Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୮୬: ସୁସ୍ଥ ହେଲେ ୨୩୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ୨୨୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ହଜାର ୩୫୨ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୫ ହଜାର ୫୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୧୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୭୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୨୦୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୨୦୪  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୮୯,  କଟକରୁ ୩୩୦, ଯାଜପୁରରୁ ୨୨୩, ଜଗତସିଂହପୁରରୁ ୧୨୦, ମୟୂରଭଞ୍ଜରୁ ୯୭, ପୁରୀରୁ ୮୩, ଅନୁଗୁଳରୁ ୭୪, ଭଦ୍ରକରୁ ୭୪, ନୟାଗଡରୁ ୫୯, କେନ୍ଦ୍ରାପଡାରୁ ୫୦, ସୁନ୍ଦରଗଡରୁ ୪୫, ଢେଙ୍କାନାଳରୁ ୪୩, ମାଲକାନଗିରିରୁ ୩୨, କେନ୍ଦୁଝରରୁ ୨୭, ସମ୍ବଲପୁରରୁ ୨୪, ନବରଙ୍ଗପୁରରୁ ୧୯, ରାୟଗଡାରୁ ୧୮, ବଲାଙ୍ଗୀରିରୁ ୧୭, ବରଗଡରୁ ୧୫, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୧୨, କୋରାପୁଟରୁ ୧୨, ସୋନପୁରରୁ ୧୧, ଗଞ୍ଜାମରୁ ୧୦, ଝାରସୁଗୁଡାରୁ ୧୦, ନୂଆପଡାରୁ ୬,  ଗଜପତିରୁ ୫, ଦେବଗଡରୁ  ଜଣେ ଏବଂ ଷ୍ଟେଟ ପୁଲରୁ ୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୪୭ ହଜାର ୩୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୯ ହଜାର ୧୮୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୫ ହଜାର ୧୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୮ ହଜାର ୩୮୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୭୪ କୁ ବୃଦ୍ଧି ହୋଇଛି।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ୬୬୦ ଜଣ ନେବେ ଉଭୟ ଡୋଜ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୬ ଶହ ୬୦ ଜଣ ନାଗରିକଙ୍କୁ ଉଭୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ସବୁ ବର୍ଗର ନାଗରିକ (ଉଭୟ ଡୋଜ)

୧- ସହିଦ କୃତ୍ତିବାସ ଭବନ, ପଲଟନ ପଡିଆ- ୨୬୦ ଡୋଜ ମଧ୍ୟରୁ ପ୍ରଥମ ଡୋଜ- ୧୦୦, ଦ୍ଵିତୀୟ ଡୋଜ- ୯୦, ଗର୍ଭବତୀ ମହିଳା- ୪୦ (ଉଭୟ ଡୋଜ ), ସ୍ୱତନ୍ତ୍ର ଶ୍ରେଣୀର ବ୍ୟକ୍ତିବିଶେଷ- ୩୦ (ଉଭୟ ଡୋଜ )

୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ, ଦ୍ଵିତୀୟ ଡୋଜ- ୮୦, ଗର୍ଭବତୀ ମହିଳା- ୨୦ (ଉଭୟ ଡୋଜ)

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ)

୧- ରାମପୁର ପ୍ରାଥମିକ ବିଦ୍ୟାଳୟ (ବାଲୁଗାଁ ଏନଏସି )- ୧୦୦ ଡୋଜ

୨- ଛତ୍ରଗଡ ପ୍ରାଥମିକ ବିଦ୍ୟାଳୟ (ଡୁଙ୍ଗମାଳ ଗ୍ରା.ପ)- ୫୦ ଡୋଜ

୩- ମାଣ୍ଡିଆମେରୁ ପ୍ରାଥମିକ ବିଦ୍ୟାଳୟ (ବଉଳାବନ୍ଧ ଗ୍ରା.ପ)- ୫୦ ଡୋଜ

୪- ବାଲିନାସି ପ୍ରାଥମିକ ବିଦ୍ୟାଳୟ (କଳକଳେଶ୍ୱର ଗ୍ରା.ପ)- ୫୦ ଡୋଜ

୫- ବିରିବାଡି ବାତ୍ୟା ଆଶ୍ରୟସ୍ଥଳୀ ( ବିରିବାଡ଼ି ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଆଜିର ଖବର ଜୀବନ ଶୈଳୀ

କ୍ଷୁଧା ଓ ଦାରିଦ୍ର୍ୟର ସଂଘର୍ଷ ଭିତରେ ବଳି ପଡୁଛି ଦେହ: ରୁଟି ଠାରୁ ଶସ୍ତାରେ ମିଳନ୍ତି ଝିଅ

ଅଙ୍ଗୋଲା: ପେଟର ଭୋକ ମେଣ୍ଟାଇବା ପାଇଁ ମଣିଷ ଯେକୌଣସି କର୍ମ କରିବାକୁ ବି ପଛାଏ ନାହିଁ। କିନ୍ତୁ ପେଟର ଭୋକ ପାଇଁ ଦେହକୁ ବିକ୍ରି କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଅଳ୍ପ ବୟସର ଝିଅମାନେ ଖାଦ୍ୟ ସାମଗ୍ରୀ ପାଇଁ ମାତ୍ର କେଇଟି ଟଙ୍କାରେ ନିଜକୁ ଦେହକୁ ନିଲାମ କରିଦେଉଥିବାର ଏକ ଜଘନ୍ୟ ସତ୍ୟ ସାମ୍ନାକୁ ଆସିଛି। ଏହିପରି କିଛି ଘଟଣା ଆଫ୍ରିକାର ଅଙ୍ଗୋଲା ଅଞ୍ଚଳରେ ହେଉଥିବାର ସୂଚନା ମିଳିଛି।

ଜଣେ ଝିଅ ନିଜ ପରିବାରକୁ ମୁଠାଏ ଦାନା ଦେବା ପାଇଁ ନିଜକୁ ମାତ୍ର ୨୨ ଟଙ୍କାରେ ବିକ୍ରି କରିଦେଉଛି। କ୍ଷୁଧାର୍ତ୍ତ ଓ ସଂଘର୍ଷର ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ଆଫ୍ରିକାର କିଛି ଅଞ୍ଚଳରେ। ଖାଦ୍ୟ ସାମଗ୍ରୀ ଜୁଟେଇବା ପାଇଁ ଅଳ୍ପବୟସ୍କା ଝିଅମାନେ ମାତ୍ର ୨୨ ଟଙ୍କାରେ ଦେହ ବିକ୍ରି କରୁଛନ୍ତି। ଏପରି କାମ ପାଇଁ ଅଧିକରୁ ଅଧିକ ୭୦ – ୮୦ ଟଙ୍କା ରୋଜଗାର କରୁଛନ୍ତି କିଛି ଯୁବତୀ। ଏପରି ପରିସ୍ଥିତି ଦେଖିବାକୁ ମିଳିଛି ଦକ୍ଷିଣ ଆଫ୍ରିକାର କିଛି ଅଞ୍ଚଳରେ। ଯେଉଁମାନେ ଖାଦ୍ୟ ପାଇଁ ସଂଘର୍ଷ କରି ନିଜର ଦେହ ଦାନ କରି ପେଟର ଭୋକ ମେଣ୍ଟାଉଛନ୍ତି।

ମାନବୀୟ ଆଧାର ଅନୁଯାୟୀ ଲୋକଙ୍କୁ ସହାୟତା କରୁଥିବା ଅନ୍ତରାଷ୍ଟ୍ରୀୟ ସଂସ୍ଥା ଓ୍ବାଲ୍ଡ ଭିଜନ୍‌ ଏହା ସମ୍ପର୍କରେ ସୂଚନା ଦେଇଛି। ଦକ୍ଷିଣ ଆଫ୍ରିକା ଅଙ୍ଗୋଲାରେ ଜଣେ ୧୨ ବର୍ଷୀୟ ବାଳିକା ମାତ୍ର ୩୦ ଟଙ୍କା ପାଇଁ ଦେହ ବ୍ୟାପାର କରୁଛି। ଦକ୍ଷିଣ ଆଫ୍ରିକାରେ ସାଢେ ଚାରି କୋଟି ଲୋକ କ୍ଷୁଧା ସମସ୍ୟାରେ ପ୍ରପୀଡ଼ିତ ହୋଇଥିବା ୟୁନାଇଟେଡ୍‌ ନେସନ୍‌ ପ୍ରକାଶ କରିଛି। ଦେଶର ଆର୍ଥିକ ଅବସ୍ଥା ତଥା ପ୍ରାକୃତିକ ବିପର୍ଯ୍ୟୟ ଏସବୁ ପାଇଁ ଦାୟୀ ବୋଲି ଜଣାପଡିଛି। ଅଙ୍ଗୋଲା ଓ ଜିମ୍ବାଓ୍ବେରେ ଦେହ ବ୍ୟାପାରରେ ଝିଅଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ବାଲ୍ୟ ବିବାହ ମଧ୍ୟ ବଢୁଛି। ଭୟଙ୍କର କ୍ଷୁଧାର୍ତ୍ତ ଓ ଦାରିଦ୍ର୍ୟଗ୍ରସ୍ତ ଭିତରେ ବିତାଉଥିବା ଏହିସବୁ ଲୋକମାନଙ୍କ ଘରେ ଯଦି କେହି ବାଳିକା ରହୁଛନ୍ତି, ତେବେ ସେମାନଙ୍କୁ ଏସବୁ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଛନ୍ତି ନତୁବା ସେମାନଙ୍କୁ ବାଲ୍ୟ ବିବାହ କରାଇ ଦେଉଛନ୍ତି। ବାଲ୍ୟ ବିବାହ ଫଳରେ ସେହି ପରିବାରର ଜଣେ ସଦସ୍ୟର ଖାଦ୍ୟକୁ ସେମାନେ ସଂଚୟ କରିପାରିବେ। ଅଧିକାଂଶ ଯୁବତୀମାନେ ପରିବାର ପ୍ରତିପୋଷଣ ପାଇଁ ଏହି ମାର୍ଗକୁ ଆଦରି ନେଇଛନ୍ତି। କେହି କେହି ନିଶା ଦେଇ ଯୁବତୀଙ୍କୁ  ଏହି ସବୁ କର୍ମ କରିବା ପାଇଁ ବାଧ୍ୟ କରୁଥିବାର ମଧ୍ୟ ଶୁଣିବାକୁ ମିଳୁଛି।

ବିଗତ ଏକ ବର୍ଷ ମଧ୍ୟରେ ଅଙ୍ଗୋଲାରେ ବିଭିନ୍ନ ଶସ୍ୟର ଦାମ ଦୁଇଗୁଣା ବଢିଥିବାବେଳେ ଏହାକୁ କ୍ରୟ କରିବା ଲାଗି ଲୋକଙ୍କ ପାଖରେ ସକ୍ଷମ ନାହିଁ। ଯଦି ଜୁନ୍‌ ଭିତରେ ଫସଲ ଠିକ୍‌ଠାକ୍‌ ନହୁଏ, ତେବେ ପରିସ୍ଥିତି ଅଣାୟତ୍ତ ହୋଇପଡିବ। ଆଫ୍ରିକାର କିଛି ଅଞ୍ଚଳରେ ୧୯୮୧ ପରଠାରୁ ଏପର୍ଯ୍ୟନ୍ତ ସବୁଠାରୁ କମ୍‌ ବର୍ଷା ହୋଇଛି। ପାଣିପାଗ ପରିବର୍ତ୍ତନ ହେତୁ ଜାମ୍ବିଆ,ନାମ୍ବିବିଆ, ଲେସୋଥୋ ଓ ଇସ୍ବାତିନି ପରି ଆପ୍ରିକା ଦେଶ  ବିଶେଷ ପ୍ରଭାବିତ ହୋଇ ଭୟଙ୍କର କ୍ଷୁଧାର୍ତ୍ତ ସମସ୍ୟାରେ ପଡିଛନ୍ତି।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ଦୁର୍ଘଟଣା ପାଇଁ ଦାୟୀ କେଉଁ ଗ୍ରହ: ଜାଣନ୍ତୁ ଓ କରନ୍ତୁ ମହାଉପାୟ

ନୂଆଦିଲ୍ଲୀ: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି। ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ:-

ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ?

– ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ ।

– ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ ।

– ଲଗ୍ନର ସ୍ବାମୀ ଯଦି ଦୁର୍ବଳ ଥିବେ, ତେବେ ଶାରିରୀକ କ୍ଷତି ଘଟିଥାଏ ।

– ମାରକ ଦଶା ହେବା ଦ୍ବାରା ପ୍ରାଣ ମଧ୍ୟ ଚାଲିଯାଇଥାଏ ।

ଉପାୟ:

– ଯଦି କୁଣ୍ଡଳୀରେ ଉପରୋକ୍ତ ଭାବରୁ କୌଣସଟି ଯୋଗ ରହୁଛି, ତେବେ ରକ୍ଷା ସ୍ତୋତ୍ର ପାଠ କରନ୍ତୁ।

– ସାଢ ସାତୀ ବା ଛାୟା ପ୍ରକୋପ କମ୍‌ ହେବା ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ।

– ମାରକ ଦଶାରୁ ବର୍ତ୍ତିବା ପାଇଁ ରୁଦ୍ରାଭିଷେକ କରନ୍ତୁ।

– ଯାତ୍ରା ପୂର୍ବରୁ ନିଜ ଗୁରୁ ବା ଈଷ୍ଟ ଦେବଙ୍କ ଦର୍ଶନ କରନ୍ତୁ।

ଆର୍ଥିକ ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ଦାୟୀ:

– ଯଦି ଜାତକରେ ବୁଧ ଖରାପରେ ରହିଥା’ନ୍ତି, ତେବେ ଆର୍ଥିକ ଦୁର୍ଘଟଣାର ଯୋଗ ହୋଇଥାଏ।

– ମଙ୍ଗଳଙ୍କ କାରଣ ହେତୁ ମଧ୍ୟ କରଜ ହୋଇଥାଏ।

– ରାହୁର ପ୍ରଭାବରୁ ମଧ୍ୟ ବ୍ୟକ୍ତି କାଙ୍ଗାଳ ହୋଇଥାଏ।

ଉପାୟ:

– ଯଦି ବୁଧ ଖରାପରେ ରହିଥା’ନ୍ତି, ତେବେ ପନ୍ନା ଧାରଣ କରନ୍ତୁ।

– ଏହା ସହିତ ନିୟମିତ ରୂପରେ ବିଷ୍ଣୁ ସହସ୍ରସ୍ତ୍ରୋତମ୍‌ ପାଠ କରନ୍ତୁ

– ମଙ୍ଗଳ ଜନିତ କାରଣ ଯୋଗୁଁ ସମସ୍ୟାରେ ପଡୁଥିଲେ ପ୍ରତ୍ୟେହ ହନୁମାନ ଚାଳିଶା ପଢନ୍ତୁ।

– ମାଂସ, ମଦଠାରୁ ନିବୃତ୍ତ ରୁହନ୍ତୁ।

– ରାହୁଙ୍କ ପ୍ରଭାବରୁ ମୁକ୍ତ ପାଇଁ ଦାରିଦ୍ର୍ୟ ଦହନ ସ୍ରୋତ ପାଠ କରନ୍ତୁ।

– ନିୟମିତ ରୂପରେ କିଛି ଧନ ଦାନ ଦିଅନ୍ତୁ।

ସେହିପରି ସମ୍ପର୍କରେ ହେଉଥିବା ସମସ୍ୟା ପାଇଁ କେଉଁ ଗ୍ରହ ଦାୟୀ:

– ଚନ୍ଦ୍ର ଓ ଶୁକ୍ର ସମ୍ପର୍କରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ।

– ରାହୁ ଏହି ସମସ୍ୟାକୁ ବଢାଇଥା’ନ୍ତି।

– ମଙ୍ଗଳଙ୍କ ଯୋଗୁଁ ସମ୍ପର୍କରେ ଅଚାନକ ଦୁର୍ଘଟଣା ହୋଇଥାଏ।

ଉପାୟ:

– ଜାତକରେ ଯେଉଁ ଗ୍ରହ ସମସ୍ୟା କାରକ ହୋଇଥିବ, ସେହି ଗ୍ରହର ଶାନ୍ତି କରନ୍ତୁ।

– ନିୟମିତ ରୂପରେ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ

– ଭାଗବନ ଶିବ ଓ ମା ପାର୍ବତୀଙ୍କ ଯୁଗ୍ମ ଉପାସନା କରନ୍ତୁ।

– ସେହିପରି ହୀରାକୁ ଦେଖି ଚାହିଁ ଧାରଣ କରନ୍ତୁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପୃଥ୍ଵୀ ଶ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଇଂଲଣ୍ଡ ଗସ୍ତ ପାଇଁ ଟିକେଟ: ଏହି ତିନି ଖେଳାଳି ହେଲେ ଆହତ

ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ତିନି ଜଣ ଖେଳାଳି ଆହତ ହେବା ପରେ କିଛି ନୂତନ ଖେଳାଳିଙ୍କୁ ସାମିଲ କରାଯାଇଛି।

ଶ୍ରୀଲଙ୍କାରେ ଟି-୨୦ ସିରିଜ ଖେଳୁଥିବା ପୃଥ୍ବୀ ଶ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଡକାଯାଇଛି। ଆଜି ବିସିସିଆଇ ପକ୍ଷରୁ ଏହି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର, ଦ୍ରୁତ ବୋଲର ଆଭେଶ ଖାନ ଏବଂ ଓପନର୍ ଶୁବମାନ ଗିଲ ଆହତ କାରଣରୁ ଇଂଲଣ୍ଡ ଗସ୍ତରୁ ବାଦ ପଡିଛନ୍ତି। ୱାଶିଂଟନ୍ ସୁନ୍ଦରଙ୍କ ଡାହାଣ ହାତର ଆଙ୍ଗୁଠିରେ ଆଘାତ ଲାଗିଥିବାବେଳେ ଆବେଶ ଖାନଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ଏଥି ସହିତ ଶୁଭମାନ ଗିଲଙ୍କ ବାମ ଗୋଡରେ ଆଘାତ ଲାଗିଛି। ସେ ଟେଷ୍ଟ ଚାମ୍ପିଅନସିପରେ ଆହତ ହୋଇଥିଲେ।

ବର୍ତ୍ତମାନ ଏହି ଖେଳାଳିଙ୍କ ବଦଳରେ ଶ୍ରୀଲଙ୍କାରେ ଟି -୨୦ ସିରିଜ୍ ଖେଳୁଥିବା ପୃଥ୍ବୀ ଶ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡ ପଠାଯାଉଛି। ଏମାନଙ୍କ ବ୍ୟତୀତ ରିଷଭ ପନ୍ତ କରୋନାରୁ ସୁସ୍ଥ ହୋଇଯାଇଛନ୍ତି, ତେଣୁ ସେ ଟେଷ୍ଟ ସିରିଜ ପାଇଁ ଫିଟ୍ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପେଗାସସ୍ ଫୋନ୍ ହ୍ୟାକିଂ ସ୍କାମର ଯାଞ୍ଚ ପାଇଁ କମିଟି ଗଠନ କଲା ପଶ୍ଚିମବଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ପୁତୁରା ହୋଇଥିଲେ ଶିକାର!

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ପେଗାସସ୍ ଫୋନ୍ ହ୍ୟାକିଂ ସ୍କାମର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି ପ୍ୟାନେଲର ଅବସରପ୍ରାପ୍ତ ବିଚାରପତି ଏମ.ଭି ଲୋକର ଏବଂ ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ ଅଧ୍ୟକ୍ଷ ହେବେ। ତୃଣମୂଳ କଂଗ୍ରେସ ସାଂସଦ ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଇସ୍ରାଏଲ୍ ଦ୍ୱାରା ପ୍ରସ୍ତୁତ ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ଗୁପ୍ତଚର ହୋଇଥିବା ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ହ୍ୟାକିଂ କିପରି କରାଯାଇଥିଲା ସେନେଇ ତଦନ୍ତ ହେବ ବୋଲି ମମତା କହିଛନ୍ତି। ଆଶା କରେ ଏହି ଛୋଟ ପଦକ୍ଷେପ ଅନ୍ୟମାନଙ୍କୁ ଜାଗ୍ରତ କରିବ। ଆମେ ଯଥାଶୀଘ୍ର ଏକ ଅନୁସନ୍ଧାନ କରିବାକୁ ଚାହୁଁଛୁ। ବଙ୍ଗଳାର ଅନେକ ଲୋକଙ୍କ ଫୋନ୍ ଟ୍ୟାପ୍ ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ପେଗାସସ୍ ପ୍ରସଙ୍ଗରେ ବିରୋଧୀମାନେ କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି ଯେ, ସରକାର ଜେପିସି ଗଠନ କରନ୍ତୁ କିମ୍ବା ତଦନ୍ତ ପାଇଁ ବସିଥିବା ବିଚାରପତି ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରନ୍ତୁ। କଂଗ୍ରେସ ନେତା ପି ଚିଦାମ୍ବରମ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଗାସସ୍ ପ୍ରସଙ୍ଗରେ ସଂସଦରେ ଏକ ବିବୃତ୍ତି ଦେବା ଉଚିତ୍, ଗୁପ୍ତଚର ଅଛି କି ନାହିଁ ତାହା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ। କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ କହିଛନ୍ତି ଯେ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଏକ ସୂଚନା ପ୍ରଯୁକ୍ତିବିଦ୍ୟା କମିଟିର ଯାଞ୍ଚ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇପାରିବ। ସେ କହିଛନ୍ତି ଯେ ଯଦି ଫ୍ରାନ୍ସ, ଇସ୍ରାଏଲ ପେଗାସସ୍ ଗୁପ୍ତଚର ମାମଲାର ତଦନ୍ତ ଆଦେଶ ଦେଇପାରନ୍ତି, ତେବେ ଭାରତରେ କାହିଁକି ନୁହେଁ?

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ଡିଜିଟାଲ୍ ଇଣ୍ଡିଆ ସେଲ ଶୁଭାରମ୍ଭ ଘୋଷଣା: ଅତୁଳନୀୟ ଅଫର, ଆକର୍ଷଣୀୟ ରିହାତି

ମୁମ୍ବାଇ: ରିଲାଏନ୍‌ସ ଡିଜିଟାଲ୍ ଜୁଲାଇ ୨୬ ରେ ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍ – ଡିଜିଟାଲ୍ ଇଣ୍ଡିଆ ସେଲ ର ଆରମ୍ଭ କରିବାକୁ ଯାଉଛି। ଏହି ସେଲ୍ ରିଲାଏନ୍‌ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଲାଇଭ୍ ହେବ ଓ ଏହା ମଧ୍ୟ www.reliancedigital.in ରେ ଉପଲବ୍ଧ ହେବ। ଗ୍ରାହକମାନେ ବ୍ୟାପକଶ୍ରେଣୀୟ ଇଲେକଟ୍ରୋନିକ୍ ଆଇଟମ ଉପରେ ଅତୁଳନୀୟ ଡିଲ୍ ପାଇପାରିବେ ଓ ଏହା ସହିତ ଜୁଲାଇ ୨୨ ରୁ ଅଗଷ୍ଟ ୫୨୦୨୧ ମଧ୍ୟରେ ଏସବିଆଇ କ୍ରେଡିଟ୍ କାର୍ଡ଼ରେ ସର୍ବନିମ୍ନ ଟ.୧୦,୦୦୦/- ଟ୍ରାନ୍‌ଜାକ୍‌ସନରେ ଆଶ୍ୱସ୍ତ ୧୦% କ୍ୟାସବ୍ୟାକ୍ ଞ୍ଚ ସୁବିଧା ପାଇପାରିବେ। ସେମାନେ ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ଼ ଟ୍ରାନ୍‌ଜାକ୍‌ସନରେ ଟ.୫,୦୦୦/- ପର୍ଯ୍ୟନ୍ତ ସଂଚୟ କରିପାରିବେ। ଏହି ଅଫର ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ଼ ଇଏମଆଇ ଟ୍ରାନ୍‌ଜାକ୍‌ସନରେ ଉପଲବ୍ଧ ରହିଛି। ବ୍ୟାପକ ବର୍ଗ ଯଥା ଟେଲିଭିଜନହୋମ୍ ଆପ୍ଲିଆନ୍‌ସେସ୍‌ମୋବାଇଲ୍ ଫୋନ୍‌ଲାପଟପ୍ ଓ ଆକ୍‌ସେସୋରିରେ ସ୍ୱତନ୍ତ୍ର ଅଫରମାନ ଉପଲବ୍ଧ ରହିଛି।

ସ୍ମାର୍ଟଫୋନ୍ ବର୍ଗରେଗ୍ରାହକମାନେ ଡିସକାଉଂଟ ଓ ଆକର୍ଷଣୀୟ କ୍ୟାସବ୍ୟାକ୍ ସୁବିଧା ପାଇପାରିବେ। ଜୁଲାଇ ୩୧ ପର୍ଯ୍ୟନ୍ତ ବଛା ବଛା ଫୋନ୍ କ୍ରୟ ଉପରେ ଦୁର୍ଘଟଣାଜନିତ କ୍ଷତି ଓ ଲିକ୍ୟୁଇଡ୍ କ୍ଷତି କଭରେଜ୍ ସୁବିଧା ରହିଛି। ଜୁଲାଇ ୨୮ ରେ ଶୁଭାରମ୍ଭ ପରେ ବହୁ ପ୍ରତୀକ୍ଷିତ ୱାନପ୍ଲସ୍ ନର୍ଡ଼୨ ସ୍ମାର୍ଟଫୋନ୍ ବିକ୍ରି ପାଇଁ ଉପଲବ୍ଧ ହେବ। ଏହା ସହିତକେତେକ ଲୋକପ୍ରିୟ ୱିରେବଲ୍‌ସ ଯଥା ଆପଲ୍ ୱାଚ୍ ସିରିଜ୍ ୬ ସେଲ୍ୟୁଲାର ୪୪ ମିମି ଓ ସାମସଙ୍ଗ ଗାଲାକ୍ସି ଆକ୍ଟିଭ୍ ୨ ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେଉଛି । ବ୍ରାଣ୍ଡ ନ୍ୟୁ ସ୍ମାର୍ଟ ୱାଚ୍ ଫାୟାର-ବୋଲ୍‌ଟ ଏଜିଏନଆଇ ଏସପିଓ୨ ବୈଶିଷ୍ଟ୍ୟ ସହିତ ଡିଜିଟାଲ୍ ଇଣ୍ଡିଆ ସେଲରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ହେବ ଯାହା ଟ.୨,୫୯୯/- ର ସ୍ୱତନ୍ତ୍ର ମୂଲ୍ୟରେ ମିଳିପାରିବ।

ଲାପଟପ୍ ବର୍ଗରେଗ୍ରାହକମାନେ ଟ.୧୪,୯୯୦/- ପର୍ଯ୍ୟନ୍ତ ଲାଭ ପାଇପାରିବେଏହା ସହିତ ବ୍ୟାଙ୍କ କ୍ୟାସବ୍ୟାକ୍ ଓ ବ୍ରାଣ୍ଡ ୱାରେଂଟି ଅଫର ମଧ୍ୟ ରହିଛି । ଆସସ୍ ୧୦ମ ଜେନ୍ ଆଇ୫ ଗେମିଂ ଲାପଟପ୍ ସହିତ ୧୬ ଜିବି ରାମ୍ ଓ ୪ ଜିବି ଏନଭିଡିଆ ଜିଇଫୋର୍ସ ଜିଟିଏକ୍ସ ୧୬୫୦ ଗ୍ରାଫିକ୍‌ସ ସୁବିଧା ସ୍ୱତନ୍ତ୍ର ମୂଲ୍ୟ ଟ.୬୪,୯୯୯/- ରେ ମିଳିପାରିବ। ଆଉ ମଧ୍ୟ ମାକ୍‌ବୁକ୍ ପ୍ରୋ ଫ୍ଲାଟ ମୂଲ୍ୟ ଟ.୧,୧୨,୯୯୦/- ରେ ଉପଲବ୍ଧ ହେବ ଯେଉଁଥିରେ ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଟ.୭୦୦୦/- ର ସ୍ୱତନ୍ତ୍ର ଏଚଡିଏଫସି କ୍ୟାସବ୍ୟାକ୍ ସୁବିଧା ରହିଛି। ଗ୍ରାହକମାନେ ମଧ୍ୟ ପତଳା ଓ ହାଲୁକା ଲାପଟପ୍ କିଣିପାରିବେ ଯାହାର ମୂଲ୍ୟ ଟ.୧୬,୯୯୯/- ରୁ ଆରମ୍ଭ ଅଟେ। ପତଳା ଓ ହାଲୁକା ଲାପଟପରେ ସ୍ୱତନ୍ତ୍ର ଡିଲ୍ କେବଳ ଜୁଲାଇ ୨୬ ଓ ୨୭ ରେ ଉପଲବ୍ଧ ରହିବ।

ଇଲେକ୍‌ଟ୍ରୋନିକ୍ ଆଇଟମ ଗୁଡ଼ିକ ଉପରେ ମଧ୍ୟ ଆକର୍ଷଣୀୟ ଅଫର ଉପଲବ୍ଧ ରହିଛି। ୩୨” ସ୍ମାର୍ଟ ଟିଭି ଟ.୧୨,୯୯୦/- ର ପ୍ରାରମ୍ଭିକ ମୂଲ୍ୟରେ ମିଳିପାରିବ । ଡାଇରେକ୍ଟ-କୁଲ୍ ରେଫ୍ରିଜରେଟର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୧,୯୯୦/- ଓ ଏହା ସହିତ ଟ.୧୯୯୯/-ର ମାଗଣା ସାମଗ୍ରୀର ଅଫର ରହିଛି। ଟପ-ଲୋଡ୍ ୱାସିଂ ମେସିନର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୩,୨୯୦/- ଓ ଏହା ସହିତ ଟ.୧୯୯୯/-ର ମାଗଣା ସାମଗ୍ରୀର ଅଫର ରହିଛି। ଆଉ ମଧ୍ୟ ଟ.୩,୪୯୮/- ମୂଲ୍ୟର ବ୍ରେକଫାଷ୍ଟ କମ୍ବୋ (ଏକ ସାଣ୍ଡୱିଚ ମେକର ଓ ଏକ ଇଲେକଟ୍ରିକ୍ କେଟିଲ୍‌) ସ୍ୱତନ୍ତ୍ର ମୂଲ୍ୟ ଟ.୧୧୯୯/- ରେ ଉପଲବ୍ଧ ହେବ।

ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଆହୁରି ଆକର୍ଷଣୀୟ କରାଯାଇଛି । ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍‌ ବିକଳ୍ପ ପାଇପାରିବେ। ସମସ୍ତ ଷ୍ଟୋର ଓ ଡେଲିଭରି ପାର୍ଟନରମାନେ ସମ୍ପୂର୍ଣ୍ଣ ଭାବରେ କୋଭିଡ-ସୁରକ୍ଷା ପଦକ୍ଷେପର ଅନୁପାଳନ କରୁଛନ୍ତି ଓ ଏହାର ଗ୍ରାହକ ତଥା କର୍ମଚାରୀଙ୍କ ପ୍ରତି ଯତ୍ନବାନ ରହିଛନ୍ତି।
*ସମସ୍ତ ଅଫର ଓ ମୂଲ୍ୟରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

ରିଲାଏନ୍‌ସ ଡିଜିଟାଲ୍ ସମ୍ବନ୍ଧରେ

ରିଲାଏନଓ ଡିଜିଟାଲ୍ ହେଉଛି ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ରିଟେଲର ଯାହାକି ୮୦୦ ରୁ ଅଧିକ ସହରରେ ୪୬୦+ ବଡ଼ ଫର୍ମାଟ୍ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ୧୮୦୦+ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ରହି ସାରା ଦେଶରେ କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ଏଥିରେ ରହିଛି ୨୦୦ ରୁ ଅଧିକ ଆନ୍ତର୍ଜାତିକ ଓ ଜାତୀୟ ବ୍ରାଣ୍ଡ ଓ ୫୦୦୦ ରୁ ଅଧିକ ଉତ୍ପାଦ ତାହା ପୁଣି ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ। ରିଲାଏନ୍‌ସ ଡିଜିଟାଲରେ ସର୍ବାଧିକ ମଡେଲ ରହିଛି ଯାହା ସହାୟତାରେ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ନିଜର ଜୀବନଶୈଳୀ ଉପଯୋଗୀ ଉତ୍ପାଦକୁ ବାଛି ପାରିବେ। ରିଲାଏନଓ ଡିଜିଟାଲରେତାଲିମପ୍ରାପ୍ତ ଓ ଦକ୍ଷ କର୍ମଚାରୀମାନେ ଆମର ଗ୍ରାହକମାନଙ୍କୁ ସହାୟତା ଓ ପରାମର୍ଶ ପ୍ରଦାନ କରିଥାନ୍ତି ତଥା ଉତ୍ପାଦ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିରିଲାଏନ୍‌ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍ରୟ ପରବର୍ତି ସେବା ପ୍ରଦାନ କରିଥାଏ। ରିଲାଏନ୍‌ସ ରେସକ୍ୟୁ ଯାହାକି ରିଟେଲରମାନଙ୍କର ସର୍ଭିସ ଶାଖା ଓ ଭାରତର ଏକମାତ୍ର ଆଇଏସଓ ୯୦୦୧ ପ୍ରମାଣିତ ଇଲେକ୍‌ଟ୍ରୋନିକ୍ସ ସର୍ଭିସ୍ ବ୍ରାଣ୍ଡ ସହାୟତା ପ୍ରଦାନ କରିବା ପାଇଁ ସର୍ବଦା ଉପସ୍ଥିତ ରହିଛି ଓ ଏହା ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ ପ୍ରସ୍ତୁତ ରହିଥାଏ।

ସହଜରେ କ୍ରୟ କରିବା ପାଇଁ ବର୍ତ୍ତମାନ ଗ୍ରାହକମାନେ ରିଲାଏନ୍‌ସ ଡିଜିଟାଲ ଷ୍ଟୋରକୁ ଯାଇପାରିବେ କିମ୍ବା www.reliancedigital.in ରେ ଲଗଅନ୍ କରିପାରିବେ ଯାହାକି ଅନେକ ସ୍ଥାନରେ ଦ୍ରୁତତମ ଡେଲିଭରି ସୁବିଧା (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍ ବିକଳ୍ପ ପ୍ରଦାନ କରେ।

Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଲେ ବି.ଏସ.ୟେଦିୟୁରପ୍ପା

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିରେ ପୁଣିଥରେ ହଲଚଲ ଦେଖିବାକୁ ମିଳିଛି। ଆଜି ବି.ଏସ.ୟେଦିୟୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି। ୟେଦିୟୁରପ୍ପା ନିଜେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସେ ଇସ୍ତଫା ଏମିତି ସମୟରେ ଦେଇଛନ୍ତି, ଯେଉଁ ସମୟରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବାର ଦୁଇ ବର୍ଷ ପୂରଣ ହୋଇଛି।

ତେବେ ଏହା ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦେବ, ତାହା ଦେଖିବା ବାକି ରହିଲା। ଇସ୍ତଫା ଦେବା ପରେ ୟେଦିୟୁରପ୍ପା କହିଛନ୍ତି ଯେ, ମୋତେ କର୍ଣ୍ଣାଟକ ଲୋକଙ୍କ ପାଇଁ ସେବା କରିବାର ଅଛି। ଆମ ଅମସ୍ତଙ୍କୁ କଠିନ ପରିଶ୍ରମ ଦ୍ଵାରା ଲୋକଙ୍କ ସେବା କରିବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର

ଉଗ୍ରତାରା ଛକ ନିକଟରେ ସଡକ ଦୁର୍ଘଟଣା: ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କଲେନି କେହି, ପୋଲିସ ଦେଖାଇଲା ମାନବିକତା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଅଜଣା ଗାଡି ଧକ୍କାରେ ଜଣେ ମୋପେଡ୍ ଆରୋହୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ରାସ୍ତା ମଧ୍ୟରେ ମୋପେଡ୍ ଆରୋହୀ ଜଣଙ୍କ ପଡି ରହିଥିବା ବେଳେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଫଟୋ ଉଠାଇବାରେ ବ୍ୟସ୍ତ ରହିଥିଲେ। ହେଲେ ଘଟଣା ବାବଦରେ ଖବର ପାଇ ପୋଲିସ ମଣିଷପଣିଆ ଦେଖାଇଛି। ପୋଲିସ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଉଗ୍ରତାରା ଛକ ଓଭର ବ୍ରିଜ୍ ଉପରେ ଏକ ମୋପେଡ୍ ଆରୋହୀଙ୍କୁ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଦୀର୍ଘ ସମୟ ଧରି ରାସ୍ତା ଉପରେ ମୋପେଡ୍ ଆରୋହୀ ଜଣକ ପଡି ରହିଥିଲେ। ହେଲେ କୌଣସି ଲୋକ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଫଟୋ ଉଠା କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ଖବର ପାଇ ଜାତୀୟ  ରାଜପଥ ପାଟ୍ରୋଲିଂ ଗାଡି ଘଟଣା ସ୍ଥଳରେ ପହଂଚିଥିଲା। ଗୁରୁତର ବ୍ୟକ୍ତିଙ୍କୁ ପୋଲିସ୍ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନସ୍ ଯୋଗେ ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲା।

ଏହି ଉଦ୍ଧାର କାର୍ଯ୍ୟରେ ଏସଆଇ ପ୍ରଭାକର ପୃଷ୍ଟି, ହୋମ୍ ଗାର୍ଡ  ଅରୁଣ କୁମାର ବାରିକ ଓ ଚାଳକ  ଅନନ୍ତ କୁମାର  ବେହେରା ସାମିଲ ଥିଲେ। କିନ୍ତୁ ଗୁରୁତର ମୋପେଡ୍ ଆରୋହୀଜଣଙ୍କ ଜଣେ ଫେରିବାଲା ହୋଇଥିବା ବେଳେ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୯୬୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୯୬୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୪ ଲକ୍ଷ ୧୭ ହଜାର ୮୬୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୦ ହଜାର ୯୬୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫ ଲକ୍ଷ ୭୯ ହଜାର ୧୦୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୧୧ ହଜାର ୧୮୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ, ବିଭିନ୍ନ କାର୍ଯ୍ୟର ସମୀକ୍ଷା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡିର ବିକାଶର ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୃତ କରିବାକୁ ଜିଲ୍ଲା ପ୍ରଶାସନକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରୀପାଠୀ ନିର୍ଦ୍ଦଶ ଦେଇଛନ୍ତି। କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀଯୁକ୍ତ ତ୍ରୀପାଠୀ କଳାହାଣ୍ଡିରେ ନିର୍ମାଣାଧିନ ମେଡିକାଲ କଲେଜ, ଇନ୍ଦ୍ରାବତୀ ଟେମ୍ପଲ କମ୍ପେ୍ଲକ୍ସ, ନୂତନ ବସଷ୍ଟାଣ୍ଡ, ଉତ୍କେଳା ଏ୍ୟାରଷ୍ଟ୍ରିପ, ସାନ୍ଦୁଲ ଜଳସେଚନ ପ୍ରକଳ୍ପ, କେସିଙ୍ଗା–ବଲାଙ୍ଗୀର ୨୨୦ କେଭି ଲାଇନ, ବିଜୁ ଏକ୍ସପ୍ରେସ ୱେ, ଟାଉନହଲ, ଏମଏସଏମଇ ପାର୍କ, ଫୁଡପାର୍କ ଇତ୍ୟାଦି ସଂପର୍କରେ ଜିଲ୍ଲାପାଳ ଅବଗତ କରିଥିଲେ।

କଳାହାଣ୍ଡିର ବିକାଶକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୃତ କରିବା ପାଇଁ ବୈଷୟୀକ ଜ୍ଞାନ କୌଶଳ, ଦାୟୀତ୍ୱ ବୋଧ, ତାଲିମ ଆଧାରରେ ଲୋକଙ୍କ ଜୀବନଧାରଣର ମାନବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯିବାକୁ ଉପସ୍ଥିତ ଜିଲ୍ଲାସ୍ତରୀୟ ପଦାଧିକାରୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ। ପଶୁପାଳନ, ମତ୍ସ୍ୟ ଚାଷ, ଉଦ୍ୟାନକୃଷି, ଏମଏସଏମଇ ଆଦି କରିବାପାଇଁ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ।

ସମୀକ୍ଷା ବୈଠକ ପରେ ମାନ୍ୟବର ଶକ୍ତି, ଶିଳ୍ପ ତଥା ଏମଏସଏମଇ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସହିତ ଭବାନୀପାଟଣା ଠାରେ ନିର୍ମାଣାଧିନ ଟାଉନହଲ, ଭଙ୍ଗାବାରୀ ଠାରେ ନିର୍ମାଣାଧିନ ଡାକ୍ତରଖାନା, ଜାରିଙ୍ଗସ୍ଥିତ ଛେଳି ପ୍ରଜନନ କେନ୍ଦ୍ର,ଭତ୍ରାଯୋର ଏମଆଇପି, ଜୁନାଗଡ ନେତ୍ର ଚିକିତ୍ସାଳୟ, ବିଜୁପଟ୍ଟନାୟକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ,ଛୋରିଆଗଡ ଶୀଳ୍ପି ଗ୍ରାମ ପରିଦର୍ଶନ କରିଥିଲେ। ଧର୍ମଗଡ ବ୍ଲକ ବେହେରା ଗ୍ରାମରେ ଡେଙ୍ଗାଗୁଡା-ବେହେରା ୩୩ କେଭି ଲାଇନ ର ଶୁଭ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୌଷଧିବାଗ, ଧର୍ମଗଡ ପଂଚାୟତ ସମିତି ଅଧ୍ୟକ୍ଷ ବଳରାମ ପୂଝାରୀ ମଧ୍ୟ ଉପସ୍ଥିତ ଥିଲେ। କଳାହାଣ୍ଡି ଏକ କୃଷିପ୍ରଧାନ ଜିଲ୍ଲା ହୋଇଥିବା କାରନରୁ ଅଧରକରୁ ଅଧିକ ଚାଷିଙ୍କ ସାମିଲ କରାଯାଇ ଅଧିକ ସଂଖ୍ୟକ କୃଷିଭିତିକ ଯୋଜନା ପ୍ରସ୍ତୃତ କରାଗଲେ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରାଶ ପାଇବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୨ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୫ ହଜାର ୫୭୪ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୭୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ ଏବଂ କେନ୍ଦୁଝର ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଯାଜପୁର ଜିଲ୍ଲାରୁ ୨ ଜଣ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୯ ହଜାର ୧୮୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୫ ହଜାର ୧୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୮ ହଜାର ୩୮୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୭୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୬୩୭ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୬୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୪୯ ଜଣ ଚିହ୍ନଟ ହୋଇଥିବା ବେଳେ ୬୮୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୯ ହଜାର ୧୮୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୫ ହଜାର ୧୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୮ ହଜାର ୩୮୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୧୨ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୯ ଟି ଜିଲ୍ଲାରୁ ୧ ହଜାର ୬୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୫୦ ଜଣ, କଟକ ଜିଲ୍ଲାରୁ ୨୫୦ ଜଣ, ଅନୁଗୁଳ ଜିଲ୍ଲାରୁ ୧୦୦ ଜଣ, ବାଲେଶ୍ଵର ଜିଲ୍ଲାରୁ ୫୭ ଜଣ, ବରଗଡ ଜିଲ୍ଲାରୁ ୧୧ ଜଣ, ଭଦ୍ରକ ଜିଲ୍ଲାରୁ ୭୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୮ ଜଣ, ବୌଦ୍ଧ ଜିଲ୍ଲାରୁ ୯ ଜଣ, ଦେବଗଡ ଜିଲ୍ଲାରୁ ୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୦ ଜଣ, ଗଞ୍ଜାମ ଜିଲ୍ଲାରୁ ୧୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୮୫ ଜଣ, ଯାଜପୁର ଜିଲ୍ଲାରୁ ୮୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, କନ୍ଧମାଳ ଜିଲ୍ଲାରୁ ୩୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୭୬ ଜଣ, କେନ୍ଦୁଝର ଜିଲ୍ଲାରୁ ୧୮ ଜଣ, କୋରାପୁଟ ଜିଲ୍ଲାରୁ ୯ ଜଣ, ମାଲକାନାଗିରି ଜିଲ୍ଲାରୁ ୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୭୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୯ ଜଣ, ନୟାଗଡ ଜିଲ୍ଲାରୁ ୩୯ ଜଣ, ପୁରୀ ଜିଲ୍ଲାରୁ ୭୮ ଜଣ, ରାୟଗଡା ଜିଲ୍ଲାରୁ ୧୪ ଜଣ, ସମ୍ବଲପୁର ଜିଲ୍ଲାରୁ ୧୩ ଜଣ, ସୋନପୁର ଜିଲ୍ଲାରୁ ୧୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୧ ଜଣ ଏବଂ ଷ୍ଟେଟ ପୁଲରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜୀବନ ଶୈଳୀ ବିଶେଷ ଖବର ସଂସ୍କୃତି

କଣ କଲେ ପାଖରେ ଟଙ୍କା ଓ ସଂପତ୍ତି ରହିବ, ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ପାଞ୍ଚୋଟି ପରାମର୍ଶ

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନର ଅନେକ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି। ଅର୍ଥ, ପଦୋନ୍ନତି, ବିବାହ, ପରିବାର ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନକୁ ଚାଣକ୍ୟ ଅତି ସହଜ କରିଛନ୍ତି।

କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର, କିନ୍ତୁ ଯିଏ ଗ୍ରହଣ କରିଛି, ସେ ବେଶ୍ ସଫଳ ହୋଇଛି। ଚାଣକ୍ୟ ନୀତି ଶାସ୍ତ୍ରୀରେ କହିଛନ୍ତି ଯେ କେଉଁ ଲୋକଙ୍କ ପାଖରେ  ପାଖରେ ଟଙ୍କା ରହେ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ପାଞ୍ଚଟି ପରାମର୍ଶ ଦେଇଛନ୍ତି।

୧- ଚାଣକ୍ୟ କହିଛନ୍ତି ଯେ ତିକ୍ତ କଥା କହୁଥିବା ବ୍ୟକ୍ତିଙ୍କ ସହ ଟଙ୍କା ରଖାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତି ସତ୍ୟ ଏବଂ ମଧୁର କଥା କହନ୍ତି, ଲକ୍ଷ୍ମୀଙ୍କର ଅନୁଗ୍ରହ ଅଛି। ଚାଣକ୍ୟ କହିଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଜଣେ ସର୍ବଦା ମିଠା କଥା କହିବା ଉଚିତ୍।

୨- ଜଣେ ବ୍ୟକ୍ତି ଯଦି ଅଧିକ ଖାଦ୍ୟ ଖାଏ ତେବେ ସେ ସବୁବେଳେ ଟଙ୍କା ପାଇଁ ଚିନ୍ତିତ ହୁଏ। ଚାଣକ୍ୟ କହିଛନ୍ତି ଯେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ଜଣେ ମଣିଷ ଆବଶ୍ୟକ ଭିତରେ ଖାଇବା ଉଚିତ୍।

( କଣ ପାଇଁ ଦେବାଦେବୀଙ୍କ ନିକଟରେ ନଡିଆ ପୂଜା କରାଯାଇଥାଏ, ଜାଣନ୍ତୁ)

୩- ଚାଣକ୍ୟ ନୀତି ଅନୁଯାୟୀ, ବ୍ୟକ୍ତିର ପୋଷାକ ଅପରିଷ୍କାର ହେଲେ ମାତା ଲକ୍ଷ୍ମୀ ଅନୁଗ୍ରହ ପ୍ରଦର୍ଶନ କରନ୍ତି ନାହିଁ। ଚାଣକ୍ୟ କହିଛନ୍ତି ଯେ ଯଦି ଗରିବ ଲୋକ ସଫା ରହେ ତେବେ ମାତା ଲକ୍ଷ୍ମୀଙ୍କ ପ୍ରସନ୍ନ ହୁଅନ୍ତି।

୪- ଚାଣକ୍ୟ କହିଛନ୍ତି ଯେ ଶୋଇବା ପାଇଁ ରାତି ସମୟ ଉପଯୁକ୍ତ ବୋଲି ବିବେଚନା କରାଯାଏ। ଚାଣକ୍ୟଙ୍କ ଅନୁଯାୟୀ, ଦିନ ଶେଷ ହେବା ପରେ ଅର୍ଥାତ୍ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଶୋଇଥିବା ବ୍ୟକ୍ତିଙ୍କ ସହିତ କେବେ ବି ଟଙ୍କା ରହେ ନାହିଁ। ଏହିପରି ଲୋକମାନେ ଦେବୀ ଲକ୍ଷ୍ମୀଙ୍କ ସମର୍ଥନ ପାଆନ୍ତି ନାହିଁ।

୫- ଅର୍ଥନୀତିରେ ଚାଣକ୍ୟ ମଧ୍ୟ କହିଛନ୍ତି ଦାନ୍ତ ଅପରିଷ୍କାର ରଖୁଥିବା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ କେବେ ବି ଅନାନ୍ତି ନାହିଁ। ଫଳରେ ସେମାନଙ୍କ ପାଖରେ ମଧ୍ୟ ଟଙ୍କା ରହେ ନାହିଁ।

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ମୋଟାପଣରୁ ମୁକ୍ତି ଚାହୁଁଛନ୍ତି, ଆଜି ହିଁ ଖାଦ୍ୟରେ ସାମିଲ୍‌ କରନ୍ତୁ ଏହି ସବୁ ଫଳ

ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି। ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍‌ର ସାହାରା ନେଉଛନ୍ତି। ଏହା ସହିତ କଠିନ୍‌ ଡାଏଟ୍‌, ମେଡିସିନ୍‌ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି। ତେବେ ଏହି ମୋଟାପାରୁ ମୁକ୍ତି ପାଇଁ ଓ୍ବାର୍କ ଆଉଟ୍‌ କରିବା ସହିତ ହେଲ୍‌ଦୀ ଡାଏଟ୍‌ ବହୁତ ଜରୁରୀ। ଏପରି କିଛି ଫଳ ରହିଛି, ଯାହା ବହୁତ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ। ସେହି ଫଳଗୁଡ଼ିକ ମଧ୍ୟରେ ରହିଛି – 

ତରଭୁଜ

ତରଭୁଜ କମ୍‌ କ୍ୟାଲୋରୀ ହେବା ସହିତ ଏଥିରେ ଅଧିକମାତ୍ରାରେ ଫାଇବର, ପୋଟାସିୟମ୍‌, ଆଇରନ୍‌ ଓ ଭିଟାମିନ୍‌– ଏ, ସି ଓ ବି ପ୍ରଚୁର ପରିମାଣରେ ରହିଥାଏ। ଏହି ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ କାଢିବାରେ ବହୁତ ସାହାଯ୍ୟ କରିଥାଏ। ଏହା ସହିତ ତରଭୁଜ୍‌ରେ ପ୍ରଚୁର ପରିମାଣରେ ପାଣି ଥାଏ। ଯାହା ଶରୀରରେ ପାଣିର ଅଭାବକୁ ପୂରଣ କରିବା ସହିତ ପାଚନ ତନ୍ତ୍ରକୁ ମଧ୍ୟ ଠିକ୍‌ ରଖିଥାଏ।

ସେଓ

ପ୍ରତ୍ୟେକ ସକାଳୁ ଗୋଟିଏ ସେଓ ଖାଇବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ। ସେଓରେ ଭରପୂର ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ, ଫାଇବର ପ୍ରଚୁର ମାତ୍ରାରେ ରହିଥାଏ। ଏଥିରେ କ୍ୟାଲୋରୀର ମାତ୍ରା ମଧ୍ୟ କମ୍‌ ମିଳିଥାଏ। ଯାହାକି ଓଜନ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଥାଏ।

ବେରିଜ୍‌

ବେରିଜ୍‌ (କୋଳି) ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ଏଥିରେ କମ ମାତ୍ରାରେ କ୍ୟାଲୋରୀ ରହିଥାଏ। ଏଥିରେ ଶର୍କରା ନଥାଏ। ଏଥିରେ ରହିଥିବା ଭିଟାମିନ୍‌ ଶରୀରରେ ରହିଥିବା ଚର୍ବିକୁ ତରଳାଇବାରେ ବହୁତ ସାହାଯ୍ୟ କରିଥାଏ।

କଦଳୀ

ପ୍ରାୟ ସମସ୍ତେ ଭାବିଥା’ନ୍ତି କଦଳୀ ଖାଇବା ଦ୍ବାରା ଓଜନ ବଢିଥାଏ। କିନ୍ତୁ ଏହା ଦ୍ବାରା ମୋଟାପା ମଧ୍ୟ କମ୍‌ ହୋଇଥାଏ। କଦଳୀରେ ଭିଟାମିନ୍‌ ସି, ଭିଟାମିନ୍‌ ବି ୬, ମ୍ୟାଙ୍ଗନିଜ୍‌, ବାୟୋଟିନ୍‌, ପୋଟାସିୟମ୍‌ ଓ ଫାଇବାର ପ୍ରଚୁର ମାତ୍ରାରେ ରହିଛି। ଏହି ସମସ୍ତ ପୋଷକ ତତ୍ତ୍ବ ଶରୀର ପାଇଁ ବହୁତ ଜରୁରୀ।

କଦଳୀରେ ଅଧିକ ମାତ୍ରାରେ ଅଧିକ ମାତ୍ରାରେ ଫାଇବର୍‌ ଥାଏ, ଯାହା ମେଟାବଲିଜିମ୍‌କୁ ମଜବୁତ୍‌ ରଖିବାରେ ସାହାଯ୍ୟ କରିଥାଏ।

କୋବି

କୋବିର ବହୁତ ପରିମାଣରେ ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀରରକୁ ସୁସ୍ଥ ରଖିବା ସହିତ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। କୋବିରେ ଭିଟାମିନ୍‌ ସି, ଭିଟାମିନ୍‌ କେ, ଫୋଲଟ୍‌ ଓ ପୋଟାସିୟମ୍‌ ଏବଂ ଭିଟାମିନ୍‌ ଇ ପ୍ରଚୁର ମାତ୍ରାରେ ରହିଛି। ଏହାସହିତ ଏଥିରେ କମ୍‌ କ୍ୟାଲୋରୀ ରହିଥାଏ, ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ।

Categories
ଜୀବନ ଶୈଳୀ ବିଶେଷ ଖବର

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

ନୂଆଦିଲ୍ଲୀ: ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍‌ ରିଡ୍‌ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି।

ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍‌ ବ୍ୟବହାର ଏକୁଟିଆପଣର ମୁଖ୍ୟ କାରଣ ରହିଥିବା ବେଳେ ଏହାଦ୍ବାରା ପାଠପଢାରେ ମନୋନିବେଶ ସହଜ ହୋଇନଥାଏ ବୋଲି କୁହାଯାଇଛି।

ଗବେଷଣାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 25 ପ୍ରତିଶତ ଦୈନିକ 4 ଘଣ୍ଟାରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ବଳକା ଛାତ୍ରଛାତ୍ରୀ ଦୈନିକ 1ରୁ 3 ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍‌ ବ୍ୟବହାର କରିଥାନ୍ତି। ସର୍ବାଧିକ 40 ପ୍ରତିଶତ ଇଣ୍ଟରନେଟ୍‌ ସୋସିଆଲ ମିଡିଆରେ ବ୍ୟବହୃତ ହେଉଥିବା ବେଳେ ମାତ୍ର 30 ପ୍ରତିଶତ ବିଭିନ୍ନ ପାଠ ସମ୍ବନ୍ଧୀୟ ସୂଚନା ସର୍ଚ୍ଚ କରିଥାନ୍ତି।

Categories
ଜୀବନ ଶୈଳୀ ବିଶେଷ ଖବର ସଂସ୍କୃତି

ଆଜି ଜୁଲାଇ ୨୬ ତାରିଖ ସୋମବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ। ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି।

ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ।

ମିଥୁନ ରାଶିଫଳ- ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ। ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ। ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ। ଯାନ ଆନନ୍ଦ ପାଇବେ। ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ। ଆଜି ପ୍ରଣୟଙ୍କ ପାଇଁ ଏକ ଭଲ ଦିନ। ମିଠା ଖାଦ୍ୟ ମିଳିପାରିବ। ସ୍ୱାସ୍ଥ୍ୟ ଭଲ ହେବ, ଆପଣ ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବେ। ଆପଣ ସର୍ବୋତ୍ତମ ବିବାହିତ ସୁଖ ପାଇବ। ଗଣେଶଙ୍କ କୃପା ଦିନସାରା ଆପଣଙ୍କ ଉପରେ ରହିବ।

କର୍କଟ ରାଶିଫଳ- ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ। ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ। ସ୍ୱାସ୍ଥ୍ୟ ଭଲ ହେବ। ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ। ଚାକିରିରେ ଲୋକଙ୍କୁ ଉପକୃତ କରିବେ। ଆପଣଙ୍କଠାରୁ ସହକର୍ମୀମାନେ ଲାଭବାନ ହେବେ। ମହିଳା ସାଙ୍ଗମାନଙ୍କ ସହିତ ସାକ୍ଷାତ କରି ମନ ଖୁସି ହେବ। ଶତ୍ରୁମାନେ ଜିତିବେ।

ସିଂହ ରାଶିଫଳ- ଆଜି ଏକ ଖୁସିର ଦିନ ହେବ। ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ। ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ। ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ। ଛାତ୍ରମାନେ ଅଭ୍ୟାସ କରିବା ପାଇଁ ଏହା ଏକ ଭଲ ସମୟ। ସାଙ୍ଗମାନଙ୍କ ସହିତ ମିଳନ ହେବ, ମହିଳା ବନ୍ଧୁମାନେ ଉପକୃତ ହେବେ। ଆଜି ଆପଣ ଦାନ କାର୍ଯ୍ୟ କରିପାରିବେ।

କନ୍ୟା ରାଶିଫଳ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ। ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ। ଶକ୍ତିର ଅଭାବ ରହିବ। ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ। ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ। ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ। ମହିଳା ଏବଂ ଜଳରୁ କ୍ଷତି ହେବାର ଭୟ ରହିବ। ଲୋକଙ୍କୁ ଅପମାନ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ। ଟଙ୍କା ଅଯୋଗ୍ୟ ହେବ।

ତୂଳା ରାଶିଫଳ- ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ। ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ। ଧନ ଲାଭର ସମ୍ଭାବନା। ବିଦେଶରୁ ଭଲ ଖବର ଆସିବ। ବ୍ୟବହାରିକ ପ୍ରସଙ୍ଗ ହେତୁ ଯାତ୍ରା କରିପାରିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ। ପୁଞ୍ଜି ନିବେଶକାରୀଙ୍କ ପାଇଁ ଏହା ଏକ ଭଲ ଦିନ।

ବିଛା ରାଶିଫଳ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ। ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ । ଶାରୀରିକ ସମସ୍ୟା ମନରେ ଚିନ୍ତା ଆଣିବ। ଏକ ନକାରାତ୍ମକ ମାନସିକତା ରଖନ୍ତୁ ନାହିଁ। ଅନୈତିକ ପ୍ରବୃତ୍ତିଠାରୁ ଦୂରରେ ରୁହନ୍ତୁ। ଛାତ୍ରମାନଙ୍କ ଶିକ୍ଷଣରେ ବାଧା ଉପୁଜିବ।

ଧନୁ ରାଶିଫଳ- ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଆର୍ଥିକ ଲାଭ ହାସଲ ହେବ। ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ଆପଣ ବିବାହିତ ଜୀବନର ସୁଖ ଏବଂ ଆନନ୍ଦ ପାଇବେ। ଆଜି ଆପଣଙ୍କର ଆଚରଣ ସ୍ୱାଭାବିକ ହେବ। କୈତୁହଳପୂର୍ଣ୍ଣ ଖାଦ୍ୟ ମିଳିପାରିବ। ସାମାଜିକ କ୍ଷେତ୍ରରେ ଖ୍ୟାତି ବୃଦ୍ଧି ପାଇବ।

ମକର ରାଶିଫଳ- ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ। ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ। ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ। ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପାର୍ଥକ୍ୟ ହୋଇପାରେ। ଆଜି ଆପଣ କଠିନ ପରିଶ୍ରମ କରିବା ପରେ ହିଁ ସଫଳତା ପାଇବେ। ଆପଣ ମାନସିକ ବିଭ୍ରାଟ ଅନୁଭବ କରିବେ। ଦୁର୍ଘଟଣା ପାଇଁ ସାବଧାନ ରୁହନ୍ତୁ।

କୁମ୍ଭ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ। ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି। ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ। ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ। ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାହ ସମୟ ଉପସ୍ଥିତ ହେବ। ଆପଣ ବୁଲିବାକୁ ଯୋଜନା କରିପାରିବେ।

ମୀନ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ। ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ହେବ। ସରକାରଙ୍କ ଦ୍ୱାରା ଲାଭ ହେବ। ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ରାମପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ସ୍ଥାନ ଭାବେ ମାନ୍ୟତା ଦେଲା ୟୁନେସ୍କୋ: କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୟୁନେସ୍କୋ ପକ୍ଷରୁ ତେଲେଙ୍ଗାନାର ୱାରଙ୍ଗାଲର ପାଲମପେଟରେ ଅବସ୍ଥିତ ରାମପ୍ପା ମନ୍ଦିରକୁ  ବିଶ୍ୱ ଐତିହ୍ୟ ସ୍ଥାନ ଭାବରେ ମାନ୍ୟତା ଦିଆଯାଇଛି। ରବିବାର ଦିନ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାମପ୍ପା ମନ୍ଦିର ୧୩ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା ଏବଂ ଏହାର ସ୍ଥାପତ୍ୟ ରାମପ୍ପାଙ୍କ ନାମରେ ନାମିତ। ୨୦୧୯ ମସିହାରେ ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମାନ୍ୟତା ଦେବା ପାଇଁ ସରକାର ୟୁନେସ୍କୋକୁ ପ୍ରସ୍ତାବ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତେଲେଙ୍ଗାନାବାସୀଙ୍କୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ପ୍ରସିଦ୍ଧ କାକଟିଆ ରୁଦ୍ରଶ୍ୱର ମନ୍ଦିର ଅନ୍ତର୍ଭୁକ୍ତ କରିଥିବାରୁ ଅଭିନନ୍ଦନ ଜଣାଇବା ସହ ବ୍ୟକ୍ତିଗତ ଅଭିଜ୍ଞତା ପାଇଁ ଏହି ସ୍ଥାନ ପରିଦର୍ଶନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ମହାନ! ସମସ୍ତଙ୍କୁ, ବିଶେଷକରି ତେଲେଙ୍ଗାନାର ଲୋକଙ୍କୁ ଅଭିନନ୍ଦନ। ଚିତ୍ରକଳା ରାମପ୍ପା ମନ୍ଦିର ମହାନ କାକଟିଆ ରାଜବଂଶର ସୂକ୍ଷ୍ମ କାରିଗରୀ ପ୍ରଦର୍ଶନ କରେ। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ମହାନ୍ ମନ୍ଦିରର ପରିସର ପରିଦର୍ଶନ କରନ୍ତୁ ଏବଂ ଏହାର ମହାନତାର ଅନୁଭୂତି କରନ୍ତୁ। ”

Categories
ଆଞ୍ଚଳିକ

ନାକଟିଦେଉଳ ପୁଲିସ୍ ପକ୍ଷରୁ ରକ୍ତଦାନ ଶିବିର, ୪୭ ୟୁନିଟ୍ ରକ୍ତ ସଂଗ୍ରହ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ପୁଲିସ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଏସ୍ .ପି ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ମୋ ସରକାର କାର୍ଯ୍ୟକ୍ରମକୁ ନାକଟିଦେଉଳ ଥାନା ଅଧିକାରୀ ବିଧୂଭୂଷଣ ମିଶ୍ର ସଂଯୋଜନା କରିଥିଲେ।

ଏହି ରକ୍ତଦାନ ଶିବିରରେ ରେଢାଖୋଲ ଏସ୍‌ଡିପିଓ ଜ୍ୟୋସ୍ନାମୟୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ରେଢାଖୋଲ ରକ୍ତ ଭଣ୍ଡାରରୁ ଟେକନିସିଆନ୍ ଇନ୍ଦ୍ରମଣି ବେହେରା, ମନୋରମା ଧଳ, ଜାହ୍ନବୀ ସାହୁ, ତ୍ରିପୁରାରୀ ଗଡତିଆ, ସୁଦର୍ଶନ ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ଏଥିରେ ୪୭ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ଶିବିରରେ ସମ୍ବାଦ ପ୍ରତିନିଧି ଶରତ କୁମାର ପ୍ରଧାନ, ନୀଳାମ୍ବର ସାହୁ, କନେଷ୍ଟବଳ ମହାସଂଘର ସଭାପତି ରାମଦୀପ ପଣ୍ଡା, ଜିତେନ୍ଦ୍ରିୟ ସାହୁ ପ୍ରମୁଖ ସଂଯୋଜନା କରିଥିଲେ। ଗୋଧିଢିପ ସ୍ଥିତ ମହାଲକ୍ଷ୍ମୀ ଯୁବକ ସଂଘ, ସାଲେଭଟା, ବାଟଗାଁ, ସାହେବୀ, ଜାମୁଜୋରୀ ଆଦି ଗ୍ରାମରେ ଥିବା ଯୁବକ ସଂଘର କର୍ମକର୍ତ୍ତା ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ୯ ପର୍ଯ୍ୟଟକଙ୍କ ଗଲା ଜୀବନ: ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ୯ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଏହି ସମସ୍ତ ପର୍ଯ୍ୟଟକ ଦିଲ୍ଲୀ ଏନସିଆରରୁ ଆସିଥିଲେ। କିନ୍ନୌରର ସାଙ୍ଗଲା ଉପତ୍ୟକାରେ ହଠାତ୍ ପାହାଡ ଉପରୁ ପଥର ଖସିବା ଦ୍ଵାରା ତଳେ ପ୍ରବାହିତ ନଦୀ ଉପରେ ଥିବା ଲୁହା ବ୍ରିଜକୁ ଭାଙ୍ଗି ଦେଇଥିଲେ। ଉପସ୍ଥିତ ଅନେକ ପର୍ଯ୍ୟଟକ ଏହାର ପ୍ରଭାବରେ ମଧ୍ୟ ଆସିଥିଲେ। ଫଳରେ ଏହି ଘଟଣାରେ ୯ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗତ କିଛି ଦିନ ହେବ ପ୍ରବଳ ବର୍ଷା ପରେ ହିମାଚଳ ପ୍ରଦେଶର ଅନେକ ଜିଲ୍ଲାରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସୁଛି। ପଥର ଦ୍ୱାରା ନିକଟସ୍ଥ ଘର, ସେଓ ବଗିଚା ଏବଂ ଯାନ ପାର୍କିଂ ସ୍ଥାନଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ, ହିମାଚଳ ପ୍ରଦେଶର କିନ୍ନୌରଠାରେ ଭୂସ୍ଖଳନ ହେତୁ ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଯେଉଁମାନେ ଏଥିରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା। ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଉଛି। ସେମାନଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।