Categories
ଆଜିର ଖବର ଜାତୀୟ ଖବର

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଜରୁରୀ ବୈଠକ

ନୂଆଦିଲ୍ଲୀ: କ୍ୟାବିନେଟ୍‌ ସଚିବ ଡକ୍ଟର ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ପାଇଁ ଜାତୀୟ ବିପତ୍ତି ପ୍ରଶମନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ତ୍ତମାନ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସ୍ଥିତିରେ ଥିବା ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କମିଟିକୁ ବିସ୍ତୃତ ସୂଚନା ଦେଇଥିଲେ। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହିତ ୨୨ ଅକ୍ଟୋବର ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ ଏବଂ ଧୀରେ ଧୀରେ ଅଧିକ ଘନିଭୂତ ହୋଇ ୨୩ ତାରିଖ ସକାଳ ସୁଦ୍ଧା ଏକ ସାମୁଦ୍ରିକ ଝଡ଼ରେ ପରିବର୍ତ୍ତିତ ହେବାର ସମ୍ଭାବନା ରହିଛି। ଏହାପରେ ସମ୍ଭାବ୍ୟ ବାତ୍ୟା ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହିତ ୨୪ ଅକ୍ଟୋବର ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ନେଇ ଆକଳନ କରାଯାଇଛି । ଧୀରେ ଧୀରେ ଏହା ଅଧିକ ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେବା ସହିତ ଆସନ୍ତା ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଏହା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହିତ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର କିମ୍ବା ସ୍ଥଳବିଶେଷରେ ୧୨୦ କିଲୋମିଟର ଛୁଇଁବା ନେଇ ଆକଳନ କରାଯାଇଛି।

ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ବାତ୍ୟାର ଗତିପଥରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି କରାଯାଇଥିବା ପ୍ରସ୍ତୁତି ସହିତ ସ୍ଥାନୀୟ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ କମିଟିକୁ ସୂଚନା ଦେଇଥିଲେ। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ କରି ଦିଆଯାଇଛି ଏବଂ ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ନିରାପଦ ସ୍ଥାନକୁ ଫେରି ଆସିବାକୁ କୁହାଯାଇଛି।

ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହିତ ସ୍ଥିତି ଉପରେ ନଜର ରଖାଯାଇଛି। ଯଥେଷ୍ଟ ଆଶ୍ରୟସ୍ଥଳୀ, ବିଦ୍ୟୁତ ଯୋଗାଣ, ଔଷଧ ଏବଂ ଜରୁରୀକାଳୀନ ସେବାକୁ ପ୍ରସ୍ତୁତ ରଖାଯାଇଛି। ବିପଜ୍ଜନକ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ୧୪ଟି ଦଳକୁ ପଶ୍ଚିମବଙ୍ଗ ଏବଂ ୧୧ଟି ଦଳକୁ ଓଡ଼ିଶାରେ ମୁତୟନ ପାଇଁ ପ୍ରସ୍ତୁତ ରଖାଯାଇଛି। ସ୍ଥଳସେନା, ନୌସେନା ଏବଂ ତଟରକ୍ଷୀ ବାହିନୀର ଉଦ୍ଧାର ଓ ସହାୟତା ଦଳ ସହିତ ଜାହାଜ, ବିମାନଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ପାରାଦୀପ ଓ ହଳଦିଆ ବନ୍ଦରକୁ ନିୟମିତ ସତର୍କ ସୂଚନା ଓ ମାର୍ଗଦର୍ଶିକା ଜାରି କରାଯାଉଛି। ଶକ୍ତି ମନ୍ତ୍ରଣାଳୟ ଓ ଦୂରସଞ୍ଚାର ବିଭାଗ ଦ୍ୱାରା ଜରୁରୀକାଳୀନ ଦଳକୁ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି ଏବଂ ପରିସ୍ଥିତି ଉପରେ ନଜର ରଖାଯାଇଛି।

ସବୁ କେନ୍ଦ୍ରୀୟ ଏଜେନ୍ସି ଏବଂ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରସ୍ତୁତି ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ପରେ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦ୍ୱାରା ସମସ୍ତ ଅତ୍ୟାବଶ୍ୟକ ନିରାକରଣ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉପରେ କ୍ୟାବିନେଟ ସଚିବ ଗୁରୁତ୍ୱାରୋପ କରିଥିଲେ। ଜୀବନ ହାନୀକୁ ଶୂନ୍ୟରେ ରଖିବା ଏବଂ ସମ୍ପତ୍ତି ଏବଂ ଭିତ୍ତିଭୂମିର କ୍ଷତି ହ୍ରାସ କରିବା ଉପରେ ଲକ୍ଷ୍ୟ ରଖାଯିବା ଉଚିତ୍‌। କ୍ଷତି ଘଟିବା ସ୍ଥିତିରେ ଅତ୍ୟାବଶ୍ୟକ ସେବାଗୁଡିକ ଅତି କମ୍ ସମୟ ମଧ୍ୟରେ ପୁନରୁଦ୍ଧାର କରିବା ଉପରେ ସେ ଜୋର୍‌ ଦେଇଥିଲେ।

ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବା ଏବଂ ଅସୁରକ୍ଷିତ ଅଞ୍ଚଳର ଲୋକଙ୍କୁ ଠିକ୍ ସମୟରେ ସ୍ଥାନାନ୍ତର କରାଯିବା ଉପରେ କ୍ୟାବିନେଟ ସଚିବ ଜୋର୍‌ ଦେଇଥିଲେ। ସେ ଓଡିଶା ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଏବେ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ଏବଂ ଠିକ୍‌ ସମୟରେ ସହାୟତା ଯୋଗାଇ ଦିଆଯିବ। ସେ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରବଳ ବର୍ଷା କାରଣରୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। କ୍ୟାବିନେଟ ସଚିବ ଏଥିପ୍ରତି ମଧ୍ୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ନଦୀବନ୍ଧ ସାଇଟରୁ ଜଳ ଛାଡ଼ିବା କାର୍ଯ୍ୟ କ୍ରମାନ୍ୱୟରେ କରାଯିବା ଉଚିତ୍‌ ଯାହାଦ୍ୱାରା ବନ୍ୟା ବିପଦକୁ ଏଡ଼ାଇ ଦିଆଯାଇପାରିବ।

ଏହି ବୈଠକରେ ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଗୃହ ସଚିବ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ମତ୍ସ୍ୟ, ଶକ୍ତି, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ସଚିବ, ଆନ୍ଧ୍ରପ୍ରଦେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସଦସ୍ୟ (ବୈଷୟିକ), ଦୂରସଞ୍ଚାର ବିଭାଗଙ୍କ ବ୍ୟତୀତ ଏନଡିଏମଏ, ଭାରତୀୟ ପାଣିପାଗ ବିଭାଗ, ଏନଡିଆରଏଫ, ତଟରକ୍ଷୀ ବାହିନୀ, ଗୃହମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମେଡିକାଲ୍ ଥୋରାକୋସ୍କୋପି ଉପରେ ସମ୍ମମ୍‌ରେ ସିଏମ୍‌ଇ ଓ କର୍ମଶାଳା

ଭୁବନେଶ୍ୱର: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ରବିବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି ଏକ ଦିବସୀୟ କଂଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) ଏବଂ କର୍ମଶାଳାରେ ଯୋଗ ଦେଇଥିବା ଅନେକ ବିଶେଷଜ୍ଞ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ନିଜର ମତ ବ୍ୟକ୍ତ କରିଥିଲେ।

ସମ୍ମମ୍‌ରେ ବ୍ରୋଙ୍କୋସ୍କୋପି ଓ ଥୋରାକୋସ୍କୋପି ସୁଇଟ୍ ବ୍ୟବସ୍ଥା ପୂର୍ଣ୍ଣମାତ୍ରାରେ ଉପଲବ୍ଧ ରହିଛି ଓ ବ୍ୟବହୃତ ହେଉଛି।

ଏହି ଅବସରରେ ସମ୍ମମର ଚିଫ୍ ଏଗଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଜ୍ଞାନ ହେଉଛି ଶକ୍ତି ଏବଂ ଏହାକୁ ଅନ୍ୟମାନଙ୍କ ସହ ବାଂଟିବା ଏକ ନିରନ୍ତର ପ୍ରକ୍ରିୟା।
ଓଡ଼ିଶାରେ ପ୍ରଥମ ଥର ମେଡିକାଲ୍ ଥୋରାକୋସ୍କୋପି ଉପରେ ଆୟୋଜିତ ସିଏମଇ ଏବଂ କର୍ମଶାଳା ସହିତ ପ୍ରାଣୀମାନଙ୍କୁ ନେଇ ପ୍ରସ୍ତୁତ ମଡେଲ ଉପରେ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦେବାରେ ସମ୍ମମ ପ୍ରଥମ ହୋଇଥିବାରୁ ଏହା ଆମ ପାଇଁ ଗର୍ବର ମୁହୂର୍ତ ବୋଲି ସେ କହିଥିଲେ।

ବିଭିନ୍ନ ବିଭାଗର ମୁଖ୍ୟ, ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନଙ୍କର ଏହି କାର୍ଯ୍ୟକ୍ରମରେ ଯୋଗଦାନ ଡାକ୍ତରୀ ଶିକ୍ଷା ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ସହିତ ସମ୍ମମ୍‌ର ଉତ୍ସର୍ଗୀକୃତ କାର୍ଯ୍ୟକୁ ନିର୍ଦ୍ଦେଶ କରୁଛି ବୋଲି ଡକ୍ଟର ଦାଶ କହିଛନ୍ତି।

ହସ୍ପିଟାଲର ପଲ୍‌ମୋନାରୀ ଏବଂ ସ୍ଲିପ୍ ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଫ୍ୟାକଲ୍ଟିମାନେ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପ୍ରାଣୀମାନଙ୍କୁ ନେଇ ମଡେଲ ଦ୍ୱାରା ଶିକ୍ଷା ପ୍ରଦାନ। ଏହା ସହିତ ଥୋରାସିକ୍ ଅଲ୍ଟ୍ରାସାଉଣ୍ଡ ଏବଂ ଇଣ୍ଡୱେଲିଙ୍ଗ ପ୍ଲିୟୁରାଲ୍ କ୍ୟାଥେଟର ସେସନ୍‌ର ମଧ୍ୟ ଆୟୋଜନ କରାଯାଇଥିଲା।

ଏହି କର୍ମଶାଳା ଡାକ୍ତରୀ ଜ୍ଞାନ କ୍ଷେତ୍ରରେ ଖୁବ୍ ଲାଭଦାୟକ ହେବ। ସମ୍ମମ ଏହାର ନେତୃତ୍ୱ ନେବା ସହ ଥୋରାକୋସ୍କୋପି କ୍ଷେତ୍ରରେ ବିଶେଷଜ୍ଞ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହା ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ଦେଉଥିବାରୁ ମୁଁ ଆନନ୍ଦ ଅନୁଭବ କରୁଛି ବୋଲି ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର କହିଛନ୍ତି। ଏହା ଦ୍ୱାରା ସ୍ୱାସ୍ଥ୍ୟ ସେବାର ମାନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ସେହିପରି ହସ୍ପିଟାଲ୍‌ର ପଲ୍‌ମୋନାରୀ ମେଡିସିନ୍ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ସତ୍ୟଜିତ ଆଚାର୍ଯ୍ୟ କହିଥିଲେ ଯେ କ୍ରମାଗତ ଜ୍ଞାନ ଆହରଣ ଯେ କୌଣସି କ୍ଷେତ୍ରରେ ସଫଳତାର ଚାବି କାଠି। ବର୍ତ୍ତମାନ ସମୟରେ ମେଡିକାଲ୍ ଥୋରାକୋସ୍କୋପି ଦ୍ୱାରା ପରୀକ୍ଷଣ ଏବଂ ଚିକିତ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ।

ସେହିପରି ସମ୍ମମ୍‌ର କ୍ରିଟିକାଲ୍ କେୟାର ଆଣ୍ଡ ସ୍ଲିପ୍ ମେଡିସିନ୍ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଆଲିସା ଚୌଧୁରୀ କହିଥିଲେ ଯେ ଜ୍ଞାନ ହେଉଛି ଶକ୍ତି। ଏହାକୁ ବାଂଟିବା ଓ ଆହରଣ କରିବା ଏକ ନିୟମିତ ପ୍ରକ୍ରିୟା। ମେଡିକାଲ୍ ଥୋରାକୋସ୍କୋପି ଶ୍ୱାସଜନିତ ସମସ୍ୟାର ଚିକିତ୍ସା ନିମନ୍ତେ ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବ୍ରିଗେଡିୟର ଡାକ୍ତର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଡାକ୍ତର ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପଲ୍‌ମୋନାରୀ ମେଡିସିନ୍ ଆଣ୍ଡ ସ୍ଲିପ୍ ମେଡିସିନ ବିଭାଗ ଦ୍ୱାରା ଉପଲବ୍ଧ ଥିବା ସ୍ୱାସ୍ଥ୍ୟସେବା ଉପରେ ବିବରଣୀ ପ୍ରଦାନ କରିଥିଲେ।

ଓଡ଼ିଶା ଚେଷ୍ଟ ସୋସାଇଟିର ଅଧ୍ୟକ୍ଷା ପ୍ରଫେସର (ଡାକ୍ତର) ବନାନୀ ଜେନା ଏବଂ ସଂପାଦକ ଡାକ୍ତର ମନୋରଞ୍ଜନ ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଫାକଲ୍ଟିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡାକ୍ତର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପୋଲିସ ଏନକାଉଣ୍ଟରରେ ଚାରି ନକ୍ସଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗଢଚିରୋଲିରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ତିନିରୁ ଚାରି ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବାର ଖବର ରହିଛି। ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳର C60 କମାଣ୍ଡୋ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏନକାଉଣ୍ଟରରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ପୋଲିସ ଏହି ଏନକାଉଣ୍ଟରକୁ ନିଶ୍ଚିତ କରିଛି କିନ୍ତୁ ନକ୍ସଲମାନଙ୍କ ମୃତ୍ୟୁକୁ ନିଶ୍ଚିତ କରିବା ପାଇଁ ମୃତଦେହ ଉଦ୍ଧାର ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଉଦ୍ଧବ ଠାକରେଙ୍କୁ ଝଟକା: ଅଜିତ ପାୱାରଙ୍କ ଦଳରେ ଯୋଗ ଦେଲେ ଏହି ନେତା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣେର ଶିରୁରର ଶିବସେନା (ୟୁବିଟି) କୁ ବଡ ଝଟକା ଲାଗିଛି। ପାର୍ଟିର ପୁଣେ ଜିଲ୍ଲା ସଭାପତି ଜ୍ଞାନେଶ୍ୱର ଆବା କାଟକେ ଆଜି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ଯୋଗ ଦେଇଛନ୍ତି। ସେ ମୁମ୍ବାଇରେ ଏନସିପି ରାଷ୍ଟ୍ରୀୟ ସଭାପତି ଅଜିତ ପାୱାର ଏବଂ ରାଜ୍ୟ ସଭାପତି ସୁନୀଲ ତଟକରେଙ୍କ ଉପସ୍ଥିତିରେ ତାଙ୍କ ପ୍ରମୁଖ କର୍ମୀଙ୍କ ସହ ଏନସିପିରେ ଯୋଗ ଦେଇଛନ୍ତି।

ଜ୍ଞାନେଶ୍ୱର ଶିରୁର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ସଂଯୋଜକ, ପୁଣେ ନିର୍ମାଣ ବିଭାଗର ସଦସ୍ୟ ତଥା ପୁଣେ ଜିଲ୍ଲା ପରିଷଦର ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି।

ପୁଣେ ଜିଲ୍ଲାର ଶିରୁର ବିଧାନସଭା ନିର୍ବାଚନମଣ୍ଡଳୀ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନମଣ୍ଡଳୀ ଭାବରେ ପରିଗଣିତ ହୋଇଛି। ଜ୍ଞାନେଶ୍ୱରଙ୍କ ଏନସିପିରେ ଯୋଗଦେବା ଉଦ୍ଧବ ଠାକରେଙ୍କ ଶିବସେନା ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।

Categories
ଆଞ୍ଚଳିକ

ଖୋର୍ଦ୍ଧା ବ୍ଲକର ହଳଦିଆ ପଞ୍ଚାୟତ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି

ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି ଅନ୍ତର୍ଗତ ହଳଦିଆ ପଞ୍ଚାୟତ କକ୍ଷରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୨୮୦ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୫୨ ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୨୪ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୪ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜନ ସଚେତନତା ପାଇଁ ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା।

ଆଜିର ମିଳିତ ଜନଶୁଣାଣି ରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରି ଥିବା ବେଳେ ଏସପି ସାଗରିକା ନାଥ, ଅବକାରୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ( ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କସ୍ତୁରୀ ବାଳା ଜେନା, ଉପ-ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି, ସମ୍ମାନୀୟ ପଞ୍ଚାୟତ ସମିତ ମେମ୍ବର ସୁକାନ୍ତି ବେହେରା, ଗଡ଼ ହଳଦିଆ ସରପଞ୍ଚ ବନିତା ବେହେରା, ସି ଡ଼ି ଏମ୍ଓ ଡଃ ରାଜଲକ୍ଷ୍ମୀ ପଟ୍ଟନାୟକ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ଖୋର୍ଦ୍ଧା ବିଡିଓ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ବିଭିନ୍ନ ଷ୍ଟଲ ପ୍ରଦକ୍ଷିଣ କରିଥଲେ ଓ ଲୋକମାନଙ୍କ ସମସ୍ୟା ପଚାରି ବୁଝିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ୬୫ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ତରତୁଆ ରିଜର୍ଭ ପୋଲିସ ପଡିଆ ଠାରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ଆଜି ୬୫ତମ ପୋଲିସ ସହିଦ୍ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷିକା ସାଗରିକା ନାଥ ଯୋଗ ଦେଇ ସହୀଦ୍ ସ୍ମୃତି ସ୍ମାରକୀ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ପରେ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହିତ ପୋଲିସ ସହିଦ ଦିବସର ତାତ୍ପର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଅମର ଶହୀଦ ଯବାନମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା। ୧୯୬୦ ମସିହା ଜାନୁୟାରୀ ମାସରେ ଦିଲ୍ଲୀ ଠାରେ ଅନୁଷ୍ଠିତ ପୋଲିସ ଆଇ.ଜି.ମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଅକ୍ଟୋବର ୨୧ ତାରିଖରୁ ପ୍ରତି ବର୍ଷ ଦେଶର ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ପୋଲିସ ସହିଦ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ସମସ୍ତ ପୋଲିସ ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ଥାନାଧିକାରୀ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗୋଟିଏ ଦିନରେ ଇସ୍ତଫା ଦେଲେ କମ୍ପାନୀର ସମସ୍ତ ଅଧିକାରୀ, ଏକୁଟିଆ ରହିଲେ ସିଇଓ

ନୂଆଦିଲ୍ଲୀ: ବେଳେବେଳେ କର୍ପୋରେଟ୍ ଦୁନିଆରେ ଏପରି ଘଟଣା ଘଟେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏକ ଷ୍ଟାର୍ଟଅପ୍ ସହିତ ସମାନ ଘଟଣା ଘଟିଥିଲା, ଯାହାର ସମଗ୍ର ବୋର୍ଡ ଏକକାଳୀନ ଇସ୍ତଫା ଦେଇଥିଲେ। ବର୍ତ୍ତମାନ କେବଳ ଏହାର ସିଇଓ ଆନି ୱୋଜସିକ୍କି କମ୍ପାନୀ ବୋର୍ଡରେ ରହିଛନ୍ତି। ଏହି ସାନ ଫ୍ରାନ୍ସିସ୍କୋ ସ୍ଥିତ ଡିଏନ୍ଏ ଟେଷ୍ଟିଂ କମ୍ପାନୀ ୨୩ ଆଣ୍ଡମି ଥରେ ବଜାର ମୂଲ୍ୟ ୬ ବିଲିୟନ ଡଲାର ହାସଲ କରିଥିଲା। କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଉଛି। ୟୁଟ୍ୟୁବ ସିଇଓ ନୀଲ ମୋହନ ମଧ୍ୟ କମ୍ପାନୀର ବୋର୍ଡରେ ଅନ୍ତର୍ଭୁକ୍ତ ହୋଇଥିଲେ।

ବାସ୍ତବରେ କମ୍ପାନୀର ବୋର୍ଡ ସଦସ୍ୟ ଏବଂ ଏହାର ସିଇଓ ଆନି ୱୋଜସିକ୍କିଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଚାଲିଥିଲା। ସାର୍ବଜନୀନ ତାଲିକାଭୁକ୍ତ ହେବା ପରଠାରୁ ଏହି କମ୍ପାନୀର ବଜାର ମୂଲ୍ୟ ଏକଦା ୬ ବିଲିୟନ ଡଲାରର ଷ୍ଟାର୍ଟଅପ୍ ଥିଲା। ବର୍ତ୍ତମାନ, ୨୩ ଆଣ୍ଡମିର ବଜାର ମୂଲ୍ୟ ମାତ୍ର ୧୫୦ ମିଲିୟନ୍ ଅଟେ। କମ୍ପାନୀର ବୋର୍ଡ ଏହାର ଲିଷ୍ଟିଙ୍ଗ ବିରୋଧରେ ଥିଲା। କିନ୍ତୁ ଆନି ୱୋଜସିକ୍କି କାହା କଥା ଶୁଣିଲେ ନାହିଁ। ତାଙ୍କ ପାଖରେ କମ୍ପାନୀରେ ୪୯.୭୫ ପ୍ରତିଶତ ଅଂଶଧନ ଥିଲା। କମ୍ପାନୀର ବୋର୍ଡରେ ଥିବା ନିଲ ମୋହନ ଏବଂ ସେକ୍ୱିଆ କ୍ୟାପିଟାଲର ରୋଲୋଫ ବୋଥା କହିଛନ୍ତି ଯେ, ଆନି ୱୋଜସିକ୍କିଙ୍କ ରଣନୀତି ଭୁଲ ଥିଲା। ତଥାପି, ଜେନେଟିକ ତଥ୍ୟ ସାହାଯ୍ୟରେ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବା ପାଇଁ ସେ କମ୍ପାନୀର ମିଶନ ସହିତ ସହମତ।

ଆନି ୱୋଜସିକ୍କି କହିଥିଲେ ଯେ, ତଥାପି ଅସୁବିଧାରୁ ବାହାରିବା ରାସ୍ତା ଏବେ କଠିନ। ଷ୍ଟାର୍ଟଅପ୍ ନେଇପାରିବେ। ମୋ ପାଖରେ ଏବେ ଗର୍ବ ନାହିଁ। ମୁଁ କେବଳ ମୋର ଲକ୍ଷ୍ୟ ଏବଂ ମିଶନ ବିଷୟରେ ଚିନ୍ତା କରେ। ମୁଁ ସବୁଦିନ ପାଇଁ କମ୍ପାନୀର ମାଲିକ ହେବାକୁ ଚାହେଁ ନାହିଁ। ୨୦୨୧ ମସିହାରେ ଏହାର ସାର୍ବଜନୀନ ତାଲିକାଭୁକ୍ତ ହେବା ପରଠାରୁ କମ୍ପାନୀ ଲାଭ କରିବାକୁ ସକ୍ଷମ ହୋଇ ନାହିଁ। ଆଇପିଓ ସମୟରେ ଏହାର ଅଂଶଧନ ମୂଲ୍ୟ ୧୦ ଡଲାର ଥିଲା, ଯାହା ୨୦୨୪ ରେ ୧ ଡଲାର ମାର୍କକୁ ମଧ୍ୟ ଛୁଇଁପାରି ନାହିଁ। ବୋର୍ଡ ସଦସ୍ୟଙ୍କ ଇସ୍ତଫା ପରେ କମ୍ପାନୀର ଷ୍ଟକ ସର୍ବକାଳୀନ ୦.୩୦ ଡଲାରକୁ ଖସି ଆସିଛି। କମ୍ପାନୀର ବିକ୍ରି ହ୍ରାସ ପାଉଛି। ଏହା ବ୍ୟତୀତ ଏହାର ଡ୍ରଗ୍ ଆବିଷ୍କାର ବ୍ୟବସାୟ ମଧ୍ୟ ବନ୍ଦ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଏୟାର ଇଣ୍ଡିଆରେ ହେବ ବଡ଼ ଆକ୍ରମଣ, କରନ୍ତୁ ନାହିଁ ଯାତ୍ରା: ଖାଲିସ୍ତାନୀ ଆତଙ୍କବାଦୀର ଧମକ

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତନ୍ତ ସିଂ ପନ୍ନୁ ଆଜି ନଭେମ୍ବର ୧ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନକରିବାକୁ ଯାତ୍ରୀମାନଙ୍କୁ ଧମକ ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିଖ ନରସଂହାରର ୪୦ ତମ ବାର୍ଷିକୀରେ ଏୟାର ଇଣ୍ଡିଆ ବିମାନ ଉପରେ ଆକ୍ରମଣ ହୋଇପାରେ ବୋଲି ସେ ଦାବି କରିଛି।

ଶିଖ୍ ଫର ଜଷ୍ଟିସ୍ (SFJ) ପ୍ରତିଷ୍ଠାତା ଗୁରୁପତବନ୍ତ ସିଂ ପନ୍ନୁ ଗତ ବର୍ଷ ମଧ୍ୟ ସମାନ ଧମକ ଦେଇଥିଲା। ପନ୍ନୁ ଦ୍ଵାରା ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତୀୟ ବିମାନଗୁଡ଼ିକ କ୍ରମାଗତ ଭାବରେ ବୋମା ଧମକ ଗ୍ରହଣ କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ଧମକ କେବଳ ଗୁଜବ ବୋଲି ପ୍ରମାଣିତ ହୋଇଛି।

ଜୁଲାଇ ୨୦୨୦ ରୁ ଗୃହ ମନ୍ତ୍ରଣାଳୟ ଦେଶଦ୍ରୋହ ଏବଂ ବିଚ୍ଛିନ୍ନତାବାଦ ଅଭିଯୋଗରେ ପନ୍ନୁକୁ ଆତଙ୍କବାଦୀ ଘୋଷଣା କରିଛି। ସେ ଏକ ପୃଥକ ଶିଖ ରାଜ୍ୟକୁ ସମର୍ଥନ କରୁଥିବା ଗୋଷ୍ଠୀ SFJ ର ନେତୃତ୍ୱ ନେଉଛି। ଏହାର ଏକ ବର୍ଷ ପୂର୍ବରୁ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବାରୁ SFJ କୁ ଏକ ବେଆଇନ ସଂଗଠନ ଭାବରେ ଭାରତ ନିଷିଦ୍ଧ କରିଥିଲା।

ନଭେମ୍ବର ୨୦୨୩ ରେ ପନ୍ନୁ ଏକ ଭିଡିଓରେ ଦାବି କରିଥିଲା ଯେ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ ହେବ ଏବଂ ନଭେମ୍ବର ୧୯ ତାରିଖରେ ଏହା ବନ୍ଦ ରହିବ। ଏପରିକି ଭିଡିଓରେ ସେ ଲୋକମାନଙ୍କୁ ଏୟାର ଇଣ୍ଡିଆ ଦ୍ୱାରା ଉଡ଼ାଣ କରିବାକୁ ବାରଣ କରିଥିଲେ। ଜାତୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ କରିଛି।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କୁ ହତ୍ୟା ଧମକ:

ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ସେ ଜାନୁଆରୀ ୨୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଏକଜୁଟ ହୋଇ ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟରମାନଙ୍କୁ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବାଣ ବିସ୍ଫୋରଣରେ ୪ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଦୀପାବଳୀ ଅମାବାସ୍ୟା ପୁର୍ବରୁ ଅଘଟଣ ଘଟିଛି। ଯାହାକି ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ନାବାଳକ ଗୁରୁତର ଆହତ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ବାବୁଲା ଗୌଡ, ବାଦଲ ଗୌଡ଼, ସମୀର ଦିହୁଡି ଓ ଅନ୍ୟ ଜଣେ ନାବାଳକ ମିଶି ଆଗାମୀ ଦୀପାବଳି ଅମାବାସ୍ୟା ଉପଲକ୍ଷେ ବାଣ ତିଆରି କରୁଥିବାବେଳେ ଅସାବଧାନତା ବଶତଃ ବିସ୍ପୋରଣ ଘଟି ଏହି ଭଳି ଅଘଟଣ ଘଟିଛି। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

ଜାକିର ନାଇକଙ୍କୁ ଏକ ବର୍ଷ ପାଇଁ ଭାରତରେ ଛାଡିଦିଅ, ଅଧା ଭାରତ ମୁସଲମାନ ହେବ: ମୁଫତି ତାରିକ ମାସୁଦ

ନୂଆଦିଲ୍ଲୀ: ଇସଲାମ ପଣ୍ଡିତ ଜାକିର ନାଇକ, ଯିଏକି ଭାରତରୁ ପଳାତକ ଘୋଷିତ ହୋଇଛନ୍ତି, ସେ ବର୍ତ୍ତମାନ ଖବରରେ ଥିଲେ। ଅବଶ୍ୟ ସେ ତାଙ୍କର କୌଣସି ଭଲ କାର୍ଯ୍ୟ ପାଇଁ ନୁହେଁ ବରଂ ବିବାଦୀୟ ବିବୃତ୍ତି ହେତୁ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ସେ ପାକିସ୍ତାନରେ ପହଞ୍ଚିଛନ୍ତି, ଯେଉଁଠାରୁ ସେ ତାଙ୍କ କାର୍ଯ୍ୟକ୍ରମରେ ଭୁଲ ବିବୃତ୍ତି ଦେଉଛନ୍ତି। ଏହି ସମୟରେ ଜାକିର ନାଇକଙ୍କ ବିଷୟରେ ପାକିସ୍ତାନୀ ମୌଲାନା ମୁଫତି ତାରିକ ମାସୁଦ ଯାହା କହିଛନ୍ତି ତାହା ଭାଇରାଲ ହୋଇଛି। ସେ କହିଛନ୍ତି ଯେ, ଯଦି ଜାକିର ନାଇକଙ୍କୁ ଭାରତରେ ମୁକ୍ତ ଭାବେ ଛାଡି ଦିଆଯାଏ ଏବଂ ସେ ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରନ୍ତି, ତେବେ ଅଧା ଭାରତ ଇସଲାମ ଧର୍ମ ଗ୍ରହଣ କରିବେ ଏବଂ ମୁସଲମାନ ହେବେ।

ଜାକିର ନାଇକଙ୍କ ବିଷୟରେ ପାକିସ୍ତାନୀ ମୌଲାନା ମୁଫତି ତାରିକ ମାସୁଦ ଦେଇଥିବା ବିବୃତ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ ଶୀଘ୍ର ଭାଇରାଲ ହେଉଛି। ଭାଇରାଲ୍ କ୍ଲିପ୍ ଏକ୍ସ ରେ @pakistan_untold ଦ୍ୱାରା ପୋଷ୍ଟ କରାଯାଇଥିଲା। ଏହାକୁ ଏପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଥର ଦେଖାଯାଇଛି। ଏହା ବ୍ୟତୀତ ପ୍ରାୟ ୬୦୦ ଲାଇକ୍ କରାଯାଇଛି।

ପାକିସ୍ତାନୀ ଲୋକଙ୍କ ଟାର୍ଗେଟରେ ଜାକିର ନାଇକ ଏବଂ ମୁଫତି:

ଗୋଟିଏ ପଟେ ଜାକିର ନାଇକ ପାକିସ୍ତାନୀମାନଙ୍କୁ ଟାର୍ଗେଟ କରିଛନ୍ତି କାରଣ ତାଙ୍କର ବିବାଦୀୟ ବିବୃତ୍ତିରେ ସେ ଥରେ କହିଥିଲେ ଯେ, ଅବିବାହିତା ମହିଳା ସର୍ବସାଧାରଣ ସମ୍ପତ୍ତି। ଏଥି ସହିତ ମୌଲାନା ମୁଫତି ତାରିକ ମାସୁଦ ନିଜେ ମଧ୍ୟ ମହମ୍ମଦଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଜନସାଧାରଣଙ୍କ କ୍ରୋଧର ଶିକାର ହୋଇଛନ୍ତି। ନିକଟରେ ସେ ଏକ ସଭାରେ କହିଥିଲେ ଯେ, ମହମ୍ମଦଙ୍କୁ ପଢିବା ଏବଂ ଲେଖିବା ଜଣାନଥିଲା, ତେବେ କୁରାନରେ ଲେଖାଯାଇଥିବା ଜିନିଷକୁ ଆମେ କାହିଁକି ବିଶ୍ୱାସ କରିବା? ଏହି ବିବୃତ୍ତି ପରେ ପାକିସ୍ତାନର ଲୋକମାନେ କ୍ରୋଧିତ ହୋଇ ତାଙ୍କୁ ଜୀବନରୁ ମାରିଦେବା କଥା କହିବା ଆରମ୍ଭ କରିଥିଲେ। ତେବେ ପରିସ୍ଥିତିକୁ ଅନୁଭବ କରି ମୌଲାନା ମଧ୍ୟ କ୍ଷମା ମାଗିଥିଲେ ମଧ୍ୟ ଲୋକଙ୍କ କ୍ରୋଧ କମି ନଥିଲା।

Categories
ଆଜିର ଖବର ଜାତୀୟ ଖବର

‘ଧର୍ମ ପରିବର୍ତ୍ତନ ନୁହେଁ, ଆମେ କ୍ଷମତା ପରିବର୍ତ୍ତନ ଚାହୁଁ’: ମହାରାଷ୍ଟ୍ର ନିର୍ବାଚନ ସମ୍ପର୍କରେ କହିଲେ ମନୋଜ ଜରାଙ୍ଗେ

ମୁମ୍ବାଇ: ମରାଠା ସଂରକ୍ଷଣ ଦାବିରେ ସାମାଜିକ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ରବିବାର ଦିନ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଆକ୍ରମଣ କରି ତାଙ୍କୁ ଜଣେ ନିଷ୍ଠୁର ବ୍ୟକ୍ତି ବୋଲି କହିଥିଲେ ଏବଂ ଯାହା ପାଇଁ ଆୟୋଗ କୌଣସି ସୁପାରିଶ କରିନାହାଁନ୍ତି, ଯେଉଁ ଜାତି ଆନ୍ଦୋଳନ କରିନାହିଁ, ୧୫ ଜାତି ସଂରକ୍ଷଣ ମାଗି ନାହାଁନ୍ତି ସେମାନଙ୍କୁ OBC ରୁ ସଂରକ୍ଷଣ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେବେନ୍ଦ୍ର ଫଡନାଭିସ୍ ମୋତେ ଜବରଦସ୍ତ ରାଜନୀତିକୁ ଆଣିଛନ୍ତି।

ନିର୍ବାଚନ ଲଢିବା ପ୍ରସଙ୍ଗରେ ଗଣମାଧ୍ୟମକୁ ଜରାଙ୍ଗେ କହିଛନ୍ତି ଯେ, ଆମେ ନଭେମ୍ବର ୨୦ ତାରିଖ ପାଇଁ ପ୍ରସ୍ତୁତ। ଅନେକ ପ୍ରାର୍ଥୀ ଟିକେଟ ମାଗୁଛନ୍ତି। ମନୋଜ ଜରାଙ୍ଗେ କହିଛନ୍ତି ଯେ, “ମୁଁ କହୁ ନାହିଁ ଯେ ଆମର ପ୍ରାର୍ଥୀମାନେ ଠିଆ ହେବେ ନାହିଁ। ଯାହା ବି କର, ସମାଜ ହାରିବା ଉଚିତ୍ ନୁହେଁ। ମୁଁ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା କରେ ନାହିଁ, ଯଦି ଆମେ ଲଢିବୁ ତେବେ ବିଜେପି ଖୁସି ହେବ। ଯଦି ଆମେ ଲଢିବୁ ନାହିଁ ତେବେ ମହାବିକାସ୍ ଅଗାଢି ଖୁସି ହୋଇଯାଏ। 

ମନୋଜ ଜରାଙ୍ଗେ କହିଛନ୍ତି ଯେ, “ଆମେ କ୍ଷମତା ପରିବର୍ତ୍ତନ ଚାହୁଁ କିନ୍ତୁ ଧର୍ମର ପରିବର୍ତ୍ତନ ଚାହୁଁ ନାହୁଁ। ଆମେ ହିନ୍ଦୁତ୍ୱ ଚାହୁଁ କିନ୍ତୁ ଛତ୍ରପତି ଶିବାଜୀ ମହାରାଜ ହିନ୍ଦୁରେ ମରାଠା ଅଟନ୍ତି। କିନ୍ତୁ ଯେତେବେଳେ ମରାଠା ସଂରକ୍ଷଣ ମାଗନ୍ତି ସେତେବେଳେ ହିନ୍ଦୁ କାହିଁକି ବିରୋଧ କରନ୍ତି? ଯଦି ଆପଣ ହିନ୍ଦୁଙ୍କୁ ବଡ କରିବାକୁ ଚାହୁଁଛନ୍ତି? ମରାଠାଙ୍କୁ ସଂରକ୍ଷଣ ଦିଅ।”

ମନୋଜ ଜରାଙ୍ଗେ କହିଛନ୍ତି ଯେ, ଯେଉଁଠାରେ ପ୍ରାର୍ଥୀମାନେ ଜିତିପାରିବେ, ଆମେ ସେଠାରେ ଟିକେଟ୍ ଦେବୁ। ଏସସି-ଏସଟି ଆସନରେ ପ୍ରାର୍ଥୀ ଦିଆଯିବ ନାହିଁ। ଯେଉଁଠାରେ ସେମାନେ ଜିତିପାରିବେ ନାହିଁ, ସେଠାରେ ପ୍ରାର୍ଥୀ ଦିଆଯିବ ନାହିଁ। କୌଣସି ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବା ପ୍ରସଙ୍ଗରେ ମନୋଜ ଜରାଙ୍ଗେ କହିଛନ୍ତି ଯେ, ଆମେ ଯେକୌଣସି ଆସନରେ ସେହି ପ୍ରାର୍ଥୀଙ୍କୁ ସମର୍ଥନ କରିବୁ ଯିଏ ମରାଠା ସମାଜର ଦାବି ଗ୍ରହଣ କରି ୫୦୦ ଟଙ୍କା ବଣ୍ଡରେ ଲେଖି ପ୍ରତିଶ୍ରୁତି ଦେବେ।

Categories
ଆଜିର ଖବର ଜାତୀୟ ଖବର

ମୋଦୀ ସରକାରରେ ଶିବରାଜ ସିଂ ଚୌହାନଙ୍କ ବଢିଲା ଗୁରୁତ୍ଵ!: ବଡ ଦାୟିତ୍ଵ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି, କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମନିଟରିଂ ଗ୍ରୁପ ଗଠନ କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଯୋଜନା ଏବଂ କେନ୍ଦ୍ର ବଜେଟ୍ ଏବଂ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବ।

ଏହି ମନିଟରିଂ ଗ୍ରୁପର ପ୍ରଥମ ବୈଠକ ଅକ୍ଟୋବର ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ରେଳବାଇ ବୋର୍ଡର ଚେୟାରମ୍ୟାନ୍ ଙ୍କ ସମେତ ଭାରତ ସରକାରଙ୍କ ସମସ୍ତ ସଚିବମାନେ ହାଇବ୍ରିଡ ମୋଡରେ ଏହି ବୈଠକରେ ଯୋଗ ଦେଇଥିଲେ। ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ମନିଟରିଂ ଗ୍ରୁପ ପ୍ରତି ମାସରେ ଦକ୍ଷିଣ ବ୍ଲକରେ ଅବସ୍ଥିତ PMO ରେ ବୈଠକ କରିବେ ଯେଉଁଥିରେ ସମସ୍ତ ସରକାରୀ ଯୋଜନା ସମୀକ୍ଷା କରାଯାଇ କାର୍ଯ୍ୟକାରୀ କରାଯିବ।

ଏହି ପ୍ରକଳ୍ପଗୁଡିକ ଉପରେ ନଜର ରଖିବେ ଶିବରାଜ ସିଂ ଚୌହାନ:

ଏହି ବୈଠକରେ ଯୋଗ ଦେଇଥିବା ଅଧିକାରୀଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଶିବରାଜ ସିଂ ଚୌହାନଙ୍କୁ ୨୦୧୪ରେ ତାଙ୍କ ନେତୃତ୍ୱରେ ପ୍ରଥମ ଏନଡିଏ ସରକାର ଗଠନ ପରଠାରୁ ଘୋଷିତ ପ୍ରକଳ୍ପଗୁଡିକ ଉପରେ ନଜର ରଖିବାର ଦାୟିତ୍ଵ ଦେଇଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବିଭିନ୍ନ ଯୋଜନା ପାଇଁ ନୋଡାଲ ଅଫିସର ଭାବେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ମଧ୍ୟ ଏହି ବୈଠକରେ ଯୋଗଦେବାକୁ କୁହାଯାଇଛି।

ମନିଟରିଂ ଗ୍ରୁପ୍ ଏହି ପ୍ରକଳ୍ପଗୁଡିକ ଉପରେ ନଜର ରଖିବ:

ଏହି ମନିଟରିଂ ଗ୍ରୁପ୍ ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପୋର୍ଟାଲରେ ଉପଲବ୍ଧ ପ୍ରତ୍ୟେକ ଯୋଜନା ଉପରେ ଶିବରାଜ ସିଂ ଚୌହାନ ନଜର ରଖିବେ। ଏହି ସମୟ ମଧ୍ୟରେ ସଚିବ ଶିବରାଜ ସିଂ ଚୌହାନଙ୍କୁ ମଧ୍ୟ ସେହି ପ୍ରକଳ୍ପଗୁଡିକ ବିଷୟରେ ସୂଚନା ଦେବେ। ଏହା ବ୍ୟତୀତ, ସେଗୁଡିକର ଉନ୍ନତି ପାଇଁ ଆଉ କ’ଣ କରାଯାଇପାରିବ, ତାହା ଉପରେ ଧ୍ୟାନ ଦେବେ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଦିନକୁ ଦିନ ପ୍ରଶାସନ ତଥା ବିଶ୍ୱ ବ୍ୟାପାରରେ ଜଡିତ ଥିବାରୁ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବକୁ ନେଇ ଚିନ୍ତିତ ଅଛନ୍ତି। ଅନେକ ସଭାରେ ସେ ଏହା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବାରଣାସୀରେ ଆରଜେ ଶଙ୍କର ଚକ୍ଷୁ ହସ୍‌ପିଟାଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରଣାସୀରେ ଆରଜେ ସଙ୍କର ଚକ୍ଷୁ ଚିକିତ୍ସାଳୟର ଉଦଘାଟନ କରିଛନ୍ତି। ବିଭିନ୍ନ ଚକ୍ଷୁ ଅବସ୍ଥା ପାଇଁ ଡାକ୍ତରଖାନା ବିସ୍ତୃତ ପରାମର୍ଶ ଏବଂ ଚିକିତ୍ସା ପ୍ରଦାନ କରିଥାଏ। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀରେ ଶ୍ରୀ ମୋଦୀ ମଧ୍ୟ ପରିଦର୍ଶନ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଶୁଭ ସମୟ ମଧ୍ୟରେ କାଶୀକୁ ଆସିବା ହେଉଛି ଏହାର ଗୌରବକୁ ଅନୁଭବ କରିବାର ଏକ ସୁଯୋଗ। ସେ କାଶୀରେ ସାଧୁ ତଥା ସନ୍ଥଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ପରମ ପୂଜ୍ୟା ଶଙ୍କରାଚାର୍ଯ୍ୟ ଜୀ ଦର୍ଶନ ଏବଂ ପ୍ରସାଦ ଗ୍ରହଣ କରିବା ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ କାଶୀ ଏବଂ ଉତ୍ତରାଞ୍ଚଳ ଆଜି ଅନ୍ୟ ଏକ ଆଧୁନିକ ହସ୍‌ପିଟାଲ ଲାଭ କରିଛି ଏବଂ ଭଗବାନ ଶଙ୍କରଙ୍କ ଭୂମିରେ ଆରଜେ ସଙ୍କର ଚକ୍ଷୁ ହସ୍‌ପିଟାଲର ଉତ୍ସର୍ଗ ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କାଶୀ ଏବଂ ଉତ୍ତରାଞ୍ଚଳର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭାରତର ପ୍ରାଚୀନ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଏକ ଉଦ୍ଧୃତିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆରଜେ ସଙ୍କର ଚକ୍ଷୁ ହସ୍‌ପିଟାଲ ଅନ୍ଧକାରକୁ ଦୂର କରିବ ଏବଂ ଅନେକ ଲୋକଙ୍କୁ ଆଲୋକ ଆଡକୁ ନେଇଯିବ। ଶ୍ରୀ ମୋଦୀ କହିଛନ୍ତି ଯେ ଚକ୍ଷୁ ହସ୍‌ପିଟାଲ୍‌ ପରିଦର୍ଶନ କରି ସେ ଏହା ଆଧ୍ୟାତ୍ମିକତା ଏବଂ ଆଧୁନିକତାର ମିଶ୍ରଣ ବୋଲି ଅନୁଭବ କରିଛନ୍ତି ଏବଂ ଡାକ୍ତରଖାନା ଉଭୟ ବୃଦ୍ଧ ଓ ଯୁବକଙ୍କୁ ଦୃଷ୍ଟି ଶକ୍ତି ପ୍ରଦାନ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗରିବ ଲୋକ ବହୁ ସଂଖ୍ୟାରେ ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇବେ। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଚକ୍ଷୁ ହସ୍ପିଟାଲ ଅନେକ ଯୁବକମାନଙ୍କ ପାଇଁ ନୂତନ ଚାକିରିର ସୁଯୋଗ ସୃଷ୍ଟି କରିବା ସହିତ ମେଡିକାଲ୍ ଛାତ୍ରମାନଙ୍କ ପାଇଁ ଚାକିରି ଏବଂ ଇଣ୍ଟର୍ନସିପ୍ ସୁଯୋଗ ସହିତ ସହାୟକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସଙ୍କର ଚକ୍ଷୁ ଫାଉଣ୍ଡେସନ ସହିତ ତାଙ୍କର ସମ୍ପର୍କକୁ ମନେ ପକାଇ ଶ୍ରୀ ଶଙ୍କର ବିଜୟେନ୍ଦ୍ର ସରସ୍ୱତୀଙ୍କ ଗୁରୁଙ୍କ ଉପସ୍ଥିତିରେ ସଙ୍କର ଚକ୍ଷୁ ହସ୍‌ପିଟାଲର ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଶ୍ରୀ କାଞ୍ଚି କାମାକୋଟି ପୀଠାଧିପତି, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଚନ୍ଦ୍ରଶେଖରେନ୍ଦ୍ର ସରସ୍ୱତୀ ସ୍ବାମୀଗାଲଙ୍କ ଆଶୀର୍ବାଦ ଗ୍ରହଣ କରିବା ଅତ୍ୟନ୍ତ ସନ୍ତୋଷଜନକ ବିଷୟ ଏବଂ ଆଜିର ଉତ୍ସବରେ ଯୋଗ ଦେଇ ପରମ ପୂଜା ଜଗଦଗୁରୁ ଶ୍ରୀ ଜୟନ୍ଦ୍ର ସରସ୍ୱତୀଙ୍କ ନିର୍ଦ୍ଦେଶରେ ଅନେକ କାର୍ଯ୍ୟ ସମ୍ପାଦନ କରିବା ବିଷୟରେ ଉଲ୍ଲେଖ କରିଛନ୍ତି। ଗୁରୁମାନଙ୍କର ତିନୋଟି ଭିନ୍ନ ପରମ୍ପରା ସହିତ ଜଡିତ ହେବା ବ୍ୟକ୍ତିଗତ ସନ୍ତୁଷ୍ଟିର ବିଷୟ। ଏହି ଉତ୍ସବରେ ଆଶୀର୍ବାଦ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ଶଙ୍କର ବିଜୟରାଜ ସରସ୍ୱତୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ବାରଣାସୀର ଲୋକ ପ୍ରତିନିଧୀ ଭାବରେ ତାଙ୍କୁ ସ୍ୱାଗତ କରିଛନ୍ତି।

ବିଶିଷ୍ଟ ଉଦ୍ୟୋଗୀ ସ୍ବର୍ଗତ ରାକେଶ ଝୁନଝୁନୱାଲାଙ୍କ ସେବା ତଥା କାର୍ଯ୍ୟ ବିଷୟରେ ଶ୍ରୀ ମୋଦୀ ମଧ୍ୟ ସ୍ମରଣ କରିଥିଲେ। ସ୍ବର୍ଗତ ଝୁନଝୁନୱାଲାଙ୍କ ପରୋପକାର କାର୍ଯ୍ୟ ଜାରି ରଖିଥିବାରୁ ସେ ଝୁନଝୁନୱାଲାଙ୍କ ପତ୍ନୀ ରେଖା ଝୁନଝୁନୱାଲାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଛନ୍ତି ଯେ ବାରଣାସୀରେ ସେମାନଙ୍କର ପ୍ରତିଷ୍ଠାନ ସ୍ଥାପନ ପାଇଁ ସେ ଉଭୟ ସଙ୍କର ଚକ୍ଷୁ ହସ୍ପିଟାଲ୍ ଏବଂ ଚିତ୍ରକୁଟ ଚକ୍ଷୁ ହସ୍‌ପିଟାଲକୁ ଅନୁରୋଧ କରିଛନ୍ତି ଏବଂ କାଶୀ ଲୋକଙ୍କ ଅନୁରୋଧକୁ ସମ୍ମାନ ଦେଇଥିବାରୁ ଉଭୟ ସଂଗଠନକୁ ଧନ୍ୟବାଦ ଜଣାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଅତୀତରେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରୁ ହଜାର ହଜାର ଲୋକ ଚିତ୍ରକୁଟ ଚକ୍ଷୁ ହସ୍‌ପିଟାଲରେ ଚିକିତ୍ସିତ ହୋଇଥିଲେ ଏବଂ ବର୍ତ୍ତମାନ ବାରାଣାସୀରେ ସେମାନଙ୍କ ନିକଟରେ ଦୁଇଟି ନୂତନ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ଅଛି।

ପ୍ରାଚୀନ କାଳରୁ ବାରଣାସୀକୁ ଧାର୍ମିକ ତଥା ସାଂସ୍କୃତିକ ରାଜଧାନୀ ଭାବରେ ପରିଚିତ ଏବଂ ବର୍ତ୍ତମାନ ଏହା ବାରଣାସୀ, ଉତ୍ତର ପ୍ରଦେଶ ଏବଂ ପୂର୍ବାଞ୍ଚଳର ସ୍ୱାସ୍ଥ୍ୟସେବା ହବ୍ ଭାବରେ ବିଖ୍ୟାତ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ପୁଣି କହିଥିଲେ ଯେ ବର୍ତ୍ତମାନ ବିଏଚୟୁ ଟ୍ରାଉମା ସେଣ୍ଟର ହେଉ କିମ୍ବା ସୁପର ସ୍ପେସିଆଲିଟି ହସ୍ପିଟାଲ ହେଉ କିମ୍ବା ଦିନ ଦୟାଲ୍ ଉପାଧ୍ୟାୟ ହସପିଟାଲ ହେଉ କିମ୍ବା କବୀର ଚୌରା ହସ୍ପିଟାଲରେ ସୁବିଧା ସୁଦୃଢ଼ କରିବା ହେଉ କିମ୍ବା ବରିଷ୍ଠ ନାଗରିକ ତଥା ସରକାରୀ କର୍ମଚାରୀ କିମ୍ବା ମେଡିକାଲ କଲେଜ ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରଖାନା ହେଉ ସମସ୍ତ କ୍ଷେତ୍ରରେ ସ୍ୱାସ୍ଥ୍ୟସେବାରେ ଗତ ଦଶନ୍ଧିରେ ଅନେକ କାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାରଣାସୀରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ଏକ ଆଧୁନିକ ସ୍ୱାସ୍ଥ୍ୟ ସୁବିଧା ରହିଛି। ଏହା ପୂର୍ବରୁ ଦିଲ୍ଲୀ କିମ୍ବା ମୁମ୍ବାଇ ଯାଉଥିବା ରୋଗୀମାନେ ଆଜି ବାରାଣାସୀରେ ଭଲ ଚିକିତ୍ସା ପାଉଛନ୍ତି ବୋଲି ଶ୍ରୀ ମୋଦୀ ଦର୍ଶାଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିହାର, ଝାଡଖଣ୍ଡ ଏବଂ ଅନ୍ୟାନ୍ୟ ସ୍ଥାନରୁ ହଜାର ହଜାର ଲୋକ ବାରାଣାସୀକୁ ଚିକିତ୍ସା ପାଇଁ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପୂର୍ବର “ମୋକ୍ଷଦାୟିନୀ” (ପରିତ୍ରାଣ ପ୍ରଦାନକାରୀ) ବାରଣାସୀ ଏକ ନୂତନ ଶକ୍ତି ଏବଂ ସମ୍ବଳ ସହିତ “ନବ ଜୀବନଦାୟୀନି”(ନୂତନ ଜୀବନ ପ୍ରଦାନକାରୀ) ବାରଣାସୀରେ ପରିଣତ ହେଉଛି।

ପୂର୍ବ ସରକାରଗୁଡିକ ବିଷୟରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରଣାସୀ ସମେତ ପୂର୍ବାଞ୍ଚଳରେ ସ୍ୱାସ୍ଥ୍ୟସେବା ଅବହେଳିତ ହୋଇ ରହିଥିଲ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତି ଏପରି ଥିଲା ଯେ 10 ବର୍ଷ ପୂର୍ବେ ପୂର୍ବାଞ୍ଚଳରେ ମସ୍ତିଷ୍କ ଜ୍ୱର ପାଇଁ କୌଣସି ବ୍ଲକ ସ୍ତରୀୟ ଚିକିତ୍ସା କେନ୍ଦ୍ର ନଥିଲା ଏବଂ ଶିଶୁ ମୃତ୍ୟୁର ଗଣମାଧ୍ୟମରେ ଦେଖିବାକୁ ମିଳୁଥିଲା। ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ କେବଳ କାଶୀ ନୁହେଁ ସମଗ୍ର ପୂର୍ବାଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର ଦ୍ରୁତ ସମ୍ପ୍ରସାରଣ ହୋଇଛି। ସେ ଉଲ୍ଲେଖ କରିଛନ୍ତି ଯେ ଆଜି ପୂର୍ବାଞ୍ଚଳରେ ମସ୍ତିଷ୍କ ଜ୍ୱରର ଚିକିତ୍ସା ପାଇଁ 100 ରୁ ଅଧିକ କେନ୍ଦ୍ର କାର୍ଯ୍ୟ କରୁଛି ଏବଂ ଗତ ଦଶନ୍ଧି ମଧ୍ୟରେ ପୂର୍ବାଞ୍ଚଳର ପ୍ରାଥମିକ ତଥା ଗୋଷ୍ଠୀ କେନ୍ଦ୍ରରେ 10 ହଜାରରୁ ଅଧିକ ନୂତନ ଶଯ୍ୟା ଯୋଗ କରାଯାଇଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ 10 ବର୍ଷ ମଧ୍ୟରେ ପୂର୍ବାଞ୍ଚଳର ଗ୍ରାମରେ ସାଢ଼େ 5 ହଜାରରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆଜି ଏଠାରେ 20 ରୁ ଅଧିକ ଡାଏଲିସିସ୍ ୟୁନିଟ୍ କାର୍ଯ୍ୟ କରୁଛି ଓ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି ଯେତେବେଳେକି 10 ବର୍ଷ ପୂର୍ବେ ପୂର୍ବାଞ୍ଚଳର ଡାକ୍ତରଖାନାରେ କୌଣସି ଡାଏଲିସିସ୍ ସୁବିଧା ନଥିଲା।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭାରତ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ପୁରୁଣା ମାନସିକତା ଏବଂ ଆଭିମୁଖ୍ୟକୁ ଦୂର କରିଛି। ସେ ଭାରତର ସ୍ୱାସ୍ଥ୍ୟସେବା ରଣନୀତିର ପାଞ୍ଚଟି ସ୍ତମ୍ଭ ଯଥା ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ଠିକ ସମୟରେ ନିରାକରଣ, ମାଗଣା ଔଷଧ ଏବଂ ଚିକିତ୍ସା, ଉନ୍ନତ ସ୍ୱାସ୍ଥ୍ୟସେବା ତଥା ଛୋଟ ସହରରେ ପର୍ଯ୍ୟାପ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବାରେ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ଉପରେ ସେ ଆଲୋକପାତ କରିଥିଲେ।

ଲୋକଙ୍କୁ ରୋଗରୁ ଦୂରେଇ ରଖିବା ହେଉଛି ସର୍ବୋଚ୍ଚ ପ୍ରାଥମିକତା ଏବଂ ଭାରତର ସ୍ୱାସ୍ଥ୍ୟସେବା ନୀତିର ପ୍ରଥମ ସ୍ତମ୍ଭ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ରୋଗ ଲୋକମାନଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିଦିଏ। ଗତ 10 ବର୍ଷ ମଧ୍ୟରେ 25 କୋଟି ଲୋକ ଦାରିଦ୍ର୍ୟରୁ ଉଠିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ଗୋଟିଏ ଗୁରୁତର ଅସୁସ୍ଥତା ସେମାନଙ୍କୁ ଦାରିଦ୍ର୍ୟତା ମଧ୍ୟକୁ ନେଇପାରେ। ତେଣୁ ସ୍ୱଚ୍ଛତା, ଯୋଗ, ଆୟୁର୍ବେଦ ଏବଂ ପୁଷ୍ଟିକର ଖାଦ୍ୟ ଉପରେ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟୀକାକରଣ ଅଭିଯାନର ବ୍ୟାପକ ବିସ୍ତାରକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଦଶ ବର୍ଷ ପୂର୍ବେ କୋଟି କୋଟି ପିଲା ଟିକା ପାଉନଥିବାବେଳେ ଟୀକାକରଣ କଭରେଜ୍ ପ୍ରାୟ 60 ପ୍ରତିଶତ ରହିଥିଲା। ପ୍ରତିବର୍ଷ ମାତ୍ର ଏକ ରୁ ଦେଢ଼ ପ୍ରତିଶତ ହାରରେ ଟୀକାକରଣର ପରିସର ବୃଦ୍ଧି ପାଇବା ହେତୁ ସେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ପ୍ରତ୍ୟେକ ଅଞ୍ଚଳ ତଥା ପ୍ରତ୍ୟେକ ଶିଶୁଙ୍କୁ ଟୀକାକରଣ କଭରେଜକୁ ଆଣିବାକୁ ଆଉ 40-50 ବର୍ଷ ଲାଗିଥାନ୍ତା।

ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ପିଲାମାନଙ୍କ ମଧ୍ୟରେ ଟୀକାକରଣର କଭରେଜକୁ ବୃଦ୍ଧି କରିବାକୁ ପ୍ରାଥମିକତା ଦେଇଛନ୍ତି ଏବଂ ମିଶନ ଇନ୍ଦ୍ରଧନୁଷ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ ଅନେକ ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଯାହାଦ୍ବାରା ଟୀକାକରଣ ହାର ବୃଦ୍ଧି ପାଇଛି ଏବଂ କୋଟି କୋଟି ଗର୍ଭବତୀ ମହିଳା ଏବଂ ଶିଶୁଙ୍କୁ ସେବା ଦିଆଯାଉଛି। ସେ କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ଟୀକାକରଣ ଉପରେ ସରକାରଙ୍କ ଗୁରୁତ୍ୱର ଲାଭ ଦୃଶ୍ୟମାନ ହେଉଥିବାବେଳେ ଆଜି ଏହି ଟୀକାକରଣ ଅଭିଯାନ ସାରା ଦେଶରେ ଦ୍ରୁତ ଗତିରେ ଚାଲିଛି।

ପ୍ରଧାନମନ୍ତ୍ରୀ ରୋଗର ଶୀଘ୍ର ଚିହ୍ନଟ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଆରମ୍ଭରେ କର୍କଟ ଏବଂ ମଧୁମେହ ଭଳି ଅନେକ ରୋଗ ଚିହ୍ନଟ କରିବା ପାଇଁ ସାରା ଦେଶରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଆଜି ଦେଶରେ କ୍ରିଟିକାଲ୍ କେୟାର ବ୍ଲକ ଏବଂ ଆଧୁନିକ ଲ୍ୟାବଗୁଡ଼ିକର ଏକ ନେଟୱାର୍କ ମଧ୍ୟ ନିର୍ମାଣ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରର ଏହି ଦ୍ୱିତୀୟ ସ୍ତମ୍ଭ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରୁଛି।

ସ୍ବାସ୍ଥ୍ୟର ତୃତୀୟ ସ୍ତମ୍ଭକୁ ସ୍ୱଳ୍ପ ମୂଲ୍ୟର ଚିକିତ୍ସା ଏବଂ ସୁଲ ଔଷଧ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୋଗର ଚିକିତ୍ସା ପାଇଁ ହାରାହାରି ଖର୍ଚ୍ଚ 25 ପ୍ରତିଶତ ହ୍ରାସ ପାଇଛି ଏବଂ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେଉଁଠାରେ ଔଷଧ 80 ପ୍ରତିଶତ ରିହାତିରେ ଉପଲବ୍ଧ। ସେ ସୂଚନା ଦେଇଛନ୍ତି ଯେ ହୃଦୟ ଷ୍ଟେଣ୍ଟ, ଆଣ୍ଠୁ ପ୍ରତିରୋପଣ ଏବଂ କର୍କଟ ଔଷଧର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଆୟୁଷ୍ମାନ ଯୋଜନା ଗରୀବ ଲୋକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇଥାଏ। ସେ ସୂଚନା ଦେଇଛନ୍ତି ଯେ ଆୟୁଷ୍ମାନ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 7.5 କୋଟିରୁ ଅଧିକ ରୋଗୀ ମାଗଣା ଚିକିତ୍ସାର ଲାଭ ପାଇଛନ୍ତି।

ସ୍ୱାସ୍ଥ୍ୟ କ୍ଷେତ୍ରର ଚତୁର୍ଥ ସ୍ତମ୍ଭ ବିଷୟରେ ଉଲ୍ଲେଖ କରି ଏହା ଚିକିତ୍ସା ପାଇଁ ଦିଲ୍ଲୀ-ମୁମ୍ବାଇ ଭଳି ବଡ ସହର ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଯାଉଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଦଶନ୍ଧିରେ ସରକାର ଛୋଟ ସହରରେ ଏମ୍‌ସ, ମେଡିକାଲ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ ଭଳି ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ଡାକ୍ତରଙ୍କ ଅଭାବକୁ ଦୂର କରିବା ପାଇଁ ଗତ ଦଶନ୍ଧିରେ ହଜାର ହଜାର ନୂତନ ମେଡିକାଲ ସିଟ୍‌ ଯୋଗ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଆସନ୍ତା 5 ବର୍ଷରେ 75 ହଜାର ସିଟ୍ ଯୋଡିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସ୍ୱାସ୍ଥ୍ୟ ସୁବିଧାକୁ ଅଧିକ ସୁଗମ କରିବା ହେଉଛି ସ୍ୱାସ୍ଥ୍ୟ କ୍ଷେତ୍ରର ପଞ୍ଚମ ସ୍ତମ୍ଭ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି କରାଯାଉଛି ଏବଂ ଇ-ସଞ୍ଜୀବନୀ ଆପ୍ ଭଳି ରୋଗୀଙ୍କୁ ଘରେ ପରାମର୍ଶର ସୁବିଧା ଯୋଗାଇ ଦିଆଯାଉଛି। ଖୁସି ବ୍ୟକ୍ତ କରି ଶ୍ରୀ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଇ-ସଞ୍ଜୀବନୀ ଆପ୍ ସାହାଯ୍ୟରେ 30 କୋଟିରୁ ଅଧିକ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡ୍ରୋନ ଟେକ୍ନୋଲୋଜି ସହିତ ସ୍ୱାସ୍ଥ୍ୟ ସେବାକୁ ସଂଯୋଗ କରିବା ଦିଗରେ ମଧ୍ୟ ଭାରତ ଆଗକୁ ବଢ଼ୁଛି।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଜଣେ ସୁସ୍ଥ ତଥା ଦକ୍ଷ ଯୁବ ପୀଢ଼ି ବିକଶିତ ଭାରତର ସଂକଳ୍ପ ପୂରଣ କରିବେ। ବିଶେଷକରି ଭାରତର ଡାକ୍ତର, ପାରାମେଡିକ୍ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଶ୍ରୀ ମୋଦୀ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବନ୍ ପଟେଲ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କାଞ୍ଚି କାମାକୋଟି ପୀଠମର ଜଗଦଗୁରୁ ପୀଠାଧୀପତି, କାଞ୍ଚିପୁରମ୍, ଶଙ୍କର ବିଜୟେନ୍ଦ୍ର ସରସ୍ୱତୀ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବିଶ୍ବର ଶକ୍ତି କେନ୍ଦ୍ର ହେବାକୁ ଯାଉଛି ଭାରତର ଆର୍ଥିକ ଅଭିବୃଦ୍ଧି: ଫୋରେକ୍ସ ୭୦୦ ବିଲିୟନ ଡଲାରରୁ ଅଧିକ

ନୂଆଦିଲ୍ଲୀ: ମୁମ୍ବାଇର ଏକ ବିଶାଳ ବଜାରରେ, ବିକ୍ରେତାମାନେ ତାଜା ଉତ୍ପାଦ ବିକ୍ରି କରୁଛନ୍ତି କାରଣ ଗୋଟିଏ ଛୋଟ ବାକ୍ସ ଗ୍ରାହକଙ୍କ ଡିଜିଟାଲ ପେମେଣ୍ଟକୁ ହିନ୍ଦୀ, ଇଂରାଜୀ ଏବଂ ମରାଠୀରେ ଘୋଷଣା କରିବା ସହିତ ତାହାକୁ ଶବ୍ଦ ସହିତ ଯୋଡିଛି। ଏହି ଚିତ୍ତାକର୍ଷକ ଦୃଶ୍ୟ ଏକ ରାଷ୍ଟ୍ରକୁ ଗତିଶୀଳ କରିଥାଏ, ଯେଉଁ ଦେଶ ଅର୍ଥନୈତିକ ରେକର୍ଡ ଭାଙ୍ଗିଛି ଏବଂ ଆଗାମୀ ବର୍ଷରେ ଏହା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି।

ପ୍ରଖ୍ୟାତ ହାର୍ଭାର୍ଡ ପ୍ରଫେସର ଲ୍ୟାରି ସମର୍ସଙ୍କ ଅନୁଯାୟୀ, ଭାରତ ଅନ୍ୟମାନଙ୍କ ତୁଳନାରେ ଅର୍ଥନୈତିକ ରୂପାନ୍ତରର ପଥରେ ଠିଆ ହୋଇଛି। “ମୁଁ ଆଶା କରୁଛି ଯେ ବର୍ତ୍ତମାନ ଠାରୁ ଭାରତର ସ୍ବାଧୀନତାର ୧୦୦ତମ ବାର୍ଷିକୀ ମଧ୍ୟରେ ଭାରତୀୟ ଅର୍ଥନୀତି ବର୍ତ୍ତମାନର ସ୍ତରରୁ ଛଅ ଗୁଣ ବୃଦ୍ଧି ପାଇପାରେ। ଏବଂ ମୁଁ ଭାବୁଛି ଆସନ୍ତା ପାଞ୍ଚ ବର୍ଷ, ଦଶ ବର୍ଷ ଏବଂ ପରବର୍ତ୍ତୀ ପୀଢିରେ ବିଶ୍ବର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାନେଇ ଭାରତର ବହୁତ ବଡ ଆଶା ଅଛି।

ଅକ୍ଟୋବର ୨୦୨୪ ସୁଦ୍ଧା, ଭାରତର ବୈଦେଶିକ ମୁଦ୍ରା (ଫରେକ୍ସ) ଭଣ୍ଡାର ୭୦୧ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ଚୀନ୍‍, ଜାପାନ ଏବଂ ସ୍ୱିଜରଲ୍ୟାଣ୍ଡ ପରେ ୭୦୦ ବିଲିୟନ ଡଲାର ଅତିକ୍ରମ କରିବାରେ ଏହା ବିଶ୍ବର ଚତୁର୍ଥ ଦେଶ ହୋଇପାରିଛି। ଏହି ମାଇଲଖୁଣ୍ଟ କେବଳ ଧନର ଏକ ଭଣ୍ଡାର ନୁହେଁ ବରଂ ବିଶ୍ବର ଆର୍ଥିକ ଅନିଶ୍ଚିତତାକୁ ଦେଖିବା ଏବଂ ଏହାର ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ଦେଶର ବଢୁଥିବା କ୍ଷମତାକୁ ସୂଚିତ କରୁଛି।

କେବଳ ଜାନୁଆରୀ ୨୦୨୪ ଠାରୁ, ଏହି ଭଣ୍ଡାରଗୁଡିକ ୮୪ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ଏହି ଭଣ୍ଡାରଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧିକୁ ପ୍ରତିନିଧିତ୍ୱ କରେ ଯାହା ଭାରତକୁ ବିଶ୍ୱ ସ୍ତରରେ ଆତ୍ମବିଶ୍ୱାସରେ ନିୟୋଜିତ କରିବାକୁ ଅନୁମତି ଦେଇଥାଏ। ସମର୍ସ ମନ୍ତବ୍ୟ ଦେଇଛନ୍ତି, “ଆଜି ଭାରତରେ ୬୦୦ ବିଲିୟନ ଡଲାର (ବର୍ତ୍ତମାନ ୭୦୧ ବିଲିୟନ ଡ଼ଲାର୍) ରହିଛି ଏବଂ ଏହା ବିଶ୍ବର ଦେଶମାନଙ୍କୁ ଏକ ଉଦାର ସହାୟତା ପ୍ରଦାନକାରୀ ଅଟେ।” ଟୀକା ମୈତ୍ରୀ କାର୍ଯ୍ୟକ୍ରମ ପରି ପଦକ୍ଷେପ ଦ୍ବାରା ଏହାର ଉଦାହରଣ ଦିଆଯାଇଛି, ଯାହା ଅଗଷ୍ଟ ୨, ୨୦୨୪ ସୁଦ୍ଧା ୯୯ ଟି ଦେଶକୁ ୩୦ କୋଟିରୁ ଅଧିକ କୋଭିଡ-୧୯ ଟିକା ପ୍ରଦାନ କରି ସ୍ୱାସ୍ଥ୍ୟ କୂଟନୈତିକ ସ୍ତରରେ ବିଶ୍ବର ଅଗ୍ରଣୀ ଭାବରେ ଭାରତର ଭୂମିକାକୁ ଦୃଢ କରିପାରିଛି ଏବଂ ଅର୍ଥନୈତିକ ଶକ୍ତି ମାଧ୍ୟମରେ କୋମଳ ଶକ୍ତି ପ୍ରୟୋଗ କରିବାର କ୍ଷମତା ପ୍ରଦର୍ଶନ କରିଛି।

ଭାରତର ଆନ୍ତର୍ଜାତୀୟ ଆଭିମୁଖ୍ୟ ଏହାର ବଢୁଥିବା ବିଶ୍ୱ ସ୍ତରର ଏକ ପ୍ରମୁଖ ସୂଚକ ହୋଇଥିବାବେଳେ ଘରୋଇ ଦୃଷ୍ଟିକୋଣ ମଧ୍ୟ ଆଶାବାଦୀ ରହିଛି। ବିଶ୍ବବ୍ୟାଙ୍କର ସମ୍ପ୍ରତି ଇଣ୍ଡିଆ ଡେଭଲପମେଣ୍ଟ ଅପଡେଟ୍‍ (ଆଡିୟୁ) ଏହି ପରିବର୍ତ୍ତନକୁ ଆଲୋକିତ କରି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୭% ଜିଡିପି ଅଭିବୃଦ୍ଧି ହାରକୁ ଆକଳନ କରିଛି ଏବଂ ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ପ୍ରମାଣିତ କରିଛି। ଏହି ଅଭିବୃଦ୍ଧିକୁ ପୂରଣ କରି ସରକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭିତ୍ତିଭୂମି ପାଇଁ ଦୃଢ ଆର୍ଥିକ ସହାୟତା ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ବଜେଟ୍ ୨୦୨୪-୨୫ ରେ, ପୁଞ୍ଜି ବ୍ୟୟ ପାଇଁ ₹ ୧୧,୧୧,୧୧୧ କୋଟି ଆବଣ୍ଟନ କରାଯାଇଛି, ଯାହା ଜିଡିପିର ୩.୪ ପ୍ରତିଶତ ସହିତ ସମାନ। ୨୦୨୦-୨୧ ରେ ଏହା ୪.୧ ଲକ୍ଷ କୋଟିର ପୁଞ୍ଜି ବ୍ୟୟରୁ ଏକ ମହତ୍ତ୍ୱପୂର୍ଣ୍ଣ ବୃଦ୍ଧିକୁ ପ୍ରତିପାଦିତ କରିଥାଏ, ଯାହା ଆର୍ଥିକ ଏକୀକରଣ ଏବଂ ଅନ୍ୟାନ୍ୟ ପ୍ରାଥମିକତା ଉପରେ ଗୁରୁତ୍ୱ ଦେଇ ଭିତ୍ତିଭୂମି ବିକାଶ ଉପରେ ସରକାରଙ୍କ ବର୍ଦ୍ଧିତ ଧ୍ୟାନକୁ ଦର୍ଶାଇଥାଏ।

ବ୍ୟବସାୟ ଏବଂ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବା ପାଇଁ ଏକ ଅନୁକୂଳ ଏବଂ ସ୍ଥିର ପରିବେଶ ଗଠନ କରି ଏହି ଭିତ୍ତିଭୂମି ସହାୟତା ପୂର୍ଣ୍ଣ ହୋଇଥାଏ। ୨୦୧୪ ରେ ମେକ୍ ଇନ୍ ଇଣ୍ଡିଆ ପ୍ରୋତ୍ସାହନର ଶୁଭାରମ୍ଭ ଦେଶକୁ ଏକ ବିଶ୍ୱ ଉତ୍ପାଦନ ହବ୍ ଭାବରେ ପ୍ରତିଷ୍ଠା ଦିଗରେ ଏକ ପ୍ରମୁଖ ପରିବର୍ତ୍ତନକୁ ଚିହ୍ନିତ କରିଛି। ବନ୍ଦେ ଭାରତ ଟ୍ରେନ୍, ଭାରତୀୟ ଉତ୍ପାଦନର ଦକ୍ଷତାର ଏକ ପ୍ରମାଣ, ଏହା ହେଉଛି ଦେଶର ପ୍ରଥମ ସ୍ୱଦେଶୀ ସେମି ହାଇ ସ୍ପିଡ୍ ଟ୍ରେନ୍। ୧୦୨ଟି କାର୍ଯ୍ୟକ୍ଷମ ଟ୍ରେନ୍ ସେବା ସହିତ ସେଗୁଡିକ ଆଧୁନିକ, ଅତ୍ୟାଧୁନିକ ଭ୍ରମଣ ଅଭିଜ୍ଞତା ପ୍ରଦାନ ଏବଂ ଉନ୍ନତ ରେଳ ପ୍ରଯୁକ୍ତିବିଦ୍ୟାରେ ଦେଶର ବଢୁଥିବା ପାରଦର୍ଶୀତାକୁ ପ୍ରଦର୍ଶନ କରୁଛନ୍ତି।

ଘରୋଇ ବଜାରରେ ବିକ୍ରି ହେଉଥିବା ସ୍ମାର୍ଟଫୋନର ୯୯.୨% ଉତ୍ପାଦନ କରି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନକାରୀ ହୋଇ ଭାରତର ଉତ୍ପାଦନ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ୨୦୨୩-୨୪ ମସିହାରେ, ଭାରତର ମୋବାଇଲ୍ ଫୋନ୍ ରପ୍ତାନି ପ୍ରାୟ ୧.୨ ଲକ୍ଷ କୋଟି ଛୁଇଁଥିଲା, ଯାହା ୨୦୧୪-୧୫ ରୁ ୭୭ ଗୁଣର ଉଲ୍ଲେଖନୀୟ ବୃଦ୍ଧିକୁ ପ୍ରତିଫଳିତ କରିଥିଲା। ଅଧିକନ୍ତୁ, ୨୦୨୩-୨୪ ମସିହାରେ ଭାରତର ପ୍ରତିରକ୍ଷା ଉତ୍ପାଦନ ୨୭୧.୨୭ ଲକ୍ଷ କୋଟିରେ ପହଞ୍ଚିଛି ଏବଂ ପ୍ରତିରକ୍ଷା ରପ୍ତାନି ୨୧,୦୦୦ କୋଟି ଅତିକ୍ରମ କରି ୯୦ ରୁ ଅଧିକ ଦେଶରେ ପହଞ୍ଚିଛି। ଏହି ସଫଳତାକୁ ପାଥେୟ କରି ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ସାମଗ୍ରିକ ବାଣିଜ୍ୟ ରପ୍ତାନି ୪୩୭.୦୬ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ବିଶ୍ବ ବାଣିଜ୍ୟରେ ଏହାର ବଢୁଥିବା ଭୂମିକାକୁ ଦର୍ଶାଉଛି।

ଦେଶର ଶିଳ୍ପ ଅଭିବୃଦ୍ଧି ଏହାର ରପ୍ତାନି କ୍ଷମତାକୁ ବୃଦ୍ଧି କରୁଥିବାରୁ ଏହାର ଅର୍ଥନୈ ତିକ ବିବର୍ତ୍ତନରେ ଭାରତର ଡିଜିଟାଲ ପରିବର୍ତ୍ତନ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ୨୦୧୫ ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଅଭୂତପୂର୍ବ ସଂଯୋଗ ଏବଂ ଅନ୍ତର୍ଭୂକ୍ତି ପାଇଁ ଦେଶକୁ ଏକ ଡିଜିଟାଲ୍ କ୍ଷମତାପନ୍ନ ସମାଜରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ୧୧ କୋଟିରୁ ଅଧିକ ଚାଷୀ ବର୍ତ୍ତମାନ କାନାଡା ଏବଂ ଫ୍ରାନ୍ସର ଜନସଂଖ୍ୟାକୁ ଅତିକ୍ରମ କରି ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଭଳି ପଦକ୍ଷେପ ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଗ୍ରହଣ କରୁଛନ୍ତି। ଏହି ପଦକ୍ଷେପ ଗ୍ରାମୀଣ ଅର୍ଥନୀତିକୁ ପରିବର୍ତ୍ତନ କରି ପ୍ରତ୍ୟେକ ଭାରତୀୟଙ୍କୁ ୧୩୭ କୋଟି ଆଧାର ନମ୍ବର ମାଧ୍ୟମରେ ଡିଜିଟାଲ ପରିଚୟ ପ୍ରଦାନ କରିଥିଲା।

ଏହି ଡିଜିଟାଲ୍ କାରବାରର ଏକ ବଡ ସଫଳତା ହେଉଛି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ର ବୃଦ୍ଧି, ଏକ ବୈପ୍ଳବିକ ପେମେଣ୍ଟ ସିଷ୍ଟମ ଯାହା ଭାରତୀୟମାନେ କିପରି କାରବାର କରନ୍ତି ତାହା ପରିବର୍ତ୍ତନ କରିଛନ୍ତି । ୟୁପିଆଇ କାରବାର ୨୦୧୭-୧୮ ଆର୍ଥିକ ବର୍ଷରେ ୯୨ କୋଟିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୧୩,୦୦୦ କୋଟିରୁ ଅଧିକ ବୃଦ୍ଧି ପାଇଛି, ଯାହା ବାର୍ଷିକ ଅଭିବୃଦ୍ଧି ହାର ୧୨୯% ଅଟେ। ୟୁପିଆଇ ବର୍ତ୍ତମାନ ଡିଜିଟାଲ୍ ପେମେଣ୍ଟ ପାଇଁ ଏକ ବିଶ୍ବସ୍ତରୀୟ ମାନଦଣ୍ଡ ସହିତ, ଭାରତର ଡିଜିଟାଲ୍ ରୂପାନ୍ତର ବିଶ୍ବର ଅନୁକରଣ ପାଇଁ ଏକ ଅନୁଧ୍ୟାନ କ୍ଷେତ୍ରରେ ପରିଣତ ହୋଇଛି।

ଭାରତର ଅର୍ଥନୈତିକ ସଂସ୍କାର ଏବଂ ଡିଜିଟାଲ ପଦକ୍ଷେପଗୁଡ଼ିକର ସଫଳତାକୁ ଅଣଦେଖା କରାଯାଇ ପାରିବନାହିଁ। ୨୦୧୪ ରୁ ୨୦୨୦ ମଧ୍ୟରେ ଭାରତ ନିୟାମକ ସଂସ୍କାରକୁ ପ୍ରତିଫଳିତ କରି ବିଶ୍ବବ୍ୟାଙ୍କର ସହଜ ବ୍ୟବସାୟ ମାନ୍ୟତାରେ ୧୪୨ ତମ ସ୍ଥାନରୁ ୬୩ ତମ ସ୍ଥାନକୁ ବୃଦ୍ଧି ପାଇଛି। ଏହି ଅଗ୍ରଗତି ନିବେଶକଙ୍କ ଆତ୍ମବିଶ୍ୱାସ ବଢାଇ ଭାରତକୁ ଏକ ଆର୍ନ୍ତଜାତୀୟ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳରେ ପରିଣତ କରିଛି।

ଭାରତର ଅର୍ଥନୀତି ବୃଦ୍ଧିପାଇବା ସହିତ ଏହାର ଆନ୍ତର୍ଜାତୀୟ ସ୍ତରରେ ବିକାଶ ହେଉଛି। ୨୦୨୩ ମସିହାରେ, ଭାରତ ନିଜ ଅଧ୍ୟକ୍ଷତାରେ ଜି -୨୦ ନେତାଙ୍କ ଶିଖର ସମ୍ମିଳନୀ ଆୟୋଜନ କରିଥିଲା, ଯାହା ବିଶ୍ବସ୍ତରୀୟ ନେତୃତ୍ୱ ଯାତ୍ରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। ବିଶ୍ବର ବିଭିନ୍ନ ଦେଶଗୁଡିକରୁ ୧ ଲକ୍ଷରୁ ଅଧିକ ପ୍ରତିନିଧୀଙ୍କୁ ଆକର୍ଷିତ କରିଥିବା ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା ସହିତ ଶେଷ ହେବା ସହ ବହୁପକ୍ଷୀୟତା ପ୍ରତି ଭାରତର ପ୍ରତିବଦ୍ଧତା ଏବଂ ବିଶ୍ବସ୍ତରୀୟ ଜଟିଳ ସମସ୍ୟାର ସମାଧାନ ପାଇଁ ଏହାର କ୍ଷମତା ପ୍ରଦର୍ଶନ କରାଯାଇଥିଲା।

ପରିଶେଷରେ, ରଣନୈତିକ ସଂସ୍କାର, ଦୂରଦୃଷ୍ଟିସମ୍ପନ୍ନ ନୀତି ଏବଂ ଏହାର ଲୋକମାନଙ୍କର ସହନଶୀଳତା ଦ୍ବାରା ଭାରତର ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। ଲ୍ୟାରି ସମର୍ସଙ୍କ ପୂର୍ବାନୁମାନ ଅନୁଯାୟୀ ବୈଦେଶିକ ମୁଦ୍ରା ଭଣ୍ଡାରର ଦ୍ରୁତ ବୃଦ୍ଧି, ଡିଜିଟାଲ ଭିତ୍ତିଭୂମି ବିସ୍ତାର ଏବଂ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି ଭାରତର ଶତବାର୍ଷିକୀ ଅବସରରେ ଅଭିବୃଦ୍ଧି ଛଅ ଗୁଣ ହେବା ଅସମ୍ଭବ ନୁହେଁ।

ଏହି ଯାତ୍ରା କେବଳ ସଂଖ୍ୟାଠାରୁ ଅଧିକ ପ୍ରତିନିଧିତ୍ୱ କରେ, ଏହା ମୁମ୍ବାଇର ବ୍ୟସ୍ତବହୁଳ ରାସ୍ତାରୁ ବିଶ୍ବ ଫୋରମ୍ ପର୍ଯ୍ୟନ୍ତ ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରେ। ଆଗାମୀ ଦଶନ୍ଧିରେ ଭାରତକୁ ବିଶ୍ୱ ଅର୍ଥନୀତିର ଉଜ୍ଜ୍ୱଳ ସ୍ଥାନ ଭାବରେ ଦେଖିବାକୁ ମିଳିବ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଆଜି କାର୍ତ୍ତିକ ମାସ ସୋମବାର, ବାବା ଧବଳେଶ୍ବରଙ୍କୁ କରନ୍ତୁ ଦର୍ଶନ

କଟକ: ଆଜି ହେଉଛି କାର୍ତ୍ତିକ ସୋମବାର। ଏହି କାର୍ତ୍ତିକ ସୋମବାରରେ ମହାଦେବଙ୍କୁ ଦର୍ଶନ କଲେ ବେଶ ପୂଣ୍ୟକାମ ବୋଲି ବିବେଚନା କରାଯାଏ। ଏହିଦିନ ମହାଦେବଙ୍କୁ ଦର୍ଶନ କଲେ ବର୍ଷ ସାରା ଶୁଭଦାୟକ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ସୋମବାରରେ ସମସ୍ତ ଶୈବପୀଠରେ ପ୍ରବଳ ଭିଡ ହୋଇଥାଏ।

ସେହିପରି ଓଡିଶାର ପ୍ରସିଦ୍ଧ ଶୈବ୍ୟପୀଠ ବାବା ଧବଳେଶ୍ବରରେ ଆଜି ସକାଳୁ ଭିଡ ପରିଲକ୍ଷିତ ହୋଇଛି। ବାବାଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ଭୋରରୁ ମନ୍ଦିରରେ ଭିଡ କରିଛନ୍ତି। ଭକ୍ତମାନେ ବାବାଙ୍କ ଉପରେ ଖିର ଢାଳି ବେଲପତ୍ର ପ୍ରଦାନ କରି ଆର୍ଶିବାଦ ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଉଡ଼ାନ: ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ସମାବେଶିତାର ଉଡ଼ାଣ

ନୂଆଦିଲ୍ଲୀ: ଯେଉଁ ଦେଶରେ ଆକାଶ ହେଉଛି ଆଶା ଓ ଆକାଂକ୍ଷାର ପ୍ରତୀକ, ସେଠାରେ ଉଡ଼ାଣ ଭରିବାର ସ୍ୱପ୍ନ ଅନେକଙ୍କ ପାଇଁ ଏକ ବିଳାସ ହୋଇ ରହିଛି। ଏହି ସ୍ୱପ୍ନ ୨୧ ଅକ୍ଟୋବର ୨୦୧୬ ରେ ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ)-ଉଡାନ, କିମ୍ବା ‘‘ଉଡେ ଦେଶ କା ଆମ ନାଗରିକ’’ ର ଶୁଭାରମ୍ଭ ସହିତ ସାକାର ରୂପ ନେବାକୁ ଆରମ୍ଭ ହୋଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନେତୃତ୍ୱରେ, ଉଡ଼ାନ୍ ଯୋଜନା ଦେଶରେ ବିମାନ ସେବା ନଥିବା ଏବଂ କମ୍‌ ବିମାନ ସେବା ଥିବା ଅଞ୍ଚଳରେ କ୍ଷେତ୍ରୀୟ ବିମାନ ସଂଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି, ଯାହାଦ୍ୱାରା ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା ସୁଲଭ ହୋଇପାରିବ। ସପ୍ତମ ବାର୍ଷିକୀ ପାଳନ କରିବା ସହିତ ଉଡ଼ାନ୍ ଯୋଜନା ଦେଶରେ ଭିତ୍ତିଭୂମି ଏବଂ ସଂଯୋଗରେ ଉନ୍ନତି ଆଣିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରମାଣ ଦେଇଛି। ବିଶେଷ କରି ଉପାନ୍ତ ଅଞ୍ଚଳରେ ଏହା ଅଧିକ ପ୍ରଭାବୀ ହୋଇଛି।

ସ୍ବପ୍ନର ଉଡ଼ାଣ

ଉଡ଼ାନର କାହାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଉପରେ ଆଧାରିତ। ଜାତୀୟ ବେସାମରିକ ବିମାନ ଚଳାଚଳ ନୀତି ଘୋଷଣା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ବିମାନ ଯାତ୍ରାକୁ ସମସ୍ତଙ୍କ ପାଇଁ ସୁଲଭ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚପଲ ପିନ୍ଧିଥିବା ଲୋକଙ୍କୁ ସେ ବିମାନରେ ଚଢୁଥିବା ଦେଖିବାକୁ ଚାହାଁନ୍ତି। ତାଙ୍କର ଏହି ଭାବନା ଅଧିକ ସମାବେଶୀ ବିମାନ ଚଳାଚଳ କ୍ଷେତ୍ର ପାଇଁ ଏକ ଦୃଷ୍ଟିକୋଣକୁ ପଥ ଦେଖାଇଥିଲା। ସାଧାରଣ ଲୋକଙ୍କ ସ୍ୱପ୍ନ ସାକାର ପାଇଁ ଏହି ପ୍ରତିବଦ୍ଧତା ଉଡ଼ାନ ଯୋଜନାର ଆରମ୍ଭ କରିଥିଲା।

ଉଡ଼ାନ୍‌ ଯୋଜନାର ପ୍ରଥମ ବିମାନଟି ୨୦୧୭ ମସିହା ଏପ୍ରିଲ ୨୭ ତାରିଖରେ ସିମଲାର ଶାନ୍ତ ପାହାଡ଼ରୁ ଦିଲ୍ଲୀର ବ୍ୟସ୍ତବହୁଳ ମହାନଗରକୁ ଉଡ଼ାଣ କରିଥିଲା। ଏହି ଉଦଘାଟନୀ ଉଡ଼ାଣ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଏକ ପରିବର୍ତ୍ତନଶୀଳ ଯାତ୍ରାର ଅୟମାରମ୍ଭକୁ ଚିହ୍ନିତ କରିଥିଲା ଯାହା ଅସଂଖ୍ୟ ନାଗରିକଙ୍କ ବିମାନ ଯାତ୍ରା ସ୍ୱପ୍ନକୁ ସାକାର କରିଥିଲା।

ଏକ ବଜାର-ପରିଚାଳିତ ସଂକଳ୍ପ

ଉଡ଼ାନ୍ ଏକ ବଜାର-ପରିଚାଳିତ ମଡେଲ୍ ଉପରେ କାର୍ଯ୍ୟ କରେ, ଯେଉଁଠାରେ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ନିର୍ଦ୍ଦିଷ୍ଟ ମାର୍ଗରେ ଚାହିଦାର ଆକଳନ କରନ୍ତି ଏବଂ ନିଲାମୀ ସମୟରେ ପ୍ରସ୍ତାବ ଦାଖଲ କରନ୍ତି। ଚାହିଦା ଆଧାରିତ ପାଣ୍ଠି ଯୋଗାଣ ବା ଭାୟାବଲିଟି ଗ୍ୟାପ୍‌ ଫଣ୍ଡିଂ (ଭି.ଜି.ଏଫ୍.) ଏବଂ ବିମାନ ବନ୍ଦର ପରିଚାଳକ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ରିହାତି ମାଧ୍ୟମରେ ସହାୟତା ପ୍ରଦାନ କରି ଏହି ଯୋଜନା ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ କମ୍ ସେବା ପ୍ରଦାନ କରୁଥିବା ଅଞ୍ଚଳକୁ ସଂଯୋଗ କରିବାକୁ ପ୍ରୋତ୍ସାହିତ କରିଥାଏ।

ସହାୟତା ବ୍ୟବସ୍ଥା

କମ୍ ଆକର୍ଷଣୀୟ ମାର୍ଗରେ ବିମାନ ଚଳାଚଳ କରିବା ଲାଗି ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ସରକାର ଅନେକ ସହାୟକ ପଦକ୍ଷେପ ନେଇଛନ୍ତି:

ବିମାନ ବନ୍ଦର ପରିଚାଳକ: ସେମାନେ ଆର.ସି.ଏସ୍. ଉଡ଼ାଣ ପାଇଁ ଅବତରଣ ଓ ପାର୍କିଂ ଶୁଳ୍କ ଛାଡ଼ କରନ୍ତି, ଏବଂ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏ.ଏ.ଆଇ.) ଏହି ଉଡ଼ାଣଗୁଡ଼ିକ ଉପରେ ଟର୍ମିନାଲ୍ ନାଭିଗେସନ୍ ଲ୍ୟାଣ୍ଡିଂ ଶୁଳ୍କ (ଟି.ଏନ୍.ଏଲ୍.ସି.) ଆଦାୟ କରେ ନାହିଁ। ଏହାବ୍ୟତୀତ, ଏକ ରିହାତି ମାର୍ଗ ପରିଚାଳନା ଏବଂ ସୁବିଧା ଶୁଳ୍କ (ଆର୍.ଏନ୍.ଏଫ୍.ସି.) ମଧ୍ୟ ରହିଛି।

କେନ୍ଦ୍ର ସରକାର: ପ୍ରଥମ ତିନି ବର୍ଷ ପାଇଁ, ଆରସିଏସ ବିମାନବନ୍ଦରରେ କ୍ରୟ କରାଯାଇଥିବା ବିମାନ ଚଳାଚଳ ଟର୍ବାଇନ ଇନ୍ଧନ (ଏଟିଏଫ) ଉପରେ ଉତ୍ପାଦ ଶୁଳ୍କ ୨ ପ୍ରତିଶତରେ ସୀମିତ ରହିଛି। ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ମଧ୍ୟ ସେମାନଙ୍କର ପ୍ରସାର ବଢ଼ାଇବା ପାଇଁ କୋଡ୍-ସେୟାରିଂ ରାଜିନାମା ସ୍ୱାକ୍ଷର କରିବାକୁ ପ୍ରୋତ୍ସାହିତ କରାଯାଏ।

ରାଜ୍ୟ ସରକାର: ରାଜ୍ୟଗୁଡ଼ିକ ଦଶ ବର୍ଷ ପାଇଁ ଏ.ଟି.ଏଫ୍. ଉପରେ ଭାଟ୍ ଏକ ପ୍ରତିଶତ କିମ୍ବା ତା’ଠାରୁ କମ୍ କରିଦେଇଛନ୍ତି ଏବଂ କମ୍ ଦରରେ ସୁରକ୍ଷା, ଅଗ୍ନିଶମ ସେବା ଏବଂ ଉପଯୋଗୀ ସେବା ଭଳି ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଛନ୍ତି।

ଏହି ସହଯୋଗ ବ୍ୟବସ୍ଥା ଏପରି ଏକ ପରିବେଶ ସୃଷ୍ଟି କରିଛି ଯେଉଁଠାରେ ଦୀର୍ଘ ଦିନରୁ ଅବହେଳିତ ଅଞ୍ଚଳଗୁଡ଼ିକୁ ସେବା ପ୍ରଦାନ କରୁଥିବାବେଳେ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ଉନ୍ନତି କରିପାରିବେ।

ବିମାନ ଚଳାଚଳ ଉଦ୍ୟୋଗକୁ ପ୍ରୋତ୍ସାହନ

ଆରସିଏସ-ଉଡାନ ଯୋଜନା ଭାରତରେ ବେସାମରିକ ବିମାନ ଚଳାଚଳ ଉଦ୍ୟୋଗକୁ ପୁନର୍ଜୀବିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଗତ ସାତ ବର୍ଷ ମଧ୍ୟରେ ଏହାଦ୍ବାରା ଅନେକ ନୂଆ ଏବଂ ସଫଳ ବିମାନ ଚଳାଚଳ ସଂସ୍ଥାକୁ ଏ କ୍ଷେତ୍ରରେ ସକ୍ରିୟ ହୋଇଛନ୍ତି । ଫ୍ଲାଇବିଗ୍, ଷ୍ଟାର୍ ଏୟାର୍, ଇଣ୍ଡିଆ ୱାନ୍ ଏୟାର୍ ଏବଂ ଫ୍ଲାଇ ୯୧ ଭଳି ଆଞ୍ଚଳିକ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି। ଏହି ଏୟାରଲାଇନ୍ସଗୁଡ଼ିକ ସ୍ଥାୟୀ ବ୍ୟବସାୟିକ ମଡେଲ ବିକଶିତ କରିଛନ୍ତି ଏବଂ ଆଞ୍ଚଳିକ ବିମାନ ଯାତ୍ରା ପାଇଁ ଏକ ବର୍ଦ୍ଧିତ ବ୍ୟବସାୟରେ ଯୋଗଦାନ କରିଛନ୍ତି।

ଏହି ଯୋଜନାର କ୍ରମିକ ସମ୍ପ୍ରସାରଣ ଫଳରେ ସମସ୍ତ ଆକାରର ନୂତନ ବିମାନର ଚାହିଦା ବୃଦ୍ଧି ପାଇଛି, ଯାହାଦ୍ୱାରା ଆରସିଏସ ମାର୍ଗରେ ବିମାନ ସଂଖ୍ୟା ବୃଦ୍ଧି ପାଇଛି। ଏଥିରେ ଏୟାରବସ୍ ଆଇଡି୧, ବୋଇଙ୍ଗ୍ ୭୩୭, ଏଟିଆର୍ ୪୨ ଏବଂ ୭୨, ଡିଏଚସି କ୍ୟୁ ୪୦୦, ଟ୍ୱିନ୍ ଓଟର୍, ଏମ୍ବ୍ରୋୟର୍ ୧୪୫ ଏବଂ ୧୭୫, ଟେକନମ୍ ପି୨୦୦୬ଟି, ସେସ୍ନା ୨୦୮ବି ଗ୍ରାଣ୍ଡ୍ କାରାଭାନ୍ ଇଏକ୍ସ, ଡୋର୍ନିୟର୍ ୨୨୮, ଏୟାରବସ୍ ଏଚ୍ ୧୩୦ ଏବଂ ବେଲ୍ ୪୦୭ ଭଳି ବିବିଧ ବିମାନ ସାମିଲ ରହିଛି। ଉଲ୍ଲେଖନୀୟ କଥା ହେଉଛି, ଭାରତୀୟ ଏୟାରଲାଇନ୍ସଗୁଡ଼ିକ ଆଗାମୀ ୧୦-୧୫ ବର୍ଷରେ ୧,୦୦୦ ରୁ ଅଧିକ ବିମାନ ଯୋଗାଣ ପାଇଁ ଅର୍ଡର ଦେଇଛନ୍ତି, ଏହା ପ୍ରାୟ ୮୦୦ ବିମାନର ବର୍ତ୍ତମାନର ଫ୍ଲିଟ୍ କୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ।

ର୍ଯ୍ୟଟନକୁ ପ୍ରୋତ୍ସାହନ

ଆରସିଏସ-ଉଡାନ କେବଳ ଦ୍ୱିତୀୟ ଏବଂ ତୃତୀୟ ସ୍ତରର ସହରଗୁଡ଼ିକୁ ଶେଷ ମାଇଲ ପର୍ଯ୍ୟନ୍ତ ସଂଯୋଗ ପ୍ରଦାନ କରିବା ପାଇଁ ଉତ୍ସର୍ଗୀକୃତ ନୁହେଁ, ବରଂ ଏହା ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଆଣିବାରେ ମଧ୍ୟ ସହାୟକ ହୋଇଥାଏ। ଉଡ଼ାନ୍ ୩ ଭଳି ପଦକ୍ଷେପ ଉତ୍ତର-ପୂର୍ବାଞ୍ଚଳର ଏକାଧିକ ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଥିବା ପର୍ଯ୍ୟଟନ ମାର୍ଗ ଆରମ୍ଭ କରିଛି, ଯେତେବେଳେ କି ଉଡ଼ାନ୍ ୫.୧ ପାର୍ବତ୍ୟା ଅଞ୍ଚଳରେ ପର୍ଯ୍ୟଟନ, ଆତିଥେୟ ଏବଂ ସ୍ଥାନୀୟ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ହେଲିକପ୍ଟର ସେବାଗୁଡିକର ସମ୍ପ୍ରସାରଣ ଉପରେ ଧ୍ୟାନ ଦେଉଛି।

ଖଜୁରାହୋ, ଦେଓଘର, ଅମୃତସର ଏବଂ କିଶନଗଡ଼ (ଆଜମେର) ଭଳି ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳକୁ ଗମନାଗମନ ଏବେ ଅଧିକ ସୁଗମ ହୋଇଛି । ଏହା ଧାର୍ମିକ ପର୍ଯ୍ୟଟନର ଚାହିଦାକୁ ପୂରଣ କରିଥାଏ। ଏହାବ୍ୟତୀତ, ପାସିଘାଟ, ଜାଇରୋ, ହୋଲ୍ଲୋଙ୍ଗି ଏବଂ ତେଜୁରେ ବିମାନ ବନ୍ଦରର ପ୍ରବର୍ତ୍ତନ ଉତ୍ତର-ପୂର୍ବର ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି କରିଛି। ଉଲ୍ଲେଖନୀୟ ଯେ ଆଗଟ୍ଟି ଦ୍ୱୀପରୁ ବିମାନ ସେବା ମଧ୍ୟ ଆରମ୍ଭ କରାଯାଇଛି, ଯାହା ଲାକ୍ଷାଦ୍ୱୀପରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇଛି।

ବିମାନ ଯୋଗାଯୋଗକୁ ପ୍ରୋତ୍ସାହନ

ଗୁଜରାଟର ମୁନ୍ଦ୍ରା ଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶର ତେଜୁ ଏବଂ ହିମାଚଳ ପ୍ରଦେଶର କୁଲୁ ଠାରୁ ଆରମ୍ଭ କରି ତାମିଲନାଡ଼ୁର ସାଲେମ ପର୍ଯ୍ୟନ୍ତ, ଆରସିଏସ-ଉଡାନ ଦେଶର ୩୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସଂଯୋଗ କରିଛି। ଉଡାନ ଅଧୀନରେ ମୋଟ ୮୬ଟି ବିମାନ ବନ୍ଦର ଆରମ୍ଭ କରାଯାଇଛି, ଯେଉଁଥିରେ ଉତ୍ତର-ପୂର୍ବ କ୍ଷେତ୍ରର ୧୦ଟି ବିମାନ ବନ୍ଦର ଏବଂ ଦୁଇଟି ହେଲିପୋର୍ଟ ସାମିଲ ରହିଛି। ଦରଭଙ୍ଗା, ପ୍ରୟାଗରାଜ, ହୁବଲି, ବେଲଗାମ ଏବଂ କନ୍ନୁର ଭଳି ବିମାନବନ୍ଦରରୁ ବିମାନ ସଂଖ୍ୟା ବୃଦ୍ଧି ପାଇଛି ଏବଂ ଏହି ସ୍ଥାନଗୁଡ଼ିକରୁ ଅନେକ ଅଣ-ଆରସିଏସ ବାଣିଜ୍ୟିକ ବିମାନ ମଧ୍ୟ ଚଳାଚଳ କରୁଛି।

ଉଚ୍ଚ ଉଡ଼ାଣ: ଉଡ଼ାଣ ଅଧୀନରେ ଏକ ବିମାନ ବନ୍ଦର

ଦରଭଙ୍ଗା ବିମାନବନ୍ଦର (ସିଭିଲ୍ ଏନକ୍ଲେଭ୍): ଏକଦା ଏଠାରୁ ବିମାନ ସେବା ସ୍ଥଗିତ ହୋଇଯାଇଥିଲା। ତେବେ ଦରଭଙ୍ଗା ୯ ନଭେମ୍ବର ୨୦୨୦ ରେ ଦିଲ୍ଲୀରୁ ଏହାର ପ୍ରଥମ ବିମାନର ଆଗମନର ଉତ୍ସବ ପାଳନ କରିଥିଲା। ଏହି ବିମାନ ବନ୍ଦର ଏବେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ କୋଲକାତା ଭଳି ପ୍ରମୁଖ ସହରକୁ ସଂଯୋଗ କରୁଥିବା ଉତ୍ତର ବିହାରର ୧୪ଟି ଜିଲ୍ଲାର ପ୍ରବେଶ ଦ୍ୱାର ଭାବେ କାର୍ଯ୍ୟ କରୁଛି ଏବଂ ଆର୍ଥିକ ବର୍ଷରେ ୫ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ କରିଛି।

ଝାରସୁଗୁଡ଼ା ବିମାନ ବନ୍ଦର (ଏଏଆଇ ବିମାନ ବନ୍ଦର): ମାର୍ଚ୍ଚ ୨୦୧୯ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଥିଲା, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିଲା। ଏହା ଓଡ଼ିଶାର ଦ୍ୱିତୀୟ ବିମାନ ବନ୍ଦର। ଏହା ବର୍ତ୍ତମାନ ଏହି ଅଞ୍ଚଳକୁ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱର ସହିତ ସଂଯୋଗ କରୁଛି। ଆର୍ଥିକ ବର୍ଷ ୨୦୨୩-୨୪ ରେ ୨ ଲକ୍ଷରୁ ଅଧିକ ଲୋକ ଏଠାରୁ ଯାତ୍ରା କରିଥିଲେ।

ପିଥୋରାଗଡ଼ ବିମାନବନ୍ଦର: ହିମାଳୟରେ ଅବସ୍ଥିତ ଏହି ବିମାନବନ୍ଦରକୁ ୨୦୧୮ ରେ ଆରସିଏସ ପରିଚାଳନା ପାଇଁ ଚୟନ କରାଯାଇଥିଲା ଏବଂ ଜାନୁଆରୀ ୨୦୧୯ରେ ଏଠାରୁ ବିମାନ ସେବା ଆରମ୍ଭ ହୋଇଥିଲା। ବର୍ତ୍ତମାନ, ଏଠାରୁ ଡେରାଡୁନ ଏବଂ ପନ୍ତନଗରକୁ ବିମାନ ସେବା ଉପଲବ୍ଧ ଯାହାକି ଏହାର ରଣନୀତିକ ଗୁରୁତ୍ୱକୁ ଦର୍ଶାଉଛି

ତେଜୁ ବିମାନବନ୍ଦର: ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଧାର୍ମିକ ମହତ୍ତ୍ୱ ପାଇଁ ପ୍ରସିଦ୍ଧ ତେଜୁ ବିମାନବନ୍ଦର ଅଗଷ୍ଟ ୨୦୨୧ ରେ ଆରସିଏସ କାର୍ଯ୍ୟ ଆରମ୍ଭ କରିଥିଲା। ଏହା ଗୌହାଟୀ, ଜୋରହାଟ ଏବଂ ଦିବ୍ରୁଗଡ଼କୁ ଯୋଡ଼ିଥାଏ। ଆର୍ଥିକ ବର୍ଷ ୨୦୨୩-୨୪ ରେ ପ୍ରାୟ ୧୨,୦୦୦ ଯାତ୍ରୀ ଏଠାରୁ ଯାତ୍ରା କରିଥିଲେ।

ସାଧାରଣ ନାଗରିକଙ୍କ ପାଇଁ ପରିବର୍ତ୍ତନ

ଉଡ଼ାନ ଯୋଜନା ଅଧୀନରେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସଂଯୋଗ କରୁଥିବା ହେଲିକପ୍ଟର ମାର୍ଗ ସମେତ ୬୦୧ଟି ମାର୍ଗ କାର୍ଯ୍ୟକ୍ଷମ କରାଯାଇଛି। ଏଠାରେ ଉଲ୍ଲେଖନୀୟ ଯେ ଏହି ମାର୍ଗଗୁଡ଼ିକ ମଧ୍ୟରୁ ପ୍ରାୟ ୨୮ ପ୍ରତିଶତ ସର୍ବାଧିକ ଦୁର୍ଗମ ସ୍ଥାନକୁ ସଂଯୋଗ କରେ। ଏହାଦ୍ୱାରା ଦୁର୍ଗମ ଅଞ୍ଚଳଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚିବା ସୁନିଶ୍ଚିତ ହୋଇଛି।

ଦେଶରେ କାର୍ଯ୍ୟକ୍ଷମ ବିମାନ ବନ୍ଦର ସଂଖ୍ୟା ୨୦୧୪ ରେ ୭୪ ରୁ ୨୦୨୪ ରେ ୧୫୭ କୁ ବୃଦ୍ଧି ପାଇଛି ଏବଂ ୨୦୪୭ ସୁଦ୍ଧା ଏହି ସଂଖ୍ୟାକୁ ୩୫୦-୪୦୦ କୁ ବୃଦ୍ଧି କରିବାର ଲକ୍ଷ୍ୟ ରହିଛି। ଗତ ଦଶନ୍ଧି ମଧ୍ୟରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଭାରତୀୟ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ମଧ୍ୟ ସେମାନଙ୍କ ବିମାନବାହିନୀର ବ୍ୟାପକ ସମ୍ପ୍ରସାରଣ କରିଛନ୍ତି। ୭୧ଟି ବିମାନ ବନ୍ଦର, ୧୩ଟି ହେଲିପୋର୍ଟ ଏବଂ ୨ଟି ଜଳ ବିମାନ ବନ୍ଦର ସମେତ ମୋଟ ୮୬ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ସୁଗମ ହୋଇଛି । ଏହାଦ୍ୱାରା ୨.୮ ନିୟୁତରୁ ଅଧିକ ବିମାନରେ ୧୪.୪ ନିୟୁତରୁ ଅଧିକ ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା କରିପାରିବେ। ଏହାର ଆରମ୍ଭ ପରଠାରୁ, ଫିକ୍ସଡ୍-ୱିଙ୍ଗ୍ ଅପରେସନ୍ ସମୁଦାୟ ପ୍ରାୟ ୧୧୨ ନିୟୁତ କିଲୋମିଟର ଅତିକ୍ରମ କରିଛି ଯାହା ବିଶ୍ୱକୁ ପ୍ରାୟ ୨୮,୦୦୦ ଥର ପରିକ୍ରମା କରିବା ସହିତ ସମାନ।

ନିଷ୍କର୍ଷ: ସମାବେଶିତାର ପ୍ରମାଣ

ଉଡ଼ାନ୍ କେବଳ ଏକ ଯୋଜନା ନୁହେଁ; ଏହା ଏପରି ଏକ ଆନ୍ଦୋଳନ ଯାହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବିମାନ ଯାତ୍ରାକୁ ସୁଗମ କରିବା। ଉନ୍ନତ ଆଞ୍ଚଳିକ ସଂଯୋଗ ଏବଂ ସୁଲଭ ବିମାନ ଯାତ୍ରା ଅସଂଖ୍ୟ ନାଗରିକଙ୍କ ବିମାନ ଯାତ୍ରାର ଆକାଂକ୍ଷାକୁ ପୂରଣ କରିଛି। ଏହା ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିକୁ ମଧ୍ୟ ତ୍ୱରାନ୍ୱିତ କରିଛି। ଉଡ଼ାଣ ସମ୍ପ୍ରସାରଣ ହେବା ସହିତ, ଏହା ଭାରତର ବିମାନ ଚଳାଚଳ ପରିଦୃଶ୍ୟକୁ ପରିବର୍ତ୍ତନ କରିବାର ପ୍ରତିଶ୍ରୁତି ଦେଇଥାଏ। ଆକାଶ ଛୁଇଁବା ପ୍ରକୃତରେ ସମସ୍ତଙ୍କ ପାଇଁ ସମ୍ଭବ ତାହା ସୁନିଶ୍ଚିତ କରିଥାଏ। ବଞ୍ଚିତ ଅଞ୍ଚଳକୁ ସଂଯୋଗ କରିବା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ନିରନ୍ତର ପ୍ରତିବଦ୍ଧତା ସହିତ, ଉଡ଼ାନ୍ ଯୋଜନା ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଯାହା ଏକ ଆନ୍ତଃସଂଯୁକ୍ତ ଅଞ୍ଚଳ ଏବଂ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ଭାରତର ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷା କ୍ଷେତ୍ରରେ ସମ୍ପର୍କକୁ ମଜଭୂତ୍ କରିବା ପାଇଁ ୭ ଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରରେ ରହୁଥିବା ଭାରତୀୟ ସମୁଦାୟଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି।

ପ୍ରବାସୀ ଭାରତୀୟ ମାନଙ୍କ ଆତିଥେୟତାକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଦେଶରେ ଭାରତୀୟଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହ ଭୋଜନରେ ସାମିଲ ହେବା ମୋ ପାଇଁ ଖୁସିର ବିଷୟ। ସିଙ୍ଗାପୁର- ଭାରତ ଭାଗିଦାରୀକୁ ଅଧିକ ମଜଭୂତ୍ କରିବାରେ ଆମର ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ସେମାନେ ବାହାରେ ରହି ମଧ୍ୟ ଭାରତର ସଂସ୍କୃତିକୁ ପାଳନ କରୁଛନ୍ତି । ସିଙ୍ଗାପୁରର ପ୍ରଗତିରେ ତାଙ୍କର ଯୋଗଦାନ ଅନେକ ରହିଛି। ବର୍ତ୍ତମାନ ସମୟରେ ପୁଞ୍ଜିନିବେଶ ଏବଂ ସୁଯୋଗ ପାଇଁ ଭାରତ ହେଉଛି ବିଶ୍ୱର ସବୁଠୁ ଆକର୍ଷଣୀୟ ସ୍ଥାନ । ପ୍ରବାସୀମାନେ ଭାରତରେ ଥିବା ନିଜର ଆତ୍ମୀୟ ଏବଂ ସଂସ୍କୃତି ସହିତ ସବୁବେଳେ ଯୋଡ଼ି ହୋଇ ରହିବା ସହ ଭାରତର ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଭାରତ ଓ ସିଙ୍ଗାପୁରକୁ ଗର୍ବିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ସିଙ୍ଗାପୁରରେ ପ୍ରବାସୀଙ୍କ ସହ ଆଲୋଚନା କାଳରେ ଭାରତର ଯୁବକମାନଙ୍କୁ ଦକ୍ଷ କରିବାରେ ଜାତୀୟ ଶିକ୍ଷା ନୀତି – ୨୦୨୦ର ଭୂମିକା ଏବଂ ଭାରତରେ ଶିକ୍ଷାର ବ୍ୟାପକତା ଉପରେ ଆଲୋକପାତ କରିଥିଲେ ଶିକ୍ଷା ମନ୍ତ୍ରୀ । ଭାରତ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ନେଇ କାମ କରିବା ତଥା ଏହା ଦ୍ୱାରା ହେବାକୁ ଥିବା ବିକାଶ ଉପରେ ଚର୍ଚ୍ଚା କରିଥିଲେ । ସେହିପରି ୨୦୭୦ ସୁଦ୍ଧା ନେଟ୍ ଜିରୋ ଆଡକୁ ଅଗ୍ରସର ହେବା ଏବଂ ବିଶ୍ୱ ସବୁଜ ଉର୍ଜା ମଡେଲକୁ ଆକାର ଦେବା ପାଇଁ ପ୍ରବାସୀଙ୍କ ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତର ଐତିହ୍ୟ ସହ ଜଡ଼ିତ ବିଷୟ ସହ ଯୋଡି ହୋଇ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ ପ୍ରବାସୀଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ସିଙ୍ଗାପୁର ଗସ୍ତ କାଳରେ ଶ୍ରୀ ପ୍ରଧାନ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍, ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗ୍, ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ରାଶିଫଳ: ଆଜି ସୋମବାରରେ କେତେକ ରାଶି ଉପରେ ମହାଦେବଙ୍କ ରହିଛି ଆଶୀର୍ବାଦ

ମେଷ: ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ।

ବୃଷ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ। ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ। କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ।

ମିଥୁନ: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ। ଚାକିରୀରେ ଆପଣ ଲାଭର ଖବର ପାଇବେ। ଉଚ୍ଚ ପଦାଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ବିବାହ ଯୋଗ ଦେଖାଦେଇଛି। ମହିଳା ବନ୍ଧୁମାନଙ୍କଠାରୁ ବିଶେଷ ଲାଭ ହେବ। ଆୟ ବୃଦ୍ଧି ହେବାର ସମ୍ଭାବନା ଦେଖାଦେଇଛି। ବିବାହିତ ଜୀବନରେ ସୁଖ ଉପଭୋଗ କରିବେ। ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରିବେ।

କର୍କଟ: ଘରର ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦେବେ। ନୂତନ ଘରୋଇ ଜିନିଷ କିଣିବାର ସମ୍ଭାବନା ଅଛି। ବ୍ୟବସାୟୀ ଏବଂ ଚାକିରୀଆମାନେ ଲାଭ ଏବଂ ପଦୋନ୍ନତି ଆଶା କରିପାରନ୍ତି। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ସରକାରୀ ସୁବିଧା ଉପଲବ୍ଧ ହେବ।  ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ଆଜି ସମସ୍ତ କାର୍ଯ୍ୟ ଏକ ସୁସ୍ଥ ଏବଂ ସହଜ ଢଙ୍ଗରେ ସମାପ୍ତ ହେବ।

ସିଂହ: ଆଜି ପ୍ରକୃତିର କ୍ରୋଧ ହେତୁ ଆପଣ କାମ କରିବାକୁ ମନ ଦେବ ନାହିଁ । ବିତର୍କରେ ଏହାର ଗୁରୁତ୍ୱ ହେତୁ ଅନ୍ୟମାନଙ୍କର ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିବ। ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଶିଘ୍ର ନିଷ୍ପତ୍ତି ଗ୍ରହଣ କିମ୍ବା ପଦକ୍ଷେପ ନେଲେ କ୍ଷତି ହେବାର ସମ୍ଭାବନା ଅଛି। ଚାକିରୀ ବ୍ୟବସାୟ କ୍ଷେତ୍ରରେ ଅବରୋଧ ହେତୁ ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ। ଧାର୍ମିକ ଯାତ୍ରା ହେବାର ସମ୍ଭାବନା ରହିଛି।

କନ୍ୟା: ଆଜି ନୂତନ କାର୍ଯ୍ୟ ଗ୍ରହଣ କରିବା ଲାଭଦାୟକ ନୁହେଁ। ବିଦେଶୀ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟକୁ ଖରାପ କରିବାର ସମ୍ଭାବନା ରହିଛି। କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ନୀରବତାର ଅସ୍ତ୍ର ଅଧିକ ପ୍ରଭାବଶାଳୀ ପ୍ରମାଣିତ ହେବ। ଟଙ୍କା ଖର୍ଚ୍ଚ ଅଧିକ ହେବ। ଗୃହଶତ୍ରୁ ଆପଣଙ୍କର କ୍ଷତି କରିପାରନ୍ତି ସାବଧାନ ରୁହନ୍ତୁ। ନିଆଁ ଏବଂ ପାଣିରୁ ଦୂରେଇ ରୁହନ୍ତୁ। ସରକାର ବିରୋଧୀ କିମ୍ବା ଅନୈତିକ ଧାରା ସୃଷ୍ଟି ନ କରିବାକୁ ଧ୍ୟାନ ଦିଅନ୍ତୁ।

ତୂଳା: ଆଜି ପ୍ରେମ, ରୋମାନ୍ସ, ମନୋରଞ୍ଜନ ଏବଂ ମଜାଦାର ପରିପୂର୍ଣ୍ଣ ଦିନ। ଆପଣ ସାଧାରଣ ଜୀବନରେ ଗୁରୁତ୍ୱ ହାସଲ କରିବେ। ଯଶ ଏବଂ ଖ୍ୟାତି ବୃଦ୍ଧି ପାଇବ। ଅଂଶୀଦାରମାନଙ୍କ ସହିତ ଲାଭ ବିଷୟରେ ଆଲୋଚନା ହେବ। ସୁନ୍ଦର ପୋଷାକ କିମ୍ବା ପୋଷାକ ପାଇଁ ସପିଂ କରିବେ। ଆପଣ ଉତ୍କୃଷ୍ଟ ବିବାହ ଏବଂ ଯାନର ସୁଖ ପାଇବ।ଫି ଟନେସ୍ ଏବଂ ମାନସିକ ସ୍ୱାସ୍ଥ୍ୟ ଠିକ ରହିବ। ସାଙ୍ଗମାନଙ୍କ ସହିତ ଭ୍ରମଣ ହେବ। ଗଣେଶଙ୍କ ଆଶୀର୍ବାଦ ଆପଣଙ୍କ ସହିତ ଅଛି।

ବିଛା: ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ ସହିତ ଘରେ ସମୟ ବିତାଇବେ । ଶାରୀରିକ ଏବଂ ମାନସିକ ସୁଖ କାମ କରିବାରେ ଉତ୍ସାହ ଯୋଗାଇବ। ଅଫିସରେ କର୍ମଚାରୀଙ୍କ ସାହାଯ୍ୟରେ, ଆପଣ ଅନେକ କାର୍ଯ୍ୟ ସମାପ୍ତ କରିପାରିବେ। ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସମାପ୍ତ ହେବ। ଲକ୍ଷ୍ମୀ ଦେବୀଙ୍କ କୃପାରୁ ଆପଣଙ୍କର ଉପଯୁକ୍ତ ଖର୍ଚ୍ଚ ହେବ। ଚିନ୍ତାରୁ ମୁକ୍ତି ପାଇବେ।

ଧନୁ: ଆଜି ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ। କାର୍ଯ୍ୟ ବିଫଳତା ହତାଶା ସୃଷ୍ଟି କରିବ ଏବଂ ଆପଣଙ୍କୁ କ୍ରୋଧିତ କରିବ। କିନ୍ତୁ କ୍ରୋଧକୁ ନିୟନ୍ତ୍ରଣରେ ରଖିପାରିଲେ କୌଣସି ଖରାପ କରିବ ନାହିଁ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ। ବିତର୍କ କିମ୍ବା ଆଲୋଚନା ହେତୁ ସମସ୍ୟା ଉପୁଜିବ। ପିଲାମାନଙ୍କ କ୍ଷେତ୍ରରେ ଚିନ୍ତା ସୃଷ୍ଟି ହେବ, କିନ୍ତୁ ପ୍ରେମୀଯୁଗଳ ଏବଂ ଧନ ପାଇଁ ଏକ ଅନୁକୂଳ ଦିନ ଅଛି।

ମକର: ଆଜି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ଚେତାବନୀ ଦିଆଯାଇଛି। ପାରିବାରିକ ସମସ୍ୟା ଆପଣଙ୍କ ମନକୁ ବିଚଳିତ କରିବ। ମାତାର ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ। ସାଧାରଣ ଜୀବନରେ ଅଜ୍ଞତା କିମ୍ବା ଅସାଧୁତା ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ। ପର୍ଯ୍ୟାପ୍ତ ବିଶ୍ରାମ ନ ପାଇବା ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହେବ। ସତେଜତା ଏବଂ ଆନନ୍ଦ ଅଭାବ ହେବ।

କୁମ୍ଭ: ଆଜି ଆପଣଙ୍କର ମନ ଅତ୍ୟନ୍ତ ଆରାମ ପାଇବ। ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହକୁ ବଢାଇବ। ପଡ଼ୋଶୀ ଏବଂ ଭାଇଭଉଣୀଙ୍କ ସହ ଅଧିକ ସମନ୍ୱୟ ରହିବ । ଘରେ ବନ୍ଧୁ ଏବଂ ପ୍ରିୟଜନଙ୍କ ଆଗମନ ଆନନ୍ଦଦାୟକ ହେବ। ସ୍ଥାନାନ୍ତରଣର ଏକ ସମ୍ଭାବନା ଅଛି।

ମୀନ: ଆପଣଙ୍କ ଖର୍ଚ୍ଚ ବ୍ୟତୀତ କ୍ରୋଧ ଏବଂ ଜିଭକୁ ସଂଯମ କରନ୍ତୁ। କାହା ସହିତ ଝଗଡା ହେବାର ସମ୍ଭାବନା ଅଛି। ଆର୍ଥିକ ବିଷୟ କିମ୍ବା କାରବାରରେ ସାବଧାନ ରୁହନ୍ତୁ। ନକାରାତ୍ମକ ଚିନ୍ତାଧାରା ମନରେ ପ୍ରାଧାନ୍ୟ ବିସ୍ତାର କରିବ। ଖାଇବା ପିଇବାରେ ଅସାବଧାନତା ସ୍ୱାସ୍ଥ୍ୟର ଖରାପ ହେବାର ସମ୍ଭାବନା ଅଛି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ହବିଷ୍ୟାଳୀ ମା’ମାନଙ୍କୁ ଦଣ୍ଡବତ ହୋଇ ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ: ପ୍ରଦାନ କଲେ ବ୍ରତ ସରଞ୍ଜାମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ପ୍ରଭୃତି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା’ ମାନଙ୍କୁ ଦଣ୍ଡବତ ହୋଇ ଆଶୀର୍ବାଦ କାମନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ‘ଏସବୁ ପ୍ରଦାନ କରି ଏହା ମୋ ନିଜର ମା’ଙ୍କୁ ଦେବା ପରି ଅନୁଭବ କରୁଛି’। ସେ କହିଛନ୍ତି ଯେ, ଆପଣ ମାନେ ସମସ୍ତେ ଏହାକୁ ବ୍ରତ ପାଳନ ବେଳେ ବ୍ୟବହାର କରିବେ।

ଏ ମାସ ସାରା ଆପଣ ମାନେ ଯେପରି ଖୁବ୍ ଭଲ ଭାବରେ ହବିଷ କରିବେ, ମହାପ୍ରଭୁଙ୍କ ଦର୍ଶନ କରିବେ, ମହାପ୍ରସାଦ ସେବନ କରିବେ, ଭଜନ କୀର୍ତ୍ତନ ଶୁଣିବେ ଓ ଖୁସି ମନରେ ଘରକୁ ଫେରିବେ, ସେଥିପ୍ରତି ଯତ୍ନବାନ ହେବାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଥିଲେ। ମା’ ମାନଙ୍କୁ  ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଡାକ୍ତର ବ୍ୟବସ୍ଥା ମଧ୍ୟ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଭଲରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ। ନିଜ ପରିବାର ତଥା ରାଜ୍ୟର ସମୃଦ୍ଧି ଓ ବିକାଶ ପାଇଁ  ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ।

ଓଡିଶା ବାହାରେ ଥିବା ସମୟରେ କିଛି ହବିଷ୍ୟାଳୀ ମା’ ମାନଙ୍କ ଅସୁବିଧା ସମ୍ପର୍କରେ ସୂଚନା ପାଇବା ପରେ ସେ  ତୁରନ୍ତ ଏହାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ। ସେ ସବୁର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି। ତେଣୁ ଏହିସବୁକୁ ଦୃଷ୍ଟିରେ ରଖି ଅନେକ ସଂସ୍କାର ଆଣିବାକୁ ପଡିବ। ସବୁଠାରୁ ବଡ ସୁଧାର ହେଉଛି କିପରି ଭାବେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିହେବ। ଏହି ସଂସ୍କାର ପାଇଁ ଆମ ସେବାୟତମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କାର୍ଯ୍ୟରତ ଅଛନ୍ତି। କିନ୍ତୁ, ମୁଁ ଯେପରିଭାବେ କହିଛି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନନ୍ୟ। ପୁରା ବର୍ଷରେ ବୋଧହୁଏ କାର୍ତ୍ତିକ ମାସରେ ସବୁଠାରୁ ଅଧିକ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। କାର୍ତ୍ତିକ ପୂର୍ଣ୍ଣମୀରେ ଅନୁଷ୍ଠିତ ହେଉଥିବା ସୁନା ବେଶ ଦିନ ବୋଧହୁଏ ମନ୍ଦିର ଭିତରେ ସବୁଠାରୁ ଅଧିକ ଭିଡ ହୋଇଥାଏ। ପ୍ରଭୁଙ୍କ କରୁଣାରୁ ସମସ୍ତ ଭକ୍ତ ଦର୍ଶନ କରନ୍ତି, ଏବଂ ଏଇଥର ମଧ୍ୟ ଆପଣମାନେ ସମସ୍ତେ ଶ୍ରୀ ଜୀଉଙ୍କ ଭଲଭାବେ ଦର୍ଶନ କରିବେ ବୋଲି ମୋର ଆଶା ବୋଲି ସେ କହିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ କାର୍ତ୍ତିକ ବ୍ରତର ମହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ବିଶ୍ବାସ ଅଛି, କାଳିଆର ଡୋରୀ ନ ଲାଗିଲେ ଶ୍ରୀକ୍ଷେତ୍ର ଆସିବାର ସୁଯୋଗ ମିଳେନାହିଁ। ପବିତ୍ର କାର୍ତ୍ତିକ ମାସରେ ପବିତ୍ର ଜଗନ୍ନାଥ ଧାମରେ ଆଜି ଆସିବାର ସୁଯୋଗ ମିଳିଥିବାରୁ ମୁଁ ପ୍ରଭୁଙ୍କ ପାଖରେ କୃତକୃତ୍ୟ। ଆମ ଓଡିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସ ଏକ ପବିତ୍ର ଓ ଧାର୍ମିକ ମାସ ଭାବେ ଗଣା ଯାଏ। କାର୍ତ୍ତିକ ମାସ ପୂଣ୍ୟ ଅର୍ଜନର ମାସ। କାର୍ତ୍ତିକ ବ୍ରତର ମହାତ୍ମ୍ୟ ସମ୍ପର୍କରେ କୁହାଯାଇଛି ଯେ ଯେତେ ଦର୍ଶନ, ଯେତେ ତୀର୍ଥ, ଯେତେ ଯାଗ ଯଜ୍ଞ ଇତ୍ୟାଦି ଅଛି ସେସବୁର ଧର୍ମକୁ ଠୁଳ କଲେ କାର୍ତ୍ତିକ ବ୍ରତ ସହିତ ସମାନ ହେବ ନାହିଁ । ଭଗବତ୍ ଗୀତାରେ ମଧ୍ୟ ଏ ବିଷୟରେ ବର୍ଣ୍ଣନା ଅଛି। ଶ୍ରୀକ୍ଷେତ୍ରରେ ଏହାର ସ୍ବତନ୍ତ୍ର ପାଳନ ବିଧି ରହିଛି।  ଏହି ମାସରେ ଆମ ମା ଓ ମାଉସୀ ମାନେ ନିଷ୍ଠାର ସହ ପ୍ରତ୍ୟୁଷରୁ ସ୍ନାନ କରି ବ୍ରତ ପାଳନ ଓ ପୂଜା କରିଥାନ୍ତି। କାର୍ତ୍ତିକ ମାସ ସାରା ସେମାନେ ରାଇ ଦାମୋଦରଙ୍କ ପୂଜା, ତୁଳସୀ ଚଉରା ପୂଜା ସହ ହବିଷ ପାଳନ କରିଥାନ୍ତି। କାର୍ତ୍ତକ ମାସରେ ବିଷ୍ଣୁଙ୍କର ପ୍ରଧାନ ଆରାଧନା ହେଉଛି ରାଇ ଦାମୋଦର ବ୍ରତ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ଭାବେ ବୃନ୍ଦାବତୀ ନିବାସ ନାମରେ ଏକ ହବିଷ୍ୟାଳୀ ଭବନ କରାଯାଇଛି। ଚଳିତ ବର୍ଷ ବୃନ୍ଦାବତୀ ଭବନ ସହିତ ଅନ୍ୟ ତିନୋଟି କେନ୍ଦ୍ର ଯଥା – ଅକ୍ଷୟ ପାତ୍ର ପାଉଣ୍ଡେସନ, ବଗଲା ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ ମାନଙ୍କୁ ରଖାଯାଇଛି। ପୁରୀ ଜିଲ୍ଲା ପ୍ରଶାସନକୁ ମା’ ମାନଙ୍କର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି।

ଜଗନ୍ନାଥଙ୍କ କୃପାରୁ ଆମ ସରକାର ରାଜ୍ୟର ସମସ୍ତ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟକରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା, ଚାଷୀମାନଙ୍କ ପାଇଁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଏବଂ ଲୋକଙ୍କ ସୁଖଦୁଃଖ ବୁଝିବା ପାଇଁ ନିୟମିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।

ସେ କହିଥିଲେ ଯେ, ଏ ସରକାର ଲୋକଙ୍କ ସରକାର, ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କର ସେବକ। ଏହି ସେବା ମନୋଭାବକୁ ଆପଣମାନେ ଆଶୀର୍ବାଦ ଦେବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ପୁରୀ ସାଂସଦ ଡ. ସମ୍ବିତ ପାତ୍ର କହିଲେ ଯେ, ନାରୀର ଜୀବନ ସାଧାରଣ ନୁହେଁ। ନାରୀମାନେ ତାଙ୍କ ଜୀବନ କାଳ ମଧ୍ୟରେ ପରିବାର ପାଇଁ, ସମାଜ ପାଇଁ ଅନେକ ତ୍ୟାଗ କରିଥାନ୍ତି। ମହାପ୍ରଭୁଙ୍କ ନିକଟରେ ଆପଣମାନେ ରାଜ୍ୟବାସୀଙ୍କ କଲ୍ୟାଣ କାମନା କରନ୍ତୁ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ପୁରୀ ବିଧାୟକ ସୁନିଲ ମହାନ୍ତି ଯୋଗଦେଇଥିଲେ। ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡି.ଆଇ.ଜି. ଚରଣ ସିଂ ମୀନା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ୟୁପି ଉପ-ନିର୍ବାଚନରେ ​​ଲଢିବ ନାହିଁ କଂଗ୍ରେସ!: ଏସପିର ନିଷ୍ପତ୍ତିରେ ଅସନ୍ତୁଷ୍ଟ କି?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ୯ ଟି ଆସନରେ ହେବାକୁ ଥିବା ଉପ-ନିର୍ବାଚନରୁ ଭାରତୀୟ ଜାତୀୟ କଂଗ୍ରେସ ଦୂରତା ରଖିପାରେ। ସୂଚନାନୁସାରେ, କଂଗ୍ରେସ-ସମାଜବାଦୀ ପାର୍ଟି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ସମାଜବାଦୀ ପାର୍ଟି ୯ ରୁ କେବଳ ଦୁଇଟି ଆସନ ପ୍ରଦାନ କରିଥିବାରୁ କଂଗ୍ରେସ ଅସହମତି ପ୍ରକାଶ କରି ଉପ-ନିର୍ବାଚନରୁ ଦୂରଇ ରହିବାକୁ ବିଚାର କରୁଛି। ସମାଜବାଦୀ ପାର୍ଟି ଦ୍ୱାରା ପ୍ରାର୍ଥୀଙ୍କ ଏକପାଖିଆ ଘୋଷଣାକୁ ନେଇ କଂଗ୍ରେସ ମଧ୍ୟ ଅସନ୍ତୁଷ୍ଟ ଅଛି।

ଯଦିଓ ୟୁପି କଂଗ୍ରେସର କିଛି ନେତା ସମସ୍ତ ଆସନରେ ପ୍ରାର୍ଥୀ ଦେବା ସପକ୍ଷରେ ଅଛନ୍ତି, ତେବେ ଅଧିକ ସମ୍ଭାବନା ହେଉଛି ଉପ-ନିର୍ବାଚନରେ ​​କଂଗ୍ରେସ ଗୋଟିଏ ବି ପ୍ରାର୍ଥୀ ମଧ୍ୟ ଦେଇନପାରେ। ଆସନ୍ତାକାଲି ଏହି ବିଷୟରେ ଏକ ଔପଚାରିକ ଘୋଷଣା ହେବାର ସମ୍ଭାବନା ଅଛି।

ୟୁପି କଂଗ୍ରେସ ସଭାପତି ଅଜୟ ରାୟ କହିଛନ୍ତି ଯେ, ଉପ-ନିର୍ବାଚନରେ ​​ଦଳ ନିଜ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଳାଇବ। ଆମର ୫ ଟି ଆସନ ପାଇଁ ଏସପି ସହ ଆଲୋଚନା ଚାଲିଛି। ଚୂଡାନ୍ତ ନିଷ୍ପତ୍ତି ଜାତୀୟ ନେତୃତ୍ୱ ନେବ।

ୟୁପିରେ ୧୦ ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିଲା, କିନ୍ତୁ ମିଲ୍କିପୁର ବ୍ୟତୀତ ନିର୍ବାଚନ ଆୟୋଗ କେବଳ ବାକି ୯ ଟି ଆସନରେ ନିର୍ବାଚନ ଘୋଷଣା କରିଛନ୍ତି।

ୟୁପି ଉପ-ନିର୍ବାଚନ ପାଇଁ ଭୋଟ୍ ୧୩ ନଭେମ୍ବରରେ ହେବ ଏବଂ ଗଣନା ୨୩ ନଭେମ୍ବରରେ ହେବ। ମିଲ୍କିପୁର ସମେତ ମୋଟ ୭ ଟି ସିଟ୍ ପାଇଁ ଏସପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସକୁ ଆଲିଗଡର ଖୈର ଏବଂ ଗାଜିଆବାଦ ସଦର ଆସନ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

କୋହଲିଙ୍କ ଯୁଗରେ ଟେଷ୍ଟ ଫର୍ମାଟର ରାଜା ଥିଲା ଟିମ୍ ଇଣ୍ଡିଆ, ରୋହିତଙ୍କ ନେତୃତ୍ଵରେ ବିଗିଡିଲା କି ଖେଳ?

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ବେଙ୍ଗାଲୁରୁରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ହାରିଛି। ଉଭୟଙ୍କ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଏହା ପ୍ରଥମ ମ୍ୟାଚ୍ ଥିଲା। ପରାଜୟ ସହିତ ଟିମ୍ ଇଣ୍ଡିଆ ସିରିଜ୍ ଆରମ୍ଭ କରିଛି। ରୋହିତଙ୍କ କାଳରେ ଘରୋଇ ମାଟିରେ ଏହା ଟିମ୍ ଇଣ୍ଡିଆର ତୃତୀୟ ପରାଜୟ। ବିରାଟ କୋହଲିଙ୍କ ଯୁଗରେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ମାତ୍ର ୨ ଟି ଟେଷ୍ଟ ହାରିଥିଲା।

୨୦୧୪ ରୁ ୨୦୨୧ ପର୍ଯ୍ୟନ୍ତ ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଥିଲେ। ଏହା ପରେ ରୋହିତ ଶର୍ମା ଭାରତୀୟ ଟେଷ୍ଟ ଦଳର ନେତୃତ୍ଵ ନେଇଥିଲେ। କୋହଲିଙ୍କ ଯୁଗରେ ଅର୍ଥାତ୍ ପ୍ରାୟ ୭ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଟେଷ୍ଟରେ ମାତ୍ର ୨ ଟି ପରାଜୟର ସମ୍ମୁଖୀନ ହୋଇଥିଲା। ପ୍ରାୟ ୧୮ ମାସ ମଧ୍ୟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୩ ଟି ଘରୋଇ ଟେଷ୍ଟ ହାରିଛି।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨୦୨୪ ରେ ଦୁଇଟି ଘରୋଇ ଟେଷ୍ଟ ହାରିଛି। ଏହାପୂର୍ବରୁ ୨୦୨୪ ମସିହାରେ ଟିମ ଇଣ୍ଡିଆକୁ ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ୭ ବର୍ଷ ମଧ୍ୟରେ ମାତ୍ର ୨ ଟି ଘରୋଇ ଟେଷ୍ଟ ହାରିଛି।

ଉଲ୍ଲେଖ ଯୋଗ୍ୟ ଯେ, ବେଙ୍ଗାଲୁରୁରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ରୋହିତ ବାହିନୀ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍ ରେ ଆଉଟ୍ ହୋଇଥିଲା। ତା’ପରେ ଏହାର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୪୦୨ ରନ୍ ସ୍କୋର କରିଥିଲା। ଏହା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୪୬୨ ରନ୍ ସଂଗ୍ରହ କରି ନ୍ୟୁଜିଲ୍ୟାଣ୍ଡକୁ ୧୦୭ ରନ୍ ଟାର୍ଗେଟ ଦେଇଥିଲା। ଟାର୍ଗେଟକୁ ପିଛା କରି କିୱି ଦଳ ୧୧୦/୨ ରନ୍ ସ୍କୋର କରି ଜିତିଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳକୁ ୮ ୱିକେଟ୍ ରେ ସମ୍ମୁଖୀନ ହେବାକୁ ପଡିଥିଲା।