Hyderabad: Celebs at Vijaya Nirmala Statue Inauguration
Author: Samikhsya Bureau
Hyderabad: Actor Nithiin and his girlfriend Shalini.
ସମୀକ୍ଷା ବ୍ୟୁରୋ ପୁରୀ : ରାଜ୍ୟରେ ପୁଣି ହାତୀ ଆକ୍ରମଣ ଦେଖାଦେଇଛି। ପିପିଲି ଓ ବଳଙ୍ଗାରେ ନରହନ୍ତା ଦନ୍ତାର ଉତ୍ପାତ ବୃଦ୍ଧି ପାଇଛି । ଦନ୍ତା ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ବଳଙ୍ଗା ଗୋପୀନାଥପୁର ଗ୍ରାମରେ ଜଣଙ୍କୁ ଦନ୍ତା ଦଳି ମାରିଥିବାବେଳେ ଅନ୍ୟ ଦ୍ବୟଙ୍କ ମଧ୍ୟରୁ ଜଣେ ପିପିଲ ଚନ୍ଦ୍ରାଦେଈପୁରର ଓ ଆଉ ଜଣେ ରାଜତଇର । ଦନ୍ତା ହାତୀର ଉତ୍ପାତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ୍ ସୃଷ୍ଟି ହୋଇଛି ।
ସମୀକ୍ଷା ବ୍ୟୁରୋ ସମ୍ବଲପୁର: ସିଏଏ ଓ ଏନ୍ଆରସି ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦର ପ୍ରଭାବ ଓଡ଼ିଶାର ବେଶ୍ କିଛି ସ୍ଥାନରେ ଦେଖିବାକୁ ମିଳିଛି । ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଭୀମ ଆର୍ମି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସମ୍ବଲପୁର, ସୋନପୁର, ବଲାଙ୍ଗିର ଆଦି ସହରରେ ଦେଖିବାକୁ ମିଳିଛି। ସିଏଏ ଓ ଏନ୍ଆରସି ପ୍ରତ୍ୟାହାର ଦାବିରେ ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସହରରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ସମ୍ବଲପୁର ଷ୍ଟେସନରେ ଭୀମ ଆର୍ମି କର୍ମକର୍ତ୍ତାମାନେ ଟ୍ରେନ୍ ଅଟକାଇଛନ୍ତି। ତେବେ ଏକ ଘଣ୍ଟା ବିଳମ୍ୱରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଛାଡ଼ିଛି। ସେହିପରି ବଲାଙ୍ଗିର ଜିଲ୍ଲାରେ ମଧ୍ୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ଏନେଇ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।
କେଦାର ମିଶ୍ର ଆପଣ ଲେଖିକି ରଖନ୍ତୁ, ଆସନ୍ତା ମାର୍ଚ୍ଚ ମାସରୁ ଓଡିଶା ବିଜେପି ପୁଣିଥରେ ନିଜର ପୁରୁଣା ଫର୍ମକୁ ଫେରିବ ଓ ଓଡିଶାରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆକ୍ରାମକ ରଣନୀତି ଆପଣାର କରିବ- ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା ଏକଥା ଆମକୁ କହିଥିଲେ। ନେତାଙ୍କ କଥା ଓ ପାଣିପାଗ ବିଭାଗର ଆକଳନ, ଏ ଦୁଇଟି ବିଷୟରେ ଆମର ଘୋର ସନ୍ଦେହ ରହି ଆସିଛି। ତେଣୁ ବିଜେପି ନେତା ଯାହା କହିଲେ ତାକୁ ପୂରା ବିଶ୍ଵାସ ବା ଅବିଶ୍ଵାସ କରିବା ଅପେକ୍ଷା ଏ ସମ୍ପର୍କରେ ଅଧିକ ତର୍ଜମା କରିବାକୁ ଆମେ ଉଚିତ ମନେ କରୁଛୁ। ୨୦୧୯ ମସିହା ଏପ୍ରିଲ ମାସ ଶେଷ ସପ୍ତାହରେ ଓଡିଶା ସାଧାରଣ ନିର୍ବାଚନର ଅନ୍ତିମ ପର୍ୟାୟ ସାରିବା ପରଠୁ ରାଜ୍ୟରେ ବିଜେପି ଓ ବିଜେଡି ସମ୍ପର୍କର ଯାଦୁକରୀ ପରିବର୍ତ୍ତନ ସଂଘଟିତ ହୋଇଥିଲା। ନିର୍ବାଚନ ପ୍ରଚାରରେ ବିଜେଡି ବିଜେପି ପରଷ୍ପରକୁ ଲହୁଲୁହାଣ କରୁଥିବା ବେଳେ ପ୍ରଚାର ସାରିବା କ୍ଷଣି…
ଭୁବନେଶ୍ବର, ରବିବାର ସକାଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ବର୍ତ୍ତମାନ ସଭାପତି ନବୀନ ପଟ୍ଟନାୟକ ନୂଆ ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ। ନବୀନ ସକାଳ 9 ଟା 30 ମିନିଟରେ ବିଜେଡି କାର୍ଯ୍ୟାଳୟରେ ଏହି ନାମାଙ୍କନ ପତ୍ର ଦାଖଲ କରିବେ। ସେହିପରି ଦଳର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟମାନେ ମଧ୍ୟ ନାମାଙ୍କନ ପତ୍ର ଏକା ସମୟରେ ଦାଖଲ କରିବେ। ଶନିବାର ଦିନ ଦଳ ତରଫରୁ ବିଭିନ୍ନ ଜିଲ୍ଲାର ସଭାପତିମାନଙ୍କ ନାମ ତାଲିକା ପ୍ରକାଶ କରାଯାଇଛି। ପୂର୍ବରୁ ଜିଲ୍ଲାର ବିଭିନ୍ନ କର୍ମକର୍ତ୍ତା ମଧ୍ୟ ନିର୍ବାଚିତ ହୋଇଯାଇଛନ୍ତି। ଶେଷରେ ଦଳର ସଭାପତି ପଦ ପାଇଁ ନିର୍ବାଚନ ହେବ। ତେବେ ବିଜେଡି ସଭାପତି ପାଇଁ ପୂର୍ବରୁ କେବଳ ନବୀନ ପଟ୍ଟନାୟକ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇ ଆସୁଛନ୍ତି। ଏଥର ମଧ୍ୟ ସେହିପରି ନବୀନ ପଟ୍ଟନାୟକ ସଭାପତି ହେବେ ବୋଲି ସମସ୍ତେ ଜାଣନ୍ତି। ହେଲେ ସାମ୍ବିଧାନିକ ନିୟମ ଅନୁସାରେ ଏହି ନିର୍ବାଚନ କରିବାର ବିଧେୟ ରହିଛି। ଏହି ନିର୍ବାଚନ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଛତିଶଗଡ ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହୋଇଥିବା ବେଳେ ତାଙ୍କ ପରିବାରବର୍ଗ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି । କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା ମାମଲାରେ ତଦନ୍ତ ନାମରେ ଛତିଶଗଡ ପୋଲିସ୍ ପକ୍ଷରୁ ହଇରାଣ କରାଯାଉଥିବା ଅଭିଯୋଗ କରି ଧାରଣା ଦେଇଛନ୍ତି । ସେହିପରି ଅନୁପଙ୍କ ପରିବାର ବର୍ଗ ନିଜର ସୁରକ୍ଷା ଦାବି କରି ଧାରଣାରେ ବସିଛନ୍ତି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଏମ୍ସରେ ହିନ୍ଦି ଭାଷାରେ ନାମ ଫଳକକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏମ୍ସ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଜେଡିର 9 ଜଣ ସାଂସଦ ଏମ୍ସ ଅଧ୍ୟକ୍ଷଙ୍କ ଜରିଆରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଭାଷାଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡିଶା, ମାତ୍ର ଓଡିଶା ବାସୀଙ୍କ ମାତୃଭାଷା ପ୍ରତି ବୈମାତୃକ ଭାବ ପୋଷଣ ଅଗ୍ରହଣୀୟ ବୋଲି ବିଜେଡି ପକ୍ଷରୁ ଉଲ୍ଲେଖ କରାଯାଇଛି । ଓଡିଶା ବାସୀଙ୍କ ସୁବିଧା ପାଇଁ ନାମଫଳକ ଗୁଡିକ ଓଡିଆରେ ସ୍ଥାପନ କରାଯିବା ଉଚିତ୍ ବୋଲି ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।
ସମୀକ୍ଷା ବ୍ୟୁରୋ କଟକ : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ 159ଟି ବିଶ୍ବ ବିଦ୍ୟାଳୟର 3400 ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସମୁଦାୟ 17ଟି କ୍ରୀଡା ବର୍ଗକୁ ଏହି ବିଶ୍ବବିଦ୍ୟାଳୟ ଗେମ୍ରେ ସାମିଲ୍ କରାଯାଇଛି । ଏହି ଇଭେଣ୍ଟରେ ଦୁଇ ଜଣ ଓଡିଆ ଆଥ୍ଲେଟ୍ ଦୂତୀ ଚାନ୍ଦ ଓ ଋତୁପର୍ଣ୍ଣା ପଣ୍ଡା ଅଂଶଗ୍ରହଣ କରୁଛନ୍ତି । ଦୂତି ଏହି ଇଭେଣ୍ଟ ଜରିଆରେ ଅଲମ୍ପିକ୍ସ ଯୋଗ୍ୟତା ହାସଲର ଉଦ୍ୟମ କରିବେ । (ଏଜେନ୍ସି)
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ଶନିବାର ସକାଳୁ ଦୁଇ ଲସ୍କର ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଅପରାହ୍ନରେ ଜଣେ ହିଜବୁଲ୍ ଆତଙ୍କବାଦୀକୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀର ନାମ ଜୁନୈଦ୍ ଫାରୁଖ୍ ପଣ୍ଡିତ ଏବଂ 2019ରୁ ସେ ସୁରକ୍ଷାବଳଙ୍କ ହିଟ୍ଲିଷ୍ଟରେ ରହିଥିବା ଜଣାପଡିଛି । ବାରାମୂଲ୍ଲାର ଟାପ୍ପର ପଟ୍ଟାନରୁ ଜୁନୈଦଙ୍କୁ ଗିରଫ କରାଯାଇଛି । ଆତଙ୍କୀଙ୍କ ନିକଟରୁ ଗୋଟିଏ ଚାଇନିଜ୍ ପିସ୍ତଲ, 13 ରାଉଣ୍ଡ ଜୀବନ୍ତ ଗୁଳି ଏବଂ ଦୁଇଟି ମାଗଜିନ୍ ଜବତ କରାଯାଇଛି । (ଏଜେନ୍ସି)
ଚେନ୍ନାଇ : ଚେନ୍ନାଇରେ ଜଣେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି ଜନୈକ ବସ୍ କଣ୍ଡକ୍ଟର । ମହିଳାଙ୍କ କାର୍ଯ୍ୟକ୍ଷେତ୍ରରେ ପହଞ୍ଚି ବସ୍ କଣ୍ଡକ୍ଟର ଜଣଙ୍କ ମହିଳାଙ୍କୁ ଜୀଅନ୍ତା ଜାଳିଦେଇଥିଲେ । କଡାଲୋର୍ର ଉକ୍ତ 26 ବର୍ଷୀୟା ମହିଳା ଜଣଙ୍କ ଉକ୍ତ ଯୁବକଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । କଥାବାର୍ତ୍ତା ବନ୍ଦ ହେବା କାରଣରୁ ରାଗରେ ଯୁବକ ଜଣକ ମହିଳାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ । ମହିଳାଙ୍କ ଶରୀରର 20 ପ୍ରତିଶତ ପୋଡି ଯାଇଥିବା ବେଳେ କଡାଲୋର୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣଙ୍କ ପ୍ରାଣ ହରାଇଥିବା ବେଳେ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ମୃତ ମହିଳା ଜଣଙ୍କ ହେଉଛନ୍ତି ଜେ ସଲୋମୀ । ତାଙ୍କ ସ୍ବାମୀ ଜନ୍ ଭିକ୍ଟର ଭାରତୀୟ ସେନାରେ କାର୍ଯ୍ୟ କରନ୍ତି । ବସ୍ରେ ଯିବା ସମୟରେ ଅଭିଯୁକ୍ତଙ୍କ ସହିତ ମହିଳାଙ୍କ ପରିଚୟ ହୋଇଥିଲା । (ଏଜେନ୍ସି)
ହାଇଦ୍ରାବାଦ : ଜୁନିୟର୍ ଏନ୍ଟିଆର୍ଙ୍କ ବିପକ୍ଷରେ ପୁଣିଥରେ ନଜର ଆସିବାକୁ ଯାଉଛନ୍ତି ସାମନ୍ଥା ଅକ୍କିନେନୀ । ପୂର୍ବରୁ 4ଟି ଫିଲ୍ମରେ ଏକତ୍ର ନଜର ଆସିଥିବା ଏହି ଯୋଡି ତ୍ରିବିକ୍ରମ୍ ଶ୍ରୀନିବାସଙ୍କ ଅପ୍କମିଙ୍ଗ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଆସନ୍ତା ମେ ମାସରୁ ଏହି ଫିଲ୍ମଟିର ସୁଟିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ଫିଲ୍ମଟି ଏପ୍ରିଲ୍ 2021ରେ ରିଲିଜ୍ ହେବାକୁ ଯାଉଛି । ସାମନ୍ଥାଙ୍କ ବ୍ୟତିତ ରଶ୍ମିକା ମନ୍ଦାନା ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ତ୍ରିବିକ୍ରମଙ୍କ ସହିତ ଏନ୍ଟିଆର 2018ର ବ୍ଲକ୍ବଷ୍ଟର ଫିଲ୍ମ ଅରବିନ୍ଦ ସମେଥା ବୀର ରାଘବାରେ ନଜର ଆସିଥିଲେ । ଜୁନିୟର୍ ଏନ୍ଟିଆର ଅପ୍କମିଙ୍ଗ ଫିଲ୍ମ ଆରଆରଆରରେ ନଜର ଆସିବାକୁ ଯାଉଥିବା ବେଳେ ସାମନ୍ଥା ଜାନୁରେ ନଜର ଆସିବାକୁ ଯାଉଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଦୀର୍ଘ 70 ଦିନ ପରେ ଶାହିନବାଗ ରାସ୍ତା ଖୋଲିଛି । ସୁପ୍ରିମକୋର୍ଟ ନିଯୁକ୍ତ ମଧ୍ୟସ୍ଥିଙ୍କ ସହିତ ଆଲୋଚନା ପରେ ପ୍ରତିବାଦକାରୀଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସମ୍ପୂର୍ଣ୍ଣ ରାସ୍ତା ଖୋଲା ଯାଇନଥିଲେ ମଧ୍ୟ ନୋଇଡା-କାଳିନ୍ଦୀକୁଞ୍ଜ ରାସ୍ତା ଖୋଲାଯାଇଛି । ଏହା ଫଳରେ ଜାମିଆ ଏବଂ ଫରିଦାବାଦକୁ ଯିବା ସହଜ ହେବ । ପୂର୍ବରୁ ରାସ୍ତା ନମ୍ବର 9କୁ ଖୋଲାଯାଇଥିଲା ମାତ୍ର କିଛି ସମୟ ମଧ୍ୟରେ ପ୍ରତିବାଦକାରୀଙ୍କ ଅନ୍ୟ ଏକ ଦଳ ଏହି ରାସ୍ତାକୁ ବନ୍ଦ କରି ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ମଧ୍ୟସ୍ଥି ସନ୍ତୋଷ ହେଗ୍ଡେ ଏବଂ ସାଧନା ରାମଚନ୍ଦ୍ରନଙ୍କ ସହିତ ଆଲୋଚନା ପରେ ଏହି ରାସ୍ତାକୁ ଆଂଶିକ ଭାବରେ ଖୋଲାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ, କେନ୍ଦ୍ର କ୍ୟାବିନେଟ ସଚିବ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲାର ସ୍ଥିତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବେସାମରିକ ବିମାନ ଚଳାଚଳ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କ ସମେତ ଏଏଫଏମଏସ ମହାନିର୍ଦ୍ଦେଶକ ଏବଂ ବୈଦେଶିକ ବ୍ୟାପାର, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଇମିଗ୍ରେସନ ବ୍ୟୁରୋ, ଆଇଟିବିପି ଓ ଭାରତୀୟ ସେନାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ସାମ୍ପ୍ରତିକ ସ୍ଥିତିର ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଏହାଛଡ଼ା ପୂର୍ବ ନିର୍ଦ୍ଦେଶାନାମା ଅନୁଯାୟୀ ସାମୁହିକ ଯାଂଚର ପରିଧିକୁ ବୃଦ୍ଧି କରିବା ଲାଗି ନିଷ୍ପତି ହୋଇଥିଲା। ବର୍ତମାନ କାଠମାଣ୍ଡୁ, ଇଣ୍ଡୋନେସିଆ, ଭିଏତନାମ ଓ ମାଲେସିଆରୁ ଆସୁଥିବା ବିମାନ ଯାତ୍ରୀଙ୍କୁ ସମସ୍ତ ବିମାନ ବନ୍ଦରରେ ଯାଂଚ କରିବାକୁ ନିଷ୍ପତି ହୋଇଛି । ଏହା ବାଦ ନୂଆ ଯାତ୍ରା…
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିନୟ ଶର୍ମାର ପିଟିସନ୍ ଖାରଜ କରିଦିଆଯାଇଛି । ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରଦାନ ପାଇଁ କରାଯାଇଥିବା ଆବେଦନକୁ ଦିଲ୍ଲୀ କୋର୍ଟ ଖାରଜ କରି ଦେଇଛନ୍ତି । ମାର୍ଚ୍ଚ 3 ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଥିବା ବେଳେ ଜେଲ୍ କାନ୍ଥରେ ମୁଣ୍ଡ ପିଟି ଆହତ ହୋଇଥିଲା । ବିନୟ ଶର୍ମା ମାନସିକ ଭାବରେ ଅସୁସ୍ଥ ଏବଂ ତାଙ୍କୁ ଚିକିତ୍ସା ଆବଶ୍ୟକ ବୋଲି ଓକିଲ ଏପି ସିଂ ଆବେଦନ କରିଥିଲେ । ମାତ୍ର ଅଭିଯୁକ୍ତଙ୍କର କୌଣସି ମାନସିକ ରୋଗ ନଥିବା ନେଇ ଇର୍ଫାନ୍ ଅହମ୍ମଦ୍ ଯୁକ୍ତି କରିଥିଲେ । ଏହାପରେ କୋର୍ଟ ବିନୟ ଶର୍ମାଙ୍କ ଯାଚିକା ଖାରଜ କରି ଦେଇଥିଲେ । (ଏଜେନ୍ସି)
ମୁମ୍ବାଇ : ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି ଏମ୍ଆଇର ନୂତନ ଫୋନ୍ ଏ-4 । ଏହି ଫୋନ୍ଟିରେ ପ୍ରଥମ ଥର ପାଇଁ ପଞ୍ଚ ହୋଲ୍ ଡିସ୍ପ୍ଲେର ବ୍ୟବହାର କରାଯାଇଛି । ପୂର୍ବରୁ ଏ-3 ଲଞ୍ଚ ହୋଇ ସାରିଥିବା ବେଳେ ଏହାର ପରବର୍ତ୍ତୀ ସିରିଜ୍ ସିସି9 ନାମରେ ଚୀନ୍ରେ ଲଞ୍ଚ କରାଯାଇଥିଲା । ସିସି 10 କିମ୍ବା ସିସି 9 ପ୍ରୋ ନାମରେ ନାମିତ ହେବାକୁ ଥିବା ଫୋନ୍ଟିରେ ଏମ୍ଆଇ ପକ୍ଷରୁ ପ୍ରଥମ ଥର ପାଇଁ ପଞ୍ଚହୋଲ୍ ଡିସ୍ପ୍ଲେ ବ୍ୟବହାର କରାଯାଇଛି । ଏହି ଫୋନ୍ରେ କ୍ବାଲ୍କମ୍ର 855 ପ୍ରସେସର ବ୍ୟବହାର କରାଯାଇଥିବା ବେଳେ ଏହାର ମୂଲ୍ୟ ଭାରତୀୟ ବଜାରରେ 30ରୁ 35 ହଜାର ମଧ୍ୟରେ ରହିବ । (ଏଜେନ୍ସି)
ଅହମ୍ମଦାବାଦ : ଗୁଜରାଟରେ ପୁଣି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଗୁଜରାଟର ପୋରବନ୍ଦର ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି । ଏକ ବସ୍ର ଡ୍ରାଇଭର୍ ଏବଂ କଣ୍ଡକ୍ଟର ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ମଧ୍ୟପ୍ରଦେଶର ମହିଳା ଜଣକ ପେଶାରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । ବୁଧବାର ରାତିରେ ଏହି ଘଟଣା ଘଟିଥିଲା । ମହିଳାଙ୍କୁ ବଳପୂର୍ବକ ଭାବରେ ଗଣଦୁଷ୍କର୍ମ କରାଯାଇଥିଲା । ମଧ୍ୟପ୍ରଦେଶର କୁକ୍ସୀ ସହରରୁ ମହିଳା ଜଣକ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଯାତ୍ରା କରିବାକୁ ବସ୍ ନ ମିଳିବାରୁ ବସ୍ ଡ୍ରାଇଭର୍ ଏବଂ କଣ୍ଡକ୍ଟର ତାଙ୍କୁ ବସ୍ ଛାତ ଉପରେ ଶୋଇବାକୁ ଯାଗା ଦେଇ ଗଣଦୁଷ୍କର୍ମ କରିଥିଲେ । ପୋରବନ୍ଦର ଥାନାରେ ମାମଲା ରୁଜୁ କରାଯିବା ପରେ ପେଲିସ୍ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । (ଏଜେନ୍ସି)
Mumbai: Actress Janhvi Kapoor seen at the office of Maddock Films in Mumbai on Feb 20, 2020. (Photo: IANS)
Kolkata: West Bengal Governor, Jagdeep Dhankhar, visited to the Vijay Smarak to pay homage to the fallen braves at Fort William in Kolkata on Feb 20, 2020. (Photo: Kuntal Chakrabarty/IANS)
Mumbai: Actress Ananya Panday seen at the office of Maddock Films, in Mumbai on Feb 20, 2020. (Photo: IANS)
Mumbai: Fashion designer Malavika Mohanan walks the ramp at the Lakme Fashion Week Summer/Resort 2020 grand finale, in Mumbai on Feb 16, 2020. (Photo: IANS)

