Author: Samikhsya Bureau

ହାଇଦ୍ରାବାଦ : ଜାତୀୟ ପୁରସ୍କାର ପ୍ରାପ୍ତ ତଥା ଅଭିନେତା ଆୟୁଷ୍ମାନ ଖୁରାନା, ତବୁ ଓ ରାଧିକ ଆପ୍ତେଙ୍କ ଅଭିନୀତ  ହିନ୍ଦୀ ଚଳଚିତ୍ର ଅନ୍ଧାଧୁନ୍‌ର ରିମେକ ହେଉଛି । ଏହି ରିମ୍‌ରେ ନଜର ଆସିବାକୁ ଯାଉଛନ୍ତି ତେଲୁଗୁ ସୁପରଷ୍ଟାର ନିତିନ୍ ଏବଂ ନୟନତାରା। ଏହି ରିମ୍‌କେ ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ଭୂମିକାରେ ନିତିନ୍ ନଜର ଆସିବାକୁ ଯାଉଛନ୍ତି । ତେବେ ତବୁଙ୍କ ଭୂମିକା ପାଇଁ ନୟନତାରାଙ୍କୁ ମନୋନୀତ କରାଯାଇଛି । ନୟନତାରାଙ୍କ ପକ୍ଷରୁ ସମ୍ମତି ମିଳିନଥିବା ବେଳେ ବାହୁବଲୀ ଫେମ୍ ରମ୍ୟା କ୍ରିଷ୍ଣନଙ୍କୁ ମଧ୍ୟ ଏହି ରୋଲ୍ ଅଫର୍ କରାଯାଇଛି । ନିତିନ ଏହି ଭୂମିକା ପାଇଁ ନୟନତାରାଙ୍କୁ ଅନୁରୋଧ କରିଛନ୍ତି । ତେବେ ନୟନତାରାଙ୍କ ପ୍ରତିକ୍ରିୟା ଜଣାପଡିନାହିଁ । ପ୍ରାରମ୍ଭରୁ ତବୁଙ୍କୁ ଏହି ଚରିତ୍ର ଅଫର କରାଯାଇଥିଲେ ମଧ୍ୟ ସେ ଏହି ଅଫରକୁ ମନା କରି ଦେଇଥିଲେ । ନିତିନଙ୍କ ପ୍ରଡକ୍ସନ୍ ହାଉସ୍ ଶ୍ରେଷ୍ଠ ମୁଭିଜ୍ 3.5 କୋଟି ଟଙ୍କାରେ ଫିଲ୍ମର…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ସଂଧ୍ୟା 6ଟା ବେଳେ ସାରା ଓଡିଶା ଗୋଟିଏ ମିନିଟ ପାଇଁ ନିରବି ଯାଇଥିଲା। କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ଗତକାଲି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ। ସେହି କ୍ରମରେ ଆଜି ଓଡିଶାର ପୁରପଲ୍ଲୀରେ ଆୟୋଜିତ ହୋଇଛି ଏହି ନିରବ ପ୍ରାର୍ଥନା। ରାଜ୍ୟ ସଚିବାଳୟର ବିଭିନ୍ନ ବିଭାଗ, ବିଭିନ୍ନ ନିର୍ଦ୍ଦେଶାଳୟ, ଜିଲ୍ଲା ଅଫିସ ପ୍ରଭୁତିରେ କର୍ମଚାରୀମାନେ ଏହି ନିରବ ପ୍ରାର୍ଥନାରେ ଭାଗ ନେଇଥିଲେ। ନିରବ ପ୍ରାର୍ଥନା ପରେ ମୁଖ୍ୟମନ୍ତ୍ରୀ ଶପଥପାଠ କରାଇଥିଲେ। ଏଥିରେ ସମସ୍ତେ ଟେଲିଭିଜନ ଏବଂ ସାମାଜିକ ଗଣମାଧ୍ୟମରୁ ସିଧାପ୍ରସାରଣ ଦେଖି ଏହି ଶପଥ କରିଥିଲେ। ବର୍ତ୍ତମାନ କରୋନା ପରିସ୍ଥିତି ଯେପରି ହୋଇଛି ସେଥିରେ କୋଭିଡ ଯୋଦ୍ଧାଙ୍କ ଭୂମିକା ନିହାତି ଆବଶ୍ୟକ। ବର୍ତ୍ତମାନ ରାଜ୍ୟରେ ପ୍ରାୟ 25 ଜଣ କୋଭିଡ ଯୋଦ୍ଧା ମୃତ୍ୟୁବରଣ କରିସାରିଲେଣି। ଏଫରି କ୍ଷେତ୍ରରେ ସେମାନଙ୍କ ମନୋବଳ ବଢାଇବା ପାଇଁ ନବୀନ ଏହି ଶପଥ…

Read More

ଖୋର୍ଦ୍ଧା: ଖୋର୍ଦ୍ଧାର ଜଣେ ଜନୈକ ସାମ୍ବାଦିକ ଖୋର୍ଦ୍ଧା ସହରରେ ଚାଲିଥିବା ଏକ ନିର୍ମାଣ କାର୍ଯ୍ୟର ନିମ୍ନମାନର  ହେଉଥିବା ଅଭିଯୋଗ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିଲେ। କିନ୍ତୁ ଉକ୍ତ କାର୍ଯ୍ୟ ସବିଶେଷ ବିବରଣୀ ନ ପାଇବାରୁ ଆରଟିଆଇ ଆକ୍ଟ ଅନୁସାରେ ତଥ୍ୟ ମାଗିଥିଲେ। ଏହାକୁ ନେଇ ନିର୍ମାଣ କରୁଥିବା ଠିକାଦାରଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଜୁଲାଇ 29 ତାରିଖରେ ଚକ୍ରାନ୍ତ କରି ଘଟଣାର ସମ୍ପୃକ୍ତ ନଥାଇ ସମ୍ପୃକ୍ତ ସାମ୍ବାଦିକଙ୍କ ବିରୋଧରେ ମିଥ୍ୟା ଏତଲା ଦିଆଯାଇଥିଲା। ଏତଲା ଦାଏର ହେବା ପରେ  ଗତ ଜୁଲାଇ 30 ତାରିଖରେ ସାମ୍ବାଦିକ ଜଣକ ଅନୁପସ୍ଥିତ ଥିବା ସମୟରେ  ସାମ୍ବାଦିକଙ୍କ ଘର ଉପରକୁ ବୋମାମାଡ ହୋଇଥିଲା। ଏନେଇ ସାମ୍ବାଦିକଙ୍କ ସ୍ତ୍ରୀ  ଆଦର୍ଶ ଥାନାରେ ଏତଲା ଦେଇଥିଲେ ସୁଦ୍ଧା ବୋମାମାଡ ହେବାର 7 ଦିନ ଅତିବାହିତ ହୋଇଥିଲେ ସୁଦ୍ଧା ଅପରାଧୀଙ୍କୁ ଗିରଫ କରାଯାଇନାହିଁ। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ମିଥ୍ୟା ଅଭିଯୋଗ ସହିତ ବୋମାମାଡ ଘଟଣାରେ…

Read More

ତାଞ୍ଜାନିଆ : ଭାଗ୍ୟ ଯଦି ତୁମ ସାଥ୍‌ରେ ରହିଛି ତେବେ ତୁମେ ମାଟି ଧରିଲେ ବି ତାହା ସୁନା ହୋଇଯିବ । କିନ୍ତୁ ତାଞ୍ଜାନିଆଠାରେ ଜଣେ ଶ୍ରମିକଙ୍କ ଭାଗ୍ୟ ଏମିତି ବଦଳିଛି ଯେ, ସେ ମାଟି ଖୋଳୁ ଖୋଳୁ ସୁନା ନୁହେଁ, ସୁନାଠାରୁ ବହୁ ମୂଲ୍ୟବାନ ରତ୍ନପଥର ପାଇଛନ୍ତି । ତେବେ ଏହି ଶ୍ରମିକ ଜଣକ ପ୍ରଥମ ଥର ପାଇଁ ଏହି ଏଭଳି ଦୁର୍ଲଭ ରତ୍ନପଥର ପାଇନାହାନ୍ତି । ଏହା ପୂର୍ବରୁ ଦୁଇଥର ମଧ୍ୟ ସେ ଏପରି ରତ୍ନପଥର ପାଇଥିଲେ । ତୃତୀୟ ଥର ପାଇଁ ତାଞ୍ଜାନିଆର ଖଣିରେ କାମ କରୁଥିବା ଶ୍ରମିକ ସାନିନ୍ୟୁୟ ଲେଜର୍‌ ରତ୍ନ ପଥର ପାଇ କୋଟିପତି ପାଲଟିଛନ୍ତି । ସାନିନ୍ୟୁୟ ଙ୍କୁ  ପୂର୍ବରୁ ମିଳିଥିବା 2ଟି ରତ୍ନପଥର ମଧ୍ୟରୁ ଗୋଟିକର ଓଜନ 9.27  କିଲୋ ଥିଲା ଏବଂ ଅନ୍ୟଟିର ଓଜନ 51.03 କିଲୋ । ଏହି 2ଟି ପଥର ବଦଳରେ ସେଠାକାର ସରକାର ତାଙ୍କୁ 7.74…

Read More

ସଂପଦ ଦଳାଇ ଆଜି ହିନ୍ଦୁ କ୍ୟାଲେଣ୍ଡରରେ ସେମିତି କିଛି ବଡ ତିଥି ନାହିଁ। ସେମିତି କିଛି ବଡ ପୂଜା ବି ନାହିଁ। ହେଲେ ଆଜି ଅଯୋଧ୍ୟାରେ ଯେପରି ଏକ ସମାରୋହର ଆୟୋଜନ ହେଲା ତାହା ହିନ୍ଦୁ କ୍ୟାଲେଣ୍ଡରରେ ଏକ ବଡ ତିଥି ଭାବେ ଯୋଡି ହୋଇଗଲା। ଗତ ଚାରି ଦିନ ଧରି ଭୂମିପୂଜା ପାଇଁ ଯେପରି ଆୟୋଜନ ଚାଲିଥିଲା, ସେଥିରେ ପ୍ରତିଟି ହିନ୍ଦୁ ଭାବେ ନେଲେ ଯେ, ଅଗଷ୍ଟ 5 ତାରିଖ ଏକ ପବିତ୍ର ଦିନ। ସେଥିପାଇଁ ଆଜି ଆମିଶ ବାର ହୋଇଥିଲେ ମଧ୍ୟ ଅନେକ ତାହା ଭକ୍ଷଣ କଲେ ନାହିଁ। ଆମିଶ ନ ଖାଇବା ପାଇଁ କେହି ନିର୍ଦ୍ଦେଶ ଦେଇ ନ ଥିଲେ ମଧ୍ୟ ଭୂମିପୂଜନ ପାଇଁ ସାରା ଭାରତର ଅନେକ ଲୋକେ ସ୍ବତଃପ୍ରୁତ ଭାବେ ଏହାକୁ ଏକ ବ୍ରତଦିନ ବୋଲି ଧରି ନେଲେ। ଭୂମିପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ପହଁଚିବାଠାରୁ ଆରମ୍ଭ କରି ପୂଜା ଶେଷ ପର୍ଯ୍ୟନ୍ତ…

Read More

ୱାଶିଂଟନ୍ : ୟୁଏସ୍ ଓପନରୁ ଓହରି ଯାଇଛନ୍ତି ବିଶ୍ୱର ଦୁଇ ନମ୍ବର ମାନ୍ୟତା ପ୍ରାପ୍ତ ଟେନିସ୍‌ ଖେଳାଳୀ  ରାଫେଲ୍ ନାଦାଲ । ଚଳିତ ମାସର ୩୧ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ୟୁଏସ୍ ଓପନ୍ରୁ ନାଦାଲ୍ ଓହରିବା ନେଇ ଟ୍ୱିଟ୍ କରି ଘୋଷଣା କରିଛନ୍ତି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏପରି ସମୟରେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ବୁଦ୍ଧିମତାର ପରିଚାୟକ ନୁହେଁ । କରୋନା କାରଣରୁ ବିଗତ ଚାରି ମାସ ଧରି କୋର୍ଟରୁ ଦୂରେଇ ରହିବାକୁ ପଡିଛି, ତେଣୁ ଆଉ କିଛି ଦିନ ଧୈର୍ଯ୍ୟ ଧରି ରହିବାକୁ ପଡିବ ବୋଲି କହିଛନ୍ତି ରାଫେଲ୍‌ ।  ଚାରିଥର ୟୁଏସ୍ ଓପନ୍ ବିଜେତା ନାଦାଲ ୟୁଏସ୍ ଓପନ୍ରୁ ଓହରିବା ସମ୍ପର୍କରେ ଟୁଇଟ୍‌ରେ ଘୋଷଣା କରିଛନ୍ତି । ନିକଟରେ ନାଦାଲ ଓହରି ଯିବା ପରେ  ମାଦ୍ରିଦ୍ ଓପନ୍ ମଧ୍ୟ ବନ୍ଦ ରଖାଯାଇଥିଲା ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 2ଟି ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଛି । ବ୍ରହ୍ମପୁର ଏମ୍‌କେସିଜି ଓ ବୁର୍ଲା ଭୀମସାରରେ ଦୁଇଟି ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦୁଇ ପ୍ଲାଜ୍‌ମା ଉଦ୍‌ଘାଟନ କରିଛନ୍ତି । ପୂର୍ବରୁ କଟକ, ଭୁବନେଶ୍ବର, ରାଉରକେଲାରେ ପ୍ଲାଜ୍‌ମା ବ୍ୟାଙ୍କ ସ୍ଥାପିତ ହୋଇଛି । କରୋନା ଚିକିତ୍ସାରେ ପ୍ଲାଜ୍‌ମା ବରଦାନ ସାଜିଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍‌ ଟି ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ ।

Read More

ଭୁବନେଶ୍ବର : ଆଜି ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରୁ 1255 ଜଣ ସୁସ୍ଥ ହୋଇଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମରୁ ସର୍ବାଧିକ 485 ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 125, ସୁନ୍ଦରଗଡରୁ 122, ସମ୍ବଲପୁରରୁ 107, ପୁରୀରୁ 75, ମୟୂରଭଞ୍ଜରୁ 43, କଟକରୁ 40, ଜଗତସିଂହପୁରରୁ 29, କନ୍ଧମାଳରୁ 28, ବାଲେଶ୍ବରରୁ 27, ବଲାଙ୍ଗିରରୁ 24, କୋରାପୁଟରୁ 22, ଅନୁଗୁଳରୁ 20, ନବରଙ୍ଗପୁରରୁ 18, ଗଜପତିରୁ 16, ନୟାଗଡରୁ 14, କେନ୍ଦ୍ରାପଡାରୁ 12, ମାଲ୍‌କାନଗିରିରୁ 11, ଭଦ୍ରକରୁ 10, କଳାହାଣ୍ଡିରୁ 8, ନୂଆପଡାରୁ 6, ଯାଜପୁରରୁ 5, ଢେଙ୍କାନାଳରୁ 4,  ଝାରସୁଗୁଡାରୁ 3, କେଉଁଝରରୁ ଜଣେ ସୁସ୍ଥ ହୋଇଛନ୍ତି ।  ରାଜ୍ୟରେ ମୋଟ୍‌ ସୁସ୍ଥଙ୍କସଂଖ୍ୟା  25 ହଜାର 737ରେ ପହଞ୍ଚିଛି…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 137 ପଜିଟିଭ୍‌ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏହି ନୂତନ 137ଜଣଙ୍କ ମଧ୍ୟରୁ 113 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 24ଟି ଲୋକାଲ୍‌ କେସ୍‌ ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଆଜି ଚିହ୍ନଟ 113 କ୍ବାରେଣ୍ଟାଇନ୍‌ରୁ  ଏକ ଘରୋଇ ହସ୍ପିଟାଲର 4ଜଣ କର୍ମଚାରୀ ରହିଥିବାବେଳେ ସାଲିଆ ସାହିରୁ 10 ଜଣ, ଭୀମପୁରରୁ 9 ଜଣ, ଗଙ୍ଗନଗର ବସ୍ତିରୁ 8 ଜଣ, ଓସିସି ବସ୍ତିରୁ 7 ଜଣ ରହିଛନ୍ତି । ବଡଗଡରୁ 6 ଜଣ, ଚନ୍ଦ୍ରଶେଖର ପୁର ବିଡିଏ କଲୋନୀରୁ 5 ଜଣ, ୟୁନିଟ୍‌ -9ରୁ 5 ଜଣ, ସତ୍ୟନଗରରୁ 4 ଜଣ ରହିଛନ୍ତି । ସେହିପରି ଆଜି ଲୋକାଲ୍‌ 24 ଜଣଙ୍କ ମଧ୍ୟରୁ ଆଇଆରସି ଭିଲେଜରୁ 2 ଜଣ,ଚିନ୍ତାମଣିଶ୍ବରରୁ ଜଣେ, ଟଙ୍କପାଣି ରୋଡ୍‌ରୁ ଜଣେ, ନୟାପଲ୍ଲୀରୁ ଜଣେ, ଓଲ୍ଡ ଟାଉନ୍‌ ବ୍ରହ୍ମେଶ୍ବର ପାଟଣାରୁ ଜଣେ, ଝାରପଡାରୁ ଜଣେ, ସତ୍ୟ…

Read More

ୱାଶିଂଟନ୍ :  କରୋନା ମହାମାରୀ ଯୋଗୁଁ ପୃଥିବୀର ଅର୍ଥନୀତି ଭୁଶୁଡି ପଡିଛି । କରୋନା ସଂକଟ ଯୋଗୁଁ ପ୍ରାୟ ପ୍ରତ୍ୟେକ ଦେଶରେ ଅର୍ଥନୀତି ଏବେ ଦୋଦୁଲ୍ୟମାନସ୍ଥିତିରେ । ଆମେରିକାରେ କରୋନା କାଳ ଅର୍ଥନୈତିକ ସଂକଟ ଭାବେ ମଧ୍ୟ ଉଭା ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରାୟ ସବୁ ଦେଶ ନିଜ ନାଗରିକମାନଙ୍କୁ ସହାୟତା କରୁଛନ୍ତି । ତେବେ କରୋନା ମହାମାରୀ ସମୟରେ କରୋନା ଅର୍ଥରେ କାର୍‌ କିଣି  ବେଶ୍‌ କ୍ଷତିରେ ପଡିଛନ୍ତି ଜଣେ ଯୁବକ । ଏପରିକି ତାଙ୍କୁଜେଲ୍‌ ଯିବାକୁ ପଡିଛି । ପୃଥିବୀରେ କରୋନା ମହମାରୀ ଯୋଗୁଁ ଜୀବନ ଓ ଜୀବିକାର ସଂଘର୍ଷ ଚାଲିଥିବାବେଳେ ଜଣେ ଯୁବକ କରୋନା ରିଲିଫ୍‌ ଅର୍ଥରେ ଏକ ବିଳାସ ପୂର୍ଣ୍ଣ କାର୍‌ କିଣି ଜେଲ୍‌ ଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ କରୋନା ରିଲିଫ୍ ଅର୍ଥରେ ଏକ ବିଳାସପୂର୍ଣ୍ଣ କାର୍ କିଣିବା ଅଭିଯୋଗରେ ଜଣେ ଯୁବକଙ୍କୁ ଜେଲ୍ ଯିବାକୁ ପଡିଛି ।…

Read More

ରାଉରକେଲା : ରାଉରକେଲା ମହାନଗର ନିଗମ ଅଫିସ୍‌କୁ ସାଧାରଣ ଲୋକଙ୍କ ପ୍ରବେଶକୁ ମନା କରାଯାଇଛି । ଅଗଷ୍ଟ 31 ଯାଏଁ ଅଫିସ୍‌ ଯିବାକୁ ବାରଣ କରିଛନ୍ତି ଆରଏମ୍‌ସି କମିଶନର । ଅଫିସ୍‌ରୁ 4 ଜଣ ଇଞ୍ଜିନିୟର ସହ କିଛି କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଆରଏମ୍‌ସି ତରଫରୁ କୋଭିଡ ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନିୟମ ଖିଲାପକାରୀଙ୍କ ଫଟୋ ଓ ଭିଡିଓ ପଠାଇବା ଲାଗି ଆର୍‌ଏମ୍‌ସି  ହ୍ଵାଟ୍ସଆପ ନମ୍ବର ଜାରି କରିଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 4ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମକୁ ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ୍‌ଡାଉନ୍‌ ରଖାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆଜି ସୁନ୍ଦରଗଡ ଜିଲ୍ଲାରୁ 83 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ଓଡ଼ିଶାର ପୂର୍ବତନ ଡିଜି ଏସଏନ୍‌ ତିଓ୍ବାରୀଙ୍କ ପରଲୋକ ହୋଇଛି । ଆଜି ସକାଳରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ଦେଇଛନ୍ତି ତାଙ୍କ ପରିବାର ଲୋକେ । ମୃତ୍ୟୁବେଳକୁ ତାଙ୍କୁ 81ବର୍ଷ ହୋଇଥିଲା । ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ଶ୍ରୀ ତିଓ୍ବାରୀ ବହୁ ଦିନ ଧରି ଅସୁସ୍ଥ ରହିଥିବାର ସୂଚନା ଦେଇଛନ୍ତି ତାଙ୍କ ପରିବାର ଲୋକେ । ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପରେ 1965 ମସିହାରେ ଆଇପିଏସ୍‌ ଭାବେ ଦାୟିତ୍ବ ସମ୍ଭାଳିଥିଲେ ।

Read More

ଭୁବନେଶ୍ବର : ଭୁବନେଶ୍ବରରେ ଥିବା ଏକମାତ୍ର ପ୍ରାଣୀଉଦ୍ୟାନ ନନ୍ଦନକାନନ ଏବେ ଖୋଲିବନି । ପର୍ଯ୍ୟଟକଙ୍କ ପାଇଁ ଏବେ ଖୋଲିବନି ନନ୍ଦନକାନନ । ବର୍ଷା ଦିନରେ ନନ୍ଦନକାନନ ଖୋଲିବା ସମ୍ଭାବନା ନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କରୋନା ସ୍ଥିତି ଠିକ୍‌ ରହିଲେ ଅକ୍ଟୋବରରେ ନନ୍ଦନକାନନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନ କାନନ କର୍ତ୍ତୃପକ୍ଷ । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ 14ରୁ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ଅନଲକ୍‌ 3.0ରେ କେନ୍ଦ୍ର ସରକାର  ମନ୍ଦିର, ତୀର୍ଥସ୍ଥାନ, ପର୍ଯ୍ୟଟନ ସ୍ଥାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ।

Read More

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ କଟକଣାରେ ସାମାନ୍ୟ କୋହଳ କରାଯାଇଛି । ଅନୁମତିପ୍ରାପ୍ତ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି ।  ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଅନୁମତି ପ୍ରାପ୍ତ ସମସ୍ତ ଦୋକାନ ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ଦୋକାନ ଆଗରେ ଭିଡକୁ ବାରଣ କରାଯାଇଥିବାବେଳେ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ତେବେ ଔଷଧ ଦୋକାନ ଖୋଲିବାରେ କୌଣସି ସମୟ କଟକଣା ନାହିଁ ବୋଲି ସୂଚନା ରହିଛି ।

Read More

ଅଯୋଧ୍ୟା :  ଆଜି ଅଯୋଧ୍ୟାଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଓ ଶିଳାନ୍ୟାସ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି । ରାମ ମନ୍ଦିର ନିର୍ମାଣ ଦ୍ବାରା କେବଳ ଇତିହାସ ସୃଷ୍ଟି ହେଉନାହିଁ, ଇତିହାସର ପୁନରାବୃତ୍ତି ହେଉଛି ବୋଲି କହିଛନ୍ତି ମୋଦି । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭାରତୀୟ ସଂସ୍କୃତିର ଦର୍ଶନ ଦେବ । ଏହାସହ ମାନବିକତାକୁ ଅନନ୍ତକାଳ ପାଇଁ ପ୍ରେରଣା ଦେବ।  ରାମ ମନ୍ଦିର ଆମ ସଂସ୍କୃତିର ଆଧୁନିକ ପ୍ରତୀକ ଓ ଜାତୀୟତାର ଭାବକୁ ଦର୍ଶାଇବ । ରାମ ସମସ୍ତଙ୍କର ଓ ସମସ୍ତଙ୍କଠାରେ ରାମ ରହିଛନ୍ତି । ଅନେକ ତ୍ୟାଗ, ବଳିଦାନ, ତପସ୍ୟା ଯୋଗୁଁ ଆଜି ସ୍ବପ୍ନ ସାକାର ହୋଇଛି । ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ରାମ ମନ୍ଦିର  । ମନ୍ଦିର ସହ ଏହି ଅଞ୍ଚଳର ଅର୍ଥନୀତି ମଧ୍ୟ ବଦଳିବ । ଏଠାକୁ ସାରା ଦୁନିଆରୁ ଲୋକେ…

Read More

ନୂଆଦିଲ୍ଲୀ : ବିହାରର ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟିନ୍‌ ରଖିବାକୁ ନେଇ   ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି)କୁ ସର୍ବୋଚ୍ଚ କୋର୍ଟ ସମାଲୋଚନା କରିଛନ୍ତି । ଏପରି ପଦକ୍ଷେପ ସମାଜକୁ ଏକ ଭୁଲ୍ ବାର୍ତ୍ତା ପ୍ରଦାନ କରିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଏହା ସହିତ ମୁମ୍ବାଇ ପୋଲିସ୍ ନିକଟରୁ ମାମଲାରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି । ସେହିପରି ପାଟନାରେ ଦାଖଲ କରାଯାଇଥିବା ମାମଲାକୁ ପୁନେକୁ ସ୍ଥାନାନ୍ତର କରିବା ପାଇଁ କରାଯାଇଥିବା ରିୟା ଚକ୍ରବର୍ତ୍ତୀଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ମଧ୍ୟ ଶୁଣାଣି ହୋଇଥିଲା । ଏହି ଘଟଣାରେ ବିହାର ପୋଲିସ୍, ମୁମ୍ବାଇ ପୋଲିସ୍, ଉଭୟ ରାଜ୍ୟର ସରକାର, କେନ୍ଦ୍ର ସରକାର ଏବଂ କେକେ ସିଂଙ୍କୁ ତିନି ଦିନ ମଧ୍ୟରେ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଉଭୟ ରାଜ୍ୟର ପୋଲିସ୍ ମଧ୍ୟରେ ବିବାଦ ପରେ ମାମଲାର ସିବିଆଇ ତଦନ୍ତ ଅନୁରୋଧକୁ କେନ୍ଦ୍ର…

Read More

ବେରୁଟ : ଲେବାନନର ବେରୁଟ୍‌ରେ ବିସ୍ଫୋରଣରେ ପ୍ରାୟ  2750 ଟନ୍ ଆମୋନିୟମ ନାଇଟ୍ରେଟ୍ ବ୍ୟବହୃତ ହୋଇଥିବା ନେଇ ଲେବାନନ୍ ପ୍ରଧାନମନ୍ତ୍ରୀ ହସନ୍ ଡିଆବ୍ ସୂଚନା ଦେଇଛନ୍ତି । ବେରୁଟ୍ ବନ୍ଦରର ଏକ ଗୋଦାମ ଘରେ ବିଗତ 6 ବର୍ଷ ଧରି ଏହି ବିସ୍ଫୋରକ ମହଜୁଦ ରହିଥିବା ନେଇ ଲେବାନନ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଏକ ପ୍ରତିରକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଏହି ସୂଚନା ପ୍ରଦାନ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ କାହାରିକୁ ବି ଛଡାଯିବ ନାହିଁ ବୋଲି ହସନ ଡିଆବ ପ୍ରକାଶ କରିଛନ୍ତି । ବିନା କୌଣସି ପ୍ରତିଶେଧକ ବ୍ୟବସ୍ଥାରେ ଏକ ଗୋଦାମ ଘରେ 2750 ଟନ୍ ଆମୋନିୟମ ନାଇଟ୍ରେଟ୍ ରଖିବା ଆଦୌ ଗ୍ରହଣୀୟ ନୁହେଁ, ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ବେରୁଟ୍‌ରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ 78ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 4 ହଜାରରୁ…

Read More

ଅଯୋଧ୍ୟା : ପ୍ରାୟ 500 ବର୍ଷ ପରେ ରାମ ମନ୍ଦିର ନିର୍ମାଣ ନେଇ ସ୍ବପ୍ନ ପୂରା ହେବାକୁ ଯାଉଛି ।  ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ଅନୁଷ୍ଠିତ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ଓ ଶିଳାନ୍ୟାସ କଲେ । 12ଟା 30ରୁ 32 ସେକେଣ୍ଡର ଶୁଭ ମୁହୂର୍ତ୍ତ ମଧ୍ୟରେ ନରେନ୍ଦ୍ର ମୋଦି ଭୂମିପୂଜନ ଓ ଶିଳାନ୍ୟାସ କରିଛନ୍ତି ।   ସ୍ବତନ୍ତ୍ର ଭାବେ ନିର୍ମିତ ରୂପା ଇଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଭୂମି ପୂଜନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାମ ଲଲାଙ୍କ ଦର୍ଶନ କରିବା ସହିତ ପୂଜା କରି ସାଷ୍ଟାଙ୍ଗ ଦଣ୍ଡବତ ହୋଇଥିଲେ । ଗତକାଲି ଶ୍ରୀ ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମନ୍ଦିର ନିର୍ମାଣ ପରେ କିପରି ଦେଖାଯିବ, ସେନେଇ କିଛି ମଡେଲ୍ ଫଟୋ ଶେୟାର କରିଥିଲେ । ଯେଉଁଥିରେ ରାମ ମନ୍ଦିରର ମଡେଲକୁ ବଦଳା…

Read More

ଦିଲ୍ଲୀ: ଜଣେ ପଡୋଶୀ ଅନ୍ୟ ଜଣେ ପଡୋଶୀଙ୍କ ଘରେ ପଶି ରକ୍ତର ଖେଳ ଖେଳିଛି। ବିହାରର ଦୁଇ ପରିବାରର ଦିଲ୍ଲୀରେ ଦୁଇ ପଡୋଶୀ ଭାବେ ରହୁଥିବାବେଳେ  ଜଣେ ପଡୋଶୀ ଅନ୍ୟ ଦୁଇ ପଡୋଶୀଙ୍କର ଗଳା କାଟି ହତ୍ୟା କରିବା ସହ ନିଜେ ମଧ୍ୟ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦିଲ୍ଲୀର ନରେଲା ଥାନା କ୍ଷେତ୍ରରେ ଘଟିଛି। ଦିଲ୍ଳୀର ନରେଲା ଥାନା ଅଞ୍ଚଳରେ ରହୁଥିବା ବାଙ୍କନେର୍‌ ଗ୍ରାମର ସ୍ବାମୀ –ସ୍ତ୍ରୀଙ୍କର ଗଳା କାଟି ହତ୍ୟା କରାଯାଇଛି । ହତ୍ୟାକାରୀ ଜଣକ ହତ୍ୟା କରିବା ପରେ ବିଷ ଖାଇ ଆତ୍ମହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ବିହାରର ମୂଳ ନିବାସୀ ଦୁଇ ଜଣ ଦିଲ୍ଲୀରେ ଦୁହେଁ ଦୁଇଜଣ ପଡୋଶୀ ଭାବେ ଅବସ୍ଥାନ କରୁଥିଲେ। ଦୁହେଁ ଦିଲ୍ଲୀରେ ଭଡାରେ ରହୁଥିଲେ। ହତ୍ୟା କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ମୋହମ୍ମ ମୁସ୍ତାକ୍‌। ମୃତ୍ୟୁବରଣ କରିଥିବା ସ୍ବାମୀ-ସ୍ତ୍ରୀ ହେଉଛନ୍ତି ମୋହମ୍ମଦ ହାସିମ୍‌ ଓ…

Read More

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। ଗତକାଲି ବିହାର ମୁଖ୍ୟମନ୍ତ୍ରୀ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ୍‌ କରିଥିଲେ । ବିହାର ସରକାରଙ୍କ ଅନୁରୋଧକୁ କେନ୍ଦ୍ର ଗ୍ରହଣ କରିଛି । ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ମୁମ୍ବାଇ ପୋଲିସ୍ ଏବଂ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇଥିଲା । ତେବେ ବିହାର ପୋଲିସ୍ ପକ୍ଷରୁ ମାମଲାର ତଦନ୍ତ ପାଇଁ ନିଯୁକ୍ତ ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟାଇନରେ ରଖାଯିବାରୁ ବିହାର ସରକାର ବାଧ୍ୟ ହୋଇ ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ମାମଲାର ସିବିଆଇ ତଦନ୍ତ ଅନୁରୋଧକୁ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯିବା ସହିତ ମାମଲା ସିବିଆଇ ହାତକୁ ଯାଇଛି । ସୂଚନାଯୋଗ୍ୟ ଯେ, ଜୁନ୍ 14 ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର…

Read More

ଅଯୋଧ୍ୟା : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ଭୂମି ପୂଜନ ଆରମ୍ଭ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଥମେ ହନୁମାନଗଢୀ ମନ୍ଦିର ଯାଇ ସେଠାରେ ହନୁମାନଙ୍କ ପୂଜା କରିଥିଲେ । ଏହାପରେ ସେ ମନ୍ଦିର ପରିଭ୍ରମଣ କରିଥିଲେ ।  ଏହାପରେ ନରେନ୍ଦ୍ର ମୋଦି ରାମଲଲାଙ୍କ ଦର୍ଶନ କରିଥିଲେ । ରାମ ଲଲାଙ୍କ ପୂଜା କରିବା ପରେ  ଏକ ପାରିଜାତ ବୃକ୍ଷ ଲଗାଇଥିଲେ ।  ଏହାପରେ ସେ ଭୂମି ପୂଜନ ସ୍ଥଳରେ ପହଞ୍ଚିଥିଲେ।  ପ୍ରଧାନମନ୍ତ୍ରୀ ପ୍ରଥମେ ଅଭିଷେକ ପୂଜା  କରିବା ପରେ ଭୂମି ପୂଜନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଭୂମି ପୂଜନ ସ୍ଥଳରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମୋହନ ଭାଗବତ, ଆନନ୍ଦୀ ବେନ୍‌ ପଟେଲ୍‌ ପ୍ରମୁଖ ଉପସ୍ଥିତ ରହିଛନ୍ତି।

Read More