Categories
ଆଜିର ଖବର ଜାତୀୟ ଖବର

ଭଗତ ସିଂଙ୍କ ଏକ ନାଟକର ଅଭ୍ୟାସ ବେଳେ ଅଘଟଣ: ଷ୍ଟୁଲରୁ ଖସି ପଡ଼ିବାରୁ ବେକରେ ଲାଗିଗଲା ରଶି, ନାବାଳକ ମୃତ

ନୂଆଦିଲ୍ଲୀ; ଅଗଷ୍ଟ ୧୫ ତାରିଖ ଉପଲକ୍ଷେ ଶହୀଦ ଭଗତ ସିଂଙ୍କ ଉପରେ ନାଟକ କରିବା ପାଇଁ ଅଭ୍ୟାସ କରୁଥିବା ଜଣେ ନାବାଳକଙ୍କ ବେକରେ ରଶି ଲାଗି ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ଜନପଦ ବନ୍ଦାୟୁ ଜିଲ୍ଲାର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

କୁନୱାରଗାଓଁ ଥାନା ଅଞ୍ଚଳର ବାବାଟ ନିବାସୀ ଭୁରେ ସିଂଙ୍କ ୧୦ ବର୍ଷର ପୁଅ ଶିବମ ଗୁରୁବାର ଦିନ ଘରେ ଏକୁଟିଆ ଥିଲେ। ଏହା ପରେ ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନେ ମଧ୍ୟ ତାଙ୍କ ଘରକୁ ଆସିଥିଲେ। ଏବଂ ସ୍ଵାଧୀନତା ଦିବସ ଉପଲକ୍ଷେ ସର୍ଦ୍ଦାର ଭଗତ ସିଂ ନାଟକ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ସେତେବେଳେ ମୃତ ନାବାଳକଙ୍କ ମାଆ ଆରତୀ ଏବଂ ବାପା କ୍ଷେତକୁ କାମ କରିବାକୁ ଯାଇଥିଲେ। ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଉପଲକ୍ଷେ ପିଲାମାନେ ସର୍ଦ୍ଦାର ଭାଗବତ ସିଂଙ୍କ ସହ ଜଡିତ ଏକ ନାଟକର ଅଭ୍ୟାସ କରୁଥିଲେ। ସର୍ଦ୍ଦାର ଭାଗବତ ସିଂ ଭୂମିକାରେ ଶିବମ ଅଭିନୟ କରୁଥିଲେ। ଏହି ସମୟରେ ରଶି ଯୋଗୁଁ ଶିବମ ଜୀବନ ହରାଇଥିଲେ। ଏହି ଘଟଣା ପରେ ପିଲାମାନେ ସାହାଯ୍ୟ ପାଇଁ ନିକଟସ୍ଥ ଲୋକଙ୍କୁ ଡାକିବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଲୋକେ ପହଞ୍ଚିଥିଲେ ମଧ୍ୟ ନାବାଳକଙ୍କ ଜୀବନ ବଞ୍ଚାଇପାରିନଥିଲେ।

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ଦାନ୍ତରୁ ଜାଣନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା: ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

ନୂଆଦିଲ୍ଲୀ: ଶରୀରକୁ ସମ୍ପୂର୍ଣ୍ଣ ସୁସ୍ଥ ରଖିବା ପାଇଁ ପାଟିର ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତଥାପି, ଏହା ପରେ ମଧ୍ୟ ଲୋକମାନେ ପ୍ରାୟତ ଦାନ୍ତ କିମ୍ବା ମାଢି ସମ୍ବନ୍ଧୀୟ ସମସ୍ୟା ଦେଖନ୍ତି। ଦାନ୍ତ ସହ ଜଡିତ ଏହି ସମସ୍ୟାଗୁଡ଼ିକ ପ୍ରତ୍ୟେକ ଥର ଆମେ ବୁଝିବା ସମ୍ଭବ ହୋଇନଥାଏ।

ବିଶେଷଜ୍ଞମାନଙ୍କ ମତରେ ଦାନ୍ତ ଓ ମାଢିରେ କିଛି ଲକ୍ଷଣ ଦେଖାଯିବା ଏକ ଗୁରୁତର ରୋଗର ସଙ୍କେତ ହୋଇପାରେ।

ରକ୍ତସ୍ରାବ:

ରକ୍ତସ୍ରାବ ହର୍ମୋନ୍ ଅସନ୍ତୁଳନର ଲକ୍ଷଣ। ବୟସ ସହିତ ହରମୋନ୍ ପରିବର୍ତ୍ତନ ହେବା ସାଧାରଣ କଥା। ଗର୍ଭାବସ୍ଥା କିମ୍ବା ଋତୁସ୍ରାବ ସମୟରେ ଏହା ମହିଳାମାନଙ୍କଠାରେ ଦେଖାଯାଏ। ଯଦି ଏହାର ଠିକ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ମାଢି ଏବଂ ହାଡକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ଗୁରୁତର ଅବସ୍ଥାରେ ଏହା ଶୀଘ୍ର ଦାନ୍ତକୁ ନଷ୍ଟ କରିଦେଇପାରେ।

ସମତଳ ଦାନ୍ତ:

ଡାକ୍ତରମାନେ କହିଛନ୍ତି ଯେ, ସମତଳ ଦାନ୍ତ ଚାପ ବିଷୟରେ କହିଥାଏ। ଚାପ କେବଳ ଆମ ଶରୀରକୁ ନୁହେଁ ବରଂ ଆମର ଦାନ୍ତକୁ ମଧ୍ୟ ପ୍ରଭାବିତ କରିଥାଏ। ପ୍ରାୟତ ଲୋକମାନେ ଟେନସନ କିମ୍ବା କ୍ରୋଧରେ ଦାନ୍ତ କଡମଡ କରନ୍ତି। ଏହି କାରଣରୁ, ଦାନ୍ତ ସମତଳ ହେବାକୁ ଲାଗେ। ଅନେକ ଲୋକ ବିରକ୍ତ ହେଲେ ଦାନ୍ତ ଘଷନ୍ତି ଏବଂ ସେମାନେ ଦାନ୍ତରେ କ’ଣ କରୁଛନ୍ତି ତାହା ମଧ୍ୟ ଜାଣନ୍ତି ନାହିଁ। ଏହା ମୁଣ୍ଡବ୍ୟଥା ଏବଂ ଗଣ୍ଠି ଯନ୍ତ୍ରଣା ସହିତ ମଧ୍ୟ ଜଡିତ।

ପାଟି ଭିତରେ ଧଳା ପ୍ୟାଚ୍:

ସାଧାରଣତ ପାଟିଟି ଭିତରେ ଥିବା ଧଳା ପ୍ୟାଚ୍ କ୍ଷତିକାରକ ନୁହେଁ। ଏହା ଧୂମପାନ କିମ୍ବା ପାଟି ସହିତ ଜଡିତ କୌଣସି ସମସ୍ୟା ହେତୁ ମଧ୍ୟ ହୋଇପାରେ। ଯଦିଓ ଅନେକ ଗମ୍ଭୀର ପରିସ୍ଥିତିରେ, ପାଟି ଭିତରେ ଧଳା ରଙ୍ଗର ପ୍ୟାଚ୍ ରହିବା ଏଚ୍.ଆଇ.ଭି କିମ୍ବା କର୍କଟ ରୋଗର ଲକ୍ଷଣ ହୋଇଥାଏ। ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ ଏବଂ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ଏବଂ ଏହାକୁ ସଠିକ୍ ଭାବରେ ପରୀକ୍ଷା କରନ୍ତୁ।

ସମ୍ବେଦନଶୀଳ ଦାନ୍ତ:

ସମ୍ବେଦନଶୀଳ ଦାନ୍ତ ଯୋଗୁଁ ଆପଣଙ୍କୁ ବାରମ୍ବାର ବାନ୍ତି ଲାଗେ। ଗର୍ଭାବସ୍ଥାରେ ହାଇପରେମେସିସ୍ ହେତୁ ପେଟରେ ଅମ୍ଳତା ସୃଷ୍ଟି ହୁଏ। ଦାନ୍ତକୁ ସମ୍ବେଦନଶୀଳ କରିବା ସହିତ ଏହା ଏହାର ଉପର ସ୍ତରକୁ ମଧ୍ୟ କ୍ଷତି ପହଞ୍ଚାଏ। ଏହି କାରଣରୁ ବାରମ୍ବାର ବାନ୍ତି ହୁଏ। ବାନ୍ତି ପରେ ତୁରନ୍ତ ବ୍ରଶ୍ କରିବା ଉଚିତ୍ ନୁହେଁ କାରଣ ଏହା ଦାନ୍ତର ଏନାଲ୍ (ବାହ୍ୟ ସ୍ତର) କୁ ନଷ୍ଟ କରିପାରେ।

ପାଟି ଘା’:

ବାରମ୍ବାର ପାଟି ଘା ’ପାଟି କର୍କଟ ରୋଗର ଲକ୍ଷଣ ହୋଇପାରେ। ପାଟି କିମ୍ବା ପାଟି କର୍କଟ ହୁଏ ଯେତେବେଳେ ଓଠ, ଜିଭ, ମାଢି କିମ୍ବା ଟନସିଲରେ ଏକ ଟ୍ୟୁମର ସୃଷ୍ଟି ହୁଏ। ବେଳେବେଳେ ଏହା ପାଟି କିମ୍ବା ଜିଭରେ ନାଲି କିମ୍ବା ଧଳା ରଙ୍ଗର ପ୍ୟାଚ୍ ମଧ୍ୟ ସୃଷ୍ଟି କରିପାରେ। ଯଦି ଏହିପରି କିଛି ଅନୁଭବ ହୁଏ, ନିଶ୍ଚିତ ଭାବରେ ଦନ୍ତ ଚିକିତ୍ସକଙ୍କ ସହିତ ଯୋଗାଯୋଗ କରିବା ଉଚିତ୍।

ନାଲି ଜିଭ:

ନାଲି ଜିଭ ସୂଚିତ କରେ ଯେ ଆପଣଙ୍କର ଆଇରନ ଅଭାବ ଅଛି। ରକ୍ତହୀନତା ହେତୁ ଜିଭ ଲାଲ ଏବଂ ଫୁଲିଯାଏ। ଏହା ବ୍ୟତୀତ ପାଟିରେ ଯନ୍ତ୍ରଣା ହୋଇପାରେ ଏବଂ ଓଠର କୋଣର ଚର୍ମ ମଧ୍ୟ ଫାଟି ଯାଇପାରେ। ଏଥିପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଆପଣଙ୍କର ସଠିକ୍ ପରୀକ୍ଷା କରି ଚିକିତ୍ସା ଆରମ୍ଭ କରନ୍ତୁ।

Categories
ଅପରାଧ ଆଜିର ଖବର ମନୋରଂଜନ

ଗହନା ବଶିଷ୍ଠଙ୍କ ବିରୋଧରେ ଜଣେ ମହିଳା ଆଣିଲେ ସାଂଘାତିକ ଅଭିଯୋଗ: କାମ ବାହନାରେ କରାଗଲା ଯୌନ ଶୋଷଣ

ମୁମ୍ବାଇ: ଗହନା ବଶିଷ୍ଠଙ୍କ ବିରୋଧରେ ମୁମ୍ବାଇ ପୋଲିସ ତିନୋଟି କେସ ପଞ୍ଜିକରଣ କରିଛି। ବର୍ତ୍ତମାନ ଗହନା ତୃତୀୟ ଏଫ୍ଆଇଆର୍ ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି। ଗହନାଙ୍କ ଓକିଲ ସୁନୀଲ କୁମାର କହିଛନ୍ତି ଯେ, ସେ ଚାରି ମାସ ଜେଲରେ ଅଛନ୍ତି ଏବଂ ପ୍ରଥମ ଦୁଇଟି ମାମଲା ପାଇଁ ଜାମିନ ପାଇଛନ୍ତି।

୩୩ ବର୍ଷିୟା ଗହନାଙ୍କୁ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡ଼ିଓ ମାମଲାରେ ପୋଲିସ ଅଭିଯୁକ୍ତ କରିଥିଲା, ଯେଉଁଥିପାଇଁ ରାଜ ବର୍ତ୍ତମାନ ଜେଲ ହାଜତରେ ଅଛନ୍ତି। ନିକଟରେ ରାଜ କୁନ୍ଦ୍ରାଙ୍କ ମାମଲାରେ ଏକ ବୟାନ ଦେବାକୁ ଗହନାଙ୍କ ନିକଟକୁ ମୁମ୍ବାଇ ପୋଲିସ ପକ୍ଷରୁ ସମନ ପଠାଯାଇଥିଲା। ତେବେ ଅସୁସ୍ଥତା ଦର୍ଶାଇ ଗହନା କହିଛନ୍ତି ଯେ, ସେ ବର୍ତ୍ତମାନ ଆସି ପାରିବେ ନାହିଁ। ଏହାର ଗୋଟିଏ ଦିନ ପରେ, ଜୁଲାଇ ୨୭ ରେ, ଜଣେ ମହିଳା ଗହନା ଏବଂ ଅନ୍ୟ କେତେକଙ୍କ ବିରୋଧରେ ଏକ ନୂଆ ମାମଲା ଦାୟର କରିଥିଲେ। ମହିଳା ଜଣକ ନିଜକୁ ଗଣଦୁଷ୍କର୍ମର ଶିକାର ବୋଲି କହୁଛନ୍ତି।

ମହିଳାଙ୍କ ଯୌନ ଶୋଷଣ ଅଭିଯୋଗ:

କିଛି ମାସ ପୂର୍ବରୁ ଫେବୃଆରୀ ୬ ତାରିଖରେ ଗହନା ବଶିଷ୍ଠଙ୍କୁ ଗିରଫ କରାଯାଇଥିଲା। ପ୍ରକୃତରେ ଜଣେ ମହିଳା ଅଭିଯୋଗ କରିଥିଲେ ଯେ ୱେବ୍ ସିରିଜରେ କାମ ଦେବା ବାହାନା କରି ତାଙ୍କୁ ଯୌନ ଶୋଷଣ କରାଯାଇଥିଲା। ଏହି ମାମଲାରେ ମାର୍ଚ୍ଚରେ ଦାଖଲ ହୋଇଥିବା ଗହନାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ତା’ପରେ ଜୁନ୍ ୧୮ ତାରିଖରେ ସେ ଜାମିନ ପାଇଥିଲେ। ବର୍ତ୍ତମାନ ଗହନାଙ୍କ ବିରୋଧରେ ହୋଇଥିବା ନୂଆ ମାମଲାରେ ତାଙ୍କ ଓକିଲ କହିଛନ୍ତି, ‘ମୁମ୍ବାଇ ପୋଲିସ ପ୍ରଥମେ ନିଷ୍ପତ୍ତି ନେବ ଯେ ଗହନା ଜଣେ ଅଭିଯୁକ୍ତ ନା ସାକ୍ଷୀ। କିନ୍ତୁ ଧାରା ୪୧-ଏ ଅନୁଯାୟୀ ଆମକୁ ନୋଟିସ୍ ମିଳିଥିବାରୁ ଆମେ ଏକ ଜାମିନ ଆବେଦନ କରିଛୁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଚେତାବନୀ ସତ୍ତ୍ୱେ ପଞ୍ଜାବ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ: ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ଦୁଇ ପାକିସ୍ତାନ ଆତଙ୍କୀ

ନୂଆଦିଲ୍ଲୀ: ପଞ୍ଜାବରେ ପାକିସ୍ତାନରୁ ଅନ୍ତର୍ଜାତୀୟ ସୀମା ପାର ହେଉଥିବା ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୀମା ସୁରକ୍ଷା ବାହିନୀ (ବିଏସଏଫ) ର ଯବାନମାନେ ଗୁଳି କରି ହତ୍ୟା କରିଛନ୍ତି। ସୂଚନାନୁସାରେ, ପଞ୍ଜାବର ଫିରୋଜପୁର ଜିଲ୍ଲାର ଠହକେଲନ ବିଓପି ନିକଟରେ ଗତକାଲି ୮.୪୮ ମିନିଟରେ ଦୁଇଜଣ ସନ୍ଦିଗ୍ଧ ଭାରତୀୟ ସୀମା ଆଡକୁ ଆସୁଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ବିଏସଏଫ ଯବାନଙ୍କଠାରୁ ଚେତାବନୀ ଦେବା ସତ୍ତ୍ୱେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସୀମା ପାର ହେବାକୁ ଚେଷ୍ଟା କରିଥିଲେ। ତେଣୁ ସୁରକ୍ଷାବାହିନୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯେଉଁଥିରେ ଦୁଇଜଣ ଆତଙ୍କାବାଦୀଙ୍କ ମୃତ୍ୟୁ ହୋଇଛି।

ଅନ୍ତର୍ଜାତୀୟ ସୀମା ଦେଇ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ପାକିସ୍ତାନରୁ ଅନେକ ସମୟରେ ଚେଷ୍ଟା କରାଯାଏ। ଡ୍ରୋନ୍ ଦ୍ୱାରା ଡ୍ରଗ୍ସ କିମ୍ବା ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ପାକିସ୍ତାନ ପକ୍ଷରୁ ଅନେକ ପ୍ରୟାସକୁ ଭାରତୀୟ ଜବାନମାନେ ବିଫଳ କରିଛନ୍ତି। ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମର ବିଫଳତା ପରେ ପାକିସ୍ତାନ ପକ୍ଷରୁ ପଞ୍ଜାବର ଅନ୍ତର୍ଜାତୀୟ ସୀମାରେ ହଲଚଲ ଦେଖିବାକୁ ମିଳୁଛି। ତେବେ ସତର୍କ ସୁରକ୍ଷା ବାହିନୀ ସେମାନଙ୍କ ଷଡଯନ୍ତ୍ରକୁ ସଫଳ ହେବାକୁ ଦେଇନାହାଁନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଘୋଷଣା ହେବ ନୂଆ ଗାଇଡଲାଇନ: ଅପରାହ୍ନ ୩ ଟା ୩୦ରେ ଏସଆରସି କରିବେ ପ୍ରେସ୍ ମିଟ୍

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାର ନୂଆ ଗାଇଡଲାଇନ ଘୋଷଣା ହୋଇପାରେ। ଆସନ୍ତାକାଲି ସକାଳ ୬ ଟାରେ ଆଂଶିକ ଲକଡାଉନ ଅବଧି ଶେଷ ହେଉଥିବା ବେଳେ ଆଜି ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିପାରନ୍ତି। ଅପରାହ୍ନ ୩ଟା ୩୦ ମିନିଟରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିପାରନ୍ତି।

ତେବେ ଅଗଷ୍ଟ ପ୍ରଥମ ପହିଲାରୁ କୋଭିଡ ମୁକାବିଲା ରଣନୀତି କ’ଣ ରହିବ ତା’ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନର କରୋନା ସ୍ଥିତି, ସଂକ୍ରମଣ ହାର, ଟିକାକରଣ ଓ କୋଭିଡ କଟକଣାକୁ ମାନଦଣ୍ଡ ଭାବରେ ବିଚାର କରି ସରକାର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଥିବା ସୂଚନା ରହିଛି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ସଂକ୍ରମଣ ଆଶାମୁତାବକ ହ୍ରାସ ପାଇନି। ତେଣୁ ଏହି ଦୁଇ ଜିଲ୍ଲା ପାଇଁ ବିଶେଷକରି କିଭଳି କଟକଣା ଲାଗୁହେବ, ତାହା ଦେଖିବା ବାକି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସନ୍ଧ୍ୟାରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ: ଏହି ଓ୍ଵେବସାଇଟ୍ ରେ ଦେଖିବେ ରେଜଲ୍ଟ

ଭୁବନେଶ୍ବର: ଆଜି ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଗତକାଲି ସିବିଏସଇର ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆଜି ସନ୍ଧ୍ୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ।  ଛାତ୍ରଛାତ୍ରୀମାନେ orissaresults.nic.in ଓ୍ଵେବସାଇଟ୍ ରେ ନିଜର ପରୀକ୍ଷା ଫଳ ଦେଖିପାରିବେ। ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ କରୋନା ସ୍ଥିତି ସୁଧୁରିଲାପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଥିଲା।

ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୪୧ ହଜାର ୬୪୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୬୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୬ ଲକ୍ଷ ୨୦ ହଜାର ୬୦୦ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୩ ହଜାର ୮୧୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୭ ଲକ୍ଷ ୮୧ ହଜାର ୨୬୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮ ହଜାର ୯୨୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୮ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୫ ହଜାର ୯୦୨ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୯୦୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୮ ଜଣ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାରୁ ୭ ଜଣ ଲେଖାଏଁ, ବାଲେଶ୍ଵର, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, କଟକ, ମୟୂରଭଞ୍ଜ ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ, ବଲାଙ୍ଗୀରି, କେନ୍ଦ୍ରାପଡା, କେନ୍ଦୁଝର, ନୟାଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ଜଗତସିଂହପୁରା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବୌଦ୍ଧ, ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୫୪ ହଜାର ୯୨୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୩୮୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୯୦୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୫୭୮ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୫୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୬୬୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୫୪ ହଜାର ୯୨୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୩୮୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୮୩୪ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୫୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୩୬ ଜଣ, କଟକ ଜିଲ୍ଲାରୁ ୨୧୨ ଜଣ, ଅନୁଗୁଳ ଜିଲ୍ଲାରୁ ୪୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୭୮ ଜଣ, ବରଗଡ ଜିଲ୍ଲାରୁ ୯ ଜଣ, ଭଦ୍ରକ ଜିଲ୍ଲାରୁ ୫୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୮ ଜଣ, ବୌଦ୍ଧ ଜିଲ୍ଲାରୁ ୪ ଜଣ, ଦେବଗଡ ଜିଲ୍ଲାରୁ ୮ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୯ ଜଣ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧୩ ଜଣ, ଯାଜପୁର ଜିଲ୍ଲାରୁ ୭୭ ଜଣ, ଝାରସୁଗୁଡା ଜିଲ୍ଲାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୭ ଜଣ, କୋରାପୁଟ ଜିଲ୍ଲାରୁ ୧୪ ଜଣ, ମାଲକାନାଗିରି ଜିଲ୍ଲାରୁ ୧୧ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୬ ଜଣ, ନୟାଗଡ ଜିଲ୍ଲାରୁ ୫୩ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୧୦୯ ଜଣ, ରାୟଗଡା ଜିଲ୍ଲାରୁ ୪ ଜଣ, ସମ୍ବଲପୁର ଜିଲ୍ଲାରୁ ୧୮ ଜଣ, ସୋନପୁର ଜିଲ୍ଲାରୁ ୧୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୯ ଜଣ ଏବଂ ଷ୍ଟେଟ ପୁଲରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ସବୁ ସ୍ଥାନରେ ସତ୍ ଲୋକ ଥାଆନ୍ତି ବୋଲି ବିଶ୍ବାସ କରନ୍ତୁ ନାହିଁ, ଆଚାର୍ଯ୍ୟ ଚାଣକ୍ୟ

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ସତ୍ ଲୋକଙ୍କର ସଜ୍ଞା ନିରୂପଣ କରିଛନ୍ତି। ସେ କହିଛନ୍ତି ଯେ, ଆପଣ କେବେବି ଭାନ୍ତୁ ନାହିଁ ସବୁ ସ୍ଥାନରେ ସତ ଲୋକେ ଥିବେ। ଚାଣକ୍ୟ କେତେକ ଉଦାହରଣ ପ୍ରଦାନ କରିଛନ୍ତି। ମାଣିକ ହେଉଛି ଏକ ମୂଲ୍ୟବାନ ପଥର ଯାହା ପାହାଡରେ ଥାଏ। ହେଲେ ସବୁ ପାହଡରେ ମାଣିକ ମିଳେ ନାହିଁ। ସେହିପରି ମୋତି ହେଉଛି ଏକ ଜୀବଜ ପଦାର୍ଥ। ଏହା ଶାମୁକାରୁ ମିଳିଥାଏ। ହେଲେ ସବୁ ଶାମୁକାରୁ ମୋତି ମିଳି ନ ଥାଏ। ଚନ୍ଦନ କାଠରୁ କେବଳ ଚନ୍ଦନ ବାହାରିବ, ହେଲେ ସବୁ କାଠରୁ ଚନ୍ଦନ ବାହାରିବ ନାହିଁ।

ସେଥିପାଇଁ ଯେ କୌଣସି ବ୍ୟକ୍ତି ସତ୍, ଭଦ୍ର, ଶିକ୍ଷିତ, ଜ୍ଞାନୀ, ଚରିତ୍ରବାନ, ଧର୍ମପରାୟଣ, ମାର୍ଜିତ ହୋଇଥିବ ବୋଲି କେବେ ଭାବିବେ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ହାତରେଖାରୁ ଜାଣନ୍ତୁ ଆପଣଙ୍କ ଆର୍ଥିକ ସ୍ଥିତି କିପରି ରହିବ

ଭୁବନେଶ୍ବର: ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ବିଷେଶ ମହତ୍ବ ରହିଛି। ସାମୁଦ୍ରିକ ଶାସ୍ତ୍ରରେ ମଣିଷ ଶରୀରର କିଛି ଅଙ୍ଗ ଓ ଚିହ୍ନ ଆଧାରରେ ଭବିଷ୍ୟତ ସମ୍ପର୍କରେ ଅନେକ ଜିନିଷ ଜାଣିହୁଏ। ଏହା ଦ୍ବାରା ମଣିଷର ଆର୍ଥିକ ଓ ସାମାଜିକ ସ୍ଥିତର ମଧ୍ୟ ଅନୁମାନ କରାଯାଇପାରିବ।

ସାମୁଦ୍ରିକ ଶାସ୍ତ୍ରର ରଚନା ଋଷି ସମୁଦ୍ର କରିଥିଲେ। ତାଙ୍କ ନାମାନୁସାରେ ଏହି ଶାସ୍ତ୍ରର ନାମ ସାମୁଦ୍ରିକ ଶାସ୍ତ୍ର ରଖାଯାଇଛି। ଏହି ଶାସ୍ତ୍ରରେ ଶରୀରର ଅଙ୍ଗରେ ଆକୃତି ତଥା ଅଙ୍ଗରେ ବର୍ଣ୍ଣିତ ଚିହ୍ନ ଦ୍ବାରା ବ୍ୟକ୍ତିର ସ୍ବଭାବ, ବ୍ୟବହାର ଓ ଭବିଷ୍ୟ ସମ୍ପର୍କରେ ସୂଚନା ମିଳିଥାଏ। କୁହାଯାଏ ଶରୀରର ଅଙ୍ଗ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ଦେଇଥାଏ। ସେହିପରି ହାତ ପାପୁଲିରେ ଥିବା ଚିହ୍ନ ତଥା ରେଖା ଦ୍ବାରା ଆର୍ଥିକ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିଥାଏ।

ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ପାପୁଲିର ତ୍ରିଭୁଜ ପରି ଚିହ୍ନ ରହିଛି ତେବେ ସେହି ବ୍ୟକ୍ତି ଜୀବନ ସାରା ଆର୍ଥିକ  ସମସ୍ୟାର ସମ୍ମୁଖନୀ ହେବ। ସେହିପରି ଯେଉଁ ବ୍ୟକ୍ତିଙ୍କର ହାତରେ ଆୟତ୍ତକାରର ଚିହ୍ନ ରହିଥାଏ, ସେମାନଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିଥାଏ। ଏହି ଲୋକମାନେ ଜୀବନରେ ବହୁତ ପରିଶ୍ରମ କରି ଫଳ ପାଇଥାନ୍ତି।

ସେହିପରି ଯେଉଁ ବ୍ୟକ୍ତିର ପାପୁଲରି ସୂର୍ଯ୍ୟ ପର୍ବତ ଉପରେ ବହୁତ ସାରା ରେଖା ଥାଏ, ସେମାନେ ବହୁ ପରିଶ୍ରମ କରିବା ସତ୍ତ୍ବେ ମଧ୍ୟ ଧନ ସମ୍ପତ୍ତି ପ୍ରାପ୍ତ କରି ପାରିନଥାନ୍ତି। ଏହି ବ୍ୟକ୍ତିମାନେ ସୂର୍ଯ୍ୟଦେବଙ୍କ ପୂଜା କରିବା ଆବଶ୍ୟକ। ତାଙ୍କ କୃପା ଫଳରେ ଧନ ସମ୍ପତ୍ତି ପ୍ରାପ୍ତ କରିପାରିବେ।

ସେହିପରି ଯେଉଁ ବ୍ୟକ୍ତିଙ୍କ ପାପୁଲିରେ ସିଧା, ଲମ୍ବା ଓ ଗଭୀର ରେଖା ପାପୁଲି ଆରମ୍ଭରୁ ଆଗକୁ ଯାଇଥାଏ। ସେମାନେ ଜୀବନରେ ଧନ ସମ୍ପତ୍ତି ପ୍ରାପ୍ତ କରିଥା’ନ୍ତି। ସେହିପରି ଯେଉଁ ବ୍ୟକ୍ତିର ପାପୁଲିର ପଛ ପାଖରେ ବହୁତ ସାରା ରେଖା ଥାଏ, ସେମାନେ କଠିନ ପରିଶ୍ରମ କରି ଧନ କମାଇଥା’ନ୍ତି।

Categories
ଜୀବନ ଶୈଳୀ ବିଶେଷ ଖବର

ଏଠାରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାକୁ କରାଯାଇଥାଏ ବାଧ୍ୟ, ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୀତିନୀତି ରହିଛି। ଆଫ୍ରିକା ମହାଦେଶର ଇରୀଟ୍ରିଆରେ ଜଣ ପୁରୁଷଙ୍କ ଦୁଇଜଣ ସ୍ତ୍ରୀ ରଖିବା ନେଇ ଏକ କଡା ନିୟମ ରହିଛି। ଏଠାକାର ପୁରୁଷ ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କରନ୍ତି। ଏହି ଦେଶରେ ପୁରୁଷଙ୍କୁ  ବିବାହ କରିବାକୁ ବାଧ୍ୟ କରାଯିବା ସହ ଜଣେ ପୁରୁଷ ଦୁଇଜଣ ସ୍ତ୍ରୀ ରଖିବାକୁ ନିୟମ ରହିଛି। ଆଫ୍ରିକା ମହାଦ୍ବୀପର ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ କରିବା ନେଇ ଏକ ଅଜବ ଆଇନ ରହିଛି। ଆଫ୍ରିକାର ଇରିଟ୍ରିଆରେ ପ୍ରତ୍ୟେକ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ବାଧ୍ୟ କରାଯାଇଥାଏ। ଯଦି କୌଣସି ପୁରୁଷ ଦୁଇଜଣ ସ୍ତ୍ରୀ ନରଖନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ଦଣ୍ଡ ସ୍ବରୂପ ସେହି ବ୍ୟକ୍ତିଙ୍କୁ ଜେଲ୍‌ଦଣ୍ଡାଦେଶ ହୋଇଥାଏ।

ତେବେ ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାର କାରଣ ରହିଛି। ଇରୋଟ୍ରିଆରେ ମହିଳାଙ୍କ ସଂଖ୍ୟା ତୁଳନାରେ ପୁରୁଷ ସଂଖ୍ୟା ବହୁତ କମ୍‌ ରହିଛି। ଏହି କାରଣ ଯୋଗୁଁ ଇଥୋପିଆ ସହ ଗୃହ ଯୁଦ୍ଧ ମଧ୍ୟ ରହିଛି। ଏପରି ସ୍ଥିତିରେ ଏଠାକାର ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବା ନେଇ ଶକ୍ତ ଆଇନ୍‌ ରହିଛି।

ଏହି ଆଇନ୍‌ ଅନୁସାରେ ସେଠାରେ ମହିଳାମାନେ ମଧ୍ୟ ନିଜ ସ୍ବାମୀଙ୍କର ଦ୍ବିତୀୟ ବିବାହରେ କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ। ଯଦି ସେମାନେ ଏପରି କିଛି କରନ୍ତି,ତେବେ ସମ୍ପୃକ୍ତ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥାଏ।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ଆଜି ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଶନିବାର ରାଶିଫଳ

ମେଷ- ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ।

ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ ଅସୁବିଧାଜନକ ହେବ। ଯାହାର କୈଣସି ନିର୍ଦ୍ଦିଷ୍ଟ କାରଣ ରହିବ ନାହିଁ, କିନ୍ତୁ ଆପଣ ଭାବିବାରେ ଅଧିକ ସମୟ ଦେବେ। ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ। କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ। ବିବାହିତ ଲୋକମାନେ ଘରୋଇ ଜୀବନରେ ସନ୍ତୁଷ୍ଟ ହେବେ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନେ ନିଜ ପ୍ରିୟଙ୍କ ସହିତ ବିବାହ ବିଷୟରେ କଥାବାର୍ତ୍ତା କରିପାରିବେ।

ମିଥୁନ– ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି। ଆପଣ ନିଜ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଭଲ ପାଇବେ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବେ। ଏହା ଆପଣଙ୍କୁ ଏକ ନୂତନତା ଅନୁଭବ ଆଣିବ ଏବଂ ଶକ୍ତି ବୃଦ୍ଧି କରିବ। ବିବାହିତ ଲୋକମାନେ ସେମାନଙ୍କର ଘରୋଇ ଜୀବନରେ କିଛି ଚାପ ଅନୁଭବ କରିବେ ଏବଂ ଘରେ କୈଣସି ସମସ୍ୟା ଏହା ହୋଇପାରେ। ଆଜି ପ୍ରେମ ଜୀବନ ବିତାଉଥିବା ଲୋକମାନେ ନିଜ ପ୍ରିୟଙ୍କ ସହିତ ବୁଲିବାକୁ କୈଣସି ସ୍ଥାନକୁ ଯିବେ। ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣଙ୍କ କାର୍ଯ୍ୟ ପ୍ରଶଂସିତ ହେବ।

କର୍କଟ- ଆଜି ଆପଣ ପରିବାରକୁ ଭଲ ସମୟ ଦେବ। ଘରୋଇ କାର୍ଯ୍ୟ ଉପରେ ମଧ୍ୟ ଆପଣଙ୍କର ଧ୍ୟାନ ରହିବ। କିଛି ଚ୍ୟାଲେଞ୍ଜ ଆସିବ, ଯାହାକୁ ଆପଣ ଭଲ ସାମ୍ନା କରିବେ। ପାରିବାରିକ ଜୀବନରେ ପ୍ରେମର ଏକ ନୂଆ ଅନୁଭବ ଦେଖାଯିବ ଏବଂ ପରିବାର ସହିତ କୈଣସି ସ୍ଥାନରେ ଖାଇବାକୁ ବାହାରକୁ ଯିବାର କଳ୍ପନା ସୃଷ୍ଟି ହେବ। ବ୍ୟବସାୟରେ କିଛି ଅସୁବିଧା ହୋଇପାରେ, କିନ୍ତୁ କାମ ପାଇଁ ଭଲ ହେବ। ବିବାହିତ ଜୀବନ ଚାପ ମଧ୍ୟରେ ଉତ୍ଥାନ-ପତନରେ ପରିପୂର୍ଣ୍ଣ ହେବ କିନ୍ତୁ ପ୍ରେମ ଜୀବନ ଖୁସି ହେବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ କିନ୍ତୁ ତୁମର କ୍ରୋଧକୁ ଏଡ଼ାଇବାକୁ ପଡିବ।

ସିଂହ- ଆଜି ଭ୍ରମଣର ସମୟ ରହିଛି, କିନ୍ତୁ ସତର୍କତା ରଖନ୍ତୁ କାରଣ ଭ୍ରମଣ ସମୟରେ କିଛି ଅସୁବିଧା ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୁର୍ବଳ ରହିବ। ଆଜି ଖର୍ଚ୍ଚ ବଢିବ, ଯାହା ଆପଣଙ୍କ ଟେନସନକୁ ବଢାଇପାରେ। ଆୟ ସ୍ୱାଭାବିକ ହେବ। ପାରିବାରିକ ପରିବେଶ ସୁଖରେ ପରିପୂର୍ଣ୍ଣ ହେବ। ପ୍ରେମ ଜୀବନ ପାଇଁ ଦିନାମାନ ଟିକେ ଦୁର୍ବଳ। ଆପଣଙ୍କର ପ୍ରିୟଙ୍କ ସହିତ ଅସୁବିଧା ହୋଇପାରେ। ଆଜି କାର୍ଯ୍ୟ ଚାପ ଆପଣଙ୍କ ଉପରେ ରହିବ।

କନ୍ୟା- ଆଜି ଆପଣଙ୍କର ଦିନଟି ସାଧାରଣତଃ ଅନୁକୂଳ ରହିବ। ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ଆପଣ ଆଜି ଭାଗ୍ୟବାନ ହେବେ। ଟଙ୍କା ଆସିବ ଏବଂ ଆୟକୁ ମଜବୁତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ। ଘର ମାଲିକମାନଙ୍କ ପାଇଁ ଉପହାର ଆଣିପାରେ। ପ୍ରେମ ଜୀବନରେ କିଛି ଅସୁବିଧା ହେବ। ଆପଣଙ୍କ ପ୍ରିୟଙ୍କ ମଧ୍ୟରେ ସଠିକ୍ ବୁଝାମଣା ହୋଇପାରିବ ନାହିଁ ଏବଂ ବିବାହିତ ଲୋକମାନେ ସେମାନଙ୍କ ଘର ଜୀବନକୁ ଭଲ ଉପଭୋଗ କରିବେ। ଆପଣଙ୍କ ଜୀବନ ସାଥୀ ମଧ୍ୟ ଏକ ଭଲ ଲାଭ ଦେଇପାରନ୍ତି। ବ୍ୟବସାୟରେ ଲାଭ ହେବ। ଚାକିରି କ୍ଷେତ୍ରରେ ମଧ୍ୟ ଦିନଟି ଭଲ। ଆପଣ ପଦୋନ୍ନତି ପାଇବାର ସମ୍ଭାବନା ଅଛି କାରଣ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ।

ତୂଳା- ଆପଣଙ୍କର ଆଜି ଏକ ସାଧାରଣ ଦିନ ରହିବ। ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଭଲ ଉପାୟରେ କରିବାକୁ ଚେଷ୍ଟା କରିବେ ଏବଂ ଆପଣ ମଧ୍ୟ ଅନୁଭବ କରିବେ। ଆପଣ ଚାହୁଁଛନ୍ତି ଯେ ସମସ୍ତ କାର୍ଯ୍ୟ ସମୟ ପୂର୍ବରୁ ସମାପ୍ତ ହେଉ ଏବଂ ଆପଣ ଏଥିପାଇଁ କଠିନ ଚେଷ୍ଟା କରିବେ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ, ଯାହା ଆପଣଙ୍କୁ ଏଥିରେ ସାହାଯ୍ୟ କରିବ। କୈଣସି ସ୍ଥାନରୁ ହଠାତ୍ ରାଶି ଆସିବ ଏବଂ ଆପଣଙ୍କ ଚେହେରାରେ ଫୁଲ ଫୁଟିବ। ତଥାପି, ପରିବାରରେ କିଛି ଟେନସନ ହୋଇପାରେ। ଯେଉଁମାନେ ଆଜି ନିଯୁକ୍ତି ପାଇଛନ୍ତି ସେମାନେ ସେମାନଙ୍କର କାର୍ଯ୍ୟ ଉପରେ ଧ୍ୟାନ ଦେବାର ଭଲ ଫଳ ​​ଦେଖିବାକୁ ପାଇବେ। ଆପଣଙ୍କର କଠିନ ପରିଶ୍ରମ ସଫଳ ହେବ ଏବଂ ଆପଣଙ୍କର ବିରୋଧୀମାନେ ଶାନ୍ତ ରହିବେ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ଅଟେ। ବିବାହିତ ଲୋକମାନେ ନିଜ ଘରୋଇ ଜୀବନରେ ପ୍ରେମ ଅନୁଭବ କରିବେ।

ବିଛା- ଆଜି ଆପଣଙ୍କଠାରୁ ଅଧିକ ପରିଶ୍ରମ ଏବଂ ପ୍ରୟାସ ଆଶା କରିବ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ହେବ। ଏହାକୁ ଧ୍ୟାନ ଦେବାକୁ ପଡିବ। ଖର୍ଚ୍ଚ ବୃଦ୍ଧି ପାଇବ। ମାନସିକ ଚାପ ଦ୍ୱାରା ଆପଣ ଅନାବଶ୍ୟକ ଭାବରେ ବିଚଳିତ ହେବେ, କିନ୍ତୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ। ବିବାହିତ ଲୋକମାନେ ଘରୋଇ ଜୀବନରେ ନିଜ ପତି-ପତ୍ନୀଙ୍କ ନିକଟତର ହେବେ ଏବଂ ପରସ୍ପର ସହିତ ବୁଝାମଣା ଭଲ ହେବ। ପ୍ରେମ ଭାବନା ବୃଦ୍ଧି ପାଇବ। ପ୍ରେମ ଜୀବନ ବିତାଉଥିବା ଲୋକଙ୍କ ମଧ୍ୟରେ ଥିବା ତିକ୍ତତା ମଧ୍ୟ ଆଜି ଦୂର ହେବ ଏବଂ ଆପଣ ଖୁସି ଦେଖାଯିବେ। ପାରିବାରିକ ଜୀବନ ସନ୍ତୋଷଜନକ ହେବ । ଆଜି, ହଠାତ୍ ଭ୍ରମଣର ସମ୍ବାବନା ଦେଖାଦେବ।

ଧନୁ- ଆଜି ଆପଣଙ୍କ ପାଇଁ ଅନୁକୂଳ ଦିନ। ଆପଣଙ୍କର ଉଦ୍ୟମ ଅର୍ଥ ଦୃଷ୍ଟିରୁ ସଫଳ ହେବ। କୈଣସି ସ୍ଥାନରୁ ଟଙ୍କା ଆସିବ ଏବଂ ଆପଣଙ୍କର ଅଟକି ଯାଇଥିବା କାମ ପୁଣି ଆରମ୍ଭ ହେବ। ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ। ପାରିବାରିକ ଜୀବନ ଆପଣଙ୍କୁ ଶକ୍ତିଶାଳୀ କରିବ। ଆଜି ପ୍ରେମ ଜୀବନରେ ଶୁଭ ଦିନ। ଆଜି ଆପଣଙ୍କର ପ୍ରିୟଙ୍କ ହୃଦୟ ଖୋଲିବ। ବିବାହିତ ବ୍ୟକ୍ତିମାନେ ସେମାନଙ୍କ ଘରୋଇ ଜୀବନରେ କିଛି ଅସୁବିଧା ଅନୁଭବ କରିବେ କିନ୍ତୁ ଏହା ନିଜ ଜୀବନସାଥୀଙ୍କୁ କହିବା ଆବଶ୍ୟକ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମକର- ଆଜି ଆପଣଙ୍କ ପାଇଁ ମଧ୍ୟମ ଉପକାରୀ ହେବ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଆପଣଙ୍କ ସ୍ୱାସ୍ଥ୍ୟରେ ଥିବା ଅସାବଧାନତା ହେତୁ ଆଜି ଆପଣଙ୍କୁ କିଛି ଅସୁବିଧା ହୋଇପାରେ। ପେଟ ବ୍ୟଥା କିମ୍ବା ଗ୍ୟାସର ଅସୁବିଧା ହୋଇପାରେ। କାର୍ଯ୍ୟ ସହିତ ଆପଣ ଭଲ ଫଳାଫଳ ପାଇବ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିବ। ଆପଣ କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟ ଆପଣଙ୍କୁ ସନ୍ତୁଷ୍ଟ କରିବ। ପ୍ରେମ ଜୀବନରେ ଆପଣ ରୋମାନ୍ସ କରିବାର ଏକ ସୁଯୋଗ ପାଇବେ। ବିବାହିତ ଲୋକମାନେ ସେମାନଙ୍କର ଘରୋଇ ଜୀବନକୁ ଆହୁରି ସୁନ୍ଦର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ। ଆଜି ବ୍ୟବସାୟରେ ଏକ ସଫଳ ଦିନ ହେବ। କିଛି ନୂତନ ଲୋକଙ୍କୁ ଭେଟିବାର ସୁଯୋଗ ମିଳିବ।

କୁମ୍ଭ- ଆଜି ଆପଣଙ୍କ ପାଇଁ ମଧ୍ୟମ ଉପକାରୀ ହେବ। ସ୍ବାସ୍ଥ୍ୟ ଅବନତି ଜାରି ରହିବ। କୈଣସି କାରଣରୁ ଆପଣ ଟିକେ ବିବ୍ରତ ଦେଖାଯିବେ, କିନ୍ତୁ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ, ଯାହାଫଳରେ କିଛି କାମ କଠିନ ପରିଶ୍ରମ ବିନା କରାଯିବ। ପରିବାରରେ ଖୁସି ହେବ। ପରିବାର ସହିତ ସମୟ ବିତାଇବେ। ବିବାହିତ ଲୋକମାନେ ସେମାନଙ୍କର ପାରିବାରିକ ଜୀବନରେ ଖୁସି ହେବେ। ଜୀବନ ସାଥୀ ଆପଣଙ୍କୁ ଖୁସି ଦେବାକୁ ଚେଷ୍ଟା କରିବେ ଏବଂ ଆପଣଙ୍କ ପାଇଁ କିଛି ନୂଆ କରିବେ। ବୋଧହୁଏ ଆଜି ଆପଣ ସେମାନଙ୍କ ପସନ୍ଦର ଖାଦ୍ୟ ଖାଇବା ପାଇଁ ନିଜ ପ୍ରେମ ଜୀବନ ଅତିବାହିତ କରୁଥିବା ବ୍ୟକ୍ତିଙ୍କ ପାଇଁ ରୋମାଣ୍ଟିକ୍ ହେବ। ବ୍ୟବସାୟୀମାନେ କିଛି ସମସ୍ୟାର ସମ୍ମୁଖୀନ ହେବେ।

ମୀନ-ଆଜିର ଦିନଟି ଆପଣଙ୍କ ପାଇଁ ଦ୍ରୁତ ଗତିରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି, ଆପଣଙ୍କ ମନ କୈଣସି ଜାଗାରେ ରହିବ ନାହିଁ, କିନ୍ତୁ ଅନେକ ଯୋଜନା ଏକାସାଙ୍ଗରେ ଆପଣଙ୍କ ମନରେ ଘଟିବ, ଯେପରିକି କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆପଣ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଭଲ ଉପଦେଶ ପାଇବ। ଚିନ୍ତା ବଢିବ, ତଥାପି, କାର୍ଯ୍ୟ ସମ୍ବନ୍ଧରେ ଭଲ ଫଳାଫଳ ମିଳିବ। କିନ୍ତୁ ଅଜ୍ଞାତ ଭୟ ମନରେ ରହିବ। ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀଗଙ୍ଗାନଗରରେ ବିଜେପି ନେତାଙ୍କୁ ଗୋଡେଇ ଗୋଡେଇ ମାରିଲେ ଚାଷୀ, ଚିରିଲେ ପୋଷାକ

ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ କୃଷକମାନେ ବିଜେପି ନେତାଙ୍କ ସହ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନରତ ଚାଷୀମାନେ ସେଠାରେ ବିଜେପି ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଏତେ ଭୀଷଣ ହେଲା ଯେ, ପୋଲିସକୁ ବାଧ୍ୟ ହୋଇ ଚାଷୀଙ୍କ ଉପରକୁ ଲାଠି ଚାଲଣ କରିବାକୁ ପଡିଥିଲା। ଏହି ଲାଠି ଚାଲଣ ଯୋଗୁଁ ଅନେକ ଚାଷୀ ମଧ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ସେଠାରେ ଏକ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀଗଙ୍ଗନଗରର ଜିଲ୍ଲାପାଳ ସେଠାରେ ପୋଲିସ୍ ଫୋର୍ସ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କୃଷକମାନେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି କୈଲାଶ ମେଘୱାଲଙ୍କ ପୋଷାକ ଚିରି ଦେଇଥିଲେ। କୈଳାଶ ମେଘୱାଲଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଉତ୍ତ୍ୟକ୍ତ ଚାଷୀଙ୍କ ଠାରୁ କୈଳାଶ ମେଘୱାଲଙ୍କୁ ପୋଲିସ ମୁକ୍ତ କରିଥିଲା।

ମୁଦ୍ରାସ୍ଫୀତି ଏବଂ ଜଳସେଚନ ନେଇ ବିଜେପି ନେତାମାନେ ଜିଲ୍ଲାପାଳଙ୍କ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ତା’ପରେ କୃଷକମାନେ ସେଠାରେ ପହଞ୍ଚି ପ୍ରବଳ ଝଗଡା କରିଥିଲେ। ଏହା ପରେ ପୋଲିସ ଲାଠି ଚାଲଣ କରିବାକୁ ବାଧ୍ୟ ହୋଇଥିଲା। ଏଥିରେ ବହୁ ଚାଷୀ ଆହତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅବସରପ୍ରାପ୍ତ କର୍ମଚାରୀଙ୍କୁ ବର୍ଦ୍ଧିତ ୧୧% ମହଙ୍ଗା ଭତ୍ତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବର୍ଦ୍ଧିତ ୧୧% ମହଙ୍ଗା ଭତ୍ତା ଦେବାକୁ ଅନୁରୋଧ କରାଯାଇଛି। ଅବସରପ୍ରାପ୍ତ କର୍ମଚାରୀମାନେ ସମସ୍ତେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଅତିକ୍ରମ କରିଥିବାରୁ ସେମାନଙ୍କୁ ବରିଷ୍ଠ ନାଗରିକ ଭାବରେ ବିବେଚନା କରାଯାଏ। ପ୍ରାୟ ସମସ୍ତେ ମଧୁମେହ ଓ ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ତଥା ମହାମାରୀ କରୋନା ରୋଗରେ ସଂକ୍ରମିତ ହୋଇ ଦୁର୍ଦ୍ଦିନର ସମ୍ମୁଖୀନ ହେଉଛନ୍ତି।

ଏପରିକି ସ୍ୱଳ୍ପ ବେତନଭୋଗୀ କର୍ମଚାରୀମାନେ ଦରଦାମ ବୃଦ୍ଧି ହେତୁ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସରକାର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ୧୧% ମହଙ୍ଗା ଭତ୍ତା ପ୍ରଦାନ କରିସାରିଛନ୍ତି। ତେଣୁ ଆମ୍ଭମାନଙ୍କୁ ଅନୁକମ୍ପା ରାଶି ପ୍ରଦାନ ପୂର୍ବକ ଓଡ଼ିଶା ସରକାର ଆମ୍ଭର ଦାବିବୁ ବିଚାରକୁ ନେଇ ଆମ୍ଭଙ୍କୁ ୧୧% ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ସଂଘ ତରଫରୁ ସଭାପତି ବିଶ୍ୱନାଥ ମହାନ୍ତି ନିବେଦନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୁପ୍ରିମକୋର୍ଟ ଗାଇଡ ଲାଇନ୍ ଉଲଂଘନ କରି ତିନି ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଖଣି ପାଣ୍ଠି ନେଇଯିବା ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନ

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ବଡ଼ ଖଣି ଦୁର୍ନୀତିର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶାହା କମିଶନ ବସି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଲାପରେ ଖଣି କମ୍ପାନୀଙ୍କ ଉପରେ ବିପୁଳ ଜୋରିମାନା ହୋଇଥିଲା। ଏହି ବିପୁଳ ଜୋରିମାନାରୁ ରକ୍ଷା ପାଇବା ପାଇଁ ଖଣି କମ୍ପାନୀମାନେ ବୁଦ୍ଧି କରି ଆଇବିଏମ୍ ଦ୍ୱାରା ଏହାର ସାନି ମୂଲ୍ୟାଙ୍କନ କରି ଯଥେଷ୍ଟ ପରିମାରଣ ରିହାତି ପାଇଥିଲେ।

ମାତ୍ର ଏହା ପରେ ମଧ୍ୟ ଏହି ଅର୍ଥ ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରା ଭର୍ତ୍ସିତ ହେଲା ପରେ ଏହି ଅର୍ଥ ଦାଖଲ କରିଥିଲେ। ଏହି ଅର୍ଥ ଓଡ଼ିଶା ସରକାରଙ୍କୁ ଦିଆନଯାଇ ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରି ଏହାକୁ ଖଣି ଖୋଳା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳର ସାଧାରଣ ଲୋକ ଓ ବିଶେଷକରି ଆଦିବାସୀମାନଙ୍କ ଜୀବିକା ପାଇଁ ଖର୍ଚ୍ଚ କରିବା ସହ ଏହି ଅର୍ଥ ଅନ୍ୟତ୍ର ଖର୍ଚ୍ଚ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସିଧାସଳଖ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ସୁପ୍ରିମକୋର୍ଟର ଗାଇଡ଼ ଲାଇନ୍ ଉଲଂଘନ କରି ଏହି ଅର୍ଥକୁ ଜୁନ୍ ୧୧ ଏପ୍ରିଲ ଓ ସେପ୍ଟେମ୍ବରରେ କୌଣସି କାରଣ ନଦର୍ଶାଇ ପଇସା ଉଠାଇନେଇ ୧୪ ସେପ୍ଟେମ୍ବରରେ ଏହାକୁ ରେଗୁଲାରାଇଜ କଲେ। ନିର୍ଦ୍ଦିଷ୍ଟ ଭାବେ ଗୃହ ନିର୍ମାଣ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରାନଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଅର୍ଥ ବିନିଯୋଗ କରାଗଲା। ଲୋକଙ୍କ ଜୀବିକା ପାଇଁ ଅର୍ଥ ଖର୍ଚ୍ଚ କରାନଯାଇ ଏଲ୍ ଆଣ୍ଡ ଟି ଭଳି ବଡ଼ କମ୍ପାନୀକୁ ୨୨୦୦ କୋଟିର ଠିକା ଦିଆଯାଇ ଅଗ୍ରୀମ ୬୦୦ କୋଟି ଦିଆଗଲା।

ଆଜି ଲୋୟର ପିଏମ୍‌ଜିରେ ଏହି ବିସଙ୍ଗତି ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନସ୍ଥଳରେ ବିଶିଷ୍ଟ ଆଡ଼ଭୋକେଟ ଶିବାନନ୍ଦ ରାୟ, କେନ୍ଦୁଝର ନାଗରିକ ମଞ୍ଚର ସଭାପତି କିରଣ ସାହୁ, ଗାନ୍ଧୀବାଦୀ ତଥା ସର୍ବୋଦୟ ନେତା ଶୈଳଜ ରବି ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଯଦି ଏହି ଅର୍ଥକୁ ଆଦିବାସୀଙ୍କ ମଧ୍ୟରେ ସିଧାସଳଖ ବଣ୍ଟା ଯାଇଥାନ୍ତା, ତେବେ ଘରପିଛା ୨୦ ହଜାର ଟଙ୍କା ପଡ଼ିଥାନ୍ତା। କିନ୍ତୁ ସରକାର ସୁପ୍ରିମକୋର୍ଟଙ୍କ ଗାଇଡ଼ ଲାଇନକୁ ମାନିଲେ ନାହିଁ। କେନ୍ଦୁଝର ନାଗରିକ ମଞ୍ଚର କିରଣ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସରକାର କେଉଁ ଉଦ୍ଦେଶ୍ୟରେ ଏତେ ବିପୁଳ ଅର୍ଥରାଶି ନିର୍ଦ୍ଦିଷ୍ଟ ତିନୋଟି ଜିଲ୍ଲାବାସୀଙ୍କ ଅର୍ଥ ଉଠାଇନେଲେ ସେ କଥା କେଉଁଠାରେ ସ୍ପଷ୍ଟ କରିନାହାଁନ୍ତି।

ଆଗାମୀ ଦିନରେ ଏହାକୁ ନେଇ ନ୍ୟାୟାଳୟରେ ମକଦ୍ଦମା କରାଯିବ ବୋଲି ବରିଷ୍ଠ ଆଡ଼ଭୋକେଟ ଶିବାନନ୍ଦ ରାୟ କହିଥିଲେ। ଶୈଳଜ ରବି ଆଶ୍ଚର୍ଯ୍ୟପ୍ରକଟ କରି ଏଭଳି ଘଟଣା କିଭଳି ଘଟୁଛି ବୋଲି କହିଥିଲେ? ସର୍ବୋଦୟ ମଣ୍ଡଳ ସମ୍ପାଦକ ରମାକାନ୍ତ ମଣ୍ଡଳ, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ସହ ସଂଯୋଜକ ନିମାଇଁ ରାୟ ଆଗାମୀ ଦିନରେ କ୍ଷତିଗ୍ରସ୍ତ ତିନୋଟି ଜିଲ୍ଲାର ବ୍ୟାପକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁରେନ୍ଦ୍ରନାଥ ମହାରଣା, ନିରଞ୍ଜନ ପ୍ରଧାନ, କୃଷ୍ଣଚନ୍ଦ୍ର ବେହେରା, ମଧୁମିତା ସାମଲ, କଳ୍ପନା ମହାନ୍ତି, ଅପର୍ଣ୍ଣା ନାୟକ, ଭୁବନେଶ୍ୱର ଛାତ୍ର ସଂଗଠନ ସଭାପତି ଅମିତ ଜେନା, ଯଶୋବନ୍ତ ଦାସ, ସତ୍ୟଜିତ ମହାନ୍ତି, ଅମରଜିତ ସ୍ୱାଇଁ, ଅବିନାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ଅଲିମ୍ପିକ୍ସ: ଜାପାନକୁ ୫-୩ ରେ ପରାସ୍ତ କଲା ଭାରତୀୟ ପୁରୁଷ ହକି ଦଳ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଗ୍ରୁପ୍ ପର୍ଯ୍ୟାୟରେ ଭାରତର ପୁରୁଷ ହକି ଦଳ ଏକ ଭଲ ଖେଳ ପ୍ରଦର୍ଶନ କରିଛି। ପୁଲ୍ ଏ ର ଶେଷ ମ୍ୟାଚ୍ ରେ ଜାପାନକୁ ଭାରତୀୟ ଦଳ ୫-୩ ରେ ପରାସ୍ତ କରିଥିଲେ। ଏହା ହେଉଛି ଭାରତର ଚତୁର୍ଥ ବିଜୟ। ସ୍ପେନ, ନ୍ୟୁଜିଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନାକୁ ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ପରାସ୍ତ କରିଛି। ଏହି ପର୍ଯ୍ୟାୟରେ ଭାରତ ମାତ୍ର ଗୋଟିଏ ମ୍ୟାଚରେ ହାରିଛି। କେବଳ ଅଷ୍ଟ୍ରେଲିଆ ବିରୋଧରେ ଭାରତକୁ ୧-୭ ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ଆଜିର ଜାପାନ ବିରୋଧ ମ୍ୟାଚରେ ଗୁରୁଜନ୍ତ ଏବଂ ହରମାନପ୍ରୀତ ସିଂ ଦୁଇଟ ଲେଖାଏଁ ଗୋଲ କରିଥିବା ବେଳେ ନୀଲକାନ୍ତା ଶର୍ମା ଭାରତ ପାଇଁ ଗୋଟିଏ ଗୋଲ୍ ସ୍କୋର କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୮୪୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୮୪୧  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୭୬, କଟକରୁ ୨୯୮, ଯାଜପୁରରୁ ୧୧୮, ବାଲେଶ୍ବରରୁ ୧୧୦, ଜଗତସିଂହପୁରରୁ ୯୭,  ଅନୁଗୁଳରୁ ୭୯, ପୁରୀରୁ ୭୯, ନୟାଗଡରୁ ୭୬, କେନ୍ଦ୍ରାପଡାରୁ ୭୧, ମୟୂରଭଞ୍ଜରୁ ୬୬, ଢେଙ୍କାନାଳରୁ ୫୩, କେନ୍ଦୁଝରରୁ ୪୬, ବରଗଡରୁ ୨୭, ସୁନ୍ଦରଗଡରୁ ୨୭, ସମ୍ବଲପୁରରୁ ୧୫, ଭଦ୍ରକରୁ ୧୩, ଗଜପତିରୁ ୧୧, ସୋନାପୁରରୁ ୧୧, ମାଲକାନଗିରିରୁ ୧୦, କନ୍ଧମାଳରୁ ୯, ରାୟଗଡାରୁ ୮, ବଲାଙ୍ଗୀରିରୁ ୭, କଳାହାଣ୍ଡିରୁ ୬, କୋରାପୁଟରୁ ୬, ଗଞ୍ଜାମରୁ ୫, ନୂଆପଡାରୁ ୫, ଝାରସୁଗୁଡାରୁ ୪, ନବରଙ୍ଗପୁରରୁ ୪, ବୌଦ୍ଧରୁ ୩ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୫୪ ହଜାର ୯୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୫ ହଜାର ୬୯୦ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୪୨୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୮୩୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୮୯: ସୁସ୍ଥ ହେଲେ ୨୩୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୫୦୯ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୬ ହଜାର ୩୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୩୧୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୯୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର, ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସଂଧ୍ୟାରେ ନାକଟିଦେଉଳ ଗ୍ରାମର ଜନୈକ ଯୁବକ ମନ୍ଦିର ଛକ ପାଖରେ ବାଇକ୍ ଦୁର୍ଘଟଣାରେ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳ ଗ୍ରାମର ସନ୍ତୋଷ କୁମାର ଧଳ (୨୪) ନାମକ ଯୁବକ ସଂଧ୍ୟା ୫.୩୦ ରେ ନାକଟିଦେଉଳ ମେଡିକାଲ ପଟୁ ନିଜ ଘରକୁ ଫେରୁଥିବା ସମୟରେ ନାକଟିଦେଉଳ ଶିବ ମନ୍ଦରି ଛକ ନିକଟରେ ଭାରସାମ୍ୟ ହରାଇ ନିଜ ବାଇକଟି ଏକ ଗଛରେ ବାଡେଇ ହୋଇଥିଲା। ଆହତ ସନ୍ତୋଷକୁ ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଠିକ୍ ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

୨୦୨୧ ମଇ ମାସରେ ସର୍ବାଧିକ ୧.୪୭ ଲକ୍ଷ ଗ୍ରାହକ ଯୋଗ କରିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବାବେଳେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଉକ୍ତ ସମୟରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି।

ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ୨୦୨୧ ମଇ ମାସ ପାଇଁ ଦୂରସଂଚାର ଗ୍ରାହକ ସମ୍ପର୍କରେ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧,୪୭,୫୩୫ ନୂଆ ଗ୍ରାହକ ଯୋଗ କରିବା ସହିତ ଓଡ଼ିଶାରେ ଏହାର ମୋଟ ଗ୍ରାହକ ସଂଖ୍ୟା ୧.୪୭ କୋଟିରୁ ଅଧିକରେ ପହଂଚିଛି। ଜିଓ ବ୍ୟତୀତ କେବଳ ବିଏନଏନଏଲ ଏହି ମାସରେ ରାଜ୍ୟରେ ମାତ୍ର ୧୭,୭୩୮ ନୂଆ ଗ୍ରାହକ ଯୋଗ କରିଛି। ସେହି ସମାନ ସମୟରେ ଏୟାରଟେଲ ଓଡିଶାରେ ୧.୪୬ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୬୧,୦୮୬ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ଗ୍ରାହକ ତଥ୍ୟରେ କୁହାଯାଇଛି। ଏଥିସହିତ ଓଡ଼ିଶାରେ ୨୦୨୧ ମଇ ମାସରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୨,୩୩୪ ହ୍ରାସ ପାଇଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ମଇ ମାସରେ ଗ୍ରାହକ ଯୋଗ କରିବାରେ ସର୍ବାଗ୍ରେ ରହିଛି ଏବଂ ଏହା ଏକ ମାତ୍ର ସେବା ଯୋଗାଣକାରୀ ଭାବରେ ନୂତନ ଗ୍ରାହକ ଯୋଗ କରିଥିବାବେଳେ ଅନ୍ୟମାନେ ନିଜର ନିୟୁତାଧିକ ଗ୍ରାହକ ହରାଇଛନ୍ତି। ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବଭାରତୀୟ ସ୍ତରରେ ୩୫.୫୪ ଲକ୍ଷରୁ ଅଧିକ ଗ୍ରାହକ ଯୋଗ କରିଛି। ସେହି ସମୟରେ ଏୟାରଟେଲ ସର୍ବାଧିକ ୪୬.୧୩ ଲକ୍ଷ ଗ୍ରାହକ ହରାଇଛି ଏବଂ ତାହା ପଛକୁ ଭୋଡାଫୋନ ଆଇଡିଆ ନିଜର ୪୨.୮ ଲକ୍ଷ ଗ୍ରାହକ ହରାଇଥିବା ଜଣାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ଏହି କ୍ଷେତ୍ରରେ ମୋଟ ରାଜସ୍ୱ ଆୟର ୫୦%ରୁ ଅଧିକ ଅଂଶ ଦଖଲ କରି ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ହୋଇଛି। ରିଲାଏନ୍ସ ଜିଓ ଗତ କିଛି ବର୍ଷ ଧରି ପ୍ରତି  ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଗ କରିଚାଲିଛି ଏବଂ ଏ କ୍ଷେତ୍ରରେ ଏହାର ସର୍ବବୃହତ ବାସ୍ତବ-୪ଜି ନେଟୱର୍କଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଂଚଳଗୁଡିକୁ ଦ୍ରୁତ ସେବା ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସମଗ୍ର ରାଜ୍ୟରେ ହାଇ-ସ୍ପିଡ ଇଂଟରନେଟ ଉପଲବ୍ଧତା ବିଶେଷ ସହାୟକ ହୋଇଛି। ଜିଓ ମଧ୍ୟ ନିକଟରେ ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମୁଦାୟ ଓଡ଼ିଶାରେ ନିୟୋଜିତ କରିବା କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛି ଏବଂ ତଦ୍ଦ୍ୱାରା ଏହାର ନେଟୱର୍କସ୍ପିଡ ଏବଂ ରାଜ୍ୟରେ ଗ୍ରାହକ ଅନୁଭୂତି ଅଧିକ ସମୃଦ୍ଧ ହୋଇଛି। ଜିଓ ମଧ୍ୟ ଏହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଦ୍ରୁତ ସଂପ୍ରସାରଣ କରିବା ସହିତ ରାଜ୍ୟର ୨୬ଟି ପ୍ରମୁଖ ସହର ଓ ନଗରର ମୁଖ୍ୟ ମୁଖ୍ୟ ଅଂଚଳରେ ଏବେ ଉପଲବ୍ଧ ହୋଇଛି ଏବଂ ଏହା ଦ୍ରୁତ ଗତିରେ ରାଜ୍ୟର ଅଧିକ ସହର ଓ ନଗରଗୁଡିକୁ ଜିଓଫାଇବର୍ ସେବାର ସମ୍ପ୍ରସାରଣ ଜାରି ରଖିଛି।