Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୫ଜି ଏବଂ ସଫ୍ଟଓ୍ୟାର ଡେଭେଲପମେଂଟ ଲ୍ୟାବ ପ୍ରତିଷ୍ଠା ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରସ୍ତାବ

ଭୁବନେଶ୍ୱର: ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷା କ୍ଷେତ୍ରରେ ୫ଜି ବ୍ୟବହାରର ଅଧିକ ଆବଶ୍ୟକତା ରହିଛି। ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ୫ଜି ଲ୍ୟାବ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମସେନ ଟେକନୋଲୋଜି ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବେଦନ କରାଯିବାର ୩୦ ଦିନ ଭିତରେ କେନ୍ଦ୍ର ସରକାର ୫ଜି ଲ୍ୟାବ ନିମନ୍ତେ ସ୍ପେକ୍ଟ୍ରମ ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବୈଷ୍ଣବ।

ସୋଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨୦ ବର୍ଷ ନେତୃତ୍ୱ ସମ୍ପର୍କରେ “ମୋଦିଅ୨୦, ଡ୍ରିମ୍‌ସ ମିଟ୍ ଡେଲିଭରି” ଶୀର୍ଷକ ବକ୍ତୃତା ଦେବା ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ୫ଜି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ଶ୍ରୀ ବୈଷ୍ଣବ। ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶରେ ୫ଜିର ପ୍ରଚଳନ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଏହାର ବ୍ୟବହାରର ସୁଯୋଗ ମିଳିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟ ଏହାର ସୁଯୋଗ ଉଠାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବିଶ୍ୱର ମାତ୍ର ୫ଟି ଦେଶରେ “ଏଣ୍ଡ ଟୁ ଏଣ୍ଡ ଟେକନୋଲୋଜି” ସୁବିଧା ଥିବାବେଳେ ଖୁବ୍ ଶୀଘ୍ର ଏହା ଭାରତରେ ମଧ୍ୟ ଉପଲବ୍ଧ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

୫ଜି ଆରମ୍ଭ କରିବା ନେଇ ସରକାରଙ୍କ ପାଖରେ ତିନୋଟି ମୁଖ୍ୟ ପ୍ରତିବନ୍ଧକ ଥିଲା। ସେଗୁଡିକ ହେଲା ଷ୍ଟେବଲ୍ କୋର, ଷ୍ଟେବଲ୍ ରେଡିଓ ଏବଂ ଏସବୁକୁ ପରିଚାଳନା କରିବା। କିନ୍ତୁ ଏସବୁଥିରେ ସରକାର ସଫଳତା ପାଇଛନ୍ତି ବୋଲି ସେ କହିଛନ୍ତି। ସେହିପରି ଆଇଆଇଟି ମାଡ୍ରାସରେ ମଧ୍ୟ ଏକ ବିଶ୍ୱ ସ୍ତରୀୟ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯାଇଥିବା ସେ କହିଥିଲେ।

୪ ଜି କନେକ୍ଟିଭିଟିରେ ବେଗ କମ ରହିଥିବା ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଏଥିରେ ମୁଖ୍ୟ ସମସ୍ୟା ଥିଲା ବେଗ। ନିକଟରେ ସବୁ ଟେଲିକମ୍ ପ୍ରୋଭାଇଡରମାନଙ୍କୁ ଡାକି ସେମାନଙ୍କୁ ଏହି ବେଗକୁ ବୃଦ୍ଧି କରିବା ସହ ସେଥିରେ ସେମାନେ କିଭଳି ସଫଳ ହୋଇପାରିବେ ସେ ନେଇ ଟାରଗେଟ୍ ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ସେହିପରି ସୋଆରେ ଏକ ସଫ୍ଟୱ୍ୟାର ଡେଭେଲେପମେଂଟ ଲ୍ୟାବ ପ୍ରତିଷ୍ଠା ନେଇ ମଧ୍ୟ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଦୁଇଟି ଲ୍ୟାବ ପ୍ରତିଷ୍ଠା ନେଇ ସୋଆ ମଧ୍ୟ ପଦକ୍ଷେପ ନେବାକୁ ଯାଉଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୂ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୂଳପତି ପ୍ରଫେସର ପି.କେ.ନନ୍ଦ, ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ଏବଂ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି. ଏସ୍ ମୂର୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିପିଟି ପ୍ରେଜେନ୍‌ଟେସନ୍ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଫେସର ମୂର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଏହି କର୍ମଶାଳାରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍‌ଏସ୍‌ଏସ୍‌ର ରିଜିଓନାଲ ଡାଇରେକ୍ଟର ସୁଶ୍ରୀ ସରିତା ପଟେଲ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ। ପ୍ରଫେସର ବସନ୍ତ ପଣ୍ଡା ଜ୍ଞାନର ପିରଭାଷାକୁ ବିଭିନ୍ନ ସ୍କନ୍ଦ ପୁରାଣର ଶ୍ଳୋକ ମାଧ୍ୟମରେ ବାଖ୍ୟା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଏବଂ ସୋଆର ଲେକ୍‌ଚର୍ସ ପ୍ରୋଗ୍ରାମ ଅଫିସର ଓ ଆଇକେଏସ୍‌ରେ ଇନ୍‌ଟର୍ନ୍‌ସିପ୍ କରୁଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଉଟି୍‌ରିଚ୍‌୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା. କେ ଶର୍ମା ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତିକୁ ନେଇ ସୋଆରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ନୂତନ ଶିକ୍ଷାନୀତି ଅନୁଯାୟୀ ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଏକତ୍ରିତ ହୋଇଥିଲେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ବିଶିଷ୍ଟି ଶିକ୍ଷାବିତ୍ ଏବଂ ସ୍ୱନାମଧନ୍ୟ ବିଶ୍ୱବିଦ୍ୟାଳୟର କୁଳପତି। ସୋଆରେ ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତି ନେଇ ଏହି ଏକ ଦିବସୀୟ କର୍ମଶାଳାକୁ ରିଜିଓନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍‌, ଭୁବନେଶ୍ୱର, ଏନ୍‌ସିଇଆର୍‌ଟି, ନୂଆଦିଲ୍ଲୀ, ସୋଆ ଏବଂ ଗୟା ସ୍ଥିତ ଦକ୍ଷିଣ ବିହାର ସେଂଟ୍ରାଲ୍ ୟୁନିଭର୍ସିଟି ମିଳିତ ଭାବେ ଆୟୋଜନ କରିଥିଲେ।

ଏହି କର୍ମଶାଳର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦକ୍ଷିଣ ବିହାର ସେଂଟ୍ରାଲ୍ ୟୁନିଭର୍ସିଟିର କୁଳପତି ତଥା ପୂର୍ବାଂଚଳ ଅର୍ଗାନାଇଜିଂ କମିଟିର ଅଧ୍ୟକ୍ଷ ପ୍ରଫେସର କାମେଶ୍ୱର ନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଫେସର ସିଂଙ୍କର ତତ୍ୱାବଧାନରେ ପୂର୍ବ ଭାରତର ଝାଡଖଣ୍ଡ, ବିହାର, ପଶ୍ଚିମ ବଂଗ ଏବଂ ଓଡ଼ିଶାରେ ଜାତୀୟ ପାଠ୍ୟକ୍ରମ ଖସଡ଼ା ପ୍ରସ୍ତୁତି ସମ୍ପର୍କରେ କର୍ମଶାଳା ଆୟୋଜନ କରାଯାଉଛି। ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ସହ ମଣିଷର ସର୍ବାଙ୍ଗୀନ ଉନ୍ନତି ହିଁ ଏହି କର୍ମଶାଳାର ଉଦ୍ଦେଶ୍ୟ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋକପାତ କରିଥିଲେ।

ସେହିପରି ସୋଆର ପ୍ରଫେସର ତଥା କର୍ମଶାଳାର ସଂଯୋଜକ ଡାକ୍ତର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେବା ଅବସରରେ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ଜାତୀୟ ଶିକ୍ଷାନୀତି ଦ୍ୱାରା ଶିକ୍ଷା ଗ୍ରହଣ କରିବା ପରେ ଛାତ୍ରଛାତ୍ରୀମାନେ କିଭଳି ଭାରତକୁ ମା’ ଭଳି ସମ୍ମାନ ଦେବେ ଏବଂ ଦେଶର ସର୍ବାଙ୍ଗୀନ ଉନ୍ନତି ଲାଗି ସହାୟତାର ହାତ ବଢ଼ାଇବେ ସେ ସମ୍ପର୍କରେ ବିଭିନ୍ନ ନାଗରିକ ସମାଜ, ଏନ୍‌ଜିଓ ଏବଂ ଶିକ୍ଷାବିତମାନେ ଏକତ୍ରିତ ହୋଇ ଚିନ୍ତା କରିବା ଆବଶ୍ୟକ ବୋଲି କହିଥିଲେ।

ଏହି ଅବସରରେ ଏନ୍‌ସିଇଆର୍‌ଟି, ଭୁବନେଶ୍ୱର ପକ୍ଷରୁ ପ୍ରଫେସର ପି.ସି. ଅଗ୍ରୱାଲ୍ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ତଥା ଏନ୍‌ସିଇଆର୍‌ଟିର ପ୍ରଫେସର ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଲକ୍ଷ୍ମୀଧର ବେହେରା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍କୁଲ ଶିକ୍ଷାକୁ ଉଚ୍ଚ ଶିକ୍ଷା ସହିତ ଯୋଡିବା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା, କୋରାପୁଟ ସେଂଟ୍ରାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର ଏସ୍‌.କେ. ପଲିଟା, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ. ମହାନ୍ତି, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ, କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥି (ଅନ୍‌ଲାଇନ୍ ଯୋଗେ), ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ୍‌ସର ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା ଏବଂ ଆଂଚଳିକ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ସୋମେନ୍ ଘୋଷ ପ୍ରମୁଖ ଉପସ୍ଥିତ ରହି ପାଠ୍ୟକ୍ରମ ଭିତିରେ ସ୍କୁଲ୍ ଶିକ୍ଷା ଏବଂ ଉଚ୍ଚ ଶିକ୍ଷାକୁ ଯୋଡିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ସନ୍ଧାନ, ସେଭ୍‌ଡ ଚିଲ୍‌ଡ୍ରେନ୍‌, ଶିକ୍ଷା ବିକାଶ ସମିତି, ଲର୍ଣ୍ଣିଂ ଲିଙ୍କ୍‌ସ ଫାଉଣ୍ଡେସନ୍‌, ଏଡ୍ ଆକ୍ଟ ଆକ୍ସନ୍ ସାଉଥ ଏସିଆ, ଲାଙ୍ଗୁଏଜ୍ ଆଣ୍ଡ ଲର୍ଣ୍ଣିଂ ଫାଉଣ୍ଡେସନ୍‌, ଆକ୍ସନ୍ ଏଡ୍ ଇଣ୍ଡିଆ, ଟାଟା ଟ୍ରଷ୍ଟ ଭଳି ଅନୁଷ୍ଠାନ ଏବଂ ନାଗରିକ ସମାଜର ବିଭିନ୍ନ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

ଶେଷରେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିବା ବେଳେ ବିସ୍ତୃତ ବିବରଣୀ ଦେଇଥିଲେ ଏନ୍‌ସିଇଆର୍‌ଟିର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲ୍। ସେହିପରି ପ୍ରଫେସର କାମେଶ୍ୱର ନାଥ ସିଂ ଉଦ୍‌ଯାପନୀ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଉପଲକ୍ଷେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ୱର: ସୋମବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସସେସ୍‌ରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଉପଲକ୍ଷେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି ସମାପନ ଉତ୍ସବରେ ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଡିସନାଲ ଡିନ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଆଇଏଏସର ଡିନ ପ୍ରଫେସର ବିଜୟ କୁମାର ସାହୁ, ଆଡିସନାଲ ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗ ଦାନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ।

ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଜ୍ଞାନ କୌଶଳ କିପରି ଭାବରେ ବୃଦ୍ଧି ପାଇପାରିବ ସେହି ବିଷୟରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ଅତିଥିମାନେ ଗାଜର ଘାସର ହାନିକାରକ, ପ୍ରଭାବ ଏବଂ ଏହାର ସମନ୍ୱିତ ନିରାକରଣ ବିଷୟରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡଃ ଶୁଭପ୍ରଦ ଦାଶ, ପ୍ରଫେସର ସରୋଜ କୁମାର ମହାନ୍ତି, ପ୍ରଫେସର ବାସୁଦେବ ବେହେରା ଏବଂ ସତ୍ୟ ନାରାୟଣ ଶତପଥିଙ୍କ ଲିଖିତ ପ୍ରଚାର ପତ୍ରିକା ଉନ୍ମୋଚନ କରାଯାଇଥିଲା। ପ୍ରଶ୍ନୋତର ପ୍ରତିଯୋଗିତାରେ ତେଜସ୍ୱିନୀ ମଲ୍ଲିକ, ଅନ୍ୱେଷା ପଣ୍ଡା ଏବଂ ସମୀକ୍ଷା ପରିଡା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ ଅତୁଲ୍ୟ ଅରୁଣ ସେଠୀ , ତ୍ରୟମ୍ବକ ପଟ୍ଟନାୟକ ଏବଂ ଜୟଦୀପ ପଣ୍ଡା ଯଥାକ୍ରମରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ମାନପତ୍ର ସହିତ ପୁରସ୍କାର ଗ୍ରହଣ କରିଥିଲେ।

ଶେଷରେ ପ୍ରଫେସର ସନ୍ତୋଷ କୁମାର ରାଉତ ଔପଚାରିକ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଭାରତୀୟ ତୃଣକ ବିଜ୍ଞାନ ସମାଜ (ଇଣ୍ଡିଆନ ସୋସାଇଟି ଅଫ ଉଇଡ ସାଇନ୍‌ସେସ) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ର୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ କୁମାର ମହାନ୍ତି ସଂଯୋଜକ ଏବଂ ଡଃ ଶୁଭପ୍ରଦ ଦାଶ ସହ-ସଂଯୋଜକ ହିସାବରେ ପରିଚାଳନା କରିଥିଲେ। ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତାକୁ ଡଃ ସ୍ତୁତି ଦେବପ୍ରିୟା ବେହେରା, ଡଃ ଜଗଦୀଶ ଜେନା, ଡଃ ବିଷ୍ଣୁପ୍ରିୟା ପାତ୍ର, ଡଃ ମନତୋଷ ଦାସ ବୈରାଗ୍ୟ, ଜିତେନ୍ଦ୍ର କୁମାର ନାୟକ, କୁମାର ସମ୍ଭବ ଗିରି, ଶ୍ୱେତା ରଥ ଏବଂ ଶୁଭମ ଆଚାର୍ଯ୍ୟ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ବାସୁଦେବ ବେହେରା, ପ୍ରଫେସର ବିଜୟ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ଅଧ୍ୟାପକମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଗାଜର ଘାସ (ପାର୍ଥେନିୟମ୍‌) ନିରାକରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି।

ଆଇଏଏସ୍‌, ସୋଆ ଏନ୍‌ଏସ୍‌ଏସ୍ ଏବଂ ଭାରତୀୟ ତୃଣକ ବିଜ୍ଞାନ ସମାଜ (ଇଣ୍ଡିଆନ୍ ସୋସାଇଟି ଅଫ୍ ୱିଡ୍ ସାଇନ୍ସ)ର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆପିକଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ରାଉଳ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍‌ର ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ପତାକା ଦେଖାଇ ଗାଜର ଘାସ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଏକ ସଚେତନତା ର‌୍ୟାଲି ଆଇଏଏସ୍ ପରିସରରୁ ଆରମ୍ଭ ହୋଇ ଏ.ପି.ଜେ.କାଲାମ୍ ପାର୍କ ଏବଂ କଳିଙ୍ଗ ନଗର (କେ ୮) ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରେସିଡେନ୍ସ ୱେଲ୍‌ଫେୟାର ଆସୋସିଏସନ୍ ଏବଂ ସିନିୟର୍ ସିଟିଜେନ୍‌ସ ଫୋରମ୍‌ର କର୍ମକର୍ତାମାନେ ଏକତ୍ରିତ ହୋଇ ରାସ୍ତା କଡ଼ ଏବଂ ପାର୍କ ମଧ୍ୟରେ ଥିବା ପାର୍ଥେନିୟମ୍ ଗଛଗୁଡ଼ିକୁ ନଷ୍ଟ କରିଥିଲେ। ସରସ୍ୱତୀ ବିଦ୍ୟା ମନ୍ଦିର ନିକଟରେ ର‌୍ୟାଲି ଶେଷ ହୋଇଥିଲା।
ଏହି ଅବସରରେ ଆଇଏଏସ୍‌ର ଡକ୍ଟର ଶୁଭପ୍ରଦ ଦାସ ଗାଜର ଘାସର ଭୟଭୟତା ଓ ନିରାକରଣର ଉପାୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରଫେସର ସରୋଜ କୁମାର ମହାନ୍ତି ଏହି ଅନିଷ୍ଟକାରୀ ଘାସର ହାନିକାରକ ପ୍ରଭାବ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡକ୍ଟର ଅଂଶୁମାନ ଜେନା, ଡକ୍ଟର କୌଶିକ ସର, ଡକ୍ଟର ଜଗଦୀଶ ଜେନା, କୁମାର ସମ୍ଭବ ଗିରି, ଶ୍ୱେତା ରଥ, ଶୁଭମ ଆଚାର୍ଯ୍ୟ, ରାକେଶ ରୋଶନ ଶତପଥୀ, ସନ୍ଦିପ ସିଂ, ରାଜୀବ ବେହେରା, ଦିପ୍ତନୁ ଦତ, ସିଦ୍ଧାର୍ଥ ପଣ୍ଡା ଏବଂ ଚନ୍ମୟୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଛତାବରରେ ମଧ୍ୟ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଚାଷୀମାନଙ୍କ ଗହଣରେ ପାଳନ କରାଯାଇଛି। ଏହି ଘାସ କିପରି ଫସଲର କ୍ଷତି କରିବା ସହିତ ମଣିଷ ଶରୀରରେ ମାରାତ୍ମକ ରୋଗ ସୃଷ୍ଟି କରିଥାଏ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ ମହାନ୍ତି ସଂଯୋଜକ ଏବଂ ଡକ୍ଟର ଶୁଭପ୍ରଦ ଦାସ ସହ-ସଂଯୋଜକ ଭାବେ ପରିଚାଳନା କରିଥିଲେ।

ଆସନ୍ତା ୨୨ ତାରିଖ ଦିନ ସୋଆ କୃଷି ମହାବିଦ୍ୟାଳୟ ପରିସରରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଶିକ୍ଷା ଗ୍ରହଣ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କର ଗ୍ରାଜୁଏସନ୍ ସେରିମନି ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଶୁକ୍ରବାର ଏକ ଗ୍ରାଜୁଏସନ୍ ଉତ୍ସବରେ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଉଗାଣ୍ଡା, ସିରିଆ ଏବଂ ଶ୍ରୀଲଙ୍କାର ଏହି ଛାତ୍ରଛାତ୍ରୀମାନେ ୨୦୧୯-୨୨ ବ୍ୟାଚ୍‌ରେ ମ୍ୟାନେଜମେଂଟ ସାଇନ୍‌ସେସ୍‌, ଇଞ୍ଜିନିୟରିଂ ଏବଂ ବାୟୋଟେକ୍ନୋଲୋଜିରେ ଶିକ୍ଷା ଗ୍ରହଣ କରିଛନ୍ତି।

ସୋଆର ଉପ-କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଏହି ଅବସରରେ ମ୍ୟାନେଜମେଂଟ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଫାର୍ମାସୀ ଡିନ୍ ପ୍ରଫେସର ସୁଦାମ ଚରଣ ସି, ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ୟୁନିଭର୍ସିଟି ଇଂଟରନ୍ୟାସ୍‌ନାଲ ରିଲେସନ୍‌ସ ଆଣ୍ଡ ଆଡମିସନ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ନେଇ ଶୁଭେଚ୍ଛା ଜଣାଇବା ସହ ସେମାନେ ସେମାନଙ୍କ ଦେଶରେ ସୋଆର ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା ଲେଖକ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ ନିମନ୍ତେ ଶ୍ରୀ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିôବା ଘୋଷଣା କରାଯାଇଛି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ଦେଓଙ୍କୁ ତାଙ୍କର ଏହି ସଫଳତା ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ପ୍ରଫେସର ନାୟକ ଶ୍ରୀ ଦେଓଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ତାଙ୍କ ସହଯୋଗରେ ସୋଆ ଓଡ଼ିଆ ସିନେମା ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କାର୍ଯ୍ୟ ଆରମ୍ଭ କରିବାର ଯୋଜନା ରଖିଛି ବୋଲି କହିଛନ୍ତି ।

ଶ୍ରୀ ଦେଓ ଓଡ଼ିଆ ସିନେମାର ଇତିହାସକୁ ପୁର୍ନଜୀବିତ କରିବା କ୍ଷେତ୍ରରେ ତାଙ୍କର ଅନୁଭୂତି ବଖାଣିବା ସହ ଏଥି ନିମନ୍ତେ କରିଥିବା ଗବେଷଣା ଓ ନଥୀକରଣ ସମୟରେ ସେ ସାମ୍ନା କରିଥିବା ସମସ୍ୟା ସମ୍ପର୍କରେ କହିଥିଲେ । ଏହି ଓଡ଼ିଆ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ରେ ଏକୋଇଶଟି କ୍ଲାସିକ୍ ଓଡ଼ିଆ ଚଳଚ୍ଚିତ୍ରର ବିସ୍ତୃତ ନଥୀକରଣ, ପରିଚର୍ଯ୍ୟା ଓ ଚଳଚ୍ଚିତ୍ର ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଆତ୍ମକଥନ ସ୍ଥାନିତ ହୋଇଛି । ୨୮୮ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ପୌରାଣିକ, ସାହିତ୍ୟର ରୂପାନ୍ତର, ମନୋରଞ୍ଜନ ଓ ମସଲାଧର୍ମୀ ଏବଂ ସମାନ୍ତର ଚଳଚ୍ଚିତ୍ରର ବର୍ଗୀକରଣ ରହିଛି ।

ଶହେରୁ ଅଧିକ ଦୁର୍ଲଭ ଫଟୋଗ୍ରାଫ୍ ଏବଂ ପୋଷ୍ଟର ‘କାଲି ପାଇଁ କାଲିର ସିନେମା’ର ଅନ୍ୟତମ ଆକର୍ଷଣ । ଓଡ଼ିଆ ଚଳଚ୍ଚିତ୍ରର ତଥ୍ୟ ଓ ଇତିହାସ ସମ୍ବନ୍ଧରେ ଏହି ଗ୍ରନ୍ଥରେ ବିଶେଷ ଉଲ୍ଲେଖ ରହିଛି । ଚଳିତ ବର୍ଷ ଓଡ଼ିଶାରୁ ଏକ ମାତ୍ର ଶ୍ରୀ ଦେଓଙ୍କର ପୁସ୍ତକ ହିଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛି ।

ଏହି ଅବସରରେ ସୋଆର ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପଦେଷ୍ଟା ପ୍ରଫେସର ଜୟଦେବ ପତି, ନିର୍ଦ୍ଦେଶକ ଡକ୍ଟର ମହେନ୍ଦ୍ର ପ୍ରସାଦ, ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ୍ ସିଇଓ ଶ୍ରୀ ସୁନୀଲ ଦାସ, ପ୍ରମେୟ ଓ ନ୍ୟୁଜ ୭ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ ମାର୍କେଟିଂ) ଶ୍ରୀ ହିମାଂଶୁ ହୋତା ଓ ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆକୁ କ୍ୟାଟେଗୋରୀ ୧ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା: ଶୁଭେଚ୍ଛା ଜଣାଇଲେ ପ୍ରତିଷ୍ଠାତା ସଭାପତି

ଭୁବନେଶ୍ବର: କୌଣସି ସ୍ୱପ୍ନ କେବେ ଯାଦୁବିଦ୍ୟା ଦ୍ୱାରା ସଂପାଦିତ ହୁଏନାହିଁ। ଏଥିପାଇଁ ସ୍ୱେଦ ଲୁହ ଢାଳି ନିଷ୍ଠାର ସହ କଠିନ ପରିଶ୍ରମ କରିବାକୁ ପଡେ। ଆମେରିକାର ପ୍ରାକ୍ତନ ସେକ୍ରେଟାରୀ ଅଫ ଷ୍ଟେଟ, କଲିନ ପାୱେଲଙ୍କର ଏହି ବକ୍ତବ୍ୟ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୨୫ ବର୍ଷର ଯାତ୍ରାରେ ଆମର ଅଭିଜ୍ଞତା ସହିତ ପାୱେଲଙ୍କ ଉକ୍ତିର ମେଳ ରହିଛି। ବିଗତ ବର୍ଷ ଗୁଡିକରେ ସୋଆ ଅନେକ ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ମଧ୍ୟ ଉଭୟ ଶିକ୍ଷା ପ୍ରଦାନ ତଥା ଗବେଷଣା କ୍ଷେତ୍ରରେ ନିରନ୍ତର ଉତ୍କର୍ଷ ପ୍ରତିପାଦନ କରିବା ଦିଗରେ ଅଗ୍ରସର ହୋଇଚାଲିଛି  ନିକଟରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କି ଫ୍ରେମ୍‌ୱର୍କ ବା ଏନଆଇଆରଏଫ୍ ର ବିଶ୍ୱବିଦ୍ୟାଳୟ ଉତ୍କର୍ଷ ତାଲିକାରେ ସୋଆ ୧୬ ତମ ସ୍ଥାନରେ ସ୍ଥାନୀତ ହେବା ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଗବେଷକ ଓ କର୍ମଚାରୀ ମାନଙ୍କର ନିଷ୍ଠା ଓ କଠିନ ପରିଶ୍ରମର ଫଳ।

ଏଥି ସହିତ ୟୁନିଭର୍ସିଟି ଗ୍ରାଣ୍ଡସ କମିଶନ ଦ୍ୱାରା ସୋଆକୁ କ୍ୟାଟେଗୋରୀ ୧ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ମିଳିଥିବାରୁ ଏହା ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ବିକଶିତ କରିବା ନିମନ୍ତେ ସହାୟକ ହେବ।

ସୋଆର ସ୍ଥାପନା ଦିବସ ଅବସରରେ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋରଞ୍ଜନ ନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯେଉଁମାନଙ୍କ ନିରବିଚ୍ଛନ୍ନ ପରିଶ୍ରମ ଓ ଅବଦାନ ବିଶ୍ୱବିଦ୍ୟାଳୟକୁ ଏହି ଉପଲବ୍ଧି ଆଣି ଦେଇଛି ସେମାନଙ୍କୁ ଅନ୍ତରର କୃତଜ୍ଞତା ଜଣାଇଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଆମର ଯାତ୍ରା କେବଳ ଆରମ୍ଭ ହୋଇଛି ଓ ଆଗକୁ ଅନେକ ପଥ ବାକି ରହିଛି। ମୋର ବିଶ୍ୱାସ ସୋଆର ସମସ୍ତ ଶୁଭାକାଂକ୍ଷୀ ମାନଙ୍କ ସହଯୋଗରେ ବିଶ୍ୱବିଦ୍ୟାଳୟ ତାର ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଏକ ନମ୍ବର, ଦେଶର ୧୬ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସୋଆ

ଭୁବନେଶ୍ୱର: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି। ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ-୨୦୨୨ରେ ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପୁଣି ଥରେ ପ୍ରତିପାଦିତ କରିପାରିଛି ସୋଆ।

ଗତ ବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସର ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ଜାତୀୟ ସ୍ତରରେ ୨୦ ତମ ସ୍ଥାନରେ ଥିବା ସୋଆ ଚଳିତ ବର୍ଷ ନିଜର ଉତ୍କର୍ଷ ପ୍ରଦର୍ଶନ କରି ଦେଶର ୧୬ ତମ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି। ସେହିପରି ୪ଟି କ୍ୟାଟେଗୋରୀରେ ନିଜର ସ୍ଥାନକୁ ଉନ୍ନୀତ କରିଥିବା ବେଳେ ଦୁଇଟି କ୍ୟାଟେଗୋରୀରେ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ। ସୋଆର ଦୁଇଟି ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ (ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌) ଏବଂ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି।

ମାତ୍ର ୧୫ ବର୍ଷ ତଳେ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଷ୍ଟାଟସ୍ ପାଇଥିବା ସୋଆ ଚଳିତ ଏନ୍‌ଆଇଆର୍‌ଏଫ୍ -୨୦୨୨ ତାଲିକାରେ ଓଭରଅଲ୍ କ୍ୟାଟେଗୋରୀରେ ୩୦ ତମ ସ୍ଥାନରେ ରହିଥିବା ବେଳେ (୨୦୨୧ରେ ୩୭ତମ ସ୍ଥାନରେ ଥିଲା) ମେଡିକାଲ୍ ସାଇନ୍‌ସେସ୍‌ରେ ୧୮ ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ୧୦ମ ସ୍ଥାନରେ ରହିଛି। ସେହିପରି ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରିଥିବା ସୋଆର ଫ୍ୟାକଲ୍ଟି ଅଫ୍ ଲ’ ଦେଶରେ ୯ମ ସ୍ଥାନ ହାସଲ ରହିଥିବା ବେଳେ ରିସର୍ଚ୍ଚ କ୍ୟାଟେଗୋରୀରେ ୪୫ତମ ସ୍ଥାନରେ ସ୍ଥାନୀତ ହୋଇଛି।

ନିକଟରେ ଏକ ବିରାଟ ମାଇଲ୍ ଖୁଂଟ ମଧ୍ୟ ହାସଲ କରିଛି ସୋଆ। ନ୍ୟାସ୍‌ନାଲ୍ ଆସେସେ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ବିଶ୍ୱବିଦ୍ୟାଳୟକୁ ମୋଟ ୪ସ୍କୋର୍‌ରୁ ୩.୮୮ ସିଜିପିଏ ସହ ସର୍ବାଧିକ ଏ++ ଗ୍ରେଡ୍‌ର ସ୍ୱୀକୃତି ପ୍ରଦାନ କରିଛି।
୨୦୧୬ରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ସବୁଠାରୁ ନବତମ ବିଶ୍ୱବିଦ୍ୟାଳୟ ଭାବେ ବିଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ସୋଆ। ସେହିପରି ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନୀତ କରିଛି ସୋଆ।

ଏନ୍‌ଆଇଆର୍‌ଏଫ୍ -୨୦୨୧ରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୧ ତମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ୩୨ତମ ସ୍ଥାନରେ ଏବଂ ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ୧୪ତମ ସ୍ଥାନରେ ରହିଥିଲା।

ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ନିଜର ସ୍ଥିତି ଜାହିର କରିଥିବାବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର୍ପୂବାଂଚଳରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ଫ୍ୟାକଲ୍ଟି ଅଫ୍ ଲ’ ପୂର୍ବାଂଚଳରେ ତୃତୀୟ ସ୍ଥାନ ହାସଲ କରିଛି।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ନିଜର ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ସମସ୍ତ ଫ୍ୟାକଲ୍ଟି ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ନିରବଚ୍ଛିନ୍ନ ପରିଶ୍ରମ ଓ ଅଧ୍ୟବସାୟ ନିମନ୍ତେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ଘୋଷଣା ହେବ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା, ଓଡିଶାରୁ କିଏ ?

ନୂଆଦିଲ୍ଲୀ: ଆସନ୍ତାକାଲି ଘୋଷଣା ହେବ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ବା NIRF ୨୦୨୨ ରାଙ୍କ୍। nirfindia.org ରେ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ୧୫ ଜୁଲାଇ ୨୦୨୨ ଦିନ ୧୧ ଟା ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡିଆ ରାଙ୍କିଙ୍ଗ୍ ୨୦୨୨ ରିଲିଜ୍ କରିବେ।

ଗତ ବର୍ଷ, NIRF ର଼୍ୟାଙ୍କିଙ୍ଗରେ ୧୧ ଟି ବର୍ଗ ରହିଥିଲା । ସେଗୁଡିକ ହେଲା ଓଭରାଅଲ, ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, କଲେଜ, ମେଡିକାଲ, ଆଇନ, ସ୍ଥାପତ୍ୟ, ଦନ୍ତ ଏବଂ ଗବେଷଣା। ୨୦୨୧ ର଼୍ୟାଙ୍କିଙ୍ଗରେ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସ ଦେଶର ସର୍ବୋଚ୍ଚ ଉଚ୍ଚ ଶିକ୍ଷାନୁଷ୍ଠାନର ମାନ୍ୟତା ହାସଲ କରିଥିଲେ। ଦ୍ୱିତୀୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ବାଙ୍ଗାଲୋର ଏବଂ ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ ରହିଥିଲା।

ଗତବର୍ଷ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ଭୁବନେଶ୍ବରର ସୋଆ ବିଶ୍ବବିଦ୍ୟାଳୟ ଶ୍ରେଷ୍ଠ ୨୦ତମ ତାଲିକାରେ ରହିଥିଲା। ସେହିପରି ମେଡିକାଲ ଶିକ୍ଷାରେ ସୋଆ ଗତବର୍ଷ ୨୧ତମ ତାଲିକାରେ ଥିଲା। ଇଂଜିନିୟରିଂ ଶିକ୍ଷାରେ ସୋଆ ୩୨ ରାଙ୍କରେ ଥିଲା। ଚଳିତ ବର୍ଷ ଏହି ତାଲିକାରେ ଓଡିଶାର କେଉଁ ଶିକ୍ଷା ଅନୁଷ୍ଠାନ ରହିବ ସେ ନେଇ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ସହ ମରକ୍କୋ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ଆଲୋଚନା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ମରକ୍କୋର ରାଷ୍ଟ୍ରଦୂତ ମହମ୍ମଦ ମଲିକି। ଅଧିନା ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ମଲିକି ସୋଆ ପରିଦର୍ଶନରେ ଆସି ପ୍ରଫେସର ନାୟକଙ୍କୁ ସାକ୍ଷାତ କରିବା ସମୟରେ ବିଶ୍ୱବିଦ୍ୟାଳୟ ତଥା ଦୁଇ ଦେଶ ସମ୍ପର୍କରେ ଆଲୋଚନା କରିଥିଲେ।

ଶ୍ରୀ ମଲିକି ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ। ନିଜ ଦେଶ ମରକ୍କୋ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ମରକ୍କୋରେ ୭୨ ପ୍ରତିଶତ ସାର ଉତ୍ପାଦନ ହେଉଥିବା ବେଳେ ଔଷଧ ପ୍ରସ୍ତୁତି ଏବଂ ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ତାଙ୍କ ଦେଶ ଖୁବ୍ ଆଗରେ ବୋଲି ସେ କହିଥିଲେ।

ସୋଆର ଭିତିଭୂମି ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ନେଇ ସେ ଖୁବ୍ ଉତ୍ସାହିତହୋଇଛନ୍ତି ବୋଲି କହି ସେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୋଆର ଅବଦାନକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ତାଙ୍କ ଦେଶର ଛାତ୍ରଛାତ୍ରୀମାନେ କିଭଳି ସୋଆରେ ଶିକ୍ଷା ଗ୍ରହଣ କରିପାରିବେ ତଥା ମରକ୍କୋ ଓ ସୋଆ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇପାରିବ ସେ ବିଷୟରେ ସେ ଚେଷ୍ଟା କରିବେ ବୋଲି କହିଥିଲେ।

ଶ୍ରୀ ମଲିକିଙ୍କ ସହ ଆଲୋଚନା ସମୟରେ ସୋଆର ଉପକୂଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, କଂଟ୍ରୋଲର ଅଫ ଏକ୍‌ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଏବଂ ସୋଆର ସମସ୍ତ ଶିକ୍ଷାନୁଷ୍ଠାନର ଡିନ୍ ମାନେ ଉପସ୍ଥିତ ଥିଲେ।

ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍ ଡାଇରେକ୍ଟର ପ୍ରଫେସର ନଚିକେତା ଶର୍ମା ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଫଟୋଗ୍ରାଫି କ୍ଲବ୍ ପକ୍ଷରୁ କର୍ମଶାଳା ଆୟୋଜନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫଟୋଗ୍ରାଫି କ୍ଲବ୍ ପକ୍ଷରୁ ସୋମବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ନିକନ୍ ଇଣ୍ଡିଆ ପକ୍ଷରୁ ଏହାର ପରିଚାଳନା କରାଯାଇଥିଲା।

ନିକନ୍ ଇଣ୍ଡିଆ ମେଂଟର୍ ଆଶୁତୋଷ ସାହୁ, ଦେବାଂଶୁ ପଟ୍ଟନାୟକ ଏବଂ ଦେବେଶ କୁମାର
ମାଝି କର୍ମଶାଳାରେ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ।

ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ବାହାଘର ଏବଂ ପୋଟ୍ରେଟ୍ ଫଟୋଗ୍ରାଫ ସମ୍ପର୍କରେ ବିଭିନ୍ନ ଜ୍ଞାନ ଆହରଣ କରିଥିଲେ। ଏଥି ସହିତ କ୍ୟାମେରା ଗିୟର୍ସ ସମ୍ପର୍କରେ ମଧ୍ୟ ଶିଖିଥିଲେ। ଛାତ୍ରଛାତ୍ରୀମାନେ କେବଳ ଫଟୋଗ୍ରାଫିର ପ୍ରକ୍ରିୟା ନୁହେଁ ବରଂ ଫଟୋ ଉଠାଇବା ପଛରେ ଥିବା ଆବେଗକୁ ମଧ୍ୟ ଶିଖିବାକୁ ଚେଷ୍ଟା କରିଥିଲେ ଓ ଫଟୋଗ୍ରାଫିର ଗୁରୁତ୍ୱ ଉପଲବ୍ଧି କରିଥିଲେ।

କର୍ମଶାଳାରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆସିଷ୍ଟାଂଟ ପ୍ରଫେସର ଡକ୍ଟର ସତୀଶ ସାମଲ୍ ଏବଂ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଜଗସିର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସାରୋଳ ମହାଭାରଥର ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସୋଆ ପକ୍ଷରୁ ପ୍ରକାଶିତ

ଭୁବନେଶ୍ୱର: ଆଦିକବି ସାରୋଳ ଦାସଙ୍କ ଭଳି ସନ୍ଥ କବିଙ୍କର କୃତି ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ନୂତନ ଦିଗ ଦେଖାଇବା ସହ ଲୋକମାନଙ୍କୁ କାଳାତୀତ ଶାସ୍ତ୍ରକୁ ସକ୍ରିୟ ଏବଂ ସଶକ୍ତ କରାଇବାରେ ବାଟ କଢ଼ାଇଛି।

ନୂତନ କଳ୍ପନା ଓ ରୂପାନ୍ତର ବିଭିନ୍ନ ଭାଷାର ସାହିତ୍ୟିକ ଏବଂ କବିମାନଙ୍କୁ ଚିରାଚରିତ ପୁରାତନ ପଥ ଠାରୁ ଅଲଗା କରି ନିଜର ଭାବନାକୁ ପରିପ୍ରକାଶ କରିବା ନେଇ ନୂତନ ଦିଗ ଦେଖାଇଥାଏ ବୋଲି ଶନିବାର ମତ ରଖିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦମିର ସଭାପତି ଡକ୍ଟର ଚନ୍ଦ୍ର ଶେଖର କମ୍ବର।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରକାଶିତ ଆଦିକବି ସାରୋଳଦାସଙ୍କ ପୁସ୍ତକ ‘ସାରୋଳଦାସ ମହାଭାରଥ’ ର ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସମ୍ବଳିତ ପୁସ୍ତକର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି ଡକ୍ଟର କମ୍ବର।

ପ୍ରତ୍ୟେକ ଧର୍ମ, ଭାଷା ଓ ସମାଜ ଅନ୍ୟ ଦେଶର ସଂସ୍କୃତି ଓ ଭାଷାକୁ ଭଲ ଭାବରେ ବୁଝିଥାଏ। ତେଣୁ ଲୋକମାନଙ୍କ ମଧ୍ୟରେ ଭିନ୍ନତା ଦୂର ଏବଂ ଦାର୍ଶନିକ ସତ୍ୟତାକୁ ସରଳୀକରଣ କରିବା କ୍ଷେତ୍ରରେ ଶିକ୍ଷାବିତ୍ ଏବଂ ପଣ୍ଡିତମାନେ ପୂର୍ବକାଳରେ ଅନେକ ପଦ୍ଧତି ବେଶ ବୁଦ୍ଧିମତାର ସହ ଆପଣାଇଥିଲେ ବୋଲି ସେ କହିଛନ୍ତି।

ଏହି ପୁସ୍ତକଟିକୁ ଏହାର ସମ୍ପାଦକ ମଣ୍ଡଳୀ ଅନେକ ଶ୍ରମପୂର୍ବକ କାର୍ଯ୍ୟ କରି ସାରୋଳଦାସଙ୍କ ମହାଭାରଥର ପ୍ରସ୍ତୁତି ଓ ଗଦ୍ୟ ରୂପାନ୍ତରଣ ଲୋକଲୋଚନକୁ ଆଣିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସାହିତ୍ୟ ଏବଂ ସଂସ୍କୃତି ଶାଖା ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ପ୍ରକାଶିତ ହୋଇଛି।

“ସାରୋଳଦାସ ମହାଭାରଥ” ଗ୍ରନ୍ଥର ଦୁଇଟି ପର୍ବ ‘ମୁସଳି’ ଏବଂ ‘ସ୍ୱର୍ଗାରୋହଣ’ ର ପାଠ-ଆଧାରିତ ସଂକଳନ ସୋଆ ପକ୍ଷରୁ ଗତ ବର୍ଷ ଏପ୍ରିଲ ମାସରେ ପ୍ରକାଶିତ ହୋଇଥିଲା।
ପୁସ୍ତକ ପ୍ରକାଶନ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରକାଶିତ ପୁସ୍ତକ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦମିର ସଚିବ ଡକ୍ଟର କେ.ଏସ୍‌. ରାଓ, ପ୍ରଫେସର ଦାସରଥି ଦାସ, ପୁସ୍ତକ ସଂଳକନର ସଦସ୍ୟ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା ବକ୍ତବ୍ୟ ରଖିଥିଲେ। ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିିଶିଷ୍ଟ କବି ଶ୍ରୀ ରମାକାନ୍ତ ରଥ ପୁସ୍ତକର ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅନିର୍ବାଯ୍ୟ କାରଣ ବଶତଃ ସେ ଉପସ୍ଥିତ ରହିପାରି ନଥିଲେ। ତେଣୁ ତାଙ୍କର ଭିଡିଓ ବାର୍ତା କାର୍ଯ୍ୟକ୍ରମ ଆରମ୍ଭରୁ ପରିବେଷଣ କରାଯାଇଥିଲା। ଏହି ବାର୍ତାରେ ଶ୍ରୀ ରଥ କହିଥିଲେ ଯେ ସାରୋଳଦାସଙ୍କ ରଚିତ ମହାଭାରଥ ପରେ ଓଡ଼ିଆ ମୌଖିକ ଭାଷା ଲିଖିତ ଭାଷାରେ ପରିଣତ ହୋଇଥିଲା।

ସାରୋଳଦାସ ଏବଂ କର୍ଣ୍ଣାଟକର କୁମାର ବ୍ୟାସ ଉଭୟ ସାମସମୟିକ କବି ହୋଇଥିବା ବେଳେ ଭାରତୀୟ କାବ୍ୟକୁ ସ୍ଥାନୀୟ ସଂସ୍କୃତି ସହିତ ଖାପ ଖୁଆଇବା କ୍ଷେତ୍ରରେ ନିଜ ଲେଖନୀ ମାଧ୍ୟମରେ ଚେଷ୍ଟା କରିଥିଲେ ବୋଲି କହିବା ସହ ଡକ୍ଟର କମ୍ବର ଓଡ଼ିଶାର ସନ୍ଥକବି ମାନଙ୍କର କାର୍ଯ୍ୟ ସାହିତ୍ୟ, ଧାର୍ମିକ କିମ୍ବା ଆଧ୍ୟାତ୍ମିକ କ୍ଷେତ୍ରରେ ସିମୀତ ନଥିଲା ବରଂ ସେମାନେ ଲୋକଙ୍କୁ ଶିକ୍ଷିତ କରାଇବା ସହ ସଚେତନ କରାଇବା କ୍ଷେତ୍ରରେ ନିଜ ଲେଖନୀ ଚଳାଉଥିଲେ। ସେମାନେ ନିଜ ସ୍ଥାନୀୟ ସଂସ୍କୃତି ସହ ଅନ୍ୟ ସଂସ୍କୃତିକୁ ଏକତ୍ରିତ କରିବା ଦିଗରେ ବେଶ କାର୍ଯ୍ୟ କରିଥିଲେ।

ସେ ପୁଣି କହିଥିଲେ ଯେ ଅନୁବାଦ ଏବଂ ଅନୁକରଣ  କ୍ଷେତ୍ରରେ ଭାରତୀୟ ସାହିତ୍ୟ ଅନ୍ୟମାନଙ୍କ ଠାରୁ ବେଶ ଆଗରେ। ଗତ ଦୁଇ ହଜାର ବର୍ଷ ପୂର୍ବରୁ ହିଁ ଭାରତୀୟମାନେ କେବଳ ଅନ୍ୟ ଭାଷା ଏବଂ ଶାସ୍ତ୍ରକୁ ଅନୁବାଦ କରି ନାହାନ୍ତି ବରଂ ଅନ୍ୟ ସ୍ଥାନୀୟ ସଂସ୍କୃତିକୁ ଆପଣାଇଛନ୍ତ। ଉଦାହରଣ ଛଳରେ କୁମର ବ୍ୟାସଙ୍କର ରଚିତ ଗୁଡୁଗିନା ଭାରତ କେବଳ କନ୍ନଡ ସାହିତ୍ୟକୁ ସମୃଦ୍ଧ କରିନାହିଁ ବରଂ ମହାଭାରତର ତତ୍ୱକୁ ଲୋକମାନଙ୍କ ମନରେ ପ୍ରସାର କରିପାରିଛି ବୋଲି ସେ କହିଥିଲେ।

ସାରୋଳଦାସ ଏବଂ ଅନ୍ୟାନ୍ୟ ସନ୍ଥକବିମାନଙ୍କ କାର୍ଯ୍ୟଧାରା ସମାଜକୁ ସାଂସ୍କୃତିକ ବାର୍ତା ମଧ୍ୟ ପହଂଚାଉଥିଲା। ସେମାନେ ଅତୀତର ତଥ୍ୟକୁ ଏକାଠି କରି ସମାଜର ଉନ୍ନତି ଦିଗରେ ନୂତନ ଦିଗ ଦେଖାଉଥିଲେ।

ଡକ୍ଟର ରାଓ କହିଛନ୍ତି ଯେ, ଅତୀତରେ ସାରୋଳଦାସ ଏବଂ କାଳିଦାସଙ୍କ ମଧ୍ୟରେ ଏକ ସମାନ୍ତରଳ ଧାରା ସୃଷ୍ଟି ହୋଇଥିଲା। ଏହି ଦୁଇ କବିଙ୍କର ମହାନକାର୍ଯ୍ୟ ସାରୋଳମହାଭାରଥ ଏବଂ ରଘୁବଂଶ ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିଲା।

ଉଭୟ ଡକ୍ଟର କମ୍ବର ଏବଂ ଡକ୍ଟର ରାଓ, ସାହିତ୍ୟର ପ୍ରସାର କ୍ଷେତ୍ରରେ ସୋଆ ଏବଂ ପ୍ରାଚୀନ୍‌ର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଏହି ଉଦ୍ୟମ ସମଗ୍ର ବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ବର୍ତ୍ତମାନର ଯୁବପିଢ଼ି ଓଡ଼ିଆ ଭାଷା ଓ ସାହିତ୍ୟର ଜ୍ଞାନ ଆହରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଡକ୍ଟର ଗୌରାଙ୍ଗ ଚରଣ ଦାସ, ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା, ଡକ୍ଟର ଭାଗ୍ୟଲକ୍ଷ୍ମୀ ମଲ୍ଲ ଏବଂ ଡକ୍ଟର ଫଣିନ୍ଦ୍ର ଭୂଷଣ ନନ୍ଦଙ୍କୁ ନେଇ ଗଠିତ ଟିମ୍ ଏହି ପ୍ରସ୍ତୁତି କାର୍ଯ୍ୟର ସଂକଳନ କରିଛନ୍ତି।
ଦ୍ୱିତୀୟ ଅଧିବେଶନରେ ଗ୍ରନ୍ଥ ସଂପର୍କରେ ଏକ ବିଶେଷ ଚର୍ଚ୍ଚା ଆୟୋଜନ କରାଯାଇଥିଲା। ଏଥିରେ  ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ଅସିତ ମହାନ୍ତି, କୈଳାସ ଚନ୍ଦ୍ର ଦାସ, ବୈଷ୍ଣବ ଚରଣ ମହାନ୍ତି, ଦିପ୍ତୀରଞ୍ଜନ ପଟ୍ଟନାୟକ, ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ, ଡକ୍ଟର ହୃଷୀକେଶ ମଲ୍ଲିକ, ଡକ୍ଟର ସନ୍ତୋଷ କୁମାର ରଥ ନିଜ ନିଜର ବିଚାର ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡକ୍ଟର ନଚିକେତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ପୁରାତନ ଛାତ୍ରଙ୍କ ଦ୍ୱାରା ନୂଆ ଫୁଡ୍ ଷ୍ଟାର୍ଟଅପ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଙ୍କ ଦ୍ୱାରା ଏକ ଫୁଡ୍ ଷ୍ଟାର୍ଟଅପ୍‌
ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଆରମ୍ଭ ହୋଇଛି। ସୋଆର ୨୦୧୮ ବ୍ୟାଚ୍‌ର ଛାତ୍ର ଶ୍ରୀ ସହସ୍ରାଂଶୁ ମହାନ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ରେଷ୍ଟୁରାଂଟର ନାମ ରଖାଯାଇଛି “ସଲ୍ଟ ଆଣ୍ଡ ମଲ୍ଟ”।

ସୋମବାର ସୋଆର ଉପସଭାପତି ଶାଶ୍ୱତି ଦାସ ଏହାର ଉଦ୍‌ଘାଟନ କରିଛନ୍ତି। ଆଇଟିଇଆର୍ ପରିସରରେ ଥିବା ଫୁଡ୍ କୋର୍ଟରେ ଏହି ରେଷ୍ଟୁରାଂଟ ତଥା କ୍ୟାଂଟିନ୍ ଖୋଲିଛନ୍ତି ଶ୍ରୀ ମହାନ୍ତି।

ଏହି ରେଷ୍ଟୁରାଂଟରେ ୨୩୮ ପ୍ରକାରର ଖାଦ୍ୟ ପରିବେଷଣ କରିବାର ବ୍ୟବସ୍ଥା ରଖାଯାଇଛି। ଏଠାରେ ସାଉଥ୍ ଇଣ୍ଡିଆନ୍‌, ନର୍ଥ ଇଣ୍ଡିଆନ୍ ଓ ଥାଇ ସମେତ ସମସ୍ତ ପ୍ରକାର ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଆମିଷ ଓ ନିରାମିଷ ଖାଦ୍ୟକୁ ସୁଲଭ ମୂଲ୍ୟରେ ସୋଆ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଏହି କ୍ୟାଂଟିନ୍ ଉଦ୍‌ଘାଟନ ସମୟରେ ଶ୍ରୀମତି ଦାସଙ୍କ ସମେତ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା, କମ୍ପ୍ୟୁଟର ସାଇନ୍‌ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଏବଂ ଆସିଷ୍ଟାଂଟ ପ୍ରଫେସର ସତୀଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିଜର ଉତ୍କର୍ଷ ପୁଣି ବଜାୟ ରଖିଲା ସୋଆ: ନାକ୍ ରୁ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଂଟ ଆଭରେଜ (ସିଜିପିଏ) ହାସଲ କରି ଏହି କୃତିତ୍ୱ ହାସଲ କରିଛି ସୋଆ।

ମେ ୧୦, ୨୦୨୨ରୁ ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ନାକ୍‌ର ଏହି ସ୍ୱୀକୃତି ବଳବତର ରହିବ।
ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣ ଏବଂ ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତିଭୂମୀ ଓ ଶିକ୍ଷା ଗ୍ରହଣ ସଂଶାଧନ, ଛାତ୍ରଙ୍କ ସହଯୋଗ ଏବଂ ପ୍ରଗତି, ପ୍ରଶାସନ, ନେତୃତ୍ୱ ଏବଂ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ ଏବଂ ସର୍ବୋତମ ଅଭ୍ୟାସ ଭଳି ସାତଟି ମାନଦଣ୍ଡକୁ ନେଇ ମୂଲ୍ୟାଙ୍କନ କରାଯାଇଥିଲା।

ଗତ ମେ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନାକ୍‌ର ଏକ ୭ ଜଣିଆ ପିୟର୍ ଟିମ୍ ସଦସ୍ୟମାନେ ସୋଆର କ୍ୟାମ୍ପସ୍ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ କରିଥିଲେ।

୨୦୦୯ ଏବଂ ୨୦୧୫ ରେ ଲଗାତର ଦୁଇ ଥର ସୋଆ ନାକ୍‌ର ସର୍ବୋଚ୍ଚ ‘ଏ’ ଗ୍ରେଡ ହାସଲ କରିଥିଲା। ମାତ୍ର ମୂଲ୍ୟାଙ୍କନ ନିମନ୍ତେ ପରିବର୍ତିତ ମାନଦଣ୍ଡ ୨୦୧୭ ଏପ୍ରିଲ୍ ମାସରୁ ଲାଗୁ ହୋଇଥିଲା।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା। ସେହିପରି ବିଶ୍ୱସ୍ତରରେ ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ର‌୍ୟାଙ୍କିଙ୍ଗ୍ ଓ ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୨୦୨୨ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ସୋଆ ସ୍ଥାନ ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟାଇମ୍ସ ଇଞ୍ଜିନିୟରିଂ ସର୍ଭେ: ଦେଶରେ ୫ମ ସ୍ଥାନରେ ଆଇଟିଇଆର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଟାଇମ୍ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ୍ ସର୍ଭେ ୨୦୨୨ରେ ଦେଶର ଶ୍ରେଷ୍ଠ ୫ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ହାସଲ କରିଛି।

ଦେଶବ୍ୟାପୀ ୧୭୦ଟି ଶିକ୍ଷାନୁଷ୍ଠାନକୁ ନେଇ କରାଯାଇଥିବା ଏହି ସର୍ଭେରେ ଆଇଟିଇଆର୍ ୫ମ ସ୍ଥାନ ହାସଲ କରିଥିବା ବେଳେ ୧୨୫ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ୟ ଏକ ତାଲିକାରେ ଦ୍ୱିତୀୟ ସ୍ଥାନ ଓ ପୂର୍ବାଂଚଳରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଗବେଷଣା ଦକ୍ଷତାକୁ ନେଇ ଶ୍ରେଷ୍ଠ ୩୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଟିଇଆର୍ ୫ମ ସ୍ଥାନରେ ରହିଥିବା ବେଳେ ପ୍ଲେସ୍‌ମେଂଟ କ୍ଷେତ୍ରରେ ଶ୍ରେଷ୍ଠ ୭୦ଟି ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ୧୦ମ ସ୍ଥାନରେ ରହିଛି।

ଟାଇମ୍‌ସ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା “ଦ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ସ ର‌୍ୟାଙ୍କିଙ୍ଗ ସର୍ଭେ ୨୦୨୨” ମୁଖ୍ୟତଃ ୩ ଟି ମାପଦଣ୍ଡ ଯଥା: ଡେସ୍କ ରିସର୍ଚ୍ଚ, ଅବଧାରଣାତ୍ମକ ଓ ବାସ୍ତବ ଅନୁସନ୍ଧାନକୁ ନେଇ କରାଯାଇଥିଲା।

ଏହି ସର୍ଭେରେ ଭିତିଭୂମୀ, ଫ୍ୟାକଲ୍ଟି, ପାଠ୍ୟକ୍ରମ, ଶିଳ୍ପଜଗତ ସହ ସମ୍ପର୍କ, ନିଯୁକ୍ତି ଇତ୍ୟାଦିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

୧୯୯୬-୯୭ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଆଇଟିଇଆର୍ ମୁଖ୍ୟତଃ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଗବେଷଣା ଉପରେ ଗୁରୁତ୍ୱ, ନିଯୁକ୍ତି କ୍ଷେତ୍ରରେ ଅଧିକ ମନୋନିବେଶ ଓ କୌଶଳ ବିକାଶ କ୍ଷେତ୍ରକୁ ନେଇ ବେଶ ପରିଚିତ। ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଶ୍ୱର ସମ୍ମାନଜନକ ସ୍ୱୀକୃତି ପ୍ରଦାନକାରୀ ଅନୁଷ୍ଠାନ ୟୁଏସ୍‌ଏର ଆକ୍ରିଡିଟେସନ୍ ବୋର୍ଡ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ଦ୍ୱାରା ଆଇଟିଇଆର ଇଞ୍ଜିନିୟରିଂ ପ୍ରୋଗ୍ରାମଗୁଡ଼ିକ ସ୍ୱୀକୃତି ଲାଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ରେ ପୁଣି ଥରେ ସୋଆ ସ୍ଥାନିତ

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ଏକ ମାତ୍ର ବେସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ଦେଶର ୪୧ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ର‌୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଛି ସୋଆ। ବୁଧବାର ଏହି ତାଲିକା ପ୍ରକାଶିତ ହୋଇଛି।

ଏହି ର‌୍ୟାଙ୍କିଙ୍ଗ୍‌ରେ ୧୦୦୧ ରୁ ୧୨୦୦ ବ୍ରାକେଟରେ ସୋଆ ରହିଥିବା ବେଳେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଲାଇଫ୍ ସାଇନ୍‌ସେସ୍‌, ୧୦ଟି ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଅନ୍ୟ କେତେକ ପ୍ରତିଷ୍ଠିତ ଭାରତୀୟ ବିଶ୍ୱବିଦ୍ୟାଳୟ ଏହି ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି।

ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ ଏଥିରେ ସ୍ଥାନ ପାଇଛନ୍ତି। ସୋଆ ବ୍ୟତୀତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନୋଲୋଜି, ଭୁବନେଶ୍ୱର ମଧ୍ୟ ଏହି ର‌୍ୟାଙ୍କିଙ୍ଗ୍‌ରେ ରହିଛି। ଶୈକ୍ଷିକ ଖ୍ୟାତି, ନିଯୁକ୍ତିଦାତାଙ୍କ ଖ୍ୟାତି, ଫ୍ୟାକଲ୍ଟିଙ୍କର ସନ୍ଦର୍ଭ, ଫ୍ୟାକଲ୍ଟି ଛାତ୍ର ଅନୁପାତ, ଆନ୍ତର୍ଜାତିକ ଫ୍ୟାକଲ୍ଟି ଏବଂ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ସଂଖ୍ୟା ଇତ୍ୟାଦି ବିଭିନ୍ନ ମାପଦଣ୍ଡକୁ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ର‌୍ୟାଙ୍କିଙ୍ଗ ପ୍ରଦାନ କରାଯାଇଛି।

ଓଡ଼ିଶାରେ ବୃତିଗତ ଶିକ୍ଷା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିବା ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ରେ ଦେଶରେ ୨୦ ତମ ସ୍ଥାନ ହାସଲ କରିଛି ସୋଆ।

୨୦୧୬ ଠାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ ଆରମ୍ଭ ହେବା ପର ଠାରୁ ଦେଶର ଶ୍ରେଷ୍ଠ ୨୫ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରମାଗତ ଭାବେ ସ୍ଥାନ ପାଇ ଆସିଛି ସୋଆ।

Categories
ଆଜିର ଖବର ରାଜ୍ୟ ଖବର

ବହୁବିଧ ଗବେଷଣା ନିମନ୍ତେ ସିଏସ୍‌ଆଇଆର୍ ଫୋର୍ଥ ପାରାଡାଇମ୍ ଅନୁଷ୍ଠାନ ସହ ସୋଆର ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ବହୁବିଧ ଗବେଷଣା ନିମନ୍ତେ ବେଙ୍ଗାଲୁରୁ ସ୍ଥିତ ସିଏସ୍‌ଆଇଆର୍ ଫୋର୍ଥ ପାରାଡାଇମ୍‌ ଅନୁଷ୍ଠାନ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଡାଟା ସାଇନ୍ସ ଓ ବହୁବିଧ ଗବେଷଣା ଏବଂ ଇଞ୍ଜିନିୟରିଂ ସାଇନ୍ସ ବିଶେଷ ଭାବରେ ସମାଜରେ ବିଜ୍ଞାନ ଏବଂ ଇଞ୍ଜିନିୟରିଂର ପ୍ରଭାବ କ୍ଷେତ୍ରରେ ଗବେଷଣା ନେଇ ସିଏସ୍‌ଆଇଆର ଫୋର୍ଥ ପାରାଡାଇମ୍ ଅନୁଷ୍ଠାନ ହେଉଛି ଏକ ପ୍ରମୁଖ ଅନୁଷ୍ଠାନ।

ସିଏସ୍‌ଆଇଆର୍ ଫୋର୍ଥ ପାରାଡାଇମ୍ ଅନୁଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଜି.କେ. ପାତ୍ର ଏବଂ ସୋଆର ପ୍ରୋ-ଭାଇସ୍ ଚ୍ୟାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ଅବସରରେ ଡକ୍ଟର ପାତ୍ର ଡାଟା ସାଇନ୍ସ କ୍ଷେତ୍ରରେ ଜାରୀ ରହିଥିବା ଅତ୍ୟାଧୁନିକ ଗବେଷଣା ଏବଂ କୃଷି, ସ୍ୱାସ୍ଥ୍ୟ ସେବା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ ପ୍ରଭୃତିର ବ୍ୟବହାର ନେଇ ଗୁରୁତ୍ୱାରୋପ କରିଥିଲେ।

ଆର୍ଥ ଏବଂ ଇଞ୍ଜିନିୟରିଂ ସାଇନ୍ସ କ୍ଷେତ୍ରରେ ଜାରୀ ରହିଥିବା ଗବେଷଣାକୁ ନେଇ ତଥ୍ୟ ଉପସ୍ଥାପନା କରିଥିଲେ ଅନୁଷ୍ଠାନର ପ୍ରମୁଖ ବୈଜ୍ଞାନିକ ଡକ୍ଟର କେ.ସି. ଗୌଡ।

ଏହି ଅବସରରେ ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ ଏବଂ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଫସଲ ରକ୍ଷା ପାଇଁ ସୋଆ କୃଷି ଛାତ୍ରଛାତ୍ରୀଙ୍କ ଦ୍ୱାରା ଟ୍ରାଇକୋକାର୍ଡ ପ୍ରବର୍ତ୍ତନ

ଭୁବନେଶ୍ୱର: ଅନିଷ୍ଟକାରୀ କୀଟଙ୍କ କବଳରୁ ଫସଲ ରକ୍ଷା କରିବା ନିମନ୍ତେ ଟ୍ରାଇକୋକାର୍ଡ ବ୍ୟବହାର କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଛାତ୍ରଛାତ୍ରୀ ବିଜ୍ଞାନଗାରରେ ଏହା ପ୍ରସ୍ତୁତ
କରିଛନ୍ତି। ଟ୍ରାଇକୋଗାମା ନାମକ ପରାଶ୍ରୟୀ କୀଟ ସାହାଯ୍ୟରେ ବିନା ରସାୟନିକ ସାର ବ୍ୟବହାରରେ ଅନିଷ୍ଟକାରୀ କୀଟଙ୍କ ଠାରୁ ଫସଲକୁ ରକ୍ଷା କରାଯାଇ ପାରିବ।

ଟ୍ରାଇକୋଗାମା ମୁଖ୍ୟତଃ ଲାବୋରାଟୋରୀରେ ପ୍ରସ୍ତୁତ ହୋଇଥାଏ ଏବଂ ଅନିଷ୍ଟକାରୀ କୀଟଗୁଡ଼ିକର ଅଣ୍ଡାକୁ ନଷ୍ଟ କରିବା ନିମନ୍ତେ ବ୍ୟବହାର କରାଯାଇଥାଏ। ଏହା କୃଷକମାନଙ୍କ ପାଇଁ ଖୁବ୍ ଉପକାରୀ। କାରଣ ଏହି ପ୍ରକ୍ରିୟାରେ କୌଣସି ପ୍ରକାର ରାସାୟନିକ ସାର ବ୍ୟବହାର ନ କରି ପ୍ରାକୃତିକ ପ୍ରକ୍ରିୟାରେ ଓ ସ୍ୱଳ୍ପ ମୂଲ୍ୟରେ ଫସଲ ରକ୍ଷା କରାଯାଇଥାଏ।

ଅନ୍ୟପକ୍ଷରେ କୀଟନାଶକ ବ୍ୟବହାର ଦ୍ୱାରା ପରିବେଶ ଦୂଷିତ ହୋଇଥାଏ ଓ ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ। ତେଣୁ ଜୈବିକ ଉପାୟରେ ଫସଲକୁ ଏହି ପ୍ରକ୍ରିୟାରେ ରକ୍ଷା କରାଯାଇପାରୁଛି ବୋଲି ଆଇଏଏସ୍‌ର ଡିନ୍‌ ପ୍ରଫେସର ବିଜୟ କୁମାର ସାହୁ କହିଛନ୍ତି।

ପ୍ରତ୍ୟେକ ଟ୍ରାଇକୋକାର୍ଡରେ ୨୦ ହଜାର ପାରାସାଇଟ ଅର୍ଥାତ ପରଜୀବି କୀଟର ପ୍ୟୁପା ରହିଥାନ୍ତି ଯାହାକୁ କି ଚାଷ ଜମିରେ ଛଡା ଗଲେ ସେମାନେ ଜନ୍ମ ହାନିକାରକ କୀଟଗୁଡ଼ିକୁ ସେମାନଙ୍କ ଅଣ୍ଡାକୁ ନଷ୍ଟ କରିଥାନ୍ତି। ଏହା ଦ୍ୱାରା କେବଳ କୀଟ ନଷ୍ଟ ହୋଇ ନଥାନ୍ତି ବରଂ ରାସାୟନିକ ସାର ବ୍ୟବହାର କରିବାରୁ ପରିବେଶକୁ ମଧ୍ୟ ରକ୍ଷା କରାଯାଇପାରିଥାଏ ବୋଲି ପ୍ରଫେସର ସାହୁ କହିଛନ୍ତି।

ଆଇଏଏସ୍‌ର କୀଟତତ୍ୱ ବିଭାଗର ଛାତ୍ରଛାତ୍ରୀ ଯେଉଁମାନେ କି ବାୟୋକଂଟ୍ରୋଲ ଲ୍ୟାବ୍‌ରେ ଟ୍ରାଇକୋକାର୍ଡକୁ ପ୍ରସ୍ତୁତ କରିଛନ୍ତି ସେମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ।

ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ସୋଆର ଚ୍ୟାନ୍‌ସେଲର ପ୍ରଫେସର ଡି.ପି. ଋାୟ ଛାତ୍ରଛାତ୍ରୀମାନଙ୍କର କାର୍ଯ୍ୟକୁ ନେଇ ଖୁସି ବ୍ୟକ୍ତ କରିଥିଲେ। ଟ୍ରାଇକୋକାର୍ଡର ବ୍ୟବହାର ନେଇ ଆଇଏଏସ୍‌ର କୀଟତତ୍ୱ ବିଭାଗର ମୁଖ୍ୟ ଡକ୍ଟର ବିଜୟ କୁମାର ମିଶ୍ର କହିଥିଲେ ଯେ ଏହା ଦ୍ୱାରା ଧାନ, ଗହମ ଓ ତୈଳ ବୀଜ ସହିତ ଆଖୁ ଓ କପା ଚାଷକୁ ସୁରକ୍ଷିତ ରଖାଯାଇପାରିବ। ୦.୪ ରୁ ୦.୭ ମିଲିମିଟର ଲମ୍ବର ଏହି କୀଟ ମୁଖ୍ୟତଃ ଅନିଷ୍ଟକାରୀ
କୀଟ ଯାହାକି ଶସ୍ୟକୁ ଅନେକ ମାତ୍ରାରେ ନଷ୍ଟ କରିଥାଏ ବୋଲି ସେ କହିଛନ୍ତି।

ଗୋଟିଏ ହେକ୍ଟର ଚାଷ ଜମିରେ ଅନିଷ୍ଟକାରୀ କୀଟକୁ ନଷ୍ଟ କରିବା ନିମନ୍ତେ କୀଟନାଶକ ସାର ବ୍ୟବହାର ନିମନ୍ତେ ୫ ହଜାର ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଟ୍ରାଇକୋକାର୍ଡ ବ୍ୟବହାର ଦ୍ୱାରା ଏହାର ଏକ ଦଶମାଂଶ ଖର୍ଚ୍ଚରେ ଏହି କୀଟକୁ ନଷ୍ଟ କରିହେବ ବୋଲି ଡକ୍ଟର ମିଶ୍ର କହିଛନ୍ତି।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଦସ୍ୟ କୁମାରୀ ଉପାସନା ନାୟକ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଦ୍ୱାରା ସୋଆ ପ୍ରଫେସରଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରଫେସର ଶିଶିରକାନ୍ତ ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକକୁ ବୁଧବାର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନ ଠାରେ ଉନ୍ମୋଚିତ କରିଛନ୍ତି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଏଗ୍ରିକଲ୍‌ଚରାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ମୁଖ୍ୟ ପ୍ରଫେସର ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକ “ଗ୍ରୀନ ହାଉସ୍‌ ଟେକ୍‌ନୋଲୋଜି”, “ଫାର୍ମ ମେସିନାରୀ ଆଣ୍ଡ ଇକ୍ୟୁପମେଂଟସ୍ “ ଏବଂ “ରିନ୍ୟୁଏବଲ ଏନର୍ଜି ଫର୍‌ ଡେଭ୍‌ଲପ୍‌ମେଂଟ” ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଛି।

ଉନ୍ମୋଚନ ସମୟରେ ରାଜ୍ୟପାଳ ପ୍ରଫେସର ଲାଲ ପ୍ରଫେସର ବେହେରାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ପୁସ୍ତକ ସମ୍ବନ୍ଧରେ ଆଲୋଚନା କରି ଅନେକ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ।

ଏହି ତିନୋଟି ପୁସ୍ତକ ଦିଲ୍ଲୀର ପ୍ରକାଶନୀ ସଂସ୍ଥା ଆକି ନିକ୍ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ହୋଇଛି। ଏହି ତିନୋଟି ପୁସ୍ତକ ମୁଖ୍ୟତଃ କୃଷକ, କୃଷି ଶିଳ୍ପ ଉଦ୍ୟୋଗୀ, କୃଷି ବିଜ୍ଞାନ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ପ୍ରଫେସର ବେହେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ପରିବେଶ କଂଗ୍ରେସ୍‌ରେ ସୋଆ ପକ୍ଷରୁ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆୟୋଜିତ ଓଡ଼ିଶା ପରିବେଶ କଂଗ୍ରେସ୍ –୨୦୨୨ ଅବସରରେ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳଙ୍କୁ “ପରିବେଶ ଓ ବନ୍ୟପ୍ରାଣୀ” ପୁସ୍ତକ ଡିଜାଇନିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲର  ଜୁଡିସିଆଲ୍‌ ମେମ୍ବର ଜଷ୍ଟିସ୍ ବି. ଅମିତ ସ୍ଥାଲେକର ଏବଂ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଏନ୍‌ଜିଟିର ଏକ୍ସପର୍ଟ ମେମ୍ବର ଶ୍ରୀଯୁକ୍ତ ଶୈବାଳ ଦାସଗୁପ୍ତଙ୍କ ଠାରୁ ଶ୍ରୀ ବିଶ୍ୱାଳ ଏହି ସମ୍ମାନ ଓ ମାନପତ୍ର ଗ୍ରହଣ କରିଛନ୍ତି।

ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଶ୍ରୀ ବିଶ୍ୱାଳଙ୍କ ଡିଜାଇନ୍ ପ୍ରସ୍ତୁତିରେ ପ୍ରମୁଖ ଅଭୟାରଣ୍ୟ ଗୁଡ଼ିକର ସୂଚନା ପୁସ୍ତିକା, ପ୍ରଚାର ପତ୍ର, କଫି ଟେବୁଲ୍ ବୁକ୍ ଓ ସୋସିଆଲ୍ ମିଡିଆ ବିଜ୍ଞାପନ ପ୍ରକାଶ ପାଇଛି। ପ୍ରମୁଖ ପୁସ୍ତକମାନଙ୍କ ମଧ୍ୟରୁ ‘ସାତକୋଶିଆ-ଦି ସିନ୍ ଆଣ୍ଡ ଅନ୍‌ସିନ୍‌, ଚିଲିକା, ଭିତରକନିକା, କୁଲ୍‌ଡିହା, ମାମାଲ୍‌ସ ଅଫ୍ ଚନ୍ଦକା, ବାର୍ଡସ ଅଫ୍ ପୁରୀ ଓ ବାର୍ଡସ ଅଫ୍ କୁଲଡିହା ଉଲ୍ଲେଖଯୋଗ୍ୟ।

ବନ୍ୟ ପ୍ରାଣୀ, ବନ୍ୟଜୀବନ ଓ ପ୍ରାକୃତିକ ଶୋଭା ସମ୍ପଦର ଦୃଶ୍ୟାବଳୀ ସଂଯୋଗ ଏହି ପୁସ୍ତକଗୁଡ଼ିକୁ ଜାତୀୟ ସ୍ତରର ମାନ୍ୟତା ଦିଏ। ଗ୍ରାଫିକ କଳାରେ ଧୂରୀଣ ଏହି ଚିତ୍ରଶିଳ୍ପୀଙ୍କ ପକ୍ଷୀ ଓ ବନ୍ୟଜୀବଙ୍କ ରେଖାଚିତ୍ର ଓ ଅଳଂକରଣ ବହୁ ପ୍ରସାରିତ।