଟ୍ରୋକ୍ସ, ରିସି ଟୋପ୍ଲେ ଏବଂ ମାର୍କ ଉଡ଼।

Categories
ଆଜିର ଖବର ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ସିତରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ମୋ କଲେଜ ଅଭିଯାନର ଶୁଭାରମ୍ଭ ହୋଇଯାଇଅଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଅଭିଯାନକୁ ଭିଡ଼ିଓ କନଫରେନ୍ସ ଜରିଆରେ ଲୋକାର୍ପିତ କରିଛନ୍ତି।  କଲେଜ ସହିତ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ଯୋଡିବା ସହ କଲେଜ ଉନ୍ନତିରେ ସେମାନଙ୍କୁ ଭାଗିଦାର କରିବାପାଇଁ ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପ୍ରୟାସ ବୋଲି ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ପ୍ରମୋଦ କୁମାର ପାଢ଼ୀ ପ୍ରକାଶ କରିଛନ୍ତି।

ଆଜି ଅପରାହ୍ନରେ ମହାବିଦ୍ୟାଳୟ ଅଡ଼ିଟୋରିଅମ ହଲରେ ଉକ୍ତ ଅଭିଯାନର ଶୁଭାରମ୍ଭ ନିମନ୍ତେ କଲେଜ ପ୍ରଶାସନ ପକ୍ଷରୁ ଏକ ଛୋଟ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ କଲେଜ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୁରାତନ ଛାତ୍ର ଛାତ୍ରୀ, ସାମ୍ବାଦିକ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା ପ୍ରାଧ୍ୟାପକ ଡ଼ା ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା କରିଥିବାବେଳେ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୫ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୧୭ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୪୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ସଂକ୍ରମଣ ହେଲେ ଲୋକସଭା ବାଚସ୍ପତି ଓମ ବିର୍ଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଗତ ୨୪ ଘଣ୍ଟାରେ ୪୩ ହଜାରରୁ ଉର୍ଦ୍ଧ୍ଵ ଲୋକ କରୋନାରେ ସଂକ୍ରମଣ ହୋଇଛନ୍ତି। ଏହା ଭିତରେ ଲୋକସଭା ବାଚସ୍ପତି ଓମ ବିର୍ଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ରିପୋର୍ଟ ପଜେଟିଭ ଆସିଛି।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ସାମିଲ ହେଲେ ଟିଏମସି ସାଂସଦ ତଥା ଶୁଭେନ୍ଦୁ ଅଧିକାରୀଙ୍କ ପିତା ଶିଶିର ଅଧିକାରୀ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପ୍ରତିଦ୍ଵନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ପିତା ଶିଶିର ଅଧିକାରୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। ବହୁ ଦିନ ଧରି ଏହି ବିଷୟରେ ଚର୍ଚ୍ଚା ହୋଇଆସୁଥିଲା। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ଶିଶିର ଅଧିକାରୀ ପୂର୍ବ ମେଦିନୀପୁରର ଏକ ରାଲିରେ ଉପସ୍ଥିତ ଥିଲେ।

କୁହାଯାଏ କି, ଅଧିକାରୀ ପରିବାରର ବାଙ୍କୁରା ଏବଂ ପୁରୁଲିଆରେ ୩୦ ରୁ ଅଧିକ ଆସନରେ ପ୍ରଭାବ ଅଛି। ଏହି ଆସନଗୁଡିକ ବିଜେପି ପକ୍ଷରେ ଯିବ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ଆଞ୍ଚଳିକ

ଉମେଶ ଖଣ୍ଡେଲୱାଲଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ

ଭୁବନେଶ୍ବର, କ୍ରେଡାଇ ଓଡିଶାର ସାଧାରଣ ପରିଷଦ ବୈଠକ ଗତକାଲି ହୋଟେଲ ସୂର୍ଯ୍ୟୟବଂଶ ଠାରେ ଅନୁଷ୍ଠିତ ହୋଇଯାଇଥିଲା।ଏହି ଶୁଭ ଅବସରରେ କୋଭିଡ-୧୯ ମହାମାରୀ ସମୟରେ ଭୁବନେଶ୍ୱର ରେ ଫସି ରହିଥିବା ଏକ ଲକ୍ଷ କୋଡିଏ ଦିନ ମଜୁରୀଆଙ୍କ ମୁହଁରେ ଦିନକୁ ଦୁଇ ବେଳା ରନ୍ଧା ଖାଦ୍ୟ ପରିବେଷଣ କରିଥିବା ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ର ମୁଖ୍ୟ ତଥା ସମାଜସେବୀ ଏବଂ ଉପସଭାପତି କ୍ରେଡାଇ ଓଡିଶା ଶ୍ରୀ ଉମେଶ ଖଣ୍ଡେଲୱାଲ ଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଉମେଶ ଖଣ୍ଡେଲୱାଲ ଏହି କାର‌୍ୟ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ. ଏହା କେଵଳ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମ୍ଭବ ହୋଇପାରିଛି ଖଣ୍ଡେଲୱାଲ ପ୍ରକାଶ କରି ଥିଲେ.
ଏହି ସଭାରେ ମହମ୍ମଦ ମୋକିମ ବିଧାୟକ ତଥା ପ୍ରତିଷ୍ଠାତା ସଦସ୍ୟ, ମଧୁ ମହାନ୍ତି ପ୍ରତିଷ୍ଠାତା ସଦସ୍ୟ, ଦେଓ ଶଙ୍କର ତ୍ରିପାଠୀ ଅଧ୍ୟକ୍ଷ , ସ୍ବଦେଶ କୁମାର ରାଉତରାୟ ସଭାପତି, ଅନିଲ ଅଗ୍ରୱାଲ ସମ୍ପାଦକ, ଉମା ଶଙ୍କର ପାଣିଗ୍ରାହୀ ଉପସଭାପତି ତଥା ସଭାପତି କ୍ରେଡାଇ ବ୍ରହ୍ମପୁର, ନବୀନ କଣ୍ଡଇ ଉପସଭାପତି, ବିନୟ କୃଷ୍ଣ ଦାସ ପୂର୍ବତନ ସଭାପତି, ଦିଲ୍ଲୀପ ପାତ୍ର ପୂର୍ବତନ ସଭାପତି, ଏବଂ କ୍ରେଡାଇ ଓଡିଶାର ବିଭିନ୍ନ ପ୍ରାନ୍ତର ସଭାପତି, ସମ୍ପାଦକ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୪୩ ହଜାର ୮୪୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୯୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୫ ଲକ୍ଷ ୯୯ ହଜାର ୧୩୦ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୭୫୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୧ ଲକ୍ଷ ୩୦ ହଜାର ୨୮୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୯ ହଜାର ୮୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏନ୍‍ଆଇଟି ରାଉରକେଲାର ସମାବର୍ତ୍ତନ ଉତ୍ସବରେ କଣ କହିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଉରକେଲା, ଆଜି ରାଉରକେଲାସ୍ଥି ଏନଆଇଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯାହା କହିଲେ ତାହାର ସଂକ୍ଷିପ୍ତ ବିବରଣୀ ହେଲା..

୧. ଏନ୍‍ଆଇଟି ରାଉରକେଲାର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଥିବାରୁ ମୁଁ ବିଶେଷ ଆନନ୍ଦିତ । ରାଉରକେଲା ଏନଆଇଟି ଚଳିତ ବର୍ଷଏହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ଜାଣି ମୁଁ ଅତ୍ୟନ୍ତ ଖୁସି ।

୨. ଆଜିର ଓଡ଼ିଶା, ଇତିହାସ ଓ ସଂସ୍କୃତି ଦୃଷ୍ଟିରୁ ବେଶ୍‍ ସମୃଦ୍ଧ । ବହୁ ପୁରୁଣାକାଳରୁ ଏହା ବିଜ୍ଞାନ ଭିତ୍ତିକ ଆଭିମୁଖ୍ୟର ଭୂମି ଥିଲା । ୮୦୦ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା କୋଣାର୍କର ସୂର୍ଯ୍ୟମନ୍ଦିର କଳା ଓ ବିଜ୍ଞାନର ଏକ ଅନୁପମ ସମନ୍ୱୟ । ଆସନ୍ତାକାଲି ମୁଁ ଏହି ମନ୍ଦିର ପରିଦର୍ଶନରେ ଯିବି। ଏହା ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ତାଲିକାରେ ସ୍ଥାନିତ ହୋଇଛି ।

୩. ସ୍ୱାଧୀନତା ପରେ ଓଡ଼ିଶା ଆମ ରାଷ୍ଟ୍ରର ପୁନଃ ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ହୋଇ ଆସିଛି। ଏହି ରାଉରକେଲାରେ ମୋର ମହାନ ପୂର୍ବଜ ତଥା ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଭାରତର ଏକ ବୃହତ୍‍ ଷ୍ଟିଲ ପ୍ଲାଣ୍ଟର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଭାରତର ଅନ୍ୟତମ ପ୍ରଥମ ଶିଳ୍ପନଗରୀଭାବେ ପରିଚିତ ରାଉରକେଲା ଆଧୁନିକତା ସହ ତାଳ ଦେଇ ଆଗେଇ ଚାଲିଛି ।

୪. ଏନ୍‍ଆଇଟି ପୂର୍ବ ଭାରତର ଦ୍ୱିତୀୟ ସର୍ବବୃହତ୍‍ ସରକାରୀ ବୈଷୟିକ ପ୍ରତିଷ୍ଠାନ ଭାବେ ଇଂଜିନିୟରିଂ ଓ ଟେକ୍‍ନୋଲୋଜି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛି । ଛ’ ଦଶକରୁ ଅଧିକ କାଳ ଧରିଏହି ଇଂଜିନିୟରିଂକଲେଜ ଦେଶର ବୈଷୟିକ ବୃତ୍ତିଧାରୀଙ୍କୁ ସମୃଦ୍ଧ କରି ଆସୁଛି । ୨୦୦୨ରେ ଏହାକୁ ଜାତୀୟ ବୈଷୟିକ ପ୍ରତିଷ୍ଠାନର ମାନ୍ୟତା ପ୍ରଦାନ କରାଯାଇ ଥିଲା । ଆମ ସମାଜ ଓ ଅର୍ଥନୀତି ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁଏହି ଅନୁଷ୍ଠାନର ଯୁବ ଛାତ୍ରଛାତ୍ରୀମାନଙ୍କୁ ସମାଧାନର ସୂତ୍ର ବାହାର କରିବା ପାଇଁ ସୁଯୋଗ ଦିଆଯାଉ ଥିବା ଜାଣି ମୁଁ ଖୁସି।

୫. ଏ କଥା ଜାଣି ମୁଁ ଆହୁରି ଆନନ୍ଦିତ ଯେ ରାଉରକେଲା ଏନ୍‍ଆଇଟିରେ ସମଗ୍ର ଦେଶର ବିଭିନ୍ନ ଭାଗରୁ ଏବଂ ବିଦେଶରୁ ଛାତ୍ରଛାତ୍ରୀ ଆସି ପାଠ ପଢୁଛନ୍ତି । ଏହି ଅନୁଷ୍ଠାନରେ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୩୩ଟିରୁ ଛାତ୍ରଛାତ୍ରୀ ଆସି ପାଠ ପଢୁଥିବାରୁ ମୁଁ ବିଶେଷ ଖୁସି । ଆହୁରି ମଧ୍ୟ ମୁଁ ଜାଣିବାକୁ ପାଇଲି ଯେ ଏଠାରେ ୧୭ଟି ଦେଶରୁ ପିଲା ଆସି ପାଠ ପଢୁଛନ୍ତି ଏବଂ ଏହା ଏକ ବଡ଼ ଆନନ୍ଦର ବିଷୟ। ଏହି ୭୦୦ ଏକର ବିଶିଷ୍ଟ କ୍ୟାମ୍ପସରେ ୭୦୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବା ଘଟଣା ଏକ ବିବିଧତାର ପରିଚୟବହନ କରେ । ଶିକ୍ଷା କ୍ଷେତ୍ରରେ ଜ୍ଞାନର ସଂଗମକୁ ଏହା ଉତ୍ସାହିତ କରିବା ସହ ବିଭିନ୍ନ ସଂସ୍କୃତି ମଧ୍ୟରେ ବୁଝାମଣାକୁ ପ୍ରୋତ୍ସାହିତ କରିବ । ଏହା ମଧ୍ୟଦେଶ-ଦେଶ ମଧ୍ୟରେ ଲୋକସ୍ତରୀୟ ସଂପର୍କ ବୃଦ୍ଧିରେ ସହାୟକ ହେବ।

୬. ଏହି ଅନୁଷ୍ଠାନର ୨୫୦୦୦ରୁ ଅଧିକ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ଉଦ୍ୟୋଗ ଜଗତ, ଶିକ୍ଷା, ଗବେଷଣା ଆଦି କ୍ଷେତ୍ରରେ ଦେଶବିଦେଶରେ ନେତୃତ୍ୱ ସ୍ଥାନରେ ରହିଛନ୍ତି । ଏହି ମର୍ଯ୍ୟାଦାପୂର୍ଣ୍ଣ ଅନୁଷ୍ଠାନର ପ୍ରାକ୍ତନ ଛାତ୍ରଛାତ୍ରୀ ଏନ୍‍ଆଇଟି ରାଉରକେଲାର ବିଦ୍ୟାର୍ଥୀଙ୍କ ପାଇଁ ନିଶ୍ଚୟ ପ୍ରେରଣାର ଉତ୍ସ ହେବେ । ମୁଁ ନିଶ୍ଚିତ ଯେ ଆଜି ଯେଉଁ ଛାତ୍ରଛାତ୍ରୀ ସ୍ନାତକ ହେବେ ସେମାନେ ଅନୁଷ୍ଠାନର ସେହି ଉଚ୍ଚ ପରମ୍ପରାକୁ ବଜାୟ ରଖିବେ ।

ପ୍ରିୟଛାତ୍ରଛାତ୍ରୀ

୭. ସ୍ନାତକତ୍ୱ ଲାଭ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ । ମୁଁ ନିଶ୍ଚିତ ଯେ ଆପଣମାନେ ସମସ୍ତେ ଏହି ପର୍ଯ୍ୟାୟରେ ପହଞ୍ଚିବା ପାଇଁ କଠୋର ପରିଶ୍ରମ କରିଥିବେ । ଆହୁରି ମଧ୍ୟ ବିଶ୍ୱ ପାଇଁ ଅବଦାନ ରଖି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଆପଣମାନେ ବିଶେଷ ଆଗ୍ରହୀ ଥିବେ ବୋଲି ମୋର ବିଶ୍ୱାସ । ଆଜି ଆପଣମାନେ ଅସଂଖ୍ୟ ସ୍ମୃତିବହନ କରୁଥିବେ। ମୁଁ ଜାଣିବାକୁ ପାଇଲି ଯେ ଆପଣଙ୍କର ଏହି ସୁନ୍ଦର କ୍ୟାମ୍ପସରେ ଅତିରିକ୍ତ ପାଠ୍ୟକ୍ରମର ଅନେକ ସୁବିଧା ରହିଛି । ବିତର୍କ, ନାଟକ, ସଂଗୀତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏଠାରେ ଅନେକ କ୍ଲବ ରହିଛି । ମୁଁ ଜାଣିବାକୁ ପାଇଲି ଯେ ଏଠାରେ ମଧ୍ୟ ମାଭେରିକ୍ସ ଓ ପାଣ୍ଟୋମାଇମ୍‍ ଭଳି ବେଶ୍‍ ମଜାଦାର ନାମ ସବୁ ଏଠାରେ ରହିଛି । ଆହୁରି ମଧ୍ୟ ଜାଣିବାକୁ ପାଇଲି ଏଠାରେ ଏପରି କ୍ୟାଣ୍ଟିନ ରହିଛି, ଯାହାର ନାମ ହେକ୍ସାଗନ । ସେହିଭଳି ହୋମିଭାବାଙ୍କ ଭଳି ପ୍ରସିଦ୍ଧ ନାମ ବହନ କରୁଥିବା କ୍ୟାଣ୍ଟିନ ମଧ୍ୟ ଏଠାରେ ରହିଛି । ଅବଶ୍ୟ ଲୋକେ ଏହାକୁ ସଂକ୍ଷେପରେ ଏଚ୍‍ବି କ୍ୟାଣ୍ଟିନ କହିଥାନ୍ତି ।

୮. ଏହି ସ୍ୱଳ୍ପ ଆନନ୍ଦ ଓ ବିଷାଦ, ଯାହା ଆପଣ ଏଠାରେ ଅନୁଭବ କରୁଛନ୍ତି ତାହା ବାହାରେ ଏକ ବିରାଟ ଦାୟିତ୍ୱ ରହିଛି । ସେ ଦାୟିତ୍ୱ ଆପଣଙ୍କୁ ନିର୍ବାହ କରିବାକୁ ପଡିବ । ଆପଣମାନଙ୍କର ଶିକ୍ଷା ଓ ସଫଳତା ପାଇଁ ଦେଶ ଓ ସମାଜ ଯାହା ଦେଇଛି ତାହା ଆପଣଙ୍କୁ ପ୍ରତିଦାନରେ ଫେରାଇବାକୁ ହେବ । ଆପଣମାନଙ୍କ ମଧ୍ୟରୁ କେତେକ ଚାକିରି କରିପାରନ୍ତି । ଆଉ କେତେକ ଉଚ୍ଚଶିକ୍ଷା ପାଇଁ ଯାଇପାରନ୍ତି । ନିଜ ଜୀବନର ଯେଉଁ ପର୍ଯ୍ୟାୟରେ ଆପଣମାନେ ନିଜକୁ ପାଇଛନ୍ତି ସେଠି ବାସ୍ତବରେ ଅନେକ ସ୍ୱପ୍ନ ଓ ଅଭିଳାଷା ରହିଛି । ଅନ୍ୟପଟରେ ମଧ୍ୟଏହି ପର୍ଯ୍ୟାୟରେ ଅନିଶ୍ଚିତତା ଓ ଆଶଙ୍କାର ମଧ୍ୟ ଅବକାଶ ଅଛିା ଏହି ସମୟ ଜୀବନର ବଡ଼ ନିଷ୍ପତ୍ତି ନେବାର ଅର୍ଥ ନୂଆ ଚାକିରି ଆରମ୍ଭ କରିବା ସ୍ୱପ୍ନସାକାର ପାଇଁ ଉଦ୍ୟମ ଚଳାଇବା, ପରିବାରକୁ ସହାୟତା ଦେବା ଅନ୍ୟ କିଛି ନୂଆ କରିବାଏହି ପର୍ଯ୍ୟାୟରେ ଆରମ୍ଭ ହୋଇଥାଏ ।ଏସବୁ କରିବା ଭିତରେ ଆପଣମାନେ ସମସ୍ତେ ଆତ୍ମନିରୀକ୍ଷଣ କରିବାକୁ ମୁଁ ପ୍ରସ୍ତାବ ଦେଉଛି ଜୀବନରେ କେଉଁ ମୂଲ୍ୟବୋଧ ଓ ନୀତି ଉପରେ ଆପଣ ଦଣ୍ଡାୟମାନ? ଆପଣ କିପରି ବୃତ୍ତି ଗ୍ରହଣ କରିବାକୁ ଚାହୁଁଛନ୍ତି ? ଆପଣ କିପରି ବ୍ୟକ୍ତି ହେବାକୁ ଚାହାନ୍ତି? କାରଣ ଆପଣ କିପରି ଲୋକ ହେବାକୁ ଚାହାନ୍ତି ତାହା ସବୁଠୁ ଗୁରୁତ୍ୱ ପୂର୍ଣ୍ଣ। ମୁଁ ଜାଣେ ପ୍ରତ୍ୟେକ ବ୍ୟକ୍ତି ଜଣେ ସୁନାଗରିକ ହେବାକୁ ଚାହାନ୍ତିା ପ୍ରତ୍ୟେକ ଉତ୍ତମ ନାଗରିକ ଦେଶର ସ୍ୱାର୍ଥକୁ ସର୍ବଦା ଅଗ୍ରାଧିକାର ଦେଇଥାନ୍ତି ।

୯. ମୋର ପ୍ରସ୍ତାବନାହେଲା ଆପଣମାନେ ଜୀବନସାରାମହାତ୍ମାଗାନ୍ଧୀଙ୍କ ପ୍ରଖ୍ୟାତତାବିଜ କଥା ସ୍ମରଣକରନ୍ତୁ । ଏହିତାବିଜରବାର୍ତ୍ତାହେଲା ଆପଣ କୌଣସିକାର୍ଯ୍ୟ କରିବାବେଳେ ଆପଣ ଦେଖିଥିବା ଦରିଦ୍ରତମ ଓ ଦୁର୍ବଳତମବ୍ୟକ୍ତିଟିରମୁହଁମନେ ପକାନ୍ତୁ । ଆପଣଙ୍କ କାର୍ଯ୍ୟ ଦ୍ୱାରାସେଲୋକଟିରକିଛିଉପକାରହେବକି ନାହିଁସେକଥା ଭାବନ୍ତୁ । ଆପଣଙ୍କ କାମ ଦ୍ୱାରାସେହିଲୋକଟିରଭାଗ୍ୟରେ ପରିବର୍ତ୍ତନ ଘଟେବୋଲି ଆପଣ ଯଦି ବିଚାରକରନ୍ତି, ତଦନୁସାରେକାର୍ଯ୍ୟ କରନ୍ତୁ ।

୧୦. ଆପଣମାନଙ୍କୁ ମୋର ପରାମର୍ଶ ହେଲା ବସ୍ତୁବାଦୀ ଲାଭରେ ନିଜର ସଫଳତାକୁ ବିଚାର କରନ୍ତୁ ନାହିଁ । ସାମାଜିକ ଏବଂ ପାରମ୍ପରିକ ସଫଳତାର ବିଚାର ଜନିତ ଚାପ ଭିତରେ ନିଜକୁ ସଂକୁଚିତ ନ ରଖି ତାହାଠାରୁ ଊର୍ଦ୍ଧ୍ୱକୁ ଉଠନ୍ତୁ । ନିଜ ଜୀବନରେ ଆପଣ ଯଥାର୍ଥରେ କ’ଣ କରିବାକୁ ଚାହାନ୍ତି ତାହା ସ୍ଥିର କରନ୍ତୁ । ଯେଉଁ କାମରେ ନିଜକୁ ଆତ୍ମସନ୍ତୋଷ ଓ ଖୁସି ମିଳୁଛି ସେହି କାମ ବାଛନ୍ତୁ ଏବଂ ଏହା ହିଁ ଆପଣଙ୍କୁ ପୂର୍ଣ୍ଣତା ଆଣି ଦେଇପାରିବ । ଯାହା ଆପଣଙ୍କୁ ଆକାଂକ୍ଷାର ନିକଟବର୍ତ୍ତୀ କରିପାରିବ ତାହା ହିଁ କରନ୍ତୁ । ଯେଉଁ କାର୍ଯ୍ୟ ଦ୍ୱାରା ଆପଣଙ୍କ ପରିବାର ଗର୍ବିତ ହୋଇପାରିବେ ସେହି କାମ କରନ୍ତୁ । ନିଜର ଏକ ଫଳପ୍ରଦ, ସଫଳ ମାର୍ଗ ନିଜେ ପ୍ରସ୍ତୁତ କରି ସେଥିରେ ଆଗେଇ ଚାଲନ୍ତୁ ।

ପ୍ରିୟଛାତ୍ରଛାତ୍ରୀ
୧୧. ଏହା ଆପଣଙ୍କର ପରିବାର, ବନ୍ଧୁବାନ୍ଧବ, ଅଭିଭାବକ ଓ ଦିଗ୍‍ଦର୍ଶକମାନଙ୍କ ପାଇଁ ମଧ୍ୟ ଆନନ୍ଦ ଓ ସନ୍ତୋଷରକ୍ଷଣ । ସେମାନେ ଆପଣଙ୍କ ଯାତ୍ରାରେ ଅନେକ ସହଯୋଗ ଯୋଗାଇଛନ୍ତି । ସବୁ ଡିଗ୍ରୀଧାରୀ ଏବଂ ପଦକ ବିଜେତା ଯେଉଁମାନେ ଏଠି ଉପସ୍ଥିତ ଅଛନ୍ତି ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଜାଣିବାକୁ ପାଇଲି ଯେ ଏଠାରେ ପାଠପଢୁଥିବା ୭୧୧୬ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୫୧୮ ବା ପ୍ରାୟ ୨୧ ଶତାଂଶ ଛାତ୍ରୀ। ମୁଁ ଦେଖୁଛି ଆଜି ୭ଟି ସ୍ୱର୍ଣ୍ଣପଦକ ମଧ୍ୟରୁ ୩ଟି ଛାତ୍ରୀମାନେ ପାଇଛନ୍ତି। ଭାରତର ରାଷ୍ଟ୍ରପତି ଭାବରେ ମୁଁ ଦେଶର ପ୍ରାୟ ୧୫୦ କେନ୍ଦ୍ରୀୟ ଅନୁଷ୍ଠାନର ଭିଜିଟର ବା ପରିଦର୍ଶକ । ଅଧିକାଂଶ ସମାବର୍ତ୍ତନ ଉତ୍ସବରେ ଯେଉଁଠି ଯୋଗ ଦେଇଛି ମୁଁ ଦେଖିବାକୁ ପାଇଛି ଯେ ଆମ ଝିଅମାନେ ପୁଅମାନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରୁଛନ୍ତି । ସେମାନେ ଉଦାରକଳା, ମନୁଷ୍ୟ ଜାତି ସମନ୍ଧୀୟ ବିଜ୍ଞାନ ଓ କଳା, ଭେଷଜ ବିଜ୍ଞାନ, ଆଇନ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିବା ସହ ସ୍ୱର୍ଣ୍ଣପଦକ ଲାଭ କରୁଛନ୍ତି । ଏହା ଏକ ଆନନ୍ଦଦାୟକ ଧାରାଏବଂ ଆମ କନ୍ୟାମାନଙ୍କର ଦକ୍ଷତାକୁ ପ୍ରତିପାଦନ କରୁଛି ।

୧୨. ତେବେ ସେ ଯାହା ହେଉ ଏହା ଅନୁଭୂତ ହେଉଛି ଯେ ବୈଷୟିକ ଓ ବୈଜ୍ଞାନିକ ଶିକ୍ଷାରେ ଝିଅମାନଙ୍କ ନାମଲେଖା ଓ ପାଠପଢା ହାର କମ୍‍ ରହୁଛି । ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ଭାରତରେ ଇଂଜିନିୟରିଂ ଓ ଟେକ୍‍ନିକାଲ ପ୍ରତିଷ୍ଠାନରେ ଝିଅମାନଙ୍କ ନାମଲେଖା ହାର ମାତ୍ର ୨୦ ଶତାଂଶ । ଆମ ଝିଅମାନେ ଏ କ୍ଷେତ୍ରରେ ଅଧିକରୁ ଅଧିକ ନାମ ଲେଖାଇ ଅନ୍ୟାନ୍ୟ କ୍ଷେତ୍ର ଭଳି ଉତ୍କର୍ଷ ପ୍ରତିପାଦନ କରିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି । ଉଚ୍ଚତ୍ତର ଶିକ୍ଷା, ବିଶେଷ କରି ଇଂଜିନିୟରିଂ, ବିଜ୍ଞାନ, ଟେକ୍‍ନୋଲୋଜି ଓ ଗଣିତ ଆଦି କ୍ଷେତ୍ରରେ ଝିଅମାନଙ୍କର ଅଧିକ ପ୍ରତିନିଧିତ୍ୱର ଆବଶ୍ୟକତା ରହିଛି । ବୈଷୟିକ କ୍ଷେତ୍ରରେ ମହିଳାମାନଙ୍କର ଅଭିବୃଦ୍ଧି ଓ ଉତ୍କର୍ଷ ଆମ ଜାତୀୟ ବିକାଶକୁ ନୂଆ ଦିଗ୍‍ଦର୍ଶନ ଦେବ । ଏହା ବିଜ୍ଞାନ ଓ କାରିଗରୀ ଭଳି ଉଚ୍ଚସ୍ତରରେ ଲିଙ୍ଗଗତ ସଶକ୍ତୀକରଣକୁ ମଜଭୁତ କରିବ । ଆହୁରି ମଧ୍ୟ ଏକବିଂଶ ଶତାବ୍ଦୀରେ ମହିଳାମାନେ ନୂଆ ଉଚ୍ଚତାକୁ ସ୍ପର୍ଶ କରି ସେ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଭାଙ୍ଗି ପାରିବେ ।

ଭଦ୍ରମଣ୍ଡଳୀଏବଂ ପ୍ରିୟଛାତ୍ରଛାତ୍ରୀ
୧୩. ଏକ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ଏହାର ପାରିପାଶ୍ୱର୍ରେ ଥିବା ସମୁଦାୟକୁ ସଶକ୍ତ କରିବା ଦିଗରେ ଅବଦାନ ରଖିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ସାମାଜିକ ଦାୟିତ୍ୱବୋଧ ବିଷୟକୁ ମୁଁ ଗୁରୁତ୍ୱ ଦେଇ ଆସୁଛି । ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ଢାଞ୍ଚାରେ ଏହା କାର୍ଯ୍ୟକାରୀ ହେବା ଉଚିତ । ଜାଣି ଖୁସି ହେଲି ଯେ ରାଉରକେଲା ଏନ୍‍ଆଇଟି ୫ଟି ଗାଁକୁ‘ଉନ୍ନତ ଭାରତ ଅଭିଯାନ’କାର୍ଯ୍ୟକ୍ରମରେ ପୋଷ୍ୟ ଭାବେ ଗ୍ରହଣ କରିଛି । ଆହୁରି ମଧ୍ୟ ଜାଣିବାକୁ ପାଇଲି ଯେ ଏହି ଅନୁଷ୍ଠାନ ଏହାର ବିଜ୍ଞାନ ଲ୍ୟାବକୁ ବିକଶିତ କରି ସଂପୃକ୍ତ ଗ୍ରାମଗୁଡିକରେ କଂପ୍ୟୁଟର ଶିକ୍ଷା ଯୋଗାଇ ଦେଉଛି ।ଏହାଛଡା ରାଉରକେଲା ଏନଆଇଟି କ୍ୟାମ୍ପସରେ ଏକ ଦାରିଦ୍ର‌୍ୟ ଦୂରୀକରଣ ଗବେଷଣା କେନ୍ଦ୍ର ଖୋଲା ଯାଇ କଳାହାଣ୍ଡି, ବଲାଙ୍ଗିର ଓ କୋରାପୁଟ ଅଞ୍ଚଳର ଦରିଦ୍ର ଅନଗ୍ରସର ଲୋକଙ୍କ ପାଇଁ କାମ କରାଯାଉଛି । ଆପଣମାନଙ୍କର ଏସବୁ ମହନୀୟ କାର୍ଯ୍ୟକୁ ମୁଁ ପ୍ରଶଂସା କରୁଛି ।

୧୪. ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ଯ୍ୟକାରିତା ପୂର୍ବରୁ ମୁଁ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନର କୁଳପତିଏବଂ ନିର୍ଦେଶକମାନଙ୍କସହ ଆଲୋଚନା ଓ ମତ ବିନିମୟ କରିଥିଲି । ଏହି ଶିକ୍ଷାନୀତିରେ ଉଲ୍ଲେଖ ଅଛି ଯେ ଇଂଜିନିୟରିଂ ପ୍ରତିଷ୍ଠାନଗୁଡିକ ଅଧିକ ସାମଗ୍ରିକ ଏବଂ ବହୁ ବିଷୟକ ଶିକ୍ଷାବ୍ୟବସ୍ଥା ପ୍ରବର୍ତ୍ତନ କରିବା ଉଚିତ । ଆହୁରି ମଧ୍ୟ କଳା ଓ ମାନବୀୟ ବିଜ୍ଞାନ ବିଷୟକ ଶିକ୍ଷା ଉପରେଏହା ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ।ମୁଁ ଜାଣି ଖୁସି ହେଲି ଯେ ଏନଆଇଟି ରାଉରକେଲା ଇତି ମଧ୍ୟରେ ଏ ଦିଗରେ ଅନେକ କିଛି କାର୍ଯ୍ୟକ୍ରମ ଆରମ୍ଭ କରିଛି । ମୁଁ ନିଶ୍ଚିତ ଯେ ଆପଣମାନେ ଏହି ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ସହିତ ଜାତୀୟ ଶିକ୍ଷାନୀତିର ସୁପାରସିଗୁଡିକୁ କାର୍ଯ୍ୟକାରୀ କରିବେ ଏବଂ ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱର ଜ୍ଞାନ ଶକ୍ତିରେ ପରିଣତ କରିବାରେ ସହାୟକ ହେବେ । ଏହି ଜାତୀୟ ଲକ୍ଷ୍ୟ ହାସଲରେ ଏନ୍‍ଆଇଟି ରାଉରକେଲା ଭଳି ଅନୁଷ୍ଠାନ ଗୁଡିକୁ ଏକ ବଡ଼ ଭୂମିକା ନିର୍ବାହକରିବାକୁ ପଡିବ ।

୧୫. ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସୁଖି, ସଫଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ମୁଁ ମଧ୍ୟ ଏହି ଅନୁଷ୍ଠାନର ଶିକ୍ଷକ, ଅଣଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀମାନଙ୍କର ପରିବାର ସଦସ୍ୟ, ଅଭିଭାବକମାନଙ୍କୁ ଆଜିର ଏହି ସ୍ମରଣୀୟ ଦିବସରେ ଅଭିନନ୍ଦନ ଜଣାଉଛି ।

ଧନ୍ୟବାଦ । ଜୟହିନ୍ଦ୍‍ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ଚିହ୍ନଟ ହେଲେ 98 ଜଣ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର, ଆଜି ରାଜ୍ୟରୁ 98 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 58 ହୋଇଥିବା ବେଳେ ସ୍ଥାନୀୟ ସଂସ୍ପର୍ଶରେ 40 ଜଣ ଆକ୍ରାନ୍ତ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

1. Angul: 4

2. Balasore: 4

3. Bargarh: 5

4. Bhadrak: 6

5. Balangir: 7

6. Cuttack: 9

7. Deogarh: 2

8. Jajpur: 3

9. Jharsuguda: 3

10. Kandhamal: 1

11. Kendrapada: 1

12. Khurda: 15

13. Koraput: 3

14. Mayurbhanj: 8

15. Nawarangpur: 2

16. Nuapada: 3

17. Puri: 5

18. Rayagada: 3

19. Sambalpur: 2

20. Sonepur: 2

21. Sundargarh: 7

22. State Pool: 3

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ରାଷ୍ଟ୍ରୀୟ ମର୍ଯ୍ୟଦାର ସହ କରାଯିବ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର, ବର୍ଷିୟାନ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶୀ ନୃତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କର ଅବଦାନ ଅତୂଳନୀୟ। ତାଙ୍କର ଅମର ଆତ୍ମାର ସଦଗତି ସହିତ ଶୋକସନ୍ତପ୍ତ ପରିବାରକୁ ସମମେଦନା ଜଣାଇଛନ୍ତି।

ଗତକାଲି ଲକ୍ଷ୍ମୀପ୍ରିୟାଙ୍କର ଭୁବନେଶ୍ବର ବାସଭବନରେ 86 ବର୍ଷ ବୟସରେ ପରଲୋକ ହୋଇଛି। ସେ ଓଡିଶୀ ନୃତ୍ୟର ଆଦିଗୁରୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ। ତାଙ୍କ ବିୟୋଗରେ ସାରା ଓଡିଶୀ ନୃତ୍ୟ ଓ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ଲକ୍ଷ୍ମୀପ୍ରିୟାଙ୍କ ଶେଷକୃତ ପୁରୀ ସ୍ବର୍ଗଦ୍ବାରରେ କରାଯିବ।