ହାଇଦ୍ରାବାଦ : ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଏକ ଦ୍ୱିଭାଷୀ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଉଭୟ ତେଲୁଗୁ ଏବଂ ତାମିଲ ଭାଷାରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ଅଦିତି ଅଭିନୟ କରୁଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହି ଫିଲ୍ମରେ ଅଦିତିଙ୍କ ବିପକ୍ଷରେ ସର୍ବାନନ୍ଦ ଏବଂ ସିଦ୍ଧାର୍ଥ ନାରାୟଣନ ଅଭିନୟ କରିବେ ବୋଲି ଜଣାପଡିଛି । ଆର ଏକ୍ସ 100 ଫିଲ୍ମର ନିର୍ଦ୍ଦେଶକ ଅଜୟ ଭୂପତି ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ତେବେ ଉଭୟ ଅଭିନେତା ଏକତ୍ର ନଜର ଆସିବେ କି ତେଲୁଗୁ ଭାଷାରେ ସର୍ବାନନ୍ଦ ଏବଂ ତାମିଲ ଭାଷାରେ ସିଦ୍ଧାର୍ଥ ନଜର ଆସିବେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଅଦିତି ଏକାଧିକ ତାମିଲ ଫିଲ୍ମରେ ନଜର ଆସିଥିବା ବେଳେ ନିକଟରେ ରିଲିଜ ହୋଇଥିବା ତେଲୁଗୁ ଫିଲ୍ମ ଭିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଦିତି ।
Author: Samikhsya Bureau
ଭୁବନେଶ୍ୱର : କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ୟୁନିସେଫ୍ର ସହଭାଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ନିୟମିତ ଭାବରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ନେଇ ସଚେତନତା କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପରିବେଷଣ କରିଆସୁଛି । ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ସର୍ବେ ଭବନ୍ତୁ ସୁଖିନଃ” ଜରିଆରେ ଏହି କମ୍ୟୁନିଟି ରେଡିଓ ପକ୍ଷରୁ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ବିଶେଷଜ୍ଞ ଓ ଡାକ୍ତରମାନଙ୍କୁ ନେଇ ଆଲୋଚନା କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ଓ ଏଥିରୁ କିଭଳି ଦୂରେଇ ରହିବାକୁ ହେବ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ସୋଆର ଅନେକ ଗବେଷକ ମଧ୍ୟ ଶ୍ରୋତାମାନଙ୍କୁ ଏହି…
ଭୁବନେଶ୍ବର : ତୀବ୍ର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ବିଶାଖାପାଟଣାରୁ ଦକ୍ଷିଣ- ଦକ୍ଷିଣ ପୂର୍ବ 250 କିମି ଦୂରରେ ରହିଛି । କାଲି ସକାଳେ କାକିନାଡା ପାଖରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଅତିକ୍ରମ ବେଳେ ପବନର ବେଗ 55ରୁ 60 କିମି ରହିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 13 ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ପ୍ରଭାବରେ କଟକ ଓ ଭୁବନେଶ୍ବରରେ ବି ଆଜି ଓ କାଲି ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ…
ଭୁବନେଶ୍ବର, ବିଜେଡି ଉପନିର୍ବାଚନ ପାଇଁ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦୁଇ ଉପନିର୍ବାଚନରେ ତିର୍ତ୍ତୋଲ ପ୍ରାର୍ଥଙ୍କୁ ନେଇ କାହାରି କିଛି କହିବାର ନାହିଁ। କାରଣ ତାହା ସମସ୍ତେ ଆଶା କରୁଥିଲେ ଯେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯିବ। ଯଦି ପୂର୍ବ ଉପନିର୍ବାଚନଗୁଡିକୁ ଦୃଷ୍ଟିରେ ନେଲେ ସ୍ପଷ୍ଟ ହୋଇଛି ଯେ, ବିଜେଡି ପରଲୋକଗତ ବିଧାୟକଙ୍କ ସଂପର୍କୀୟଙ୍କୁ ପ୍ରାର୍ଥୀ କରିଛି। ଆଉ ଜିତିଛି ମଧ୍ୟ। ସେହି ହିସାବରେ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ ନ କରି ବିଜେଡିର ଉପାୟ ନ ଥିଲା। ହେଲେ ସମସ୍ତଙ୍କର ନଜର ଥିଲା ବାଲେଶ୍ବର ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ। କାରଣ ଏହି ଉପନିର୍ବାଚନ ପାଇଁ ଦୀର୍ଘଦିନ ଧରି ପୂର୍ବତନ ସାଂସଦ ରବି ଜେନା ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ମଧ୍ୟରେ ଛକା ପଞ୍ଚା ଚାଲିଥିଲା। ଉଭୟ ପ୍ରାର୍ଥୀ ହେବେ ବୋଲି କୁଆଡେ ଉପର ମହଲରେ ଦାବୀ କରୁଥିଲେ।…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 2716ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 271କରୋନା ଆକ୍ରାନ୍ତଙ୍କ ମଧ୍ୟରେ 68 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 203 ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ରସୁଲଗଡ଼ରୁ 10 ଜଣ, ବରମୁଣ୍ଡା ଓ ଆଇଆରସି ଭିଲେଜରୁ 8ଜଣ ରହିଥିବାବେଳେ ନୟାପଲ୍ଲୀରୁ 9ଜଣ ସୁନ୍ଦରପଦାରୁ 6ଜଣ,ପାତ୍ରପଡ଼ାରୁ 7ଜଣ ରହିଛନ୍ତି । ସେହିପରି ଆଜି 313 ଜଣ ସୁସ୍ଥ ହୋଇଛନ୍ତି । ନୂତନ 271ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 25 ହଜାର 735ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 22 ହଜାର 210ଜଣ ସୁସ୍ଥ ହୋଇଥିବାବେଳେ 119ଜଣଙ୍କର ମୃତ୍ୟୁ ହୋଇଛି । ଭୁବନଶ୍ବର ମହାନଗରରେ ଏବେବି 3 ହଜାର 385ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । https://twitter.com/bmcbbsr/status/1315599232460451841?s=20
ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମହଲ ସରଗରମ ରହିଛି। ଆଜି ବିଜେଡିରେ ଯୋଗଦେଲେ ରମାକାନ୍ତ ଭୋଇ। ଦଳ ଅଣଦେଖା କରୁଥିବା ଅଭିଯୋଗ କରି ଗତ 6ତାରିଖରେ ବିଜେପି ଛାଡିଥିଲେ। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ରମାକାନ୍ତ ଭୋଇ। 2019 ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବିଜେପିରୁ ସେ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ ବୋଲି ସୂଚନା ମିଳିଥିଲା ।
ଭୁବନେଶ୍ବର : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ରାଜନୀତିଜ୍ଞ, ସାହିତ୍ୟିକ ଓ ସ୍ତମ୍ଭକାର ଶରତ କୁମାର କରଙ୍କ ସୋମବାର ଦିନ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 81 ବର୍ଷରେ ଦେହାନ୍ତ ହୋଇଥିବାର ସୂଚନା ଦେଇଛନ୍ତି ଶରତଙ୍କ ପୁଅ ସୁମନ କର । ବିଧାନସଭା ବାଚସ୍ପତି ସହ ଏକାଧିକ ଥର ମନ୍ତ୍ରୀ ଥିଲେ ଶରତ କର । 1939 ମସିହା ସେପ୍ଟେମ୍ବର ମାସ 5ତାରିଖରେ ଜନ୍ମଗ୍ରହଣ କରିଥିବା ଶରତ କର ଓଡ଼ିଶା ରାଜନୀତିର ବିଜୁ ଜନତା ଦଳ, ଉତ୍କଳ କଂଗ୍ରେସ ଓ ଜନତା ଦଳ ଆଦି ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିବା ବେଳେ 1971 ମସିହାରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଥିଲେ। 1977 ମସିହାରେ ଜନତା ପାର୍ଟି ଟିକେଟରେ କଟକ ଲୋକସଭା ଆସନରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପରାଜିତ…
କରୌଲୀ : ରାଜସ୍ଥାନର କରୌଲୀରେ ପୂଜକ ହତ୍ୟା ମାମଲାରେ ପୋଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହା ସହିତ ପୋଲିସ ସମୁଦାୟ 2ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ପୋଲିସର 6ଟି ଟିମ ପକ୍ଷରୁ ଅନୁସନ୍ଧାନ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଦିଲଖୁସ ମୀନା ଓରଫ ଧିଲ୍ଲୁ । ଅଭିଯୁ୍କ୍ତ ଧିଲ୍ଲୁ ବୁକନା ଗ୍ରାମରେ ରହିଥିବା ଦେବୋତ୍ତର ସମ୍ପତ୍ତିକୁ ହାତେଇବାକୁ ଚେଷ୍ଟା କରିଥିଲେ । ପୂଜକ ଜଣକ ଏହାକୁ ବିରୋଧ କରିବାରୁ ତାଙ୍କୁ ନିଆଁ ଲଗାଇ ହତ୍ୟା କରିଥିଲେ ଦୁର୍ବୃର୍ତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂଜକଙ୍କୁ ହତ୍ୟା ପ୍ରତିବାଦରେ ଆନେ୍ଦାଳନ ତୀବ୍ର ହେବାରୁ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ସିବିସିଆଇଡିକୁ ହସ୍ତାନ୍ତର କରାଯାଇଥିଲା । ଏହା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ସହିତ 10…
ନୂଆଦିଲ୍ଲୀ :2020 ମସିହା ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ନୋବେଲ କମିଟି ପକ୍ଷରୁ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ବିଜୟୀଙ୍କ ନାମ ଘୋଷଣା କରାଯାଇଛି । ଦୁଇ ଅର୍ଥନୀତିଜ୍ଞ ପଲ ଅର ମିଲଗ୍ରମ ଏବଂ ରବର୍ଟ ବି ୱିଲସନଙ୍କ ନାମ ସୋମବାର ଦିନ ଘୋଷଣା କରାଯାଇଛି । ନିଲାମୀକୁ ନେଇ ରହିଥିବା ନିୟମରେ ପରିବର୍ତ୍ତନ ଏବଂ ନୂତନ ନିଲାମୀ ପ୍ରକ୍ରିୟା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଟ୍ୱିଟ୍ଟର ଜରିଆରେ ଦୁଇ ଅର୍ଥନୀତିଜ୍ଞଙ୍କ ନାମ ଘୋଷଣା କରାଯାଇଛି । ସେରିଜସ ରିକ୍ସବ୍ୟାଙ୍କ ପକ୍ଷରୁ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଏହି ପୁରସ୍କାର 1969 ଠାରୁ ପ୍ରଦାନ କରାଯାଉଛି । 1969ରୁ 2019 ମଧ୍ୟରେ 51 ଥର ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ 84 ଜଣ ଅର୍ଥନୀତିଜ୍ଞଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । 2019ରେ ଅଭିଜିତ ବାନାର୍ଜୀ ଏବଂ ଏସ୍ଥର ଡଫଲୋଙ୍କୁ ନୋବେଲ ପୁରସ୍କାର ପ୍ରଦାନ…
ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି ଖୁସୁବୁ ସୁନ୍ଦର । ସୋମବାର କଂଗ୍ରେସେରୁ ଇସ୍ତଫା ଦେବା ସହିତ ବିଜେପିରେ ଯୋଗ ଦେଇଛନ୍ତି ଖୁସବୁ । ଅଭିନେତ୍ରୀରୁ ରାଜନେତା ବନିଥିବା ଖୁସୁବୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ତାମିଲନାଡୁ ରାଜ୍ୟ ସଭାପତି ଏଲ ମୁରୁଗନ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ । ଖୁସବୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିବା ପରେ କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ମୁଖପାତ୍ର ପଦରୁ ତାଙ୍କୁ ହଟାଯାଇଥିଲା । ଦଳର କିଛି ଶୀର୍ଷସ୍ତରୀୟ ନେତା ଏକଛତ୍ରବାଦ ଚଳାଇଥିବା ନେଇ ଖୁସବୁ ନିଜର ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ । ତଳସ୍ତରର ବାସ୍ତବତାକୁ ଉପଲବ୍ଧି ନକରି ନିଷ୍ପତ୍ତି ଗ୍ରହଣ କରାଯାଉଥିବା ପ୍ରତିବାଦରେ ଖୁସବୁ ଦଳ ଛାଡିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଖୁସୁବୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ…
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଆଜି ଏକ ପ୍ରେସମିଟ କରାଯାଇଛି । ଜିଏସଟି ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ 10 ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏହା ସହିତ ଏହି ଅର୍ଥରାଶିକୁ ବିନା ସୁଧରେ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ରୁପେ କାର୍ଡ ଜରିଆରେ ଏହି ଅର୍ଥ ମିଳିବ ଏବଂ ମାର୍ଚ୍ଚ 31, 2021 ସୁଦ୍ଧା ଏହି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ବୋଲି ଜଣାପଡିଛି । ପୂଜା ପୂର୍ବରୁ ରୁପେ କାର୍ଡ ଜରିଆରେ ଏହି ଅର୍ଥରାଶି ପ୍ରଦାନ କରାଯିବ। ସ୍ୱତନ୍ତ୍ର ପୂଜା ଆଡଭାନ୍ସ ଯୋଜନା ନିମନ୍ତେ ରାଜ୍ୟ ମାନଙ୍କ ପାଇଁ 12 ହଜାର କୋଟିର ସୁଧ ବ୍ୟବସ୍ଥା କରାଯାଇଛି । । ଆସନ୍ତା 50 ବର୍ଷ ପାଇଁ ଏହି ଅର୍ଥରାଶି ବିନା ସୁଧରେ ପ୍ରଦାନ କରାଯିବ । ନର୍ଥଇଷ୍ଟ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ପାଇଁ 2500…
ଭୁବନେଶ୍ବର : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବାଲେଶ୍ବର ସଦର ପାଇଁ ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଛି । ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବିଷ୍ଣୁଦାସଙ୍କ ପୁଅ। ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା ।ବିଜେପି ତରଫରୁ ବାଲେଶ୍ବର ସଦରର ପ୍ରାର୍ଥୀ ହୋଇଛନ୍ତି ମାନସ କୁମାର ଦତ୍ତ । ସେହିପରି ତିର୍ତ୍ତୋଲ ପାଇଁ ବିଜେପି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର 10 ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର ।
ଭୁବନେଶ୍ବର, ସମସ୍ତେ ଜାଣନ୍ତି ଯେ ଓଡିଶା ରାଜ୍ୟ ଖଣିଜ ସମ୍ପଦରେ ଭରପୁର। ହେଲେ ଓଡିଶାର ମାଟି ଭିତରେ କେତେ ଖଣିଜ ସଂପଦ ରହିଛି ତାହାର କୌଣସି ହିସାବ ନାହିଁ। ଏପରିକି ରାଜ୍ୟ ସରକାରଙ୍କ ପାଖରେ ଏ ନେଇ କୌଣସି ସଠିକ ସୂଚନା ମଧ୍ୟ ନାହିଁ। କାରଣ, କେବେ ବି ପୁରା ରାଜ୍ୟର ମାଟି ତଳେ କେତେ ଖଣିଜ ପଦାର୍ଥ ଅଛି ତାହାର କୌଣସି ଭୂତତ୍ବ ସର୍ବେକ୍ଷଣ କରାଯାଇ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ସଂପୂର୍ଣ୍ଣ ଓଡିଶାର କେଉଁ ସ୍ଥାନରେ କଣ କଣ ଖଣିଜ ପଦାର୍ଥ ରହିଛି ତାହା ଅନୁସନ୍ଧାନ କରିବେ। ଏପରିକି କେତେ ପରିମାଣର ଏହି ପ୍ରାକୃତିକ ସଂପଦ ରହିଛି ତାହାର ମଧ୍ୟ ବ୍ୟବଛେଦ ହେବ। ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କମିଟ ଗଠନ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ଯେତିକି ଖଣି ଚାଲୁ ରହିଛି ସେଗୁଡିକର କେବଳ ପରିମାଣ ମପା ଯାଇଛି।…
ନୂଆଦିଲ୍ଲୀ : ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦ୍ର ସରକାର 100 ଟଙ୍କିଆ ନୋଟ୍ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜମାତା ସିନ୍ଧିଆଙ୍କ ଜୟନ୍ତୀ ଅବସରରେ 100ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା ଜାରି କରିଛନ୍ତି। ରାଜମାତା ବିଜୟା ରାଜେ ସିନ୍ଧିଆଙ୍କର ଆଜି 101 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମୁଦ୍ରାକୁ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାରି କରିଛନ୍ତି । 1919 ମସିହା ଅକ୍ଟୋବର 12 ତାରିଖରେ ବିଜୟା ରାଜେ ସିନ୍ଧିଆ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାଁ ହେଉଛି ଦେବୀଶ୍ବରୀ ଦେବୀ । ତେବେ ସେ ଗ୍ବାଲିୟରର ରାଜମାତା ଭାବେ ବେଶ୍ ଲୋକପ୍ରିୟ । ଭାରତୀୟ ରାଜବଂଶର ରାଣୀ ହେବା ସହିତ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ବ ଭାବେ ମଧ୍ୟ ସେ ବେଶ୍ ପରିଚିତି ହାସଲ କରିଥିଲେ । ଅର୍ଥ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ଏହି ନୂତନ 100 ଟଙ୍କିଆ ମୁଦ୍ରାରେ ଦୁଇ ପାର୍ଶ୍ବକୁ…
ଗୁଣା : ଭାରତରେ ଗୋତି ଶ୍ରମିକ ପ୍ରଥା କେବେ ଠୁ ଉଚ୍ଛେଦ ହୋଇଯାଇଛି । କିନ୍ତୁ ଆଜି ବି ଅନେକ ଜାଗାରେ ଏହି ପ୍ରଥା ରହିଆସିଛି । ଏହିପରି ଏକ ରୋଚକ ଘଟଣା ମଧ୍ୟପ୍ରଦେଶ ଗୁନା ଜିଲ୍ଲାରୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତି ମହାଜନଙ୍କଠାରୁ 20 ହଜାର ଟଙ୍କା ଧାର ନେଇଥିଲେ । ଉକ୍ତ ଟଙ୍କା ପରିଶୋଧ କରିବାରେ ବିଫଳ ହେବାରୁ ଉକ୍ତ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଗତ 15 ମାସ ଧରି ମହାଜନଙ୍କଠାରେ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ଉଭୟ ସ୍ବାମୀ-ସ୍ତ୍ରୀ ଗୋତି ଶ୍ରମିକ ଭାବେ ଖଟୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ଋଣ ସୁଝି ହୋଇନାହିଁ। ବରଂ ଲୋଭୀ ମହାଜନ ଋଣ ଟଙ୍କାକୁ ସୁଧ ସହ ମିଶାଇ 50 ହଜାର ଟଙ୍କା କରି ଦେଇଥିଲେ । ତେବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ତାଙ୍କୁ ଏହି ଗୋତି ଶ୍ରମିକରୁ…
ମୁମ୍ବାଇ : ଜୀଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଅଲିଟି ଶୋ’ ‘ସାରେଗାମାପା – ଲିଟିଲି ଚାମ୍ପସ୍’-2020ର ବିଜୟିନୀ ହୋଇଛନ୍ତି କେରଳର ଆର୍ଯ୍ୟାନନ୍ଦା ବାବୁ । ନିଜର ସ୍ବରର ଯାଦୁରେ ବିଚାରକ ସମେତ ସମସ୍ତ ଦେଶବାସୀଙ୍କୁ ସେ ମୁଗ୍ଧ କରିଛନ୍ତି । କେରଳର ଏହି କୁନି ଝିଅ ଜଣକ ଠିକ୍ରେ ହିନ୍ଦୀ କହିପାରୁନଥିବାବେଳେ ସ୍ବରରେ ତାଙ୍କର ଯାଦୁ ରହିଛି । ରବିବାର ଦିନ ଏହି ରିଅଲିଟି ଶୋ’ର ବିଜେତା ଘୋଷଣା କରାଯାଇଥିଲା । ଚଳିତ ସିଜିନ୍ରେ ଆର୍ଯ୍ୟାନନ୍ଦା ବାବୁ ବିଜୟିନୀ ହୋଇଥିବାବେଳେ ଏହି ଶୋ’ର ଅନ୍ୟତମ ପ୍ରତିଯୋଗୀ ରଣିତା ବାନାର୍ଜୀ ଓ ଗୁରୁକ୍ରିତ୍ ସିଂଙ୍କ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲୋ। ଆର୍ଯ୍ୟାନନ୍ଦା ବାବୁ ଶୋ’ର ବିଜୟିନୀ ହେବା ସହିତ ସାରେଗାମାପା ଟ୍ରଫି ସହିତ ନଗଦ 5 ଲକ୍ଷଟଙ୍କାର ପୁରୁସ୍କାର ରାଶି ମଧ୍ୟ ଜିତିଛନ୍ତି । ରବିବାର ଦିନ ଏହି ସୋ’ର ବିଜେତା ଘୋଷଣା କରାଯାଇଥିଲା ଯେଉଁଥିରେ ଆର୍ଯ୍ୟନନ୍ଦା ବାବୁ ଏହି…
ଭୁବନେଶ୍ବର : ରାଜ୍ୟରେ ଆଉ 18 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଯାଜପୁର ଓ ସୁନ୍ଦରଗଡରୁ 2 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 1040କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। କଟକଜିଲ୍ଲାର ଚାରି ମୃତକ ପୁରୁଷହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 55, 68, 53 ଓ 66 ବର୍ଷ । ବାଲେଶ୍ବରର ତିନି ମୃତକଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ପୁରୁଷଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 60…
ଝାନସୀ, ଉତ୍ତରପ୍ରଦେଶର ଝାନସୀ କଲେଜ ପରିସରରେ ରାଜ୍ୟର ଏକ ପଲିଟେକ୍ନିକ୍ କଲେଜର ଜଣେ ଛାତ୍ର 17 ବର୍ଷର ଜଣେ ବାଳିକାକୁ ଦୁଷ୍କର୍ମ କରିଛି। ସେହି ଦଶ୍ୟକୁ ଆଉ 10 ଜଣ ଛାତ୍ର ଦେଖିବା ସହିତ ଆପତ୍ତିଜନକ ଭିଡିଓ ମଧ୍ୟ କରିଥିଲେ । ଏ ଭଳି ଏକ ଘଟଣାକୁ ନେଇ ଝାନସୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କାରଣ ଏହି ସମୟରେ କଲେଜରେ ପୋଲିସର କଡା ସୁରକ୍ଷା ଭିତରେ ସିଭିଲ ସର୍ଭିସ ପରୀକ୍ଷା ଚାଲିଥିଲା। ପୀଡିତା ଅଭିଯୋଗ କରିଛନ୍ତି ଯେ ରବିବାର ଦିନ ପଲିଟେକ୍ନିକ୍ କଲେଜର ପ୍ରାୟ 10 ଜଣ ଛାତ୍ର ତାଙ୍କୁ କ୍ୟାମ୍ପସ ଭିତରକୁ ନେଇ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପୋଲିସର ପ୍ରବଳ ସୁରକ୍ଷା ମଧ୍ୟରେ ରାଜ୍ୟ ସିଭିଲ ସେବା (ପିସିଏସ୍) ପରୀକ୍ଷା କରାଯାଉଥିବା ବେଳେ କ୍ୟାମ୍ପସ ଭିତରେ ଏହି ଘଟଣା ଘଟିଛି। ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି ବୋଲି…
ଭୁବନେଶ୍ବର : ରାଜ୍ୟରେ ଆଜି 2ହଜାର 423କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1417ଜଣ ଚିହ୍ନଟ ହୋଇଥିବାବେଳେ 1006ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 54ହଜାର662କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 27 ହଜାର 615ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 25ହଜାର954ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 1006ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 2ହଜାର 423ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 359ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 229, ବାଲେଶ୍ବରରୁ…
ବଲାଙ୍ଗିର : ବାରମ୍ବାର ବାହାଘର ଭାଙ୍ଗିବାରୁ ଜଣେ ଯୁବତୀ ଚରମ ନିଷ୍ପତ୍ତି ନେଇଛନ୍ତି । ନିଆରେ ପୋଡି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶେଷରେ ଆଜି ଯୁବତୀ ଜଣଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିର ମେଡିକାଲରେ ଯୁବତୀଜଣକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ ଯୁବତୀଙ୍କ ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କୁଲିତାଯୋର ଗାଁରେ । କିରୋସିନି ଢାଳି ହୋଇ ପୋଡି ମରିବାକୁ ଯୁବତୀ ଜଣକ ଉଦ୍ୟମ କରିଥିବାର ଅଭିଯୋଗ କରିଛନ୍ତି ତାଙ୍କ ବାପା । ଜଣେ ଯୁବକ ବାରମ୍ବାର ବାହାଘର ଭାଙ୍ଗୁ ଥିବାରୁ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ମୃତ ଯୁବତୀଙ୍କ ବାପା ।
ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହରରେ ବଡ ଧରଣର ଗ୍ରୀଡ୍ ଫେଲ୍ ହୋଇଛି । ଏହା ଯୋଗୁଁ ମୁମ୍ବାଇର ବ୍ୟାପକ ଅଞ୍ଚଳରେ ଦିନ 10ଟାରୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଛି । ବିଦ୍ୟୁତ ବିଭ୍ରାଟ ପାଇଁ ମୁମ୍ବାଇ ଉପନଗରୀ ଅଞ୍ଚଳରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି । ଟାଟା ତରଫରୁ ହେଉଥିବା ବିଦ୍ୟୁତ୍ ଯୋଗାଣ ବିଫଳ ହୋଇଥିବାରୁ ରାଜଧାନୀରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି ବୋଲି ମୁମ୍ବାଇ ବିଦ୍ୟୁତ ଯୋଗାଣ ଓ ପରିବହନ ତରଫରୁ ସୂଚନା ଦିଆଯାଇଛି । ଏହି କାରଣରୁ ସହରର ପୂର୍ବ, ପଶ୍ଚିମ, ଉପନଗର ଓ ଥାନେର କିଛି ଅଂଶରେ ବିଜୁଳି ଯୋଗାଣ ବନ୍ଦ ରହିଛି । ଗ୍ରୀଡ୍ ଫେଲ୍ ହେବା କାରଣରୁ ମୁମ୍ବାଇରେ ଲୋକାଲ୍ ଟ୍ରେନ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ବାନ୍ଦ୍ରା, କୋଲାବ୍, ମାହିମା ଆଦି ଅଞ୍ଚଳରେ ସକାଳ 10ଟାରୁ ବିଜୁଳି ଯୋଗାଣ ବନ୍ଦ ରହିଛି ।

