Categories
ବିଶେଷ ଖବର ରାଜ୍ୟ ଖବର

ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ୧ ଲକ୍ଷ ଚାଷୀ ପାଇଲେ ୧୧ କୋଟି ଟଙ୍କାର ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍‌ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ଏକ ଲକ୍ଷ ଦୁଗ୍‌ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି। ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଓମ୍‌ଫେଡ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍‌ଧ ଉତ୍ପାଦନ କରୁଛନ୍ତି । ଏଥିରେ ୧୨୯୨ଟି ମହିଳା ସମବାୟ ସମିତି ରହିଛି ଏବଂ ୧ ଲକ୍ଷ ୫ ହଜାର ମହିଳା ଚାଷୀ ମଧ୍ୟ ଦୁଗ୍‌ଧ ଉତ୍ପାଦନରେ ଯୋଗଦାନ ରଖିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଅଲମ୍ପିକ୍‌ରେ ଭାରତର ସଫଳତା ପାଇଁ ଭାରତୀୟ ଟିମ୍‌କୁ ଅଭିନନ୍ଦନ ଜଣାଇ କହିଲେ ଯେ ଭାରତୀୟ ହକୀ ଦଳର ଅନନ୍ୟ ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ।

ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାର ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରୁଛନ୍ତି। ଗରିବ ଲୋକଙ୍କ ଉପରେ କୋଭିଡ ମହାମାରୀର ପ୍ରଭାବ କମ୍ କରିବା ପାଇଁ ରାଜ୍ୟ ସରକାର ଛୋଟ ଦୋକାନୀ, ଛୋଟ ଚାଷୀ, ମିଶନ ଶକ୍ତିର ମା – ସମସ୍ତଙ୍କ ଆକାଉଣ୍ଟରେ ୨୦୦୦ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଛୋଟ ଚାଷୀଙ୍କ ରୋଜଗାରରେ ଗୋପାଳନର ଅବଦାନ ବିଷୟ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ସେମାନଙ୍କ ରୋଜଗାର ବଢାଇବା ସହିତ ଗ୍ରାମ ଅର୍ଥନୀତିକୁ ମଧ୍ୟ ଚଳଚଞ୍ଚଳ କରେ। ମା ମାନଙ୍କ ରୋଜଗାର ବଢାଇବା ସହିତ ସାଧାରଣ ଲୋକଙ୍କ ବିଶେଷକରି ପିଲାମାନଙ୍କ ପୁଷ୍ଟି ସାଧନରେ ଦୁଗ୍‌ଧର ବହୁତ ବଡ ଭୂମିକା ରହିଛି ବୋଲି ସେ କହିଥିଲେ। ତେଣୁ ଦୁଗ୍‌ଧ ଉତ୍ପାଦନରେ ଅଭିବୃଦ୍ଧି ଆଣି ରାଜ୍ୟର ପୁଷ୍ଟି ସ୍ତରକୁ (Nutrition Level) ଆହୁରି ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଦୁଗ୍ଧ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରି ରିହାତି ଯୋଗାଇ ଦେଉଛନ୍ତି। ଚାଷୀମାନେ ଏହି ଯୋଜନାର ଉପଯୋଗ କରି ରାଜ୍ୟର ଦୁଗ୍‌ଧ ଉତ୍ପାଦନ ଲକ୍ଷ୍ୟ ପୂରଣରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ରାଜ୍ୟରେ ଦୁଗ୍‌ଧ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ୫-ଟି ଓ ମୋ ସରକାର ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ବୋଲି ପ୍ରକାଶ କରି ସେ କହିଲେ ଯେ ଏହାର ପ୍ରୟୋଗ ଦ୍ବାରା ରାଜ୍ୟ ପ୍ରାଣୀ ସଂପଦ କ୍ଷେତ୍ରରେ ପରିବର୍ତ୍ତନର ଧାରା ଆସିପାରିଛି । ହକିରେ ଭାରତର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଯୋଗୁ ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ଗୌରବାନ୍ବିତ ହୋଇପାରିଛି ।

ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ନବରଂଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ ଚାଷୀ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ବରଗଡ, ନବରଂଗପୁର ଓ କଟକର ୩ ଜଣ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସ୍ବତନ୍ତ୍ର ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ବରଗଡରୁ  ସତ୍ୟବତୀ ସାହୁ, ନବରଂଗପୁରରୁ ଖୋକନ ବିଶ୍ବାସ ଓ କଟକରୁ ବିଜୟଲକ୍ଷ୍ମୀ ସ୍ବାଇଁ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ରାଜ୍ୟ ସରକାର ସେମାନଙ୍କ ଦୁଗ୍‌ଧ ଚାଷ ପାଇଁ ଅନେକ ପ୍ରକାଶ ସହାୟତା ଦେଉଛନ୍ତି। ଗୋଖାଦ୍ୟ, ଔଷଧ, କ୍ୟାଲସିଅମ, ମିନେରେଲ ମିକ୍ସଚର ଆଦି ଅନେକ ସହାୟତା ମିଳୁଛି। ଦୁଗ୍‌ଧ ଚାଷ ଦ୍ବାରା ସେମାନଙ୍କ ଆର୍ଥିକ ଉନ୍ନତି ହେବା ସହିତ ସେମାନେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇପାରିଛନ୍ତି ଏବଂ ଘର ଖଣ୍ଡେ ଖଣ୍ଡେ କରିପାରିଛନ୍ତି ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ମତ୍ସ୍ୟ ଓ ପଶୁସଂପଦ ବିଭାଗର ସଚିବ କେ. ରଘୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ସୁପ୍ରିମକୋର୍ଟରେ ପେଗାସସ୍ ମାମଲାର ଶୁଣାଣି: ଯଦି ଗଣମାଧ୍ୟମର ରିପୋର୍ଟ ସତ ତେବେ ଅଭିଯୋଗ ଗମ୍ଭୀର ଅଟେ

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ୯ ଟି ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଇଣ୍ଡିଆର ଏଡିଟର୍ସ ଗିଲ୍ଡ ଏବଂ ବରିଷ୍ଠ ସାମ୍ବାଦିକ ଏନ. ରାମ ତଥା ଶଶି କୁମାର ଦେଇଥିବା ଆବେଦନଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

କୋର୍ଟ କହିଛନ୍ତି ଯେ, ଯଦି ଗଣମାଧ୍ୟମର ରିପୋର୍ଟ ସତ୍ୟ ତେବେ ଏହି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଏହି ମାମଲାରେ ପିଏଲ୍ ଦାଖଲ କରିଥିବା ଆଡଭୋକେଟ୍ ଏମ୍.ଏଲ୍ ଶର୍ମା ଶୁଣାଣି ସମୟରେ କପିଲ ସିବଲଙ୍କୁ ଅଟକାଇଥିଲେ, ପରେ ମୁଖ୍ୟ ବିଚାରପତି ଏହାକୁ ବିରୋଧ କରିଥିଲେ। ଶର୍ମାଙ୍କୁ ସିଜେଆଇ ରାମନା କହିଛନ୍ତି ଯେ, “ଖବରକାଗଜ କଟିଙ୍ଗ ବ୍ୟତୀତ ଆପଣଙ୍କ ପାଖରେ ସବିଶେଷ ତଥ୍ୟ କ’ଣ ରହିଛି? ଆପଣ ଚାହୁଁଛନ୍ତି କି, ଆମେ ଏହାର ଅନୁସନ୍ଧାନ କରିବୁ ଏବଂ ତଥ୍ୟ ସଂଗ୍ରହ କରିବୁ? ଏହା ଜନହିତ ଯାଚିକା ଦାଖଲ କରିବାର ଉପାୟ ନୁହେଁ।”

ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି କହିଛନ୍ତି ଯେ, ବିଦେଶୀ କମ୍ପାନୀ ମଧ୍ୟ ଏହି ମାମଲାରେ ଜଡିତ ଅଛନ୍ତି। ଏହା ଏକ ଜଟିଳ ପ୍ରସଙ୍ଗ। କେହି ନୋଟିସ୍ ନେବାକୁ କେନ୍ଦ୍ର ତରଫରୁ ହାଜର ହେବା ଉଚିତ୍। ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଅଗଷ୍ଟ ୧୦ ତାରିଖରେ ହେବ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ୧ ହଜାର ୬୦୦ ନାଗରିକ ନେବେ ଟୀକା: ଗର୍ଭବତୀ ମହିଳା ନେବେ ୫୦୦ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ୧ ହଜାର ୬୦୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ତନ୍ମଧ୍ୟରୁ ବାଲୁଗାଁ ଏନଏସି ଓ ଚିଲିକା ବ୍ଲକର ୫୦୦ ଜଣ ଗର୍ଭବତୀ ମହିଳା ପ୍ରଥମ ଡୋଜ ଟୀକା ନେବେ ଏବଂ ବାଣପୁର ସହରାଞ୍ଚଳର ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଦୁଇଟି ଟୀକା କେନ୍ଦ୍ରରେ ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ବାଣପୁର ଏନଏସି (ଅନଲାଇନ ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ– ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୧୦୦ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳା (ଅଫଲାଇନ)- ୩୦ ଡୋଜ

୨- କୃତିବାସ ଭବନ– ପ୍ରଥମ ଡୋଜ- ୧୫୦ (କେବଳ ୧୮-୪୪ ବର୍ଷୀୟ ନାଗରିକ)

ବାଣପୁର ଗ୍ରାମାଞ୍ଚଳ:

୩- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୪- ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୫- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୧୨୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୬- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୧୨୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୭- ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭ ୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୮- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

ତେବେ ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୮ ରୁ ଟୀକାକରଣ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ)

୧- ନିମିକ୍ଷେତା ପ୍ରାଥମିକ ବିଦ୍ୟାଳୟ (ନିମିକ୍ଷେତା ଗ୍ରାପ )– ୧୦୦ ଡୋଜ

ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

– ସେହିଭଳି ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

ତେବେ ବାଲୁଗାଁ ଏନଏସି ଏବଂ ଚିଲିକା ବ୍ଲକର ଗର୍ଭବତୀ ମହିଳାମାନଙ୍କ ପାଇଁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫୦ ଡୋଜ, ନଈରୀ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫୦ ଡୋଜ, ଜରିପଡ଼ା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଡୋଜ ଏବଂ ସୋରଣ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଗୋଟି ପ୍ରଥମ ଡୋଜ ଟୀକା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସକାଳ ୯ ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ନନ୍ଦିନୀ ଶତପଥୀ ଓଡିଶାର ‘ପ୍ରଥମ’ ମହିଳା ମୁଖ୍ୟମନ୍ତ୍ରୀ କି ?

ଶରତ ପାଇକରାୟ

ମୋର ବର୍ଷ କିମ୍ବା ତାରିଖ ମନେ ପଡୁ ନାହିଁ। ସେତେବେଳେ ନନ୍ଦିନୀ ଶତପଥୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ମୁଁ ଇଟିଭି ଓଡିଆର ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥାଏ। ଥରେ ଭୁବନେଶ୍ବରର ଏକ ତାରକା ହୋଟେଲରେ ଏକ ମହିଳା ସଂଗଠନର କାର୍ଯ୍ୟକ୍ରମ ହେଉଥିଲା। ସେଥିରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। ଏଥିସହିତ ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ସହିତ ବହୁ ବିଶିଷ୍ଠ ମହିଳା ଅତିଥୀ ମଧ୍ୟ ଥିଲେ। ସୌଭାଗ୍ୟ ମୋର ସେଦିନ ଛୁଟି ଥିବାରୁ ସେହି କାର୍ଯ୍ୟକ୍ରମରେ ଜଣେ ଦର୍ଶକ ଭାବେ ସାମିଲ ହୋଇପାରିଥିଲି।

ମୁଁ ପହଁଛିବାର କିଛି ସମୟ ପରେ ସଭା କାଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ସମସ୍ତେ ସେମାନଙ୍କର ଭାଷଣ ଦେବା ବେଳେ ନନ୍ଦିନୀ ଶତପଥୀଙ୍କୁ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧିତ କରୁଥିଲେ। ଏପରି ସମ୍ବୋଧନ କରିବାରେ କିଛି ଭୁଲ ମଧ୍ୟ ନ ଥିଲା। କାରଣ ସେ ଥିଲେ ମହିଳା ଭାବେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ। ତେବେ ଯେତେବେଳେ ନନ୍ଦିନୀ ଶତପଥୀଙ୍କ କହିବାର ପାଳି ଆସିଲା, ସେତେବେଳେ ସେ ପ୍ରଥମେ ଏହି ‘ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ’ ସମ୍ବୋଧନକୁ ନେଇ ବିରକ୍ତି ପ୍ରକାଶ କରିଥିଲେ। ନନ୍ଦିନୀ ଦେବୀଙ୍କ ଏପରି ବିରକ୍ତି ଭାବ ଦେଖି ଆୟୋଜକ ତଥା ସେଠାରେ ଥିବା ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ନନ୍ଦିନୀଦେବୀ କହିଲେ ଯେ, ମୋତେ ସମସ୍ତେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧିତ କଲ। ଭଲ କଥା। ହେଲେ ମୁଁ ଜାଣିପାରୁ ନାହିଁ ଆପଣମାନେ ମୋତେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ବୋଲି କାହିଁକି କହୁଛନ୍ତି। ହଠାତ୍ ନନ୍ଦିନୀ ଦେବୀଙ୍କ ଏପରି ପ୍ରଶ୍ନରେ ସମସ୍ତେ ସ୍ତବ୍ଧ ହୋଇପଡିଥିଲେ। ତାପରେ ନନ୍ଦିନୀ ଦେବୀ କହିଲେ, ଯେଉଁମାନେ ମୋତେ ଏପରି ସମ୍ବୋଧନ କଲେ ସେହିମାନଙ୍କୁ ମୋର ପ୍ରଶ୍ନ ମୁଁ ଯଦି ପ୍ରଥମ ହେଲି ତେବେ ଓଡିଶାର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ କିଏ ? ଯଦି କେହି ନାହାଁନ୍ତି ତେବେ ମୁଁ ପ୍ରଥମ କାହିଁକି ହେବି ? ପ୍ରେକ୍ଷାଳୟରେ ସମସ୍ତେ ପରସ୍ପରକୁ ଅନେଇଲେ। ଭାବିଲେ ସେମାନେ କଣ କିଛି ଭୁଲ କହିଛନ୍ତି କି ? କିଛି ସମୟ ପାଇଁ ଦର୍ଶକରେ ଭରପୁର ସେହି ପ୍ରେକ୍ଷାଳୟଟି ନିରବି ଯାଇଥିଲା। ନନ୍ଦିନୀଦେବୀ ମଧ୍ୟ ପ୍ରଶ୍ନଟି ଫୋପାଡି ଦେଇ କିଛି ସମୟ ପାଇଁ ଚୁପ ରହି ସମସ୍ତଙ୍କୁ ଅନାଉଥିଲେ।

କିଛି ସମୟର ନିରବତା ପରେ ନନ୍ଦିନୀଦେବୀ କହିଲେ ଯେ, ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦ୍ବିତୀୟ କିମ୍ବା ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ନାହାଁନ୍ତି। ଯଦି ଥାଆନ୍ତେ ତେବେ ମୁଁ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତି। ଯେ ପର୍ଯ୍ୟନ୍ତ ଓଡିଶାରେ କେହି ମହିଳା ମୁଖ୍ୟମନ୍ତ୍ରୀ ହୋଇ ନାହାଁନ୍ତି, ସେ ପର୍ଯ୍ୟନ୍ତ ମୁଁ ହେଉଛି ଓଡିଶାର ‘ଏକମାତ୍ର’ ମହିଳା ମୁଖ୍ୟମନ୍ତ୍ରୀ। ପ୍ରଥମ ନୁହଁ ଏକମାତ୍ର। ଏପରି ଉତ୍ତରରେ ସେଠାରେ ଉପସ୍ଥିତ ସମସ୍ତ ବିଜ୍ଞ ଅତିଥି ତଥା ଦର୍ଶକମାନେ ନିରବରେ ନିଜର ଭୁଲ ବୁଝି ନନ୍ଦିନୀଦେବୀଙ୍କ କଥାକୁ ସମର୍ଥନ କରିଥିଲେ। ସେଦିନର ନନ୍ଦିନୀ ଦେବୀ ସେହି ଭାଷଣ ମୋ ପାଇଁ ଏକ ସ୍ମରଣୀୟ ହୋଇ ରହିଛି।

( ଗତକାଲି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୧୫ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏହି ଲେଖାଟି ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟଙ୍କ ଫେସବୁକ ପୋଷ୍ଟରୁ ପ୍ରକାଶିତ କରାଯାଇଛି।)

Categories
ଆଜିର ଖବର ଜାତୀୟ ଖବର

ଯୁବ କଂଗ୍ରେସର ପ୍ରଦର୍ଶନରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ରୋଜଗାର ପ୍ରସଙ୍ଗରେ କେନ୍ଦ୍ରକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ଏବଂ ପେଗାସସ୍ ଗୁପ୍ତଚର ବିରୋଧରେ ଭାରତୀୟ ଯୁବ କଂଗ୍ରେସ ଆଜି ବିରୋଧ ପ୍ରଦର୍ଶନ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶର ସବୁଠାରୁ ବଡ ପ୍ରସଙ୍ଗ ହେଉଛି ରୋଜଗାର କିନ୍ତୁ ପିଏମ ମୋଦୀ ରୋଜଗାର ପ୍ରସଙ୍ଗରେ କିଛି କହୁ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିବର୍ଷ ୨ କୋଟି ଚାକିରୀ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଚାକିରୀ ଦେବା ବଦଳରେ ଲକ୍ଷ ଲକ୍ଷ ଯୁବକଙ୍କ ଚାକିରୀ ଚାଲିଯାଇଛି।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ନରେନ୍ଦ୍ର ମୋଦୀଙ୍କ କାମ ହେଉଛି ଭାରତର ସତ୍ୟକୁ ଦମନ କରିବା। ସେ ଏହି କାମ ଭାରତର ଦୁଇ-ତିନି ଶିଳ୍ପପତିଙ୍କ ପାଇଁ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଭାରତ ସରକାର ରୋଜଗାର ବିଷୟ ଆଲୋଚନାକୁ ଅନୁମତି ଦିଅନ୍ତି କି? ଭାରତ ସରକାର ଚାଷୀଙ୍କ ବିଷୟରେ କଥାବାର୍ତ୍ତା କରନ୍ତି କି? ବର୍ତ୍ତମାନ ଦିଲ୍ଲୀରେ ଏକ ଛୋଟ ଝିଅକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। କିନ୍ତୁ ଏହି ଖବର କୌଣସି ଗଣମାଧ୍ୟମରେ ଦେଖିଛନ୍ତି କି? ମୋଦୀଙ୍କ ଲକ୍ଷ୍ୟ ହେଉଛି ଭାରତର ଯୁବକଙ୍କ ସ୍ୱରକୁ ଦମନ କରିବା। କାରଣ ସେମାନେ ଜାଣନ୍ତି ଯେ ଯେଉଁ ଦିନ ଭାରତର ଯୁବକମାନେ ସତ୍ୟ କହିବା ଆରମ୍ଭ କରିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଶେଷ ହୋଇଯିବ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ପୁରୁଷ ହକି ଟିମକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ, ସିଧାପ୍ରସାରଣ ଦେଖି ମାରିଲେ ତାଳି

ଭୁବନେଶ୍ବର, ଭାରତୀୟ ହକି ଦଳ ଟୋକିଓ ଅଲମ୍ପିକ୍ସରେ ଐତିହାସିକ ବିଜୟ ନେଇ ସାରା ଦେଶରୁ ଛୁଟିଛି ଅଭିନନ୍ଦନ। ଏପରି କ୍ଷେତ୍ରରେ ହକି ଇଣ୍ଡିଆର ପ୍ରାୟଯୋକ ଥିବା ଓଡିଶା କିପରି ବାଦ ପଡିଥାଆନ୍ତା। ପୁରୁଷ ହକି ଦଳର ଏପରି ବିଜୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଫୋନ ଯୋଗେ ଖେଳିଳୀଙ୍କ ସହିତ କଥା ହୋଇ ଏହି ଖୁସିକୁ ବାଣ୍ଟିଛନ୍ତି।

ମୁଖ୍ୟମନ୍ତ୍ରୀ ଟେଲିଭିଜନରେ ଏହାର ସିଧା ପ୍ରସାରଣ ଦେଖି ଏହି ବିଜୟରେ ତାଳି ମାରି ଖୁସି ପ୍ରକଟ କରିଛନ୍ତି। ଏକ ଧଳା ଟିସାର୍ଟ ଓ ଟ୍ରାଉଜର ପିନ୍ଧି ସେ ଏହି ଖେଳକୁ ଉପଭୋଗ କରୁଥିଲେ। ପାଖରେ ଥିଲେ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୮ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୬ ହଜାର ୨୩୬ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୨୩୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ୧୨ ଜଣ ଲେଖାଏଁ, କଟକ ଜିଲ୍ଲାରୁ ୧୧ ଜଣ, କେନ୍ଦ୍ରପଡା ଜିଲ୍ଲାରୁ ୪ ଜଣ, ବରଗଡ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀରି, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ନବରଙ୍ଗପୁର, ନୂଆପଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୩ ହଜାର ୫୨୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୩ ହଜାର ୭୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୫୧୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୨୩୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଏବେ ଆରଟିଓରେ ଚକ୍କର ଲଗାଇବାକୁ ପଡିବନି, ଏହି ସଂସ୍ଥାଗୁଡିକ ମଧ୍ୟ ଜାରି କରି ପାରିବେ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କିଛି ସମୟ ପାଇଁ ଡ୍ରାଇଭିଂ ଲାଇସେନ୍ସ ତିଆରି ପ୍ରକ୍ରିୟାକୁ ସରଳ କରିଛନ୍ତି। ଏଥି ସହିତ ବର୍ତ୍ତମାନ ସରକାର ଏହି ଦିଗରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ନିୟମ ପରିବର୍ତ୍ତନ କରିଛି। ସରକାରଙ୍କ ନୂତନ ନିୟମ ଅନୁଯାୟୀ, ଯାନ ଉତ୍ପାଦନକାରୀ ସଂଘ, ଏନଜିଓ ଏବଂ ବେସରକାରୀ କମ୍ପାନୀମାନଙ୍କୁ ତାଲିମ କେନ୍ଦ୍ର ଚଳାଇବାକୁ ଅନୁମତି ଦିଆଯିବ। ତାଲିମ ପରେ, ଏହି ସମସ୍ତ ସଂସ୍ଥା ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାରେ ସକ୍ଷମ ହେବେ।

ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ମାନ୍ୟତା ପାଇଁ ଏହି ସଂସ୍ଥା ଆବେଦନ କରିପାରିବେ:

କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବୁଧବାର ଏଥିପାଇଁ ନିର୍ଦ୍ଦେଶନାମା ଜାରି କରିଛି। ଯାହା ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ନୂତନ ସୁବିଧା ସହିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ୱାରା ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯିବ। ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ଫାର୍ମ, ଏନଜିଓ, ବେସରକାରୀ କମ୍ପାନୀ, ଅଟୋମୋବାଇଲ୍ ଆସୋସିଏସନ୍, ଯାନ ଉତ୍ପାଦନକାରୀ ସଙ୍ଗଠନ, ସ୍ୱୟଂଶାସିତ ସଂସ୍ଥା, ବେସରକାରୀ ଯାନ ନିର୍ମାତା ଭଳି ବୈଧ ସଂସ୍ଥାଗୁଡିକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ମାନ୍ୟତା ପାଇଁ ଆବେଦନ କରିପାରିବେ।

ଏହା ଆବଶ୍ୟକ ହେବ:

କେନ୍ଦ୍ରୀୟ ମୋଟର ଯାନ (ସିଏମଭି) ନିୟମ, ୧୯୮୯ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ଜମିରେ ଏହି ବୈଧ ସଂସ୍ଥାଗୁଡ଼ିକର ଆବଶ୍ୟକୀୟ ସୁବିଧା ରହିବା ଆବଶ୍ୟକ। କେବଳ ଏତିକି ନୁହେଁ, ଯଦି କେହି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପାଇଁ ଆବେଦନ କରନ୍ତି, ତେବେ ଏହାକୁ ପରିଚାଳନା ପାଇଁ ତାଙ୍କୁ ଆର୍ଥିକ ସାମର୍ଥ୍ୟ ଦେଖାଇବାକୁ ପଡ଼ିବ।

ବାର୍ଷିକ ରିପୋର୍ଟ ଦାଖଲ ହେବ:

କେନ୍ଦ୍ର ସରକାରଙ୍କ ନୂତନ ନିୟମ ଅନୁଯାୟୀ, ଏହିପରି ଡ୍ରାଇଭର ତାଲିମ କେନ୍ଦ୍ର ମାନ୍ୟତା ପାଇବା ବ୍ୟତୀତ ରାଜ୍ୟ ସରକାରଙ୍କୁ ସୂଚନା ବିସ୍ତାର କରିବାକୁ ପଡିବ। ସରକାରଙ୍କ ଅନୁଯାୟୀ, ଡ୍ରାଇଭର ତାଲିମ କେନ୍ଦ୍ର ଖୋଲିବାର ପ୍ରକ୍ରିୟା ଆବେଦନ କରିବାର ୬୦ ଦିନ ମଧ୍ୟରେ ଶେଷ କରିବାକୁ ପଡିବ। ଏହି ତାଲିମ କେନ୍ଦ୍ରଗୁଡ଼ିକୁ ମଧ୍ୟ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ ପଡିବ। ଯାହା ଆରଟିଓ କିମ୍ବା ଡିଟିଓ ରେ ଜମା ହୋଇପାରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୪୨ ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୯୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୭ ଲକ୍ଷ ୭୮ ହଜାର ୫୮୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୬ ହଜାର ୨୯୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୭୪ ହଜାର ୭୪୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୧୧ ହଜାର ୭୬ ଆକ୍ଟିଭ୍‌ କେସ୍ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ଅଲମ୍ପିକ୍ସ: ୪୧ ବର୍ଷ ପରେ ଭାରତୀୟ ପୁରୁଷ ଦଳ ହକିରେ ଜିତିଲା ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ଚମତ୍କାର ପ୍ରଦର୍ଶନ କରି ଭାରତୀୟ ହକି ଦଳ ଜର୍ମାନୀକୁ ୫-୪ ବ୍ୟବଧାନରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ହକିରେ ପଦକ ଜିତିଛି। ଏହାପୂର୍ବରୁ ଭାରତ ଭାସୁଦେବନ ଭାସ୍କରନଙ୍କ ଅଧିନାୟକତ୍ୱରେ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭାରତ ପାଇଁ ସିମରଞ୍ଜିତ ସିଂ ଦୁଇଟି ଗୋଲ ସ୍କୋର କରିଥିଲେ, ହରମାନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ ଏବଂ ହାର୍ଦ୍ଦିକ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଏହି ମ୍ୟାଚରେ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ବର୍ତ୍ତମାନର ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଭାରତ ଏହି ମ୍ୟାଚରେ ଖରାପ ଆରମ୍ଭ କରିଥିଲା ​​ଏବଂ ମ୍ୟାଚ୍ର ପ୍ରଥମ ମିନିଟରେ ଜର୍ମାନୀ ଗୋଟିଏ ଗୋଲ୍ ସ୍କୋର କରି ୦-୧ରେ ଅଗ୍ରଣୀ ହାସଲ କରିଥିଲା। ଜର୍ମାନୀ ପାଇଁ ତିମୁର ଓରୁଜ ଏହି ଗୋଲ ସ୍କୋର କରିଥିଲେ। ପଞ୍ଚମ ମିନିଟରେ ଭାରତ ଫେରିବାର ସୁଯୋଗ ପାଇଲା କିନ୍ତୁ ରୁପିନ୍ଦର ପାଲ ସିଂ ପେନାଲ୍ଟି କର୍ଣ୍ଣରକୁ ରୂପାନ୍ତର କରିବାରେ ବିଫଳ ହୋଇଥିଲେ। ପ୍ରଥମ କ୍ୱାର୍ଟର ଶେଷ ହେବା ପରେ ଜର୍ମାନୀ ଭାରତଠାରୁ ୦-୧ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଭାରତର ଗୋଲକିପର ଶ୍ରୀଜେଶ ଏହି କ୍ୱାର୍ଟରରେ କିଛି ଉଜ୍ଜ୍ୱଳ ପ୍ରତିରକ୍ଷା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୩୪୨ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୫୬୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୩ ହଜାର ୫୨୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୩ ହଜାର ୭୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୫୧୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୧୬୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୭୭ ଜଣ, କଟକ ଜିଲ୍ଲାରୁ ୧୬୪ ଜଣ, ଅନୁଗୁଳ ଜିଲ୍ଲାରୁ ୩୦ ଜଣ, ବାଲେଶ୍ଵର ଜିଲ୍ଲାରୁ ୫୯ ଜଣ, ବରଗଡ ଜିଲ୍ଲାରୁ ୮ ଜଣ, ଭଦ୍ରକ ଜିଲ୍ଲାରୁ ୪୦ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩ ଜଣ, ଦେବଗଡ ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୯ ଜଣ, ଗଜପତି ଜିଲ୍ଲାରୁ ୪ ଜଣ, ଗଞ୍ଜାମ ଜିଲ୍ଲାରୁ ୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୭୮ ଜଣ, ଯାଜପୁର ଜିଲ୍ଲାରୁ ୬୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୩ ଜଣ, କନ୍ଧମାଳ ଜିଲ୍ଲାରୁ ୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪୩ ଜଣ, କେନ୍ଦୁଝର ଜିଲ୍ଲାରୁ ୨୩ ଜଣ, କୋରାପୁଟ ଜିଲ୍ଲାରୁ ୧୧ ଜଣ, ମାଲକାନଗିରି ଜିଲ୍ଲାରୁ ୭ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ ଜଣ, ନୟାଗଡ ଜିଲ୍ଲାରୁ ୨୮ ଜଣ, ନୂଆପଡା ୩ ଜଣ, ପୁରୀ ଜିଲ୍ଲାରୁ ୫୫ ଜଣ, ରାୟଗଡା ଜିଲ୍ଲାରୁ ୧୮ ଜଣ, ସମ୍ବଲପୁର ଜିଲ୍ଲାରୁ ୧୮ ଜଣ, ସୋନପୁର ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୩ ଜଣ ଏବଂ ଷ୍ଟେଟ ପୁଲରୁ ୧୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ସଂପର୍କ ଭାଙ୍ଗିଗଲେ ସବୁ ସରିଗଲା, ଏହାକୁ ଦୃଢ କରିବା ପାଇଁ ଜାଣନ୍ତୁ ଏହି ଚାରୋଟି କଥା

Chanakya Niti: ସମସ୍ତେ ଖୁସି ଏବଂ ଭଲ ସମ୍ପର୍କ ରଖିବାକୁ ଚାହାଁନ୍ତି । ବ୍ୟବସାୟ ହେଉ କିମ୍ବା ବ୍ୟକ୍ତିଗତ ସମ୍ପର୍କ ହେଉ । କାରଣ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ଅସୁବିଧାରେ ସାହାଯ୍ୟ ମିଳେ। ତାଙ୍କ ସମସ୍ୟାର ସମାଧାନ କରିବାକୁ ସମସ୍ତେ ଚେଷ୍ଟା କରନ୍ତି।

ସେଥିପାଇଁ ସଂପର୍କକୁ ଦୃଢ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଚାରୋଟି କଥା କହିଛନ୍ତି। ଯେହେତୁ ଚାଣକ୍ୟ ନିଜେ ଜଣେ ମହାନ ଶିକ୍ଷାବିତ୍, ଅର୍ଥନୀତିଜ୍ଞ ତଥା ରାଜନେତା ଥିଲେ, ସେଥିପାଇଁ ଜଣେ ବ୍ୟକ୍ତି କିପରି ନିଜ ଜୀବନରେ ସମ୍ପର୍କକୁ ମଜବୁତ କରିପାରିବ ଏବଂ ତାଙ୍କର କେଉଁ ଗୁଣ ରହିବା ଉଚିତ୍ ସେ ସଂପର୍କରେ ସେ ତଥ୍ୟ ରଖିଛନ୍ତି।

ଜାଣନ୍ତୁ ଚାଣକ୍ୟଙ୍କ ଅନୁଯାୟୀ ଏହି ଚାରୋଟି କଥା କିପରି ଏକ ଦୃଢ ସମ୍ପର୍କ ସୃଷ୍ଟି କରିପାରିବ।

1-ସମ୍ପର୍କରେ ପ୍ରେମ ଏବଂ ବିଶ୍ୱାସ- କୌଣସି ବ୍ୟକ୍ତି ସମସ୍ତଙ୍କୁ ଖୁସି ରଖିବା ସହଜ ନୁହେଁ । ହେଲେ ଏହାର ଅର୍ଥ ନୁହେଁ ଯେ ପ୍ରତାରଣା କରି ସମ୍ପର୍କକୁ ମଜବୁତ କରାଯିବ। ଏପରି କରିବା ଦ୍ୱାରା ସମ୍ପର୍କର ମୂଳଦୁଆ ଦୁର୍ବଳ ହୋଇଯାଏ । ସେଥିପାଇଁ କୌଣସି ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରେମ ଏବଂ ବିଶ୍ୱାସ ଜରୁରୀ

2-ମଧୁରତା ବଜାୟ ରଖନ୍ତୁ- ଚାଣକ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ କଥା ମିଠା ହେବା ଉଚିତ୍। ଜଣେ ବ୍ୟକ୍ତିଙ୍କ ହୃଦୟରେ ପ୍ରେମର ଭାବନା ରହିବା ଉଚିତ୍ । ମଧୁର ସ୍ୱର ଥିବା ଲୋକମାନେ ସମସ୍ତଙ୍କ ପାଇଁ ପ୍ରିୟ ଅଟନ୍ତି । ତେଣୁ, ସମ୍ପର୍କକୁ ମଜବୁତ କରିବାକୁ ହେଲେ ଆପଣଙ୍କର କଥାବାର୍ତ୍ତାରେ ମଧୁର ରଖନ୍ତୁ

3-ଅହଂ ଭାବ ଛାଡିଦିଅ- ଚାଣକ୍ୟ କୁହନ୍ତି ଯେ ଅହଂ ଭାବେ ବିନାଶର ମୁଖ୍ୟ କାରଣ । ଏହି କାରଣରୁ, ସମ୍ପର୍କ ନଷ୍ଟ ହୋଇଯାଏ । ଚାଣକ୍ୟଙ୍କ ମତରେ, ଜଣେ ବ୍ୟକ୍ତିର ଅହଂକାର କେବେବି ସମ୍ପର୍କଠାରୁ ବଡ଼ ହେବା ଉଚିତ୍ ନୁହେଁ

4- ସମ୍ମାନ ଗୁରୁତ୍ୱପୂର୍ଣ୍ଣ- ଚାଣକ୍ୟ କହିଛନ୍ତି ଯେ ପ୍ରତ୍ୟେକ ସମ୍ପର୍କରେ ସମ୍ମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ କ୍ରୋଧରେ କାହାକୁ ଆଘାତ କିମ୍ବା ଅପମାନିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ତେଣୁ ସମ୍ପର୍କର ସମ୍ମାନ ରକ୍ଷା କରନ୍ତୁ ।

Categories
ଜୀବନ ଶୈଳୀ ବିଶେଷ ଖବର

ହିନ୍ଦୁ ବିବାହ ଆଇନରେ ଛାଡପତ୍ର ବ୍ୟବସ୍ଥା

ଚିତ୍ତରଂଜନ କାନନୁଗୋ

ପୂର୍ବ କାଳରେ ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ବିବାହକୁ ପବିତ୍ର ଐଶ୍ୱରୀୟ ବନ୍ଧନ ଭାବେ ବିବେଚନା କରାଯାଉଥିଲା। ହିନ୍ଦୁ ବିବାହରେ ସମ୍ପନ୍ନ କରାଯାଉଥିବା କର୍ମ ମଧ୍ୟ ହୋମ ଯଜ୍ଞଠାରୁ କମ୍ ନ ଥିଲା। ବିବାହ ସାତ ଜନ୍ମ ପାଇଁ ଏକ ବନ୍ଧନ ଏବଂ ଏହା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଜନ୍ମଜନ୍ମାନ୍ତର ପାଇଁ ଏକ ସ୍ୱର୍ଗୀୟ ସମ୍ପର୍କ ଭାବେ ପ୍ରତ୍ୟେକ ଗ୍ରହଣ କରୁଥିଲେ । ପୁରାଣ ଶାସ୍ତ୍ରରେ ପତି ପତ୍ନୀଙ୍କ ମଧ୍ୟରେ ଥିବା ଗଭୀର ବିଶ୍ୱାସ ଓ ତ୍ୟାଗର ସମ୍ପର୍କ ଉଦାହରଣ ଭାବେ ପ୍ରତ୍ୟେକଙ୍କ ପାଇଁ ଗ୍ରହଣୀୟ ଥିଲା।

ସ୍ୱାଧୀନୋତ୍ତର ଭାରତରେ ୧୯୫୫ ମସିହାରେ ହିନ୍ଦୁ ବିବାହ ଆଇନ କାର୍ଯ୍ୟକାରୀ ହେବା ପରେ ମଧ୍ୟ ହିନ୍ଦୁ ବିବାହ ଏକ ପବିତ୍ର ବନ୍ଧନ ଭାବେ ଆଇନ ସମ୍ମତ ଅଟେ । ମାତ୍ର ଅନ୍ୟାନ୍ୟ ଧର୍ମମାନଙ୍କରେ ଥିବା ଆଇନ ଅନୁସାରେ ପତି ଓ ପତ୍ନୀ ଦୁଇଟି ପକ୍ଷ ଓ ସେମାନଙ୍କ ମଧ୍ୟରେ ବିବାହ ଏକ ଚୁକ୍ତି ଅଟେ । ଯେକୌଣସି ସମୟରେ ପକ୍ଷମାନେ ଚାହିଁଲେ ନିଜର ଇଚ୍ଛା ଅନୁସାରେ ବିବାହ ବିଚ୍ଛେଦ କରି ପରସ୍ପର ଠାରୁ ଛାଡପତ୍ର ନେଇପାରିବେ ଓ ଚାହିଁଲେ ପୁନଶ୍ଚ ବିବାହ କରିପାରିବେ ।

ଏଠାରେ ଏକଥା କହିବା ଉଚିତ ଯେ ହିନ୍ଦୁ ଆଇନ ଅନୁସାରେ ପ୍ରତ୍ୟେକ ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ଧର୍ମବିଲମ୍ବୀ ବ୍ୟକ୍ତିମାନେ ହିନ୍ଦୁ ଆଇନ ଦ୍ୱାରା ପରିଚାଳିତ ହୁଅନ୍ତି । ପୂର୍ବକାଳରେ ଭାରତ ବର୍ଷରେ ହିନ୍ଦୁ ବିବାହ କେବଳ ବଂଶ ରକ୍ଷା ନିମନ୍ତେ ଉଦ୍ଦିଷ୍ଠ ଥିବାରୁ ବିବାହ ବିଚ୍ଛେଦ ବା ଛାଡପତ୍ର ଭଳି ପ୍ରଥା ପ୍ରଚଳିତ ନ ଥିଲା । ଯେତେ ବାଧା, ବିଘ୍ନ, ସମସ୍ୟା, ମତାନ୍ତର ଓ ମନାନ୍ତର ଆସିଲେ ମଧ୍ୟ ସମାଜ ଓ ପରିବାରର ହିତ ଦୃଷ୍ଟିରୁ ଏକତ୍ର ବସବାସ କରିବା ପତି ପତ୍ନୀଙ୍କ ନିମନ୍ତେ ଧ୍ୟେୟ ଥିଲା ଏବଂ ନୈତିକ ଜୀବନ ଯାପନ କରିବା ପାଇଁ ସେମାନେ ପ୍ରେରିତ ଥିଲେ ।

ବର୍ତ୍ତମାନ ପ୍ରଚଳିତ ଆଇନ ଅନୁସାରେ ଯଦି ପତି ପତ୍ନୀ ଉଭୟ ନିଜ ନିଜର ସ୍ୱଇଚ୍ଛା ଓ ସହମତିରେ ବୈବାହିକ ସମ୍ପର୍କ ରଖିବାକୁ ନଚାହାନ୍ତି ଏବଂ ଆପୋଷ ବୁଝାମଣାରେ ବିବାହ ବିଚ୍ଛେଦ କରିବାକୁ ଚାହାନ୍ତି, ସେମାନେ ଅଦାଲତରେ ଏକ ମିଳିତ ଦରଖାସ୍ତ କରିପାରିବେ । ସେଥିରେ ସେମାନେ ବିବାହ ବିଚ୍ଛେଦର ନିର୍ଦ୍ଧିଷ୍ଟ କାରଣ ପ୍ରକାଶ କରିବେ । କାରଣ ଅଦାଲତଙ୍କ ଆଦେଶ ବ୍ୟତୀତ ବିବାହ ବିଚ୍ଛେଦ ଅନ୍ୟ କୌଣସି ବାଟରେ ଗ୍ରହଣୀୟ ନୁହେଁ । ବର୍ଷେରୁ ଅଧିକ ସମୟ ଧରି ପୃଥକ ଭାବେ ରହିବା, ଏକାଠି ରହିବାକୁ ସମ୍ଭବପର ହେଉନଥିବା ଏବଂ ବିବାହ ବନ୍ଧନକୁ ନିଶେଃଷ କରି ଅଲଗା ରହିବା ନିଷ୍ପତ୍ତି ଇତ୍ୟାଦିକୁ ସେମାନେ କାରଣ ଭାବେ ଦର୍ଶାଇପାରିବେ ।

ଯଦି ଏପରି ମିଳିତ ଅପୋଷ ଛାଡପତ୍ର ଦରଖାସ୍ତ ଉଭୟ ପତି ପତ୍ନୀ ଦାଖଲ କରନ୍ତି, ଅଦାଲତ ଏହାକୁ ବିଚାର ନକରି ଛଅମାସ ପର୍ଯନ୍ତ ସ୍ଥଗିତ ରଖିବେ । ଏହି ସମୟକୁ Cooling Period କୁହାଯାଏ । ଏହି ସମୟ ମଧ୍ୟରେ ସେମାନଙ୍କ ପୁନର୍ମିଳନ ନିମନ୍ତେ ଏକ ସୁଯୋଗ ଦିଆଯାଏ ଏବଂ ସେମାନେ ଚାହିଁଲେ ବିବାହ ବିଚ୍ଛେଦକୁ ଏଡାଇ ଦିଆଯାଇପାରିବ । ଅଦାଲତ ମଧ୍ୟ ସେମାନଙ୍କୁ ଡାକି ବୁଝାଇ ମିଳାମିଶା କରାଇବା ପାଇଁ ଏକ ଅବକାଶ ଦେବାର ବ୍ୟବସ୍ଥା ଅଛି । ଯଦି ଛଅମାସ ମଧ୍ୟରେ ପୁନର୍ମିଳନ ନହୁଏ ତେବେ ଅଦାଲତକୁ ସେମାନେ ଜଣାଇଲେ ଛାଡପତ୍ର ମଞ୍ଜୁର ହୁଏ । ଛାଡପତ୍ର ଆଦେଶ ପାଇବା ପୂର୍ବରୁ ଉଭୟ ଚାହିଁଲେ ଦରଖାସ୍ତ ପ୍ରତ୍ୟାହାର କରି ମିଳିମିଶି ସ୍ୱାମୀ ସ୍ତ୍ରୀ ଭାବେ ମଧ୍ୟ ରହିପାରିବେ ।

ଆଇନର ବ୍ୟବସ୍ଥା ଅନୁସାରେ ପତ୍ନୀ କେତେକ ନିର୍ଦ୍ଧିଷ୍ଟ କାରଣ ଆଧାରରେ ପତିଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିପାରିବେ । ପତ୍ନୀଙ୍କୁ ପନ୍ଦର ବର୍ଷ ହେବା ପୂର୍ବରୁ ଯଦି ତାଙ୍କର ବିବାହ ହୋଇଥାଏ, ତାଙ୍କୁ ପନ୍ଦର ବର୍ଷ ହେବା ପରେ ଏବଂ ଅଠର ବର୍ଷ ହେବା ପୂର୍ବରୁ ସେ ବିବାହକୁ ପ୍ରତ୍ୟାଖାନ କରିପାରିବେ । ପତି ଯଦି ଅନ୍ୟ କୌଣସି ମହିଳା ପ୍ରତି ଯୌନ ଅପରାଧ କିମ୍ବା ଦୁଷ୍କର୍ମ କରନ୍ତି ତେବେ ପତ୍ନୀ ତାଙ୍କ ଠାରୁ ଛାଡପତ୍ର ଦାବି କରିପାରିବେ । ହିନ୍ଦୁ ବିବାହ ଆଇନ ଅନୁସାରେ ବିବାହ କରିବା ପରେ ଯଦି ପତି ପ୍ରଥମ ପତ୍ନୀର ଜୀବଦ୍ଦଶାରେ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରନ୍ତି, ପ୍ରଥମ ପତ୍ନୀ ଛାଡପତ୍ର ନେଇପାରିବେ । ଏହାଛଡା ପତ୍ନୀ ଯଦି ପତିଙ୍କ ଠାରୁ ଅଦାଲତଙ୍କର ଆଦେଶ ଅନୁସାରେ ଭରଣପୋଷଣ ପାଉଛନ୍ତି ଏବଂ ଏକବର୍ଷରୁ ଅଧିକ ଧରି ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନାହିଁ ତେବେ ମଧ୍ୟ ପତ୍ନୀ ଛାଡପତ୍ର ମାଗିପାରିବେ ।

ଉପରୋକ୍ତ କାରଣ ଛଡା ଉଭୟ ପତିପତ୍ନୀଙ୍କ ବିବାହ ବିଚ୍ଛେଦର ଅଧିକାର କେବଳ କେତେକ ନିର୍ଦ୍ଧିଷ୍ଟ କାରଣ ଆଧାରରେ ପର୍ଯ୍ୟବେଶିତ ଅଛି । ସେଗୁଡିକ ହେଲା (୧) ପରକୀୟା ପ୍ରୀତି (୨) ନିଷ୍ଠୁରତା (୩) ବର୍ଜନ (୪) ଧର୍ମାନ୍ତକରଣ (୫) ମାନସିକ ବିକୃତ (୬) ଦୂରାରୋଗ୍ୟ କୁଷ୍ଠବ୍ୟାଧି (୭) ସଂସାର ତ୍ୟାଗ (୮) ମୃତ୍ୟୁ ଧାରଣା ଓ (୯) ନ୍ୟାୟିକ ପୃଥକକୀକରଣ ଆଦେଶରେ ଅବମାନନା ଇତ୍ୟାଦି । ଯଦି କୌଣସି ବ୍ୟକ୍ତି ସ୍ୱଇଚ୍ଛାରେ ନିଜର ସ୍ୱାମୀ କିମ୍ବା ସ୍ତ୍ରୀର ଅଗୋଚରରେ ଅନ୍ୟ କାହା ସହିତ ଶାରୀରିକ ସମ୍ପର୍କ ରଖନ୍ତି ତାହା ଛାଡପତ୍ରର ଏକ ନ୍ୟାର୍ଯ୍ୟ କାରଣ ହୋଇପାରିବ ।

ସେହିପରି ମାନସିକ ଯନ୍ତ୍ରଣା ବା ଦୁର୍ବ୍ୟବହାର ଅସହ୍ୟ ହେଲେ ବା ଏପରି ଯନ୍ତ୍ରଣା ଦ୍ୱାରା ନିଜର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟାବସ୍ଥା ବା ମର୍ଯ୍ୟାଦା ହାନି ଘଟିଲେ ନିଷ୍ଠୁରତା ପ୍ରଦର୍ଶନ କରୁଥିବା ପତି କିମ୍ବା ପତ୍ନୀଙ୍କ ବିରୁଦ୍ଧରେ ନିଷ୍ଠୁରତାର ଶିକାର ହେଉଥିବା ବ୍ୟକ୍ତି ଛାଡପତ୍ର ପାଇଁ ଆବେଦନ କରିପାରିବେ । ସେହିପରି ଦମ୍ପତ୍ତିମାନଙ୍କ ମଧ୍ୟରୁ ଜଣକର ବିନା ସହମତିରେ ଅନ୍ୟ ଜଣେ ତାଙ୍କୁ ପରିତ୍ୟାଗ କରି ବା ବର୍ଜନ କରି ଅନ୍ୟ କେଉଁଠି ଦୁଇବର୍ଷ ପର୍ଯ୍ୟନ୍ତ ରହିଲେ ତାହା ମଧ୍ୟ ଛାଡପତ୍ର ଆବେଦନ କରିବାର ଏକ କାରଣ ହେବ । ନିଜର ଧର୍ମ ପରିତ୍ୟାଗ କରି ଅନ୍ୟ ଧର୍ମକୁ ଧର୍ମାନ୍ତକରଣ ହେଲେ ତାହା ବି ବିବାହ ବିଚ୍ଛେଦର ଏକ କାରଣ ଭାବେ ବିବେଚନା କରାଯାଏ । ଚିକିତ୍ସା ସତ୍ତ୍ୱେ ଆରୋଗ୍ୟ ନହୋଇ ନିରବଛିନ୍ନ ଭାବେ ମାନସିକ ବିକୃତି ରହିଲେ ତାହା ମଧ୍ୟ ଛାଡପତ୍ର ଆଦେଶରେ ଏକ କାରଣ ଭାବେ ସ୍ୱୀକୃତ ।

କୌଣସି ବ୍ୟକ୍ତି ସଂକ୍ରାମକ କୁଷ୍ଠ ବ୍ୟାଧି କିମ୍ବା ଯୌନରୋଗରେ ପୀଡିତ ହେଲେ ତାଙ୍କର ପତି କିମ୍ବା ପତ୍ନୀ ବିବାହ ବିଚ୍ଛେଦ ଦାବି କରିପାରିବେ । ସଂସାର ଛାଡି ସ୍ୱଇଚ୍ଛାରେ ଜଣେ ସନ୍ୟାସୀ କିମ୍ବା ସନ୍ୟାସିନୀ ହେଲେ ଅନ୍ୟ ପକ୍ଷ ଛାଡପତ୍ର ନେଇପାରିବେ । ଦୀର୍ଘ ସାତବର୍ଷ ଅଧିକ କାଳ ଧରି ଜଣେ ବ୍ୟକ୍ତିର କୌଣସି ଖୋଜ ଖବର ନମିଳିଲେ ଏହାକୁ ତାଙ୍କର ଅବଧାରିତ ମୃତ୍ୟୁ ଭାବେ ବିବେଚନା କରାଯିବ ଏବଂ ତାଙ୍କର ପତି କିମ୍ବା ପତ୍ନୀ ଛାଡପତ୍ର ଆବେଦନ କରିପାରିବେ ।

ସେହିପରି ଦାମ୍ପତ୍ୟ ଜୀବନ ବିତାଇବା ପାଇଁ ଅଦାଲତଙ୍କ ଆଦେଶ ସତ୍ତ୍ୱେ ଯଦି ପତି ପତ୍ନୀ ନିଜର ଦାମ୍ପତ୍ୟ ଜୀବନକୁ ମିଳିମିଶି ଅତିବାହିତ କରୁନାହାନ୍ତି କିମ୍ବା ବୈବାହିକ ସମ୍ପର୍କ ସ୍ଥାପନ କରୁନାହାନ୍ତି ତାହା ମଧ୍ୟ ଛାଡପତ୍ରର ଏକ କାରଣ ହେବ । ଅଦାଲତଙ୍କ ଆଦେଶ ଅନୁସାରେ ଯଦି ପତି ପତ୍ନୀ ପୃଥକ ପୃଥକ ଭାବେ ବସବାସ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକ ବର୍ଷରୁ ଅଧିକ କାଳ ଧରି କୌଣସି ଶାରୀରିକ ସମ୍ପର୍କ ସ୍ଥାପନ ହେଇନାହିଁ, ତାହା ମଧ୍ୟ ବିବାହ ବିଚ୍ଛେଦର ଏକ ଆଇନଗତ କାରଣ ହେଇପାରିବ ।

ଉପରୋକ୍ତ କାରଣ ଗୁଡିକ ବ୍ୟତୀତ, ୨୦୦୬ ମସିହାରେ ନବୀନ କୋହଲି ବନାମ ନିଲୁ କୋହଲି ଏବଂ ଶେଷରେ ୨୦୧୯ ମସିହାରେ ଆର. ଶ୍ରୀନିବାଶ କୁମାର ବନାମ ସାମେଥା ମକଦ୍ଦମା ଗୁଡିକରେ ଆମ ଦେଶର ସର୍ବୋଚ୍ଚ ନ୍ୟାୟଳୟ ଅସଜଡା ଭଗ୍ନବିବାହ ବା “Irretrievable breakdown of marriage” ବିବାହ ବିଚ୍ଛେଦର ଏକ କାରଣ ଭାବେ ଗ୍ରହଣ କରିଛନ୍ତି । କୋର୍ଟଙ୍କ ମତରେ ଯଦି ସ୍ୱାମୀ ସ୍ତ୍ରୀ ପରସ୍ପର ସଂସାର କରିବା ସମ୍ଭବ ନୁହେଁ କିମ୍ବା କେହି କାହା ସହ ସମ୍ପର୍କ ସ୍ଥାପନ କରିବା ଅବସ୍ଥାରେ ନଥିବାର ପ୍ରକାଶ କରନ୍ତି, ତେବେ ବିବାହ ବିଚ୍ଛେଦ ପାଇଁ ଏହାକୁ ମଧ୍ୟ ଏକ କାରଣ ଭାବେ ଗ୍ରହଣ କରାଯିବ । ହିନ୍ଦୁ ବିବାହ ଆଇନ କିମ୍ବା ସ୍ୱତନ୍ତ୍ର ବିବାହ ଆଇନରେ ଏପରି ଆଧାର ଲିପିବଦ୍ଧ ନଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ଏହି ରାୟକୁ ଭାରତୀୟ ସମ୍ବିଧାନର ଧାରା ୧୪୨ ଅନୁସାରେ ଆଇନ ଭାବେ ଗ୍ରହଣ କରାଯିବ ।

ପୂର୍ବରୁ ବିବାହ ଓ ଛାଡପତ୍ର ସମ୍ବନ୍ଧୀୟ ମାମଲା ଗୁଡିକ ଦେୱାନୀ ଅଦାଲତରେ ବିଚାର କରାଯାଉଥିଲା । ଅଦାଲତରେ ସଂଖ୍ୟାଧିକ ମାମଲା ବିଚାର କରିବା ସମୟ ସାପେକ୍ଷ ଥିବାରୁ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିଲା । ପାରିବାରିକ ଓ ବୈବାହିକ ମକଦ୍ଦମା ଗୁଡିକର ଗୁରୁତ୍ୱ ଦୃଷ୍ଟିରୁ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ପରିବାର ଅଦାଲତ ପ୍ରତିଷ୍ଠା କରାଗଲା । କାରଣ ଏପରି ମକଦ୍ଦମା ଗୁଡିକର ବିଚାର ବିଳମ୍ବ ହେଲେ ଛାଡପତ୍ର ପାଇବାପରେ ମଧ୍ୟ ଉଭୟ ପକ୍ଷଙ୍କର ଦ୍ୱିତୀୟ ବିବାହ କରିବା ବୟସାଧିକ କାରଣରୁ ଏକ ଦୂରୁହ ବ୍ୟାପାର ହୋଇପଡେ । ସୁତରାଂ ପରିବାର ଅଦାଲତ ଏକ ସ୍ୱତନ୍ତ୍ର ଅଦାଲତ ହୋଇଥିବାରୁ ଛାଡପତ୍ର ମାମଲାରେ ପକ୍ଷମାନଙ୍କ ପ୍ରତ୍ୟାଶିତ ଦ୍ୱିତୀୟ ବିବାହକୁ ଗୁରୁତ୍ୱ ଦେଇ ଯଥାଶୀଘ୍ର ବିଚାର କରିବା ଉଚିତ, ନଚେତ ଆଇନର ଉଦ୍ଦେଶ୍ୟ ପଣ୍ଡ ହେବ ।

ଲେଖକ ହେଇଛନ୍ତି  ଓଡିଶା କ୍ରାଇମ ବ୍ରାଞ୍ଚର  ଉପ-ନିର୍ଦେଶକ (ପ୍ରସିକ୍ୟୁସନ) , ଫୋନ- ୮୯୧୭୨୭୬୬୩୦

Categories
ଧର୍ମ ବିଶେଷ ଖବର

ଚଳିତ ମାସରେ ପଡୁଛି ପବିତ୍ର ନାଗପଞ୍ଚମୀ ପୂଜା, ଜାଣନ୍ତୁ ଏହାର ପାଳନ ବିଧି ଏବଂ ଉପକାର

ନାଗ ପଞ୍ଚାମୀ 2021: ନାଗ ପଞ୍ଚମୀର ପର୍ବ ଶ୍ରାବଣ ମାସର ଶୁକ୍ଲ ପଞ୍ଚାମୀ ତିଥୀରେ ପାଳନ କରାଯାଇଥାଏ। ହିନ୍ଦୁ ଶାସ୍ତ୍ରରେ ସର୍ପମାନଙ୍କର ଉପାସନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ସାପକୁ ପୂଜା କଲେ ଶକ୍ତି, ଧନ ଏବଂ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଚଳିତ ବର୍ଷ ନାଗ ପଞ୍ଚାମୀ 13 ଅଗଷ୍ଟ ଶୁକ୍ରବାର ଦିନ ପାଳନ କରାଯିବ। ଏହି ଦିନ ସାପକୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହି ଦିନ ସାପ ଦେବତାଙ୍କୁ କ୍ଷୀର ଅର୍ପଣ କରିବା ଉତ୍ତମ ଫଳାଫଳ ଆଣିଥାଏ ।

ଆସନ୍ତୁ ଜାଣିବା ନାଗ ପଞ୍ଚାମୀର ଶୁଭ ସମୟ, ପୂଜା ପଦ୍ଧତି ଏବଂ ବିଶ୍ୱାସ

ନାଗ ପଞ୍ଚାମୀର ଶୁଭ ସମୟ

ନାଗ ପଞ୍ଚାମୀଙ୍କ ଉପାସନା ଶୁଭ ସମୟ ଅଗଷ୍ଟ 13 ରେ ସକାଳ 5:49 ରୁ 8.27 ପର୍ଯ୍ୟନ୍ତ ହେବ।

ପଞ୍ଚମୀ ତିଥୀ 12 ଅଗଷ୍ଟ 2021 ରେ ରାତି 3:24 ରେ ଆରମ୍ଭ ହେବ ।

ପଞ୍ଚାମି ତିଥୀ 13 ଅଗଷ୍ଟ 2021 ରେ ରାତି 1:42 ରେ ଶେଷ ହେବ ।

ନାଗ ପଞ୍ଚମୀ ପୂଜା ପଦ୍ଧତି

ନାଗ ପଞ୍ଚାମୀ ଦିନ ସକାଳେ ଉଠି ଘର ସଫା କରନ୍ତୁ । ତା’ପରେ ଗାଧୋଇ ସଫା ପୋଷାକ ପିନ୍ଧନ୍ତୁ । ଏହାପରେ ଏକ କାଠ ଥାଳିରେ ଏକ ସଫା ନାଲି କିମ୍ବା ହଳଦିଆ କପଡା ପକାନ୍ତୁ।  ଏଥିରେ ନାଗଦେବତାର ଏକ ପ୍ରତିମା କିମ୍ବା ଫଟୋ ସ୍ଥାପନ କରନ୍ତୁ । ଏହା ଉପରେ ପାଣି, ଫୁଲ, ଫଳ ଏବଂ ଚନ୍ଦନ ଲଗାନ୍ତୁ। ତା’ପରେ କ୍ଷୀର, କଦଳୀ, ଘିଅ ଏବଂ ପଞ୍ଚାମୃତ ସହିତ ସ୍ନାନ କରାନ୍ତୁ । ତା’ପରେ ପ୍ରସାଦଙ୍କୁ ଅର୍ପଣ କରନ୍ତୁ। ଏହାପରେ ଆରତୀ କରନ୍ତୁ ।

ସାପ ପୂଜା ର ବିଶ୍ୱାସ

ପୌରାଣିକ ତଥ୍ୟ ଅନୁଯାୟୀ, ଶ୍ରାବଣ ଶୁକ୍ଲ ପଞ୍ଚମୀ ଦିନ, ସମସ୍ତ ସାପ ଗୋଷ୍ଠୀ ସେମାନଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ବ୍ରହ୍ମାଙ୍କୁ ଭେଟିବାକୁ ଯାଇଥିଲେ । ସେତେବେଳେ ବ୍ରହ୍ମା ଦେବ ସର୍ପମାନଙ୍କୁ ଅଭିଶାପରୁ ମୁକ୍ତ କଲେ । ସେବେଠାରୁ ସର୍ପ ପୂଜା କରିବାର ପରମ୍ପରା ଆରମ୍ଭ ହୋଇଥିଲା। ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ଭଗବାନ କୃଷ୍ଣ ଶ୍ରାବଣ ମାସର ଶୁକ୍ଲ ପକ୍ଷ ପଞ୍ଚମୀ ଦିନରେ କାଳିଆ ନାଗଙ୍କୁ ହତ୍ୟା କରିଥିଲେ। ସେ ଗୋପପୁର ବାସୀଙ୍କ ଜୀବନ ରକ୍ଷା କରିଥିଲେ। ସେବେଠାରୁ ଏହି ସର୍ପ ପୂଜା ପାଳନ ହୋଇଆସୁଛି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଅଗଷ୍ଟ 5 ତାରିଖ ଗୁରୁବାରରେ ସାତୋଟି ରାଶିର ପ୍ରେମ ସଂପର୍କ ହେବ ସଫଳ

ମେଷ: – ମାନସିକ ସ୍ତରରେ ଆପଣ ଦୁର୍ବଳ ଅନୁଭବ କରିବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ବିଚଳିତ ହୋଇପାରେ । ଅସନ୍ତୁଳିତ ଖାଦ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତୁମର ଖାଦ୍ୟର ଯତ୍ନ ନିଅ । କାର୍ଯ୍ୟରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ । ଆୟ ବୃଦ୍ଧି ପାଇବ । ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ହେବ ଏବଂ ଜୀବନ ସାଥୀ ଆପଣଙ୍କ ଜୀବନରେ ଲାଭ ପାଇଁ ବାଟ ଖୋଲିବ । ତୁମର ସମ୍ପର୍କରେ ସୁଖ ରହିବ । ବାହାର ଲୋକଙ୍କଠାରୁ କିଛି ଲାଭ ହେବ ।

ବୃଷ: – ଯଦିଓ କିଛି ଚ୍ୟାଲେଞ୍ଜ ଆସିବ, ତେବେ ଆପଣ ଖୁସିରେ ସେମାନଙ୍କୁ ସାମ୍ନା କରିବେ। ପ୍ରେମ ଦୃଷ୍ଟିରୁ ଆଜି ଏକ ଭଲ ଦିନ ହେବ ଏବଂ ଆପଣଙ୍କ ପ୍ରିୟଙ୍କ ସହିତ ରୋମାନ୍ସ ପାଇଁ ସୁଯୋଗ ମିଳିବ। ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସ୍ୱାଭାବିକ ହେବ। ଆଜି ଆପଣ କାର୍ଯ୍ୟ ସଂପର୍କରେ କିଛି ସମସ୍ୟାର ସମ୍ମୁଖୀନ ହେବେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । ଆଜି ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ହେବେ କାରଣ ସ୍ୱାସ୍ଥ୍ୟ ଦୃଢ ହେବ ।

ମିଥୁନ: – ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ ଏବଂ ତୁମେ ଚାକିରିରେ ଭଲ ଫଳାଫଳ ପାଇବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ । ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ । ଭାଗ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କାର୍ଯ୍ୟ ସଂପର୍କରେ ପରିସ୍ଥିତି ସ୍ୱାଭାବିକ ହେବ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ ।

କର୍କଟ: – ଆଜି ଏହି ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ଦିନଟି ସୁବିଧାରେ ଅତିବାହିତ ହେବ ଏବଂ କେତେକ ଗୁପ୍ତ କାର୍ଯ୍ୟରେ ମଧ୍ୟ ଟଙ୍କା ଖର୍ଚ୍ଚ କରିବେ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ନିଶ୍ଚିତ ଭାବରେ ଚିନ୍ତିତ ହେବେ । ଆଜି ଘରୋଇ ଜୀବନ ପାଇଁ ଏକ ଭଲ ଦିନ ହେବ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି ସେମାନଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିବ।

ସିଂହ : – ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ଜୀବନ ଖୁସି ହେବ । ଘରୋଇ ଜୀବନରେ ସୁଖ ମିଳିବ । ଜୀବନ ସାଥୀ ସହିତ ସମ୍ପର୍କ ଭଲ ହେବ । ଯେଉଁମାନେ କାହାକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ କମ୍ ସମସ୍ୟା ହେବ । ଅଧ୍ୟୟନରେ ଅସୁବିଧା ହେବ । ତୁମେ ତୁମର ପ୍ରତିପକ୍ଷଙ୍କ ଉପରେ ବିଜୟୀ ହେବ । ଆଜି ତୁମର ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା: – ଆଜି ଆପଣଙ୍କ ପାଇଁ ବହୁତ ପରିମାଣରେ ଅନୁକୂଳ ହେବ । ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଛାତ୍ରମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସୁଖରେ ପରିପୂର୍ଣ୍ଣ ହେବ । ରୋମାନ୍ସ ବୃଦ୍ଧି ପାଇବ, ପ୍ରେମ ଜୀବନ ବିତାଉଥିବା ଲୋକମାନେ ମଧ୍ୟ ଆଜି ଭଲ ଫଳାଫଳ ପାଇବେ । କାର୍ଯ୍ୟ ସହିତ କଠିନ ପରିଶ୍ରମ ପରେ ଭଲ ଫଳାଫଳ ହାସଲ ହେବ । ଘରୋଇ ଜୀବନ ପ୍ରତି ଧ୍ୟାନ ଦେବେ ଏବଂ କିଛି ବଡ ଖର୍ଚ୍ଚ ମଧ୍ୟ ହୋଇପାରେ ।

ତୂଳା: – ମାନସିକ ଟେନସନ ରହିପାରେ, ଯାହାକୁ ଏଡ଼ାଇବା ପାଇଁ ଯାହା ଆପଣଙ୍କୁ ନିଜେ ଚେଷ୍ଟା କରିବାକୁ ପଡ଼ିବ । ଯାତ୍ରା କରିବା ପାଇଁ ଦିନଟି ଭଲ ନୁହେଁ । ଘରର ବରିଷ୍ଠମାନଙ୍କ ଆଶୀର୍ବାଦ ପାଇବେ। କାର୍ଯ୍ୟରେ ସଫଳତା ମିଳିବ । ଘରୋଇ ଜୀବନରେ ସମସ୍ୟା ହୋଇପାରେ । ଯେଉଁମାନେ ପ୍ରେମ ଜୀବନରେ ଅଛନ୍ତି ସେମାନଙ୍କ ପାଇଁ ଆଜି ଏକ ଭଲ ଦିନ ହେବ । ତୁମେ ତୁମର ପ୍ରିୟଙ୍କ ସହିତ ବହୁତ କଥାବାର୍ତ୍ତା କରିବ ଏବଂ ସେମାନଙ୍କ ସହିତ କିଛି କିଣାକିଣି କରିବ ।

ବିଛା: – ଖର୍ଚ୍ଚ ବୃଦ୍ଧି ପାଇବ । ଆୟ ସ୍ୱାଭାବିକ ହେବ । ଆର୍ଥିକ ବୋଝ  ବୃଦ୍ଧି ପାଇବ, ପରିବାର ସଦସ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ଘରୋଇ ଜୀବନରେ ସାବଧାନ ରୁହନ୍ତୁ । ଜୀବନ ସାଥୀ କ୍ରୋଧିତ ହୋଇପାରେ । ଯେଉଁମାନେ ଏକ ପ୍ରେମ ଜୀବନ ବିତାଉଛନ୍ତି, ସେମାନଙ୍କ ପ୍ରିୟଙ୍କ ସହ କଥା ହୋଇ ସାକ୍ଷାତ କରି ବହୁତ ଖୁସି ହେବେ । ପ୍ରେମ ଜୀବନ ଶକ୍ତିଶାଳୀ ହେବ ।

ଧନୁ: – ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ। ସେହିପରି ଭାଗ୍ୟ ମଧ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ ।  ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ। ତୁମେ ଚାକିରିରେ ଭଲ ଫଳାଫଳ ପାଇବ । ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ । କାର୍ଯ୍ୟ ସଂପର୍କରେ ପରିସ୍ଥିତି ସ୍ୱାଭାବିକ ହେବ ।

ମକର: – ହୃଦୟ ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଭେଟି ଖୁସି ହେବ କିମ୍ବା ସେମାନଙ୍କୁ ଫୋନରେ ଯୋଗାଯୋଗ କରାଯିବ । ଆପଣଙ୍କ ବ୍ୟବସାୟରେ ଲାଭ ହେବ । କାର୍ଯ୍ୟ ସହିତ ତୁମେ ଭଲ ଫଳାଫଳ ପାଇବ । ତୁମେ ଖୁସି ହେବ । ଘର ଜୀବନ ଖୁସି ହେବ । ପ୍ରେମ ଜୀବନ ବିତାଉଥିବା ଲୋକଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଅନ୍ୟମାନଙ୍କ ସ୍ୱାର୍ଥ ବିଷୟରେ ଚିନ୍ତା କରିପାରିବେ ।

କୁମ୍ଭ: – ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଆୟ ବୃଦ୍ଧି ପାଇବ । ଖର୍ଚ୍ଚ ହ୍ରାସ ପାଇବ । ଘର ଜୀବନ ସ୍ନେହପୂର୍ଣ୍ଣ ହେବ । ଭବିଷ୍ୟତ ବିଷୟରେ ତୁମେ ତୁମର ସାଥୀ ସହିତ ଏକ ବଡ ଯାତ୍ରା ଯୋଜନା କରିପାରିବ । ପ୍ରେମ ଜୀବନ ବିତାଉଥିବା ଲୋକମାନେ ଆଜି ମଧ୍ୟ ବହୁତ ଖୁସି ସମୟ ପାଇବେ । କାର୍ଯ୍ୟ ସହିତ କଠିନ ପରିଶ୍ରମ କରିବାକୁ ଧ୍ୟାନ ଦେବାକୁ ପଡିବ ।

ମୀନ : – ଆଜି କେତେକ ସମସ୍ୟା ଆସିପାରେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । କଠିନ ପରିଶ୍ରମ କର। ଆୟ ସ୍ୱାଭାବିକ ହେବ । ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ପ୍ରେମ ଜୀବନରେ କିଛି ସମସ୍ୟା ହୋଇପାରେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ପ୍ରେମରେ ପରିପୂର୍ଣ୍ଣ ହେବ ।ଆପଣଙ୍କ ପ୍ରିୟ କିଛି ବିଷୟରେ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ଆପଣ ଅନ୍ୟ କୌଣସି ଚାକିରୀ ପାଇଁ ଆବେଦନ କରିବେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପ୍ରଥମ ଟେଷ୍ଟ: ଭାରତ ବିରୋଧରେ ୧୮୩ ରନ୍ ରେ ସମସ୍ତ ୱିକେଟ ହରାଇଲ ଇଂଲଣ୍ଡ ଦଳ

ନୂଆଦିଲ୍ଲୀ: ଆଜିଠୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି। ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୬୫.୪ ଓଭରରେ ୧୮୩ ରନରେ ସମସ୍ତ ୱିକେଟ ହରାଇଛି। ଭାରତ ପକ୍ଷରୁ ଜସପ୍ରୀତ ବୁମ୍ରା ସର୍ବାଧିକ ୪ ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୩ଟି ୱିକେଟ୍ ନେଇଥିଲେ। ସେହିଭଳି ଶାର୍ଦ୍ଦୁଲ ଠାକୁର ୨ ଟି ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଛନ୍ତି।

ତେବେ ଭାରତ ପକ୍ଷରୁ ଏବେ ରୋହିତ ଶର୍ମା ଏବଂ ଲୋକେଶ ରାହୁଳ ବ୍ୟାଟିଂ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରେ ଚାମ୍ବର ଗେଟ୍ ଭାଙ୍ଗିବାକୁ ଉଦ୍ୟମ କଲେ ଟିଏମସି ସାଂସଦ, ଜଣେ ମହିଳା ସୁରକ୍ଷା କର୍ମୀ ଆହତ

ନୂଆଦିଲ୍ଲୀ: ଆଜି ସଂସଦରେ ଆଉ ଏକ ଅପ୍ରୀତିକର ଘଟଣା ଘଟିଛି। ସାଂସଦଙ୍କ ଆଚରଣ ସଂସଦର ସୀମା ଅତିକ୍ରମ କରୁଥିବା ଜଣାପଡିଛି। ରାଜ୍ୟସଭାରେ ଟିଏମସି ସାଂସଦମାନେ ରାଜ୍ୟସଭା ଚାମ୍ବରର ଏକ ଫାଟକ ଭାଙ୍ଗିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଫାଟକର କାଚ ଭାଙ୍ଗି ଯାଇଥିଲା। କୁହାଯାଉଛି ଯେ, ନିଲମ୍ବିତ ସାଂସଦମାନେ ରାଜ୍ୟସଭାରେ ପ୍ରବେଶ କରିବାକୁ ଚାହୁଁଥିଲେ। କାର୍ଯ୍ୟରତ ଜଣେ ସୁରକ୍ଷା ଅଧିକାରୀ ଆହତ ହୋଇଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସଚିବାଳୟ ଏକ ରିପୋର୍ଟ ମାଗିଛନ୍ତି। ଏହି ଘଟଣାରେ ଜଣେ ମହିଳା ସୁରକ୍ଷା ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ସୁରକ୍ଷା ଏଜେନ୍ସିରୁ ମହିଳାଙ୍କ ଫଟୋ ମଧ୍ୟ ସଚିବାଳୟ ମାଗିଛନ୍ତି। ଟିଏମସି ସାଂସଦ ଡୋଲା ସେନ୍ ନିଜେ ଟ୍ୱିଟ୍ କରି କହିଛନ୍ତି, “ଦିନକ ପାଇଁ ଗୃହକୁ ସ୍ଥଗିତ ରଖିବା ପରେ ଗୋଟିଏ ଦିନ ପାଇଁ ନିଲମ୍ବିତ ହୋଇଥିବା ତୃଣମୂଳ ସାଂସଦଙ୍କ ମଧ୍ୟରୁ ୪ ଜଣ ରାଜ୍ୟସଭାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଆମକୁ ଏପରି କରିବାକୁ ବାରଣ କରାଯାଇଥିଲା। ଦିନକ ପାଇଁ ଗୃହ ସ୍ଥଗିତ ହେବା ପରେ ଆମର ନିଲମ୍ବନ ସମାପ୍ତ ହେଲା, ଆମକୁ କାହିଁକି ବନ୍ଦ କରାଗଲା? ଗଣତନ୍ତ୍ର ଏକ ନୂତନ ସ୍ତରରେ ପହଞ୍ଚିଛି ବୋଲି ଡୋଲା କହିଛନ୍ତି।

କିନ୍ତୁ ସେମାନେ ରାଜ୍ୟସଭା ଚାମ୍ବରର ଫାଟକ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଏବଂ ଏଭଳି ପରିସ୍ଥିତିରେ ଜଣେ ମହିଳା ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଥିଲେ ବୋଲି ଡୋଲା ସେନ୍ କହି ନାହାଁନ୍ତି।

ତେବେ ବିଜେପି ସାଂସଦ କାନ୍ତା କର୍ଦମ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ‘ଏହା ଏକ ସମ୍ମାନର ଗୃହ, ଯେଉଁ ଦିନଠାରୁ ଗୃହ ଚାଲୁଥିଲା, ଦେଖାଗଲା ଯେ ଏହି ଲୋକମାନେ ଅନୁପଯୁକ୍ତ ଆଚରଣ କରୁଥିଲେ। ଟିଏମସି ସାଂସଦମାନେ ହୋ-ହାଲ୍ଲାକରି ଗୃହରେ ପ୍ରବେଶ କରନ୍ତି। ମହିଳାମାନଙ୍କ ସାମ୍ନାରେ ଅନୁପଯୁକ୍ତ ଭାବରେ କଥାବାର୍ତ୍ତା କରଥିଲେ। ମହିଳା ସୁରକ୍ଷା କର୍ମୀଙ୍କୁ ଠେଲି ଦେବା, ଠିକ୍ ନୁହେଁ। ସମଗ୍ର ଦେଶ ଏହା ଉପରେ ନଜର ରଖିଛି।

ଏଥି ସହିତ ଆସନ୍ତାକାଲି ବାଚସ୍ପତି ଭେଙ୍କୟା ନାଇଡୁ ଏହି ଘଟଣା ଉପରେ ସଜ୍ଞାନକୁ ନେଇପାରନ୍ତି ଏବଂ ଏଭଳି ଘଟଣା ଘଟାଇଥିବା ସାଂସଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସଚିବାଳୟ ମଧ୍ୟ ଘଟଣାର ସିସିଟିଭି ଫୁଟେଜ ମାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୁସି ଖବର: ଏଣିକି ଏହି ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ପୁରୀ: ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଏକ ଖୁସି ଖବର ମିଳିଛି। ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଆସନ୍ତା ୧୬ ତାରିଖରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି।

ସେଥିପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟ ତଥା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଲଗାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ଜନ୍ମାଷ୍ଟମୀରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। ହେଲେ ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି।

ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ। ସକାଳ ୭ ଟାରୁ ସନ୍ଧ୍ୟା ୮ ଟା ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଆବାସ ଦେବାକୁ କହି ଠକି ଦେଲା ବ୍ଲକ ପ୍ରଶାସନ, ଆତ୍ମହୁତି ଚେତାବନୀ ଦେଲେ ରୀନା

ସୀତାରାମ ଅଗ୍ରୱାଲ

ବାଣପୁର: ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଘର ନଥିବା ଲୋକଙ୍କୁ ସରକାର ଘର ମଧ୍ୟ ଯୋଗାଇ ଦେଉଛନ୍ତି। କିନ୍ତୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ନେଇ କୁଜି ନେତାମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାତର ରତନପୁର ଗ୍ରାମ ନିବାସୀ ସୁକାନ୍ତ ବେହେରା ଜଣେ ଦିନ ମଜୁରିଆ। ମା’ ବାପା ଓ ପିଲାପିଲିଙ୍କୁ ନେଇ ସମୁଦାୟ ୬ ପ୍ରାଣୀ କୁଟୁମ୍ବ ତାଙ୍କର। ଅଭାବ ଅସୁବିଧାରେ ଜୀବନ ବଞ୍ଚୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ଘରେ ପକ୍କା ଘରଟେ ନାହିଁ। ବର୍ତ୍ତମାନ ବର୍ଷାଋତୁ ଆସି ଯାଇଥିବା ବେଳେ ଟିକେ ବର୍ଷା ହେଲେ ଭଙ୍ଗା କୁଡ଼ିଆ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଘରର ଉପର ଭାଗରେ ପାଲ ପଡ଼ିଥିବା ବେଳେ ଆଉ ଅନ୍ୟ ସ୍ଥାନ ସବୁ ଖୋଲା ଅଛି।

ସୁକାନ୍ତ ଓ ତାଙ୍କ ସ୍ତ୍ରୀ ରୀନା ବେହେରା ଦୀର୍ଘ ୪ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟ ଓ ବାଣପୁର ବ୍ଲକ ଅଫିସ ଧାଉଁଥିବା ବେଳେ କିଛି ସୁଫଳ ମିଳୁନି। ସେ ମଇ ୨୯, ୨୦୧୭ ରେ ପ୍ରଥମ ଆବେଦନ କରିଥିବା ବେଳେ ଆଜି ସୁଦ୍ଧା ପାଖାପାଖୀ ୫ ଥର ଆବେଦନ କରିସାରିଲେଣି ଏବଂ ବାରମ୍ବାର ସରକାରୀ ଅଧିକାରୀ ଘର ନିରୀକ୍ଷଣ ପାଇଁ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିଶ୍ଚିତ ପାଇବ ବୋଲି ଆଶ୍ୱାସନା ଦେଇ ଚାଲି ଯାଉଛନ୍ତି।

କିନ୍ତୁ ଗାଁ ର କୁଜିନେତା ମାନେ ସରପଞ୍ଚଙ୍କ ନାମରେ ଆବାସ ଯୋଜନା କରାଇଦେବା ପାଇଁ ୨୦୦୦୦ ଟଙ୍କା ଲାଞ୍ଚ ମାଗୁଥିବାର ସାଙ୍ଘାତିକ ଅଭିଯୋଗ ଗତ ଏକ ବର୍ଷ ତଳେ ଆଣିଥିଲେ ରୀନା। ଦଳୀୟ ଭିତ୍ତିରେ ଆବାସ ଯୋଜନା ବଣ୍ଟା ହେଉଛି ବୋଲି ମଧ୍ୟ ସେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେଲା ପରେ ତତ୍କାଳୀନ ବାଣପୁର ବିଡ଼ିଓ ଶିବାନନ୍ଦ ସ୍ୱାଇଁ ଖୋଦ ରୀନାଙ୍କ ଘରକୁ ଯାଇ ଆବାସ ଯୋଜନା ପାଇଁ ପ୍ରତିଶୃତି ଦେଇ ଆସିଥିଲେ। ଏହା ପରେ ତାଙ୍କ ବଦଳି ହୋଇଯାଇଥିବାରୁ ପରବର୍ତ୍ତୀ ବିଡ଼ିଓ ଡ଼ଃ ଶୁଭଶ୍ରୀ ତ୍ରିପାଠୀଙ୍କୁ ସମାନ ଅନୁରୋଧ କରିଥିଲେ ରିନା ଏବଂ ସେ ମଧ୍ୟ ସମାନ ପ୍ରତିଶୃତି ଦେଇଥିଲେ।

ଏବେ ପୁଣି ସପ୍ତାହ ତଳେ ବାଣପୁର ନୂତନ ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କ ନିକଟକୁ ଯାଇ ରୀନା ଗୁହାରି କରିଥିଲେ ଏବଂ ବିଡ଼ିଓ ମହୋଦୟ ମଧ୍ୟ ସମାନ ଉତ୍ତର ଦେଇଥିଲେ ଯେ ଖୁବ ଶୀଘ୍ର ଏହାର ତଦନ୍ତ ହେବ।

ତେବେ ଏଠି ପ୍ରଶ୍ନ ଉଠୁଛି ପୂର୍ବରୁ ଦୁଇ ଦୁଇ ଜଣ ବିଡ଼ିଓ ତଦନ୍ତ କରିସାରିଥିବା ସ୍ଥଳେ ଆଉଥରେ ତଦନ୍ତର ମାନେ କଣ? ଇତି ମଧ୍ୟରେ ସେ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା ସମସ୍ତଙ୍କୁ ତାଙ୍କ ଦୁଃଖ ଶୁଣେଇଲା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ପରିବାର ରୋଜଗାର ଶୂନ୍ୟ ଥିବାରୁ ବାଧ୍ୟ ହୋଇ ରିନାଙ୍କ ସ୍ୱାମୀ ସୁକାନ୍ତ ବର୍ଷେ ତଳେ ସୁଦୂର କେରଳ ଯାଇ ଦାଦନ ଖଟୁଥିଲେ ଏବଂ ବର୍ତ୍ତମାନ କରୋନା ମହାମାରୀ ଲାଗି ନିଜ ଗ୍ରାମକୁ ଫେରିଛନ୍ତି। ହେଲେ ୬ ପ୍ରାଣୀ କୁଟୁମ୍ବର ପରିବାର ଚଲେଇବା ତାଙ୍କ ଲାଗି ଏବେ କଷ୍ଟକର ହୋଇପଡିଛି।

ରାଜ୍ୟ ସରକାର ମହିଳାଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିବାର ଡିଣ୍ଡିମ ପିଟୁଥିବାବେଳେ ଜଣେ ମହିଳା ହିସାବରେ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି। କିନ୍ତୁ ତାଙ୍କ ଅଭିଯୋଗକୁ ଶୁଣିବା ଦୂରର କଥା ତାଙ୍କୁ ଦଳୀୟ ଭିତ୍ତିରେ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ରୀନା।

ତେବେ ଯଦି ବ୍ଲକ ପ୍ରଶାସନ ତାଙ୍କୁ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ନକରେ ତେବେ ସେ ନିଜ ପିଲା ଛୁଆଙ୍କ ସମେତ ବାଣପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଗଣମାଧ୍ୟମକୁ କୋହଭରା କଣ୍ଠରେ କହିଛନ୍ତି।

Categories
ଆଞ୍ଚଳିକ

ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆଜି ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପରିଷଦର ମାନ୍ୟବର ସଭାପତିଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ କରୋନା କଟକଣା ମଧ୍ୟରେ ସମାପ୍ତ ହୋଇଥିଲା।

ପରିଷଦର ମୁମ୍ବାଇସ୍ଥିତ ମୁଖ୍ୟାଳୟର ପ୍ରତିଷ୍ଠାତା ସୋନୁ ସାହାଙ୍କ ଅନୁମୋଦନ କ୍ରମେ ନବନିଯୁକ୍ତ କର୍ମକର୍ତ୍ତାମାନଙ୍କର ନାମ ଘୋଷଣା କରାଯିବା ସହ ରାଜ୍ୟ ସଭାପତି ମହମ୍ମଦ ସାହାନୱାଜଙ୍କ ଉପସ୍ଥିତିରେ ନିମ୍ନଲିଖିତ ବ୍ୟକ୍ତିମାନେ ସେମାନଙ୍କର ପ୍ରଥମ ଯୋଗଦାନ ପୂର୍ବକ ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର ପ୍ରତିଷ୍ଠାତାଙ୍କ ଅନୁମୋଦନ କ୍ରମେ ସେକ୍ ଅବଦୁଲ ଗନି ହୋସେନ-ଉପସଭାପତି, ଓଡ଼ିଶା ଟେଷ୍ଟ ବୋର୍ଡ଼ର ଅଜିତ କୁମାର ନାୟକ-ସାଧାରଣ ସମ୍ପାଦକ, ଓଡ଼ିଶା ଟେଷ୍ଟ ବୋର୍ଡ଼ ସଦସ୍ୟ-ଆସରଫ ଅଲ୍ଲୀ-ପୁରୀ ଜିଲ୍ଲା ସଭାପତି, ସୁଦାଶା ପଣ୍ଡା(ଆଡ଼ଭୋକେଟ) ଏବଂ ନର୍ଗିସ ବାହାର-ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୁଖ ବ୍ୟକ୍ତିମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ଉକ୍ତ ବ୍ୟକ୍ତିମାନେ ଦାୟିତ୍ୱ ଗ୍ରହଣ କରିବା ସହ ଆଜି ସେମାନଙ୍କର ପ୍ରଥମ କାର୍ଯ୍ୟରେ ଯୋଗ ଦେଇଥିଲେ।

ପ୍ରକାଶଥାଉକି, ଚଳିତମାସ ଶେଷ ସୁଦ୍ଧା ଉକ୍ତ ପରିଷଦର ନୂତନ କାର୍ଯ୍ୟାଳୟ ଖୋଲାଯିବା ସହ ଏକ ପ୍ରେସ୍ କନ୍‌ଫରେନ୍ସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟର ବିକାଶ ପାଇଁ ତଥା ସମାଜରେ ନିଷ୍ପେସିତ ଅବସ୍ଥାରେ କାଳାତିପାତ କରୁଥିବା ଏବଂ ମାନବ ଅଧିକାରରୁ ବଞ୍ôଚତ ହେଉଥିବା ବ୍ୟକ୍ତିବିଶେଷ ମାନଙ୍କ ପାଇଁ କାର୍ଯ୍ୟ କରିବାକୁ ନବନିଯୁକ୍ତ କର୍ମକର୍ତ୍ତାମାନେ ବଜ୍ର ଶପଥ ନେବା ସହ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ସଭା ଶେଷରେ ମାନ୍ୟବର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଭାରତୀୟ ସମ୍ବିଧାନକୁ ସମ୍ମାନ ଦେଇ ଜାତି, ଧର୍ମ, ବର୍ଣ୍ଣ ଓ ଦଳ ନିର୍ବିଶେଷରେ କାର୍ଯ୍ୟ କରିବାକୁ ଏବଂ ନିଜ ନିଜର ଦାୟିତ୍ୱକୁ ସଚାରୁ ରୂପେ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ୫୦ରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବୀ ଉପସ୍ଥିତ ରହି ପରିଷଦର କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିଷଦର ଉତ୍ତରତ୍ତୋର କାମନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତୀୟ ଏସ୍‌ୟୁଭି ମାର୍କେଟ ପାଇଁ କଟିଙ୍ଗ୍-ଏଜ୍ ‘କନେକ୍ଟେଡ୍ କାର୍ ସଲ୍ୟୁସନ୍’ ଆଣିବାକୁ ଏମ୍‌ଜି ଏବଂ ଜିଓ ମଧ୍ୟରେ ସହଭାଗିତା

ନୂଆଦିଲ୍ଲୀ: ସବୁଠାରୁ ଉତ୍ତମ ଶ୍ରେଣୀରେ ସଂଯୁକ୍ତ କାର ଟେକ୍ନୋଲୋଜି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ, ଏମ୍‌ଜି ମୋଟର ଇଣ୍ଡିଆ ଭାରତର ଅଗ୍ରଣୀ ଡିଜିଟାଲ ସେବା ପ୍ରଦାନକାରୀ ଜିଓ ସହ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍‌ସ୍ (ଆଇଓଟି) ସ୍ପେସରେ ସହଭାଗିତା ଘୋଷଣା କରିଛି। ଏକ ଅଟୋ-ଟେକ୍ ଆବିଷ୍କାରକ ଭାବରେ ଏହାର ସ୍ଥିତି ପ୍ରତିଷ୍ଠାକରି, ଏମ୍‌ଜି ମୋଟର ଇଣ୍ଡିଆ ଏହାର ଆଗାମୀ ମଧ୍ୟମ ବର୍ଗର ଏସ୍‌ୟୁଭିରେ ଜିଓର ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍‌ସ୍ (ଆଇଓଟି) ସମାଧାନ ଦ୍ୱାରା ସକ୍ଷମ ଆଇଟି ସିଷ୍ଟମର ନିରନ୍ତର ସଂଯୋଗ ପ୍ରଦାନ କରିବ।

ଏହି ସହଭାଗିତା ଏକ ସୁଦୃଢ ନୂତନ ଯୁଗର ମୋବିଲିଟି ସମାଧାନକୁ ସକ୍ଷମ କରିବ। ଭାରତର ସର୍ବବୃହତ୍ ଇଣ୍ଟିଗ୍ରେଟେଡ୍ ଟେଲିକମ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ଜିଓ ଏହି ସ୍ୱତନ୍ତ୍ର ଡିଜାଇନ୍ ଅଟୋମୋବାଇଲ୍ ସମାଧାନକୁ ସକ୍ଷମ କରିବ। ଏହାଦ୍ୱରା ଏମ୍‌ଜି ମୋଟର୍ସର ଆଗକୁ ଆସିବାକୁ ଥିବା ମଧ୍ୟମ ବର୍ଗର ଏସ୍‌ୟୁଭିର ଗ୍ରାହକମାନେ କେବଳ ମେଟ୍ରୋ ଓ ବଡ ସହର ନୁଡେଁ, ଛୋଟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଉଚ୍ଚ ଗୁଣବତ୍ତା ସଂଯୋଗ ସହିତ ଜିଓର ବ୍ୟାପକ ଇଂଟରନେଟ୍ ଦ୍ୱାରା ଉପକୃତ ହେବେ। ଜିଓର ନ୍ୟୁ-ଏଜ୍ କନେକ୍ଟେଡ୍ ବାହନ ସମାଧାନ ହେଉଛି ହାର୍ଡୱେର୍‌, ସଫ୍ଟୱେର୍ ଏବଂ କନେକ୍ଟେିଭିଟିର ଏକ ସମାହାର ଯାହା ଉପଭୋକ୍ତାମାନଙ୍କୁ ଟ୍ରେଣ୍ଡିଂ ଇନ୍‌ଫୋଟେନମେଂଟ୍ ଏବଂ ରିଅଲ୍ ଟାଇମ୍ ଟେଲିମାଟିକ୍ସକୁ ଯିବାରେ ସକ୍ଷମ କରିବ।

ଜିଓର ନିର୍ଦ୍ଦେଶକ ତଥା ସଭାପତି କିରଣ ଥୋମାସ କହିଛନ୍ତି ଯେ “ଜିଓ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ଉତ୍ପାଦ ଏବଂ ସମାଧାନର ଏକ ଇକୋସିଷ୍ଟମ ନିର୍ମାଣ କରୁଛି। ଏମ୍‌ଜି ମୋଟର ଇଣ୍ଡିଆ ସହିତ ଆମର ସହଭାଗିତା ସେହି ଯାତ୍ରାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଜିଓର ଇ-ସିମ୍‌, ଆଇଓଟି ଏବଂ ଷ୍ଟ୍ରିମିଂ ସମାଧାନ ଏମ୍‌ଜି ବ୍ୟବହାରକାରୀଙ୍କୁ ରିଅଲ୍-ଟାଇମ୍ କନେକ୍ଟିଭିଟି, ଇନଫୋଟେନ୍ମେଣ୍ଟ ଏବଂ ଟେଲିମାଟିକ୍ସକୁ ପ୍ରବେଶ କରିବାକୁ ସକ୍ଷମ କରିବ। ଏହାର ମୁଖ୍ୟ ସ୍ତମ୍ଭ ଭାବରେ ନୂତନ ଭାବରେ ଗଢିବା ସହ ଅଟୋମୋବାଇଲ ଶିଳ୍ପରେ ଟେକ୍ନୋଲୋଜିକାଲ୍ ବିବର୍ତ୍ତନ ପାଇଁ ଏହା ଏକ ପ୍ରତିବଦ୍ଧତା।”