Categories
PIB_NEWS ଆଜିର ଖବର ଜାତୀୟ ଖବର

ଆସନ୍ତା 15 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ, ଉଦଘାଟନ କରିବେ 15 ଶହ କୋଟି ଟଙ୍କାର ପ୍ରକଳ୍ପ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତା 15 ତାରିଖରେ ବାରାଣାସୀ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ପୂର୍ବାହ୍ନ ପ୍ରାୟ 11 ଟା ସମୟରେ ପ୍ରଧାନମନ୍ତ୍ରୀ ବିଏଚୟୁରେ 100 ଶଯ୍ୟା ବିଶିଷ୍ଟ MCH ୱିଙ୍ଗ୍, ଗୋଡାଉଲିଆରେ ମଲ୍ଟି ଲେଭଲ୍ ପାର୍କିଂ, ଗଙ୍ଗା ନଦୀରେ ପର୍ଯ୍ୟଟନ ବିକାଶ ପାଇଁ ରୋ-ରୋ ଜାହାଜ ଏବଂ ବାରାଣାସୀ ଗାଜିପୁରରେ ତିନି ଲେନ ଫ୍ଲାଏ ଓଭର ବ୍ରିଜ୍ ସମେତ ବିଭିନ୍ନ ଜନସାଧାରଣ ପ୍ରକଳ୍ପ ଏବଂ କାର୍ଯ୍ୟର ଉଦଘାଟନ କରିବେ।

ବାରଣାସୀ ଗାଜିପୁର ରାଜପଥ ପାଇଁ ପାଖାପାଖି 744 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ମଧ୍ୟ ଉଦଘାଟନ କରିବେ। ସେ ପ୍ରାୟ 839 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କରିବେ।

ପ୍ରାୟ 12:15 PM ରେ ପ୍ରଧାନମନ୍ତ୍ରୀ ଜାପାନ ସହଯୋଗରେ ନିର୍ମିତ ଆନ୍ତର୍ଜାତୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ର – ରୁଦ୍ରକାଶକୁ ଉଦଘାଟନ କରିବେ। ଏହା ପରେ, ପ୍ରାୟ 2 ଟା ସମୟରେ ବିଏଚୟୁରେ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ମଙ୍ଗଲ ୱିଙ୍ଗ ଅନୁଧ୍ୟାନ କରିବେ। କୋଭିଡ ପ୍ରସ୍ତୁତିର ସମୀକ୍ଷା ପାଇଁ ସେ ଅଧିକାରୀ ଏବଂ ଡାକ୍ତରୀ ବୃତ୍ତିଗତଙ୍କ ସହ ମଧ୍ୟ ଆଲୋଚନା କରିବେ।

Categories
ଆଞ୍ଚଳିକ

ବାଲୁଗାଁ: ତିନି ଦଫା ଦାବି ନେଇ ଟିପିସିଓଡ଼ିଏଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଠିକା କର୍ମଚାରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ତିନି ଦଫା ଦାବି ନେଇ ଆଜି ଟିପିସିଓଡିଏଲ ଠିକା କର୍ମଚାରୀ ଧାରଣାରେ ବସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଟିପିସିଓଡିଏଲ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟିପିସିଓଡିଏଲ ଠିକା କର୍ମଚାରୀମାନେ ଧାରଣାରେ ବସିଛନ୍ତି।

ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲୁଗାଁ ଡିଭିଜନ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବି ନେଇ ବାଣପୁର, ବାଲୁଗାଁ, ଟାଙ୍ଗୀ, ରଣପୁର ଅଞ୍ଚଳର ପାଖାପାଖି ୭୦ ରୁ ଉର୍ଦ୍ଧ୍ବ ଠିକା କର୍ମଚାରୀ ମାନେ ଧାରଣାରେ ବସିଥିଲେ। ଉକ୍ତ କର୍ମଚାରୀ ମାନେ ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ଦାଇତ୍ୱରେ ଅଛନ୍ତି।

ତେବେ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ଦୀର୍ଘ ଦିନ ହେବ ଟିପିସିଓଡିଏଲ ଅଧୀନରେ କାର୍ଯ୍ୟ କରୁଥିଲେ ସୁଦ୍ଧା ବିନା ନୋଟିସରେ ସେମାନଙ୍କୁ କମ୍ପାନୀରୁ ଛଟେଇ କରିଦିଆଯିବାର ବାରମ୍ବାର ଧମକ ଦିଆଯିବା ସହ ସେମାନଙ୍କୁ ଉପଯୁକ୍ତ ବେତନ ଦିଆଯାଉନାହିଁ। ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ନିମନ୍ତେ ଟିପିସିଓଡିଏଲ ଇମ୍ପେରିଅଲ ଇଲେକ୍ଟ୍ରିକ ନାମକ ଏକ କମ୍ପାନୀ ସହ ଚୁକ୍ତି କରିଥିଲା। ହେଲେ ଉକ୍ତ ଚୁକ୍ତି ଜୁନ ମାସ ୩୦ ତାରିଖ ଯାଏଁ ବଳବତ୍ତର ଥିଲା। ଏବେ ଚୁକ୍ତି ସମାପ୍ତ ହେଲା ପରେ ଟିପିସିଓଡିଏଲ ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ନିମନ୍ତେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଯୁକ୍ତି ଦେଉଥିବାର କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ଯାହାଫଳରେ ଦୀର୍ଘ ଏକ ବର୍ଷ ଧରି ଉକ୍ତ ଠିକା କର୍ମଚାରୀମାନେ ଟିପିସିଓଡିଏଲ ଅଧୀନରେ କାର୍ଯ୍ୟ କରୁଥିଲେ ସୁଦ୍ଧା ବର୍ତ୍ତମାନ କୋଭିଡ ମହାମାରି ସମୟରେ କିଛି କର୍ମଚାରୀଙ୍କୁ ଛଟେଇ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିଯୁକ୍ତି ଦେବା ଟିପିସିଓଡିଏଲର ଏକ ଅମାନବୀୟ କାର୍ଯ୍ୟ ବୋଲି ଠିକା ଶ୍ରମିକ ମାନେ ଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ କହିଛନ୍ତି।

ସେହିପରି ଭାବେ ତୈଳ ଦର ଅହେତୁକ ବୃଦ୍ଧି ହେଲେ ସୁଦ୍ଧା ଉକ୍ତ କର୍ମଚାରୀମାନଙ୍କୁ କମ୍ପାନୀ ପକ୍ଷରୁ ଗସ୍ତ ଖର୍ଚ୍ଚ ଦିଆଯାଉନଥିବାର ଅଭିଯୋଗ ହୋଇଛି। ଅନୁରୂପ ଭାବେ ସମସ୍ତ ଠିକା କର୍ମଚାରୀ ମାନେ ଦୀର୍ଘ ବର୍ଷ ଧରି ଫେଡ଼କୋ ଏବଂ ବର୍ତ୍ତମାନ ଟିପିସିଓଡିଏଲ ରେ କାର୍ଯ୍ୟ କରୁଥିଲେ ସୁଦ୍ଧା ସେମାନଙ୍କୁ ଏଯାବତ କୁଶଳୀ ଶ୍ରମିକ ମାନ୍ୟତା ମିଳିନାହିଁ। ଯାହାଫଳରେ ସେମାନଙ୍କ ବେତନ ବୃଦ୍ଧି ହେଉନାହିଁ ଏବଂ ଘର ପରିବାର ଚଳାଇବାରେ ଠିକା କର୍ମଚାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏ ସବୁ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ କର୍ମଚାରୀ ମାନେ ବାଲୁଗାଁ ଟିପିସିଓଡିଏଲ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ଦେବା ସହ ଦୀର୍ଘ ସମୟ ଧରି ଏ ବାବଦରେ ଆଲୋଚନା ମଧ୍ୟ କରିଥିଲେ। ତେବେ ଉକ୍ତ ଆଲୋଚନାର ସକାରାତ୍ମକ ଫଳ ବାହାରିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଶିବପ୍ରସାଦ ବଳିୟାରସିଂହ ସୂଚନା ଦେଇଛନ୍ତି।

ନୂତନକରି ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ଦାୟିତ୍ୱ ନେଇଥିବା କମ୍ପାନୀ ମ୍ୟାନେଜର ଟିପିସିଓଡିଏଲ ବାଲୁଗାଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ଠିକା ଶ୍ରମିକ ମାନଙ୍କୁ ପୁନଶ୍ଚ ସେମାନଙ୍କ କାର୍ଯ୍ୟରେ ନିଯୁକ୍ତି ଦେବା ନିମନ୍ତେ ପ୍ରତିଶୃତି ଦେଇଥିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏପ୍ରିଲ୍‌ରେ ଜିଓ ଯୋଡ଼ିଛି ଅଢେଇ ଲକ୍ଷ ନୂଆ ଗ୍ରାହକ, ୫୦ ହଜାର ଟପିଲା ଜିଓ ଫାଇବର ଗ୍ରାହକ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ଆଧିପତ୍ୟ ବଜାୟ ରଖି ୨୦୨୧ ଏପ୍ରିଲ୍ ମାସରେ ରାଜ୍ୟରେ ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଏହା ସହିତ, ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୫୦,୦୦୦ ମାଇଲଖୁଂଟ ଅତିକ୍ରମ କରିବା ସହ ରାଜ୍ୟରେ ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ୨୦୨୧ ଏପ୍ରିଲ୍ ୩୦ ସୁଦ୍ଧା ୫୪,୦୫୮ରେ ପହଂଚିଥିବା ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଓୟାରଲାଇନ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଓଡିଶାରେ ପ୍ରାୟ ୧.୪୬ କୋଟି ମୋବାଇଲ୍ ଗ୍ରାହକ ସହିତ ରାଜ୍ୟରେ ଟେଲିକମ୍ କ୍ଷେତ୍ରରେ ୪୨% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି । ୨୦୨୧ ଏପ୍ରିଲ୍ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨,୬୯,୦୮୨ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ, ଭାରତୀ ଏୟାରଟେଲ୍ ୧୬,୫୧୩ ନୂଆ ଗ୍ରାହକ ଯୋଡିଛି । ତେବେ ଏହି ମାସରେ ବିଏସଏନଏଲ ୮୪,୬୪୦ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୪୯,୭୦୭ ଗ୍ରାହକ ହରାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

ଜିଓ ପକ୍ଷରୁ ଉଲ୍ଲେଖନୀୟ ଗ୍ରାହକ ଯୋଡ଼ାଯାଇଥିବାରୁ ଓଡ଼ିଶାରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୫୧ ଲକ୍ଷ ବୃଦ୍ଧି ପାଇ ପ୍ରାୟ ଏପ୍ରିଲ୍ ଶେଷ ସୁଦ୍ଧା ୩.୪୫ କୋଟିରେ ପହଂଚିଛି ।
ଜାତୀୟ ସ୍ତରରେ ମଧ୍ୟ ଏପ୍ରିଲ୍ ମାସରେ ରିଲାଏନ୍ସ ଜିଓ ସର୍ବାଧିକ ୪୭.୫୬ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ଏହି ମାସରେ ପ୍ରାୟ ୫ ଲକ୍ଷ ଗ୍ରାହକ ଯୋଡ଼ିଛି । ସମାନ ସମୟରେ ଉଭୟ ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ଲକ୍ଷ ଲକ୍ଷ ସଂଖ୍ୟକ ଗ୍ରାହକ ହରାଇଛନ୍ତି । ଏପ୍ରିଲ୍ ମାସରେ ଭୋଡାଫୋନ୍ ଆଇଡିଆ ୧୮ ଲକ୍ଷ ଗ୍ରାହକ ହରାଇଥିବା ବେଳେ ବିଏସଏନଏଲ୍ ୧୩ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ।

ଏଥିସହିତ ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଓୟାରଲାଇନ୍ (ଫିକ୍ସଡ୍ ଲାଇନ୍‌) ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ଯେ ଏକ ଉଲ୍ଲେଖନୀୟ ସଫଳତା ଭାବେ ରିଲାଏନ୍ସ ଜିଓର ଫାଇବର୍ ଭିତିକ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୨୦୨୧ ଏପ୍ରିଲ୍ ୩୦ ସୁଦ୍ଧା ୫୦,୦୦୦ ମାଇଲଖୁଂଟ ଅତିକ୍ରମ କରି ୫୪,୦୫୮ରେ ପହଂଚିଛି, ଯାହା ଏହାକୁ ରାଜ୍ୟର ଅଗ୍ରଣୀ ଫାଇବର ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀରେ ପରିଣତ କରିଛି । ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓଫାଇବର୍ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ରାଜ୍ୟର ୨୬ଟି ପ୍ରମୁଖ ସହର ଓ ନଗରର ପ୍ରମୁଖ ଅଂଚଳଗୁଡ଼ିକରେ ଉପଲବ୍ଧ ହୋଇସାରିଛିି ଏବଂ ଦ୍ରୁତ ଗତିରେ ଅନ୍ୟ ସହର ଓ ନଗରଗୁଡ଼ିକୁ ସମ୍ପ୍ରସାରିତ ହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜ୍ୟର ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ୫୦ ପ୍ରତିଶତରୁ ଅଧିକ ବଜାର ଅଂଶ ସହ ରିଲାଏନ୍ସ ଜିଓ ହେଉଛି ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ । ଏହାର ସର୍ବବୃହତ ୪ଜି ନେଟ୍‌ୱର୍କ, ଅପହଂଚ ଅଂଚଳରେ ଦ୍ରୁତ ଗତିରେ ନେଟ୍‌ୱର୍କ ସଂପ୍ରସାରଣ ଏବଂ ସାରା ରାଜ୍ୟରେ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଟଂରନେଟ୍ ଉପଲବ୍ଧ କରି ରିଲାଏନ୍ସ ଜିଓ ବିଗତ କିଛି ବର୍ଷ ଧରିି ନିରନ୍ତର ଭାବେ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ୁଛି ।

ନିକଟରେ ହୋଇଥିବା ସ୍ପେକ୍ଟ୍ରମ ନିଲାମରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ଜିଓ ସଫଳତାର ସହିତ ସାରା ଓଡ଼ିଶାରେ ମୂତୟନ କରି ରାଜ୍ୟରେ ଇଂଟରନେଟ୍ ବେଗ ଓ ଗ୍ରାହକ ଅନୁଭୂତିକୁ ଆହୁରି ଅଧିକ ସମୃଦ୍ଧ କରିଛି । ଏହା ଘରୁ କାମ କରୁଥିବା (ୱାର୍କ ଫ୍ରମ୍ ହୋମ୍‌) ପ୍ରଫେସନାଲ୍ ଏବଂ ଅନ୍‌ଲାଇନ୍‌ରେ ପାଠ ପଢୁଥିବା ଛୀତ୍ରଛାତ୍ରୀଙ୍କ ପାଇଁ ବେଶ୍ ସହାୟକ ହୋଇଛି ।

Categories
ଆଜିର ଖବର ଧର୍ମ

ଆପଣଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହେଉଥିଲେ ଜାଣନ୍ତୁ ଭାଗ୍ୟରେ ରହିଛି କଣ

ଭୁବନେଶ୍ବର: କୁହାଯାଏ ଲୋକଙ୍କ ନାମର ପ୍ରଥମ ଅକ୍ଷରରୁ ଜଣଙ୍କର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ମିଳିପାରିଥାଏ। ସେହିପରି କିଛି ଅକ୍ଷର ମଧ୍ୟ ପ୍ରଭାବଶାଳୀ ହୋଇଥା’ନ୍ତି। ଅଙ୍କଜ୍ୟୋତିଷ ଅନୁସାରେ ଇଂରାଜୀ ଅକ୍ଷର ଏ, ଜେ, ଓ, ଏସ୍‌ ବେଶ୍‌ ପ୍ରଭାବଶାଳୀ। ଏସ୍‌ ଅକ୍ଷର ଅଙ୍କ ୧ ବରାବର ହୋଇଥାଏ। ଯେଉଁଲୋକମାନଙ୍କର ନାମ ଇଂରାଜୀ ଅକ୍ଷର ଏସ୍‌ରୁ ଆରମ୍ଭ ହୋଇଥାଏ, ସେମାନେ ଜନ୍ମରୁ ବେଶ୍‌ ପ୍ରଭାବଶାଳୀ ହୋଇଥାନ୍ତି। ଏମାନଙ୍କ ପାଖରେ ନେତୃତ୍ବ ନେବାର କ୍ଷମତା ବହୁ ଅଧିକ ରହିଥାଏ। ଏହି ନାମର ଲୋକମାନେ ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇଥା’ନ୍ତି।

ଏସ୍‌ ଅକ୍ଷରର ବ୍ୟକ୍ତିମାନେ ବିଶ୍ବାସୀ ମଧ୍ୟ ହୋଇଥା’ନ୍ତି। କେବଳ ରୋମାଣ୍ଟିକ୍‌ ନୁହେଁ ବରଂ ପ୍ରକୃତିପ୍ରେମୀ ହୋଇଥାନ୍ତି। ଏହି ନାମର ଲୋକମାନଙ୍କ ହୃଦୟ ସଫା ହୋଇଥାଏ। ଏହି ଲୋକମାନେ ଯାହା ସହିତ ସାଥ୍‌ ଦିଅନ୍ତି ମରିବା ପର୍ଯ୍ୟନ୍ତ ତା’ ହାତ ଛାଡନ୍ତି ନାହିଁ। ତେବେ ଏହି ନାମର ବ୍ୟକ୍ତିମାନେ ନିଜ ଫିଲିଙ୍ଗସ୍‌କୁ ସ୍ପଷ୍ଟ ଭାବରେ କହିପାରନ୍ତି ନାହିଁ। ନିଜ ମନର ଭାବନାକୁ ନିଜ ମନ ଭିତରେ ରଖନ୍ତି। ଏଥିପାଇଁ ଏମାନେ ବିନା କାରଣରେ ଡିପ୍ରେସନ୍‌ର ଶିକାର ହୋଇଥାନ୍ତି। ଏହି ନାମର ଲୋକମାନେ ଉଦାର ହୋଇଥାନ୍ତି। ନିଜଠାରୁ ଅନ୍ୟମାନଙ୍କ ପାଇଁ ବେଶୀ ଚିନ୍ତା କରିଥାନ୍ତି। ନିଜ ପରିଶ୍ରମ ବଳରେ ସେମାନେ ଧନ ସମ୍ପତ୍ତି କରିଥା’ନ୍ତି। ଏହିନାମର ଲୋକମାନେ ସଫଳ ବ୍ୟବସାୟୀ କିମ୍ବା ରାଜନୀତିଜ୍ଞ ହୋଇଥାନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଠ କୋଟି ଟଙ୍କାର କାର ଚଢୁଥିବା ନେତାଙ୍କ ଉପରେ ଆସିଲା ବିଦ୍ୟୁତ ଚୋରୀ ଅଭିଯୋଗ

କୋଟିପତିଙ୍କ ବିଦ୍ୟୁତ ଚୋରୀ, ସେ ହେଉଛନ୍ତି ଜଣେ ବ୍ୟବସାୟୀ ଆଉ ନେତା ମଧ୍ୟ। ତାଙ୍କ ପାଖରେ ଅଛି ରୋଲସ ରୟସ କଂପାନୀର ଗାଡି। ଯାହାର ମୁଲ୍ୟ ହେବ ପାଖାପାଖି 8 କୋଚି ଚଙ୍କା। ତାଙ୍କ ନାମରେ ଆସିଛି ବିଦ୍ୟୁତ ଚୋରୀ ଅଭିଯୋଗ। ତାହା ପୁଣି 34 ହଜାର ଟଙ୍କା ବିଦ୍ୟୁତ ବିଲ ବାକି ଥିବା ଅଭିଯୋଗ। ଥାନାରେ ମାମଲା ଋଜୁ ପରେ ବର୍ତ୍ତମାନ ପୋଲିସ ଏହାର ତଦନ୍ତ କରୁଛି।

ଏହି ଅଭିଯୋଗଟି ମହାରାଷ୍ଟ୍ରର କଲ୍ୟାଣ ସହରରେ ରହୁଥିବା ପ୍ରତିଷ୍ଠିତ ବ୍ୟବସାୟୀ ତଥା ଶିବସେନା ନେତା ସଂଜୟ ଗାୟେକୱାଡଙ୍କ ନାମରେ ହୋଇଛି। ଏହାର ତଦନ୍ତ କରୁଛି ସ୍ଥାନୀୟ ପୋଲିସ। ଘଟଣା ଅନୁସାରେ ସଂଜୟଙ୍କ ନାମରେ 34 ହଜାର ଟଙ୍କାର ବିଦ୍ୟୁତ ବିଲ ବାକି ପଡିଛି ବୋଲି ବାରମ୍ବାର ତାଙ୍କ ନିକଟକୁ ବିଲ ଆସିଛି। ହେଲେ ସେ ଏହାକୁ ନ ଦେବାରୁ ମହାରାଷ୍ଟ୍ର ବିଦ୍ୟୁତ ବୋର୍ଡ ତାଙ୍କ ନାମରେ ମାମଲା ଋଜୁ କରିଛି।

ଏହାକୁ ନେଇ ସଂଜୟ କହିଛନ୍ତି ଯେ, ତାଙ୍କ ନାମରେ ଯେଉଁ ବକେୟା ଗଡୁଛି ତାହା ସେ କେବେଠାରୁ ପଇଠ କରିସାରିଲେଣି। ହେଲେ ତାହା ବିଦ୍ୟୁତ ବିଭାଗ ଅପଟୁଡେଟ କରି ନାହାଁନ୍ତି। ମୁଁ ସରକାରଙ୍କୁ ପ୍ରତି ବର୍ଷ କୋଟିକୋଟି ଟଙ୍କା ଆୟକର ଦେଉଛି। ଏପରି କ୍ଷେତ୍ରରେ ମାମଲା ଋଜୁ କରିବା ପୂର୍ବରୁ ବୋର୍ଡ ଚିନ୍ତା କରିବାର ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି।

ତେବେ ତାଙ୍କ ନାମରେ ମାମଲା ଋଜୁ ହେବାର ଜାଣିବା ପରେ ସେ ସମସ୍ତଙ୍କ ବକେୟା ପ୍ରଦାନ କରିଦେଇଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ନିଟ୍ ଆବେଦନ ପ୍ରକ୍ରିୟା ଆଜି ଅପରାହ୍ନରୁ ଆରମ୍ଭ ହେଲା

ନୂଆଦିଲ୍ଲୀ, ଜାତୀୟ ଯୋଗ୍ୟତା ଏବଂ ପ୍ରବେଶ ପରୀକ୍ଷା- NEET ଆବେଦନ ପ୍ରକ୍ରିୟା ଆଜି ଅପରାହ୍ନ 5 ଟାରୁ NTA ୱେବସାଇଟ୍ ମାଧ୍ୟମରେ ଆରମ୍ଭ ହେବ | COVID ଆଇନକୁ କଡାକଡି ପାଳନ କରି ଏହି ପରୀକ୍ଷା 12 ସେପ୍ଟେମ୍ବରରେ ସାରା ଦେଶରେ କରାଯିବ ବୋଲି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଘୋଷଣା କରିଥିଲେ।

ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ସହରରେ ପରୀକ୍ଷା କରାଯିବ ସେହି ସହର ସଂଖ୍ୟା 155 ରୁ 198 କୁ ବୃଦ୍ଧି କରାଯାଇ ସୁରକ୍ଷିତ ଦୂରତା ବଜାୟ ରଖିବା ନିୟମ ପାଳନ କରାଯାଇଛି। ଗତ ବର୍ଷର ତିନି ହଜାର 862 କେନ୍ଦ୍ର ତୁଳନାରେ ପରୀକ୍ଷା କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ପରେ ରାଜ୍ୟର ଅଯୋଗ୍ୟ ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ କଲେ ନବୀନ, ବିପଦରେ ସାତ ମନ୍ତ୍ରୀ

ଭୁବନେଶ୍ବର, କେନ୍ଦ୍ର ସରକାର ଗତ ସାତ ତାରିଖରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ସହିତ ସଂପ୍ରସାର ମଧ୍ୟ କରିଛନ୍ତି। ଏଥିରେ ଯେଉଁମାନେ ଦକ୍ଷତା ପ୍ରତିପାଦନ କରାଇ ନାହିଁନ୍ତି ସେମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ଛୁଟି ପ୍ରଦାନ କରିଦେଇଛନ୍ତି। ସେଥିରେ ଓଡିଶାର ସାଂସଦ ପ୍ରତାପ ଷଡଙ୍ଗୀ ହେଉଛନ୍ତି ଜଣେ। ଏଥିରେ ମୋଦି ଯୁବ ନେତୃତ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି।

ସେହି ଆଧାରରେ ବର୍ତ୍ତମାନ ଓଡିଶାର ମନ୍ତ୍ରୀମଣ୍ଡଳର ରୂପରେଖ ମଧ୍ୟ ପରିବର୍ତ୍ତନ ହେବ। ଏଥର ଯେଉଁମାନେ ଅଯୋଗ୍ୟ ମନ୍ତ୍ରୀ ସେମାନଙ୍କୁ ମନ୍ତ୍ରମଣ୍ଡଳରୁ ଛୁଟି ଦିଆଯିବ। ତେବେ ଏହି ଆଯୋଗ୍ୟ ମନ୍ତ୍ରୀମାନେ କିଏ ସେ ନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କିଛିମାସ ତଳେ ନବୀନ ମନ୍ତ୍ରୀମାନଙ୍କର ପରୀକ୍ଷା ନେଇଥିଲେ। ସେହି ଆଧାରରେ କିଏ ପାଶ୍ , କିଏ ଫେଲ ହେବ ମାର୍କିଂ କରାଯାଉଛି।

ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ବର୍ତ୍ତମାନ ନବୀନ କେତେ ଜଣ ଅଯୋଗ୍ୟ ତାଲିକା କରିଛନ୍ତି ତାହା କହିବା ମୁସ୍କୁଲି। ହେଲେ ବର୍ତ୍ତମାନ ସାତ ଜଣ ମନ୍ତ୍ରୀଙ୍କ ସଂପର୍କରେ ବାରମ୍ବାର ତଦାରଖ କରାଯାଉଛି। କାରଣ ସେମାନଙ୍କର ପ୍ରଦର୍ଶନ ଭଲ ନାହିଁ। ଏହି ମନ୍ତ୍ରୀମାନେ ହେଲେ ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପ୍ରଫୁଲ୍ଲ କୁମାର ମଲ୍ଲିକ, ଜଗନ୍ନାଥ ସାରକା, ସୁଦାମ ମାରାଣ୍ଡି, ଜ୍ୟୋତି ପାଣିଗ୍ରାହୀଙ୍କ ପ୍ରତି ସବୁଠାରୁ ବେଶୀ ବିପଦ ରହିଛି।

ଏମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ମନ୍ତ୍ରୀ କରାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ଏହି ପଦର ଗୁରୁତ୍ବ କଣ ତାହା ଏମାନେ ଉପଲବଧି କରିପାରୁ ନାହାଁନ୍ତି। ଫଳରେ ଏମାନେ ମନ୍ତ୍ରୀ ମଣ୍ଡଳରୁ ବିଦା ହେବା ସମ୍ଭାବନା ଅଧିକ ଅଛି ବୋଲି କୁହାଯାଇଛି। ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ ଏମାନଙ୍କ ବଦଳରେ ଉଭୟ ଯୁବ ଓ ବରିଷ୍ଠ ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ଏହି ନେତା ଜଣଙ୍କ କହିଛନ୍ତି।

ତେବେ ତିନିଠାକୁର ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପକ୍ରିୟା କରାଯିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଭାରତର ପ୍ରଥମ କରୋନା ଆକ୍ରାନ୍ତ ପୁଣି ଥରେ ହେଲେ ସଂକ୍ରମିତ, ରିପୋର୍ଟ ଆସିଲା ପଜେଟିଭ

ନୂଆଦିଲ୍ଲୀ, ଗତ ବର୍ଷ ଜାନୁୟାରୀ 29 ତାରିଖରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ବାହାରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଯାଇଥିଲା। କେରଳର ଜଣେ ଛାତ୍ରୀ ଚୀନର ଉହ୍ୱାନ ସହରରୁ ଫେରିବା ପରେ ତାଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଫଳରେ ସେତେବେଳେ ଟେଷ୍ଟ କରିବା ପରେ କରୋନା ସଂକ୍ରାମିତ ବୋଲି ଜଣାପଡିଥିଲା।

ବର୍ତ୍ତମାନ ଦେଢ ବର୍ଷ ପରେ ପୁଣି ଥରେ ସେହି ଛାତ୍ରୀ କରୋନା ସଂକ୍ରାମିତ ହୋଇଥିବାର ଜଣାପଡିଛି। କେରଳର ତ୍ରିଶୁର ଡାକ୍ତରଖାନାର ଡିଏମଆଇ କେ ଜି ରାନା କହିଛନ୍ତି ଯେ, ସେହି ଯୁବତୀଙ୍କର ପୁଣିଥରେ ପଜେଟିଭ ରିପୋର୍ଟ ଆସିଛି। ହେଲେ ଏଥର ତାଙ୍କ ଦେହରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ।

ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସେ ହୋମ କ୍ବାରଣ୍ଟାଇନରେ ଅଛନ୍ତି। ତାଙ୍କର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି। ତାଙ୍କ ପରିବାରରେ ଅନ୍ୟ ସଦସ୍ୟଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ତାହାର ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡାକ୍ତର ରାନା କହିଛନ୍ତି।

ତେବେ ଛାତ୍ରୀ ଜଣଙ୍କ ନୂଆଦିଲ୍ଲୀରେ ଉଚ୍ଚତର ଶିକ୍ଷା ପାଇଁ ଆସିବାକୁ ଚାହୁଁଥିଲେ। ସେଥିପାଇଁ କରୋନା ନେଗେଟିଭି ରିପୋର୍ଟ ପାଇଁ ସେ ଆରଟିପିସିଆର ପରୀକ୍ଷା କରିଥିଲେ। ଯାହାର ରିପୋର୍ଟ ପଜେଟିଭ ଆସିଛି। ହେଲେ ଆଣ୍ଟିଜେନ ପରୀକ୍ଷାରେ ତାଙ୍କର ରିପୋର୍ଟ ନେଗେଟିଭି ଆସିଛି ବୋଲି ଡାକ୍ତର କହିଛନ୍ତି।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର କରୋନା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାହାଡିଆ ଅଞ୍ଚଳ ଏବଂ ବଜାରରେ ବୃଦ୍ଧି ପାଉଥିବା ଜନତାଙ୍କୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। କୋଭିଡ ନିୟମକୁ ଠିକ ଭାବେ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। କରୋନା ଜୀବାଣୁ ବିସ୍ତାର ପାଇଁ କୋଭିଡ ନିର୍ଦ୍ଦେଶାବଳୀକୁ କଡାକଡି କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଜୀବାଣୁ କ୍ରମାଗତ ଭାବରେ ଏହାର ରୂପ ପରିବର୍ତ୍ତନ କରୁଛି। ସେଥିପାଇଁ ଏହାର ପ୍ରକାର ଉପରେ ନଜର ରଖିବାର ଆବଶ୍ୟକତା ରହିଛି।

କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏହି ଟିକା ନେଇ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

ଉତ୍ତର-ପୂର୍ବାଞ୍ଚଳର କେତେକ ଜିଲ୍ଲାରେ ସଂକ୍ରମଣ ହାର ବୃଦ୍ଧି ନେଇ ଚିନ୍ତା ପ୍ରକଟ କରି ଶ୍ରୀ ମୋଦୀ କହିଛନ୍ତି ଯେ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ସୃଷ୍ଟି କରିବା, କରୋନା ପରୀକ୍ଷଣର ପରିସର ବଢାଇବା ଏବଂ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀନମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ଘୋଷଣା କରିଥିବା 23 ହଜାର କୋଟି ଟଙ୍କା ପ୍ୟାକେଜ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାରେ ସହାୟକ ହେବ। ଶ୍ରୀ ମୋଦୀ କହିଛନ୍ତି ଯେ ଅମ୍ଳଜାନ ଯୋଗାଣରେ ଉନ୍ନତି ଆଣିବା ପାଇଁ ଉତ୍ତର-ପୂର୍ବ ରାଜ୍ୟରେ 150 ଅମ୍ଳଜାନ କାରଖାନା ସ୍ଥାପନ କରାଯାଉଛି।

ଭିଡିଓ କଂନଫ୍ରେସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୨ ହଜାର ୯୦୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୨ ହଜାର ୯୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୨୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୯ ଲକ୍ଷ ୭ ହଜାର ୨୮୫ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୦ ହଜାର ୭୮୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬୩ ହଜାର ୭୨୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୩୧ ହଜାର ୩୧୫ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୮ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୭୨୯ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୭୨୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୭ ଜଣ, ବରଗଡ, ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ ଲେଖାଏଁ, ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଏବଂ ପୁରୀ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ଯାଜପୁର, ନୟାଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, ବଲାଙ୍ଗୀରି, କଟକ, ଢେଙ୍କାନାଳ, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ, ବାଲେଶ୍ଵର ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୬୭୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୫ ହଜାର ୪୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୩ ହଜାର ୪୯୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୭୨୯ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୯୩୦ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୯୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୧୭ ଜଣ ଚିହ୍ନଟ ହୋଇଥିବା ବେଳେ ୮୧୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୬୭୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୫ ହଜାର ୪୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୩ ହଜାର ୪୯୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୬୬୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୯୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୩୧ ଜଣ, କଟକ ଜିଲ୍ଲାରୁ ୨୨୦ ଜଣ, ଅନୁଗୁଳ ଜିଲ୍ଲାରୁ ୫୦ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୩୪ ଜଣ, ବରଗଡ ଜିଲ୍ଲାରୁ ୧୨ ଜଣ, ଭଦ୍ରକ ଜିଲ୍ଲାରୁ ୯୮ ଜଣ, ବଲାଙ୍ଗୀରି ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ୩ ଜଣ, ଦେବଗଡ ଜିଲ୍ଲାରୁ ୮ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୨ ଜଣ, ଗଜପତି ଜିଲ୍ଲାରୁ 4 ଜଣ, ଗଞ୍ଜାମ ଜିଲ୍ଲାରୁ ୧୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୭୫ ଜଣ, ଯାଜପୁର ଜିଲ୍ଲାରୁ ୧୨୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, କନ୍ଧମାଳ ଜିଲ୍ଲାରୁ ୨୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୨୩ ଜଣ, କେନ୍ଦୁଝର ଜିଲ୍ଲାରୁ ୪୮ ଜଣ, କୋରାପୁଟ ଜିଲ୍ଲାରୁ ୧୪ ଜଣ, ମାଲକାନାଗିରି ଜିଲ୍ଲାରୁ ୨୮ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୯୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୫ ଜଣ, ନୟାଗଡ ଜିଲ୍ଲାରୁ ୫୮ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୨୭ ଜଣ, ରାୟଗଡା ଜିଲ୍ଲାରୁ ୩୮ ଜଣ, ସମ୍ବଲପୁର ଜିଲ୍ଲାରୁ ୨୫ ଜଣ, ସୋନପୁର ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୯୪ ଜଣ ଏବଂ ଷ୍ଟେଟ ପୁଲରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁଲାଇ 13 ତାରିଖ ମଙ୍ଗଳବାରରେ ଆଠଟି ରାଶି ପ୍ରତି ଶନିଦେବ କରୁଛନ୍ତି କୋପ

ମେଷ- ବୃତ୍ତିଗତ କ୍ଷେତ୍ରରେ କାହାକୁ ପ୍ରଭାବିତ କରିବା ପାଇଁ ତୁମେ ତୁମର କୈଶଳକୁ ବ୍ୟବହାର କରିବାକୁ ସମର୍ଥ ହେବ । ଅଧ୍ୟୟନ କ୍ଷେତ୍ରରେ ଗତି ବଜାୟ ରଖିବାରେ କୌଣସି ଅସୁବିଧା ହେବ ନାହିଁ । ଯେଉଁମାନେ ନିଜ ଜୀବନରେ ପ୍ରେମ ଖୋଜୁଛନ୍ତି ସେମାନେ କିଛି ଭଲ ଖବର ପାଇପାରିବେ । ସମ୍ପତ୍ତିର ମାଲିକାନା ଶୀଘ୍ର ଆଶା କରାଯାଏ । ଆପଣ ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେବେ । ରୋଗୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସେବାରୁ ଶୀଘ୍ର ଆରାମ ଅନୁଭବ କରିବେ । ପରିବାରର ଜଣେ ଅଧ୍ୟୟନ କ୍ଷେତ୍ରରେ ନିଜର ଲକ୍ଷ୍ୟ ହାସଲ କରିବାକୁ ଯାଉଛନ୍ତି ।

ବୃଷ- ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କର ଭଲ ଅବଦାନ ରହିବ। କ୍ୟାରିୟରର ଆଶା ବଢାଇବ। ଆପଣଙ୍କ ଆୟର ବୃଦ୍ଧି ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ପାରମ୍ପାରିକ ପଦ୍ଧତି ଗ୍ରହଣ କରିପାରିବେ । ନେଟୱାର୍କିଂ ଆପଣଙ୍କୁ ଆପଣଙ୍କର ସାମାଜିକ ସର୍କଲ୍ ବୃଦ୍ଧି କରିବାରେ ସାହାଯ୍ୟ କରିବ । ବିବାହିତ ଜୀବନ ବହୁତ ସୁନ୍ଦର ହେବ ବୋଲି ଆଶା କରାଯାଏ । ଆବଶ୍ୟକତା ଆସିବା ପରେ ତୁମେ ତୁମର ବିକଳ୍ପ ଖୋଲା ରଖିବା ଉଚିତ୍ । ଯେଉଁମାନେ ଏକ ଭଲ ଚାକିରି ଖୋଜୁଥିଲେ, ସେମାନେ ନିଜ ପସନ୍ଦର ଚାକିରି ପାଇବେ ବୋଲି ଆଶା କରାଯାଏ ।

ମିଥୁନ- କର୍ମକ୍ଷେତ୍ରରେ କୈଣସି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ, ବହୁତ ଚିନ୍ତା କରିବା ଆବଶ୍ୟକ । ଆପଣଙ୍କ ମଧ୍ୟରୁ କେତେକଙ୍କ ପ୍ରେମରେ ପଡ଼ିବାର ଲକ୍ଷଣ ଅଛି । ଭ୍ରମଣ ସମୟରେ ସାବଧାନ ରୁହନ୍ତୁ । ଅସୁବିଧାରେ ପଡ଼ିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ସ୍ତରରେ ଆପଣଙ୍କର କଠିନ ପରିଶ୍ରମର ପ୍ରଭାବ ଦୃଶ୍ୟମାନ ହେବାକୁ ଯାଉଛି । ଏହି ସପ୍ତାହକୁ ରୋମାଞ୍ଚକର କରିବା ଆପଣଙ୍କର ପ୍ରଥମ ପ୍ରାଥମିକତା ହେବାକୁ ଯାଉଛି ।

କର୍କଟ- ତୁମେ ତୁମର କୌଶଳ ପ୍ରଦର୍ଶନ କରି ବୃତ୍ତିଗତ କ୍ଷେତ୍ରରେ ତୁମର ସ୍ଥାନକୁ ଶକ୍ତ କରିବାକୁ ସମର୍ଥ ହେବ । ତୁମର ଯେକୈଣସି ସଫଳତା ସହିତ ତୁମେ ସହରରେ ଆଲୋଚନାର କେନ୍ଦ୍ର ହୋଇପାରିବ । ତୁମର ସଫଳତା ଆଦର୍ଶ ହେବ । ଏକ ଶାନ୍ତ ସ୍ଥାନରେ ସମୟ ବିତାଇବାକୁ ଏକ ସୁଯୋଗ ହେବାକୁ ଯାଉଛି । ପରିବାରର ଜଣେ ବୟସ୍କଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବେ ଦୂର ହେବାକୁ ଯାଉଛି। ଚାପରୁ ମୁକ୍ତି ମିଳିବ । ଅଧ୍ୟୟନ କ୍ଷେତ୍ରରେ ସ୍ୱୀକୃତି ହାସଲ କରିବାକୁ, ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ, ତେଣୁ ପୁନର୍ବାର ଚେଷ୍ଟା କରନ୍ତୁ ।

ସିଂହ – ଆଜିକାଲି ଆପଣ ଯେ କୌଣସି କାର୍ଯ୍ୟରେ ନିୟୋଜିତ ହେଲେ ଆପଣ ଆପଣଙ୍କର ସ୍ଥିତି ହାସଲ କରିବାକୁ ସକ୍ଷମ ହେବେ । ଯେଉଁମାନେ ଦୀର୍ଘ ସମୟ ଧରି ପ୍ରେମ ସଂପର୍କରେ ଅଛନ୍ତି ସେମାନେ ବିବାହ କରିପାରିବେ। ଏକ ଭଲ ବଜେଟ୍ ସଞ୍ଚୟ କରିବା ସମ୍ଭାବନା ରହିଛି। ଘର କିଣିବାର ତୁମର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏହି ସପ୍ତାହଟି ଆପଣଙ୍କ ପାଇଁ ଚମତ୍କାର ହେବାକୁ ଯାଉଛି । ଯେଉଁମାନେ ଷ୍ଟକ୍ କିମ୍ବା ଦଲାଲ କାର୍ଯ୍ୟ କରନ୍ତି, ସେମାନଙ୍କ ଆୟରେ ବୃଦ୍ଧି ହେବାର ଲକ୍ଷଣ ଅଛି ।

କନ୍ୟା- ଜୀବନସାଥୀ ତୁମର ବହୁତ ଯତ୍ନ ନେବାକୁ ଯାଉଛନ୍ତି । ନବ ବିବାହିତାମାନେ ସେମାନଙ୍କର ପାରସ୍ପରିକ ସମ୍ପର୍କରେ ବଢୁଥିବା ତୀବ୍ରତାକୁ ଅନୁଭବ କରିବାକୁ ସମର୍ଥ ହେବେ। ଏକ ନୂତନ ଗାଡି କିଣିବାର ସମ୍ଭାବନା ଅଛି । ତୁମ ସାମାଜିକ ସର୍କଲରେ ବହୁତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ତୁମର ବିଶେଷ ଯତ୍ନ ନେବାକୁ ପଡିବ । ସ୍ୱାସ୍ଥ୍ୟ ବହୁତ ଭଲ ହେବ । ଆପଣ ବୃତ୍ତିଗତ ସ୍ତରରେ ଏକ ଉଚ୍ଚ ପଦବୀ ହାସଲ କରିବାକୁ ଯାଉଛନ୍ତି । ଯେଉଁମାନେ ଚାକିରି କରୁଛନ୍ତି ସେମାନେ ପଦୋନ୍ନତି ପାଇବେ ବୋଲି ଆଶା କରାଯାଏ ।

ତୂଳା- ଅଧ୍ୟୟନ କ୍ଷେତ୍ରରେ ଉତ୍କୃଷ୍ଟ ଫଳାଫଳ ଆଶା କରାଯାଏ । ଆପଣ କିଛି ବଡ କରିବାର ସ୍ୱପ୍ନ ଦେଖିପାରିବେ । ଦୈନ୍ୟନ୍ଦିନ ଜୀବନରେ ଏକ ପରିବର୍ତ୍ତନ ହେବାକୁ ଯାଉଛି । ଏକ ଦୀର୍ଘ ଯାତ୍ରା ଯୋଜନା ହେବାର ସମ୍ଭାବନା ଅଛି । ଆପଣ ଏହି ସପ୍ତାହରେ ଭଲ ପାଉଥିବା ବ୍ୟକ୍ତିଙ୍କ ସହିତ ସମୟ ବିତାଇବାକୁ ସୁଯୋଗ ନେବାକୁ ସମର୍ଥ ହେବେ । ବୃତ୍ତିଗତ କ୍ଷେତ୍ରରେ ତୁମେ ଉଚ୍ଚ ସମ୍ମାନ ପାଇବ ବୋଲି ଆଶା କରାଯାଏ । ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାରର ଯେକୈଣସି ଅଗ୍ରଗତି ନିଶ୍ଚିତ ଭାବରେ ତୁମ ସମସ୍ତଙ୍କୁ ନୂତନ ଶକ୍ତି ଦେବାକୁ ଯାଉଛି ।

ବିଛା- ଆପଣ ଘରେ ଅନ୍ୟ କାହାଠାରୁ ସାହାଯ୍ୟ ପାଇବାର ସମ୍ଭାବନା ଅଛି । ସହର ବାହାରେ କିମ୍ବା ବିଦେଶରୁ କୌଣସି ଅତିଥି ଯୋଗୁଁ ଘରର ପରିବେଶ ଉତ୍ସାହଜନକ ହେବାକୁ ଯାଉଛି । ଜମି ମାଲିକମାନେ ଏକ ନୂତନ ପ୍ରକଳ୍ପ ପାଇବାକୁ ଆଶା ରହିଛି । ଆପଣ ନୂତନ ପରିବେଶରେ ଘର ପରି ଅନୁଭବ କରିବେ । ଆପଣଙ୍କ ଆତ୍ମ ସମ୍ମାନ ବଢିବ ବୋଲି ଆଶା କରାଯାଏ । ଅତୀତରେ ତୁମ ଦ୍ୱାରା ଜଡିତ ସମସ୍ତ ବିଷୟର ସମାଧାନ ପାଇଁ ଯଥାସମ୍ଭବ ଚେଷ୍ଟା କରାଯିବ । ପ୍ରେମ ସଂପର୍କରେ, ଏହି ସପ୍ତାହରେ ଅନେକ ଜିନିଷ ଅସମ୍ପୂର୍ଣ୍ଣ ରହିଯାଇପାରେ ।

ଧନୁ-  ଅଧ୍ୟୟନ କ୍ଷେତ୍ରରେ ତୁମର କଠିନ ପରିଶ୍ରମର ପ୍ରଭାବ ତୁମେ ଅନୁଭବ କରିବ । ଆର୍ଥିକ ସ୍ତରରେ କିଛି କଠୋରତା ଆଣିବାର ଆବଶ୍ୟକତା ଅଛି । ଅତ୍ୟଧିକ ଖର୍ଚ୍ଚ ବନ୍ଦ କରିବାକୁ ପଡିବ । କେହି ଆପଣଙ୍କୁ ବ୍ୟାୟାମ ଏବଂ ଫିଟ୍ ରହିବାକୁ ପ୍ରେରଣା ଦେଇପାରେ । ଏପରି କିଛି ଜିନିଷ ଅଛି ଯାହାକୁ କେହି ଆପଣଙ୍କ ନିକଟରେ ଲୁଚାଇ ରଖିବା ପାଇଁ ଚେଷ୍ଟା କରିପାରନ୍ତି। କୌଣସି କାର୍ଯ୍ୟ କରିବା ପୂର୍ବରୁ, ଏହା ପ୍ରତି ଦୃଢତା ଏବଂ ପ୍ରତିବଦ୍ଧତା ହେବା ଆବଶ୍ୟକ। ବରିଷ୍ଠମାନଙ୍କ ସାହାର୍ଯ୍ୟରେ ଆଗକୁ ବଢିବା ଏହା ଏକ ଅନୁକୂଳ ସମୟ ।

ମକର-  ତୁମକୁ ସାହାଯ୍ୟ କରିବାକୁ ଆଗକୁ ଆସୁଥିବା ବ୍ୟକ୍ତି ଭଗବାନ ପରି ଅନୁଭବ କରିବେ । ତୁମର ଉପସ୍ଥିତି ତୁମର ମନୋବଳକୁ ଉଚ୍ଚ ରଖିବ । ଯେଉଁମାନେ ସାମାଜିକ ସମାବେଶରେ ରହିବାକୁ ପସନ୍ଦ କରନ୍ତି ସେମାନେ ଭଲ ସମୟ ପାଇବେ ।ଜଣେ ବ୍ୟକ୍ତିଙ୍କ ବିଷୟରେ ତୁମର ମାନସିକତା ପରିବର୍ତ୍ତନ କରିବା ଆବଶ୍ୟକ । ଏକ ପାର୍ଟୀ କିମ୍ବା କାର୍ଯ୍ୟରେ ଯୋଗଦେବା ମଜାଦାର ହେବାକୁ ଯାଉଛି । ପରିବାରର ଜଣେ ପିଲା ତୁମର ସଫଳତା ସହିତ ତୁମ ମୁଣ୍ଡକୁ ଉଚ୍ଚ କରିପାରେ ।

କୁମ୍ଭ- ଅତୀତର ବିନିଯୋଗ କିମ୍ବା ସମ୍ପତ୍ତିରୁ ଉତ୍କୃଷ୍ଟ ରିଟର୍ଣ୍ଣ ଆଶା କରାଯାଏ । ଅଧ୍ୟୟନ କ୍ଷେତ୍ରରେ ଭଲ ଫଳାଫଳ ଆଣିବା ଆପଣଙ୍କ ମନୋବଳକୁ ଉଚ୍ଚ ରଖିବ । ଏକ ବୃତ୍ତିଗତ ସ୍ତରରେ, ତୁମକୁ ପୂର୍ଣ୍ଣ ଦକ୍ଷତା ସହିତ ଦିଆଯାଇଥିବା ଯେକୌଣସି କାର୍ଯ୍ୟ କରିବାକୁ ତୁମେ ସକ୍ଷମ ହେବ । ଅସୁସ୍ଥ ଥିବା ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ଅନୁଭବ କରିବେ । ଏହି ସପ୍ତାହରେ ଆପଣ ସେହି ଲୋକଙ୍କୁ ଭେଟିବାର ଏକ ବିଶେଷ ସୁଯୋଗ ପାଇବେ ଯାହାକୁ ଆପଣ ବର୍ଷ ବର୍ଷ ଧରି ଭେଟିବାକୁ ଅପେକ୍ଷା କରିଛନ୍ତି।

ମୀନ- ଏକ କ୍ଷଣସ୍ଥାୟୀ ସୁଯୋଗର ଲାଭ ଉଠାଇବାକୁ ଆପଣଙ୍କୁ ଦ୍ରୁତ ଗତି କରିବାକୁ ପଡିବ। ଯୁବକମାନଙ୍କ ପାଇଁ ଏହା ଏକ ରୋମାଞ୍ଚକର ସମୟ ହେବାକୁ ଯାଉଛି । ପ୍ରେମ ଜୀବନରେ ରୋମାଞ୍ଚ ଏବଂ ଶକ୍ତି ଆଶା କରାଯାଏ । ନିୟମିତ ବ୍ୟାୟାମ ଆପଣଙ୍କ ଫିଟନେସରେ ଏକ ଭଲ ପରିବର୍ତ୍ତନ ଆଣିବ । ଆପଣ ରିସ୍କ ନେବାକୁ ଭୟ କରନ୍ତୁ ନାହିଁ, ଆପଣଙ୍କ ଲକ୍ଷ୍ୟରୁ କେହି ଆପଣଙ୍କୁ ଅଟକାଇ ପାରିବେ ନାହିଁ । ଋଣ ପାଇଁ ଚେଷ୍ଟା କରୁଥିବା ଲୋକଙ୍କ ଏହା ମିଲିବା ସହଜ ହେବ । ବ୍ୟବସାୟ ସ୍ତରରେ ଘଟୁଥିବା ଯେ କୈଣସି ଚୁକ୍ତି ଉପରେ ତୁମେ ସଂପୂର୍ଣ୍ଣ ଧରିବାକୁ ଯାଉଛ ।

Categories
ଆଞ୍ଚଳିକ

ଦାରୁକ୍ଷେତ୍ରରେ ରଥଯାତ୍ରା, ରଥ ଉପରେ ପୂଜା ପାଇଲେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର, ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ତଥା ଦାରୁ କ୍ଷେତ୍ରରେ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବେଢ଼ା ଭିତରେ କୋଭିଡ଼୍ କଟକଣାରେ ରଥଯାତ୍ରା ହୋଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରରୁ ପହଣ୍ଡି କରି ରଥରେ ବିରାଜମାନ କରାଯାଇଥିଲା ।

ନୀତି ଅନୁସାରେ ମାନସ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଛେରା ପହଁରା ସମ୍ପାଦନା କରାଯାଇ ଥିଲା । ଠାକୁରଙ୍କୁ ବିଧ ଅନୁଯାୟୀ ପୂଜା ପରେ ମନ୍ଦିର ବେଢ଼ାରେ ରଥ ଗଡ଼ିଥିଲା। ବିଧି ସଂପର୍ଣ୍ଣ ହେବା ପରେ ମନ୍ଦିର ପରିସରରେ ଏକ ଠାକୁର ଘରକୁ ଠାକୁରଙ୍କୁ ନିଆଯାଇଥିଲା । ଏହାକୁ ମଧୁସୂଦନ ବିଶ୍ୱାଳ, ଜୀବନଜୌତି  ମିଶ୍ର, ସୁଧୀର କୁମାର ମାନସିଂହ, ମହେଶ ପଟ୍ଟନାୟକ, ନୃସିଂହ ପଟ୍ଟନାୟକ ଓ ସଭ୍ୟମାନେ ପରିଚାଳଣା କରିଥିଲେ ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶରଧାବାଲିରେ ତିନି ରଥ, ମଙ୍ଗଳବାରରେ ତିନିଠାକୁରଙ୍କ ହେବ ଆଡପ ମଣ୍ଡପ ବିଜେ

ପୁରୀ, ବେଶ ଶାନ୍ତି ଶୃଙ୍ଖଳାର ସହିତ ଆଜି ତିନି ରଥ ଗୁଣ୍ଡିଚା ମନ୍ଦିର ସାମନା ଶରଧାବାଲିରେ ଦଣ୍ଡାୟମାନ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଯାତ୍ରାର ସମସ୍ତ ନୀତିକାନ୍ତି ସଂପର୍ଣ୍ଣ ହୋଇଥିଲା। ଆସନ୍ତାକାଲି ମଙ୍ଗଳବାରରେ ରଥ ଉପରେ ତିନିଠାକୁରଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯିବ। ଆସନ୍ତାକାଲି ଆଡପ ଅଭଡା ମଧ୍ୟ ପୂଜା କରାଯିବ।

ଏହାପରେ ଅପରାହ୍ନରେ ତିନିଠାକୁରଙ୍କୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରାଯିବ। ତେବେ କୋଭିଡ କଟକଣା ପାଇଁ ଆଡପ ଦର୍ଶନ ବନ୍ଦ କରାଯାଇଛି। ଫଳରେ ଠାକୁର ନଅ ଦିନ ଧରି ଆଡପ ମଣ୍ଡପରେ ରହିବା ପରେ ବାହୁଡାରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନାଭି ମୁମ୍ବାଇ ମନ୍ଦିର ବେଢ଼ାରେ ରଥଯାତ୍ରା, ଛେରାପହଁରା କଲେ ଓଡ଼ିଆ ପୁଅ

ଭୁବନେଶ୍ୱର/ମୁମ୍ବାଇ, ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ କୋଭିଡ଼୍ କଟକଣାରେ ମନ୍ଦିର ବେଢ଼ାରେ ରଥରେ ପୂଜା ହୋଇଥିଲା। ଏହି ଅବସରରେ ଠାକୁରଙ୍କ ନୀତି ପୂଜା କରାଯିବା ସହ ଶ୍ରୀଜିଉଙ୍କ ନିକଟରେ ଓଡ଼ିଆ ପୁଅ ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା କରାଯାଇଥିଲା।

ଏହି ସ୍ଥାନରେ ଠାକୁରଙ୍କୁ ଦେଖିବାକୁ ବହୁ କଟକଣା କରାଯାଇଥିଲା। କେବଳ ପାରମ୍ପରିକ ଘଂଟ ବାଦ୍ୟରେ ପୂଜା କରାଯାଇଥିଲା। ଏଥିରେ ସତ୍ୟବ୍ରତ ପଟ୍ଟନାୟକ, ରତନ ପଟ୍ଟନାୟକ, ବିଭୂତି ରଥ, ଧର୍ମାନନ୍ଦ ପଢ଼ିହାରୀ, ରଞ୍ଜନ ରାୟ, ଜଗଦିଶ ନାୟକ, ମୁଖ୍ୟ ପୂଜକ ରଞ୍ଜନ ଶତପଥି ଓ ବସନ୍ତ ପଣ୍ଡା ଆଦି ପରିଚାଳଣା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତୈଳ, ଗ୍ୟାସ ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ, ପୋଲିସ ସହ ଠେଲାପେଲା

ଭୁବନେଶ୍ୱର, ଆଜି ଅପରାହ୍ନରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସୀର ନୱାଜଙ୍କ ନେତୃତ୍ୱରେ ବର୍ଦ୍ଧିତ ତୈଳ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦର ବୃଦ୍ଧି ପ୍ରତିବାଦ କରାଯାଇଥିଲା। ଏୟାରପୋର୍ଟ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପଦଯାତ୍ରା ହୋଇଥିଲା । ହସ୍ପିଟାଲ ଛକରେ ଛାତ୍ର କଂଗ୍ରେସ ନେତୃବୃନ୍ଦ ପୋଲିସ୍ ବ୍ୟାରିକେଡ଼ ଭାଙ୍ଗି ରାସ୍ତାରେ ବସି ବିକ୍ଷୋଭ କରିଥିଲେ । ଏଥିରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅନୁଲେଖା ବୋଷ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ୟାସୀର ନୱାଜ କହିଥିଲେ ଯେ ମୋଦିଙ୍କ ‘ଆଚ୍ଛାଦିନ’ ଓ ନବୀନଙ୍କ ‘ବିଜୁବାବୁଙ୍କ ସ୍ୱପ୍ନ’ର ବାସ୍ତବ ରୂପ ଏବେ ଦେଶ ଓ ରାଜ୍ୟବାସୀ ଦେଖୁଛନ୍ତି । ହାଣ୍ଡିଶାଳରେ ମହାଙ୍ଗା ମାଡ଼ । ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସର ଦରରେ ହିଟଲର ଶାସନର ପ୍ରତିଫଳନ ହୋଇଛି । ମୋଦି ଓ ନବୀନ ସାଧାରଣ ଜନତାଙ୍କ ରକ୍ତ ଶୋଷଣ କରୁଛନ୍ତି ।

ମୋଦି ଓ ନବୀନଙ୍କ ଅମଳରେ ଓଡ଼ିଶାବାସୀଙ୍କ ଅବସ୍ଥା ରସାତଳଗାମୀ ହୋଇଛି । ଶ୍ରୀ ନୱାଜ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ଟୀକାକରଣ ପାଇଁ ଦାବି କରିଛନ୍ତି । ସୁଶ୍ରୀ ଅନୁଲେଖା ବୋଷା କହିଛନ୍ତି ଯେ ମୋଦି ଓ ନବୀନଙ୍କ ରାଜତ୍ୱରେ ଓଡ଼ିଶାର ଜନସାଧାରଣ ଅତିଷ୍ଠ । ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନଗ୍ୟାସର ଦର ବୃଦ୍ଧି ବିରୁଦ୍ଧରେ ନବୀନ ବାବୁ ମୁହଁ ଖୋଲୁ ନାହାଁନ୍ତି । ତେଲ ଦର ଲିଟର ପିଛା ୪୦ ଟଙ୍କା ହେବା ଉଚିତ୍ ବୋଲି ବିଜେପି ସାଂସଦ ସୁବ୍ରମନ୍ୟମ ସ୍ୱାମୀ ଗଣମାଧ୍ୟମକୁ କହିଛନ୍ତି ।

କଂଗ୍ରେସ ଅମଳରେ ତେଲ ଦର ଟଙ୍କଟେ ବଢିଲେ ବିଜେଡ଼ି ରାଜରାସ୍ତାରେ ଚିତ୍କାର କରେ, ଆଜି ଚୁପ୍ କାହିଁକି? ବିଜୁ ଛାତ୍ର ଜନତା ଗରୀବ ଜନସାଧାରଣଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରେନି । କରୋନା ସମୟରେ ଲୋକ ବରୋଜଗାର ହେଉଥିବା ବେଳେ ନବୀନ-ମୋଦି ଦର ଦାମ୍ ବୃଦ୍ଧି କରି ଲୋକଙ୍କୁ ଲୁଟୁଛନ୍ତି । ଛାତ୍ର କଂଗ୍ରେସ ଏହା ବିରୁଦ୍ଧରେ ଧାରାବାହିକ ଆନ୍ଦୋଳନ କରିବ ।

ଏହି କାର୍ଯ୍ୟକ୍ରମରେ ଜାତୀୟ ସଂଯୋଜକ ଆଦିତ୍ୟ ଚୌଧୁରୀ, ନିହାର ବେହେରା, ସୁନିଲ ମାଟିଆ, ପ୍ରୀତମ ପରିଜା, ନିରଞ୍ଜନ ଦାସ, ସାଗର ପଟ୍ଟନାୟକ, ବାବୁ ଜେନା, ଅବିନାଶ ନନ୍ଦ, କାର୍ତ୍ତିକ କାଣ୍ଡି, ଅଭିରାମ ଗୌଡ଼, ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଅଖିଳେଶ ଯାଦବ, ଶ୍ରୀ ମହାନ୍ତି, ଦେବବ୍ରତ ମହାନ୍ତି, ନିତେସ ବେହେରା, ବାଦଲ ମହାନ୍ତି, ଅଜିତ ବାରିକ, ସୂର୍ଯ୍ୟକାନ୍ତ ସାହୁ, ଶାହାରୁଖ ଖାନ, ରଣଜିତ ସେନାପତି, ପ୍ରତ୍ୟୁରଞ୍ଜନ ପ୍ରଧାନ, ଶିବଶକ୍ତି ଡ଼ିଗାଲ, ସମିଉଲ ହକ୍ ଓ ସନ୍ଦିପ ରାଉତରାୟ ପ୍ରମୁଖ ବହୁ ଛାତ୍ରନେତା ଅଂଶଗ୍ରହଣ
କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରଥଯାତ୍ରା ସମୟରେ ଭିଡକୁ କମାଇବା ପାଇଁ ୧୦ ଟି ଟ୍ରେନକୁ ବାତିଲ କଲା ରେଳବିଭାଗ

ଭୁବନେଶ୍ବର, କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଏବଂ ରଥ ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ଅନୁଯାୟୀ କେତେକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା

୧୫ ଜୁଲାଇରୁ ୧ ଅଗଷ୍ଟ, ୨୦୨୧ ପର‌୍ୟ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ

୦୧. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

୦୨. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୩. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

୦୪. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୧୫ ଜୁଲାଇରୁ ୧୯ ଜୁଲାଇ, ୨୦୨୧ ପଯ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ

୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ

୦୨. ୦୮୪୫୬/୦୮୪୫୫ ଭୁବନେଶ୍ୱର -କେନ୍ଦୁଝରଗଡ- ଭୁବନେଶ୍ୱର ବିଶେଷ ଟ୍ରେନ

ସପ୍ତାହ ଶେଷ (ଶନିବାର ଏବଂ ରବିବାର) ରେ ୧୭ ଜୁଲାଇରୁ ୧ ଅଗଷ୍ଟ, ୨୦୨୧ ପଯ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ

୦୧. ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ

୦୨. ୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ

୨୪ ଜୁଲାଇରୁ ୧ ଅଗଷ୍ଟ, ୨୦୨୧ ପର‌୍ୟ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ

୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ

ପୁରୀ-ଅନୁଗୁଳ ସ୍ପେସିଆଲ୍ ର ବାତିଲ୍ ଏବଂ ଆଂଶିକ ବାତିଲ୍

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ସପ୍ତାହରେ ଶେଷଦିବସ ଶନିବାର ଓ ରବିବାର ଦିନ ୨୪ ଓ ୨୫ ଜୁଲାଇ ଏବଂ ୩୧ ଜୁଲାଇ ଏବଂ ୧ ଅଗଷ୍ଟ ୨୦୨୧ ରେ ଉଭୟ ଦିଗରୁ ବାତିଲ୍ ହୋଇ ରହିବ।୨୬ ରୁ ୩୦ ଜୁଲାଇ, ୨୦୨୧ ପର‌୍ୟ୍ୟନ୍ତ ଉଭୟ ଦିଗରୁ ଏହି ଟ୍ରେନ୍ ତାଳଚେର ଏବଂ ଅନୁଗୁଳ ମଧ୍ୟରେ ବାତିଲ ହୋଇ ରହିବ ଏବଂ ତାଳଚେର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ।

ଜୁଲାଇରୁ 1 ଅଗଷ୍ଟ, 2021 ପର୍ଯ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ

01. 08431/08432 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ।

ଭୁବନେଶ୍ୱରରୁ ରାଜଧାନୀ ସ୍ପେସିଆଲ୍ ୧୫ ଜୁଲାଇ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ପ୍ରତିଦିନ ଚଳାଚଳ କରିବ

ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ୧୫ ଜୁଲାଇ, ୨୦୨୧ ଠାରୁ ପ୍ରତିଦିନ ସେବା ପ୍ରଦାନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। .କୋଭିଡ଼୧୯ ସଂକ୍ରମଣ ଶିକୁଳିକୁ ଭାଙ୍ଗିବା ପାଇଁ ପୂର୍ବରୁ ରାଜଧାନୀ ସ୍ପେଶାଲ ସେବାକୁ ସୀମିତ କରାଯାଇଥିଲା

୧୫ ଜୁଲାଇ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ବିଶେଷ ଟ୍ରେନ ପୁନଃ ଚଳାଚଳ

୦୧. ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ରୁ ୧୫ ଜୁଲାଇରୁ ଏବଂ ରାୟପୁରରୁ ୧୬ ଜୁଲାଇ, ୨୦୨୧ ଠାରୁ ପୁନଃ ଚଳାଚଳ କରିବ।

୦୨. ୦୮୫୧୫/୦୮୫୧୬ ବିଶାଖାପାଟନମ୍-କିରାଣ୍ଡୁଲ୍-ବିଶାଖାପାଟନମ୍ ସ୍ପେଶାଲ୍ ୧୫ ଜୁଲାଇରୁ ବିଶାଖାପାଟନମ୍ ଠାରୁ ଏବଂ ୧୬ ଜୁଲାଇ, ୨୦୨୧ ଠାରୁ କିରାଣ୍ଡୁଲରୁ ପୁନଃ ଚଳାଚଳ କରିବ।

୦୩. ୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ୧୫ ଜୁଲାଇରୁ ବିଶାଖାପାଟନମ୍ ଠାରୁ ଏବଂ କାଚେଗୁଡା ଠାରୁ ୧୬ ଜୁଲାଇ, ୨୦୧୧ ରୁ ପୁନଃ ଚଳାଚଳ କରିବ ।

୦୪. ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ବିଶେଷ ଟ୍ରେନ ୧୫ ଜୁଲାଇରୁ ବିଶାଖାପାଟନମ୍ ରୁ ଏବଂ କଡପା ଠାରୁ ୧୬ ଜୁଲାଇ, ୨୦୨୧ ରୁ ପୁନଃ ଚଳାଚଳ କରିବ ।

୦୫. ୦୨୮୩୧/୦୨୮୩୨ ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ରୁ ୧୫ ଜୁଲାଇରୁ ଏବଂ ଲିଙ୍ଗମପଲ୍ଲୀରୁ ୧୬ ଜୁଲାଇ, ୨୦୨୧ ଠାରୁ ପୁନଃ ଚଳାଚଳ କରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୭୧: ସୁସ୍ଥ ହେଲେ ୨୮୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୦୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ହଜାର ୯୭୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୨ ହଜାର ୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୩୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୨୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କ ଶିକ୍ଷା ବିଭାଗ ଯଦି ବଡ ଗୁରୁତ୍ବପୂର୍ଣ୍ଣ; ତେବେ ଅର୍ଥ, ଗୃହ, ପ୍ରତିରକ୍ଷା ଏବଂ ରେଳ ବିଭାଗ ସବୁ କଣ

ଭୁବନେଶ୍ବର, ଗତ ସାତ ତାରିଖରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଅଦଳବଦଳ ହୋଇଛି। ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ବିଭାଗରୁ ବଦଳାଇ ଶିକ୍ଷା ବିଭାଗ ଦିଆଯାଇଛି। ପୂର୍ବରୁ ସେ ପେଟ୍ରୋଲିୟମ ସହିତ ଇସ୍ପାତ ବିଭାଗ ଦାୟିତ୍ବରେ ମଧ୍ୟ ଥିଲେ। ଏମିତି ଦେଖିଲେ ଏହି ଦୁଇଟି ବିଭାଗ ବଡ ଗୁରୁତ୍ବ ପୂର୍ଣ୍ଣ।

ହେଲେ ଏପରି ବିଭାଗରୁ ଶିକ୍ଷା ବିଭାଗକୁ ବଦଳି ହେବା ଖୋଦ ଧର୍ମେନ୍ଦ୍ର ଏବଂ ତାଙ୍କର ପ୍ରଶଂସକଙ୍କର ବୋଧହୁଏ ହଜମ ହୋଇପାରୁ ନାହିଁ। ସେଥିପାଇଁ ଜାତୀୟ ତଥା ଆଞ୍ଚଳିକ ଗଣମାଧ୍ୟମରେ ବେଶ ଜୋରଦାର ପ୍ରଚାର ହେଉଛି ଯେ, ଧର୍ମେନ୍ଦ୍ରଙ୍କୁ ମୋଦି ଏକ ଗୁରୁତ୍ବ ପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଏହାକୁ ଦେଖି ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଯଦି ଶିକ୍ଷା ବିଭାଗ ଗୁରୁତ୍ବପୂର୍ଣ୍ଣ ତେବେ ଅର୍ଥ, ଗୃହ, ପ୍ରତିରକ୍ଷା ଆଉ ରେଳ ବିଭାଗସବୁ କଣ ?

ଯେତେ ପ୍ରଚାର ପ୍ରସାର କଲେ ମଧ୍ୟ ସାଧାରଣ ଲୋକେ ଜାଣିପାରିଛନ୍ତି ଯେ ଧର୍ମେନ୍ଦ୍ରଙ୍କୁ ମୋଦି ଗୁରୁତ୍ବ ଦେଲେ କି ଗୁରୁତ୍ବହୀନ କଲେ। କାରଣ ଯେ କେହି ଜାଣିପାରୁଛି ଯେ ପେଟ୍ରୋଲିୟମ ଏବଂ ଇସ୍ପାତ ବିଭାଗ କଣ ଏବଂ ଶିକ୍ଷା ବିଭାଗ କଣ। ଏଥିରେ ଧର୍ମେନ୍ଦ୍ରଙ୍କର କେଉଁ ପଟୁ ଗୁରୁତ୍ବ ବଢିଲା ବୋଲି ପ୍ରଚାର ଚାଲିଛି ତାହା ବୁଝାପଡୁ ନାହିଁ।

ବର୍ତ୍ତମାନ ଶିକ୍ଷା ବିଭାଗ କଥାକୁ ଆସିବା। ଏହି ବିଭାଗ ଏପରି ଏକ ବିଭାଗ ଯେଉଁଠି କେବଳ ବ୍ୟୟ କରାଯାଏ ସିନା ଆୟ ହୁଏ ନାହିଁ। ଅନ୍ୟପଟେ ଏହି ବିଭାଗ ଅଧିନରେ ଅଧିକାଂଶ ସଂସ୍ଥା ସବୁ ସ୍ବଂୟଶାସିତ ବ୍ୟବସ୍ଥାରେ ପରିଚାଳିତ। ୟୁଜିସି, ସିବିଏସଇ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଏନସିଆରଟି ପରି ବହୁ ସ୍ବଂୟଶାସିତ ସଂସ୍ଥା ରହିଛି। ଏସବୁ ସଂସ୍ଥା ସ୍ବାଧୀନ ଭାବେ କାର୍ଯ୍ୟ କରୁଛନ୍ତି। ଏସବୁ ସଂସ୍ଥାକୁ ମନ୍ତ୍ରଣାଳୟ ତରଫରୁ କେବଳ ଅର୍ଥ ବରାଦ କରିବା ବ୍ୟତିତ ଅନ୍ୟ ନିଷ୍ପତିରେ ମୁଣ୍ଡ ପୁରାଇ ପାରିବେ ନାହିଁ।

ଏସବୁ ନିଜେ ଧର୍ମେନ୍ଦ୍ର ଏବଂ ତାଙ୍କ ପ୍ରଶଂସକମାନେ ଅବଗତ ହୋଇଛନ୍ତି। ସେଥିପାଇଁ ସେମାନଙ୍କର କୌଣସି ପ୍ରକାରରେ ଏହି ବିଭାଗକୁ ନେଇ ଭିତରେ ଭିତରେ ଖୁସି ନାହାଁନ୍ତି। ପୂର୍ବରୁ ଧର୍ମେନ୍ଦ୍ରଙ୍କର ଯେପରି ପତିୟାରା ଥିଲା ତାହା ଯେ କ୍ଷୁର୍ଣ୍ଣ ହୋଇଛି ଏଥିରେ ସନ୍ଦେହ ନାହିଁ। ସେଥିରେ ପ୍ୟାଚଅପ ପକାଇବା ପାଇଁ ରିତିମତ ଧର୍ମେନ୍ଦ୍ରଙ୍କର ଗୁରୁତ୍ବ ବଢିଲା ବୋଲି  ପ୍ରଚାର କରାଯାଉଛି।

ଏହା ସହିତ ଆଉ ଏକ ଯୋଜରଦାର ପ୍ରଚାର ଚାଲିଛି ଯେ, ମୋଦି କୁଆଡେ ଧର୍ମେନ୍ଦ୍ରଙ୍କୁ ଦଳର ରାଜ୍ୟସଭା ନେତା କରିବେ। ଏହା ବହୁତ ଗୁରୁ ଦାୟିତ୍ବ ବୋଲି ଅନେକ ଗଣମାଧ୍ୟମ ପ୍ରଚାର କରିବାରେ ଲାଗିଛନ୍ତି। ସତ କଥା ଦଳୀୟ କାର୍ଯ୍ୟକର୍ତ୍ତା ଭାବେ ରାଜ୍ୟସଭାର ନେତା ହେବା ଭଲକଥା। ହେଲେ ପ୍ରଂଶସକମାନେ ଜାଣିବା ଉଚିତ ଯେ ରାଜ୍ୟସଭା ନେତା, ଶିକ୍ଷା ମନ୍ତ୍ରଣାଳୟ ମିଶାଇଲେ ମଧ୍ୟ କେବଳ ପେଟ୍ରୋଲିୟମ ବିଭାଗ ସହିତ ସମାନ ହେବ ନାହିଁ। ଇସ୍ପାତ ବିଭାଗକୁ ହିସାବରେ ସାମିଲ କରାଯାଇ ନାହିଁ।

ଯାହା ହେଲେ ବି ଧର୍ମେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି ସେଥିରେ ସେ ଖୁସି ହେବା କଥା। କାରଣ ଯେତେବେଳେ ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭେଦକର, ଡ ହର୍ଷବର୍ଦ୍ଧନ ପରି ନେତାଙ୍କୁ ଛୁଟି କରି ଦିଆଯାଇଛି ସେତେବେଳେ ଧର୍ମେନ୍ଦ୍ର କ୍ୟାବିନେଟ ବର୍ଥକୁ ସଂରକ୍ଷିତ କରି ରଖିଛନ୍ତି। ସେଥିରେ ସେ ଖୁସି ହେବା କଥା। ହେଲେ ତାହା ନ ହୋଇ ମୋଦି ତାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ବୋଲି ପ୍ରଚାର ପ୍ରସାର କରାଇବା ଦ୍ବାର ନିଜର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି ସିନା ଲାଭ କିଛି ହେଉ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏନଇଇଟି (ୟୁଜି) ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ: ଆସନ୍ତାକାଲିଠୁ ଆରମ୍ଭ ହେବ ଆବେଦନ

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୨ ତାରିଖରେ ଏନଇଇଟି (ୟୁଜି) ପରୀକ୍ଷା ହେବ। କୋଭିଡ କଟକଣା ଭିତରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେଥିପାଇଁ ଆସନ୍ତା କାଲିଠାରୁ ଆବେଦନ ପ୍ରକ୍ରିୟା ଏନଟିଏ ଓ୍ବେବସାଇଟରେ ଆରମ୍ଭ ହେବ। ଆସନ୍ତାକାଲି ସନ୍ଧ୍ୟା ୫ଟା ରୁ ଅନଲାଇନ ଆବେଦନ ଆରମ୍ଭ ହେବ।

ଏହାସହ ସଂକ୍ରମଣ ଭୟଥିବାରୁ ଅଧିକ ସଂଖ୍ୟକ ସହରରେ ପରୀକ୍ଷା କେନ୍ଦ୍ର ଆୟୋଜନ କରାଯିବ। ପୂର୍ବଥର ୧୫୫ ଟି ସହରରେ ପରୀକ୍ଷା କେନ୍ଦ୍ରର ଆୟୋଜନ କରାଯାଇଥିବା ବେଳେ ଏଥର ଏହା ୧୯୮ଟି ସହରକୁ ବୃଦ୍ଧି କରାଇଯାଇଛି।

ତେବେ ଏହି ପରୀକ୍ଷା ପାଇଁ ଗତ ବର୍ଷ ମୋଟ ୩୮୬୨ଟି କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏହାର ସଂଖ୍ୟାରେ ବୃଦ୍ଧି କରାଯିବ। ପରୀକ୍ଷା କେନ୍ଦ୍ରରେ କଣ୍ଟାକ୍ଟଲେସ୍ ପଂଜୀକରଣ ହେବ, ମାସ୍କ ଯୋଗାଇ ଦିଆଯିବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।