ବାଗ୍ପତ୍ : ଉତ୍ତରପ୍ରଦେଶର ବାଗ୍ପତ୍ରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲାଧ୍ୟକ୍ଷ ସଞ୍ଜୟ ଖୋଖରଙ୍କୁ କିଛି ଦୁର୍ବୃତ୍ତ ଗୁଳି ମାରି ହତ୍ୟ କରିଛନ୍ତି । କିଛି ଅଜ୍ଞାତ ଅପରାଧୀମାନେ ଏହି ଘଟଣା ଘଟାଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ସଞ୍ଜୟ ସକାଳୁ ସକାଳୁ ମର୍ଣ୍ଣିଂ ଓ୍ବାର୍କ ଯାଉଥିବାବେଳେ କିଛି ବଦମାସ୍ ତାଙ୍କୁ ଗୁଳି କରୁଥିଲେ ।ମର୍ଣ୍ଣିଂ ଓ୍ବାର୍କରୁ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ କିଛି ଅଜ୍ଞାତ ଆକ୍ରମଣକାରୀ ଗୁଳି ଚଳାଇଥିଲେ । ସଞ୍ଜୟଙ୍କୁ ଦୁଇଟି ଗୁଳି ଲାଗିଥିବାବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏପରି ଏକ ଘଟଣା ଘଟିବା ପରେ ସାରା ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣାସ୍ଥଲରେ ଏସ୍ପି, ଏଏସ୍ପି ପହଞ୍ଚି ଘଟଣାରୁ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ହତ୍ୟାର କାରଣ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇନଥିବାର କହିଛନ୍ତି ଏସ୍ପି ଅଜୟ କୁମାର ସିଂହ । ଅପରପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ…
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ 10 ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ରାୟଗଡା, ବାଲେଶ୍ବର, ପୁରୀ, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନାଦେଇଛି । ଗଞ୍ଜାମର ତିନି ମୃତକଙ୍କ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 64, 72 ଓ 52 ବର୍ଷ ବୋଲି ସୂଚନା ରହିଛି । ଖୋର୍ଦ୍ଧାର ତିନି ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଦୁଇ ମୃତକ ହେଉଛନ୍ତି 55 ଓ 26 ବର୍ଷୀୟ ମହିଳା ହୋଇଥିବାବେଳେ ଅନ୍ୟ ଜଣେ 80 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି । ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ 58 ବର୍ଷ ବୋଲି ସୂଚନା ରହିଛି । ସେହିପରି ପୁରୀରୁ 56 ବର୍ଷୀୟ ଜଣେ ପୁରୁଷଙ୍କର ମୃତ୍ୟୁ…
ଭୁବନେଶ୍ବର : ଆଜି 29ଟି ଜିଲ୍ଲାରୁ ମୋଟ୍ 1341ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମ ଜିଲ୍ଲାରୁ 227ଜଣ ଚିହ୍ନଟ ହୋଇଥିବା ସ୍ଥଳେ ଖୋର୍ଦ୍ଧା ଜିଲ୍ଲାରୁ 218 ଜଣ, ସୁନ୍ଦରଗଡରୁ 91,ଭଦ୍ରକରୁ 83, କଟକରୁ 76, ରାୟଗଡାର 75, ଝାରସୁଗୁଡାରୁ 67, ନୟାଗଡରୁ 57, ବରଗଡରୁ 56, ବାଲେଶ୍ବରରୁ 54, କୋରାପୁଟରୁ 45, ବଲାଙ୍ଗିର ଓ କେନ୍ଦ୍ରାପଡାରୁ 27 ଜଣ ଲେଖାଏଁ, ସମ୍ବଲପୁରରୁ 26, କଳାହାଣ୍ଡିରୁ 25, କେଉଁଝରରୁ 23, ଗଜପତିରୁ 20, ମାଲ୍କାନଗିରିରୁ 17, କନ୍ଧମାଳ, ଜଗତସିଂହପୁର ଓ ପୁରୀରୁ 16ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ଯାଜପୁରରୁ 15 ଜଣ ଚିହ୍ନଟ ହୋଇଛନ୍ତି। ସୋନପୁର ଓ ଢେଙ୍କାନାଳରୁ 14ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବୌଦ୍ଧରୁ 10 ମୟୂରଭଞ୍ଜରୁ 9, ନୂଆପଡାରୁ 7, ନବରଙ୍ଗପୁରରୁ 6, ଅନୁଗୁଳରୁ 4 ଜଣ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ଚଳିତ ସ୍ବାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । କୋଭିଡ୍ ନିୟମ ମାନି ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛ। ସକାଳ 9ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଚଳିତ ଥର କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ପୋଷ୍ଟ କିମ୍ବା ପ୍ୟାରେଡ୍ ହେବ ନାହିଁ ବୋଲି ସୂଚନା ରହିଛି । ସେହିପରି ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । କାର୍ଯ୍ୟକ୍ରମରେ ସର୍ବାଧିକ 50ରୁ 75 ଜଣ ଅତିଥିଙ୍କୁ ଅଂଶଗ୍ରହଣ କରିବା ପାଇଁ ଅନୁମତି ରହିଛି । ଅତିଥିଙ୍କ ମଧ୍ୟରେ 15ରୁ 20 କରୋନା ଯୋଦ୍ଧା ସାମିଲ୍ ହେବେ ବୋଲି ସୂଚନା ରହିଛି । ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମୀ ପ୍ରମୁଖ ସାମିଲ୍ ହେବେ । କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ବ ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ଭୁବନେଶ୍ବର, କେନ୍ଦ୍ର ସରକାର ପୁଣି ଥରେ ରାଜ୍ୟକୁ ଏକ ନମ୍ବର ମାନ୍ୟତା ଦେଇଛନ୍ତି। ତାହା ହେଉଛି ରାଜ୍ୟରେ ପାଇପ ଜଳ ଯୋଗାଣ ପାଇଁ ଚାଲିଥିବା ଅମୃତ ଯୋଜନା। ଏହି ଯୋଜନାରେ ଓଡିଶା ସରକାର ଭଲ ସଫଳତା ହାସଲ କରିଛି। ଫଳରେ କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏହି ମାନ୍ୟତା ଦେଇଛି। ଏହି ଅମୃତ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାବେ ଲାଗୁ କରାଯାଇଛି। ଓଡିଶାର ନଅ ଟି ସହରାଞ୍ଚଳରେ ବର୍ତ୍ତମାନ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେଗୁଡିକ ହେଲା ଭୁବନେଶ୍ବର, କଟକ,ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ବର, ଭଦ୍ରକ,ବ୍ରହ୍ମପୁର ଏବଂ ପୁରୀ।
ଭୁବନେଶ୍ବର : ରାଜ୍ୟରେ ଆଜି 1341କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 818ଜଣ ଚିହ୍ନଟ ହୋଇଥିବାବେଳେ 523ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 48 ହଜାର 796କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 427ଜଣ । ସେହିପରି ସୁସ୍ଥ ହୋଇଛନ୍ତି 33ହଜାର 020 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 286ଜଣ । ସେହିପରି 51 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଗତ 24 ଘଣ୍ଟା ମଧ୍ୟରେ 53 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 871 ଜଣ ପ୍ରାଣ ହରାଇଛନ୍ତି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 22 ଲକ୍ଷ 68 ହଜାର 676ରେ ପହଞ୍ଚିଛି । ସେହିପରି 871 ଜଣଙ୍କ ପ୍ରାଣହାନି ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 45 ହଜାର ୨୫୭ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟ 15 ଲକ୍ଷ 83 ହଜାର 489ରେ ପହଞ୍ଚିଛି । ମହାରାଷ୍ଟ୍ରରେ କରୋନା ପରସ୍ଥିତି ସବୁଠୁ ଅଧିକ ଭୟଙ୍କର ରହିଛି । ଏଠାରେ କରୋନାରେ 3 ଲକ୍ଷ 58 ହଜାର 421 ଜଣ ଆକ୍ରାନ୍ତ ହୋଇଥିବା ବେଳେ 18 ହଜାର 50ଜଣଙ୍କର ମୃତ୍ୟୁ ଘଟିଛି ।
କେଦାର ମିଶ୍ର ଗତ କାଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପ ସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଟୁଇଟର ରେ ଲେଖିଛନ୍ତି ” ନିଜ ଟେଲିଫୋନ କଲ ଅନଲାଇନ ପୋଷ୍ଟ କରିଥିବାରୁ ଓଡିଶା ପୋଲିସ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି, ସେମାନଙ୍କର ଅପରାଧ କଣ? ସେମାନଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତ ଥିଲେ ଓ ପ୍ରବଳ ସରକାରୀ ବ୍ୟୟରେ ସେମାନଙ୍କର ମିଛ ଚିକିତ୍ସା ହୋଇଥିବାର ଅଭିଯୋଗ କରିଥିଲେ। ଏହା ଓଡିଶାରେ ଚାଲିଥିବା ବିରାଟ କରୋନା ଘୋଟାଲାରା ସଦ୍ୟତମ ଉଦାହରଣ। ଏ ସମ୍ପର୍କରେ ଅଭିବ୍ୟକ୍ତିର ସ୍ଵାଧୀନତା କଥା ଉଠାଉଥିବା ଲୋକେ କିଛି କହିବେ କି?” ଏତକ ଲେଖିବା ବେଳେ ଶ୍ରୀ ପଣ୍ଡା ବିଲକୁଲ କହିଲେ ନାହିଁ ଯେ ତାଙ୍କ ପରିବାର ଦ୍ଵାରା ପରିଚାଳିତ “ଓ ଟିଭି” ରେ ଏହି ଦୁଇ ବ୍ୟକ୍ତିଙ୍କର ବ୍ୟକ୍ତିଗତ କଥାବାର୍ତ୍ତା ପ୍ରଚାରିତ ହୋଇଥିଲା। ଦୁଇଜଣ ଲୋକ ନିଜ ଭିତରେ ବ୍ୟକ୍ତିଗତ କଥା ହେଲା ବେଳେ…
ଭୁବନେଶ୍ବର, ଖୁବ ଶିଘ୍ର ମନ୍ଦିର ଖୋଲିବ। ଏନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ବିଚାରବିମର୍ଶ ଆରମ୍ଭ କରିଛି। ଏ ନେଇ କୋର୍ଟ ଏକ ରାୟ ଦେଇଥିବାରୁ ସେହି ଆଧାରରେ କିପରି କୋଭିଡ ଗାଇଡ ଲାଇନ ସହିତ ଠାକୁର ଦର୍ଶନ ହେବ ତାହା ଆଲୋଚନା ଚାଲିଛି। ମନ୍ଦିର ଖୋଲିବା ନେଇ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏପରିକି ସୁପ୍ରିମ କୋର୍ଟ ମଧ୍ୟ ମନ୍ଦିର ଖୋଲିବା ସପକ୍ଷରେ ମତ ରଖିଛନ୍ତି। ହେଲେ ଓଡିଶା ସରକାର କୋଭଡି ପାଇଁ ରାଜ୍ୟରେ ତାହା ଲାଗୁ କରି ନାହାଁନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ରାଜ୍ୟ ସରକାର କିପରି ମନ୍ଦିର ଖୋଲାଯିବ ତା ଉପରେ ତର୍ଯ୍ୟମା କରୁଛନ୍ତି।
ଭୁବନେଶ୍ବର, ଏଥର ଅଗଷ୍ଠ ପନ୍ଦର ପାଳନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 70 ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବେ।କରୋନା ମୁକାବିଲାରେ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇଛନ୍ତି ସେମାନଙ୍କୁ ସମ୍ମାନିତ କରିବା ପାଇଁ କୁଆଡେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା। ସେଥିପାଇଁ ତାଙ୍କ କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଗତ ବର୍ଷ ପରି ଏଥର ସେହି ପ୍ରଦର୍ଶନୀ ପଡିଆରେ ପତାକା ଉତ୍ତୋଳନ କରାଯିବ। ସେଥିପାଇଁ କମିଶନରେଟ ପୋଲିସ ତରଫରୁ ପ୍ରସ୍ତୁତି କରାଯାଇଛି। ଆଜିଠାରୁ ଦୁଇଦିନ ପାଇଁ ରିହରସେଲ କରାଯିବ। କୋଭିଡ କଟକଣା ପାଇଁ ଏଥର ସ୍ବାଧୀନତା ଦିବସକୁ କାଣ୍ଟଛାଣ୍ଟରେ କରାଯିବ ବୋଲି ନିଷ୍ପତି କାରଯାଇଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରେ ଆଜି ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମର କେଳୁଚରଣ ଭୋଳଙ୍କ ପୁତ୍ର ହେମନ୍ତ ଭୋଳ(୩୨) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ହେମନ୍ତ ଆଜି ସକାଳେ ପ୍ରାୟ ୧୦ ଘଟିକାରେ ଘରୁ ୫୦୦ ଟଙ୍କା ନେଇ ନିଜ ସ୍କୁଟି ଯୋଗେ ବାଣପୁର ଯାଇଥିଲେ। କିନ୍ତୁ ଅପରାହ୍ନ ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ ଏବଂ ପରେ ଲୋକମାନଙ୍କଠୁ ଖବର ପାଇ ଶାଳିଆ ଡ୍ୟାମ ନିକଟରେ ହେମନ୍ତ ଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ପରବର୍ତ୍ତୀ ସମୟରେ ପରିବାର ଲୋକେ ହେମନ୍ତଙ୍କୁ ବାଣପୁର ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କ ରେ ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏ ସଂକ୍ରାନ୍ତରେ…
ଭୁବନେଶ୍ବର, ବହୁ ବାଦବିବାଦ ଏବଂ କୋର୍ଟ କଚେରୀ ମାମଲା ପରେ ଶେଷରେ ପ୍ରଦାନ କରାଗଲା ଓଡିଶାର କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର। ଆଜି ଓଡିଶା ଲଳିତ କଳା ଏକାଡେମୀ ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସାତ ଜଣଙ୍କୁ ଦେଇଛି ଏହି ସମ୍ମାନ। ପ୍ରତି ବର୍ଷ ଏହି ପୁରସ୍କାର ଜଣେ ଶ୍ରେଷ୍ଠ ଶିଳ୍ପୀଙ୍କୁ ଓଡିଶା ଲଳିତକଳା ଏକାଡେମୀ ତରଫରୁ ପ୍ରଦାନ କରାଯାଇ ଥାଏ। ହେଲେ ପୁରସ୍କାରକୁ ନେଇ କୋର୍ଟରେ ମାମାଲ ଦାୟର ହେବା ଯୋଗୁଁ ୨୦୦୯ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ପାରି ନ ଥିଲା। ଦୁଃଖର କଥା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ମାମଲା ଯୋଗୁଁ ପୁରସ୍କାର ପ୍ରଦାନ କରାଯାଇପାରୁ ନ ଥିଲା। ଏପରି ବିଳମ୍ବ ଯୋଗୁଁ କେତେକ ଶିଳ୍ପୀ ସେମାନଙ୍କ ଜୀବନ କାଳରେ ପୁରସ୍କାର ପାଇପାରିଲେ ନାହିଁ। ତେବେ ସେ ସବୁ ବାଦବିବାଦ…
ଭୁବନେଶ୍ବର, ବିଜେଡି ବର୍ତ୍ତମାନ ତାହାର ସଂଗଠନକୁ ମଜବୁତ କରିବାରେ ଲାଗିଛି। ପ୍ରତି ମାସରେ କିଛି ନ କିଛି ଦଳର ସଂଗଠାନିକ ଦାୟିତ୍ବ ଘୋଷଣା କରାଯାଉଛି। ସେହି କ୍ରମରେ ବିଜେଡିର ତିରିଶ ଜଣ ମହିଳାଙ୍କୁ ଜିଲ୍ଲା ମହିଳା ସଂଗଠନର ଦାୟିତ୍ହ ଦିଆଯାଇଛି। ସେହି ଅନୁସାରେ ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା ହୋଇଥିବା ନେତ୍ରୀଙ୍କ ନାମ ନିମ୍ନରେ ପ୍ରଦାନ କରାଗଲା।
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଜିଲ୍ଲାର ସରପଞ୍ଚମାନେ ଯେଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇ ପରିସ୍ଥିତିରେ ଉନ୍ନତି ଆଣିପାରିଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚମାନେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ପରି କଡା ପଦକ୍ଷେପ ନେବା ସହିତ କୋଭିଡ୍ କେୟାର ହୋମ, କୋଭିଡ୍ ମ୍ୟାନେଜମେଣ୍ଟ ସେଣ୍ଟର, ଟେଷ୍ଟିଂ, ସର୍ଭେ ଆଦି ସବୁଥିରେ ସହଯୋଗ କରିଛନ୍ତି। ସେହିପରି କରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ଗଞ୍ଜାମ ଜିଲ୍ଲା ଆଗରେ ଅଛି। ଓଡିଶା ଫେରିଥିବା ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କ ପାଇଁ ଠିକ୍ ସମୟରେ ଟେମ୍ପରାରି ମେଡିକାଲ କ୍ୟାମ୍ପ କରିବା, ସେଘ୍ଡିକୁ ଠିକ୍ ଭାବରେ ପରିଚାଳନା କରିବା ଓ ଲୋକଙ୍କୁ…
କୋଭିଡ ପରିଚାଳନାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଉପରେ ଉଠିଥିବା ବିଭିନ୍ନ ଅଭିଯୋଗ ଉପରେ ତୁରନ୍ତ ରାଜ୍ୟ ସରକାର କାର୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ଏକ ପ୍ରେସ ବିବୃତିରେ ସେ ପଟ୍ଟନାୟକ କହିଛନ୍ତି ଯେ,ଗତ ଦୁଇମାସ ଧରି ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ ବ୍ୟକ୍ତି ବିଶେଷ ଯେଉଁ ମତପ୍ରକାଶ କରିଛନ୍ତି ଯେ କୋଭିଡ୍ ୧୯ ର ମୁକାବିଲା ପାଇଁ ସରକାର ଯେଉଁ ସବୁ ଜିନିଷ କିଣିଛନ୍ତି ସ୍ୱାସ୍ଥ୍ୟ ବିଭାଗର କୋଟି କୋଟି ଟଙ୍କାରଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିବା ସତ୍ୱେ ସେ ବିଷୟରେ ସରକାର କାହିଁକି ତୁରନ୍ତ ପଦକ୍ଷେପ ନେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ । ଦୟାକରି ଅଭିଯୋଗକୁ ସାମ୍ନା କରନ୍ତୁ ସରକାର । ଏପରିକି ଲୋକୟୁକ୍ତରେ ମଧ୍ୟ ଅଭିଯୋଗ ପତ୍ର ଦାଖଲ କରାଯାଇଛି । ଲୋକାୟୁକ୍ତ ଅଧ୍ୟକ୍ଷ ନୋଟିସ ଦେଲେ ମଧ୍ୟ ସରକାରଙ୍କ ପକ୍ଷରୁ କେହି ଉପସ୍ଥିତ…
ଭୁବନେଶ୍ବର, ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି। କୋଭିଡ୍-୧୯ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟା ବୃଦ୍ଧା ମହିଳାମାନଙ୍କ ପାଇଁ ଏହି ସହାୟତା ବିନିଯୋଗ ହେବ। ପୂର୍ବରୁ ଉଭୟ ବଲାଙ୍ଗିର ପାଇଁ ଅଢେଇ କୋଟି ମୋଟ ଦଶ କୋଟି ଦାନ କରିଛନ୍ତି। ଉଭୟଙ୍କ ଏପରି ଉଦାରତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ଚେକ୍ ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଧନ୍ୟବାଦ ପତ୍ର ସେମାନଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀମତୀ ବାଗ୍ଚୀ କହିଥିଲେ ଯେ ଓଡିଶା ବାସୀ ଯେତେବେଳେ ଇଛା ହୁଏ ସେତେବେଳେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ମନ୍ଦିର…
ଆଜି ରାଜ୍ୟରେ ୧୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଖବର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣା ପଡିଛି।ଆଜି ସର୍ବାଧିକ ୪୬୧ ଜଣ ଖୁର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇ ହେରିଥିବା ବେଳେ ଗଞ୍ଜାମରୁ ୧୮୨ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାୟଗଡାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୁଳରୁ ୩୯, କୋରାପୁଟରୁ ୩୬, ବାଲେଶ୍ଵରରୁ ୩୫, ବରଗଡରୁ ୩୪, ଜଗତସିଂପୁର ଓ ସୁନ୍ଦରଗଡରୁ ୩୨, ଭଦ୍ରକରୁ ୩୧, ଯାଜପୁରରୁ ୨୯, ଗଜପତିରୁ ୨୮, ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୫, ପୁରୀରୁ ୧୪, କେନ୍ଦ୍ରାପଡାରୁ ୧୦, ବୌଦ୍ଧ ରୁ ୯, ଝାରସୁଗୁଡାରୁ ୮, ନୟାଗଡରୁ ୬ ଓ କଟକରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୦୨୦ ରେ ପହଞ୍ଚିଛି।
ସୀତାରାମ ଅଗ୍ରୱାଲ ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ଜିଲ୍ଲାରେ ଆଜି ୨୧୮ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଅନୁରୂପ ଭାବେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଣାୟତ୍ତ ଅବସ୍ଥାରେ। ଆଜି ସକାଳ ସୁଦ୍ଧା ଉକ୍ତ ଅଞ୍ଚଳରୁ ୩୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ କୁ ପ୍ରତିହିତ କରିବାପାଇଁ ଆଜି ଚିଲିକା ବି.ଡ଼ି.ଓ ତଥା କୋଭିଡ କମିଟି ଚେୟାରମ୍ୟାନ ଶ୍ରୀମତୀ ସୁଷମା ବାରିକ ଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପତ୍ର ସଂଖ୍ୟା ୧୪୬୪ ରେ ଏକ ଚିଠି ଜିଲ୍ଲାପାଳ ଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ପାଇଁ ଅନୁମତି ମଗାଯାଇଥିଲା। ଏହି ସମୟରେ ତିନି ଗୋଟି ମେଡିକାଲ ଟିମ ଦ୍ୱାରା ଜୋରଦାର…
କଟକ : ଆଜି କଟକ ମହାନଗର ଅଞ୍ଚଳରୁ ଆଉ 53ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 53 ମଧ୍ୟରୁ କ୍ବାରେଣ୍ଟାଇନ୍ରୁ 43ଜଣ ଚିହ୍ନଟ ହୋଇଥିବାବେଳେ 10 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛି ବୋଲି ସିଏମ୍ସି ଟୁଇଟ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ 43 ଜଣ ଚିହ୍ନଟ ହୋଇଥିବାବେଳେ କଣ୍ଟେନେମେଣ୍ଟ ଜୋନ୍ରୁ 19 ଜଣ ରହିଥିବାବେଳେ 06 ଜଣ ସରକାରୀ କ୍ବାରେଣ୍ଟାଇନ୍ ଓ 18ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି । ମାଲଗୋଦାମ ଜାଲୁଆ ସାହିରୁ 19 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାମନ୍ତ ସାହିରୁ 7 ଜଣ, ଚୌଧୁରୀ ବଜାରରୁ 6ଜଣ, ପଟ୍ଟାପୋଲରୁ 2 ଜଣ ଚିହ୍ନଟ ହୋଇଛି। ଲୋକାଲ 10 କେସ୍ ମଧ୍ୟରୁ ଫ୍ରେଣ୍ଡସ୍ କଲୋନୀରୁ 28 ବର୍ଷୀୟ ଯୁବକ ଥିବାବେଳେ ରାଜା ବଗିଚାରୁ ଜଣେ 37 ବର୍ଷୀୟ କୋଭିଡ୍ ଯୋଦ୍ଧା ରହିଛନ୍ତି । ସେହିପରି ବାମ୍ପୀ ସାହିରୁ 61 ବର୍ଷୀୟ ପୁରୁଷ ରହିଥିବାବେଳେ କନିକା ବଜାରରୁ 33…
ଦାଉସା : ରାଜସ୍ଥାନର ଦାଉସା ଜିଲ୍ଲାରେ ଏକ ବର୍ବର ଏବଂ ଲୋମହର୍ଷଣକାରୀ ଘଟଣା ଘଟିଛି । ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଛି। 17 ବର୍ଷୀୟ ଏହି ମୂକ ବଧିର ଝିଅଟି ଗାଁର ଏକ ଦୋକାନକୁ ଯାଉଥିବା ସମୟରେ ଅଭିଯୁକ୍ତ ମାନେ ଅପହରଣ କରି ନେଇଥିଲେ। ଅପହରଣ କରି ଗଣଦୁଷ୍କର୍ମ ପରେ ନାବାଳିକାକୁ ଛାଡି ଦେଇଥିଲେ ଅଭିଯୁକ୍ତ। ଅଗଷ୍ଟ 4 ତାରିଖରେ ଦସୁଆରେ ଏହି ଘଟଣା ଘଟିଥିଲା। ଘଟଣାର ତିନି ଦିନ ପରେ ଯୁବତୀଙ୍କ ମା ଘଟଣା ସମ୍ପର୍କରେ ଜାଣିବା ପରେ ଶନିବାର ରାତିରେ ମାଣ୍ଡାବଳୀ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ପରେ ପୋଲିସ୍ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅନ୍ୟ ଦୁଇ ଜଣଙ୍କ ସନ୍ଧାନରେ ରହିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି ଆଇଜି ଏସ ସେଙ୍ଗିଥାର ପ୍ରକାଶ କରିଛନ୍ତି। ପୋକ୍ସୋ ଆଇନ୍ ଆଧାରରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି।…
ଅହମ୍ମଦାବାଦ : ରାକ୍ଷୀ ପିନ୍ଧି ଭଉଣୀକୁ ରକ୍ଷା କରିବାର ଶପଥ ନେଇଥାଏ ଭାଇ । ମାତ୍ର ଯଦି ସୁରକ୍ଷା ଦେବା ହାତ ଯଦି ହତ୍ୟା କରେ, ତେବେ ଭଉଣୀମାନେ କିପରି ଭାଇମାନଙ୍କ ଉପରେ ଆସ୍ଥା ରଖିବେ। ଭଉଣୀ ପାଇଁ ଭାଇମାନେ ନିଜଜୀବନକୁ ବାଜି ଲଗାଉଥିବାବେଳେ ଅହମ୍ମଦବାଦଠାରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଏଠାରେ ଭାଇମାନେ ସାମାନ୍ୟ କିଛି ସମ୍ପତ୍ତି ଓ ଟଙ୍କା ଉଦ୍ଦେଶ୍ୟରେ ନିଜ ଭଉଣୀକୁ ହତ୍ୟା କରିଛନ୍ତି। ଅହମ୍ମଦାବାଦରେ ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି। ଭଉଣୀ ହାତରୁ ରାକ୍ଷୀ ପିନ୍ଧି ସାରିବା ପରେ ନିର୍ମମ ଭାବରେ ହତ୍ୟା କରିଛନ୍ତି ଦୁଇ ଭାଇ। ଏହା ସହିତ ଭଉଣୀ ଘରୁ 6 ଲକ୍ଷ ଟଙ୍କାର ସୁନା ଅଳଙ୍କାର ମଧ୍ୟ ଚୋରାଇ ନେଇଥିଲେ ଦୁଇ ଅଭିଯୁକ୍ତ । ଅଗଷ୍ଟ 4 ତାରିଖରେ ଅହମ୍ମଦାବାଦର ସରିତା ରେସିଡେନ୍ସିରେ ଏହି ଘଟଣା ଘଟିଥିବା ବେଳେ ସୋମବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦୁଇ ଭାଇ…

