ଆଇଫା ଓ୍ବିକେଣ୍ଡ ଏବଂ ଏଏମ୍ପି ଆଓ୍ବାର୍ଡ୍ସ ଅବସରରେ ଅଭିନେତ୍ରୀ କାଟ୍ରିନା କୈଫ୍
Author: Samikhsya Bureau
ଆଇଫା ଓ୍ବିକେଣ୍ଡ ଏବଂ ଏଏମ୍ପି ଆଓ୍ବାର୍ଡ୍ସ ଅବସରରେ ଅଭିନେତ୍ରୀ ଦିୟା ମିର୍ଜା
ବାଗୀ-3 ସହ କଳାକାର ଟାଇଗର ଶ୍ରଫ୍ଙ୍କ ସହିତ ନିଜର ଜନ୍ମଦିନ ପାଳନ କରୁଛନ୍ତି ଶ୍ରଦ୍ଧା କପୁର
ନୂଆଦିଲ୍ଲୀ : ଟର୍ଣ୍ଣାଡୋ ପ୍ରପୀଡିତ ବ୍ୟକ୍ତିଙ୍କୁ 1 ମିଲିୟନ୍ ଡଲାରର ସହାୟତା ରାଶି ପ୍ରଦାନ କରିଛନ୍ତି ହଲିଉଡ୍ ଗାୟିକା ଟେଲର ସ୍ବିଫ୍ଟ । ନାସଭିଲ୍ଲେର ଟେନିସି ସହର ଟର୍ଣ୍ଣାଡୋ ଦ୍ବାରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସ୍ବିଫ୍ଟ ଏହି ସହାୟତା ରାଶି ଘୋଷଣା କରିଛନ୍ତି । 1 ମିଲିୟନ୍ ଡଲାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ନିଜର ଫଲୋଅର ମାନଙ୍କୁ ମଧ୍ୟ ସହାୟତା କରିବା ପାଇଁ ନିବେଦନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଟେଲର ସ୍ବିଫ୍ଟଙ୍କର ଇନ୍ଷ୍ଟାଗ୍ରାମ୍ରେ 127 ମିଲିୟନ୍ ଫଲୋଅର ରହିଛନ୍ତି । ଟେଲରଙ୍କ ଅନୁରୋଧ ପରେ ଅନ୍ୟତମ ଗାୟକ କ୍ରିସ୍ ୟଙ୍ଗ 50 ହଜାର ଡଲାରର ସହାୟତା ରାଶି ଘୋଷଣା କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଆଇବି ଅଫିସର ଅଙ୍କିତ ଶର୍ମା ହତ୍ୟା ମାମଲାରେ ନିଲମ୍ବିତ ଆପ୍ ନେତା ତାହିର ହୁସେନ୍ଙ୍କୁ 7 ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ଗତକାଲି ତାହିର ହୁସେନଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟରେ ହାଜର କରାଯାଇଥିଲା । ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ରାକେଶ କୁମାର ରାମପୁରୀଙ୍କ ନିକଟରେ ହୁସେନ୍ଙ୍କୁ ହାଜର କରାଯାଇଥିବା ବେଳେ ହୁସେନ୍ଙ୍କୁ 7 ଦିନିଆ ରିମାଣ୍ଡରେ ପଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିବା ବେଳେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ଅଭିଯୋଗରେ ହୁସେନ୍ଙ୍କୁ ଗିରଫ କରାଯାଇଛି । ଏହି ହିଂସାକାଣ୍ଡରେ 47 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପରେ ଆରବିଆଇ ପକ୍ଷରୁ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ଯୋଜନା ଘୋଷଣା କରାଯାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ୟେସ୍ ବ୍ୟାଙ୍କରେ ନିବେଶ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ନେଇ ଆରବିଆଇ ଘୋଷଣା କରିଛି । ଏ ସମ୍ପର୍କରେ ଆଲୋଚନା ପରେ ସୋମବାର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପ୍ରକ୍ରିୟା ଘୋଷଣା କରାଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ଏସ୍ବିଆଇ ୟେସ୍ ବ୍ୟାଙ୍କରେ ସମୁଦାୟ 24 ଶହ କୋଟି ନିବେଶ କରିବାର ପ୍ରସ୍ତାବ ଦେଇଛି । ୟେସ୍ ବ୍ୟାଙ୍କର 49 ପ୍ରତିଶତ ଅଂଶଧନ ଏସ୍ବିଆଇ କିଣିବାର ପ୍ରସ୍ତାବ ଦେଇଛି । ୟେସ୍ ବ୍ୟାଙ୍କର ନିବେଶକ ଏବଂ ଗ୍ରାହକ ମାନେ ଭୟଭୀତ ନହେବା ଉଚିତ୍ ବୋଲି ଆରବିଆଇ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଭାରତୀୟ ବଜାରରେ ଲଞ୍ଚ ହୋଇଛି ସୁପର ଷ୍ଟାଇଲିସ୍ ବାଇକ୍ ହସ୍କଭର୍ଣ୍ଣା ବିଟ୍ପାଇଲେନ୍ । ଏହି ବାଇକ୍ ସିରିଜ୍ର 250 ସିସିର ବାଇକ୍ ଶୁକ୍ରବାର ଦିନ ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଭାରତୀୟ ବଜାରରେ ଏହି ବାଇକ୍ର ମୂଲ୍ୟ 1.96 ଲକ୍ଷ ଟଙ୍କା ରହିଛି । ବାଇକ୍ଟି ସର୍ବାଧିକ 150 କିମି ବେଗରେ ଗତି କରିପାରିବ । 6 ଗିଅର୍ ବିଶିଷ୍ଟ ଏହି ବାଇକ୍ରେ 9.5 ଲିଟରର ଟ୍ୟାଙ୍କର ରହିଛି । ବାଇକ୍ରେ 31 ହର୍ଷପାଓ୍ବାରର ଇଞ୍ଜିନ୍ ବ୍ୟବହୃତ ହୋଇଥିବା ବେଳେ ସର୍ବାଧିକ 24 ଏନ୍ଏମ୍ ଟର୍କ ରହିଛି । (ଏଜେନ୍ସି)
ପ୍ୟୁମାର ବ୍ରାଣ୍ଡ ଆମ୍ବାସାଡର ଘୋଷଣା ହେବା ଅବସରରେ ଅଭିନେତ୍ରୀ କରୀନା କପୁର ଖାନ୍
ମଦୁରାଇ : ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଦ୍ବାରା ସରକାରଙ୍କ ପକ୍ଷରୁ ଲିଙ୍ଗଗତ ବୈଷମ୍ୟ ଦୂର କରିବାକୁ ପ୍ରୟାସ କରାଯାଉଥିଲେ ମଧ୍ୟ ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ । ସରକାରଙ୍କ ପକ୍ଷରୁ ବେଟୀ ବଚାଓ ବେଟ ପଢାଓର ନାରା ଦିଆଯାଉଥିବା ବେଳେ ତାମିଲନାଡୁର ମଦୁରାଇରେ ଏକ ଲୋମହର୍ଷଣକାରୀ ଘଟଣା ସମ୍ମୁଖକୁକ ଆସିଛି । ମାସକର ଶିଶୁକନ୍ୟାକୁ କାକ୍ଟସ୍ କ୍ଷୀର ପିଆଇ ମାରି ଦେଇଛନ୍ତି ରାକ୍ଷସ ମାତାପିତା । ମଦୁରାଇର ଚେକାନୁର୍ଣ୍ଣାଇ ଅଞ୍ଚଳର ପୁଲ୍ଲାନେରୀ ଅଞ୍ଚଳରେ ଏହି କାଣ୍ଡ ଘଟିଛି । ଜାନୁୟାରୀ 30 ତାରିଖରେ ଜନ୍ମିତ ଏହି ନବଜାତ କନ୍ୟାକୁ ନେଇ ଦମ୍ପତି ବୈରାମୁରୁଗନ୍(32) ଏବଂ ସୌମ୍ୟା(23) ଖୁସି ନଥିଲେ । ଏହାପରେ କାକ୍ଟସ୍ କ୍ଷୀର ଦେଇ ସେମାନେ ଝିଅଟିକୁ ହତ୍ୟ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ପରେ ପୋଲିସ୍ ଉଭୟ ମାତା ପିତାଙ୍କୁ ଗିରଫ କରିଛି । (ଏଜେନ୍ସି)
ପାଟନାରେ ଏକ ପ୍ରମୋଶନାଲ କାର୍ଯ୍ୟକ୍ରମରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂ
ମୁମ୍ବାଇ : ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଷ୍ଟାଇଲରେ କ୍ରିକେଟ ପଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସିଏଜି ବିପକ୍ଷରେ 39 ବଲ୍ରୁ 105 ରନ୍ ସଂଗ୍ରହ କରିଥିବା ପାଣ୍ଡ୍ୟା ଶୁକ୍ରବାର ପୁଣି ଏକ ଶତକ ହାସଲ କରିଛନ୍ତି । ଶୁକ୍ରବାର ବିପିସିଏଲ୍ ବିପକ୍ଷରେ ପାଣ୍ଡ୍ୟା 55ଟି ବଲ୍ର ସମ୍ମୁଖୀନ ହୋଇ 158 ରନ୍ ସଂଗ୍ରହ କରିଛନ୍ତି । ପାଣ୍ଡ୍ୟାଙ୍କ ଏହି ଇନିଂସରେ 20ଟି ବିଶାଳ ଛକ୍କା ଏବଂ 6ଟଇ ଚୌକା ସାମିଲ ଥିଲା । ଅଣ୍ଟାରେ ଆଘାତ କାରଣରୁ ଆହତ ହୋଇ ଦୀର୍ଘମ 5 ମାସ ହେବ କ୍ରିକେଟ ପଡିଆରୁ ଦୂରରେ ରହିଥିଲେ ହାର୍ଦ୍ଦିକ । (ଏଜେନ୍ସି)
ମୁମ୍ବାଇର ଜୁହୁରେ ଅଭିନେତ୍ରୀ ସନ୍ନି ଲିଓନି
ବାନ୍ଦ୍ରାରେ ମେଣ୍ଟାଲହୁଡ୍ର ପ୍ରମୋଶନ ଅବସରରେ ଅଭିନେତ୍ରୀ କରିଶ୍ମା କପୁର
Mumbai: Actress Alia Bhatt at the screening of the upcoming web film “Guilty” in Mumbai on March 4, 2020. (Photo: IANS)
ଓ୍ବେବ୍ ଫିଲ୍ମ ଗିଲ୍ଟୀର ସ୍କ୍ରିନିଂରେ ଅଭିନେତ୍ରୀ ଆଥିୟା ସେଟ୍ଟୀ
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ର ସଂକ୍ରମିତଙ୍କ ସଂଖ୍ୟା ଏବେ 31କୁ ବୃଦ୍ଧି ପାଇଛି। କରୋନାକୁ ନେଇ ଦେଶ ଏବେ ଆଲର୍ଟ ରହିଛି । କରୋନା ଭାଇରସ୍ର ଯାଞ୍ଚ ପାଇଁ ସରକାର 31ଟି ଲାବ୍ରୋଟେରୀ ପ୍ରସ୍ତୁତ କରିଛନ୍ତି । ପୂର୍ବରୁ 13ଟି ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉଥିବାବେଳେ ଏବେ ଆଉ 18ଟି ପରୀକ୍ଷାଗାରରେ ଏହା ଯାଞ୍ଚ କରାଯାଇପାରିବ । ସରକାରଙ୍କ ଦ୍ବାରା ଜାରି ହୋଇଥିବା ପରୀକ୍ଷାଗାର ସୂଚୀ ଅନୁସାରେ – ଦିଲ୍ଲୀର ଏମ୍ସ, ଲକ୍ଷ୍ନୌର କେଜିଏମ୍ୟୁ, ଜୟପୁରର ଏସଏମଏସ୍, କୋଲକାତାର ଏନ୍ଆଇସିଇଡି, ଗୌହ୍ବାଟୀର ଜିଏମ୍ଟି, ନାଗପୁରର ଆଇଜିଜିଏମ୍ସି, ମୁମ୍ବାଇର କସ୍ତୁରବା ମେଡ଼ିକାଲ୍ କଲେଜ, ଅହମଦାବାଦର ବିଜେ ମୋଡିକ୍ କଲେଜ, ସିକନ୍ଦରାବାଦର ଗାନ୍ଧି ମେଡ଼ିକାଲ କଲେଜ, ବେଙ୍ଗାଲୁରୁର ବିଏମ୍ସିଆରଆଇ ଓ ଏନ୍ଆଇବି ଫିଲ୍ଡ ୟୁନି, ଚେନ୍ନାଇର କେଆଇପିଏମ୍ଆର ଓ ଅଲଫୁଜ୍ଜହା ଓ ଏନ୍ଆଇବି ଫିଲ୍ଡ ୟୁନିରେ କରୋନା ଭାଇରସର ଯାଞ୍ଚ କରାଯାଇପାରିବ। ଏତଦ୍ବ୍ୟତୀତ ଆଜିଠାରୁ ଶ୍ରୀନଗରର ଏସ୍କେଆଇଏମଏସ୍, ଜମ୍ମୁର ଜିଏମ୍ସି, ଚଣ୍ଡୀଗଡର ପିଜିଆଇଏମଇଆର,…
ଓ୍ବେବ୍ ଫିଲ୍ମ ଗିଲ୍ଟୀର ସ୍କ୍ରିନିଂରେ ଅଭିନେତ୍ରୀ ଗୌହର୍ ଖାନ୍
ଓ୍ବେବ୍ ଫିଲ୍ମ ଗିଲ୍ଟୀର ପ୍ରମୋଶନରେ ଅଭିନେତ୍ରୀ ଆକାଙ୍କ୍ଷା ରଞ୍ଜନ
ଓ୍ବେବ୍ ଫିଲ୍ମ ଗିଲ୍ଟୀର ସ୍କ୍ରିନିଂରେ ବାଣୀ କପୁର
ରୁଚି ନାରାୟଣଙ୍କ ନିର୍ଦ୍ଦେଶିତ ଓ୍ବେବ୍ ଫିଲ୍ମ ଗିଲ୍ଟିର ପ୍ରମୋଶନରେ କିଆରା ଆଡଭାନୀ
ବେଜିଂ : ଲାଇସେନ୍ସ ମିଳିବାର 10 ମିନିଟ୍ ମଧ୍ୟରେ ନଦୀ ମଧ୍ୟକୁ କାର୍ ଖସାଇଛନ୍ତି ଯୁବକ । ଚୀନ୍ର ଜଣେ ଯୁବକଙ୍କୁ ଲାଇସେନ୍ସ ମିଳିବା ପରେ କାର୍ ଚଲାଉଥିବା ସମୟରେ ମୋବାଇଲରେ କଥା ହୋଇ ଯୁବକ ଜଣକ କାର୍ଟିକୁ ବ୍ରିଜ୍ରୁ ତଳକୁ ଖସାଇ ଦେଇଥିଲେ । ଝାଙ୍ଗ ନାମକ ଏହି ବ୍ୟକ୍ତି ଜଣକ ଲାଇସେନ୍ସ ପାଇଥିବାରୁ ମିଳିଥିବା ଶୁଭେଚ୍ଛା ମେସେଜ୍ର ଉତ୍ତର ଦେଉଥିବା ସମୟରେ କାର୍ଟି ତଳକୁ ଖସି ପଡିଥିଲା । ଚୀନ୍ର ଜୁନ୍ୟି ପ୍ରଦେଶରେ ଘଟିଥିବା ଏହି ଦୁର୍ଘଟଣାର କିଛି ଫଟୋ ଚୀନ୍ ଟ୍ରଫିକ୍ ପୋଲିସ୍ ପକ୍ଷରୁ ସେୟାର କରାଯାଇଛି । କାର୍ର ଡୋର୍ ଖୋଲି ଝାଙ୍ଗ ବାହାରିଥିବା ବେଳେ କ୍ରେନ୍ ଜରିଆରେ କାର୍ଟିକୁ ବାହାର କରାଯାଇଥିଲା । (ଏଜେନ୍ସି)

