Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଘୋଷଣା ହେଲା ଟି-୨୦ ବିଶ୍ଵକପର ତାରିଖ: ୟୁଏଇ ଏବଂ ଓମାନରେ ଖେଳାଯିବ ମ୍ୟାଚ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତରେ ହେବାକୁ ଥିବା ଚଳିତ ବର୍ଷ ଟି-୨୦ ବିଶ୍ଵକପ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତରଣ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେବା ପରେ ଆଇସିସି ଏହାର ଖେଳ ସୂଚୀ ଜାରି କରିଛି। ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଟି-୨୦ ବିଶ୍ଵକପ ଖେଳାଯିବ। ଏହା ୟୁଏଇ ଏବଂ ଓମାନରେ ଆୟୋଜନ କରାଯିବ।

ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଟି କ୍ଵାଲିଫାଇଂ ଟିମ ଭାଗ ନେବେ। ଏଥିରୁ ୪ ଟି ଟିମ ସୁପର-୧୨ କୁ ଉନ୍ନତି ହେବେ। କ୍ଵାଲିଫାଇଂ ଟିମ ଗୁଡିକ ହେଲେ- ବାଂଲାଦେଶ, ଶ୍ରୀଲଙ୍କା, ଆୟାରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମିବିୟା, ଓମାନ ଏବଂ ପାପୁଆ ନ୍ୟୁ ଗିନୀ । ଏହି ୮ ଟିମ ମଧ୍ୟରୁ ୪ ଟି ଟିମ ଆଗାମୀ ପର୍ଯ୍ୟାୟ ତଥା ସୁପର-୧୨ରେ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବେ। ଟି-୨୦ ବିଶ୍ଵକପର ଫାଇନାଲ ମ୍ୟାଚ ନଭେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରତିବାଦରେ ସ୍ମାରକପତ୍ର ପ୍ରଦାନ କଲା ଉତ୍କଳ ସାମ୍ବାଦିକ ସଂଘ

ଖୋର୍ଦ୍ଧା: ବର୍ତ୍ତମାନ ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢ଼ୁଥିବାର ଦେଖାଯାଉଛି। ଗତ ୨୫ ତାରିଖରେ ବେଆଇନ ମଦ କାରବାର ସଂକ୍ରାନ୍ତରେ ଖବର ସଂଗ୍ରହ କରୁଥିବା ନିଉଜ ୭ ର ସାମ୍ବାଦିକ ବୈଦ୍ୟନାଥ ମହାପାତ୍ର ଓ ଧରିତ୍ରୀ ସାମ୍ବାଦିକ ଲୋକନାଥ ମହାପାତ୍ରଙ୍କୁ ନୟାଗଡ଼ ଅବକାରୀ ବିଭାଗ ଏସଆଇ ଧନଞ୍ଜୟ ପାତ୍ରଙ୍କ ଆକ୍ରମଣ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଆନୂକୁଲ୍ୟରେ ସଭାପତି ପ୍ରଭାତ ମିଶ୍ରଙ୍କ ନେତୄତ୍ୱରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।

ସାମ୍ବାଦିକଙ୍କୁ ଆକ୍ରମଣର ୪ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନାହିଁ, ଯାହା ଅତ୍ୟନ୍ତ ନିନ୍ଦନୀୟ। ତେଣୁ ସାମ୍ବାଦିକଙ୍କ ଉପରେ ହୋଇଥିବା ଘଟଣାର ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଆଖି ଦୄଶିଆ ପଦକ୍ଷେପ ନିଆଯାଇ ସାମ୍ବାଦିକଙ୍କ ସୁରକ୍ଷା ଆଇନ ଲାଗୁକରି ସାମ୍ବାଦିକଙ୍କ ନାମରେ ରୁଜ୍ଜୁ ହୋଇଥିବା ମିଥ୍ୟା ଅଭିଯୋଗ ମାମଲାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବୀ ହୋଇଛି।

ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ଅନ୍ୟ ପ୍ରତିନିଧି ସର୍ବଶ୍ରୀ ଉମାଶଙ୍କର ପ୍ରସାଦ, ପ୍ରଦିପ ପାଣିଗ୍ରାହୀ, ଅବ୍ୟକ୍ତ ହରିହର ଖାଡେଙ୍ଗି, ରାକେଶ ସାହୁ, ପ୍ରଦୀପ ବେହେରା ପ୍ରମୂଖ ଉପସ୍ଥିତ ଥିଲେ। ଅନୁରୂପ ଭାବେ ଉକ୍ତ ଘଟଣାକୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ସରକାରଙ୍କ ନିକଟରେ ଦାବି କରିଛି।

Categories
ଜାତୀୟ ଖବର ବିଶେଷ ଖବର

୧୩ ଟି ସ୍ବତନ୍ତ୍ର ଟ୍ରେନର ସେବା ଅବଧିକୁ ବୃଦ୍ଧି କରିଲା ରେଳବାଇ, ଜାଣନ୍ତୁ କେଉଁ ଟ୍ରେନର ସ୍ଥିତି କଣ

ଭୁବନେଶ୍ବର, ଭୁବନେଶ୍ବର ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଯାତାୟାତ କରୁଥିବା ୧୩ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ସେପ୍ଟେମ୍ବର ମାସ ଶେଷ ସପ୍ତାହ ପଯ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ଟ୍ରେନ

1-୦୨୮୩୫/୦୨୮୩୬ ହଟିଆ-ଯଶୋବନ୍ତପୁର-ହଟିଆ ବିଶେଷ ଟ୍ରେନ ହଟିଆରୁ ୨୬ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୮ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଚଳାଚଳ କରିବ।

2-୦୮୧୧୭/୦୮୧୧୮ ହାଓଡ଼ା-ମହୀଶୂର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୪ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ମହୀଶୂରରୁ ୨୬ ସେପ୍ଟେମ୍ବର ପଯ୍ୟନ୍ତ ଚଳାଚଳ କରିବ।

3-୦୮୬୪୫/୦୮୬୪୬ ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ହାଇଦ୍ରାବାଦରୁ ୨୯ ସେପ୍ଟେମ୍ବର ପଯ୍ୟନ୍ତ ଚଳାଚଳ କରିବ।

4-୦୨୮୭୩/୦୨୮୭୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

5-୦୮୦୪୭/୦୮୦୪୮ ହାଓଡ଼ା-ଭାସ୍କୋଡାଗାମା-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୫ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ଭାସ୍କୋଡାଗାମାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

6-୦୨୮୬୭/୦୨୮୬୮ ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୬ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ପଣ୍ଡିଚେରୀରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

7.୦୨୮୩୭/୦୨୮୩୮ ହାଓଡ଼ା-ପୁରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୮ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ପୁରୀରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

8.୦୨୮୭୭/୦୨୮୭୮ ହାଓଡ଼ା-ଏର୍ଣ୍ଣାକୁଲମ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୫ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ଏର୍ଣ୍ଣାକୁଲମରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

ଜୁଲାଇ ମାସ ଶେଷ ସପ୍ତାହ ପର‌୍ୟ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ଟ୍ରେନ

9.୦୮୬୩୭/୦୮୬୩୮ ହଟିଆ-ବାଙ୍ଗାଲୋର କ୍ୟାଣ୍ଟ-ହଟିଆ ବିଶେଷ ଟ୍ରେନ ହଟିଆରୁ ୩୧ ଜୁଲାଇ ପର‌୍ୟ୍ୟନ୍ତ ଏବଂ ବାଙ୍ଗାଲୋରରୁ ୦୩ ଅଗଷ୍ଟ ପର୍ଯ୍ୟନ୍ତ ଚଳାଚଳ କରିବ।

10.୦୨୪୪୯/୦୨୪୫୦ ଶାଲୀମାର-ସିକନ୍ଦରାବାଦ-ଶାଲୀମାର ବିଶେଷ ଟ୍ରେନ ଶାଲୀମାରରୁ ୨୮ ଜୁଲାଇ ପର‌୍ୟ୍ୟନ୍ତ ଏବଂ ସିକନ୍ଦରାବାଦରୁ ୩୦ ଜୁଲାଇ ପର୍ଯ୍ୟନ୍ତ ଚଳାଚଳ କରିବ।

ଅଗଷ୍ଟ ମାସ ଶେଷ ସପ୍ତାହ ପର‌୍ୟ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ଟ୍ରେନ

11.୦୫୨୨୮/୦୫୨୨୭ ମୁଜାଫରପୁର-ଯଶୋବନ୍ତପୁର-ମୁସାଫରପୁର ବିଶେଷ ଟ୍ରେନ ମୁଜାଫରପୁରରୁ ୩୦ ଅଗଷ୍ଟ ପର‌୍ୟ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୧ ସେପ୍ଟେମ୍ବର ୨୦୨୧ ପର‌୍ୟ୍ୟନ୍ତ ଚଳାଚଳ କରିବ।

ବିଶେଷ ଟ୍ରେନର ସେବା ପରବର୍ତ୍ତୀ ପରାମର୍ଶ ପଯ୍ୟନ୍ତ ବୃଦ୍ଧି

13.୦୨୪୯୧/୦୨୪୯୨ ଶାଲିମାର-ବିଶାଖାପାଟନମ୍-ଶାଲିମାର ବିଶେଷ ଟ୍ରେନ ଶାଲିମାରରୁ ୬ ଜୁଲାଇ ଠାରୁ ଏବଂ ବିଶାଖାପାଟନମ୍ରୁ ୭ ଜୁଲାଇ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

14.୦୨୫୨୩/୦୨୫୨୪ ସାନ୍ତ୍ରାଗଛି-ତିରୁପତି-ସାନ୍ତ୍ରାଗଛି ବିଶେଷ ଟ୍ରେନ ସାନ୍ତ୍ରାଗଛିରୁ ଜୁଲାଇ ମାସ ୪ ତାରିଖ ଠାରୁ ଏବଂ ତିରୁପତି ଠାରୁ ୫ ଜୁଲାଇ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

ପରବର୍ତ୍ତୀ ପରାମର୍ଶ ପଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନର ସେବା ବାତିଲ

15.୦୬୫୭୭/୦୬୫୭୮ ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ବିଶେଷ ଟ୍ରେନ ଯଶୋବନ୍ତପୁରରୁ ଜୁଲାଇ ମାସ ୨ ତାରିଖ ଠାରୁ ଏବଂ ଗୌହାଟୀରୁ୫ ଜୁଲାଇ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବାତିଲ ରହିବ।

ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନର (୦୨୮୯୧) ପୂର୍ବ ବିଜ୍ଞପ୍ତିରେ ପରିବର୍ତ୍ତିତ

16. ୦୨୮୯୧/୦୨୮୯୨ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନର ପୂର୍ବ ବିଜ୍ଞପ୍ତିକୁ ପରିବର୍ତ୍ତିତ କରାଯାଇଅଛି।ଏହି ଟ୍ରେନ ଜୁଲାଇ ମାସ ୧୩ ତାରିଖ ମଧ୍ୟରେ ପ୍ରତି ଶନି, ରବିବାର ଓ ଛୁଟି ଦିନ ମାନଙ୍କରେ ବାତିଲ ରହିବ।

ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନ ସେବା ଜୁଲାଇ ମାସ ୧୩ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ଜୁଲାଇ ମାସ ୩ ଓ ୪ ତାରିଖ ଏବଂ ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ। ଏହି ଟ୍ରେନ (୦୨୮୯୧) ବାଙ୍ଗିରିପୋଷି ଠାରୁ ଜୁଲାଇ ମାସ ୪ ଓ ୫ ତାରିଖ ଏବଂ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଆତଙ୍କବାଦୀଙ୍କ ଡ୍ରୋନ୍ ଆକ୍ରମଣ ପ୍ରସଙ୍ଗକୁ ମିଳିତ ଜାତିସଂଘରେ ଉଠାଇଲା ଭାରତ, ବିଶ୍ବକୁ କରାଇଲା ସତର୍କ

ନୂଆଦିଲ୍ଲୀ, ମିଳିତ ଜାତିସଂଘରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଡ୍ରୋନ୍ ବ୍ୟବହାର ପ୍ରସଙ୍ଗକୁ ଭାରତ ଉଠାଇଛି। ଡ୍ରୋନ୍ ସାହାଯ୍ୟରେ ଜାମ୍ମୁରେ ବାୟୁସେନା ବେସରେ ବିସ୍ଫୋରଣ ଘଟଣା ପରେ ଭାରତ ଏହି ପ୍ରସଙ୍ଗ ଉଠାଇଛି। ଭାରତ କହିଛି ଯେ ଡ୍ରୋନ୍ କମ୍ ମୂଲ୍ୟରେ ଏବଂ ସହଜରେ ଉପଲବ୍ଧ ଏବଂ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ଗୁପ୍ତ ଖବର ସଂଗ୍ରହ, ବିସ୍ଫୋରକ ସାମଗ୍ରୀ ବିତରଣ ତଥା ଟାର୍ଗେଟିଂ ଆକ୍ରମଣ ପାଇଁ ବ୍ୟବହାର କରାଯାଉଛି।

ଆତଙ୍କବାଦୀ କାର୍ଯ୍ୟକଳାପରେ ଡ୍ରୋନ ବ୍ୟବହାର ସମଗ୍ର ବିଶ୍ୱରେ ସୁରକ୍ଷା ପାଇଁ ବିପଦ ପାଲଟିଛି। ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭି.ଏସ.କେ କୌମୁଦି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏହା ଉପସ୍ଥାପନା କରିଛନ୍ତି। ଜାତିସଂଘର ଆତଙ୍କବାଦୀରୋଧ ରାଷ୍ଟ୍ର ସମୁହର ଉଚ୍ଚ ସ୍ତରୀୟ ସମ୍ମିଳନୀରେ ସମ୍ବୋଧିତ କରିବା ବେଳେ କୌମୁଦ ଏହା କହିଛନ୍ତି। ସେ କହିଛନ୍ତି ଯେ ରଣନୈତିକ ତଥା ବାଣିଜ୍ୟିକ ସମ୍ପତ୍ତି ବିରୋଧରେ ଆତଙ୍କବାଦୀ ଉଦ୍ଦେଶ୍ୟରେ ସଶସ୍ତ୍ର ଡ୍ରୋନର ବ୍ୟବହାର ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ଚିନ୍ତାର ବିଷୟ।

ଏଥିସହିତ ସେ କହିଛନ୍ତି ଯେ, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ଭଳି ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିର ଅପବ୍ୟବହାର, ନୂତନ ମୋଡ୍ ପେମେଣ୍ଟର ଅପବ୍ୟବହାର ଏବଂ ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବା ଆତଙ୍କବାଦର ଗୁରୁତର ବିପଦ ଭାବରେ ଉଭା ହୋଇଛି।

ସ୍ୱତନ୍ତ୍ର ସଚିବ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ଆତଙ୍କବାଦୀମାନଙ୍କୁ ସୁରକ୍ଷିତ ଆଶ୍ରୟ ଦେଉଥିବା ଲୋକଙ୍କ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟ କାର୍ଯ୍ୟ କରିବା ଉଚିତ। ସେ ଅନ୍ତର୍ଜାତୀୟ ସମୁଦାୟକୁ କହିଛନ୍ତି ଯେ ପାକିସ୍ତାନର କେତେକ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମୟ ଆସିଛି।

ଜାମ୍ମୁର ବାୟୁସେନା ବେସରେ ହୋଇଥିବା ଡ୍ରୋନ୍ ଆକ୍ରମଣର ତଦନ୍ତକୁ କେନ୍ଦ୍ର ସରକାର ଜାତୀୟ ଅନୁସନ୍ଧାନ ଏଜେନ୍ସି-ଏନଆଇଏକୁ ହସ୍ତାନ୍ତର କରିଛନ୍ତି। ରାକେଶ ବାଲୱାଲଙ୍କ ନେତୃତ୍ୱରେ ଏହି ଏନଆଇଏ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ରବିବାର ସକାଳେ ଜାମ୍ମୁ ବିମାନବନ୍ଦରର ଉଚ୍ଚ ସୁରକ୍ଷା ବଳୟ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ଘଟିଥିଲା। ରନୱେ ଭିତରେ ବିସ୍ଫୋରକ ଉପକରଣ ପକାଇବା ପାଇଁ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଏହି ବିସ୍ଫୋରଣରେ ଭାରତୀୟ ବାୟୁସେନାର ଦୁଇଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ବିସ୍ଫୋରଣରେ କୌଣସି ଯନ୍ତ୍ରାଂଶ କିମ୍ବା ବିମାନର କୌଣସି କ୍ଷୟକ୍ଷତି ହୋଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲରେ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡି ଦୁଇ ନାବାଳକ ଭାଇଙ୍କ ପ୍ରାଣହାନୀ

କନ୍ଦର୍ପ ବେହେରା
ରେଢାଖୋଲ: ମା’ ସହ ଗାଧୋଇବାକୁ ଯାଇ ଦୁଇ ନାବାଳକ ପୁତ୍ର ପାଣିରେ ବୁଡି  ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି।

ସୂଚନା ଅନୁଯାୟୀ- ଚାରମାଳ ଥାନା ଚୁଡାପୁଡୁଗ ଗ୍ରାମର ଜଗବନ୍ଧୁ ଖାଡିଆଙ୍କ ଦୁଇ ପୁଅ ଅଜିତ୍ ଖାଡିଆ (୪) ଓ ଅମିତ୍ ଖାଡିଆ(୬) ମା ସୁମିତା ଖାଡିଆ ଙ୍କ ସହ ଆଜି ପୂର୍ବାହ୍ନ ୧୧ ଟା ରେ ଗାଧୋଇବାକୁ ଗ୍ରାମ ନିକଟସ୍ଥ ସୁରୁବାଲି ନାଳକୁୁ ଯାଇଥିଲେ। ମା’ ତାଙ୍କର ଗାଧୋଉଥିବା ସମୟରେ ପୁଅ ୨ ଜଣ ମଧ୍ୟ ଗାଧୋଉଥିଲେ। ହେଲେ ମା’ ଅଜାଣତରେ ୨ ନାବାଳକ ପୁଅ ପାଣିରେ ଏକ ସଂଗରେ ବୁଡି ମରିଯାଇଥିଲେ। ହେଲେ ମା ଜାଣି ପାରି ନ ଥିଲେ। ସେ ଭାବି ନେଇଥିଲେ ଯେ ପିଲାମାନେ ଘରକୁ ଯାଇଥିବେ।

ଘରକୁ ଯାଇ ଦେଖନ୍ତି ତ ପିଲାମାନେ ଘରେ ନାହାନ୍ତି ବହୁତ ଖୋଜାଖୋଜି କରିଥିଲେ ଗାଁ ସାରା। ଘଂଟାଏ ପରେ ଗ୍ରାମର କେତେଜଣ ବ୍ୟକ୍ତି ସେଇ ସୁରୁବାଲି ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ପିଲାର ମୃତ ଦେହ ପାଣିରେ ଭାସୁଥିବାର ଦେଖି ଗାଁକୁ ଖବର ଦେଇଥିଲେ। ପାଣିରେ ଖୋଜାଖୋଜି କଲାପରେ ସେ ସ୍ଥାନରେ ଅନ୍ୟ ପିଲାର ମୃତଦେହକୁ ଉଦ୍ଧାର କରିଥିଲେ ଗ୍ରାମବାସୀ। ସଙ୍ଗେ ସଙ୍ଗେ ଆମ୍ବଲାନସ୍ ରେ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଚାରମାଳ ପୋଲିସ୍ ରେଢାଖୋଲ ଡକ୍ତରଖାନାକୁ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିବା ଜଣା ପଡିଛି। ମୃତକ ପିଲା ୨ ଟିର ବାପା ଜଗବନ୍ଧୁ ଖଡିଆ ଚେନ୍ନାଇରେ ଦାଦନ ଖଟିବାକୁ ଯାଇଥିବା ବେଳେ ମା’ ଦିନ ମଜୁରିଆ ଭାବରେ କାମ କରନ୍ତି। ସରକାରଙ୍କ ତରଫରୁ ପରିବାରକୁ ଆବଶ୍ୟକ ସାହାଯ୍ୟ କରିବାକୁ ସାଧାରଣରେ ଦାବୀ ହେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ପେଶାଲ ସ୍କ୍ବାଡ଼ ପଞ୍ଝାରେ ସାଇବର ଠକ ଗ୍ୟାଙ୍ଗ: ୧୭ ହଜାର ସିମ ସହ ୭ ଗିରଫ

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସ ଏକ ବଡ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ୭ ଜଣିଆ ସାଇବର ଠକ ଗ୍ୟାଙ୍ଗକୁ ସ୍ପେଶାଲ ସ୍କ୍ବାଡ଼ ଗିରଫ କରିଛି। ଏହା ସହ ୧୫୦ ଟି ମୋବାଇଲ ଏବଂ ୧୭ ହଜାର ସିମ କାର୍ଡ ପୋଲିସ ଜବତ କରିଛି।

କଟକରେ ଅଫିସ କରି ଏହି ଗ୍ୟାଙ୍ଗ ସାଇବର ଠକେଇ କାର୍ଯ୍ୟ କରୁଥିଲେ। ପ୍ରି-ଆକ୍ଟିଭେଟେଡ ସିମ ଜରିଆରେ ଅପରାଧିକ କାର୍ଯ୍ୟ କରୁଥିଲେ। ଲୋକଙ୍କ ଠାରୁ ଟଙ୍କା ଲୁଟିବା ପରେ ସେମାନେ ସିମଗୁଡିକୁ ନଷ୍ଟ କରିଦେଉଥିଲେ। ଏମାନେ କେବଳ ରାଜ୍ୟରେ ସକ୍ରିୟ ନଥିଲେ ରାଜ୍ୟ ବାହାରେ ମଧ୍ୟ ଏହି ଗ୍ୟାଙ୍ଗ ସକ୍ରିୟ ରହିଥିଲା। କିଛି ଦିନ ତଳେ ଭୁବନେଶ୍ବରର ସହୀଦନଗର ସ୍ଥିତ ଜଣେ ମହିଳାଙ୍କ ଠାରୁ ଏହି ଗ୍ୟାଙ୍ଗ ୫ ଲକ୍ଷ ଟଙ୍କା ଲୁଟିଥିଲେ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବରେ ନିର୍ବାଚନ ଜିତିଲେ ବିଦ୍ୟୁତ ଦେୟ ମୁକ୍ତ ହେବ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଆମ ଆଦ୍ମି ପାର୍ଟି ଜୋର ଲଗାଇଦେଇଛି। ଆପ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କହିଛନ୍ତି ଯେ, ପଞ୍ଜାବରେ ଆମ ଆଦ୍ମି ପାର୍ଟି ଜିତିଲେ, ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମୁକ୍ତରେ ବିଜୁଳି ମିଳିବ। ଏହାସହ ରାଜ୍ୟରେ ୨୪ ଘଣ୍ଟିଆ ବିଦ୍ୟୁତ ପାଇଁ ବ୍ୟବସ୍ଥା କରିବେ। ଯେଉଁମାନଙ୍କ ପୁରୁଣା ବିଦ୍ୟୁତ ଦେୟ ବାକି ଥିବେ, ସେମାନଙ୍କୁ ମଧ୍ୟ ମୁକ୍ତ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ପଞ୍ଜାବରେ ଏବେଠାରୁ ରାଜନୈତିକ ସରଗରମ ଆରମ୍ଭ ହୋଇଗଲାଣି। ରାଜ୍ୟରେ ଶାସକ ଦଳ କଂଗ୍ରେସ ଏବଂ ଶିରୋମଣି ଅକାଳୀ ଦଳ ସହ ଆମ ଆଦ୍ମି ପାର୍ଟି ମଧ୍ୟରେ ଟକ୍କର ଦେବା ଲାଗି ପ୍ରସ୍ତୁତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁଲାଇ ୩୧ ତାରିଖ ସୁଦ୍ଧା ‘ୱାନ ନେସନ, ୱାନ ରାସନ କାର୍ଡ’ ଲାଗୁ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ସୁଦ୍ଧା ‘ୱାନ ନେସନ, ୱାନ ରାସନ କାର୍ଡ’ ଯୋଜନା ପାଇଁ ଡେଡଲାଇନ ଦିଆଯାଇଛି। ଜୁଲାଇ ୩୧ ତାରିଖ ସୁଦ୍ଧା ୱାନ ନେସନ, ୱାନ ରାସନ କାର୍ଡ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ର ସରକାରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନଆଇସି ସହ ପରାମର୍ଶ କରି ସ୍ଵତନ୍ତ୍ର ପୋର୍ଟାଲ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି। ଏହି ପୋର୍ଟାଲରେ ପ୍ରବାସୀ ଏବଂ ଅଂସଗଠିତ ଶ୍ରମିକଙ୍କୁ ପଞ୍ଜୀକରଣ କରିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ପୋର୍ଟାଲରେ ପଞ୍ଜୀକୃତ କରାଯାଇ ଜୁଲାଇ ୩୧ ତାରିଖ ସୁଦ୍ଧା ଏହି ଯୋଜନାକୁ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ସମୟସୀମା ଯେପରି ବୃଦ୍ଧି ହେବ ନାହିଁ, ସେଥିଲାଗି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଟୁରିଷ୍ଟ ଗାଇଡଙ୍କ ଉପରେ କେନ୍ଦ୍ର ସରକାରଙ୍କ ପଡିଲା ଶୁଭ ଦୃଷ୍ଟି, ଘୋଷଣା କଲେ ସହାୟତା

ନୂଆଦିଲ୍ଲୀ, ଗତକାଲି କରୋନା ମୁକାବିଲା ପାଇଁ ଘୋଷଣା କରାଯାଇଥିବା ସହାୟତାରେ ପର୍ଯ୍ୟଟନ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଏଥିରେ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ। କୋଭିଡ଼ ୧୯ ମହାମାରୀ ଆକ୍ରାନ୍ତ କ୍ଷେତ୍ରକୁ  ନୂତନ ଋଣ ଗ୍ୟାରେଣ୍ଟି ଯୋଜନା ଅଧୀନରେ କାର୍ଯ୍ୟକାରୀ ପୁଂଜି ଏବଂ ବ୍ୟକ୍ତିଗତ ଋଣ ଯୋଗାଇ ଦିଆଯିବ। ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନେ ସେମାନଙ୍କର ଉଧାର, ଋଣ ଇତ୍ୟାଦି ଶୁଝି ପାରିବେ।

କୋଭିଡ଼ ୧୯ ପ୍ରଭାବରୁ ମୁକୁଳି ସେମାନେ ନିଜର ବ୍ୟବସାୟକୁ ପୁଣି ଥରେ ଆରମ୍ଭ କରିପାରିବା ପାଇଁ ଏହି ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ୧୦,୭୦୦ଟି କ୍ଷେତ୍ରୀୟ ସ୍ତରୀୟ ସ୍ୱୀକୃତ ପର୍ଯ୍ୟଟନ ଗାଇଡ଼ ଯାହାଙ୍କୁ କି ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି।

ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାର ସ୍ୱୀକୃତି ପ୍ରଦାନ କରାଯାଇଥିବା ୧,୦୦୦ ଟ୍ରାଭେଲ୍‍ ଏବଂ ପର୍ଯ୍ୟଟନ ହିତଧାରକ (ଟିଟିଏସ)ଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ । ଟିଟିଏସମାନେ ପ୍ରତ୍ୟେକେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ଯଦ୍ୟପି ଟୁରିଷ୍ଟ ଗାଇଡ଼ମାନେ ପ୍ରତ୍ୟେକେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉଠାଇପାରିବେ । ଏଥିପାଇଁ କୌଣସି ପ୍ରୋସେସିଂ ଚାର୍ଜ ଲାଗିବନାହିଁ, ଏହାର ଫୋରକ୍ଲୋଜ୍‍ ବା ପ୍ରାକ୍‍- ପେମେଣ୍ଟ ଚାର୍ଜ ଛାଡ଼ କରାଯାଇଛି ଏବଂ ଏଥି ସକାଶେ କୌଣସି ପ୍ରକାର ଅତିରିକ୍ତ କୋଲାଟରାଲର ମଧ୍ୟ ଆବଶ୍ୟକତା ନାହିଁ । ଏନସିଜିଟିସି ମାଧ୍ୟମରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ଯୋଜନାର ପ୍ରଶାସନିକ ପରିଚାଳନା କରିବ ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଷ୍ଟେସନରୁ ଧରାପଡିଲା ୬ କିଲୋରୁ ଉର୍ଦ୍ଧ୍ଵ ସୁନା ଗହଣା, ଦୁଇ ଜଣ ଗିରଫ

ନୂଆଦିଲ୍ଲୀ: ବନାରସର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନରୁ ୬ କିଲୋରୁ ଉର୍ଦ୍ଧ୍ଵ ସୁନା ବିସ୍କୁଟ ଏବଂ ଗହଣା ଜବତ କରାଯାଇଛି। କଷ୍ଟମ ବିଭାଗ ଏବଂ ଜିଆରପିର ମିଳିତ ଚଢାଉରେ ଏତେ ପରିମାଣର ସୁନା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ୬୧ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଅଭିଯୁକ୍ତ ଭୁବନେଶ୍ବର-ନୂଆଦିଲ୍ଲୀ ସ୍ପେଶାଲ ଟ୍ରେନରେ ଆସିଥିଲେ। ସେଠାରୁ ଚାଲି ଚାଲି ନୂଆଦିଲ୍ଲୀ ଯାଉଥିବା ବେଳେ କଷ୍ଟମ ବିଭାଗ ସେମାନଙ୍କୁ ଗିରଫ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ଲସ୍କର କମାଣ୍ଡର ସମେତ ଦୁଇ ଆତଙ୍କୀ

ଶ୍ରୀନଗର: ଗତକାଲି ଠାରୁ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଶ୍ରୀନଗରର ପାଂରୀପୋରାରେ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଏହି ଗୁଳିବିନିମୟରେ ଲସ୍କରର ଦୁଇ ଜଣ ଆତଙ୍କୀଙ୍କୁ ସୁରକ୍ଷା ବାହିନୀ ନିହତ କରିଛି। ନିହତ ଆତଙ୍କୀଙ୍କ ମଧ୍ୟରେ ଲସ୍କର କମାଣ୍ଡର ଅବରାର ମଧ୍ୟ ସାମିଲ ଅଛି। ଯେଉଁ ଘରେ ଆତଙ୍କବାଦୀମାନେ ଲୁଚି ରହିଥିଲେ ସେହି ଘରକୁ ସୁରକ୍ଷା ବାହିନୀମାନେ ଉଡାଇଦେଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀଙ୍କ ପାଖରୁ ଏକେ-୪୭ ରାଇଫଲ ଜବତ କରାଯାଇଛି। ସଂପୂର୍ଣ୍ଣ ଅଞ୍ଚଳରେ ତଦନ୍ତ ଅଭିଯାନ ଜାରି ରହିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମାଇକ୍ରୋ ଫାଇନାନ୍ସ କଂପାନୀରୁ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଘୋଷଣା

ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ କରୋନା ମୁକାବିଲା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ସେ ମାଇକ୍ରୋ ଋଣ ଗ୍ରହୀତାଙ୍କ ସହାୟତା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହାର ଲକ୍ଷ୍ୟ ହେଲା କ୍ଷୁଦ୍ରରୁ କ୍ଷୁଦ୍ରତର ଋଣଗ୍ରହୀତା ଯେଉଁମାନଙ୍କୁ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନମାନଙ୍କ ଦ୍ୱାରା ନୋଟିସ୍‍ ଜାରି କରାଯାଇଛି, ସେମାନଙ୍କୁ ସହାୟତା ଯୋଗାଣ ।

ଏଥିପାଇଁ ନୂତନ ଏବଂ ବର୍ତ୍ତମାନର ଏନବିଏଫସି- ଏମଏଫଆଇ କିମ୍ବା ଏମଏଫଆଇମାନଙ୍କୁ ଋଣ ଯୋଗାଣ ପାଇଁ ସିଡୁଲ୍ଡ ବ୍ୟବସାୟିକ ବ୍ୟାଙ୍କମାନଙ୍କୁ ଗ୍ୟାରେଣ୍ଟି ଯୋଗାଇ ଦିଆଯିବ । ଦେଶର ପ୍ରାୟ ୨୫ ଲକ୍ଷ କ୍ଷୁଦ୍ର ଋଣଗ୍ରହଣକାରୀଙ୍କୁ ଏହା ଜରିଆରେ ୧.୨୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଋଣ ଯୋଗାଣ କରାଯିବ । ଏହି ଋଣ ଏମସିଏଲଆର ସହିତ ୨%ରେ ହିଁ  କ୍ୟାପିଂ କରାଯିବ ।

ଏହି ଋଣ ସକାଶେ ସର୍ବାଧିକ ଅବଧି ତିନିବର୍ଷ ରହିବ ଏବଂ ଇନକ୍ରିମେଣ୍ଟାଲ୍‍ ଋଣ ନିମନ୍ତେ ଏମଏଫଆଇଙ୍କ ଦ୍ୱାରା ୮୦% ସହାୟତା ବ୍ୟବହାର କରାଯିବ । ଏହା ଉପରେ ସୁଧ ହାର ଭାରତୀୟ ରିର୍ଜଭ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ  କରାଯାଇଥିବା ହାର ଠାରୁ  ଅନ୍ୟୁନ ସର୍ବାଧିକ ୨% କମ୍‍ ରହିବ । ଏହି ଯୋଜନାରେ ନୂତନ ଋଣ ଉପରେ ଅଧିକ ଧ୍ୟାନ ଦିଆଯାଇଛି ଏବଂ ପୁରୁଣା ଋଣ ପରିଶୋଧ ଉପରେ ନୁହେଁ ।

ଏମଏଫଆଇମାନେ ଆରବିଆଇ ପକ୍ଷରୁ ପୂର୍ବରୁ ଜାରି ନିୟମାବଳୀ ଆଧାରରେ ଋଣ ଆବେଦନକାରୀମାନଙ୍କୁ ଋଣ ଯୋଗାଇଦେବେ। ସେଥିପାଇଁ ଋଣ ଯୋଗାଣକାରୀଙ୍କ ସଂଖ୍ୟ, ଋଣ ଗ୍ରହୀତାମାନେ ଜେଏଲଜିର ଜଣେ ସଦସ୍ୟ ହୋଇଥିବେ, ପାରିବାରିକ ଆୟ ଓ ଋଣ ଉପରେ ସିଲିଂ ଇତ୍ୟାଦି । ଏହି ଯୋଜନାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ଏହା ଯେ ସମସ୍ତ ଋଣ ଆବେଦନକାରୀ ( ୮୯ ଦିନ ପର୍ଯ୍ୟନ୍ତ ଯେଉଁମାନେ ଖିଲାଫକାରୀ ହୋଇଥିବେ ସେମାନଙ୍କୁ ମିଶାଇ) ଏହି ଋଣ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

ଏମଏଲଆଇମାନଙ୍କ ଦ୍ୱାରା ଏମଏଫଆଇ ବା ଏନବିଏଫସି- ଏମଏଫଆଇଙ୍କୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିବା ଋଣ ଉପରେ ଗ୍ୟାରେଣ୍ଟି କଭର ରହିବ କିମ୍ବା ୭,୫୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ମିଳିବା ପର୍ଯ୍ୟନ୍ତ, ଯାହା ପ୍ରଥମେ ମିଳିବ ତାହା ହିଁ ଗ୍ରହଣୀୟ ହେବ । ଖିଲାଫ ପରିମାଣର ୭୫% ପର୍ଯ୍ୟନ୍ତ ଗ୍ୟାରେଣ୍ଟି କଭର ରହିବ ଏବଂ ତାହା ୩ ବର୍ଷ ଯାଏ ଜାତୀୟ କ୍ରେଡ଼ିଟ୍‍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ (ଏନସିଜିଟିସି) ମାଧ୍ୟମରେ ବଳବତ୍ତର ରହିବ ।

ଏହି ଯୋଜନାରେ ଏନସିଜିଟିସି ପକ୍ଷରୁ କୌଣସି ଗ୍ୟାରେଣ୍ଟି ଫି’ ଦାବି କରାଯିବନାହିଁ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୮ଟି ବଡ ସହରକୁ ଛାଡି ଅନ୍ୟଗୁଡିକର ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ବ୍ୟବସାୟିକ କ୍ଷେତ୍ରକୁ ୧.୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ପ୍ରଦାନ ହେବ । ସେଥି ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୫୦,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁସବୁ ବିଭାଗକୁ ଏହି ଅର୍ଥର ପ୍ରବାହ ଘଟିବ ସେଥିରେ ପଛୁଆ କ୍ଷେତ୍ରର ମେଡ଼ିକାଲ ସଂସାଧନକୁ ବିଶେଷ ଭାବେ ଲକ୍ଷ୍ୟ ରଖାଯାଇଛି । ୮ଟି ମେଟ୍ରୋପୋଲିଟାନ୍‍ ନଗରୀକୁ ଛାଡ଼ି ଅନ୍ୟାନ୍ୟ ସହରର ସ୍ୱାସ୍ଥ୍ୟ ଏବଂ ମେଡ଼ିକାଲ ସଂସାଧନ ସଂପ୍ରସାରଣ ନିମନ୍ତେ ଏହି ଅର୍ଥ ପ୍ରଦାନ ଦ୍ୱାରା ଗ୍ୟାରେଣ୍ଟି ପ୍ରଦାନ କରାଯିବ । ତେବେ ଏହି ଗ୍ୟାରେଣ୍ଟି କଭର  ସଂପ୍ରସାରଣର ୫୦% ପୂରଣ କରିବ ଏବଂ ନୂତନ ପ୍ରକଳ୍ପ କ୍ଷେତ୍ରରେ ତାହା ୭୫% ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।

ଆକାଂକ୍ଷା ଜିଲ୍ଲାମାନଙ୍କ କ୍ଷେତ୍ରରେ ଏହି ଗ୍ୟାରେଣ୍ଟି କଭର୍‍ ୭୫% ପର୍ଯ୍ୟନ୍ତ ଉପଲବ୍ଧ ହେବ। ଯାହାକି ଉଭୟ ନୂତନ ତଥା ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ହେବ । ଏହି ଯୋଜନାରେ ସର୍ବାଧିକ ଋଣ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ରହଣୀୟ ହେବ ଏବଂ ଏଥିପାଇଁ ୩ ବର୍ଷର ଗ୍ୟାରେଣ୍ଟି ଅବଧି ରହିବ ।

ବ୍ୟାଙ୍କମାନେ ଏଥି ସକାଶେ ସର୍ବାଧିକ ୭.୯୫% ସୁଧ ଦାବି କରିପାରିବେ । ଅନ୍ୟାନ୍ୟ କ୍ଷେତ୍ରମାନଙ୍କ ସକାଶେ ଏହି ଋଣ ବାର୍ଷିକ ୮.୨୫ ହାରରେ ଉପଲବ୍‍ଧ ହେବ । ତେଣୁ ଏହି ଯୋଜନା ମାଧ୍ୟମରେ ଉପଲବ୍ଧ ଋଣ ସାଧାରଣ ସୁଧ ତୁଳନାରେ ଅଧିକ ଶସ୍ତା ହେବ ଏବଂ ଏହାର  ୧୦-୧୧% ଉପରେ କୌଣସି ଗ୍ୟାରେଣ୍ଟି ରହିବନାହିଁ ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୭ ହଜାର ୫୬୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୫୬୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩ ଲକ୍ଷ ୧୬ ହଜାର ୮୯୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୭ ହଜାର ୬୩୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୩ ଲକ୍ଷ ୬୬ ହଜାର ୬୦୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୫୨ ହଜାର ୬୫୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୦ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୯୬୯ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୬୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ, ନୟାଗଡ, ପୁରୀ ଜିଲ୍ଲାରୁ ୪ ଜଣ, ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ, ଯାଜପୁର, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୪୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୭୦ ହଜାର ୭୮୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୧ ହଜାର ୬୧୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୬୯ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨ ହଜାର ୬୪୦ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୬୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୫୧୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୨୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୪୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୭୦ ହଜାର ୭୮୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୧ ହଜାର ୬୧୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୨୯ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୬୫ ଜଣ, କଟକ ଜିଲ୍ଲାରୁ ୨୬୬ ଜଣ, ଅନୁଗୁଳ ଜିଲ୍ଲାରୁ ୮୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୯୭ ଜଣ, ବରଗଡ ଜିଲ୍ଲାରୁ ୨୧ ଜଣ, ଭଦ୍ରକ ଜିଲ୍ଲାରୁ ୧୨୮, ବଲାଙ୍ଗୀରି ଜିଲ୍ଲାରୁ ୧୧, ବୌଦ୍ଧ ଜିଲ୍ଲାରୁ ୧୯, ଦେବଗଡ ଜିଲ୍ଲାରୁ ୪, ଢେଙ୍କାନାଳ ଜିଲ୍ଲାରୁ ୬୭ ଜଣ, ଗଜପତି ଜିଲ୍ଲାରୁ ୧୮ ଜଣ, ଗଞ୍ଜାମ ଜିଲ୍ଲାରୁ ୧୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩୨ ଜଣ, ଯାଜପୁର ଜିଲ୍ଲାରୁ ୧୬୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୦ ଜଣ, କନ୍ଧମାଳ ଜିଲ୍ଲାରୁ ୧୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫୫ ଜଣ, କେନ୍ଦୁଝର ଜିଲ୍ଲାରୁ ୭୦ ଜଣ, କୋରାପୁଟ ଜିଲ୍ଲାରୁ ୬୧ ଜଣ, ମାଲକାନାଗିରି ଜିଲ୍ଲାରୁ ୬୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୫୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୦ ଜଣ, ନୟାଗଡ ଜିଲ୍ଲାରୁ ୯୨ ଜଣ, ନୂଆପଡା ଜିଲ୍ଲାରୁ ୮ ଜଣ, ପୁରୀ ଜିଲ୍ଲାରୁ ୧୭୮ ଜଣ, ରାୟଗଡା ଜିଲ୍ଲାରୁ ୪୯ ଜଣ, ସମ୍ବଲପୁର ଜିଲ୍ଲାରୁ ୨୩ ଜଣ, ସୋନପୁର ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୮ ଜଣ ଏବଂ ଷ୍ଟେଟ ପୁଲରୁ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଅନ୍ୟ ଧର୍ମରେ ପ୍ରେମ ବିବାହ କରି ଦୋଛକିରେ ଯୁବତୀ, ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହେଲେ ସ୍ଵାମୀ

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରେମ ହେଉଛି ଅନ୍ଧ। ଦେଖିନଥାଏ ଜାତି, ଧର୍ମ, ବର୍ଣ୍ଣ ଆଉ ବୟସ। ପ୍ରେମ ପାଇଁ ବାପା ମା’ ଜ୍ଞାତିକୁଟୁମ୍ବ ଲାଗନ୍ତି ପର। ଥରେ ପ୍ରେମର ଜାଲରେ ପଡିଗଲେ କିଛି ଦେଖାଯାଇନଥାଏ। ପ୍ରେମ କେତେବେଳେ ଆସି ଥାଏ ଜାଣିହୁଏନା। ବେଳେ ବେଳେ ଅଜଣା ଅଚିହ୍ନା ଲୋକଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କ ଗଢିଉଥାଏ। ଡିଜିଟାଲ ଦୁନିଆରେ କେହି କେହି ଫେସବୁକ, ୱାଟ୍ସଆପ ଭଳି ସାମାଜିକ ଗଣମାଧ୍ୟମରେ ପ୍ରେମ କରିବସୁଥିବା ବେଳେ କେହି କେହି ମୋବାଇଲ ଫୋନର ରଙ୍ଗ୍ ନମ୍ବର ମାଧ୍ୟମରେ ପ୍ରେମ କରୁଥିବା ଦେଖାଯାଇଛି।

ତେବେ ଏଭଳି ଏକ ଅଜଣା ଯୁବକକୁ ରଙ୍ଗ୍ ନମ୍ବର ଜରିଆରେ ପ୍ରେମ କରି ବିବାହ କରିବା ଏବଂ ପରେ ସ୍ଵାମୀ ଠାରୁ ପ୍ରତାରଣା, ନିର୍ଯ୍ୟାତନା ପାଇ ପୋଲିସର ଦ୍ଵାରସ୍ଥ ହେବା ଘଟଣା ବାଣପୁରରେ ସାମ୍ନାକୁ ଆସିଛି।

ସୂଚନା ମୁତାବକ ବାଣପୁରର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୪ ବର୍ଷୀୟ ଯୁବକ ଭେଟେଶ୍ଵର ପଞ୍ଚାୟତ ନିକଟ ଏକ ଗ୍ରାମର ଜଣେ ୨୨ ବର୍ଷୀୟ ହିନ୍ଦୁ ଯୁବତୀଙ୍କ ସହ ଅଜଣା ନମ୍ବର ଜରିଆରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହେବା ପୂର୍ବରୁ ଯୁବକଜଣଙ୍କ ନିଜର ପରିଚୟ ଲୁଚାଇ ଛଳନା କରି ହିନ୍ଦୁ ଯୁବତୀଙ୍କ ସହ ପ୍ରେମ କରିଥିଲେ। ପରେ ପରିବାରର ବିରୋଧରେ ଉଭୟ ଅନ୍ୟତ୍ର ବିବାହ କରିଥିଲେ। ଉଭୟ ୨୦୧୭ ମସିହାରେ ପରସ୍ପରକୁ ବିବାହ କରିଥିଲେ। ହେଲେ ବିବାହ ପରେ ଯେତେବେଳ  ତାଙ୍କ ସ୍ଵାମୀ ଅନ୍ୟ ଏକ ସମ୍ପ୍ରଦାୟର ବୋଲି ଯୁବତୀଜଣଙ୍କ ଜାଣିବାକୁ ପାଇଥିଲେ, ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେପଟେ ପରିବାରର ବିରୋଧ କାରଣରୁ ତାଙ୍କର ଘରକୁ ଫେରିଯିବାର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା।

ତଥାପି ଭାଗ୍ୟକୁ ଆଦରି ସେ ସ୍ଵାମୀଙ୍କ ସହ ଭବିଷ୍ୟତ ଗଢିବା ପାଇଁ ପ୍ରୟାସ କରିଥିଲେ ଏବଂ ଏକ ଝିଅ ଟିଏ ଜନ୍ମ ଦେଇଥିଲା। ତାପରେ ଧୀରେ ଧୀରେ ସ୍ୱାମୀ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କଲା। ମାରଧାର କଲା। ଯୌତୁକ ନିର୍ଯାତନା ଦେଲା। ପରିଶେଷରେ ବାଧ୍ୟ ହୋଇ ଯୁବତୀ ଗତ ଦୁଇ ଦିନ ତଳେ ବାଣପୁର ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ବାଣପୁର ଥାନାଧିକାରୀ ଗୁରୁତର ସହ ନେଇ ଏସଆଇ ପ୍ରସନ୍ନ ଜେନାଙ୍କୁ ତଦନ୍ତର ଭାରଦେଇଥିଲେ। ଶ୍ରୀ ଜେନା ତଦନ୍ତ କରିବା ସହ ଆଜି ସମ୍ପୃକ୍ତ ଯୁବକଙ୍କ ବିରୋଧରେ କେସ ନମ୍ବର ୨୩୧/୨୧ ରେ ମାମଲା ରୁଜୁକରି ଏକାଧିକ ଦଫା ଲଗାଇ ଆଜି କୋର୍ଟଚାଲାଣ କରିଛନ୍ତି।

ଅପରପକ୍ଷେ ପୀଡିତାଙ୍କ ତିନି ବର୍ଷର ଝିଅଟେ ଅଛି ଏବଂ ତାଙ୍କୁ କେହି ସହଯୋଗ ନକରିବାରୁ ପୋଲିସ ତାଙ୍କୁ ଖୋର୍ଦ୍ଧା ସ୍ଥିତ ଉଜ୍ଜାଲା ସର୍ଟ ଷ୍ଟେ ହୋମରେ ଥଇଥାନ କରିଛି।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଯଦି ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଚାହୁଁଛନ୍ତି ତେବେ ସିଂହଠାରୁ ଶିଖନ୍ତୁ ଏହି ଗୁଣ

ଭୁବନେଶ୍ବର, ମଣିଷ ଜୀବନ କାଳ ମଧ୍ୟରେ ଅନେକ କାର୍ଯ୍ୟ କରିଥାଏ। ହେଲେ କେତେବେଳେ ସଫଳ ହୁଏ କେତେବେଳେ ବିଫଳ ହୁଏ। ହେଲେ ଏହି କାର୍ଯ୍ୟଗୁଡିକରୁ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଭଲ ଉପଦେଶଟିଏ ଦେଇଛନ୍ତି। ସେ କହିଛନ୍ତି ଯେ, ମଣିଷ କୌଣସି କାର୍ଯ୍ୟ କରିବା ବେଳେ ସେ ସିଂହ ଠାରୁ କିଛି ଶିକ୍ଷା ଲାଭ କରିବା ଉଚିତ।

ଏହାକୁ ପ୍ରାଞ୍ଜଳ ଭାବେ ଏହା କୁହାଯାଇ ପାରେ ଯେ, ସିଂହ ଯେତେବେଳେ ଶିକାର କରେ ସେତେବେଲେ ସେ ଭାବି ଚିନ୍ତି କରିଥାଏ। ସେ ଶିକାରଟି ଛୋଟ ହେଉ କିମ୍ବା ବଡ। ହେଲେ ଶୀକାର କରିବା ପୂର୍ବରୁ ପ୍ରଥମେ ସିଂହ କିଛି ସମୟ ଛକି କରି ରୁହେ। ଶିକାର କରିବାକୁ ଥିବା ଜନ୍ତୁର ଗତିବିଧିକୁ ସେ ଭଲଭାବେ ନୀରିକ୍ଷଣ କରେ। ସେ ଶିକାର ବେଳେ କେବେ ବି ବ୍ୟସ୍ତ ହୁଏ ନାହିଁ। ସମୟକୁ ଅପେକ୍ଷା କରେ। କିଛି ସମୟ ନୀରିକ୍ଷଣ କରିବା ପରେ ସେ ଯେତେବେଳେ ନିଶ୍ଚିତ ହୁଏ ସେତେବେଳେ ମାଡି ବସେ।

ଏହାର ଅର୍ଥ ଆପଣ କୌଣସି କାମ କରିବା ପୂର୍ବରୁ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରଥମେ ଭାବି ଚିନ୍ତି ଭଲ ଭାବରେ ଅନୁଧ୍ୟାନ କରନ୍ତୁ। ସମୟକୁ ଅପେକ୍ଷା କରନ୍ତୁ, ଯେତେବେଳେ ଆପଣ ଉପଲବ୍ଧି କରିବେ ବର୍ତ୍ତମାନ ଠିକ ସମୟ, ସେତେବେଳେ କାମ ଉପରେ ଲମ୍ପ ପ୍ରଦାନ କରନ୍ତୁ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 29 ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଲୋକେ ହେବେ ହନ୍ତସନ୍ତ

ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ । ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ।

ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି ।

ମିଥୁନ ରାଶିଫଳ- ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ । ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ । ଚାକିରିରେ ଲୋକଙ୍କୁ ଉପକୃତ କରିବେ । ଆପଣଙ୍କଠାରୁ ସହକର୍ମୀମାନେ ଲାଭବାନ ହେବେ । ମହିଳା ସାଙ୍ଗମାନଙ୍କ ସହିତ ସାକ୍ଷାତ କରି ମନ ଖୁସି ହେବ । ଶତ୍ରୁମାନେ ଜିତିବେ ।

କର୍କଟ ରାଶିଫଳ- ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ । ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ । ଆଜି ପ୍ରଣୟଙ୍କ ପାଇଁ ଏକ ଭଲ ଦିନ । ମିଠା ଖାଦ୍ୟ ମିଳିପାରିବ । ସ୍ୱାସ୍ଥ୍ୟ ଭଲ ହେବ, ଆପଣ ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବେ । ଆପଣ ସର୍ବୋତ୍ତମ ବିବାହିତ ସୁଖ ପାଇବ। ଗଣେଶଙ୍କ କୃପା ଦିନସାରା ଆପଣଙ୍କ ଉପରେ ରହିବ।

ତୂଳା ରାଶିଫଳ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ । ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ । ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ । ମହିଳା ଏବଂ ଜଳରୁ କ୍ଷତି ହେବାର ଭୟ ରହିବ । ଲୋକଙ୍କୁ ଅପମାନ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ । ଟଙ୍କା ଅଯୋଗ୍ୟ ହେବ ।

କନ୍ୟା ରାଶିଫଳ- ଆଜି ଏକ ଖୁସିର ଦିନ ହେବ। ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ। ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ । ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ । ଛାତ୍ରମାନେ ଅଭ୍ୟାସ କରିବା ପାଇଁ ଏହା ଏକ ଭଲ ସମୟ । ସାଙ୍ଗମାନଙ୍କ ସହିତ ମିଳନ ହେବ, ମହିଳା ବନ୍ଧୁମାନେ ଉପକୃତ ହେବେ । ଆଜି ଆପଣ ଦାନ କାର୍ଯ୍ୟ କରିପାରିବେ। 

ବିଛା ରାଶିଫଳ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ । ଶାରୀରିକ ସମସ୍ୟା ମନରେ ଚିନ୍ତା ଆଣିବ। ଏକ ନକାରାତ୍ମକ ମାନସିକତା ରଖନ୍ତୁ ନାହିଁ । ଅନୈତିକ ପ୍ରବୃତ୍ତିଠାରୁ ଦୂରରେ ରୁହନ୍ତୁ । ଛାତ୍ରମାନଙ୍କ ଶିକ୍ଷଣରେ ବାଧା ଉପୁଜିବ ।

ସିଂହ ରାଶିଫଳ- ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ । ଧନ ଲାଭର ସମ୍ଭାବନା । ବିଦେଶରୁ ଭଲ ଖବର ଆସିବ । ବ୍ୟବହାରିକ ପ୍ରସଙ୍ଗ ହେତୁ ଯାତ୍ରା କରିପାରିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ । ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ । ପୁଞ୍ଜି ନିବେଶକାରୀଙ୍କ ପାଇଁ ଏହା ଏକ ଭଲ ଦିନ ।

ଧନୁ ରାଶିଫଳ- ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପାର୍ଥକ୍ୟ ହୋଇପାରେ । ଆଜି ଆପଣ କଠିନ ପରିଶ୍ରମ କରିବା ପରେ ହିଁ ସଫଳତା ପାଇବେ । ଆପଣ ମାନସିକ ବିଭ୍ରାଟ ଅନୁଭବ କରିବେ । ଦୁର୍ଘଟଣା ପାଇଁ ସାବଧାନ ରୁହନ୍ତୁ ।

ମକର ରାଶିଫଳ- ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ଆପଣ ବିବାହିତ ଜୀବନର ସୁଖ ଏବଂ ଆନନ୍ଦ ପାଇବେ । ଆଜି ଆପଣଙ୍କର ଆଚରଣ ସ୍ୱାଭାବିକ ହେବ । କୈତୁହଳପୂର୍ଣ୍ଣ ଖାଦ୍ୟ ମିଳିପାରିବ । ସାମାଜିକ କ୍ଷେତ୍ରରେ ଖ୍ୟାତି ବୃଦ୍ଧି ପାଇବ ।

କୁମ୍ଭ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ ହେବ । ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ ।

ମୀନ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ । ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ । ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାହ ସମୟ ଉପସ୍ଥିତ ହେବ । ଆପଣ ବୁଲିବାକୁ ଯୋଜନା କରିପାରିବେ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପି କାର୍ଯ୍ୟକାରିଣୀ ବୈଠକ ବିରୋଧରେ ଜବାବ ରଖିଲେ ବିଜେଡି ନେତ୍ରୀ ଏଲିନା ଦାସ

ଭୁବନେଶ୍ୱର, ନିକଟରେ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସେମାନଙ୍କର ସାଂଗଠନିକ ସମସ୍ୟା ପରେ, ଓଡିଶାର ବିଜେପି ନେତା ଏବଂ କ୍ୟାଡରମାନେ ଅତ୍ୟଧିକ ହତାଶ ଓ ଲକ୍ଷ୍ୟହୀନ ହୋଇପଡିଛନ୍ତି । ତେଣୁ ଏଭଳି ହତାଶ ନେତା ଓ କର୍ମୀଙ୍କ ମନୋବଳ ବଢାଇବାପାଇଁ ବିଜେପି ତାହାର କାର୍ଯ୍ୟକାରିଣୀ ବୈଠକରେ ମନଗଢା ବିବୃତ୍ତିମାନ ଦେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଏଲିନା ଦାସ ।

ବିଜେପି ବିବୃତ୍ତିର ଜବାବ ଦେଇ ଶ୍ରୀମତୀ ଦାସ କହିଛନ୍ତି ଯେ ଓଡିଶାରେ ଅତ୍ୟନ୍ତ ହତାଶ ଅବସ୍ଥାରେ ଥିବା ବିଜେପି କ୍ୟାଡରମାନଙ୍କର ମନୋବଳ ବୃଦ୍ଧିପାଇଁ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କି ମିଥ୍ୟା ବିବୃତ୍ତିମାନ ଦିଆଯାଇଛି ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଆଦି ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡ଼ିଶା ଅତି ସଫଳତାର ସହ କୋଭିଡ ସ୍ଥିତିକୁ ମୁକାବିଲା କରିଛି । ଗ୍ରାମୀଣ ଗୃହ ନିର୍ମାଣ, ଏମଏନ୍‍ଆରଇଜିଏ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଓଡିଶାକୁ ମଧ୍ୟ ପୁରସ୍କୃତ କରିଛନ୍ତି । ଏଥିରୁ ଜଣାପଡୁଛି ଯେ ଓଡିଶାର ବିଜେପି ନେତାମାନେ ଏ ବିଷୟରେ ଆଦୌ ଅବଗତ ନାହାଁନ୍ତି ।

ବିଜେପିର ବିବୃତ୍ତିରୁ ଜଣାପଡୁଛି ଯେ ଏହି ଦଳର ନେତାମାନେ କୋଭିଡ ଉପରେ ଜଣେ ଜଣେ ଆତ୍ମ ଘୋଷିତ ବିଶେଷଜ୍ଞ ପାଲଟି ଯାଇଛନ୍ତି । ତେଣୁ ପ୍ରଭାବଶାଳୀ ଢଙ୍ଗରେ କୋଭିଡ ପରିଚାଳନା ହୋଇପାରୁନଥିବା ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ହରିୟାଣା, ବିହାର, ଉତ୍ତରାଖଣ୍ଡ ଆଦିରେ ସେମାନଙ୍କୁ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯିବା ଉଚିତ । ବାସ୍ତବରେ, ସେମାନଙ୍କୁ କେନ୍ଦ୍ର ସରକାରଙ୍କ କୋଭିଡ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯିବା ଉଚିତ ଯାହା ଦ୍ୱାରା ସେମାନେ ଅଧିକ ପ୍ରଭାବଶାଳୀ ଢଙ୍ଗରେ କୋଭିଡ ପରିଚାଳନା ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ ପାରିବେ ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଦାସ କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ୬ ଲକ୍ଷ ୨୮,୯୯୩ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ, କୋଭିଡ ମହାମାରୀ ବିରୋଧରେ ସଂଗ୍ରାମ ମଧ୍ୟରେ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୬,୨୮,୯୯୩ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ଏଥିମଧ୍ୟରେ ଆଠଟି ଅର୍ଥନୈତିକ ପ୍ୟାକେଜ୍ ମଧ୍ୟ ଅନ୍ତର୍ଭୁକ୍ତ, ସେଥିମଧ୍ୟରୁ ଚାରିଟି ସମ୍ପୂର୍ଣ୍ଣ ନୂତନ ହୋଇଥିବାବେଳେ ଗୋଟିଏ ବିଶେଷ ଭାବରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଉଦ୍ଧିଷ୍ଠ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ରିଲିଫ୍ ପ୍ୟାକେଜ ମଧ୍ୟରେ କୋଭିଡ ପ୍ରଭାବିତ ଅଞ୍ଚଳ ପାଇଁ ଏକ ଲକ୍ଷ କୋଟିରୁ ଅଧିକ ଋଣ ଗ୍ୟାରେଣ୍ଟି ଯୋଜନା ରହିଛି। ଏଥିରୁ ପଚାଶ ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବିନିଯୋଗ ହେବ। ସେ କହିଛନ୍ତି ଯେ ଏହି ଆର୍ଥିକ ସାହାଯ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ଆଧୁନିକୀକରଣ ପାଇଁ କାର‌୍ୟ୍ୟ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଋଣ ଗ୍ୟାରେଣ୍ଟି ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରକଳ୍ପର ସମ୍ପ୍ରସାରଣ ଏବଂ ଆଠଟି ବଡ ସହର ବ୍ୟତୀତ ଅନ୍ୟ କେତେକ ସହରରେ ନୂତନ ଯୋଜନା ଆରମ୍ଭ କରିବା ପାଇଁ ନିଷ୍ପତି ନିଆଯାଇଛି।

ନିର୍ମଳା ସୀତାରମଣ ମଧ୍ୟ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ମେ ୨୦୨୦ ରେ ଆରମ୍ଭ ହୋଇଥିବା ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ଏହି ଯୋଜନାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର‌୍ୟ୍ୟାୟରେ ୧୨ ଟି ସରକାରୀ କ୍ଷେତ୍ର ଏବଂ ୨୫ ଟି ଘରୋଇ କ୍ଷେତ୍ର ବ୍ୟାଙ୍କ ଏବଂ ୩୧ ଟି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏପର‌୍ୟ୍ୟନ୍ତ ୨ ଲକ୍ଷ ୩୯ ହଜାର କୋଟି ଟଙ୍କା ଋଣ ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟବସାୟୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ସୀମା ୩ ଲକ୍ଷ କୋଟିରୁ ୪.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଅନ୍ୟ ଏକ ରିଲିଫ୍ ବ୍ୟବସ୍ଥାରେ ଅର୍ଥମନ୍ତ୍ରୀ ମଧ୍ୟ ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଛନ୍ତି। ଏହା ଅଧୀନରେ କ୍ଷୁଦ୍ର ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡ଼ିକ ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୨..୨୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଉପଲବ୍ଧ ହେବ ।

କରୋନା ଦ୍ୱାରା ପ୍ରଭାବିତ ପର‌୍ୟ୍ୟଟନ କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ ପର‌୍ୟ୍ୟଟନ କ୍ଷେତ୍ର ସହ ଜଡିତ ୧୧ ହଜାର ପଞ୍ଜୀକୃତ ପର‌୍ୟ୍ୟଟକ ଗାଇଡ୍ ଏବଂ ହିତାଧିକାରୀଙ୍କ ପାଇଁ ଅର୍ଥମନ୍ତ୍ରୀ ଏକ ବଡ ରିଲିଫ୍ ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ଏହା ଅଧୀନରେ ଟ୍ରାଭେଲ ଏବଂ ଟୁର୍ ଏଜେନ୍ସିମାନଙ୍କୁ ୧୦୦% ଗ୍ୟାରେଣ୍ଟି ସହିତ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଦିଆଯିବ ଜ୍ଝ ରାଜ୍ୟ ତଥା ଆଞ୍ଚଳିକ ସ୍ତରର ପଞ୍ଜୀକୃତ ତଥା ଲାଇସେନ୍ସପ୍ରାପ୍ତ ପର‌୍ୟ୍ୟଟନ ଗାଇଡମାନେ ୧ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ନେଇପାରିବେ।

ଅର୍ଥମନ୍ତ୍ରୀ ବିଦେଶୀ ପର‌୍ୟ୍ୟଟକଙ୍କ ପାଇଁ ପାଞ୍ଚ ଲକ୍ଷ ଭିସା ମାଗଣାରେ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ୩୧ ମାର୍ଚ୍ଚ ୨୦୨୦ ପର‌୍ୟ୍ୟନ୍ତ କିମ୍ବା ପାଞ୍ଚ ଲକ୍ଷ ଭିସା ପ୍ରଦାନ ପର‌୍ୟ୍ୟନ୍ତ ପ୍ରଯୁଜ୍ୟ ହେବ। ଜଣେ ପର‌୍ୟ୍ୟଟକ ଏହି ଯୋଜନାର ଲାଭ କେବଳ ଥରେ ପାଇବେ। ଏହି ସମ୍ପୂର୍ଣ୍ଣ ଯୋଜନା ଅଧୀନରେ ୧୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ।

ସୀତାରାମଣ ମଧ୍ୟ ଆତ୍ମ ନିର୍ଭର ଭାରତ ରୋଜଗର ଯୋଜନାର ଅବଧି ୩୦ ଜୁନ୍ ୨୦୨୧ ରୁ ୩୧ ମାର୍ଚ୍ଚ ୨୦୨୨ ପର‌୍ୟ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଗତ ବର୍ଷ ଅକ୍ଟୋବରରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ନିଯୁକ୍ତିଦାତାଙ୍କୁ ସାହାଯ୍ୟ କରିବା।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ମାସର ୧୮ ତାରିଖ ପର‌୍ୟ୍ୟନ୍ତ ଏହି ଯୋଜନା ଅନ୍ତର୍ଗତ ୭୯ ହଜାର ୫୭୭ ପ୍ରତିଷ୍ଠାନର ୨୧ ଲକ୍ଷ ୪୨ ହଜାର ହିତାଧିକାରୀଙ୍କୁ ୯୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଊଇଚ ଏବଂ ଚଘକ ପରି ସାର ପାଇଁ ୧୪,୭୭୫ କୋଟି ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ସରକାରଙ୍କ ପୂର୍ବ ନିଷ୍ପତ୍ତି ବିଷୟରେ ସେ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ସମ୍ପ୍ରସାରଣ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଏହା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀମାନଙ୍କୁ ଏହି ବର୍ଷ ମେ ରୁ ନଭେମ୍ବର ପର‌୍ୟ୍ୟନ୍ତ ପ୍ରତ୍ୟେକ ମାସରେ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ଦିଆଯିବ। ଏଥିପାଇଁ ମୋଟ ୯୩ ହଜାର ୮୬୯ କୋଟି ଟଙ୍କା ଖର୍ଚ୍ଚ ହେବ।

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଦିଆଯାଇଥିବା ଘୋଷଣା ଉପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ୨୩,୨୨୦ କୋଟି ଟଙ୍କା ଧାର‌୍ୟ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହା କେବଳ ଶିଶୁ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ବିଭାଗରେ ମାନବ ସମ୍ବଳକୁ ସକ୍ଷମ କରିବା ପାଇଁ ଡାକ୍ତରୀ ଛାତ୍ର ଏବଂ ନର୍ସିଂ ଛାତ୍ରମାନଙ୍କ ତାଲିମ ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଡାକ୍ତରଖାନାଗୁଡ଼ିକରେ ଆଇସିୟୁ ଶଯ୍ୟା ଯୋଗାଣ ଏବଂ ଜିଲ୍ଲା ତଥା ଉପ-ଜିଲ୍ଲା ସ୍ତରରେ ଅମ୍ଳଜାନ ଯୋଗାଣ ଉପରେ ମଧ୍ୟ ଧ୍ୟାନ ଦିଆଯିବ।

ପୁଷ୍ଟିହୀନତାର ମୁକାବିଲା ତଥା କୃଷକଙ୍କ ଆୟ ବଢାଇବା ପାଇଁ ଅର୍ଥମନ୍ତ୍ରୀ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ତରଫରୁ ଏହିପରି କିସମର ଫସଲର ବିକାଶ ବିଷୟରେ ସୂଚନା ଦେଇଛନ୍ତି, ଯାହା ପୁଷ୍ଟିକର ପରିମାଣରେ ଭରପୂର ଏବଂ ଯେ କୌଣସି ପ୍ରକାର ଜଳବାୟୁରେ ବଞ୍ଚିପାରିବ।

ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମାର୍କେଟିଂ ନିଗମର ଆର୍ଥିକ ପୁନଃନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ୭୭୭ କୋଟି ୪୫ ଲକ୍ଷ ଟଙ୍କା ରିଲିଫ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ପାଇଁ ଜାତୀୟ ରପ୍ତାନି ବୀମା ଆକାଉଣ୍ଟ ପାଇଁ ଅତିରିକ୍ତ ୩୩ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ରପ୍ତାନି ବୀମା କଭରେଜକୁ ୮୮ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ରପ୍ତାନି କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅତିରିକ୍ତ ପୁଞ୍ଜି ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାରୀ ଏବଂ ବେସରକାରୀ ଭାଗିଦାରୀ ମାଧ୍ୟମରେ ଭାରତ ନେଟ ମଡେଲ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମରେ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇବା ପାଇଁ ୧୯,୪୧ କୋଟି ଟଙ୍କା ଅତିରିକ୍ତ ବ୍ୟବସ୍ଥା କରିଛନ୍ତି।

ସୀତାରାମଣ ସୂଚନା ଦେଇଛନ୍ତି ଯେ ଇଲେକ୍ଟ୍ରୋନିକ୍ ସାମଗ୍ରୀର ବୃହତ ଉତ୍ପାଦନକାରୀଙ୍କ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ୨୦୨୫-୨୬ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୨୦-୨୧ ରେ ଏହି ଯୋଜନା ଅଧୀନରେ କରାଯାଇଥିବା ବିନିଯୋଗଗୁଡିକ ୨୦୨୫-୨୬ ପର‌୍ୟ୍ୟନ୍ତ ବୈଧ ବୋଲି ବିବେଚନା କରାଯିବ।

ବିଦ୍ୟୁତ୍ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରିଛନ୍ତି। ଏହି ଟଙ୍କା ବିଦ୍ୟୁତ୍ ଲାଇନ ବଜାୟ ରଖିବା ଏବଂ ବିଦ୍ୟୁତ୍ ପରିବହନ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହେବ । ସେ କହିଛନ୍ତି ଯେ ୨୫ କୋଟି ସ୍ମାର୍ଟ ମିଟର ଏବଂ ଦଶ ହଜାର ଫିଡର ଏବଂ ଚାରି ଲକ୍ଷ କିଲୋମିଟର ଖଞ  ଲାଇନ ସ୍ଥାପନ କରିବାର ଯୋଜନା ରହିଛି।